ନୂଆଦିଲ୍ଲୀ: ଇରାନର ଇସଲାମ ଦେଶରେ ହିଜାବ ବିରୋଧରେ ହିଂସାତ୍ମକ ବିରୋଧ ଜାରି ରହିଛି। ବିକ୍ଷୋଭକାରୀଙ୍କ ସ୍ୱରକୁ ଦମନ କରିବା ପାଇଁ ସରକାର ବଳ ପ୍ରୟୋଗରେ ନିୟୋଜିତ ଅଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇରାନର ପୋଲିସ ବହୁ ସଂଖ୍ୟାରେ ବିକ୍ଷୋଭକାରୀଙ୍କୁ ଗିରଫ କରି ଜେଲରେ ରଖିଛି। ତଥାପି, ଏହା ପରେ ମଧ୍ୟ ଲୋକଙ୍କ କ୍ରୋଧ କମିନାହିଁ। ଶେଷରେ ସରକାର ବିକ୍ଷୋଭକାରୀଙ୍କ ଆଗରେ ମୁଣ୍ଡ ନୂଆଇଁଥିବା ଜଣାପଡିଛି। ପ୍ରାୟ ଦୁଇମାସ ଧରି ହିଂସାତ୍ମକ ବିରୋଧ ମଧ୍ୟରେ ହିଜାବକୁ ବାଧ୍ୟତାମୂଳକ କରୁଥିବା ଏକ ଦଶନ୍ଧି ପୁରୁଣା ଆଇନର ସମୀକ୍ଷା କରିବାକୁ ଇରାନ ସରକାର ସୂଚିତ କରିଛନ୍ତି। ଏହି ନିୟମ ଅନୁଯାୟୀ, ଇରାନର ମହିଳାମାନଙ୍କୁ ମୁଣ୍ଡ ଘୋଡାଇବାକୁ ପଡିବ। ଏହି ନିୟମ ଅନୁଯାୟୀ, ୨୨ ବର୍ଷୀୟ ମହସା ଆମିନୀଙ୍କୁ ଗିରଫ କରାଯାଇଥିଲା। ସେପ୍ଟେମ୍ବର ୧୬ ତାରିଖରେ ମହସା ପୋଲିସ ହେପାଜତରେ ମୃତ୍ୟୁ ବରଣ କରିଥିଲେ। ଖବର ଅନୁଯାୟୀ, ପୋଲିସ ହେପାଜତରେ ତାଙ୍କୁ ବହୁତ ନିର୍ଯାତନା ଦିଆଯାଇଥିଲା।
Author: Samikhsya Bureau
ଭୁବନେଶ୍ବର: ଅନୁପମା ମୁଭିଜ୍ ଦ୍ୱାରା ପ୍ରସ୍ତୁତ, ବିଭୁତି ଜେନା ନିବେଦିତ, ମୋହନ କୁମାରଙ୍କ ଦ୍ୱାରା ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଶମ୍ଭୁ” ର ଶୁଭ ମହୁରତ ଭୁବନେଶ୍ୱରର ଏକ ତାରକା ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି। ଚଳଚ୍ଚିତ୍ର “ଶମ୍ଭୁ” ର କାହାଣୀ ଅନୁପମା ଜେନା ଲେଖିଥିବା ବେଳେ ସଂଳାପ ଲେଖିଛନ୍ତି ଡକ୍ଟର ରଜନୀ ରଞ୍ଜନ, ସଂଗୀତ ନିର୍ଦ୍ଦେଶନା ଦୀପକ କୁମାର ଦେଇଥିବା ବେଳେ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନାର ଭାର ଏସ. ଦିଲ୍ଲୀପ ପଣ୍ଡା କାନ୍ଧେଇଛନ୍ତି। ନବାଗତ ନାୟକ ଶୁଭମ ମୁଖ୍ୟ ନାୟକ ଚରିତ୍ରରେ ଅଭିନୟ କରିଥିବା ବେଳେ ଚୁଲବୁଲି ନାୟିକା ତମନ୍ନା ମୁଖ୍ୟ ନାୟିକା ଭୂମିକାରେ ନଜର ଆସିବେ। ତାଙ୍କ ସହିତ ସହଯୋଗୀ କଳାକାର ଭାବେ ବହୁତ ପରିଚିତ କଳାକାର ଯଥା: ଜୀବନ ପଣ୍ଡା, ହରିହର ମହାପାତ୍ର, ବାବୁ ପ୍ରଧାନ, ଚିନ୍ତାମଣି ବିଶ୍ୱାଳ, କେକେ, ଡିସ୍କୋ ରେଡ୍ଡୀ, ବ୍ଲାକରବିଙ୍କ ସହିତ ଶିଶୁ କଳାକାର ଭାବେ ବିନପ୍ସା ଜେନା ପ୍ରମୁଖ ଅଭିନୟ କରିଛନ୍ତି।…
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ବିଜେଡିରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଆଜି ପୁଣିଥରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ମହିଳା କର୍ମୀ ସମ୍ମିଳନୀ କରିଛନ୍ତି। ଯେଉଁଥିରେ ହଜାର ହଜାର ମହିଳା କର୍ମୀ ଯୋଗ ଦେଇଛନ୍ତି। ବିଗତ ୧୦ ଦିନ ମଧ୍ୟରେ ଚିଲିକା ନିର୍ବାଚନମଣ୍ଡଳୀରେ ତିନି ଗୋଟି କର୍ମୀ ସମ୍ମିଳନୀ କରି ବିରୋଧୀ ଗୋଷ୍ଠୀଙ୍କୁ ରଘୁନାଥ କଡା ଜବାବ ଦେଉଛନ୍ତି। ଗତ ମାସ ୨୩ ତାରିଖରେ ବାଣପୁର ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ, ୩୦ ତାରିଖରେ ଚିଲିକା ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ ଏବଂ ଆଜି ପୁଣି ବାଣପୁର ବ୍ଲକ ବିଜେଡି ବିଶାଳ ମହିଳା ସମାବେଶର ଆୟୋଜନ ରାମପୁର ରୋଡସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରଘୁନାଥ ସାହୁ କରିଛନ୍ତି। ଆଜିର ମହିଳା ସମାବେଶରେ ୨ ହଜାରରୁ ଉର୍ଦ୍ଧ୍ଵ ମହିଳା ଯୋଗଦେଇଥିବାର ଦେଖିବାକୁ ମିଳିଛି। ଲଗାତାର ପୃଥକ ପୃଥକ ବ୍ଲକ ୱାରୀ ପୁରୁଷ ଓ ମହିଳା କର୍ମୀ ସମ୍ମିଳନୀ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସ୍ତରରେ ଗତ ପର୍ଶୁରାମ ଜୟନ୍ତୀରେ ଗଠିତ ବ୍ରାହ୍ମଣ ସମାଜ କଳାହାଣ୍ଡିର ପ୍ପ୍ରାୟୋଜନରେ ଜୁନାଗଡ ବଜାର ପଡିଆ ନିକଟସ୍ଥ ପୋଡା ମହାଦେବ ମନ୍ଦିର ପରିସରରେ ଜୁନାଗଡ ବ୍ଲକ ଓ ଏନ ଏ ସି ସ୍ତରୀୟ କମିଟି ଗଠିତ ହୋଇଯାଇଛି। ଏହା ପୂର୍ବରୁ ଗତ ୩ ତାରିଖ ସନ୍ଧ୍ୟାରେ ସେହି ମନ୍ଦିର ପରିସରରେ ହିଁ ଏକ ନିର୍ଦ୍ଧିଷ୍ଠ ବ୍ରାହ୍ମଣ ନେତା ମାନଙ୍କ ସମର୍ଥକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ କାହାକୁ କି ପଦବୀ ଡିଆଯିବ ସେନେଇ ବିଚାର ଆଲୋଚନା କରାଯାଇ ତଦନୁସାରେ ଏକ ଖାତାରେ ଲିପିବଦ୍ଧ କରାଯାଇଥିବାର ଚର୍ଚ୍ଚା ହେଉଛି। ଧର୍ମ ଉପଖଣ୍ଡ ସ୍ତରୀୟ ବ୍ରାହ୍ମଣ ନେତା ମାନଙ୍କ ଜିଲ୍ଲା ସ୍ତରୀୟ ପଦବୀ ର ସୁରକ୍ଷା ପାଇଁ ସେମାନଙ୍କ ସମର୍ଥକ ମାନଙ୍କ ଦ୍ବାରା ଏହି ବୈଠକ ଡକା ଯାଇଥିବା ଏବଂ ସେମାନଙ୍କ ଦ୍ବାରା ପୂର୍ବରୁ କାହାକୁ କେଉ ପଦବୀ ଦିଆଯିବ ତାହା ପୂର୍ବରୁ ସ୍ଥିର…
କଟକ: ଏସଟିଏଫ କୁ ଆଜି ବଡ ସଫଳତା ମିଳିଛି। ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିବା ସହ ଏକ କେଜିରୁ ଉର୍ଦ୍ଧ୍ଵ ଓଜନର ବ୍ରାଉନ ସୁଗାର ଏସଟିଏଫ ଜବତ କରିଛି। ସୂଚନା ମୁତାବକ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ ଗତକାଲି ସନ୍ଧ୍ୟାରେ ବ୍ରାଉନ ସୁଗାରର ବଡ଼ ଧରଣର ଡ଼ିଲ ଚାଲିଥିବାର ଖବର ମିଳିଥିଲା। ତେବେ କଟକ ଜିଲ୍ଲା ପୋଲିସର ସହଯୋଗରେ ଭୁବନେଶ୍ୱର ଏସଟିଏଫ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଘଟଣାସ୍ଥଳରୁ ଦୁଇ ନିଶା ବେପାରି ଯଥା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜୁମେଶ କୁମାର ସାହୁ ଏବଂ କଟକ ଜିଲ୍ଲା ଆଠଗଡ଼ ଥାନା ଅଞ୍ଚଳର ହେମନ୍ତ କୁମାର ପ୍ରଧାନଙ୍କୁ ଏସଟିଏଫ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧ କେଜି ୩୩୫ ଗ୍ରାମ ବ୍ରାଉନ ସୁଗାର, ଗୋଟାଏ କାର ଏବଂ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ଜବତ କରିଛି। ଜବତ ବ୍ରାଉନ…
ଜୀବନ ଶୈଳୀ: ଶୀତ ଋତୁରେ ଥଣ୍ଡା ନହେବା ପାଇଁ କ’ଣ ପଦକ୍ଷେପ ନିଆଯିବା ଦରକାର, ତାହା ଲୋକମାନେ ଜାଣନ୍ତି ନାହିଁ। ଅନେକ ଲୋକ ରୁମ ହିଟରର ସାହାଯ୍ୟ ନିଅନ୍ତି, କେହି କେହି କିଛି ଉତ୍ତାପକାରୀ ସାହାଯ୍ୟରେ କୋଠରୀକୁ ଗରମ ରଖନ୍ତି। ଯଦି ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି, ତେବେ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ହିଟର ଏବଂ ବ୍ଲୋୟର ବ୍ୟବହାର କରିପାରିବେ ନାହିଁ। କାରଣ ଏହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୁଏ। ଅନେକ ଲୋକ ଅଛନ୍ତି, ବିଶେଷକରି ବୃଦ୍ଧ, ଯେଉଁମାନେ ଗ୍ୟାଜେଟ୍ ବିନା କୋଠରୀକୁ ଗରମ ରଖିବା ପାଇଁ ଚୁଲି ବ୍ୟବହାର କରନ୍ତି। ତଥାପି, ବେଳେବେଳେ କୋଠରୀରେ ଅଗ୍ନିଖଣ୍ଡକୁ ଦୀର୍ଘ ସମୟ ଧରି ରଖିବା ଦ୍ୱାରା ରାତିରେ ଶୋଇବା ସମୟରେ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଅସ୍ଥିରତା ସୃଷ୍ଟି ହୋଇପାରେ। ଗୋଟିଏ ପଟେ ହିଟର ବ୍ଲୋୟର ସାଧାରଣ ଲୋକଙ୍କ ବିଦ୍ୟୁତ୍ ବିଲ୍ ବଢାଉଥିବାବେଳେ ଅନ୍ୟ ପଟେ ଏହାକୁ…
ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜର ମତଦାନ କରିଛନ୍ତି। ଦିଲ୍ଲୀ ମ୍ୟୁନିସପାଲ କର୍ରପୋରେସନ ପାଇଁ ଆଜି ଚାଲିଥିବା ମତଦାନରେ ସେ ଭାଗ ନେଇଛନ୍ତି। ସେ ମତଦାନ ପରେ ସବୁ ଭୋଟରଙ୍କୁ ଏହି ପକ୍ରିୟାରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ଭଲ ଦଳକୁ ଭୋଟ ଦିଅନ୍ତୁ, ଯିଏ ଦୁର୍ନିତି ମୁକ୍ତ ସରକାର କରିପାରିବ ସେହିପରି ଦଳକୁ ଭୋଟ ଦିଅନ୍ତୁ ବୋଲି କହିଛନ୍ତି। ଆଜି ସକାଳ ଆଠଟାରୁ ଏମସିଡି ବା ମ୍ୟୁନିସପାଲ କର୍ରପୋରେସନ ଅଫ ଦିଲ୍ଲୀର ନିର୍ବାଚନ ଆରମ୍ଭ ହୋଇଛି। ଏଥିରେ ଏମସିଡିର ମୋଟ 250 ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନରେ ଦିଲ୍ଲୀର ପ୍ରାୟ ଦେଢ କୋଟି ଭୋଟର ସାମିଲ ହେବେ। ସେଥିପାଇଁ ଦିଲ୍ଲୀରେ 13 ହଜାର ପୁଲିଂ ବୁଥ କରାଯାଇଛି।
ହମିରପୁର: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରୁ ବାହାରିଥିବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେରେ ଦୁଇଟି କାର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କ ସମେତ ଚାରି ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ସିଏଚସି ରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ରାଠ କୋତୱାଲି ଅଞ୍ଚଳର ଜାଖେଡି ଗ୍ରାମ ନିକଟ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେରେ ହୋଇଛି। ସୂଚନାନୁସାରେ, ହମିରପୁର ଜିଲ୍ଲାର ରଠା କୋତୱାଲୀ ଅଞ୍ଚଳର ଜାକେଡି ଗ୍ରାମ ନିକଟରୁ ବାହାରିଥିବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେରେ ଫତେହପୁର ଜିଲ୍ଲାର ବାସିନ୍ଦା ଆଶିଷ ସିଂ ଅଞ୍ଜୁ, ସତ୍ୟ ଏବଂ ଦୀପକ ଶର୍ମା ମଧ୍ୟପ୍ରଦେଶର ଦତିୟାସ୍ଥିତ ମା ପିତାମ୍ବରା ଦର୍ଶନ କରିବା ପରେ ଘରକୁ ଫେରୁଥିଲେ। ସେହିସମୟରେ କୋତୱାଲୀ ଅଞ୍ଚଳର ଜାଖେଡି ଗ୍ରାମ ନିକଟ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେରେ ଆଗରୁ ଆସୁଥିବା ଦ୍ରୁତ ଗତିରେ କାର ସହିତ ତାଙ୍କ କାରର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଫତେହପୁର ବାସିନ୍ଦା ଆଶିଷ କୁମାର ଏବଂ…
ନୂଆଦିଲ୍ଲୀ: ଭାରତୀୟ ରେଳ ଆଜି ପ୍ରାୟ ୨୫୦ ଟ୍ରେନ୍ ବାତିଲ କରିଛି, ଯେଉଁଥିରେ ୨୧୭ ଟ୍ରେନ୍ ସଂପୂର୍ଣ୍ଣ ବାତିଲ ହୋଇଛି ଏବଂ ୩୨ ଟି ଆଂଶିକ ବାତିଲ ହୋଇଛି। ଏହା ବ୍ୟତୀତ ୨୦ ଟି ଟ୍ରେନ୍ ପୁନଃ ନିର୍ଦ୍ଧାରିତ ହୋଇଛି ଏବଂ ୧୭ ଟି ଟ୍ରେନ୍ ଚଳାଚଳ କରାଯାଇଛି। ଯଦି ଆପଣ ମଧ୍ୟ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ନିଶ୍ଚିତ ଭାବରେ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଥଣ୍ଡା, କୁହୁଡି, ମରାମତି କାର୍ଯ୍ୟ ଯୋଗୁଁ ରେଳବାଇ ଏହି ଟ୍ରେନ୍ ଗୁଡିକୁ ବାତିଲ କରିଦେଇଛି। ରେଳବାଇ ଦେଇଥିବା ସୂଚନା ଅନୁଯାୟୀ ନୂଆଦିଲ୍ଲୀ, ବିହାର, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ମୁମ୍ବାଇ ଅଭିମୁଖେ ଯାଉଥିବା ଟ୍ରେନଗୁଡିକ ବାତିଲ କରାଯାଇଛି। ଯଦି ଆପଣ ଆପଣଙ୍କର ଟ୍ରେନର ସ୍ଥିତି ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ enquiry.indianrail.gov.in/mntes/ ୱେବସାଇଟ୍ ପରିଦର୍ଶନ କରି ଯାଞ୍ଚ କରିପାରିବେ।
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଗତକାଲି ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ (ଡ଼ିଆଇପିଆରଓ) ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ। ବିଦାୟୀ ଡ଼ିଆଇପିଆରଓ ଜିତେନ୍ଦ୍ରିୟ ଜେନାଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ବହୁ ସାମ୍ବାଦିକ ମାନେ ଶ୍ରୀମତୀ ଆଚାର୍ଯ୍ୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଶ୍ରମତି ଆଚାର୍ଯ୍ୟ ଏହା ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଡ଼ିଆଇପିଆରଓ ଭାବେ କାର୍ଯ୍ୟରତ ଥିଲେ। ରାଜ୍ୟ ରାଜଧାନୀ ଉକ୍ତ ଜିଲ୍ଲା ଅଧୀନରେ ଆସୁଥିବା ବେଳେ ଖୋର୍ଦ୍ଧା ଏକ ଐତିହ୍ୟ ଜିଲ୍ଲା ଭାବେ ରାଜ୍ୟରେ ପରିଗଣିତ। ତେଣୁ ଏପରି ଏକ ଜିଲ୍ଲାରେ କାର୍ଯ୍ୟକରିବା ନିଶ୍ଚିତ ଗର୍ବର ବିଷୟ ବୋଲି କହିଛନ୍ତି ଶ୍ରୀମତୀ ଆଚାର୍ଯ୍ୟ। ଅନୁରୂପ ଭାବେ ଜିଲ୍ଲାର ବିଭିନ୍ନ ସମସ୍ୟା ଯାହାକି ଗଣମାଧ୍ୟମରେ ପ୍ରକାଶିତ ହେଉଛି ତାହାକୁ କିପରି ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇ ତ୍ୱରିତ ସମାଧାନ କରାଯାଇପାରିବ ସେ ଦିଗରେ ବିଶେଷ ଧ୍ୟାନ ଦେବେ ବୋଲି ଶ୍ରୀମତୀ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ବିସ୍କୁଟ୍ ଖାଇବାର ଲୋଭ ଦେଖାଇ ୬ ବର୍ଷର ଶିଶୁ ପୁତ୍ରକୁ ୧୬ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ୬ ବର୍ଷର ଶିଶୁ ପୁତ୍ର ଗୁରୁତର ହୋଇପଡିଛି। ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅଞ୍ଚଳରେ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି। ଅଭିଯୋଗ ମୁତାବକ ଗତକାଲି ଅପରାହ୍ନରେ ଟାଙ୍ଗୀ ଥାନା ଅଞ୍ଚଳର ଜଣେ ୬ ବର୍ଷର ଶିଶୁ ପୁତ୍ରକୁ ବିସ୍କୁଟ୍ ଲୋଭ ଦେଖାଇ ଜଣେ ୧୭ ବର୍ଷର ନାବାଳକ ତାଙ୍କ ଘରକୁ ଡାକି ନେଇଥିଲେ। ବିସ୍କୁଟ୍ ଖାଇବାକୁ ଦେବା ପରେ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖାଇ ନାବାଳକ ଜଣକ ଶିଶୁ ପୁତ୍ରକୁ ଦୁଷ୍କର୍ମ କରିଥିଲେ। ଫଳରେ ଯନ୍ତ୍ରଣାରେ ଛଟ ପଟ ହେବା ସହ ଚିତ୍କାର କରିବାରୁ ନାବାଳକ ଜଣଙ୍କ ଭୟରେ ଛାଡି ଦେଇପଳାଇଯାଇଥିଲା। ଶିଶୁ ପୁତ୍ରର ମଳ ଦ୍ୱାରରୁ ରକ୍ତସ୍ରାବ ପରେ ଘର ଲୋକେ ଘଟଣା ସଂପର୍କରେ ପଚାରିଥିଲେ। ଶିଶୁ ପୁତ୍ରକୁ ଗୁରୁତର…
ସ୍ୱାସ୍ଥ୍ୟ ଟିପ୍ସ: କିଛି ପନିପରିବା ଅଛି ଯାହା କେବଳ ଥଣ୍ଡା ସମୟରେ ଖାଇବାକୁ ଭଲଲାଗେ, ଯେପରିକି ପାଳଙ୍ଗ, ମୂଳା, ଗାଜର, ମଟର ଇତ୍ୟାଦି । କିନ୍ତୁ ଏହା ମଧ୍ୟରୁ ମୂଳା ଏପରି ଏକ ପନିପରିବା ଯାହା ଶୀତଦିନେ ପରାଠା, ଆଚାର ଏବଂ ସାଲାଡ ତିଆରିରେ ବ୍ୟବହୃତ ହୁଏ। କିନ୍ତୁ ଆପଣ ଜାଣନ୍ତି କି ଏହା କିଛି ଜିନିଷ ସହିତ ଖାଆନ୍ତି ନାହିଁ, ନଚେତ୍ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ ଯାହା ସହିତ ଆପଣ ମୂଳା ଖାଇବା ଠାରୁ ଦୂରେଇ ରହିବା ଉଚିତ୍। ମୂଳା ସହିତ କଣ ଖାଇବା ଉଚିତ୍ ନୁହେଁ: – ମୂଳ ସହିତ କଦାପି କଲରା ଖାଆନ୍ତୁ ନାହିଁ। ଏହି ଦୁଇଟିରେ ମିଳୁଥିବା ଉପାଦାନଗୁଡ଼ିକ ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ। ଏହା ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ। – କାକୁଡି ଏବଂ ମୂଳା ମଧ୍ୟ ଏକାଠି ଖାଇବା…
ଭୁବନେଶ୍ୱର: ଭୁବନେଶ୍ୱର ଠାରେ ‘ବାୟୁ : ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ଉପରେ ଏକ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଶନିବାର ଦିନ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ପଞ୍ଚ ମହାଭୂତ ବା ସୃଷ୍ଟିର ପାଞ୍ଚଟି ମହତ୍ୱପୂର୍ଣ୍ଣ ଉପାଦାନ ସମ୍ପର୍କରେ ରହି ଆସିଥିବା ଭାରତୀୟ ବିଚାରକୁ ପ୍ରଚାରପ୍ରସାର କରିବା ଉଦ୍ଦେଶ୍ୟରେ ବିଭିନ୍ନ ସମ୍ମିଳନୀ ଶୃଙ୍ଖଳା ଆୟୋଜନ କରାଯାଉଛି। ‘ବାୟୁ : ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ ଏହି ଶୃଙ୍ଖଳାର ଏକ ଅଂଶବିଶେଷ। ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି ମାନନୀୟ ରାଜ୍ୟପାଳ କହିଥିଲେ ଯେ, ଦେଶ ଓ ସାମଗ୍ରିକ ଭାବେ ବିଶ୍ୱ ପ୍ରତି କୃତଜ୍ଞତା ଜଣାଇବା ଲାଗି ଆଜାଦୀ କା ଅମୃତ ମହୋତ୍ସବ ଏକ ସୁଯୋଗ…
ଭୁବନେଶ୍ବର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ଭୁବନେଶ୍ୱର ଠାରେ ଆର୍ଗସ ଓଡ଼ିଶା ସ୍ୱାସ୍ଥ୍ୟ ସଂଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ରାଜ୍ୟର ଜନସାଧାରଣଙ୍କ ଅଧିକ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ତ୍ୱରାନ୍ୱିତ ହେଲେ ଓଡ଼ିଶାର ଯେକୌଣସି ବ୍ୟକ୍ତି ଦେଶର ଯେକୌଣସି ସ୍ଥାନରେ ସ୍ୱାସ୍ଥ୍ୟ ସେବା ସୁବିଧା ପାଇପାରିବ । ମାତ୍ର ଦୁର୍ଭାଗ୍ୟବଶତଃ ଏହି ଯୋଜନା ଏଠାରେ ତ୍ୱରାନ୍ୱିତ ହେଉନାହିଁ । ରାଜ୍ୟ ସରକାର ଏ ବିଷୟ ଚିନ୍ତା କରି ତୁରନ୍ତ ଏହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ଉଚିତ ବୋଲି ଡ ପାୱାର କାର୍ଯ୍ୟକ୍ରମ ଅବସରରେ ଏହା ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଛଅ ହଜାରରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର କାର୍ଯ୍ୟକ୍ଷମ…
ମେଷ ରାଶି: କର୍ମକ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ଏବଂ ବିଶ୍ୱାସ ପାଇବେ। ପାରିବାରିକ ବ୍ୟସ୍ତତା ରହିବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେତୁ ଟେନସନ ହେବେ। ଆଶା କରାଯାଉଥିବା କାର୍ଯ୍ୟରେ ବିଳମ୍ବ ହେବ। ବୁଦ୍ଧିମାନ ଭାବରେ କାର୍ଯ୍ୟ କରନ୍ତୁ। ପରିବାର ସହିତ ସ୍ଥାନୀୟ ଧର୍ମସ୍ଥାନକୁ ଯାତ୍ରା କରିବେ। ସାଥୀ ସହିତ ମତଭେଦ ଦୂର ହେବ। ବୃଷ ରାଶି: ଲାଭ ପାଇଁ ସୁଯୋଗ ମିଳିବ। ଶତ୍ରୁ ଭୟଭୀତ ହେବେ। ଗ୍ରାହକ ବ୍ୟବସାୟରେ ଭଲ ହେବେ। କାର୍ଯ୍ୟ ଆଚରଣ, ସଚ୍ଚୋଟତା କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କଠିନ ପରିଶ୍ରମ କରିବା ଲାଭଦାୟକ ହେବ। ଚିନ୍ତା ରହିବ। ଶତ୍ରୁମାନେ ପରାସ୍ତ ହେବେ। ବ୍ୟବସାୟ ଯାତ୍ରା ସଫଳ ହେବ। ମିଥୁନ ରାଶି: ସମ୍ମାନ ପାଇବେ। ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ମହିଳାମାନେ କଷ୍ଟ ପାଇପାରନ୍ତି। ବିବାଦ ଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ସଫଳତା, ଶତ୍ରୁମାନେ ପରାସ୍ତ ହେବେ। କାର୍ଯ୍ୟ ଚତୁରତାର ସହିତ କରନ୍ତୁ। ପେଟ ରୋଗରେ…
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ବ୍ରାଉନ ସୁଗାର କାରବାର ପାଇଁ ଗାଡ଼ିରେ ଯାଉଥିବା ବେଳେ ମାଡି ବସିଛି ପୋଲିସ ଓ ଜଣେ ଦମ୍ପତିଙ୍କୁ ଗିରଫ କରିଛି। ସୂଚନା ମୁତାବକ ଆଜି ପୂର୍ବାହ୍ନରେ ବରୁଣେଇ ରୋଡ ସାଇଡ କେଟି ଗ୍ଲୋବାଲ ସ୍କୁଲ ନିକଟରେ ଏକ ବଡ଼ ଧରଣର ବ୍ରାଉନ ସୁଗାର ଡ଼ିଲ ହେଉଥିବାର ପୋଲିସକୁ ଖବର ମିଳିଥିଲା। ଏହାପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଓ ଟାଉନ ଥାନା ଆଇଆଇସି ତାରିକ ଅହମ୍ମଦଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଟାଉନ ଥାନା ଅଞ୍ଚଳର ଦମ୍ପତି ବୃନ୍ଦାବନ ପ୍ରଧାନ ଓ ରୁପା ପ୍ରଧାନ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ସହଯୋଗୀ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଅଭିଯୁକ୍ତ ଦମ୍ପତିଙ୍କ ନିକଟରୁ ପୋଲିସ ୫୧ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ୫ଟି ସଚିବଙ୍କ ଗସ୍ତପରେ ଭବିଷ୍ୟତରେ ଉନ୍ନୟନ କାମକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଆଜି ଏକ ନିନ୍ଦନୀୟ ଘଟଣା ଘଟିଛି। ଯାହାକୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମନ୍ଦିର ପରିସରରୁ ଜଣେ ଭକ୍ତଙ୍କ ଏକ ମୋବାଇଲ ଚୋରି ହୋଇଯାଇଥିବାର ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲା କୋଦଳା ଅଂଚଳର ହିମାଂଶୁ କୁମାର ରଥ ପତ୍ନୀଙ୍କ ସହ ଆଜି ଅପରାହ୍ନରେ ମା’ ଭଗବତୀ ମନ୍ଦିର ଦର୍ଶନ ନିମନ୍ତେ ଆସିଥିଲେ। ହାତଗୋଡ଼ ଧୋଇ ମା’ ଙ୍କୁ ଦର୍ଶନ କରିବାକୁ ଯିବାବେଳେ ଭୁଲ ବଶତଃ ହିମାଂଶୁଙ୍କ ପତ୍ନୀ ନିଜର ମୋବାଇଲଟିକୁ ମନ୍ଦିର ବେଢାରେ ଛାଡି ଦେଇଥିଲେ। ପରବର୍ତ୍ତୀ ସମୟରେ ମନ୍ଦିର ଭିତର ସବୁଆଡେ ଖୋଜାଖୋଜି ପରେ ମଧ୍ୟ ମୋବାଇଲ ନ ପାଇବାରୁ ବାଣପୁର ଥାନାରେ ସେମାନେ ଅଭିଯୋଗ କରିଥିଲେ। ତେବେ ଉକ୍ତ ଘଟଣାକୁ ଗୁରୁତର ସହ…
ଭୁବନେଶ୍ବର: ଆଜି ଅପରାହ୍ନରେ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ହେଲେ ପ୍ରଚାର ଶେଷ ହେବା ପରେ ବିଜେପି ପ୍ରାର୍ଥୀ ପ୍ରଚାର କରିଛନ୍ତି। ଏହା ନିର୍ବାଚନ ଅଚରଣ ବିଧି ଉଲ୍ଲଘଂନ ବୋଲି ଏକ ଅଭିଯୋଗ ଆଣିଛି ବିଜେଡି। ଆଜି ରାତିରେ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ବିଜେପି ପ୍ରାର୍ଥ ପ୍ରଦୀପ ପୁରୋହିତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ଦାବୀ କରିଛି। ସେହିପରି ସେ ପ୍ରଚାର କରୁଥିବା ବେଳେ ନନ୍ଦିଘୋଷ ଟିଭିର ସାମ୍ବାଦିକ ତାଙ୍କୁ କିପରି ପ୍ରଚାର କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାପରେ ସେଠାରେ ଥିବା ବିଜେପି କର୍ମି ନନ୍ଦିଘୋଷ ଟିଭି ସାମ୍ବାଦିକ ଏବଂ କ୍ୟାମେରମ୍ୟାନଙ୍କୁ ମାଡ ମାରିଛନ୍ତି ବୋଲି ଅଭିଯୋଗ କରାଯାଇଛି। ଏହା ବିରୋଧରେ ନିର୍ବାଚନ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ଦାବୀ କରିଛନ୍ତି।
ଭୁବନେଶ୍ବର: ଆଜି କଟକ ଭୁବନେଶ୍ବର କମିଶନେରଟ ପୋଲିସ ଭିତରେ ଏକ ବଡ ଧରଣର ଅଦଳବଦଳ ହୋଇଛି। ଏଥିରେ କୋଡିଏ ଜଣ ଅଧିକାରୀଙ୍କ ମଧ୍ୟରେ ଏହି ଅଦଳବଦଳ ହୋଇଛି। ଯେଉଁମାନେ ବଦଳି ହୋଇଛନ୍ତି ସେମାନେ ହେଲେ ଏହି ଅଦଳବଦଳରେ ପୋଲିସ ଆଇଆଇସି ସହିତ ଏସିପି ମଧ୍ୟ ରହିଛନ୍ତି। ଏହିମାନଙ୍କ ମଧ୍ୟରୁ ଅନେକ ଦୀର୍ଘ ଦିନ ଧରି କମିଶନରେଟ ପୋଲିସରେ କାର୍ଯ୍ୟ କରୁଥିଲେ। ଯେଉଁ ଅଧିକାରୀଙ୍କୁ ବଦଳି କରାଯାଇଛି ସେମାନଙ୍କୁ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବରଗଡ: ପଦମପୁର ଉପନିର୍ବାଚନରେ ବର୍ତ୍ତମାନ ଚାଲିଛି ମାଟିର ଲଢେଇ। ପ୍ରକୃତରେ କିଏ ସେ ପଦମପୁରର ମାଟି ତାହାକୁ ନେଇ ବିଜେଡି ବିଜେପି ମଧ୍ୟରେ ଚାଲିଛି ଖଣ୍ଡ ଯୁଦ୍ଧ। ତେବେ ଏହାକୁ ଆହୁରି ତେଜି ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ସେ ପଦମପୁର ଉପନିର୍ବାଚନରେ ବର୍ଷା ସହିତ ନିଜକୁ ତୁଳନା କରିଥିଲେ। ଅପରାଜିତା ଏକ ପ୍ରଚାର ସଭାରେ କହିଥିଲେ ଯେ, ଝିଅଟିଏ ବାହା ହେବା ପରେ ସେ ଶାଶୁ ଘରର ହୋଇଥାଏ। ତାହାର ବାପଘର ପଛରେ ରହିଯାଏ। ଯେପରି ମୋର ବିହାରରେ ବାପଘର ହୋଇଥିବା ବେଳେ ଓଡିଶା ହେଉଛି ଶାଶୁଘର। ବର୍ତ୍ତମାନ ଓଡିଶା ମୋର କର୍ମଭୂମି।ସେହିପରି ବର୍ଷାଙ୍କର ବାପଘର ଅପେକ୍ଷା ଶାଶୁଘର ତାଙ୍କ ପାଇଁ ଗୁରୁତ୍ବ।
ଭୁବନେଶ୍ବର: ସରିଲା ପଦମପୁର ଉପନିର୍ବାଚନର ପ୍ରଚାର। ହେଲେ ଏହି ନିର୍ବାଚନ ଓଡିଶା ରାଜନୈତିକ ଇତିହାସରେ ରଚନା କଲା ବହୁ ନୂଆ ଇତିହାସ, ନୂଆ ଦୃଷ୍ଟାନ୍ତ। ଯାହା କେବେ କୌଣସି ଉପନିର୍ବାଚନରେ ଏପରି ଘଟି ନ ଥିଲା। ଏହି ଉପନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ଯେପରି ଟକ୍କରା ଟକ୍କରି ହେଲେ ତାହା କେବେ ଦେଖାଯାଇ ନ ଥିଲା। ଗତ ବିଧାନସଭା ନିର୍ବାଚନ ପରେ ପ୍ରାୟ ଛଅଟି ଉପନିର୍ବାଚନ ହୋଇଯାଇଛି। ହେଲେ ସେଥିରେ ଏପରି କିଛି ନାଟକବାଜୀ ଦେଖିବାକୁ ମିଳି ନ ଥିଲା ଯାହା ପଦ୍ମପୁରରେ ଘଟିଲା। ମୁଖ୍ୟତଃ ନିକଟରେ ଧାମନଗର ଉପନିର୍ବାଚନରେ ବିଜେପି ଜିତିବା ପରେ ତାଙ୍କର ଆଶା ଆହୁରି ବଢିଗଲା। ଯାହାର ଘୋ ଘା ଏହି ପଦମପୁର ଉପନିର୍ବାଚନରେ ପ୍ରତିଫଳିତ ହେଲା। ଏହି ଉପନିର୍ବାଚନ ପୂର୍ବରୁ ଦୁଇଟି ପ୍ରସଂଗ ନେଇ ସାରା ଓଡିଶା ପଡିଲା ଉଠିଲା। ତାହା ହେଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପଦମପୁରକୁ ରେଳ ସଂଯୋଗ।…

