ଭୋପାଳ : ଲକ୍ଡାଉନ୍ ସମୟରେ ଡାକ୍ତରଖାନା ଯାଉଥିବା ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଚଳିତ ମାସ 18 ତାରିଖରେ ଏହି ଘଟଣା ଘଟିଛି । ଡାକ୍ତରଖାନା ଯାଉଥିବା ବେଳେ 17 ବର୍ଷୀୟା ନାବାଳିକାଙ୍କୁ ଏକ କାର୍ରେ ଅପହରଣ କରି ନେଇଥିଲେ ଦୁର୍ବୁର୍ତ୍ତ । 8 କିମି ଦୂର ଏକ ନିଚ୍ଛାଟିଆ ରାସ୍ତାକୁ ନେଇ ଅଭିଯୁକ୍ତ ମାନେ ନାବାଳିକାକୁ ବଳାତ୍କାର କରିଥିଲେ । ତେବେ ଲକ୍ଡାଉନ୍ ସମୟରେ ଏକ ଯୁବତୀକୁ କାର୍ରେ 8 କିମି ବାଟ ନିଆଗଲେ ମଧ୍ୟ ପୋଲିସ୍କୁ ସୂଚନା ନମିଳିବା ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭୋପାଳର ଭେଲ୍ ଟାଉନ୍ସିପ୍ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଯୁବତୀ ଜଣକ 19 ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ । (ଏଜେନ୍ସି)
Tag: rape
ଚେନ୍ନାଇ: ନିର୍ଭୟା ମାମଲାର ଚାରିଜଣ ଦୋଷୀଙ୍କୁ ଫାଶୀ ମିଳିବାର ଅଳ୍ପ କିଛି ଘଣ୍ଟା ପରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା। ତାମିଲନାଡୁର ଚେନ୍ନାଇରେ ଆଉ ଏକ ଦୁଷ୍କର୍ମ ଆଉ ହତ୍ୟା ମାମଲା । ଆଜି ଏଠାରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଏକ ଛାତରୁ ଫିଙ୍ଗି ହତ୍ୟା କରାଯାଇଛି। ଅପରାଧର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଚେନ୍ନାଇ ପୋଲିସ ଗିରଫ କରିଛି। ୨୯ ବର୍ଷ ବୟସ୍କ ଏହି ଅଭିଯୁକ୍ତ ଜଣକ ମୃତ ନାବାଳିକାର ପଡୋଶୀ ବୋଲି ଜଣାପଡିଛି।
ପୋଲିସର ସୂଚନାନୁସାରେ, ମଦୁରାଭୋୟାଲ ଅଞ୍ଚଳରେ ରହୁଥିବା ୧୦ ବର୍ଷର ନାବାଳିକା ଜଣକ ଶୌଚ ହେବା ପାଇଁ ନିଜ ଘରୁ ବାହାରକୁ ଯାଇ ଫେରିନଥିଲା। ପହଞ୍ଚିବାରେ ବିଳମ୍ବ ହେବାରୁ ପିତାମାତା ଭୟଭୀତ ହୋଇ ପୋଲିସକୁ ଡାକିଥିଲେ। ଅଭିଭାବକ, ପଡ଼ୋଶୀ ଏବଂ ପୋଲିସ କର୍ମଚାରୀମାନେ ବହୁ ଖୋଜା ଖୋଜି କରିଥିଲେ। ପରେ ନାବାଳିକା ଜଣକ ବିଲଡିଂ ପଛପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ।
ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରୀ ପରୀକ୍ଷା ସମୟରେ ଜଣାପଡିଛି ଯେ ନାବାଳିକା ଜଣଙ୍କୁ ଅସଦାଚରଣ କରାଯାଇଛି।
ତଦନ୍ତ ପରେ ପୋଲିସ ଝିଅର ପଡୋଶୀ ପି.ସୁରେଶଙ୍କୁ ଗିରଫ କରିଛି। ଛାତରେ ନାବାଳିକାକୁ ଅସଦାଚରଣ କରୁଥିବା ସମୟରେ ନାବାଳିକା ଚିତ୍କାର କରିବାରୁ ତାଙ୍କୁ ତଳକୁ ଫିଙ୍ଗି ଦେଇଥିବା ନେଇ ନିଜେ ଅଭିଯୁକ୍ତ ସ୍ୱୀକାର କରିଛି। (ଏଜେନ୍ସି)
ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ଜୟଶଙ୍ଖପୁର ଗ୍ରାମରେ ଜନୈକା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ଖରାବେଳେ ମହିଳା ଜଣଙ୍କ ଘରେ ଶୋଇଥିବା ବେଳେ ସ୍ଥାନୀୟ ଗ୍ରାମର ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏନେଇ କୁଜଙ୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ଏହି ମାମଲାର ତଦନ୍ତ କରୁଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, କୁଜଙ୍ଗ ଥାନା ଜୟଶଙ୍ଖପୁର ଗ୍ରାମର ରଶ୍ମୀ(ଛଦ୍ମନାମ) ମଧ୍ୟାହ୍ନରେ ଘରେ ଶୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ କୁନା ବେହେରା ଘରକୁ ପଶି ଆସିଥିଲେ । କବାଟ ବନ୍ଦ କରି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ମହିଳାଙ୍କ ପାଟି ଶୁଣି ଅନ୍ୟମାନେ ଆସିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ କାହା ଆଗରେ ପ୍ରକାଶ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଅଭିଯୁକ୍ତ ମହିଳାଙ୍କ ଦୁଇଟି କାନଫୁଲ ନେଇଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି । ଅଭିଯୁକ୍ତ ଜଣକ ଫେରାର ଥିବା ବେଳେ ପୋଲିସ୍ ପକ୍ଷରୁ ମାମଲାର ତଦନ୍ତ ଜାରି ରହିଛି ।
ବେଙ୍ଗାଲୁରୁ : ଜନୈକ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କୁ ଗିରଫ କରାଯାଇଛି । ଉକ୍ତ ଯୁବତୀ ଜଣକ ସମାନ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ବେଳେ ଦୁହେଁ ଗୋଟିଏ କଲେଜରେ ପାଠ ପଢୁଥିଲେ । ବେଙ୍ଗାଲୁରୁର ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜରେ ଡାକ୍ତର ରହିଥିବା 25 ବର୍ଷୀୟ ଦୀପକ ରାଠୀ ଏକ ହୋଟେଲରେ ଦୁଷ୍କର୍ମ କରିଥିଲେ । ଏହା ସହିତ ବିବାହ କରିବାର ପ୍ରତିଶ୍ରୁତି ଦେଇ ମାମଲା ରୁଜୁ ନକରିବାକୁ ପ୍ରବର୍ତ୍ତାଇ ଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଯୁବତୀଙ୍କର ଏକ ବାଥ୍ରୁମ୍ର ଭିଡିଓ ଜରିଆରେ ବ୍ଲାକମେଲ କରିଥିଲେ । ଏହାପରେ ଯୁବତୀଙ୍କ ଅଭିଯୋଗ ପରେ ପୁଲିସ ହରିୟାଣାର ଦୀପକ ରାଠୀଙ୍କୁ ଗିରଫ କରିଥିଲା । (ଏଜେନ୍ସି)
ଗୌହାଟୀ : ଆସାମରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ 7 ଜଣ ନାବାଳକ ଛାତ୍ରଙ୍କୁ ପୋଲିସ୍ ଗିରଫ କରିଛି । ଆସାମର ବିଶ୍ବନାଥ ଜିଲ୍ଲାରେ ନାବାଳିକାଙ୍କ ଶବ ଝୁଲନ୍ତା ଅବସ୍ଥାରେ ଏକ ଗଛରୁ ଉଦ୍ଧାର କରାଯାଇଛି । ଶୁକ୍ରବାର ଛାତ୍ରୀ ଜଣକ ନିଜର ବୋର୍ଡ ପରୀକ୍ଷା ଦେଇଥିବା ବେଳେ ଉକ୍ତ 7 ସହପାଠୀ ତାଙ୍କୁ ପାର୍ଟି ବାହାନାରେ ନେଇ ବଳାତ୍କାର କରିଥିଲେ । ଏନେଇ ପୀଡିତାଙ୍କ ମାମୁଁ ଥାନାରେ ଅଭିଯୋଗ କରିବା ପରେ 7 ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । 12 ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ଏହି 7 ନାବାଳକ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କୁ ଏକ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ରଖାଯାଇଛି । (ଏଜେନ୍ସି)
ଭୋପାଳ : ମହିଳାଙ୍କ ପ୍ରତି ଗଣଦୁଷ୍କର୍ମ ଏବଂ ଅତ୍ୟାଚାର ଦିନକୁ ଦିନ ବଢି ଚାଲିଥିବା ବେଳେ ଏହି ଧାରାରେ ସାମିଲ ହୋଇଛନ୍ତି ଭୋପାଳର ଜଣେ 14 ବର୍ଷୀୟା ଯୁବତୀ । ଶିଶୁ ଶ୍ରମିକ ଭାବରେ କାର୍ଯ୍ୟକରୁଥିବା ଏହି ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ସେ ନିଜକୁ ନିଆଁ ଲଗାଇ ଦେଇଥିଲେ । ତିନି ଜଣ ସହକର୍ମୀ ଉକ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା କାରଣରୁ ବୁଧବାର ଯୁବତୀ ଜଣକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ନାଗପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କ ବୟାନ ଅନୁଯାୟୀ ବେତୁଲର ପୋଲିସ ପକ୍ଷରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଯୁବତୀ ଜଣକ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ପରିବାରକୁ ସହାୟତା କରିବା ପାଇଁ ତଥା ନିଜର ପାଠପଢା ଖର୍ଚ୍ଚ ନିମନ୍ତେ ଏହି ଫ୍ୟାକ୍ଟ୍ରିରେ କାମ କରୁଥିଲେ । ଏକ ମାସ ପୂର୍ବରୁ ଉକ୍ତ ତିନି ସହକର୍ମୀ ଗଣଦୁଷ୍କର୍ମ କରିଥିଲେ । ଏହାପରେ ବାରମ୍ବାର ଧମକ ଦେବା ସହିତ ନିୟମିତ ଭାବରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରି ଯୁବତୀ ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । (ଏଜେନ୍ସି)
ପୁନେ : ପୁନେରେ ପୁଣି ଜଣେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରାଯାଇଛି । ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସୋମନାଥ କୈଳାଶ ଚଭନ ନାମକ ଏହି ଆତ୍ମଘୋଷିତ ବାବାଙ୍କୁ ଗିରଫ କରାଯାଇଛି । ଉକ୍ତ 22 ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହିତ ଅନ୍ୟ 4 ଜଣ ମହିଳାଙ୍କ ସହିତ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କରାଯାଇଛି । 5 ଜଣ ମହିଳା ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି । ଏକ ପୂଜା କରିବା ସମୟରେ ସୋମନାଥ ଏହି ମହିଳା ମାନଙ୍କ ସହିତ ଦୁର୍ବ୍ୟବହାର କରିଥିଲେ । ରାଇଗଡର ଖୈରେଓ୍ବାଡିର ଉକ୍ତ 22 ବର୍ଷୀୟ ଯୁବତୀଙ୍କ ଅଭିଯୋଗ ପରେ ସୋମନାଥଙ୍କୁ ପୋଲିସ୍ ଗିରଫ କରିଛି । ପରିବାରକୁ କେହି କଳାଯାଦୁ କରିଥିବା ଅଭିଯୋଗ କରି ସାଧୁ ଜଣକ ଏକ ପୂଜା କରିବା ବାହାନାରେ ଏହି କାଣ୍ଡ ଘଟାଇଥିଲେ । (ଏଜେନ୍ସି)
ଅହମ୍ମଦାବାଦ : ଗୁଜରାଟରେ ପୁଣି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଗୁଜରାଟର ପୋରବନ୍ଦର ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି । ଏକ ବସ୍ର ଡ୍ରାଇଭର୍ ଏବଂ କଣ୍ଡକ୍ଟର ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ମଧ୍ୟପ୍ରଦେଶର ମହିଳା ଜଣକ ପେଶାରେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି । ବୁଧବାର ରାତିରେ ଏହି ଘଟଣା ଘଟିଥିଲା । ମହିଳାଙ୍କୁ ବଳପୂର୍ବକ ଭାବରେ ଗଣଦୁଷ୍କର୍ମ କରାଯାଇଥିଲା । ମଧ୍ୟପ୍ରଦେଶର କୁକ୍ସୀ ସହରରୁ ମହିଳା ଜଣକ ଯାତ୍ରା କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ଯାତ୍ରା କରିବାକୁ ବସ୍ ନ ମିଳିବାରୁ ବସ୍ ଡ୍ରାଇଭର୍ ଏବଂ କଣ୍ଡକ୍ଟର ତାଙ୍କୁ ବସ୍ ଛାତ ଉପରେ ଶୋଇବାକୁ ଯାଗା ଦେଇ ଗଣଦୁଷ୍କର୍ମ କରିଥିଲେ । ପୋରବନ୍ଦର ଥାନାରେ ମାମଲା ରୁଜୁ କରାଯିବା ପରେ ପେଲିସ୍ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି । (ଏଜେନ୍ସି)
ଲକ୍ଷ୍ନୌ : ଦେଶରେ ମହିଳାଙ୍କ ସ୍ଥିତି ଦିନକୁ ଦିନ ଖରାପ ହୋଇପଡିଥିବା ବେଳେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ପୁଣି ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ସାହାଯ୍ୟ ପାଇଁ ଆସିଥିବା ତିନି ଯୁବକ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି । ଯୁବତୀ ଜଣକ ଟ୍ରେନ୍ରେ ଯାଉଥିବା ବେଳେ ସିଟ୍କୁ ନେଇ ସମସ୍ୟା ଦେଖାଦେବାରୁ ସେ ନିଜର ଭାବିସ୍ବାମୀଙ୍କୁ ଫୋନ୍ କରିଥିଲେ । ଭାବିସ୍ବାମୀଙ୍କ ତିନି ସହଯୋଗୀ ସହାୟତା ପାଇଁ ଆସିଥିଲେ ମଧ୍ୟ ଯୁବତୀଙ୍କୁ ଗଣ ବଳାତ୍କାର କରିଥିଲେ । ଗାଜିଆବାଦରେ ଅବସ୍ଥାନ କରୁଥିବା ଏହି ଯୁବତୀ ଜଣକ ଉତ୍ତର ପ୍ରଦେଶର ଆର୍ଣ୍ଣିଆ ଜିଲ୍ଲାର । ବୁଧବାର ରାତିରେ ଆର୍ଣ୍ଣିଆରୁ ଗାଜିଆବାଦ ଯାଉଥିବା ସମୟରେ ବର୍ରେ ଷ୍ଟେସନ୍ରେ ଏହି ଘଟଣା ଘଟିଥିଲା । ଯୁବତୀ ଜଣଙ୍କୁ ସିଟ୍ ମିଳିନଥିବାରୁ ତାଙ୍କୁ ତିନି ଯୁବକ ବାଇକ୍ରେ ନେଇଥିଲେ ଏବଂ ଅଧାରାସ୍ତାରେ ଏହି ଜଘନ୍ୟ କାଣ୍ଡ ଘଟାଇଥିଲେ । ଜଣେ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି ।
ରଞ୍ଜିତ ପଣ୍ଡା
କୁଜଙ୍ଗ: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କୁଜଙ୍ଗ ଥାନାର ପଙ୍କପାଳ ଅଂଚଳର ଜନୈକ ଯୁବକ ସ୍ଥାନୀୟ ପାଇକସ୍ତା ଗ୍ରାମର ଜଣେ ନାବାଳିକାକୁ ଖାଦ୍ୟରେ ନିଶାଦେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିବାବେଳେ କୁଜଙ୍ଗ ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀ ୧୦ ତାରିଖରେ ପଙ୍କପାଳ ଅଂଚଳର ଜିତୁ ସେଠୀ(୨୫) ନିକଟସ୍ଥ ପାଇକସ୍ତା ଅଂଚଳର ଜନୈକା ନାବାଳିକାଙ୍କୁ ରାହାମା ମକର ଦେଖାଇବାକୁ ନେଇଥିଲେ। ସେଠାରେ ତାକୁ ମକର ବୁଲାଇବା ବାହାନାରେ ଖାଦ୍ୟରେ ନିଶାଦେଇ ଦୁଷ୍କର୍ମ କରିଥିଲା। ଅଶ୍ଲୀଳ ଚିତ୍ରକୁ ମୋବାଇଲରେ ରେକର୍ଡ଼ କରିଥିବା ନେଇ ସମ୍ପୃକ୍ତ ନାବାଳିକାଙ୍କ ପରିବାରର ପକ୍ଷରୁ କୁଜଙ୍ଗ ଥାନାରେ ହୋଇଥିବା ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ କୁଜଙ୍ଗ ଥାନା ପକ୍ଷରୁ ଚଢାଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏନେଇ ଥାନାରେ କେସ୍ ନମ୍ବର ୪୧/୨୦୨୦ ଅନୁଯାୟୀ ୩୬୫, ୩୭୬(ଏ), ୫୦୬, ୩୨୮, ଆଇପିସିର ଧାରା ୪ ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏସ୍ ଆଇ ଶୁଭ୍ରଜିତ୍ ଦାଶ ଏହି ମାମଲାର ତଦନ୍ତକାରୀ ଅଫିସର ରହିଛନ୍ତି।
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଥିବା ବେଳେ ଦିଲ୍ଲୀରେ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ଆମେରିକୀୟ ଦୂତାବାସରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । ଆମେରିକୀୟ ଦୂତାବାସରେ ଗତ ଶନିବାର ଦିନ ଏହି କାଣ୍ଡ ଘଟିଥିବା ବେଳେ ବୁଧବାର ଦିନ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଘଟଣାରେ ପୋଲିସ୍ ଜଣେ ଡ୍ରାଇଭରକୁ ଗିରଫ କରିଛି । ଶନିବାର ସକାଳ 9ଟା ସମୟରେ ଏହି ଦୁଷ୍କର୍ମ ଘଟିଥିବା ନେଇ ଏସିପି ପ୍ରଜ୍ଞା ସୂଚନା ଦେଇଛନ୍ତି । ପୀଡିତାଙ୍କ ମା ଉକ୍ତ ଦୂତାବାସରେ ଜଣେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟରତ । ନାବାଳିକା ଜଣକ ନିଜ ମାଙ୍କୁ ଭେଟିବାକୁ ଆସିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା । ଚାଣକ୍ୟପୁରୀ ପୋଲିସ୍ ଷ୍ଟେସନ୍ରେ ରବିବାର ଦିନ ପୀଡିତାଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । (ଏଜେନ୍ସି)
ନୂଆଦିଲ୍ଲୀ : 2013 ଦିଲ୍ଲୀ ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ 20 ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି । ଗୁରୁବାର ଦିଲ୍ଲୀର ଏକ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । 2013ରେ ପୂର୍ବ ଦିଲ୍ଲୀର ଗାନ୍ଧୀନଗରରେ 5 ବର୍ଷୀୟ ବାଳିକାର ଦୁଷ୍କର୍ମ କରିଥିଲେ ଏହି ଦୁଇ ଅଭିଯୁକ୍ତ । ଦୁଇ ଅଭିଯୁକ୍ତ ମନୋଜ ଶାହ ଏବଂ ପ୍ରଦୀପ କୁମାରଙ୍କୁ 20 ବର୍ଷର କାରାଦଣ୍ଡ ସହିତ 5 ଲକ୍ଷ ଲେଖାଏଁ ଅର୍ଥ ଦଣ୍ଡ ମଧ୍ୟ ପ୍ରଦାନ କରାଯାଇଛି । ଏହି ଅର୍ଥ ପୀଡିତାଙ୍କୁ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ନାଗପୁର : ଜଣେ ନିର୍ଭୟା ଏବେବି ନ୍ୟାୟ ପାଇଁ ଅପେକ୍ଷାରତ ରହିଥିବାବେଳେ ଦେଶରେ ପୁଣି ଆଉ ଏକ ନିର୍ଭୟା କାଣ୍ଡ ଦେଖିବାକୁ ମିଳିଛି । ଦେଶରେ ଦୁଷ୍କର୍ମ ଭଳି ଅପରାଧମାନ କମିବାରେ ନାଁ ଧରୁନାହିଁ । ନିକଟରେ ନାଗପୁରଠାରେ ପୁଣି ଥରେ ଏକ ନିର୍ଭୟା କାଣ୍ଡ ଦେଖିବାକୁ ମିଳିଛି । କାରଖାନାରେ କାମ କରୁଥିବା ଜଣେ 19 ବର୍ଷୀୟା ଯୁବତୀଙ୍କୁ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିବା ପରେ ଘଟାଇଛନ୍ତି ବର୍ବର କାଣ୍ଡ । କପଡା କାରଖାନାରେ କାମ କରୁଥିବା 19 ବର୍ଷୀୟା ଯୁବତୀଙ୍କୁ ସେହି କାରଖାନାର 52 ବର୍ଷୀୟ ସୁପରଭାଇଜର୍ର ଦୁଷ୍କର୍ମ କରିବା ସହିତ ଯୁବତୀଙ୍କ ଗୁପ୍ତସ୍ଥାନରେ ଲୁହା ରଡ୍ରେ ବର୍ବରକାଣ୍ଡ ଘଟାଇଛନ୍ତି । ଏହି ଘଟଣାଟି ଦିଲ୍ଲୀର ନିର୍ଭୟା କାଣ୍ଡକୁ ମନେପକାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ ନାଗପୁରର ପାରଦୀ ଇଲାକାରେ ଗତ 21 ତାରିଖରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଜଣକ ଫରୋର ରହିଥିବାବେଳେ ପୋଲିସ୍ ତଲାସ ଜାରି କରି ତାକୁ ଗିରଫ କରିଛି। ମହିଳା ଜଣକ କପଡା କାରଖାନାରେ ଶ୍ରମିକ ଭାବରେ କାମ କରୁଥିବାବେଳେ ଅଭିଯୁକ୍ତ ଜଣକ ସୁପରଭାଇଜର୍ ଭାବେ କାର୍ଯ୍ୟ କରୁଥିଲେ ।
ସୂଚନାଯୋଗ୍ୟ, ଦିଲ୍ଲୀର ନିର୍ଭୟା କାଣ୍ଡ 2012 ମସିହା ଡିସେମ୍ବର 16 ତାରିଖରେ ଘଟିଥିଲା । ଏକ ଚଳନ୍ତା ବସ୍ରେ ଦିଲ୍ଲୀର ଯୁବତୀଙ୍କୁ 6ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିବା ସହ ତାଙ୍କ ସହ ବର୍ବରକାଣ୍ଡ ଘଟାଇଥିଲେ । ଏବେ ଏହି ଘଟଣାର 4 ଅଭିଯୁ୍କ୍ତଙ୍କୁ ଫାଶୀ ହେବା ନେଇ ପ୍ରସ୍ତୁତି ଚାଲିଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ
ବାଲିଗୁଡା : ରାଜ୍ୟରେ ଦୁଷ୍କର୍ମ ପରି ଘଟଣା ଥମିବାର ନାଁ ଧରୁନାହିଁ । ବାଲିଗୁଡା ଅଞ୍ଚଳରେ 5 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ଜଳଖିଆ ଦେବାକୁ କହି ଘରୁ ଡାକି ନେଇ ଗାଁ ପାଖ ଜଙ୍ଗଲରେ ଦୁଷ୍କର୍ମ ହୋଇଥିବା ସୂଚନା ମିଳିଛି । ନାବାଳିକାର ପାଟି ଶୁଣି ଅଭିଯୁକ୍ତ ଯୁବକକୁ ସ୍ଥାନୀୟ ଲୋକେ କାବୁ କରି ପିଟିଛନ୍ତି । ଉକ୍ତ ଯୁବକକୁ ବ୍ରାହ୍ମଣୀଗାଁ ପୋଲିସ୍ର ଜିମାଦେଇଛନ୍ତି ଗ୍ରାମବାସୀ ।
ଲକ୍ଷ୍ନୌ : ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଛି । ଜଣେ 6 ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ହଜାରା ବାଘ କୋର୍ଟଙ୍କ ପକ୍ଷରୁ ଏହି ଦଣ୍ଡାଦେଶ ପ୍ରଦାନ କରାଯାଇଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ଅଭିଯୁକ୍ତ ବବ୍ଲୁ ନାବାଳିକା ଜଣକୁ ଖେଳାଇବା ପାଇଁ ନେଇ ଦୁଷ୍କର୍ମ କରିବା ସହିତ ଗଳାକାଟି ହତ୍ୟା କରିଥିଲା । ହଜାରା ବାଗ ପୋଲିସ ଅଭିଯୁକ୍ତର ଘର ତଲାସ କରି ଖଟତଳୁ ନାବାଳିକାର ମୃତଦେହ ଉଦ୍ଧାର କରିବା ସହିତ ବବ୍ଲୁକୁ ଗିରଫ କରିଥିଲା । ପୋକ୍ସୋ ଆଇନ୍ ଆଧାରରେ ଅଭିଯୁକ୍ତ ବବ୍ଲୁକୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯାଇଛି ।
Bidita Bag has joined a campaign that highlights the importance of consent of women, and spreads awareness against rape. The “Babumoshai Bandookbaaz” actress took to Instagram on Friday to create a series of posts on Instagram that speak about the brutality of rape and how it affects a woman physically and emotionally.
ନାବାଳିକା ଦୁଷ୍କର୍ମ ଉଦ୍ୟମ : ନାବାଳକ ଗିରଫ
ସମୀକ୍ଷା ବ୍ୟୁରୋ
ନୂଆପଡ଼ା, 23/12 : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅଞ୍ଚଳରେ ଜଣେ 4 ବର୍ଷର ନାବାଳିକାକୁ ଦୁଷ୍କର୍ମର ଅଭିଯୋଗ ହୋଇଛି । 2 ମାସ ତଳେ ସେହି ଗାଁର ଜଣେ ନାବାଳକ ଏହି ଜଘନ୍ୟ କାଣ୍ଡ ଭିଆଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଘଟଣା ସମ୍ପର୍କରେ ବାହାରେ ପ୍ରକାଶ କଲେ ଝିଅର ଭିଡିଓ ଭାଇରାଲ କରିଦେବେ ବୋଲି ପୀଡ଼ିତାର ବାପାଙ୍କୁ ନାବାଳକ ଜଣକ ଧମକ ଦେଇଥିଲା । ଏନେଇ ରବିବାର ପୀଡ଼ିତାଙ୍କ ପରିବାରବର୍ଗ ଜୋଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ୍ ମାମଲା ରୁଜୁ କରି ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର କରାଇଛି ।
ନୂଆଦିଲ୍ଲୀ, 20/12 : ଉନ୍ନାଓ ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲ୍ଦୀପ୍ ସିଂ ସେଙ୍ଗାର ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆଜି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଜିଲ୍ଳା ଜଜ୍ ଧର୍ମେଶ ଶର୍ମା ସେନ୍ଗାରଙ୍କୁ ଦଣ୍ଡ ଘୋଷଣା କରିଛନ୍ତି । ଏହା ସହିତ ସେନେଗାର ପୀଡ଼ିତାଙ୍କ ପରିବାରକୁ 25ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ଦିଲ୍ଲୀର ତିସ୍ ହଜାରୀ କୋର୍ଟ ପକ୍ଷରୁ ସେନ୍ଗାରଙ୍କୁ ସୋମବାର ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଆଇପିସିର ଧାରା 376 ଏବଂ ପୋକ୍ସୋ ନିୟମର ଧାରା 5ସି ଏବଂ 6 ଅନୁଯାୟୀ ସେନ୍ଗାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । 2017ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସେନ୍ଗାରଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,11/12: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଟାଉନ ଥାନା ପୁଲିସ୍ ତାଙ୍କ ସମ୍ପର୍କୀୟ ଭାଇକୁ ଗିରଫ କରିଛି । ବୁଧବାର ସନ୍ଧ୍ୟାରେ 15 ବର୍ଷୀୟା ନାବାଳିକାଜଣକ ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ତାଙ୍କ ସମ୍ପର୍କୀୟ ଭାଇ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ପୀଡ଼ିତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ପହଞ୍ଚି ଯାଇଥିଲେ । ଏହାପରେ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲା । ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍ ଅଭିଯୁକ୍ତ ବାପୁନ ଦାସକୁ ଗିରଫ କରିଥିଲା । ଗୁରୁବାର ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡିଛି ।
ଆନ୍ଧ୍ରପ୍ରଦେଶ, ୯/୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋହନ ରେଡ୍ଡି ଶୁକ୍ରବାର ଘଟିଥିବା ପୋଲିସ୍ ଏନକାଉଣ୍ଟରକୁ ପ୍ରଶଂସା କରିଛନ୍ତି । ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ ମାମଲାରେ ଚାରି ଅଭିଯୁକ୍ତଙ୍କୁ ତେଲେଙ୍ଗାନା ପୋଲିସ୍ର ଏନକାଉଣ୍ଟରକୁ ନେଇ ଏବେ ରାଜନୀତି ବେଶ୍ ସରଗରମ। ତେବେ ଏହି ପ୍ରସଙ୍ଗକୁ ନେଇ ଦେଶରେ ଚର୍ଚ୍ଚା ଚାଲିଥିବାବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଅଧିକାଂଶ ଏହାକୁ ସମର୍ଥନ କରୁଥିବାବେଳେ ଅନେକେ ଏହାର ବିରୋଧ କରୁଛନ୍ତି ।
ଆନ୍ଧ୍ରପ୍ରଦେଶ ବିଧାନସଭାରେ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଏହି ଘଟଣାକୁ ପ୍ରଶଂସା କରିବା ସହିତ କହିଛନ୍ତି ଯେ, ମୁଁ ଦୁଇଟି ଝିଅଙ୍କର ପିତା। ମୋ’ର ଜଣେ ଭଉଣୀ ଓ ପତ୍ନୀ ଅଛନ୍ତି। ଯଦି ମୋ’ ଝିଅଙ୍କୁ କିଛି ହୋଇଥା’ନ୍ତା, ତେବେ ପିତା ଭାବରେ ମୋ’ ପ୍ରତିକ୍ରିୟା କ’ଣ ରହିବ। ମୁଁ କ’ଣ ଚାହଁବି। ବୋଲି କହିଛନ୍ତି ଜଗନମୋହନ। ତେବେ ଅପରାଧକୁ ନେଇ ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତ୍ତନ ହେବା ସହିତ ତ୍ବରିତ ନ୍ୟାୟ ପ୍ରଦାନ ଜରୁରୀ ବୋଲି ମତ ଦେଇଛନ୍ତି ଜଗନ ମୋହନ। (ଏଜେନ୍ସି)
ସମୀକ୍ଷା ବ୍ୟୁରୋ
ସାରାଦେଶରେ ଏବେ ଗଣଦୁଷ୍କର୍ମ ଓ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା। ହାଇଦ୍ରାବାଦର ଗଣଦୁଷ୍କର୍ମ ଓ ଏହାର ପରବର୍ତ୍ତୀ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ଉନ୍ନାଓ ମୃତ୍ୟୁ। ପୁଣି ଦୁଷ୍କର୍ମ ଅଭିଯୋଗ ଫେରାଇ ନ ଆଣିବା ପାଇଁ ଏସିଡ୍ ମାଡ଼ର ଘଟଣା ସାମ୍ନାକୁ ଆସିଛି। ଦେଶରେ ନାରୀ ଜାତି ଉପରେ ଚାଲିଥିବା ନିର୍ଯାତନା ଓ ଅତ୍ୟାଚାର ଥମିବାର ନାଁ ଧରୁନାହିଁ। ଗୋଟିଏ ଘଟଣା ଉପରୁ ପରଦା ନ ଉଠୁଥିବାବେଳେ ଅନ୍ୟ ଗୋଟେ ଘଟଣା ଘଟିଯାଉଛି। ପ୍ରତି କୋଡିଏ ମିନିଟ୍ରେ ଜଣେ ଦୁଷ୍କର୍ମର ଶିକାର ହେଉଛନ୍ତି।
ସମ୍ପ୍ରତି ଦେଶରେ ଚାଲିଥିବା ଦୁଷ୍କର୍ମ ଓ ଏନକାଉଣ୍ଟରକୁ ନେଇ ସାରା ଦେଶ ଏବେ ଦୁଇ ଭାଗରେ ବିଭାଜିତ ହୋଇଯାଇଛି। ହାଇଦ୍ରାବାଦ ଗଣ ଦୁଷ୍କର୍ମ ଘଟଣାର ଏନକାଉଣ୍ଟର ପରେ ଏହାକୁ ନେଇ ଦେଶରେ ଗୋଟେ ଅଲଗା ପ୍ରକାର ବାତାବରଣ ଦେଖିବାକୁ ମିଳିଛି। ତେଲେଙ୍ଗାନା ପୋଲିସ୍ର ଏପରି କାର୍ଯ୍ୟକୁ ପ୍ରଚୁର ଜନସମର୍ଥନ ମିଳୁଥିବାବେଳେ ବୁଦ୍ଧିଜୀବୀ, ସମାଜକର୍ମୀ ତଥା ନ୍ୟାୟମୂର୍ତ୍ତିମାନେ ଏହାର ବିରୋଧ କରିଛନ୍ତି।
ହାଇଦ୍ରାବାଦ ଦୁଷ୍କର୍ମ ପୀଡ଼ିତାଙ୍କୁ ସାହାଯ୍ୟ ନାମରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବାବେଳେ ଉତ୍ତରପ୍ରଦେଶର ଉନ୍ନାଓରେ ଦୁଷ୍କର୍ମ ଅଭିଯୋଗ ଆଣି ନ୍ୟାୟ ଅପେକ୍ଷାରେ ଥିବା ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ଜୀଅନ୍ତା ଜାଳିଦେଇଥିଲେ। ୯୦% ପୋଡ଼ିଯାଇଥିବା ଏହି ପୀଡ଼ିତା ଜୀବନ ସହ ୪୦ ଘଣ୍ଟାର ଯୁଦ୍ଧ କରି ଶୁକ୍ରବାର ରାତ୍ର ୧୧.୪୦ ସମୟରେ ପ୍ରାଣ ହରାଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ପୀଡ଼ିତା ଜଣକ ବୟାନ ରେକର୍ଡ ପାଇଁ କୋର୍ଟ ଯିବା ରାସ୍ତାରେ ହିଁ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏହି ପ୍ରସଙ୍ଗରେ ବିଳମ୍ବିତ ନ୍ୟାୟକୁ କିଛି ଲୋକ ଦାୟୀ କରୁଥିବାବେଳେ ହାଇଦ୍ରାବାଦ ଏନ୍କାଉଣ୍ଟର ପରି ଏହି ପ୍ରସଙ୍ଗରେ ଅଭିଯୁକ୍ତଙ୍କ ପ୍ରତି ସେପରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ଦୁଷ୍କର୍ମ ଘଟଣାରେ କଠୋର ଦଣ୍ଡ ଆଇନ୍ ଓ ତ୍ବରିତ ନ୍ୟାୟ ପ୍ରକ୍ରିୟାକୁ ନେଇ ସାଧାରଣରେ ଦାବି ଉଠୁଛି। ଅପରାଧର ମୂଳୋତ୍ପାଟନ କରିବାକୁ ହେଲେ ଆଜିର ସମୟରେ ଭୟ ହିଁ ଏକମାତ୍ର ମାଧ୍ୟମ। ଆମର ନ୍ୟାୟ ବ୍ୟବସ୍ଥାର ଶିଥୀଳତା ଯୋଗୁଁ ଲୋକେ ଆରାମରେ ଅପରାଧ କରି ଖସି ଯାଉଛନ୍ତି। ଅନ୍ୟ ରାଷ୍ଟ୍ର ପରି ଯଦି ଦୁଷ୍କର୍ମକୁ ନେଇ କଠୋର ଦଣ୍ଡବ୍ୟବସ୍ଥା କରାଯା’ନ୍ତା, ତେବେ ଏହାକୁ କିଛିକାଂଶରେ ବନ୍ଦ କରାଯାଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
ହାଇଦ୍ରାବାଦ ଏନକାଉଣ୍ଟର ପରେ ଏହାକୁ ନେଇ ସୁପ୍ରିମ୍କୋର୍ଟରେ ଯାଚିକା ଦାଏର କରାଯାଇଛି। ଏହି ଏନ୍କାଉଣ୍ଟରକୁ ନେଇ ରହିଥିବା ଅନେକ ପ୍ରଶ୍ନର ଉତ୍ତର ଖୋଜାଯାଉଛି। ଜାତୀୟ ମାନବାଧିକାର କମିଶନ ଏହାର ସମୀକ୍ଷା କରୁଥିବାବେଳେ ଗତକାଲି ଏହି ଏନ୍କାଉଣ୍ଟରକୁ ନେଇ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବ୍ଡେମତ ଦେଇ କହିଛନ୍ତି ଯେ, ପ୍ରତିଶୋଧପୂର୍ଣ୍ଣ ନ୍ୟାୟ କେବେ ବି ନ୍ୟାୟ ପଦବାଚ୍ୟ ନୁହେଁ।
ପ୍ରତିଶୋଧ କେବେ ନ୍ୟାୟ ହୋଇପାରିବନି ଏହା ସତ୍ୟ, ତେବେ ନ୍ୟାୟ ପାଇଁ ପୀଡ଼ିତାଙ୍କୁ ଆଉ କେତେ କଷ୍ଟ କରିବାକୁ ପଡ଼ିବ। ୨୦୧୨ରେ ଘଟିଥିବା ନିର୍ଭୟା ଆଜି ବି ନ୍ୟାୟ ପାଇଁ ପଡ଼ି ରହିଛି। ଦୁଷ୍କର୍ମ ପୀଡ଼ିତା ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟର ସୁବିଧା ରହିଥିଲେ ବି ଦଣ୍ଡ ବ୍ୟବସ୍ଥାରେ ଏତେ ଶିଥିଳତା କାହିଁକି ?
ଗଣତନ୍ତ୍ରକୁ ଭିଡତନ୍ତ୍ର କବଳରୁ ମୁକ୍ତ କରିବାକୁ ହେଲେ ତ୍ବରିତ ନ୍ୟାୟ ଓ ନ୍ୟାୟପାଳିକାର ସଂସ୍କାର ଆଜିର ସମୟରେ ବଡ଼ ଆବଶ୍ୟକତା ପାଲଟିଛି।