ଭୁବନେଶ୍ୱର: ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ ହିନ୍ଦୀ ଦିବସ ପାଳନ କରାଯିବ ସହିତ ରାଜଭାଷା ପକ୍ଷ୍ୟ ଉଦ୍ଘାଟନ କରାଯାଇଅଛି। ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ରେଳପଥର ମୁଖ୍ୟ ରାଜଭାଷା ଅଧିକାରୀ ରବି ଶଙ୍କର ମିତ୍ର ଏବଂ ପ୍ରମୁଖ ଅଧିକାରୀ ମାନଙ୍କ ଉପସ୍ଥିତିରେ ଏହି ପକ୍ଷ୍ୟକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମହାପ୍ରବନ୍ଧକ ରେଳପଥର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ହିନ୍ଦୀ ଦିବସର ଶପଥ ପାଠ କରାଇବା ସହିତ ମାନ୍ୟବର ରେଳମନ୍ତ୍ରୀଙ୍କ ବାର୍ତ୍ତା କୁ ଦୋହରାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ରାଜଭାଷା ଅଧିକାରୀ ତାଙ୍କ ସମ୍ବୋଧନରେ ହିନ୍ଦୀ ଦିବସର ଇତିହାସ ଉପରେ ଆଲୋକପାତ କରିଥିଲେ ଏବଂ ହିନ୍ଦୀର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ। ମହାପ୍ରବନ୍ଧକ ଶ୍ରୀ ଶ୍ରୀବାସ୍ତବ ତାଙ୍କ ବକ୍ତବ୍ୟ ରେ ରେଳ କର୍ମଚାରୀ ମାନଙ୍କୁ ଅଧିକରୁ ଅଧିକ ରାଜଭାଷା ମାଧ୍ୟମରେ ଅଫିସ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ଆଞ୍ଚଳିକ ପ୍ରତିଯୋଗିତା ଏବଂ ରାଜଭାଷା ସହ…
Author: Samikhsya Bureau
ନୂଆଦିଲ୍ଲୀ: ମସ୍କାଟରୁ କୋଚି ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଜରୁରୀକାଳୀନ ଅବତରଣ କରିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ୍ ଆଇଏକ୍ସ-୪୪୨, ଭିଟି-ଏଏକ୍ସଜେଡ ରେ ୧୪୧ ଜଣ ଯାତ୍ରୀ ଥିଲେ। ଏଥି ସହିତ, ୬ ଜଣ କ୍ରୁ ସଦସ୍ୟ ଥିଲେ। ସମସ୍ତେ ସୁରକ୍ଷିତ ବୋଲି କୁହାଯାଉଛି। ଉଡ଼ାଣ ପୂର୍ବରୁ ବିମାନରୁ ଧୂଆଁ ବାହାରିବା ଦେଖାଯାଇଥିଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ସ୍ଲାଇଡ୍ ବ୍ୟବହାର କରାଯାଉଥିବା ଅଧିକାରୀ କହିଛନ୍ତି। ଯାତ୍ରୀମାନେ ଜରୁରୀକାଳୀନ ସ୍ଲାଇଡ୍ ମାଧ୍ୟମରେ ବିମାନରୁ ବାହାରିଥିଲେ। ବିମାନରେ ଧୂଆଁ ହେବାର କାରଣ ଅନୁସନ୍ଧାନ କରାଯାଉଛି। ଧୂଆଁ ବାହାରିବା କାରଣରୁ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଯାତ୍ରୀମାନଙ୍କ ପାଇଁ ଆଉ ଏକ ବିମାନର ବ୍ୟବସ୍ଥା କରାଯାଉଛି। ଏହାପୂର୍ବରୁ ଅଗଷ୍ଟ ୨୫ ତାରିଖରେ ସିଡନୀରୁ ଦିଲ୍ଲୀ ଅଭିମୁଖେ ଏକ ଏୟାର ଇଣ୍ଡିଆ ବିମାନକୁ କୋଲକାତାରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ତେବେ ୫୦ ବର୍ଷ ବୟସ୍କା ଯାତ୍ରୀଙ୍କ ନିଶ୍ୱାସ ନେବାରେ ଅସୁବିଧା…
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କଠାରୁ ବିସିସିଆଇକୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟଙ୍କ ଆଶ୍ଵସ୍ତି ପରେ ବର୍ତ୍ତମାନ ସୌରଭ ଗାଙ୍ଗୁଲି ଆସନ୍ତା ତିନି ବର୍ଷ ପାଇଁ ବିସିସିଆଇର ସଭାପତି ରହିପାରିବେ। ଏହା ବ୍ୟତୀତ ଜୟ ଶାହା ମଧ୍ୟ ଆସନ୍ତା ତିନି ବର୍ଷ ପାଇଁ ବିସିସିଆଇ ସଚିବ ରହିବାକୁ ଯାଉଛନ୍ତି। ପ୍ରକୃତରେ, ସୁପ୍ରିମକୋର୍ଟ ବିସିସିଆଇକୁ ବୋର୍ଡର ସମ୍ବିଧାନରେ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି।
ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ପାଇଁ ଏକ ବିଶ୍ୱସ୍ତରୀୟ କ୍ରିକେଟ୍ ପରମ୍ପରା ଗଠନ କରିବା ଲାଗି ଏମ୍ଆଇ ପକ୍ଷରୁ ମାହେଲା ଜୟବର୍ଦ୍ଧନେ ଓ ଜାହିର ଖାନଙ୍କୁ ନୂଆ ଦାୟିତ୍ୱ ସହିତ ପଦୋନ୍ନତି ପ୍ରଦାନ କରାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ସହିତ ଏମ୍ଆଇ ଏମିରେଟ୍ସ ଓ ଏମ୍ଆଇ କେପ୍ ଟାଉନ୍ ମିଶିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ପରିବାର (ୱାନ ଫାମିଲି)ର କଳେବର ବେଶ ବୃଦ୍ଧି ପାଇଛି ଯାହାର ପରିଚାଳନା ପାଇଁ ଏକ କେନ୍ଦ୍ରୀୟ ଟିମ୍ର ଆବଶ୍ୟକତା ଥିବା କର୍ତୃପକ୍ଷଙ୍କ ହୃଦୟଙ୍ଗମ ହୋଇଥିଲା। ସେହି ଟିମ୍ ଏମ୍ଆଇର ମୂଲ୍ୟବୋଧ ଓ ଶିକ୍ଷା ଦର୍ଶନକୁ ନେଇ “ୱାନ ପରିବାର ଟିମ୍’ଗୁଡ଼ିକରେ ନିରନ୍ତରତା ବଜାୟ ରଖିବା ସୁନିଶ୍ଚିତ କରିବ ଯାହା ଏମ୍ଆଇକୁ ସମଗ୍ର ବିଶ୍ୱରେ ସବୁଠୁ ପସନ୍ଦର କ୍ରିକେଟ୍ ବ୍ରାଣ୍ଡ୍ରେ ପରିଣତ କରିବ। ଗଠନ କରାଯାଇଥିବା ଢ଼ାଂଚା ଅନୁସାରେ ଏମ୍ଆଇର ମୂଲ୍ୟବୋଧ ବିଷୟରେ ଗଭୀର ଜ୍ଞାନ ଓ ଭଲ ଟ୍ରାକ୍ ରେକର୍ଡ ଥିବା ଦୁଇ ଭେଟେରାନ୍ ଖେଳାଳି ମାହେଲା…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଦୀର୍ଘ ବର୍ଷ ଧରି ଅବସ୍ଥିତ ଥିବା କ୍ୟାଣ୍ଟିନକୁ ଆଜି ରେଳ ବିଭାଗ ପକ୍ଷରୁ ଭାଙ୍ଗିଦିଆଯାଇଛି। ତେବେ ଏଥିରେ ବେଶୀ ପ୍ରଭାବିତ ହେବେ ରେଳ ଯାତ୍ରୀ। ସୂଚନା ଥାଉ କି ଖୋର୍ଦ୍ଧା ରୋଡ ଓ ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟରେ ସବୁଠାରୁ ବଡ଼ ଷ୍ଟେସନ ବାଲୁଗାଁ ଅଟେ। ଏଠାରୁ ପ୍ରତିଦିନ ଶହ ଶହ ଯାତ୍ରୀ ଭାରତର ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। ଏପରିକି ବ୍ୟବସାୟ ପେଣ୍ଠସ୍ଥଳି ବାଲୁଗାଁ ହୋଇଥିବା ବେଳେ ବିଭିନ୍ନ ଜିଲ୍ଲାରୁ ପ୍ରତିଦିନ ଶହ ଶହ ଯାତ୍ରୀ ଏଠାକୁ ଆସିଥାନ୍ତି। ଅନୁରୂପ ଭାବେ ଆଇଏନଏସ ଚିଲିକାକୁ ମଧ୍ୟ ପ୍ରତିଦିନ ବହୁ ପ୍ରଶିକ୍ଷାର୍ଥୀ ଓ ଅଧିକାରୀ ମାନେ ବାଲୁଗାଁ ଷ୍ଟେସନକୁ ଆସିଥାନ୍ତି। ପ୍ରତିଦିନ ବହୁ ସରକାରୀ ଓ ବେସରକାରୀ କର୍ମଚାରୀ ମାନେ ବାଲୁଗାଁ ଷ୍ଟେସନରୁ ନିଜ ଗନ୍ତବ୍ୟସ୍ଥଳକୁ ଯା ଆସ କରିଥାନ୍ତି। ତେବେ ଏ ସବୁ ଭିତରେ…
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ୧୭ ବର୍ଷରୁ କମ୍ ମହିଳା ବିଶ୍ୱ କପ୍ ୨୦୨୨ ଭାରତରେ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱ କପ ୧୧ରୁ ୩୦ ଅକ୍ଟୋବର ୨୦୨୨ରେ ଭାରତରେ ଅନୁଷ୍ଠିତ ହେବ। ଏହି ଦ୍ୱିବାର୍ଷିକ ଯୁବ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ପ୍ରଥମ ଥର ପାଇଁ ଭାରତରେ ଆୟୋଜନ କରାଯାଉଛି। ଏହା ହେବ ଭାରତରେ ଆୟୋଜିତ ଫିଫାର ସର୍ବପ୍ରଥମ ମହିଳା ବିଶ୍ୱ ପ୍ରତିଯୋଗିତା। ଏଥିପୂର୍ବରୁ ୧୭ ବର୍ଷରୁ କମ ପୁରୁଷ ଫିଫା ବିଶ୍ୱକପ ୨୦୧୭ ମସିହାରେ ଭାରତରେ ଅନୁଷ୍ଠିତ ହୋଇଥିଲା। ଏହି ପରମ୍ପରାକୁ ଆଗେଇ ନେଇ ମହିଳା ଫୁଟବଲର ସମ୍ମାନଜନକ ପ୍ରତିଯୋଗିତା ବିଶ୍ୱ କପ ଆୟୋଜନ ପାଇଁ ଦେଶ ପ୍ରସ୍ତୁତ ହେଉଛି। ଏଥିରେ ବିଶ୍ୱର ଶ୍ରେଷ୍ଠ ମହିଳା ଫୁଟବଲ ପ୍ରତିଭାମାନେ…
ନୂଆଦିଲ୍ଲୀ: ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ଦଶହରା ଅକ୍ଟୋବର ୫ ତାରିଖ ୨୦୨୨ରେ ପଡୁଛି। ଆଶ୍ୱିନ ମାସର ଶୁକ୍ଲ ପକ୍ଷର ଦଶମୀ ତିଥିରେ ବିଜୟାଦଶମୀ ପାଳନ କରାଯାଏ। ଏହି ଦିନ ଲଙ୍କାପତୀ ରାବଣକୁ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ବଧ କରିଥିଲେ ଏବଂ ମହିଷାସୁରାଙ୍କୁ ଦେବୀ ଦୁର୍ଗା ବଧ କରିଥିଲେ। ପ୍ରତିବର୍ଷ ଦଶହରା ଦିନ ରାବଣ, ମେଘନାଦ ଏବଂ କୁମ୍ଭକର୍ଣ୍ଣକୁ ଦହନ କରାଯାଏ। ଏହା ସହିତ ମା ଦୁର୍ଗାଙ୍କ ପ୍ରତିମା ବିସର୍ଜନ କରାଯାଏ। ଦଶହରା ମୂହୁର୍ତ୍ତ: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଆଶ୍ୱିନ୍ ଶୁକ୍ଲ ପକ୍ଷ ଦଶମୀ ତିଥି ଅକ୍ଟୋବର ୪ ତାରିଖ ୨୦୨୨ରେ ଅପରାହ୍ନ ୨.୨୦ ରୁ ଆରମ୍ଭ ହେବ। ଦଶମୀ ତିଥି ଅକ୍ଟୋବର ୫ ତାରିଖରେ ମଧ୍ୟାହ୍ନ ୧୨ ଟାରେ ଶେଷ ହେବ। ବିଜୟ ମୁହୂର୍ତ୍ତ- ଅକ୍ଟୋବର ୫ ତାରିଖ ଅପରାହ୍ନ ୦୨.୧୩ ରୁ ୦୨.୫୪ ସମୟ- ୪୭ ମିନିଟ୍ ଅପରାହ୍ନରେ ପୂଜା ସମୟ – ଅକ୍ଟୋବର ୫…
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ୧୬ ନମ୍ୱର ଜାତୀୟ ରାଜପଥ ତୋଟାପଡା ଛକରେ ଏକ ଟ୍ରକ୍ ଧକ୍କାରେ ଜଣେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏପି ୦୭-ଟିୟୁ-୬୬୯୫ ନମ୍ୱର ବିଶିଷ୍ଟ ଏକ ଟ୍ରକଟି ଆଗରେ ଯାଉଥିବା ଏକ ଆକ୍ଟିଭାକୁ ଧକ୍କା ଦେବା ସହ ଚାଳକଙ୍କ ଉପରେ ମାଡ଼ିଯିବା ଯୋଗୁଁ ଘଟଣା ସ୍ଥଳରେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସଦର ଥାନା ଅନ୍ତର୍ଗତ ଲହଙ୍ଗା ଗ୍ରାମର ନବ କିଶୋର ନାୟକ ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ କିଛି ସମୟ ଧରି ଉତ୍ତେଜନା ଲାଗିରହିଥିବା ବେଳେ ଟାଉନ ଥାନା ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରି ଚାଳକଙ୍କୁ ଅଟକ ରଖିଥିବା ବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଜାରି ରଖିଛି।
ନୂଆଦିଲ୍ଲୀ: ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଗସ୍ତ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୭-୧୯ ସେପ୍ଟେମ୍ବର ୨୦୨୨ ରେ ବ୍ରିଟେନ ଗସ୍ତରେ ଯାଇ ଭାରତ ସରକାରଙ୍କ ତରଫରୁ ସମବେଦନା ଜଣାଇବେ। ବ୍ରିଟେନର ସ୍ୱର୍ଗତ ରାଣୀ ଏଲିଜାବେଥଙ୍କ ମୃତଦେହ ମଙ୍ଗଳବାର ସନ୍ଧ୍ୟାରେ ସ୍କଟଲ୍ୟାଣ୍ଡରୁ ଲଣ୍ଡନରେ ପହଞ୍ଚିଛି। ଗତକାଲି ରାତିରେ ତାଙ୍କ କଫିନ୍ ବକିଙ୍ଗହମ୍ ପ୍ୟାଲେସରେ ରଖାଯିବ। ରାଣୀଙ୍କ କଫିନ୍ ବୁଧବାର ଠାରୁ ୱେଷ୍ଟମିଷ୍ଟରର୍ ହଲ୍ ରେ ଚାରି ଦିନ ରଖାଯିବ ଏବଂ ସୋମବାର ଦିନ ଅନ୍ତିମ ସଂସ୍କାର କରାଯିବ। ରାଣୀ ଗତ ଗୁରୁବାର ଦିନ ୯୬ ବର୍ଷ ବୟସରେ ବାଲମୋରଲ ଦୁର୍ଗରେ ମୃତ୍ୟୁ ବରଣ କରିଥିଲେ। ସେ ବ୍ରିଟେନକୁ ୭୦ ବର୍ଷ ଶାସନ କରୁଥିଲେ। ଯେତେବେଳେ ଲଣ୍ଡନ ପାଇଁ ଏଡିନବରା ବିମାନବନ୍ଦରରୁ ରାଣୀଙ୍କ କଫିନ୍ ପଠାଗଲା, ସେଠାରେ ଜାତୀୟ ସଂଗୀତ ବାଜିଲା। ରାଣୀଙ୍କ କଫିନ୍ରେ ତାଙ୍କ ଝିଅ ରାଜକୁମାରୀ ଏନି ଥିଲେ, ଯିଏକି…
ପାଣାଜୀ: ଗୋଆରେ କଂଗ୍ରେସ ଦଳକୁ ବଡ ଝଟକା ଲାଗିଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିଥିବା ବେଳେ ଗୋଆ କଂଗ୍ରେସରେ ବଡ ଧରଣର ଅଘଟଣ ଘଟିଛି। କିଛି ସମୟ ପୂର୍ବରୁ ୮ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ଏହି କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଗୋଆ ବିଧାନସଭାରେ କଂଗ୍ରେସର ମୋଟ ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ମାଇକେଲ ବୋବୋଙ୍କ ସମେତ ରାଜେଶ ଫଲଦେସାଇ, କେଦାର ନାୟକ, ସଂକଲ୍ପ ଅମନୋକର, ଆଲେକ୍ସସିଓ ସେକିରା, ରୁଡାଲ୍ଫ ଫର୍ଣ୍ଣାଣ୍ଡିସ୍ ବିଜେପିରେ ଯୋଗ ଦେଇଛନ୍ତି।
ନୂଆଦିଲ୍ଲୀ: ଭାରତର ତାରକା ଏମଏଏ ଯୋଦ୍ଧା ରିତୁ ଫୋଗଟ ପୁଣି ଥରେ ରିଙ୍ଗରେ ପ୍ରବେଶ କରିବାକୁ ପ୍ରସ୍ତୁତ ଅଛନ୍ତି। ୱାନ୍ ଚାମ୍ପିଅନସିପ୍ ରେ ରିତୁ ଅଂଶଗ୍ରହଣ କରିବେ, ଯାହା ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେଉଛି। ଇଣ୍ଡିଆନ୍ ଟାଇଗର୍ସ ଭାବରେ ଜଣାଶୁଣା ରିତୁଙ୍କୁ ସିଙ୍ଗାପୁରର ଟିଫନି ଟିଓ ଚ୍ୟାଲେଞ୍ଜ କରିଛନ୍ତି। ଏହି ଚ୍ୟାଲେଞ୍ଜ ବିଷୟରେ ଏକ ପ୍ରଶ୍ନ ଉପରେ ରିତୁ ଫୋଗାଟ କହିଛନ୍ତି ଯେ, ସେ ଟିଫନିଙ୍କ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଅଛନ୍ତି। ସେ କେବଳ ଏହି ମ୍ୟାଚ୍ ପାଇଁ ନୁହେଁ, MMA ରେ ଏକ ଦୀର୍ଘ ଯାତ୍ରା ପାଇଁ ପ୍ରସ୍ତୁତ। ‘ଫୋଗେଟ୍ ଭଉଣୀ’ ମଧ୍ୟରୁ ସବୁଠୁ କନିଷ୍ଠ ରିତୁ କହିଛନ୍ତି ଯେ, ମୁଁ ଶୀଘ୍ର ବେଲ୍ଟ ଆଣିବି। ଭାରତ ଖୁବ୍ ଶୀଘ୍ର ଏହାର ପ୍ରଥମ ମହିଳା MMA ବିଶ୍ୱ ଚାମ୍ପିଅନ୍ ହେବ। ପ୍ରାୟ ୯ ମାସ ପରେ ରିତୁ ଫୋଗେଟ୍ ରିଙ୍ଗକୁ ଫେରୁଛନ୍ତି। ଆଘାତରୁ ଫେରିବା ପାଇଁ ସେ କଠିନ…
ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଯାହା ଫଳରେ ଏହି ଦୁର୍ଘଟଣା ଯୋଗୁଁ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଭାଙ୍ଗିବାରୁ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଚାରିଆଡେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।
ଜମ୍ମୁ: ଆଜି ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଏକ ମିନି ବସ୍ ଏକ ଗଭୀର ଖାଇକୁ ଖସିପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ବସ୍ରେ ପ୍ରାୟ ୩୬ଜଣ ଯାତ୍ରୀ ଯାତ୍ରା କରୁଥିଲେ ଏବଂ ଏହା ଗଲି ମଇଦାନରୁ ପୁଞ୍ଚକୁ ଯାଉଥିଲା। ତେବେ ବସ୍ଟି ସାଭୟାନର ସୀମାନ୍ତବର୍ତ୍ତୀ ଅଞ୍ଚଳର ବରାରି ନାଳ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା। ଅଧିକାରୀଙ୍କ କହିବାନୁସାରେ, ସେନା, ପୋଲିସ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ମିଳିତ ଉଦ୍ଧାର କାର୍ଯ୍ୟ ଚାଲିଛି। ଜମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବାରୁ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
ପାଣାଜୀ: ଗୋଆରେ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ମାଇକେଲ ବୋବୋଙ୍କ ସମେତ ଆଠ ଜଣ ବିଧାୟକ ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ଗୋଆ କଂଗ୍ରେସ ବିଧାୟକ ଦଳ ବୈଠକରେ ବିଜେପି ସହ ମିଶ୍ରଣ ପାଇଁ ଏକ ସଂକଳ୍ପ ପାରିତ ହୋଇଛି। ଏହାପୂର୍ବରୁ ବିଜେପି ଗୋଆ ସଭାପତି ସଦାନନ୍ଦ ତନାବଡେ ଏହା ଦାବି କରିଥିଲେ। ସେ କହିଥିଲେ ଯେ, ୮ ଜଣ କଂଗ୍ରେସ ବିଧାୟକ ଖୁବ ଶୀଘ୍ର ବିଜେପିରେ ଯୋଗଦେବେ। ବାସ୍ତବରେ ଗୋଆରେ ୪୦ ଟି ବିଧାନସଭା ଆସନ ରହିଛି ଏବଂ ଚଳିତ ବର୍ଷ ଫେବୃଆରୀରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ବିଜେପି ମିଳିତ ମେଣ୍ଟର ୨୫ ଜଣ ବିଧାୟକ ଥିବାବେଳେ କଂଗ୍ରେସରେ ୧୧ ଜଣ ବିଧାୟକ ଅଛନ୍ତି। ସେଥିମଧ୍ୟରୁ ବିଜେପି ଦାବି କରିଛି ଯେ, ୧୧ ଜଣଙ୍କ ମଧ୍ୟରୁ ୮ ଜଣ ବିଜେପିରେ ଯୋଗଦେବେ। ଏଥିମଧ୍ୟରେ ଦିଗମ୍ବର…
ନୂଆଦିଲ୍ଲୀ: ଆଜି ରୋଡ ସେଫ୍ଟି ୱାର୍ଲ୍ଡ ସିରିଜରେ ଇଣ୍ଡିଆ ଲିଜେଣ୍ଡ୍ସ ସେମାନଙ୍କର ଦ୍ୱିତୀୟ ମ୍ୟାଚ୍ ଖେଳିବ। ଏହି ଦଳ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡ୍ସ ସହ ମୁହାଁମୁହିଁ ହେବ। ଉଭୟ ଦଳ ଏହି ସିଜନର ପ୍ରଥମ ମ୍ୟାଚ୍ ଜିତିଛନ୍ତି। ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସକୁ ଇଣ୍ଡିଆ ଲିଜେଣ୍ଡ୍ସ ୬୧ ରନରେ ପରାସ୍ତ କରିଛି। ଅନ୍ୟପକ୍ଷରେ ବାଂଲାଦେଶ ଦଳକୁ ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡ୍ସ ପରାସ୍ତ କରିଛି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ହାତରେ ଇଣ୍ଡିଆ ଲିଜେଣ୍ଡ୍ସର ନେତୃତ୍ଵ। ଗତ ସିଜନରେ ମଧ୍ୟ ସଚିନ ଭାରତର ଅଧିନାୟକ ଥିଲେ। ସଚିନଙ୍କ ଅଧିନାୟକତ୍ୱରେ ଇଣ୍ଡିଆ ଲିଜେଣ୍ଡ୍ସ ପ୍ରଥମ ସିଜନରେ ଜିତିଥିଲା। ସଚିନଙ୍କ ସହ ଯୁବରାଜ ସିଂ, ସୁରେଶ ରାଇନା ଏବଂ ଇରଫାନ ପଠାନଙ୍କ ଭଳି ଷ୍ଟାରମାନେ ମଧ୍ୟ ଇଣ୍ଡିଆ ଲିଜେଣ୍ଡ୍ସରେ ନଜର ଆସିବେ। ଅନ୍ୟପକ୍ଷରେ ୱିଣ୍ଡିଜ୍ ଦଳର ଅଧିନାୟକ ବ୍ରିଆନ୍ ଲାରାଙ୍କ ହାତରେ ରହିବ। ଏହି ଦଳରେ ସୁଲେମାନ ବେନ, ଡାରେନ ପାୱେଲ…
ଭୁବନେଶ୍ୱର: ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡ ଅଭିଯାନ ଓଡିଶାରେ ମଧ୍ୟ ଆରମ୍ଭ ହେବ। ଏହି ଅବସରରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦଳର ସମସ୍ତ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ନେତୃବୃନ୍ଦଙ୍କ ବୈଠକରେ ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରାକୁ ସମର୍ଥନ ଜଣାଇବା ସହିତ ଓଡ଼ିଶାରେ ଏହି ଯାତ୍ରା ଆୟୋଜନ କରିବାପାଇଁ ଆଲୋଚନା ହୋଇଛି। ଭାରତ ଯୋଡ଼ୋର ପ୍ରସଙ୍ଗ ସହିତ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଏହି ଯାତ୍ରା ଅନୁଷ୍ଠିତ ହେବ। ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ଭାରତ ଯୋଡ଼ୋ ଯାତ୍ରାର ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଦିଗବିଜୟ ସିଂ, ଏଆଇସିସିର ମୁଖପାତ୍ର ସାଂସଦ ଶ୍ରୀ ଜୟରାମ ରମେଶ, ଓଡ଼ିଶା ପ୍ରଭାରୀ ଡ ଏ ଚେଲ୍ଲା କୁମାର, ସହ ପ୍ରଭାରୀ ଶ୍ରୀ ରୁଦ୍ର ରାଜୁଙ୍କ ଉପସ୍ଥିତିରେ ଏହାର ଚୁଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ…
ନୂଆଦିଲ୍ଲୀ: ଆଜି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ଜେରା କରିବ। ୨୦୦ କୋଟି ଟଙ୍କା ହେରେଫର ମାମଲାର ତଦନ୍ତ କରିବା ପାଇଁ ଅଭିନେତ୍ରୀଙ୍କୁ ଜେରା କରାଯିବ। ରିପୋର୍ଟ ଅନୁଯାୟୀ, ଜ୍ୟାକଲିନ ଆଜି ସକାଳ ପ୍ରାୟ ୧୧ ଟା ସମୟରେ ମନ୍ଦିର ମାର୍ଗରେ EOW ଙ୍କ କାର୍ଯ୍ୟାଳୟରେ ପହଞ୍ଚିବେ। ତାଙ୍କୁ ସୋମବାର ସୋମବାର ହାଜର ହେବାକୁ କୁହାଯାଇଥିଲା, କିନ୍ତୁ କିଛି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ସୂଚନାନୁସାରେ, ଦିଲ୍ଲୀ ପୋଲିସ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ନିକଟକୁ ପଠାଯାଇଥିବା ସମନରେ କୁହାଯାଇଛି ଯେ, ଆପଣଙ୍କର ଦୀର୍ଘ ସମୟ ଧରି ପଚରାଉଚରା ହୋଇପାରେ। ପଚରାଉଚରା ଦୁଇ ଦିନ ପର୍ଯ୍ୟନ୍ତ ମଧ୍ୟ ରହିପାରେ। ସେଥିପାଇଁ ଆପଣ କେବଳ ଦିଲ୍ଲୀରେ ରହିବାକୁ ପ୍ରସ୍ତୁତ ହୋଇ ଆସନ୍ତୁ। ଉଲ୍ଲେଖ ଯୋଗ୍ୟ ଯେ, ମନି ଲଣ୍ଡରିଂ ମାମଲାରେ ସୁକେଶଙ୍କ ସହ ଜ୍ୟାକଲିନଙ୍କ ନାମ ମଧ୍ୟ ଇଡି ଅନ୍ତର୍ଭୁକ୍ତ କରିଛି। ଅନ୍ୟପକ୍ଷରେ, ପୋଲିସ ପ୍ରଶ୍ନର ଏକ…
ଚାନ୍ଦପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ବୃଦ୍ଧ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। କିନ୍ତୁ ବୃଦ୍ଧଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଟାଙ୍ଗୀରୁ ଭୁବନେଶ୍ୱର ଏମ୍ସ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ରାଜ ଜଙ୍କିଆ ଗ୍ରାମର ଏଭଳି ଘଟଣା ଘଟିଛି। ରାଜ ଜଙ୍କିଆ ଗ୍ରାମର ପବିତ୍ର ମୋହନ ରଣବିଜୁଳି (୬୦) ଆଜି ଏକ ବାଇକ୍ ରେ ଜଣେ ବନ୍ଧୁଙ୍କ ଘରକୁ ଦଶାହ କାର୍ଯ୍ୟରେ ଯୋଗ ଦେବାପାଇଁ ଯାଉଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୫ ରୁ ୬ ଜଣ ଦୁର୍ବୁତ୍ତ ଲୁହା ରଡ ଏବଂ ଜଗ୍ ରଡ୍ ରେ ପବିତ୍ର ମୋହନ ରଣବିଜୁଳିଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପବିତ୍ରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚିବାରୁ ଦୁର୍ବୁତ୍ତ ମାନେ ତାଙ୍କୁ ଛାଡି ଚାଲିଯାଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୬୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୨୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୫୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୦୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୯ ବରଗଡ ଜିଲ୍ଲାରୁ- ୪ ବଲାଙ୍ଗୀରି ଜିଲ୍ଲାରୁ- ୯ କଟକ ଜିଲ୍ଲାରୁ- ୧୦ ଦେବଗଡ ଜିଲ୍ଲାରୁ- ୪ ଢେଙ୍କାନାଳ ଜିଲ୍ଲାରୁ- ୧ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୫ ଯାଜପୁର ଜିଲ୍ଲାରୁ- ୫ ଝାରସୁଗୁଡା ଜିଲ୍ଲାରୁ- ୧ କଳାହାଣ୍ଡି ଜିଲ୍ଲାରୁ- ୧୯ କନ୍ଧମାଳ ଜିଲ୍ଲାରୁ- ୨ କେନ୍ଦ୍ରପଡା ଜିଲ୍ଲାରୁ- ୫ ଖୋର୍ଦ୍ଧା ଜିଲ୍ଲାରୁ- ୪୫ ମୟୂରଭଞ୍ଜ ଜିଲ୍ଲାରୁ- ୬ ନବରଙ୍ଗପୁର ଜିଲ୍ଲାରୁ- ୫ ନୟାଗଡ ଜିଲ୍ଲାରୁ- ୧୨ ନୂଆପଡା…
ଚାଣକ୍ୟ ନୀତି: ପ୍ରଗତିର ରାସ୍ତା ସହଜ ନୁହେଁ, ଅନେକ ଅସୁବିଧାକୁ ଅତିକ୍ରମ କରିବା ପରେ, ଜଣେ ବ୍ୟକ୍ତି ଦୀର୍ଘ ବର୍ଷର ସଂଘର୍ଷ ପରେ ସଫଳ ହୁଏ। ଚାଣକ୍ୟ କହିଛନ୍ତି ଯେ, ସେହି ବ୍ୟକ୍ତିଙ୍କୁ ସଫଳତା ମିଳେ, ଯିଏ ବିଫଳତାକୁ ଭୟ କରେ ନା। ଯେଉଁମାନେ ପରାଜୟକୁ ଭୟ କରନ୍ତି, ସେମାନେ ଜୀବନରେ କଦାପି ଅଗ୍ରଗତି କରିପାରିବେ ନାହିଁ। କୁହାଯାଏ ନିର୍ଭୟ ଆଗରେ ବିଜୟ ଅଛି। ଚାଣକ୍ୟଙ୍କ ଅନୁଯାୟୀ, ଯଦି ଆପଣ ଲକ୍ଷ୍ୟ ହାସଲ କରିବା ପାଇଁ କୌଣସି କାର୍ଯ୍ୟ ଆରମ୍ଭ କରୁଛନ୍ତି, ତେବେ କିଛି ଜିନିଷକୁ କେବେବି ବିଶ୍ୱାସ କରାଯିବା ଉଚିତ୍ ନୁହେଁ। ଏହା ଦ୍ଵାରା ହାତକୁ ଆସୁଥିବା ସଫଳତା ଖସିଯାଏ ଏବଂ ଅନ୍ୟମାନେ ଆପଣଙ୍କୁ ଅତିକ୍ରମ କରି ଆଗକୁ ବଢିଯାନ୍ତି। ସଫଳତା ପାଇବାକୁ ହେଲେ ଭୁଲରେ ମଧ୍ୟ କେଉଁ ଜିନିଷ ଉପରେ ବିଶ୍ୱାସ କରାଯିବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା। ୧- ଭାଗ୍ୟ ଉପରେ ନିର୍ଭର କରିବା: ଚାଣକ୍ୟ କହିଛନ୍ତି…
ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରୀର ଏକ ବିଶେଷ ମହତ୍ତ୍ୱ ରହିଛି। ନବରାତ୍ରିରେ ମା’ ଦୁର୍ଗାଙ୍କର ନୂତନ ରୂପ ପୂଜା କରାଯାଏ। ଏହି କାରଣରୁ, ମା’ ଦୁର୍ଗା ଭକ୍ତମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି ଏବଂ ସେମାନଙ୍କର ସମସ୍ତ ଇଚ୍ଛା ପୂରଣ କରିବାକୁ ଆଶୀର୍ବାଦ କରନ୍ତି। ନବରାତ୍ରୀ ସମୟରେ ଭକ୍ତମାନେ ଭୁଲିଯିବା ପରେ ମଧ୍ୟ ଏହି କାର୍ଯ୍ୟ କରିବା ଉଚିତ୍ ନୁହେଁ ଅନ୍ୟଥା ମା’ କ୍ରୋଧିତ ହୁଏ। ଶାରଦୀୟ ନବରାତ୍ରୀ କେବେ?: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଶାରଦୀୟ ନବରାତ୍ରୀ ପ୍ରତିବର୍ଷ ଆଶ୍ୱିନ୍ ମାସର ଶୁକ୍ଲ ପକ୍ଷର ପ୍ରତୀପଦା ତିଥିରୁ ଆରମ୍ଭ ହୋଇ ଦଶମୀ ତିଥିରେ ଶେଷ ହୁଏ। ଏହି ବର୍ଷ ଶାରଦୀୟ ନବରାତ୍ରୀ ସେପ୍ଟେମ୍ବର ୨୬ ତାରିଖ ୨୦୨୨ ରୁ ଆରମ୍ଭ ହେଉଛି। ଏହା ଅକ୍ଟୋବର ୫ ତାରିଖରେ ଶେଷ ହେବ। ଏହି ନଅ ଦିନ ମଧ୍ୟରେ ମା’ ଦୁର୍ଗାଙ୍କର ନଅ ପ୍ରକାରର ମହାନ ରୀତିନୀତି ସହିତ ପୂଜା କରାଯାଏ। ଶାରଦୀୟ ନବରାତ୍ରୀରେ…

