ନୂଆଦିଲ୍ଲୀ: ଶାରଦୀୟ ନବରାତ୍ରୀର ସପ୍ତମ ଦିନ ମା’ କାଳରାତ୍ରୀଙ୍କୁ ସମର୍ପିତ। ଦେବୀଙ୍କର ସପ୍ତମ ରୂପ ସଙ୍କଟରୁ ଉଦ୍ଧାର କରନ୍ତି। ଏହି ବର୍ଷ ମହାସପ୍ତମୀ ତିଥି ଅକ୍ଟୋବର ୨ ତାରିଖରେ ପଡୁଛି। ରାତିରେ ଦେବୀ କାଲରାତ୍ରୀଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଶୁମ୍ବ ଏବଂ ନିଶୁମ୍ବଙ୍କ ସହିତ ରକ୍ତବିଜକୁ ଧ୍ୱଂସ କରିବାକୁ ଦେବୀ କାଲରାତ୍ରୀଙ୍କ ରୂପ ନେଇଥିଲେ। ଆସନ୍ତୁ ଜାଣିବା ମା କାଲରାତ୍ରୀଙ୍କ ପୂଜା ପଦ୍ଧତି। ନବରାତ୍ରୀ ସପ୍ତମୀ ମୂହୁର୍ତ୍ତ: ଆଶ୍ୱିନ୍ ଶୁକ୍ଲ ସପ୍ତମୀ ତିଥି ଆରମ୍ଭ – ଅକ୍ଟୋବର ୧ ତାରିଖ, ରାତି ୦୮.୪୬ ଆଶ୍ୱିନ୍ ଶୁକ୍ଲ ସପ୍ତମୀ ତିଥି ସମାପ୍ତ – ଅକ୍ଟୋବର ୨ ତାରିଖ, ସନ୍ଧ୍ୟା ୦୬.୪୭ ବ୍ରହ୍ମ ମୂହୁର୍ତ୍ତ- ପୂର୍ବାହ୍ନ ୦୪.୪୩ ରୁ ପୂର୍ବାହ୍ନ ୦୫.୩୧ ଅଭିଜିତ୍ ମୂହୁର୍ତ୍ତ- ସକାଳ ୧୧.୫୨ରୁ ଅପରାହ୍ନ ୧୨.୪୦ ଅମୃତ କାଳ – ସନ୍ଧ୍ୟା ୦୭.୫୦ରୁ ସନ୍ଧ୍ୟା ୦୯.୨୦ ନିଶିତା ମୁହୁର୍ତ୍ତ- ଅକ୍ଟୋବର ୨ ତାରିଖ ରାତ୍ରି…
Author: Samikhsya Bureau
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ହନୁମାନ ଜୀଙ୍କୁ ପୂଜା କରାଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ମନ୍ଦିର ବିଷୟରେ ସୂଚନା ଦେଉଛୁ ଯେଉଁଠାରେ ତାଙ୍କୁ ଜଣେ ମହିଳା ଭାବରେ ପୂଜା କରାଯାଏ। ଏହା ଏକ ମନ୍ଦିର ଯେଉଁଠାରେ ହନୁମାନଜୀଙ୍କୁ ମଧ୍ୟ ଦେବୀ ଭାବରେ ପୂଜା କରାଯାଏ। ଆସନ୍ତୁ ଜାଣିବା ଏହି ମନ୍ଦିର କେଉଁଠାରେ ଅବସ୍ଥିତ ଏବଂ ଏହାର ପୁରାଣ କ’ଣ? ଏହି ମନ୍ଦିର ଛତିଶଗଡର ବିଲାସପୁର ଜିଲ୍ଲାଠାରୁ ଦୂରରେ ଏକ ଧାର୍ମିକ ସହର ରତନପୁରର ଗିର୍ଜାବାନ୍ଧରେ ଅବସ୍ଥିତ। ବିଶ୍ଵର ଏକମାତ୍ର ହନୁମାନ ଜୀଙ୍କର ମନ୍ଦିର, ଯେଉଁଠାରେ ହନୁମାନଙ୍କୁ ନାରୀ ରୂପରେ ପୂଜା କରାଯାଏ। ସ୍ଥାନୀୟ ଲୋକ କୁହନ୍ତି ଯେ, ଏହି ମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତ ହଜାର ହଜାର ମାନସିକ ନେଇ ଆସିଥାନ୍ତି ଏବଂ ସେ ଏହି ସ୍ଥାନରୁ ନିରାଶ ହୋଇ ଫେରନ୍ତି ନାହିଁ। ଏହି ମନ୍ଦିର ତତ୍କାଳୀନ ରାଜା ପୃଥ୍ବୀ ଦେବଜୁଙ୍କ ଦ୍ୱାରା ସ୍ଥାପିତ ହୋଇଛି। ଥରେ ରାଜା ପୃଥ୍ବୀ କୁଷ୍ଠରୋଗରେ…
ମେଷ ରାଶି- ଏହି ରାଶିର ଲୋକମାନେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସାହାଯ୍ୟ ନେବେ । ଆଜି ଅତିଥିମାନେ ଆପଣଙ୍କ ଘରେ ପହଞ୍ଚିବେ, ଯାହା ଘରକୁ ଚଳଚଞ୍ଚଳ କରିବ । ଆଜି କୈଣସି ପ୍ରକାରର ବିତର୍କକୁ ଉତ୍ସାହିତ କରନ୍ତୁ ନାହିଁ । ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ । ହଠାତ୍ ଆପଣ କିଛି ବଡ କାମ ପାଇଁ ଯୋଜନା ପାଇପାରିବେ। କଠିନ ପରିଶ୍ରମ ପରେ ସଫଳତା ହାସଲ ହେବ । ବୃଷ ରାଶି- ଏହି ରାଶିର ଲୋକଙ୍କୁ ସେମାନଙ୍କର ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ପଡିବ। କୈଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଷ୍ପତ୍ତି ନେବା ପୂର୍ବରୁ, ଦୟାକରି ଧ୍ୟାନ ଦିଅନ୍ତୁ । ଘନିଷ୍ଠ ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପାଣିପାଗରେ ପରିବର୍ତ୍ତନ ହେତୁ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଆୟ ସ୍ୱାଭାବିକ ହେବ। ଚାକିରି…
କାନପୁର: ଉତ୍ତରପ୍ରଦେଶର କାନପୁରରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏପର୍ଯ୍ୟନ୍ତ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୮ ଜଣ ଆହତ ହୋଇଛନ୍ତି, ସେଥିମଧ୍ୟରୁ ତିନି ଜଣ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ତଥାପି କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତେ ନବରାତ୍ରୀ ଅବସରରେ ଉନ୍ନାଓର ଚନ୍ଦ୍ରିକା ଦେବୀ ମନ୍ଦିର ଦର୍ଶନ କରିବା ପରେ କୋରଥା ଗ୍ରାମକୁ ଫେରୁଥିଲେ। ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ରାଜ୍ୟ ସରକାର ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଏହି ଟ୍ରାକ୍ଟରରେ ୫୦ ରୁ ଅଧିକ ଲୋକ ଯାଉଥିଲେ।
ନୂଆଦିଲ୍ଲୀ: ପ୍ରତିରକ୍ଷା ଲେଖା ବିଭାଗ ବା ଡିଫେନ୍ସ ଆକାଉଣ୍ଟ ଡିପାର୍ଟମେଣ୍ଟ (ଡିଏଡି)ର ୨୭୫ତମ ବାର୍ଷିକ ଦିବସ ନୂଆଦିଲ୍ଳୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଏଡିର ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିରେ ରହିଛି ପେନସନ୍ର ପ୍ରଶାସନ (ରକ୍ଷା) ମୋବାଇଲ ଆପ୍, ଅଗ୍ନିବୀରଙ୍କ ବେତନ ବ୍ୟବସ୍ଥା, ଡିଫେନ୍ସ ଟ୍ରାଭେଲ ସିଷ୍ଟମରେ ଆର୍ନ୍ତଜାତିକ ବିମାନ ଟିକେଟ ବୁକିଂ, ଡିଫେନ୍ସ ଆକାଉଣ୍ଟର ରିସିପ୍ଟ ଓ ପେମେଣ୍ଟ ବ୍ୟବସ୍ଥା (ଦର୍ପଣ), ପ୍ରତିରକ୍ଷା ବେସାମରିକ ବେତନ ବ୍ୟବସ୍ଥା ଏବଂ ଡିଫେନ୍ସ ଆକାଉଣ୍ଟସ ମାନବସମ୍ବଳ ପରିଚାଳନା ବ୍ୟବସ୍ଥା। ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ଉଦ୍ବୋଧନରେ ଡିଏଡିର ଏହି ଡିଜିଟାଲ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ‘ଡିଜିଟାଲ ଇଣ୍ଡିଆ’ ଲକ୍ଷ୍ୟ ପୂରଣକୁ ଏହା ଆଗେଇ ନେଉଥିବା କହିଥିଲେ। ଏଭଳି ପ୍ରୟାସ ବିଭାଗର କାର୍ଯ୍ୟଦକ୍ଷତା ବଢାଇବା ସହିତ କାମରେ ସ୍ୱଚ୍ଛତା ଆଣିବ ବୋଲି ମତ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ୨୦୨୨ବର୍ଷର ରକ୍ଷାମନ୍ତ୍ରୀ…
ଖୋର୍ଦ୍ଧା: ଆଜି ହେଉଛି ଅନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ ସ୍ଥାନୀୟ ଜୟୀ ରାଜଗୁରୁ ଭବନରେ ପାଳିତ ହୋଇଛି। ଏହି ଉପଲକ୍ଷେ ଏକ ଦେୟମୁକ୍ତ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବରିଷ୍ଠ ନାଗରିକ ମାନେ ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ଡାକ୍ତରୀ ପରାମର୍ଶ ଗ୍ରହଣ କରିଛନ୍ତି। ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଏଭଳି ସୁଯୋଗ ସୃଷ୍ଟି କରିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଏହି ଅବସରରେ ଆୟୋଜିତ ବୈଠକରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ବରିଷ୍ଠ ନାଗରିକ ମାନଙ୍କ ସେବା ଯତ୍ନ ବର୍ତ୍ତମାନର ଆବଶ୍ୟକତା ରହିଛି। ଆତ୍ମୀୟ ସ୍ବଜନଙ୍କ ଦ୍ବାରା ଯତ୍ନ ଅନ୍ୟ କୌଣସି ପଞ୍ଚତାରକା ହୋଟେଲ ଭଳି ସୁବିଧା ଥିବା ବୃଦ୍ଧାଶ୍ରମ ସହ ସମାନ ନୁହେଁ ବୋଲି ସେ…
ଖୋର୍ଦ୍ଧା: ଚଳିତ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇ ଥିବା ଅହିଂସା ରଥ ଆଜି ଖୋର୍ଦ୍ଧା ଜିଲ୍ଲାରୁ ବିଦାୟ ନେଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୨ ଗୋଟି ଗାଡି କୁ ଅହିଂସା ରଥ ଭାବେ ସଜ୍ଜିତ କରାଯାଇ ବିଶାଳ ଭିଡିଓ ୱ।ଲ ଜରିଆରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କ ଜୀବନୀକୁ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ, ଆଦର୍ଶ ଉପରେ ଆଧାରିତ ସୁନ୍ଦର ଫିଲ୍ମ ଏଥିରେ ପ୍ରଦର୍ଶିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରଥକୁ ଖୋର୍ଦ୍ଧା ଜିଲ୍ଲାକୁ ହସ୍ତାନ୍ତର କରାଯିବା ପରେ ଖୋରଧା ଉପଖଣ୍ତର ବାଲୁଗାଁ, ବାଣପୁର ବିଜ୍ଞାପିତ ଅଞ୍ଜଳ, ବାଣପୁର, ଚିଲିକା, ଟାଙ୍ଗି, ବୋଲଗଡ, ବେଗୁନିଆ ବ୍ଲକ ବୁଲି ସାରିବା ପରେ ଏହି ରଥ ଆଜି ଖୋରଧା ବ୍ଲକ ଓ ପୌରସଂସ୍ଥା ଅଞ୍ଚଳରେ ପହଞ୍ଚିଥିଲା। ଆଜି ପ୍ରଥମେ ଖୋରଧା ବ୍ଲକର ପୁବୁସାହି ଓ ଏନ୍.…
କଳାହାଣ୍ଡି: ଧର୍ମଗଡ଼ ପର୍ଶୁରାମ ସେନା ଆୟୋଜନରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବ୍ରାହ୍ମଣ ସମାଜର ନୂଆଖାଇ ଭେଟ ଘାଟ ପାଳିତ ହୋଇଯାଇଛି। କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ସ୍ଥାନୀୟ ବ୍ରାହ୍ମନ ପରିବାର ତଥା ନବରଙ୍ଗପୁର, ପଡୋଶୀ ଛତିଶଗଡ ରାଜ୍ୟ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ୍ ପ୍ରତିନିଧି ସମେତ ଅଂଶଗ୍ରହଣ କରି ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ଏହି ଅବସରରେ ପର୍ଶୁରାମ ସେନା ଓ ପ୍ରଜ୍ଞା ବାହିନୀ ତରଫରୁ ରକ୍ତ ଦାନ ଶିବିର ଆୟୋଜନ କରି ୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଧର୍ମଗଡ ଉପଖଣ୍ଡ ରକ୍ତ ଭଣ୍ଡାର କୁ ପ୍ରଦାନ କରାଯାଇଥିଲା। ଜୟନ୍ତ କୁମାର ମୁଣ୍ଡ ଓ ଲିଙ୍ଗରାଜ ପାତ୍ର ମଞ୍ଚ ସଞ୍ଚାଳନ କରିଥିଲେ। ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ରକ୍ତ ଦାନ ଶିବିର କୁ ଉଦଘାଟନ କରିଥିବାବେଳେ ପ୍ରଜ୍ଞା ବାହିନୀ ସଂଯୋଜୀକା ପ୍ରିୟମ୍ବଦା ଚାନ୍ଦ ଓ ମୀନା…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ତଳ ଜାରୀଙ୍ଗ ଠାରେ ଏହାର ଆଖ ପାଖ ୯ ଟି ଗାଁ ର ଗରୀବ ଶ୍ରେଣୀର ବରିଷ୍ଠ ନାଗରିକଙ୍କୁ ନେଇ ଅମୃତା ମାତୃ ପିତୃ ସେବା ଆଜି ଭବାନୀପାଟଣା ସ୍ଥିତ ବାଳ ଗୋପାଲ ସେବା ନିକେତନ ଓ ମାତା ଅମୃତାନନ୍ଦ ମୟୀ ମଠ ର ଯୁବ ଶାଖା ଆୟୁଧର ମିଳିତ ପ୍ରୟାସରେ ପ୍ରଫେସର ଡଃ ଯଶୋଧାରା ମିଶ୍ର ଙ୍କ ପ୍ରେରଣାରେ ସମ୍ପନ୍ନ ହୋଇଛି। ଆଧ୍ୟାତ୍ମିକତା କ୍ଷେତ୍ରରେ ତଥା ବିଶ୍ଵ ବ୍ୟାପି ମାନବ ସେବା କ୍ଷେତ୍ରରେ ପ୍ରସିଦ୍ଧ ସଦ ଗୁରୁ ମାତା ଅମୃତାନନ୍ଦ ମୟି ଦେବୀଙ୍କ ନାମରେ ଗରୀବ ଶ୍ରେଣୀର ବରିଷ୍ଠ ନାଗରିକଙ୍କ ପାଇଁ ସମର୍ପିତ ଏହି ସେବାକୁ ଅମୃତା ମାତୃ ସେବା ନାମିତ କରାଯାଇଛି। ପିତା ମାତା ହେଉଛନ୍ତି ଚଳନ୍ତି ଦେବତା ଏବଂ ତାଙ୍କ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଆକୁଣ୍ଠିତ ସେବା ଯେ ସନ୍ତାନ ସନ୍ତତି ଙ୍କ ପାଇଁ…
ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜରୁ ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନ ଆରମ୍ଭ କରିଛନ୍ତି। ନେହେରୁ ଯୁବ କେନ୍ଦ୍ର, ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଏବଂ ବହୁ ସଂଖ୍ୟାରେ ବ୍ୟକ୍ତିଙ୍କ ସହ ପ୍ରୟାଗରାଜର ସଙ୍ଗମ ବେଳାଭୂମିରେ ସ୍ୱଚ୍ଛତା ଅଭିଯାନରେ ଶ୍ରୀ ଠାକୁର ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସ୍ୱଚ୍ଛତା ପ୍ରତିଶ୍ରୁତି ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା। ଯୁବ ବ୍ୟାପାର ଏବଂ କ୍ରୀଡ଼ା ବିଭାଗର ସଚିବ ସଞ୍ଜୟ କୁମାର ଏବଂ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଠାକୁର ସୂଚନା ଦେଇଛନ୍ତି ଯେ ଗତ ବର୍ଷ ସମାନ ଅଭିଯାନ ଆୟୋଜିତ ହୋଇଥିଲା ଯାହା ୭୫ ଲକ୍ଷ କିଲୋଗ୍ରାମ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ତଥା ବିଘଟନ କରିବାର ଲକ୍ଷ୍ୟଠାରୁ ବହୁଗୁଣା ଅତିକ୍ରମ କରିଛି ଏବଂ ଚଳିତ ବର୍ଷ ସ୍ୱଚ୍ଛ ଭାରତ ୨୦୨୨ ମାଧ୍ୟମରେ ଯୁବ ବ୍ୟାପାର ବିଭାଗ ୧…
ନୂଆଦିଲ୍ଲୀ: କେନ୍ଦ୍ରର ବାର୍ଷିକ ସର୍ଭେରେ ମଧ୍ୟପ୍ରଦେଶ ‘ସ୍ୱଚ୍ଛ ସର୍ଭେକ୍ଷଣ ପୁରସ୍କାର ୨୦୨୨’ ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି। ତା’ପରେ ଛତିଶଗଡ ଏବଂ ମହାରାଷ୍ଟ୍ର ରହିଛି। ଲଗାତାର ଷଷ୍ଠ ଥର ପାଇଁ ଇନ୍ଦୋରକୁ ସ୍ୱଚ୍ଛ ସହର ଭାବେ ବିଚାର କରାଯାଇଥିବାବେଳେ ସୁରଟ ଏବଂ ନଭି ମୁମ୍ବାଇ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଆଜି ସର୍ଭେର ଫଳାଫଳ ଘୋଷଣା କରାଯାଇଛି। ଚଳିତ ବର୍ଷ ବଡ ସହର ବର୍ଗରେ ଇନ୍ଦୋର ଏବଂ ସୁରଟ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିଜୟୱାଡା ତୃତୀୟ ସ୍ଥାନ ହରାଇଛନ୍ତି ଏବଂ ନଭି ମୁମ୍ବାଇ ଏହି ସ୍ଥାନ ପାଇଛି। ସର୍ବେକ୍ଷଣ ଫଳାଫଳ ଅନୁଯାୟୀ, ୧୦୦ ରୁ କମ୍ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଥିବା ତ୍ରିପୁରା ରାଜ୍ୟ ମଧ୍ୟରେ ଶୀର୍ଷରେ ରହିଛି। ଆଜି ଏଠାରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ…
ମୁମ୍ବାଇ: ମହାରାଷ୍ଟ୍ର ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ଲ୍ୟାଣ୍ଡଲାଇନରେ ଏବଂ ମୋବାଇଲ୍ ଫୋନରେ ‘ହେଲୋ’ ପରିବର୍ତ୍ତେ ବନ୍ଦେ ମାତାରମଙ୍କୁ ଏକ ପ୍ରାରମ୍ଭିକ କ୍ରିୟା ଭାବରେ ବ୍ୟବହାର କରିବାକୁ ଏକ ଜିଆର (ସରକାରୀ ଆଦେଶ) ଜାରି କରିଛନ୍ତି। ଏହାପୂର୍ବରୁ ଅଗଷ୍ଟ ମାସରେ ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ସୁଧୀର ମୁନଙ୍ଗଟିୱାର ସରକାରୀ କର୍ମଚାରୀଙ୍କୁ ଫୋନ କଲରେ ହେଲୋ କରିବା ପରିବର୍ତ୍ତେ ‘ବନ୍ଦେ ମାତରମ’ କହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶର କିଛି ଦିନ ପରେ, ମହାରାଷ୍ଟ୍ରର ବନ ବିଭାଗ ଏହାର କର୍ମଚାରୀମାନଙ୍କୁ ସରକାରୀ କାର୍ଯ୍ୟ ସହ ଜଡିତ କଲ ପାଇବା ପରେ ବନ୍ଦେ ମାତରମରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲା। ବନ ବିଭାଗ ଏକ GR ଜାରି କରି କହିଥିଲା ଯେ, ସରକାରୀ କାର୍ଯ୍ୟ ସହ ଜଡିତ ସାଧାରଣ ନାଗରିକ ତଥା ଜନ ପ୍ରତିନିଧୀଙ୍କ ଫୋନରେ ଯୋଗଦେବାବେଳେ ବନ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ହେଲୋ ପରିବର୍ତ୍ତେ ବନ୍ଦେ ମାତରମ କହିବା…
ଖୋର୍ଦ୍ଧା: ଖୋର୍ଦ୍ଧା ସହର ବ୍ରାଉନ ସୁଗାର କବଳରେ ଥିବା ବେଳେ ଦିନକୁ ଦିନ ଏଠାରେ ଅବାଧ ବ୍ରାଉନ ସୁଗାର ବ୍ୟବସାୟ ବଢ଼ିଚାଲିଛି। ପୋଲିସ ଓ ଅବକାରୀ ପ୍ରତିଦିନ ଜିଲ୍ଲାର କେଉଁଠୁ ନା କେଉଁଠୁ ଅଳ୍ପ ବହୁତ ବ୍ରାଉନ ସୁଗାର ଜବତ କରୁଥିବା ବେଳେ ଆଜି ଏସଟିଏଫକୁ ବଡ ସଫଳତା ମିଳିଛି। କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ। ସୂଚନା ମୁତାବକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ହାବେଳୀ ପଡିଆରେ ବଡ଼ ଧରଣର ବ୍ରାଉନ ସୁଗାର କାରବାର ଚାଲିଥିବାର ଏସଟିଏଫ ଖବର ପାଇଥିଲା। ସଙ୍ଗେସଙ୍ଗେ ଟାଉନ ଥାନା ପୋଲିସ ସହଯୋଗରେ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା ଏସଟିଏଫ। ଚଢ଼ାଉ ସମୟରେ ଟାଉନ ଥାନା ଅଞ୍ଚଳର ଅଭିଯୁକ୍ତ ସିଦ୍ଧାର୍ଥ ନାୟକ (୨୩) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ଏକ କେଟିଏମ ବାଇକ ସହ ୧ କେଜି ୧୫୦ ଗ୍ରାମ ବ୍ରାଉନ ସୁଗାର ଜବତ…
ଭୁବନେଶ୍ୱର: ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଥିବା ଦୁର୍ଗମ ଗ୍ରାମ ପାହାଡ଼ପୁରର ଏସଏଲ୍ଏସ୍ ମେମୋରିଆଲ ରେସିଡେନ୍ସିଆଲ୍ ସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ତେବାସୀମାନଙ୍କ ପାଇଁ ଆଜି ଥିଲା ବାସ୍ତବରେ ଏକ ସ୍ମରଣୀୟ ମୁହୂର୍ତ ଏବଂ ଏକ ଜୀବନବ୍ୟାପୀ ଅନନ୍ୟ ଅନୁଭୂତି, କାରଣ ସେମାନେ ଜିଓର ଟ୍ରୁ-୫ଜି ନେଟ୍ୱର୍କ ଦ୍ୱାରା ପରିଚାଳିତ ଶିକ୍ଷା ସମ୍ବନ୍ଧୀୟ ଏକ ସ୍ୱତନ୍ତ୍ର ଲାଇଭ୍ ପ୍ରଦର୍ଶନ ଅଧିବେଶନର ଅଂଶ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁରର ଏସ୍ଏଲ୍ଏସ୍ ମେମୋରିଆଲ୍ ରେସିଡେନ୍ସିଆଲ୍ ସ୍କୁଲ ଓଡ଼ିଶାର ପ୍ରଥମ ସ୍ଥାନ ତଥା ପ୍ରଥମ ସ୍କୁଲ ଭାବେ ହାଇ ସ୍ପିଡ୍ ୫ଜି ପ୍ରଯୁକ୍ତିର ରୂପାନ୍ତରଣ ଅନୁଭୂତି ହାସଲ କରିଛି ଏବଂ ଶିକ୍ଷା କ୍ଷେତ୍ରରେ ସଫଳ ଲାଇଭ୍ ୫ଜି ପ୍ରୟୋଗର ପ୍ରଦର୍ଶନରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟି କରିଛି। ଜିଓ ୫ଜି ନେଟୱର୍କ ଜରିଆରେ ଛାତ୍ରଛାତ୍ରୀମାନେ ମୁମ୍ବାଇର ଧୀରୁଭାଇ ଅମ୍ବାନି ଇଂଟରନ୍ୟାସନାଲ ସ୍କୁଲ ଦ୍ୱାରା ପରିଚାଳିତ ହୋଇଥିବା ଏକ ଲାଇଭ୍…
ନୂଆଦିଲ୍ଲୀ: ସେପ୍ଟେମ୍ବର ୨୦୨୨ ମାସରେ ସକଳ ଜିଏସଟି ସଂଗ୍ରହ ୧,୪୭,୬୮୬ କୋଟି ଟଙ୍କା ଟପିଛି। ଏଥିମଧ୍ୟରୁ ସିଜିଏସଟି ୨୫,୨୭୧ ଏବଂ ଏସଜିଏସଟି ୩୧,୮୧୩ କୋଟି ଟଙ୍କା ରହିଛି। ସେହିପରି ଆଇଜିଏସଟି ୮୦,୪୬୪ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୪୧,୨୧୫ କୋଟି ଟଙ୍କା ସମେତ) ଏବଂ ସେସ ୧୦,୧୩୭ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୮୫୬ କୋଟି ଟଙ୍କା ସମେତ) ରହିଛି। ସରକାର ସିଜିଏସଟି ବାବଦରେ ୩୧,୮୮୦ କୋଟି ଟଙ୍କା ପରିଶୋଧ କରିବା ସହିତ ଆଇଜିଏସଟିରୁ ନିୟମିତ ପରିଶୋଧ ବାବଦରେ ୨୭ ହଜାର ୪୦୩ କୋଟି ଟଙ୍କା ପରିଶୋଧ କରିଛନ୍ତି। ନିୟମିତ ପରିଶୋଧ ପରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ୍ ରାଜସ୍ବ ପରିମାଣ ସେପ୍ଟେମ୍ବର ୨୦୨୨ରେ ସିଜିଏସଟି ବାବଦରେ ୫୭ ହଜାର ୧୫୧ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୫୯ ହଜାର ୨୧୬ କୋଟି ଟଙ୍କା ରହିଛି। ଓଡ଼ିଶାରେ ସେପ୍ଟେମ୍ବର ୨୦୨୨ ମାସରେ ୩ ହଜାର ୭୬୫…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ଚିଲିକା ବ୍ଲକ କିମ୍ଭିରୀପଡା ଗ୍ରାମସ୍ଥିତ ଵୃଦ୍ଧାଶ୍ରମକୁ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ନିଜ ଟିମ ସହ ପରିଦର୍ଶନକୁ ଯାଇ ବିଭିନ୍ନ ସେବା ମୂଳକ କାର୍ଯ୍ୟ କରିଛନ୍ତି। ଅନ୍ତେବାସୀଙ୍କ ସହ ବାର୍ତ୍ତାଳାପ କରିବା ସହ ସେମାନଙ୍କୁ ଫଳ, ମିଠା ବାଣ୍ଟିଛି ବାଲୁଗାଁ ପୋଲିସ। ତତସହିତ ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ମଧ୍ୟ କରାଯାଇଛି। ଇତିମଧ୍ୟରେ ଜଣେ ଅନ୍ତେବାସୀଙ୍କୁ ପୁନଶ୍ଚ ନିଜ ଘରକୁ ପଠାଇବା ପାଇଁ ଆଇଆଇସି ପ୍ରତିଶୃତି ଦେଇଥିବାର ଜଣା ପଡ଼ିଛି। ଯଦି ବାଲୁଗାଁ ଥାନା ଅଞ୍ଚଳର କୌଣସି ବରିଷ୍ଠ ନାଗରିକମାନେ ସେମାନଙ୍କ ପରିବାର ଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି ଅଥବା ଅନ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ସେମାନେ ତୁରନ୍ତ ଆଇନଗତ ସାହାଯ୍ୟ ପାଇଁ ଆଇଆଇସି କୁ ଯୋଗାଯୋଗ କରନ୍ତୁ ବୋଲି ଅପିଲ କରିଛନ୍ତି ଶ୍ରୀ ଦାସ।
ଚାନ୍ଦପୁର: ଚାନ୍ଦପୁର ଥାନା ଅର୍ଜୁନପୁର ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ନାମ ବିପିନ ପରିଡା (୨୮ ବର୍ଷ) ହୋଇଥିବା ବେଳେ ତାଙ୍କ ଘର ଅର୍ଜୁନ ପୁର ଗ୍ରାମରେ ବୋଲି ଜଣା ପଡିଛି। ସେ ଗତ ଦୁଇ ଦିନ ଧରି ଘରୁ ନିଖୋଜ ଥିଲେ। ବହୁ ଖୋଜା ଖୋଜି ପରେ ବିପିନଙ୍କୁ ନପାଇ ପରିବାର ଲୋକେ ଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ବିପିନଙ୍କୁ ପୋଲିସ୍ ଏବଂ ଗ୍ରାମବାସୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ବହୁ ଖୋଜା ଖୋଜି କରିଥିଲେ। ତେବେ ଆଜି ବିପିନଙ୍କ ମୃତ ଦେହ ଠାବ କରାଯାଇଛି। ମୃତ ଦେହ ନିକଟରୁ ଏକ ବିଷ ବୋତଲ ଉଦ୍ଧାର କରିଛି ପୋଲିସ୍। ତେଣୁ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରୁଛି ଚାନ୍ଦପୁର ପୋଲିସ୍। ଏ ନେଇ ଚାନ୍ଦପୁର ଥାନାରେ ୧୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଚାନ୍ଦପୁର ଥାନା…
ଭୁବନେଶ୍ବର: ପାର୍ବଣ ସମୟରେ ଯାତ୍ରୀମାନଙ୍କ ଅତିରିକ୍ତ ଭିଡକୁ ଏଡ଼ାଇବାପାଇଁ ରେଳବାଇ ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ବିସ୍ତୃତ ବ୍ୟବସ୍ଥା କରିଛି। ଏହାକୁ ଦୃଷ୍ଟିରେ ରଖି କିଛି ସ୍ୱତନ୍ତ୍ର ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ପ୍ରଣତାକୁ ଚଳାଚଳ କରାଇବାକୁ ବ୍ୟବସ୍ଥା କରାଯାଇଅଛି। ସିଆଲଦା-ପୁରୀ-ସିଆଲଦା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍: 03101 ସିଆଲଦା-ପୁରୀ ସ୍ପେଶାଲ ଏକ୍ସପ୍ରେସ ସିଆଲଦା ଠାରୁ 1 ରୁ 29 ଅକ୍ଟୋବର 2022 ମଧ୍ୟରେ ଶନିବାର ରାତ୍ରି 11ଘ.50ମି.ରେ ଛାଡିବାକୁ ଥିବାବେଳେ 03102 ପୁରୀ-ସିଆଲଦା ସ୍ପେଶାଲ ଏକ୍ସପ୍ରେସ ପୁରୀ ଠାରୁ 2 ରୁ 30 ଅକ୍ଟୋବର 2022 ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 3ଘ.50ମି.ରେ ଛାଡି ସିଆଲଦା ଯାତ୍ରା କରିବ। ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ବିଶେଷ ଟ୍ରେନ: 02809 ଭୁବନେଶ୍ୱର-ତିରୁପତି ସ୍ପେଶାଲ ସୁପର ଫାଷ୍ଟ ଏକ୍ସପ୍ରେସ ପ୍ରତ୍ୟେକ ଭୁବନେଶ୍ୱରରୁ 01.10.2022 ରୁ 29.10.2022 ମଧ୍ୟରେ ପ୍ରତ୍ୟକ ଶନିବାର ଦିନ ଅପରାହ୍ନ 1ଘ.30ମି.ରେ ରେ ଛାଡିବ। 02810 ତିରୁପତି-ଭୁବନେଶ୍ୱର…
ନୂଆଦିଲ୍ଲୀ: ୨୦୨୨ ମହିଳା ଏସିଆ କପରେ ଭାରତୀୟ ମହିଳା ଦଳ ବିଜୟ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରିଛି। ସିଲହଟରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୦ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ଶ୍ରୀଲଙ୍କା ଦଳ ୧୮.୨ ଓଭରରେ ମାତ୍ର ୧୦୯ ରନ୍ ସଂଗ୍ରହ କରିଥିଲା। ପ୍ରଥମେ ଜେମିମା ରୋଡ୍ରିଗୁସ୍ ଭାରତୀୟ ଦଳ ପାଇଁ ୭୬ ରନର ଚମତ୍କାର ଇନିଂସ ଖେଳିଥିଲେ ଏବଂ ପରେ ଦିୟାଲନ ହେମଲତା, ଦୀପ୍ତି ଶର୍ମା ଏବଂ ପୂଜା ବସ୍ତ୍ରାକର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ। ହେମଲତା ତିନୋଟି ୱିକେଟ୍ ନେଇଥିଲେ। ଏହି ସମୟରେ, ଦୀପ୍ତି ଏବଂ ପୂଜା ଦୁଇଟି ଲେଖାଏଁ ସଫଳତା ପାଇଥିଲେ। ଭାରତରୁ ୧୫୧ ରନ୍ର ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଦଳ ଭଲ ଆରମ୍ଭ କରିନଥିଲା। କ୍ୟାପଟେନ ଅଟପାଟ୍ଟୁ ମାତ୍ର ୦୫…
ନୂଆଦିଲ୍ଲୀ: ପ୍ରତିବର୍ଷ ଦିଲ୍ଲୀରେ ଶୀତ ଆରମ୍ଭରେ ବାୟୁ ପ୍ରଦୂଷଣ ସମସ୍ୟା ବଢିଥାଏ। ତାହା ପୂର୍ବରୁ ଦିଲ୍ଲୀ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଏହି ପର୍ଯ୍ୟାୟରେ, ବର୍ତ୍ତମାନ ଦିଲ୍ଲୀ ସରକାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପ୍ରଦୂଷଣ ପ୍ରମାଣପତ୍ର ବିନା ଦିଲ୍ଲୀରେ ଗାଡି ପାଇଁ ପେଟ୍ରୋଲ ଏବଂ ଡିଜେଲ ପାଇପାରିବ ନାହିଁ। ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ଶୀତକାଳୀନ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ଅଧୀନରେ, ଯଦି ଆପଣଙ୍କର ଗାଡିର ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ନାହିଁ, ତେବେ ଆପଣ ଇନ୍ଧନ ଭରିବାକୁ ସମର୍ଥ ହେବେ ନାହିଁ। ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ଅକ୍ଟୋବର ୨୫ ତାରିଖରୁ କାର୍ଯ୍ୟକାରୀ ହେବ। ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି। ପ୍ରଦୂଷଣ ରୋକିବା ପାଇଁ GRAP ଏବଂ…
ଜୀବନ ଶୈଳୀ: ଛୋଟ ପିଲାମାନେ ପ୍ରାୟତଃ ଦୁଷ୍ଟାମି କରନ୍ତି। ସେମାନଙ୍କୁ ଛୋଟ ହେବାର ଲାଭ ମିଳିଥାଏ। ଏବଂ ସେମାନେ କେବଳ ପରିବାର ସଦସ୍ୟଙ୍କୁ ନୁହେଁ ବରଂ ବାହାର ଲୋକଙ୍କୁ ମଧ୍ୟ ହଇରାଣ କରିବା ଆରମ୍ଭ କରନ୍ତି। ତେଣୁ ପିତାମାତାମାନେ ସେହି ପିଲାମାନଙ୍କୁ ଗାଳି କରନ୍ତି କିମ୍ବା ମାରିବା ଆରମ୍ଭ କରନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ଚାହାଁନ୍ତି ଯେ ପିଲାଟି ଦୁଷ୍ଟାମି ହ୍ରାସ କରି ଶୃଙ୍ଖଳିତ ହେଉ ଏବଂ ଅନୁଶାସନରେ ରହୁ, ତେବେ ଗାଳି କରିବା ଠିକ ହେବ ନାହିଁ। ଏଠାରେ ଦିଆଯାଇଥିବା କିଛି ଟିପ୍ସ ଆପଣଙ୍କ ପାଇଁ ଉପଯୋଗୀ ହେବ। ପିଲାମାନଙ୍କୁ କିପରି ଅନୁଶାସନ କରିବେ?: ପିଲାମାନଙ୍କୁ ବାଛିବା ପାଇଁ ଏକ ସୁଯୋଗ ଦିଅନ୍ତୁ: ପିଲାମାନଙ୍କୁ ଜୋର କରି କୌଣସି କାର୍ଯ୍ୟ କରିବାକୁ କହିବା ଉଚିତ ନୁହେଁ। ତାଙ୍କୁ କାର୍ଯ୍ୟ ବାଛିବାକୁ ଦେବା ଉଚିତ। କୌଣସି କାର୍ଯ୍ୟକୁ ଜୋର କିମ୍ବା ବିରକ୍ତ ହୋଇ କରିବାକୁ କୁହାଗଲେ, ପିଲାମାନଙ୍କ ମସ୍ତିସ୍କରେ ଚାପ…

