ଉବର ଇଟ୍‌ସକୁ ଅଧିଗ୍ରହଣ କଲା ଜୋମାଟୋ

Published: Jan 21, 2020, 2:48 pm IST

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ କମ୍ପାନୀ ଉବର ଇଟ୍‌ସକୁ ଅଧିଗ୍ରହଣ କରିଛି ଜୋମାଟୋ । ଉବେର୍‌ ଇଟ୍‌ସକୁ 350 ମିଲିୟନ୍‌ ଡଲାର ବା ଭାରତୀୟ ମୁଦ୍ରାରେ 2485 କୋଟି ଟଙ୍କାରେ ଅଧିଗ୍ରହଣ କରିଛି ଜୋମାଟୋ । ଏହା ସହିତ ଜୋମାଟୋରେ ଉବର ଇଟ୍‌ସର 9.9 ପ୍ରତିଶତ ଅଂଶଧନ ରହିବ ବୋଲି ଜଣାପଡିଛି । ଭାରତରେ ଉବର ଇଟ୍‌ସକୁ ବିକ୍ରି ହୋଇଥିବା ବେଳେ ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ଏହା ପୂର୍ବବତ୍‌ ନିଜର ସେବା ବଳବତ୍ତର ରଖିବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, 2019 ପାଇଁ ଜୋମାଟୋ ଭାରତର ଏକ ନମ୍ବର ଫୁଡ୍‌ ଡେଲିଭରୀ ସଂସ୍ଥାର ମାନ୍ୟାତା ହାସଲ କରିଛି । ସେହିପରି ଅକ୍ଟୋବର ପରଠାରୁ କମ୍ପାନୀର ଅର୍ଡର ସଂଖ୍ୟାରେ 60 ପ୍ରତିଶତ ଅଭିବୃଦ୍ଧି ଘଟିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଡିସେମ୍ବର 2019ରେ ଅଲିବାବା ଗ୍ରୁପ୍‌ ପକ୍ଷରୁ ଜୋମାଟୋରେ 150 ମିଲିୟନ୍‌ ଡଲାର ନିବେଶ କରାଯାଇଥିଲା ।

Related posts