Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ଆଗୁଆ ନିର୍ବାଚନ, କେଉଁ ଦଳ କେତେ ପ୍ରସ୍ତୁତ, କଣ କହୁଛନ୍ତି ଦଳର ନେତା
ବିଶେଷ ଖବର

ଓଡିଶାରେ ଆଗୁଆ ନିର୍ବାଚନ, କେଉଁ ଦଳ କେତେ ପ୍ରସ୍ତୁତ, କଣ କହୁଛନ୍ତି ଦଳର ନେତା

August 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
BJDBJPCONG
Nuapada : Total 17 candidates file nomination till last day

ଭୁବନେଶ୍ବର: ଓଡିଶାରେ ହେବ ଆଗୁଆ ନିର୍ବାଚନ। ଏ ନେଇ ରାଜନୈତିକ ଦଳଠାରୁ ଆରମ୍ଭ କରି ସାଧାରଣ କର୍ମିଙ୍କ ମହଲରେ ଚର୍ଚ୍ଚା ହେବାରେ ଲାଗିଛି। ଏହି ଆଗୁଆ ନିର୍ବାଚନ ନେଇ ରାଜ୍ୟର ରାଜନୈତିକ ଦଳଗୁଡିକ ମଧ୍ୟ ବୟାନବାଜୀ ଆରମ୍ଭ କରିଦେଇଛନ୍ତି। ସେମାନେ ସମସ୍ତେ ପ୍ରସ୍ତୁତ ବୋଲି ମିଡିଆରେ କହିସାରିଲେଣି।

ଏ ନେଇ ଖୋଦ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ଓଡିଶାରେ ଯେତେବେଳେ ବି ନିର୍ବାଚନ ହେଲେ କଂଗ୍ରେସ ସବୁବେଳ ପ୍ରସ୍ତୁତ ରହିଛି। ସେଥିରେ କିଛି ଆସୁବିଧା ହେବ ନାହିଁ। ବହୁଦିନରୁ କଂଗ୍ରେସ ତୃଣମୂଳ ସ୍ତରରୁ କାମ ଆରମ୍ଭ କରିଦେଇଛି। ଲୋକଙ୍କର ଆସ୍ଥାଭାଜନ ପାଇଁ ଦଳର ନେତାମାନେ ସେମାନଙ୍କ ଅଞ୍ଚଳରେ କାର୍ଯ୍ୟକ୍ରମ କରିସାରିଛନ୍ତି। ସେଥିପାଇଁ ଏବେ ନିର୍ବାଚନ ହେଲେ କୌଣସି ଅସୁବିଧା ହେବ ନାହିଁ।

ସେହିପରି ବିଜେପି ତରଫରୁ ମଧ୍ୟ ଏ ନେଇ ମତ ରଖାଯାଇଛି। ଦଳ କହିଛି ଯେ, ଓଡିଶାରେ ଆଗୁଆ ନିର୍ବାଚନ ହେବ ବୋଲି ସୂଚନା ରହିଛି। ସେହି ଅନୁସାରେ ଦଳ ତରଫରୁ ଯେପରି ପଦକ୍ଷେପ ଗ୍ରହଣ କରାଯିବା କଥା ତାହା ହୋଇ ସାରିଲାଣି। ତେଣୁ ଆଗୁଆ ହେଉ କି ଆଜି, ବିଜେପି ସବୁବେଳେ ନିର୍ବାଚନକୁ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୋଇ ରହିଛି। ଓଡିଶାରେ ବିଜେପି ଏକା ଲଢିବ, କାହା ସହିତ ମେଣ୍ଟ କରିବ ନାହିଁ।

ସେହିପରି ବିଜେଡି ତରଫରୁ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖାଯାଇଛି। ଯଦି ଆଗୁଆ ନିର୍ବାଚନ ହେବ ତେବେ ବିଜେଡି ହିଁ କରିବ। ତେବେ ଏ ନେଇ ବିଜେଡି ସାଂସଦ ମୁନ୍ନା ଖାନ କହିଛନ୍ତି ଯେ, ବିଜେଡି ଓଡିଶାରେ ଭଲସ୍ଥିତିରେ ରହିଛି। ଆଗ ଅପେକ୍ଷା ବିଜେଡି ଏଥର ଆହୁରି ଅଧିକ ଆସନରେ ଜିତିବ। ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ହେଲେ ବିଜେଡି କାହା ସହିତ ମେଣ୍ଟ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ମୁନ୍ନା ଖାନ୍ କହିଛନ୍ତି।

ତେବେ ଏପରି ଘଟଚପଟ ମଧ୍ୟରେ ବର୍ତ୍ତମାନ ଓଡିଶା ରାଜନୀତି ବେଶ ସରଗରମ ହୋଇ ଉଠିଛି। କର୍ମି ତଥା ନେତାଙ୍କ ମନରେ ଏହି ଆଗୁଆ ନିର୍ବାଚନ ଖବର ବାଉଳା କରିସାରିଲାଣି। ସେମାନେ କଣ କରିବେ, ଦଳ ଟିକେଟ ଦେବ କି ନାହିଁ, କେତେବେଳେ ସଂଗଠନ ହେବ ସେ ନେଇ ସେମାନେ ଚିନ୍ତାରେ ଅଛନ୍ତି।

election Election2024 ଆଗୁଆ ନିର୍ବାଚନ ଓଡିଶା ନିର୍ବାଚନ ନିର୍ବାଚନ ନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026

ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ

June 30, 2026
Latest News

ଆଜି ଜୁଲାଇ ୧ ତାରିଖ ବୁଧବାର ଦିନ ଏହି ରାଶିର ବ୍ୟକ୍ତିମାନେ ପାଇବେ ଶୁଭ ଖବର

July 1, 2026

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.