ଭୁବନେଶ୍ବର : ଆଜି ଚିହ୍ନଟ 165 ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍ ଉଦ୍ଧାର କାର୍ଯ୍ୟରୁ ଫେରିଥିବା 11 ଜଣ କର୍ମଚାରୀ ରହିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରୁ 41 ଜଣ ରହିଥିବାବେଳେ ଗଜପତିରୁ 28 ଜଣ, କଟକରୁ 20 ଜଣ, ଖୋର୍ଦ୍ଧା ଓ ଯାଜପୁରରୁ 8 ଜଣ ଲେଖାଏଁ ରହିଛନ୍ତି । ପୁରୀରୁ 7 ଜଣ, ସୁନ୍ଦରଗଡରୁ 6ଜଣ, ନବରଙ୍ଗପୁର ଓ ମୟୂରଭଞ୍ଜରୁ 3 ଜଣ ଲେଖାଏଁ ରହିଛନ୍ତି । ସେହିପରି ବଲାଙ୍ଗିର ଓ ଝାରସୁଗୁଡାରୁ 2 ଜଣ ଲେଖାଏଁ ରହିଥିବାବେଳେ କୋରାପୁଟ, ମାଲ୍କାନଗିରି, ଅନୁଗୁଳ, ନୟାଗଡ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ରହିଛନ୍ତି।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 4,677କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ହୋଇଥିବାବେଳେ ତିନି ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।