Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ
ଆଞ୍ଚଳିକ

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ
କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

ରଣପୁର: ଜଣେ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ସେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ସହ ସମାଜ ଗଠନରେ ମଧ୍ୟ ଅମୂଲ୍ୟ ଅବଦାନ ରଖନ୍ତି। ଦୀର୍ଘ ଶିକ୍ଷକତା ଜୀବନରେ ନିଜର କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା, ଛାତ୍ରବତ୍ସଳତା, ପରୋପକାରିତା ଓ ମିଷ୍ଟଭାଷିତାରେ ସମସ୍ତଙ୍କ ହୃଦୟ ଜିଣିଥିବା ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଭାବବିହ୍ୱଳ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ଜ୍ୟୋତି ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ କୁଣ୍ଡୁଙ୍କ ଦୀର୍ଘ ଶିକ୍ଷକତା ଜୀବନ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ନିଷ୍ଠାପୂର୍ଣ୍ଣ ଅବଦାନକୁ ସ୍ମରଣ କରିଥିଲେ। ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ୍ମୀ ଦେଇ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜଣେ ଆଦର୍ଶ ଶିକ୍ଷୟିତ୍ରୀଙ୍କ ଜୀବନରୁ ନୂତନ ପିଢ଼ିର ଶିକ୍ଷକମାନେ ପ୍ରେରଣା ନେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।

ସେହିପରି ଏନ୍‌ପିଏସ୍ ଶିକ୍ଷକ ସଂଘର ସଭାପତି ଜ୍ୟୋତି ରଞ୍ଜନ କର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ଶିକ୍ଷା ଓ ସମାଜସେବା ପ୍ରତି ଅବଦାନକୁ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିଶ୍ୱଜିତ ମହାପାତ୍ର, ସମ୍ପାଦକ ଅଶୋକ କୁମାର ବେହେରା, ଏନ୍‌ପିଏସ୍ ଶିକ୍ଷକ ସଂଘର ସମ୍ପାଦକ ପବିତ୍ର ମୋହନ ସାମନ୍ତରାୟ, କାଉନ୍ସିଲର ସନ୍ଧ୍ୟାରାଣୀ ନାୟକ, ଶିକ୍ଷାବିତ୍ ଅଶୋକ କୁମାର ଦାସ, ସିଆରସିସି ସୁଶୀଲ କୁମାର ରଣା, ନରସିଂହପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା, ନରସିଂହପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକ, ସିଆରସିସି ଚିତ୍ତରଞ୍ଜନ କୁଣ୍ଡୁ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶରତ୍ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଶ୍ରୀମତୀ କୁଣ୍ଡୁଙ୍କ ଅବସର ଜୀବନ ସୁଖମୟ ଓ ଶାନ୍ତିମୟ ହେଉ ବୋଲି ଶୁଭକାମନା ଜଣାଇଥିଲେ।

କାର୍ଯ୍ୟକ୍ରମରେ ସିଆରସିସି ସୁଶୀଲ କୁମାର ରଣା ମଞ୍ଚ କାର୍ଯ୍ୟ ସୁଚାରୁରୂପେ ସଂଚାଳନ କରିଥିବା ବେଳେ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଆଶାମଣୀ ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଅତିଥି ଓ ଗ୍ରାମବାସୀମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ, ବିନୋଦିନୀ କୁଣ୍ଡୁ ଜଣେ କର୍ମନିଷ୍ଠ, ସମୟାନୁବର୍ତ୍ତୀ, ଛାତ୍ରବତ୍ସଳ, ପରୋପକାରୀ, ସ୍ନେହଶୀଳ ଓ ମିଷ୍ଟଭାଷୀ ଶିକ୍ଷୟିତ୍ରୀ ଭାବେ ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରିଛନ୍ତି। ତାଙ୍କର ସ୍ନେହ ଓ ମାର୍ଗଦର୍ଶନ ଆଗାମୀ ଦିନରେ ମଧ୍ୟ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।

ଶେଷରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଦୀର୍ଘ ଶିକ୍ଷକତା ଜୀବନର ଏହି ସ୍ନେହଭରା ବିଦାୟ ମୁହୂର୍ତ୍ତ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା। ଶ୍ରୀମତୀ ବିନୋଦିନୀ କୁଣ୍ଡୁଙ୍କ ଅବସର ଜୀବନ ସୁସ୍ଥ, ସୁଖମୟ ଓ ଆନନ୍ଦମୟ ହେଉ—ଏହା ହିଁ ସମସ୍ତଙ୍କର ଏକମାତ୍ର କାମନା।

ଅବସରକାଳୀନ ସମ୍ବର୍ଦ୍ଧନା ବିନୋଦିନୀ କୁଣ୍ଡୁ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ ଭାବବିହ୍ୱଳ ବିଦାୟ
Share. Facebook Twitter LinkedIn Email WhatsApp Copy Link

Related Posts

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026

ଛେଳି ପଲ ସହ ଗାଁକୁ ଚାଲିଆସିଲା ହରିଣ ଛୁଆ

September 29, 2026

ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

September 29, 2026
Latest News

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୃହରକ୍ଷୀ ବିଦ୍ୟାଧର ସେଠୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କଲେ ଖୋର୍ଦ୍ଧା ଏସପି

September 30, 2026

ଦିଲ୍ଲୀରେ ଲାଗୁ ହେବ ରିଅଲ ଟାଇମ ଟ୍ରାଫିକ ପରିଚାଳନା: ‘ଗୋଟିଏ ନେଟୱାର୍କ-ସ୍ମାର୍ଟ ଟ୍ରାଫିକ୍’କୁ ଅନୁମୋଦନ

September 30, 2026

‘ଜ୍ଞାନେଶ କୁମାରଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ଉଚିତ’: ଟିଏମସି ବିଦ୍ରୋହୀ ଗୋଷ୍ଠୀ NCPIର ଦାବି

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.