Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର-ବାଲୁଗାଁ ଏବିଭିପିର ନଗର ସମ୍ମିଳନୀ ଅନୁଷ୍ଠିତ
ଆଞ୍ଚଳିକ

ବାଣପୁର-ବାଲୁଗାଁ ଏବିଭିପିର ନଗର ସମ୍ମିଳନୀ ଅନୁଷ୍ଠିତ

November 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ବାଣପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ନୂତନ ନଗର କାର୍ଯ୍ୟକାରିଣୀ ଘୋଷଣା କରାଯାଇଅଛି। ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଏବିଭିପି ଓଡିଶା ରାଜ୍ୟ ସମ୍ପାଦକ  ଶଶିକାନ୍ତ ମିଶ୍ର ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ପୁରୁଣା ନଗର ସମିତି ଭଙ୍ଗା ଯାଇ ନୂତନ ସମିତି ଘୋଷଣା କରାଯାଇଥିଲା। ଏହି ସମ୍ମିଳନୀରେ ନୂତନ ଭାବରେ ଅଧ୍ୟାପକ ଲକ୍ଷ୍ମୀପ୍ରସାଦ ମିଶ୍ରଙ୍କୁ ନଗର ସଭାପତି ଏବଂ ବିବେକାନନ୍ଦ ଗଡ଼ନାୟକଙ୍କୁ ନଗର ସମ୍ପାଦକ ଭାବେ ଦାଇତ୍ୱ ପ୍ରଦାନ କରାଯାଇଅଛି।

ନଗର ସହ ସମ୍ପାଦକ ରୂପେ ପ୍ରିୟାଂଶୁ ପ୍ରଧାନ, ସୌମ୍ୟ ରଂଜନ ସାହୁ, ପୃଥ୍ୱୀରାଜ ଛୋଟରାୟ, ଶୁଭମ ତ୍ରିପାଠୀ ଓ ପ୍ରଦୀପ କୁମାର ସ୍ୱାଇଁ ନିର୍ବାଚିତ ହୋଇଥିବାସ୍ଥଳେ ନଗରର ଅନ୍ୟ ଗୁରୁତ୍ୱପୂର୍ଣ ଦାଇତ୍ୱଗୁଡିକୁ ମଧ୍ୟ ଘୋଷଣା କରାଯାଇଅଛି। ବାଣପୁର-ବାଲୁଗାଁ ନଗର ଅଧୀନରେ ଥିବା ସମସ୍ତ ସାତ ଗୋଟି କ୍ୟାମ୍ପସରେ ଏବିଭିପି କିପରି ଆହୁରି ସୁଦୃଢ ହେବ ସେ ବିଷୟରେ ସମ୍ମିଳନୀରେ ବିସ୍ତୃତ ଭାବେ ଚର୍ଚ୍ଚା କରାଯାଇଥିଲା

ଛାତ୍ର ଛାତ୍ରୀ ମାନେ ସମ୍ପ୍ରତି ସମୟରେ ପାଠ ପଢିବା ସହ ନିଜକୁ ରାଷ୍ଟ୍ରହିତ କାର୍ଯ୍ୟରେ ନିୟୋଜିତ କରିବା ଉଚିତ ବୋଲି ନବ ନିର୍ବାଚିତ ନଗର ସଭାପତି ଅଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ମନ୍ତବ୍ୟ ରଖିଥିଲେ। ନଗର ଛାତ୍ରୀ ପ୍ରମୁଖ ବର୍ଷାରାଣୀ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ଜିଲ୍ଲା ଛାତ୍ରୀ ପ୍ରମୁଖ ସଂଗୀତା ସ୍ୱାଇଁ ପରିଷଦ ଗୀତ ଗାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବିକାଶ ସେଠି ପରିଚାଳନା କରିଥିବାବେଳେ ପ୍ରିୟାଂଶୁ, ରାଜେଶ, ସୁଜିତ, ସୌମ୍ୟ, ଆଶାତୀତ, ହିମାଂଶୁ, ବିପ୍ଳବ ଆଦି ସହଯୋଗ କରିଥିଲେ।

ଏବିଭିପି ବାଣପୁର ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026

ବାଣପୁର: ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ କଲେ ଶତାଧିକ କୃଷକ

September 14, 2026

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026
Latest News

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.