Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଜଣେ କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ବର : ଭୁବନେଶ୍ବରଠାରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମୃତ ମହିଳାଙ୍କ ବୟସ 38 ବର୍ଷ ବୋଲି ଜଣାପଡିଛି । ମହିଳା ଜଣକ କରୋନା ଆକ୍ରାନ୍ତ ହୋଇଥିଲେ ବି ତାଙ୍କଠାରେ ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲା । ସୋରିଆସିସ୍‌ ପାଇଁ ଦୀର୍ଘଦିନରୁ ମହିଳାଙ୍କ ଚିକିତ୍ସା ଜାରି ରହିଥିଲା ବୋଲି ସୂଚନା ରହିଛି । ସେପଟିକ୍‌ ସକ୍‌ ଓ ମଲ୍ଟି ଅର୍ଗାନ୍‌ ଫେଲ୍‌ ପାଇଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ପୂର୍ବରୁ ମଧ୍ୟ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ସୂଚନାଯୋଗ୍ୟ ଆଜି ରାଜ୍ୟରେ 136 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1092, ସୁସ୍ଥ ହୋଇଛନ୍ତି 2282 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 9ଜଣ ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ସୁସ୍ଥ ହେଲେ ଆଉ 99

ଭୁବନେଶ୍ବର : ଆଜି ଆଉ 99 ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି । ଆଜି ସୁସ୍ଥଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ 16 ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ 13 ଜଣ, କେନ୍ଦ୍ରାପଡାରୁ11 ଜଣ, ଗଞ୍ଜାମରୁ 9 ଜଣ, ଦେବଗଡରୁ 8, କଟକରୁ ଓ ଜଗତସିଂହପୁରର 7 ଜଣ ଲେଖାଏଁ ରହିଥିବାବେଳେ ବାଲେଶ୍ବର, ବରଗଡ ଓ ବଲାଙ୍ଗିରରୁ 6 ଜଣ ଲେଖାଏଁ ରହିଛନ୍ତି । କେଉଁଝରରୁ ତିନି ଜଣ ସୁସ୍ଥ ହୋଇଥିବାବେଳେ ନୟାଗଡରୁ 3 ଜଣ ସୁସ୍ଥ ହୋଇଛନ୍ତି । ସେହିପରି କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସୁସ୍ଥଙ୍କସଂଖ୍ୟା 1993ରେ ପହଞ୍ଚିଛି । ଆଜି ରାଜ୍ୟରେ 138 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 2994ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ପଟିଆରୁ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଭୁବନେଶ୍ବରର ଚିହ୍ନଟ 2 ଆକ୍ରାନ୍ତ ପଟିଆ ଅଞ୍ଚଳର ବୋଲି ଜଣାପଡିଛି । ପଟିଆର ଗୋଟିଏ ପରିବାରର ଏହି ଦୁହେଁ ଚିହ୍ନଟ ହୋଇଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ଜଣେ 40 ବର୍ଷୀୟ ପୁରୁଷ ଥିବାବେଳେ ଜଣେ 8 ବର୍ଷୀୟ ଝିଅ ରହିଛନ୍ତି ବୋଲି ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି । ଦୁହେଁ ଗୋଟିଏ ପରିବାରର ବୋଲି ଜଣାପଡିଛି। ଉଭୟଙ୍କର ଦିଲ୍ଲୀ ଗସ୍ତ ନେଇ ଟ୍ରାଭେଲ୍‌ ହିଷ୍ଟ୍ରି ରହିଛି । ଦୁହେଁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିଲେ, ଦିଲ୍ଳୀରୁ ଫେରିଥିଲେ ବୋଲି ସୂଚନା ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 88କୁ ବୃଦ୍ଧି ହୋଇଛି । ଭୁବନେଶ୍ବରରେ ଆକ୍ଟିଭ୍‌ କେସ୍‌ 34 ଥିବାବେଳେ ସୁସ୍ଥ ହୋଇଛନ୍ତି 51 ଓ ମୃତ୍ୟୁବରଣ କରିଛନ୍ତି ତିନି ଜଣ ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ସର୍ବାଧିକ 156 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 156 କରୋନା  ଆକ୍ରାନ୍ତ ଚିହ୍ନଟ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2ହଜାର 104କୁ ବୃଦ୍ଧି  ହୋଇଛି । ନୂତନ 156ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 153ଜଣ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 3ଟି ଲୋକାଲ୍‌ କେସ୍‌ ରହିଛି । ଆଜି 19 ଜିଲ୍ଲାରୁ 156 ଜଣଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡାରୁ ସର୍ବାଧିକ ରହିଛନ୍ତି ବୋଲି ସୂଚନା ରହିଛନ୍ତି ।ଏବେ ସୁଦ୍ଧା ରାଜ୍ୟରେ ଆକ୍ଟିଭ୍‌ କେସ୍‌ 969 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1126। କରୋନା ଯୋଗୁଁ ରାଜ୍ୟରେ ମୃତ୍ୟୁବରଣ କରିଛନ୍ତି ସାତଜଣ । ସେହିପରି ଦୁଇଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଉ 96 ଜଣ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 1800 ଡେଇଁଲା

ଭୁବନେଶ୍ବର : ରାଜ୍ୟରେ ଆଉ 96 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1819କୁ ବୃଦ୍ଧି ହୋଇଛି । ଆଜି 18ଟି ଜିଲ୍ଳାରୁ 96 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଓ ଗଜପତିରେ ସର୍ବାଧିକ 10 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲାରୁ 9ଜଣ ଚିହ୍ନଟ ହୋଇଛନ୍ତି ।  ଭଦ୍ରକ, ବଲାଙ୍ଗିର ଓ ସୁନ୍ଦରଗଡରୁ 7 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଗଞ୍ଜାମ, ଯାଜପୁର, କଟକ, ଜଗତସିଂହପୁରରୁ 6 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ 5, ବାଲେଶ୍ବର, ଦେବଗଡ ଓ ନୂଆପଡାରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଢେଙ୍କାନାଳରୁ 2, ପୁରୀ, ନୟାଗଡ ଓ କେନ୍ଦୁଝରରୁ ଜଣେ ଲେଖାଏଁ ରହିଛନ୍ତି । ଏଯାବତ୍‌ ରାଜ୍ୟରେ 833ଟି ସକ୍ରିୟ ମାମଲା ରହିଥିବାବେଳେ ସୁସ୍ଥ ହୋଇଛନ୍ତି 977 ଓ ସାତ ଜଣ ମୃତ୍ୟୁବରଣ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ହେବନି

ଭୁବନେଶ୍ବର : କରୋନାରେ ସଂକ୍ରମିତଙ୍କ ପରିଚୟ ପ୍ରଘଟ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରିଚୟ ଯେଭଳି ପ୍ରଘଟ ନ ହେବ ସୁନିଶ୍ଚିତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କରୋନାରେ ଆକ୍ରାନ୍ତ ହୋଇ ଯଦି କୌଣସି ବ୍ୟକ୍ତି ସରକାରୀ ହେଉ କି ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି, କିମ୍ବା କୌଣସି କ୍ୱାରେଣ୍ଟିନ୍‌ ସେଣ୍ଚରେ ରହୁଥିଲେ ତାଙ୍କ ପରିଚୟ ପ୍ରଘଟ କରାଯାଇପାରିବ ନାହିଁ। ଏପରିକି ସରକାରୀ ବିଭାଗରେ ତଥ୍ୟ ଆଦାନ ପ୍ରଦାନରେ ବି କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କରାଯିବନି ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାସହ ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆରେ ବି କରୋନା ସଂକ୍ରମିତଙ୍କ ପରିଚୟ ଦିଆଯାଇପାରିବ ନାହିଁ ବୋଲି ଏକ ଜନ ସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁରରୁ ଚିହ୍ନଟ 11 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି

ରମେଶ ମହାନ୍ତି

ଜଗତସିଂହପୁର :  ଆଜି ଜଗତସିଂହପୁରରୁ 11ଟି ପଜିଟିଭ୍‌ ମାମଲା ଆସିଛି। ଏହି ସମସ୍ତ 11 ଜଣ ଆକ୍ରାନ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ତିର୍ତ୍ତୋଲ୍‌ ଓ ଏରସମାରୁ ଚାରି ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କୁଜଙ୍ଗରୁ 2 ଜଣ ଓ ବାଲିକୁଦାରୁ ଜଣେ ରହିଛନ୍ତି। ଗତ 24, 25 ଓ 26 ତାରିଖରେ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା।  ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଏମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ଆଜି ଜଗତସିଂହପୁରରୁ 23ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 60 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 28ରେ ପହଞ୍ଚିଛି। ଏବେ ସୁଦ୍ଧା ଜିଲ୍ଲାରେ 32ଟି ସକ୍ରିୟ କେସ୍‌ ରହିଛି ବୋଲି ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ।

ଆଜି ତିର୍ତ୍ତୋଲ ବ୍ଲକରୁ ଚିହ୍ନଟ ହୋଇଥିବା ଚାରି ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ ଜଣାପଡିଛି।  ତିର୍ତ୍ତୋଲ୍‌ ବ୍ଲକ ପିପ୍ପଳମାଧବ ପଞ୍ଚାୟତ ପଞ୍ଚସଖା ସ୍କୁଲ୍ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଗୁଜୁରାଟ ଫେରନ୍ତା ଥିବା ବେଳେ ଅନ୍ୟଜଣେ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି। ସେହିପରି ସାମନ୍ତରାପୁର ପଞ୍ଚାୟତର ସିରସ୍ତା ବାତ୍ୟା ଆଶ୍ରୟସ୍ଥଳୀ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବାହାରିଥିବା 2ଜଣ ଆକ୍ରାନ୍ତ ସ୍ୱାମୀ ସ୍ତ୍ରୀ ହୋଇଥିବା ବେଳେ ସେମାନେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି। ଗୋଟିଏ ପରିବାରରୁ 4ଜଣ ମହାରାଷ୍ଟ୍ରରୁ ଫେରି ଉକ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଉକ୍ତ ସ୍ୱାମୀ ସ୍ତ୍ରୀ ଦୁଇଜଣ ଆକ୍ରାନ୍ତ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 67 ପଜିଟିଭ୍‌ ଚିହ୍ନଟ : ପ୍ରଥମ ଥର ପାଇଁ ନୂଆପଡା ଛୁଇଁଲା କରୋନା

ଭୁବନେଶ୍ବର : ରାଜ୍ୟରେ ଆଉ 67 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି।  ଏହି ନୂତନ 67ଙ୍କ ମଧ୍ୟରେ  ପୁରୀ ଜିଲ୍ଲାରୁ ସର୍ବାଧିକ 16, ନୟାଗଡରୁ 13, ଗଞ୍ଜାମ ଓ ବଲାଙ୍ଗିର ଜିଲ୍ଲାରୁ 7 ଜଣ ଲେଖାଏଁ, ଅନୁଗୁଳରୁ 6, ସୁନ୍ଦରଗଡ ଓ କଳାହାଣ୍ଡିରୁ 4 ଜଣ ଲେଖାଏଁ ରହିଥିବାବେଳେ ଖୋର୍ଦ୍ଧାରୁ ତିନି, କଟକ ଓ ମାଲକାନଗିରିରୁ ଦୁଇଜଣ ରହିଛନ୍ତି । ଆଜି ପ୍ରଥମଥର ପାଇଁ  ବରଗଡ ଓ ନୂଆପଡା ଛୁଇଁଛି କରୋନା। ଜଗତସିଂହପୁର, ଢେଙ୍କାନାଳ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂତନ ଆକ୍ରାନ୍ତଙ୍କ ମିଶାଇଲେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 1336ରେ ପହଞ୍ଚିଛି। ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 833 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 497। ଏହି ନୂତନ 67 ମଧ୍ୟରୁ 60 କ୍ବାରେଣ୍ଟିନ୍‌ କେନ୍ଦ୍ରର ରହିଥିବାବେଳେ, ଚାରିଜଣ ହୋମ୍‌ କ୍ବାରେଣ୍ଟିନ୍‌ର ରହିଥିବାବେଳେ ତିନି ଜଣ ଲୋକାଲ୍‌ କେସ୍‌ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବଲାଙ୍ଗିରରେ ପୁଣି 7 ପଜିଟିଭ୍‌

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ 7 କରୋନା ଆକ୍ରାନ୍ତ ଚିହ୍ନଟ। 7 ଆକ୍ରାନ୍ତ ଚିହ୍ନଟ ନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଆଗଲପୁର ଓ ସଇଁତଳା ବ୍ଲକର 2 ଜଣ ଲେଖାଏଁ ରହିଥିବା ବେଳେ ଲୋଇସିଂହା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ 7 ଜଣ ପୁରୁଷ ଓ ସମସ୍ତେ ବାହାର ରାଜ୍ୟ ଫେରନ୍ତା ରହିଛନ୍ତି । ସମସ୍ତେ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଥିଲେ । ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 16କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡାରୁ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ : ଆକ୍ରାନ୍ତଙ୍କ ମଧ୍ୟରେ ବର୍ଷକର ଶିଶୁ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି‌ ଜିଲ୍ଲାପାଳ ସରୋଜ କୁମାର ସାମଲ । ଚିହ୍ନଟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ଥିବାବେଳେ ଅନ୍ୟ ଜଣେ 40 ବର୍ଷୀୟ ବ୍ୟକ୍ତି ଅଛନ୍ତି।

ମଙ୍ଗଳ ବଜାରରେ ଥିବା ଏକ ପରିବାରର ବର୍ଷକର ଶିଶୁ କନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ଉକ୍ତ ପରିବାରରୁ ଜଣେ 5 ବର୍ଷର ଶିଶୁପୁତ୍ର କରୋନାରେ ଆକ୍ରାନ୍ତ ହୋଇଥିବାର ଖବର ସାମ୍ନାକୁ ଆସିଥିଲା। ସୂଚନାଥାଉ କି, ସମ୍ପୃକ୍ତ ପରିବାରର ସଦସ୍ୟମାନେ ବାହାର ରାଜ୍ୟରୁ ଫେରି କ୍ୱାରେଣ୍ଟିନ୍‌ରେ ଥିଲେ।

ସେହିପରି ଚିହ୍ନଟ 40 ବର୍ଷୀୟ ବ୍ୟକ୍ତିଙ୍କ ଘର ବ୍ରଜରାଜନଗରରେ। ସେ ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଟିନ୍‌ରେ ରହିିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି 51 ନୂଆ ପଜିଟିଭ୍‌ ଚିହ୍ନଟ : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1100 ଟପିଲା

ଭୁବନେଶ୍ବର : ଆଜି ରାଜ୍ୟରେ 51ଟି ନୂତନ ପଜିଟିଭ୍‌ ଚିହ୍ନଟ ହୋଇଥିବାର ରାଜ୍ୟ ଓ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ତରଫରୁ ସୂଚନା ମିଳିଛି । ନୂତନ 51ଙ୍କ ମଧ୍ୟରେ ଗଞ୍ଜାମରୁ ଚାରି, ଯାଜପୁରରୁ 5, କଟକରୁ 9, ଜଗତସିଂହପୁରରୁ 2, ପୁରୀରୁ ଜଣେ, ନୟାଗଡରୁ 11,ଅନୁଗୁଳରେ 2,  ସମ୍ବଲପୁରରେ 2, ମାଲକାନଗିରିରୁ 1, କଳାହାଣ୍ଡିରେ 11 ଓ ମୟୂରଭଞ୍ଜରୁ 3 ଜଣ ଚିହ୍ନଟ ହୋଇଥିବା ନେଇ ସୂଚନା ରହିଛି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1103କୁ ବୃଦ୍ଧି ହୋଇଛି । ସେହିପରି ଆଜି ଜଣକର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ହୋଇଛି ।

ତେବେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ହେଲେ ଆକ୍ରାନ୍ତ

ଗଞ୍ଜାମ-  317

ଯାଜପୁର – 179

କଟକ- 45

ଜଗତସିଂହପୁର -30

ନୟାଗଡରେ 21

ଅନୁଗୁଳ – 19

ସମ୍ବଲପୁର – 5

ମାଲକାନଗିରି – 3

କଳାହାଣ୍ଡି -13

ମୟୂରଭଞ୍ଜ – 14

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର : ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ୨୩ ପଜିଟିଭ, ଗତକାଲି ଜିଲ୍ଲାକୁ ଆସିଛନ୍ତି ୭୦୦ ପ୍ରବାସୀ

ରମେଶ ମହାନ୍ତି

ଜଗତସିଂହପୁର : ଜଗତସିଂହପୁରର ଗତକାଲି ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୩ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏବେ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଚିହ୍ନଟ ୨୦ ଜଣଙ୍କ ମଧ୍ୟରୁ ନାଉଗାଁ ବ୍ଲକର ୧୯ଜଣ ଓ କୁଜଙ୍ଗ ବ୍ଲକର ୧ଜଣ ଅଛନ୍ତି । ଚିହ୍ନଟ ୨୦ଜଣଙ୍କ ମଧ୍ୟରୁ ୧୯ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ ତାମିଲନାଡୁ ଫେରନ୍ତା ଅଟନ୍ତି । ସମସ୍ତ ଚିହ୍ନଟ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସମସ୍ତ ୨୦ଜଣ ଆକ୍ରାନ୍ତଙ୍କୁ ଭୁବନେଶ୍ୱରର କିମ୍‌ସ ହସ୍‌ପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଅଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଆଜି ସକାଳୁ ଜଗତସିଂହପୁର ଜିଲ୍ଲାରେ ଆଉ ୩ଟି ପଜିଟିଭ୍ କେସ୍ ବାହାରିଛି ଓ ଏହି ସମସ୍ତ ପଜିଟିଭ୍ ଆକ୍ରାନ୍ତ ବାଲିକୁଦା ଅଚଂଳର ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ ଦେଇଛନ୍ତି ।

ଗତକାଲି ଜିଲ୍ଲାରେ ପୂର୍ବରୁ ଚିହ୍ନଟ ହୋଇଥିବା ୫ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ପାଞ୍ଚ ସୁସ୍ଥଙ୍କ ମଧ୍ୟରେ ଜଣେ ୭୦ବର୍ଷ ବୟସ୍କ ବୃଦ୍ଧ ଅଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି ।

ଗତକାଲି ଅର୍ଥାତ୍‌ ମେ ୧୮ତାରିଖ ଓ  ଆଜି ୧୯ତାରିଖ ସକାଳ ୭ଟା ସୁଦ୍ଧା ବିଭିନ୍ନ ରାଜ୍ୟରୁ ଜଗତସିଂହପୁର ଜିଲ୍ଲାକୁ ୭୦୦ଜଣ ଓଡିଆ ପ୍ରବାସୀ ଆସିଛନ୍ତି । ସେମାନଙ୍କୁ ବିଭିନ୍ନ ପଚାଂୟତରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି ।ଏହି କ୍ରମରେ ନାଉଗାଁ ବ୍ଲକକୁ ୮୯ଜଣ, ଜଗତସିଂହପୁର ବ୍ଲକକୁ ୭୭ଜଣ, ଜଗତସିଂହପୁର ପୌର ପରିଷଦକୁ ୨୧ଜଣ,ବା ଲିକୁଦା ବ୍ଲକକୁ୧୯୦ଜଣ,କୁଜଙ୍ଗ ବ୍ଲକକୁ୪୬ ଜଣ,ଏରସମା ବ୍ଲକକୁ୧୦୫ ଜଣ,ତିର୍ତୋଲ ବ୍ଲକକୁ ୯୦ଜଣ,ରଘୁନାଥପୁର ବ୍ଲକକୁ ୪୯ଜଣ,ବିରିଡି ବ୍ଲକକୁ ୩୩ଜଣଙ୍କୁ ପଠାଯାଇଅଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ପରିବହନ,ଖାଇବା ପିଇବା, ରହଣିର ସୁବନ୍ଦୋବସ୍ତ କରାଯାଇଛି । ମେ ୧୫ ତାରିଖରେ ସଂଗୃହିତ ହୋଇ ପରୀକ୍ଷା ପାଇଁ ଯାଇଥିବା ୧୨୩ଟି ସ୍ୱାବ ରିପୋର୍ଟ ମଧ୍ୟରୁ ପୂର୍ବରୁ ୭୩ଟି ରିପୋର୍ଟ ନେଗେଟିଭ୍ ଆସିଥଲା ଏବଂ ଗତକାଲି ଆଉ ୩୦ଟି ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିଅଛି । ମେ ୧୬ ତାରିଖରେ ସଂଗୃହିତ ୧୫୧ ସ୍ୱାବ ରିପୋର୍ଟ ମଧ୍ୟରୁ ୧୪୮ଟିର ରିପୋର୍ଟ ନେଗେଟିଭ୍ ଆସିଅଛି ବୋଲି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିଛନ୍ତି । ଗତ ୩ ତାରିଖ ଠାରୁ ୧୮ ତାରିଖ ଅପରାହ୍ନ ୩ଟା ସୁଦ୍ଧା ଜଗତସିଂହପୁର ଜିଲ୍ଲାକୁ ୪୮୬୨ ଜଣ ପ୍ରବାସୀ ଓଡିଆ ଆସିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଚିହ୍ନଟ 48 ଆକ୍ରାନ୍ତଙ୍କ ମଧ୍ୟରୁ 47 ଜଣ କ୍ବାରେଣ୍ଟାଇନ୍‌ କେନ୍ଦ୍ରର, ଆଉ ଜଣେ ଗିରଫ ଅଭିଯୁକ୍ତ

ଆଜି ଚିହ୍ନଟ 48 ଜଣଙ୍କମଧ୍ୟରୁ  47 ଜଣ କ୍ବାରେଣ୍ଟାଇନ୍‌ କେନ୍ଦ୍ରର ଓ ବାହାର ରାଜ୍ୟ ଫେରନ୍ତା ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଆଉ ଜଣେ ଆକ୍ରାନ୍ତ ପୁରୀର ହୋଇଥିବାବେଳେ ସେ ଜେଲ୍‌ରେ ରହିଥିଲେ ।

ଯାଜପୁରର ସମସ୍ତ 16 ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା। 7 ଜଣ ପଶ୍ଚିମବଙ୍ଗରୁ ଫେରିଥିବାବେଳେ ଜଣେ ତେଲେଙ୍ଗାନା, ଚାରି ଜଣ ଆନ୍ଧ୍ର, ଚାରି ଜଣ ଅହମ୍ମଦାବାଦ ଫେରନ୍ତା। ସେହିପରି ଗଞ୍ଜାମରୁ ଆଜି ଚିହ୍ନଟ ହୋଇଥିବା 15 ଆକ୍ରାନ୍ତଙ୍କ ମଧ୍ୟରୁ 14 ଜଣ ସୁରତ ଫେରନ୍ତା ଓ ଜଣେ ବେଙ୍ଗାଲୁରୁ ଫେରନ୍ତା।

କେନ୍ଦ୍ରାପଡାରୁ ସମସ୍ତ ତିନି ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ରହିଥିବାବେଳେ ନୟାଗଡର ସମସ୍ତ ତିନି ଆକ୍ରାନ୍ତ ଅହମ୍ମଦାବାଦ ଫେରନ୍ତା, ବଲାଙ୍ଗିରର ଦୁଇ ଆକ୍ରାନ୍ତ ସୁରତ ଫେରନ୍ତା, କନ୍ଧମାଳର ଦୁଇ ଫେରନ୍ତା ତାମିଲନାଡୁ ଫେରନ୍ତା।  ବୌଦ୍ଧ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ଜଣେ ଲେଖାଏଁ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାପଡିଛି। କଟକ ଚିହ୍ନଟ ଆକ୍ରାନ୍ତ ଜଣକ ମହାରାଷ୍ଟ୍ର ଫେରନ୍ତା।

ପୁରୀର ଚିହ୍ନଟ ଚାରି ଆକ୍ରାନ୍ତ ମଧ୍ୟରୁ ଦୁଇ ଜଣ ତାମିଲନାଡୁରୁ ଫେରିଥିବାବେଳେ ଜଣେ ଆନ୍ଧ୍ର ଓ ଜଣେ ସ୍ଥାନୀୟ ଯୁବକ ରହିଛନ୍ତି।   ସେ ଜେଲ୍‌ରେ ରହିଥିଲେ। ପୁରୀ କୁମ୍ଭାରପଡା ଥାନାରେ ଏହି ଅଭିଯୁକ୍ତ ଜଣକ ରହିଥିବାବେଳେ ଏବେ ସମ୍ପୃକ୍ତ ଥାନାକୁ ସାନିଟାଇଜ୍‌ କରାଯିବା ସହିତ କୁମ୍ଭାରପଡା ଥାନା ଅଧିକାରୀଙ୍କ ସମେତ 30 ଜଣ କର୍ମଚାରୀ ଏବେ କ୍ବାରେଣ୍ଟିନ୍‌ରେ ପଠାଯାଇଛି। ଛିନତାଇ ଅଭିଯୋଗରେ  ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ କୋଭିଡ ଟେଷ୍ଟ ପରେ ତାଙ୍କୁ ଜେଲକୁ ପଠାଯାଇଥିଲା । ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାର ତିନି ନୂଆ ଆକ୍ରାନ୍ତଙ୍କ ତଥ୍ୟ ଜାରି: ବାଣପୁରରୁ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୭୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ଆକ୍ରାନ୍ତ ରହିଛନ୍ତି। ଜିଲ୍ଲାରୁ ଚିହ୍ନଟ ନୂଆ ତିନି ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ଆକ୍ରାନ୍ତ ମାନେ ଭୁବନେଶ୍ବର ତଥା ଭୁବନେଶ୍ବର ଆଖପାଖ ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ ଏବେ ଖୋର୍ଦ୍ଧା ସବଡିଭିଜନକୁ ଛୁଇଁଛି କରୋନା ମହାମାରୀ।

ଆଜି ଚିହ୍ନଟ ତିନି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଟାଙ୍ଗୀ ବ୍ଲକରେ ଦୁଇଜଣ ରହିଥିବାବେଳେ ଓ ବାଣପୁର ବ୍ଲକରୁ ଜଣେ ଆକ୍ରାନ୍ତ ରହିଛନ୍ତି ବୋଲି ସୂଚନା ରହିଛି। ଟାଙ୍ଗୀ ବ୍ଲକ କୁହୁଡି ଚୁଆଟାଙ୍ଗୀର ଜଣେ ଓ ଲେଣ୍ଡୁ ପଞ୍ଚାୟତର ଜଣେ ରହିଥିବାବେଳେ ବାଣପୁର ବ୍ଲକ୍‌ର ଗାଲୁଆ ପଞ୍ଚାୟତର ମାଟିଆ ପୋଖରୀ ଗ୍ରାମର ଜଣେ ଆକ୍ରାନ୍ତ ରହିଛନ୍ତି। ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା ଥିବାବେଳେ ସମସ୍ତେ କ୍ବାରେଣ୍ଟାଇନ୍‌ରେ ରହିଥିଲେ।

ଏହି ତିନି ଆକ୍ରାନ୍ତଙ୍କୁ ଭୁବନେଶ୍ବର ସମ୍‌ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଏହି ତିନି ପଞ୍ଚାୟତରେ ଥିବା କ୍ବାରେଣ୍ଟିନ୍‌ କେନ୍ଦ୍ର ଚତୁଃପାର୍ଶ୍ବରେ ୧୪୪ ଧାରା ଲାଗୁ କରାଯାଇଛି।

ସୂଚନାଯୋଗ୍ୟ, ଆଜି ଚିହ୍ନଟ ୭୩ ଜଣ ଆକ୍ରାନ୍ତ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ତିନି ଆକ୍ରାନ୍ତଙ୍କ ସମେତ ଗଞ୍ଜାମରୁ ୪୨, ଭଦ୍ରକରୁ୯, ଯାଜପୁରରୁ ୧୭, ସୁନ୍ଦରଗଡରୁ ୨ ଜଣ ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି 14 ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର 12, ସୁନ୍ଦରଗଡରୁ ଜଣେ ଓ ଭଦ୍ରକରୁ ଜଣେ ରହିଛନ୍ତି । ଏବେ ରାଜ୍ୟର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 284କୁ ବୃଦ୍ଧି ହୋଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଥିବାବେଳେ ସୁନ୍ଦରଗଡରେ  ଆକ୍ରାନ୍ତଙ୍କ ସଂଖ୍ୟା 13କୁ ବୃଦ୍ଧି ହୋଇଛି । ସେହିପରି ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା 25ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ଗୋଟିଏ ଦିନରେ 7451ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି

ଭୁବନେଶ୍ବର : ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ ସମ୍ପର୍କରେ ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି। ଆଜି ଗୋଟିଏ ଦିନରେ 7451ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି ବୋଲି ସୂଚନା ରହିଛି । ଏଯାବତ୍‌ ମୋଟ୍‌ 35 ହଜାର 540 ଜଣ ଓଡ଼ିଶା ଫେରିଲେଣି । ସହରାଞ୍ଚଳରେ ପ୍ରବାସୀଙ୍କୁ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ପ୍ରାଥମିକତା ଦିଆଯାଉଛି । ଯେଉଁମାନଙ୍କ ସୁବିଧା ନ ଥିବ, ପୌର କର୍ତ୍ତୃପକ୍ଷ କ୍ବାରେଣ୍ଟିନ୍‌ ବ୍ୟବସ୍ଥା କରିବେ । ସମ୍ପୃକ୍ତ ବ୍ୟକ୍ତି ନିଜ ଖର୍ଚ୍ଚରେ ନିର୍ଦ୍ଧାରିତ ହୋଟେଲ୍‌, ଲଜ୍‌ରେ ମଧ୍ୟ ରହିପାରିବେ । ଗାଁକୁ ଫେରୁଥିବା ଲୋକ ସରକାରୀ କ୍ବାରେଣ୍ଟିନ୍‌ରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି ।

ସମ୍ପ୍ରତି ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଚିନ୍ତା ଦେଖାଯାଇଛି । ସୁରତ୍‌ ଫେରନ୍ତା ଓ କୋଲକତା ଫେରନ୍ତାଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛି । ଆଜି ଅପରାହ୍ନରେ ଚିହ୍ନଟ ହୋଇଥିବା 5 ଆକ୍ରାନ୍ତ କୋଲକତା ଓ ସୁରତ ଫେରନ୍ତା ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 185ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 2କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ କରୋନା ଜନିତ ଦ୍ବିତୀୟ ମୃତ ବ୍ୟକ୍ତିଙ୍କ ତଥ୍ୟ ଜାରି

ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଦ୍ବିତୀୟ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। କରୋନାରେ ଦ୍ବିତୀୟ ମୃତ ବ୍ୟକ୍ତିଙ୍କ ତଥ୍ୟ ଦେଇଛନ୍ତି ସରକାର। ମୃତ ବ୍ୟକ୍ତିଙ୍କ ବୟସ 77 ବର୍ଷ ହୋଇଥିବାବେଳେ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବର ମଧୁସୂଦନ ନଗର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।  ମୃତ ବ୍ୟକ୍ତିଙ୍କ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଥିଲା ବୋଲି ସୂଚନା ରହିଛି। ତାଙ୍କର ହାଇପରଟେନସେନ, ଡାଇବେଟିସ୍‌ ଓ କିଡ୍‌ନୀଜନିତ ରୋଗ ରହିଥିଲା। କାଲି ଭୁବନେଶ୍ବର କିମସ୍‌ କୋଭିଡ୍‌ ହସ୍ପିଟାଲରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ପୂର୍ବରୁ ମଧ୍ୟ କରୋନା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିଲା ।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାରେ 47 ଜଣ ଆକ୍ରାନ୍ତ ରହିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ 31 ଜଣ ସୁସ୍ଥ ହୋଇଥିବାବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଖୋର୍ଦ୍ଧା ଜିଲ୍ଲାରେ 14ଟି ଆକ୍ଟିଭ୍‌ କେସ୍‌ ରହିଛି। ସେହିପରି ରାଜ୍ୟର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 177କୁ ବୃଦ୍ଧି ପାଇଥିବାବେଳେ 60 ଜଣ ସୁସ୍ଥ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

15 କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି : ସମସ୍ତଙ୍କର ରହିଛି କୋଲାକତା ଲିଙ୍କ୍‌

ଭୁବନେଶ୍ବର : 15 କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଦେଲେ ରାଜ୍ୟ ସରକାର। କେସ୍‌ ନମ୍ବର 129ରୁ 143 ପର୍ଯ୍ୟନ୍ତ ତଥ୍ୟ ଦେଲେ ସରକାର। ସମସ୍ତଙ୍କର କୋଲାକତା ଲିଙ୍କ୍‌ ଥିବା ଟ୍ରାଭେଲ୍‌ ହିଷ୍ଟ୍ରି ରହିଥିବାର ସୂଚନା ରହିଛି। 15 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 14 ଜଣ ଯାଜପୁର କଟିକଟା ଅଞ୍ଚଳର ବୋଲି ସୂଚନା ରହିଛି। କେସ ନମ୍ବର 143 ବାଲେଶ୍ବର ସିମୁଳିଆର 58 ବର୍ଷୀୟା ମହିଳା ବୋଲି ଜଣାପଡିଛି । 15 ଆକ୍ରାନ୍ତଙ୍କ ମଧ୍ୟରୁ 7 ଜଣ କେସ୍‌ ନମ୍ବର 98ଙ୍କ ସମ୍ପର୍କୀୟ/ ପଡୋଶୀ । କେସ୍‌ ନମ୍ବର 131, 138, 139 ଆକ୍ରାନ୍ତ ନମ୍ବର 96ଙ୍କ ପଡୋଶୀ । କେସ ନମ୍ବର 133, 137 ଆକ୍ରାନ୍ତ ନମ୍ବ 96 ଓ 98ଙ୍କ ପଡୋଶୀ ବୋଲି ଜଣାପଡିଛି । ସେହିପରି କେସ ନମ୍ବର 130, 132, 134,136,138,141,142 ନମ୍ବର ଆକ୍ରାନ୍ତ 98ଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 5 କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ପୁଣି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ରାଜ୍ୟରେ ଆଉ ନୂଆ 5 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ସମସ୍ତ  5 ଜଣ ଆକ୍ରାନ୍ତ ହେଉଛନ୍ତି ଯାଜପୁର ଜିଲ୍ଲାର ଜଣାପଡିଛି । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 17କୁ ବୃଦ୍ଧି ହୋଇଛି । ଏହି ସମସ୍ତ ଆକ୍ରାନ୍ତ ଯାଜପୁରର ଦଶରଥପୁର ବ୍ଲକର ବୋଲି ଜଣାପଡିଛି । କଟିକଟା  ପଞ୍ଚାୟତର କଟିକଟା ଗ୍ରାମର ଚାରିଜଣ ଆକ୍ରାନ୍ତ ରହିଥିବାବେଳେ ମଲ୍ଲିକାପୁର ପଞ୍ଚାୟତରୁ ଜଣେ ରହିଛନ୍ତି ।

ଏହି ପାଞ୍ଚ ଜଣଙ୍କୁ ମିଶାଇଲେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 99କୁ ବୃଦ୍ଧି ଘଟିଛି । ଆଜି ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା 34ରେ ପହଞ୍ଚିଛି ।

ଯାଜପୁର, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ହେତୁ ଏହି ତିନୋଟି ଜିଲ୍ଲାରେ 60 ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ନୂଆ 7 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ 5 ଓ ବାଲେଶ୍ବରର 2

ଭୁବନେଶ୍ବର :ରାଜ୍ୟର ନୂଆ 7 କରୋନା ଆକ୍ରାନ୍ତଙ୍କ ବାବଦରେ ସୂଚନା ମିଳିଛି । ଭଦ୍ରକରୁ 5ଜଣ ରହିଥିବାବେଳେ ବାଲେଶ୍ବରରୁ ଦୁଇଜଣ ଆକ୍ରାନ୍ତ ରହିଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି ।

ପୂର୍ବରୁ ଭଦ୍ରକରୁ ତିନିଜଣ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଦୁଇଜଣ ସୁସ୍ଥ ହୋଇଯାଇଥିଲେ । ସେହିପରି ବାଲେଶ୍ବରରୁ ମଧ୍ୟ ପୂର୍ବରୁ ଜଣେ ଚିହ୍ନଟ ହୋଇଥିଲେ ।

ରାଜ୍ୟରେ ମୋଟ୍‌ 68 ଜଣ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ଭୁବନେଶ୍ବରରେ ରହିଛନ୍ତି । ତେବେ 24 ଜଣ ସୁସ୍ଥ ହୋଇଥିବାବେଳେ ମାତ୍ର ଜଣକର ମୃତ୍ୟୁ ହୋଇଛି ।

 

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ରହିଥିବା 50 ନଂ କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟ ଏବେ କ୍ବାରେଣ୍ଟାଇନ୍‌ରେ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 55ରେ ପହଞ୍ଚିଛି । ସେଥିମଧ୍ୟରୁ 13 ଜଣ ସୁସ୍ଥ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି । ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ସୂଚନା ଜାରି କରିବା ସହିତ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରି କରୋନା ପରୀକ୍ଷା କରୁଛନ୍ତି। କରୋନାକୁ ରୋକିବା ଦିଗରେ ରାଜ୍ୟ ସରକାର ବେଶ୍‌ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା 50 ନମ୍ବର କରୋନା ଆକ୍ରାନ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡ ଯାତ୍ରା କରିଥିଲେ । ବାଣପୁରରେ ଏହି ଆକ୍ରାନ୍ତଙ୍କ ଲିଙ୍କ୍‌ ଥିବାର ସୂଚନା ମିଳିବା ପରେ ସେଠାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାଣପୁରରେ ଏହି ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା 15 ଜଣ ସନ୍ଦିଗ୍ଧଙ୍କୁ ସ୍ବାବ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି । ପୂର୍ବରୁ ସ୍ବାବ ସଂଗ୍ରହ  ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀରେ ହେଉଥିବାବେଳେ ଏହି ଆକ୍ରାନ୍ତଙ୍କ ଲିଙ୍କ୍‌ ଜଣାପଡିବା ପରେ ବାଣପୁରର ଏକ ଟିଏମ୍‌ସିରେ ନୂତନ କରି ସ୍ବାବ୍‌ ସଂଗ୍ରହ କେନ୍ଦ୍ର ଖୋଲା ଯାଇଛି ।

ମିଳିଥିବା ସୂଚନା ଅନୁସାରେ ବାଣପୁରର ବଡହନ୍ତୁଆଡରେ 50ନଂ କରୋନା ଆକ୍ରାନ୍ତ ତିନି ଦିନ ରହିଥିଲେ । ଏହି ସୂଚନା ମିଳିବା ପରେ ଆକ୍ରାନ୍ତ ଜଣକ ରହିଥିବା ସମ୍ପର୍କୀୟଙ୍କ ସମସ୍ତ ପରିବାର ସଦସ୍ୟଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବା ସହ ତାଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରାଖଯାଇଛି । ସେହିପରି ଆଜି ସଂଗ୍ରହ କରାଯାଇଥିବା ସ୍ବାବ୍‌ ନମୁନାର ରେଜଲ୍ଟ ଆସନ୍ତା କାଲି ଆସିବ ବୋଲି ଜଣାପଡିଛି ।