Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକ : କ୍ବାରେଣ୍ଟିନ୍‌ ସେଣ୍ଟର ପରିଚାଳନା ଏବଂ ଅର୍ଥନୈତିକ ପୁନରୁଦ୍ଧାରକୁ ଗୁରୁତ୍ବ
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକ : କ୍ବାରେଣ୍ଟିନ୍‌ ସେଣ୍ଟର ପରିଚାଳନା ଏବଂ ଅର୍ଥନୈତିକ ପୁନରୁଦ୍ଧାରକୁ ଗୁରୁତ୍ବ

May 12, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆାରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ଅବସରରେ କରୋନା ମୁକାବିଲା ନେଇ ରଣନୀତି ପ୍ରସ୍ତୁତ କରାଯିବା ସହିତ ଅର୍ଥନୈତିକ ପୁନରୁଦ୍ଧାର ଉପରେ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ପ୍ରବାସ ଓଡିଆ ମାନେ ରାଜ୍ୟକୁ ଫେରୁଥିବାରୁ କ୍ବାରେଣ୍ଟାଇନ୍‌ ସେଣ୍ଟର ଗୁଡିକର ଉପଯୁକ୍ତ ପରିଚାଳନା ଉପରେ ନବୀନ ଯୋର ଦେଇଥିଲେ । ଏହା ସହିତ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲା ମାନଙ୍କରେ କୋଭିଡ୍‌ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ଉପରେ ନବୀନ ଗୁରୁତ୍ବାରୋପ କରିଥିଲେ । ସେହିପରି ଲୋକମାନଙ୍କ ରୋଜଗାର ସହିତ ଅର୍ଥନୈତିକ ଅଭିବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଥିଲା । କୋଭିଡ୍‌-19 ମୁକାବିଲାରେ ପଞ୍ଚାୟତରାଜ ବ୍ୟବସ୍ଥାର ଗୁରୁତ୍ବ ଅଧିକ ତେଣୁ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନବୀନ ଆହ୍ବାନ ଦେଇଥିଲେ ।

ଏହା ସହିତ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଅନ୍ତେବାସୀଙ୍କୁ କୋଭିଡ୍‌ ରୋଗ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସଙ୍ଗରୋଧରୁ ବାହାରିବା ପରେ ଏହି ଅନ୍ତେବାସୀ ମାନେ କୋଭିଡ୍‌ ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରିପାରିବେ । ଏଥିପାଇଁ ଏକ ସଂକ୍ଷିପ୍ତ ସାର୍ଟିଫିକେଟ୍‌ କୋର୍ଓ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ଏକ ସପ୍ତାହ ମଧ୍ୟରେ ବିଭିନ୍ନ ଜିଲ୍ଲାର ମାନଙ୍କରେ କୋଭିଡ୍‌ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ନବୀନ ଘୋଷଣା କରିଛନ୍ତି । ଗଞ୍ଜାମ,ବାଲେଶ୍ବର,କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ବଲାଙ୍ଗୀର ଭଳି ଜିଲ୍ଲାରେ କୋଭିଡ୍‌ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଏହା ସହିତ ବର୍ତ୍ତମାନର ସମୟରେ ଗର୍ଭବତୀ ମହିଳା, ପ୍ରସୂତୀ, ଶିଶୁ, ଭିନ୍ନକ୍ଷମ ଓ ବୟସ୍କ ଲୋକଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଜୀବନ ଜୀବିକା ଓ ଅର୍ଥନୈତିକ ପୁନରୁଦ୍ଧାର ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ଏମ୍‌ନରେଗା ଏବଂ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ସହିତ ବିଭିନ୍ନ ବିଭାଗ ଅଧୀନରେ ଅଧିକ କାମ ସୃଷ୍ଟି କରିବାର ଆହ୍ବାନ ଦେଇଥିଲେ । ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଅଧିକ ପାଣ୍ଠି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହିଭଳି ସ୍ବାସ୍ଥ୍ୟ ସେବାରେ ନିଯୁକ୍ତ କର୍ମଚାରୀଙ୍କ ପିପିଇ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଉପକରଣ ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ସେହିଭଳି କୃଷି ଅର୍ଥନୀତିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର 3ଟି ଅଧ୍ୟାଦେଶ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ରବି ଫସଲ ଅମଳ ସରିଥିବା ବେଳେ ଚାଷ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆବଶ୍ୟକ ସାର, ବିହନ ଓ ଜରୁରୀ କୃଷି ଉପକରଣ ଯୋଗାଣ ଆରମ୍ଭ କରାଯାଇଥିବା ବେଳେ ଚାଷୀଙ୍କ ପାଇଁ ଏକ ହେଲ୍ପଲାଇନ୍‌ ମଧ୍ୟ କାମ କରୁଥିବା ନବୀନ ସୂଚନା ଦେଇଛନ୍ତି । ସେହିଭଳି ମତ୍ସ୍ୟ ଚାଷ, କୁକୁଡା ଚାଷ, ଉଦ୍ୟାନ କୃଷି, ଗୋପାଳନ ଆଦି କାର୍ଯ୍ୟକ୍ରମ ସନ୍ତୋଷଜନକ ରହିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

କରୋନା ସମୟରେ ସ୍ବୟଂସହାୟିକା ଗୋଷ୍ଠୀ ମାନେ କୋଭିଡ୍‌ ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ କରିଛନ୍ତି ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା ପ୍ରକାଶ କରିଥିଲା । ମିଶନ ଶକ୍ତି ମହିଳାଙ୍କ ପକ୍ଷରୁ ପ୍ରାୟ 50 ଲକ୍ଷ ମାସ୍କ ପ୍ରସ୍ତୁତ କରାଯାଇଥିବା ବେଳେ ତନ୍ମଧ୍ୟରୁ 46 ଲକ୍ଷ ମାସ୍କ ବଣ୍ଟନ କରାଯାଇ ସାରିଛି । ଏସ୍‌ଏଚ୍‌ଜି ଗୋଷ୍ଠୀ ଗୁଡିକ ପକ୍ଷରୁ 1.6 କୋଟି ରନ୍ଧାଖାଦ୍ୟ ମିଲ୍‌ ବିତରଣ କରାଯାଇଛି । ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କୁ 300 କୋଟିର ସୁଧମୁକ୍ତ ଋଣ ପ୍ରଦାନ କରାଯାଇଛି ବୋଲି ନିର୍ଦ୍ଦେଶିକା ସୂଚନା ପ୍ରଦାନ କରିଥିଲେ । ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଜଙ୍ଗଲ ବିଭାଗ ପକ୍ଷରୁ ଦୈନିକ ଏକ ଲକ୍ଷ ଲୋକଙ୍କୁ ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଜଣାପଡିଛି ।

ଲକ୍‌ଡାଉନ୍‌ ସମୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା ପାଇଁ ପୋଲିସ୍‌ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ନିୟମଭଙ୍ଗକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ପୋଲିସ୍‌ ମହାନିର୍ଦ୍ଦେଶକ ପ୍ରକାଶ କରିଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ବିଭିନ୍ନ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ୍‌ ମହା ନିର୍ଦ୍ଦେଶକ, ପ୍ରମୁଖ ଶସନ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।

Lockdown naveenpattnaik
Share. Facebook Twitter LinkedIn Email WhatsApp Copy Link

Related Posts

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

August 25, 2026

ଯୁଦ୍ଧ ସମୟରେ କ୍ଷେପଣାସ୍ତ୍ରର ଅଭାବ ରହିବ ନାହିଁ: ବଡ଼ ନିଷ୍ପତ୍ତି ନେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

August 25, 2026
Latest News

କଲେଜରେ ଏଣିକି ବାୟୋମେଟ୍ରିକ୍ ଉପସ୍ଥାନ: ୧୦ ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେଲା ପାଇଲଟ୍ ପ୍ରକଳ୍ପ

August 26, 2026

ଭିଜିଲାନ୍ସ ଜାଲରେ ପୂର୍ବତନ କଲେଜ ଅଧ୍ୟକ୍ଷ: ଅଢେଇ କୋଟି ଟଙ୍କା ହେରଫେର ଅଭିଯୋଗ

August 26, 2026

ଇସଲାମାବାଦ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୧୫ ନବଜାତ ଶିଶୁଙ୍କ ମୃତ୍ୟୁ

August 26, 2026

ସ୍କର୍ପିଓକୁ ପଛରୁ ପିଟିଲା ଟୁରିଷ୍ଟ ବସ୍‌, ୨ ଆହତ

August 26, 2026

ପୁରୀରେ ପୁଣି ହତ୍ୟାକାଣ୍ଡ : ପଥରରେ ଛେଚି ଜଣଙ୍କୁ ହତ୍ୟା

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.