ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଟ୍ରୁ-୫ଜି ନେଟ୍ୱର୍କକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି। ଗୁଜରାଟର ୩୩ ଜିଲ୍ଲା ମୁଖ୍ୟ କର୍ଯ୍ୟାଳୟରେ ଜିଓ ପକ୍ଷରୁ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏହା ଦ୍ୱାରା ଗୁଜରାଟ ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି ଯେଉଁଠାରେ ୧୦୦% ଜିଲ୍ଲା ମୁଖ୍ୟାଳୟରେ ଜିଓ ଟ୍ରୁ-୫ଜି କଭରେଜ୍ ମିଳିବ। ରିଲାଏନ୍ସର ଜନ୍ମଭୂମି ହୋଇଥିବାରୁ କଂପାନି ପାଇଁ ଗୁଜରାଟ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନରେ ରହିଛି। ସେଠାରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ଗୁଜରାଟ ଏବଂ ଏହାର ବାସିନ୍ଦାଙ୍କ ପ୍ରତି ଏକ ସମର୍ପଣ ସଦୃଶ। ଏକ ମଡେଲ୍ ରାଜ୍ୟ ଭାବେ ଜିଓ ପକ୍ଷରୁ ଗୁଜରାଟରେ ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ଶିଳ୍ପ ୪.୦ ଏବଂ ଆଇଓଟି ଆଦି କ୍ଷେତ୍ରରେ ଟ୍ରୁ-୫ଜି ପାୱାରଡ୍ ଅଭିଯାନର ଶୁଭାରମ୍ଭ କରାଯିବ ଓ ଏହା ପରେ ତାହାକୁ ସାରା ଦେଶରେ ସମ୍ପ୍ରସାରଣ କରାଯିବ। “ଏଜୁକେସନ ଫର ଅଲ୍’ ନାମକ ଏକ ସ୍ୱତନ୍ତ୍ର ଟ୍ରୁ-୫ଜି ପାୱାରଡ୍ ଅଭିଯାନ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ପ୍ରତିବର୍ଷ ଶୀତ ରୁତୁରେ ହଜାର ହଜାର ମାଇଲ ଅତିକ୍ରମ କରି ଲକ୍ଷ ଲକ୍ଷ ପକ୍ଷୀ ଏସିଆ ମହାଦେଶର ସର୍ବ ବୃହତ ଲବଣାକ୍ତ ହ୍ରଦ ଚିଲିକାକୁ ଆସିଥାନ୍ତି। ବର୍ତ୍ତମାନ ପକ୍ଷୀମାନଙ୍କର ଆସିବା ଆରମ୍ଭ ହୋଇଗଲାଣି। ତେଣୁ ଏହି ଅତିଥି ପକ୍ଷୀମାନଙ୍କୁ ଶିକାର ନକରିବା ପାଇଁ ସାମାଜିକ ଅନୁଷ୍ଠାନ “ପ୍ରେରଣା” ପକ୍ଷରୁ ଜନସଚେତନତା ସୃଷ୍ଟି ଆସନ୍ତା ୨୭ ତାରିଖ ସକାଳ ୮ ଘଟିକାରେ ମାସ୍କେଟ ଉତ୍ସବ ଟାଙ୍ଗୀ ଥାନା ଅଧିନସ୍ଥ ମଙ୍ଗଳାଯୋଡି ଜେଟି ଠାରେ ଅନୁଷ୍ଠିତ ହେବ। ସେହିପରି ୯ ଘଟିକା ସମୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ବାଲୁକା ଶିଳ୍ପୀ ଓ ଚିତ୍ର ଶିଳ୍ପୀ ମାନଙ୍କ ଦ୍ବାରା ସଚେତନତା ଧର୍ମୀ ଚିତ୍ର ଅଙ୍କନ ପ୍ରଦର୍ଶନୀ, ୧୦ ଘଟିକା ସମୟରେ ସଭା ପୁରସ୍କାର ବିତରଣ ଉତ୍ସବ, ୧୦.୩୦ ରେ ବୃକ୍ଷ ରୋପଣ ଓ ୧୧ ଘଟିକା ସମୟରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ପ୍ରେରଣା ଗ୍ରୀନ ଆର୍ମୀର ସଭାପତି ଡକ୍ଟର ଦିଲ୍ଲୀପ…
ନୂଆଦିଲ୍ଲୀ: ଏପ୍ରିଲରୁ ଜୁନ୍, ୨୦୨୨ ଅବଧି ପାଇଁ ବଳକା ଜିଏସଟି କ୍ଷତିପୂରଣ ଆକାରରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ୧୭ ହଜାର କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏହି ଅର୍ଥରାଶି ନଭେମ୍ବର ୨୪, ଗୁରୁବାର ଦିନ ଜାରି କରାଯାଇଛି। ଉପରୋକ୍ତ ପରିମାଣ ସମେତ ବର୍ତ୍ତମାନ ସୁଦ୍ଧା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୧,୧୫,୬୬୨ କୋଟି ଟଙ୍କାର କ୍ଷତିପୂରଣ ଯୋଗାଇ ଦିଆଯାଇଛି। ଜିଏସଟି କ୍ଷତିପୂରଣ ବାବଦରେ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଠାରୁ ୫୨୪ କୋଟି ଟଙ୍କା ମିଳିଛି। ଅକ୍ଟୋବର ୨୦୨୨ ସୁଦ୍ଧା ମୋଟ୍ ୭୨,୧୪୭ କୋଟି ଟଙ୍କାର ସେସ୍ ବା ଉପକର ସଂଗ୍ରହ ହୋଇଥିବା ସତ୍ତ୍ବେ କେନ୍ଦ୍ର ସରକାର ନିଜସ୍ବ ଉତ୍ସରୁ ବଳକା ୪୩,୫୧୫ କୋଟି ଟଙ୍କାର କ୍ଷତିପୂରଣ ରାଶି ରାଜ୍ୟମାନଙ୍କୁ ଯୋଗାଇ ଦେଇଛନ୍ତି। କେନ୍ଦ୍ର ସରକାର ଏହି ଅର୍ଥରାଶି ଜାରି କରିବା ସହିତ ଚଳିତ ଆର୍ଥିକ ବର୍ଷର ମାର୍ଚ୍ଚ ସୁଦ୍ଧା ସଂଗ୍ରହ…
ନୂଆଦିଲ୍ଲୀ: ଲଛିତ ବରଫୁକନଙ୍କ ୪ଠଠ ତମ ଜୟନ୍ତୀର ଏକ ବର୍ଷବ୍ୟାପୀ ଉଦଯାପନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (୨୫-୧୧-୨ଠ୨୨) ନୂଆଦିଲ୍ଲୀ ଠାରେ ଉଦବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ‘ମୋଗଲଙ୍କୁ ପ୍ରତିରୋଧ କରିଥିବା ଆସାମର ବୀର ଲଛିତ ବରଫୁକନଙ୍କ’ ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ କରିଛନ୍ତି। ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ଦେଶର ବୀରମାନଙ୍କୁ ଯଥାର୍ଥ ସମ୍ମାନ ଦେବା ନେଇ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ପରିପ୍ରେକ୍ଷୀରେ ଆଜି ଅହମ ସାମ୍ରାଜ୍ୟର ପ୍ରସିଦ୍ଧ ସେନାପତି ଲଛିତ ବରଫୁକନଙ୍କ ୪ଠଠ ତମ ଜୟନ୍ତୀ ଆଜି ପାଳନ କରାଯାଇଛି। ସେ ମୋଗଲମାନଙ୍କୁ ସଫଳତାର ସହ ମୁକାବିଲା କରି ଔରଙ୍ଗଜେବଙ୍କ ନେତୃତ୍ବାଧୀନ ମୋଗଲମାନଙ୍କୁ ସେମାନଙ୍କ ସମ୍ପ୍ରସାରଣ ଅଭିପ୍ରାୟକୁ ରୋକି ପାରିଥିଲେ। ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବୀର ଲଛିତଙ୍କ ଭଳି ସାହସୀ ପୁଅଙ୍କୁ ଜନ୍ମ ଦେଇଥିବା ଆସାମ ମାଟିକୁ ପ୍ରଥମେ ପ୍ରଣିପାତ କରିଥିଲେ। “ଆମେ ଲଛିତ ବରଫୁକନଙ୍କ ୪ଠଠ ତମ ଜୟନ୍ତୀରେ ତାଙ୍କ ପ୍ରତି ନତମସ୍ତକ ହେବା ସମୟରେ…
ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି ଓଡ଼ିଶା ଗସ୍ତ କରୁଛନ୍ତି। ଏହି ପରିଦର୍ଶନ ସମୟରେ ଶ୍ରୀ ବୈଷ୍ଣବ ଓଡିଶା ନିର୍ମାଣ କନକ୍ଲେଭ-୨୨ ରେ ଯୋଗଦାନ କରିବେ। ଶ୍ରୀ ବୈଷ୍ଣବ ମଧ୍ୟ ପୂର୍ବ ତଟ ରେଳପଥ ମୁଖ୍ୟାଳୟ ରେଳ ସଦାନ, ଚନ୍ଦ୍ରଶେଖରପୁର ଠାରେ ରେଳପଥ ଅଧିକାରୀ ମାନଙ୍କ ସହିତ ଓଡ଼ିଶାରେ ଚାଲୁ ରହିଥିବା ରେଳ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ କଳକଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଉଆସପଦର ଠାରେ ଏକ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ବିବାଦ ଉଗ୍ର ରୂପ ନେଇଛି। ୪ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବା ଏହି ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଆଜି ବିବାଦ ଦେଖିବାକୁ ମିଳିଛି। ସୂଚନା ମୁତାବକ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ପୃଷ୍ଟିଙ୍କ ନାମରେ ଉକ୍ତ ସିସି ରୋଡର କାର୍ଯ୍ୟାଦେଶ ଥିଲା। କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୃଷ୍ଟି ନିଜେ କାର୍ଯ୍ୟ ନକରି ବର୍ତ୍ତମାନର ସରପଞ୍ଚ ଜ୍ୟୋଷ୍ଣା ରାଣୀ ଜେନାଙ୍କୁ କାର୍ଯ୍ୟ କରିବା ପାଇଁ ମୌଖିକ ଭାବେ କହିଥିଲେ। ହେଲେ ପୂର୍ବତନ ସରପଞ୍ଚ ଅସିତ କୁମାର ନାଥ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ଜିଦରେ ଅଟଳ ରହିଛନ୍ତି। ଯାହାଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଏହି ଘଟଣାକୁ ନେଇ କଳକଳେଶ୍ୱର…
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇଗଲାଣି। କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ରାଜ୍ୟରେ ଶୀତ ଲହରୀ ଏବଂ ଗରିବ ଲୋକଙ୍କୁ ଶୀତ ସହାୟତା ଯୋଗାଇବା ସଂପର୍କରେ ଏକ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ଗରିବ ଲୋକ ବିଶେଷ କରି ବରିଷ୍ଠ ନାଗରିକ ମାନଙ୍କୁ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ଡିସେମ୍ବର ପହିଲା ସୁଦ୍ଧା ସବୁ ହିତାଧିକାରୀଙ୍କୁ କମ୍ବଳ କିଣିବା ପାଇଁ ୩୦୦ ଟଙ୍କା ଲେଖାଏ ଶୀତ ସହାୟତା ଭାବରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ମଧୁବାବୁ ପେନ୍ସନ ଯୋଜନା ଓ ଜାତୀୟ ପେନ୍ସନ ଯୋଜନା (NSAP) ଅନ୍ତର୍ଗତ ୪୮ ଲକ୍ଷରୁ…
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ କବକ ସଂକ୍ରମଣ ଓ ନିରାକରଣ ନିମନ୍ତେ ଅତ୍ୟାଧୁନିକ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଉଦଘାଟିତ ହୋଯାଇଛି। କବକ ଚିହ୍ନଟ, ଏନେଇ ହେଉଥିବା ସଂକ୍ରମଣ ଏବଂ ଏହାର ନିରାକରଣ ନେଇ ଆଜି ଏମ୍ସ ଭୁବନେଶ୍ବର ରେ ଆରମ୍ଭ ହୋଇଥିବା ଏପରି ଅନୁସନ୍ଧାନକେନ୍ଦ୍ର ପୂର୍ବ ଭାରତରେ ପ୍ରଥମ। ଏନେଇ ଅଧିକ ଗବେଷଣା ପାଇଁ ଏହା ଏକ ରେଫରାଲ୍ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ବୋଲି ଗବେଷକମାନେ ମତ ରଖିଛନ୍ତି। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସଙ୍କ ଉପସ୍ଥିତିରେ ବିଶ୍ୱପ୍ରସିଦ୍ଧ ମେଡିକାଲ ମାଇକୋଲୋଜିଷ୍ଟ ପ୍ରଫେସର ଅରୁଣାଲୋକ ଚକ୍ରବର୍ତ୍ତୀ ଆଜି ଏମ୍ସର ମାଇକ୍ରୋ ବାୟୋଲୋଜି ବିଭାଗରେ ଆଇସିଏମଆର ଆଡଭାନ୍ସଡ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ରିସର୍ଚ୍ଚ ସେଣ୍ଟର ଉଦଘାଟନ କରିଛନ୍ତି। ଏହି ଅବସରରେ ଏମ୍ସ ଡିନ (ଏକାଡେମିକ୍) ପ୍ରଫେସର ପି ଆର ମହାପାତ୍ର, ମାଇକ୍ରୋ ବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ବୈଜୟନ୍ତୀମାଳା ମିଶ୍ର ଏବଂ ଆଇସିଏମଆର ଵୈଜ୍ଞାନିକ ଡ. ମଧୁଛନ୍ଦା…
ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଏକ ଖୁସି ଖବର ଅଛି। ବାସ୍ତବରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ରେ ପରିବର୍ତ୍ତନ କରାଯାଇପାରେ। କୃଷି ସଚିବ ମନୋଜ ଅହୁଜା ଗୁରୁବାର ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମ ଅନୁଯାୟୀ କୃଷି ସଚିବ ମନୋଜ ଅହୁଜା କହିଛନ୍ତି ଯେ, ସମ୍ପ୍ରତି ଜଳବାୟୁ ସଙ୍କଟ ଏବଂ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ବିକାଶକୁ ଦୃଷ୍ଟିରେ ରଖି ସରକାର କୃଷକଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ଅଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୨ ରେ ମହାରାଷ୍ଟ୍ର, ହରିୟାଣା ଏବଂ ପଞ୍ଜାବରେ ଅତ୍ୟଧିକ ବର୍ଷା ସହିତ ଅତ୍ୟଧିକ ଜଳବାୟୁ ଦେଖାଦେଇଥିବାବେଳେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର ଏବଂ ଝାଡଖଣ୍ଡରେ ଅଭାବୀ ବର୍ଷା ଦେଖାଦେଇଥିଲା, ଯାହା ଫଳରେ ଧାନ, ଡାଲି ଏବଂ ତେଲ ବିହନ ପରି ଫସଲ ନଷ୍ଟ ହୋଇଯାଇଥିଲା। ବର୍ତ୍ତମାନ ଏହିପରି ପାଣିପାଗ ଅନିଶ୍ଚିତତାର ଉଦାହରଣ ମଧ୍ୟ ବୃଦ୍ଧି ପାଇଛି। ଜଳବାୟୁ ବିପର୍ଯ୍ୟୟ ଦ୍ୱାରା କୃଷି ସିଧାସଳଖ ପ୍ରଭାବିତ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ସହିଦ କୃତିବାସ ଭବନ ପରିସରରେ ଆଜି ‘ଏକତା ପରିଷଦ ଟ୍ରଷ୍ଟ’ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ମହିଳା ହିଂସା ବିରୋଧୀ ଦିବସ ପାଳିତ ହୋଇଯାଇଛି। ଏହାସହ ମହିଳା ହିଂସା ବିରୁଦ୍ଧରେ ୧୬ ଦିନିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଉକ୍ତ ଅଭିଯାନ ଆଗାମୀ ୧୦ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ବାଣପୁର ବ୍ଲକର ବିଭିନ୍ନ ଗ୍ରାମରେ ଜାରି ରହିବ। ଆଜି ଉକ୍ତ ମହିଳା ହିଂସା ବିରୋଧୀ ଦିବସରେ ବାଣପୁର ବ୍ଲକର ତିନି ଶହରୁ ଉର୍ଦ୍ଧ୍ଵ କିଶୋରୀ ବାଳିକା ଓ ମା’ ମାନେ ତଥା ଗୋଦାବରୀଶ ମହାବିଦ୍ୟାଳୟ, ଗ୍ରାମୀଣ ମହିଳା ମହାବିଦ୍ୟାଳୟ, ଅଙ୍ଗନବାଡ଼ି କର୍ମୀ, ଅନ୍ୟାନ୍ୟ ସାମାଜିକ ସଂଗଠନ, ସାହିତ୍ୟିକ, ସାମ୍ବାଦିକ ତଥା ଅନ୍ୟାନ୍ୟ ସାମାଜିକକର୍ମୀ ମାନେ ଯୋଗଦେଇଥିଲେ। ବିଶିଷ୍ଟ ମାନବାଧିକାର ଆନ୍ଦୋଳନର ପ୍ରବକ୍ତା ଭାଲ ଚନ୍ଦ୍ର ଷଡଙ୍ଗୀ, ବିଶିଷ୍ଟ ଲେଖିକା ଓ ମହିଳା ଆନ୍ଦୋଳନର ପ୍ରବକ୍ତା ତଥା ବାଣପୁରର ପୂର୍ବତନ ମହିଳା ଓ ଶିଶୁ ସୁରକ୍ଷା ଅଧିକାରୀଣି…
ନୂଆଦିଲ୍ଲୀ: ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ୭ ୱିକେଟ୍ ରେ ନ୍ୟୁଜିଲ୍ୟାଣ୍ଡ ପରାସ୍ତ କରିଛି। ଏହି ମ୍ୟାଚରେ କେନ୍ ୱିଲିୟମସନ ଏବଂ ଟମ ଲାଥାମଙ୍କ ଯୋଡି ଭାରତକୁ ପରାସ୍ତ କରିଛି। ଏହି ଦୁଇଜଣଙ୍କ ମଧ୍ୟରେ ୨୨୧ ରନ୍ ର ସହଭାଗିତା ଥିଲା। ଭାରତର ପରାଜୟ ପରେ ଶ୍ରେୟସ୍ ଆୟର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ନ୍ୟୁଜିଲ୍ୟାଣ୍ଡର ଖେଳାଳିଙ୍କୁ ପ୍ରଶଂସା କରିଥିଲେ। ଆୟର ୱିଲିୟମ୍ସନ୍ ଏବଂ ଲାଥାମ୍ ଙ୍କୁ ସେ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, “ସେମାନେ ବହୁତ ଭଲ ଖେଳିଥିଲେ। ସେମାନେ ଯେଉଁଭଳି ଭାବରେ ବୋଲରମାନଙ୍କୁ ଟାର୍ଗେଟ କରିଥିଲେ ତାହା ପ୍ରଭାବଶାଳୀ ଥିଲା। ମୁଁ ଭାବୁଛି ସେମାନଙ୍କର ସହଭାଗୀତା ଖେଳର ଦୃଶ୍ୟକୁ ବଦଳାଇ ଦେଲା। ତେଣୁ ଉଭୟଙ୍କୁ ପ୍ରଶଂସା କରାଯିବା ଉଚିତ୍। ଉଲ୍ଲେଖନୀୟ କଥା ହେଉଛି, ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୬ ରନ୍ ସଂଗ୍ରହ କରିଥିଲା।…
ଭୁବନେଶ୍ୱର: ବିଖ୍ୟାତ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ପୃଥିବୀର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକମାନଙ୍କ ୨୦୨୨ ମସିହା ତାଲିକାରେ ସ୍ଥାନୀତ ହୋଇଥିବା ସୋଆ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି। ସୋଆର ୧୬ ଜଣ ଗବେଷକଙ୍କୁ ଏହି ତାଲିକାରେ ସ୍ଥାନ ମିଳିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୧୨ ଜଣ ଏହି ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗବେଷଣାରେ ସେମାନଙ୍କର ଉତ୍କର୍ଷ ଯୁବ ବୈଜ୍ଞାନିକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ସେ କହିଥିଲେ। ଏହି ଉତ୍ସବରେ ଯୋଗ ଦେଇଥିବା ଗବେଷକମାନେ ହେଲେ ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ତଥା ବର୍ତମାନ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ନିହାରବାଳା ଦେବୀ, ପ୍ରଫେସର ଗୌତମ ରଥ, ପ୍ରଫେସର ରବୀନ୍ଦ୍ରନାଥ ପାଢ଼ୀ, ଡଃ ମନୋଜ କୁମାର ନାୟକ,…
ଭୁବନେଶ୍ବର: ପଦ୍ମପୁରରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବିଜେପି ଧମକ ଦେଉଥିବାର ଅଭିଯୋଗ ଆଣିଛି ବିଜେଡି। ଏ ନେଇ ଦଳ ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀ କରି ପଦ୍ମପୁର ଅଫିସରଙ୍କୁ ଧମକ ଦେଇଛନ୍ତି। ସେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପରି ଅଫିସରଙ୍କୁ ଧମକଚମକ ଦେଉଛନ୍ତି। ଏହା ବିରୋଧରେ ସିଇଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି।
ସୀତାରାମ ଅଗ୍ରୱାଲ ବାଣପୁର: ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିରକୁ ୫-ଟି ସଚିବ ପରିଦର୍ଶନ କରି ଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ଏହାର ଉନ୍ନତିକୁ ନେଇ ତତ୍ପରତା ପ୍ରକାଶ ପାଇଛି। ପୂର୍ତ୍ତ ବିଭାଗ ଅଧିନସ୍ଥ ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ ଲିମିଟେଡ଼ (ଓବିସିସି) ର ଅଧିକ୍ଷଣ ଯନ୍ତ୍ରୀ ରଶ୍ମିରଞ୍ଜନ ସାହୁ ଏକ ଟିମ ସହ ଆଜି ମନ୍ଦିର ଏବଂ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଫେରିଯାଇଛନ୍ତି। ପାଣ୍ଡିଆନଙ୍କ ଗସ୍ତ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଉନ୍ନତିମୂଳକ ପ୍ରସ୍ତାବର ବ୍ଲୁ ପ୍ରିଣ୍ଟକୁ ପରଖିଛି ଏହି ଟିମ। ଭଗବତୀ ମନ୍ଦିର, ବସ ଷ୍ଟାଣ୍ଡ ପାଇଁ ଅପ୍ରୋଚ ରୋଡ ସ୍ଥାନ ଆଦି ନିରୀକ୍ଷଣ କରିଛନ୍ତି ଏହି ଟିମ। ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସାହୁଙ୍କ କହିବା ମୁତାବକ ୫-ଟି ସଚିବଙ୍କ ନିର୍ଦ୍ଦେଶକ୍ରମେ ଖୁବଶୀଘ୍ର ମା’ ଭଗବତୀ ମନ୍ଦିରର ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ।…
ଭୁବନେଶ୍ବର: ଆଜି ଭୁବନେଶ୍ୱରର ଏକ ତାରକା ହୋଟେଲଠାରେ ହକି ତାରକା ତଥା ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ଜନ୍ମ ଦିନ ପାଳନ କରାଯାଇଛି। ଏହି ଜନ୍ମଦିନ ଭୁବନେଶ୍ବରର ନାଗରିକ ସମାଜ ତରଫରୁ ଆୟୋଜିତ କରାଯାଇଥିଲା। ଏଥିରେ ଦିଲ୍ଲୀପଙ୍କ ସହିତ ତାଙ୍କ ପତ୍ନୀ ଏବଂ ପୁତ୍ର ମଧ୍ୟ ଯୋଗ ଦେଇଥିଲେ। ଏହି ସମାରୋହ ରେ ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ଅର୍ଚ୍ଚିତା,ଫୁଟବଲ ତାରକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ବହୁ ପ୍ରଶିକ୍ଷକ, ଅଶୋକ ମହାନ୍ତି, ସହ ନିର୍ଦ୍ଦେଶକ ଶୈଳେନ୍ଦ୍ର ଜେନା, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ, ମଧୁକୁଞ୍ଜ ର ପ୍ରବୀଣ ଅଗ୍ରୱାଲ,ଏହି ଉତ୍ସବ ଟିକୁ ଅଭିନେତା ତଥା ସମାଜ ସେବି ରୁଷି ପଟ୍ଟନାୟକ ପରିଚାଳନା କରିଥିଲେ। ତାଙ୍କର ଧର୍ମ ପତ୍ନୀ ଓ ପୁତ୍ର ମଧ୍ୟ ଉପସ୍ଥିତ ଥିଲେ।
Zee Hindustan to be shut down: ଖୁବ ଶିଘ୍ର ବନ୍ଦ ହେବାକୁ ଯାଉଛି ଜୀ ମିଡିଆର ଆଉ ଏକ ନ୍ୟୁଜ ଚ୍ୟାନେଲ ‘ଜୀ ହିନ୍ଦୁସ୍ଥାନ’। ନିକଟରେ ‘ଜୀ ଓଡିଶା’ ଚ୍ୟାନେଲକୁ କଂପାନୀ ବନ୍ଦ କରିଥିବା ବେଳେ ଏବେ ଜାତୀୟ ନ୍ୟୁଜ ଚ୍ୟାନେଲକୁ ବନ୍ଦ କରିବ। ଏହାକୁ ନେଇ ବର୍ତ୍ତମାନ କର୍ମଚାରୀଙ୍କ ମହଲରେ ଆତଙ୍କ ଖେଳିଯାଇଛି। ଏହି ଚ୍ୟାନେଲରେ ପ୍ରାୟ ଦୁଇ ଶହରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଜୀ ହିନ୍ଦୁସ୍ଥାନର ଉଭୟ ଡିଜିଟାଲ ଏବଂ ସାଟେଲାଇଟ କୁ ବନ୍ଦ କରିଦିଆଯିବ ବୋଲି ନିଷ୍ପତି ହୋଇଛି। ଫଳରେ କଂପାନୀ ବର୍ତ୍ତମାନ ସମସ୍ତ କର୍ମଚାରୀଙ୍କୁ ଇସ୍ତଫା ଦେବା ପାଇଁ କହି ସାରିଛନ୍ତି। ଏପରିକି ଅନେକ କର୍ମଚାରୀ ଇସ୍ତଫା ପ୍ରଦାନ କରି ସାରିଥିବାର ମଧ୍ୟ ଜଣାପଡିଛି। ସେହିପରି ଦିଲ୍ଲୀ ବାହାରେ ଯେଉଁମାନେ ଅଛନ୍ତି ସେମାନେ ତୁରନ୍ତ ମେଲ ଯୋଗେ ଇସ୍ତଫା ଦେବା ପାଇଁ ଜଣାଇ ଦିଆଯାଇଛି। ଏହି ଚ୍ୟାନେଲର ମୁଖ୍ୟ ସମଶେର ସିଂ ମଧ୍ୟ…
ସ୍ୱାସ୍ଥ୍ୟ ଟିପ୍ସ: ଭାରତର ଅନେକ ପରିବାରରେ ଘିଅକୁ ବହୁ ପରିମାଣରେ ବ୍ୟବହାର କରନ୍ତି। ବୃଦ୍ଧଙ୍କ ଠାରୁ ଆରମ୍ଭ କରି ଘରର ପିଲାମାନଙ୍କ ପର୍ଯ୍ୟନ୍ତ ଘିଅକୁ ପ୍ରଚୁର ପରିମାଣରେ ଖାଇବାକୁ ଦିଆଯାଏ। ବେଳେବେଳେ ରୋଟି ଭାତରେ ଏବଂ ବେଳେବେଳେ ତରକାରୀରେ ମିଶାଯାଏ। ମିଠାରେ ମଧ୍ୟ ଘିଅ ବ୍ୟବହାର କରାଯାଏ। କିନ୍ତୁ, ଲୋକମାନେ ଘିଅକୁ ଚିହ୍ନିବାରେ ଅନେକ ସମୟରେ ଭୁଲ୍ କରନ୍ତି, ଯେଉଁ କାରଣରୁ ସେମାନେ ଅପମିଶ୍ରଣ ଘିଅକୁ ଘରକୁ ଆଣିଥାନ୍ତି। ଏଠାରେ ଅନେକ ଟିପ୍ସ ଅଛି ଯାହା ଆପଣଙ୍କୁ ଶୁଦ୍ଧ ଦେଶୀ ଘିଅକୁ ଚିହ୍ନିବାରେ ସାହାଯ୍ୟ କରିପାରିବ। ଶୁଦ୍ଧ ଘିକୁଅ କିପରି ଚିହ୍ନିବେ?: ଶୁଦ୍ଧ ଘିଅକୁ ଚିହ୍ନିବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଏକ ଉତ୍ତାପ ପରୀକ୍ଷା। ଏହା ମାଧ୍ୟମରେ ଆପଣ ତୁରନ୍ତ ଜାଣିପାରିବେ ଯେ, ଘିଅ ଅପମିଶ୍ରଣ ହୋଇଛି କି ନାହିଁ। କେବଳ ଜମା ହୋଇଥିବା ଘିଅକୁ ଏକ ଚାମଚରେ ରଖି ନିଆଁରେ ତରଳାଇଦେବାକୁ ପଡିବ। ଯଦି ଘିଅ ତୁରନ୍ତ ତରଳିଯାଏ…
ସ୍ୱାସ୍ଥ୍ୟ ଟିପ୍ସ: ଆମକୁ ସବୁବେଳେ ପନିପରିବା ଏବଂ ଫଳ ଖାଇବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ କିଛି ଫଳ ଏବଂ ପନିପରିବା ଆମ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା ପାଇଁ କାମ କରେ। ଏପରି ପରିସ୍ଥିତିରେ, ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଏଠାରେ ଆମେ ଆପଣଙ୍କୁ ସେହି ଫଳ ଏବଂ ପନିପରିବା ବିଷୟରେ କହିବୁ, ଯାହା ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ। ଆସନ୍ତୁ ଜାଣିବା…… ଏହି ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତି ପହଞ୍ଚାଇପାରେ: ୧- ଛତୁ: ଭିଟାମିନ୍ ଡି ର ସର୍ବୋତ୍ତମ ଉତ୍ସ ମଧ୍ୟରେ ଛତୁକୁ ବିବେଚନା କରାଯାଏ। କିନ୍ତୁ ଏହାର ବ୍ୟବହାରରେ କିଛି ଲୋକଙ୍କୁ କ୍ଷତି ପହଞ୍ଚାଇପାରେ। ଛତୁକୁ ସଠିକ୍ ଭାବରେ ରନ୍ଧାନଗଲେ ଏହା କ୍ଷତି ହୋଇପାରେ। ଅନ୍ୟ ପଟେ, ଯଦି ଆପଣଙ୍କର କୌଣସି ପ୍ରକାରର ଆଲର୍ଜି ଅଛି, ତେବେ ଛତୁ ଖାଇବା ଠାରୁ ଦୂରେଇ ରୁହନ୍ତୁ। ୨- ଗାଜର: ଗାଜର ଖାଇବା ସମୟରେ ମଧ୍ୟ ଆପଣଙ୍କୁ ଏହାର…
ସୀତାରାମ ଅଗ୍ରୱାଲ ଚିଲିକା: ବର୍ତ୍ତମାନ ରାଜ୍ୟରେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଡ଼କୁଳ ସ୍ଥିତ ପାନ୍ଥନିବାସକୁ ଛୁଟୁଛି ଯାତ୍ରୀଙ୍କ ସୁଅ। ତେବେ ଆଜି ମଧ୍ୟାହ୍ନରେ ଏକ ଯାତ୍ରୀବାହି ସରକାରୀ ଲଞ୍ଚ ୪୦ ଜଣ ପର୍ଯ୍ୟଟକଙ୍କୁ ନେଇ କାଳିଜାଇ ଦର୍ଶନ ଲାଗି ଯାଉଥିଲା। କିନ୍ତୁ ଲଞ୍ଚଟି କିଛି ବାଟ ଗଲାପରେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଯାହାଫଳରେ ପର୍ଯ୍ୟଟକମାନେ କିଛି ସମୟ ପାଇଁ ପାଣି ଭିତରେ ଅଟକିଯାଇଥିଲା। ଉକ୍ତ ସୂଚନା ପାଇବା ମାତ୍ରେ ଓଟିଡ଼ିସି ବଡ଼କୁଳ ପ୍ରବନ୍ଧକ ସବ୍ୟସାଚୀ କର ତୁରନ୍ତ କର୍ମଚାରୀଙ୍କୁ ପଠାଇ ଲଞ୍ଚଟିକୁ କୂଳକୁ ଆଣି ଅନ୍ୟ ଏକ ଲଞ୍ଚ ସାହାଯ୍ୟରେ ଯାତ୍ରୀଙ୍କୁ ପଠାଇଥିଲେ। ତେବେ ଓଟିଡ଼ିସି ପ୍ରବନ୍ଧକଙ୍କ ତ୍ୱରିତ ପଦକ୍ଷେପ ଲାଗି ବଡ଼ ଅଘଟଣରୁ ଯାତ୍ରୀ ମାନେ ବର୍ତ୍ତିଯାଇଛନ୍ତି।
ଭୁବନେଶ୍ବର: ଚାଷୀ ପ୍ରସଂଗ ନେଇ ଆଜି ବିଧାନସଭା ହୁଲସ୍ତୁଲ ହୋଇ ଉଠିଛି। ଉଭୟ ଶାସକ ଏବଂ ବିରୋଧୀ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି। ଆଜି ବିଧାନସଭା ଆରମ୍ଭରୁ ବିରୋଧୀ ବିଜେପି ଏହି ଚାଷୀ ପ୍ରସଂଗ ନେଇ ହାଙ୍ଗାମା କରିଥିଲା। ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଆଜି ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ଶାସକ ଏବଂ ବିରୋଧୀ ଚାଷୀ ପ୍ରସଂଗରେ ମୁହାଁମୁହିଁ ହୋଇଥିଲେ। ଚାଷୀ ମାରଣ ନୀତି ଚଳିବ ନାହିଁ, ସରକାର ତୁମେ ହାଏ ହାଏ ଏଭଳି ସ୍ଲୋଗାନ ଦେଇ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜି ସହ ପ୍ରବଳ ହଟ୍ଟଗୋଳ କରିଥିଲେ। ସେହିପରି ଶାସକ ବିଜେଡି ସଭ୍ୟମାନେ ବାଚସ୍ପତିଙ୍କ ପୋଡିଅମ ସମ୍ମୁଖରେ ଚାଷୀଙ୍କୁ କେନ୍ଦ୍ର ଦେଉନି ସାର ସ୍ଲୋଗାନ ଦେଇ ଅନୁରୂପ ଭାବେ ହୋହାଲ୍ଲା କରିବାରୁ ଗୃହର ସ୍ଥିତି ସରଗରମ ହୋଇପଡିଥିଲା। ଫଳରେ ବିରୋଧୀ ଶାସକ ସଭ୍ୟଙ୍କ ମଧ୍ୟରେ ମୁହାଁମୁହିଁ…
ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭାର ୧୮୨ ବିଧାନସଭା ଆସନରେ ସବୁଠାରୁ ଚର୍ଚ୍ଚିତ ଆସନ ମଧ୍ୟରୁ ଗୋଟିଏ ହେଉଛି ଉତ୍ତର ଜାମନଗରର ଆସନ। ଏହି ଆସନରେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜାଙ୍କୁ ବିଜେପି ଟିକେଟ ଦେଇଛି। ରିଭାବା ଜାଡେଜା ପ୍ରଥମ ଥର ପାଇଁ ବିଧାୟକ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଯଦିଓ ରିଭାବାଙ୍କର କୌଣସି ପୂର୍ବ ଅଭିଜ୍ଞତା ନାହିଁ, ତେଣୁ ରିଭାବା ତାଙ୍କ ବିଜୟ ପାଇଁ କ୍ରମାଗତ ଭାବରେ ଜୋରଦାର ପ୍ରଚାର କରୁଛନ୍ତି। ରିଭାବା ନିକଟରେ ଉତ୍ତର ଜାମନଗରରେ ଏକ ରୋଡ୍ ସୋ କରୁଥିଲେ, ଯେଉଁଥିରେ ସେ ଏକ ନ୍ୟୁଜ୍ ୱେବସାଇଟ୍ ରେ କଥା ହୋଇଥିଲେ। ଏହି ସମୟରେ ରାଜ୍ୟରେ ବିଜେପି କେତେ ଆସନ ଜିତୁଛି ବୋଲି ପ୍ରଶ୍ନର ରିଭାବା ଉତ୍ତର ରଖିଥିଲେ। ବିଜେପିର ବିଜୟ ଦାବି କରି ରିଭାବା କହିଥିଲେ ଯେ, ବର୍ଷ ବର୍ଷ ଧରି କ୍ଷମତାରେ ଥିବା ବିଜେପି ଗୁଜୁରାଟ ଉପରେ ପ୍ରାଧାନ୍ୟ ବିସ୍ତାର କରିବ। ଏଥର ଗୁଜୁରାଟର…

