Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବନ୍ଦର, ଜଳପଥରେ ୨.୨୫ଲକ୍ଷ କୋଟିର ପୁଞ୍ଜି ବିନିଯୋଗ ସମ୍ଭାବନା,ଭାରତ ସାମୁଦ୍ରିକ ଶିଖର ସମ୍ମିଳନୀରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମୁଦ୍ରିକ ଭାରତ-୨୦୨୧ ଶିଖର ସମ୍ମିଳନୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଅଭିବୃଦ୍ଧି ମୁଖୀ ଭାରତର ଏହି ଯାତ୍ରାରେ ସାମିଲ ହେବାକୁ ବିଶ୍ୱକୁ ନିମନ୍ତ୍ରଣ ଜଣାଇଛନ୍ତି । ଭାରତ ସାମୁଦ୍ରିକ କ୍ଷେତ୍ରରେ ଅଭିବୃଦ୍ଧି ଜାରି ରଖିଥିବାବେଳେ, ବ୍ଲୁ ଅର୍ଥନୀତିରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ଭିତ୍ତିଭୂମି ଉନ୍ନୀତ କରି ସଂସ୍କାର ଜରିଆରେ ଭାରତ ଆତ୍ମନିର୍ଭର ଭାରତର ରାସ୍ତାକୁ ଆହୁରି ମଜବୁତ କରିବ ।

ଧୀରେ ସୁସ୍ଥେ ହେଲେ ମଧ୍ୟ ସମଗ୍ର କ୍ଷେତ୍ରକୁ ଗୋଟିଏ ଭାବି ଦେଶ ଆଗକୁ ଆଗକୁ ଚାଲିଛି ।
ଦେଶର ପ୍ରମୁଖ ବନ୍ଦରଗୁଡିକର ମାଲପରିବହନ ସାମର୍ଥ୍ୟ ୨୦୧୪ରେ ୮୭୦ ମିଲିୟନ ଟନ୍ ଥିବାବେଳେ, ବର୍ତ୍ତମାନ ତାହା ୧୫୫୦ମିଲିୟନ ଟନ୍‌ରେ ପହଞ୍ଚିଛି । ଭାରତୀୟ ବନ୍ଦର ଗୁଡିକରେ ଏବେ ପ୍ରତ୍ୟକ୍ଷ ମାଲ ଖଲାସ, ମାଲପ୍ରବେଶ ହେବା ସହ ପୋର୍ଟ କମ୍ୟୁନିଟି ସିଷ୍ଟମ(ପିସିଏସ୍‌)କୁ ତଥ୍ୟ ଆଦାନ ପ୍ରଦାନ ପାଇଁ ଉନ୍ନୀତ କରାଯାଇଛି । ପଣ୍ୟବାହୀ ଜାହାଜ ପ୍ରବେଶ ଓ ପ୍ରସ୍ଥାନ ବାବଦ ପ୍ରତୀକ୍ଷା ସମୟ ଆମ ବନ୍ଦରରେ ହ୍ରାସ ପାଉଛି । ବିଶ୍ୱସ୍ତରୀୟ ଭିତ୍ତିଭୂମି ଥାଇ ବୃହତ ବନ୍ଦର ଭାଦୱାନ, ପାରାଦୀପ ଓ ଦିନଦୟାଲ ବନ୍ଦ କାଣ୍ଡଲାକୁ ବିକାଶିତ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆମ ସରକାର ଜଳପଥରେ ଯେତେ ପୁଞ୍ଜିନିବେଶ କରୁଛନ୍ତି,
ସେପରି ଆଗରୁ କେବେ ହୋଇ ନ ଥିଲା । ଦେଶୀୟ ଜଳପଥରେ ପରିବହନ କମ୍ ବ୍ୟୟ ସାପେକ୍ଷ ହେବା ସ୍ଥଳେ ପରିବେଶ ଦୃଷ୍ଟିରୁ ମଧ୍ୟ ଅନୁକୂଳ । ଆଗାମୀ ୨୦୩୦ ମସିହା ସୁଦ୍ଧା ଆମେ ୨୩ଟି ଜଳପଥ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖିଛୁ । ସେ ଆହୁରି କହିଛନ୍ତି ଯେ, ଦେଶରେ ବୃହତ ଉପକୂଳରେ ୧୮୯ଟି ବତୀଘର ରହିଛି । “୭୮ଟି ବତୀଘର ସଂଲଗ୍ନ ଅଂଚଳରେ ଆମେ ପର୍ଯ୍ୟଟନର ବିକାଶ ପାଇଁ ଏହି ଯୋଜନା ତିଆରି କରିଛୁ ।

ବର୍ତ୍ତମାନ ରହିଥିବା ବତୀଘର ଗୁଡିକ ଓ ଏହାର ପାରିପାର୍ଶ୍ଵିକ ଅଞ୍ଚଳକୁ ଏକ ଅନନ୍ୟ ସାମୁଦ୍ରିକ
ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଏପରି ପଦକ୍ଷେପର ମୂଳ ଉଦ୍ଦେଶ୍ୟ” ବୋଲି ଶ୍ରୀ ମୋଦି କହିଛନ୍ତି। କୋଚି୍‌, ମୁମ୍ବାଇ, ଗୁଜରାଟ ଓ ଗୋଆରେ ନଗର ଜଳ ପରିବହନ ପ୍ରଣାଳୀ ଆରମ୍ଭ କରାଯାଇଥିବା ସେ ଘୋଷଣା କରିଥିଲେ । ସରକାର ନିକଟରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟରେ ପରିଣତ କରିଥିବାରୁ ସାମୁଦ୍ରିକ କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିଛି ଏବଂ ଏ କ୍ଷେତ୍ରରେ ବିକାଶ ସାମଗ୍ରିକ ଭାବେ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ସରକାର ଦେଶରେ ଜାହାଜ ନିର୍ମାଣ ଓ ମରାମତି ବଜାର ଖୋଲିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଦେଶରେ ଜାହାଜ ନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ଭାରତୀୟ ଜାହାଜ କାରଖାନଗୁଡିକୁ ଜାହାଜ ନିର୍ମାଣ ଆର୍ଥିକ
ସହାୟତା ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ବନ୍ଦର, ଜାହାଜ ଜଳପଥ ମନ୍ତ୍ରଣାଳୟ ଚାରିଶହ
ବିନିଯୋଗକ୍ଷମ ପ୍ରକଳ୍ପର ଏକ ତାଲିକା ପ୍ରସ୍ତୁତ କରିଛି । ଏହି ପ୍ରକଳ୍ପଗୁଡିକରେ ପ୍ରାୟ ୨ଲକ୍ଷ
୨୫ହଜାର କୋଟି ଟଙ୍କାର ବିନିଯୋଗ ହୋଇପାରିବ । ଭାରତୀୟ ସାମୁଦ୍ରିକ ଦୃଶ୍ୟପଟକୁ ସରକାର ଅଗ୍ରାଧିକାର ଦେଉଥିବା ସେ କହିଛନ୍ତି । ସାଗର ମନ୍ଥନ ସାମୁଦ୍ରିକ ବାଣିଜ୍ୟିକ ଭୂଭାଗ ସଚେତନତା କେନ୍ଦ୍ର ମଧ୍ୟ ଆଜିଠାରୁ ଆରମ୍ଭ କରାଯାଇଛି । ଏହି ତଥ୍ୟ ପଦ୍ଧତି ସାମୁଦ୍ରିକ ସୁରକ୍ଷା, ଖୋଜିବା ଓ ଉଦ୍ଧାର ସାମର୍ଥ୍ୟ ନିରାପତ୍ତା ଓ ସାମୁଦ୍ରିକ ବାତାବରଣ ନିରାପତ୍ତା ଅଧିକ ପ୍ରଭାବୀ ଢଙ୍ଗରେ ପାଳନ କରିବ ।

ସରକାର ବନ୍ଦରଭିତ୍ତିକ ବିକାଶ ନିମନ୍ତେ ସାଗରମାଳା ପ୍ରକଳ୍ପ ୨୦୧୬ରେ ଘୋଷଣା କରିଛନ୍ତି ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ ପ୍ରାୟ ଛଅଲକ୍ଷ କୋଟି ଟଙ୍କାର ୫୭୪ଟି ପ୍ରକଳ୍ପ ୨୦୧୫ରୁ ୨୦୩୫ମଧ୍ୟରେ ତ୍ୱରାନ୍ୱିତ କରିବା ପାଇଁ ଚିହ୍ନଟ କରାଯାଇଛି । ୨୦୨୨ ମସିହା ସୁଦ୍ଧା ଉଭୟ ଉପକୂଳରେ ଜାହାଜ ମରାମତି ପୁଞ୍ଜ ନିର୍ମାଣ କରାଯିବ । ଘରୋଇ ଜାହାଜ ପୁନଃପ୍ରକ୍ରିୟାକରଣ ଶିଳ୍ପ ଜରିଆରେ ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟି କରାଯିବ । ହଂକଂ ଆର୍ନ୍ତଜାତିକ କନଭେନସନ ଅନୁସାରେ ଭାରତ ପୁନଃପ୍ରକ୍ରିୟାକରଣ ଜାହାଜ ଆଇନ-୨୦୧୯ ପ୍ରଣୟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆମର ସବୁଠାରୁ ଶ୍ରେଷ୍ଠ କାର୍ଯ୍ୟ ସମ୍ପର୍କରେ ଅନ୍ୟମାନଙ୍କୁ ଅବଗତ କରି
ବିଶ୍ୱର ଶ୍ରେଷ୍ଠ ବିଷୟଗୁଡିକୁ ଆମେ ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାପ୍ରକଟ କରିଛନ୍ତି।
ବିମଷ୍ଟେକ ମାଧ୍ୟମରେ ବାଣିଜ୍ୟ ଓ ଆର୍ଥିକ ସଂଯୋଗ ଉପରେ କାମ ଜାରି ରଖିବା ସହ ଭାରତ ଆଗାମୀ ୨୦୨୬ ମସିହା ସୁଦ୍ଧା ପାରସ୍ପାରିକ ରାଜିନାମା ଲାଗୁ କରିବ ।
ବିଭିନ୍ନ ଦ୍ୱୀପର ଭିତିଭୂମି ଓ ପରିବେଶର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାମୁଦ୍ରିକ କ୍ଷେତ୍ରରେ ଅକ୍ଷୟଶକ୍ତିର ଉପଯୋଗ ଉପରେ ସରକାର ଜୋର ଦେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦେଶର ପ୍ରମୁଖ ବନ୍ଦରଗୁଡିକରେ ସରକାର ସୌର ଓ ପବନ ଶକ୍ତି ସମ୍ପନ୍ନ ଶକ୍ତି ଉପଯୋଗ ପାଇଁ ପ୍ରୟାସ ଜାରି ରଖିଛନ୍ତି । ଦେଶରେ ତିନିଟି ପର୍ଯ୍ୟାୟରେ ଭାରତୀୟ ବନ୍ଦରଗୁଡିକରେ ଏହାର ଉପଯୋଗ ହେଲେ ଆଗାମୀ ୨୦୩୦ ସୁଦ୍ଧା ବ୍ୟବହାରର ଶତକଡା ୬୦ଭାଗ ଅକ୍ଷୟ ଶକ୍ତି ଉତ୍ସରୁ ଉପଯୋଗ ହେବ । ଉପସଂହାରରେ ପ୍ରଧାନମନ୍ତ୍ରୀ ବୈଶ୍ୱିକ ପୁଞ୍ଜିନିବେଶକାରୀଙ୍କୁ ଏତିକି କହୁଛନ୍ତି ଯେ, “ଭାରତର ଦୀର୍ଘ ଉପକୂଳ ଆପଣମାନଙ୍କ ପ୍ରତୀକ୍ଷାରେ ଅଛି, ଭାରତର ପରିଶ୍ରମୀ ଜନସାଧାର ଆପଣମାନଙ୍କ ଅପେକ୍ଷାରେ ଅଛନ୍ତି। ଭାରତ ଆପଣମାନଙ୍କ ବାଣିଜ୍ୟିକ ଲକ୍ଷ୍ୟଭୂମି ହେଉ । ବାଣିଜ୍ୟ ଓ ବ୍ୟବସାୟ ନିମନ୍ତେ ଭାରତୀୟ ବନ୍ଦର ଆପଣଙ୍କ ବନ୍ଦର ବିବେଚିତ ହେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀର ବିକାଶ ପାଇଁ ୧୭୫ କୋଟି ଟଙ୍କା ଦେବ କେନ୍ଦ୍ର ସରକାର

ପୁରୀ: ଚାରିଧାମ ମଧ୍ୟରୁ ଅନ୍ୟତମ ଧାମ ଶ୍ରୀକ୍ଷେତ୍ର ଧାମକୁ କେନ୍ଦ୍ର ସରକାର ସମସ୍ତ ସାହାର୍ଯ୍ୟ ସହଯୋଗ ଯୋଗାଉ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପୁରୀର ଉନ୍ନତିକରଣ ପାଇଁ କେନ୍ଦ୍ର ସରକାର ୧୫ତମ ଫାଇନାନ୍ସ କମିଶନରେ ୧୭୫କୋଟି ଟଙ୍କା ପୁରୀର ବିକାଶ ପାଇଁ ଯୋଜନା କରିଥିବା କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାଡେଶ୍ୱରୀ କ୍ଲବଠାରେ କମ୍ୟୁନିଟ ସେ ରକୁ ଶୁଭଟଦଘାଟନ କରି କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀର ବିକାଶ ପାଇଁ ସଦାବେଳେ ଉଦ୍ୟମ ଜାରି ରଖିଛନ୍ତି। ଶ୍ରୀକ୍ଷେତ୍ରର ଉନ୍ନତି ପାଇଁ ହିନ୍ଦୁ ଧର୍ମାବଲମ୍ବୀ ତୀର୍ଥଯାତ୍ରୀଙ୍କ ଶ୍ରୀଜଗନ୍ନାଥ ଦର୍ଶନ କରିବା ପାଇଁ ଅନେକ ଭିତିଭୂମିର ବିକାଶ କରାଯିବା ପାଇଁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି।

ଆଜି ଅପରାହ୍ନରେ ୧୮ଲକ୍ଷ ଟଙ୍କା ବ୍ୟୟରେ ବାସେଳୀ ସାହି କମ୍ୟୁନିଟ ହଲ ଓ ୨୨ଲକ୍ଷ ଟଙ୍କାର ଝାଡେଶ୍ୱରୀ କ୍ଲବର କମ୍ୟୁନିଟ୍ ସେ ରକୁ ଲୋକର୍ପିତ କରିଥିଲେ। ଏହାସହ ବାଲିସାହି ହିଞ୍ଜଳଯାଗାରେ ୪୯ଲକ୍ଷ ଟଙ୍କା ବ୍ୟୟରେ କମ୍ୟୁନିଟ୍ ହଲ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିନ ନାଲକୋ ଗାନ୍ଧୀପାର୍କର ଉନ୍ନତିକରଣ କରିଛନ୍ତି। ସମୁଦ୍ରକୂଳକୁ ସିଧାସଳଖ ପର୍ଯ୍ୟଟକଙ୍କ ବସ ଯିବା ପାଇଁ ହରେକୃଷ୍ଣପୁରଠାରୁ ମଙ୍ଗଳାଘାଟ ଦେଇ ଷ୍ଟ୍ରଲିଂ ହୋଟେଲ ନିକଟରେ ଜାତୀୟ ରାଜପଥ ସଂଯୋଗ କରିଛି। ଯାହାଫଳରେ ପର୍ଯ୍ୟଟକମାନେ ସିଧାସଳଖ ସମୁଦ୍ରକୂଳକୁ ଯାଇପାରିବେ। ପୁରୀକୁ ଆନ୍ତର୍ଜାତିୟ ସ୍ତରରେ ଅତ୍ୟାଧୁନିକ ସହର କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସାହାର୍ଯ୍ୟ ଯୋଗାଇ ଦେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପ୍ରତିରକ୍ଷା କ୍ଷେତ୍ରରେ ନିର୍ମାଣ ସାମର୍ଥ୍ୟ ବୃଦ୍ଧି ଦିଗରେ ଗୁରୁତ୍ୱ ଦିଆଯାଉଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ବଜେଟରେ ନିଆଯାଇଥିବା ପଦକ୍ଷେପ ଗୁଡିକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ୱେବିନାରରେ ଅଭିଭାଷଣ ଦେବା ଅବସରରେ ପ୍ରକାଶ କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ନେଇ ବିଶେଷ ଗୁରୁତ୍ୱ ଆରୋପ କରାଯାଇଥିବାରୁ ଏହି ୱେବିନାର ଖୁବ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପୂର୍ବରୁ ଦେଶରେ ଶହ ଶହ ଆୟୁଧ କାରଖାନା କାର୍ଯ୍ୟରତ ଥିଲା। ଉଭୟ ବିଶ୍ୱ ଯୁଦ୍ଧରେ ଭାରତରୁ ବହୁଳ ଅସ୍ତ୍ରଶସ୍ତ୍ର ରପ୍ତାନୀ ହେଉଥିଲା। ମାତ୍ର ସ୍ୱାଧୀନତା ପରେ ଯଦିଓ ଏ କ୍ଷେତ୍ରକୁ ଅଧିକ ମଜଭୁତ କରାଯିବା ଉଚିତ ଥିଲା, ଅନେକ କାରଣବଶତଃ ତାହା କରାଗଲା ନାହିଁ।

ପ୍ରଧାନମନ୍ତ୍ରୀ କହିଛନ୍ତି  ଯେ ତାଙ୍କ ସରକାର ଆମର ଯନ୍ତ୍ରୀ ଓ ବେଜ୍ଞାନିକ ମାନଙ୍କ ସାମର୍ଥ୍ୟ ଉପରେ ଆସ୍ଥା ରଖି ତେଜସ ଲଢ଼ୁଆ ବିମାନ ବିକଶିତ କଲେ ଓ ଆଜି ତେଜସ ସ୍ୱଚ୍ଛନ୍ଦରେ ଆକାଶରେ ଉଡୁଛି। ଅଳ୍ପ କେତେ ସପ୍ତାହ ପୂର୍ବରୁ ତେଜସ ରପ୍ତାନୀ ପାଇଁ ୪୮ ହଜାର କୋଟି ଟଙ୍କା ବହିନା ମିଳିଛି।

ସେ କହିଛନ୍ତି ଯେ ୨୦୧୪ ମସିହାଠାରୁ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଚ୍ଛତା, ନିର୍ଦ୍ଦିଷ୍ଟ ଲକ୍ଷ୍ୟର ଆକଳନ ଓ ବ୍ୟାବସାୟିକ ସୁଗମତା ଆଣିବା ପାଇଁ ସରକାର ଅଧ୍ୟବସାୟ ଜାରି ରଖିଛନ୍ତି। ସରକାର ଏହି କ୍ଷେତ୍ରକୁ ଲାଇସେନ୍ସ ଓ ନିୟନ୍ତ୍ରଣ ମୁକ୍ତ, ରପ୍ତାନୀ ଅଭିମୁଖୀ, ବିଦେଶୀ ପୁଞ୍ଜିନିବେଶ ଓ ସ୍ୱାଧୀନ କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଭାରତ ଶହେଟି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ କରିଛି ଯାହାକି ଆମର ସ୍ଥାନୀୟ କାରଖାନା ଗୁଡିକରେ ତିଆରି ହୋଇପାରିବ। ଏଥିପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯାଇଛି, ଯାହା ଫଳରେ ଆମର କାରଖାନାଗୁଡିକ ଏଥିପାଇଁ ଯୋଜନା କରିପାରିବେ।

ସରକାରୀ ଭାଷାରେ ଏହି ତାଲିକା ନକାରାତ୍ମକ ହୋଇପାରେ ମାତ୍ର ଆତ୍ମନିର୍ଭରଶୀଳତା ଭାଷାରେ ଏହା ସକାରାତ୍ମକ ବୋଲି କୁହାଯାଇପାରିବ। ଏହା ଏକ ସକାରାତ୍ମକ ତାଲିକା ଯାହାଯୋଗୁଁ ଆମ ଦେଶର ନିର୍ମାଣ ସାମର୍ଥ୍ୟ ବୃଦ୍ଧି ପାଇବ। ଏହି ସକାରାତ୍ମକତା ଯୋଗୁଁ ଆମର ଅଧିକ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ତାଲିକା  ଯୋଗୁଁ ଆମକୁ ଆମର ପ୍ରତିରକ୍ଷା ଆବଶ୍ୟକତା ପାଇଁ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡିବ ନାହିଁ। ଏହି ସକାରାତ୍ମକ ତାଲିକା ଦେଶୀୟ ସାମଗ୍ରୀ ଦେଶରେ ବିକ୍ରୀ ପାଇଁ ଗ୍ୟାରେଣ୍ଟି ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତିରକ୍ଷା ବାବଦ ବ୍ୟୟବରାଦରେ ଦେଶୀୟ ସାମଗ୍ରୀ ଆହରଣ ନିମନ୍ତେ ମଧ୍ୟ ବ୍ୟବସ୍ଥା ରହିଛି। ଦେଶରେ ପ୍ରତିରକ୍ଷା ସାମଗ୍ରୀ ପରିପାଟ୍ଟୀ ପ୍ରସ୍ତୁତ ସହ ନିର୍ମାଣ କରିବାକୁ ସେ ବେସରକାରୀ କ୍ଷେତ୍ରକୁ ଆହ୍ୱାନ କରିଛନ୍ତି। ପ୍ରତିରକ୍ଷା ଉପକରଣ ତିଆରି କରି ବୈଶ୍ୱିକ ମଞ୍ଚରେ ସେମାନେ ବିଜୟ ପତାକା ଉଡାଇପାରିବେ।

ସମଗ୍ର ନିର୍ମାଣ କ୍ଷେତ୍ର ପାଇଁ ଏମଏସଏମଇ ଏକ ମେରୁଦଣ୍ଡ ସଦୃଶ ବୋଲି ସେ କହିଛନ୍ତି। ଆଜି ଯେଉଁସବୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଉଛି ସେଥିରେ ଏମଏସଏମଇକୁ ଅଧିକ ସ୍ୱାଧୀନତା ଦିଆଯାଇଛି। ଯାହା ଫଳରେ ଏହା ଅଧିକ ସଂପ୍ରସାରିତ ହେବାକୁ ପ୍ରୋତ୍ସାହନ ପାରିବ।

ଦେଶରେ ଆଜି ଯେଉଁ ପ୍ରତିରକ୍ଷା କରିଡର ତିଆରି ହେଉଛି ତାହା ସ୍ଥାନୀୟ ଶିଳ୍ପୋଦ୍ୟୋଗୀ ଓ ନିର୍ମାଣକର୍ତ୍ତାଙ୍କୁ ସାହାଯ୍ୟ କରିବ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆମର ଜବାନ ଓ ଯୁବଗୋଷ୍ଠୀ ଉଭୟଙ୍କୁ ସଶକ୍ତ କରିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆସାମରେ ଗୁରୁତ୍ବପୂର୍ଣ୍ଣ ତୈଳ ଓ ଗ୍ୟାସ ପ୍ରକଳ୍ପ ଏବଂ ଇଞ୍ଜିନିୟରିଂ କଲେଜର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମ ଠାରେ ଇଣ୍ଡିଆନ ଅଏଲର ବୋଙ୍ଗାଇଗାଓଁ ବିଶୋଧନାଗାର, ଦିବ୍ରୁଗଡ଼ର ମଧୁବନ ଠାରେ ଅଏଲ ଇଣ୍ଡିଆ ଲିମିଟେଡର ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ ଏବଂ ତିନସୁକିଆର ମାକୁମ ଅନ୍ତର୍ଗତ ହେବେଡା ଗ୍ରାମରେ ଗ୍ୟାସ କମ୍ପ୍ରେସର ଷ୍ଟେସନକୁ ରିମୋଟ୍‌ ଜରିଆରେ ଉଦଘାଟନ କରିଛନ୍ତି। ସେ ମଧ୍ୟ ଆସାମରେ ଧେମାଜୀ ଇଞ୍ଜିନିୟରିଂ କଲେଜର ଉଦଘାଟନ କରିବା ସହିତ ସୁଆଲକୁଚି ଇଞ୍ଜିନିୟରିଂ କଲେଜ ପାଇଁ ଶିଳାନ୍ୟାସ କରିଥିଲେ।

ଆସାମ ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର ପୂର୍ବାଞ୍ଚଳ ଭାରତର ନୂତନ ଅଭିବୃଦ୍ଧି ଇଞ୍ଜିନ ପାଲଟିବ ଏବଂ ସେ ଆସାମର ଲୋକମାନଙ୍କର କାମ କରିବା ପାଇଁ ଅନୁପ୍ରାଣିତ। ବ୍ରହ୍ମପୁତ୍ର ନଦୀର ଉତ୍ତର ତଟ କିପରି ଭାବେ ଆଠ ଦଶନ୍ଧି ପୂର୍ବରୁ ଅହମିୟା ସିନେମାକୁ ଜନ୍ମ ଦେଇଥିଲା ଏବଂ ଜୟମୋତି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ସେ ଆହୁରି କହିଥିଲେ ଯେ ଏହି ଅଞ୍ଚଳ ଏପରି ଅନେକ ବ୍ୟକ୍ତିତ୍ବଙ୍କୁ ଜନ୍ମ ଦେଇଛି ଯେଉଁମାନେ ଆସାମର ସଂସ୍କୃତିକୁ ସମୃଦ୍ଧ କରିଛନ୍ତି। ସେ କହିଥିଲେ ଯେ ଆସାମର ସନ୍ତୁଳିତ ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ରାଜ୍ୟରେ ଭିତ୍ତିଭୂମି ନିର୍ମାଣ ଉପରେ ବିଶେଷ ଜୋର୍‌ ଦିଆଯାଉଛି।

ବିରୋଧୀମାନଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର ତଟରେ ଅନେକ ସମ୍ଭାବନା ଥିବା ସତ୍ତ୍ବେ ପୂର୍ବର ସରକାର ଏହି ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସୁଥିଲେ। ଏ ଅଞ୍ଚଳ ପାଇଁ ଯୋଗାଯୋଗ, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ଶିଳ୍ପ ପ୍ରତିଷ୍ଠାର ଆବଶ୍ୟକତା ପ୍ରତି ପ୍ରାଥମିକତା ଦିଆଯାଇନଥିଲା। ସେ ଆହୁରି କହିଥିଲେ ଯେ ‘ସବକା ସାଥ୍‌, ସବକା ବିକାଶ ଓ ସବକା ବିଶ୍ୱାସ’ ମନ୍ତ୍ର ନେଇ କାମ କରୁଥିବା ସରକାର ଏହି ବାଛବିଚାରକୁ ଦୂର କରିପାରିଛନ୍ତି। ସରକାରଙ୍କ ଦ୍ୱାରା ଆସାମରେ ଉଦଘାଟିତ ହୋଇଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ସେ ସୂଚନା ଦେଇଥିଲେ।

ସେ କହିଥିଲେ ଯେ ଆଜି, ଏହି ଅଞ୍ଚଳ ପାଇଁ ଶକ୍ତି ଏବଂ ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ୩୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ କରାଯାଇଛି। ସେ କହିଥିଲେ ଏହି ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳର ପରିଚୟକୁ ବଦଳାଇ ଦେବ ଏବଂ ଶକ୍ତି ଓ ଶିକ୍ଷାର କେନ୍ଦ୍ର ପାଲଟିବ। ଏଗୁଡ଼ିକ ଆସାମକୁ ନୂଆ ପରିଚୟ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତକୁ ଆତ୍ମନିର୍ଭରଶୀଳ ହେବାକୁ ହେଲେ ନିଜର ସାମର୍ଥ୍ୟ ଓ କ୍ଷମତାକୁ ନିରନ୍ତର ଭାବେ ବଢ଼ାଇବାକୁ ହେବ। ଗତ କିଛି ବର୍ଷ ହେବ ଭାରତର ବିଶୋଧନ କ୍ଷମତା, ବିଶେଷ କରି ବୋଙ୍ଗାଇଗାଓଁ ବିଶୋଧନାଗାର ଠାରେ, ବହୁମାତ୍ରାରେ ବୃଦ୍ଧି ପାଇଛି।

ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଆଜି ଉଦଘାଟିତ ହୋଇଥିବା ଗ୍ୟାସ ୟୁନିଟ୍‌ ଏଲପିଜି ଉତ୍ପାଦନର କ୍ଷମତା ବୃଦ୍ଧି କରିବ ଏବଂ ଆସାମ ଓ ଉତ୍ତରପୂର୍ବାଞ୍ଚଳର ଲୋକମାନଙ୍କୁ ଜୀବନକୁ ସହଜ କରିବ। ଏହା ମଧ୍ୟ ଏହି ଅଞ୍ଚଳର ଯୁବକମାନଙ୍କର ନିଯୁକ୍ତି ସୁଯୋଗରେ ବୃଦ୍ଧି ଘଟାଇବ।

ସେ କହିଥିଲେ ଯେ ସରକାର ଉଜ୍ଜ୍ବଳା ଯୋଜନା କାର୍ଯ୍ୟକାରୀ କରିବା ଦ୍ୱାରା ଗରିବ ମା’ ଓ ଭଉଣୀମାନଙ୍କୁ ରୋଷେଇ ଘରେ ପାରମ୍ପରିକ କାଠଜାଳେଣିରୁ ହେଉଥିବା ଧୂଆଁ ଜନିତ ପ୍ରଦୂଷଣରୁ ମୁକ୍ତି ଦେଇଛନ୍ତି। ସେ କହିଥିଲେ ଯେ ଆଜି ଆସାମରେ ଗ୍ୟାସ ସଂଯୋଗ ପାଖାପାଖି ଶତପ୍ରତିଶତରେ ପହଞ୍ଚିଛି। ସେ ଉଲ୍ଲେଖ କରିଥିଲେ ଯେ ୧ କୋଟି ଭଉଣୀମାନଙ୍କୁ ଉଜ୍ଜ୍ବଳା ଯୋଜନାରେ ମାଗଣା ଏଲପିଜି ସଂଯୋଗ ଦେବା ଲାଗି ଚଳିତ ବର୍ଷର ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗ୍ୟାସ ସଂଯୋଗ, ବିଦ୍ୟୁତ ସଂଯୋଗ ଏବଂ ସାର ଅଭାବ କାରଣରୁ ଗରିବ ଲୋକମାନେ ବିଶେଷ ଭାବେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସେ କହିଥିଲେ ଯେ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଦେଶର ୧୮,୦୦୦ ଗ୍ରାମକୁ ବିଦ୍ୟୁତ ସଂଯୋଗ ନଥିଲା, ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଆସାମ ଏବଂ ଉତ୍ତରପୂର୍ବାଞ୍ଚଳରେ ରହିଛି। ସରକାର ଏବେ ଏହି ତ୍ରୁଟିକୁ ସୁଧାରିବା ଲାଗି ଚେଷ୍ଟା ଓ ସେ ଦିଗରେ କାର୍ଯ୍ୟ କରୁଛନ୍ତି।

ସେ କହିଥିଲେ ଯେ ଏହି ଅଞ୍ଚଳରେ ଥିବା ବିଭିନ୍ନ ସାର ଉଦ୍ୟୋଗ ଗ୍ୟାସର ଅଭାବ କାରଣରୁ ବନ୍ଦ ହୋଇଯାଇଥିଲା କିମ୍ବା ରୁଗ୍ଣ ସ୍ଥିତିରେ ଥିଲା। ଯାହାର ପ୍ରତିକୂଳ ପ୍ରଭାବ ଗରିବ, ବଞ୍ଚିତ ଏବଂ ମଧ୍ୟମବର୍ଗଙ୍କ ଉପରେ ପଡ଼ିଥିଲା।

ଶ୍ରୀ ମୋଦୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅନ୍ତର୍ଗତ ପୂର୍ବ ଭାରତକୁ ବିଶ୍ବର ସର୍ବବୃହତ ଗ୍ୟାସ ପାଇପଲାଇନ ନେଟୱର୍କ ମଧ୍ୟରୁ ଗୋଟିଏ ସହିତ ଯୋଡ଼ାଯାଉଛି

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେବା କ୍ଷେତ୍ରରେ ଆମର ବୈଜ୍ଞାନିକ, ଇଞ୍ଜିନିୟର ଏବଂ ବୈଷୟିକ ପେସାଦାରମାନଙ୍କର ଏକ ସୁଦୃଢ଼ ପ୍ରତିଭା ଭଣ୍ଡାର ବିଶେଷ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଅତୀତରେ ଆମେ ଦେଶରେ ଏପରି ଏକ ପରିବେଶ ସୃଷ୍ଟି କରିଥିଲୁ ଯେଉଁଠି ଦେଶର ଯୁବକମାନେ ଷ୍ଟାର୍ଟଅପଗୁଡ଼ିକ ମାଧ୍ୟମରେ ସମସ୍ୟା ସମାଧାନ କରିପାରିବେ। ଆଜି ସାରା ବିଶ୍ବ ଭାରତର ଇଞ୍ଜିନିୟରମାନଙ୍କୁ ମାନ୍ୟତା ଦେଉଛି। ଆସାମର ଯୁବପିଢ଼ିଙ୍କ ମଧ୍ୟରେ ଅଦ୍ଭୂତ ସମ୍ଭାବନା ରହିଛି। ଏହି କ୍ଷମତାକୁ ବଢ଼ାଇବା ଲାଗି ରାଜ୍ୟ ସରକାର କଠିନ ପରିଶ୍ରମ କରୁଛନ୍ତି। ଆସାମ ସରକାରଙ୍କ ପ୍ରୟାସ କାରଣରୁ ଆଜି ରାଜ୍ୟରେ କୋଡ଼ିଏରୁ ଅଧିକ ଇଞ୍ଜିନିୟରିଂ କଲେଜ ରହିଛି।

ଆଜି, ଧେମାଜି ଇଞ୍ଜିନିୟରିଂ କଲେଜ ଉଦଘାଟନ ହେବା ଏବଂ ସୁଆଲକୁଚି ଇଞ୍ଜିନିୟରିଂ କଲେଜର ଶିଳାନ୍ୟାସ ହେବା ଫଳରେ ଏହି କ୍ଷମତା ଆହୁରି ବୃଦ୍ଧି ପାଇଛି। ଆହୁରି ତିନୋଟି ଇଞ୍ଜିନିୟରିଂ କଲେଜ ନିର୍ମାଣ ପାଇଁ ଏବେ କାମ ଜାରି ରହିଛି ବୋଲି ସେ ଘୋଷଣା କରିଥିଲେ। ଆସାମ ସରକାର ଯଥାଶୀଘ୍ର ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଲାଗି ଚେଷ୍ଟା କରୁଛନ୍ତି। ଏହା ଆସାମ ଲୋକମାନଙ୍କୁ ଲାଭାନ୍ୱିତ କରିବ, ବିଶେଷ କରି ଚା’ବଗିଚା ଶ୍ରମିକ, ଅନୁସୂଚୀତ ଜନଜାତିର ଲୋକମାନେ ଏହାଦ୍ୱାରା ଉପକୃତ ହୋଇପାରିବେ କାରଣ ଏଥିରେ ସ୍ଥାନୀୟ ଭାଷାରେ ଶିକ୍ଷା ଦିଆଯିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମ ଚା’, ହସ୍ତତନ୍ତ ଏବଂ ପର୍ଯ୍ୟଟନ ପାଇଁ ସାରା ବିଶ୍ବରେ ପରିଚିତ। ଆତ୍ମନିର୍ଭରଶୀଳତା ଆସାମର ଲୋକମାନଙ୍କର କ୍ଷମତା ଓ ସାମର୍ଥ୍ୟ ବୃଦ୍ଧି କରିବ। ଚା’ ଉତ୍ପାଦନ ଆତ୍ମନିର୍ଭରଶୀଳ ଆସାମର ସଂକଳ୍ପକୁ ସୁଦୃଢ଼ କରିବ। ଏଭଳି ପରିସ୍ଥିତିରେ, ଯଦି ଯୁବକମାନେ ସ୍କୁଲ ଓ କଲେଜରେ ଏସବୁ ଦକ୍ଷତା ଶିକ୍ଷାଲାଭ କରନ୍ତି ତା’ହେଲେ ସେମାନେ ଏହାଦ୍ୱାରା ଅଧିକ ଲାଭବାନ ହୋଇପାରିବେ। ସେ ଉଲ୍ଲେଖ କରିଥିଲେ ଯେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୦୦ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଖୋଲିବା ଲାଗି ଚଳିତ ବର୍ଷ ବଜେଟ୍‌ରେ ଘୋଷଣା କରାଯାଇଛି। ଏହାଦ୍ୱାରା ଆସାମ ମଧ୍ୟ ଲାଭବାନ ହୋଇପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମର ଚାଷୀମାନଙ୍କର ସମ୍ଭାବନା ଓ ଆୟ ବୃଦ୍ଧି ଲାଗି ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାମ କରୁଛନ୍ତି। ମତ୍ସ୍ୟଚାଷ କ୍ଷେତ୍ରରେ ନିୟୋଜିତ ଚାଷୀମାନଙ୍କ ପାଇଁ ୨୦ହଜାର କୋଟି ଟଙ୍କାର ବୃହତ ଯୋଜନା ଘୋଷଣା କରିଛନ୍ତି ଏହା ମଧ୍ୟ ଆସାମର ଲୋକମାନଙ୍କୁ ଲାଭାନ୍ୱିତ କରିବ। ସେ ଉଲ୍ଲେଖ କରିଥିଲେ ଯେ ଆସାମର ଚାଷୀମାନଙ୍କର ଉତ୍ପାଦ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ଲାଗି ସରକାର ଉଦ୍ୟମ କରୁଛନ୍ତି। ସେ କହିଥିଲେ ଯେ ଉତ୍ତର ତଟର ଚା’ ବଗିଚା ଆସାମର ଅର୍ଥବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ।

କ୍ଷୁଦ୍ର ଚା’ ଚାଷୀଙ୍କୁ ଜମି ଲିଜ୍‌ ଦେବା ଲାଗି ଅଭିଯାନ ଆରମ୍ଭ କରିଥିବାରୁ ସେ ଆସାମ ସରକାରଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଆସାମର ଲୋକମାନେ ବିକାଶ ଓ ପ୍ରଗତିର ଡବଲ ଇଞ୍ଜିନକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଆଗାମୀ ରଣନୀତି ପ୍ରସ୍ତୁତି ପାଇଁ ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ଏବଂ ରାଜ୍ୟ ସଭାପତିଙ୍କ ବୈଠକ

ନୂଆଦିଲ୍ଲୀ, ଆଜି ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକ ଆରମ୍ଭ ହୋଇଛି। ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ଏହି ବୈଠକରେ ପ୍ରଦେଶ ସଭାପତି ସହିତ ପ୍ରଦେଶ ପ୍ରଭାରୀମାନେ ମଧ୍ୟ ଯୋଗ ଦେଇଛନ୍ତି।

ଏହି ବୈଠକରେ ପାଞ୍ଚୋଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ ହେବ ବୋଲି କୁହାଯାଉଛି। ସେହିପରି ଚାଷୀ ଆନ୍ଦୋଳନ ଉପରେ ମଧ୍ୟ ଆଲୋଚନା ହେବ।ପ୍ରଥମ ଅଧିବେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦୀପ ପ୍ରଜ୍ଜଳନ କରି ଆରମ୍ଭ କରି ନିଜର ସଂକ୍ଷିପ୍ତ ଅଭିଭାଷଣ ରଖିଛନ୍ତି। ଉଦଜାପନୀ ସମାରୋହରେ ମଧ୍ୟ ସେ ଯୋଗ ଦେଇ ବିସ୍ତୁତ ଉପଦେଶ ଦେବେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର

ଭାରତକୁ ଆଧ୍ୟାତ୍ମିକ ଓ ସ୍ୱସ୍ଥ ପର୍ଯ୍ୟଟନ ହବରେ ପରିଣତ କରିବା ପାଇଁ ଆହ୍ୱାନ

ନୂଆଦିଲ୍ଲୀ: ଶ୍ରୀରାମଚନ୍ଦ୍ର ମିଶନର ୭୫ ତମ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି। ସେ ତାଙ୍କ ଭାଷଣରେ ଜନସାଧାରଣଙ୍କ ମଧ୍ୟରେ ଶାନ୍ତି, ସୁସ୍ଥତା, ନିରାମୟତା, ଆଧ୍ୟାତ୍ମିକତାର ଯଥାର୍ଥ ଭାବନା ସ୍ଥାପନ କରିବାକୁ ଆହ୍ୱାନ ଦେଇଛନ୍ତି। ଯୋଗକୁ ଲୋକପ୍ରିୟ କରିବା ଦିଗରେ ମିଶନ ପକ୍ଷରୁ ଯେଉଁ ଉଦ୍ୟମ ଚାଲିଛି ତାହାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଦ୍ରୁତ ଗତିଶୀଳ ଏବଂ ମାନସିକ ଚାପଗ୍ରସ୍ତ ଜୀବନ ଯୋଗୁଁ ମଣିଷ ନାନାପ୍ରକାର  ଜୀବନ ଶୈଳୀଗତ ବ୍ୟାଧିର ସମ୍ମୁଖୀନ ହେଉଛି। ଏଭଳି ସ୍ଥିତିରେ ଏସବୁରୁ ରକ୍ଷା ପାଇବା ପାଇଁ ଯୋଗ ଏକ ସହଜ ମାର୍ଗ ଏବଂ ଏହାକୁ ମାଧ୍ୟମ କରି ସମଗ୍ର ବିଶ୍ୱ ସୁସ୍ଥ ଓ ନିରାମୟ ରହିପାରିବ।

କରୋନା ମହାମାରୀର ମୁକାବିଲା ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବ୍ୟାଧି ବିରୋଧରେ ଦେଶର ୧୩୦ କୋଟି ଜନତା ଯେପରି ସତର୍କତା ଅବଲମ୍ବନ କଲେ ତାହା ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ । କରୋନା ବିରୋଧୀ ଲଢେଇରେ ଗୃହସ୍ଥ ଜ୍ଞାନ ଏବଂ ଯୋଗ ଓ ଆୟୁର୍ବେଦ ଏକ ବଡ଼ ଭୂମିକା ନିର୍ବାହ କରିଥିଲା।

ସେ କହିଛନ୍ତି ଯେ ବିଶ୍ୱର କଲ୍ୟାଣ ପାଇଁ ଭାରତ ଏକ ମାନବ କୈନ୍ଦ୍ରିକ ଦୃଷ୍ଟିକୋଣ ନେଇ କାମ କରୁଛି। ଏଥିରେ କଲ୍ୟାଣ, ସୁଖସମୃଦ୍ଧି ଏବଂ ସଂପତ୍ତି ମଧ୍ୟରେ ଉପଯୁକ୍ତ ଭାରସାମ୍ୟ ରକ୍ଷା କରାଯାଉଛି। ଗତ ୬ ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବବୃହତ୍‍ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମମାନ ହାତକୁ ନେଇଛି। ଏହାର ପ୍ରଥମ ଲକ୍ଷ୍ୟ ହେଲା ଗରିବ ଲୋକଙ୍କୁ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଯୋଗାଇଦେବା ସହ ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ କରିବା । ସାର୍ବଜନୀନ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ସାମାଜିକ କଲ୍ୟାଣକାରୀ ଯୋଜନାଗୁଡିକ ଏଥିରେ ସ୍ଥାନ ପାଇଛି। ଆହୁରି ମଧ୍ୟ ଧୂମହୀନ ଚୁଲା, ବ୍ୟାଙ୍କ ନ ଥିବା ଅଞ୍ଚଳରେ ବ୍ୟାଙ୍କିଙ୍ଗ ସୁବିଧା, ସବୁ ଭୂମିହୀନଙ୍କୁ ଘର ଯୋଗାଣ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ କୋଟି କୋଟି ଭାରତୀୟଙ୍କ ଜୀବନରେ ସରକାର ଏକ ନୂଆ ରଚନାତ୍ମକ ସ୍ପର୍ଶ ଦେଇଛନ୍ତି।

ସ୍ୱସ୍ଥତା ଓ ନିରାମୟତା ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ବିଚାର କେବଳ ଆରୋଗ୍ୟ କରିବାରେ ସୀମିତ ନୁହେଁ, ଏହାର ପରିସର ବ୍ୟାପକ। ଚିକିତ୍ସା ସହିତ ଏହା ରୋଗର ନିରାକରଣ, ଦୂରୀକରଣ ଆଦି ଉପରେ ଭାରତ ଗୁରୁତ୍ୱ ଦେଉଛି। ସେ କହିଛନ୍ତି ଯେ ଭାରତର ଧ୍ୱଜାଧାରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ‘ଆୟୁଷ୍ମମାନ ଭାରତ’ର ହିତାଧିକାରୀଙ୍କ ସଂଖ୍ୟା ଆମେରିକା ଓ ଅନେକ ୟୁରୋପ ରାଷ୍ଟ୍ରଙ୍କ ଜନସଂଖ୍ୟାଠାରୁ ଅଧିକ। ଏହା ବିଶ୍ୱର ସର୍ବବୃହତ୍‍ ସ୍ୱାସ୍ଥ୍ୟ ଯୋଜନା। ଭାରତରେ ମଧ୍ୟ ଡାକ୍ତରୀ ଉପକରଣ ଓ ଔଷଧପତ୍ରର ମୂଲ୍ୟକୁ ହ୍ରାସ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଟିକାକରଣ କାର୍ଯ୍ୟକ୍ରମରେ ଭାରତ ଏକ କେନ୍ଦ୍ରୀୟ ଭୂମିକା ନିର୍ବାହ କରୁଛି। ସ୍ୱସ୍ଥ ଓ ନିରାମୟତା ସଂପର୍କରେ ଆମର ବିଚାର ଦେଶର ନାଗରିକଙ୍କ ପାଇଁ ଯାହା ସମଗ୍ର ବିଶ୍ୱ ପାଇଁ ତାହା ସମାନ। ବିଶ୍ୱର ସ୍ୱାସ୍ଥ୍ୟ ଓ ନିରାମୟତାରେ ଭାରତକୁ ଯଥେଷ୍ଟ କିଛି ଅବଦାନ ଯୋଗାଇବାକୁ ପଡିବ। ଭାରତକୁ ଏକ ଆଧ୍ୟାତ୍ମିକ ଓ ସ୍ୱସ୍ଥ ପର୍ଯ୍ୟଟନ ପରିଣତ କରିବାପାଇଁ ମିଳିତଭାବେ କାମ କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି। ଭାରତର ଯୋଗ ଓ ଆୟୁର୍ବେଦ ଏକ ସୁସ୍ଥ ପୃଥିବୀ ଗଠନରେ ସହାୟକ ହେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ସମଗ୍ର ବିଶ୍ୱ ବୁଝିବା ଭଳି ଭାଷାରେ ଭାରତ ଯୋଗ ଓ ଆୟୁର୍ବେଦକୁ ଉପସ୍ଥାପିତ କରିବା ଆବଶ୍ୟକ।

ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ଏବେ ଯୋଗ ଓ ଧ୍ୟାନ ପ୍ରତି ଅଧିକ ଗୁରୁତ୍ୱ ଦେଉଛି। ଏବେ ଆଧୁନିକ ଜୀବନରେ ଅଧିକ ଆହ୍ୱାନ ଓ କାମର ଚାପ ମାନସିକ ଅବସାଦ ସୃଷ୍ଟି କରୁଛି। ଯୋଗ ଓ ଆୟୁର୍ବେଦ ଏସବୁ ସମସ୍ୟାର ସମାଧାନ କରିପାରିବ ଏବଂ ନାଗରିକ ଶାରୀରିକ ତଥା ମାନସିକଭାବରେ ସୁସ୍ଥସବଳ ରହି ବ୍ୟାଧିମୁକ୍ତ ବିଶ୍ୱ ଗଠନ କରିପାରିବେ। ଏହାଦ୍ୱାରା ଭାରତର ମର୍ଯ୍ୟାଦା ବିଶ୍ୱରେ ବଢିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପଶ୍ଚିମବଙ୍ଗରେ ୪୭୦୦ କୋଟି ଟଙ୍କାର ୪ ଟି ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

କୋଲକାତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଂଗ ଗସ୍ତ କରି  ୪ ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସେଗୁଡିକ ମଧ୍ୟରେ ୩ଟି ପ୍ରକଳ୍ପ ୨୪୩୩ କୋଟି ବ୍ୟୟରେ ନିର୍ମିତ ୩୪୭ କିଲୋମିଟର ଲମ୍ବ ଢୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପ ଲାଇନ,୧୦୦୦ କୋଟିର ଭାରତ ପେଟ୍ରୋଲିୟମ କର୍ପୋରେସନ(ବିପିସିଏଲ)ଦ୍ୱାରା ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲ ରହିଛି।

ସେହିପରି ୧୯୦ କୋଟିର ଜାତୀୟ ରାଜପଥ-୪୧ର ହଳଦିଆର ରାଣୀଛକ ଠାରେ ୪ ଲେନ୍ ବିଶିଷ୍ଟ ଆରଓବି-କମ୍‌-ଫ୍ଲାଏଓଭରର ଲୋକାର୍ପଣ କରିବା ସହ ୧୦୨୦ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଭାରତୀୟ ତୈଳ ନିଗମର(ଆଇଓସିଏଲ) ହଳଦିଆ ରିଫାଇନାରୀର ଦ୍ୱିତୀୟ କାଟାଲିଟିକ୍‌ ଡ଼ିୱାକ୍ସିଂ ୟୁନିଟର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଢୋବି-ଦୁର୍ଗାପୁର ଗ୍ୟାସ୍‌ ପାଇପ ଲାଇନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପର ମହତ୍ୱକାଂକ୍ଷୀ ପ୍ରକଳ୍ପ । ଏହି ପାଇପ ଲାଇନ ୨୪୩୩ କୋଟି ବ୍ୟୟରେ ଗେଲ୍ ଦ୍ୱାରା ନିର୍ମାଣ କରାଯାଇଛି। ଏହି ପାଇପ ଲାଇନ ଝାଡ଼ଖଣ୍ଡର ହର୍ଲ ସିନ୍ଦରି ସାର କାରଖାନାର ପନଃଉଦ୍ଧାର କରିବା ସହ ଏହି ପ୍ଲାଣ୍ଟ ସମେତ ଶିଳ୍ପ, ବାଣିଜ୍ୟିକ ଏବଂ ଅଟୋମୋବାଇଲ କ୍ଷେତ୍ର ତଥା ଆଖପାଖର ପ୍ରମୁଖ ସହରକୁ ଗ୍ୟାସ ଯୋଗାଇବ ।

ପଶ୍ଚିମବଙ୍ଗ ଏବଂ ପୂର୍ବ ଭାରତର ଏଲପିଜି ଆବଶ୍ୟକତାକୁ ପୂରଣ କରିବା ପାଇଁ ପଶ୍ଚିମବଙ୍ଗରୁ ବିପିସିଏଲ ଦ୍ୱାରା ହଳଦିଆ ଠାରେ ୧୦୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ଏଲପିଜିଇମ୍ପୋର୍ଟ ଟର୍ମିନାଲର ପୂର୍ବାଂଚଳରେ ଏଲପିଜିର ବଢ଼ୁଥିବା ଚାହିଦାକୁ ପୂରଣ କରିବ ଏବଂ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ରନ୍ଧନ ଏଲପିଜି ଯୋଗାଇବା ପାଇଁ ଥିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ପୂରଣ କରିବାରେ ସାହାଯ୍ୟ କରିବ ।

ଏହାବ୍ୟତିତ ଜାତୀୟ ରାଜପଥ-୪୧ର ହଳଦିଆସ୍ଥିତ ରାଣୀଛକ ଠାରେ ୪ ଲେନ୍ ବିଶିଷ୍ଟ ଆରଓବି-କମ୍‌-ଫ୍ଲାଏଓଭରପାଇଁ ୧୯୦କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଫ୍ଲାଏ ଓଭରର କାର୍ଯ୍ୟକ୍ଷମ ହେବା ଦ୍ୱାରା କୋଲାଘାଟରୁ ହଳଦିଆ ଡକ୍ କମ୍ପେ୍ଲକ୍ସ ଏବଂ ଅନ୍ୟାନ୍ୟ ଆଖପାଖ ଅଂଚଳରେ ଟ୍ରାଫିକ୍ ଭିଡ ନିୟନ୍ତ୍ରଣ ସହ ଯାତାୟାତ ସହଜ ହେବ ।

ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଅଏଲର ହଳଦିଆ ରିଫାଇନାରୀର ଦ୍ୱିତୀୟ କାଟାଲିଟିକ୍ ଡ଼ିୱାକ୍ସିଂ ୟୁନିଟର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।ଏହା ଦ୍ୱାରା ଏହି ରିଫାଇନାରୀରେ ୧ହଜାର ୨୦ଲକ୍ଷ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୨୭୦ମିଲିୟନ ମେଟ୍ରିକ୍ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଗ୍ରୁପ ୩ ଲ୍ୟୁବ୍ ଅଏଲ୍ ବେସ୍ ଷ୍ଟକ୍ (ଏଲଓବିଏସ) ଉତ୍ପାଦନ କରାଯିବ । ଭାରତରେ ଏଭଳି ତୈଳ ଉତ୍ପାଦନ କରାଯିବାର ପ୍ରଥମ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୋରାପୁଟ ସଡକ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର କୋରାପୁଟ ସଡକ ଦୁର୍ଘଟଣା ଜନିତ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି। ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ଲାଗି ମଧ୍ୟ ଘୋଷଣା ହୋଇଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ଟ୍ଵିଟ ମାଧ୍ୟମରେ ସୂଚନା ଦିଆଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, କୋରାପୁଟ ଜିଲ୍ଲା କୋଟପାଡ଼ ମୁର୍ତାହାଣ୍ଡିରେ ଏକ ପିକଅପ୍ ଭ୍ୟାନ୍ ଓଲଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିଲେ। ସିନ୍ଧିଗୁଡ଼ାରୁ ଦଶାହ କାର୍ଯ୍ୟ ସାରି ଛତିଶଗଡ଼ କୁଲଚା ଗାଁକୁ ଫେରୁଥିବା ବେଳେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା। ଫଳରେ ଗାଡି ତଳେ ଚାପି ହୋଇ ଘଟଣାସ୍ଥଳରେ ୭ ଜଣ ଓ କୋଟପାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ: ଓଡିଆ ଝିଅ ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କୀ ବାତରେ ଓଡିଶାର ଆଉ ଜଣେ ଝିଅଙ୍କୁ ପ୍ରଶଂସା କରିଛନ୍ତି। ରାଉରକେଲାର ଝିଅ ଭାଗ୍ୟଶ୍ରୀ ସାହୁଙ୍କ ପଟ୍ଟଚିତ୍ରକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସଫ୍ଟ ଷ୍ଟୋନରେ ପଟ୍ଟଚିତ୍ର କରିଥିବାରୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଲକଡାଉନ ସମୟରେ ବୋତଲରେ ମଧ୍ୟ ସେ ପେଣ୍ଟିଂ କରୁଥିଲେ। ଗତ କିଛି ଦିନ ହେଲା ପଟ୍ଟଚିତ୍ରକୁ ଆପଣାଇ ଯେଉଁଭଳି ନିପୁଣତା ହାସଲ କରିଛନ୍ତି, ତାହା ପ୍ରଶଂସନୀୟ ବୋଲି ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାଗ୍ୟଶ୍ରୀଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଦେବା ସହ ଆଗକୁ ମଧ୍ୟ କଳା ମାଧ୍ୟମରେ ବହୁତ କିଛି ଶିଖାଯାଇପାରିବ ବୋଲି ସେ କହିଛନ୍ତି।

ଆଜିର ମନ୍ କୀ ବାତରେ ପ୍ରଧାନମନ୍ତ୍ରୀ କରୋନା ବିପକ୍ଷରେ ଭାରତର ଲଢେଇ ଉତ୍ସାହଜନକ ରହିଛି ବୋଲି କହିଥିଲେ। କରୋନା ଟିକାକରଣରେ ଭାରତ ଉଦାହରଣ ପାଲଟିଛି। ଔଷଧ ଓ ଟିକା କ୍ଷେତ୍ରରେ ଭାରତ ଏବେ ଆତ୍ମନିର୍ଭର ହୋଇପାରିଛି। ସେଥିପାଇଁ ସମଗ୍ର ବିଶ୍ଵ ଭାରତକୁ ପ୍ରଶଂସା କରିଛି। ଜାନୁଆରୀ ୨୬ ହିଂସା ଘଟଣାକୁ ନେଇ ଆଜି ମୋଦୀ ନିଜର ମନର କଥା କହିଛନ୍ତି। ତ୍ରିରଙ୍ଗାର ଅପମାନକୁ ସମଗ୍ର ଦେଶ ଦେଖିଲା। ତ୍ରିରଙ୍ଗାର ଅପମାନ ଦେଖି ସମଗ୍ର ଦେଶ ଦୁଃଖି ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣର ଶୁଭାରମ୍ଭ କରି କଣ କହିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଦେଶର କୋଣଅନୁକୋଣରେ ପହଞ୍ଚିବାକୁ ଥିବା ଏହା ହେଉଛି ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମ । ଏହାର ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୩୦୦୬ରୁ ଊର୍ଦ୍ଧ୍ୱ ଟୀକାକରଣ କେନ୍ଦ୍ର ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ ।

ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ପ୍ରାରମ୍ଭରେ ଟୀକା ବିକଶିତ କରିଥିବା ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ, ସାଧାରଣତଃ ଟୀକା ପ୍ରସ୍ତୁତ କରିବା ପାଇଁ ବର୍ଷ ବର୍ଷ ଲାଗିଥାଏ । କିନ୍ତୁ ଏଠାରେ, ଏତେ କମ ସମୟରେ, ପୁଣି ଗୋଟିଏ ନୁହେଁ ଦୁଇ ଦୁଇଟି ମେଡ-ଇନ-ଇଣ୍ଡିଆ ଟୀକା ପ୍ରସ୍ତୁତ କରାଯାଇପାରିଛି । ଟୀକାର ଦୁଇଟି ଡୋଜ୍ ନେବା ଯେମିତି ଭୁଲି ନଯାଆନ୍ତି ସେଥିପାଇଁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଥିଲେ ।

ସେ କହିଥିଲେ ଯେ ଟୀକାର ଦୁଇଟି ଡୋଜ୍ ମଧ୍ୟରେ ଅତିକମରେ ଗୋଟିଏ ମାସର ବ୍ୟବଧାନ ରହିବ । ଦ୍ୱିତୀୟ ଡୋଜ୍ ନେବାର ଦୁଇ ସପ୍ତାହ ପରେ ମଣିଷ ଶରୀରରେ କରୋନା ବିରୋଧରେ ଜରୁରି ରୋଗ ପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇଥାଏ, ତେଣୁ ଟୀକା ନେବା ପରେ ମଧ୍ୟ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ ବ୍ୟାପକ ସ୍ତରର ଏହି ଟୀକାକରଣ ଅଭିଯାନ ଉପରେ ଦୃଷ୍ଟିପାତ କରି କହିଥିଲେ ଯେ କେବଳ ପ୍ରଥମ ପର୍ଯ୍ୟାୟରେ ତିନି କୋଟି ଲୋକଙ୍କୁ ଟୀକା ଦିଆଯିବ, ଅର୍ଥାତ ଅତିକମରେ ବିଶ୍ୱର ୧୦୦ରୁ ଅଧିକ ଦେଶର ଜନସଂଖ୍ୟା ଠାରୁ ଅଧିକ ଲୋକ ଟୀକା ନେବେ। ଏହାକୁ ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ଆଗକୁ ନିଆଯାଇ ବୟସ୍କ ଜନସାଧାରଣ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ରହିଥିବା ଲୋକଙ୍କୁ ଟୀକା ଦିଆଯିବ ବୋଲି ସେ କହିଥିଲେ । ସେ କହିଥିଲେ ଯେ କେବଳ ତିନୋଟି ଦେଶ-ଭାରତ, ଆମେରିକା ଓ ଚୀନରେ ୩୦ କୋଟିରୁ ଅଧିକ ଲୋକସଂଖ୍ୟା ରହିଛନ୍ତି ।

ଟୀକା ପ୍ରସ୍ତୁତ କରିଥିବା ଭାରତୀୟ ବୈଜ୍ଞାନିକ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଭାରତୀୟ ପ୍ରକ୍ରିୟା ଏବଂ ସଂସ୍ଥାଗତ ବ୍ୟବସ୍ଥା ପ୍ରତି ସାରା ବିଶ୍ୱରେ ଯଥେଷ୍ଟ ବିଶ୍ୱସନୀୟତା ରହିଛି ଏବଂ ନିରନ୍ତର ଭାବେ ଉନ୍ନତ ପରିଣାମ ମାଧ୍ୟମରେ ଏହି ବିଶ୍ୱାସ ଅର୍ଜନ କରାଯାଇଛି । ତେଣୁ ଟୀକା ସଂକ୍ରାନ୍ତ ଗୁଜବ ଏବଂ ଷଡ଼ଯନ୍ତ୍ରକାରୀ ଅବଧାରଣାକୁ ବିଶ୍ୱାସ ନକରିବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଥିଲେ ।

କରୋନା ବିରୋଧରେ ଏକତ୍ରିତ ହୋଇ ସାହସର ସହିତ ଲଢ଼େଇ କରିଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଭାରତ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରଶୀଳତାର ସହିତ କରୋନା ମୁକାବିଲା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରତ୍ୟେକ ଭାରତୀୟଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ ନହେବାକୁ ଦେବାର ଏକ ଦୃଢ଼ସଂକଳ୍ପ ସେ ଦେଖିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଆମ୍ବୁଲାନ୍ସ ଡ୍ରାଇଭର, ଆଶାକର୍ମୀ, ସଫେଇ କର୍ମଚାରୀ, ପୋଲିସ ଏବଂ ଅନ୍ୟ ଅଗ୍ରଣୀ ଯୋଦ୍ଧା ଯେଉଁମାନେ ଅନ୍ୟର ଜୀବନ ବଂଚାଇବା ଲାଗି ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ।

ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ଘରକୁ ଫେରିପାରିନଥିଲେ, କାରଣ ଭୂତାଣୁ ବିରୋଧୀ ଲଢ଼େଇରେ ସେମାନଙ୍କର ଜୀବନ ଚାଲିଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇ କହିଥିଲେ । ନିରାଶା ଓ ଭୟର ପରିବେଶ ମଧ୍ୟରେ ଅଗ୍ରଣୀ କରୋନା ଯୋଦ୍ଧାମାନେ ଆଶାର ନୂଆ ଆଲୋକ ନେଇ ଆସିଥିଲେ । ଆଜି ପ୍ରଥମେ ସେମାନଙ୍କୁ ଟୀକା ଦେଇ ଦେଶ କୃତଜ୍ଞତାର ସହିତ ସେମାନଙ୍କର ଯୋଗଦାନକୁ ସ୍ୱୀକାର କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ।

ସଂକଟର ପ୍ରାରମ୍ଭିକ ଦିନଗୁଡ଼ିକ ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସଠିକ ସମୟରେ ସଠିକ ନିଷ୍ପତି ନେବା କ୍ଷେତ୍ରରେ ଭାରତ ସତର୍କତା ପ୍ରଦର୍ଶିତ କରିଥିଲା । ଭାରତରେ ୩୦ ଜାନୁଆରୀ, ୨୦୨୦ରେ ପ୍ରଥମ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା, ଏହାର ଦୁଇ ସପ୍ତାହ ପୂର୍ବରୁ ଭାରତ ଏକ ଉଚ୍ଚସ୍ତରୀୟ ସମିତି ଗଠନ କରିଥିଲା । ଆଜିକୁ ଠିକ୍ ଏକ ବର୍ଷ ପୂର୍ବରୁ ଭାରତ ସଠିକ ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲା । ୧୭ ଜାନୁଆରୀ ୨୦୨୦ରେ ଭାରତ ପ୍ରଥମ ମାର୍ଗଦର୍ଶିକା ଜାରି କରିଥିଲା ଏବଂ ବିମାନ ବନ୍ଦରରେ ଯାତ୍ରୀମାନଙ୍କର ସ୍କ୍ରିନିଂ ଆରମ୍ଭ କରିବାରେ ଭାରତ ଥିଲା ପ୍ରଥମ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ।

ଜନତା କର୍ଫ୍ୟୁ ସମୟରେ ଶୃଙ୍ଖଳା ଏବଂ ଧୈର୍ଯ୍ୟର ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅଭ୍ୟାସ ଲକଡାଉନ ପାଇଁ ଦେଶକୁ ମାନସିକ ସ୍ତରରେ ପ୍ରସ୍ତୁତ କରିଥିଲା ବୋଲି ସେ ଆଲୋକପାତ କରିଥିଲେ । ତାଳି-ଥାଳି ବଜାଇବା ଓ ଦୀପ ଜଳାଇବା ଦ୍ୱାରା ଦେଶର ମନୋବଳ ସୁଦୃଢ଼ ହୋଇଥିଲା ।

ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କର ଉଦ୍ଧାର ସମ୍ପର୍କରେ ମଧ୍ୟ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ଏପରି ଏକ ସମୟ ଯେତେବେଳେ ବିଶ୍ୱର ଅନେକଗୁଡ଼ିଏ ରାଷ୍ଟ୍ର ସେମାନଙ୍କର ନାଗରିକମାନଙ୍କୁ ଚୀନରେ ଫସି ରହିବାକୁ ଦେଇଥିଲେ, ଭାରତ କେବଳ ନିଜ ଦେଶର ଲୋକମାନଙ୍କୁ ସେଠାରୁ ଉଦ୍ଧାର କଲା ନାହିଁ ବରଂ ଅନ୍ୟ ଦେଶର କିଛି ନାଗରିକମାନଙ୍କୁ ମଧ୍ୟ ଉଦ୍ଧାର କରି ଆଣିଥିଲା । ଉଦ୍ଧାର କରାଯାଉଥିôବା ଭାରତୀୟଙ୍କ ନମୁନା ପରୀକ୍ଷାରେ ସମସ୍ୟା ଭୋଗୁଥିବା ଏକ ରାଷ୍ଟ୍ରକୁ ଏକ ସମ୍ପୂର୍ଣ୍ଣ ପରୀକ୍ଷାଗାର ପଠାଇବା ଘଟଣାର ସେ ସ୍ମରଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଙ୍କଟର ମୁକାବିଲା ଲାଗି ଭାରତର ପ୍ରୟାସକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଇଛି । କେନ୍ଦ୍ର, ରାଜ୍ୟ, ସ୍ଥାନୀୟ ସରକାର, ସରକାରୀ କାର୍ଯ୍ୟାଳୟ, ସାମାଜିକ ସଂଗଠନ ମିଳିତ ଭାବେ ଦକ୍ଷତାର ସହିତ କାର୍ଯ୍ୟ କରିବା ଏବଂ ସମନ୍ୱିତ ତଥା ଏକତ୍ରିତ ଢଙ୍ଗରେ ସଂକଟର ମୁକାବିଲା କରିବାର ଏହା ହେଉଛି ଏକ ପ୍ରକୃଷ୍ଟ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଥିଲେ “ଭାରତ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ଆରମ୍ଭ କରୁଛି । ଏହା ଏକ ଗୌରବର ଦିନ, ଆମର ବୈଜ୍ଞାନିକ ଏବଂ ଆମର କଠିନ ପରିଶ୍ରମୀ ସ୍ୱାସ୍ଥ୍ୟସେବା କର୍ମୀ, ନର୍ସିଂ କର୍ମଚାରୀ, ପୋଲିସ କର୍ମଚାରୀ ଏବଂ ସଫେଇ କର୍ମଚାରୀଙ୍କ ସାମର୍ଥ୍ୟ ଓ ସଫଳତାର ଏକ ଉତ୍ସବ । ସାର୍ବଜନୀନ ସ୍ୱାସ୍ଥ୍ୟ, ଆନନ୍ଦ ଲାଭ ସହିତ ଦୁଃଖରୁ ମୁକ୍ତି ଲାଗି ବୈଦିକ ମନ୍ତ୍ର-

ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା
ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମାକଶ୍ଚିତ୍ ଦୁଃଖ ଭାଗ୍ ଭବେତ୍ ।।

Categories
ଜାତୀୟ ଖବର ବିଶେଷ ଖବର

୧୨ ଜାନୁଆରୀରେ ଦ୍ୱିତୀୟ ଜାତୀୟ ଯୁବ ସଂସଦର ଉଦଯାପନୀ ଉତ୍ସବରେ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ଜାନୁଆରୀ ୨୦୨୧ ସକାଳ ୧୦.୩୦ରେ ଦ୍ୱିତୀୟ ଜାତୀୟ ଯୁବ ସଂସଦର ଉଦଯାପନୀ ଉତ୍ସବ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଭିଭାଷଣ ପ୍ରଦାନ କରିବେ । ଏହି ସମାରୋହରେ ତିନି ଜାତୀୟ ବିଜେତା ମଧ୍ୟ ନିଜ ବିଚାର ବ୍ୟକ୍ତ କରିବେ । ଲୋକସଭା ବାଚସ୍ପତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏହି ଅବସରରେ ଉପସ୍ଥିତ ରହିବେ ।

ଜାତୀୟ ଯୁବ ସଂସଦ ଉତ୍ସବ

ଜାତୀୟ ଯୁବ ସଂସଦ ଉତ୍ସବ (ଏନୱାଇପିଏଫ)ର ଉଦ୍ଦେଶ୍ୟ ହେଲା ୧୮ରୁ ୨୫ ବର୍ଷ ବୟସର ଭୋଟ ଦେବା ଅଧିକାର ପାଇଥିବା ଓ ଆଗାମୀ ଦିନରେ ସରକାରୀ ଚାକିରି ସମେତ ବିଭିନ୍ନ ପେସାରେ ଯୋଗ ଦେବାକୁ ଯାଉଥିବା ଯୁବ ପିଢିଙ୍କ ବିଚାର ଶୁଣିବା । ୩୧ ଡିସେମ୍ବର ୨୦୧୭ ମନ କି ବାତ ଅଭିଭାଷଣରେ ପ୍ରତିଫଳିତ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରା ଆଧାରରେ ଏନୱାଇପିଏଫ ଗଢି ଉଠିଛି । ଏହି ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇ ଜାନୁୟାରୀ ୧୨ରୁ ୨୭, ୨୦୧୯ ଯାଏଁ ନବ ଭାରତର ସ୍ୱର ପାଲଟିବା, ନୀତି ପ୍ରଣୟନରେ ଭାଗ ନେବା ଓ ସମାଧାନ ଖୋଜିବା ବିଷୟକୁ ନେଇ ପ୍ରଥମ ଏନୱାଇପିଏଫ ଆୟୋଜିତ ହୋଇଥିଲା। ସମୁଦାୟ ୮୮ ହଜାର ଯୁବକ/ଯୁବତୀ ଏହି କାର‌୍ୟ୍ୟକ୍ରମରେ ଭାଗ ନେଇଥିଲେ ।

ଦ୍ୱିତୀୟ ଏନୱାଇପିଏଫ ଡିସେମ୍ବର ୨୩, ୨୦୨୦ରୁ ଭର୍ଚୁଆଲ ମାଧ୍ୟମରେ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସାରା ଦେଶରୁ ୨.୩୪ ଲକ୍ଷ ଯୁବକ/ଯୁବତୀ ଅଂଶଗ୍ରହଣ କରିଥିଲେ । ଏହା ପରେ ଜାନୁୟାରୀ ୧ରୁ ୫, ୨୦୨୧ ଯାଏଁ ରାଜ୍ୟ ଯୁବ ସଂସଦଗୁଡିକ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିଲା।

ଦ୍ୱିତୀୟ ଏନୱାଇପିଏଫର ଅନ୍ତିମ ପର୍ଯ୍ୟାୟ ଜାନୁୟାରୀ ୧୧, ୨୦୨୧ରେ ସଂସଦର କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ହେବ । ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି, ଲୋକସଭା ସାଂସଦ ପରବେଶ ସାହିବ ସିଂ ଓ ବିଶିଷ୍ଟ ସାମ୍ବାଦିକ ପ୍ରଫୁଲ୍ଲ କେତକରଙ୍କୁ ନେଇ ଗଠିତ ଜାତୀୟ ବିଚାରକ ମଣ୍ଡଳୀ ସମୁଖରେ ୨୯ ଜାତୀୟ ବିଜେତା ବକ୍ତବ୍ୟ ଉପସ୍ଥାପନ କରିବାର ସୁଯୋଗ ପାଇବେ । ଶ୍ରେଷ୍ଠ ତିନି ବିଜେତା ଜାନୁଆରୀ ୧୨ରେ ହେବାକୁ ଥିବା ଉଦଯାପନୀ ଉତ୍ସବ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବକ୍ତବ୍ୟ ପ୍ରଦାନ କରିବାର ସୁଯୋଗ ପାଇବେ ।

ଜାତୀୟ ଯୁବ ଉତ୍ସବ

ପ୍ରତିବର୍ଷ ଜାନୁଆରୀ ୧୨ରୁ ୧୬ ଯାଏଁ ଜାତୀୟ ଯୁବ ଉତ୍ସବ ପାଳିତ ହୋଇଥାଏ । ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ଜାନୁୟାରୀ ୧୨ରେ ଜାତୀୟ ଯୁବ ଦିବସ ପାଳିତ ହୁଏ । ଚଳିତ ବର୍ଷ ଜାତୀୟ ଯୁବ ଉତ୍ସବ ସହ ଏନୱାଇପିଏଫ ପାଳିତ ହେଉଛି।

ଦେଶର ଯୁବପୀଢିଙ୍କୁ ଏକୀକୃତ ଭାବେ ପ୍ରତିଭା ପ୍ରଦର୍ଶନର ସୁଯୋଗ ପ୍ରଦାନ, ଉଭୟ ଔପଚାରିକ ଓ ଅନୌପଚାରିକ ଭାବେ ସାଂସ୍କୃତିକ ଓ ସାମାଜିକ ବିବିଧତା ସମ୍ପର୍କରେ ମତ ବିନିମୟ ମାଧ୍ୟମରେ କ୍ଷୁଦ୍ର ଭାରତ ନିର୍ମାଣ ପାଇଁ ମଞ୍ଚ ପ୍ରଦାନ କରିବା ଜାତୀୟ ଯୁବ ଉତ୍ସବର ଉଦ୍ଦେଶ୍ୟ । ଏହା ଜାତୀୟ ସଂହତି, ସାମ୍ପ୍ରଦାୟିକ ସଦଭାବ, ଭାଇଚାରା, ବୀରତ୍ୱ ଓ ସାହସିକତାକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । କାୟମନୋବାକ୍ୟରେ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରଚାର ଏହାର ପ୍ରମୁଖ ଲକ୍ଷ୍ୟ ।

କୋଭିଡ-୧୯ ଯୋଗୁଁ ୨୪ ତମ ଜାତୀୟ ଯୁବ ଉତ୍ସବ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଛି। ଚଳିତ ବର୍ଷର ଉତ୍ସବର ବିଷୟବସ୍ତୁ ଥିଲା ଯୁବା- ଉତ୍ସାହ ନୟେ ଭାରତ କା। ଯୁବପୀଢି ନବ ଭାରତ ଉତ୍ସବକୁ ଜୀବନ୍ତ ରଖନ୍ତି ବୋଲି ଏହା ଦର୍ଶାଉଛି । ୨୪ତମ ଜାତୀୟ ଯୁବ ଉତ୍ସବର ଉଦଘାଟନୀ ସମାରୋହ ଓ ଦ୍ବିତୀୟ ଜାତୀୟ ଯୁବ ସଂସଦ ଉତ୍ସବର ଉଦଯାପନୀ ସମାରୋହ ଜାନୁଆରୀ ୧୨, ୨୦୨୧ରେ ସଂସଦର କେନ୍ଦ୍ରୀୟ ହଲରେ ଆୟୋଜିତ ହେବ । ୨୪ତମ ଜାତୀୟ ଯୁବ ଉତ୍ସବର ଉଦଯାପନୀ ସମାରୋହ ଜାନୁୟାରୀ ୧୬, ୨୦୨୧ରେ ଡ. ଆମ୍ବେଦକର ଇଂଟରନ୍ୟାସନାଲ ସେଣ୍ଟର, ନୂଆଦିଲ୍ଲୀ ଠାରେ ଆୟୋଜିତ ହେବ ।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ

ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ ବନ୍ଦ ପରେ ମୋଦି ହେଲେ ବିଶ୍ବର ସର୍ବାଧିକ ଫଲୋ କରୁଥିବା ନେତା

ନୂଆଦିଲ୍ଲୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ଟୁଇଟର ବନ୍ଦ କରି ଦେବା ପରେ ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସ୍ଥାନ ନେଇଛନ୍ତି । ମୋଦୀ ବର୍ତ୍ତମାନ ବିଶ୍ବର ସର୍ବାଧିକ ଫଲୋ କରୁଥିବା ନେତା ଭାବେ ପରିଗଣିତ ହୋଇଛନ୍ତି। କାରଣ ସର୍ଭେ ଅନୁସାରେ ଡୋନାଲ୍ଡ ଟ୍ରମ୍ଫଙ୍କୁ ବିଶ୍ବରେ ସର୍ବାଧିକ ୟୁଜରସ ଫଲୋ କରୁଥିଲେ। ଏହାପରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ ବନ୍ଦ ହେବା ପୂର୍ବରୁ ତାଙ୍କର ଫଲୋଅର ସଂଖ୍ୟା 88.7 ମିଲିୟନ ଅର୍ଥାତ 8 କୋଟି 87 ଲକ୍ଷ ଥିଲା। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଫଲୋଅର 64.7 ମିଲିୟନ ବା 6 କୋଟି 47 ଲକ୍ଷ ଅଛନ୍ତି। ବର୍ତ୍ତମାନ ଟ୍ରମ୍ପଙ୍କ ଆକାଉଣ୍ଟ ବନ୍ଦ ପରେ ମୋଦି ଟୁଇଟର ରାଷ୍ଟ୍ରାଧ୍ୟକ୍ଷ ଭାବେ ବିବେଚିତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦୁଇ ଥାକିଆ କଣ୍ଟେନର ଟ୍ରେନ ଚଳାଚଳ କ୍ଷେତ୍ରରେ ବିଶ୍ୱର ହାତଗଣତି ରାଷ୍ଟ୍ରଙ୍କ ସହ ସାମିଲ ହେଲା ଭାରତ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମ ସମର୍ପିତ ମାଲ ପରିବହନ କରିଡର (ଡବ୍ଲୁଡିଏଫ୍‌ସି)ର ୩୦୬ କିମି ଦୈର୍ଘ୍ୟ ବିଶିଷ୍ଟ ରେୱାରି-ମଦାର ସେକ୍ସନକୁ ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହାସହିତ ମଧ୍ୟ ଏହି ରେଳପଥରେ ପ୍ରଥମକରି ଡବଲ ଷ୍ଟାକ୍ ଲଙ୍ଗ ହାଉଲ (ଦୁଇ ଥାକିଆ) କଣ୍ଟେନର ଟ୍ରେନର ଚଳାଚଳ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି ।

ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ଓ ହରିୟାଣାର ରାଜ୍ୟପାଳ ଦ୍ୱୟ, ଉଭୟ ରାଜ୍ୟର ଦୁଇ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ, ଗଜେନ୍ଦ୍ର ସିଂହ ଶେଖାୱତ, ଅର୍ଜୁନରାମ ମେଘୱାଲ, କୈଳାସ ଚୌଧୁରୀ, ରାଓ ଇନ୍ଦରଜିତ ସିଂହ, ରତନଲାଲ କଟାରିଆ ଓ କୃଷ୍ଣପାଲ ଗୁର୍ଜ୍ଜର ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ଯେଉଁ ମହାଯଜ୍ଞ ଆରମ୍ଭ ହୋଇଥିଲା ତାହା ଆଜି ନୂଆ ଗତି ପାଇଛି । ଦେଶକୁ ଆଧୁନିକ କରିବା ପାଇଁ ଗତ ୧୨ ଦିନ ମଧ୍ୟରେ କେନ୍ଦ୍ର ସରକାର ଯେଉଁସବୁ କାର‌୍ୟ୍ୟ ଆରମ୍ଭ କରିଛନ୍ତି ତାହାର ଏକ ହିସାବ ତାଲିକା ଏହି ଅବସରରେ ସେ ଉପସ୍ଥାପନ କରିଥିଲେ।

ସେ କହିଥିଲେ ଯେ ଚାଷୀଙ୍କୁ ଡିବିଟି ସୁବିଧା ଯୋଗାଣ, ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ଜାତୀୟ ମୋବିଲିଟ କାର୍ଡ ବ୍ୟବସ୍ଥା ଆରମ୍ଭ, ରାଜକୋଟର ଏମ୍‌ସ, ସମ୍ବଲପୁରର ଆଇଆଇଏମ୍‌, ୬ଟି ନଗରୀରେ ଲାଇଟ ହାଉସ ପ୍ରକଳ୍ପ, ଜାତୀୟ ଆଟୋମିକ୍ ଟାଇମ ସ୍କେଲ ଓ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ, ଜାତୀୟ ପରିବେଶ ମାନ ଲାବରେଟୋରୀ, କୋଚି-ମାଙ୍ଗାଲୁରୁ ଗ୍ୟାସ୍ ପାଇପ ଲାଇନ, ଶତତମ କିଷାନ ରେଳ ଓ ଇଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡରର ଗୋଟିଏ ସେକ୍ସନର ଉଦ୍‌ଘାଟନ ଆଦି ସେଥିମଧ୍ୟରୁ ଅନ୍ୟତମ । କରୋନା ମହାମାରୀ ସମୟରେ ଦେଶର ଆଧୁନିକୀକରଣ ପାଇଁ ଏହି ସ୍ୱଳ୍ପ ସମୟ ମଧ୍ୟରେ ଏତେଗୁଡିଏ କାର‌୍ୟ୍ୟ ଆରମ୍ଭ ହୋଇପାରିଛି ବୋଲି ସେ କହିଥିଲେ ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ

ଜର୍ମାନୀ ଚାନ୍ସେଲରଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା, କଣ ହେଲେ କଥା ?

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ-ଟେଲି କନ୍‍ଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଜର୍ମାନର ଚାନ୍ସେଲର ଡ. ଆଞ୍ଜେଲା ମର୍କେଲଙ୍କ ସହ ଆଲୋଚନା କରିଛନ୍ତି । ୟୁରୋପୀୟ ଏବଂ ବିଶ୍ୱ ମଞ୍ଚରେ ଦୀର୍ଘକାଳ ଧରି ଦୃଢ ନେତୃତ୍ୱ ଓ ଦିଗ୍‍ଦର୍ଶନ ଦେଇ ଆସୁଥିବା ଚାନ୍‍ସେଲରଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଉଚ୍ଚ ପ୍ରଶଂସା କରିଥିଲେ। ସେ ମଧ୍ୟ ଭାରତ-ଜର୍ମାନୀ ରଣକୌଶଳାତ୍ମକ ଅଂଶୀଦାରୀ ବୃଦ୍ଧି ପାଇଁ ଉପଯୁକ୍ତ ଦିଗ୍‍ଦର୍ଶନ ଦେଉଥିବାରୁ ଚାନ୍‍ସେଲର ମର୍କେଲଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଦୁଇନେତା କରୋନା ମହାମାରୀ, ଦ୍ୱିପାକ୍ଷିକ ସଂପର୍କ, ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଏବଂ ନିର୍ଦ୍ଦିଷ୍ଟଭାବେ ଭାରତ-ୟୁରୋପୀୟ ସମୁଦାୟ ସଂପର୍କ ସମେତ ବିଭିନ୍ନ ପାରସ୍ପରିକ ଗୁରୁତ୍ୱପୂର୍ଣ୍ଣ ସ୍ୱାର୍ଥଜଡିତ ବିଷୟରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଭାରତରେ କରୋନା ଟିକାର ବିକାଶ ସଂପର୍କରେ ଚାନ୍‍ସେଲର ମର୍କେଲଙ୍କୁ ଅବଗତ କରାଇଥିଲେ।

ବିଶ୍ୱର କଲ୍ୟାଣ ପାଇଁ ଭାରତ ନିଜର ସାଧ୍ୟମତେ କରୋନା ଲଢେଇରେ ସାହାଯ୍ୟ ସହଯୋଗ କରିବ ବୋଲି ମୋଦୀ ଜର୍ମାନ ଚାନ୍‍ସେଲରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଜର୍ମାନୀ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶରେ କରୋନା ସଂକ୍ରମଣର ନୂଆ ଲହରକୁ ସଫଳତାର ସହ ରୋକାଯାଇଥିବାରୁ ଏଥିପାଇଁ ସେ ଚାନ୍‍ସେଲରଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ।

ଜର୍ମାନୀ ଆନ୍ତର୍ଜାତିକ ସୌରମେଣ୍ଟରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ସ୍ୱାଗତ କରିଥିଲେ। ଜର୍ମାନୀ ସହ ବିପର୍ଯ୍ୟୟ ନିରୋଧୀ ମିଳିତ ମଞ୍ଚରେ ମିଶି କାମ କରିବା ପାଇଁ ଭାରତ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତବର୍ଷ ଭାରତ-ଜର୍ମାନ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କର ୭୦ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏହାଛଡା ଦୁଇଦେଶ ମଧ୍ୟ ରଣକୌଶଳାତ୍ମକ ଅଂଶୀଦାରୀର ୨୦ ବର୍ଷ ପାଳନ କରିବେ। ଦୁଇଦେଶ ମଧ୍ୟରେ ଚଳିତବର୍ଷ ଆନ୍ତଃ ସରକାରୀ ପରାମର୍ଶ ବା ଆଇଜିସିର ଯେଉଁ ଷଷ୍ଠ ବୈଠକ ବସିବ ତାହାକୁ ଆଗୁଆ ଆୟୋଜିତ କରିବାକୁ ଉଭୟ ନେତା ରାଜି ହୋଇ ଏଥିପାଇଁ ମଧ୍ୟ କାର୍ଯ୍ୟସୂଚୀ ଚୂଡାନ୍ତ କରିବାକୁ ଏକମତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କୋଚି – ମାଙ୍ଗାଲୁରୁ ପ୍ରାକୃତିକ ବାଷ୍ପ ପାଇପ ଲାଇନକୁ ଜାନୁଆରୀ ୫ରେ ରାଷ୍ଟ୍ରକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାନୁଆରୀ
୫ ତାରିଖ ୧୧ ଟା ସମୟରେ କୋଚି – ମାଙ୍ଗାଲୁରୁ ପ୍ରାକୃତିକ ବାଷ୍ପ ପାଇପ ଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି କାର‌୍ୟ୍ୟକ୍ରମ ‘ୱାନ ନେସନ ୱାନ ଗ୍ୟାସ ଗ୍ରୀଡ’ ସୃଷ୍ଟି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହି ଅବସରରେ କର୍ଣ୍ଣାଟକ ଏବଂ କେରଳର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ମଧ୍ୟ ଯୋଗଦେବେ ।

ପାଇପଲାଇନ ବିଷୟରେ

୪୫୦ କିଲୋମିଟର ଲମ୍ବା ପାଇପଲାଇନ ଗେଲ (ଭାରତ) ଲିମିଟେଡ ଦ୍ୱାରା ନିର୍ମିତ
ହୋଇଛି । ଏହାର ଦୈନିକ ୧୨ ମିଲିୟନ ମେଟ୍ରିକ ଷ୍ଟାଣ୍ଡାର୍ଡ କ୍ୟୁବିକ ମିଟର ପରିବହନ
କ୍ଷମତା ରହିଛି ଏବଂ କୋଚି (କେରଳ)ରେ ଲିକ୍ୱିଫାଏଡ ପ୍ରାକୃତିକ ବାଷ୍ପ (ଏଲଏନଜି) ରେଜିଫିକେସନ ଟର୍ମିନାଲରୁ ପ୍ରାକୃତିକ ବାଷ୍ପ ପରିବହନ କରିବ ଯାହା ମାଙ୍ଗାଲୁରୁ (ଡାକସିନା କନ୍ନଡ ଜିଲ୍ଲା, କର୍ଣ୍ଣାଟକ), ଏର୍ନାକୁଲମ୍, ଥ୍ରିସୁର, ପାଲକ୍କଡ, ମାଲାପୁରାମ, କୋଜିକୋଡେ, କନ୍ନୁର ଏବଂ କାସାରାଗୋଡ ଜିଲ୍ଲା ଦେଇ ଯିବ ।

ଏହି ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୩୦୦୦ କୋଟି ଟଙ୍କା ଏବଂ ଏହାର ନିର୍ମାଣରେ ୧୨ ଲକ୍ଷରୁ ଅଧିକ ମାନବ-ନିଯୁକ୍ତି ସୃଷ୍ଟି କରିଛି । ପାଇପଲାଇନ ସ୍ଥାପନ ଏକ ଇଞ୍ଜିନିୟରିଂ ଆହ୍ଵାନ ଥିଲା, କାରଣ ଏହି ମାର୍ଗରେ ୧୦୦ରୁ ଅଧିକ ସ୍ଥାନରେ ଜଳସ୍ରୋତ ପାର ହେବା ଆବଶ୍ୟକ କରୁଥିଲା । ଐକ୍ଟକ୍ସସଚ୍ଛକ୍ଟଦ୍ଭଗ୍ଧବକ୍ଷ ଊସକ୍ସରମଗ୍ଧସକ୍ଟଦ୍ଭବକ୍ଷ ଊକ୍ସସକ୍ଷକ୍ଷସଦ୍ଭଶ ପଦ୍ଧତିର ଏକ ସ୍ୱତନ୍ତ୍ର କୌଶଳ ମାଧ୍ୟମରେ ଏହା କରାଯାଇଥିଲା ।

ଏହି ପାଇପଲାଇନ ଦ୍ଵାରା ପରିବାରକୁ ପାଇପ ଯୋଗେ ପ୍ରାକୃତିକ ବାଷ୍ପ (ପିଏନଜି) ଯୋଗାଇବ ଏବଂ ପରିବହନ କ୍ଷେତ୍ରକୁ କମ୍ପ୍ରେସଡ ପ୍ରାକୃତିକ ବାଷ୍ପ (ସିଏନଜି) ଆକାରରେ ପରିବେଶ ଅନୁକୂଳ ତଥା ସୁଲଭ ଇନ୍ଧନ ଯୋଗାଇବ । ଏହା ପାଇପ ଲାଇନ ସହିତ ଜିଲ୍ଲାଗୁଡ଼ିକରେ ଥିବା ବାଣିଜ୍ୟିକ ଏବଂ ଶିଳ୍ପ ସଂସ୍ଥାଗୁଡିକୁ ପ୍ରାକୃତିକ ବାଷ୍ପ
ଯୋଗାଇବ । ପରିଷ୍କାର ଇନ୍ଧନର ବ୍ୟବହାର ଯୋଗୁଁ ବାୟୁ ପ୍ରଦୂଷଣକୁ ରୋକିବାରେ
ସାହାଯ୍ୟ କରିବ ଯଦ୍ୱାରା ବାୟୁ ଗୁଣବତ୍ତା ବୃଦ୍ଧି ପାଇବାରେ ସହାୟକ ହେବ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ  ପୋଖରିୟାଲ ‘ନିଶଙ୍କ’, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ମନ୍ତ୍ରୀ  ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଇଆଇଏମ ସମ୍ବଲପୁରର ଏହି ସ୍ଥାୟୀ କ୍ୟାମ୍ପସ କେବଳ ଓଡ଼ିଶାର ସଂସ୍କୃତି ଏବଂ ପ୍ରାକୃତିକ ସମ୍ପଦକୁ ପ୍ରଦର୍ଶିତ କରିବ ନାହିଁ ବରଂ ମ୍ୟାନେଜମେଂଟ କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱସ୍ତରରେ ଏକ ପରିଚୟ ପ୍ରଦାନ କରିବ । ସେ କହିଥିଲେ ଯେ ପୂର୍ବରୁ ବାହାରୁ ବହୁରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ଭାରତକୁ ଆସୁଥିବା ବେଳେ ନିକଟ ଅତୀତରେ ଭାରତୀୟ ବହୁରାଷ୍ଟ୍ରୀୟ ସଂସ୍ଥାଙ୍କର ସଂଖ୍ୟା ବୃଦ୍ଧି ପାଇଛି । ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଷ୍ଟାର୍ଟଅପଗୁଡ଼ିକ ମୁଣ୍ଡ ଟେକୁଥିବା ବେଳେ ଭାରତରେ ସଙ୍କଟଜନକ ପରିସ୍ଥିତି ସତ୍ୱେ ଅଧିକ ‘ୟୁନିକର୍ଣ୍ଣ’ଗୁଡ଼ିକୁ ଦେଖିବାକୁ ମିଳିଛି ।

Categories
ଜାତୀୟ ଖବର ବିଶେଷ ଖବର

ପଶ୍ଚିମବଂଗ ରାଜନୀତିରେ ଆସୁଛି ଏକ ବଡ କଂପନ, ମୋଦୀଶାହାଙ୍କୁ ଟକ୍କର ଦେବା ପାଇଁ ମମତାଙ୍କ ନୂଆ ରଣନୀତି

ନୂଆଦିଲ୍ଲୀ, ପଶ୍ଚିମବଂଗ ଆସନକୁ ପୁଣି ଥରେ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ହେଲେ ତାଙ୍କ ରାସ୍ତାରେ ଏକ ବଡ କଣ୍ଟା ହୋଇ ଛିଡା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। କୁହାଯାଉଛି ଯେ ଅମିତ ଶାହାଙ୍କ ପ୍ରରୋଚନାରେ ମମତାଙ୍କର ଟିଏମସିର ନେତାମାନେ ଇସ୍ତଫା ଦେବାରେ ଲାଗିଛନ୍ତି। ଯାହାକୁ ନେଇ ମମତା ବ୍ୟତିବ୍ୟସ୍ତ ହୋଇପଡିଲେଣି। ମମତା ଯେତେ ସବୁ ନୂଆରାସ୍ତା ଆପଣେଇ ନିର୍ବାଚନ ଜିତିବାକୁ ରଣକୌଶଳ କରୁଛନ୍ତି, ତାହାକୁ ଅମିତ ସାହା ଭାଙ୍ଗି ଦେବାରେ ଲାଗିଛନ୍ତି। ଗତକିଛି ଦିନର ପରିସ୍ଥିତିକୁ ଅନୁଧ୍ୟାନ କଲେ ପଶ୍ଚିମବଂଗରେ ବର୍ତ୍ତମାନ ରକ୍ତାତ ସଂଘର୍ଷ ଜାରୀ ରହିଛି।

ତେବେ ପଶ୍ଚିମ ବଂଗ ରାଜନୀତିରେ ଏକ ନୂଆ ରଣନୀତି ପ୍ରସ୍ତୁତି ଚାଲିଛି, ଯାହା ରାଜ୍ୟ ରାଜନୀତିରେ ଏକ ବଡ କଂପନ ସୃଷ୍ଟି କରିବ। ଖବର ଅନୁସାରେ ମମତା ବାନାର୍ଜି ବର୍ତ୍ତମାନ ଦେଶର ପ୍ରମୁଖ ନେତା ଶରଦ ପାୱାରଙ୍କ ଶରଣ ପଶିଛନ୍ତି। ମହାରାଷ୍ଟ୍ରରେ ଯେପରି ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କ ଯୋଡି ମୋଦୀସାହା ଯୋଡିଙ୍କୁ ଯବାବ ଦେଲେ ସେହି ରଣନୀତି ପଶ୍ଚିମ ବଂଗରେ ଲାଗୁ କରିବା ପାଇଁ ଯୋଜନା ଚାଲିଛି। ଏଥିରେ ମଧ୍ୟ ଶରଦ ପାୱାର ରାଜି ଅଛନ୍ତି।

ଯାହା ଜଣାପଡିଛି ଆସନ୍ତା ନୂଆବର୍ଷରେ ଶରଦ ପାୱାର କୋଲକତା ଗସ୍ତ କରୁଛନ୍ତି। ଉଭୟ ମିଳିତ ଭାବେ ଏକ ରାଲି କରିବେ। ଏକଦା ଶରଦ ପାୱାର କଂଗ୍ରେସ ପ୍ରତି ଅସନ୍ତୁଷ୍ଠ ହୋଇ ଆଞ୍ଚଳିକ ଦଳ ଗଠନ କରିଥିଲେ। ସେହିପରି ମମତା ବାନାର୍ଜି ମଧ୍ୟ କଂଗ୍ରେସ ଛାଡି ଆଞ୍ଚଳିକ ଦଳ ଗଠନ କରିଥିଲେ। ଆଉ ଉଭୟ ବର୍ତ୍ତମାନ ମୋଦୀଶାହା ଯୋଡିର ତୀବ୍ର ବିରୋଧୀ।

ଶରଦ ପାୱାରଙ୍କୁ ଭାରତୀୟ ରାଜନୀତିରେ ରାଜନୈତିକ ଗୁରୁ ବୋଲି ଅନେକ ବିବେଚନା କରନ୍ତି। ଏପରିକି ଦେଶର ଅନେକ ନେତା ଖୋଲାଖୋଲି ଭାବେ ଶରଦ ପାୱାରଙ୍କୁ ଗୁରୁ ବୋଲି ସ୍ବୀକାର ମଧ୍ୟ କରିଛନ୍ତି। ନିକଟରେ ମହାରାଷ୍ଟ୍ର ରାଜନୀତିରେ ଯେପରି ଘଟଣା ଘଟିଲା ତାହା କେବଳ ଶରଦ ପାୱାରଙ୍କ ପାଇଁ ସମ୍ଭବ ହୋଇପାରିଥିଲା। ଫଳରେ ବିଜେପିକୁ ଟକ୍କର ଦେବା ପାଇଁ ବର୍ତ୍ତମାନ ଶଦର ପାୱାରଙ୍କୁ ମମତା ତାଙ୍କର ଗୁରୁ ତଥା ପରାମର୍ଶଦାତା ଭାବେ ଗ୍ରହଣ କରିବେ।

କୁହାଯାଉଛି ଯେ, ବିଭିନ୍ନ ରାଜନୈତିକ ସଂକଟ ବେଳେ ପାୱାରଙ୍କ ରଣନୀତି ବେଶ ଭଲ କାମ କରିଥାଏ। ସେଥିପାଇଁ ଦଳମତ ନିର୍ବିଶେଷରେ ଆଜି ପର୍ଯ୍ୟନ୍ତ ଅନେକ ନେତା ତଥା ମୁଖ୍ୟମନ୍ତ୍ରୀମାନେ ତାଙ୍କର ପରାମର୍ଶ ନେଉଛନ୍ତି। ସେମାନଙ୍କ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ, ଛତିଶଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, କମଳନାଥ ଏବଂ ଅମରେନ୍ଦ୍ର ସିଂ ଅଛନ୍ତି।

ଶରଦ ପାୱାର ଗାନ୍ଧୀ ପରିବାରଙ୍କୁ ଛାଡି ଅନ୍ୟ ନେତାମାନଙ୍କୁ ଯାହାର ଆବଶ୍ୟକ ପଡେ ତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି। ଏସବୁକୁ ପାଥେୟ କରି ଅଣ ନିଃଶ୍ବାସୀ ହୋଇପଡିଥିବା ମମତା ବାନାର୍ଜି ବର୍ତ୍ତମାନ ଶରଦ ପାୱାରଙ୍କ ସାହାର୍ଯ୍ୟ ନେବେ ବୋଲି ଜଣାପଡିଛି।

ରାଜନୈତିକ ମହଲରେ ଯାହା ଆଲୋଚନା ଚାଲିଛି ତାହା ହେଲା ଯେ, ଶରଦ ପାୱାରଙ୍କ ଜାନୁୟାରୀ ଦ୍ବିତୀୟ ସପ୍ତାହରେ କୋଲକାତା ଆସୁଛନ୍ତି। ତେବେ ତା ପୂର୍ବରୁ ପାୱାର ମମତାଙ୍କୁ ଚୁପ ରହିବା ପାଇଁ କହିଥିବାର ଜଣାପଡିଛି।  ସାଧାରଣ ସଭାରେ ମୋଦୀଶାହାଙ୍କ ଉପରେ ଅତ୍ୟଧିକ ଉତ୍ୟେକ୍ତ ହୁଅନ୍ତୁ ନାହିଁ ବୋଲି ଉପେଦଶ ଦେଇଛ୍ତି। ସେହି ଅନୁସାରେ ଦିଦି ବେଶ କିଛି ଦିନ ଧରି ଚୁପ ରହିଛନ୍ତି ବୋଲି ତାଙ୍କର ନିକତମ ମହଲରୁ ଜଣାପଡିଛି।

ପଶ୍ଚିମବଂଗ ରାଜନୀତିରେ ଯଦି ପାୱାର ପ୍ଲେ ଆରମ୍ଭ ହେବ ତେବେ ନିଶ୍ଚିତ ଭାବେ ତାହା ଏକ କଂପନ ସୃଷ୍ଟି କରିବ। କାରଣ ଭାରତ ରାଜନୀତିରେ ଗୁରୁ ବୋଲି କୁହାଯାଉଥିବା ଶରଦ ପାୱାର କିଛି ନା କିଛି ମ୍ୟାଜିକ କରି ଦେଖାଇବେ ଏଥିରେ ସନ୍ଦେହ ନାହିଁ।

ସେତିକି ନୁହେଁ ମମତା ମଧ୍ୟ ତେଯଶ୍ବୀ ଯାଦବ, ଅଖିଲେଶ ଯାଦବ, ଚନ୍ଦ୍ରବାବୁ ନାଇଡୁ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ,  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପରି ନେତାଙ୍କୁ ଟିଏମସି ପ୍ରଚାରରେ ସାମିଲ କରିବା ପାଇଁ ଯୋଜନା କରୁଛନ୍ତି। ଏହା ଯଦି ସମ୍ଭବ ହୁଏ ତେବେ ପଶ୍ଚିମବଂଗ ନିର୍ବାଚନ ଏକ ମିନି ଭାରତ ନିର୍ବାଚନ ଭାବେ ପରିଗଣିତ ହେବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆଖୁ ଚାଷୀଙ୍କ ପାଇଁ ୩,୫୦୦ କୋଟି ଟଙ୍କାର ସହାୟତା ପ୍ରସ୍ତାବକୁ କ୍ୟାବିନେଟର ସବୁଜ ସଂକେତ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଦେଶର ଆଖୁଚାଷୀଙ୍କ ପାଇଁ ୩,୫୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ପ୍ରସ୍ତାବକୁ ସବୁଜ ସଂକେତ ମିଳିଛି। ଏହା ଫଳରେ ୫ କୋଟିରୁ ଅଧିକ ଆଖୁଚାଷୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ଏବଂ ୫ ଲକ୍ଷ ଚିନିକଳ ଶ୍ରମିକ ଉପକୃତ ହେବେ। ସେମାନଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ଏହି ଅର୍ଥରାଶି ପଠାଯିବ।

ଏବେ ଦେଶରେ ପ୍ରାୟ ୫ କୋଟି ଆଖୁଚାଷୀ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ରହିଛନ୍ତି। ଏହାଛଡା ଦେଶର ଚିନିକଳ ଓ ଅନୁସାରୀ ଶିଳ୍ପରେ ପ୍ରାୟ ୫ ଲକ୍ଷ ଶ୍ରମିକ କାର‌୍ୟ୍ୟରତ। ସେମାନଙ୍କର ଜୀବନଜୀବିକା ଚିନି ଶିଳ୍ପ ଉପରେ ନିର୍ଭର କରେ।
ଚାଷୀମାନେ ଚିନିକଳକୁ ନିଜର ଆଖୁ ବିକି ଦେଇସାରିଲା ପରେ ଏବେ ନିଜର ପ୍ରାପ୍ୟ ପାଉନାହାନ୍ତି; କାରଣ ଚିନିକଳ ମାଲିକଙ୍କ ପାଖରେ ବଳକା ଚିନି ମହଜୁଦ ରହିଛି। ଫଳରେ ଉତ୍ପାଦିତ ଆଖୁ ପେଷା ଯାଇପାରୁନାହିଁ ଏବଂ ଚାଷୀ ପ୍ରାପ୍ୟ ନ ପାଇ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାର ବଳକା ଚିନିର ସୁପରିଚାଳନା ନିମନ୍ତେ ଏକ ବ୍ୟବସ୍ଥା କରିଛନ୍ତି; ଯାହା ଫଳରେ ଆଖୁଚାଷୀ ଓ ଚିନିକଳ ଶ୍ରମିକମାନେ ସେମାନଙ୍କର ପ୍ରାପ୍ୟ ପାଇପାରିବେ ।

ଏଥିପାଇଁ ସରକାର ବିଭିନ୍ନ ଚିନିକଳରେ ମହଜୁଦ ଥିବା ୩,୫୦୦ କୋଟି ଟଙ୍କାର ୬୦ ଲକ୍ଷ ମେଟ୍ରିକ ଟନ ଚିନି ବିଦେଶକୁ ରପ୍ତାନୀ କରିବେ । ରପ୍ତାନୀରୁ ଯେଉଁ ଅର୍ଥ ମିଳିବ ତାହାକୁ ସିଧାସଳଖ ଚିନିକଳ ମାଲିକଙ୍କ ପକ୍ଷରୁ ଚାଷୀଙ୍କ ବ୍ୟାଙ୍କଖାତାରେ ସିଧାସଳଖ ଜମା କରାଯିବ। ଚାଷୀ ଓ ଶ୍ରମିକଙ୍କୁ ସେମାନଙ୍କ ଦେୟ ଦେଇସାରିବା ପରେ ଯେଉଁ ଅର୍ଥ ବଳିବ ତାହାକୁ ଚିନିକଳ ମାଲିକଙ୍କୁ ଦିଆଯିବ ।

ସରକାର ଏହି କାର୍ଯ୍ୟଟିକୁ ଏକ ରିଆତି ବ୍ୟବସ୍ଥା ଭଳି ପରିଚାଳନା କରିବାର ଲକ୍ଷ୍ୟ ରଖିଛନ୍ତି। ଯେଉଁ ୬୦ ଲକ୍ଷ ମେଟ୍ରିକ ଟନ ଚିନି ରପ୍ତାନୀ କରାଯିବ ତାହାର ସଂଗ୍ରହ, ପ୍ରକ୍ରିୟାକରଣ, ମୂଲ୍ୟ ନିର୍ଦ୍ଧାରଣ, ପରିବହନ ଏବଂ ରପ୍ତାନୀଜନିତ ଖର୍ଚ୍ଚ ଉପରେ ସରକାର ସବ୍ସିଡି ପ୍ରଦାନ କରିବେ । ଏହି ବ୍ୟବସ୍ଥାଟି କେବଳ ୨୦୨୦-୨୧ ଆଖୁ ଋତୁ ପାଇଁ ଲାଗୁ ହେବ।

ଏହି ନିଷ୍ପତ୍ତି ଫଳରେ ୫ କୋଟି ଆଖୁଚାଷୀ ଏବଂ ସେମାନଙ୍କ ଉପରେ ନିର୍ଭର କରୁଥିବା ଲୋକ ଏବଂ ବିଭିନ୍ନ ଚିନିକଳ ଓ ଅନୁସାରୀ ଶିଳ୍ପରେ କାମ କରୁଥିବା ପ୍ରାୟ ୫ ଲକ୍ଷ ଶ୍ରମିକ ଉପକୃତ ହେବେ ବୋଲି ଆଶା କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର

ଶିଳ୍ପ, ଷ୍ଟାର୍ଟଅପ୍ସ ଏବଂ ମହାକାଶ କ୍ଷେତ୍ରରେ କାର୍ଯ୍ୟରତ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗତ ଜୁନ ମାସରେ ମହାକାଶ କ୍ଷେତ୍ର ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ । ମହାକାଶ କାର‌୍ୟ୍ୟକଳାପ କ୍ଷେତ୍ରରେ ଭାରତୀୟ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ସମ୍ପର୍କରେ ସେଥିରେ ନିଷ୍ପତ୍ତି ନିଆଯାଇଥିଲା । ଭାରତୀୟ ଜାତୀୟ ମହାକାଶ କାର‌୍ୟ୍ୟକଳାପ ବୃଦ୍ଧି ଓ ଏହାର ତତ୍ଵାବଧାନ କେନ୍ଦ୍ର (ଆଇଏନ-ଏସପିଏସିଇ)ର ସ୍ଥାପନା ସହ ଏହି ସଂସ୍ଥାର ଏକ୍ଷେତ୍ରରେ ଘରୋଇ ଓ ଷ୍ଟାର୍ଟଅପ୍ସ କମ୍ପାନୀମାନଙ୍କ ଭାଗିଦାରୀତା ପାଇଁ ପଥ ସୁଗମ କଲା । ଏହି ପରିପ୍ରେକ୍ଷୀରେ ଆଇଏନ-ଏସପିଏସିଇ ଲାଗି ଅନେକ ପ୍ରସ୍ତାବ ଦିଆଯାଇଥିଲା । ପ୍ରସ୍ତାବଗୁଡିକ ମଧ୍ୟରେ କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ, ଗ୍ରାଉଣ୍ଡ ଷ୍ଟେସନ, ଇନ୍ଧନ ଉପଯୋଗ ପ୍ରକ୍ରିୟା ଇତ୍ୟାଦି ଅନ୍ତର୍ଭୁକ୍ତ ।

ମହାକାଶ କ୍ଷେତ୍ରରେ ଭାରତର ସାମର୍ଥ୍ୟ

ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ସେମାନଙ୍କ ଅଭିଜ୍ଞତା ବାଣ୍ଟି ଥିବାରୁ ଅଂଶଗ୍ରହଣକାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସେ କହିଥିଲେ ଯେ, ମହାକାଶ କ୍ଷେତ୍ରରେ ଭାରତର ସାମର୍ଥ୍ୟ ପ୍ରଦର୍ଶନର ରାସ୍ତା ଉନ୍ମୋଚିତ ହେବା ଫଳରେ ଏହା ଘରୋଇ ଭାଗିଦାରୀତାର ଏକ ନୂତନ ଦିଗନ୍ତକୁ ଉନ୍ମୋଚନ କରିଛି । ନୀତିଗତ ସ୍ଵଚ୍ଛତା ଓ ପେଷାଦାର ମନୋବୃତ୍ତି ସହ ସରକାରଙ୍କ ନିଷ୍ପତ୍ତି କମ୍ପାନୀଗୁଡ଼ିକୁ ମହାକାଶ କ୍ଷେତ୍ରରେ କାର‌୍ୟ୍ୟ ପାଇଁ ପ୍ରୋତ୍ସାହିତ କରିବ ବୋଲି ସେ ଉଲ୍ଲେଖ କରିଥିଲେ ।

କମ୍ପାନୀମାନଙ୍କ ଦ୍ଵାରା ରକେଟ ଓ ଉପଗ୍ରହ ନିର୍ମାଣ ଯୋଜନା ଭାରତର ମହାକାଶ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ଘରୋଇ କ୍ଷେତ୍ରର ପୁଞ୍ଜି ନିବେଶ ଯୋଗୁଁ କର୍ମନିଯୁକ୍ତି ସୃଷ୍ଟି ସହ ଆଇଆଇଟି, ଏନଆଇଟି ଓ ଅନ୍ୟାନ୍ୟ ପ୍ରଯୁକ୍ତି ପ୍ରତିଷ୍ଠାନ ପାଇଁ ଶିକ୍ଷା ଓ ଗବେଷଣାର ଅନେକ ସମ୍ଭାବନା ସୃଷ୍ଟି କରିବ । ଯେପରି ଭାରତୀୟ ଆଇଟି ବିଶେଷଜ୍ଞମାନେ ବିଶ୍ଵସ୍ତରରେ ପ୍ରତିଷ୍ଠା ଲାଭ କରିଛନ୍ତି, ସେମାନେ ମହାକାଶ କ୍ଷେତ୍ରରେ ମଧ୍ୟ ଅନୁରୂପ ପ୍ରଦର୍ଶନ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବ୍ୟବସାୟରେ ସୁଗମତା ଠାରୁ ଆଗକୁ ବଢ଼ିବା

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହାକାଶ କ୍ଷେତ୍ରରେ ସଂସ୍କାର ଯୋଗୁଁ କେବଳ ବ୍ୟବସାୟରେ ସୁଗମତା ଆସିବ ନାହିଁ ବରଂ ଏହା ପ୍ରତ୍ୟେକ କ୍ଷେତ୍ରରେ ଅଂଶୀଦାରମାନଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇଦେବ । ଏଥିରେ ଉତକ୍ଷେପଣସ୍ଥଳୀ ନିର୍ମାଣ ଏବଂ ମହାକାଶ ଯାନ ପରୀକ୍ଷା ନିରୀକ୍ଷା ଅନ୍ତର୍ଭୁକ୍ତ । ଏହି ସଂସ୍କାରଗୁଡିକ ଯୋଗୁଁ ଭାରତ କେବଳ ବିଶ୍ଵ ଉପଗ୍ରହ ପ୍ରତିଯୋଗିତାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ତା’ନୁହେଁ, ବରଂ ଏହି କାର‌୍ୟ୍ୟକ୍ରମର ସୁବିଧା ଗରିବ ଲୋକଙ୍କ ପାଖରେ ପହଞ୍ଚିପାରିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଅଂଶଗ୍ରହଣକାରୀ ମାନଙ୍କୁ ସାହସିକତାର ସହିତ କାର‌୍ୟ୍ୟ କରି ସମାଜ ଓ ଦେଶର ହିତସାଧନ କରିବାକୁ ନିବେଦନ କରିଛନ୍ତି ।

ଦୂରାସଞ୍ଚାର ଓ ଦିଗନିର୍ଣ୍ଣୟ କ୍ଷେତ୍ରରେ ମହାକାଶ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଅଂଶଗ୍ରହଣକାରୀମାନେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସହ ସମନ୍ଵୟ ରକ୍ଷା କରି ଖୁବ ଶୀଘ୍ର ଦେଶରେ ମହାକାଶ ସମ୍ପଦର ବିକାଶ ସାଧନ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଛନ୍ତି ।

ଆତ୍ମନିର୍ଭର ଭାରତ ଅଭିଯାନରେ ସକ୍ରିୟ ଭୂମିକା

ମହାକାଶ ବିଭାଗ ସଚିବ ତଥା ଇସ୍ରୋର ଅଧ୍ୟକ୍ଷ ଡଃ କେ.ଶିବନ ଶିଳ୍ପ ପ୍ରତିଷ୍ଠାନଗୁଡିକ ପକ୍ଷରୁ କରାଯାଇଥିବା ବିଭିନ୍ନ ସମର୍ଥନ ଓ ଆଇଏନ-ଏସପିଏସିଇର ଅନୁମତି ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଏପର‌୍ୟ୍ୟନ୍ତ ୨୫ରୁ ଅଧିକ ଶିଳ୍ପ ପ୍ରତିଷ୍ଠାନ ମହାକାଶ କାର‌୍ୟ୍ୟକଳାପ ପାଇଁ ଇଚ୍ଛା ପ୍ରକଟ କରିଥିବା ସେ ସୂଚନା ଦେଇଥିଲେ ।

ମତ ବିନିମୟ କାଳରେ ଅଂଶଗ୍ରହଣକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ମହାକାଶ କ୍ଷେତ୍ରରେ ସଂସ୍କାର ନେଇ ବିଭିନ୍ନ ତଥ୍ୟ ଦେଇଥିଲେ । ଭାରତୀ ଏଣ୍ଟରପ୍ରାଇଜର ଶ୍ରୀ ସୁନୀଲ ଭାରତୀ ମିତ୍ତଲ, ଲାରସନ ଏଣ୍ଡ ଟର୍ବୋ ଲିମିଟେଡର ଶ୍ରୀ ଜୟନ୍ତ ପାଟିଲ, ଅଗ୍ନିକୁଲ କସମସ ପ୍ରାଇଭେଟ ଲିମିଟେଡର ଶ୍ରୀ ଶ୍ରୀନାଥ ରବିଚନ୍ଦ୍ରନ, ସ୍କାଇରୁଟ ଏରୋସ୍ପେସ ଲିମିଟେଡର ଶ୍ରୀ ପବନ କୁମାର ଚନ୍ଦନା, ଆଲ୍ଫା ଡିଜାଇନ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡର କର୍ଣ୍ଣେଲ ଏଚ ଏସ ଶଙ୍କର, ମାପ୍ମି ଇଣ୍ଡିଆର ଶ୍ରୀ ରାକେଶ ବର୍ମା, ପିଆଇଏକ୍ସଏକ୍ସଇଏଲ ଇଣ୍ଡିଆର ଶ୍ରୀ ଆୱେସ ଅହମଦ ଏବଂ ସ୍ପେସ କିଡ୍ଜ ଇଣ୍ଡିଆର ଶ୍ରୀମତୀ କେସନ ଅଧିବେଶନରେ ସେମାନଙ୍କ ମତାମତ ରଖିଥିଲେ ।

ଘରୋଇ ଭାଗିଦାରୀତା ନେଇ ପଦକ୍ଷେପ ନେଇଥିବାରୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ଭାରତକୁ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ମହାଶକ୍ତି ଭାବେ ଗଢି ତୋଳିବ ବୋଲି ମତ ବ୍ୟକ୍ତ କରିଥିଲେ । ଆତ୍ମନିର୍ଭର ଭାରତ ଅଭିଯାନରେ ସେମାନେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବେ ବୋଲି ନିଜ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିଲେ । ଇସ୍ରୋ ଦ୍ଵାରା ସେମାନଙ୍କ ପ୍ରକଳ୍ପ ପାଇଁ ଦିଆଯାଉଥିବା ସାହାଯ୍ୟ ଓ ସହଯୋଗକୁ ସେମାନେ ପ୍ରଶଂସା କରିଥିଲେ ।

ଘରୋଇ ସଂସ୍ଥାଗୁଡ଼ିକ ସହ ଇସ୍ରୋର ଏଭଳି ସହଯୋଗ ଯୋଗୁଁ ଦେଶରେ ଅଧିକରୁ ଅଧିକ ରକେଟ ଉତକ୍ଷେପଣ ସହ ରକେଟ ଇଞ୍ଜିନ କ୍ଷେତ୍ରରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଏକ୍ଷେତ୍ରରେ ଶିଶୁମାନଙ୍କୁ ଆକୃଷ୍ଟ କରିବା ପାଇଁ ଇସ୍ରୋର ସାହାଯ୍ୟ କରିବାକୁ ସେମାନେ ପ୍ରସ୍ତାବ ମଧ୍ୟ ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଫିକିର ୯୩ତମ ବାର୍ଷିକ ସାଧାରଣ ବୈଠକ ଓ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଆସନ୍ତା ୧୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଶିଳ୍ପ ଉଦ୍ୟୋଗ ମହାସଂଘ (ଫିକି)ର ୯୩ତମ ବାର୍ଷିକ ସାଧାରଣ ବୈଠକ ଓ ଅଧିବେଶନରେ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିବେ । ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହାର ଉଦଘାଟନ କରିବା ସହ ସେ ଫିକିର ବାର୍ଷିକ ଏକସ୍ପୋ ୨୦୨୦କୁ ମଧ୍ୟ ଭର୍ଚୁଆଲ ଉଦ୍ଘାଟନ କରିବାର କାର‌୍ୟ୍ୟକ୍ରମ ରହିଛି ।

ଫିକିର ବାର୍ଷିକ ଅଧିବେଶନ ଭର୍ଚୁଆଲ ମୋଡରେ ଆସନ୍ତା ୧୧, ୧୨ ଓ ୧୪ ତାରିଖ ଦିନ ଅନୁଷ୍ଠିତ ହେବ । ଚଳିତ ବର୍ଷର ବାର୍ଷିକ ଅଧିବେଶନରେ \’ଆକାଂକ୍ଷୀ ଭାରତ\’କୁ ମୁଖ୍ୟ ବିଷୟ ଭାବେ ନିଆଯାଇଛି । ଏଥିରେ ମନ୍ତ୍ରୀ, ଶିଳ୍ପପତି, ଅମଲା, କୂଟନୀତିଜ୍ଞ ଓ ଆନ୍ତର୍ଜାତିକ ବିଶେଷଜ୍ଞମାନେ ଯୋଗଦେବେ। କୋଭିଡ-୧୯ ବୈଶ୍ଵିକ ମହାମାରୀ ଦେଶର ଅର୍ଥନୀତି ଉପରେ ଯେଉଁ ପ୍ରଭାବ ପକାଇଛି, ତାକୁ ସୁଧାରିବା ନେଇ ସଂସ୍କାରମୂଳକ ପଦକ୍ଷେପ ଉପରେ ଏହାର ଅଂଶଗ୍ରହଣକାରୀମାନେ ସୁଚିନ୍ତିତ ମତାମତ ରଖିବେ।

ଫିକି ଆନୁଆଲ ୨୦୨୦ ଆସନ୍ତା ୧୧ ତାରିଖଠାରୁ ଆରମ୍ଭ ହୋଇ ବର୍ଷକ ନିମନ୍ତେ ଚାଲିବ। ଏହି ଭର୍ଚୁଆଲ ଏକ୍ସପୋ ବିଶ୍ଵବ୍ୟାପୀ ପ୍ରଦର୍ଶନକାରୀମାନଙ୍କ ନିମନ୍ତେ ସେମାନଙ୍କ ସାମଗ୍ରୀର କିଣାବିକା ନେଇ ଏକ ସୁଯୋଗ ପ୍ରଦାନ କରିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କୁଏତର ପ୍ରଧାନମନ୍ତ୍ରୀ ଭାବରେ ପୁନଃନିଯୁକ୍ତ ହୋଇଥିବାରୁ ଶେଖ ସବାହଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ, କୁଏତର ପ୍ରଧାନମନ୍ତ୍ରୀ ଭାବରେ ପୁନଃନିଯୁକ୍ତି ପାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାମହିମ ଶେଖ ସବାହ ଅଲ-ଖାଲିଦ ଅଲ-ହମାଦ ଅଲ-ସବାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଟ୍ବିଟ ମାଧ୍ୟମରେ ମୋଦୀ କହିଛନ୍ତି, “ଡିସେମ୍ବର 5 ତାରିଖ ଦିନ ଜାତୀୟ ସଂସଦୀୟ ନିର୍ବାଚନରେ ସଫଳ ହେବା ପରେ କୁଏତର ପ୍ରଧାନମନ୍ତ୍ରୀ ଭାବରେ ପୁନଃନିଯୁକ୍ତ ହୋଇଥିବାରୁ ମହାମହିମ ଶେଖ ସବାହ ଅଲ-ଖାଲିଦ ଅଲ-ହମାଦ ଅଲ-ସବାହଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

ମୋର ବିଶ୍ୱାସ ଯେ ଆମର ଉତ୍କୃଷ୍ଟ ଦ୍ୱିପାକ୍ଷିକ ସମ୍ପର୍କ କୁଏତର ଆମୀର ମହାମହିମ ଶେଖ ନୱାଫ ଅଲ-ଅହମ୍ମଦ ଅଲ-ଜାବେର ଅଲ-ସବାହଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆହୁରି ସୁଦୃଢ଼ ହେବ ।”