Categories
ଆଜିର ଖବର ଧର୍ମ

ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ନିଜର ପ୍ରିୟଜନକଙ୍କ ପାଖକୁ କଣ ପଠାଇବେ ମୋବାଇଲ ବାର୍ତ୍ତା

ଭୁବନେଶ୍ବର: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। ଏହି ଉପଲକ୍ଷେ ସମସ୍ତେ ନିଜର ପ୍ରିୟଜନଙ୍କୁ ବିଭିନ୍ନ ଶୁଭେଚ୍ଛା ବାର୍ତ୍ତା ପଠାଇଥାନ୍ତି। ସେହି ପବିତ୍ର ଦିନ ଉପଲକ୍ଷେ କେତେକ ଶୁଭେଚ୍ଛା ବାର୍ତ୍ତା ଏଠାରେ ଉପସ୍ଥାପିତ କରୁଛୁ।

ବାର୍ତ୍ତା-01

ତୁମ ବ୍ୟବସାୟ ବଢୁ ଦିନକୁ ଦିନ,

ପରିବାରରେ ଆସୁ ସ୍ନେହ ଓ ପ୍ରେମ,

‘ଅକ୍ଷୟ ତୃତୀୟା’ର ଶୁଭକାମନା

ବାର୍ତ୍ତା-02

ତୁମ ଘରେ ବର୍ଷା, ହେଉ ଟଙ୍କା,

ବାସ କରନ୍ତୁ ମା ଲକ୍ଷ୍ମୀ,

ଦୂର ହେଉ ସମସ୍ତ ଦୁଃଖ,

‘ଅକ୍ଷୟ ତୃତୀୟା’ର ଶୁଭକାମନା,

ବାର୍ତ୍ତା-03

ତୁମ ଘରେ ପ୍ରଭୃ ବର୍ଷା କରନ୍ତୁ ଟଙ୍କା,

ତୁମ ଶତ୍ରୁଙ୍କ ମୁହଁ ହେଉ ବଙ୍କା,

‘ଅକ୍ଷୟ ତୃତୀୟା’ର ଶୁଭକାମନା,

ବାର୍ତ୍ତା-04

ଆପଣଙ୍କ ଘରେ ଟଙ୍କା ବର୍ଷା ହେଉ

ଲକ୍ଷ୍ମୀଙ୍କ ବାସ ହେଉ,

ସଙ୍କଟର ନାସ ହେଉ,

ଶାନ୍ତିର ବାସ ହେଉ,

‘ଅକ୍ଷୟ ତୃତୀୟା’ର ଶୁଭକାମନା

ବାର୍ତ୍ତା-05

ଆପଣଙ୍କର ସବୁ କାମ ହେଉ ପୁରଣ

ଅଧୁରା ନ ରହୁ ସପନ

‘ଅକ୍ଷୟ ତୃତୀୟା’ର ଶୁଭକାମନା

ବାର୍ତ୍ତା-06

ଧନଧାନ୍ୟରେ ପୁରଣ ହେଉ ଆପଣଙ୍କ ଜୀବନ

ଆପଣଙ୍କ ଘରକୁ ହେଉ ଲକ୍ଷ୍ମୀଙ୍କ ଆଗମନ

‘ଅକ୍ଷୟ ତୃତୀୟା’ର ଶୁଭକାମନା

Categories
ଆଜିର ଖବର ଧର୍ମ

ଆସନ୍ତାକାଲି ଅକ୍ଷୟ ତୃତୀୟା, ଏହି ଦିନ କାହିଁକି ସବୁକାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ

ଭୁବନେଶ୍ବର, ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଚଳିତ ବର୍ଷ ଏହା ମେ ତିନି ତାରିଖରେ ପାଳନ କରାଯାଉଛି। ଏହି ଦିନଟି କୃଷକମାନଙ୍କର ଦିନ ବୋଲି କୁହାଯାଏ। କାରଣ କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ବା ଅକ୍ଷୟମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଅକ୍ଷୟ ତୃତୀୟାକୁ ସାରା ଭାରତ ବର୍ଷରେ ଏକ ଅନୁକୂଳର ଦିନ ବୋଲି ଧରାଯାଇଛି । ଏହି ଦିନ ଯାହାକିଛି ଅନୁକୂଳ କଲେ ତାହା ସଫଳ ହୋଇଥାଏ ବୋଲି ବିଶ୍ବାସ ରହିଛି।

ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ।ଏହାକୁ ଅକ୍ଷିମୁଠି କହନ୍ତି। ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ମହାଫଳ ପ୍ରାପ୍ତିହୁଏ । ଏହାକୁ ବ୍ରତ ରୂପେ ପାଳନ କରାଯାଏ। ବ୍ରତୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭକରି ଆଠବର୍ଷରେ ଉଦ୍‌ଯାପନ କରନ୍ତି।

ଏହି ଦିନ ଜଳଦାନ କଲେ କି ପୁଣ୍ୟଫଳ ମିଳେ ସେ ସଂପର୍କରେ ଚମତ୍କାର ଉପାଖ୍ୟାନଟି ଏହିପରି- ପୁରାକାଳରେ ଜଣେ ପାପୀ ବ୍ରାହ୍ମଣ ଥିଲା । ସେ ତା’ ଜୀବନରେ କିଛି ଦାନ ଧର୍ମକାଯ୍ୟ କରି ନଥିଲା । ଥରେ ତା’ ଗୃହକୁ ଅନ୍ୟ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳଭିକ୍ଷା କଲା। ପାପୀ ବ୍ରାହ୍ମଣ ତାକୁ ଜଳ ନଦେଇ ନିଷ୍ଠୁର ଭାବେ ଗୃହରୁ ବିତାଡିତ କଲା ସମୟରେ ସୁଶିଳା ନାମ୍ନୀ ତା’ର ସ୍ତ୍ରୀ ଆସି ସ୍ୱାମୀକୁ ସେ କାର‌୍ୟ୍ୟରୁ ନିବୃତ୍ତ କଲା ଓ ତୃଷାର୍ତ୍ତକୁ ଜଳଦାନ କଲା। କିଛି ବର୍ଷ ପରେ ପାପୀ ବ୍ରାହ୍ମଣର ମୃତ୍ୟୁ ହେଲା।

ଯମଦୂତମାନେ ଆସି ତାକୁ ବାନ୍ଧି ନେଇଗଲେ। ଯମପୁରୀରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲା । ଯମଦୂତମାନେ ତାହାକୁ ତିରଷ୍କାର କରି କହିଲେ- ନିଜ ଜୀବନରେ କେବେ ଜଳଦାନ ନକରି ଜଳଭିକ୍ଷା କରୁଛୁ କିପରି, ପାପୀ ? ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ରାହ୍ମଣକୁ ଜଳଦାନ କଲେ ।

ଦୂତମାନେ ଆଶ୍ଚର‌୍ୟ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ – ଏହି ବ୍ରାହ୍ମଣ ସାରା ଜୀବନ ପାପକର୍ମ କରିଥିଲେ ସୁଦ୍ଧା ଅକ୍ଷୟତୃତୀୟା ଦିନ ଏହାର ସ୍ତ୍ରୀ ତୃଷାର୍ତ୍ତ ବ୍ରାହ୍ମଣକୁ ଜଳଦାନ କରିଥିଲା। ସ୍ତ୍ରୀର ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି । ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ । ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମିପୂଜା କରି ବୀଜବପନ କରୁଥିଲେ। ଭୂମିକର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି।

ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଉଛି

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା, ଆରମ୍ଭ ହେବ ରଥକାମ ସହିତ ଚନ୍ଦନ ଯାତ୍ରା

ପୁରୀ: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। ଏହିଦିନ ସମସ୍ତ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ସେଥିପାଇଁ ଏହି ପବିତ୍ର ଦିନରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ଏଥିସହିତ ଆସନ୍ତାକାଲି ଚନ୍ଦନ ଯାତ୍ରାର ମଧ୍ୟ ଆରମ୍ଭ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

ରଥ ଖଳାରେ ଆସନ୍ତାକାଲି ତିନୋଟି ୧୨ ଫୁଟିଆ କାଠ ରଖାଯାଇ ପୂଜାର୍ଚ୍ଚନା ପରେ ବିଶ୍ଵକର୍ମା ମହାରଣା ସୁନା ଓ ରୂପା କୁରାଢ଼ୀ ସ୍ପର୍ଶ କରି ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ। ପ୍ରଥମେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଚଳନ୍ତି ପ୍ରତିମା ବିମାନରେ ବିଜେ କରିବେ । ବିମାନରେ ଯିବା ସମୟରେ ରଥଖଳାରେ ତିନୋଟି ଆଜ୍ଞାମାଳ ତିନି କାଠରେ ଲାଗି କରାଯିବ। ପରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ବିମାନରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିବା ପରେ ଦିନ ଚାପ ଓ ରାତି ଚାପ ଅନୁଷ୍ଠିତ ହେବ ।

Categories
ଆଜିର ଖବର ରାଜ୍ୟ ଖବର

କୃଷକଙ୍କ ପାଇଁ ଖୁସି ଖବର: ଆସନ୍ତାକାଲି କାଳିଆ ଟଙ୍କା ଦେବେ ରାଜ୍ୟସରକାର

ଭୁବନେଶ୍ବର: ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଏକ ଖୁସି ଖବର ଆଣିଛନ୍ତି। ଆସନ୍ତାକାଲି ଅକ୍ଷୟ ତୃତୀୟାରେ ହିତାଧିକାରୀଙ୍କ ଆକାଉଣ୍ଟରେ ରାଜ୍ୟ ସରକାର କାଳିଆ ଟଙ୍କା ଜମା କରିବେ। ହିତାଧିକାରୀଙ୍କୁ ରାଜ୍ୟସରକାର ଏକ ବର୍ଷର କାଳିଆ ଟଙ୍କା ପ୍ରଦାନ କରିବେ। ଏହି ସୂଚନା ପାଇବା ପରେ ହିତାଧିକାରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

Categories
ଆଜିର ଖବର ଧର୍ମ

ଆଜିଠାରୁ ଆରମ୍ଭ ହେଲା ମେ ମାସ, ଜାଣନ୍ତୁ ଏହି ମାସରେ କଣ ରହିଛି ପର୍ବପର୍ବାଣୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ମେ ମାସ। ଏହି ମାସରେ ରହିଛି ଅନେକ ପବିତ୍ର ଦିନ। ଯାହା ଅନେକଙ୍କୁ ଜଣା ନ ଥାଏ। ତେବେ ଏହି ମାସରେ ଏପରି ଏକ ଦିନ ଅଛି ଯାହାକୁ ସମସ୍ତେ ଅପେକ୍ଷା କରିଥାନ୍ତି। ଆସନ୍ତୁ ଜାଣିବା ଏହି ମାସରେ କଣ କଣ ପର୍ବ ପର୍ବାଣୀ ରହିଛି।

ଶ୍ରମିକ ଦିବସ- ମେ 1 ତାରିଖକୁ ସାଧାରଣତଃ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ସରକାରୀ ଛୁଟି ଥାଏ।

ଅକ୍ଷୟ ତୃତୀୟା- ମେ 3 ତାରିଖରେ ପଡୁଛି ଅକ୍ଷୟ ତୃତୀୟା। ଏହା ହେଉଛି ଏକ ହିନ୍ଦୁ କ୍ୟାଲେଣ୍ଡରରେ ବଡ ଦିନ। କାରଣ ଏହି ଦିନ ସମସ୍ତ ଶୁଭ କାର୍ଯ୍ୟ ଅନୁକୂଳ କରାଯାଇଥାଏ। ଲୋକମାନେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି।

ରଥ ଅନୁକୂଳ- ମେ 3 ତାରିଖ ଅକ୍ଷୟ ତୃତୀୟାରେ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥ କାମ ଅନୁକୂଳ ହୋଇଥାଏ। ଏହି ଦିନ ଜଗନ୍ନାଥ ସଂସ୍କୃତିରେ ଶୁଭ କାମ ଆରମ୍ଭ ହେଉଥିବାରୁ ରଥ ଅନୁକୂଳ କରାଯାଇଥାଏ। ସେଥିପାଇଁ ଓଡିଆ ସଂସ୍କୃତିରେ ଏହି ଦିନ ବିଭିନ୍ନ ଶୁଭକାମ ଆରମ୍ଭ ହେବାର ପରଂପରା ରହିଛି।

ଚନ୍ଦନ ଯାତ୍ରା- ଏହି ମେ 3 ତାରିଖରେ ମଧ୍ୟ ଆରମ୍ଭ ହେବ ଚନ୍ଦନ ଯାତ୍ରା। ପ୍ରଭୃ ପୁରୀର ନରେନ୍ଦ୍ର ପୋଖରୀରେ ନୌକା ବିହାର କରିବେ।

ସୀତା ନବମୀ-  ମେ 10 ତାରିଖରେ ପଡୁଛି ସୀତା ନବମୀ। ରାମ ନବମୀରେ ପ୍ରଭୃ ଶ୍ରୀରାମ ଜନ୍ମ ଗ୍ରହଣ କରିଥିବା ବେଳେ ବୈଶାଖ ମାସ ନବମୀରେ ସୀତା ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ଏହିଦିନକୁ ସୀତା ନବମୀ ଭାବେ ପାଳନ କରାଯାଉଛି।

ନୃସିଂହ ଜନ୍ମ- ମେ 14 ତାରିଖରେ ପଡୁଛି ନୃସିଂହ ଚତୁର୍ଦ୍ଦଶୀ। ଏହି ଦିନ ସଂନ୍ଧ୍ୟା ସମୟରେ ଭଗବାନ ନୃସିଂହ ଅବତାର ଧାରଣ କରି ହିରଣ୍ୟକଷ୍ୟପୁଙ୍କୁ ବଧ କରିଥିଲେ। ଏହି ଦିନକୁ ସ୍ମରଣୀୟ କରି ରଖିବାକୁ ହିନ୍ଦୁମାନେ ନୃସିଂହ ଉପାସନା କରିଥାନ୍ତି। ଏପରିକି ସନ୍ଧ୍ୟା ସମୟରେ ଶ୍ରୀମନ୍ଦିରରେ ମଧ୍ୟ ନୃସିଂହ ଜନ୍ମନୀତି ସମ୍ପନ୍ନ ହୋଇଥାଏ।

ବୃଷ ସଂକ୍ରାନ୍ତି- ମେ 15 ତାରିଖରେ ପଡୁଛି ବୃଷ ସଂକ୍ରାନ୍ତି। ଏହି ସଂକ୍ରାନ୍ତିରେ ସୂର୍ଯ୍ୟ ଦେବ ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରିବେ।

ଚନ୍ଦନ ପୂର୍ଣ୍ଣିମା/ ବୁଦ୍ଧ ଜୟନ୍ତୀ- ମେ 16 ତାରିଖରେ ପଡୁଛି ଚନ୍ଦନ ପୂର୍ଣ୍ଣିମା ଓ ବୁଦ୍ଧ ଜୟନ୍ତୀ। ଏହି ଦିନ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ। ଏଥିସହିତ ଏହିଦିନ ବୈଦ୍ଧ ଧର୍ମାଲମ୍ବୀଙ୍କ ପାଇଁ ବଡ ପବିତ୍ର ଦିନ।

ସାବିତ୍ରୀ ବ୍ରତ- ଏଥର ସାବିତ୍ରୀ ବ୍ରତ ବା ଅମବାସ୍ୟା ମେ ମାସ 30 ତାରିଖରେ ପଡୁଛି। ଏହି ବ୍ରତ ଓଡିଆ ନାରୀମାନଙ୍କ ପାଇଁ ଏକ ବିଶେଷ ପର୍ବ। ଏହିଦିନ ସଧବା ନାରୀମାନେ ସ୍ବାମୀଙ୍କ ମଙ୍ଗଳ କାମନା କରି ମା ସାବିତ୍ରୀଙ୍କୁ ପୂଜା କରି ଉପବାସ ରହିଥାନ୍ତି।

Categories
ଧର୍ମ ବିଶେଷ ଖବର

ପାଖେଇଲା ଅକ୍ଷୟ ତୃତୀୟା, ଜାଣନ୍ତୁ ଏହି ପବିତ୍ର ଦିନରେ କଣ କରିବା ଉଚିତ

ଭୁବନେଶ୍ବର, ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଚଳିତ ବର୍ଷ ଏହା ମେ ତିନି ତାରିଖରେ ପାଳନ କରାଯାଉଛି। ଏହି ଦିନଟି କୃଷକମାନଙ୍କର ଦିନ ବୋଲି କୁହାଯାଏ। କାରଣ କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ବା ଅକ୍ଷୟମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଅକ୍ଷୟ ତୃତୀୟାକୁ ସାରା ଭାରତ ବର୍ଷରେ ଏକ ଅନୁକୂଳର ଦିନ ବୋଲି ଧରାଯାଇଛି । ଏହି ଦିନ ଯାହାକିଛି ଅନୁକୂଳ କଲେ ତାହା ସଫଳ ହୋଇଥାଏ ବୋଲି ବିଶ୍ବାସ ରହିଛି।

ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ ।ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ମହାଫଳ ପ୍ରାପ୍ତିହୁଏ । ଏହାକୁ ବ୍ରତ ରୂପେ ପାଳନ କରାଯାଏ। ବ୍ରତୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭକରି ଆଠବର୍ଷରେ ଉଦ୍‌ଯାପନ କରନ୍ତି।

ଏହି ଦିନ ଜଳଦାନ କଲେ କି ପୁଣ୍ୟଫଳ ମିଳେ ସେ ସଂପର୍କରେ ଚମତ୍କାର ଉପାଖ୍ୟାନଟି ଏହିପରି- ପୁରାକାଳରେ ଜଣେ ପାପୀ ବ୍ରାହ୍ମଣ ଥିଲା । ସେ ତା’ ଜୀବନରେ କିଛି ଦାନ ଧର୍ମକାଯ୍ୟ କରି ନଥିଲା । ଥରେ ତା’ ଗୃହକୁ ଅନ୍ୟ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳଭିକ୍ଷା କଲା। ପାପୀ ବ୍ରାହ୍ମଣ ତାକୁ ଜଳ ନଦେଇ ନିଷ୍ଠୁର ଭାବେ ଗୃହରୁ ବିତାଡିତ କଲା ସମୟରେ ସୁଶିଳା ନାମ୍ନୀ ତା’ର ସ୍ତ୍ରୀ ଆସି ସ୍ୱାମୀକୁ ସେ କାର‌୍ୟ୍ୟରୁ ନିବୃତ୍ତ କଲା ଓ ତୃଷାର୍ତ୍ତକୁ ଜଳଦାନ କଲା। କିଛି ବର୍ଷ ପରେ ପାପୀ ବ୍ରାହ୍ମଣର ମୃତ୍ୟୁ ହେଲା ।

ଯମଦୂତମାନେ ଆସି ତାକୁ ବାନ୍ଧି ନେଇଗଲେ। ଯମପୁରୀରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲା । ଯମଦୂତମାନେ ତାହାକୁ ତିରଷ୍କାର କରି କହିଲେ- ନିଜ ଜୀବନରେ କେବେ ଜଳଦାନ ନକରି ଜଳଭିକ୍ଷା କରୁଛୁ କିପରି, ପାପୀ ? ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ରାହ୍ମଣକୁ ଜଳଦାନ କଲେ ।

ଦୂତମାନେ ଆଶ୍ଚର‌୍ୟ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ – ଏହି ବ୍ରାହ୍ମଣ ସାରା ଜୀବନ ପାପକର୍ମ କରିଥିଲେ ସୁଦ୍ଧା ଅକ୍ଷୟତୃତୀୟା ଦିନ ଏହାର ସ୍ତ୍ରୀ ତୃଷାର୍ତ୍ତ ବ୍ରାହ୍ମଣକୁ ଜଳଦାନ କରିଥିଲା। ସ୍ତ୍ରୀର ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି । ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ । ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମିପୂଜା କରି ବୀଜବପନ କରୁଥିଲେ। ଭୂମିକର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି।

ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଉଛି

Categories
ଆଜିର ଖବର

ଚଳିତ ଅକ୍ଷୟ ତୃତୀୟାରେ “ରନ୍‌କାର” କଲେକ୍‌ସନର ଶୁଭାରମ୍ଭ କରିଛି ରିଲାଏନ୍ସ ଜୁଏଲ୍ସ

ଭୁବନେଶ୍ବର: ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ କଳା ଓ ସଂସ୍କୃତି ଦ୍ୱାରା ଅନୁପ୍ରେରିତ ଅନେକ ଗୁଡ଼ିଏ କଲେକ୍‌ସନ ପାଇଁ ଜଣାଶୁଣା। ଏଥି ମଧ୍ୟରେ ସାମିଲ୍ ରହିଛି ପାରମ୍ପରିକ ବିଶ୍ୱାସ ଯେଉଁଥିରେ ଭାରତର ସମୃଦ୍ଧ ଓ ବ୍ୟାପକ ଐତିହ୍ୟ ପ୍ରତିଫଳିତ ହୋଇଥାଏ। ଓଡ଼ିଶାରୁ ଅନୁପ୍ରେରିତ ଉତ୍କଳ ଓ ବନାରସରୁ ଅନୁପ୍ରେରିତ କାସୟମ ସହିତ ରିଲାଏନ୍‌ସ ଜୁଏଲ୍‌ସ ଭାରତର ସମୃଦ୍ଧ ଓ ବ୍ୟାପକ ସଂସ୍କୃତିକୁ ଜୁଏଲାରୀ ଡିଜାଇନ୍ ମାଧ୍ୟମରେ ଏହାର ଗ୍ରାହକମାନଙ୍କ ନିକଟକୁ ଆଣିବା ଜାରି ରଖିଛି।

ରିଲାଏନ୍‌ସ ଜୁଏଲ୍‌ସ ଫାଇନ୍ ଜୁଏଲାରୀର ଏକ ଆକର୍ଷଣୀୟ କଲେକ୍‌ସନ ‘ରନ୍‌କାର’ ର ଶୁଭାରମ୍ଭ କରିଛି। ଏହାକୁ ବିଶେଷ ଭାବରେ ଅକ୍ଷୟ ତୃତୀୟାର ସ୍ୱତନ୍ତ୍ର ଅବସର ପାଇଁ ପ୍ରସ୍ତୁତ କରାଯାଇଛି। ଏହି କଲେକ୍‌ସନଟି କଚ୍ଛର ରଣ ତଥା ବ୍ୟାପକ ଐତିହ୍ୟ ଦ୍ୱାରା ଅନୁପ୍ରେରିତ। କଚ୍ଛ ହେଉଛି ଆକର୍ଷଣୀୟ ଧଳା ରଣଙ୍କ ସ୍ଥାନ ଓ ଅନେକ ଗୁଡ଼ିଏ କଲରର ସମନ୍ୱୟ। ଗ୍ରାହକମାନେ ଅନେକ ଗୁଡ଼ିଏ ଆକର୍ଷଣୀୟ କଳାକୃତି ଓ ସୂକ୍ଷ୍ମ କାରିଗରିର ଜୁଏଲାରୀ ପାଇପାରିବେ ଯାହାକି କଚ୍ଛର ଉତ୍କୃଷ୍ଟ କଳାକୃତିରେ ପ୍ରସ୍ତୁତ – ଯଥା ଏକ ପୁରାତନ ବ୍ଲକ୍ ପ୍ରିଂଟିଂ ଟେକ୍‌ନିକ୍‌, ରୋଗନ୍ – ପ୍ରାକୃତିକ କଲରର ବ୍ୟବହାର କରି ଏକ ସୁନ୍ଦର ପେଂଟିଂ, ଲିପନ୍ – ଉତ୍କୃଷ୍ଟ କାରିଗରି ଯେଉଁଥିରେ କାନ୍ଥରେ ଦର୍ପଣ ଖୋଦିତ ହୋଇଥାଏ, ଉତ୍କୃଷ୍ଟ କଚ୍ଛ ଏମ୍ବ୍ରୋଇଡୋରି, ବନ୍ଧନି – ଏକ ଲୋକପ୍ରିୟ ଟାଏ-ଆଣ୍ଡ-ଡାଏ ଟେକନିକ୍ ଯାହାକୁ ଅନେକଙ୍କ ଦ୍ୱାରା ପସନ୍ଦ କରାଯାଇଥାଏ ଓ ପରିଶେଷରେ କଚ୍ଛର ସୁନ୍ଦର କାଠ କାମ।

ଭାରତର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ପାଳନ କରିବା ପାଇଁ ଓ ଗ୍ରାହକମାନଙ୍କ ପାଇଁ ଅକ୍ଷୟ ତୃତୀୟା ଅବସରକୁ ସ୍ମରଣୀୟ କରିବା ନିମନ୍ତେ, ରିଲାଏନ୍‌ସ ଜୁଏଲ୍‌ସ କଚ୍ଛର କଳାକୃତି ସହିତ ଆକର୍ଷଣୀୟ କଲେକ୍‌ସନ ପ୍ରସ୍ତୁତ କରିଛି ଯେଉଁଥିରେ ରହିଛି ସୁନା ଓ ହୀରାରେ ନିର୍ମିତ ଚମତ୍କାର ପେଣ୍ଡାଂଟ ସେଟ୍‌, ଇୟରିଂ, ରିଙ୍ଗ ଓ ଚୁଡ଼ି ଇତ୍ୟଦାି।

ଏହି କଲେକ୍‌ସନରେ ଆକର୍ଷଣୀୟ ଓ ସୁନ୍ଦର ଚୋକର ସେଟ୍ ଓ ଆକର୍ଷଣୀୟ ନେକଲେସ୍ ସେଟ୍ ରହିଛି। ଏହା ସହିତ ଚୁଡ଼ି ଓ ମୁଦିର ୨୨ କ୍ୟାରେଟର ସୁନ୍ଦର ଡିଜାଇନମାନ ମଧ୍ୟ ପ୍ରସ୍ତୁତ କରାଯାଇଛି ଯେଉଁଥିରେ କଚ୍ଛର କଳାକୃତିକୁ ଜୀବନ୍ତ ଭାବରେ ଉପସ୍ଥାପିତ କରାଯାଇଛି । ରଣକୁ ଉପସ୍ଥାପିତ କରୁଥିବା ଆକର୍ଷଣୀୟ ପର୍ଲସ ସହିତ ନୀଳ ଓ ଲାଲ୍ ଏନାମେଲିଂ କାର୍ଯ୍ୟ ଅଜରଖ୍ ଓ ବନ୍ଧନିକୁ ଉପସ୍ଥାପିତ କରିଥାଏ। କଚ୍ଛ କାଠ କାର୍ଯ୍ୟର କଳାକୃତିକୁ ଅତ୍ୟନ୍ତ ଆକର୍ଷଣୀୟ ଭାବରେ ପ୍ରସ୍ତୁତ କରାଯାଇଛି। ବିଭିନ୍ନ ଅବସର ଓ ବଜେଟ୍ ପାଇଁ ବ୍ୟାପକ ସ୍ତରୀୟ ସୁଟ୍ ରହିଛି। ଗୋଲ୍‌ଡ କଲେକ୍‌ସନରେ ଡିଜାଇନରେ ଅନ୍ତର୍ଭୁକ୍ତ ରହିଛି ଆକର୍ଷଣୀୟ ଫିଲିଗ୍ରୀ କାମ ଓ ଟେମ୍ପଲ୍ ଷ୍ଟାଇଲ୍ ଜୁଏଲାରୀ ଯେଉଁଥିରେ ମୀନାକାରି ଓ କୁନ୍ଦନ କଳାକୃତି ରହିଛିି।

ରନ୍‌କାର କଲେକ୍‌ସନର ଡାଏମଣ୍ଡ ଡିଜାଇନ୍ କଚ୍ଛର ସୁନ୍ଦରତା ପରି ସ୍ୱତନ୍ତ୍ର ଓ ମନୋରମ। ଚମତ୍କାର ଡାଏମଣ୍ଡ ନେକଲେସ୍ ସେଟ୍‌, ପେଣ୍ଡାଂଟ ସେଟ୍ ଓ ରିଙ୍ଗ କଚ୍ଛର କଳାକୃତିକୁ ବିଭିନ୍ନ ଉପାୟରେ ପ୍ରଦର୍ଶିତ କରିଥାଏ। ଆକର୍ଷଣୀୟ ନେକଲେସ୍ ସେଟ୍ ଅଜରଖ୍ ଓ ବନ୍ଧନି କଳାକୃତିକୁ ସୁନ୍ଦର ଏନାମେଲିଂ ନୀଳ ଓ ଲାଲ୍ ଆକାରରେ ଉପସ୍ଥାପିତ କରିଥାଏ ଯେଉଁଥିରେ ଚମତ୍କାର ହୀରା ଖଚିତ ହୋଇଥାଏ। ରଣକର କଲେକ୍‌ସନରେ ଡାଏମଣ୍ଡ ସେଟିଂ ମଧ୍ୟ ସ୍ୱତନ୍ତ୍ର ଯାହାକି କଳାକୃତିକୁ ସୁନ୍ଦର ଭାବରେ ଉପସ୍ଥାପିତ କରିଥାଏ। ସୁନ୍ଦର କଚ୍ଛ ଏମ୍ବ୍ରୋଇଡୋରି ଡାଏମଣ୍ଡ ରେଞ୍ଜରେ ଅନେକ ଗୁଡ଼ିଏ କଳାକୃତିକୁ ଅନୁପ୍ରେରିତ କରିଥାଏ ଓ ଏହା ଆଧୁନିକ ଓ ସମସାମୟିକ ଡିଜାଇନ୍ ପ୍ରଦାନ କରେ ଯାହା ସମସ୍ତ ପ୍ରକାର ପାର୍ବଣ, ବ୍ରାଇଡାଲ୍ ଓ ସମସାମୟିକ ଲୁକ୍ ପାଇଁ ଅତ୍ୟନ୍ତ ଉପଯୋଗୀ।

ଏହି ନୂତନ କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ, “ଭାରତର ସଂସ୍କୃତି ଓ ଐତିହ୍ୟ ଅତ୍ୟନ୍ତ ଉନ୍ନତ ଓ ସମୃଦ୍ଧ। ଆମର କଳା ଓ ସଂସ୍କୃତି ଆଧାରରେ ଆମେ ଆମର ଜୁଏଲାରୀ ଡିଜାଇନର କଳାକୃତିଗୁଡ଼ିକୁ ପ୍ରସ୍ତୁତ କରିଛୁ। ଅକ୍ଷୟ ତୃତୀୟାର ଶୁଭ ଅବସରରେ ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ସୌଭାଗ୍ୟ ଓ ସମୃଦ୍ଧି ଆଣିଥାଏ, ଅନେକ “ରନ୍‌କାର” ଡିଜାଇନର ଉପସ୍ଥାପନ କରି ଅତ୍ୟନ୍ତ ଆନନ୍ଦିତ।

Categories
ଫଟୋ ଖବର

ପବିତ୍ର ଅକ୍ଷୟ ତୃତୀୟାରେ ପରଂପରା ଅନୁସାରେ ଆରମ୍ଭ ହୋଇଛି ତିନିଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ

ପବିତ୍ର ଅକ୍ଷୟ ତୃତୀୟାରେ ପରଂପରା ଅନୁସାରେ ଆରମ୍ଭ ହୋଇଛି ତିନିଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ

Categories
ଫଟୋ ଖବର

ଜଗନ୍ନାଥ ପରଂପରା : ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ପାଇଁ ଆସିଲା ଶ୍ରୀଜୀୟୁଙ୍କ ଆଜ୍ଞାମାଳ

ଜଗନ୍ନାଥ ପରଂପରା : ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ପାଇଁ ଆସିଲା ଶ୍ରୀଜୀୟୁଙ୍କ ଆଜ୍ଞାମାଳ

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଅକ୍ଷୟ ତୃତୀୟାକୁ ନେଇ ପ୍ରଖ୍ୟାତ ଚିତ୍ରଶିଳ୍ପୀ ପ୍ରଦୋଷ ସ୍ବାଇଁଙ୍କ ଡିଜିଟାଲ ଚିତ୍ର ପ୍ରଦର୍ଶନୀ,ଦେଖିଲେ ଖୁସି ହେବେ

 

ଚିତ୍ରଶିଳ୍ପୀ ପ୍ରଦୋଷ ସ୍ବାଇଁ

 

 

ଭୁବନେଶ୍ବର: ନୂଆଦିଲ୍ଲୀରେ ଅବସ୍ଥାପିତ ଓଡିଶାର ପ୍ରଖ୍ୟାତ ଚିତ୍ରଶିଳ୍ପୀ ପ୍ରଦୋଷ ସ୍ବାଇଁ ଅକ୍ଷୟ ତୃତୀୟା ଉପଲକ୍ଷେ କରିଛନ୍ତି ପେଣ୍ଟିଂ। ଯାହାର ଶୀର୍ଷକ ରହିଛି “ହଳର ଶକ୍ତି”। ଏଥିରେ ସେ ଓଡିଆର ସଂସ୍କୃତି ସହିତ ଓତଃପ୍ରାତ ଭାବେ ଜଡିତ ଚାଷ ଓ ଚାଷୀ ସହିତ ଅଧୁନିକତାର ଛାପ ପ୍ରଦାନ କରିଛନ୍ତି। ଏହି ପବିତ୍ର ଦିନ ଉପଲକ୍ଷେ ତାଙ୍କର ବହୁ ପେଣ୍ଟିଂ ମଧ୍ୟରୁ କିଛି ଝଲକ।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆଜି ହେଉଛି ଅକ୍ଷୟ ତୃତୀୟା, ଏହି ପବିତ୍ର ତିଥିରେ ଜଗନ୍ନାଥ ମନ୍ଦିରରେ ପାଳନର ରହିଛି ସ୍ବତନ୍ତ୍ରତା

ଭୁବନେଶ୍ବର, ଅକ୍ଷୟ ତୃତୀୟା ହେଉଛି ଓଡିଶାର ଏକ ବଡ ପର୍ବ। କାରଣ ଏହି ପର୍ବରେ ବିଭିନ୍ନ କାର୍ଯ୍ୟ ଅନୁକୂଳ କରିବା ପାଇଁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ଏହି ତିଥୀରେ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ରୀତିନୀତି ପାଳିତ ହୋଇଥାଏ।

ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାଯ୍ୟ ତଥା ଦେଉଳ ପୁରୋହିତ ରଥ ନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ ।

ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ ।

ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠଲାଗିଥାଏ । ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହି କାର‌୍ୟ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗେ ।

ଏହି ଦିନ ଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ । ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର‌୍ୟ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ଓଡିଶାରେ ଅକ୍ଷୟ ତୃତୀୟାର କଣ ରହିଛି ମହତ୍ବ, ଏହି ଦିନ କିପରି ପାଳନ କରାଯାଏ ବ୍ରତ, ଜାଣନ୍ତୁ

ଭୁବନେଶ୍ବର, ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନଟି କୃଷକମାନଙ୍କର ଦିନ ବୋଲି କୁହାଯାଏ। କାରଣ କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ବା ଅକ୍ଷୟମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଅକ୍ଷୟ ତୃତୀୟାକୁ ସାରା ଭାରତ ବର୍ଷରେ ଏକ ଅନୁକୂଳର ଦିନ ବୋଲି ଧରାଯାଇଛି । ଏହି ଦିନ ଯାହାକିଛି ଅନୁକୂଳ କଲେ ତାହା ସଫଳ ହୋଇଥାଏ ବୋଲି ବିଶ୍ବାସ ରହିଛି।

ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ ।ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ମହାଫଳ ପ୍ରାପ୍ତିହୁଏ । ଏହାକୁ ବ୍ରତ ରୂପେ ପାଳନ କରାଯାଏ। ବ୍ରତୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭକରି ଆଠବର୍ଷରେ ଉଦ୍‌ଯାପନ କରନ୍ତି।

ଏହି ଦିନ ଜଳଦାନ କଲେ କି ପୁଣ୍ୟଫଳ ମିଳେ ସେ ସଂପର୍କରେ ଚମତ୍କାର ଉପାଖ୍ୟାନଟି ଏହିପରି- ପୁରାକାଳରେ ଜଣେ ପାପୀ ବ୍ରାହ୍ମଣ ଥିଲା । ସେ ତା’ ଜୀବନରେ କିଛି ଦାନ ଧର୍ମକାଯ୍ୟ କରି ନଥିଲା । ଥରେ ତା’ ଗୃହକୁ ଅନ୍ୟ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳଭିକ୍ଷା କଲା। ପାପୀ ବ୍ରାହ୍ମଣ ତାକୁ ଜଳ ନଦେଇ ନିଷ୍ଠୁର ଭାବେ ଗୃହରୁ ବିତାଡିତ କଲା ସମୟରେ ସୁଶିଳା ନାମ୍ନୀ ତା’ର ସ୍ତ୍ରୀ ଆସି ସ୍ୱାମୀକୁ ସେ କାର‌୍ୟ୍ୟରୁ ନିବୃତ୍ତ କଲା ଓ ତୃଷାର୍ତ୍ତକୁ ଜଳଦାନ କଲା। କିଛି ବର୍ଷ ପରେ ପାପୀ ବ୍ରାହ୍ମଣର ମୃତ୍ୟୁ ହେଲା ।

ଯମଦୂତମାନେ ଆସି ତାକୁ ବାନ୍ଧି ନେଇଗଲେ। ଯମପୁରୀରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲା । ଯମଦୂତମାନେ ତାହାକୁ ତିରଷ୍କାର କରି କହିଲେ- ନିଜ ଜୀବନରେ କେବେ ଜଳଦାନ ନକରି ଜଳଭିକ୍ଷା କରୁଛୁ କିପରି, ପାପୀ ? ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ରାହ୍ମଣକୁ ଜଳଦାନ କଲେ ।

ଦୂତମାନେ ଆଶ୍ଚର‌୍ୟ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ – ଏହି ବ୍ରାହ୍ମଣ ସାରା ଜୀବନ ପାପକର୍ମ କରିଥିଲେ ସୁଦ୍ଧା ଅକ୍ଷୟତୃତୀୟା ଦିନ ଏହାର ସ୍ତ୍ରୀ ତୃଷାର୍ତ୍ତ ବ୍ରାହ୍ମଣକୁ ଜଳଦାନ କରିଥିଲା। ସ୍ତ୍ରୀର ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି । ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ । ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମିପୂଜା କରି ବୀଜବପନ କରୁଥିଲେ। ଭୂମିକର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି।

ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଉଛି ।

Categories
ଧର୍ମ ବିଶେଷ ଖବର

ବାସ୍ତୁ ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ଦିନ କରନ୍ତୁ ଏହି କାମ, ଆପଣଙ୍କ ଜୀବନରେ ଆସିବ ବଡ ପରିବର୍ତ୍ତନ

ଭୁବନେଶ୍ବର, ଅକ୍ଷୟ ତୃତୀୟା ଏଥର 14 ମଇ 2021, ଶୁକ୍ରବାର ଦିନ ପାଳନ କରାଯାଉଛି। ତେବେ କେତେକ ସ୍ଥାନରେ ଏହା 15 ମଇରେ ମଧ୍ୟ ପାଳନ କରାଯାଉଛି। ଏହି ଦିନ କୌଣସି ଶୁଭ କାମ କରିବାକୁ ପଞ୍ଚାଗ୍ ଦେଖିବାର ଆବଶ୍ୟକତା ନାହିଁ ।ସବୁ ପ୍ରକାରର ଶୁଭ କାର୍ଯ୍ୟ ଆରମ୍ଭ କରାଯାଇପାରିବ।

ତେବେ ଅକ୍ଷୟ ତୃତୀୟା ଦିନ କିଛି ବାସ୍ତୁ ପ୍ରତିକାର ମଧ୍ୟ କରାଯାଇଥାଏ । ଯାହା ଫଳରେ ଘରେ ସବୁବେଳେ ସୁଖଶାନ୍ତି ରହିବା ସହିତ ଧନପ୍ରାପ୍ତିର ସମ୍ଭାବନା ସୃଷ୍ଟି ହୋଇଥାଏ। ଜାଣନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ପବିତ୍ର ଦିନରେ କଣ କରିବା ଉଚିତ..

  1. ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଅକ୍ଷୟ ତୃତୀୟା ଦିନ, ଆପଣ ନିଜ ଘର କିମ୍ବା ଦୋକାନରେ ଟଙ୍କା ରଖିବା ପାଇଁ ଉତ୍ତର ଏବଂ ପୂର୍ବ ଦିଗକୁ ବାଛନ୍ତୁ । ଧନକୁ ଏହି ଦିଗରେ ରଖିବା ଅର୍ଥନୈତିକ ଅଭିବୃଦ୍ଧିରେ ବାଧା ଦେବ ନାହିଁ ।
  2. ଅକ୍ଷୟ ତୃତୀୟା ଦିନ ଘରେ କିଛି ପରିବର୍ତ୍ତନ କରନ୍ତୁ । ଆପଣ ଏହି ଦିନ ଉତ୍ତର ଦିଗରେ ଏକ ଦର୍ପଣ ରଖିନ୍ତୁ । ଏହି ଦିଗରେ ଦର୍ପଣ ରଖିଲେ ଘରେ ସକରାତ୍ମକ ଶକ୍ତିର ବୃଦ୍ଧି ପାଇଥାଏ । ଯାହା ଆୟ ଏବଂ ଧନ ବୃଦ୍ଧିରେ ପରିଣତ ହୁଏ ।
  3. ଯଦି ଆପଣଙ୍କ ଘରେ ଟ୍ୟାପରୁ ପାଣି ଝରୁଛି ତେବେ ତୁରନ୍ତ ଅକ୍ଷୟ ତୃତୀୟା ଦିନ ଏହାକୁ ଠିକ୍ କରନ୍ତୁ । ବାସ୍ତୁ ଶାସ୍ତ୍ର କହିବା ଅନୁସାରେ, ଟ୍ୟାପରୁ ପାଣି ଝରିବା ପରି ଆପଣଙ୍କ ଟଙ୍କା ମଧ୍ୟ ଏହି ଭାବରେ ପ୍ରବାହିତ ହେବ । ତେଣୁ ଆପଣଙ୍କ ଘରେ ଥିବା ସମସ୍ତ ଟ୍ୟାପ୍ ସଠିକ୍ କରନ୍ତୁ । ଘରେ ଲଗାତାର ଜଳ ପ୍ରବାହ ଅପ୍ରୀତିକର ବୋଲି ବିବେଚନା କରାଯାଏ ।
  4. ଅକ୍ଷୟ ତୃତୀୟା ଦିନ, ଘରେ ଆପଣ ଯେକୌଣସି ବ୍ୟବସାୟ ସମ୍ବନ୍ଧୀୟ କିମ୍ବା କାର୍ଯ୍ୟ କରୁଥିବା ସମ୍ବନ୍ଧୀୟ ଚିତ୍ର ରଖନ୍ତୁ । ଏହା ଆପଣଙ୍କ ବ୍ୟବସାୟକୁ ବଢାଇଥାଏ ଏବଂ ଆପଣଙ୍କ କାର୍ଯ୍ୟକୁ ପ୍ରୋତ୍ସାହିତ କରିଥାଏ । ଆପଣ ବ୍ୟବସାୟ ସହିତ ଜଡିତ ବିଶ୍ବ ପ୍ରସିଦ୍ଧ ବ୍ୟକ୍ତିଙ୍କ ଚିତ୍ର ଆପଣ ସଠିକ୍ ସ୍ଥାନରେ ସଠିକ୍ ଦିଗରେ ରଖି ପାରିବେ ।
  5. ଏହି ଦିନ, ଆପଣ ମାଟି ପାତ୍ରରେ ଏକ ତରଭୁଜ ରଖି ଜଣେ ଭିକାରୀଙ୍କୁ ଦାନ କରନ୍ତୁ। ଏଥିସହିତ ଏକ ଟଙ୍କିକିଆ ମୁଦ୍ରା ମଧ୍ୟ ତାଙ୍କୁ ଦାନ କରନ୍ତୁ।
Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଏଇ ମାସରେ ପଡୁଛି ଅକ୍ଷୟ ତୃତୀୟା, ସଫଳତା ପାଇଁ ଏହି ପବିତ୍ର ଦିନରେ କରନ୍ତୁ ଏସବୁ କାମ

ଭୁବନେଶ୍ବର, ଚଳିତ ବର୍ଷ ଅକ୍ଷୟ ତୃତୀୟା ଏହି ମେ ମାସ 15 ତାରିଖ ପଡୁଛି। ସେହିଦନ ମଧ୍ୟ ବୃଷ ସଂକ୍ରାନ୍ତି। ଅକ୍ଷୟ ତୃତୀୟା ହେଉଛି ସମସ୍ତ ତାରିଖ ମଧ୍ୟରେ ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ । ଏହି ତାରିଖରେ ପାଂଜି ନ ଦେଖି ସମସ୍ତ ପ୍ରକାରର ଶୁଭ କାର୍ଯ୍ୟ ଆରମ୍ଭ କରାଯାଇପାରିବ। ଶ୍ରୀମନ୍ଦିରରେ ମଧ୍ୟ ଅକ୍ଷୟ ତୃତୀୟାରୁ ମହାପ୍ରଭୃଙ୍କର ଚନ୍ଦନ ଯାତ ଆରମ୍ଭ ହୋଇଥାଏ।

ଅକ୍ଷୟ ତୃତୀୟା ପରି ଶୁଭ ଦିନରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରିବାର ନିୟମ ରହିଛି। ଏହିଦିନ ପ୍ରଭୁ ନର-ନାରାୟଣଙ୍କ ସମେତ ପରର୍ଶୁରାମ ଏବଂ ହୟଗ୍ରୀବଙ୍କର ଏକ ଅବତାର ସୃଷ୍ଟି ହୋଇଥିଲା । ଏହା ବ୍ୟତୀତ ବ୍ରହ୍ମାଙ୍କ ପୁଅ ଅକ୍ଷୟ କୁମାର ମଧ୍ୟ ଏହି ଦିନ ଜନ୍ମ ହୋଇଥିଲେ। ଏହି ଦିନ ବଦ୍ରିନାରାୟଣଙ୍କ ଦ୍ୱାର ମଧ୍ୟ ଖୋଲା ହୋଇଥାଏ ।

ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଗଙ୍ଗା ମାତା ପୃଥିବୀକୁ ଆସିଥିଲେ। ଅକ୍ଷୟ ତୃତୀୟା ଦିନ ଭଗବାନ କୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିଲେ ଯେ ଏହି ଦିନ ତୁମେ ଯାହା ବି ସୃଜନଶୀଳ କିମ୍ବା ସାଂସାରିକ କାର୍ଯ୍ୟ କର, ତୁମେ ଆଶୀର୍ବାଦ ପାଇବ। ଅକ୍ଷୟ ତୃତୀୟା ଦିନ ବୃନ୍ଦାବନର ବାଙ୍କବିହାରୀ ମନ୍ଦିରର ଶ୍ରୀବିଗ୍ରହଙ୍କ ପାଦ ଦର୍ଶନ ହୋଇଥାଏ। ଏହିଦିନ ଭଗବାନ କୃଷ୍ଣଙ୍କୁ ଭେଟିବା ପାଇଁ ସୁଦାମା ଦ୍ବାରିକାରେ ପହଞ୍ଚିଥିଲେ।

ଏହି ଦିନ ସତ୍ୟଯୁଗ ଏବଂ ତେତ୍ରୟା ଯୁଗ ଆରମ୍ଭ ହୋଇଥିଲା ଏବଂ ଦ୍ୱାପର ଯୁଗ ମଧ୍ୟ ଏହି ଦିନ ଶେଷ ହୋଇଥିଲା । ଅକ୍ଷୟ ତୃତୀୟା ଦିନଠାରୁ ବ୍ୟାସଦେବଙ୍କ ନିର୍ଦ୍ଦେଶରେ ଭଗବାନ ଗଣେଶ ମହାଭାରତ ଲେଖିବା ଆରମ୍ଭ କରିଥିଲେ। ଏହି ଦିନ ମହାଭାରତର ଯୁଦ୍ଧ ମଧ୍ୟ ଶେଷ ହୋଇଥିଲା। ଅକ୍ଷୟ ତୃତୀୟାକୁ ଅନନ୍ତ-ଅକ୍ଷୟ-ଅକ୍ଷୁର୍ଣ୍ଣ ଫଳ କୁହାଯାଏ । ଯିଏ କେବେ ବି କ୍ଷୟ ହୁଏ ନାହିଁ ତାଙ୍କୁ ଅକ୍ଷୟ କୁହାଯାଏ ।

ଏହି ପବିତ୍ର ଦିନ କଣ କରିବା ଉଚିତ

ଅକ୍ଷୟ ତୃତୀୟା ଦିନ, ପଙ୍ଖା, ଚାଉଳ, ଲୁଣ, ଘିଅ, ଚିନି, ପନିପରିବା, ଫଳ, ତାମ୍ର ପାତ୍ର ଏବଂ ପୋଷାକ ଇତ୍ୟାଦି ଦାନ କଲେ ଭଲ ବୋଲି ବିବେଚନା କରାଯାଏ।

ଏହି ଶୁଭ ଅବସରରେ ସୁନା ଓ ରୂପା କିଣିବା ଏବଂ ସମ୍ପତ୍ତି କାରବାର କରିବା ଶୁଭ ବୋଲି ବିବେଚନା କରାଯାଏ ।

ଏହି ଦିନ କୌଣସି ନୂତନ କାର୍ଯ୍ୟ, ସପିଂ, ବିବାହ ଆରମ୍ଭ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

ଏହି ଦିନଟି ସବୁଠାରୁ ବଡ ଶୁଭ ଦିନ ଭାବରେ ବିବେଚନା କରାଯାଏ । ସମସ୍ତ ଶୁଭ କାର୍ଯ୍ୟ ବ୍ୟତୀତ, ଆପଣ ସୁନା, ନୂତନ ଜିନିଷ କିଣିବା, ଘର ପ୍ରବେଶ, ନୂଆ ଦାୟିତ୍ବ,  ଯାନ କ୍ରୟ, ଜମି ପୂଜା ଏବଂ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ।

ଅକ୍ଷୟ ତୃତୀୟା ଦିନ ସ୍ନାନ କରି ଧ୍ୟାନ କରିବା, ଜପ କରିବା, ନବାହ୍ନ ଏବଂ ପିତୃପୁରୁଷଙ୍କ ପିଣ୍ଡଦାନ କରାଯାଇଥାଏ । ବିଶ୍ବାସ ରହିଛି ଅକ୍ଷୟ ତୃତୀୟାର ଶୁଭ ଦିନରେ ପିଣ୍ଡଦାନ କଲେ ପିତୃପୁରୁଷ ଆର୍ଶିବାଦ ପ୍ରଦାନ କରିଥାନ୍ତି ।

ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଇଥାଏ।