Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ଅଠର ଜଣିଆ ନୂଆ ଟିଭି ପ୍ୟାନେଲିଷ୍ଟ, ହଟିଲେ ମାନସ ମଙ୍ଗରାଜଙ୍କ ଚେଲା

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ନୂଆ ଟିଭି ପ୍ୟାନେଲିଷ୍ଟଙ୍କ ନାମ ଘୋଷଣା କରିଛି। ଏଥିରେ ଦଳ ଅଠର ଜଣଙ୍କୁ ଏହି ପ୍ୟାନେଲରେ ନେଇଛି।ଏଥିରେ ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ, ସୁବାସ ସିଂ ପ୍ରମୁଖ ରହିଛନ୍ତି। ସେମାନେ ହେଲେ

ତେବେ ଏହି ତାଲିକାରୁ ବିଜେଡି ବିପର୍ଯ୍ୟୟ ପାଇଁ ଅନ୍ୟତମ କାରଣ ହୋଇଥିବା ମାନସ ମଙ୍ଗରାଜଙ୍କ ଚେଲାମାନଙ୍କ ନାମ କାଟି ଦିଆଯାଇଛି। ସେଥିପାଇଁ ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ପୂର୍ବରୁ ଯେଉଁ ତାଲିକା କରାଯାଇଥିଲା ତାହାକୁ ବାତିଲ କରାଯାଗଲା। ଏହି ବିଜ୍ଞପ୍ତି ଦଳର ବରିଷ୍ଠ ରାଜ୍ୟ ମିଡିଆ ସଂଯୋଜକ ପ୍ରତାପ ଜେନାଙ୍କ ଦସ୍ତଖତରେ ପ୍ରକାଶ ପାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଧାନସଭାରେ ନବୀନ କହୁଥିବା ବେଳେ ତାଙ୍କ ମାଇକ ବନ୍ଦ କରିଦିଆଗଲା, ବାଚସ୍ପତିଙ୍କ ନିକଟରେ ବିଜେଡିର ଅଭିଯୋଗ

ଭୁବନେଶ୍ବର: ଆଜି ମୁଖ୍ୟ ବିରୋଧୀ ଦଳ ବିଜେଡି, ବାଚସ୍ପତିଙ୍କ ନିକଟରେ ଏକ ଗୁରୁତର ଅଭିଯୋଗ କରିଛି। ତାହା ହେଲା ଆଜି ଗୃହରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ କିଛି କହୁଥିବା ବେଳେ ତାଙ୍କର ମାଇକ ବନ୍ଦ କରିଦିଆଗଲା। ଏପରିକି ତାଙ୍କର ଭିଡିଓକୁ ମଧ୍ୟ କାଟି ଦିଆଗଲା। ଏପରି ଏକ ଅଭିଯୋଗ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ।

ପ୍ରମିଳା କହିଛନ୍ତି ଯେ, ବିରୋଧୀ ଦଳର ନେତା କିଛି କହିବାକୁ ଚାହୁଁଥିଲେ ତାଙ୍କୁ ସୁଯୋଗ ଦିଆଯାଇଥାଏ। ହେଲେ ତାଙ୍କୁ ଅପମାନିତ କରିବା ପାଇଁ ରାଜ୍ୟ ସରକାର ଏପରି ଷଢଯନ୍ତ କରିଛନ୍ତି। ଦୟାକରି ରାଜ୍ୟ ସରକାର ଏପରି କାର୍ଯ୍ୟରୁ ନିବୃତ ରୁହନ୍ତୁ ବୋଲି ପ୍ରମିଳା ଦାବୀ କରିଛନ୍ତି। ଏ ନେଇ ସେ ବାଚସ୍ପତି ସୁରମା ପାଢୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମାଗଣା ବିଜୁଳି କୁଆଡେ ଗଲା? ରଥଯାତ୍ରା ବିଭ୍ରାଟ କାହିଁକି ହେଲା? ସରକାରଙ୍କୁ ଘେରିବା ପାଇଁ ବିଜେଡିର ପ୍ରସ୍ତୁତି

ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସନ୍ତା ବିଧାନସଭାରେ ଦଳ କିପରି ବିରୋଧୀ ଦର ଭୂମିକା ଗ୍ରହଣ କରିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛି। ଏଥର ରାଜ୍ୟବାସୀ ବିଜେଡିକୁ ନୂଆ ଦାୟିତ୍ବ ଦେଇଛନ୍ତି। ତାହାକୁ ଠିକ ଭାବେ ପାଳନ କରିବା ପାଇଁ ସେ ବିଧାୟକଙ୍କୁ କହିଛନ୍ତି।

ଏଥର ବିଜେଡି ବିଭିନ୍ନ ପ୍ରସଂଗରେ ସରକାରଙ୍କୁ ଘେରିବା ପାଇଁ ନିଷ୍ପତି କରିଛି। ମୁଖ୍ୟତଃ ଗତକିଛି ଦିନ ଧରି ରାଜ୍ୟରେ ଯେପରି ଦରଦାମ ବୃଦ୍ଧି ପାଇଛି ସେ ନେଇ ସରକାରଙ୍କୁ ଘେରିବ ବିଜେଡି। ସେହିପରି ଏଥର ରଥଯାତ୍ରାରେ ଯେପରି ବିଭ୍ରାଟ ହେଲା ତାହାକୁ ଅନ୍ୟତମ ପ୍ରସଂଗ କରିବ ଦଳ। ଏ ନେଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ବିଧାୟକଙ୍କୁ ପ୍ରସ୍ତୁତ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ବିଜେପି ନିର୍ବାଚନ ସମୟରେ ଜୁଲାଇ ମାସରୁ 300 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବା ପାଇଁ ପ୍ରତିଶୃତି ଦେଇଥିଲା। ବର୍ତ୍ତମାନ ଜୁଲାଇ ଶେଷ ହେବାକୁ ବସିଥିବା ବେଳେ ଏ ପର୍ଯ୍ୟନ୍ତ ତାହା ଘୋଷଣା କରାଗଲା ନାହିଁ। ଏହାକୁ ବଡ ପ୍ରସଂଗ କରିବ ବିଜେଡି। ବିଧାନସଭାରେ ଏହାକୁ ନେଇ ହାଙ୍ଗାମା କରିବାର ମଧ୍ୟ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ବାଲେଶ୍ବରେ ଦଙ୍ଗା, ଜଣେ ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କୁ ପୁଅ ମାଡ ମାରିବା ଘଟଣା ମଧ୍ୟ ଗୃହରେ ଉଠାଇବ ଦଳ। ଆଜିର ବୈଠକରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟବାସୀଙ୍କ ହକ ପାଇଁ ସଂପୂର୍ଣ୍ଣ ଭାବେ ଲଢେଇ କରିବା ଆମର ପ୍ରାଥମିକତା ହେବ। ସେହି ଅନୁସାରେ ଯେଉଁମାନଙ୍କୁ ବିଭିନ୍ନ ବିଭାଗ ଦାୟିତ୍ବ ଦିଆଯାଇଛି ସେମାନେ ସେହି ବିଭାଗ ଉପରେ ତୀକ୍ଷ୍ମ ନଜର ରଖନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ପ୍ରଥମେ ଏହି ବୈଠକ ଆରମ୍ଭ ହେବା ପରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକରେ ନିରବ ପ୍ରାର୍ଥନା କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେସନ ଆସନ୍ତା 22 ତାରିଖରୁ ଆରମ୍ଭ ହୋଇ ସେପ୍ଟମ୍ବର 25 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିର ବିଧାନସଭାରେ ବିଜେଡି ଦୀର୍ଘ 24 ବର୍ଷ ପରେ ବିରୋଧୀ ଦଳ ଭୂମିକାରେ ବସିବ। ସେଥିପାଇଁ ବିଧାନସଭା ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକରେ ତାହାର ରଣନୀତି ପ୍ରସ୍ତୁତ କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ଗଢିଲା ନୂଆ କମିଟି, ସଂତୃପ୍ତ ମିଶ୍ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ

ଭୁବନେଶ୍ବର: ନିର୍ବାଚନରେ ବିପର୍ଯ୍ୟୟର ବହୁଦିନ ପରେ ବିଜେଡିର ଚେତା ପଶିଛି। ଏବେ ରାଜ୍ୟ କମିଟର ବ୍ୟାପକ ପରିବର୍ତ୍ତନ କରିଛି। କେବଳ ଜିଲ୍ଲା ଏବଂ ତଳ ସ୍ତରୀୟ କମିଟଗୁଡିକରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କେବଳ ରାଜ୍ୟ ସ୍ତରୀୟ କମିଟରେ ଏହି ପରିବର୍ତ୍ତନ କରାଯାଇଛି।

ଏଥିରେ ବିଜେଡିର ବରିଷ୍ଠ ନେତା ଡ଼ଃ ସଂତୃପ୍ତ ମିଶ୍ର ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ରାଜନୈତିକ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।ସେହିପରି ଦଳ ୫ ଜଣଙ୍କୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି କରିଛି। ଡ. ସଂତୃପ୍ତ ମିଶ୍ରଙ୍କ ସହିତ କଳିକେଶ ନାରାୟଣ ସିଂଦେଓ, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ପ୍ରଦୀପ କୁମାର ମାଝୀ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି।

ସେହିପରି ୧୪ ଜଣଙ୍କୁ ରାଜ୍ୟସ୍ତରୀୟ ମୁଖପାତ୍ର ଭାବେ ଦଳ ନିଯୁକ୍ତି ପ୍ରଦାନ କରିଛି। ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କୁମାର ଦେବ,ଡ. ଅରୁଣ କୁମାର ସାହୁ, କ୍ଯାପଟେନ ଦିବ୍ଯ ଶଙ୍କର ମିଶ୍ର, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ମିଶ୍ର, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଡି, ସୁଲତା ଦେଓ, ରମେଶ ଚନ୍ଦ୍ର ମାଝୀ, ଭୃଗୁ ବକ୍ସିପାତ୍ର ଓ ଡ. ଲେନିନ ମହାନ୍ତି।

ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ବରିଷ୍ଠ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଭାବେ ନିଯୁକ୍ତ ହୋଇଥିବା ବେଳେ ସ୍ବୟଂ ପ୍ରକାଶ ମହାପାତ୍ର ସୋସିଆଲ ମିଡିଆ କୋର୍ଡିନେଟର ଭାବେ ନିଯୁକ୍ତ କରାଯାଇଛି।

ସେହିପରି ଲେନିନ ମହାନ୍ତି ଓ ପ୍ରିୟବ୍ରତ ମାଝୀଙ୍କୁ ଗଣମାଧ୍ୟମ ସଂଯୋଜକ ଭାବେ ଦଳ ନିଯୁକ୍ତ କରିଛି। ସେହିଭଳି ସୁକାନ୍ତ କୁମାର ପଣ୍ଡାଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଜନସଂପର୍କ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ତେବେ ଖୁବଶୀଘ୍ର ନୂଆ ରାଜ୍ୟ ସ୍ତରୀୟ କମିଟି ଗଠନ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିର ପରାଜିତ ପ୍ରାର୍ଥୀଙ୍କୁ ନେଇ ବୈଠକ କଲେ ନବୀନ, କାର୍ତ୍ତିକ ପାଣ୍ଡିଆନ ଅନୁପସ୍ଥିତ

ଭୁବନେଶ୍ବର: ଗୁରୁବାର ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ହାରିଯାଇଥିବା ପ୍ରାର୍ଥୀମାନଙ୍କର ବୈଠକ କରିଥିଲେ। ନବୀନ ନିବାସରେ ଆୟୋଜିତ ଏହି ବୈଠକରେ ନବୀନ ପରାଜୟର ସମୀକ୍ଷା କରିଥିଲେ। ସେମାନଙ୍କୁ ଆହୁରି ଅଧିକ କାମ କରିବା ପାଇଁ ନବୀନ ପରାମର୍ଶ ଦେଇଥିଲେ। ହାରିଯାଇଥିଲେ ମଧ୍ୟ ଲୋକଙ୍କ ସେବା କରିବାରେ କୌଣସି ଅବହେଳା ନ କରିବା ପାଇଁ ସେ କହିଥିଲେ।

ବୈଠକ ପରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ, ଦଳର ବିପର୍ଯ୍ୟୟର କାରଣ ଖୋଜିବା ପାଇଁ ଏକ କମିଟ ଗଠନ କରାଯିବ। ସେହି କମିଟ ତର୍ଜମା କରି ଏକ ରିପୋର୍ଟ ପ୍ରସ୍ତୁତ କରି ସଭାପତିଙ୍କୁ ପ୍ରଦାନ କରିବେ। ତେବେ ଏହି ବୈଠକରେ ପାଣ୍ଡିଆନ କାହିଁକି ଯୋଗଦେଲେ ନାହିଁ ବୋଲି ତାଙ୍କୁ ପଚରାଯାଇଥିଲା।

ସେ କହିଥିଲେ ଯେ, ବୈଠକରେ କିଏ ଯୋଗଦେବ କିଏ ଯୋଗ ଦେବ ନାହିଁ ତାହା ନବୀନ ନିଷ୍ପତି କରି ଡାକିଛନ୍ତି। ଆମ ଦଳର ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ତାଙ୍କ ବ୍ୟତିତ ଦଳ ନେତୃତ୍ବ ଆଉ କେହି ନେଉ ନ ଥିଲେ ବୋଲି ପ୍ରଣବ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପୁରୀ ଲୋକସଭାରେ ତିନି ଦଳର ପ୍ରାର୍ଥୀ କେଉଁ ବିଧାନସଭାରୁ କେତେ ପାଇଲେ ଭୋଟ

ଭୁବନେଶ୍ବର: ଶେଷରେ ସରିଛି ନିର୍ବାଚନ, ପୁରୀ ଲୋକସଭା ଆସନରେ ଆଗରୁ ଯାହା ଆଶା କରାଯାଉଥିଲା ତାହା ସତ ହୋଇଛି। ବିଜେପିର ସମ୍ବିତ ପାତ୍ର ୧ ଲକ୍ଷ ୪ ହଜାର ୭୦୯ ଖଣ୍ଡ ଭୋଟରେ ବିଜେଡିର ଅରୂପ ପଟ୍ଟନାୟକଙ୍କୁ ହରାଇଛନ୍ତି। ତେବେ ଆସନ୍ତୁ ଜାଣିବା ବିଜେପି, ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ କେଉଁ ବିଧାନସଭାରୁ କେତେ ଭୋଟ ପାଇଲେ।

ସମ୍ବିତ ପାତ୍ର, ବିଜେପି

ପିପିଲି- ୧୦୨୯୬୯
ବ୍ରହ୍ମଗିରି- ୯୩୮୨୪
ପୁରୀ- ୮୪୭୫୭
ସତ୍ୟବାଦୀ- ୮୮୬୩୮
ଚିଲିକା- ୮୭୨୦୩
ରଣପୁର- ୮୪୮୪୧
ନୟାଗଡ- ୮୩୧୧୩

ଅରୂପ ପଟ୍ଟନାୟକ, ବିଜେଡି

ପିପିଲି- ୮୧୬୬୫
ବ୍ରହ୍ମଗିରି- ୮୬୧୫୪
ପୁରୀ- ୬୭୬୫୮
ସତ୍ୟବାଦୀ- ୭୦୧୮୩
ଚିଲିକା- ୭୪୧୬୩
ରଣପୁର- ୬୪୮୯୨
ନୟାଗଡ- ୭୮୩୨୧

ଜୟନାରାୟଣ ପଟ୍ଟନାୟକ, କଂଗ୍ରେସ

ପିପିଲି- ୪୩୮୦
ବ୍ରହ୍ମଗିରି- ୨୫୩୬
ପୁରୀ- ୬୨୫୭
ସତ୍ୟବାଦୀ- ୧୯୯୦
ଚିଲିକା- ୨୪୭୭
ରଣପୁର- ୪୦୫୦
ନୟାଗଡ- ୨୭୬

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଶେଷ ପର୍ଯ୍ୟାୟ ନିର୍ବାଚନ: ବିଜେଡି ସର୍ବାଧିକ ଆସନ ଜିତି ଥିବା ବେଳେ କଂଗ୍ରେସ ଖାତା ଖାଲି ଥିଲା

ଭୁବନେଶ୍ବର: ଓଡିଶାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଶେଷ ଉଦ୍ୟମ ଜାରୀ ରଖିଛନ୍ତି। ଆସନ୍ତା ଜୁନ ଏକ ତାରିଖରେ ଓଡିଶାର ଛଅଟି ଲୋକସଭା ଆସନ ଏବଂ ଏହାର ବିଧାନସଭା ଆସନରେ ନିର୍ବାଚନ ହେବ। ସେଗୁଡିକ ହେଲା ବାଲେଶ୍ବର, କେନ୍ଦ୍ରାପଡା, ଭଦ୍ରକ, ମୟୁରଭଂଜ, ଜଗତସିଂହପୁର, ଯାଜପୁର। ଏଥିସହିତ ଏହି ଛଅଟି ଆସନର 42ଟି ବିଧାନସଭାରେ ମଧ୍ୟ ନିର୍ବାଚନ ହେବ।

ତେବେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି 29 ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି କଂଗ୍ରେସରୁ ରାହୁଳ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଚାରରେ ଆସିବେ ବୋଲି ଜଣାପଡିଛି। ସେହିପରି ଅମିତ ଶାହ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ପ୍ରଚାରରେ ଆସିବେ ବୋଲି ଜଣାପଡିଛି।

ତେବେ ଏହି ଶେଷ ପର୍ଯ୍ୟାୟରେ ହେଉଥିବା ନିର୍ବାଚନରେ ଛଅଟି ଲୋକସଭା ଆସନରୁ ବିଜେଡି 4ଟି ରେ ଜିତିଥିବା ବେଳେ ବିଜେପି ଦୁଇଟି ଆସନରେ ବିଜୟ ଲାଭ କରିଛି। ବିଜେପି ବାଲେଶ୍ବର ଏବଂ ମୟୁରଭଂଜ ଆସନରେ ଜିତିଥିବା ବେଳେ, ବିଜେଡି କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଏବଂ ଯାଜପୁର ବିଜୟ ଲାଭ କରିଛି। ସେହିପରି 42ଟି  ବିଧାନସଭା ଆସନରେ ବିଜେଡି 33ଟି ଜିତି ଥିବା ବେଳେ ବିଜେପି 9ଟି ଆସନରେ ଜିତିଛି। ହେଲେ କଂଗ୍ରେସ ଗୋଟିଏ ବି ଆସନରେ ବିଜୟ ଲାଭ କରିପାରି ନାହିଁ।

ବିଜେଡି ଚଳିତ ନିର୍ବାଚନରେ ବାଲେଶ୍ବର ଏବଂ ମୟୁରଭଂଜ ଲୋକସଭା ଆସନକୁ ଫେରାଇ ଆଣିବା ପାଇଁ ବଡ ଗୋଟି ଚାଳନା କରିଛି। ସେହିପରି ବିଧାନସଭାରେ ମଧ୍ୟ ବିଜେଡି 42ଟି ଆସନରୁ 40ଟି ଆସନ ଅକ୍ତିୟାର କରିବା ମୁଡରେ ରହିଛି। ସେହି ଅନୁସାରେ ତାହାର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି। ଅନ୍ୟପକ୍ଷରେ ବିଜେପି ଲୋକସଭା ଆସନରେ ନିଜର ସ୍ଥିତିକୁ ଜାହିର କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛି। ସେହିପରି କଂଗ୍ରେସ ମଧ୍ୟ ବହୁତ ବଡ ଆଶା କରି ରହିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିମାପଡାରେ ସମୀର ଦାସଙ୍କୁ ଟକ୍କର ଦେବା ପାଇଁ ବିଜେଡି ନିଯୁକ୍ତି କଲା ୮ ସଂଯୋଜକ

ଭୁବନେଶ୍ବର: ନିମାପଡାରେ ଆସନ୍ତା 1 ତାରଖରେ ହେବ ନିର୍ବାଚନ। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଟାଣୁଆ ନେତା ସମୀର ଦାସ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ବିଜେଡି ଟିକେଟ ନ ଦେବାରୁ ସେ କ୍ଷୁବ୍ଧ ହୋଇ ଶେଷ ମୂର୍ହୂତ୍ତରେ ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ସେଠାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ପଲା ଭାରୀ ହୋଇପଡିଛି।

ତାହାକୁ ଟକ୍କର ଦେବା ପାଇଁ ବିଜେଡି ୮ ଜଣ ନିର୍ବାଚନ ସଂଯୋଜକଙ୍କୁ ନିଯୁକ୍ତି ଦେଇଛି। ସେମାନେ ହେଲେ ଶୁଭାଶିଷ ଖୁଣ୍ଟିଆ, ଉମାକାନ୍ତ ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥୀ, ରମା ରଂଜନ ବଳିଆରସିଂ, ସଂଗ୍ରାମ ପାଇକରାୟ, କମଳ କୁମାର ପାତ୍ର, ସୁନୀଲ ମହାନ୍ତି ଏବଂ ଦିବାକର ପାତ୍ର।

Categories
ଆଜିର ଖବର ରାଜ୍ୟ ଖବର

ବୁଥରେ ଇଭିଏମ ଭାଙ୍ଗିବାକୁ ନେଇ ଉତ୍ତେଜନା: ଚିଲିକା ବିଧାୟକଙ୍କ ଉପରେ ବିଜେଡ଼ି ଆଣିଲା ଅଭିଯୋଗ

ଭୁବନେଶ୍ଵର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ସଙ୍ଗୀନ ଅଭିଯୋଗ। ଏଥର ବୁଥ ଭିତରେ ଇଭିଏମ ଭାଙ୍ଗିଥିବା ଭଳି ଏକ ଗୁରୁତର ଅଭିଯୋଗ ହୋଇଛି। ଯାହାକୁ ନେଇ ବିଜେଡ଼ି ପକ୍ଷରୁ ଘୋର ବିରୋଧ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଅଭିଯୋଗ ମୁତାବକ, ବୋଲଗଡ଼-ବେଗୁନିଆ ନିର୍ବାଚନମଣ୍ଡଳୀର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ଭଙ୍ଗାରୁଜା କରିଛନ୍ତି। ଭୋଟିଂ ଚାଲିଥିବା ସମୟରେ ସେ ଇଭିଏମ୍‌ ଭାଙ୍ଗିଛନ୍ତି। ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ହିଂସାକାଣ୍ଡ ପରେ ଭୁବନେଶ୍ଵର ସାଂସଦ ପ୍ରାର୍ଥୀ ଅପରାଜିତାଙ୍କ ଗାଡ଼ିରେ ବସି ଫେରାର ହୋଇଯାଇଥିଲେ। କିନ୍ତୁ ସଦର ଏସ୍‌ଡିପିଓ ଦିଲ୍ଲୀପ ଦାସ ପହଞ୍ଚି ତାଙ୍କୁ ଅଟକ ରଖିଥିଲେ। ବର୍ତ୍ତମାନ ସେ ବୋଲଗଡ ଥାନାରେ ଅଟକ ରହିଥିବା ଜଣାପଡିଛି।

ସେପଟେ ପ୍ରଶାନ୍ତ ଜଗଦ୍ଦେବଙ୍କ ସମର୍ଥକମାନେ ଏହାକୁ ମିଥ୍ୟା ବୋଲି କହିଛନ୍ତି। ସେ ଏଭଳି ଘଟଣାରେ ସାମିଲ ନଥିଲେ ବରଂ ବିଜେଡ଼ି କର୍ମୀ ବିଧାୟକଙ୍କୁ ଗାଳିଗୁଲଜ କରିବା ସହ ଇଭିଏମ ଭାଙ୍ଗିଥିବା ସମର୍ଥକମାନେ କହିଛନ୍ତି। ସିସିଟିଭି ଯାଞ୍ଚ କରାଯାଇ ଉଚିତ ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି ସମର୍ଥକମାନେ ଦାବି କରିଛନ୍ତି। ତେବେ ବିଧାୟକ ବର୍ତ୍ତମାନ ଥାନାରେ ଧାରଣରେ ବସିଥିବା ସମର୍ଥକମାନେ କହିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କାଲି ବିଜେଡିରୁ ଦେଇଥିଲେ ଇସ୍ତଫା, ଆଜି ପୁଣି ମିଶିଲେ, ବିଧାୟକ ଜ୍ୟୋତି ପାଣିଗ୍ରାହୀଙ୍କୁ ମିଳିଲା ବଡ ଦାୟିତ୍ବ

ଭୁବନେଶ୍ବର: ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀ। ତାଙ୍କୁ ଦଳ ଟିକେଟ ନ ଦେବାରୁ ସେ ଅସନ୍ତୁଷ୍ଠ ହୋଇଥିଲେ। ତେବେ ତତକାଳ ସେ କିଛି ନିଷ୍ପତି ନେଇ ନ ଥିଲେ। ହେଲେ ଗତକାଲି ସେ ଦଳରୁ ଇସ୍ତଫା ଦେଇଥିଲେ। ଆଜି ନବୀନ ନିବାସ ତରଫରୁ ତାଙ୍କୁ ଡକରା ହେବା ପରେ ସେ ପୁଣି ଥରେ ଦଳକୁ ଫେରିଛନ୍ତି। ତାଙ୍କ ଇସ୍ତଫାକୁ ଆଗ୍ରାହ୍ୟ କରାଯାଇଛି।

ନବୀନ ନିବାସରେ ଆଲୋଚନା ପରେ ଜ୍ୟୋତିଙ୍କୁ ଦଳ ବଡ ଦାୟିତ୍ବ ପ୍ରଦାନ କରିଛି। ତାଙ୍କୁ ଆଜି ବାଲେଶ୍ବର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ତେବେ ବାଲେଶ୍ବର ଜିଲ୍ଲା ସଭାପତି ଥିବା ଅଶ୍ବନୀ ପାତ୍ରଙ୍କୁ ଦଳର ରାଜ୍ୟ ବରିଷ୍ଠ ସାଧାରଣ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏ ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ ଭିକେ ପାଣ୍ଡିଆନ

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତା ୨୫ ତାରିଖରେ ପୁରୀ ଲୋକସଭା ଓ ଚିଲିକା ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନମଣ୍ଡଳୀକୁ ପ୍ରଚାର ପାଇଁ ଆସିଥିଲେ ବିଜେଡି ତାରକା ପ୍ରଚାରକ ଭି କେ ପାଣ୍ଡିଆନ।  ସେ ଅପରାହ୍ନ ୪.୩୦ ମିନିଟ ସମୟରେ ବାଣପୁର ପଲଟନ ପଡିଆ ଠାରେ ପହଞ୍ଚି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ସେ ଉଭୟ ପୁରୀ ଲୋକସଭା ଓ ଚିଲିକା ବିଧାନସଭାର ଦଳୀୟ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ରଘୁନାଥ ସାହୁଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ।

‘ଜୟ ଜଗନ୍ନାଥ’, ‘ଜୟ ମା ଭଗବତୀ’ରୁ ଭାଷଣ ଆରମ୍ଭ କରି ଓଡିଶା ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଉନ୍ନୟନ କାର୍ଯ୍ୟ କରିଥିବାର କହିଥିଲେ ପାଣ୍ଡିଆନ।  ଚିଲିକା ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ବହୁ ଉନ୍ନୟନ କାର୍ଯ୍ୟ କରିଛନ୍ତି। ବାଣପୁରରେ ଡ୍ରେନେଜ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେଇଛନ୍ତି। ମା’ ଭଗବତୀ ମନ୍ଦିର ରୂପାନ୍ତରିକରଣ ଜାରି ରହିଛି।

ଜୁଲାଇ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ନେବେ। ବିଦ୍ୟୁତ ବିଲ ଛାଡ କରିବା ପାଇଁ ଶ୍ରୀ ପଣ୍ଡିଆନ ପୁଣିଥରେ ଏଠାରେ ଦୋହରାଇଛନ୍ତି। ଅନୁରୂପ ଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କର୍ମୀଙ୍କୁ ଅବଗତ କରିଥିଲେ ଶ୍ରୀ ପାଣ୍ଡିଆନ।

ମାତ୍ର ସ୍ୱଳ୍ପ ସମୟ ବାଣପୁରରେ ଉପସ୍ଥିତ ରହିବା ପରେ ସେ ହେଲିକପ୍ଟର ଯୋଗେ ରଣପୁର ଯାଇଥିବା ସୂଚନା ମିଳିଛି। ଏହି ଅବସରରେ ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଏବଂ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଚିଲିକାରେ ଭିକେ ପାଣ୍ଡିଆନ: ବିଜେଡ଼ି ର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତା ୨୫ ତାରିଖରେ ପୁରୀ ଲୋକସଭା ଓ ଚିଲିକା ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରଚାର ପ୍ରସାର ଜାରି ରଖିଛନ୍ତି। ତେବେ ଅଦ୍ୟାବଧି ବିଜେପି ଓ କଂଗ୍ରେସର ତାରକା ପ୍ରଚାରକ ଚିଲିକା ଆସିନଥିବା ବେଳେ ଆଜି ଚିଲିକା ନିର୍ବାଚନମଣ୍ଡଳୀ ପାଇଁ ପ୍ରଚାରକୁ ଆସିବେ ବିଜେଡି ତାରକା ପ୍ରଚାରକ ଭି କେ ପାଣ୍ଡିଆନ। ଏଥି ନିମନ୍ତେ ବିଜେଡି ପକ୍ଷରୁ ସଂପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଉକ୍ତ ନିର୍ବାଚନୀ ସଭା ପାଇଁ ତିନି ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

ଆଜି ଅପରାହ୍ନ ୪ ଘଟିକାରେ ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ଶ୍ରୀ ପାଣ୍ଡିଆନ ସମ୍ବୋଧିତ କରିବେ। ସେ ଉଭୟ ପୁରୀ ଲୋକସଭା ଓ ଚିଲିକା ବିଧାନସଭାର ଦଳୀୟ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ରଘୁନାଥ ସାହୁଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ିରେ ମିଶିଲେ ଶତାଧିକ ବିଜେପି କର୍ମୀ

କୁଜଙ୍ଗ: କୁଜଙ୍ଗ ବ୍ଲକ୍ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେପିର ଓବିସି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ଦୃଢ଼ ସଂଗଠକ ବିଜୟ କୁମାର ଗୁରୁଙ୍କ ସମେତ କୁଜଙ୍ଗ ପଂଚାୟତ ଜଗନ୍ନାଥପୁର ଗ୍ରାମର ଶତାଧିକ ବିଜେପି କର୍ମୀ ବିରାଟ ପଟୁଆରରେ ଆସି ଦଳିୟ କାର୍ଯ୍ୟାଳୟରେ ବିଧିବଦ୍ଧଭାବେ ଦଳରେ ଯୋଗଦେଇଛନ୍ତି। କୁଜଙ୍ଗ ବ୍ଲକ୍ ବିଜୁ ଜନତାଦଳ ପ୍ରଚାର କମିଟି ଅଧ୍ୟକ୍ଷ ରଘୁନାଥ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ପାରାଦ୍ୱୀପ ବିଧାୟକ ଅତିଥିଭାବେ ଯୋଗଦେଇଥିଲେ।

ଏହି ଅବସରରେ ବିଧିବଦ୍ଧଭାବେ ବିଜେପି ଛାଡ଼ି ଜିଲ୍ଲା ଓବିସି ମୋର୍ଚ୍ଚା କାର୍ଯ୍ୟକାରୀ ସଦସ୍ୟ ବିଜୟ କୁମାର ଗୁରୁ, ବିଜେପି ସମର୍ଥିତ ସରପଂଚ ପ୍ରାର୍ଥିନୀ ମଧୁସ୍ମିତା ଗୁରୁ, ୱାର୍ଡ଼ ସଭ୍ୟା ସବିତା ମଲ୍ଲିକ୍‌, ଅଜୟ କୁମାର ଗୁରୁଙ୍କ ସମେତ ତାଙ୍କର ଶତାଧିକ ସମର୍ଥକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଉକ୍ତ ମିଶ୍ରଣ ଉତ୍ସବରେ ପାରାଦ୍ୱୀପ ବିଧାୟକ ଶ୍ରୀ ରାଉତରାୟଙ୍କ ସମେତ କୁଜଙ୍ଗ ସରପଂଚ ବନ୍ଦିତା ଦାସ, ବ୍ଲକ୍ ବିଜେଡ଼ି ସଭାପତି ନରେନ୍ଦ୍ର ପରିଡ଼ା, ଜିଲ୍ଲା ସାଧାରଣ ସଂପାଦକ ମନିନ୍ଦ୍ର ଗୁରୁ ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମକର୍ତାଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ପରିଶେଷରେ କୁଜଙ୍ଗ ପଂଚାୟତ କାର୍ଯ୍ୟକାରୀ ସଭାପତି ତଥା ବ୍ଲକ୍ ବିଜେଡ଼ି ସାଧାରଣ ସଂପାଦକ ବିଚିତ୍ରାନନ୍ଦ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

ପଂଚାୟତ ବିଜେଡ଼ି କାର୍ଯ୍ୟକାରୀ ସଭାପତି ହେଲେ ବିଚିତ୍ରାନନ୍ଦ ପ୍ରଧାନ

କୁଜଙ୍ଗ: କୁଜଙ୍ଗ ପଂଚାୟତ ବିଜେଡ଼ିକୁ ମଜବୁତ୍ କରିବା ଲକ୍ଷରେ ଆଜି କୁଜଙ୍ଗ ଅଂଚଳର ଯୁବ ସଂଗଠକ ତଥା ବରିଷ୍ଠ ସାମ୍ବାଦିକ ବିଚିତ୍ରାନନ୍ଦ ପ୍ରଧାନଙ୍କୁ ପଂଚାୟତ ବିଜେଡ଼ି କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି ଆଇନ୍‌ଜୀବୀ ତଥା ବ୍ଲ୍‌କ୍ ବିଜେଡ଼ି ଉପସଭାପତି ସତ୍ୟାନନ୍ଦ ବିଶ୍ୱାଳ। ଶ୍ରୀ ପ୍ରଧାନଙ୍କର ସାଂଗଠନିକ ଦକ୍ଷତା ଓ ଦଳ ପାଇଁ ଦୀର୍ଘ ବର୍ଷଧରି କାର୍ଯ୍ୟକରିବାର ନିଷ୍ଠାପରତାକୁ ବିଚାରକୁ ନେଇ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏଥିପାଇଁ ବିଧାୟକ ସମ୍ବିତ୍ ରାଉତରାୟ, ବ୍ଲକ୍ ବିଜେଡ଼ି ସଭାପତି ନରେନ୍ଦ୍ର ପରିଡ଼ା, କାର୍ଯ୍ୟ ସଭାପତି ସୁଢ଼ଳ ସ୍ୱାଇଁ, ବରିଷ୍ଠ ବିଜେଡ଼ି ନେତା ପ୍ରଫୁଲ୍ଲ ପରିଡ଼ା, କୁଜଙ୍ଗ ସରପଂଚ ବନ୍ଦିତା ଦାସ, ପଂଚାୟତ ବିଜେଡ଼ି ସଭାପତି ଭାରତ ଭୂଷଣ ଦାସ, ପ୍ରଚାର କମିଟି ଅଧ୍ୟକ୍ଷ ରଘୁନାଥ ସାହୁଙ୍କୁ କୃତଜ୍ଞତା ଜଣାଇବା ସହିତ ଦଳ ଯେଉଁ ଉଦ୍ଦେଶ୍ୟରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଯେଉଁ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି ତାହାକୁ ସେ ନିଷ୍ଠାପର ସହ ଦାୟିତ୍ୱ ନିର୍ବାହ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଆସୁଛନ୍ତି ଭିକେ ପାଣ୍ଡିଆନ: ଆସନ୍ତାକାଲି ପଲଟନରେ ବିଶାଳ ଜନସଭାକୁ କରିବେ ସମ୍ବୋଧିତ

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତା ୨୫ ତାରିଖରେ ପୁରୀ ଲୋକସଭା ଓ ଚିଲିକା ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରଚାର ପ୍ରସାର ଜାରି ରଖିଛନ୍ତି। ତେବେ ଅଦ୍ୟାବଧି ବିଜେପି ଓ କଂଗ୍ରେସର ତାରକା ପ୍ରଚାରକ ଚିଲିକା ଆସିନଥିବା ବେଳେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀ ପ୍ରଚାରକୁ ଆସିବେ ବିଜେଡି ତାରକା ପ୍ରଚାରକ ଭି କେ ପାଣ୍ଡିଆନ। ଏଥି ନିମନ୍ତେ ଚଳଚଞ୍ଚଳ ହୋଇଉଠିଛି ଚିଲିକା ବିଜେଡି।

ଆସନ୍ତାକାଲି ଅପରାହ୍ନ ୪ ଘଟିକାରେ ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ଶ୍ରୀ ପାଣ୍ଡିଆନ। ସେ ଉଭୟ ପୁରୀ ଲୋକସଭା ଓ ଚିଲିକା ବିଧାନସଭାର ଦଳୀୟ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ରଘୁନାଥ ସାହୁଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବେ।

ତେବେ ଏ ନେଇ ଦଳ ପକ୍ଷରୁ ବିରାଟ ସଭାସ୍ଥଳ ଆୟୋଜନ ଚାଲିଛି। ସମଗ୍ର ନିର୍ବାଚନମଣ୍ଡଳୀରୁ ପାଖାପାଖି ୧୫ ହଜାର ଦଳୀୟ କର୍ମୀଙ୍କ ସମାବେଶ ପଲଟନ ପଡିଆରେ ହେବ ବୋଲି ଦଳ ଆକଳନ କରିଛି। ସୁରକ୍ଷା ବ୍ୟବସ୍ଥା ପାଇଁ ତିନି ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୨୨ ଟି ଗାଁରେ ଅରୁଣଙ୍କ ଗ୍ରୀନ୍ କ୍ୟାମ୍ପେନ୍‌: ଯୋଡ଼ିଶଙ୍ଖରେ ମତଦାନ ପାଇଁ ଭୋଟରଙ୍କୁ ଆହ୍ୱାନ

ନୟାଗଡ଼ (ସୁଧାକର ମିଶ୍ର): ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ବିଜେଡି ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଗ୍ରୀନ କ୍ୟାମ୍ପେନକୁ ଗୁରୁତ୍ୱ ଦେଉଛନ୍ତି। ଆଜି ଗୋଟିଏ ଦିନରେ ଡ. ସାହୁ ୨୨ଟି ଗାଁକୁ ଯାଇ ପ୍ରଚାର କରିଛନ୍ତି। ପ୍ରତ୍ୟେକ ଭୋଟରଙ୍କ ପାଖରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଡ଼ି ଶଙ୍ଖରେ ମତଦାନ ଆହ୍ୱାନକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ଓ ଉନ୍ନତିକୁ ମୁଦା କରି ବିପୁଳ ଭୋଟରେ ବିଜୟ ଲାଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ଅରୁଣ।

ଆଜି ବିଜେଡି ବିଧାୟକ ପ୍ରାର୍ଥୀ ଡ. ସାହୁ ନୟାଗଡ଼ ବ୍ଲକର ୨୨ ଟି ପ୍ରଚାର କରିଛନ୍ତି। ସକାଳୁ ସକାଳୁ ବଡ଼ଦ୍ୱାର, ବାଲିପାଟଣା, ମାଙ୍କପଲ୍ଲୀ, କଳାହାଣ୍ଡି, ଜୟଗୁରୁ, ନୂଆଜୟଗୁରୁ, ସୁବର୍ଣ୍ଣଦେଇପୁର, ମୁକ୍ତାପୁର, ମୁଥାଗାଡିଆ, କାଳୁଚିଆପଲ୍ଲୀ ଓ କରଡ଼ାବଣୀ ଗ୍ରାମ ବୁଲି ବିଭିନ୍ନ ସଭା କରିଛନ୍ତି। ଅପରାହ୍ନରେ ପିଆଶାଳିଆ, ହରିହରପୁର, ବେଲବଣୀ, ଲଡ଼ୁକେଶରପୁର, ମାଛିପଡ଼ା, ଧବଳେଇ, ଜାମୁସାହି, ରଘୁନାଥପ୍ରସାଦ, ନରସିଂହପ୍ରସାଦ, ବ୍ରଜବଲ୍ଲଭପୁର, ନୂଆ ଘଡ଼ୁଆଳ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେଇଥିବା ବିକାଶ ବାର୍ତ୍ତାକୁ ଲୋକ ମାନଙ୍କ ପାଖରେ ରଖୁଛନ୍ତି। ବିଜୁ ଜନତା ଦଳ ସରକାର ଗଠନ ପ୍ରଥମ ଦିନରେ ହିଁ ପ୍ରତ୍ୟେକ ଉପୋଭୋକ୍ତାଙ୍କୁ ୧୦୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯିବ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏଥି ସହିତ ଯୁବ ବର୍ଗଙ୍କ ପାଇଁ ଯୁବ ବଜେଟ ସହ କୃଷି, ଶୀଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ଅନେକ ଯୋଜନା ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରିଥିବା ଡ. ସାହୁ କହିଛନ୍ତି। ୨୦୩୬ ମସିହା ବେଳକୁ ଓଡିଶା କିଭଳି ଅଗ୍ରଣୀ ରାଜ୍ୟରେ ପରିଣତି ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଅନେକ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛନ୍ତି। ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଠାରୁ ଆରମ୍ଭ କରି ମଧୁବାବୁ ଯୋଜନା, କାଳିଆ ଯୋଜନା, ମମତା ଯୋଜନା ଓ ଜନ୍ମ ଠାରୁ ମୃତ୍ୟୁ ପର‌୍ୟ୍ୟନ୍ତ ଅନେକ ଯୋଜନା କରିଥିବା ପ୍ରକାଶ କରିଛନ୍ତି। ମୁଖ୍ୟତଃ ମିଶନ ଶକ୍ତି ମା’ ମାନେ କିପରି ଅଧୀକ ରୋଜଗାର କ୍ଷମ ହୋଇପାରିବେ ସେଥି ନିମନ୍ତେ ମହିଳା ମାନଙ୍କୁ ଅଧୀକ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମା’ ମାନେ ଅଧୀକ ଶକ୍ତିଶାଳୀ ହେଲେ ରାଜ୍ୟର ଉନ୍ନତି ଘଟିବ ବୋଲି ଡ. ସାହୁ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ନେତୃ ମଣ୍ଡଳୀ ସ୍ଥିତ ରହିଥିଲେ। ପ୍ରତ୍ୟେକ ସଭାରେ ମହିଳାଙ୍କ ସମାଗମ ରାଜ୍ୟ ସରକାରଙ୍କ ମହିଳା ସଶକ୍ତି କରଣ ନାରାକୁ ପ୍ରତିପାଦିତ କରୁଥିଲା।

Categories
ଆଞ୍ଚଳିକ

ବାଲୁଗାଁରେ ବିଜେଡି କର୍ମୀ ସମ୍ମିଳନୀ, ଯୋଗଦେଲେ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ସନ୍ଧ୍ୟାରେ ବାଲୁଗାଁ ଏନଏସି ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ସୁଜାତା ପଣ୍ଡାଙ୍କ ସଭାପତିତ୍ୱରେ ରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏନଏସିର ମହିଳା ମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ଚିଲିକା ବିଧାନସଭା ପ୍ରାର୍ଥୀ ରଘୁନାଥ ସାହୁ ଯୋଗ ଦେଇଥିଲେ।

ବିଶ୍ୱ ମାତୃତ୍ୱ ଦିବସରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥି ଉପସ୍ଥିତ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ସରକାରଙ୍କ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ। ମହିଳାଙ୍କୁ ସଶକ୍ତିକରଣ ତଥା ସ୍ୱାବଲମ୍ବୀ ପାଇଁ ମୁଖ୍ୟମନ୍ତ୍ରୀ ସଦାସର୍ବଦା ପ୍ରୟାସ ଜାରିରଖିଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ଯୋଜନା ଉପଲବ୍ଧ ହେବାନେଇ ସାଂସଦ ପ୍ରାର୍ଥି ଶ୍ରୀ ପଟ୍ଟନାୟକ କହିଥିଲେ।

ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥିଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାସହ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ପୁରୁଖା କର୍ମୀମାନେ ନିବେଦନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ବାଇଁ, ଲକ୍ଷ୍ମୀଧର ସେଠୀ, ମମତା ପଣ୍ଡା, ସୁଜାତା ପଣ୍ଡା, ଅନିତା ସ୍ବାଇଁ, ଏନଏସି ବିଜେଡି ସଭାପତି ଜୟନ୍ତ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ଏନଏସି ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ପାଇକରାୟଙ୍କ ସମେତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳର ବହୁ କର୍ମୀ ଓ ମହିଳା ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିର୍ବାଚନ ପ୍ରଚାରକୁ ଜୋରଦାର କଲା ବିଜେଡ଼ି: ଟାଙ୍ଗୀରେ ଭୋଟ ଭିକ୍ଷା କଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ

ଖୋର୍ଦ୍ଧା: ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ଥିବା ବେଳେ ପ୍ରଚାରକୁ ଜୋରଦାର କରିଛି ବିଜେଡି। ଟାଙ୍ଗୀ ବ୍ଲକର ଭୂଷଣ୍ଡପୁର, ବାଲିପାଟପୁର, କନ୍ତଳବାଇ, ଉଜ୍ଜଳା ଗୋପୀନାଥ ପୁର, ସୁନ୍ଦର ପୁର, ମଙ୍ଗଳା ଯୋଡି ଓ ଟାଙ୍ଗୀ ଠାରେ ମାରାଥନ ପ୍ରଚାର କରିଛି ବିଜେଡି।

ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଜୋରଦାର କରିଛନ୍ତି ପ୍ରଚାର। ଉଭୟ ପ୍ରାର୍ଥୀ ଭୂଷଣ୍ଡ ପୁରରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ପ୍ରଚାର କାର୍ଯ୍ୟ। ମନ୍ମଥ ରାଉତରାୟଙ୍କ ସହ ରାଜେନ୍ଦ୍ର ସାହୁ ଏକ ଖୋଲା ଜିପ ରେ ବୁଲି ବୁଲି ନବୀନ ପଟ୍ଟନାୟକଙ୍କ ସରକାରଙ୍କ ସମସ୍ତ କାର୍ଯ୍ୟକାରୀ ଯୋଜନାର ସଫଳ ରୂପାୟନ ବର୍ଣ୍ଣନା କରିଥିଲେ। ଭୂଷଣ୍ଡପୁର ଠାରୁ ଟାଙ୍ଗୀ ପର୍ଯ୍ୟନ୍ତ ଦୀର୍ଘ ୨୦ କିଲୋମିଟର ପର୍ଯ୍ୟନ୍ତ ସାମିଲ ହୋଇଥଲେ ହଜାର ହଜାର କର୍ମୀ।

ନବୀନ ପଟ୍ଟନାୟକ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡର ଅଟକଳକୁ ବୃଦ୍ଧି କରିବାକୁ ଦେଇ ଥିବା ଇସ୍ତାହାର ଓ ଇଲେକ୍ଟ୍ରି ବିଲ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଛାଡ, ମହିଳା SHG ମାନଙ୍କୁ ସୁଧ ଛାଡ ଏପରି ବହୁ ନିର୍ବାଚନୀ ଇସ୍ତାହାର ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ।

ଟାଙ୍ଗୀ ଏନଏସି ରେ ଶୋଭାଯାତ୍ରା ପହଞ୍ଚିବା ପରେ ଟାଙ୍ଗୀ ଦୁଲଣା ସାହିର ବାସିନ୍ଦା ମାନେ ଉଭୟ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇ ପୁଷ୍ପ ହାର ଦେବା ସହ ଉତ୍ତରୀୟ ପ୍ରଦାନ କରି ନବୀନ ସରକାରଙ୍କ ଶୁଭ ମନାସି ଥିଲେ। ଯୋଡି ଶଙ୍ଖରେ ଭୋଟ ଦେଇ ଜିତାଇବାକୁ ଜନତାଙ୍କୁ ଉଭୟ ପ୍ରାର୍ଥୀ ନିବେଦନ କରିଥିଲେ।

ଏଥିରେ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇ ତାଙ୍କର ବିଜୟ କାମନା କରିବା ସହିତ କିପରି ବିପୁଳ ଭୋଟରେ ଉଭୟଙ୍କୁ ଜିତାଇବେ, ସେଥିପାଇଁ ଶପଥ ନେଇଥିଲେ।

ଏହି ପ୍ରଚାର କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ରାମଚନ୍ଦ୍ର ମହାପାତ୍ର, ବ୍ଳକ ଅଧ୍ୟକ୍ଷ ରିସ୍ନା ମାନ୍ଧାତା, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସ୍ୱଦେଶ ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରୁ ବହିସ୍କୃତ ହେଲେ ଦୁଇ ନେତା, ଦଳବିରୋଧୀ କାର୍ଯ୍ୟ ଅଭିଯୋଗ

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଦୁଇଜଣ ନେତାଙ୍କୁ ବହିସ୍କାର କରିଛି। କାରଣରେ କିଛି କୁହାଯାଇ ନ ଥିଲେ ମଧ୍ୟ ସେମାନେ ନିର୍ବାଚନ ସମୟରେ ଦଳକୁ ପୂର୍ଣ୍ଣ ମାତ୍ରାରେ ସାହାଯ୍ୟ କରୁ ନାହାଁନ୍ତି। ସେଥିପାଇଁ ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବୀକୃତି କ୍ରମେ ସେମାନଙ୍କୁ ଦଳର ବହିସ୍କାର କରାଯାଇଛି।

ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ନୋଟିସ ଜାରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ଅନିମା କହଁର ଏବଂ କନ୍ଧମାଳ ବିଜେଡିର ସଂପାଦକ ରାଜେନ୍ଦ୍ର କହଁରଙ୍କୁ ବହିସ୍କାର କରାଯାଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ବିଧାନସଭା ପାଇଁ ଲଢେଇ କରୁଛନ୍ତି ୯ ଜଣ ପ୍ରାର୍ଥୀ, ନାହାଁନ୍ତି କେହି ମହିଳା, ଜାଣନ୍ତୁ ସେମାନେ କିଏ

ଚିଲିକା( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀପତ୍ର ଦଖଲ ଯାଞ୍ଚ ଓ ପ୍ରତ୍ୟାହାର ତାରିଖ ଯିବା ପରେ ବର୍ତ୍ତମାନ ଆସିଛି ବୈଧ ପ୍ରାର୍ଥୀ ତାଲିକା। ସେହି ଅନୁସାରେ ଚିଲିକା ନିର୍ବାଚନ ପାଇଁ ୯ ଜଣ ପ୍ରାର୍ଥୀ ଲଢେଇ କରୁଛନ୍ତି।

ଖୋର୍ଦ୍ଧା ରିଟର୍ଣ୍ଣିଂ ଅଧିକାର କାର୍ଯ୍ୟାଳୟ ଅନୁସାରେ ଚିଲିକାରେ 5 ଜଣ ବିଭିନ୍ନ ରାଜନୈତିକ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା ବେଳେ 4 ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି। ତେବେ ଚିଲିକାରୁ ଏଥର କେହି ମହିଳା ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନାହାଁନ୍ତି। ତେବେ ଆସନ୍ତୁ ଜାଣିବା କେଉଁମାନେ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି।

1- ପୃଥୀରାଜ ହରିଚନ୍ଦନ- ବିଜେପି
2-ପ୍ରଦୀପ ସ୍ବାଇଁ- କଂଗ୍ରେସ
3-ରଘୁନାଥ ସାହୁ- ବିଜେଡି
4- ସଂଗ୍ରାମ କେଶରୀ ପରିଡା- ଆପ୍
5- ସେଖ୍ କୌସର- ଜନତା ଦରବାର ପାର୍ଟି
6- ଭି କାମେଶ୍ବର ଆଚାରୀ- ସ୍ବାଧୀନ
7-ମନ୍ମଥ କୁମାର ସିଂ- ସ୍ବାଧୀନ
8- ଶକ୍ତିପଦ ନାଥ- ସ୍ବାଧୀନ
9- ସୁବ୍ରତ କୁମାର ହାବଡାସିଂହ-  ସ୍ବାଧୀନ

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ୧୦ ଜଣ ନେତାଙ୍କୁ ଦେଲା ନୂଆ ଦାୟିତ୍ବ, ୬ ଜଣଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ

ଭୁବନେଶ୍ବର: ବିଜୁ ଜନତା ଦଳ ୧୦ ଜଣ ନେତାଙ୍କୁ ନୂଆ ପଦପଦବୀରେ ନିଯୁକ୍ତି ଦେଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ଦେଇଥିବା ବେଳେ ଆଉ ଦୁଇ ଜଣଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ୬ ଜଣଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଯାଇଛି। ସେମାନେ ହେଲେ

ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।