Author: Samikhsya Bureau

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ଭାରତରେ ୧୭ବର୍ଷରୁ କମ୍ ମହିଳା ବିଶ୍ୱ କପ୍ ଫୁଟବଲ ୨୦୨୨ ପ୍ରତିଯୋଗିତା ଆୟୋଜନ ନିମନ୍ତେ ଆନ୍ତର୍ଜାତିକ ଫୁଟବଲ ମହାସଂଘ (ଏଫଆଇଏଫଏ) ସହ ପ୍ରତିଶ୍ରୁତିନାମା (ଗ୍ୟାରେଣ୍ଟିପତ୍ର) ସ୍ୱାକ୍ଷର କରିବାକୁ ଅନୁମୋଦନ କରାଯାଇଛି। ଫିଫା ୧୭ବର୍ଷରୁ କମ୍ ମହିଳା ବିଶ୍ୱକପ୍-୨୦୨୨ ଭାରତରେ ଅକ୍ଟୋବର ୧୧ରୁ ୩୦ ତାରିଖ ମଧ୍ୟରେ ଆୟୋଜିତ ହେବ। ଦ୍ୱିବାର୍ଷିକ ଯୁବ ଟୁର୍ଣ୍ଣାମେଣ୍ଟର ସପ୍ତମ ସଂସ୍କରଣ ଫିଫା ମହିଳା ଫୁଟବଲ ପ୍ରତିଯୋଗିତା ପ୍ରଥମ ଥର ନିମନ୍ତେ ଭାରତରେ ଆୟୋଜିତ ହେବ। ଫିଫା ୧୭ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ୍-୨୦୧୭ର ସକାରତ୍ମକ ଅଭିକ୍ଷତାକୁ ପାଥେୟ କରି ଦେଶ ୧୭ବର୍ଷରୁ କମ୍ ମହିଳା ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତ ହେଉଛି। ଏହି ଆକର୍ଷଣୀୟ ଟ୍ରଫିକୁ ହାତେଇବା ପାଇଁ ବିଶ୍ୱର ଯୁବା ମହିଳା ଫୁଟବଲ ଖେଳାଳୀମାନେ ସମସ୍ତ ପ୍ରୟାସ କରିବେ। ଆର୍ଥିକ ବ୍ୟୟ ସର୍ବଭାରତୀୟ ଫୁଟବଲ ମହାସଂଘକୁ ଏଥିପାଇଁ ଦଶକୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିରେ…

Read More

ନୂଆଦିଲ୍ଲୀ: ୨୦୨୨ ଏସିଆ କପ୍ ଶ୍ରୀଲଙ୍କାରେ ଖେଳାଯିବ ନାହିଁ। ଏହାପୂର୍ବରୁ ଶ୍ରୀଲଙ୍କା ଏସିଆ କପ୍ ଆୟୋଜନ କରିବାକୁ ଯାଉଥିଲା, କିନ୍ତୁ ଶ୍ରୀଲଙ୍କାରେ ଚାଲିଥିବା ଅଶାନ୍ତି ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟକୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ସ୍ଥାନାନ୍ତର କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ ଟି ଦଳ ଅଂଶଗ୍ରହଣ କରିବେ। ଅଗଷ୍ଟ ୨୭ ରୁ ଏସିଆ କପ୍ ଖେଳାଯିବ: ୬ ଟି ଦଳ ମଧ୍ୟରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହୋଇଥିବାବେଳେ ଏହାର ଅନ୍ତିମ ମ୍ୟାଚ୍ ସେପ୍ଟେମ୍ବର ୧୧ ତାରିଖ ରେ ଖେଳାଯିବ। ତେବେ ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ମ୍ୟାଚ୍ ଅଗଷ୍ଟ ୨୪ ତାରିଖରୁ ଆରମ୍ଭ ହେବ। ପୁଣିଥରେ ଏସିଆ କପ୍ ଟି-୨୦ ଫର୍ମାଟରେ ଖେଳାଯିବ। ଏହି ଦଳ ମଧ୍ୟରେ ଯୋଗ୍ୟତା ମ୍ୟାଚ୍ ଖେଳାଯିବ: ପ୍ରକାଶ ଥାଉ କି ଏସିଆ କପ୍ ପାଇଁ ପାଞ୍ଚଟି ଦଳ ଚୟନ ହୋଇସାରିଛନ୍ତି। ଏଥି ସହିତ ଷଷ୍ଠ ଦଳ ଯୋଗ୍ୟତା ପର୍ଯ୍ୟାୟରୁ ଟପ୍…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନ୍ନାଇର ଜେଏଲ୍‌ଏନ୍ ଇନଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଭବ୍ୟ ଉଦଘାଟନୀ କାର୍ଯ୍ୟକ୍ରମରେ ୪୪ ତମ ଚେସ୍ ଅଲିମ୍ପିଆଡ୍ ର ଶୁଭାରମ୍ଭ କରିବେ। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଜୁନ ୧୯, ୨୦୨୨ ରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଚେସ ଅଲିମ୍ପିଆଡ ଟର୍ଚ୍ଚ ରିଲେର ମଧ୍ୟ ଶୁଭାରମ୍ଭ କରିଥିଲେ। ଏହି ଟର୍ଚ୍ଚ ଯାତ୍ରା ସ୍ୱିଜରଲ୍ୟାଣ୍ଡ ସ୍ଥିତ ଏଫ୍‍ଆଇଡିଇ ମୁଖ୍ୟ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ୪୦ ଦିନରେ ୨୦,୦୦୦ କିଲୋମିଟର ଯାତ୍ରାରେ ୭୫ ଟି ପବିତ୍ର ସ୍ଥାନ ଅତିକ୍ରମ କରି ମହାବଲିପୁରମରେ ଶେଷ ହୋଇଥିଲା। ଚେନ୍ନାଇରେ ଜୁଲାଇ ୨୮ ରୁ ଅଗଷ୍ଟ ୯, ୨୦୨୨ ପର୍ଯ୍ୟନ୍ତ ୪୪ ତମ ଚେସ୍ ଅଲିମ୍ପିଆଡ୍ ଅନୁଷ୍ଠିତ ହେଉଛି।  ୧୯୨୭ ମସିହାରୁ ଆୟୋଜିତ ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରଥମ ଥର…

Read More

ମକର ରାଶିଫଳ- ଆପଣ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ଆର୍ଥିକ ଲାଭ ହାସଲ ହେବ । ସ୍ଥାନାନ୍ତରଣର ସମ୍ଭାବନା, ବିଶେଷକରି ଧାର୍ମିକ ଯାତ୍ରା ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ଘରେ ଏକ ମଙ୍ଗଳ ପ୍ରସଙ୍ଗରେ ଉପସ୍ଥିତ ହେବାର ଏକ ସୁଯୋଗ ଥାଇପାରେ। ମୀନ ରାଶିଫଳ- ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି ।

Read More

ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ । ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ ।…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ୪୧ ଜଣ ଅଭିଜ୍ଞ ଓକିଲଙ୍କୁ ସହାୟକ ପବ୍ଲିକ ପ୍ରସିକ୍ୟୁଟର ଭାବେ ନିଯୁକ୍ତ ଦେଇଛନ୍ତି। ଲୋକସେବା ଭବନର ପ୍ରେକ୍ଷାଳୟରେ ଆୟୋଜିତ ଏକ ଉତ୍ସବରେ ଏହି ନିଯୁକ୍ତି ଦିଆଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଯୋଗଦେଇ ଗରିବ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନରେ ସାହାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥିରେ ଗୃହ ରାଜ୍ୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ନବ ନିଯୁକ୍ତଙ୍କୁ ସଚ୍ଚୋଟାତ ଓ ପାରଦର୍ଶୀ ଭାବେ କାମ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ତ୍ବରିତ ନ୍ୟାୟ ପ୍ରଦାନରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଗରିବ ଓ ବଞ୍ଚିତ ବର୍ଗର ପୀଡ଼ିତଙ୍କ ବିଶ୍ବାସ ଜିତି ସଚ୍ଚୋଟତାର ସହ କାମ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପରାମର୍ଶ ଦେଇଥିଲେ। 5T ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଥମିବାର ନାଁ ଧରୁନି। ଆଜି ଟାଉନ ଥାନା ପୋଲିସ ପୁଣି ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ସାମନ୍ତରାୟପୁର ସ୍ଵପ୍ନେଶ୍ଵର ସାହିର ଏକ ଘରେ ଆଜି ବ୍ରାଉନ ସୁଗାର କାରବାର ଚାଲିଥିବାର ଏସପି ସିଦ୍ଧାର୍ଥ କଟାରିଆଙ୍କୁ କୌଣସି ଏକ ସୂତ୍ରରୁ ଖବର ମିଳିଥିଲା। ବିଳମ୍ବ ନକରି ଟାଉନ ଥାନା ପୋଲିସକୁ ଏସପି ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଏବଂ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥଲା। ଚଢ଼ାଉ ସମୟରେ ପୋଲିସ ଉକ୍ତ ସ୍ଥାନରୁ ୧୦ ଗ୍ରାମ ବ୍ରାଉନ ସୁଗାର ଓ ନକଦ ୨୫ ହଜାର ୪୩୦ ଟଙ୍କା ଜବତ କରିବା ସହ ଅଭିଯୁକ୍ତ ଦମ୍ପତି ପଞ୍ଚୁ ସାହୁ(୫୮)…

Read More

ଭୁବନେଶ୍ୱର: ସୌର ଜଳନିଧି ଯୋଜନାରେ ରାଜ୍ୟର ଚାଷୀମାନଙ୍କୁ ଜଳସେଚନର ସୁବିଧା ନିମନ୍ତେ ସୋଲାର ପମ୍ପସେଟ୍‌ ସ୍ଥାପନର ଅଗ୍ରଗତିର ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଜି କୃଷି ଭବନରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ୨୦୧୮-୧୯ ବର୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର ସଦ୍ୟତମ ସ୍ଥିତି ବିଷୟରେ ସମୀକ୍ଷା କରିବା ଅବସରରେ ଧାର୍ଯ୍ୟ ଲକ୍ଷ୍ୟକୁ ଶୀଘ୍ର ପୂରଣ କରି ଚାଷୀମାନଙ୍କୁ ଜଳସେଚନର ସୁବିଧା ଉପଲବ୍ଧ କରାଇବା ପାଇଁ ବିଭାଗୀୟ ଅଧିକାରୀ ଓ ଚୁକ୍ତିଭୁକ୍ତ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓରେଡାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ଟି ଚୁକ୍ତିଭୁକ୍ତ କମ୍ପାନୀ ମାଧ୍ୟମରେ ରାଜ୍ୟରେ ସୋଲାର ପମ୍ପସେଟ୍‌ ସ୍ଥାପନ କରାଯାଇଛି। ନ୍ୟୁନତମ ୦.୫ ଏକର ଚାଷ ଜମି ଥିବା ଓ କୂଅ/ଫାର୍ମପଣ୍ଡ କିମ୍ବା ନିକଟସ୍ଥ ଚେକ୍‌ଡ୍ୟାମ୍‌ରୁ ପାଣିନେବାର ସୁବିଧାଥିବା ଚାଷୀମାନଙ୍କୁ ସୋଲାର ପମ୍ପସେଟ୍‌ ସ୍ଥାପନ ନିମନ୍ତେ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ଭୁବନେଶ୍ବର-ରାଉରକେଲା ଟ୍ରେନ୍ ରେ କଟି ରେଢ଼ାଖୋଲ ନବଘନପୁର ଗ୍ରାମ ନିକଟରେ ଜନୈକ ଅଜଣା ଯୁବକର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ରେଢ଼ାଖୋଲ ଥାନା ଲୁହାପଙ୍କ ପଂଚାୟତର ନବଘନପୁର ଠାରେ ଆଜି ସଂଧ୍ୟା ୫ ଟାରୁ ୬ ଟା ମଧ୍ୟରେ ଭୁବନେଶ୍ବର ରାଉରକେଲା ଇଣ୍ଟରସିଟି ଟ୍ରେନ୍ ରେ ଯୁବକ ଜଣଙ୍କ କଟିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ରେଲୱେ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକର ପରିଚୟ ମିଳିପାରି ନାହିଁ।

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ୩୪ ଜଣ ବିଡିଓଙ୍କୁ ଅଦଳ ବଦଳ କରିଛନ୍ତି। ଏ ନେଇ ଆଜି ରାଜ୍ୟ ପଞ୍ଚାୟତ ଏବଂ ପାନୀୟଜଳ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ଯେଉଁମାନଙ୍କ ବଦଳ ହେଲା ସେମାନେ ହେଲେ… ୧- ଜୁଜୁମରା ବିଡିଓ ସରୋଜ କୁମାର ବିଶ୍ୱାଳଙ୍କୁ ବିଜେପୁର ବିଡିଓ ୨- ବାଲିଗୁଡା ତହସିଲଦାର ଶଶାଙ୍କ କୁମାର ପାତ୍ରଙ୍କୁ ବାଲିଗୁଡା ବିଡିଓ ୩- ବାଲିଗୁଡ଼ା ଓ କେ.ନୂଆଗାଁ ବିଡିଓ ଶରତ କୁମାର ପାତ୍ରଙ୍କୁ ରାଇକିଆ ବିଡିଓ ୪- ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କୁ ନିଶ୍ଚିନ୍ତକୋଇଲି ବିଡିଓ ୫- ପରଜଙ୍ଗ ବିଡିଓ ବିନୋଦ ବିହାରୀ ବେହେରାଙ୍କୁ କିଶୋର ନଗର ବିଡିଓ ୬- ସହରପଡ଼ା ବିଡିଓ ଲମ୍ବୋଦର ଖୁଣ୍ଟିଆଙ୍କୁ ରଘୁନାଥପୁର ବିଡିଓ ୭- ତିରଙ୍ଗ ବିଡିଓ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ବାଲିଶଙ୍କରା ବିଡିଓ ଭାବେ ବଦଳି କରାଯାଇଛି ୮- ବାଲିଶଙ୍କରା ବିଡିଓ ବାସନ୍ତୀ ଲାକ୍ରାଙ୍କୁ ତିରଙ୍ଗ ବିଡିଓ ୯- ବିଜେପୁର ବିଡିଓ…

Read More

ଭୁବନେଶ୍ୱର: ଭାରତର ଏକ ପ୍ରମୁଖ ରାଜ୍ୟ ଭାବରେ ଓଡିଶା, ଶିଶୁ ଅଧିକାର ବିଧେୟକକୁ ପୂର୍ଣ୍ଣମାତ୍ରାରେ କାର‌୍ୟ୍ୟକାରୀ କରିବାକୁ ପ୍ରତିବଦ୍ଧ ହୋଇ କାର‌୍ୟ୍ୟ କରୁଛି । ଆଇନ୍ ସହାୟତା ଆବଶ୍ୟକ କରୁଥିବା ପ୍ରତ୍ୟକ ଶିଶୁଙ୍କ ପ୍ରତି ଧ୍ୟାନ ଦିଆଯାଉଛି । ମିଳିତ ଜାତି ସଂଘର ଶିଶୁ ଅଧିକାର ସମ୍ମିଳନୀ ନିର‌୍ୟ୍ୟାସ ଅନୁସାରେ ଆମ ରାଜ୍ୟ ଶିଶୁମାନଙ୍କର ଉନ୍ନତି ଓ ସେମାନଙ୍କର ସୁରକ୍ଷା ନିମନ୍ତେ ବିଭିନ୍ନ ନୀତି ପ୍ରଣୟନ କରି ତାହାକୁ କାର‌୍ୟ୍ୟକାରୀ କରୁଛନ୍ତି । ପ୍ରତି ଶିଶୁ ଯେପରି ସୁରକ୍ଷିତ ରହିବେ, ସୁସ୍ଥ ଜୀବନ ଯାପନ କରିବେ, ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ସେବା ପ୍ରଦାନ କାରୀ ସଂସ୍ଥା, ବିଭିନ୍ନ ସଂଗଠନ, କମିଟି ଓ ନେଟଓ୍ୱାର୍କ ଜରିଆରେ ଏ ଦିଗରେ ବିଭିନ୍ନ ଅନୁଷ୍ଠାନଗୁଡିକୁ ସଂପୃକ୍ତ କରାଯାଇକାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ୟୁନିସେଫ୍ ସହଯୋଗରେ ଆଜି ପୂର୍ବାହ୍ଣରେ ସ୍ୱସ୍ତି ପ୍ରିମିୟମ ହୋଟେଲ ପରିସରରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବ୍ରାଜିଲର ବିଏମ୍-ସିଲ୍-୧୧ ପ୍ରକଳ୍ପରେ ଅତିରିକ୍ତ ପୁଞ୍ଜି ନିବେଶ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହାଫଳରେ ଏହି ପ୍ରକଳ୍ପରେ ଭାରତୀୟ କମ୍ପାନୀ ଭାରତ ପେଟ୍ରୋ ରିସୋର୍ସେସ ଲିମିଟେଡ ଏହି ପ୍ରକଳ୍ପରେ ଅଧିକ ପୁଞ୍ଜିନିବେଶ କରିବାର ଅନୁମତି ପାଇଛି। ଏହି କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରସନ ଲିମିଟେଡର ଏକ ଅଧିସ୍ୱୀକୃତ ସହଯୋଗୀ ସଂସ୍ଥା। କ୍ୟାବିନେଟର ଅନୁମୋଦନ ଫଳରେ ଭାରତ ପେଟ୍ରୋ ରିସୋର୍ସେସ ଲିମିଟେଡ ବ୍ରାଜିଲର ବିଏମ୍-ସିଲ-୧୧ ପ୍ରକଳ୍ପରେ ଅତିରିକ୍ତ ୧୫ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ଏହାଫଳରେ ଏହି ପ୍ରକଳ୍ପରେ ଭାରତ ପେଟ୍ରୋ ରିସୋର୍ସେସର ଅଂଶଧନ ପରିମାଣ ୨୦ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବ। ବ୍ରାଜିଲ ପଟ୍ରୋଲିୟମ ଲିମିଟେଡ ଦ୍ୱାରା ପରିଚାଳିତ ବିଏମ୍-ସିଲ୍-୧୧ ପ୍ରକଳ୍ପରେ ଏବେ ଭାରତ ପେଟ୍ରୋ ରିସୋର୍ସେସ (ବିପିଆରଏଲ) ସଂସ୍ଥାର ଅଂଶ ଧନ ମାତ୍ର ୫୦୦୦ କୋଟି ଟଙ୍କା ରହିଛି। ଏହାର…

Read More

ଭୁବନେଶ୍ବର: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଭୁବନେଶ୍ବର ଉପଜୋନ୍‌ ପକ୍ଷରୁ ମଙ୍ଗଳବାର ଦିନ ୧ହଜାର ୮୯୬ କିଲୋ ୮୧୨ ଗ୍ରାମ ଗଞ୍ଜେଇ ନଷ୍ଟ କରାଯାଇଛି। ଓଡ଼ିଶାର ବିଭିନ୍ନ କୋର୍ଟରେ ପଞ୍ଜିକୃତ ୭ଟି ମାମଲାରେ ଜବତ ଏସବୁ ଗଞ୍ଜେଇକୁ ନିୟମିତ ନିଶାଦ୍ରବ୍ୟ ନଷ୍ଟ କମିଟିର ଉପସ୍ଥିତିରେ ଖୋର୍ଦ୍ଧାର ସାନି କ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ ଠାରେ ଭସ୍ମିକରଣ ମାଧ୍ୟମରେ ନଷ୍ଟ କରାଯାଇଥିଲା। ଗଞ୍ଜେଇ ନଷ୍ଟ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ, ନିୟମିତ ନିଶାଦ୍ରବ୍ୟ ନଷ୍ଟ କମିଟି (ଆରଡିଡିସି) ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏନସିବି କୋଲକାତା ଜୋନାଲ ୟୁନିଟର ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ କୁମାର ସିଂ, ଡିଆରଆଇ, ଭୁବନେଶ୍ବର ଏବଂ ଡିଜିଜିଆଇ, ଭୁବନେଶ୍ବରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ୨୦୧୨ର ଅପରାଧିକ ଅପିଲ ସଂଖ୍ୟା ୬୫୨ (ଭାରତ ସରକାର ବନାମ ମୋହନଲାଲ ଓ ଅନ୍ୟମାନେ)ରେ ୨୮.୦୧.୨୦୧୬ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଦିଆଯାଇଥିବା ଆଦେଶକୁ ପାଳନ କରି ଖୋର୍ଦ୍ଧାସ୍ଥିତ ସାନି କ୍ଲିନ୍‌ ପ୍ରାଃ ଲିଃ…

Read More

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ/ଏଜେନ୍ସି ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ପୁରସ୍କାରକୁ ଗୋଟିଏ ମଞ୍ଚକୁ ଆଣି ପୁରସ୍କାର ପ୍ରଦାନରେ ପାରଦର୍ଶିତା ଓ ଜନ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଦ୍ୱାରା ଏକ ସାଧାରଣ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in ) ବିକଶିତ କରାଯାଇଛି। ନାଗରିକମାନେ କିମ୍ବା ସଂଗଠନଗୁଡିକ ଏହି ପୋର୍ଟାଲ ମାଧ୍ୟମରେ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ବିଭିନ୍ନ ପୁରସ୍କାର ପାଇଁ ବ୍ୟକ୍ତି/ସଂଗଠନଙ୍କୁ ନାମାଙ୍କିତ କରିପାରିବେ। ବର୍ତ୍ତମାନ ନିମ୍ନଲିଖିତ ପୁରସ୍କାରଗୁଡିକ ପାଇଁ ନାମାଙ୍କନ/ସୁପାରିଶ ଜାରି ରହିଛି ୧. ପଦ୍ମ ପୁରସ୍କାର- ନାମାଙ୍କନ ଦାଖଲର ଶେଷ ତାରିଖ ୧୫/୦୯/୨୦୨୨ ୨. କୌଶଳାଚାର୍ଯ୍ୟ ପୁରସ୍କାର- ନାମାଙ୍କନ ଦାଖଲର ଶେଷ ତାରିଖ ୩୦/୦୭/୨୦୨୨ ୩. ବରିଷ୍ଠ ନାଗରିକଙ୍କ ପାଇଁ ଜାତୀୟ ପୁରସ୍କାର- ବୟୋଶ୍ରେଷ୍ଠ ସମ୍ମାନ, ନାମାଙ୍କନ ଦାଖଲର ଶେଷ ତାରିଖ ୧୮/୦୮/୨୦୨୨ ୪. ବ୍ୟକ୍ତିଗତ ଉତ୍କର୍ଷତା ପାଇଁ ଜାତୀୟ ପୁରସ୍କାର-୨୦୨୧, ନାମାଙ୍କନ ଦାଖଲର ଶେଷ ତାରିଖ ୨୮/୦୮/୨୦୨୨ ୫. ବ୍ୟକ୍ତିଗତ ଉତ୍କର୍ଷତା ପାଇଁ…

Read More

ନୂଆଦିଲ୍ଲୀ: ସାରା ଦେଶରେ ୪ ଜି ମୋବାଇଲ ସେବାର ସମ୍ପୂର୍ଣ୍ଣ ପ୍ରସାର ପାଇଁ ମୋଟ୍‌ ୨୬,୩୧୬ କୋଟି ଟଙ୍କାର ବ୍ୟୟ କରାଯିବ। ଏହି ଅର୍ଥରେ ଦେଶର ଅପହଞ୍ଚ ଗାଁମାନଙ୍କରେ ୪ ଜି ସେବା ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଡିଜିଟାଲ ସମାବେଶନ ଏବଂ ସମସ୍ତଙ୍କୁ କନେକ୍ଟିଭିଟୀ ବା ଯୋଗାଯୋଗ ସୁବିଧା ପ୍ରଦାନ କରିବା ସରକାରଙ୍କ ‘ଅନ୍ତ୍ୟୋଦୟ’ ସଂକଳ୍ପର ଏକ ଅଭିନ୍ନ ଅଙ୍ଗ। ଗତ ବର୍ଷ ସରକାର ୫ଟି ରାଜ୍ୟର ୪୪ଟି ଆକାଂକ୍ଷୀ ଜିଲ୍ଲାରେ ଥିବା ୭,୨୮୭ଟି ଅପହଞ୍ଚ ଇଲାକାରେ ୪ ଜି ମୋବାଇଲ ସେବା ଯୋଗାଇ ଦେବା ପାଇଁ ଏକ ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ରେ ତାଙ୍କର ସ୍ବାଧୀନତା ଦିବସ ଅଭିଭାଷଣରେ ସବୁ ସରକାରୀ ଯୋଜନାର ପରିପୂର୍ଣ୍ଣତା ବା ସେଚୁରେସନ ପାଇଁ ଆହ୍ବାନ କରିଥିଲେ। ଆଜି କ୍ୟାବିନେଟର ଅନୁମୋଦନ ଲାଭ…

Read More

ଖୋର୍ଦ୍ଧା: ସାରା ରାଜ୍ୟରେ ବେଆଇନ ଗୋରୁ ଚାଲାଣକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଏଥିରୁ ବାଦ ପଡିନି। ପୁର୍ବରୁ ଏକାଧିକ ଥର ପୋଲିସ ଗୋ ଚାଲାଣ ଯୋଜନା ପଣ୍ଡ କରିଥିବା ବେଳେ ବହୁତ ଦିନ ପରେ ଆଜି ପୁଣି ଏକ ବଡ଼ ଧରଣର ବେଆଇନ ଗୋ ଚାଲାଣକୁ ରୋକିଛି ନିରାକାରପୁର ପୋଲିସ। ପୋଲିସ ଏକ ଗୋରୁ ବୋଝେଇ ଆଇଚର ଟ୍ରକକୁ ଜବତ କରି ତନ୍ମଧ୍ୟରୁ ୨୪ ଗୋଟି ଜୀବନ୍ତ ଗୋରୁକୁ ଉଦ୍ଧାର କରିଛି। ସୂଚନା ମୁତାବକ ଟାଙ୍ଗି ଥାନା ପଣସପୁର ଅଞ୍ଚଳରୁ ନୂଆ ଜଗନ୍ନାଥ ସଡକ ନିରାକାରପୁର ଦେଇ ପୁରି ଜିଲ୍ଲା ଚନ୍ଦନପୁର ଥାନା ସୁକଳ ଅଞ୍ଚଳକୁ ଏକ ବେଆଇନ ଗୋରୁ ବୋଝେଇ କଣ୍ଟେନର ଯାଉଥିବାର ନିରାକାରପୁର ଥାନା ଆଇଆଇସି ଗୀତାଞ୍ଜଳି ନାୟକ ସୂଚନା ପାଇଥିଲେ। ବିଳମ୍ବ ନକରି ସଙ୍ଗେ ସଙ୍ଗେ ଆଇଆଇସି ଓ ଟିମ ଉକ୍ତ ଗାଡିକୁ ଧରିବା ପାଇଁ ଯୋଜନା କରିଥିଲେ ଏବଂ…

Read More

ଭୁବନେଶ୍ବର: ବାଲେଶ୍ୱର ଅରଡ଼ା ବଜାର ରେଳ ଲେଭେଲ କ୍ରସିଂଙ୍ଗ ନିକଟରେ ଚଢ଼ାଉ କରି କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ବ୍ରାଉନ ସୁଗାର ବେପାରିଙ୍କୁ ଭୁବନେଶ୍ୱର ଏସଟିଏଫ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲେଶ୍ୱର ଜିଲ୍ଲାଅରଡ଼ ବଜାର ଅଞ୍ଚଳର ଶେଖ ମେଜୁ। ତାଙ୍କ ନିକଟରୁ ଏସଟିଏଫ ୧ କେଜି ୫୦ ଗ୍ରାମ ବ୍ରାଉନ ସୁଗାର ସହ ନକଦ ୨୮ ହଜାର ୧୦୦ ଟଙ୍କା ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ଏକ କୋଟି ପାଞ୍ଚ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ ଏସଟିଏଫ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୧୭/୨୨ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ବାଲେଶ୍ୱର ସ୍ୱତନ୍ତ୍ର ଜିଲ୍ଲା ଜଜଙ୍କ ସମ୍ମୁଖରେ ହଜାର କରିଛି।

Read More

ନୂଆଦିଲ୍ଲୀ:  ବିଏସଏନଏଲର ପୁନଃଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଦେବେ ୧ ଲକ୍ଷ ୬୪ ହଜାର କୋଟି ଟଙ୍କା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ୟାକେଜକୁ ଅନୁମୋଦନ ଦିଆଯାଇଛି। ବର୍ତ୍ତମାନର ପ୍ରତିଯୋଗୀତାକୁ ଦେଖି କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତି ଗ୍ରହଣ କରିଛି। କ୍ୟାବିନେଟ୍ ଦ୍ବାର ଅନୁମୋଦିତ ପୁନଃଉଦ୍ଧାର ପ୍ୟାକେଜରେ ବିଏସଏନଏଲ ବିଭିନ୍ନ ପଦକ୍ଷେପ ନେବା ପାଇଁ ନିଷ୍ପିତି କରାଯାଇଛି। ସେଗୁଡିକ ମଧ୍ୟରେ ରହିଛି  BSNL ର ସେବାଗୁଡିକର ନବୀକରଣ, ସ୍ପେକ୍ଟ୍ରମ ଆବଣ୍ଟନ, ଏବଂ ଭାରତ ବ୍ରଡବ୍ୟାଣ୍ଡ ନିଗମ ଲିମିଟେଡ୍ (BBNL) କୁ BSNL ସହିତ ମିଶ୍ରଣ କରି ଏହାର ଫାଇବର ନେଟୱାର୍କକୁ ବୃଦ୍ଧି କରିବା ଉପରେ ଗୁରୁତ୍ବ ଦିଆଯାଇଛି। ବିଏସଏନଏଲ 4G ସେବା ଯୋଗାଇବା ପାଇଁ ଇକ୍ୱିଟି ଇନଫ୍ୟୁଜନ୍ ମାଧ୍ୟମରେ ୪୪,୯୯୩ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।  ଏହାକୁ 900/1800 MHz ବ୍ୟାଣ୍ଡର ସ୍ପେକ୍ଟ୍ରମ୍ ବଣ୍ଟନ କରାଯିବ।  ଏହି ସ୍ପେକ୍ଟ୍ରମ ହାସଲ କଲେ  BSNL…

Read More

ସୀତାରାମ ଅଗ୍ରୱାଲ ବାଣପୁର: ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା। ପରିଶେଷରେ ସ୍ୱାମୀ ରାଗରେ ନିଜ ଘରେ ଲଗେଇଦେଲେ ନିଆଁ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କଉଡିଆ ସାହିରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ସୂଚନା ମୁତାବକ କଉଡିଆ ସାହିର ବିଭୁତି ସାହୁ ଏବଂ ଦମୟନ୍ତୀ ସାହୁ ଉଭୟ ପତି ପତ୍ନୀ ଅଟନ୍ତି। ତେବେ ଆଜି ମଧ୍ୟାହ୍ନରେ କୌଣସି କାରଣ ବଶତଃ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା।  ଶେଷରେ ସ୍ୱାମୀ ବିଭୁତି କ୍ରୋଧରେ ନିଜ ପତ୍ନୀଙ୍କ ଲୁଗାପଟାରେ ନିଆଁ ଲଗାଇଦେଇଥିଲେ। ଫଳରେ ଚାହୁଁ ଚାହୁଁ ନିଆଁ ଘରେ ବ୍ୟାପି ଯାଇଥିଲା। ଏହା ଦେଖି ସ୍ତ୍ରୀ ଦମୟନ୍ତୀ ତୁରନ୍ତ ଗମ୍ଭାରୀମୁଣ୍ଡା ବିଟ ହାଉସ ଯାଇ ସ୍ୱାମୀ ବିରୋଧରେ ଏତଲା ଦେଇଥିବା ବେଳେ ଅପରପକ୍ଷେ ସ୍ୱାମୀ ବିଭୁତି ଘରେ ନିଆଁ ଲାଗିଯାଇଥିବାର ଖବର ବାଣପୁର ଅଗ୍ନିଶମ ବାହିନୀକୁ ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଚେଷ୍ଟା କରି ନିଆଁକୁ ଆୟତ୍ତ…

Read More

ନୂଆଦିଲ୍ଲୀ: ଆଜି ଅଭିନେତା-ରାଜନେତା ମିଥୁନ ଚକ୍ରବର୍ତ୍ତୀ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଟିଏମସିର ୩୮ ଜଣ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ସେ ଦାବି କରିଛନ୍ତି ଯେ, ସେ ନିଜେ ୨୧ ଜଣ ବିଧାୟକଙ୍କ ସହ ଆଲୋଚନା କରୁଛନ୍ତି। ଆଜି କୋଲକାତାରେ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଥୁନ ଏହି ଦାବି କରିଛନ୍ତି। ସେ ସାମ୍ବାଦିକମାନଙ୍କୁ ପଚାରିଲେ ଯେ, ଆପଣ ବ୍ରେକିଙ୍ଗ୍ ନ୍ୟୁଜ୍ ଜାଣିବାକୁ ଚାହୁଁଛନ୍ତି କି? ମୋର ବ୍ରେକିଙ୍ଗ୍ ଖବର ଅଛି। ବର୍ତ୍ତମାନ ୩୮ ଟିଏମସି ବିଧାୟକ ଆମ ସହିତ ଯୋଗାଯୋଗ କରୁଛନ୍ତି। ଏହା ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ସର୍ବଦା ଅଭିଯୋଗ ହେଉଛି ଯେ ଦଙ୍ଗା ଘଟଣାରେ ବିଜେପି ଜଡିତ ଅଛି, ବିଜେପି ଦଙ୍ଗା ସୃଷ୍ଟି କରୁଛି। କିନ୍ତୁ ମୋତେ ଏକ ଘଟଣା ଦେଖାନ୍ତୁ ଯେଉଁଥିରେ ବିଜେପି ଜଡିତ ଅଛି। ଅନ୍ୟପକ୍ଷରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପ୍ରସଙ୍ଗରେ ମିଥୁନ…

Read More