Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସମ୍ବଲପୁର ପୋଲିସ ଦ୍ବାରା ନାକଟିଦେଉଳ ଥାନାରେ ରକ୍ତଦାନ ଶିବିର: ୧୧୫ ୟୁନିଟ୍ ରକ୍ତ ସଂଗ୍ରହ
ଆଞ୍ଚଳିକ

ସମ୍ବଲପୁର ପୋଲିସ ଦ୍ବାରା ନାକଟିଦେଉଳ ଥାନାରେ ରକ୍ତଦାନ ଶିବିର: ୧୧୫ ୟୁନିଟ୍ ରକ୍ତ ସଂଗ୍ରହ

July 20, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ଥାନାରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଏସ ଡି ପି ଓ ରେଢ଼ାଖୋଲ ପ୍ରଶାନ୍ତ କୁମାର ମେହେର ଉଦ୍ଘାଟନ କରିଥିବାବେଳେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁ, ଆଇଆଇସି ବିଭୂତି ଭୂଷଣ ଦଳେଇ, ଉପସ୍ଥିତ ଥିଲେ।

ଏହି ଶିବିରରେ ୧୧୫ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା। ଏହି ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ଡାକ୍ତର କଳ୍ପେଷ୍ କକ୍କଡ୍, ସନ୍ତୋଷ ଗୌଡ଼, କର୍ମଦେବ ପଟେଲ, ଗଣେଶ ସେଟ୍, ମନବୋଧ ନାୟକ ଏବଂ ରେଢାଖୋଲ ରକ୍ତଭଣ୍ଡାରର ଇନ୍ଦ୍ରମଣି ବେହେରା, ସୁଦର୍ଶନ ନାଏକ ଏବଂ ଯାମିନି ସାହୁ, ତ୍ରିପୁରାରି ଗଡତିଆ ପରିଚାଳନା କରିଥିଲେ।

ହାବିଲଦାର ଏବଂ କନେଷ୍ଟବଳ ଶାଖା ସଂଘ ସଭାପତି ରାମଦାସ ପଣ୍ଡାଙ୍କ ସଂଯୋଜନାରେ ଏହି ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ମହିଳାମାନେ ଉତ୍ସାହ ସହକାରେ ରକ୍ତଦାନ କରିଥିଲେ। ନାକଟିଦେଉଳ ଥାନାର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏସ ଡି ପି ଓ ପ୍ରଶାନ୍ତ ମେହେର ରକ୍ତଦାତା ମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ନାକଟିଦେଉଳ ଥାନାର ସମସ୍ତ କର୍ମଚାରୀ, ସାମ୍ବାଦିକ, ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର, ସରାପାଲି ସ୍କୁଲ ଶିକ୍ଷକ, ନାକଟିଦେଉଳ ଆଦର୍ଶ ସ୍କୁଲ୍ ଶିକ୍ଷକ, ବ୍ୟାଙ୍କ କର୍ମଚାରୀ, ବ୍ଲକ୍ ଅଫିସ୍ କର୍ମଚାରୀ, ତହସିଲ ଅଫିସ କର୍ମଚାରୀ ବିଭିନ୍ନ ପ୍ରାଥମିକ ସ୍କୁଲର ଶିକ୍ଷକ, ଆମ ପୋଲିସ୍ ସମିତି, ବ୍ୟବସାୟୀ ସଂଘ, ବିଭିନ୍ନ ରାଜନୈତିକ ଦଳର କର୍ମୀ, ଫରେଷ୍ଟ କର୍ମଚାରୀ, ଫାୟାର କର୍ମଚାରୀ, ନାକଟିଦେଉଳ,ଫାଇନାନ୍ସ କମ୍ପାନୀ କର୍ମଚାରୀ ଓ ସ୍ଥାନୀୟ ଲୋକ ରକ୍ତ ଦାନ କରିଥିଲେ। ଆଇ ଆଇ ସି ବିଭୂତି ଭୂଷଣ ଦଳେଇ ଧନ୍ୟବାଦ୍ ଦେଇଥିଲେ।

ନାକଟିଦେଉଳ ଥାନା ରକ୍ତଦାନ ଶିବିର ସମ୍ବଲପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ଆଦର୍ଶ ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ ବାଣ-ବାଜା ରୋଷଣୀରେ ଗ୍ରାମ ପରିକ୍ରମା

June 30, 2026

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
Latest News

ରାତିରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

July 4, 2026

ଆଜି ରାଜସ୍ଥାନ ଏବଂ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ 

July 4, 2026

ଇଥାନଲ ମିଶ୍ରଣକୁ ନେଇ ମିଥ୍ୟା ଅପପ୍ରଚାରକୁ ଖଣ୍ଡନ କଲେ ସରକାର

July 4, 2026

ଆଜି ଜୁଲାଇ ୪ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ, ଜାଣନ୍ତୁ ରାଶିଫଳ

July 4, 2026

ଜାପାନୀ ସଂସ୍ଥା ସହ ଓଡ଼ିଶା ସରକାରଙ୍କ ଐତିହାସିକ ଚୁକ୍ତି, ୬୭ ହଜାର କୋଟି ଟଙ୍କାର ଗ୍ରୀନ ଏନର୍ଜି ନିବେଶ

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.