ନୂଆଦିଲ୍ଲୀ, ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗବାରରେ ସେ ଫୋନ ରେ କିଛି ସମୟ ବାଇଡେନଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ମୋଦୀ ଦୁଇ ଦେଶ ମଧ୍ୟରେ ନୂଆ ରଣନୀତି, କୋଭିଡ19 ପରିଚାଳନା ପାଇଁ ସହଯୋଗୀତା, ଜଳବାୟୁ ପରିବର୍ତ୍ତନ ସହିତ ଆତଙ୍କବାଦୀକୁ ନେଇ ସୃଷ୍ଟି ହୋଇଥିବା ଆସ୍ଥିରତା ଉପରେ ଆଲୋଚନା କରିଥିଲେ।
Tag: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ, ସେନାବାହିନୀ ଯବାନଙ୍କ ସହିତ ଦୀପାବଳି ପାଳନ କରିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ସୀମାର ଲୋଙ୍ଗେୱାଲା ପୋଷ୍ଟରେ ଯବାନଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କୁ ଉଦବୋଧନ ଦେଇଥିଲେ। ସେ କହିଥିଲେ ଯେ ବରଫ ଆଚ୍ଛାଦିତ ପର୍ବତ କିମ୍ବା ମରୁଭୂମିରେ ସେନାବାହିନୀର ଯବାନଙ୍କ ସହିତ ନଥିଲେ ତାଙ୍କର ଦୀପାବଳି ସମ୍ପୂର୍ଣ୍ଣ ହୋଇନଥାଏ। ସୀମାରେ ସେ ସେନାବାହିନୀର ଯବାନମାନଙ୍କୁ ଦେଶବାସୀଙ୍କ ପକ୍ଷରୁ ଶୁଭେଚ୍ଛା, ଆଶୀଷ ଓ ଅଭିନନ୍ଦନ ଜଣାଇଥିଲେ।
ସେ ମଧ୍ୟ ସାହାସୀ ମା’ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ବଳିଦାନ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସେନାବାହିନୀକୁ ଦେଶବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଥିଲେ ଏବଂ କହିଥିଲେ ଯେ 130 କୋଟି ଦେଶବାସୀ ସେମାନଙ୍କ ସହିତ ଛିଡ଼ା ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଆକ୍ରମଣକାରୀ ଓ ଅନୁପ୍ରବେଶକାରୀଙ୍କୁ ଜବାବ ଦେବାର ସାମର୍ଥ୍ୟ ରଖୁଥିବା ରାଷ୍ଟ୍ର ସୁରକ୍ଷିତ ରହିଥାଏ। ସେ କହିଥିଲେ ଯେ ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି ଏବଂ ସମୀକରଣରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଆମେ ସୁରକ୍ଷା ପ୍ରତି ସଜାଗ ରହିବା ଭୁଲିଯିବା ଉଚିତ ନୁହେଁ। ସତର୍କତା ଆନନ୍ଦର ଆଧାର ଏବଂ ସାମର୍ଥ୍ୟ ବିଜୟର ଆତ୍ମବିଶ୍ୱାସ।
ପ୍ରଧାନମନ୍ତ୍ରୀ ମୋଦୀ ଭାରତର ନୀତିକୁ ସ୍ପଷ୍ଟ କରି ଦେଇଥିଲେ- ଆଜିର ଭାରତ ବୁଝିବା ଏବଂ ବୁଝାଇବାରେ ବିଶ୍ୱାସ କରିଥାଏ, ତେବେ ଯଦି ଆମର ପରୀକ୍ଷା ନେବାକୁ ଚେଷ୍ଟା କରାଯାଏ, ଆମର ଯବାନ ଅନୁରୂପ ଭାବେ ଦୃଢ଼ ହୋଇଥାଏ।
ସେ ଆଜି ଘୋଷଣା କରି କହିଥିଲେ, ସାରା ବିଶ୍ୱ ଜାଣିଛି ଯେ ଏହି ଦେଶ କେବେହେଲେ ତାର ଜାତୀୟ ସ୍ୱାର୍ଥ ସହ ସାଲିସ କରିବ ନାହିଁ। ସାହସ ଓ ସାମର୍ଥ୍ୟ ପାଇଁ ଭାରତ ଆଜି ଏହି ସ୍ଥିତି ହାସଲ କରିଛି। ସେନାବାହିନୀ ଯୋଗାଇ ଦେଇଥିବା ସୁରକ୍ଷା କାରଣରୁ ଭାରତ ଆଜି ଅନ୍ତର୍ଜାତୀୟ ମଞ୍ଚରେ ସୁଦୃଢ଼ ଭାବେ ନିଜର ସ୍ଥିତି ଜାହିର କରିପାରିଛି। ଭାରତର ସାମରିକ ଶକ୍ତି ଏହାର ଜବାବୀ କ୍ଷମତାକୁ ବଢ଼ାଇ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜି ଭାରତ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ମାରୁଛି। ବିସ୍ତାରବାଦର ବିଚାରଧାରା ବିରୋଧରେ ଭାରତ ଆଜି ଦୃଢ଼ ପ୍ରତିରୋଧକାରୀ ଶକ୍ତି ଭାବେ ଉଭା ହୋଇଛି ବୋଲି ସେ କହିଥିଲେ।
ଆତ୍ମନିର୍ଭର ଭାରତ ଏବଂ ‘ଭୋକାଲ ଫର ଲୋକାଲ’ ବିଷୟରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିକଟରେ 100ରୁ ଅଧିକ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ସରଞ୍ଜାମ ଆମଦାନୀ ନକରିବା ଲାଗି ସେନାବାହିନୀ ନିଷ୍ପତ୍ତି ନେଇଛି। ଭୋକାଲ ଫର ଲୋକାଲ ହେବା କ୍ଷେତ୍ରରେ ନେତୃତ୍ଵ ନେବା ପାଇଁ ସେ ସେନାବାହିନୀକୁ ପ୍ରଶଂସା ଜଣାଇଥିଲେ।
ସେନାବାହିନୀର ଆବଶ୍ୟକତାକୁ ପୂରଣ କରିବା ଲାଗି ବହୁସଂଖ୍ୟକ ଷ୍ଟାର୍ଟଅପ ଆଗେଇ ଆସୁଥିବା ସମୟରେ ଦେଶର ଯୁବକମାନଙ୍କୁ ସେନାବାହିନୀ ପାଇଁ ଅଧିକ ନିର୍ମାଣ କରିବା ଲାଗି ଶ୍ରୀ ମୋଦୀ ଆହ୍ୱାନ କରିଥିଲେ। ସେ ଆଶାବ୍ୟକ୍ତ କରିଥିଲେ ଯେ ଯୁବକମାନଙ୍କ ନେତୃତ୍ଵରେ ପ୍ରତିରକ୍ଷା କ୍ଷେତ୍ରରେ ଷ୍ଟାର୍ଟଅପଗୁଡ଼ିକ ଦେଶକୁ ଆତ୍ମନିର୍ଭର ଭାରତ ମାର୍ଗରେ ନେଇଯିବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେନାବାହିନୀ ଦ୍ୱାରା ଅନୁପ୍ରାଣିତ ହୋଇ, ମହାମାରୀ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ରକ୍ଷା ଲାଗି ଦେଶ ପ୍ରୟାସ କରୁଛି। ନାଗରିକମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ସହିତ ଦେଶ ଅର୍ଥବ୍ୟବସ୍ଥାକୁ ପୁଣିଥରେ ବିକାଶମାର୍ଗକୁ ଫେରାଇ ଆଣିବା ଲାଗି କାର୍ଯ୍ୟ କରୁଛି।
ପ୍ରଧାନମନ୍ତ୍ରୀ ସେନାଯବାନମାନଙ୍କୁ ତିନୋଟି କଥା ମାଗିଥିଲେ, ପ୍ରଥମତଃ, ନବୋନ୍ମେଷକୁ ନିଜର ଦୈନନ୍ଦିନ ଜୀବନର ଅଂଶବିଶେଷ କରିବା। ଦ୍ୱିତୀୟତଃ, ଯୋଗକୁ ଜୀବନର ଅଂଶବିଶେଷ କରିବା ଏବଂ ଶେଷରେ, ମାତୃଭାଷା, ହିନ୍ଦୀ ଓ ଇଂରାଜୀକୁ ବାଦ ଦେଲେ ଅନ୍ୟ ଗୋଟିଏ ଭାଷା ଶିଖିବା।
ପ୍ରଧାନମନ୍ତ୍ରୀ ଲୋଙ୍ଗେୱାଲାର ଗୌରବଶାଳୀ ଯୁଦ୍ଧ ବିଷୟରେ ସ୍ମରଣ କରି କହିଥିଲେ, ଏହି ଯୁଦ୍ଧ ସବୁବେଳେ ରଣନୈତିକ ଯୋଜନା ଏବଂ ସାମରିକ ସାହସ ପାଇଁ ସ୍ମରଣୀୟ ହୋଇ ରହିବ। ସେ କହିଥିଲେ ଯେ ଏହି ସମୟରେ ବାଂଲାଦେଶର ନାଗରିକମାନଙ୍କୁ ଆତଙ୍କିତ କରୁଥିବା ଏବଂ ନିରୀହ ଝିଅ ଓ ଭଉଣୀମାନଙ୍କ ଉପରେ ଅତ୍ୟାଚାର କରୁଥିବା ପାକିସ୍ତାନର ଅସଲ ମୁଖା ଖୋଲିଯାଇଥିଲା। ପାକିସ୍ତାନ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ଲାଗି ପଶ୍ଚିମ ସୀମାରେ ଯୁଦ୍ଧ ଆରମ୍ଭ କରିଥିଲା କିନ୍ତୁ ଆମର ସେନାବାହିନୀ ଏହାର ଦୃଢ଼ ଜବାବ ଦେଇଥିଲେ।
ନୂଆଦିଲ୍ଲୀ, ବିହାରର ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରବାସୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ମୋଦୀ କହିଛନ୍ତି ଯେ ଆମେ କେବଳ ପୂର୍ବ ବର୍ଷରେ ଏନଡିଏ ସରକାର କରିଥିବା କାର୍ଯ୍ୟର ରିପୋର୍ଟ କାର୍ଡ ଉପସ୍ଥାପନ କରିନାହୁଁ, ବରଂ ଲୋକଙ୍କ ସାମ୍ନାରେ ଏକ ଭିଜନ ମଧ୍ୟ ରଖିଛୁ। ଖୁସିର କଥା ଲୋକମାନେ ବିଶ୍ୱାସ କରୁଛନ୍ତି ଯେ କେବଳ ଏନଡିଏ ସରକାର ହିଁ ବିହାରର ବିକାଶ କରିପାରିବ। ଏହି ଚିଠିକୁ ନେଇ ବିହାର ନିର୍ବାଚନ ମୌସୁମୀ ସରଗରମ ହୋଇ ଉଠିଛି।
ବିହାର ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରଚାର ଗୁରୁବାର ସନ୍ଧ୍ୟା 6 ଟାରେ ଶେଷ ହୋଇଛି।ଏହି ରାଉଣ୍ଡରେ 7 ନଭେମ୍ବରରେ 78 ଟି ସିଟ୍ ଉପରେ ଭୋଟ୍ ଦିଆଯିବ। ଏହି ଆସନଗୁଡିକ ରାଜ୍ୟର 15 ଟି ଜିଲ୍ଲାରେ ଅଛି। ଭୋଟ ଗଣତି ଆସନ୍ତା ନଭେମ୍ବର 10 ରେ କରାଯିବ। ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ 28 ଅକ୍ଟୋବରରେ 71 ଟି ଆସନରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 94 ଆସନ ପାଇଁ ନଭେମ୍ବରରେ 3 ନଭେମ୍ବରରେ ଭୋଟ୍ ଗ୍ରହଣ କରାଯାଇଥିଲା।
ଅହମଦାବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେୱାଡିଆର ଷ୍ଟାଚ୍ୟୁ ଅଫ୍ ୟୁନିଟଠାରୁ ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ସି-ପ୍ଲେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ସେହିପରି ସାବରମତୀ ରିଭରଫ୍ରଣ୍ଟରେ ଏକ ୱାଟର ଏରୋଡ୍ରମ ମଧ୍ୟ ଉଦ୍ଘାଟିତ ହୋଇଛି।ଏହା ଫଳରେ ସାବରମତୀରୁ କେୱାଡିଆ ମଧ୍ୟରେ ସି-ପ୍ଲେନ ଚଳାଚଳ ସେବା ଉଭୟ ପଟରୁ ଆରମ୍ଭ ହୋଇଛି। ଶେଷତମ ଲକ୍ଷ୍ୟସ୍ଥଳକୁ ସଂଯୋଗ କରିବା ପାଇଁ ସରକାର ଦେଶର ବିଭିନ୍ନ ଭାଗରେ ଏକାଧିକ ୱାଟର ଏରୋଡ୍ରମ ନିର୍ମାଣ କରିବାକୁ ଯେଉଁ ଯୋଜନା ରଖିଛନ୍ତି ଏହା ତାହାର ଅଂଶ ବିଶେଷ।
ସି-ପ୍ଲେନ ଉଭୟ ଜଳ ଓ ସ୍ଥଳ ଭାଗରୁ ଉପରକୁ ଉଠି ଉଡାଣ ଭରିବାରେ ସକ୍ଷମ। ଯେଉଁ ଅଞ୍ଚଳରେ ବିମାନ ଅବତରଣ କରିବା ପାଇଁ ଏୟାରଷ୍ଟ୍ରିପ ବା ରନ୍ୱେ ନାହିଁ ସେଠାରେ ଜଳଭାଗରେ ସି-ପ୍ଲେନ ସହଜରେ ଅବତରଣ କରିପାରିବ। ଅତଏବ ଭୌଗୋଳିକ ଦୃଷ୍ଟିରୁ ଯେଉଁସବୁ ଅଞ୍ଚଳରେ ଅସୁବିଧା ରହିଛି ତାହାକୁ ଅତିକ୍ରମ କରି ସି-ପ୍ଲେନ ସେଠାରେ ଯାତ୍ରୀ ସେବା ଯୋଗାଇବାକୁ ସକ୍ଷମ ହେବ।
ଏହା ଫଳରେ ଦେଶର ଦୂରଦୂରନ୍ତ ଏବଂ ଅଗମ୍ୟ ଅଞ୍ଚଳ, ଯେଉଁଗୁଡିକ ଭୌଗୋଳିକ ଦୃଷ୍ଟିରୁ ଦେଶର ମୁଖ୍ୟ ବିମାନ ନେଟୱାର୍କରେ ଅନ୍ତର୍ଭୁକ୍ତ ହୋଇପାରି ନାହିଁ ସେଗୁଡିକୁ ଏହାର ପରିସରଭୁକ୍ତ କରାଯାଇପାରିବ। ୱାଟର ଏରୋଡ୍ରମ ଓ ରନ୍ୱେମାନ ଅଳ୍ପ ଖର୍ଚ୍ଚରେ ନିର୍ମାଣ ହୋଇପାରିବ ଏବଂ ତାହାଦ୍ୱାରା ସେସବୁ ଅଞ୍ଚଳକୁ ବିମାନ ସେବା ସହଜରେ ସ୍ୱଳ୍ପ ମୂଲ୍ୟରେ ଯୋଗାଇହେବ। କ୍ଷୁଦ୍ର ଡେଣାଯୁକ୍ତ ଏହି ବିମାନ ହ୍ରଦ, ପାଟ, ଜଳଭଣ୍ଡାର, ବ୍ୟାକୱାଟର ଏବଂ ଗଣ୍ଡ ତଥା ଘାଷୁଆ ଅଞ୍ଚଳରେ ମଧ୍ୟ ସହଜରେ ଅବତରଣ କରିପାରିବ। ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ଏହାଦ୍ୱାରା ସହଜରେ ବିମାନସେବା ଯୋଗାଣ ସମ୍ଭବ ହୋଇପାରିବ।
ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ : ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କାଳ ସମୟରେ ସାତ ଥର ପାଇଁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ପାର୍ବଣ ସମୟରେ କରୋନାକୁ ନେଇ ଅଧିକ ସତର୍କ ରହିବାକୁ ଉପଦେଶ ଦେଇଛନ୍ତି ମୋଦି । ଆମ ଭିତରେ ଅଧିକାଂଶ ଲୋକ ଜୀବିକା ପାଇଁ ଦୈନିକ ଘରୁ ବାହାରିଛନ୍ତି । ତେବେ କରୋନା ପୂରାପୂରି ଯାଇନାହିଁ କି ବିପଦ ଟଳିନି । ଲକ୍ ଡାଉନ୍ ଚାଲିଯାଇଥିଲେ ବି କରୋନା ଭାଇରାସ୍ ଯାଇନାହିଁ, ଏହାକୁ ଅଣଦେଖା କରିହେବ ନାହିଁ ବୋଲି କହିଛନ୍ତି ମୋଦି । କରୋନାକୁ ନେଇ ସତର୍କ ଓ ସାବଧାନତା ଅବଲମ୍ବନ କରିବା ଜରୁରୀ । ପାର୍ବଣ ସମୟରେ ଅଧିକ ସତର୍କ ଓ ସଚେତନ ରହିବାକୁ ପଡିବ ବୋଲି ମୋଦି କହିଛନ୍ତି । ବର୍ତ୍ତମାନ ସମୟରେ ଆଦୌ ଅବେହଳା କରିବା ନାହିଁ । ଟିକିଏ ବି ଅସାବଧାନତା ଆମକୁ ବହୁତ ବଡ କ୍ଷତିରେ ପକାଇଦେଇପାରେ । ଏଥିପାଇଁ ସତର୍କ ଓ ସଚେନତା ରହିବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ମୋଦି । ସେହିପରି ମାସ୍କ,ସାମାଜିକ ଦୂରତ୍ବ ଓ ହାତଧୁଆକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ମୋଦି ।
ଆମେରିକା, ବ୍ରାଜିଲ୍ରେ ସ୍ଥିତି ବିଗିଡୁଛି । ଭାରତ ନିଜ ନାଗରିକଙ୍କ ଜୀବନ ବଞ୍ଚାଇବାକୁ ଅଧିକସଫଳ ହୋଇଛି । ନିୟନ୍ତ୍ରିତ ହେଉଥିବା ସ୍ଥିତିକୁ ଆମେ ବିଗିଡିବାକୁ ଦେବାନି ବୋଲି କହିଛନ୍ତି ମୋଦି । ଆମ ଭିତରେ ଅଧିକାଂଶ ଲୋକ ଜୀବିକା ପାଇଁ ଦୈନିକ ଘରୁ ବାହାରୁଛନ୍ତି ।ତେଣୁ ଏହି ସମୟରେ ଆମେ ଅଧିକ ସତର୍କ ରହିବା ଆବଶ୍ୟକ ରହିଛି । ଭାରତରେ ପ୍ରତି 10 ଲକ୍ଷରେ ମୃତ୍ୟୁ ହାର 83 ରହିଛି । ଅନ୍ୟ ଦେଶରେ ମୃତ୍ୟୁହାର 10 ଲକ୍ଷରେ 6ଶହରୁ ଅଧିକ ରହିଛି । ଭ୍ୟାକିସିନ୍ ଆସିବା ପର୍ଯ୍ୟନ୍ତ କରୋନା ସହ ଆମେ ଲଢେଇ ଜାରି ରଖିବା । ଭାରତରେ ଏବେ କରୋନା ଭ୍ୟାକିସିନ୍ କାମ ଚାଲୁ ରହିଛି । ଭ୍ୟାକ୍ସିନ ଆସିବା ପର୍ଯ୍ୟନ୍ତ ଆମେ କରୋନା ସହ ଲଢେଇ ଜାରି ରଖିବା । ଏଥିପାଇଁ ଆମେ ସତର୍କ ରହିବା । ନବରାତ୍ର, ଦଶହରା, ଇଦ୍, ଦୀପାବଳି, ଛଟ୍ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । (ଏଜେନ୍ସି)
ନୂଆଦିଲ୍ଲୀ, ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଗାନ୍ଧୀ ସ୍ମୃତି ସମିତିରେ ଆୟୋଜିତ ହୋଇଥିବା ସର୍ବଧର୍ମ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି।
ନୂଆଦିଲ୍ଲୀ, ଆସନ୍ତାକାଲି ଶେଷ ରବିବାର ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଧାରାବାହିକ ରେଡିଓ କାର୍ଯ୍ୟକ୍ରମରେ ଆସିବେ। ଯାହାର ନାମ ରହିଛି ମନ୍ କି ବାତ୍। ଏହି ଅଲ ଇଣ୍ଡିଆ ରେଡିଓରେ ଦିନ ଏଗାରଟା ବେଲେ ସିଧା ପ୍ରସାରଣ କରାଯିବ। ଏଥିସହିତ ଡିଡି ରେ ମଧ୍ୟ ପ୍ରସାରଣ କରାଯିବ। ସେହିପରି ନରେନ୍ଦ୍ର ମୋଦୀ ମୋବାଇଲ ଆପରେ ମଧ୍ୟ ଏହାର ସିଧାପ୍ରସାର ଲୋକମାନେ ଶୁଣିପାରିବେ। ଏହି ମନ କି ବାତର ସିଧା ପ୍ରସାରଣ ପରେ ପରେ ଆଞ୍ଚଳିକ ଭାଷାରେ ଏହାର ପ୍ରସାରଣ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ମଧ୍ୟରେ ସେପ୍ଟେମ୍ବର 26, 2020 ତାରିଖ ଦିନ ଭର୍ଚୁଆଲ ମୋଡ଼ରେ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।ଏହି ଭର୍ଚୁଆଲ ଦ୍ୱିପାକ୍ଷିକ ଶିଖର ବୈଠକ ଉଭୟ ନେତାଙ୍କୁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ବିଷୟରେ ଭାବ ବିନିମୟ କରିବାର ସୁଯୋଗ ପ୍ରଦାନ କରିବ।
ଉଭୟ ନେତା ଏହି ବୈଠକରେ ଦ୍ୱିପାକ୍ଷିକ ସଂପର୍କର ବିସ୍ତୃତ ସମୀକ୍ଷା କରିବେ । ବିଶେଷ କରି ଶ୍ରୀଲଙ୍କାରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଦ୍ୱିପାକ୍ଷିକ ଆଲୋଚନା ହେବ । ଉଭୟ ରାଷ୍ଟ୍ର ପରସ୍ପରର ବହୁ ପରୀକ୍ଷିତ ବନ୍ଧୁ ରାଷ୍ଟ୍ର ଭାବେ ଦୀର୍ଘ ଦିନରୁ ରହି ଆସିଛନ୍ତି ।
ପୁରୀ, ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେହିପରି ପୁରୀ ବେଳାଭୂମିରେ ଏକ ବାଲୁକା କଳା କରି ଅଭିନନ୍ଦନ ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏଥିରେ ସୁଦର୍ଶନ ଏକ ପାହଡାକୃତି ବାଲିରେ ମୋଦିଙ୍କ ପ୍ରତିମୂର୍ତ୍ତି ନର୍ମାଣ କରିଛନ୍ତି। ସେହି ପ୍ରତିମୁର୍ତ୍ତି ନିକଟରେ ଇଂରାଜୀରେ ହାପି ବାର୍ଥ ଡେ ଲେଖି,ଏହାର ତଳେ କୋଟିକୋଟି ଶୁଭେଚ୍ଛା ବୋଲି ଉଲ୍ଲେଖ କରିଛନ୍ତି। ତେବେ ସୁଦର୍ଶନ ପ୍ରଧାନମନ୍ତ୍ରୀଙ୍କ ଲୋକ ପ୍ରିୟ ଯୋଜନା ମଧ୍ୟରୁ ଆତ୍ମ ନିର୍ଭର ଭାରତକୁ ଗୁରୁତ୍ବ ଦେଇଛନ୍ତି। ସେଥିପାଇଁ ସେ ମୋଦିଙ୍କୁ ଆତ୍ମ ନିର୍ଭର ଭାରତର ବିନ୍ଧାଣି ବୋଲି ଅଭିହିତ କରିଛନ୍ତି।
ନୂଆଦିଲ୍ଲୀ, ଆଜି ସହରାଞ୍ଚଳ ଭିତ୍ତିଭୂମି ସହ ଜଡ଼ିତ ବିହାରର 7ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଉଦଘାଟନ କରିବେ। ଏଥିରେ ଚାରିଟି ଜଳଯୋଗାଣ ପ୍ରକଳ୍ପ, ଦୁଇଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ରକଳ୍ପ ଓ ଗୋଟିଏ ରିଭରଫ୍ରଣ୍ଟ ବିକାଶ ପ୍ରକଳ୍ପ ସାମିଲ ରହିଛି । ପ୍ରକଳ୍ପଗୁଡ଼ିକରେ 541 କୋଟି ଟଙ୍କା ବିନିଯୋଗ ହେବ। ବିହାରର ନଗର ଉନ୍ନୟନ ଓ ନିର୍ମାଣ ବିଭାଗ ଅଧୀନ ବିଡକୋ ଏସବୁ ପ୍ରକଳ୍ପର କାର୍ଯ୍ୟାନ୍ୱୟନ କରିବ । ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଉପସ୍ଥିତ ରହିବେ ।
ଭୁବନେଶ୍ବର : ଏକକ ପ୍ରବେଶିକା ପରୀକ୍ଷା ନିଟ୍ ଏବଂ ଜେଇଇ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଫୋନ୍ରେ କଥା ହୋଇଛନ୍ତି । ନିଟ୍ ଓ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ନବୀନ ଚିଠି ଲେଖିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି ।
ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ଥିବାବେଳେ ବନ୍ୟା ସ୍ଥିତି ମଧ୍ୟ ଜଟିଳ ରହିଛି । ଏପରି ସମୟରେ ନିଟ୍ ଏବଂ ଜେଇଇ ପରି ପ୍ରବେଶିକା ପରୀକ୍ଷା କରାଇବା ଉପଯୁକ୍ତ ହେବ ନାହିଁ ବୋଲି କହିବା ସହିତ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଛନ୍ତି ନବୀନ । । କରୋନା ଏବଂ ବନ୍ୟା ପରସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବା ପାଇଁ ମୋଦିଙ୍କୁ ଅନୁରୋଧ କରିଛନ୍ତି ନବୀନ । ପୂର୍ବରୁ ସମସ୍ତ ଅଣ ବିଜେପି ଶାସିତ ରାଜ୍ୟ ମାନଙ୍କ ପକ୍ଷରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଛି ।
ନୂଆଦିଲ୍ଲୀ, ଆଜି ନୂଆଖାଇ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ସେ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ଏହି ଅଭିନନ୍ଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଭିନନ୍ଦନ ବାର୍ତ୍ତାରେ ଯାହା କହିଛନ୍ତି ତାହା ହେଲା, ” ଆମର ଚାଷୀ ଭାଇ ମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ପବିତ୍ର ନୂଆଁଖାଇ। ସେମାନଙ୍କର ଝାଳବୁହା ପରିଶ୍ରମ କାରଣରୁ ଆମ ଦେଶକୁ ଅନ୍ନ ମିଳୁଛି। ଏହି ବିଶେଷ ଦିବସରେ ସମସ୍ତଙ୍କ ଉନ୍ନତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି। ନୂଆଁଖାଇ ଜୁହାର।
କେଦାର ମିଶ୍ର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ବର ଗୋଟେ ବଡ ଦିଗ ହେଉଛି, ସେ ଯାହା କହନ୍ତି ପୂର୍ଣ୍ଣ ଆତ୍ମବିଶ୍ବାସର ସହିତ କହନ୍ତି। ତାଙ୍କ କଥାରେ ସତ୍ୟ ଓ ତଥ୍ୟ ଥାଉ କି ନଥାଉ ଆତ୍ମ ବିଶ୍ଵାସ କିନ୍ତୁ ଭରପୂର ରହିଥାଏ। ଗଭୀର ଆତ୍ମ ବିଶ୍ବାସର ସହିତ ସେ କିଛି ବି କହିପାରନ୍ତି। ତ୍ରୟୋଦଶ ଶତାବ୍ଦୀର କୋଣାର୍କ ମନ୍ଦିରକୁ ୨୦୦୦ ବର୍ଷର ପୁରୁଣା ବୋଲି ସେ ଆରାମରେ କହିପାରନ୍ତି। ତକ୍ଷଶିଳାକୁ ସେ ବିହାରର ବୋଲି କହିପାରନ୍ତି। ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ମୋହନଲାଲ ବୋଲି କହିପାରନ୍ତି। ତାଙ୍କର କହିବାର ବାଗ ହିଁ ସେମିତି। ଅନ୍ୟ ଦେଶର ମୁଖିଆଙ୍କ ପରି ଭୁଲ କହିଲେ କ୍ଷମା ମାଗିବାକୁ ଆମ ପ୍ରଧାନମନ୍ତ୍ରୀ ଦୁର୍ବଳତା ବୋଲି ଭାବନ୍ତି। ମଣିଷ ଯେ ଭୁଲ କରେ, ଏ କଥା ମାନିବା ହୁଏତ ସାଧାରଣ ଲୋକପାଇଁ। ନରେନ୍ଦ୍ର ମୋଦୀ ଅସାଧାରଣ, ତେଣୁ ସେ ଭୁଲ ମାନିବାକୁ ପ୍ରସ୍ତୁତ ନୁହନ୍ତି। ତାଙ୍କ ଅପେକ୍ଷା ତାଙ୍କର ଭକ୍ତମାନେ ଅଧିକ ଅସାଧାରଣ। ସେମାନେ ମୋଦୀଙ୍କୁ ମହାଦେବତାର ସ୍ତରକୁ ନେଇ ସାରିଛନ୍ତି। ପ୍ରଧାନମନ୍ତ୍ରୀ ଯାହା କହିଲେ ତାହା ହିଁ ସତ୍ୟ ବୋଲି ସେମାନେ ଧରି ନେଇଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ କୋଣାର୍କକୁ ୨୦୦୦ ବର୍ଷର କହିଲେ ମାନେ ତାହା ହିଁ ସତ୍ୟ। ବେଶୀ ଯୁକ୍ତି କଲେ ସେମାନେ କହିବେ ମାର୍କ୍ଶିଷ୍ଟ ଇତିହାସରେ ସବୁ ଭୁଲ ଲେଖା ହୋଇଛି। ମୋଦୀ କହୁଛନ୍ତି ମାନେ କୋଣାର୍କ ୧୨ ଶହ ବର୍ଷ ପଛକୁ ଫେରିବାକୁ ବାଧ୍ୟ।
ଗଲା ଅଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟାରେ ନୂଆ ରାମ ମନ୍ଦିରର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀ ପ୍ରାୟ ଅଧ ଘଣ୍ଟା ଭାଷଣ ଦେଇଥିଲେ। ସତ କହିବାକୁ ଗଲେ ଆମ ଭଳି ଅଭକ୍ତ ଆଜିକାଲି ଆଉ ମୋଦୀଜୀଙ୍କୁ ଶୁଣିବାର ସାହସ ରଖି ପାରୁନୁ। କେବଳ ସାମ୍ବାଦିକତାର ଦାୟରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ କେବେ କେମିତି ପଢିବାକୁ ବାଧ୍ୟ ହେଉଛୁ। ସେଦିନ ପ୍ରଧାନମନ୍ତ୍ରୀ ଓଡିଶାର ରାମାୟଣ ପରମ୍ପରା ବିଷୟରେ କିଛି ଗୋଟେ କହିଛନ୍ତି ବୋଲି ଗତକାଲି ଓଡିଶାର ପ୍ରଖ୍ୟାତ ସଂବାଦପତ୍ର “ସମ୍ବାଦ” ଲେଖିଲା। ଓଡିଆ ଭାଷାରେ ରୁଇପାଦ କାଥେଡପଦି ରାମାୟଣ ବୋଲି କିଛି ଗୋଟେ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବୋଲି “ସମ୍ବାଦ” ଲେଖିଲା। ଉତ୍ସୁକତା ବଶତଃ ଆମେ ୟୁଟୁବରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିଲା ପରେ ମୁଣ୍ଡ ଝାଇଁ ଝାଇଁ ହୋଇଗଲା।
ଭାରତର ବିଭିନ୍ନ ଅଞ୍ଚଳ ଓ ଭାଷାରେ ରହିଥିବା ରାମାୟଣ ବିଷୟରେ ପ୍ରଧାନମନ୍ତ୍ରୀ କହୁଥିଲେ। ସଂସ୍କୃତରେ ବାଲ୍ମୀକିଙ୍କ ମୂଳ ରାମାୟଣ ବ୍ୟତୀତ ତାମିଲରେ କମ୍ବନ ରାମାୟଣ, ବଙ୍ଗଳାର କୃତ୍ତିବାସ ରାମାୟଣ, ତେଲୁଗୁରେ ରଘୁନାଥ-ରଙ୍ଗନାଥ ରାମାୟଣ, କାନ୍ନାଡ଼ାରେ କୁମୁଦେନ୍ଦୁ ରାମାୟଣ ଇତ୍ୟାଦିର କଥା କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଲେ ଓଡିଆରେ “ରୁଇପାଦ କାଥେଡପଦି” ରାମାୟଣ ରହିଛି। ଇଏ ତ ଗୋଟେ ଭାଷା ଓ ତାର ବିଶାଳ ରାମ ସାହିତ୍ୟ ପରମ୍ପରା ପ୍ରତି ଘୋର ଅପମାନ। ପ୍ରଧାନମନ୍ତ୍ରୀ ଆମକୁ କହିବା ଉଚିତ, ସେ ଯେଉଁ “ରୁଇପାଦ କାଥେଡପଦି” ରାମାୟଣ କଥା କହୁଛନ୍ତି, ତାର ସୂଚନା ସେ କେଉଁଠୁ ପାଇଲେ। ଏମିତି ଏକ ଶବ୍ଦ ଓଡିଆ ସାହିତ୍ୟରେ କେହି କେବେ ଶୁଣି ନାହାନ୍ତି ବା ଜାଣି ନାହାନ୍ତି। ତାହେଲେ ପ୍ରଧାନମନ୍ତ୍ରୀଙ୍କର ସୂଚନାର ଆଧାର କଣ?
ଓଡିଆ ରାମ ସାହିତ୍ୟର ଦୁଇ ଜଣ ପ୍ରକାଣ୍ଡ ବିଦ୍ଵାନ ଡ. କୃଷ୍ଣ ଚରଣ ସାହୁ ଓ ପଣ୍ଡିତ ନୀଳମଣି ମିଶ୍ର ଓଡିଆ ରାମ ସାହିତ୍ୟର ବିବିଧତାକୁ ନେଇ ଅନେକ ପ୍ରବନ୍ଧ ଲେଖିଛନ୍ତି। ସେମାନେ ଏମିତି କୌଣସି ରାମାୟଣର ନାମ ଗନ୍ଧ ଉଲ୍ଲେଖ କରି ନାହାନ୍ତି। ଓଡିଆ ସାହିତ୍ୟର ଆଦିକବି ସାରଳା ଦାସ ଥିଲେ ଉଭୟ ରାମାୟଣ ଓ ମହାଭାରତର ରଚୟିତା। ମହାକବି ସାରଳା ଦାସଙ୍କର “ବିଲଙ୍କା ରାମାୟଣ” ରେ ଆମେ ରାମୟଣର ମୂଳ କାହାଣୀଠାରୁ ଭିନ୍ନ ଏକ କାହାଣୀର ଅବତାରଣା ଦେଖିଛୁ। ଷୋଡଶ ଶତାବ୍ଦୀରେ ବଳରାମ ଦାସଙ୍କର ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣ ଓଡିଆ ଭାଷାର ପ୍ରଥମ ପୂର୍ଣ୍ଣାଙ୍ଗ ରାମାୟଣ। ରାମାୟଣ, ରାମକଥା ଓ ରାମକାବ୍ୟର ଏକ ବିଶାଳ ପରମ୍ପରା ଆମର ରହିଛି।
ଏକେ ରାମାନୁଜନ ତାଙ୍କର ପ୍ରସିଦ୍ଧ ପ୍ରବନ୍ଧରେ ୩୦୦ ରାମାୟଣର କଥା କହିଛନ୍ତି। ହେଲେ ଓଡିଆ ଭାଷାରେ କେବଳ ଶତାଧିକ ରାମାୟଣ ରଚିତ ହୋଇଛି। ସାରଳା ଦାସଙ୍କର “ବିଲଙ୍କା ରାମାୟଣ”, ବଳରାମ ଦାସଙ୍କର “ଜଗମୋହନ ରାମାୟଣ”, ବିଶ୍ଵନାଥ ଖୁଣ୍ଟିଆଙ୍କର “ବିଚିତ୍ର ରାମାୟଣ”, ଉପେନ୍ଦ୍ର ଭଞ୍ଜଙ୍କର “ବୈଦେହୀଶ ବିଳାସ”, ଅର୍ଜୁନ ଦାସଙ୍କର “ରାମବିଭା”, ମହେଶ୍ଵର ଦାସଙ୍କର “ଟୀକା ରାମାୟଣ”, ଧନଞ୍ଜୟ ଭଞ୍ଜଙ୍କର “ରଘୁନାଥ ବିଳାସ”, ହଳଧର ଦାସଙ୍କର “ଆଧ୍ୟାତ୍ମ୍ୟ ରାମାୟଣ”, ବନମାଳୀ ଦାସଙ୍କର “ରାମାୟଣ ଚମ୍ପୁ”, କୃଷ୍ଣଚନ୍ଦ୍ର ରାଜେନ୍ଦ୍ରଙ୍କର “ଆର୍ଷ ରାମାୟଣ” (ଏହା ମୂଳ ବାଲ୍ମୀକି ରାମାୟଣର ଓଡିଆ ଅନୁବାଦ), ରାମ ଦାସଙ୍କର “ରାମ ରସାମୃତ”, ବୈଶ୍ୟ ସଦାଶିବଙ୍କର “ରାମଳୀଳା” (ଏହାରି ଆଧାରରେ ପ୍ରାୟତଃ ଆମର ରାମଳୀଳା ନାଟକ ପ୍ରଦର୍ଶିତ ହୋଇଥାଏ), ଯଦୁମଣି ମହାପାତ୍ରଙ୍କର “ରାଘବ ବିଳାସ”, କେଶବ ପଟ୍ଟନାୟକଙ୍କର “ନୃତ୍ୟ ରାମାୟଣ” ଇତ୍ୟାଦି ଆମ ସାହିତ୍ୟର ଅମୂଲ୍ୟ ସମ୍ପଦ। ତେବେ ଓଡିଶାର ଘରେ ଘରେ ପରିଚିତ ରାମାୟଣ ହେଉଛି ବଳରାମ ଦାସଙ୍କର “ଜଗମୋହନ ରାମାୟଣ”। ଓଡିଆ ରାମାୟଣର ଏହି ମହାର୍ଘ ପରମ୍ପରାରରେ ନରେନ୍ଦ୍ର ମୋଦୀଙ୍କର “ରୁଇପାଦ କାଥେଡପଦି” ରାମାୟଣ ଟି ଆସିଲା କେଉଁଠୁ?
ପ୍ରଧାନମନ୍ତ୍ରୀ ଯାହା କହନ୍ତି, ତାର ଏକ ଐତିହାସିକ ମୂଲ୍ୟ ରହିଛି। ତେଣୁ ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟରେ କୌଣସି ଭାଷା ସାହିତ୍ୟ ସମ୍ପର୍କରେ କହିଲା ବେଳେ ଅଧିକ ସତର୍କ ହେବା ଜରୁରୀ। ଓଡିଆ ଭାଷା ଭାରତର ଅନ୍ୟତମ ପ୍ରାଚୀନ ଶାସ୍ତ୍ରୀୟ ଭାଷା। ଏହି ଭାଷାର ରାମ ପରମ୍ପରା ବିଷୟରେ କହିଲା ବେଳେ ପ୍ରଧାନମନ୍ତ୍ରୀ ସଠିକ ତଥ୍ୟ ରଖିବା ଉଚିତ।
ଏକଥା ପ୍ରଧାନମନ୍ତ୍ରୀ ନ କହି ଯଦି ଅନ୍ୟ କୌଣସି ରାଜନୈତିକ ଦଳର ନେତା କହିଥାନ୍ତେ ତାହେଲେ, ପ୍ରଧାନମନ୍ତ୍ରୀଙ୍କ ଭକ୍ତମାନେ ସେହି ନେତାଙ୍କୁ ହଜାର ଥର ଅପଦସ୍ତ କରି ସାରନ୍ତେଣି। ପ୍ରଧାନମନ୍ତ୍ରୀଙ୍କୁ ଓଡିଆ ରାମାୟଣ ଓ ଓଡିଆ ରାମକଥାର ଏକ ସଠିକ ତାଲିକା ତାଙ୍କର ଓଡିଆ ସହଯୋଗୀମାନେ ଦେବା ଉଚିତ ହେବ।
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।
ଆଜି ଜୁଲାଇ ୨୬ ତାରିଖ ଆଉ ଆଜି ଗୋଟିଏ ବିଶେଷ ଦିନ । ଆଜି “କାରଗିଲ ବିଜୟ ଦିବସ” । ୨୧ ବର୍ଷ ପୂର୍ବେ ଆଜିର ଦିନରେ ହିଁ କାରଗିଲ ଯୁଦ୍ଧରେ ଆମର ସେନାବାହିନୀ ଭାରତର ବିଜୟ ପତାକା ଉଡାଇଥିଲା । ବନ୍ଧୁଗଣ, କାରଗିଲ ଯୁଦ୍ଧ ଯେଉଁ ପରିସ୍ଥିତିରେ ହେଲା, ତାହା ଭାରତ କେବେହେଲେ ଭୁଲିପାରିବନି । ପାକିସ୍ତାନ ବଡ଼ ବଡ଼ ସ୍ୱପ୍ନ ଦେଖି ଭାରତର ଭୂମି ଅକ୍ତିଆର କରିବା ଏବଂ ନିଜ ଦେଶ ଭିତରେ ଚାଲିଥିବା କଳହ ଦିଗରୁ ଧ୍ୟାନ ଭଙ୍ଗ କରିବା ପାଇଁ ଏଭଳି ଦୁଃସାହସ କରିଥିଲା । ଭାରତ ସେତେବେଳେ ପାକିସ୍ତାନ ସହ ସମ୍ପର୍କ ଉନ୍ନତ କରିବାକୁ ପ୍ରଚେଷ୍ଟାରତ ଥିଲା । କିନ୍ତୁ ଯେମିତି କହନ୍ତିନି –
“ବୟରୁ ଅକାରଣ ସବ୍ କାହୁ ସୋଁ, ଯୋ କର ହିତ ଅନହିତ ତାହୁ ସୋଁ ।” ଅର୍ଥାତ୍, ଦୁଷ୍ଟର ସ୍ୱଭାବ ହେଲା ବିନା କାରଣରେ ଅନ୍ୟ ସହ ଶତ୍ରୁତା କରିବା । ଏଭଳି ପ୍ରକୃତିର ଲୋକ ତାଙ୍କର ହିତସାଧନ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ଅନିଷ୍ଟ କରିବା ପାଇଁ ଚିନ୍ତା କରନ୍ତି । ତେଣୁ ଭାରତର ମିତ୍ରତା ପ୍ରସ୍ତାବ ପ୍ରତ୍ୟୁତରରେ ପାକିସ୍ତାନ ଦ୍ୱାରା ପିଠିରେ ଛୁରୀ ମାରିବାର ପ୍ରଚେଷ୍ଟା ହୋଇଥିଲା କିନ୍ତୁ ତା’ପରେ ଭାରତର ବୀର ସେନାବାହିନୀ ଯେଉଁ ପରାକ୍ରମ ଦେଖାଇଲେ, ଭାରତ ନିଜର ଯେଉଁ ଶକ୍ତି ପ୍ରଦର୍ଶନ କଲା, ତାହା ସାରା ବିଶ୍ୱ ଦେଖିଲା ।
ଆପଣ କଳ୍ପନା କରିପାରୁଥିବେ – ଉଚ୍ଚ ପାହାଡ଼ଗୁଡ଼ିକ ଉପରେ ବସିଥିବା ଶତ୍ରୁ, ଆଉ ପାହାଡ଼ର ପାଦଦେଶରୁ ଯୁଦ୍ଧ କରୁଥିବା ଆମ ସେନାବାହିନୀ, କିନ୍ତୁ ପର୍ବତ ଶିଖରର ବିଜୟ ନୁହେଁ, ବରଂ ଭାରତୀୟ ସେନାବାହିନୀର ସାହସ ଏବଂ ପ୍ରକୃତ ବୀରତ୍ୱର ବିଜୟ ହେଲା । ବନ୍ଧୁଗଣ, ସେ ସମୟରେ ମୋତେ ମଧ୍ୟ କାରଗିଲ୍ ଯିବାର ଏବଂ ଆମ ଯବାନମାନଙ୍କ ବୀରତ୍ୱ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା । ସେ ମୁହୂର୍ତ ମୋ ଜୀବନର ସବୁଠାରୁ ଅମୂଲ୍ୟ ମୁହୂର୍ତଗୁଡ଼ିକ ମଧ୍ୟରୁ ଅନ୍ୟତମ । ମୁଁ ଲକ୍ଷ୍ୟ କରୁଛି ଯେ, ଆଜି ସାରା ଦେଶରେ ଲୋକେ କାରଗିଲ ବିଜୟକୁ ମନେ ପକାଉଛନ୍ତି । Social Media ùehashtag#courage-in-Kargil ମାଧ୍ୟମରେ ଲୋକେ ସେହି ବୀରମାନଙ୍କୁ ପ୍ରଣାମ କରୁଛନ୍ତି । ଯେଉଁମାନେ ଶହୀଦ ହୋଇଛନ୍ତି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।
ମୁଁ ଆଜି, ସମସ୍ତ ଦେଶବାସୀଙ୍କ ତରଫରୁ ଆମର ସେହି ବୀର ଯବାନମାନଙ୍କ ସହିତ ସେମାନଙ୍କ ବୀର ମାତାମାନଙ୍କୁ ମଧ୍ୟ ପ୍ରଣାମ କରୁଛି – ଯିଏ ଭାରତମାତାର ଏହି ସୁପୁତ୍ରମାନଙ୍କୁ ଜନ୍ମ ଦେଇଛନ୍ତି । ଆଜିର ଦିନରେ କାରଗିଲ ବିଜୟ ସମ୍ପର୍କୀୟ ଆମ ଯବାନମାନଙ୍କ କାହାଣୀ, ବୀର ମା’ମାନଙ୍କ ତ୍ୟାଗ ସମ୍ପର୍କରେ ପରସ୍ପରଙ୍କୁ ଜଣାଇବା ଏବଂ Share କରିବା ପାଇଁ ମୁଁ ଦେଶର ଯୁବବର୍ଗଙ୍କୁ ଅନୁରୋଧ କରୁଛି ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଆଜି ଗୋଟିଏ ଅନୁରୋଧ କରୁଛି
www.gallantryawards.gov.in ନାମରେ ଗୋଟିଏ ୱେବସାଇଟ୍ ରହିଛି । ଆପଣ ତାହାକୁ ନିଶ୍ଚୟ Visit କରନ୍ତୁ । ସେଠାରେ ଆପଣମାନଙ୍କୁ ଆମର ବୀର ପରାକ୍ରମୀ ଯୋଦ୍ଧାମାନଙ୍କ ସମ୍ପର୍କରେ, ସେମାନଙ୍କ ପରାକ୍ରମ ବିଷୟରେ ଅନେକ ତଥ୍ୟ ମିଳିବ ଆଉ ସେହି ସୂଚନାଗୁଡ଼ିକୁ ନେଇ ଆପଣ ଯେତେବେଳେ ନିଜ ସାଙ୍ଗସାଥୀଙ୍କ ସହିତ ଆଲୋଚନା କରିବେ ସେସବୁ ତାଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ । ଆପଣ ନିଶ୍ଚିତ ଭାବେ ଏହି ୱେବସାଇଟକୁ ଯାଆନ୍ତୁ, ଆଉ ଏହାକୁ ବାରମ୍ବାର ଦେଖିବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ।
ବନ୍ଧୁଗଣ, କାରଗିଲ ଯୁଦ୍ଧ ସମୟରେ ଅଟଳଜୀ ଲାଲକିଲ୍ଲା ଉପରୁ ଯାହା କହିଥିଲେ ତାହା ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ବହୁତ ପ୍ରାସଙ୍ଗିକ । ଅଟଳଜୀ ସେତେବେଳେ ଦେଶକୁ ଗାନ୍ଧିଜୀଙ୍କର ଗୋଟିଏ ମନ୍ତ୍ର ସ୍ମରଣ କରାଇଥିଲେ । ମହାତ୍ମା ଗାନ୍ଧୀଙ୍କର ସେହି ମନ୍ତ୍ରଟି ଥିଲା ଯେ କ’ଣ କରିବା, କ’ଣ ନ କରିବାକୁ ନେଇ ଯଦି କାହାରି ମନରେ କୌଣସି ଦ୍ୱିଧା ଥାଏ, ତେବେ ସେ, ଭାରତର ସବୁଠାରୁ ଗରିବ ଓ ଅସହାୟ ବ୍ୟକ୍ତି ବିଷୟରେ ଚିନ୍ତା କରିବା ଉଚିତ। ସେ ଏକଥା ଭାବିବା ଉଚିତ ଯେ, ସେ ଯାହା କରିବାକୁ ଯାଉଛି ତା’ଦ୍ୱାରା ସେହି ବ୍ୟକ୍ତିର କୌଣସି ଉପକାର ହେବ କି ନାହିଁ ।
ଗାନ୍ଧୀଜୀଙ୍କର ଏହି ଚିନ୍ତାଧାରାର ଟିକିଏ ଆଗକୁଯାଇ ଅଟଳଜୀ କହିଥିଲେ ଯେ, କାରଗିଲ ଯୁଦ୍ଧ ଆମକୁ ଆଉ ଗୋଟିଏ ମନ୍ତ୍ର ଦେଇଛି । ସେ ମନ୍ତ୍ରଟି ହେଉଛି – “କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିବା ପୂର୍ବରୁ ଆମେ ଏକଥା ଚିନ୍ତା କରିବା ଉଚିତ ଯେ ଆମର ପଦକ୍ଷେପ ସେହି ସୈନିକର ସମ୍ମାନର ଅନୁରୂପ ତ, ଯିଏ ଦୁର୍ଗମ ପାର୍ବତ୍ୟାଂଚଳରେ ନିଜର ପ୍ରାଣବଳି ଦେଇଛି । ଆସନ୍ତୁ ଅଟଳଜୀଙ୍କ ସ୍ୱରରେ ହିଁ ତାଙ୍କର ଏହି ଭାବନାକୁ ଆମେ ଶୁଣିବା, ବୁଝିବା ଏବଂ ସମୟର ଏହି ଆବଶ୍ୟକତାକୁ ସ୍ୱୀକାର କରିବା ।
ଅଟଳ ବିହାରୀ ବାଜପେୟୀଙ୍କ ଭାଷଣ….
“ଆମ ସମସ୍ତଙ୍କର ମନେଅଛି ଯେ ଗାନ୍ଧିଜୀ ଆମକୁ ଗୋଟିଏ ମନ୍ତ୍ର ପ୍ରଦାନ କରିଥିଲେ । ସେ କହିôଥଲେ ଯେ, ଆପଣ କ’ଣ କରିବେ ତାକୁ ନେଇ ଯଦି କୌଣସି ଦ୍ୱିଧା ଉତ୍ପନ୍ନ ହୁଏ ତାହେଲେ ଆପଣ ଭାରତର ସେହି ସବୁଠାରୁ ଅସହାୟ ବ୍ୟକ୍ତି ବିଷୟରେ ଚିନ୍ତା କରନ୍ତୁ ଏବଂ ନିଜକୁ ପ୍ରଶ୍ନ କରନ୍ତୁ ଯେ, ଆପଣ ଯାହା କରିବାକୁ ଯାଉଛନ୍ତି ତାଦ୍ୱାରା ସେହି ବ୍ୟକ୍ତି ଉପକୃତ ହେବ କି ନାହିଁ । କାରଗିଲ ଆମକୁ ଆଉ ଗୋଟିଏ ମନ୍ତ୍ର ଦେଇଛି – କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିବା ପୂର୍ବରୁ ଆମେ ଏକଥା ଚିନ୍ତା କରିବା ଯେ, ଆମର ସେହି ପଦକ୍ଷେପ ସେହି ସୈନିକର ସମ୍ମାନର ଅନୁରୂପ କି ନୁହେଁ, ଯିଏ ସେହି ଦୁର୍ଗମ ପାହାଡ଼ିଆ ଅଂଚଳରେ ନିଜର ପ୍ରାଣବଳି ଦେଇଛି ।”
ବନ୍ଧୁଗଣ, ଯୁଦ୍ଧ ପରିସ୍ଥିତିରେ ଆମେ ଯାହା କହିଥାଉ, ଯାହା କରିଥାଉଁ ସେସବୁର ସୀମାରେ କର୍ତବ୍ୟରତ ସୈନିକର ମନୋବଳ ଉପରେ, ତାଙ୍କ ପରିବାରର ମନୋବଳ ଉପରେ ଗଭୀର ପ୍ରଭାବ ପକାଇଥାଏ । ଆମେ ଏକଥା କେବେହେଲେ ଭୁଲିବା ଉଚିତ ନୁହେଁ ଆଉ ଏଥିପାଇଁ ଆମ ଆଚାର-ବ୍ୟବହାର, ଆମ କଥା, ଆମ ବକ୍ତବ୍ୟ, ଆମ ମର୍ଯ୍ୟାଦା, ଆମର ଲକ୍ଷ୍ୟ, ଏସବୁ ନିୟନ୍ତ୍ରଣରେ ରହିବା ଜରୁରୀ କାରଣ ଏହା ଆମ ସୈନିକମାନଙ୍କ ମନୋବଳ ବୃଦ୍ଧିକାରୀ, ସମ୍ମାନ ବୃଦ୍ଧିକାରୀ ହେବା ଆବଶ୍ୟକ । “ରାଷ୍ଟ୍ର ସର୍ବୋପରି” ଏହି ମନ୍ତ୍ରକୁ ମନରେ ଧରି, ଏକତାର ସୂତ୍ରରେ ବନ୍ଧା ଦେଶବାସୀ, ଆମ ସୈନିକମାନଙ୍କ ଶକ୍ତି ସହସ୍ରଗୁଣ ବୃଦ୍ଧି କରିଦେଇଥାନ୍ତି । ଆମର ପରା କୁହାଯାଇଛି – “ସଂଘେ ଶକ୍ତି କଲୌ ଯୁଗେ” ।
ବେଳେବେଳେ ଆମେ ଏକଥାକୁ ନ ବୁଝି Social Mediaରେ ଏଭଳି କଥାଗୁଡ଼ିକୁ ପ୍ରୋତ୍ସାହିତ କରିଥାଉ ଯାହା ଆମ ଦେଶର ଅନେକ କ୍ଷତି ଘଟାଇଥାଏ । ବେଳେବେଳେ କୌତୁହଳବଶତଃ ଆମେ ଏଗୁଡ଼ିକୁ Share କରିଦେଇଥାଉଁ । ଏପରି କରିବା ଅନୁଚିତ – ଏକଥା ଜାଣି ମଧ୍ୟ କରିଦେଉଥାଉଁ । ଆଜିକାଲି, ଯୁଦ୍ଧ କେବଳ ସୀମାରେ ନୁହେଁ, ଦେଶରେ ମଧ୍ୟ ଅନେକ କ୍ଷେତ୍ରରେ ଏକସଙ୍ଗେ ଲଢ଼ିବାକୁ ପଡ଼ିଥାଏ ଏବଂ ପ୍ରତ୍ୟେକ ଦେଶବାସୀକୁ ଏଥିରେ ନିଜର ଭୂମିକା ନିର୍ଣ୍ଣୟ କରିବାକୁ ହୋଇଥାଏ । ଦେଶର ସୀମାରେ ଦୁର୍ଗମ ପରିସ୍ଥିତିରେ ସଂଗ୍ରାମରତ ଆମ ସୈନିକମାନଙ୍କୁ ସ୍ମରଣ କରି ଆମକୁ ମଧ୍ୟ ନିଜ ଭୂମିକା ସ୍ଥିର କରିବାକୁ ପଡ଼ିବ ।
ମୋର ପ୍ରିୟ ଦେଶବାସୀଗଣ, ଗତ କିଛିମାସ ଧରି ସାରା ଦେଶ ଏକ ହୋଇ ଯେଉଁଭଳି କରୋନା ସହ ସଂଗ୍ରାମ କରିଛିି ତାହା ଅନେକ ଆଶଙ୍କାକୁ ଭୁଲ ପ୍ରମାଣିତ କରିଛି । ଆଜି ଆମ ଦେଶରେ ସୁସ୍ଥତା ହାର ଅନ୍ୟ ଦେଶମାନଙ୍କ ତୁଳନାରେ ଭଲ ରହିଛି । ତା’ସଙ୍ଗେ ସଙ୍ଗେ ଆମ ଦେଶରେ କରୋନା ମୃତ୍ୟୁହାର ମଧ୍ୟ ବିଶ୍ୱର ଅଧିକାଂଶ ଦେଶଠାରୁ ଯଥେଷ୍ଟ କମ୍ ରହିଛି । ଜଣେ ବ୍ୟକ୍ତିକୁ ହରାଇବା ନିଶ୍ଚିତ ଭାବେ ଦୁଃଖଦାୟକ, ହେଲେ, ଭାରତ ଏହାର ଲକ୍ଷ ଲକ୍ଷ ଦେଶବାସୀଙ୍କ ଜୀବନରକ୍ଷା କରିବାରେ ସଫଳ ମଧ୍ୟ ହୋଇଛି । କିନ୍ତୁ ବନ୍ଧୁଗଣ, କରୋନା ବିପତି ଅପସରିଯାଇନି । ଅନେକ ଜାଗାରେ ଏହା ଦ୍ରୁତଗତିରେ ମାଡ଼ିଚାଲିଛି । ଆମକୁ ବହୁ ସତର୍କ ରହିବାର ଆବଶ୍ୟକତା ରହିଛି ।
ଏକଥା ଆମକୁ ମନେରଖିବାକୁ ହେବ ଯେ, କରୋନା ଏବେ ମଧ୍ୟ ସେତିକି ଘାତକ ଯେତିକି ଆରମ୍ଭରେ ଥିଲା । ତେଣୁ ଆମକୁ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । ମୁହଁରେ ମାସ୍କ ପିନ୍ଧିବା କିମ୍ବା ଗାମୁଛା ବ୍ୟବହାର କରିବା, ଦୁଇଗଜ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା, କେଉଁଠି ବି ଛେପ ନ ପକାଇବା, ସ୍ୱଚ୍ଛତା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା – କରୋନାଠାରୁ ରକ୍ଷା ପାଇବା ପାଇଁ ଏସବୁ ହିଁ ଆମର ଅସ୍ତ୍ର । ବେଳେବେଳେ ମାସ୍କ ଆମକୁ ଅଡୁଆ ଲାଗେ । ମୁହଁରୁ ମାସ୍କ କାଢ଼ିଦେବାକୁ ଇଚ୍ଛାହୁଏ । କଥାବାର୍ତା କରିବା ସମୟରେ ଯେତେବେଳେ କି ମାସ୍କ ପିନ୍ଧିବା ନିହାତି ଆବଶ୍ୟକ, ସେତେବେଳେ ଆମେ ମାସ୍କ କାଢ଼ିଦେଇଥାଉ ।
ଏଭଳି ସମୟରେ ମୋର ଆପଣମାନଙ୍କୁ ଅନୁରୋଧ – ଯେତେବେଳେ ମାସ୍କକୁ ନେଇ ଆପଣ ଅସୁବିଧା ଅନୁଭବ କରନ୍ତି, ମାସ୍କ କାଢ଼ିଦେବାକୁ ଇଚ୍ଛାହୁଏ, ସେତେବେଳେ ମୁହୂର୍ତକ ପାଇଁ ସେହି ଡାକ୍ତରମାନଙ୍କ କଥା ମନେ ପକାନ୍ତୁ, ସେହି ନର୍ସମାନଙ୍କ କଥା ମନେପକାନ୍ତୁ, ଆମର ସେହି କରୋନା ଯୋଦ୍ଧାମାନଙ୍କ କଥା ମନେପକାନ୍ତୁ । ଆପଣମାନେ ଲକ୍ଷ୍ୟ କରିବେ ଯେ, ସେମାନେ ଘଂଟା ଘଂଟା ଧରି ମାସ୍କ ପିନ୍ଧି ଅନବରତ ଭାବେ ଆମମାନଙ୍କ ଜୀବନ ରକ୍ଷା କରିବାରେ ଲାଗିରହୁଛନ୍ତି । ଆଠ-ଦଶ ଘଂଟା ଧରି ମାସ୍କ ପିନ୍ଧିରଖୁଛନ୍ତି । ସେମାନଙ୍କୁ କ’ଣ ଅସୁବିଧା ହେଉନଥିବ? ତାଙ୍କ କଥା ଟିକିଏ ମନେ ପକାଇଦେଲେ ଆପଣ ମଧ୍ୟ ଅନୁଭବ କରିବେ ଯେ, ଜଣେ ନାଗରିକ ହିସାବରେ ଆମେ ନିଜେ କିମ୍ବା ଅନ୍ୟମାନେ ଏଥିରେ ଟିକିଏ ହେଲେ ଢିଲା ଦେବା ଉଚିତ ନୁହେଁ ।
ଏକପକ୍ଷରେ ଆମକୁ ସମ୍ପୂର୍ଣ୍ଣ ସଚେତନତା ଏବଂ ସାବଧାନତା ସହ କରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରଖିବାକୁ ଅଛି । ଅପରପକ୍ଷରେ କଠିନ ପରିଶ୍ରମ ଦ୍ୱାରା ବ୍ୟବସାୟ, ଚାକିରି, ଅଧ୍ୟୟନ, ଯାହାକି ଆମର କର୍ତବ୍ୟ ତାହାକୁ ଗତିଶୀଳ କରିବାକୁ ହେବ । ତାହାକୁ ଉନ୍ନତିର ନୂତନ ଶିଖରକୁ ନେଇଯିବାକୁ ହେବ । ବନ୍ଧୁଗଣ, କରୋନା କାଳରେ ତ ଆମର ଗ୍ରାମାଂଚଳ ସମଗ୍ର ଦେଶକୁ ଗୋଟିଏ ନୂତନ ଦିଗ ପ୍ରଦର୍ଶିତ କରିଛି । ଗାଁରୁ ସ୍ଥାନୀୟ ନାଗରିକମାନଙ୍କର, ଗ୍ରାମପଂଚାୟତ ମାନଙ୍କର ଭଲକାମ ସବୁ ଅନବରତ ଭାବେ ସାମ୍ନାକୁ ଆସୁଛି ।
ଜାମ୍ମୁରେ ତ୍ରେବା ନାମକ ଗୋଟିଏ ଗ୍ରାମପଂଚାୟତ ରହିଛି । ସେଠାକାର ସରପଂଚ ହେଉଛନ୍ତି ବଲ୍ବୀର କୌର ଜୀ । ମୋତେ ସୂଚନା ଦିଆଯାଇଛି ଯେ, ବଲ୍ବୀର କୌରଜୀ ନିଜ ପଂଚାୟତରେ ୩୦ ଶଯ୍ୟାବିଶିଷ୍ଟ ଗୋଟିଏ Quarantine Centre ନିର୍ମାଣ କରିଛନ୍ତି । ପଂଚାୟତକୁ ଆସୁଥିବା ରାସ୍ତାମାନଙ୍କରେ ପାଣିର ସୁବିଧା ମଧ୍ୟ କରାଯାଇଛି । ଲୋକଙ୍କର ହାତ ଧୋଇବାରେ ଯେମିତି କୌଣସି ଅସୁବିଧା ନ ହେବ, ସେଥିପାଇଁ ବ୍ୟବସ୍ଥା କରାଯାଇଛ। କେବଳ ସେତିକି ନୁହେଁ, ବଲବୀର କୌରଜୀ ନିଜେ ନିଜ କାନ୍ଧ ଉପରେ Spray Pumpଟାଙ୍ଗି ସ୍ୱେଚ୍ଛାସେବୀମାନଙ୍କ ସହ ମିଶି ସାରା ପଂଚାୟତରେ, ଆଖାପାଖ ଅଂଚଳରେ Sanitization କାମ ମଧ୍ୟ କରୁଛନ୍ତି ।
ସେଇଭଳି ଆଉ ଜଣେ କାଶ୍ମୀରୀ ମହିଳା ସରପଂଚ ରହିଛନ୍ତି । ସେ ହେଉଛନ୍ତି ଗାଁନ୍ଦରବଲ ଚୌଟଲିବାରର ଜୈତୁନା ବେଗମ୍ । ଜୈତୁନା ବେଗମ୍ ଜୀ ସ୍ଥିର କରିଛନ୍ତି ଯେ ତାଙ୍କ ପଂଚାୟତ କରୋନା ବିରୁଦ୍ଧରେ ସଂଗ୍ରାମ କରିବ ଏବଂ ରୋଜଗାରର ନୂତନ ସୁଯୋଗ ମଧ୍ୟ ସୃଷ୍ଟି କରିବ । ସେ ସମ୍ପୂର୍ଣ୍ଣ ଅଂଚଳରେ ମାଗଣା ମାସ୍କ ବଂଟନ କରିଛନ୍ତି, ମାଗଣା ଖାଦ୍ୟସାମଗ୍ରୀ ବଂଟନ କରିଛନ୍ତି, ତାସଙ୍ଗେ ସଙ୍ଗେ ସେ ଲୋକମାନଙ୍କୁ ଶସ୍ୟବୀଜ ଏବଂ ସେଓର ଚାରା ମଧ୍ୟ ଦେଇଛନ୍ତି ଯାହାଫଳରେ ଲୋକଙ୍କୁ କୃଷିକାର୍ଯ୍ୟରେ, ବଗିଚା କାମରେ ଅସୁବିଧା ନ ହେବ ।
ବନ୍ଧୁଗଣ, କାଶ୍ମୀରରୁ ଅନ୍ୟ ଏକ ପ୍ରେରଣାଦାୟୀ ଘଟଣା ଜାଣିବାକୁ ମିଳିଛି, ଏଠାରେ ଅନନ୍ତନାଗର ମ୍ୟୁନିସିପାଲ ପ୍ରେସିଡେଂଟ ହେଉଛନ୍ତି ଶ୍ରୀମାନ ମହମ୍ମଦ ଇକବାଲ, ନିଜ ଅଂଚଳର ସାନିଟାଇଜେସନ୍ ପାଇଁ ତାଙ୍କୁ ସ୍ପ୍ରେୟାରର ଆବଶ୍ୟକତା ଥିଲା । ପଚାରିବାରୁ ଜଣାପଡ଼ିଲା ଯେ ଏହି ମେସିନ୍ ଅନ୍ୟ ସହରରୁ ଆଣିବାକୁ ପଡ଼ିବ ଏବଂ ଏହାର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ । ଏକଥା ଜାଣି ଶ୍ରୀମାନ ଇକବାଲ ଜୀ ନିଜ ଚେଷ୍ଟାରେ ଗୋଟିଏ ସ୍ପ୍ରେୟାର ମେସିନ୍ ତିଆରି କରିଦେଲେ ଏବଂ ସେଥିପାଇଁ ମାତ୍ର ପଚାଶ ହଜାର ଟଙ୍କା ଖର୍ଚ୍ଚ ହେଲା । ଏଇଭଳି ଅନେକ ଉଦାହରଣ ରହିଛି । ସାରା ଦେଶର କୋଣ ଅନୁକୋଣରୁ ଏଭଳି ଅନେକ ପ୍ରେରଣାଦାୟୀ ଘଟଣା ପ୍ରତିଦିନ ନଜରକୁ ଆସୁଛି, ଏମାନେ ସମସ୍ତେ ଅଭିନନ୍ଦନର ପାତ୍ର । ସମସ୍ୟା ଆସିଲା, କିନ୍ତୁ ଲୋକେ ମଧ୍ୟ ସେତିକି ଶକ୍ତିର ସହିତ ଏହାର ମୁକାବିଲା ମଧ୍ୟ କଲେ।
ମୋର ପ୍ରିୟ ଦେଶବାସୀଗଣ, ସଠିକ ପଦକ୍ଷେପ, ସକାରାତ୍ମକ ପଦକ୍ଷେପ ଦ୍ୱାରା ସର୍ବଦା ବିପଦ ସମୟରେ ବିପତିକୁ ପ୍ରଗତିରେ ପରିବର୍ତିତ କରିବା ପାଇଁ ଅନେକ ସାହାଯ୍ୟ ମିଳିଥାଏ। ବର୍ତ୍ତମାନ ଆମେ କରୋନା ସମୟରେ ମଧ୍ୟ ଦେଖୁଛୁ ଯେ କିଭଳି ଆମ ଦେଶର ଯୁବବର୍ଗ, ମହିଳାମାନେ ନିଜର ପ୍ରତିଭା ଏବଂ ଦକ୍ଷତା ବଳରେ କିଛି ନୂଆ ପ୍ରୟୋଗ ଆରମ୍ଭ କରିଛନ୍ତି । ବିହାରରେ ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧୁବନୀ ଚିତ୍ରକଳା ରହିଥିବା ମାସ୍କ ତିଆରି କରିବା ଆରମ୍ଭ କଲେ, ଏବଂ ଦେଖୁଦେଖୁ ଏସବୁ ଖୁବ୍ ଲୋକପ୍ରିୟ ହୋଇଗଲା।
ମଧୁବନୀ ଚିତ୍ରକଳା ରହିଥିବା ଏହି ମାସ୍କ ଏକପକ୍ଷରେ ସେଠାକାର ପରମ୍ପରାର ପ୍ରଚାର କରୁଛି, ଅପରପକ୍ଷରେ ଏସବୁ ଲୋକମାନଙ୍କୁ ସୁସ୍ଥ ରଖିବା ସହ ଉପାର୍ଜନର ମାର୍ଗ ମଧ୍ୟ ପ୍ରଦାନ କରୁଛି । ଆପଣମାନେ ତ ଜାଣିଛନ୍ତି ଉତର ପୂର୍ବାଂଚଳରେ ବାଉଁଶର ପ୍ରଚୁର ଉତ୍ପାଦନ ହୋଇଥାଏ, ଏବେ ସେହି ବାଉଁଶରେ ତ୍ରିପୁରା, ମଣିପୁର, ଆସାମର କାରିଗରମାନେ ଉଚ୍ଚ ଗୁଣସମ୍ପନ୍ନ ପାଣି ବୋତଲ ଏବଂ ଟିଫିନ ବକ୍ସ ତିଆରି କରିବା ଆରମ୍ଭ କରିଛନ୍ତି । ଏହାର କ୍ୱାଲିଟି ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ଯେ ବାଉଁଶରେ ଏତେ ସୁନ୍ଦର ବୋତଲ ତିଆରି ହୋଇପାରିବ । ଆଉପୁଣି ସେଗୁଡ଼ିକ eco-friendly । ଏହାକୁ ତିଆରି କରିବା ପୂର୍ବରୁ ବାଉଁଶକୁ ଅନ୍ୟ ଔଷଧୀୟ ବୃକ୍ଷ ସହ ସିଝାଯାଇଥାଏ । ଏହାଦ୍ୱାରା ବାଉଁଶ ଔଷଧଗୁଣଯୁକ୍ତ ହୋଇଯାଇଥାଏ । ଛୋଟ ଛୋଟ ସ୍ଥାନୀୟ ଉତ୍ପାଦନ ଦ୍ୱାରା କିଭଳି ବଡ଼ ସଫଳତା ମିଳିପାରିବ ଏହାର ଆଉ ଗୋଟିଏ ଉଦାହରଣ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି ।
ଝାଡ଼ଖଣ୍ଡର ବିଶୁନପୁରରେ ଆଜିକାଲି ୩୦ରୁ ଅଧିକ ଗୋଷ୍ଠୀ ମିଶି ଲେମନ ଗ୍ରାସ୍ ଚାଷ କରୁଛନ୍ତି । ଲେମନ ଗ୍ରାସ୍ ଫସଲକୁ ଚାରିମାସ ସମୟ ଲାଗେ । ଏହାର ତେଲ ବଜାରରେ ଭଲ ଦରରେ ବିକ୍ରି ହୋଇଥାଏ । ଆଜିକାଲି ଏହାର ଭଲ ଚାହିଦା ମଧ୍ୟ ରହିଛି । ମୁଁ ଦେଶର ଦୁଇଟି ଅଂଚଳ ବିଷୟରେ କଥା ହେବାକୁ ଚାହୁଁଛି ଏ ଦୁଇଟି ପରସ୍ପରଠାରୁ ଶହ ଶହ କିଲୋମିଟର ଦୂରରେ ଅବସ୍ଥିତ । କିନ୍ତୁ ନିଜ ନିଜ ଢଙ୍ଗରେ ଏମାନେ ଭାରତକୁ ଆତ୍ମନିର୍ଭର କରି ଗଢ଼ି ତୋଳିବାରେ କିଛି ନିଆରା ପ୍ରୟାସ କରୁଛନ୍ତି । ଗୋଟିଏ ହେଉଛି ଲଦ୍ଦାଖ ଅନ୍ୟଟି ହେଉଛି କଚ୍ଛ୍ ।
ଲେହ ଏବଂ ଲଦ୍ଦାଖର ନାଁ ମନକୁ ଆସିବାମାତ୍ରେ ସୁଉଚ୍ଚ ପାହାଡ଼ ଏବଂ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଆମ ଆଖି ଆଗରେ ନାଚିଯାଏ ତାଜା ପବନ ଦେହରେ ବାଜିବାଭଳି ଅନୁଭୂତି ହୁଏ । ଅପରପକ୍ଷରେ କଚ୍ଛ୍ କଥା ପଡ଼ିଲା ବେଳକୁ ମନକୁ ଆସେ ବୃକ୍ଷଲତା ବିହୀନ ବିସ୍ତୀର୍ଣ୍ଣ ମରୁଭୂମିର ଦୃଶ୍ୟ । ଲଦ୍ଦାଖରେ ଗୋଟିଏ ବିଶେଷ ଫଳ ଫଳିଥାଏ ଯାହାର ନାଁ ଚୁଲୀ ବା ଖୁବାନୀ ଯାହାକୁ ଇଂରାଜୀରେ apricot କୁହାଯାଏ । ଏ ଫସଲ, ଏହି ଅଂଚଳର ଅର୍ଥନୀତିକୁ ବଦଳାଇବାର କ୍ଷମତା ରଖିଛି ।
କିନ୍ତୁ ଦୁଃଖର କଥା ଯେ ଏହା ଯୋଗାଣ ଅସୁବିଧା , ପାଣିପାଗର ଅନିୟମିତତା ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ଏଗୁଡ଼ିକ ନଷ୍ଟ ହେବାର ମାତ୍ରା ନ୍ୟୂନତମ ହେଉ ସେଥିପାଇଁ ଆଜିକାଲି ଏକ ନୂଆ ଉପାୟ ଆରମ୍ଭ ହୋଇଛି । ଗୋଟିଏ ପ୍ରକ୍ରିୟା ରହିଛି, ଯାହାର ନାମ ହେଉଛି solar apricot dryer and space heater। ଏହା ଖୁବାନୀ ଏବଂ ଅନ୍ୟ ଫଳ ଓ ପନିପରିବାକୁ ଆବଶ୍ୟକତା ଅନୁସାରେ ଶୁଖାଇପାରୁଛି, ତାହା ପୁଣି ପୁଷ୍ଟିକର ଉପାୟରେ । ଆଗରୁ ଖୁବାନୀକୁ ବିଲ ପାଖରେ ଶୁଖାଇବା ସମୟରେ ଏହା ବହୁମାତ୍ରାରେ ନଷ୍ଟ ହେଉଥିଲା ତାହାସଙ୍ଗେ ସଙ୍ଗେ ଧୂଳି ଏବଂ ବର୍ଷାପାଣି ଯୋଗୁଁ ଫଳର ଗୁଣବତା ମଧ୍ୟ ପ୍ରଭାବିତ ହେଉଥିଲା।
ଅନ୍ୟପକ୍ଷରେ ଆଜିକାଲି କଚ୍ଛ୍ରେ ଚାଷୀମାନେ Dragon Fruits ଚାଷ ପାଇଁ ପ୍ରଶଂସନୀୟ ଉଦ୍ୟମ କରୁଛନ୍ତି । କଚ୍ଛ୍ରେ ପୁଣି Dragon Fruits ଏକଥା ଶୁଣି ଅନେକ ଲୋକ ଆଶ୍ଚର୍ଯ୍ୟାନ୍ୱିତ ହେଉଛନ୍ତି । କିନ୍ତୁ, ଆଜିକାଲି ସେଠାରେ ଅନେକ ଚାଷୀ ଏହି କାମରେ ଲାଗିଛନ୍ତି । ଫଳର ଗୁଣବତା ଏବଂ କମ୍ ଜମିରେ ଅଧିକ ଉତ୍ପାଦନକୁ ନେଇ ଅନେକ ନୂତନ ପ୍ରୟାସ କରାଯାଉଛି । ମତେ ସୂଚନା ଦିଆଯାଇଛି ଯେDragon Fruitsର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶେଷ ଭାବେ, ଜଳଖିଆରେ ଏହାକୁ ଅଧିକ ଭାବେ ଗ୍ରହଣ କରାଯାଉଛି ।Dragon Fruits ଆମଦାନୀ ଯେମିତି କରିବାକୁ ନ ପଡ଼େ ସେଥିପାଇଁ କଚ୍ଛ୍ର ଚାଷୀମାନେ ସଂକଳ୍ପ ଗ୍ରହଣ କରିଛନ୍ତି । ଏହାହିଁ ତ ଆତ୍ମନିର୍ଭରତା ।
ବନ୍ଧୁଗଣ, ଆମେ ଯେତେବେଳେ କିଛି ନୂଆ କରିବାର ଚିନ୍ତା କରୁ, ନବୋନ୍ମେଷ କଥା ଚିନ୍ତାକରୁ, ସେତେବେଳେ ଏଇଭଳି କଥା ସମ୍ଭବ ହୁଏ ଯାହା ବିଷୟରେ ସାଧାରଣତଃ କେହି କଳ୍ପନା କରିନଥାନ୍ତି, ଯେମିତିକି ବିହାରର କିଛି ଯୁବ ଛାତ୍ରମାନଙ୍କ କଥା ନିଅନ୍ତୁ । ପ୍ରଥମେ ଏମାନେ ସାଧାରଣ ଚାକିରି କରୁଥିଲେ । ଦିନେ ସେମାନେ ମୁକ୍ତାଚାଷ କରିବା ପାଇଁ ସ୍ଥିର କଲେ । ତାଙ୍କ ଅଂଚଳରେ ଲୋକେ ଏ ବିଷୟରେ ବେଶୀ କିଛି ଜାଣିନଥିଲେ କିନ୍ତୁ ଏମାନେ ପ୍ରଥମେ ସବୁ ପ୍ରକାର ସୂଚନା ଏକତ୍ରିତ କଲେ । ଜୟପୁର ଏବଂ ଭୁବନେଶ୍ୱର ଯାଇ ତାଲିମ ଗ୍ରହଣ କଲେ ଆଉ ନିଜ ଗାଁରେ ହିଁ ମୁକ୍ତାଚାଷ ଆରମ୍ଭ କରିଦେଲେ । ଆଜି ଏମାନେ ନିଜେ ଏଥିରୁ ଯଥେଷ୍ଟ ରୋଜଗାର କରିପାରିବା ସହ ମୁଜାଫରପୁର, ବେଗୁସରାଇ ଏବଂ ପାଟନାକୁ ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଏ ବିଷୟରେ ତାଲିମ ଦେବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏହାଦ୍ୱାରା ଅନେକ ଲୋକଙ୍କ ପାଇଁ ଆତ୍ମନିର୍ଭର ହେବାର ବାଟ ଖୋଲିଯାଇଛି ।
ବନ୍ଧୁଗଣ, କିଛିଦିନ ପରେ ଆସୁଛି ରକ୍ଷାବନ୍ଧନ ପର୍ବ । ମୁଁ ଏବେ ଦେଖୁଛି ଯେ ଅନେକ ଲୋକ ଏବଂ ସଂସ୍ଥା ଏଥର ରକ୍ଷାବନ୍ଧନ ପର୍ବକୁ କିଛି ଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ଅଭିଯାନ ଚଳାଇଛନ୍ତି । କିଛି ଲୋକ ଏହାକୁ ‘ଭୋକାଲ ଫର ଲୋକାଲ’ ସହିତ ଯୋଡ଼ୁଛନ୍ତି, ଆଉ ତାହା ଠିକ୍ ମଧ୍ୟ । ଆମର ପର୍ବପର୍ବାଣୀ ଦ୍ୱାରା ଆମ ସମାଜର, ଆମ ଘର ଆଖପାଖର କୌଣସି ବ୍ୟକ୍ତିର ବ୍ୟବସାୟ ଯଦି ବୃଦ୍ଧିପାଏ ତେବେ ସେହି ପର୍ବ ତା’ପାଇଁ ମଧ୍ୟ ଖୁସି ଆଣିଦିଏ, ଆନନ୍ଦର ମୁହୂର୍ତ ପାଲଟିଯାଏ । ସମସ୍ତ ଦେଶବାସୀଙ୍କୁ ରକ୍ଷାବନ୍ଧନର ବହୁତ ବହୁତ ଶୁଭକାମନା ।
ବନ୍ଧୁଗଣ! ଅଗଷ୍ଟ ୭ ତାରିଖ ହେଉଛି ଜାତୀୟ ହସ୍ତତନ୍ତ ଦିବସ । ଭାରତର ହସ୍ତତନ୍ତ, ଆଉ ହସ୍ତଶିଳ୍ପ ଭିତରେ ଶହଶହ ବର୍ଷର ଏକ ଗୌରବମୟ ଇତିହାସ ପ୍ରତିଭାତ ହୋଇଥାଏ । ଆମ ସମସ୍ତଙ୍କର ପ୍ରୟାସ ହେବା ଦରକାର ଯେ ନା କେବଳ ଭାରତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପର ଅଧିକରୁ ଅଧିକ ଉପଯୋଗ ହେଉ, ବରଂ, ଏ ସମ୍ପର୍କରେ ଆମେ ଅଧିକରୁ ଅଧିକ ଲୋକଙ୍କୁ ଜଣାଇବା ବି ଦରକାର । ଭାରତର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କେତେ ମହିମାମଣ୍ଡିତ, କେତେ ବିବିଧତାପୂର୍ଣ୍ଣ, ଏ ସମ୍ପର୍କରେ ବିଶ୍ୱ ଯେତେ ଅଧିକ ଜାଣିବ, ଆମର ସ୍ଥାନୀୟ କାରିଗର ଏବଂ ବୁଣାକାରଙ୍କୁ ସେତିକି ଅଧିକ ଲାଭ ମିଳିବ ।
ବନ୍ଧୁଗଣ! ବିଶେଷକରି ମୋର ଯୁବବନ୍ଧୁଗଣ, ଆମ ଦେଶ ବଦଳିବାରେ ଲାଗିଛି । ଇଏ କେମିତି ବଦଳୁଛି? କେତେ ଜୋରରେ ବଦଳୁଛି? କୋଉ କୋଉ କ୍ଷେତ୍ରରେ ବଦଳୁଛି? ଏକ ସକାରାତ୍ମକ ବିଚାର ସହିତ ଯଦି ଏସବୁ ଉପରେ ଦୃଷ୍ଟିନିକ୍ଷେପ କରାଯାଏ ତାହାଲେ ଆମକୁ ଆଶ୍ଚର୍ଯ୍ୟ ହେବାକୁ ପଡ଼ିବ । ଗୋଟିଏ ସମୟ ଥିଲା, ଯେତେବେଳେ ଖେଳକୁଦଠାରୁ ଆରମ୍ଭକରି ଅନ୍ୟାନ୍ୟ କ୍ଷେତ୍ର ପର୍ଯ୍ୟନ୍ତ ଅଧିକତର ଲୋକ ବଡ଼ ବଡ଼ ସହରରୁ କିମ୍ବା ବଡ଼ ବଡ଼ ପରିବାରରୁ ଅଥବା ନାମୀଦାମୀ ସ୍କୁଲ କଲେଜରୁ ଆସୁଥିଲେ । ଏବେ କିନ୍ତୁ ଚିତ୍ର ବଦଳିବାରେ ଲାଗିଛି ।
ଗାଁରୁ, ଛୋଟ ସହରରୁ, ସାଧାରଣ ପରିବାରରୁ, ଆମର ଯୁବବର୍ଗ ଏବେ ଆଗକୁ ଆସିବାରେ ଲାଗିଛନ୍ତି । ସଫଳତାର ନୂତନ ଶିଖର ସ୍ପର୍ଶ କରୁଛନ୍ତି । ଏମାନେ ସଙ୍କଟ ମଧ୍ୟରେ ଗତିକରି ବି ନୂଆ ନୂଆ ସ୍ୱପ୍ନକୁ ଗୁନ୍ଥି ଆଗକୁ ବଢ଼ିବାରେ ଲାଗିଛନ୍ତି । ଏଇଭଳି କିଛି ଦେଖିବାକୁ ମିଳିଛି ଏଇ ନିକଟରେ ପ୍ରକାଶ ପାଇଥିବା ବୋର୍ଡ ପରୀକ୍ଷା ଫଳ ପରିଣାମରେ । ଆଜିର ‘ମନ୍ କି ବାତ୍’ରେ ଆମେ ଏଇଭଳି କିଛି ପ୍ରତିଭାଶାଳୀ ପୁଅ ଝିଅଙ୍କ ସହ କଥାହେବା । ଏଭଳି ଜଣେ ପ୍ରତିଭାଶାଳୀ କନ୍ୟା ହେଉଛନ୍ତି କୃତିକା ନାନ୍ଦଲ। କୃତିକା ହରିୟାଣା ପାନିପଥର ବାସିନ୍ଦା ।
ମୋର ପ୍ରିୟ ଦେଶବାସୀଗଣ, ବର୍ତମାନ ବର୍ଷାଋତୁ ମଧ୍ୟ ଚାଲିଛି । ଗତଥର ମଧ୍ୟ ମୁଁ ଆପଣମାନଙ୍କୁ କହିଥିଲି ଯେ ବର୍ଷାଦିନେ ଆବର୍ଜନା ଓ ସେଥିରୁ ହେଉଥିବା ବିଭିନ୍ନ ରୋଗର ବିପଦ ବଢ଼ିଯାଏ, ଡାକ୍ତରଖାନାଗୁଡ଼ିକରେ ଭିଡ଼ ବଢ଼ିଯାଏ । ତେଣୁ ଆପଣ ପରିଷ୍କାର ପରିଚ୍ଛନ୍ନତା ଉପରେ ବେଶୀ ଦୃଷ୍ଟି ଦିଅନ୍ତୁ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଭଳି ଜିନିଷ, ଆୟୁର୍ବେଦିକ କାଢ଼ା ଇତ୍ୟାଦି ବ୍ୟବହାର କରୁଥାନ୍ତୁ । କରୋନା ସଂକ୍ରମଣ ସମୟରେ ଆମେ ଅନ୍ୟ ରୋଗଠାରୁ ଦୂରେଇ ରହିବା । ଆମକୁ ବାରମ୍ବାର ଯେମିତି ଡାକ୍ତରଖାନା ଯିବାକୁ ନ ପଡ଼େ, ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ ।
ବନ୍ଧୁଗଣ, ବର୍ଷାଋତୁରେ, ଦେଶର ଗୋଟିଏ ବଡ଼ ଭାଗ ବନ୍ୟା ସହ ଲଢ଼େଇ କରୁଛି । ବିହାର, ଆସାମ ଭଳି ରାଜ୍ୟର ଅନେକ ଅଂଚଳରେ ବନ୍ୟା ଦ୍ୱାରା ବହୁତ ସମସ୍ୟା ସୃଷ୍ଟି ହୋଇଛି; ଅର୍ଥାତ ଗୋଟିଏ ପଟେ କରୋନା ତ ଆଉ ଗୋଟିଏ ପଟେ ବନ୍ୟା ମଧ୍ୟ ବଡ଼ ଆହ୍ୱାନ ପାଲଟିଛି । ଏପରି ଅବସ୍ଥାରେ ସମସ୍ତ ସରକାର, ଏନ୍ଡିଆର୍ଏଫ୍ର ଟିମ୍, ରାଜ୍ୟର ବିପର୍ଯ୍ୟୟ ନିୟନ୍ତ୍ରଣକାରୀ ଟିମ୍, ସ୍ୱେଚ୍ଛାସେବୀ ସଂଗଠନ, ସମସ୍ତେ ଏକଜୁଟ୍ ହୋଇ ସବୁ ଦିଗରୁ ରିଲିଫ୍ ଓ ଉଦ୍ଧାର କାମ ଚଳାଇଛନ୍ତି । ଏହି ବିପର୍ଯ୍ୟୟରେ ପ୍ରଭାବିତ ସବୁ ଲୋକଙ୍କ ସହ ସମଗ୍ର ଦେଶ ରହିଛି ।
ବନ୍ଧୁଗଣ, ଆସନ୍ତା ଥର ଯେତେବେଳେ ଆମେ ‘ମନ କି ବାତ୍’ରେ ଭେଟ ହେବା, ତା’ପୂର୍ବରୁ ହିଁ ୧୫ ଅଗଷ୍ଟ ଆସିଯିବ । ଏଥର ୧୫ ଅଗଷ୍ଟ ମଧ୍ୟ ଭିନ୍ନ ପରିସ୍ଥିତିରେ ହେବ – କରୋନା ମହାମାରୀର ଏହି ବିପର୍ଯ୍ୟୟ ସମୟ ଭିତରେ ହେବ ।
ମୋର, ନିଜ ଯୁବବନ୍ଧୁମାନଙ୍କୁ, ସମସ୍ତ ଦେଶବାସୀଙ୍କୁ ଅନୁରୋଧ ଯେ ଆମେ ସ୍ୱାଧୀନତା ଦିବସରେ ମହାମାରୀରୁ ମୁକ୍ତି ପାଇଁ ସଂକଳ୍ପ ନେବା, ଆତ୍ମନିର୍ଭର ଭାରତର ସଂକଳ୍ପ ନେବା, କିଛି ନୂଆ ଶିଖିବା ଓ ଶିଖାଇବାର ସଂକଳ୍ପ ନେବା, ନିଜ କର୍ତବ୍ୟ ପାଳନ କରିବାର ସଂକଳ୍ପ ନେବା । ଆମ ଦେଶ ଏବେ ଯେଉଁ ଉଚ୍ଚତାରେ ପହଂଚିଛି, ତାହା ଏପରି କେତେକ ମହାପୁରୁଷଙ୍କ ତପସ୍ୟା କାରଣରୁ ସମ୍ଭବ ହୋଇଛି, ଯେଉଁମାନେ ରାଷ୍ଟ୍ରନିର୍ମାଣ ପାଇଁ ନିଜର ଜୀବନକୁ ସମର୍ପି ଦେଇଥିଲେ । ସେମାନଙ୍କ ମଧ୍ୟରୁ ଲୋକମାନ୍ୟ ତିଳକ ଅନ୍ୟତମ । ୧ ଅଗଷ୍ଟ ୨୦୨୦ରେ ଲୋକମାନ୍ୟ ତିଳକ ଜୀଙ୍କ ୧୦୦ ତମ ପୁଣ୍ୟତିଥି । ଲୋକମାନ୍ୟ ତିଳକ ଜୀଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ପ୍ରେରଣା । ତାହା ଆମକୁ ବହୁତ କିଛି ଶିକ୍ଷା ଦେଇଥାଏ ।
ଆସନ୍ତା ଥର ଯେତେବେଳେ ଆମେ ଭେଟିବା, ପୁଣିଥରେ ବହୁତ କଥା ହେବା, ମିଶିକି କିଛି ନୂଆ ଶିଖିବା ଆଉ ସମସ୍ତଙ୍କ ସହ ବାଂଟିବା । ଆପଣମାନେ ସମସ୍ତେ ନିଜର ଯତ୍ନ ନିଅନ୍ତୁ, ନିଜ ପରିବାରର ଯତ୍ନ ନିଅନ୍ତୁ ଏବଂ ସୁସ୍ଥ ରହନ୍ତୁ । ସମସ୍ତ ଦେଶବାସୀଙ୍କୁ ଆଗାମୀ ପର୍ବପର୍ବାଣୀର ବହୁତ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ରାଜ୍ୟକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ମେଗା ନିଯୁକ୍ତି ଯୋଜନା ଆରମ୍ଭ କରିବେ। ଏହି ମେଗା ନିଯୁକ୍ତି ଯୋଜନା ବିହାରର ଖଗରିଆ ଜିଲ୍ଲାରୁ ୨୦ ଜୁନ୍ ଶନିବାର ଦିନ ଆରମ୍ଭ ହେବ। ସେହି ଅନୁଯାୟୀ, ୬ ଟି ରାଜ୍ୟର ୧୧୬ ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରିବାକୁ କେନ୍ଦ୍ର ଯୋଜନା କରିଛି। ସମ୍ପ୍ରତି, କୋଭିଡ -୧୯ ମହାମାରୀ ହେତୁ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ସହରାଞ୍ଚଳ ତଥା ଶିଳ୍ପ କେନ୍ଦ୍ରରୁ ନିଜ ରାଜ୍ୟକୁ ଫେରି ଆସିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନଙ୍କୁ ଚାକିରୀ ଯୋଗାଇବା ପାଇଁ ୨୫ ଟି ଯୋଜନା ଏକାଠି କରାଯାଇଛି। ଏହି ଯୋଜନାରେ ସମ୍ପୃକ୍ତ ସମୁଦାୟ ପରିମାଣ ପ୍ରାୟ ୫୦,୦୦୦ କୋଟି ଟଙ୍କା ଯାହାକି ରୋଜଗାର ଅଭିଯାନ ପାଇଁ ବ୍ୟବହୃତ ହେବ ଏବଂ ଏହା ଅତି କମରେ ୧୨୫ ଦିନ ପାଇଁ ଜୀବିକା ସହାୟତା ଯୋଗାଇବ। ପ୍ରବାସୀ ଶ୍ରମର କୌଶଳ ସେଟ୍ ମ୍ୟାପ୍ ହୋଇଛି ଏବଂ ସେହି ଜିଲ୍ଲାଗୁଡିକରେ ସେହି ଅନୁଯାୟୀ କାର୍ଯ୍ୟ ବଣ୍ଟନ କରାଯିବ। ଯେଉଁ ଜିଲ୍ଲାଗୁଡ଼ିକରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଅତି କମରେ ୨୫,୦୦୦ ରହିଛି ସେହି ଜିଲ୍ଲାଗୁଡ଼ିକୁ ଚୟନ କରାଯାଇଛି।
ନୂଆଦିଲ୍ଲୀ, କୋଭିଡ-୧୯ ଭୂତାଣୁ ସଂକ୍ରମଣ ଏବଂ ତଦଜନିତ ଲକଡାଉନ କାରଣରୁ ଭାରତର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଥିଲେ ହେଁ ୨୦୨୧-୨୨ ଆର୍ଥିକ ବର୍ଷରେ ଏଥିରେ ସୁଧାର ଆସିବ ବୋଲି ଦୁଇଟି ଅନ୍ତର୍ଜାତୀୟ ସ୍ତରର ରେଟିଂ ଏଜେନ୍ସି ଆକଳନ କରିଛନ୍ତି । ବିଶ୍ୱସ୍ତରୀୟ ରେଟିଂ ସଂସ୍ଥା ଫିଚର ଆକଳନ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ସାଢ଼େ ୯ ପ୍ରତିଶତ ରହିବ । ଏହି ଆର୍ଥିକ ବର୍ଷରେ ଦେଶର ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ହାର ତ୍ୱରାନ୍ୱିତ ହେବ । ଦେଶରେ ମହାମାରୀ ଜନିତ ଆର୍ଥିକ ଦୁଃସ୍ଥିତିକୁ ଦୂର କରିବା ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ଅନେକଗୁଡ଼ିଏ ଯୁଗାନ୍ତକାରୀ ନିର୍ଣ୍ଣୟ ଫଳରେ ଦେଶର ଅଭିବୃଦ୍ଧି ହାର ପୁଣିଥରେ ଟ୍ରାକକୁ ଫେରିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।
ଅନ୍ୟପକ୍ଷରେ ଅନ୍ତର୍ଜାତୀୟସ୍ତରର ରେଟିଂ ଏଜେନ୍ସି ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ସଂକ୍ରାନ୍ତରେ ଏଭଳି ସକାରାତ୍ମକ ଆକଳନ କରିବା ପରେ ବିଭିନ୍ନ ମହଲରେ ଉତ୍ସାହ ପ୍ରକାଶ ପାଇଛି। ବିଭିନ୍ନ କ୍ଷେତ୍ର ପାଇଁ ବିଗତ କିଛିଦିନ ଧରି କେନ୍ଦ୍ର ସରକାର ଏକାଧିକ ବିକାଶମୂଳକ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। ଏହାକୁ ସ୍ୱାଗତ କରିଥିବା ଲୋକମାନେ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ନବରଙ୍ଗପୁର ଚାମ୍ବର ଅଫ କମର୍ସର ସଦସ୍ୟ ବିକ୍ରମ ଜୈନ କହିଛନ୍ତି ଯେ ଆଗାମୀ ଦିନରେ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ବିକାଶ ହେବ। ବର୍ତମାନ ସମ୍ପୂର୍ଣ୍ଣ ବାଣିଜ୍ୟ ଜଗତ, ଶ୍ରମ ବଳ ପ୍ରସ୍ତୁତ ହୋଇ ରହିଛନ୍ତି।
କରୋନା ମହାମାରୀ କାରଣରୁ ବ୍ୟବସାୟିକ କ୍ଷେତ୍ରରେ ଯେଉଁ ନିରବତା ଦେଖାଦେଇଛି ତାହା ଝଡ଼ ପୂର୍ବର ନିରବତା। ଆଗାମୀ ଦିନରେ ବ୍ୟବସାୟିକ, ଆର୍ଥିକ ବିକାଶର ଏକ ଝଡ଼ ଆସିବ। ବିଭିନ୍ନ ବ୍ୟବସାୟ କ୍ଷେତ୍ର ଉନ୍ନତ ପ୍ରଦର୍ଶନ କରିବେ। କରୋନା ସମଗ୍ର ବିଶ୍ୱ ପାଇଁ ଏକ ବିପଦ ଥିଲା। କିନ୍ତୁ ଭାରତ ଏହି ବିପଦକୁ ସୁଯୋଗରେ ପରିଣତ କରିଛି । ଭାରତୀୟ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ହେବ। ଦେଶର ଆର୍ଥିକ ଦୁରବସ୍ଥା ନେଇ ଯେଉଁସବୁ ଆଶଙ୍କା କରାଯାଉଛି ସେସବୁ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ କାରଣରୁ ଅମୂଳକ ସାବ୍ୟସ୍ତ ହେବ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଶିଳ୍ପ, କୃଷି, ଏମଏସଏମଇ, ମତ୍ସ୍ୟପାଳନ, ପଶୁସମ୍ପଦ ବିଭିନ୍ନ କ୍ଷେତ୍ର ପାଇଁ ନଗଦ ଉପଲବ୍ଧ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ପଦକ୍ଷେପ କାରଣରୁ ଭାରତ ପୁଣିଥରେ ବିକାଶଧାରାରେ ଆଗେଇ ଯିବ ଓ ସାରା ବିଶ୍ୱରେ ଏକ ସମୃଦ୍ଧ ରାଷ୍ଟ୍ର ଭାବେ ଉଭା ହେବ। ସେହିପରି ନବରଙ୍ଗପୁର ଚାମ୍ବର ଅଫ କମର୍ସର ଉପସଭାପତି ରାକେଶ ଗୁପ୍ତା କହିଛନ୍ତି ଯେ ଅର୍ଥନୀତି କ୍ଷେତ୍ର ପାଇଁ ସରକାର ଯେଭଳି ଭାବେ ଆର୍ଥିକ ସହାୟତା ଘୋଷଣା କରୁଛନ୍ତି ଓ ଏମଏସଏମଇ କ୍ଷେତ୍ର ପାଇଁ ଯେଉଁସବୁ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରାଯାଇଛି, ତାହାଦ୍ୱାରା ନିଶ୍ଚିତ ଭାବେ ଲୋକମାନଙ୍କର କ୍ରୟଶକ୍ତି ବଢ଼ିବ ଏବଂ ଦେଶର ଦ୍ରୁତ ଆର୍ଥିକ ବିକାଶ ହୋଇପାରିବ ।
ଭାରତ ବିଶ୍ୱ ଆର୍ଥିକ ମହାଶକ୍ତିମାନଙ୍କ ତାଲିକାର ଶୀର୍ଷରେ ରହିପାରିବ । ସେ ଆହୁରି କହିଛନ୍ତି, ମାର୍ଚ୍ଚ ମାସରେ କରୋନା ଆରମ୍ଭ ହେବା ପରଠାରୁ ସେମାନଙ୍କର ବ୍ୟବସାୟ ପ୍ରଭାବିତ ହୋଇଥିଲା। ଯାହାର କୁପ୍ରଭାବ ବର୍ତମାନସୁଦ୍ଧା ରହିଛି । ଏହାସତ୍ୱେ ପ୍ରଧାନମନ୍ତ୍ରୀ ଏମଏସଏମଇ କ୍ଷେତ୍ର ପାଇଁ ଯେଉଁ ଋଣ ସହାୟତା ଘୋଷଣା କରିଛନ୍ତି ତାହା ଆଗାମୀ ଦିନରେ ଏହି କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ସହାୟକ ହୋଇପାରିବ । ଦେଶର ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ। ଆତ୍ମ ନିର୍ଭର ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ନିଶ୍ଚିତ ଭାବେ ସାକାର ହୋଇପାରିବ ବୋଲି ଶ୍ରୀ ଗୁପ୍ତା ଦୃଢ଼ତାର ସହିତ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସମ୍ପ୍ରତି କରୋନା ମହାମାରୀ କାରଣରୁ ଦେଶରେ ବିଭିନ୍ନ ପର୍ଯ୍ୟାୟରେ ଲକଡାଉନ ଜାରି କରାଯାଇଛି । ସାମାଜିକ ଦୂରତ୍ୱ ରକ୍ଷା କରି ମହମାରୀର ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ ଲକଡାଉନ, ସଟଡାଉନ ଭଳି ଜରୁରି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଏହା ଦେଶର ଆର୍ଥିକ କାର୍ଯ୍ୟକଳାପକୁ ଏକପ୍ରକାର ଠପ କରି ଦେଇଛି । ଏଥିଯୋଗୁ ଅଭିବୃଦ୍ଧି ହାର ପ୍ରଭାବିତ ହୋଇଛି ।
ଏହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ କ୍ଷେତ୍ର ଉପରେ ପଡ଼ିଥିବା ଆର୍ଥିକ ଚାପ ହ୍ରାସ କରିବା ଲାଗି ଭାରତ ସରକାର ଅନେକଗୁଡ଼ିକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଦେଶର ୮୦ କୋଟି ପରିବାରକୁ ମାଗଣା ଖାଦ୍ୟଶସ୍ୟ, ପ୍ରବାସୀମାନଙ୍କୁ ଖାଦ୍ୟସାମଗ୍ରୀ ଓ ପରିବହନ ସୁବିଧା, ମଧ୍ୟବିତଙ୍କ ପାଇଁ ଆର୍ଥିକ ରିହାତି, ମହିଳା ଜନଧନ ଆକାଉଂଟଧାରୀ, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କୁ ଡିବିଟି ଜରିଆରେ ନଗଦ ହସ୍ତାନ୍ତର, ଉଜ୍ଜ୍ୱଳା ଯୋଜନାର ମହିଳା ହିତାଧିକାରୀମାନଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର, କୃଷିଜାତ ସାମଗ୍ରୀ ପାଇଁ ଏକରାଷ୍ଟ୍ର ଏକ ବଜାର ବ୍ୟବସ୍ଥା, ଏମଏସପି ଦର ବୃଦ୍ଧି, ଏମଏସଏମଇଗୁଡ଼ିକ ପାଇଁ ପ୍ରୋତ୍ସାହନ ଭଳି ଗୁରୁତ୍ୱପୂର୍ଣ୍ଣ ନୀତିଗତ ତଥା ଆର୍ଥିକ ସହାୟତା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି।
ମହାମାରୀ ଜନିତ ପ୍ରଭାବ କାରଣରୁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଶର ଅର୍ଥବ୍ୟବସ୍ଥାର ସୁଧାର ଦିଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଏସବୁ ଦୃଢ଼, ସାହସିକ ତଥା ସଂସ୍କାରମୂଳକ ପଦକ୍ଷେପ ଉଭୟ ସ୍ୱଳ୍ପକାଳିନ ଏବଂ ଦୀର୍ଘକାଳିନ ଭିତିରେ ଦେଶକୁ ଲାଭାନ୍ୱିତ କରିବ।
ସୂଚନାଯୋଗ୍ୟ ଯେ କୋଭିଡ-୧୯ ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ମାର୍ଚ୍ଚ ୨୪ ତାରିଖରେ ଲକଡାଉନ ଘୋଷଣା ହେବା ସଙ୍ଗେ ସଙ୍ଗେ ମାର୍ଚ୍ଚ ୨୬ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଏଥିରେ ଦେଶର ଗରିବ ଓ ଅସହାୟଙ୍କ କଲ୍ୟାଣ ପାଇଁ ମୁଖ୍ୟତଃ ଗୁରୁତ୍ୱାରୋପ କରାଯାଇଥିଲା।
ଏହାପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ୨୦ ଲକ୍ଷ କୋଟି ଟଙ୍କାର ଏକ ବିସ୍ତୃତ ପ୍ୟାକେଜ ଘୋଷଣା କରିଥିଲେ । ଏହି ପ୍ୟାକେଜ ଅନ୍ତର୍ଗତ ଏମଏସଏମଇଗୁଡ଼ିକ ପାଇଁ ୩ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ଘୋଷଣା କରାଯାଇଥିଲା । ସେହିପରି କୃଷି କ୍ଷେତ୍ର, କ୍ଷୁଦ୍ର ବ୍ୟବସାୟୀ, ଉଠାଦୋକାନୀ, ପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ଆର୍ଥିକ ସହାୟତା, ରିହାତି ଘୋଷଣା କରାଯାଇଛି । ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ ମଧ୍ୟ ବିଭିନ୍ନ କ୍ଷେତ୍ର ପାଇଁ କେତେକ ଯୁଗାନ୍ତକାରୀ ନୀତିଗତ ପଦକ୍ଷେପକୁ ମଞ୍ଜୁରି ଦେଇଛନ୍ତି । ଯାହା ଦେଶର ଅର୍ଥବ୍ୟବସ୍ଥାର ସ୍ଥାୟୀ ବିକାଶ ପାଇଁ ବିଶେଷ ସହାୟକ ହୋଇପାରିବ ।
ଭୁବନେଶ୍ବର : କରୋନା ମହାମାରୀ ସହ ଲଢେଇ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ପ୍ରସ୍ତୁତି କରିଛନ୍ତି । ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଚାଲିଥିବାବେଳେ ଆଜି ପୁଣି ଥରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ମାର୍ଚ୍ଚ 24ରୁ ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଲକ୍ ଡାଉନ୍ ପରେ ମଧ୍ୟ ଦେଶରେ କରୋନା ସ୍ଥିତି ଜଟିଳ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ସ୍ଥିତିକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନ ସମ୍ପର୍କରେ ଚର୍ଚ୍ଚା କରିଛନ୍ତି । ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଆସନ୍ତା 17 ତାରିଖରେ ଶେଷ ହେବାକୁ ଥିବାବେଳେ ଆଗାମୀ ରଣନୀତି ନେଇ ଏହି ଆଲୋଚନା କରାଯାଇଛି ।
ଏହି ଆଲୋଚନା ସମୟର ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜାବ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଲକ୍ଡାଉନ୍ ଅବଧି ବଢାଇବା ଉପରେ ଗୁରୁତ୍ବ ଦେଇଥିଲେ। ସେହିପରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଅନେକେ ଟ୍ରେନ୍ ଚଳାଚଳକୁ ମଧ୍ୟ ବିରୋଧ କରିଥିଲେ । ଏହି ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦାବି ଉପସ୍ଥାପନ କରିବା ସହ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।
ତେବେ ଆସନ୍ତୁ ଜାଣିବା, ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ କ’ଣ ରହିଛି ନବୀନଙ୍କ ଦାବି
- କେନ୍ଦ୍ର ସରକାରଙ୍କ ଦ୍ବାରା କରୋନା ସ୍ଥିତିକୁ ନେଇ ପ୍ରଚଳିତ ହେଉଥିବା ଜିଲ୍ଲାଓ୍ବାରୀ ଜୋନ୍କୁ ପରିବର୍ତ୍ତନ କରାଯାଇ ସ୍ଥାନୀୟ ପ୍ରଶାସନର ପରାମର୍ଶ କ୍ରମେ ଛୋଟ ଛୋଟ ତଥା ସାଇଣ୍ଟିଫିକ୍ କୋଭିଡ୍ ଜୋନ୍ରେ ପରିଣତ କରାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି ନବୀନ ।
- ଲକ୍ଡାଉନ୍ ଓ ଅନ୍ୟାନ୍ୟ କଟକଣାକୁ ନେଇ ଜାତୀୟ ସ୍ତରରେ ନୀତି ନିର୍ଦ୍ଧାରଣ କରି ଏହାକୁ କାର୍ଯ୍ୟକାରୀ କରିବା ଲାଗି ସ୍ଥାନୀୟ ପ୍ରଶାସନ ଉପରେ କ୍ଷମତା ନ୍ୟସ୍ତ କରାଯାଉ।
- ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ତ୍ବରାନ୍ବିତ ତଥା ସଶକ୍ତ କରିବା ପାଇଁ ଜାତୀୟ ସ୍ତରରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜିଅର (ଏସ୍ଓପି) ପ୍ରସ୍ତୁତ କରାଯାଉ। ରାଜ୍ୟ ମାନଙ୍କର ଉତ୍ପାଦନ ଏବଂ ଅଭିବୃଦ୍ଧି ପରସ୍ପରର ପରିପୂରକ। ତେଣୁ କେନ୍ଦ୍ର ସରକାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ନିୟମ ପ୍ରଣୟନ କରନ୍ତୁ ।
- କୋଭିଡ ପରିଚାଳନାରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା କରୋନା ନୀତିରେ କିଛି ପରିବର୍ତ୍ତନ କରି ପଞ୍ଚାୟତରାଜ ବ୍ୟବସ୍ଥାକୁ ସାମିଲ୍ କରାଯାଇପାରେ । କୋଭିଡ୍ ଯୁଦ୍ଧ ଆହୁରି ଲମ୍ବା ଚାଲିବାକୁ ଥିବାରୁ କେନ୍ଦ୍ର ସରକାର କରୋନା ପରିଚାଳନାରେ ପଞ୍ଚାୟତରାଜକୁ ସାମିଲ କରିବା ପାଇଁ ନବୀନ ଦାବି କରିଛନ୍ତି ।
- ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀଙ୍କୁ ଉଦ୍ଧାର ପାଇଁ ରାଜ୍ୟ ମାନଙ୍କସହ ପରାମର୍ଶ କରି ଟ୍ରେନ୍ ଚଳାଚଳ କରାଯିବା ପାଇଁ ଦାବି ରଖିଛନ୍ତି ନବୀନ ।
Dumka: Prime Minister Narendra Modi addresses a public meeting in Dumka, Jharkhand on Dec 15, 2019. (Photo: IANS)