Categories
ଆଜିର ଖବର ରାଜ୍ୟ ଖବର

ଆଜି କଟକ ସହରରେ ନୂତନ ତିନି ପଜିଟିଭ୍‌ ଚିହ୍ନଟ

କଟକ : ଆଜି କଟକ ସହରରୁ ତିନି ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ରହିଛି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରୁ 2 ଜଣ ପେଡ୍‌ କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ ଗୋଟିଏଲ ଲୋକାଲ୍‌ କେସ୍‌ ରହିଛି। କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ଚିହ୍ନଟଙ୍କ ମଧ୍ୟରୁ ଜଣେ 42 ବର୍ଷୀୟ ପୁରୁଷ ଓ 31 ବର୍ଷୀୟ ମହିଳା ରହିଥିବାର ସୂଚନା ରହିଛି।  ଉଭୟଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ମୁମ୍ବାଇ ରହିଥିବା ସୂଚନା ରହିଛି । ସେହିପରି ଲୋକାଲ୍‌ କେସ୍‌ଟି କ୍ୟାଣ୍ଟନମେଣ୍ଟ ରୋଡ୍‌ର 65 ବର୍ଷୀୟ ବୟସ୍କ ବ୍ୟକ୍ତି ହୋଇଥିବାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ସିଏମସି।

Image

ନୂତନ ତିନି ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଏବେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 29ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 21 ଜଣ। ଏବେ ସକ୍ରିୟ ରହିଛନ୍ତି 8ଜଣ।

Categories
ଆଜିର ଖବର ରାଜ୍ୟ ଖବର

ଡ୍ରେନ୍‌ ସଫା ବେଳେ ଭୁଶୁଡିଲା ଘର

କଟକ : ଡ୍ରେନ୍‌ ସଫା ବେଳେ ଘର ଭୁଶୁଡି ପଡ଼ିଥିବାର ସୂଚନା ମିଳିଛି । ଜାଇକା ପକ୍ଷରୁ କଟକରେ ଡ୍ରେନ୍‌ ସଫା ବେଳେଏଭଳି ଏକ ଅଘଟଣ ଘଟିଛି ।ମିଳିଥିବା ସୂଚନା ଅନୁସାରେ ବଜ୍ରକବାଟି ଛତ୍ରବାଜର ମୁଖ୍ୟ ଡ୍ରେନ୍‌ରେ କାମ ବେଳେ ଏହି ଅଘଟଣ ଘଟିଛି ।  ଡ୍ରେନ୍‌ ସଫା କଲାବେଳେ ଏକ ଘରର ଆଗପଟ ଭୁଶୁଡି ପଡିଛି ।  ତେବେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ କେହି ମୃତାହତ ହୋଇନଥିବାର ସୂଚନା ରହିଛି  ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ଏବଂ ଭଦ୍ରକ ପରେ କଟକ ସହରରେ ବି ୪୮ଘଣ୍ଟିଆ ସଟ୍ ଡାଉନ୍‌

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: କଟକରୁ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ଖବର ଆସିଲା ପରେ କଟକ ସହରକୁ ମଧ୍ୟ ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ସଟ ଡାଉନ୍‌ର ଘୋଷଣା କରାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି। ଆଜି କିଛି ଘଣ୍ଟା ପୂର୍ବରୁ ଭୁବନେଶ୍ବର ଏବଂ ଭଦ୍ରକକୁ ସଂପୂର୍ଣ୍ଣ ସଟ ଡାଉନ୍‌ର ଘୋଷଣା କରାଯାଇଥିଲା। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ସଟ୍‌ ଡାଉନ୍‌ ଜାରି ରହିବ।

ସୂଚନା ଅନୁଯାୟୀ କଟକ ସହରରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ରାଜ୍ୟ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ପୂର୍ବରୁ ଦିଲ୍ଲୀ ଗସ୍ତ କରିଥିବାର ଖବର ମିଳିଛି। ତେବେ ସେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ସମ୍ପର୍କରେ ଜଣାପଡିନାହିଁ ।

 

Categories
ଆଜିର ଖବର

ବାରବାଟୀ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ ମ୍ୟାଚ୍‌ ପାଇଁ ପ୍ରକାଶ ପାଇଲା ଟିକେଟ ମୂଲ୍ୟ

ସମୀକ୍ଷା ବ୍ୟୁରୋ

କଟକ: ୩/୧୨: କଟକ ବାରବାଟୀରେ ହେବାକୁ ଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ତୃତୀୟ ଦିନିକିଆ ମ୍ୟାଚ୍‌ରେ ହେବାକୁ ନେଇ ଟିକେଟ ବୁକିଂ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍‌ଲାଇନ୍‌ ଟିକେଟ ବୁକିଂର ଅବଧି ଡିସେମ୍ବର ୫ରୁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ରହିଛି। ପେଟିଏମ୍‌ ଓ ଇନ୍‌ସାଇଡର୍‌ ଡଟ୍‌ କମ୍‌ ଜରିଆରେ ଏହି ଅନ୍‌ଲାଇନ୍‌ ଟିକେଟ ବୁକିଂ କରାଯାଇପାରିବ। କଟକର କେମ୍ପ୍ରିଜ୍‌ ସ୍କୁଲ ପାଖରେ ଆସନ୍ତା ଡିସେମ୍ବର ୧୯, ୨୦ଓ ୨୧ ତାରିଖରେ ଏହି ଅନ୍‌ଲାଇନ୍‌ ଟିକେଟ ସଂଗ୍ରହ କରାଯିବ।

ଉଲ୍ଲେଖଯୋଗ୍ୟ, ଦୀର୍ଘ ବ୍ୟବଧାନ ପରେ କଟକରେ ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍ ହେବାକୁ ଯାଉଛି। ଓ୍ବେଷ୍ଟଇଣ୍ଡିଜର ଆଗାମୀ ଭାରତ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ।

ଅନ୍‌ଲାଇନ୍‌ ଟିକେଟ ସବିଶେଷ ତଥ୍ୟ

୧. ଗ୍ୟାଲେରୀ ନଂ -୨ରେ ୩୦୦୦ ଖଣ୍ଡ ଟିକେଟ ଉପଲବ୍ଧ ଥିବା ବେଳେ ପ୍ରତି ଟିକେଟର ୫୦୦ଟଙ୍କା + ଜିଏସ୍‌ଟି ୧୮%  ରହିଛି।

୨. ଗ୍ୟାଲେରୀ ନଂ ୪ରେ  ୩୦୦୦ ଖଣ୍ଡ ଟିକେଟ ଉପଲବ୍ଧ ଥିବାବେଳେ ପ୍ରତି ଟିକଟର ମୂଲ୍ୟ  ୫୦୦ ଟଙ୍କା + ଜିଏସ୍‌ଟି ୧୮% ରହିଛି।

୩. ଗ୍ୟାଲେରୀ ନଂ – ୬ରେ ୧୫୦୦ ଖଣ୍ଡ ଟିକେଟ ଉପଲବ୍ଧ ଥିବାବେଳେ  ପ୍ରତି ଟିକେଟର ମୂଲ୍ୟ ୪୦୦ଟଙ୍କା ରହିଛି।

୪. ନ୍ୟୁ ପାଭିଲିୟନ୍‌ ଫାଷ୍ଟ ଫ୍ଲୋର୍ ରେ ମାତ୍ର ୫୦ ଖଣ୍ଡ ଟିକେଟ ଉପଲବ୍ଧ ଥିବାବେଳେ ପ୍ରତି ଟିକେଟର ମୂଲ୍ୟ  ୫୦୦୦ ଟଙ୍କା + ଜିଏସ୍‌ଟି ୧୮% ରହିଛି।

୫. ସ୍ପେଶିଆଲ୍‌ ଏନ୍‌କ୍ଲୋଜର୍‌ – ଏରେ ୫୦୦ ଖଣ୍ଡ ଟିକେଟ୍‌ ରହିଥିବାବେଳେ ପ୍ରତି ଟିକେଟର ମୂଲ୍ୟ ୩୦୦୦ ଟଙ୍କା +ଜିଏସ୍‌ଟି ୧୮% ରହିଛି।

୬. ଏସି ବକ୍ସ ଗ୍ୟାଲେରୀ ନଂ ୪ରେ ୧୦୦ ଖଣ୍ଡ ଟିକେଟ ରହିଥିବାବେଳେ ପ୍ରତି ଟିକେଟର ମୂଲ୍ୟ ୫୦୦୦ଟଙ୍କା + ଜିଏସ୍‌ଟି ୧୮% ରହିଛି। (ଏଜେନ୍ସି)