Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପାଇଁ ଯୋଗ୍ୟ ବିବେଚିତ ହେଲେ ବାଣପୁରର କୃଷ୍ଣା
ଆଞ୍ଚଳିକ

ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପାଇଁ ଯୋଗ୍ୟ ବିବେଚିତ ହେଲେ ବାଣପୁରର କୃଷ୍ଣା

March 10, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ଏବେ ଏହି ରାଜ୍ୟରେ ଲାଗୁ ହେବ UCC: ବିଧାନସଭାରେ ଆଗତ ହେଲା ବିଲ୍ 
ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ଏବେ ଏହି ରାଜ୍ୟରେ ଲାଗୁ ହେବ UCC: ବିଧାନସଭାରେ ଆଗତ ହେଲା ବିଲ୍ 

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ୨୦୧୯ -୨୦ ବର୍ଷ ପାଇଁ ଓଡିଶା ନ୍ୟାୟିକ ସେବା(ଓଜେଏସ) ପରୀକ୍ଷାର ଫଳାଫଳ ମଙ୍ଗଳବାର ଦିନ ଅପରାହ୍ନରେ ପ୍ରକାଶ ପାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର କୃଷ୍ଣା ସୁବୁଦ୍ଧି (୨୮) କୃତିତ୍ଵ ଲାଭ କରିଛନ୍ତି।

ବାଣପୁର ଏନ.ଏ.ସି ଅନ୍ତର୍ଗତ ବଜାର ସାହିର ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅଭିମନ୍ୟୁ ସୁବୁଦ୍ଧି ଓ ସ୍ୱର୍ଗତା ଲକ୍ଷ୍ମୀ ସୁବୁଦ୍ଧିଙ୍କ ଏକମାତ୍ର ଝିଅ ହେଉଛନ୍ତି କୃଷ୍ଣା। ସେ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ପ୍ରାପ୍ତ କରିଛନ୍ତି। ଏବଂ କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର(ଏଲଏଲଏମ) ହାସିଲ କରିଛନ୍ତି। ପରେ ସେ ଭୁବନେଶ୍ୱରରେ ପ୍ରଶିକ୍ଷଣ ନେଇ ନ୍ୟାୟିକ ସେବା ପାଇଁ ପ୍ରସ୍ତୁତି ଚଳାଇଥିଲେ।

ଗତ ବର୍ଷ ରାଜ୍ୟ ଲୋକସେବା ଆୟୁକ୍ତ ପକ୍ଷରୁ ୫୨ଟି ନ୍ୟାୟିକ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ସମୁଦାୟ ୪୭ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସୁଶ୍ରୀ ସୁବୁଦ୍ଧି ପ୍ରଥମ କୋଡିଏ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଓଡିଶା ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେ ବର୍ତ୍ତମାନ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ନିଜର ସଫଳତା ପାଇଁ ବାପା ଅଭିମନ୍ୟୁଙ୍କ ସମେତ ପ୍ରଶିକ୍ଷକ ଉମାଚରଣ ମିଶ୍ର ଓ ଆଶୁତୋଷ ମିଶ୍ରଙ୍କ ସମେତ ସମସ୍ତ ଗୁରୁଜନଙ୍କୁ ଶ୍ରେୟ ପ୍ରଦାନ କରିଥିବା ବେଳେ ଯୁବ ସମାଜ ପାଇଁ ପ୍ରଚୁର ସୁଯୋଗ ରହିଥିବା କହିଛନ୍ତି କୃଷ୍ଣା। ତେବେ କୃତକାର୍ଯ୍ୟ ହେବା ପାଇଁ ପରିଶ୍ରମ ଓ ଏକାଗ୍ରତା ଏକାନ୍ତ ଲୋଡ଼ା ବୋଲି ସେ ପ୍ରକାଶ କରିଛନ୍ତି। ଏହି ଖବର ପ୍ରଚାର ହେବାପରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅନୁଷ୍ଠାନମାନ କୃଷ୍ଣା ସୁବୁଦ୍ଧିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଓଡିଶା ଲୋକସେବା ଆୟୋଗ ପରୀକ୍ଷା ଫଳାଫଳ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026

ବାଣପୁରରେ ଭୀଷଣ ଅଗ୍ନିକାଣ୍ଡ: ସାତଟି ପରିବାର ସର୍ବସ୍ୱାନ୍ତ

May 27, 2026
Latest News

ଗୁଜୁରାଟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

May 28, 2026

VVIPଙ୍କ ଗସ୍ତ ସୂଚନା ଲିକ କଲେ କାର୍ଯ୍ୟାନୁଷ୍ଠାନ

May 28, 2026

ଓଡିଶାରେ ଚାଲିବ ଇଭି ବୋଟ

May 28, 2026

ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହଙ୍କୁ ଗିରଫ କଲା ସିବିଆଇ

May 28, 2026

ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନକୁ ନେଇ ଦ୍ୱନ୍ଦ୍ୱରେ ଫସିଛି ମହାଯୁତି !

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.