Author: Samikhsya Bureau

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଏହାର ଅଂଶବିଶେଷ ସ୍ବରୂପ ଭାରତ ସରକାର ଶକ୍ତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ‘‘ଉଜ୍ଜ୍ବଳ ଭାରତ–ଉଜ୍ଜ୍ବଳ ଭବିଷ୍ୟ ଶକ୍ତି @୨୦୪୭’’ ସମାରୋହ ଆୟୋଜିତ ହେଉଛି। ବୁଧବାର ଦିନ ଖୋର୍ଦ୍ଧା ଟାଉନ ହଲ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦୀଗନ୍ତ ରାଉତରାୟ, ଖୋର୍ଦ୍ଧା ପୌରପାଳିକା ଅଧ୍ୟକ୍ଷା କନକଲତା ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଖୋର୍ଦ୍ଧା ବ୍ଲକ୍‌ ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ ପାତ୍ର, ଜଟଣୀ ପୌରପାଳିକା ଅଧ୍ୟକ୍ଷ ଅନନ୍ତ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶକ୍ତି କ୍ଷେତ୍ରରେ ଦେଶର ଗୁରୁତ୍ବପୂର୍ଣ୍ଣ ଉପଲବ୍ଧିକୁ ଲୋକଲୋଚନକୁ ଆଣିବା…

Read More

ଦିଲ୍ଲୀ: ୨୦୧୪ରୁ ଏବେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗ ଗୁଡିକରେ ୭ ଲକ୍ଷ ୨୨ ହଜାରରୁ ଅଧିକ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତର ଦେଇ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ), ବିଜ୍ଞାନ ଏବଂ ପ୍ରଯୁକ୍ତି; ରାଷ୍ଟ୍ର ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଭୂ ବିଜ୍ଞାନ; ରାଷ୍ଟ୍ରମନ୍ତ୍ରୀ ପିଏମ୍‌ଓ, କାର୍ମିକ, ଜନ ଅଭିଯୋଗ, ପେନ୍‌ସନ୍‌, ପରମାଣୁ ଶକ୍ତି ଏବଂ ମହାକାଶ, ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ନିଯୁକ୍ତି ସୃଷ୍ଟି କରିବା ସହିତ ନିଯୁକ୍ତିରେ ସଂସ୍କାର ସରକାରଙ୍କର ପ୍ରାଥମିକତା ଅଟେ। ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ଏହା ବ୍ୟତୀତ ଭାରତ ସରକାର ଦେଶରେ ନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି। ୨୦୨୧- ୨୨ ବଜେଟ୍‌ରେ ୨୦୨୧ – ୨୨ରୁ ଆରମ୍ଭ ହୋଇ ୫ ବର୍ଷର ଅବଧି ନିମନ୍ତେ ୧.୯୭ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ସହିତ ଉତ୍ପାଦନ ଭିତ୍ତିକ…

Read More

ଭୁବନେଶ୍ୱର : ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ଏହି ଫଳକୁ ଘୋଷଣା କରିଛନ୍ତି । ତେବେ ଏଥର କେବଳ ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଘୋଷଣା ଅନୁସାରେ ବିଜ୍ଞାନରେ ୯୪.୧୨% ଓ ବାଣିଜ୍ୟରେ ୮୯.୨୦% ପିଲା ପାସ୍ କରିଛନ୍ତି । ଏଥର ବିଜ୍ଞାନରେ ୭୬ ହଜାର ୬୦୪ ପିଲା ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୭୨ ହଜାର ୧୦୬ ଜଣ । ସେମାନଙ୍କ ମଧ୍ୟରୁ ୪୫ହଜାର ୫୮୭ ଛାତ୍ର ପାସ୍ କରିଥିବା ବେଳେ ୩୨ ହଜାର ୫୧୯ ଜଣ ଛାତ୍ରୀ ପାସ୍ କରିଛନ୍ତି। ଛାତ୍ରୀଙ୍କ ପାସ୍ ହାର ୯୩.୮୦ ରହି ଥିବାବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୪.୫୨% । ଘୋଷଣା ଅନୁସାରେ ଏଥର ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୫୦ହଜାର ୧୫୭ଜଣ ଦ୍ୱିତୀୟ ଶ୍ରେଣୀରେ ୧୪ହଜାର ୯୩୨ଜଣ ଓ ତୃତୀୟ ଶ୍ରେଣୀରେ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଶାସ୍ତ୍ରଭବନ ସ୍ଥିତ ଶିକ୍ଷା ମନ୍ତ୍ରଣାଳୟରେ ନୀତି ଆୟୋଗ ଉପାଧ୍ୟକ୍ଷ ଡା. ସୁମନ କେ ବେରୀ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ୍ କରିଛନ୍ତି। ଏହି ବୈଠକରେ ଜାତୀୟ ଶିକ୍ଷା ନୀତି-୨୦୨୦ ଯୋଜନାବଦ୍ଧ କ୍ରିୟାନ୍ୱୟନ ଏବଂ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ଏହାର ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି। ସେହିପରି ଭବିଷ୍ୟତର ଶିକ୍ଷାଦାନ, ପାଠପଢ଼ା, ସମସାମୟିକ ଦକ୍ଷତା ବିକାଶ ଏବଂ ନବସୃଜନ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଏହି ଆଲୋଚନା କାଳରେ ଡକ୍ଟର ବେରୀ ନୀତି ଆୟୋଗ ଦ୍ୱାରା ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମ ଗୁଡ଼ିକର ବିବରଣୀ ଉପରେ ଆଲୋକପାତ କରିଛନ୍ତି। ନୀତି ଆୟୋଗଙ୍କ ଦ୍ୱାରା ନିକଟରେ ପ୍ରକାଶିତ “ଇଣ୍ଡିଆ ଇନୋଭେସନ୍ ଇଣ୍ଡେକ୍ସ” ରିପୋର୍ଟ ବିଷୟରେ  ଡା. ବେରୀ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ…

Read More

ଭୁବନେଶ୍ବର: ଆଜି ଯୁକ୍ତ୨ କଲେଜ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ବିଜ୍ଞାନରେ ୯୪ ପ୍ରତିଶତ ଓ ବାଣିଜ୍ୟରେ ୮୯ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ କରିଛନ୍ତି। ବିଜ୍ଞାନରେ ୭୨, ୧୦୬ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ରେଗୁଲାରରେ ୭୦, ୯୧୮ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏକ୍ସରେଗୁଲାର ୧୧୮୮ ଜଣ  ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯଦି ଆମେ ଛାତ୍ରମାନଙ୍କ ଫଳାଫଳ ଉପରେ ଆଲୋଚନା କରିବା, ତେବେ ୪୨, ୨୦୩ ଜଣ ଛାତ୍ର ଚଳିତ ବର୍ଷ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୯,୫୮୭ ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହି ଅନୁଯାୟୀ ଛାତ୍ରଙ୍କ ପାସ ହାର ୯୩.୮୦ ପ୍ରତିଶତ ରହିଛି। ସେହିଭଳି ଚଳିତ ବର୍ଷ ଯୁକ୍ତ ୨ ବାଣିଜ୍ୟରେ ୨୩,୭୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୮୯.୨୦ ପ୍ରତିଶତ ଅର୍ଥାତ ୨୧,୧୬୫ ଜଣ ପିଲା ଉତ୍ତୀର୍ଣ୍ଣ କରିଛନ୍ତି। ପ୍ରଥମ ଶ୍ରେଣୀରେ ୧୦,୮୬୩ ଜଣ…

Read More

ନୂଆଦିଲ୍ଲୀ: ଝଣ୍ଡେୱାଲାନର ଭିଏଚପି କାର୍ଯ୍ୟାଳୟରେ ପ୍ରବେଶ କରି ବୋମା ବିସ୍ଫୋରଣ କରିବାକୁ ଜଣେ ବ୍ୟକ୍ତି ଧମକ ଦେଉଥିଲେ। ଆଜି ଦିଲ୍ଲୀ ପୋଲିସ ନିୟନ୍ତ୍ରଣ କକ୍ଷରୁ ଏ ସୂଚନା ପାଇଥିଲା। ଖବର ପାଇବା ପରେ ତୁରନ୍ତ ଦିଲ୍ଲୀ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ଭିଏଚପି କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଭିଏଚପି ଦିଲ୍ଲୀ ମନ୍ତ୍ରୀ ସୁରେନ୍ଦ୍ର କୁମାର ଅଭିଯୁକ୍ତଙ୍କୁ ପକାବୁ କରିଦେଇଥିଲେ। ତାପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଦିଲ୍ଲୀ ପୋଲିସର ସୂଚନାନୁସାରେ, ଆଜି ମଧ୍ୟାହ୍ନ ୧୨.୪୧ ସମୟରେ ଏକ କଲ ଆସିଥିଲା ​​ଯେ, କେହି ଜଣେ ଝଣ୍ଡେୱାଲାନରେ ଅବସ୍ଥିତ ଭିଏଚପି ଅଫିସରେ ପ୍ରବେଶ କରି ବିସ୍ଫୋରଣ କରିବାକୁ ଧମକ ଦେଉଛନ୍ତି। ପୋଲିସର କହିବାନୁସାରେ, ଅଭିଯୁକ୍ତଙ୍କ ନାମ ପ୍ରିନ୍ସ ପାଣ୍ଡେ। ପଚରାଉଚୁରାରେ ପ୍ରିନ୍ସ କହିଛନ୍ତି ଯେ ସେ ମଧ୍ୟପ୍ରଦେଶ ବାସିନ୍ଦା ଏବଂ ଫତେହପୁର ବେରୀରେ ତାଙ୍କ ମାଉସୀ ଘରେ ସେ ରହୁଥିଲେ। ପୋଲିସର ସୂଚନାନୁସାରେ, ପ୍ରିନ୍ସ କେବଳ ଜୁଲାଇ ୨୨ ତାରିଖରେ ଦିଲ୍ଲୀ…

Read More

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୭ ଟାରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ରେ ଇଣ୍ଡିଆ ଏବଂ ୱେଷ୍ଟଇଣ୍ଡିଜ୍ ଦଳ ପରସ୍ପର ମୁହାଁମୁହିଁ ହେବେ। ଭାରତୀୟ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଏହି ସିରିଜ୍ ଜିତି ସାରିଛି। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ଏହି ସିରିଜର ଶେଷ ମ୍ୟାଚ୍ ଜିତିବା ଏବଂ ପ୍ରଥମ ଥର ପାଇଁ ନିଜ ମାଟିରେ ୱେଷ୍ଟଇଣ୍ଡିଜ୍ କୁ ହ୍ଵାଇଟ ୱାସ କରିବା ଲକ୍ଷ୍ୟ ରହିବ। ଏଠାରେ ୱିଣ୍ଡିଜ୍ ଦଳ ସିରିଜରେ ଏକ ସାନ୍ତ୍ୱନାମୂଳକ ବିଜୟ ପଞ୍ଜିକରଣ କରିବାକୁ ଚେଷ୍ଟା କରିବ। ଗତ ଦୁଇଟି ମ୍ୟାଚ୍ ରୋମାଞ୍ଚକର ହୋଇଥିଲା। ଶେଷ ମ୍ୟାଚର ମଧ୍ୟ ଆକର୍ଷଣୀୟ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଗତ ଦୁଇଟି ମ୍ୟାଚରେ ଭାରତୀୟ ଦଳ ଶେଷ ଓଭରରେ ଜିତିଥିଲା। ଭାରତୀୟ ଦଳ ବର୍ତ୍ତମାନ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ସନ୍ତୁଳିତ ଦେଖାଯାଉଛି। ଭାରତ ପାଇଁ ବ୍ୟାଟିଂରେ ଟପ୍ ଅର୍ଡର ଭଲ ପ୍ରଦର୍ଶନ…

Read More

ଭୁବନେଶ୍ବର: ବହୁ ବର୍ଷ ଧରି ଦାବୀକୁ ଶେଷରେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ରାଜ୍ୟର ସ୍କୁଲରେ କାର୍ଯ୍ୟରତ ପିଇଟି ଶିକ୍ଷକଙ୍କ ଦରମା ବୃଦ୍ଧି କରାଯାଇଛି। ଏ ନେଇ ରାଜ୍ୟ ଶିକ୍ଷା ବିଭାଗ ତରଫରୁ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟରତ ପିଇଟିମାନଙ୍କ ଦରମା ମାସିକ 8 ହଜାର ଟଙ୍କାରୁ  13 ହଜାର 500 ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ଏହା ଘୋଷଣା ଅନୁସାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗ୍ରାଣ୍ଟ-ଇନ-ଏଡ ଅର୍ଡର 2014 ଅନୁଯାୟୀ ଅନୁଦାନପ୍ରାପ୍ତ ସ୍କୁଲର ପିଇଟି ପାଇବେ। ତେବେ ସେମାନେ ବିପିଇଡି ବା ବିଏସିପିଇଡି ଯୋଗ୍ୟତା ହାସଲ କରିଥିବା ଶିକ୍ଷକଙ୍କୁ ଏହି ବର୍ଦ୍ଧିତ ଦରମା ପ୍ରଦାନ କରାଯିବ।

Read More

ନୂଆଦିଲ୍ଲୀ : କେବଳ ମଧ୍ୟାହ୍ନ ଭୋଜନ ନୁହେଁ। ଏଥିସହିତ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସକାଳ ଜଳଖିଆ ମଧ୍ୟ ମାଗଣାରେ ପ୍ରଦାନ କରାଯିବ। ଏହି ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। ଆଜି ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଏ ନେଇ ଗତକାଲି ଏକ ବଡ ନିଷ୍ପତି କରାଯାଇଛି। ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ପରେ ମୁଁ ଏହି ଫାଇଲରେ ଦସ୍ତଖତ କରିଛି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା କେବଳ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣତଃ ପିଲାମାନେ ସ୍କୁଲ ଶିଘ୍ର ଆସିବା ପାଇଁ ସେମାନେ ଘରେ ସକାଳ ଜଳଖିଆ ଖାଇ ପାରନ୍ତି ନାହିଁ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମାନସିକ ତଥା ଶାରୀରିକ କ୍ଷେତ୍ରରେ ଅଭିବୃଦ୍ଧି ହୋଇପାରେ ନାହିଁ। ସେଥିପାଇଁ ତାହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି। ୧୦ ନମ୍ବର ୱାର୍ଡ ରାମପୁର ଗ୍ରାମର ଶତାଧିକ ବାସିନ୍ଦା ବାଲୁଗାଁ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ପୂର୍ବତନ ବିଧାୟକଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଅଭିଯୋଗ ମୁତାବକ ରାମପୁର ଗ୍ରାମ ଦେଇ ଯାଇଥିବା ସରକାରୀ ନାଳ ପାର୍ଶ୍ୱରେ ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ କାର୍ଯ୍ୟାଳୟ ଓ ଭଡ଼ା ଦେଇଥିବା ଗୋଦାମ ଗୃହ ଅବସ୍ଥିତ ହୋଇଥିବା ବେଳେ ଶ୍ରୀ ସାହୁ ନାଳକୁ ଜବରଦଖଲ କରି ଏକ ପ୍ରାଚୀର ନିର୍ମାଣ କରାଇଛନ୍ତି। ଯାହା ଦ୍ଵାରା ବର୍ଷା ଜଳ ନିଷ୍କାସନରେ ବାଧାପ୍ରାପ୍ତ ହୋଇ ଉକ୍ତ ଜଳ ୧୦ ନମ୍ବର ୱାର୍ଡ ମଧ୍ୟରେ ପ୍ରବେଶ କରୁଛି। ଅନୁରୂପ ଭାବେ ପୂର୍ବତନ ବିଧାୟକ ରାମପୁର ଗ୍ରାମ ସରକାରୀ କଂକ୍ରିଟ ରୋଡ଼କୁ ଭାଙ୍ଗି ବେଆଇନ ଭାବେ ନିଜ କାର୍ଯ୍ୟାଳୟ…

Read More

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ସଂସ୍କୃତିକୁ ନେଇ ଏକ ଦେଶାତ୍ମବୋଧକ ସଙ୍ଗୀତ ରଚନା କରାଯାଇଛି। ଉତ୍କଳ ଗୌରବ ଆମ ବ୍ରହ୍ମପୁର ନାମରେ ଏବଂ ସଙ୍ଗୀତର ଭିଡିଓ ସହ ସଙ୍ଗୀତ ରେକଡିଂ କାର‌୍ୟ୍ୟକ୍ରମ କଟକସ୍ଥିତ ପ୍ରତିଭା ଷ୍ଟୁଡିଓ ପରିସରରେ ଆୟୋଜନ କରାଯାଇଛି।ଏଥିରେ ଗଞ୍ଜାମ ତଥା ବ୍ରହ୍ମପୁରର ବହୁ ପ୍ରତିଷ୍ଠିତ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର,ପ୍ରତିଭା ପ୍ରଧାନ ଓ ପମୀ ମଧ୍ୟ କଣ୍ଠଦାନ କରିଛନ୍ତି। ସେହିପରି ବ୍ରହ୍ମପୁରର ଗୁରୁ ବିଭୂଦତ ନାୟକ, ଗାୟକ ସୁଦୀପ ସାହୁ, ଅରୁନ, ପ୍ରଭାତ ପାତ୍ର, ଡାକ୍ତର ଚନ୍ଦନ ଗନ୍ତାୟତ,ଡାକ୍ତର ମୋନାଲିସା ପାଲ, ଶୀତଲ୍ କବି, ଅର୍ପିତା ପଣ୍ଡା, ରାଜା ବେହେରା, ପ୍ରୀତିରଞ୍ଜନ ପ୍ରଧାନ, ଶିବ ଶଙ୍କର ଷଡଙ୍ଗୀ, ପ୍ରଦୀପ ଚିଦାନନ୍ଦ, ଲିପୁନ୍ ଦାସ, ବିକାଶ ଦାସ, ଲୋକନାଥ ମହାରଣା ଓ ପ୍ରବିନ୍ କୁମାର ପ୍ରମୁଖ ଅତି ସୁନ୍ଦର ଭାବେ ବ୍ରହ୍ମପୁର ସହରକୁ ନେଇ ପ୍ରସ୍ତୁତ ହୋଇଥିବା ସଙ୍ଗୀତ ଆଲବମ୍ ରେ କଣ୍ଠଦାନ କରିଛନ୍ତି। ଏଥିରେ ମହାନଗର ନିଗମ ମେୟର ସଂଘମିତ୍ରା…

Read More

ନୂଆଦିଲ୍ଲୀ: ଏପରି ସମସ୍ୟା ଅନେକ ବ୍ୟାଙ୍କ ସମ୍ମୁଖରେ ଆସିଥାଏ, ଯେତେବେଳେ ବ୍ୟାଙ୍କ ଆକାଉଣ୍ଟରେ ପଡ଼ିଥିବା ରାଶି ଉପରେ କାହାର ଅଧିକାର ନଥାଏ। ଏଗୁଡିକ ଏପରି ଖାତା ଯାହାକୁ ଆପଣ ଆପଣଙ୍କର ପରିବାର ସଦସ୍ୟଙ୍କଠାରୁ ଲୁଚାଇ ଚଲାଇଥାଅନ୍ତି। କିମ୍ବା ଏହି ଖାତାଗୁଡ଼ିକରେ କୌଣସି ନୋମିନ ନାହାନ୍ତି। ଏପରି ପରିସ୍ଥିତିରେ ମୃତ୍ୟୁ ପରେ ଏହି ଆକାଉଣ୍ଟରେ ପଡ଼ିଥିବା ଟଙ୍କାକୁ କେହି ପାଇପାରିବେ ନାହିଁ। ଏହି ଆକାଉଣ୍ଟରେ ହଜାର ହଜାର କୋଟି ଟଙ୍କା ଜମା ହୋଇଛି, ଯେଉଁଥିପାଇଁ କୌଣସି ଦାବିଦାର ଆଗକୁ ଆସିନାହାଁନ୍ତି। ପ୍ରକାଶ ଯୋଗ୍ୟ ଯେ, ଏଥିରେ ଏହିପରି ସଞ୍ଚୟ/ଚାଲୁ ଆକାଉଣ୍ଟ ମଧ୍ୟ ଅନ୍ତର୍ଭୂକ୍ତ ହୋଇଛି, ଯେଉଁଥିରେ ୧୦ ବର୍ଷ ଧରି କୌଣସି କାରବାର ହୋଇନାହିଁ। ବ୍ୟାଙ୍କଗୁଡିକରେ ଅନାବଶ୍ୟକ ଜମା ବୃଦ୍ଧି ମଧ୍ୟରେ ରିଜର୍ଭ ବ୍ୟାଙ୍କ ଦାବିଦାର ଖୋଜିବା ପାଇଁ ଏକ ଜାତୀୟ ଅଭିଯାନ ଚଳାଉଛି। ଏହି ଅଭିଯାନ ୮ ଟି ରାଜ୍ୟରେ ଚାଲିଛି, ଯେଉଁଠାରେ ବ୍ୟାଙ୍କ ଆକାଉଣ୍ଟରେ ଅନାବଶ୍ୟକ ଜମା ସର୍ବାଧିକ। ରିଜର୍ଭ…

Read More

ଭୁବନେଶ୍ୱର: ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ।  ଆଜି ଦିନ 11ଟା 30 ମିନଟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି। ଭୁବନେଶ୍ବରସ୍ଥିତ ରାଜ୍ୟ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ପରିଷଦର କନଫ୍ରେନସ ହଲରେ ଏହା ପ୍ରକାଶିତ ହୋଇଛି। ଏହାକୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ଉନମୋଚନ କରିଥିଲେ। ଏଥିରେ ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ଯେଉଁମାନେ ଟପର ହୋଇଛନ୍ତି ସେମାନଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ସେମାନେ ହେଲେ.. ଏମବିଏ- ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଏମସିଏ-ଈଶାନ୍ତ କୁମାର ନାୟକ ବି.ଫାର୍ମା- ଅରୂପ ପଣ୍ଡା ଏମ.ଫାର୍ମା- ସଚିନ ନାୟକ ଏମ ଆର୍କ-ସୃଷ୍ଟି ନଙ୍ଗାଲିଆ ଏମ.ଟେକ ସିଭିଲ ଇଞ୍ଜିନିୟର- ସଞ୍ଜୀବ ପ୍ରଧାନ ଏମ.ଟେକ ଇଲେକ୍ଟି୍ରକାଲ-ମିଥୁନ ଅଧିକାରୀ ଏମଟେକ ମେକାନିକାଲ- ରାଜନ ମହାପାତ୍ର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ରେଜଲ୍ଟ ପ୍ରକାଶ କରିଛନ୍ତି ।…

Read More

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ବାକି ସପ୍ତାହ ପାଇଁ ନିଲମ୍ବିତ କରାଯାଇଛି। ମଙ୍ଗଳବାର ଦିନ ସେ ଚେୟାର ଉପରକୁ କାଗଜ ଫିଙ୍ଗିଥିବା ଅଭିଯୋଗ ହୋଇଛି, ଏହା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ ହେଉଛନ୍ତି ୨୪ ତମ ସାଂସଦ ଯିଏ ଏଥର ମୌସୁମୀ ଅଧିବେଶନରେ ନିଲମ୍ବିତ ହୋଇଛନ୍ତି।

Read More

ନୂଆଦିଲ୍ଲୀ: ଭାରତ ମହିଳା ବିଶ୍ୱକପ୍-୨୦୨୫ ଆୟୋଜନ କରିବ। ଏନେଇ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଦିନ ଘୋଷଣା କରିଛି। ଭାରତ ବ୍ୟତୀତ ବାଂଲାଦେଶ ଏବଂ ଇଂଲଣ୍ଡ ଯଥାକ୍ରମେ ୨୦୨୪ ଏବଂ ୨୦୨୬ ରେ ଟି-୨୦ ବିଶ୍ୱକପ ଆୟୋଜନ କରୁଥିବାବେଳେ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅନୁଯାୟୀ ଶ୍ରୀଲଙ୍କା ୨୦୨୭ ମସିହାରେ ମହିଳା ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବ। ଆଇସିସି କହିଛି ଯେ ଏକ ପ୍ରତିଯୋଗିତାମୂଳକ ବିଡିଂ ପ୍ରକ୍ରିୟା ମାଧ୍ୟମରେ ହୋଷ୍ଟଗୁଡିକ ଚୂଡାନ୍ତ ହୋଇଛି ଏବଂ ମାର୍ଟିନ ସ୍ନେଡେନଙ୍କ ଅଧ୍ୟକ୍ଷତାରେ ବୋର୍ଡର ସବ କମିଟି ଦ୍ୱାରା କ୍ଲେୟର୍ କାନର, ସୌରଭ ଗାଙ୍ଗୁଲି ଏବଂ ରିକି ସ୍କେରିଟଙ୍କ ଦ୍ଵାରା ସମୀକ୍ଷା କରାଯାଇଥିଲା। ଆଇସିସି ସଭାପତି ଗ୍ରେଗ ବାର୍କଲେ ଏକ ବିବୃତ୍ତିରେ କହିଛନ୍ତି ଯେ, “ଆଇସିସି ମହିଳା ହ୍ଵାଇଟ ବଲ୍ ଇଭେଣ୍ଟରେ ବାଂଲାଦେଶ, ଭାରତ, ଇଂଲଣ୍ଡ ଏବଂ ଶ୍ରୀଲଙ୍କାକୁ ସମ୍ମାନିତ କରି ଆମେ ଆନନ୍ଦିତ। ମହିଳା ଖେଳର ବିକାଶକୁ ତ୍ୱରାନ୍ୱିତ କରିବା ହେଉଛି ଆଇସିସିର ରଣନୀତିକ…

Read More

ନୂଆଦିଲ୍ଲୀ: ଭାରତରେ ନୂତନ କୋଭିଡ ମାମଲାରେ ୨୩.୫% ଲମ୍ଫ ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୩୧୩ ଟି ନୂଆ ମାମଲା ରୁଜୁ ହୋଇଛି। ଏହି ଅବଧିରେ କରୋନା ଜୀବାଣୁ ଯୋଗୁଁ ୫୭ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଦେଶରେ କୋରୋନାର ମୋଟ ସକ୍ରିୟ ମାମଲା ୧ ଲକ୍ଷ ୪୫ ହଜାର ୨୬ ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ୨୦ ହଜାର ୭୪୨ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ଦେଶରେ ସମୁଦାୟ ୪ କୋଟି ୩୯ ଲକ୍ଷ ୩୮ ହଜାର ୭୬୪ ଲୋକ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଥିମଧ୍ୟରୁ ୫ ଲକ୍ଷ ୨୬ ହଜାର ୧୬୭ ଜଣଙ୍କର ଏହି ଜୀବାଣୁ ଯୋଗୁଁ ମୃତ୍ୟୁ ଘଟିଛି।

Read More

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଇଡି ଦ୍ୱାରା ଗିରଫ, ଜବତ ଏବଂ ତଦନ୍ତ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। ମନି ଲଣ୍ଡରିଂ ଆକ୍ଟ ମାମଲାରେ ସୁପ୍ରିମକୋର୍ଟ ଇଡିର କ୍ଷମତାକୁ ସବୁଜ ସଙ୍କେତ ଦେଇଛନ୍ତି। PMLA ଅଧୀନରେ ଗିରଫ ହେବାର ଅଧିକାରକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ଗିରଫ ପ୍ରକ୍ରିୟା ମନମୁଖୀ ନୁହେଁ ବୋଲି କୋର୍ଟ କହିଛନ୍ତି। ଅପରାଧ, ସନ୍ଧାନ ଏବଂ ଜବରଦଖଲ, ଗିରଫଦାରୀ, ସମ୍ପତ୍ତି ସଂଲଗ୍ନ ଏବଂ ଜାମିନର ଦ୍ୱିଗୁଣ ସର୍ତ୍ତ ଉପରେ ସୁପ୍ରିମକୋର୍ଟ PMLA ର କଠୋର ବ୍ୟବସ୍ଥାକୁ ସମର୍ଥନ କରିଥିଛନ୍ତି। କାର୍ତ୍ତି ଚିଦାମ୍ବରମ, ଅନିଲ ଦେଶମୁଖଙ୍କ ଆବେଦନ ସମେତ ମୋଟ ୨୪୨ ଟି ଆବେଦନ ଉପରେ ଏହି ନିଷ୍ପତ୍ତି ନିଆଯାଇଛି। କୋର୍ଟ କହିଛନ୍ତି ଯେ PMLA ଅଧୀନରେ ଗିରଫ ହେବାର ଇଡି ଅଧିକାର ଅକ୍ଷୁର୍ଣ୍ଣ ରହିବ। ଗିରଫ ପ୍ରକ୍ରିୟା ମନମୁଖୀ ନୁହେଁ। ଜଷ୍ଟିସ ଏମ ଖାନୱିଲକର, ଜଷ୍ଟିସ ଦୀନେଶ ମହେଶ୍ୱରୀ…

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୧୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୧୭୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୫୫ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୮୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୮୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୩ ବାଲେଶ୍ଵର ଜିଲ୍ଲାରୁ- ୧୬ ବରଗଡ ଜିଲ୍ଲାରୁ- ୨୩ ଭଦ୍ରକ ଜିଲ୍ଲାରୁ- ୭ ବଲାଙ୍ଗୀରି ଜିଲ୍ଲାରୁ- ୩୨ ବୌଦ୍ଧ ଜିଲ୍ଲାରୁ- ୪ କଟକ ଜିଲ୍ଲାରୁ- ୬୩ ଦେବଗଡ ଜିଲ୍ଲାରୁ- ୯ ଢେଙ୍କାନାଳ ଜିଲ୍ଲାରୁ- ୫ ଗଜପତି ଜିଲ୍ଲାରୁ- ୫ ଗଞ୍ଜାମ ଜିଲ୍ଲାରୁ- ୩ ଜଗତସିଂହପୁର ଜିଲ୍ଲାରୁ- ୧୧ ଯାଜପୁର ଜିଲ୍ଲାରୁ- ୧୬ ଝାରସୁଗୁଡା ଜିଲ୍ଲାରୁ- ୧୩ କଳାହାଣ୍ଡି ଜିଲ୍ଲାରୁ- ୧୯ କନ୍ଧମାଳ ଜିଲ୍ଲାରୁ- ୨୮ କେନ୍ଦ୍ରାପଡା ଜିଲ୍ଲାରୁ- ୫ ଖୋର୍ଦ୍ଧା ଜିଲ୍ଲାରୁ- ୩୧୬ କୋରାପୁଟ…

Read More

ଭୁବନେଶ୍ବର: ଆଜି OJEE ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ବହୁଦିନ ଧରି ଅପେକ୍ଷା କରିଥିବା ଛାତ୍ରଛାତ୍ରୀ ଆଜି ସେମାନଙ୍କର ଭାଗ୍ୟ ଫଳ ହାସଲ କରିବେ। ଆଜି ଦିନ 11ଟା  30 ମିନଟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି। ଏହା ଭୁବନେଶ୍ବରସ୍ଥିତ ରାଜ୍ୟ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ପରିଷଦର କନଫ୍ରେନସ ହଲରେ ପ୍ରକାଶିତ ହେବ। ଏହାକୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ଉନମୋଚନ କରିବେ।

Read More

ଭୁବନେଶ୍ବର : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହା ପ୍ରକାଶ ପାଇବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରିବା । ଏହାର ସପ୍ତାହ ପରେ ଯୁକ୍ତ ଦୁଇ କଳା ରେଜଲଟ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ପରୀକ୍ଷାର୍ଥୀମାନେ orissaresults.nic.in ଜରିଆରେ ସେମାନଙ୍କର ରେଜଲ୍ଟ ବିଷୟରେ ଜାଣି ପାରିବେ।

Read More

ଦିଲ୍ଲୀ: ଭାରତରେ ହାଇବ୍ରିଡ୍ ଏବଂ ଇଲେକ୍ଟ୍ରିକ୍ ଯାନ ଗୁଡିକୁ (ଫେମ୍ ଇଣ୍ଡିଆ) ଦ୍ରୁତ ଗତିରେ ଗ୍ରହଣ କରିବା ଏବଂ ଏହା ଅଧିକ ପରିମାଣରେ ଉତ୍ପାଦନ ହେବା ଯୋଗୁଁ ପର୍ଯ୍ୟାୟ– ୨ରେ ସାର୍ବଜନିନ ପରିବହନ ନିମନ୍ତେ ଇଲେକ୍ଟ୍ରିକ୍ ଯାନବାହନ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି। ତୈଳ ବ୍ୟବସାୟ କମ୍ପାନୀ ଗୁଡିକ ୨୦୨୨ ଜୁଲାଇ ପହିଲା ସୁଦ୍ଧା ଓଡିଶାରେ ସେମାନଙ୍କର ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଖୁଚୁରା ଆଉଟ୍ଲେଟ୍କୁ କାର୍ଯ୍ୟକ୍ଷମ କରାଇ ପାରିଛନ୍ତି। ଏହି ଯୋଜନାରେ ଚାର୍ଜିଂ ଭିତିଭୂମି ପ୍ରଦାନ କରିବା ଏବଂ ଅଧିକରୁ ଅଧିକ ସ୍ୱଦେଶୀକରଣ ଦିଗରେ ଆଗକୁ ବଢ଼ିବା ସହିତ ଇଭି ଉଦ୍ୟୋଗର ସମଗ୍ର ବିକାଶର ପରିକଳ୍ପନା କରା ଯାଇଛି। ଫେମ୍– ୨ ର ଲକ୍ଷ୍ୟ ହେଉଛି ୭୦୯୦ଟି ଇ – ବସ୍ , ୫ ଲକ୍ଷ ଇ – ୩ ଚକିଆ ଯାନ, ୫୫,୦୦୦ ଇ- ୪ ଚକିଆ ଯାତ୍ରାବାହୀ କାର୍ ଏବଂ ୧୦ ଲକ୍ଷ ଇ – ଦୁଇ…

Read More