Author: Samikhsya Bureau

ବାଲୁଗାଁ: ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ସ୍ଥିତ ବାଲୁଗାଁ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। ସେ କିହଥିଲେ ଯେ, ବାଲୁଗାଁ ମହାବିଦ୍ୟାଳୟ ଆମ୍ଭ ଅଞ୍ଚଳକୁ ନିରବଚ୍ଛିନ୍ନ ଭାବେ ଶିକ୍ଷାଲୋକ ବିତରଣ କରି ସମୁଜ୍ଜ୍ଵଳ ପ୍ରତିଭାସମ୍ପନ୍ନ ସୁନାଗରିକ ମାନଙ୍କୁ ସମର୍ପଣ କରି ନିଜକୁ ମହିମାମଣ୍ଡିତ କରିପାରିଛି। ସେ ଆହୁରି କହିଥିଲେ ଯେ, ଆଜିର ବିଦ୍ୟାର୍ଥୀ ସମାଜ ମୋବାଇଲ ଓ ସୋସିଆଲ ମିଡିଆର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବା ସହ ନିଜର ମାଟି, ଭାଷା ଓ ସଂସ୍କୃତିକୁ ସର୍ବଦା ସମ୍ମାନ ଦେବା ଆବଶ୍ୟକ। ଶିକ୍ଷା, ସଂସ୍କାର ଓ ସମର୍ପଣ ମାଧ୍ୟମରେ ହିଁ ଆମେ ଏକ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିପାରିବା। ଏହି ଅବସରରେ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା…

Read More

ଭୁବନେଶ୍ବର: “ଶୈଶବ୍ୟ ଏବଂ ଚାକିରୀ ଜୀବନର ଅଧାରୁ ଅଧିକ ଜନଜାତିର ଲୋକଙ୍କ ସହ ବିତାଇଥିବାରୁ ମୋ ମନ ଭିତରେ ୬୪ ଟି ଜନଜାତି ଏବଂ PVTG ମାନଙ୍କ ଜୀବନ କାହାଣୀ ସବୁବେଳେ ଏକ ପ୍ରେରଣା ହୋଇ ଆସିଛି। ମୋ ଉପନ୍ୟାସ “ପାର୍ଶ୍ଵସ୍ରୋତ” ରେ ତିନି ପୀଢ଼ିର ଜନଜାତିର କାହାଣୀ ପର୍ଯ୍ୟବେଶିତ। ଆଜିର ଉପନ୍ୟାସ ଉନ୍ମୋଚନ ମୋ ପାଇଁ ଏକ ଅବେଗପୂର୍ଣ୍ଣ ମୁହୂର୍ତ୍ତ । ଏହା ଏକା ଧାରାରେ ମୋ ପରି ଲେଖକଙ୍କ ପାଇଁ ଚଳଚ୍ଚିତ୍ରର ଟ୍ରେଲର ବା ଟିଜର ପରି,” କହିଥିଲେ ବରିଷ୍ଠ ପ୍ରଶାସକ ଓ ଲେଖକ ଅମ୍ରିତ୍ ଋତୁରାଜ। ଓଡିଆ ଭାଷାରେ ତାଙ୍କର ପ୍ରଥମ ଉପନ୍ୟାସର ଉନ୍ମୋଚନ ଅବସରରେ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଆୟୋଜିତ ଏକ ଭରପୁର ସଭାରେ ଲେଖକ ତାଙ୍କର ଲେଖକୀୟ ଦାୟିତ୍ୱବୋଧ ଏବଂ ସାମାଜିକ ସମାନତା ପ୍ରତି ଅଙ୍ଗୀକାର ତଥା ଅନ୍ୟାନ୍ୟ ବିଷୟ ବିଷୟରେ ଆଲୋକପାତ କରିବା ସହ ପ୍ରଥମ ଉପନ୍ୟାସର ଜନକ ହେବାର ପୁଲକ ବିଷୟରେ…

Read More

India’s Regional PR Awards: ପିଆର କ୍ଷେତ୍ରରେ ଭଲ କାମକୁ ସମ୍ମାନ ଜଣାଇବା ପାଇଁ, ଆଇଆରପିଆରଏ ୨୦୨୫ ବର୍ଷର ବିଜେତା ଏଜେନ୍ସି ଓ ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା କରିଛି । ଆଡଭେଣ୍ଟୋ କମ୍ୟୁନିକେଶନ୍ସ  ଶୀର୍ଷ ୨୦ଟି ପିଆର ଏଜେନ୍ସି ମଧ୍ୟରେ ଏକ ସ୍ଥାନ ପାଇବା ସହିତ ବେଷ୍ଟ ରିଜିଓନାଲ ପିଆର ଆୱାର୍ଡରେ ସମ୍ମାନିତ ହୋଇଛି । ପ୍ରତିଷ୍ଠିତ ମଂଚ ଭାବେ ଇଣ୍ଡିଆସ୍ ରିଜିଓନାଲ ପିଆର ଆୱାର୍ଡସ (ଆଇଆରପିଆରଏ) ୨୦୨୫ ଆଂଚଳିକ ଭାରତରେ ପବ୍ଲିକ ରିଲେଶନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସ୍ୱୀକୃତି ପ୍ରଦାନ କରି ଗର୍ବର ସହିତ ଏହାର ବିଜେତାମାନଙ୍କ ନାମ ଘୋଷଣା କରିଛି । ଏହି ଆୱାର୍ଡଗୁଡିକୁ ଜାନୁଆରୀ ୨୦୨୬ରେ ପ୍ରକାଶ କରାଯାଇଥିବା ବେଳେ ଏହାର ଭର୍ଚୁଆଲ ସେରିମନି ଜାନୁଆରୀ ୧୭ ତାରିଖ ୨୦୨୬ରେ ଆୟୋଜିତ ହୋଇଥିଲା, ଯାହା ଆଂଚଳିକ ଯୋଗାଯୋଗ ତ୍ରେର ଉତ୍କୃଷ୍ଟତମ ପ୍ରତିଭା ଓ ଉଦ୍ଭାବନକୁ ଆଲୋକିତ କରିଛି । ଓଡିଶାର ଦୁଇ ଜଣ ପ୍ରଖ୍ୟାତ ପିଆର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଅଜିତ ପାୱାର ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଶ୍ରୀ ଅଜିତ ପାୱାର ମହାରାଷ୍ଟ୍ରର ଜନସାଧାରଣଙ୍କ ସେବାରେ ଅଗ୍ରଭାଗରେ ଥିବା ଜଣେ ପରିଶ୍ରମୀ ବ୍ୟକ୍ତିତ୍ୱ ଭାବେ ସମ୍ମାନିତ ହୋଇଥିଲେ। ପ୍ରଶାସନିକ ପ୍ରସଙ୍ଗରେ ତାଙ୍କର ବୁଝାମଣା ଏବଂ ଗରିବ ଓ ଅବହେଳିତଙ୍କ ସଶକ୍ତିକରଣ ପ୍ରତି ତାଙ୍କର ଆଗ୍ରହ ମଧ୍ୟ ଉଲ୍ଲେଖନୀୟ ଥିଲା। “ତାଙ୍କର ଅକାଳ ବିୟୋଗ ଅତ୍ୟନ୍ତ ମର୍ମାହତ ଏବଂ ଦୁଃଖଦାୟକ। ତାଙ୍କ ପରିବାର ଏବଂ ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା”, ବୋଲି ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି: “ଶ୍ରୀ ଅଜିତ ପାୱାର ଜୀ ଲୋକମାନଙ୍କର ଜଣେ ନେତା ଥିଲେ, ଯାହାଙ୍କର ଏକ ଦୃଢ଼ ତୃଣମୂଳ ସ୍ତରୀୟ ସମ୍ପର୍କ ଥିଲା। ମହାରାଷ୍ଟ୍ରର ଲୋକଙ୍କ ସେବାରେ ଅଗ୍ରଭାଗରେ ଥିବା ଜଣେ ପରିଶ୍ରମୀ ବ୍ୟକ୍ତିତ୍ୱ ଭାବରେ ସେ ବ୍ୟାପକ ଭାବରେ ସମ୍ମାନିତ ହୋଇଥିଲେ। ପ୍ରଶାସନିକ ପ୍ରସଙ୍ଗରେ ତାଙ୍କର ବୁଝାମଣା…

Read More

Budget Session Begins: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଗ୍ରାମାଞ୍ଚଳରେ ନିଯୁକ୍ତି ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ “ଡେଭଲପ୍ ଇଣ୍ଡିଆ ଜି-ରାମ ଜି” ଆଇନ ପ୍ରଣୟନ କରାଯାଇଛି। ବଜେଟ ଅଧିବେଶନର ପ୍ରଥମ ଦିନରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ନୂତନ ଆଇନ ୧୨୫ ଦିନର ଗ୍ରାମାଞ୍ଚଳ ନିଯୁକ୍ତିର ଗ୍ୟାରେଣ୍ଟି ଦିଏ। ଏହା ଦୁର୍ନୀତି ଏବଂ ଆତ୍ମସାତକୁ ରୋକିବାରେ ମଧ୍ୟ ସାହାଯ୍ୟ କରିବ, ଏହି ଲକ୍ଷ୍ୟକୁ ସରକାର ଦୀର୍ଘ ସମୟ ଧରି ପୂରଣ କରିବାକୁ ଚେଷ୍ଟା କରିଆସୁଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଏହି ଯୋଜନା ଗ୍ରାମାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ଚାଷୀ, ପଶୁପାଳନ ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ପାଇଁ ନୂତନ ସୁବିଧା ସୃଷ୍ଟି କରିବ। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ, ପ୍ରାୟ ୯୫୦ ନିୟୁତ ଭାରତୀୟ ବର୍ତ୍ତମାନ ସାମାଜିକ ସୁରକ୍ଷା ଯୋଜନାରୁ ଉପକୃତ…

Read More

ନୂଆଦିଲ୍ଲୀ: ଆଜି ସକାଳେ ପୁଣେ ଜିଲ୍ଲାରେ ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଅନ୍ୟ ତିନି ଜଣଙ୍କର ମୃତ୍ୟୁ ହୋଇଛି। ସମ୍ପୃକ୍ତ ଛୋଟ ବିମାନଟି ଏକ ଘରୋଇ ପରିଚାଳିତ ଚାର୍ଟର୍ଡ ବିମାନ ଥିଲା ଯାହା ମୁମ୍ବାଇରୁ ନିର୍ଦ୍ଧାରିତ ରାଜନୈତିକ ରାଲି ପାଇଁ ଯାତ୍ରା କରିଥିଲା। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)ର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ 8:45 ରେ ଶେଷ ଆଡକୁ ବିମାନଟି ଗମ୍ଭୀର ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ବାରାମତୀ ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରିବା ସମୟରେ ପାଇଲଟ୍ ନିୟନ୍ତ୍ରଣ ହରାଇଥିବା ଜଣାପଡ଼ିଛି, ଯାହା ଫଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ରନୱେରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବିମାନଟି VSR Ventures Private Limited ର ମାଲିକାନା ଏକ Learjet 45XR। ଏହି କମ୍ପାନୀ VK ସିଂହଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ମାଲିକାନା ଥିଲା, ଯାହାଙ୍କ ନେତୃତ୍ୱରେ VSR Ventures…

Read More

ବ୍ରହ୍ମପୁର: ଏକ ରଂଗାରଂଗ ପରିବେଷ ମଧ୍ୟରେ ଉଦଘାଟିତ ହୋଇଛି ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୨୬।ରାଜ୍ୟପାଳ ଡ ହରିବାବୁ କୁମ୍ଭପାଟି ଏବଂ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇ ଏହି ଉତ୍ସବକୁ ଉଦଘାଟନ କରିଛନ୍ତି। ଦୀର୍ଘ ବର୍ଷ ଧରି ଚାଲିଆସିଥିବା ଏହି ମହୋତ୍ସବ ହେଉଛି ଗଞ୍ଜାମ ମାଟିର କଳା,ଐତିହ୍ୟ,ସଂସ୍କୃତି ଓ ସାମାଜିକ ସଦଭାବନାର ପ୍ରତିଫଳନ। ଆମ ଓଡ଼ିଆ ସଂସ୍କୃତି, ପାରମ୍ପରିକତା ଓ ଲୋକକଳାର ଅଦ୍ଭୁତ ଝଲକ ଗଞ୍ଜାମ ସହର ପାଇଁ ସମଗ୍ର ବିଶ୍ଵରେ ବିରାଟ ଆକର୍ଷଣ ରହିଛି। ଗଞ୍ଜାମ ସହରକୁ ନୂଆ ରୂପ ଦେଇ ବିଶ୍ବର ବ୍ୟସ୍ତ ବହୁଳ ପର‌୍ୟ୍ୟଟନ କ୍ଷେତ୍ର ଭାବେ ପରିଗଣିତ କରିବାରେ ଲାଗିଛି। ଏହି ଉତ୍ସବରେ ବାଣିଜ୍ୟ ଓ ପରିବହନ ତଥା ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ…

Read More

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରଶିକ୍ଷଣ କେନ୍ଦ୍ର (SIWC) ପରିସରରେ ‘ପଞ୍ଚତତ୍ତ୍ୱ ପାର୍କ’ର ଉଦଘାଟନ କରିବା ସହ ‘ସୁଭଦ୍ରା ସାଧନ କେନ୍ଦ୍ର’ର ଭିତ୍ତିପ୍ରସ୍ତର ସ୍ଥାପନ ତଥା ସୁପୋଷିତ ଓଡ଼ିଶା ମିଶନ (SOM) ଅନ୍ତର୍ଗତ ରାଜ୍ୟସ୍ତରୀୟ ଓରିଏଣ୍ଟେସନ-କମ୍-କାପାସିଟି ବିଲଡିଂର ଦୁଇଦିନିଆ କର୍ମଶାଳାର ଶୁଭାରମ୍ଭ କରିବା ସହ ‘ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା’ ଅଧୀନରେ ଶିଶୁମାନଙ୍କ ପାଇଁ ପୋଷାକ ଓ ଶୀତବସ୍ତ୍ର ମୂଲ୍ୟରେ ସଂଶୋଧନ କରି ମହିଳା ଓ ଶିଶୁଙ୍କ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିଜ ଅଭିଭାଷଣରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ପାଇଁ ତୃଣମୂଳ ସ୍ତରରେ ମା’ମାନଙ୍କୁ ଶିକ୍ଷିତ ତଥା ସଚେତନ କରିବାକୁ ସେ ଆହ୍ୱାନ ଦେଇଥିଲେ, ଯାହାଫଳରେ ସେମାନେ ଶିଶୁମାନଙ୍କ ଯତ୍ନ ନେବାରେ ସହାୟକ ହୋଇପାରିବେ। ଏହାସହ ସେ…

Read More

ଭୁବନେଶ୍ବର: ଆସନ୍ତା 28 ଜାନୁଆରୀ ନଵନିର୍ମାଣ କୃଷକ ସଂଗଠନ ଦ୍ୱାରା ଓଡିଶା ବନ୍ଦ ଡାକରାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ କରିବା ନେଇ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟଵ୍ୟାପୀ ଧାନ କିଣାରେ ଅବ୍ୟବସ୍ଥା, ଯାନବାହନର ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ବିଜୁଳି ଟାରିଫକୁ ନେଇ ରାଜ୍ୟରେ ସରକାର, ଓଇଆରସି ଓ ଟାଟା ପାୱାରର ମନମାନି ତଥା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଉଚ୍ଛେଦ ବିରୋଧରେ କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ ହୋଇ ଆସୁଅଛି। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସମସ୍ୟା ସମ୍ବଳିତ ଉପରୋକ୍ତ ସମସ୍ୟା ଗୁଡିକୁ ନେଇ ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆ ଯାଇଥିବାରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଏହାକୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଶ୍ରୀ ଦାସ କହିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ…

Read More

ଭୁବନେଶ୍ବର: ଆଜି ଢେଙ୍କାନାଳ ମିନି ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ପାଳିତ ହୋଇଛି। ଏହି ଉତ୍ସବରେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀ,ଆରକ୍ଷୀ ବାହିନୀ ଓ ସମବେତ ଜନତାଙ୍କୁ ସମ୍ବୋଧନ କରିଥିଲେ। ସେ କହିଥିଲେ ଯେ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଓଡ଼ିଶାର ବରପୁତ୍ରଙ୍କ ଅତୁଳନୀୟ ଅବଦାନ ଆମ ପାଇଁ ସଦା ସ୍ମରଣୀୟ ଓ ପ୍ରେରଣାଦାୟୀ। ଆଜି ସେହି ମହାପୁରୁଷଙ୍କୁ ମନେ ପକାଇବା ସହ ଏକ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଶପଥ ନେବାର ଦିନ। ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ଦେଖାଦେଇଥିଲେ ମଧ୍ୟ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଦକ୍ଷ ନେତୃତ୍ୱରେ ଭାରତ ଆଜି ବିଶ୍ୱର ୪ର୍ଥ ବୃହତ୍ତମ ଅର୍ଥନୀତି। ୨୦୩୦ ସୁଦ୍ଧା ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ସହ ୨୦୪୭ ସୁଦ୍ଧା ସଂପୂର୍ଣ୍ଣ ‘ବିକଶିତ ଭାରତ’ ର ଲକ୍ଷ୍ୟ…

Read More

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ସକାଳ ୮.୨୮ ରେ ମହାତ୍ମାଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀ ହେମନ୍ତ ଶର୍ମା, ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ୱା. ବି. ଖୁରାନିଆ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମୋଡର ବିକ୍ରମ ସିଂହ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ। ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ୮.୩୦ ମିନିଟ୍‌ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେଡ୍‌ କମାଣ୍ଡାଣ୍ଟ ଶ୍ରୀ ରାକେଶ କୁମାର…

Read More

ସାଧାରଣତନ୍ତ୍ର ଦିବସ ୨୦୨୬: କଟକର ବାରବାଟୀ ଷ୍ଟାଡିଅମରେ ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଭାରତୀୟ ସମ୍ବିଧାନ ହେଉଛି ଆମ ଗଣତନ୍ତ୍ରର ଆଧାର ଓ ପ୍ରତ୍ୟେକ ନାଗରିକଙ୍କ ପାଇଁ ମାର୍ଗଦର୍ଶକ। ସେ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ବୀର ସଂଗ୍ରାମୀ ଏବଂ ଦେଶର ସୁରକ୍ଷା ପାଇଁ  ବଳିଦାନ କରିଥିବା ଅମର ଶହୀଦ୍‌ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଅବଦାନକୁ ସ୍ମରଣ କରି ସେ କହିଥିଲେ ଯେ, ସମ୍ବିଧାନ ଆମକୁ ସମାନ ଅଧିକାର ସହିତ ସମାନ କର୍ତ୍ତବ୍ୟର ପାଠ ମଧ୍ୟ ଦେଇଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୧୪ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଦ୍ରୁତ ବିକାଶ ପଥରେ ଅଗ୍ରସର ହୋଇ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇଛି। ‘ମେକ୍‌ ଇନ୍‌ ଇଣ୍ଡିଆ’, ‘ଡିଜିଟାଲ ଇଣ୍ଡିଆ’, ‘ଆୟୁଷ୍ମାନ ଭାରତ’, ‘ପ୍ରଧାନମନ୍ତ୍ରୀ ଆବାସ…

Read More

ଭୁବନେଶ୍ବର: ବାଣପୁର ନିକଟସ୍ଥ ତୋରସିଂହ ଗ୍ରାମରେ ପୋଲ ଭୁଷୁଡିବା ଘଟଣା “ସମୀକ୍ଷା” ରେ ପ୍ରକାଶିତ ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଏ ନେଇ ମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ” ଆଜି ମୋ ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ଗ୍ରାମ ପାଖରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ପୁରୁଣା ପୋଲ ଦୁର୍ଭାଗ୍ୟବଶତଃ ଭୁଶୁଡି ଯାଇଥିବା ସମ୍ବାଦ ପାଇ ତୁରନ୍ତ ପଦକ୍ଷେପ ନିଆଯାଇଛି। ନୂତନ ପୋଲ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଲୋକମାନଙ୍କର ଯାତାୟାତ ସୁବିଧା ନିମନ୍ତେ ସେହି ସ୍ଥାନରେ ତୁରନ୍ତ ଏକ Fair Weather Road ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।” ସେ ପୁଣି କହିଛନ୍ତି ଯେ,ଏହି ସ୍ଥାନରେ ପ୍ରାୟ ଚାରି ବର୍ଷ ପୂର୍ବରୁ ନିର୍ମାଣ ହେବାକୁ ଥିବା ନୂତନ ପୋଲ ପୂର୍ବତନ ସରକାରଙ୍କ…

Read More

ଭୁବନେଶ୍ବର: ଗଣତନ୍ତ୍ର ଦିବସ ପୂର୍ବରୁ ଆଜି ଘୋଷଣା ହୋଇଛି ରାଜ୍ୟର ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଶ୍ରୀ। ଏଥିରେ ଓଡିଶାରୁ ଚାରି ଜଣ ଏହି ସମ୍ମାନ ପାଇବାକୁ ମନୋନିତ ହୋଇଛନ୍ତି। ସେମାନେ ହେଲେ ଶ୍ରୀ ଚରଣ ହେମ୍ବ୍ରମ, ସୀମାଞ୍ଚଳ ପାତ୍ର, ମହେନ୍ଦ୍ର କୁମାର ମିଶ୍ର ଏବଂ ଶରତ ପାତ୍ର। ଏହି ଚାରିଜଣଙ୍କୁ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବାକୁ ଯାଉଥିବା ଓଡ଼ିଶାର ଶ୍ରୀ ଚରଣ ହେମ୍ବ୍ରମ, ଶ୍ରୀ ମହେନ୍ଦ୍ର କୁମାର ମିଶ୍ର, ଶ୍ରୀ ଶରତ କୁମାର ପାତ୍ର ଓ ଶ୍ରୀ ସୀମାଞ୍ଚଳ ପାତ୍ରଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ସାହିତ୍ୟ, ଶିକ୍ଷା ଓ କଳା ଜଗତକୁ ସମୃଦ୍ଧ କରିବାରେ ଆପଣମାନଙ୍କ ଅବଦାନ ଅତୁଳନୀୟ। ଓଡ଼ିଶାର ଗୌରବ ବୃଦ୍ଧି ସହ ଆଗାମୀ ଦିନରେ ସମସ୍ତଙ୍କର ଆହୁରି ଆଫଳତା କାମନା କରୁଛି।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍କୁଲ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଗ୍ରହଣରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି | ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମର ଆଜି ଥିଲା 130 ତମ ଅଧ୍ୟାୟ | ମୁଖ୍ୟମନ୍ତ୍ରୀ ସ୍କୁଲ ପରିସରରେ ଏହି କାର୍ଯ୍ୟକ୍ରମ ଶୁଣିବା ସହିତ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରେରଣାଦାୟୀ ଦିଗ ସମ୍ପର୍କରେ ବୁଝାଇଥିଲେ | ଏଥି ସହିତ ଷ୍ଟାର୍ଟଅପ କ୍ଷେତ୍ରରେ ଭାରତ ବର୍ଷର ସଫଳତା ବିଷୟରେ ଆଲୋକପାତ କରି ପିଲା ମନକୁ ସବୁବେଳେ ନବସୃଜନ ଉପରେ ଗୁରୁତ୍ୱ ଦେବା ପାଇଁ ଉପଦେଶ ଦେଇଥିଲେ | ଆଜିର ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖରେ ରଖିଥିବା ତାଙ୍କର ପ୍ରତ୍ୟେକ ପ୍ରେରଣାଦାୟୀ ବିଚାର ସମ୍ପର୍କରେ ପିଲା ମାନକ ସହ ମୁଖ୍ୟମନ୍ତ୍ରୀ ସଵିସ୍ତୃତ ଆଲୋଚନା କରିଥିଲେ |…

Read More

ଭୁବନେଶ୍ବର: ଗଣତନ୍ତ୍ର ଦିବସ ପୂର୍ବରୁ ଆଜି ଘୋଷଣା ହୋଇଛି ରାଜ୍ୟର ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଶ୍ରୀ। ଏଥିରେ ଓଡିଶାରୁ ଚାରି ଜଣ ଏହି ସମ୍ମାନ ପାଇବାକୁ ମନୋନିତ ହୋଇଛନ୍ତି। ସେମାନେ ହେଲେ ଶ୍ରୀ ଚରଣ ହେମ୍ବ୍ରମ, ସୀମାଞ୍ଚଳ ପାତ୍ର, ମହେନ୍ଦ୍ର କୁମାର ମିଶ୍ର ଏବଂ ଶରତ ପାତ୍ର। ଏହି ଚାରିଜଣଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ‘୨୦୨୬ ମସିହା ପାଇଁ ଓଡ଼ିଶାରୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଶ୍ରୀ ଚରଣ ହେମ୍ବ୍ରମ ଓ ଶ୍ରୀ ମହେନ୍ଦ୍ର କୁମାର ମିଶ୍ର ଏବଂ କଳା କ୍ଷେତ୍ରରେ ଶ୍ରୀ ଶରତ କୁମାର ପାତ୍ର ଓ ଶ୍ରୀ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହେବା ସମଗ୍ର ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ। ଆପଣମାନଙ୍କର ଏହି ଉପଲବ୍ଧି ଓଡ଼ିଶାର କଳା ଓ ସଂସ୍କୃତିକୁ ଜାତୀୟ ସ୍ତରରେ…

Read More

ଭୁବନେଶ୍ବର: ଆଜି ପଦ୍ମ ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଛି। ଏହି ଘୋଷଣାରେ ଓଡିଶାର ଚାରିଜଣଙ୍କ ନାମ ରହିଛି। ସେମାନେ ହେଲେ ଶ୍ରୀ ଚରଣ ହେମ୍ବ୍ରମ ସୀମାଞ୍ଚଳ ପାତ୍ର ମହେନ୍ଦ୍ର କୁମାର ମିଶ୍ର ଶରତ ପାତ୍ର ଶ୍ରୀ ଚରଣ ହେମ୍ବ୍ରମ ହେଉଛନ୍ତି ସାନ୍ତାଳୀ ଭାଷାର ଜଣେ ପ୍ରତିଷ୍ଠିତ ଲେଖକ। ସେହିପରି ସୀମାଞ୍ଚଳ ପାତ୍ର ହେଉଛନ୍ତି ପ୍ରହଲ୍ଲାଦ ନାଟକର ନାଟ୍ୟ ଗୁରୁ। ପ୍ରାଚୀନ କଳାକୁ ସେ ଏ ପର୍ଯ୍ୟନ୍ତ ବଞ୍ଚାଇ ରଖିବାରେ ଅହରହ ଉଦ୍ୟମ ଜାରୀ ରଖିଛନ୍ତି। ଅନ୍ୟତମ ପଦ୍ମ ପୁରସ୍କାର ପାଇଁ ମନୋନିତ ହୋଇଥିବା ବ୍ୟକ୍ତି ହେଉଛନ୍ତି ମହେନ୍ଦ୍ର କୁମାର ମିଶ୍ର। ସେ ହେଉଛନ୍ତି ଜଣେ ଶିକ୍ଷାବିତ୍। ସେ ଜନଜାତି ଲୋକକଥାର ପ୍ରଚାର ପ୍ରସାର କରିବାରେ ଲାଗିଛନ୍ତି। ଅନ୍ୟତମ ପଦ୍ମଶ୍ରୀ ପାଇବେ ଶରତ ପାତ୍ର। ସେ ହେଉଛନ୍ତି ପାରଂପାରିକ ବାନ୍ଧକଳା ଶିଳ୍ପୀ। ଶରତ କୁମାର ପାତ୍ର ହେଉଛନ୍ତି ନୂଆପାଟଣାର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ। ତାଙ୍କୁ ୨୦୧୫ରେ ବହୁ ପ୍ରତିଷ୍ଠିତ ସନ୍ତ କବିର…

Read More

JioBlackRock Fund: ଜିଓ-ବ୍ଲାକରକ୍ ଆସେଟ୍ ମ୍ୟାନେଜମେଣ୍ଟ ପକ୍ଷରୁ ଏକ ନୂତନ ଇକ୍ୱିଟି ଫଣ୍ଡ, ଜିଓ-ବ୍ଲାକରକ୍ ସେକ୍ଟର ରୋଟେସନ୍ ଫଣ୍ଡ ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ଫଣ୍ଡ ସମୟ ସମୟରେ ଷ୍ଟକ୍ ବଜାରର ବିଭିନ୍ନ କ୍ଷେତ୍ରରେ ଏହାର ନିବେଶ ଅନୁପାତ ପରିବର୍ତ୍ତନ କରି ଏହାର ଗ୍ରାହକମାନଙ୍କୁ ଅଧିକ ରିଟର୍ଣ୍ଣ ପ୍ରଦାନ କରିବାକୁ ପ୍ରଚେଷ୍ଟା କରିବ। ଜିଓ-ବ୍ଲାକରକ୍ ଆସେଟ୍ ମ୍ୟାନେଜମେଣ୍ଟ ହେଉଛି ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ ଏବଂ ବିଶ୍ୱର ପ୍ରମୁଖ ନିବେଶକ ସଂସ୍ଥା ବ୍ଲାକରକ୍ ମଧ୍ୟରେ ଏକ ମିଳିତ ଉଦ୍ୟୋଗ। କମ୍ପାନୀ ଅନୁଯାୟୀ, ନୂତନ ଫଣ୍ଡ ବ୍ଲାକରକ୍ ର ସିଷ୍ଟମେଟିକ୍ ଆକ୍ଟିଭ୍ ଇକ୍ୱିଟିଜ୍ (ଏସଏଇ) ରଣନୀତି ଉପରେ ଆଧାରିତ, ଯାହା କେଉଁ କ୍ଷେତ୍ରରେ ଅଧିକ ନିବେଶ କରିବ ଏବଂ କେଉଁ କ୍ଷେତ୍ରରେ କମ୍ ନିବେଶ କରିବ ତାହା ନିର୍ଣ୍ଣୟ କରିବା ପାଇଁ ଡାଟା, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଆନାଲିଟିକ୍ସ ବ୍ୟବହାର କରିଥାଏ। ଏହାର ଉଦ୍ଦେଶ୍ୟ ହେଉଛି ବଜାର ପରିସ୍ଥିତି ପରିବର୍ତ୍ତନ ହେବା ସହିତ…

Read More

ଭୁବନେଶ୍ବର: ଓଡିଆ ସଂଗୀତ ଜଗତର ବିଶିଷ୍ଠ ବ୍ୟକ୍ତିତ୍ବ ଅଭିଜିତ ମଜୁମଦାରଙ୍କ ପରଲୋକ ଘଟିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ବୟସ ହୋଇଥିଲା। ସେ ଲିଭର ସମସ୍ୟା ନେଇ ବହୁଦିନ ଧରି ଭୁବନେଶ୍ବର ଏମସରେ ଚିକିତ୍ସିତ ହେଉଥିଲେ। ଏହାପରେ ସେ ଘରକୁ ଫେରିଥିଲେ ମଧ୍ୟ ଗତକାଲି ସେ ଗୁରୁତର ହେବାରୁ ତାଙ୍କୁ ପୁଣି ଭୁବନେଶ୍ବର ଏମସରେ ଭର୍ତ୍ତି କରାଯାଇଥିଲା। ହେଲେ ସେ ସେଠାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, “ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ, ସିନେମା ଓ ସଂସ୍କୃତି ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ…

Read More

ଭୁବନେଶ୍ବର: ଶେଷରେ ଚାଲିଗଲେ ବିଶିଷ୍ଠ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ବଞ୍ଚିବା ପାଇଁ ଭୁବନେଶ୍ବର ଏମସରେ ବହୁ ସଂଘର୍ଷ କରିବା ପରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଲିଭର ଜନିତ ରୋଗରେ ପିଡିତ ହୋଇ ସେ ଭୁବନେଶ୍ବର ଏମସରେ ଚିକିତ୍ସିତ ହେଉଥିଲେ। ସେ ସେଠାରେ ବହୁଦିନ ଧରି ଚିକିତ୍ସିତ ହେବ ପରେ କୋମା ଅବସ୍ଥାରେ ଘରକୁ ଫେରିଥିଲେ। ହେଲେ ପୁଣି ଥରେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଏମସରେ ଗତକାଲି ଭର୍ତ୍ତି କରାଯାଇଥିଲା। ହେଲେ ସେ ଶେଷରେ ଜୀବନ ହାରି ଦେଇଛନ୍ତି। ଅଭିଜିତ ଗୁରୁତର ଅସୁସ୍ଥ ହୋଇ ଗତ ବର୍ଷ ସେପ୍ଟମ୍ବର ମାସରୁ ଚିକିତ୍ସିତ ହୋଇ ଆସୁଛନ୍ତି। ପ୍ରଥମେ ସେ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ସେଠାରେ ତାଙ୍କର ଅବସ୍ଥାରେ କୌଣସି ପରିବର୍ତ୍ତନ ନ ହେବାରୁ ତାଙ୍କୁ ଭୁବନେଶ୍ବର ଏମସ୍ କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ସେ ବିଭିନ୍ନ ରୋଗରେ ପିଡିତ ହୋଇ ସଙ୍କଟାପର୍ଣ୍ଣ ଅବସ୍ଥାରେ…

Read More

Mukteswar Dance Festival: ଓଡିଶୀ ନୃତ୍ୟର ମହାକୁମ୍ଭ ମୁକ୍ତେଶ୍ଵର ନୃତ୍ୟ ଉତ୍ସବ ୨୦୨୬ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ସ୍ଥିତ ମୁକ୍ତେଶ୍ଵର ମନ୍ଦିର ପରିସରରେ ଆଜିଠାରୁ ତିନିଦିନିଆ ମୁକ୍ତେଶ୍ଵର ନୃତ୍ୟ ଉତ୍ସବ ୨୦୨୬ ଆରମ୍ଭ ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ପ୍ରତ୍ୟହ ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡିଶୀ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଏଠାରେ ନୃତ୍ୟ ପରିବେଷଣ କରାଯିବ। ଏହି ନୃତ୍ୟ ଉତ୍ସବକୁ ଉଦଘାଟନ କରିବା ସହିତ ମୁକ୍ତେଶ୍ଵର ମନ୍ଦିରର ଅନନ୍ୟ ସ୍ଥାପତ୍ୟ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶୀ ନୃତ୍ୟର ଆଦୃତି ପାଇଁ ଏହି ଉତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକାଗ୍ରହଣ କରି ଆସିଛି। ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ଏଠାରେ ନୃତ୍ୟୋତ୍ସବ ଅନୁଷ୍ଠିତ ହେଉଛି। ଏହି ଉତ୍ସବ ପର୍ଯ୍ୟଟକ ଓ ସଂସ୍କୃତିପ୍ରେମୀଙ୍କ ପାଇଁ…

Read More