Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଜାରି: ଆକ୍ରମଣକାରୀଙ୍କୁ ୭ ବର୍ଷ କାରାଦଣ୍ଡ

ନୂଆଦିଲ୍ଲୀ: ଡାକ୍ତର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଉପରକୁ ଆକ୍ରମଣ କରାଗଲେ ଆକ୍ରମଣ କାରୀଙ୍କୁ ୭ ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯିବ। ସେହିପରି ଆକ୍ରମଣରେ ଘଟିଥିବା କ୍ଷୟକ୍ଷତିର ଦୁଇଗୁଣା ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ଆଦାୟ କରାଯିବ। ଆକ୍ରମଣ ପାଇଁ ସର୍ବନିମ୍ନ ୬ ମାସରୁ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧-୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡର ବ୍ୟବସ୍ଥା କରାଯାଇଛି। ସାମାନ୍ୟ ଆକ୍ରମଣ ପାଇଁ ୩-୫ ବର୍ଷର କାରାଦଣ୍ଡର ବ୍ୟବସ୍ଥା ରଖାଯାଇଥିବା ବେଳେ ସାମାନ୍ୟ କ୍ଷୟକ୍ଷତି ନିମନ୍ତ ୫୦ ହଜାରରୁ ଦୁଇ ଲକ୍ଷ ଟଙ୍କାର ଅର୍ଥଦଣ୍ଡର ବ୍ୟବସ୍ଥା କରାଯାଇଛି। ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଅଧ୍ୟାଦେଶ ଜାରି କରାଯିବା ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ପ୍ରେସ୍‌ମିଟ୍‌ କରି ଏହି ସୂଚନା ପ୍ରଦାନ କରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୨ ଲକ୍ଷ କରୋନା ଆଇସୋଲେସନ୍‌ ଶଯ୍ୟା ପ୍ରସ୍ତୁତ ରଖାଯାଇଥିବା ନେଇ ଜାଭଡେକର ସୂଚନା ଦେଇଛନ୍ତି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁନ୍ଦରଗଡର ବିଶ୍ରାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା: ୪୮ ଘଣ୍ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌

ସୁନ୍ଦରଗଡ: ସୁନ୍ଦରଗଡରୁ ଗତକାଲି ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରତିଶେଧକ ମୂଳକ ପଦକ୍ଷେପ ଅନୁଯାୟୀ ବିଶ୍ରା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି। ଗତକାଲି ଦୁଇ ଜଣ କରୋନା ଆକ୍ରାନ୍ତ ବିଶ୍ରା ଅଞ୍ଚଳରୁ ଠାବ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ଘରୁ ବାହାରିବା ଉପରେ ୪୮ ଘଣ୍ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଉକ୍ତ ଅଞ୍ଚଳରେ ୧୫ଶହ ଘର ରହିଥିବା ବେଳେ ଘର ଘର ବୁଲି କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ସୁନ୍ଦରଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ଚାରି ଆକ୍ରାନ୍ତଙ୍କ ସଂପର୍କରେ ମିଳିଲା ସବିଶେଷ ତଥ୍ୟ, ସେମାନଙ୍କ ମଧ୍ୟରୁ ଭୁବନେଶ୍ବରରୁ ଜଣେ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତକାଲି ଚିହ୍ନଟ ୪ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭୁବନେଶ୍ବରର ବୋଲି ରବିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲିର ୪ ସଙ୍କ୍ରମଣଙ୍କ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ

ସୁନ୍ଦରଗଡ-2

କେନ୍ଦ୍ରାପଡା-1

ଭୁବନେଶ୍ବରର-1

ତେବେ ଏହି ୪ ଆକ୍ରାନ୍ତଙ୍କର ବିଦେଶ ଗସ୍ତ ଇତିହାସ ରହିଛି କି ନାହିଁ ଏବଂ ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି ତା ସମ୍ପର୍କରେ ତଦନ୍ତ ଜାରି ରହିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ

ଭୁବନେଶ୍ବର: ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି ହୋଇଛି। ଜାରି ହୋଇଥିବା ଏହି ଯାତ୍ରା ବିବରଣୀରେ ରାଜ୍ୟର ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ ରହିଥିବାର ସୂଚନା ମିଳିଛି। ଆଜି ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରଦାନ କରିଛନ୍ତି। ଏଥରୁ କରୋନା ସଂକ୍ରମିତ ମଧ୍ୟରେ ୯ ଓ ୫ ବର୍ଷର ଦୁଇ ଶିଶୁ କନ୍ୟା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡିଛି। ଏହି ଦୁଇ ଶିଶୁ ଝାରପଡାର ୪୨ ନମ୍ବର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡିଛନ୍ତି। ଏହି ଦୁଇଶିଶୁଙ୍କ ସମେତ ଜଣେ ୩୭ ବର୍ଷୀୟା ମହିଳା ମଧ୍ୟ ସଂକ୍ରମିତ ହୋଇଥିବାର ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରିଛନ୍ତି।

ଭୁବନେଶ୍ବରର ୪୬, ୪୭ ଓ ୪୮ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ମଧ୍ୟ ଜାରି କରାଯାଇଛି। ଏହି ଆକ୍ରାନ୍ତମାନେ ୨୨ ମାର୍ଚ୍ଚରୁ ଏପ୍ରିଲ୍‌ ତିନି ତାରିଖ ପର୍ଯ୍ୟନ୍ତ ଘରେ ରହିଥିଲେ। ଏହାପରେ ୪ ରୁ ୫ ଏପ୍ରିଲ୍‌ରେ ଭୁବନେଶ୍ବରସ୍ଥିତ ଏମସ୍‌ ହସ୍ପିଟାଲ୍‌ ଯାଇଥିଲେ। ପରେ ୬ରୁ ୯ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିଲେ। ଏପ୍ରିଲ୍‌ ୮ ତାରିଖରେ ଏମାନଙ୍କର ନମୁନା ପରୀକ୍ଷଣ କରାଯାଇଥିଲା। ଏପ୍ରିଲ୍‌ ୯ ତାରିଖରେ ପଜିଟିଭ୍‌ ହୋଇଥିବାର ସୂଚନା ମିଳିଥିଲା। ଏହାପରେ ଏମାନଙ୍କୁ  କିମସ୍‌ କୋଭିଡ୍‌ -୧୯ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ସରକାରଙ୍କ ଉଦ୍ୟମରେ ମୁମ୍ବାଇରୁ ଚାରି ହଜାର କୋଭିଡ19 ଟେଷ୍ଟ କିଟ ଧରି ଭୁବନେଶ୍ବର ଆସିଲା ସ୍ବତନ୍ତ୍ର କାର୍ଗୋ ବିମାନ

ଭୁବନେଶ୍ବର, ବର୍ତ୍ତମାନ ରାଜ୍ୟରେ କରୋନାଭାଇରସ ପରୀକ୍ଷା କରିବାକୁ ଯେଉଁ ପରିମାଣର ପରୀକ୍ଷା ଉପକରଣ ବା କିଟର ଆବଶ୍ୟକ ଅଛି ତାହା ନାହିଁ। ଫଳରେ ରାଜ୍ୟରେ ସନ୍ଦେହ ଭିତରେ ରହୁଥିବା ସମସ୍ତ ରୋଗୀଙ୍କୁ ଏକାବେଳେ ପରୀକ୍ଷା କରିବା ସମ୍ଭବ ହେଉ ନାହିଁ। ଭବିଷ୍ୟତରେ ଯଦି ରୋଗୀ ସଂଖ୍ୟା ବୃଦ୍ଧି ପାଏ ତେବେ ଏହି ପରୀକ୍ଷା ଏକ ଜଟିଳ ବ୍ୟାପାର ହୋଇଯିବ। ସେହି ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଧିକ କିଟ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

ପ୍ରଥମ ପଦକ୍ଷେପ ସ୍ବରୂପ ଏକ ଥରକେ 4 ହଜାର ପରୀକ୍ଷା କିଟ୍ ମୁମ୍ବାଇରୁ ଏକ ସ୍ବତନ୍ତ୍ର କାର୍ଗୋ ବିମାନ ଯୋଗେ ଭୁବନେଶ୍ବର ଆଣାଯାଇଛି। ବର୍ତ୍ତମାନ ଲକଡାଉନ ସମୟରେ ଏହା ଆଣିବା କଷ୍ଟଦାୟକ ଥିଲେ ମଧ୍ୟ ତାହା ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ସମ୍ଭବ ହୋଇପାରିଛି। ଗୁରୁବାର ରାତିରେ ଏହି ବିମାନ ମୁମ୍ବାଇରୁ ଆସି ଭୁବନେଶ୍ବରରେ ପହଁଚିଛି। ଏଥିରେ କୋଭିଡ19 ପରୀକ୍ଷା କିଟ ସହିତ ବିଶୋଧନ ପାଇଁ ରାସାୟନିକ ଦ୍ରବ୍ୟ ଏବଂ ଭିଟିଏମ ମଧ୍ୟ ଆସିଛି। ଏହା ଦ୍ବାରା ରାଜ୍ୟରେ କରୋନା ଭାଇରସର ସଂକ୍ରାମଣ ପଥକୁ ବହୁ ମାତ୍ରାରେ ରୋକାଯାଇ ପାରିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଭାରତରେ ବର୍ତ୍ତମାନ ସୁଦ୍ଧା 166 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ 473 ଜଣ ଭଲ ହୋଇଛନ୍ତି

ନୂଆଦିଲ୍ଲୀ, କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର କୋଭିଡ19 ସଂପର୍କରେ ଦିଆଯାଉଥିବା ଦୈନିକ ରିପୋର୍ଟ ଅନୁସାରେ ବର୍ତ୍ତମାନସୁଦ୍ଧା ଦେଶରେ 166 ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଭାଇରସ ଦ୍ବାରା 5734 ଜଣ ସଂକ୍ରମିତ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ 473 ଜଣ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଛାଡ଼ ପାଇଛନ୍ତି।

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କ୍ଲଷ୍ଟର କଣ୍ଟେନମେଣ୍ଟ ଯୋଜନା ଏବଂ ହସ୍ପିଟାଲ ପ୍ରସ୍ତୁତି (କୋଭିଡ-19 ରୋଗୀଙ୍କ ପାଇଁ ଆଇସିୟୁ ଓ ଭେଣ୍ଟିଲେଟ ପରିଚାଳନା)ରେ ରାଜ୍ୟ ଓ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗକୁ ସହାୟତା କରିବା ନିମନ୍ତେ ଉଚ୍ଚସ୍ତରୀୟ ବହୁମୁଖୀ କେନ୍ଦ୍ରୀୟ ଟିମ ମୁତୟନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏଣିକି ସାବଧାନ, ମାସ୍କ ନ ପିନ୍ଧିଲେ ଜରିମାନା, ଦୁଇ ଶହରୁ ପାଞ୍ଚ ଶହ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ଏହି ଜରିମାନା

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜ୍ୟସରକାର ବେଶ୍‌ କଡା ପଦକ୍ଷେପ ନେଇଛନ୍ତି। ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଲକ୍‌ ଡାଉନ୍‌ର ଅବଧିକୁ ଏପ୍ରିଲ୍‌ 30 ପର୍ଯ୍ୟନ୍ତ ଘୁଞ୍ଚାଇଥିବାବେଳେ ଏବେ ମାସ୍କକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସାରା ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ କରାଯିବାକୁ ନିଷ୍ପତ୍ତି  ନିଆଯାଇଛି । ପ୍ରଥମ ତିନିଥର ଆଇନ ଉଲ୍ଲଂଘନ କଲେ 200 ଶହ ଲେଖାଏଁ ଜରିମାନା । ତିନିଥର ପରେ ମାସ୍କ ନ ପିନ୍ଧିଲେ ଜରିମାନା ପରିମାଣ 5ଶହକୁ ବଢିବ। ଆଜିଠାରୁ ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜୁନ୍‌ ୧୭ ଯାଏଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

ଭୁବନେଶ୍ବର: ଜୁନ୍‌ ୧୭ ଯାଏଁ ରାଜ୍ୟର ସବୁ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି। ସ୍କୁଲ କଲେଜ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବାର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମୁକାବିଲା ପାଇଁ ଏପ୍ରିଲ୍‌ ୧୪ ଯାଏଁ ଦେଶରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଏହାକୁ ଏପ୍ରିଲ୍‌ ୩୦ ଯାଏଁ ବୃଦ୍ଧି କରିବାକୁ କେନ୍ଦ୍ରକୁ ସୁପାରିଶ୍‌ କରିଛନ୍ତି ନବୀନ ପଟ୍ଟନାୟକ। ସେହିପରି  ଜୁନ୍‌ ୧୭ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଶ୍ରେଣୀର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ରାଜ୍ୟ ସରକାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା, ବିପିୟୁଟି ଓ ଭିସୁଟ୍ ପରିଚାଳିତ ସମସ୍ତ ସେମିଷ୍ଟାର ଓ ଫାଇନାଲ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଛନ୍ତି। ତେବେ ଜୁନ୍‌ ୧୭ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପରେ ଯୁକ୍ତ ଦୁଇ ପରୀକ୍ଷା ଓ ବିପିୟୁଟି ଓ ଭିସୁଟ୍‌ ଦ୍ବାରା ପରିଚାଳିତ ପରୀକ୍ଷାଗୁଡିକ କେବେ ହେବ ସେନେଇ କିଛି ସୂଚନା ମିଳିପାରିନାହିଁ। ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ନେଇ କୌଣସି ନିଷ୍ପତ୍ତି ଜଣାପଡିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ୍‌ ୩୦ ଯାଏଁ ବଢିଲା ଲକ୍‌ ଡାଉନ୍‌ ସମୟ, ସହଯୋଗ କରିଥିବାରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ

ଭୁବନେଶ୍ବର: ଏପ୍ରିଲ୍‌ ୩୦ ଯାଏଁ ଲକ୍‌ ଡାଉନ୍ ବୃଦ୍ଧି ପାଇଁ  ନିଷ୍ପତ୍ତି ନିଆଯାଇଛି। ଏପରି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା ଜାରି କରାଯାଇଛି। ଏପ୍ରିଲ୍‌ ୩୦ଯାଏଁ ଟ୍ରେନ୍‌ ଓ ବିମାନ ସେବା ବନ୍ଦ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ରାଜ୍ୟ ବାହାରେ ଥିବା ଶ୍ରମିକ ଭାଇଙ୍କ ଯତ୍ନ ନେବାକୁ ସମ୍ପୃକ୍ତ ରାଜ୍ୟଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ଅଟକି ଥିବା ଶ୍ରମିକଙ୍କ ଯତ୍ନ ନେଉଛନ୍ତି। ଲକ୍‌ ଡାଉନ୍‌ ସମୟରେ କୃଷି କାର୍ଯ୍ୟ ଜାରି ରହିବ। ଶ୍ରମିକମାନଙ୍କ ସୁବିଧା ପାଇଁ ମନରେଗା କାର୍ଯ୍ୟ ଜାରି ରହିବ। ଦେଶର ଅର୍ଥନୀତି ଅପେକ୍ଷା ଆମ ପାଇଁ ଲୋକଙ୍କ ଜୀବନ ଅଧିକ ଗୁରୁତ୍ବପୂର୍ଣ୍ଣ। ରାଜ୍ୟରେ ୧ ଲକ୍ଷ ରାପିଡ୍‌ ଟେଷ୍ଟିଂ ପାଇଁ ଆମେ ପଦକ୍ଷେପ ନେଉଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାହସର ସହ କରୋନା ମୁକାବିଲା ପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ମୁକାବିଲା ପାଇଁ ଏପ୍ରିଲ୍‌ 14 ଯାଏଁ ଦେଶରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଏହାକୁ ଏପ୍ରିଲ୍‌ 30 ଯାଏଁ ବୃଦ୍ଧି କରିବାକୁ କେନ୍ଦ୍ରକୁ ସୁପାରିଶ୍‌ କରିଛନ୍ତି ନବୀନ ପଟ୍ଟନାୟକ ।

Categories
ବିଶେଷ ଖବର ରାଜ୍ୟ ଖବର

କରୋନା ପାଇଁ ଭୁବନେଶ୍ବରରେ ସିଲ୍ ହୋଇଥିବା କେଉଁ ଅଞ୍ଚଳର କେଉଁ କେଉଁ ସ୍ଥାନ ଏଥିରେ ଅନ୍ତର୍ଭୁକ୍ତ ତାହା ଜାଣି ସତର୍କ ରୁହନ୍ତୁ

ଭୁବନେଶ୍ବର, ବର୍ତ୍ତମାନ ଓଡିଶାର ଭୁବନେଶ୍ବର ହେଉଛି କରୋନା ଭାରସର ହଟସ୍ପଟ। କାରାଣ ସର୍ବାଧିକ ଆକ୍ରାନ୍ତ ଭୁବନେଶ୍ବରରୁ ବାହାରିଛନ୍ତି। ସେଥିପାଇଁ ବିଏମସି ତରଫରୁ ରାଜଧାନୀର କେଉଁ ଅଞ୍ଚଳ ସିଲ୍ କରାଗଲା ଏବଂ କେତେ ପରିଧୀ ପର୍ଯ୍ୟନ୍ତ କରାଗଲା ତାହାର ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଛି। ସେଗୁଡିକ ହେଲା

1-ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ ମୋଟ ୩୪ଟି କରୋନା ପଜିଟିଭ୍‌ କେସ୍‌ରୁ ବର୍ତ୍ତମାନ ୩୧ଟି ଆକ୍ଟିଭ୍‌ କେସ୍‌ ରହିଛନ୍ତି।

2-୩୪ଟି କରୋନା ପଜିଟିଭ୍‌ କେସ୍‌ ମଧ୍ୟରୁ ବଡଗଡ଼ ଅଞ୍ଚଳର ଜଣେ, ଭରତପୁରର ଜଣେ, ଶହୀଦନଗରର ଜଣେ, ସୂର୍ଯ୍ୟନଗରର ୮ ଜଣ, ବମିଖାଲର ୧୪ ଜଣ, କପିଳପ୍ରସାଦର ଜଣେ, ସତ୍ୟନଗରର ୪ ଜଣ, ୟୁନିଟ-୫ର ଜଣେ, ମହିଷାଖାଲ(ବିଜେବି ନଗର)ର ଜଣେ, ମଧୁସୂଦନ ନଗର(ୟୁନିଟ୍‌-୪)ର ଜଣେ, ଝାରପଡ଼ାର ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

3-ଭୁବନେଶ୍ୱରର ୫ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ (ସଂକ୍ରମଣ ପ୍ରତିହତ ଅଞ୍ଚଳ) ଭାବରେ ଚିହ୍ନଟ କରାଯାଇଛି । ଯେଉଁ ଅଞ୍ଚଳରେ କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ କରାଯାଉଛି କିମ୍ବା ସଂକ୍ରମିତ ରୋଗୀଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ସଂକ୍ରମିତ ରାଜ୍ୟ କିମ୍ବା ବିଦେଶରୁ ଆସିଥିବା ବ୍ୟକ୍ତି ସେହି ଅଞ୍ଚଳରେ ରହୁଥିବାର ଗସ୍ତ ଇତିହାସ ରହିଛି, ସେହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି। ସେହିସବୁ ଅଞ୍ଚଳରେ ଅକଫିଭ୍‌ ସର୍ଭେଲାନ୍ସ କରାଯାଇ ପ୍ରତିଦିନ ବିଏମ୍‌ସି ତରଫରୁ ବିଭିନ୍ନ ଟିମ୍‌ମାନେ ଗସ୍ତ କରି ଲୋକମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହୁଛି କି ନାହିଁ, ସେ ସଂପର୍କରେ ତଦାରଖ କରୁଛନ୍ତି। ଯଦି ସେମାନଙ୍କର କୋଭିଡ୍‌-୧୯ ରୋଗ ସଂପର୍କିତ କୌଣସି ଲକ୍ଷଣ ପ୍ରକାଶ ପାଉଛି, ସେମାନଙ୍କର ଅକଫିଭ୍‌ ଟେଷ୍ଟିଂ କରାଯାଉଛି।

4-ସୂର୍ଯ୍ୟନଗର କେସ୍‌ର କଣ୍ଟେନ୍‌ମେଣ୍ଟ ଜୋନ୍‌ ସୀମା ହେଉଛି ଏଲ୍‌ଆଇସି ଛକଠାରୁ ଗଙ୍ଗନଗର ଛକ, ଗଙ୍ଗନଗର ଛକଠାରୁ ସିରିପୁର ଛକ, ସିରିପୁର ଛକଠାରୁ ଗୋପବନ୍ଧୁ ଛକ ଏବଂ ଗୋପବନ୍ଧୁ ଛକଠାରୁ ଏଲ୍‌ଆଇସି ଛକ।

5-ସତ୍ୟନଗର କେସ୍‌ର କଣ୍ଟେନ୍‌ମେଣ୍ଟ ଅଞ୍ଚଳ ହେଉଛି ସତ୍ୟନଗର ଛକରୁ କାଳୀ ମନ୍ଦିର ଛକ, କାଳୀ ମନ୍ଦିର ଛକରୁ ପତାଞ୍ଜଳି ଷ୍ଟୋର, ପତାଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସରର୍ସ କ୍ୱାଟର୍ସ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ କ୍ୱାଟର୍ସରୁ ସତ୍ୟନଗର ଛକ ଭାୟା ମିଶିନାରିଜ୍‌ ଅଫ୍‌ ଚାରିଟି ଏବଂ ଆକ୍ସିସ୍‌ ବ୍ୟାଙ୍କ। ଏହାଛଡ଼ା ପୂର୍ତ୍ତ ବିଭାଗ ଡିଭିଜନ-୩ର କ୍ୱାଟର୍ସକୁ କ୍ୱାରାଣ୍ଟାଇନ୍‌ କରାଯାଇଛି।

6-ବମିଖାଲ ଅଞ୍ଚଳର କଣ୍ଟେନ୍‌ମେଣ୍ଟ ଜୋନ୍‌ ସୀମା ହେଉଛି କାଫେକଫି ଡେ ଲେନ୍‌ରୁ ଝାଡ଼ପଡ଼ା କେନାଲ୍‌ ରୋଡ୍‌, ଝାରପଡ଼ା କେନାଲ୍‌ ରୋଡ୍‌ରୁ ଝାରପଡ଼ା ଦୁର୍ଗା ମଣ୍ଡପ, ଝାରପଡ଼ା ଦୁର୍ଗା ମଣ୍ଡପରୁ କଟକ-ପୁରୀ ରୋଡ୍‌, କଟକ-ପୁରୀ ରୋଡ୍‌ରୁ କାଫେକଫି ଡେ ଲେନ୍‌।
7-ବିଜେବି ନଗର ସବ୍‌ ପୋଷ୍ଟ ଅଫିସ୍‌କୁସଂପୂର୍ଣ୍ଣ ସିଲ୍‌ କରାଯାଇଛି।

8-ସୁନ୍ଦରପଦା ଅଞ୍ଚଳର କଣ୍ଟେନ୍‌ମେଣ୍ଟ ଜୋନ୍‌ ସୀମା ହେଉଛି ସୁନ୍ଦରପଦା ମୁନିସିପାଲିଟି ଡାକ୍ତରଖାନା ଛକଠାରୁ କାଳୁଆଶୁଣୀ ମନ୍ଦିର, ସୁନ୍ଦରପଦା ମୁନିସିପାଲିଟି ଛକଠାରୁ ସରକନ୍ତରା ନ୍ୟୁ କଲ୍‌ଭର୍ଟ-ନ୍ୟୁ ରେଲୱେ ଟ୍ରାକ୍‌, କାଳୁଆଶୁଣୀ ମନ୍ଦିରଠାରୁ ଟାଟା ପ୍ରୋଜେକଫ ଏସ୍‌ଟିପି, ଟାଟା ପ୍ରୋଜେକଫ ଏସ୍‌ଟିପିଠାରୁ ସରକନ୍ତରା ରେଲୱେ ଟ୍ରାକ୍‌ ନିକଟସ୍ଥ ନ୍ୟୁ କଲଭର୍ଟ।

9-ଯଦୁପୁର ଓ ବେଗୁନିଆ ଅଞ୍ଚଳର କଣ୍ଟେନ୍‌ମେଣ୍ଟ ଜୋନ୍‌ର ସୀମା ହେଉଛି ପାଲାମଣ୍ଡପ ଛକଠାରୁ ଯଦୁପୁର ଗ୍ରାମ, ପାଣିଟାଙ୍କିଠାରୁ ଯଦୁପୁର ଗାଁ, ମେନ୍‌ ରୋଡ୍‌ ଅଟୋ ଷ୍ଟାଣ୍ଡଠାରୁ ଯଦୁପୁର ଗାଁ, ଆମ୍ବେଦକର ଶିକ୍ଷାକେନ୍ଦ୍ରଠାରୁ ଯଦୁପୁର ଗ୍ରାମ।

10-ଏହା ବ୍ୟତୀତ ୟୁନିଟ୍‌-୫ରେ ଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ କାର୍ଯ୍ୟାଳୟ ଓ ଆବାସିକ କଲୋନୀକୁ ମଧ୍ୟ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି । ସେ ସ୍ଥାନରେ ମଧ୍ୟ ସର୍ବେକ୍ଷଣ ଏବଂ ନମୁନା ପରୀକ୍ଷା କରାଯାଉଛି।

11-ସୂର୍ଯ୍ୟନଗରରେ ଥିବା କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ୨୧୨୫ ପରିବାର ଅଛନ୍ତି। ସେହି ପରିବାରଙ୍କ ମଧ୍ୟରୁ ପ୍ରତିଦିନ ଏହାର ଅନ୍ତତଃ ୫୦ ପ୍ରତିଶତ ଲୋକଙ୍କର ଘରକୁ ସଂକ୍ରମଣ ପ୍ରତିରୋଧ କାର୍ଯ୍ୟରେ ନିୟୋଜିତ ଟିମ୍‌ ଘରକୁ ଘର ଯାଇ ଯଦି ସେମାନଙ୍କର କୌଣସି ପ୍ରକାର ଲକ୍ଷଣ ଦେଖାଯାଉଛି, ସେମାନଙ୍କର ନମୁନା ପରୀକ୍ଷଣ ପାଇଁ ପଠାଯାଉଛି ।

12-ବିଏମ୍‌ସି ତରଫରୁ ଆଜି ୪୦୦୦ରୁ ଊଦ୍ଧ୍ୱର୍ ନମୁନା ସର୍ବେକ୍ଷଣ କରାଯାଇଛି। ଆଜାଦ୍‌ନଗର ଅଞ୍ଚଳର ୪୩୦ ପରିବାର, ବମିଖାଲର ୨୭୭୭, ସତ୍ୟନଗରର ୨୫୦୦, ଆଇବି କଲୋନୀର ୧୦୭ଟି ନମୁନା ସର୍ବେକ୍ଷଣ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ସଂସ୍କୃତି

ମାସ୍କ ସଚେତନତା ସୃଷ୍ଟି କରିବା ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପୁରୀ ବେଳାଭୂମିରେ ବାଲିର ସ୍ଥାପତ୍ୟ

ପୁରୀ: କରୋନା ଭାଇରସ ଉପରେ ସିରିଜ ବାଲୁକା କଳା କରି ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଘରେ ରହନ୍ତୁ ହେଉ କିମ୍ବା କରୋନା ମୁକାବିଲା, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ମାନ ହେଉ କିମ୍ବା ହାତ ଧୋଇବା। ଏହିପରି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସଚେତନତା ବାଲୁକା ସ୍ଥାପତ୍ୟ କରିବାରେ ଲାଗିଛନ୍ତି ଏହି ଶିଳ୍ପୀ। ଏଥିପାଇଁ ବିଶ୍ବସ୍ତରରେ ତାଙ୍କୁ ବେଶ୍ ପ୍ରସଂଶା ମଧ୍ୟ ମିଳିବାରେ ଲାଗିଛି।

ଏହି କରୋନା ସଚେତନତା ସିରିଜରେ ଏଥର ସୁଦର୍ଶନ ମାସ୍କ ବିଷୟକୁ ନେଇ ବାଲୁକା କଳଛନ୍ତି। ସେଥିପାଇଁ ସେ ପୁରୀ ବେଳାଭୂମିରେ ଦୁଇଟି ଭିନ୍ନ ଭିନ୍ନ ବାଲୁକା କଳା ନିର୍ମାଣ କରିଛନ୍ତି। ଗୋଟିଏରେ ସେ ମାସ୍କ ପିନ୍ଧିବା ପାଇଁ ସଚେତନତା କରିଥିବା ବେଳେ ଅନ୍ୟଟିରେ ନିଜଘରେ ମାସ୍କ ତିଆରି କରନ୍ତୁ ବୋଲି କଳା ମାଧ୍ୟମରେ କହିଛନ୍ତି।

ନିଜ ଘରେ ମାସ୍କ ତିଆରି କରିବା ପାଇଁ ହୋଇଥିବା ସ୍ଥାପତ୍ୟରେ ଜଣେ ପୁରୁଷ ଓ ଜଣେ ସ୍ତ୍ରୀ ମୁହଁରେ ମାସ୍କ ପିନ୍ଧି ମୁହାଁମୁହିଁ ହୋଇ ରହିଛନ୍ତି। ତେବେ ସେମାନଙ୍କ ମୁହଁରେ କୌଣସି କଂପାନୀ ପ୍ରସ୍ତୁତ ନୁହେଁ ଘରେ ତିଆରି ଚିରା ପିନ୍ଧା ଲୁଗାରେ ହୋଇଥିବା ମାସ୍କ ପିନ୍ଧିଛନ୍ତି। ଏହି ମାସ୍କ ଏବଂ ସ୍ଥାପତ୍ୟର ପୋଷାକ ପରିଧାନକୁ ଲକ୍ଷ୍ୟ କଲେ ସୁଦର୍ଶନଙ୍କ କଲାଚାତୁରୀ ବାରି ହୋଇପଡେ। ଏହାକୁ ବାଲିରେ ସୁଦର୍ଶନ ଏପରି ନିର୍ମାଣ କରିଛନ୍ତି ଯାହା ଅବିକଳ ଲୁଗାର ମାସ୍କ ପରି ଲାଗୁଛି। ଦୁଇ ମୁହଁ ମଝିରେ ଆସ ମାସ୍କ ତିଆରି କରିବା ବୋଲି ଇଂରାଜୀରେ ଲେଖାଯାଇଛି।

ସେହିପରି ଆଉ ଏକ ସ୍ଥାପତ୍ୟରେ ସୁଦର୍ଶନ ଜଣେ ମହିଳାଙ୍କ ମୁହଁରେ ମାସ୍କ ପିନ୍ଧାଥିବା ବାଲୁକାକଳା ମଧ୍ୟ କରିଛନ୍ତି। ଏଥିରେ ମହିଳା ଜଣଙ୍କ ମୁହଁର ଭାବଭଙ୍ଗି ଯାହା ତାହା ପ୍ରମାଣତି କରୁଛି ଯେ ସେ କଡା ନଜରରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ କହୁଛନ୍ତି। ସେଥିପାଇଁ ସୁଦର୍ଶନ ସେହି ପ୍ରତିମୂର୍ତ୍ତିର ଆଖିକୁ ବଡବଡ କରିଛନ୍ତି। ଦେଖିଲେ ଲାଗୁଛି ପ୍ରତିମୂର୍ତ୍ତିଟି ଆଖି ତରାଟି ଆଶ୍ଚର୍ଯ୍ୟ ଭାବେ ଚାହିଁ ରହିଛି।

ସୁଦର୍ଶନ ପ୍ରତିଦିନ କରୋନା ଭାଇରସ ଉପରେ କରୁଥିବା ଏହି ସିରିଜ ବାଲୁକା କଳା ବିଶ୍ବ ବାସୀଙ୍କୁ ଏପରି ବିଶ୍ବ ସ୍ବସ୍ଥ୍ୟ ସଂଗଠନ ମଧ୍ୟ ପ୍ରସଂଶା କରିଛି।

Categories
ଜାତୀୟ ଖବର ବିଶେଷ ଖବର

ସାବଧାନ କରୋନା ବୁଲୁଛି, ଲକଡାଉନ ଅମାନିଆଙ୍କ ସଚେତନତା ପାଇଁ ରାସ୍ତାରେ ବୁଲିଲା କରୋନା ଭାଇରସ ଡିଜାଇନର କାର

ଭୁବନେଶ୍ବର, ସାବଧାନ, ସାବଧାନ ରାସ୍ତାରେ କରୋନା ଭାଇରସ ବୁଲୁଛି, ଆପଣଙ୍କ ପାଖକୁ ଆସିପାରେ, ଦୟାକରି ଘରେ ରୁହନ୍ତି। ଏହା କୈଣସି ସ୍ଲୋଗାନ ନୁହେଁ। ସତରେ ରାସ୍ତା ଉପରେ କରୋନା ଭାଇରସ ବୁଲୁଛି। ଲକଡାଉନ ଅମାନିଆଙ୍କୁ ସାବାଡ କରିବା ପାଇଁ କରୋନା ଆକୃତିର ଏକ କାର କରାଯାଇ ଏହି ସଚେତନତା କରାଯାଇଛି। ଯାହା ସକାଳୁ ସଂଜ ପର୍ଯ୍ୟନ୍ତ ରାସ୍ତାରେ ବୁଲୁଛି। ଯେ ଦେଖିବ ସେ ଜାଣିବ ଯେ ପ୍ରକୃତରେ ରାସ୍ତାରେ କରୋନା ଭାଇରସ ବୁଲୁଛି।

ଏହିପରି ସଚେତନତାର ପରିକଳ୍ପନା କରିଛନ୍ତି ହାଇଦ୍ରାବାଦର ସୁଧା କାର ସଂଗ୍ରହାଳୟ। ଏହି ସଂଗ୍ରହାଳୟର ବିଭିନ୍ନ ଆକୃତିର କାର ନିର୍ମାଣ କରିବାରେ ପୂର୍ବରୁ ବେଶ୍ ପ୍ରସିଦ୍ଧି ରହଛି। କରୋନା ଭାଇରସର ଭୟାବହତା ଦେଖି ଏବଂ ଲୋକଙ୍କୁ ସଚେତନତା କରିବା ପାଇଁ ଏହାର ପ୍ରତିଷ୍ଠାତା କେ. ସୁଧାକାର ଯାଦବ ଏପରି କାରର ପରିକଳ୍ପନା କରିଛନ୍ତି। ଲକଡାଉନ ଆରମ୍ଭ ହେବାର ମାତ୍ର ଦଶ ଦିନ ଭିତରେ ସେ ଏହି କାର ତିଆରି କରିପାରିଛନ୍ତି। ଏଥିରେ ସେ 100 ସିସିର ଏକ ଇଂଜିନ ଲଗାଇ ଏହି ଡିଜାଇନିଂ କରିଛନ୍ତି। କେବଳ ଜଣେ ଡ୍ରାଇଭର ଏଥିରେ ବସିବାର ବ୍ୟବସ୍ଥା କରାଯାଇଛି।

ଏହି କାରଟି ଦିନରେ 40 କିଲୋମିଟର ପର୍ଯ୍ୟନ୍ତ ବୁଲିପାରିବ। ସଂଗ୍ରହାଳୟ ତରଫରୁ ହାଇଦ୍ରାବାଦର ବିଭିନ୍ନ ରାସ୍ତାରେ ଏହାକୁ ପରିକ୍ରମା କରାଯାଉଛି। ଏପରିକି ବିଭିନ୍ନ ଛକର ଠିକ ମଝିରେ ଏହି କରୋନା କାରକୁ ରଖାଯାଉଛି। ମଜାକଥା ହେଲା ଅମାନିଆ ଲୋକମାନେ ଦୂରରୁ ଏହି କରୋନାକୁ ଦେଖି ଫେରି ଯାଉଥିବାର ପରିଲକ୍ଷିତ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ସତ୍ୟନଗର ଓମ୍‌ଫେଡ୍‌ ଷ୍ଟଲ୍‌ ଯାଇଥିଲେ କି? ୧୦୪କୁ ଫୋନ୍‌ କରି କ୍ବାରେଣ୍ଟାଇନ୍‌ରେ ରୁହନ୍ତୁ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ସତ୍ୟନଗର ଓମ୍‌ଫେଡ୍‌ ଷ୍ଟଲ୍‌ ଯାଇଥିଲେ କି? ଯଦି ଯାଇଥିଲେ ତେବେ ଆପଣ ସତର୍କ ରୁହନ୍ତି। ଭୁବନେଶ୍ବର ସତ୍ୟନଗର ତୋଷାଳି ଭବନ ସାମ୍ନା ଓମ୍‌ଫେଡ୍‌ ଷ୍ଟଲ୍‌ ପାଇଁ ଛନକା ପଶିଛି। ଯଦି କେହି ଓମଫେଡ୍‌ ଷ୍ଟଲକୁ ଯାଇଥିଲେ ତେବେ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ କରୋନା ପଜିଟିଭି ଚିହ୍ନଟ ଜଣେ ବ୍ୟକ୍ତି ଉକ୍ତ ଷ୍ଟଲ୍‌କୁ ନିୟମିତ ଯାଉଥିଲେ। ତେଣୁ ସେଠାକୁ କେହି ଯାଇଥିଲେ ୧୦୪କୁ ଫୋନ୍‌ କରି କ୍ବାରେଣ୍ଟାଇନରେ ରୁହନ୍ତୁ ବୋଲି ସୂଚନା ଦେଇଛି ବିଏମ୍‌ସି। ସତ୍ୟନଗର ଓମ୍‌ଫେଡ୍‌ ଷ୍ଟଲ୍‌କୁ ଯାଇଥିବା ବ୍ୟକ୍ତି ୧୪ ଦିନ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛି ବିଏମ୍‌ସି।

ସୂଚନାଯୋଗ୍ୟ, ଆଜି ବିଏମ୍‌ସି ପକ୍ଷରୁ ସତ୍ୟନଗର ଅଞ୍ଚଳକୁ ସିଲ୍‌ କରାଯିବା ପରେ ସତ୍ୟନଗରୁ କରୋନ ଚିହ୍ନଟକୁ ନେଇ ଦ୍ବନ୍ଦ୍ବ ବଢିଥିଲା। ପରିଶେଷରେ ବମିଖାଲରୁ ମିଳିଥିବା ମୋଟ ୧୮ଜଣ ସଂକ୍ରମିତଙ୍କ ମଧ୍ୟରେ ସତ୍ୟନଗରରେ ଚାରିଜଣ ରହିଥିଲେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ସ୍ପଷ୍ଟ ସୂଚନା ମିଳିଥିଲା। ଆଜି ଏନେଇ ବିଏମ୍‌ସି ତରଫରୁ ମଧ୍ୟ ସୂଚନା ଦିଆଯାଇଛି।

Categories
ବିଶେଷ ଖବର

ଭୁବନେଶ୍ବରରେ ପାଞ୍ଚୋଟି କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି – ସୁବ୍ରତ ବାଗ୍‌ଚୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: କରୋନା ଅପଡେଟ୍‌ ନେଇ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା 2441 ସୁଦ୍ଧା ପରୀକ୍ଷା ହୋଇଥିବାବେଳେ 42ଟି ପଜେଟିଭି ଚିହ୍ନଟ ହୋଇଥିବାବେଳେ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା 39 ରହିଛି। ଦୁଇଜଣ ସୁସ୍ଥ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି।

ପ୍ରଥମ କଣ୍ଟେନ୍‌ମେଣ୍ଟ ଜୋନ୍‌ ରହିଛି ଖୋର୍ଦ୍ଧା ଜିଲ୍ଲାରେ। ଏହି ଜିଲ୍ଲାରେ 4ଟି କଣ୍ଟେନମେଣ୍ଟ ଜୋନ୍‌ ରହିଛି। ସୂର୍ଯ୍ୟନଗର, ସତ୍ୟନଗର, ବମିଖାଲ, ସୁନ୍ଦରପଦା ଓ ବେଗୁନିଆ ଯଦପୁର ଅଞ୍ଚଳ ପ୍ରମୁଖକୁ ଏହି ସଂକ୍ରମିତ ଜୋନ୍‌ ବା କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ଜିଲ୍ଲାରେ 34 ଜଣ ସଂକ୍ରମିତ ମାମଲା ରହିଥିବାବେଳେ ଏଥିରୁ ଦୁଇଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣକର ମୃତ୍ୟୁ ହୋଇଛି।

ସେହିପରି କଟକରେ ଜଣେ ଆକ୍ରାନ୍ତ ମିଳିଥିବାରୁ ଏଠାରେ ଦୁଇଟି କଣ୍ଟେନେମେଣ୍ଟ ଜୋନ୍‌ର ଘୋଷଣା କରାଯାଇଛି। ଏକ ନମ୍ବର ଓ୍ବାର୍ଡ ଜୟରାମପୁର ଗ୍ରାମପଞ୍ଚାୟତ ନିଶ୍ଚିନ୍ତ କୋଇଲି ତହସିଲ,ଓ୍ବାର୍ଡ ନଂ 12,13,ମିର୍ଜାପୁର ଗ୍ରାମ ପଞ୍ଚାୟତ, ସାଲେପୁର ଗ୍ରାମପଞ୍ଚାୟତ, ବକ୍ସି ବଜାର ଛକରୁ ସାଇନ୍ସ କଲେଜ ଛକ, ସୂତାହାଟ ମସିଜିଦ୍‌ ଛକରୁ ତିନିକୋଣିଆ ବଗିଚା ଛକ ପର୍ଯ୍ୟନ୍ତ।

ଗଞ୍ଜାମ ଜିଲ୍ଲାରେ ଗୋଟିଏ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଲାଲ୍‌ମିଣ୍ଟା ଗ୍ରାମର ଚିକିଟି ବ୍ଲକକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଯାଜପୁରରେ ଗୋଟିଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ରସୁଲପୁର ବ୍ଲକର ବ୍ରହ୍ମବରଦାରେ ଏହି ଜୋନ୍‌ ଘୋଷଣା କରାଯାଇଛି। କେନ୍ଦ୍ରାପଡ଼ାରେ ରାଧାନଗର, ବଳଭଦ୍ରପୁର, ନିଆଳି, ଗଉଡପାଟଣା, ଘାଟପଡ଼ା, କାନ୍ତିପୁରକୁ କଣ୍ଟେନେମଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ପୁରୀରେ ଦାନଗହିର ଗାଁ ଛକ, ଜୟପୁର ଶାସନ ଛକ, ଜୟପୁର ଛକକୁ କଣ୍ଟେନେମେଣ୍ଟ ଜୋନକୁ ଘୋଷଣା କରାଯାଇଛି। ଭଦ୍ରକରେ ପୁରୁଣାବଜାର, ଚରମ୍ପା ଷ୍ଟେସନ ଏରିଆ, ଏରିଂ ଗ୍ରାମ ପଞ୍ଚାୟତ ଏରିଆ ପ୍ରମୁଖ କଣ୍ଟେନେମଣ୍ଟ ଜୋନ୍‌ର ଘୋଷଣା କରାଯାଇଛି। କଳାହାଣ୍ଡିରେ ବେହେରାଗୁଡା, ପର୍ଯ୍ୟା ଏବଂ ଖମାରହଳଦୀ ଅଞ୍ଚଳ କଣ୍ଟେନମେଣ୍ଟ ଅଞ୍ଚଳରେ ଅନ୍ତର୍ଭୁକ୍ତ ହୋଇଛି।

ଏହି ଅବସରରେ କୋଭିଡ୍‌ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ, କରୋନା ସହ ଲଢିବାକୁ ଥିବା ଲମ୍ବା ଲଢେଇ ପାଇଁ ମନକୁ ଶାନ୍ତ ରଖିବା ଅତ୍ୟନ୍ତ ଆବଶ୍ୟକ ବୋଲି କହିଛନ୍ତି ବାଗ୍‌ଚୀ।  ଏହି ଲମ୍ବା ଦଉଡରେ କୋଭିଡି-19କୁ ପରାସ୍ତ କରିବାକୁ ହେଲେ ମନକୁ ଶାନ୍ତ ରଖିବାକୁ ପଡିବ। ନିଜକୁ ନିଜ ପ୍ରିୟଜନଙ୍କୁ ଦେଖି ସାନ୍ତ୍ବନା ଦିଅନ୍ତୁ। ଘର ଭିତରେ ରହିଲେ ମଧ୍ୟ ଶାରିରୀକ ପରିଶ୍ରମକୁ ଧ୍ୟାନ ଦିଅନ୍ତୁ। ଶାରିରୀକ ପରିଶ୍ରମ କରିଲେ ରୋଗପ୍ରତିରୋଧକ କ୍ଷମତା ବଢିବ।

ଘରେ ଭିତରେ ପରିବାର ସହ ମିଶିକରି ଚଳନ୍ତୁ। ଅଳ୍ପ ଖାଆନ୍ତୁ। ଅଳ୍ପ ଖାଇଲେ ସୁସ୍ଥ ରହିବା ଏଥିପାଇଁ ଧ୍ୟାନ ଦେବା ଉଚିତ୍‌। ସେହିପରି ଘରେ ଥିବା ବୟସ୍କ, ଭିନ୍ନକ୍ଷମ ଲୋକଙ୍କୁ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ ବୋଲି କହିଛନ୍ତି। ସେହିପରି ଛୋଟ ଛୁଆଙ୍କୁ ମଧ୍ୟ ଧ୍ୟାନରେ ରଖିବା ଉଚିତ୍‌। ସେହିପରି ଘରେ ରହୁଥିବାବେଳେ ମା’, ଭଉଣୀ, ସ୍ତ୍ରୀ ତଥା ଘରର ମହିଳାଙ୍କୁ ହଇରାଣ ନ କରି ତାଙ୍କ କାମରେ ତାଙ୍କୁ ସାହାଯ୍ୟ କରନ୍ତୁ ବୋଲି କହିଛନ୍ତି ବାଗ୍‌ଚୀ। କରୋନା ସହ ଲଢେଇ ପାଇଁ ଆମେ ଶାରିରୀକ ଦୂରତା ରଖିବା କିନ୍ତୁ ମାନସିକ ମିଳନ ହେବା ଆଜିର ସମୟରେ ବଡ ଆବଶ୍ୟକତା ହୋଇପଡିଛି ବୋଲି କହିଛନ୍ତି ବାଗ୍‌ଚୀ।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ, ବମିଖାଲ ସଂକ୍ରମଣ ସହିତ ସତ୍ୟନଗରର ସମ୍ପର୍କ ରହିଛି

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଆଜି ସକାଳୁ ଭୁବନେଶ୍ୱର କେନ୍ଦ୍ରରେ ଅବସ୍ଥିତ ସତ୍ୟ ନଗର ଅଞ୍ଚଳକୁ ମହାନଗର ନିଗମ ସିଲ କରିଦେବା ପରେ ଏହାକୁ ନେଇ ଦ୍ଵନ୍ଦ୍ଵ ବଢିଥିଲା। ସତ୍ୟନଗର ଅଞ୍ଚଳରେ କୌଣସି ସଂକ୍ରମିତ ଥିବା କଥା କୌଣସି ସରକାରୀ ତଥ୍ୟରୁ ଜଣା ପଡିନଥିଲା। ତେଣୁ ଏହାକୁ ନେଇ ଆଜି ସକାଳୁ ଦ୍ଵନ୍ଦ୍ଵ ଲାଗି ରହିଥିଲା। ଏହାକୁ ନେଇ ଏବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି। ବମିଖାଲରେ ରହିଥିବା ମୂଳ ସଂକ୍ରମଣ ରୁ ତିନିଜଣ ସତ୍ୟନଗରର ବାସିନ୍ଦା ବୋଲି ଜଣା ପଡିଛି। ସେଥିଲାଗି ଏବେ ସତ୍ୟନଗରକୁ ସିଲ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବେତନ ପରେ ଏବେ ସାଂସଦଙ୍କ ଭତ୍ତାରେ ହେବ ହ୍ରାସ, ପ୍ରତି ମାସ କଟିବ ୨୭ ହଜାର ଟଙ୍କା

ନୂଆଦିଲ୍ଲୀ: ସାଂସଦଙ୍କ ଦରମାରେ ୩୦ ପ୍ରତିଶତ ହ୍ରାସ ହେବା ପରେ ଭତ୍ତାରେ ୨୭ ହଜାର ଟଙ୍କା ହ୍ରାସ ହେବ ବୋଲି ସୂଚନା ମିଳିଛି। କରୋନା ଭାଇରସ୍‌ ସହ ଲଢିବା ପାଇଁ ଫଣ୍ଡ୍‌ରେ ଏହି ଅର୍ଥକୁ ବିନିଯୋଗ କରାଯିବ ବୋଲି ଏହି ନିଷ୍ପତ୍ତି ନିଆଯାଇଛି।

ସାଂସଦଙ୍କୁ ଏବେ ଆଉ ନିର୍ବାଚନ କ୍ଷେତ୍ର ଭତ୍ତା ଓ କାର୍ଯ୍ୟାଳୟ ଭତ୍ତାରେ ମିଳିଥିବା ୨୭ ହଜାର ଟଙ୍କା ମିଳିବ ନାହିଁ। ପ୍ରତ୍ୟେକ ମାସ ମିଳୁଥିବା ନିର୍ବାଚନ କ୍ଷେତ୍ର ଭତ୍ତା ଓ କାର୍ଯ୍ୟାଳୟ ଭତ୍ତା କାଟିବାକୁ ନେଇ ସରକାରୀ ଆଦେଶ ମିଳିଛି ।ସାଂସଦଙ୍କ ବେତନରୁ ୩୦ ପ୍ରତିଶତ ହ୍ରାସ କରାଯିବ ନେଇ ଆଗରୁ ଘୋଷଣା କରାଯାଇଛି। ଏବେ ପ୍ରତ୍ୟେକ ସାଂସଦଙ୍କୁ ୭୦ ହଜାର ଟଙ୍କା ମିଳିବ।

ମିଳିଥିବା ସୂଚନା ଅନୁସାରେ ସାଂସଦଙ୍କୁ ସଂଯୁକ୍ତ ସମିତି ରେ ସରକାରଙ୍କ ସହିତ ବିଚାର ବିମର୍ଶ କରି ପ୍ରତ୍ୟେକ ସାଂସଦଙ୍କୁ ମିଳୁଥିବା ନିର୍ବାଚନ କ୍ଷେତ୍ର ଭତ୍ତାରେ ୩୦ ପ୍ରତିଶତ ହ୍ରାସ କରିବା ନେଇ ସୁପାରିଶ୍‌ କରିଛନ୍ତି।  ସରକାରୀ ଅଧିସୂଚନା ଅନୁସାରେ ସାଂସଦଙ୍କ ବେତନ, ଭତ୍ତା ଏବଂ ପେନ୍‌ସନ୍‌ ଅଧିନିୟମ ୧୯୫୪ ଅନ୍ତର୍ଗତ ଧାରା ୮ ଜରିଆରେ ଜଣେ ସଦସ୍ୟଙ୍କୁ ନିର୍ବାଚନ ଭତ୍ତାର ଅଧିକାରୀ ହୋଇଥାନ୍ତି।

ପ୍ରତ୍ୟେକ ସାଂସଦଙ୍କୁ ମିଳୁଥିବା ୬୦ ହଜାର ଟଙ୍କାକୁ କାର୍ଯ୍ୟାଳୟ ଭତ୍ତାରେ ଏବେ ପ୍ରତ୍ୟେକ ମାସ ଷ୍ଟେସନାରୀ ରୂପେ ମିଳୁଥିବା ୨୦ ହଜାର ଟଙ୍କାକୁ ହ୍ରାସ କରାଯାଇ ୧୪ ହଜାର ଟଙ୍କା କରାଯାଇଛି। ତେବେ ସାଂସଦଙ୍କ ସହାୟକଙ୍କ ପାଇଁ ମିଳୁଥିବା ପ୍ରତି ମାସରେ ୪୦,୦୦୦ ଟଙ୍କାରେ କୌଣସି ହ୍ରାସ କରାଯାଇନାହିଁ।

ଅଧିକାରିକ ଆଦେଶାନୁସାରେ ରାଜ୍ୟସଭାର ସଭାପତି ଏମ୍‌ ଭେଙ୍କେୟା ନାଇଡୁ, ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲା ମଧ୍ୟ ସଂଯୁକ୍ତ ସମିତିଙ୍କ ସୁପାରିଶ୍‌କୁ ସ୍ବୀକାର କରିଛନ୍ତି। ଏହି ହ୍ରାସ ଅପ୍ରେଲ୍‌ ୧ରୁ ଲାଗୁହେବ।

ଗତ ସୋମବାର ଦିନ ପ୍ରଧାନମନ୍ତ୍ରୀ ସମେତ ସମସ୍ତ କ୍ୟାବିନେଟ୍‌ ମନ୍ତ୍ରୀ ଓ ସାଂସଦଙ୍କ ବେତନରେ ୩୦ ପ୍ରତିଶତ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏକ ବର୍ଷ ପର୍ଯ୍ୟନ୍ତ ଏହି ଦରମାରେ ହ୍ରାସ ରହିବ ବୋଲି ସୂଚନା ରହିଛି।

Categories
ବିଶେଷ ଖବର

ଲକ ଡାଉନ ର ସମୟସୀମା ଯଦି ବଢାଯାଏ, ଆମକୁ ଅଧିକ କିଛି ସଫଳତା ମିଳିବ କି?

କେଦାର ମିଶ୍ର

ଗୋଟେ ବିଚିତ୍ର ସ୍ଥିତିରେ ବର୍ତ୍ତମାନ ପୂରା ଦେଶ ଠିଆ ହୋଇଛି। ଗତ ମାର୍ଚ୍ଚ ୨୪ ତାରିଖରେ ଦେଶରେ ଆରମ୍ଭ ହୋଇଥିବା ଲକ ଡାଉନ ଇତିମଧ୍ୟରେ ଦୁଇ ସପ୍ତାହ ପୂରଣ କରି ଶେଷ ସପ୍ତାହରେ ପହଞ୍ଚିଛି। ଆସନ୍ତା ଏପ୍ରିଲ ୧୪ ରେ ଲକ ଡାଉନ ସରିବ ନା ଏହା ଆହୁରି କିଛି ସପ୍ତାହ ଅବ୍ୟାହତ ରହିବ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ ରାଜ୍ୟ ସରକାର ଲକ ଡାଉନ ବଢାଇବା ସପକ୍ଷରେ ମତ ଦେଇଛନ୍ତି। ଉତ୍ତର ପ୍ରଦେଶ ସରକାର କହିବା କଥା ହେଲା ଯେ ପର୍ୟନ୍ତ ନୂଆ କେଶ ଚିହ୍ନଟ ହେଉଥିବ ସେ ଯାଏ, ଲକ ଡାଉନ ଅବ୍ୟାହତ ରହୁ। ତେବେ ଏ ପ୍ରକାର ଲକ ଡାଉନ ବ୍ୟବସ୍ଥାରେ ସରକାର ଚାଲିବ କେମିତି? ରାଜ୍ୟ ସରକାରମାନେ ଭାବୁଛନ୍ତି, ତାଙ୍କୁ କାରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ସୀମିତ ରଖିବାକୁ ପଡିବ। ତେବେ ଏହା ସମ୍ଭବ କି?

ମାର୍ଚ୍ଚ ୨୪ରେ ଲକ ଡାଉନ ଆରମ୍ଭ ହେବା ବେଳକୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାଖାପାଖି ରହିଥିଲା। ଗତ ଦୁଇ ସପ୍ତାହରେ ଏହା ପ୍ରାୟ ଦଶଗୁଣ ବଢିଛି। ଆଜିର ତାରିଖରେ ଭାରତ ସରକାର ଦେଶରେ  ୪୭୮୯ ଜଣ କରୋନା ଆକ୍ରାନ୍ତ ରହିଥିବା କଥା ସ୍ଵୀକାର କରିଛନ୍ତି। ତେବେ କୋଭିଡ ଟ୍ରାକର ଇଣ୍ଡିଆ ଏହି ସଂଖ୍ୟା ୫୩୬୦ ଓ ଜନ ହପ୍କିନ୍ସ ବିଶ୍ଵ ବିଦ୍ୟାଳୟ ୪୯୧୧ ବୋଲି କହିଛନ୍ତି। ମୋଟାମୋଟି ଲକ ଡାଉନ ସମୟ ଠାରୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୦ ଗୁଣ ବଢିଛି। ତେବେ ଲକ ଡାଉନ ଲାଗୁ ହୋଇନଥିଲେ ଏହା ହୁଏତ ଶହେ ଗୁଣ ବଢିଥାନ୍ତା ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେଣୁ ଏ ପ୍ରସଙ୍ଗରେ ଆମେ ଗୋଟିଏ କଥା ନିଶ୍ଚୟ ମାନିବା ଯେ, ୟୁରୋପ ଏବଂ ଆମେରିକା ତୁଳନାରେ ଭାରତରେ କରୋନା ସଂକ୍ରମଣ ଧୀମା ରହିଛି। କେବଳ ଭାରତ ନୁହଁ ପ୍ରାୟ ସବୁ  ଏସୀୟ ଦେଶ ଗୁଡିକରେ କରୋନା ସଂକ୍ରମଣର ଗତି ଟିକେ ମନ୍ଥର।

ଗତ ମାସେ ଭିତରେ ଆମେରିକାରେ ଏହା ହଜାରରୁ ୩,୬୮,୫୩୩, ସ୍ପେନ ରେ ୧,୪୦,୫୧୦, ଇଟାଲିରେ ୧,୩୨,୫୪୭, ଜର୍ମାନୀରେ ୨.୦୩,୭୧୭ ଓ ଫ୍ରାନ୍ସରେ ୯୮, ୯୮୪ ଆକ୍ରାନ୍ତ ବଢିଛନ୍ତି। ସେହି ତୁଳନାରେ ଏସୀୟ ଦେଶ ଯଥା ଚୀନ, ଇରାନ,ଦକ୍ଷିଣ କୋରିଆ, ଭାରତ, ପାକିସ୍ତାନ, ଜାପାନ, ମାଲେସିଆ ଇତ୍ୟାଦି ଦେଶରେ ଏହାର ସଂକ୍ରମଣ ସୀମିତ ରହିଛି। ଚୀନରେ ଏହା ଆରମ୍ଭ ହୋଇଥିଲେ ମଧ୍ୟ ଗତ ସାଢେ ତିନି ମାସରେ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨, ୭୧୮ ଓ ମୃତ୍ୟୁ ସଂଖ୍ୟା ୩୨୧୨ ଭିତରେ ରହିଛି। ସବୁଠୁ ଆଶ୍ଚର୍ୟର କଥା ହେଉଛି ଚୀନର ହୁବେଇ ପ୍ରଦେଶକୁ ବାଦ ଦେଲେ ଅନ୍ୟ ପ୍ରଦେଶ ଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା ନଗଣ୍ୟ।

ଭାରତରେ ଯଦିଓ ସବୁ ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ହେଲେ ମହାରାଷ୍ଟ୍ର(୯୪୫), ତାମିଲନାଡୁ(୬୯୦), ଦିଲ୍ଲୀ (୫୨୫), ତେଲେଙ୍ଗାନା(୩୨୪), କେରଳ(୩୩୬), ରାଜସ୍ଥାନ(୩୨୮), ଉତ୍ତର ପ୍ରଦେଶ (୩୦୫), ଆନ୍ଧ୍ରପ୍ରଦେଶ (୩୦୪), ମଧ୍ୟପ୍ରଦେଶ (୨୬୮), ଗୁଜରାଟ ଓ କର୍ଣ୍ଣାଟକ(୧୭୫), ହରିୟାନା(୧୪୩), ଜାମ୍ମୁ କାଶ୍ମୀର( ୧୨୫)  ଇତ୍ୟାଦି ରାଜ୍ୟରେ ଏହି ସଂଖ୍ୟା ଟିକେ ଅଧିକ। ବର୍ତ୍ତମାନ ସ୍ଥିତିରେ ଯଦି ଲକ ଡାଉନ ଉଠି ଯାଏ ସାମାଜିକ ଦୂରତ୍ଵ ହଟିଯିବ ଓ ହୁ ହୁ ସଂଖ୍ୟାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଯିବା, ଯାହାକୁ ସମ୍ଭାଳିବା ରାଜ୍ୟ ସରକାରମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡିବ।

ତେବେ ଲକ ଡାଉନ ରହିଲେ ସ୍ଥିତି ରେ ପରିବର୍ତ୍ତନ ଆସିବ କି? ଲକ ଡାଉନ ପରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି ଓ ଆଗକୁ ଏହା ବଢି ଚାଲିବ। ସେ ଦୃଷ୍ଟିରୁ ଭାରତରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକ ଡାଉନ ଲଗାଇ ହେବ କି? ଦେଶର ୩୦ ଭାଗ ଗରିବ ଓ ପଚାଶ ଭାଗ ନିମ୍ନ ମଧ୍ୟବିତ୍ତଙ୍କ ଜୀବନରେ ଲକ ଡାଉନର ପ୍ରଭାବ ଭୟଙ୍କର ହେବା ଆରମ୍ଭ କଲାଣି। ପ୍ରଥମ ସପ୍ତାହରେ ଖାଦ୍ୟ ତଥା ଅପରିହାର୍ୟ ଜିନିଷର ଯୋଗାଣ ଅବ୍ୟାହତ ରହିବ ବୋଲି ଆମେ ଭାବୁଥିଲେ। ହେଲେ ସମୟ କ୍ରମେ ଖାଦ୍ୟ ଓ ଦୈନନ୍ଦିନ ଆବଶ୍ୟକତା ଥିବା ଜିନିଷର ଯୋଗାଣ ବ୍ୟାହତ ହେବା ଆରମ୍ଭ କଲାଣି।

ଲକ୍ଷ ଲକ୍ଷ ଲୋକ ଆଜି ନିଜର ଜୀବିକା ହରାଇ ମୃତ୍ୟୁ ଭୟରେ ଚୁପ ରହିଛନ୍ତି। ତେବେ ଖାଇବାକୁ ନ ପାଇଲେ, ଲୋକଙ୍କ ମନରୁ ଭୟ ଆପେ ଆପେ ଚାଲିଯିବ ଏବଂ ସେମାନେ ଅଧିକ ଅମାନିଆଁ ହେବେ। ଓଡିଶାରେ ଆସନ୍ତା ଏପ୍ରିଲ ୧୪ ବେଳକୁ ଲକ ଡାଉନ ୨୫ ଦିନରେ ପହଞ୍ଚିବ। ତାଠୁ ଅଧିକ ଦିନ ଲକ ଡାଉନ ସମ୍ଭବପର କି? ଅର୍ଥନୀତିର ଯେଉଁ ବିକଳ ଅବସ୍ଥା ଓ ଟିକସ ସଂଗ୍ରହରେ ଯେଉଁ ସ୍ଥାଣୁ ସ୍ଥିତି, ସେଥିରେ ଅଧିକ ଦିନର ଲକ ଡାଉନ ଆମକୁ ଦୋହଲାଇ ଦେବାକୁ ବାଧ୍ୟ।

ବର୍ତ୍ତମାନ ଭାରତ ସରକାରଙ୍କ ଅବସ୍ଥା ବାଘ ଚଢିଥିବା ରାଜକୁମାର ପରି। ଲକ ଡାଉନ ବଢାଇବା ଯେତିକି ଭୟଙ୍କର, ତାଙ୍କୁ ନ ବଢାଇବା ସେତିକି ବିପଜ୍ଜନକ। କାମକୁ ନ ଯାଇ ବା ସଂପୂର୍ଣ୍ଣ ଅର୍ଥନୀତିକୁ ସ୍ଥାଣୁ କରିଦେଲେ ଆମେ କରୋନା ବିରୋଧରେ ଯୁଦ୍ଧ ଜିଣିଯିବା କି? କରୋନା ବିରୋଧରେ ପୃଥିବୀକୁ ଲମ୍ବା ଲଢେଇ ଲଢିବାକୁ ପଡିବ। ସେହି ଲଢେଇ ଲାଗି ଭାରତକୁ ସମ୍ବଳ ଓ ସାଧନ ମଧ୍ୟ ଦରକାର। ଟିକସ ଆଦାୟ କମିଗଲେ ଓ ଅର୍ଥନୀତି ସ୍ଥାଣୁ ହୋଇଗଲେ, ସେ ସମ୍ବଳ ଓ ସାଧନ ଆସିବା କେଉଁଠୁ?

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମୋଦିଙ୍କୁ ଚିଠି ଲେଖିଲେ ବ୍ରାଜିଲ୍‌ ରାଷ୍ଟ୍ରପତି: ହନୁମାନଙ୍କ ସଞ୍ଜିବିନୀ ଆଣିବା ସହ ଭାରତର ସାହାଯ୍ୟକୁ ତୁଳନା କଲେ

ବ୍ରାଜିଲ୍‌: କରୋନା ଭାଇରସକୁ ନେଇ ସାରା ବିଶ୍ବ ଏବେ ସଂକଟରେ। ଏହା ମଧ୍ୟରେ ଭାରତ ତରଫରୁ  ଅଧିକ ପ୍ରଭାବିତ ଦେଶକୁ ଯଥା ସମ୍ଭବ ସାହାଯ୍ୟ କରାଯାଉଛି। ଆମେରିକା ପରେ ଏବେ ବ୍ରାଜିଲ୍‌ ଭାରତକୁ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ବ୍ରାଜିଲ୍‌ ରାଷ୍ଟ୍ରପତି ଜେର୍‌ ବୋଲସୋନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି। ଏହି ଚିଠିରେ ବ୍ରାଜିଲ୍‌ ରାଷ୍ଟ୍ରପତି ଭାରତର ସାହାଯ୍ୟକୁ ହନୁମାନଙ୍କ ଦ୍ବାରା ଅଣାଯାଇଥିବା ସଞ୍ଜୀବନୀ ସହିତ ତୁଳନା କରିଛନ୍ତି।

ବ୍ରାଜିଲ୍‌ ରାଷ୍ଟ୍ରପତି ଏପ୍ରିଲ୍‌ ସାତ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରୋନା ଭାଇରସ୍‌ ସମ୍ପର୍କରେ ଚିଠି ଲେଖିଥିଲେ। ଏଥିରେ ଭାରତ-ବ୍ରାଜିଲ୍‌ର ବନ୍ଧୁତ୍ବ କଥାର ଉଲ୍ଲେଖ କରିଥିଲେ।

ବ୍ରାଜିଲ୍‌ ରାଷ୍ଟ୍ରପତି କହିଛନ୍ତି ଯେ, ସଂକଟ ସମୟରେ ଭାରତ ଯେପରି ଭାବରେ ବ୍ରାଜିଲ୍‌ର ସାହାଯ୍ୟ କରିଛି। ଏପରି ତ ରାମୟାଣରେ ହନୁମାନଜୀ ରାମଙ୍କ ଭାଇ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ସମୟରେ ସଞ୍ଜିବନୀ ଆଣି କରିଥିଲେ। ଆଜି ଦେଶରେ ହନୁମାନ ଜୟନ୍ତୀ ପାଳନ କରାଯାଉଛି।

ବ୍ରାଜିଲ୍‌ ରାଷ୍ଟ୍ରପତି ନିଜ ଚିଠିରେ ତାଙ୍କ ଦେଶରେ ଦୁଇଟି ଲ୍ୟାବ୍‌ରେ କରୋନା ଭ୍ୟାକସିନ୍‌ ପ୍ରସ୍ତୁତ ହେଉଛି, କିନ୍ତୁ ଏହାର ବିତରଣ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଭାରତ ଉପରେ ନିର୍ଭର କରୁଛି। ଏହି କ୍ଷେତ୍ରରେ ଭାରତର ସାହାଯ୍ୟ ଆଶା କରିଛି ବ୍ରାଜିଲ୍‌। (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

76ଦିନ ପରେ ଉହାନରୁ ହଟିଲା ଲକ୍‌ଡାଉନ୍, ଲୋକ ଛାଡୁଛନ୍ତି ସହର

ଉହାନ: କରୋନା ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଚାଇନା ଦେଶର ହୁବେଇ ରାଜ୍ୟର ଉହାନରୁ ଗତକାଲି ମଧ୍ୟରାତ୍ରିରୁ ଲକ୍‌ଡାଉନ୍ ହଟିଛି। ଦୀର୍ଘ 76 ଦିନ ପରେ ଚାଇନା ସରକାର ଲକ୍‌ଡାଉନ୍ ହଟାଇଛନ୍ତି। ଏଣିକି ଉହାନବାସୀ ପୂର୍ବ ଭଳି ନିଜ ନିଜର କାମ କରିପାରିବେ। ଗତବର୍ଷ ଡିସେମ୍ୱର ମାସ ଶେଷ ବେଳକୁ ଏଠାରେ କରୋନା ଭାଇରସ ବ୍ୟାପିଥିଲା। ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଚାଇନା ସରକାର ଜାନୁଆରୀ 23ରେ ଲକ୍‌ଡାଉନ୍ ଘୋଷଣା କରିଥିଲେ।

କରୋନା ଭାଇରସ ପାଇଁ ଚାଇନାରେ 3300ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। 82 ହଜାରରୁ ଅଧିକ ଲୋକ କେବଳ ଉହାନରୁ ସଂକ୍ରମିତ ହୋଇଥିଲେ। ନିକଟରେ ସପ୍ତାହେ ହେବ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି କି ଏହି ମହାମାରୀରେ କେହି ମୃତ୍ୟୁ ବରଣ କରିନଥିବା ଦେଖିବାକୁ ମିଳିଛି। ତେବେ ଲକ୍‌ଡାଉନ୍‌ ଉଠିବା ପରେ ସେଠାକାର ଲୋକମାନେ ସେହି ସହର ଛାଡୁଥିବାର ଦେଖାଯାଉଛି । ସେଠାରେ ଟ୍ରେନ୍‌ ଓ ବିମାନ ବନ୍ଦରର, ବସଷ୍ଟାଣ୍ଡରେ ଭାରୀ ପରିମାଣର ଭିଡ ଦେଖିବାକୁ ପରିଲକ୍ଷିତ ହେଉଥିଲା । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଆମେରିକାରେ କରୋନା ସ୍ଥିତି ଅସମ୍ଭାଳ: ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ ଟପିଲା

ନୂଆଦିଲ୍ଲୀ: ଆମେରିକାରେ କରୋନା ସ୍ଥିତି ଅସମ୍ଭାଳ। ଗତ 24 ଘଣ୍ଟାରେ ଦୁଇ ହଜାର ଟପିଲା ମୃତ୍ୟୁ ସଂଖ୍ୟା। ଆମେରିକାରେ କରୋନା ରୋଗୀଙ୍କ ସଂଖ୍ୟା 4ଲକ୍ଷକୁ ଟପିଲାଣି। ସେହିପରି ମୃତ୍ୟୁ ସଂଖ୍ୟା 12ହଜାରକୁ ଟପିଛି। ସେହିପରି ଆମେରିକାରେ 21,674ଜଣ ସୁସ୍ଥ ହୋଇଛନ୍ତି। ଆମେରିକାରେ ଜଣେ ମୂଳ ଭାରତୀୟ ସାମ୍ବାଦିକଙ୍କ କରୋନା ଜନିତ ମୃତ୍ୟୁ ଘଟିଛି। ଆମେରିକା ପରି ଇଟାଲୀ, ଫ୍ରାନ୍ସ, ସ୍ପେନ୍‌, ଜର୍ମାନୀ, ବ୍ରିଟେନ୍‌ ଆଦି ଦେଶରେ ମଧ୍ୟ କରୋନା ସ୍ଥିତି ବେଶ୍‌ ଜଟିଳ ରହିଛି। ଚୀନ୍‌ର ବୁହାନସହରରୁ ଆରମ୍ଭ ହୋଇଥିବା ଏହି କରୋନା ସାରା ବିଶ୍ବରେ ମହାମାରୀ ରୂପ ଧରିଛି। ଇଟାଲୀରେ 17 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଫ୍ରାନ୍ସରେ 10 ହଜାର ଟପିଛି କରୋନା ମୃତ୍ୟୁ ସଂଖ୍ୟା। ସେହିପରି ସ୍ପେନ୍‌ରେ 14 ହଜାର ଟପିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା।

ବର୍ତ୍ତମାନ ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 82,080 ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1,431,706ରେ ପହଞ୍ଚିଛି। ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 3,02,150 ଜଣ। ବିଶ୍ବର 209ଟି ରାଷ୍ଟ୍ରରେ ଏହି କରୋନା ଏବେ ତା’ର କାୟା ମେଲାଇ ସାରିଛି। ସେହିପରି ଭାରତରେ ମଧ୍ୟ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 4000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 100 ପାର୍ କରି ସାରିଛି।

ସମୀକ୍ଷା ତରଫରୁ କରୋନା ଅପଡେଟ୍‌: