Author: Samikhsya Bureau

ଭୁବନେଶ୍ବର: ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡାସ୍ଥିତ ଗାନ୍ଧୀ ଛକ ନିକଟରେ ଗୁଳିମାଡ ହୋଇଛି। ସେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉ ଥିବା ବେଳେ କାର ଭିତରେ ତାଙ୍କୁ ଗୁଳିମାଡ ହୋଇଛି। ତାଙ୍କ ଛାତିରେ ଗୁଳିମାଡ ହୋଇଥିବାର ଜଣାପଡିଛି। ସେ ଯେଉଁଗାଡିରେ ଯାଇଥିଲେ ସେଥିରେ ତାଙ୍କୁ ନିକଟସ୍ଥ ହସପିଟାଲକୁ ଅଣାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ବର ଆପୋଲ ହସପିଟାଲକୁ ଅଣାଯାଇଛି। ସେଥିପାଇଁ ଏୟାରପୋର୍ଟରୁ ଆପୋଲ ହସପିଟାଲ ପର୍ଯ୍ୟନ୍ତ ଗ୍ରୀନ କରିଡର କରାଯାଇଛି। କଡା ସୁରକ୍ଷା ମଧ୍ୟରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଏୟାର ପୋର୍ଟରୁ ହସପିଟାଲ ଆଣିବାକୁ ଆପୋଲ ହସପିଟାଲର ଏକ ଦଳ ମଧ୍ୟ ଯାଇଥିଲେ। ଏହି ଖବର ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଶିଘ୍ର ଆରୋଗ୍ୟ କାମନା କରିଛନ୍ତି। ତାଙ୍କୁ ଦେଖିବା ପାଇଁ ନିଜେ ଆପୋଲ ହସପିଟାଲରେ ମଧ୍ୟ ଉପସ୍ଥିତ ରହିଛନ୍ତି। ସେହିପରି ବିଜେଡି ସଂଗଠାନିକ ସଂପାଦକ ପ୍ରଣବ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନନଗର ଗାନ୍ଧି ଛକରେ ଗୁଳିମାଡ଼ ହୋଇଛି। ଆଜି ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ନବ ଦାସଙ୍କ ଛାତିରେ ଗୁଳି ବାଜିତିଥିବା ସୂଚନା ରହିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Read More

ଶ୍ରୀନଗର: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭରତ ଯୋଡୋ ଯାତ୍ରା ଶ୍ରୀନଗରର ଲାଲ ଚୌକରେ ପହଞ୍ଚିଛି। ଏଠାରେ ରାହୁଲ ଗାନ୍ଧୀ କାର୍ଯ୍ୟସୂଚୀ ଅନୁଯାୟୀ ପତାକା ଉତ୍ତୋଳନ କରିଥିଲେ। ତ୍ରିରଙ୍ଗା ଉତ୍ତୋଳନ ହେବା ମାତ୍ରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଥିଲା। ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଥିଲେ। ଏହା ସହିତ ଲାଲ ଚୌକରେ କଂଗ୍ରେସର ଶୀର୍ଷ ନେତୃତ୍ୱ ମଧ୍ୟ ଉପସ୍ଥିତ ଅଛନ୍ତି। ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଲାଲ ଚୌକର ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି ଏବଂ ସହରର ଚାରିପାଖରେ ଏକ ବହୁ ସ୍ତରୀୟ ସୁରକ୍ଷା କର୍ଡନ୍ ତିଆରି କରାଯାଇଛି। ଲାଲ ଚୌକ ପରେ ‘ଭାରତ ଯୋଡୋ ଯାତ୍ରା’ ସହରର ବଲ୍ଲବୁଲେୱାର୍ଡ ଅଞ୍ଚଳରେ ଥିବା ନେହେରୁ ପାର୍କ ଆଡକୁ ଯିବ, ଯେଉଁଠାରେ ଜାନୁଆରୀ ୩୦ ତାରିଖରେ ୪ ହଜାର ୮୦ କିଲୋମିଟର ପଦଯାତ୍ରା ଶେଷ ହେବ। ଏହି…

Read More

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍ ଆଜି ଖେଳାଯିବ। ଏହି ଟାଇଟଲ୍ ମ୍ୟାଚ୍ ଭାରତ ଏବଂ ଇଂଲଣ୍ଡର ଅଣ୍ଡର-୧୯ ମହିଳା ଦଳ ମଧ୍ୟରେ ପୋଟଫେଷ୍ଟରୁମରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ଉପରେ ଟିମ୍ ଇଣ୍ଡିଆର ନଜର ରହିବ। ଭାରତର ଅଣ୍ଡର-୧୯ ମହିଳା ଟି-୨୦ ଦଳ ବିଶ୍ୱକପରେ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ସେମିଫାଇନାଲରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ଯେଉଁଭଳି ଭାବେ ପରାସ୍ତ କରିଛି ତାହା ଦେଖେଳାଳିମାନଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ମୁଁ କେବଳ ଜନ୍ମଦିନର ଉପହାର ଭାବରେ ତୁମଠାରୁ ବିଶ୍ୱକପ ଟ୍ରଫି ଚାହୁଁଛି। ଭାରତର ଜାତୀୟ ମହିଳା କ୍ରିକେଟ୍ ଦଳର ବିସ୍ଫୋରକ ଓପନର୍ ଶେଫାଳୀ ବର୍ମା ଅଣ୍ଡର-୧୯ ମହିଳା ଟି -୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଅଧିନାୟକ ଅଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଜାନୁଆରୀ ୨୮ ତାରିଖରେ ଶେଫାଳୀ…

Read More

ନୂଆଦିଲ୍ଲୀ: ପଡୋଶୀ ଦେଶ ପାକିସ୍ତାନରେ ଅଟା ସଙ୍କଟ ମଧ୍ୟରେ ଏହାର ମୂଲ୍ୟ ଭାରତରେ ମଧ୍ୟ ଆକାଶଛୁଆଁ ହେବା ଆରମ୍ଭ କରିଛି। ଜାନୁୟାରୀ ମାସରେ ଅଟାର ମୂଲ୍ୟ ଦୁଇଥର ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ ଅଟା ଖୋଲାରେ କିଲୋଗ୍ରାମ ପିଛା ୩୮ ଟଙ୍କାରେ ବିକ୍ରି ହେଉଥିବାବେଳେ ପ୍ୟାକେଟରେ ଏହାର ମୂଲ୍ୟ କିଲୋଗ୍ରାମ ୪୫-୫୫ ଟଙ୍କା ରହିଛି। ରିପୋର୍ଟ ଅନୁଯାୟୀ, ଗତ ବର୍ଷ ତୁଳନାରେ ଅଟାର ମୂଲ୍ୟ ୪୦% ବୃଦ୍ଧି ପାଇଛି। ଜାନୁଆରୀ ୨୦୨୨ରେ, ଖୋଲା ଅଟାର ମୂଲ୍ୟ କିଲୋଗ୍ରାମରେ ୨୫-୨୭ ଟଙ୍କା ଥିବାବେଳେ ପ୍ୟାକେଟ ବ୍ରାଣ୍ଡେଡ୍ ଅଟା କିଲୋଗ୍ରାମ ପିଛା ୩୫ ଟଙ୍କାରେ ବିକ୍ରି ହେଉଥିଲା। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ଗହମ ଏବଂ ଅଟା ଦର ବୃଦ୍ଧି ହେତୁ ଚିନ୍ତା ବୃଦ୍ଧି ପାଇଛି। ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ଗହମ ଉତ୍ପାଦନକାରୀ ସତ୍ତ୍ୱେ ଭାରତରେ ଅଟାର ମୂଲ୍ୟ କାହିଁକି ବଢୁଛି? ଆସନ୍ତୁ ବିସ୍ତୃତ ଭାବରେ ଜାଣିବା… ଗହମ ମୂଲ୍ୟରେ ବୃଦ୍ଧି ହେବାର…

Read More

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ଜିତିବା ପାଇଁ ଟିମ୍ ଇଣ୍ଡିଆ ଚାପରେ ରହିବ। ସିରିଜରେ ରହିବାକୁ ହେଲେ ସେମାନଙ୍କୁ ଏହି ମ୍ୟାଚ୍ ଜିତିବାକୁ ପଡିବ। ଏହି ସିରିଜରେ ନ୍ୟୁଜିଲ୍ୟାଣ୍ଡ ଦଳ ୧-୦ ରେ ଆଗରେ ରହିଛି। ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ଟି-୨୦କୁ ଭ୍ରମଣକାରୀ ଦଳ ୨୧ ରନ୍ ରେ ଜିତିଥିଲା। ଏବେ ଏହି ସିରିଜକୁ କବଜା କରିବା ପାଇଁ ଭାରତକୁ ଅବଶିଷ୍ଟ ଉଭୟ ମ୍ୟାଚ୍ ଜିତିବାକୁ ପଡ଼ିବ। ମ୍ୟାଚ୍ ପୂର୍ବରୁ ଉଭୟ ଦଳର ସମ୍ଭାବ୍ୟ ଖେଳାଳି ଏକାଦଶ ବିଷୟରେ ଆସନ୍ତୁ ଜାଣିବା…. ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଦ୍ରୁତ ବୋଲର ଉମ୍ରାନ ମଲିକ ଭାରତର ଖେଳାଳି ଏକାଦଶରୁ ବାଦ ପଡିପାରନ୍ତି। ଟିମ୍ ଇଣ୍ଡିଆ ତାଙ୍କ ସ୍ଥାନରେ…

Read More

ଡକ୍ଟର ଫକୀର ମୋହନ ନାହାକ ନବମ ଭାରତୀୟ ବିଜ୍ଞାନ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ ଦାୟିତ୍ୱ ଥାଏ ଆମରି ଉପରେ। ମୋର କର୍ମସ୍ଥଳୀ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟକୁ ଏହି ଦାୟିତ୍ୱ ଦିଆଯାଇଥିବାରୁ, ଏହାକୁ କିଭଳି ସୁଚାରୁ ରୂପେ ଆୟୋଜନ କରାଯାଇପାରିବ, ତାହା ଥିଲା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। କାର୍ଯ୍ୟକ୍ରମରେ ଦେଶର ସମସ୍ତ ରାଜ୍ୟରୁ ପ୍ରତିନିଧି ଓ ପ୍ରତିଯୋଗୀମାନେ ସାମିଲ ହୋଇଥାନ୍ତି। ଚୂଡ଼ାନ୍ତ ଚୟନକାରୀ ବିଶେଷଜ୍ଞମାନଙ୍କ ସହିତ ମୋତେ ସଂଯୋଗ କରାଯାଇଥିଲା। କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଯୋଗଦେବା ପାଇଁ ମୋତେ ସଅଳ ଘରୁ ବାହାରିବାକୁ ପଡ଼ିଲା। ଘରୁ ଯାଇ ପ୍ରଥମ ଟ୍ରାଫିକ୍ ଛକ ପାର ହେବା ପାଇଁ ମୁଁ ସବୁଜ ସଂକେତକୁ ଅପେକ୍ଷା କରି ରହିଥାଏ ଏବଂ ନିଜ ସ୍ଥାନରେ ଠିଆ ହୋଇଥାଏ, ଏତିକିବେଳେ ଡାହାଣପଟୁ ଏକ କାର୍ ମୋତେ ଧକ୍କା ଦେଲା ଏବଂ ସେଠାରେ ହିଁ ମୁଁ ପଡ଼ିଯାଇଥିଲି। ତେବେ ସଂପୃକ୍ତ କାରର ଡ୍ରାଇଭର ମୋତେ ଉଠାଇବା ପରିବର୍ତ୍ତେ ନିଜ ରାସ୍ତାରେ…

Read More

ବାସ୍ତୁ ଦୋଷ: କୌଣସି କାମ ସଂପୂର୍ଣ୍ଣ ହେବା ପୂର୍ବରୁ ତାହା ଅଟକି ଯାଏ, ବେଳେବେଳେ ମଣିଷ ଜୀବନରେ ଏହା ଘଟେ। ଯଦି ଏହା ଅନେକ ଥର ଘଟୁଛି, ତେବେ ବୁଝନ୍ତୁ ଯେ, ଆପଣଙ୍କ ଘରେ ବାସ୍ତୁ ଦୋଷ ଅଛି, ଯାହାକୁ ଆପଣ ଗମ୍ଭୀରତାର ସହ ନେବା ଆବଶ୍ୟକ। ଏଥିରୁ ମୁକ୍ତି ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଦିଆଯାଇଥିବା ପଦକ୍ଷେପକୁ ଯାଆନ୍ତୁ। ଆପଣଙ୍କ କାର୍ଯ୍ୟରେ ଆସୁଥିବା ପ୍ରତିବନ୍ଧକକୁ ଦୂର କରିବା ପାଇଁ ଏହା କାର୍ଯ୍ୟ କରିବ। ଆସନ୍ତୁ ସେହି ବିଷୟରେ ଜାଣିବା… ବାସ୍ତୁ ଦୋଷର ଘରୋଇ ଉପଚାର: – ଯଦି ନକାରାତ୍ମକ ଶକ୍ତି ଆପଣଙ୍କ ଘରେ ଏକ ବାସ କରିଛି, ତେବେ ଏକ କାଚ ପାତ୍ରରେ ଲୁଣ ପକାଇ ବାଥରୁମରେ ରଖନ୍ତୁ। ଆପଣ ନିଶ୍ଚିତ ଭାବରେ ଏଥିରୁ ଉପକୃତ ହେବେ। – ଏଥି ସହିତ, ଘରୁ ନକାରାତ୍ମକ ଶକ୍ତି ଅପସାରଣ କରିବା ପାଇଁ ମୁଖ୍ୟ ଦ୍ୱାରରେ ନିଶ୍ଚିତ ଭାବରେ ଏକ ଦୀପ ଜାଳନ୍ତୁ,…

Read More

ଉପେନ୍ଦ୍ର ବଳିୟାରସିଂହ ଭୁବନେଶ୍ଵର: ଶ୍ରୀରାମ ଚନ୍ଦ୍ର ବନବାସ ସମୟରେ ଚିତ୍ରକୁଟରେ ଥିଲେ। ଲକ୍ଷ୍ମଣ ଜୀ ଫଳମୂଳ ଆଣିବା ପାଇଁ ଜଙ୍ଗଲକୁ ଯାଇଥିଲେ। ସୀତା ଜୀ ଓ ରାମ ଜୀ କୌଣସି ଏକ ବିଷୟରେ ଚର୍ଚ୍ଚା କରୁଥିଲେ। ସିତାଜୀ ହଠାତ କହିଲେ, “ପ୍ରଭୁ କ୍ଷମା କରିବେ, ଗୋଟିଏ କଥା କହିବି?” ପ୍ରଭୁ କହିଲେ,”କୁହ। ସୀତା କହିଲେ, “ମୋର ଚରଣ ଆପଣଙ୍କ ଚରଣ ଠାରୁ ବେଶୀ ସୁନ୍ଦର! ଶ୍ରୀରାମ ଜୀ କହିଲେ, “ଏହା କିପରି ହୋଇପାରିବ? ମୋର ଚରଣ ସବୁଠାରୁ ସୁନ୍ଦର! ଯଦି ଭଗବାନ ସ୍ଵୀକାର କରି ନେଇଥାନ୍ତେ, ତାହେଲେ କୌଣସି କଥା ନଥିଲା।” କିନ୍ତୁ ପ୍ରଭୁଙ୍କର କଥା ଶୁଣି ଉଭୟଙ୍କ ମଧ୍ୟରେ ମତାନ୍ତର ହେଲା। ଶେଷକୁ ସ୍ଥିର ହେଲା ଯେ, ଲକ୍ଷଣଙ୍କ ନିଷ୍ପତ୍ତି ହିଁ, ଉଭୟଙ୍କର ମାନ୍ୟ ହେବ। କାରଣ ସେ ହିଁ ଉଭୟଙ୍କର ଚରଣର ସେବା କରନ୍ତି। ଲକ୍ଷ୍ମଣ ଫଳମୂଳ ଧରି କୁଟୀରକୁ ଫେରିଲେ। ଶ୍ରୀରାମ କହିଲେ, “ଗୋଟିଏ ତକରାଳ ହୋଇଛି। ତୁ…

Read More

ମେଷ : ଅର୍ଥ ଲାଭ ହେବ । ସୁଖ ରହିବ । ଯାନ ଖୁସି ହେବ । ସମ୍ପତ୍ତି ସହିତ କାରବାର କରିବାରେ ସାବଧାନ ରୁହନ୍ତୁ । ପରିବାରରେ ସହଯୋଗର ପରିବେଶ ରହିବ । ବ୍ୟବସାୟ ଭଲ କରିବ । ପିଲା ପ୍ରତି ଧ୍ୟାନ ଦିଅନ୍ତୁ । କଠିନ ପରିଶ୍ରମ ଫଳ ଦେବ । ପ୍ରତିଷ୍ଠା ବୃଦ୍ଧି ପାଇବ। ଯାତ୍ରା ସଫଳ ହେବ । ବୃଷ : ଶୀଘ୍ର କାମ କରିବାର ପ୍ରବୃତ୍ତି ବନ୍ଦ କର । ଆପଣ ଉତ୍ସାହଜନକ ସୂଚନା ପାଇବେ । ଆତ୍ମ ସମ୍ମାନ ବୃଦ୍ଧି ପାଇବ । ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ । ବ୍ୟବସାୟ ଭଲ ହେବ । କାର୍ଯ୍ୟ ଏବଂ ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ଯୋଗୁଁ ମନ ବିଚଳିତ ରହିବ । ବିବାଦକୁ ଏଡ଼ାଇବା ଉଚିତ୍ । ଆର୍ଥିକ ସଙ୍କଟ ଦେଖାଦେବ । ଅତୀତର କାର୍ଯ୍ୟଗୁଡ଼ିକୁ ସ୍ଥଗିତ ରଖ । ପାରିବାରିକ କନ୍ଦଳ ଯୋଗୁଁ…

Read More

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଢିଚାଲିଛି ବ୍ରାଉନସୁଗାର କାରବାର। ବ୍ରାଉନସୁଗାର କାରବାରକୁ ରୋକିବା ପାଇଁ ପୋଲିସ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ କରୁଛି। ଏହି ଚଢାଉରେ ଅନେକ ବେପାରୀଙ୍କୁ ଗିରଫ କରାଯାଉଥିଲେ ସୁଦ୍ଧା ସେମାନଙ୍କ ଉପରେ କିଛି ପ୍ରଭାବ ପଡୁନାହିଁ। ବେପାରୀ ମାନେ ଏବେ ଖୋର୍ଦ୍ଧା ସହର ଛାଡି ଗାଁ ଗହଳିରେ ବେପାର ଆରମ୍ଭ କରିଦେଇଥିବା ଦେଖାଯାଉଛି। ସେହିଭଳି ଆଜି ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ଛକ ପାନ୍ଥିକା ରାସ୍ତାରୁ ୩ଜଣ ବ୍ରାଉନସୁଗାର ବେପାରିକୁ ନିରାକାରପୁର ପୋଲିସ ଧରିଛି। ବେପାରୀ ମାନଙ୍କ ନିକଟରୁ ୧୭ ଗ୍ରାମ ବ୍ରାଉନ ସୁଗାର ୬୮ଗ୍ରାମ ତରଳ ସୁନା,୧୭୩୦ ଟଙ୍କା ଦୁଇଟି ମୋଟର ସାଇକେଲ ଜବତ। ଗିରଫ ବେପାରୀ ମାନେ ହେଲେ ଜଂକିଆ ଥାନା ଅନ୍ତର୍ଗତ ମାନସ ବଳବନ୍ତରାୟ, ନୟାଗଡ଼ର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ବେଗୁନିଆର ଆର୍ଯ୍ୟନ ନାୟକ। ଗିରଫ ବେପାରୀ ମାନଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ…

Read More

ନୂଆଦିଲ୍ଲୀ: ଆଜି ରାଉରକେଲାରେ ଚାଲିଥିବା ହକି ବିଶ୍ୱକପ୍‌ର ଶେଷ ମ୍ୟାଚ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୫-୨ ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ହକି ବିଶ୍ୱକପ-୨୦୨୩ ରେ ୯ ମ ସ୍ଥାନ ହାସଲ କରିଛି। ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତର ପାଞ୍ଚଜଣ ଭିନ୍ନ ଭିନ୍ନ ଖେଳାଳି ଗୋଲ ସ୍କୋର କରି ଟୁର୍ଣ୍ଣାମେଣ୍ଟକୁ ବିଜୟୀ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ୯ ରୁ ୧୨ ସ୍ଥାନ ପାଇଁ ଏହି ମ୍ୟାଚ୍ ଖେଳାଯାଇଥିଲା। ଏହାପୂର୍ବରୁ ହରମାନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ଗୁରୁବାର ଦିନ ୯ ରୁ ୧୬ ସ୍ଥାନ ପାଇଁ ଜାପାନକୁ ୮-୦ ଗୋଲରେ ପରାସ୍ତ କରିଛି। ପେନାଲ୍ଟି ସୁଟଆଉଟରେ ନ୍ୟୁଜିଲ୍ୟାଣ୍ଡ ଦ୍ଵାରା କ୍ୱାର୍ଟର ଫାଇନାଲ ଦୌଡରୁ ଟିମ୍ ଇଣ୍ଡିଆକୁ ବାଦ୍ ଦିଆଯାଇଥିଲା। ଗୋଲ ସାରାଂଶ: ଭାରତ: ୫ ମିନିଟ- ଅଭିଷେକ ନୈନ ୧୨ ମିନିଟ- ହରମାନପ୍ରୀତ ସିଂ ୪୫ ମିନିଟ- ସମଶର ସିଂ ୪୯…

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଜଣେ ସାମ୍ବାଦିକଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ହୋଶଙ୍ଗାବାଦର ଅଟେ। ସାମ୍ବାଦିକଙ୍କୁ ମାଡ଼ କରିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖାଯାଇଛି ଯେ, କିପରି କିଛି ଯୁବକ ୨୫ ବର୍ଷୀୟ ସାମ୍ବାଦିକଙ୍କୁ ଏକ ଗଛରେ ବାନ୍ଧି ଚାପୁଡ଼ା ମାରିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସର ପ୍ରାଥମିକ ଅନୁସନ୍ଧାନରେ ପୀଡିତ ସାମ୍ବାଦିକ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ କିଛି ଦିନ ପୂର୍ବରୁ ଯୁକ୍ତିତର୍କ ହୋଇଥିବା ଜଣାପଡିଛି। ସମାନ ବିତର୍କର ପ୍ରତିଶୋଧ ନେବାକୁ ଅଭିଯୁକ୍ତ ଆଜି ସାମ୍ବାଦିକଙ୍କୁ ଅଟକାଇବା ପରେ ତାଙ୍କୁ ପିଟିଥିଲେ। ଏହି ମାମଲାରେ ଭିଡିଓରେ ଦେଖାଯାଇଥିବା ସମସ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ବର୍ତ୍ତମାନ ଗିରଫ କରିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଦିନ ୧୧.୦୦ ଘଟିକାରେ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ଶିକ୍ଷକ-ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ଏଥିରେ ସଭପତିତ୍ଵ କରିଥିଲେ। ଯୁକ୍ତ ଦୁଇ ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ରଙ୍କ ସ°ଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରଶାସନିକ ଅଧିକାରୀ ଡ ଶୂରପ୍ରତାପ ନରେନ୍ଦ୍ର ସି°ବର୍ମା, ପ°ଚାନନ ମହାରଣା, ପ୍ରଦୀପ୍ତ କୁମାର ଦାସ, ଜୟନ୍ତ କୁମାର ବିହାରୀ, ଅର୍ଚ୍ଚନା ତ୍ରିପାଠୀ ଓ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗଦେଇ କ୍ୟାରିଅର କାଉନସେଲିଂ, ଉପସ୍ଥାନ, ମେଧାବୃତ୍ତି ଓ ଅନ୍ୟାନ୍ୟ ଅନେକ ବିଷୟରେ ଆଲୋଚନା କରିଥିଲେ। ଅନେକ ଅଭିଭାବକ ପିଲାମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇବା ସହ ବିଦ୍ୟାଳୟ ପରିସରରେ ମୋବାଇଲ ଫୋନ୍ ବ୍ୟାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଅଧ୍ୟକ୍ଷ ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଦିଗରେ ଅଭିଭାବକମାନଙ୍କର ସହଯୋଗ କାମନା କରିଥିଲେ। ପରିଶେଷରେ ଅଧ୍ୟାପକ ଗୋଲକ…

Read More

ଭବାନୀପାଟଣା/ଭୁବନେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି। କେସିଙ୍ଗା ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। କେସିଙ୍ଗା ସହର ତଥା ନିକଟବର୍ତ୍ତୀ…

Read More

ଭୁବନେଶ୍ବର: ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ସାରା ବିଶ୍ୱର ବିଭିନ୍ନ କୋଣରେ ପହଞ୍ଚାଇବାକୁ ପ୍ୟାକେଜିଂ ଉପରେ ଏକ ଜାତୀୟ କର୍ମଶାଳା ଭୁବନେଶ୍ୱର ସ୍ଥିତ ହୋଟେଲ ଦି ନିଉ ମାରିଅନରେ ଆୟୋଜିତ ହୋଇଛି। କେନ୍ଦ୍ର ଏମଏସଏମଇ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କର ଏମଏସଏମଇ ବିଭାଗ ସହାୟତାରେ ଫୋରମ୍ ଫର ଏଣ୍ଟରପ୍ରାଇଜ ଡେଭଲପମେଣ୍ଟ (ଫେଡ଼), ଭୁବନେଶ୍ୱର ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ଭାରତ ସରକାରଙ୍କର ଏମଏସଏମଇ ମନ୍ତ୍ରଣାଳୟର ସଚିବ ବିଦ୍ୟୁତ  ବିହାରୀ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗୀଙ୍କୁ ଉଦ୍ୟମ ପଞ୍ଜିକରଣ କରିବା ପାଇଁ ଆହ୍ୱାନ କରିଥିଲେ। ଭାରତ ସରକାର 2020 ମସିହାରେ ଏମଏସଏମଇ କ୍ଷେତ୍ର ପାଇଁ ଉଦ୍ୟମ ପଞ୍ଜିକରଣ ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ଏହି କ୍ଷେତ୍ରକୁ ବ୍ୟବସ୍ଥିତ କରିବା ସହିତ ସମସ୍ତ ଯୋଜନାର ଲାଭ ଯୋଗାଇ ଦିଆଯାଇପାରିବ। ଏ ପର୍ଯ୍ୟନ୍ତ ପ୍ରାୟ 1 କୋଟି 37 ଲକ୍ଷ ଉଦ୍ୟମ ପଞ୍ଜିକରଣ ହୋଇସାରିଛି ବୋଲି ଶ୍ରୀ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ପୁରୁଷୋତ୍ତମପୁର: ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଠାରେ ଅବସ୍ଥିତ ତାରାତାରିଣୀ ମହାବିଦ୍ୟାଳୟରେ ଆଜି ଅଧ୍ୟାପକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଅଧ୍ୟକ୍ଷ ଡ଼ଃ ସିମାଞ୍ଚଳ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ ଓ ଇତିହାସ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଗାୟତ୍ରୀ ଦାସ ମଞ୍ଚାସିନ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଆଜିର ବୈଠକରେ ଅଭିଭାବକ ମାନେ ମହାବିଦ୍ୟାଳୟର ପ୍ରଶାସନ କୁ ସହଯୋଗ କରିବା ସହିତ ସଚେତନତା ର ଆବଶ୍ୟକ ବୋଲି ଅଧ୍ୟକ୍ଷ ଓ ଅଧ୍ୟାପକ ଗଣ ବକ୍ତବ୍ୟ ଜରିଆରେ ବୁଝାଇଥିଲେ।କାରଣ ଗତ ୨୦୧୭ ମସିହା ଠାରୁ ରାଜ୍ୟ ସରକାର ମୋ ସ୍କୁଲ୍ ଅଭିଯାନ ନିୟମ ଅନୁଯାୟୀ ଛାତ୍ର ବ୍ରୁତି ପ୍ରଦାନ କରିଛନ୍ତି ଓ ଆମ ବିଦ୍ୟାଳୟ ର ଅଳ୍ପ ଛାତ୍ର ଏହାର ସୁବିଧା ପାଇଥିଲା ବେଳେ ସଚେତନତା ଅଭାବ ରୁ ବହୁତ ଛାତ୍ର ବଞ୍ଚିତ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଗୁଣାତ୍ମକ ଶିକ୍ଷା ନିମନ୍ତେ ଏକ ଅଭିଭାବକ – ଶିକ୍ଷକ ବୈଠକ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଅକ୍ଷୟ କୁମାର ମହାପାତ୍ର, ଡକ୍ଟର ଜୟନ୍ତୀ ସାମଲ, ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପକ ପତିତପାବନ ପଣ୍ଡା, ଅଧ୍ୟାପକ ମୃଡ଼ାନୀ ଶଙ୍କର ପ୍ରସାଦ ମିଶ୍ର, ବିଜୟ ରାଉତ, ଅଧ୍ୟାପକ ପ୍ରବୀଣ ଜେନା ପ୍ରମୁଖ ମହାବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ପାଇଁ ଅଭିଭାବକ ଓ ଶିକ୍ଷକ ମାନଙ୍କର ମିଳିତ ଉଦ୍ୟମ ଓ ସମନ୍ୱୟ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଉପସ୍ଥିତ ଅଭିଭାବକମାନେ ମଧ୍ୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିମତ ରଖିଥିଲେ। ଏହି ଅବସରରେ ଅନୁଷ୍ଠାନରେ ପ୍ରଶାସନିକ ଶୃଙ୍ଖଳା, ଛାତ୍ର…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ବଗିଚା ବର୍ତ୍ତମାନ ଅମୃତ ଉଦ୍ୟାନ ନାମରେ ପରିଚିତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ମୋଗଲ ଗାର୍ଡେନ ନାମରେ ଜଣାଶୁଣା ଏହି ଉଦ୍ୟାନର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତିଙ୍କ ଉପ ପ୍ରେସ ସଚିବ ନବିକା ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି ଯେ, ସ୍ୱାଧୀନତାର ଅମୃତ ମହୋତ୍ସବର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଭବନ ଉଦ୍ୟାନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅମୃତ ଉଦ୍ୟାନ ଭାବରେ ଏକ ସାଧାରଣ ନାମ ଦେଇଛନ୍ତି। ତେବେ ରାଷ୍ଟ୍ରପତି ଭବନ ୱେବସାଇଟରେ ଉଭୟ ନାମର ଉଲ୍ଲେଖ ଏପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ୱେବସାଇଟ୍ ଅନୁଯାୟୀ, ଅମୃତ ଉଦ୍ୟାନ ବର୍ତ୍ତମାନ ପର୍ଯ୍ୟନ୍ତ ବାର୍ଷିକ ଉତ୍ସବ, ଉଦ୍ୟାନ ଉତ୍ସବ ସମୟରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଉଥିଲେ। ଯାହା ଫେବୃଆରୀ-ମାର୍ଚ୍ଚ ମାସରେ ଅନୁଷ୍ଠିତ ହେଉଥିଲା। କିନ୍ତୁ ବର୍ତ୍ତମାନ ଏହା ସାଧାରଣ ଲୋକଙ୍କ ପାଇଁ ଅଗଷ୍ଟରୁ ମାର୍ଚ୍ଚ ପର୍ଯ୍ୟନ୍ତ ଖୋଲା ରହିବ।

Read More

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ସ୍ଥିତ ମା’ ଅସୁରକୁମାରୀ ଦେବୀଙ୍କ ପୀଠରେ ଚଳିତ ମାସ ୨୬ ତାରିଖ ଶୁକ୍ଳ ପକ୍ଷ ପଞ୍ଚମୀ ଠାରୁ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ମହାଯଜ୍ଞ ଚଳିତ ମାସ ଶୁକ୍ଳ ପକ୍ଷ ନବମୀ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ମା ଅସୁରକୁମାରୀ ଚାରିଟେବଲୁ ଟ୍ରଷ୍ଟ ପକ୍ଷରୁ ମିଳିଥିବା କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମାସ ୨୬ ତାରିଖରେ ଅଙ୍କୁରାପୋଣ, ୨୮ ତାରିଖରେ ଦେବୀ ବରଣ, କଳସ ଯାତ୍ରା, ସୂର୍ଯ୍ୟପୂଜା, ଯଜ୍ଞ ଆରମ୍ଭ, ଭାଗବତ, ସଂକୀର୍ତ୍ତନ, ଠାକୁରାଣୀ ସ୍ନାନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସେହିପରି ୨୯ ତାରିଖରେ ସୂର୍ଯ୍ୟ ପୂଜା, ଅଖଣ୍ଡ ଯଜ୍ଞ ସହିତ ପ୍ରସାଦ ସେବନ ଓ ମନୋରଞ୍ଜନ କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ରହିଛି। ଆସନ୍ତା ୩୦ ତାରିଖରେ ପୂର୍ଣ୍ଣାହୁତିର କାର୍ଯ୍ୟସୂଚୀ ରହିଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆ ଯାଇଛି। କଳସ ଯାତ୍ରାରେ ୬୦…

Read More

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଶନିବାର ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଇଛି। ରୋବୋଟିକ୍ ପ୍ରକ୍ରିୟାରେ ଏଭଳି ଅସ୍ତ୍ରୋପଚାର ଖୁବ୍ ଉନ୍ନତମାନର ହୋଇଥିବା ବେଳେ ଅଧିକ ସଫଳତା ଦେଉଛି ଏବଂ ଭବିଷ୍ୟତରେ ଏହା ଆଣ୍ଠୁ ପ୍ରତ୍ୟାରୋପଣର ପ୍ରକୃଷ୍ଟ ମାଧ୍ୟମ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଭାରତର ପ୍ରତିଷ୍ଠିତ ଆଣ୍ଠୁ ପ୍ରତ୍ୟାରୋପଣ ବିଶେଷଜ୍ଞ ଡାକ୍ତର ଶେଖର ଶ୍ରୀବାସ୍ତବଙ୍କ ତତ୍ୱାବଧାନରେ ସମ୍‌ରେ ଏହି ଅସ୍ତ୍ରୋପଚାର କରାଯାଇଛି। ନୂଆଦିଲ୍ଲୀ ସ୍ଥିତ ସନ୍ଥ ପରମାନନ୍ଦ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ତଥା ମୁଖ୍ୟ ଡାକ୍ତର ଶ୍ରୀବାସ୍ତବ କହିଛନ୍ତି ଯେ କୌଣସି ଅସ୍ତ୍ରୋପଚାରରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରକ୍ରିୟା ସଠିକ୍ ହେବା ଦରକାର ଏବଂ ରୋଗୀ ପାଇଁ ଆରାମଦାୟକ ହେବା ଆବଶ୍ୟକ। ଆଣ୍ଠୁ ପ୍ରତ୍ୟାରୋପଣ ସର୍ଜରୀରେ ସଠିକତା ଓ ଆଣ୍ଠୁ ଚାରିପଟେ ଥିବା ସୂକ୍ଷ୍ମ କୋଷିକାଗୁଡ଼ିକର ଭାରସାମ୍ୟ ରଖିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।…

Read More