ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି ମିଳିନାହିଁ। କେଜ୍ରିୱାଲ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ରିମାଣ୍ଡରେ ପଠାଇଥିଲେ ମଧ୍ୟ କୋର୍ଟ ତାଙ୍କୁ କୌଣସି ଆଶ୍ଵସ୍ତି ଦେଇନାହାନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ଏପ୍ରିଲ ୩ ତାରିଖରେ ହେବ। ଏପ୍ରିଲ ୨ ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ କୋର୍ଟ ଇଡିଙ୍କୁ କହିଛନ୍ତି। କେଜ୍ରିୱାଲଙ୍କ ଇଡି ହେପାଜତ ମାର୍ଚ୍ଚ ୨୮ ତାରିଖରେ ଶେଷ ହେଉଛି। ଏଭଳି ପରିସ୍ଥିତିରେ ଇଡି ଗୁରୁବାର ଦିନ ରାଉଜ ଆଭେନ୍ୟୁ କୋର୍ଟରେ କେଜ୍ରିୱାଲଙ୍କୁ ହାଜର କରିବେ। ଏଥି ସହ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରୁଥିବା ଏକ ପିଆଇଏଲ ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ।
Author: SM Network
ବାଣପୁର (ସୀତାରାମ ଅଗ୍ରୱାଲ): ଉତ୍କଳୀୟ ସଂସ୍କୃତି ଯେପରି ବିଚ଼ିତ୍ର, ଦେବାଦେବୀଙ୍କ ନୀତିକାନ୍ତି ପର୍ବପର୍ବାଣୀରେ ଜଡିତ ପରମ୍ପରା ମଧ୍ୟ ତାଠାରୁ ଅଧିକ ବିସ୍ମୟ ଓ ବିଚ଼ିତ୍ରମୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ଧର୍ମଧାରଣା ଓ ଆଧାତ୍ମିକ ବିଶ୍ୱାସ ହିଁ ପରିଶେଷରେ ସାମାଜିକ ମୂଲ୍ୟବୋଧରେ ପରିଣତ ହୋଇରହିଛି କାହିଁ କେଉଁ କାଳରୁ।
ଖ୍ରୀଷ୍ଟୀୟ ଷୋଡ଼ଷ ଶତାବ୍ଦୀରୁ ଶ୍ରୀ ଚୈତନ୍ୟଙ୍କ ଉତ୍କଳ ଆଗମନ ପରେ ଗଜପତି ପ୍ରତାପରୁଦ୍ରଙ୍କ ଶାସନ କାଳରୁ ଦୋଳଗୋବିନ୍ଦଙ୍କୁ ନେଇ ଦୋଳ ଯାତ୍ରା ପରମ୍ପରାର ଆରମ୍ଭ ବୋଲି ଗବେଷକମାନେ ମତରଖନ୍ତି। ବୈଷ୍ଣବୀୟ ଚେତନାରେ ଗୋବିନ୍ଦ ରୂପୀ ଭଗବାନ ଶ୍ରୀକୃଷ୍ଣଙ୍କ ବସନ୍ତ ଋତୁର ରାସ ଉତ୍ସବ, ଅବୀରକ୍ରୀଡ଼ାହିଁ ଏହି ଦୋଳଯାତ୍ରା। ପରବର୍ତ୍ତୀକାଳରେ ଯାତ୍ରାରେ ଚ଼ାଚ଼େରୀଖିଆକୁ ସଂଶ୍ଳୀଷ୍ଟ କରାଯାଇଛି।
ଧୀରେ ଧୀରେଏହି ବୈଷ୍ଣବୀୟ ଚେତନାରେ ଶୈବ, ଶାକ୍ତ, ରାମାନୁଜ ପନ୍ଥୀ ଚେତନାର ମଧ୍ୟ ସମିଶ୍ରଣ ଘଟିଛି। ଫଳରେ ଦୋଳଗୋବିନ୍ଦଙ୍କ ସହିତ ଦେବଦେବ ମହାଦେବ ଚନ୍ଦ୍ରଶେଖର, ଦେବୀ ଭଗବତୀ, କନକଦୁର୍ଗା, ରଘୁନାଥ ମଧ୍ୟ ଚ଼ାଚ଼େରୀ ରେଗ୍ରାମ ପରିକ୍ରମା କରି ଦୋଳି ଅବୀର କ୍ରୀଡ଼ାରେ ସାମିଲ ହୋଇଯାଇଛନ୍ତି ଯଦ୍ବାରାକି ଦୋଳପର୍ବ ଆଜି ବୈଷ୍ଣବ, ଶୈବ, ଶାକ୍ତ, ଗାଣପତ୍ୟ, ସୌରଧର୍ମ ଚେତନାର ଏକ ସମିଶ୍ରଣପର୍ବ ହୋଇଯାଇଛି। ସେହି
ବିଶ୍ୱାସରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ପରମ ଆଲ୍ଲାଦିନୀ ମା’ଭଗବତୀ (ପରମପ୍ରେମମୟୀ ଶ୍ରୀରାଧା ସ୍ୱରୂପିଣୀ ) ଙ୍କଦୋଳପର୍ବବଡ଼ ବିଚିତ୍ରମୟ। ଫାଲଗୁନ ଶୁକ୍ଳ ଦଶମୀରୁ ଆରମ୍ଭ ହୁଏ ମା’ଙ୍କ ଦୋଳପର୍ବ। ଏକାଦଶୀ, ଦ୍ଵାଦଶୀରେ ନଗର ପରିକ୍ରମା। ଦୁର୍ଗା ଓ ମାଧବ ରୂପୀ ମା’ଭଗବତୀଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ପ୍ରତୀକ ଶ୍ରୀରଙ୍କନାଥ ଦେବ ମିଶି ଏହି ପରିକ୍ରମା ପରେ ତ୍ରୟୋଦଶୀରେ ଛ ଶାସନର ନିମନ୍ତ୍ରଣ ରକ୍ଷା କରି ବାଲୁଗାଁ ଅଞ୍ଚଳର ଆରାଧ୍ୟ ଠାକୁର ଉମାମହେଶ୍ୱରଙ୍କୁ ହକାରୀ ଆଣି ମହେଶ୍ୱରଙ୍କୁ ମନ୍ଦିର ଦାୟିତ୍ଵ ଦେଇ ଉମା ସ୍ଵରୁପିଣୀ ମା’ଭଗବତୀ ବୁଲନ୍ତି ଚ଼ାଚେରୀ ଖାଇ।
ଦେବୀ ଫେରିବା ପର୍ଯ୍ୟନ୍ତ ମହେଶ୍ୱର ଦେବ ଏକା ଏକା କୁ ଢୁଆ ଦ୍ଵାର ପାଖରେ ବସି ରହନ୍ତି। ମା’ଙ୍କୁ ସମ୍ମାନ ଦେବା ସହିତ ଧାର୍ମିକ ସ୍ଵାଧୀନତା ପ୍ରଦାନ ଦୋଳପର୍ବର ଆଉ ଏକ ମହାନ ବିଶେଷତ୍ବ ରହିଛି ବାଣପୁର ସଂସ୍କୃତିରେ। ଚତୁର୍ଦ୍ଦଶୀ ପୂର୍ଣ୍ଣମୀ ଦୁଇଦିନ ଧରି ଖରାତରାରେ ମା’ଏକା ଏକା ତିନିଶାସନ ପରିକ୍ରମା କରିବାପରେ ପୂଜକ ସାଆନ୍ତ (ମା’ଙ୍କ ବାପଘର ବୋଲି ବିଶ୍ୱାସ ରହିଛି)ଙ୍କ ଦୁଆରକୁ ପହଞ୍ଚିଲା ପରେ ଝୀଅପରି ସ୍ନେହ ଶ୍ରଦ୍ଧାରେ ଆବୋରି ନେଇ ପୂଜକ ପରିବାର ଅନ୍ୟ ଠାକୁରଙ୍କୁ ପଇଡ଼ ଦ୍ଵାରା ଆପ୍ୟାୟିତ କଲାବେଳେ କନ୍ୟା ତୁଲ୍ୟା ମା’ଭଗବତୀଙ୍କୁ ଟଭା ପତରରେ ଛୁଙ୍କ ଦିଆ ଦହି ପଖାଳ ସହିତ ମାଛ ଗୁଣ୍ଡିଭଜା ବାଢିଦିଅନ୍ତି।
ଶିବ ସ୍ଵରୂପ ଚନ୍ଦ୍ରଶେଖର ଉମାମହେଶ୍ୱର ଦେବ, ପରମବିଷ୍ଣୁ ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ଶ୍ରୀରଙ୍କ ନାଥଦେବ, ଶ୍ରୀ ରଘୁନାଥ ଦେବଙ୍କ ସହିତ ମା’ଭଗବତୀଙ୍କୁ ଏକ ସମୟରେ ବେଲପତ୍ର, ତୁଳସୀ ଓ ପୁଷ୍ପ ପକାଇ ନିରାମିଷ ଓ ଆମିଷ ନୈବେଦ୍ୟ ଘଣ୍ଟ କାହାଳୀ ବଜାଇ ଏକ ସମୟରେ ଧୂପ କରାଯିବାର ନିଆରା ପରମ୍ପରା କେବଳ ବାଣପୁରରେ ହିଁ ଦେଖିବାକୁ ମିଳେ। ଧୂପ ପରେ ବାପଘରୁ ଶାଢି ଶଙ୍ଖା ସିନ୍ଦୁର ଭାରନେଇମା’ ମନ୍ଦିରକୁ ଫେରନ୍ତି।
ଚଳିତ ବର୍ଷ ଦୁଇଦିନ ଧରି ପୂର୍ଣ୍ଣିମା ପଡ଼ିବାରୁ ଶେଷ ଦିନ ଦୋଳି ଖେଳ ଓ ନୂଆପାଞ୍ଜି ପଠନ ପରେ ପ୍ରତିପଦାରେ ଦହିଯାତରେ ନିଯୋଗୀ ସେବାୟତଙ୍କ ସହିତ ଥାଟପଟୁଆର , ବାଣରୋଷଣିରେ ଜଗନ୍ନାଥପୁର, ବିଷର ପାଟଣା ପରିକ୍ରମା କରି ଦଧି ହାଣ୍ଡି ଭଗ୍ନପରେ ମନ୍ଦିରକୁ ଲେଉଟିଲେ ମା’। ଚଳିତ ବର୍ଷ ମା’ଙ୍କ ଛଅ ଦିନ ଧରି ଏହି ମହାନ ଯାତ୍ରା ମନ୍ଦିର ପ୍ରଶାସନ, ସ୍ଥାନୀୟ ଆରକ୍ଷୀ ଅଧିକାରୀଙ୍କ ମିଳିତ ସହଯୋଗରେଶାନ୍ତି ଶୃଙ୍ଖଳାର ସହିତସମାହିତ ହୋଇଥିବା କଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।
ଭୁବନେଶ୍ୱର: ନଅ ମାସ ବ୍ୟବଧାନ ମଧ୍ୟରେ ଏଠାରେ ସମ୍ ଅଲ୍ଟିମେଟ ମେଡିକେୟାର ଠାରେ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ କେତେକ ଅଂଗ ବାହାର କରାଯାଇ ଦ୍ୱିତୀୟ ଥର ପାଇଁ ରାଜ୍ୟ ବାହାରେ ଗୁରୁତର ଥିବା ଦୁଇ ଜଣ ରୋଗୀଙ୍କୁ ନୂତନ ଜୀବନ ଦେବା ପାଇଁ ପଠାଯାଇଛି।
କୃଷ୍ଣ ଚନ୍ଦ୍ର ମହାଭୋଇ ନାମକ ୪୮ ବର୍ଷୀୟ ଜଣେ ସିଆର୍ପିଏଫ୍ ଜବାନଙ୍କର ବୃକକ୍ ଅକାମି ହୋଇଯାଇଥିବାରୁ ସମ୍ମମ୍ରେ ମାର୍ଚ୍ଚ ୨୦ ତାରିଖରୁ ଚିକିତ୍ସିତ ହେଉଥିଲେ। ମାର୍ଚ୍ଚ ୨୩ ତାରିଖରେ ତାଙ୍କୁ ବ୍ରେନ୍ ଡେଡ୍ ହୋଇଥିବା ଜଣାପଡ଼ିଥିଲା। ଏହି ରୋଗୀଙ୍କର ପୂର୍ବରୁ ନିୟମିତ ଡାଏଲିସିସ କରାଯାଉଥିଲା ଏବଂ ସେ ଆଇସିୟୁରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ।
ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବା ସହ ତାଙ୍କର ସବ୍ଡୁରାଲ୍ ହେମୋରେଜ୍ ହୋଇଯାଇଥିଲା। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ରବିବାର ସକାଳେ ଏକ ଆପନିଆ ଟେଷ୍ଟ କରି ସେ ବ୍ରେନ୍ ଡେଡ୍ ହୋଇଯାଇଥିବା ଘୋଷଣା କରିଥିଲେ।
ରୋଗୀଙ୍କ ପରିବାରବର୍ଗ ରୋଗୀ ବ୍ରେନ୍ ଡେଡ୍ ହୋଇଯାଇଥିବା ଜାଣି ତାଙ୍କ ଶରୀରର ଅଂଗ ଦାନ କରିବା ନିମନ୍ତେ ନିଷ୍ପତି ନେଇଥିଲେ ଏବଂ ଏ ନେଇ ହସ୍ପିଟାଲ୍ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ ବୋଲି ସମ୍ପୃକ୍ତ ମୃତ ବ୍ୟକ୍ତିଙ୍କ ପୁଅ ସତ୍ୟବ୍ରତ ମହାଭୋଇ କହିଥିଲେ।
ହସ୍ପିଟାଲ୍ କର୍ତୃପକ୍ଷ ତୁରନ୍ତ ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ) ସହ ଯୋଗାଯୋଗ କରିବା ପରେ ରିଜିଓନାଲ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗନାଇଜେସନ୍ (ରୋଟୋ) ଓ ନ୍ୟାସ୍ନାଲ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ନୋଟୋ) ସହ ସମ୍ପର୍କ ସ୍ଥାପନ କରାଯାଇଥିଲା।
ସମ୍ପୃକ୍ତ ବ୍ୟକ୍ତିଙ୍କର ଅଂଗଗୁଡ଼ିକର ପରୀକ୍ଷା କରାଯାଇଥିବା ବେଳେ ପ୍ରତ୍ୟାରୋପଣ ନିମନ୍ତେ ରୋଗୀଙ୍କର ଯକୃତ ଓ ହୃତପିଣ୍ଡ ବ୍ୟବହାର କରାଯାଇପାରିବ ବୋଲି ଜଣାପଡ଼ିଥିଲା। ନୋଟୋର ନିଷ୍ପତି ଅନୁଯାୟୀ ଯକୃତକୁ ମୁମ୍ବାଇର ସାର୍ ଏଚ୍.ଏନ୍. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ସେଂଟରରେ ଚିକିତ୍ସାଧିନ ଥିବା ଜଣେ ରୋଗୀଙ୍କ ଶରୀରରେ ଏବଂ ହୃତପିଣ୍ଡକୁ କୋଲକାତାର ମେଡିକା ସୁପର ସ୍ପେଶିଆଲିଟି ହସ୍ପିଟାଲ୍ରେ ଚିକିତ୍ସାଧିନ ଅନ୍ୟ ଜଣେ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପଠାଯାଇଛି।
ଏହି ଦୁଇଟି ହସ୍ପିଟାଲ୍ର ମେଡିକାଲ୍ ଟିମ୍ ସୋମବାର ଭୁବନେଶ୍ୱରରେ ପହଂଚି ସମ୍ମମ୍ ସର୍ଜନଙ୍କ ଉପସ୍ଥିତିରେ ଅଂଗଗୁଡ଼ିକୁ ରୋଗୀଙ୍କ ଶରୀରରୁ କାଢ଼ିଥିଲେ। ସ୍ଥାନୀୟ ପୋଲିସ୍ଙ୍କ ସହାୟତାରେ ଦୁଇଟି ଅଂଗକୁ ଅନ୍ୟ ଦୁଇ ସହରକୁ ନେବା ନିମନ୍ତେ ହସ୍ପିଟାଲ୍ ଠାରୁ ବିଜୁ ପଟ୍ଟନାୟକ ଇନ୍ଟରନ୍ୟାସ୍ନାଲ୍ ଏୟାରପୋର୍ଟରେ ସୁରୁଖୁରରେ ପହଂଚାଇବା ନିମନ୍ତେ ଗ୍ରୀନ୍ କରିଡରର ବ୍ୟବସ୍ଥା କରାଯାଇଥିଲା।
ସମ୍ମମ୍ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ ଦ୍ୱିତୀୟ ଥର ପାଇଁ ସମ୍ମମ୍ରୁ ଜଣେ ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରରୁ ବିଭିନ୍ନ ଅଂଗ କଢ଼ାଯାଇ ପ୍ରତ୍ୟାରୋପଣ ନିମନ୍ତେ ଅନ୍ୟ ହସ୍ପିଟାଲ୍କୁ ପଠାଯାଇଛି। ଗତ ବର୍ଷ ଜୁନ ମାସ ୨୪ ତାରିଖରେ ସମ୍ମମ୍ରେ ଜଣେ ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରରୁ ଯକୃତ, ଫୁସ୍ଫୁସ୍ ଓ ବୃକକ୍କୁ କଢ଼ାଯାଇ ପ୍ରତ୍ୟାରୋପଣ ନିମନ୍ତେ ତିନୋଟି ଭିନ୍ନ ଭିନ୍ନ ସହରକୁ ପଠାଯାଇଥିଲା। ତେବେ ଗତଥର ସମ୍ପୃକ୍ତ ହସ୍ପିଟାଲ୍ ହୃତପିଣ୍ଡ ନେବାରେ ସଫଳ ହୋଇ ନଥିବା ବେଳେ ହସ୍ପିଟାଲ୍ରୁ ଏଥର ପ୍ରଥମ ଥର ପାଇଁ ହୃତପିଣ୍ଡ ଓଡ଼ିଶା ବାହାରକୁ ଯାଇପାରିଛି ବୋଲି ସେ କହିଥିଲେ।
ସୋଟୋରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ଥର ପାଇଁ କୌଣସି ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଶରୀରରୁ ହୃତପିଣ୍ଡ କଢ଼ାଯାଇ ଓଡ଼ିଶା ବାହାରକୁ ଅନ୍ୟ ଗୁରୁତର ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପଠାଯାଇଛି।
ଏଭଳି ଉଦ୍ୟମ ଜୀବନକୁ ନୂଆ ରୂପ ଦେବାରେ ସମ୍ମମ୍ର ପ୍ରତିବଦ୍ଧତାକୁ ସୂଚାଉଥିବା ବେଳେ ଏହି ପ୍ରକ୍ରି୍ରୟାକୁ ଜାରି ରଖିବା ନେଇ ହସ୍ପିଟାଲ୍ ପକ୍ଷରୁ ଆହୁରି ପ୍ରୟାସ କରାଯିବ ବୋଲି ସେ କହିଥିଲେ।
“ଏହା ସହିତ ଆମେ ରୋଗୀଙ୍କ ପରିବାରବର୍ଗଙ୍କୁ ସେମାନଙ୍କର ନିଃସ୍ୱାର୍ଥପର ନିଷ୍ପତି ନିମନ୍ତେ ଧନ୍ୟବାଦ ଜଣାଉଛୁ। ସେମାନଙ୍କ ନିଷ୍ପତି ଯୋଗୁ ହିଁ ଏହି ଅଂଗଦାନ ସଫଳ ହୋଇପାରିଛି” ବୋଲି ଡକ୍ଟର ଦାଶ କହିଛନ୍ତି। ସାରା ଦେଶ ରଂଗର ପର୍ବ ହୋଲି ପାଳନ କରୁଥିବା ସମୟରେ ଏଭଳି କାର୍ଯ୍ୟ ଦୁଇଟି ପରିବାର ଜୀବନରେ ଅନେକ ରଂଗ ଭରିଦେଇ ପାରିଛି ବୋଲି ସେ କହିଛନ୍ତି।
ସମ୍ମମ୍ ବର୍ଷ ତମାମ୍ ଅଂଗଦାନ ପ୍ରକ୍ରି୍ରୟାକୁ ତ୍ୱରାନ୍ୱିତ ଓ ଲୋକାଭିମୁଖି କରିବା ପାଇଁ ପ୍ରୟାସ ଜାରି ରଖିଛି। ଗତବର୍ଷ ଅଗଷ୍ଟ ମାସରେ ହସ୍ପିଟାଲ୍ ପକ୍ଷରୁ ‘ଅଂଗଦାନ ମହୋତ୍ସବ’ ପାଳନ କରାଯାଇଥିବା ବେଳେ କର୍ମଚାରୀମାନଙ୍କ ଦ୍ୱାରା ଲୋକଙ୍କ ମଧ୍ୟରେ ଅଂଗଦାନ ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ‘ମୃତ୍ୟୁ ପରେ ଜୀବନ’ ନାମକ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।
ସମ୍ପୃକ୍ତ ବ୍ରେନ ଡେଡଙ୍କ ବ୍ୟକ୍ତିଙ୍କ ଶରୀରରୁ ଅଂଗଗୁଡ଼ିକୁ କନ୍ସଲ୍ଟାଂଟ ନେଫ୍ରୋଲୋଜିଷ୍ଟ ଡାକ୍ତର ତାପସ କୁମାର ବେହେରା ଏବଂ କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟଙ୍କ ତତ୍ୱାବଧାନରେ କଢ଼ାଯାଇଥିଲା ବୋଲି ଡକ୍ଟର ଦାଶ କହିବା ସହ କନ୍ସଲ୍ଟାଂଟ ଏବଂ ସରକାରୀ ସଂସ୍ଥାଗୁଡ଼ିକୁ ଏହି କାର୍ଯ୍ୟରେ ସହାୟତା ନିମନ୍ତେ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ଡାକ୍ତର ବାନାମ୍ବର ରାୟ କହିଥିଲେ ସମ୍ପୃକ୍ତ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କର ଅଂଗଗୁଡ଼ିକୁ ଶରୀରରୁ କାଢ଼ିବା ଜଟିଳ ଥିଲା। ତେବେ ଏହି ଅଂଗଗୁଡ଼ିକ ଅନ୍ୟ ଦୁଇ ରୋଗୀଙ୍କ ଶରୀରରେ ଉତମ ଭାବେ କାର୍ଯ୍ୟ କରିବ ବୋଲି ଡାକ୍ତର ରାୟ ଆଶା ପ୍ରକାଶ କରିଛନ୍ତି।
ସତ୍ୟ ନିକେତନ ଜାରା ଆଶ୍ରମରେ ହୋଲି ଉତ୍ସବ ପାଳିତ
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ନିକଟସ୍ଥ ରାମଚନ୍ଦ୍ର ପୁର ଠାରେ ଅବସ୍ଥିତ ସତ୍ୟ ନିକେତନ ଜାରା ଆଶ୍ରମ ରେ ହୋଲି ଉତ୍ସବ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ଉଦ୍ୟକ୍ତା ତଥା ମହାନ୍ ସଙ୍ଘ ସଭାପତି ସୁଶାନ୍ତ କୁମାର ସାବତ ଯୋଗ ଦେଇ ସମାଜ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କ ନିରଙ୍କୁଶ ସେବା କରିବା ପାଇଁ ଆହ୍ୱାନ ଦେଇଥିଲେ।
ଏତଦବ୍ୟତୀତ ଏହି ଉତ୍ସବରେ ନାରାୟଣ ମହାଙ୍କୁଡ, ବଳରାମ ପଣ୍ଡା, ଶ୍ରୀକାନ୍ତ ସାବତ, ନିବେଦିତା ପାଢୀ,ଭୀଷ୍ମାଚାର୍ୟ୍ଯ ଚୌଧୁରୀ, ସତ୍ୟ ପାତ୍ର ସିମାଞ୍ଚଳ ପାଣିଗ୍ରାହୀ, ଶ୍ୟାମ ଦତ୍ତ ଦାସ ଙ୍କ ସମେତ ବହୁ ବରିଷ୍ଠ ନାଗରିକ,ବୁଧୀଜିବୀ ଓ ଗଣମାଧ୍ୟମ ବ୍ୟକ୍ତି ବିଶେଷ ପ୍ରମୁଖ ଯୋଗଦେଇ ଅନୁଷ୍ଠାନ ର ଅନ୍ତେବାସୀଙ୍କୁ ଉତ୍ସାହିତ କରିଥିଲେ।
ବାଲୁଗାଁ: ଯୁବକଙ୍କ ମୃତ ଦେହ ଉଦ୍ଧାର
ବାଲୁଗାଁ (ସୀତାରାମ ଅଗ୍ରୱାଲ): ମଙ୍ଗଳବାର ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଡ଼କୁଳ ଅଶ୍ୱରୀ ପାଟଣା ସାହିର ପାଣ୍ଡବ ବେହେରାଙ୍କ ପୁଅ ସଞ୍ଜୟ କୁମାର ବେହେରା (୨୯) ମଙ୍ଗଳବାର ଅପରାହ୍ନରେ ବଜାରରେ ବୁଲୁଥିବା ବେଳେ ହଠାତ ତଳେ ପଡି ଚେତାଶୂନ୍ୟ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସଞ୍ଜୟଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବୁଧବାର ପୂର୍ବାହ୍ନରେ ଡାକ୍ତରଖାନାରେ ପୋଲିସ ପହଞ୍ଚି ୫/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ମୃତ ଶରୀର ହସ୍ତାନ୍ତର କରାଯିବାସହ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡା କହିଛନ୍ତି।
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ସୂଚନାନୁସାରେ, ଇଡି ହେପାଜତରେ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି। ତାଙ୍କର ଶର୍କରା ସ୍ତର କ୍ରମାଗତ ଭାବରେ ଉପର-ତଳ ହେଉଛି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଶର୍କରା ସ୍ତର ୪୬ କୁ ଖସି ଆସିଛି। ଶର୍କର ସ୍ତର ଏତେ କମ୍ ହେବା ଅତ୍ୟନ୍ତ ବିପଜ୍ଜନକ ବୋଲି ଡାକ୍ତରମାନେ କହିଛନ୍ତି।
ଏହାପୂର୍ବରୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ସେ ମଙ୍ଗଳବାର ସନ୍ଧ୍ୟାରେ ଜେଲରେ ତାଙ୍କ ସ୍ୱାମୀଙ୍କୁ ଭେଟିବାକୁ ଯାଇଥିଲେ। ତାଙ୍କର ମଧୁମେହ ଅଛି, ଶର୍କରା ସ୍ତର ଭଲ ନାହିଁ, କିନ୍ତୁ ସେ ଜଣେ ପ୍ରକୃତ ଦେଶପ୍ରେମୀ, ନିର୍ଭୀକ ଏବଂ ସାହସୀ ବ୍ୟକ୍ତି। ତାଙ୍କୁ ଦୀର୍ଘ ଜୀବନ, ସ୍ୱାସ୍ଥ୍ୟ ଏବଂ ସଫଳତା କାମନା କରୁଛି। ସେ କହିଛନ୍ତି ଯେ, ମୋର ଶରୀର ଜେଲରେ ଅଛି। କିନ୍ତୁ, ଆତ୍ମା ତୁମ ସମସ୍ତଙ୍କ ମଧ୍ୟରେ ଅଛି। ଯଦି ତୁମେ ଆଖି ବନ୍ଦ କରିବ, ତେବେ ତୁମେ ମୋତେ ତୁମର ଚାରିପାଖରେ ଅନୁଭବ କରିବ।
ଏହା ବ୍ୟତୀତ ସୁନୀତା କେଜ୍ରିୱାଲ କହିଛନ୍ତି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବିଭିନ୍ନ ଚଢାଉରେ ଗୋଟିଏ ପଇସା ମଧ୍ୟ ମିଳି ନଥିଲା ଏବଂ ମାର୍ଚ୍ଚ ୨୮ ତାରିଖରେ କୋର୍ଟରେ ହୋଇଥିବା ଏକ୍ସାଇଜ୍ ପଲିସି ସ୍କାମରେ ତାଙ୍କ ସ୍ୱାମୀ ଏକ ବଡ ଖୁଲାସା କରିବେ। ଆମ୍ ଆଦମୀ ପାର୍ଟି (AAP) ଜାତୀୟ ସଂଯୋଜକ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ଏକ୍ସାଇଜ୍ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା ଏବଂ କୋର୍ଟ ତାଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଏଜେନ୍ସିର ହେପାଜତକୁ ପଠାଇଥିଲେ।
ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗତ ପାଞ୍ଚ ବର୍ଷରେ ଓଡିଶାକୁ ମିଳିଛି ଉଲ୍ଲେଖନୀୟ ସଫଳତା। ସଫଳ ବିପର୍ଯ୍ୟୟ ପରିଚାଳନା ପାଇଁ ଜାତୀୟ ସ୍ତରରେ ଓଡିଶା ପୁରସ୍କୃତ ହୋଇଛି। ରାଜ୍ୟ ସରକାର ଗ୍ରହଣ କରିଥିବା ଏକାଧିକ ପଦକ୍ଷେପ ଯୋଗୁଁ ଏଭଳି ସଫଳତା ମିଳିଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ଓ ଡକ୍ଟର ସସ୍ମିତ ପାତ୍ର।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ମୁଖପାତ୍ର କହିଛନ୍ତି ଯେ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବାତ୍ୟା ଓ ସୁନାମି ପ୍ରବଣ ଅଞ୍ଚଳରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଆଗୁଆ ସତର୍କସୂଚନା ପ୍ରସାରଣ ବ୍ୟବସ୍ଥା ରହିଛି। ଉପକୂଳବର୍ତ୍ତୀ ୬ଟି ଜିଲ୍ଲାରେ ୧୬୦ଟି ଟାୱାର ଲଗାଯାଇ ସତର୍କ ସୂଚନା ଦିଆଯାଉଛି। ୧୬୦ ସ୍ଥାନ ମଧ୍ୟରୁ ୧୨୨ଟି ସ୍ଥାନରେ ସର୍ତକତା ସାଇରନ ବ୍ୟବସ୍ଥାଗୁଡିକ ବିପର୍ଯ୍ୟୟ ସମୟରେ ଏସଇଓସି ଏବଂ ବିଇଓସିରୁ ସାଇରନ୍ / ଭଏସ୍ ମେସେଜ୍ ପଠାଇବା ପାଇଁ ଅନ୍ତର୍ଭୁକ୍ତ ହୋଇଛି। ଏହି ପ୍ରକଳ୍ପ ୧୫.୦୩.୨୦୧୯ ମସିହାରୁ କାର୍ଯ୍ୟକ୍ଷମ ହୋଇଛି।
ସେହିଭଳି ବିପର୍ଯ୍ୟୟ ସହାୟତା ନିରୀକ୍ଷଣ ଓ ଦେୟ ବ୍ୟବସ୍ଥା (ଡିଏଏମ୍ପିଏସ୍) କାର୍ଯ୍ୟକାରୀ ହେଉଛି। ପୂର୍ବରୁ ବିଭିନ୍ନ ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ରାଜସ୍ୱ ବିଭାଗର ତଳିଆ କର୍ମଚାରୀମାନେ ବ୍ୟକ୍ତିଗତ ଭାବେ ନେଇ ଦେଉଥିବାବେଳେ ଏହାକୁ ଜିଲ୍ଲାପାଳମାନେ ମଞ୍ଜୁର କରୁଥିଲେ। ଯାହା ଏକ ଜଟିଳ ପ୍ରକ୍ରିୟା ଥିଲା। ଶୀଘ୍ର ଏବଂ ବାଧାମୁକ୍ତ ଦେୟ ପ୍ରଦାନ ପାଇଁ ରାଜ୍ୟ ସରକାର ୧୦.୦୬.୨୦୨୦ ରୁ ବିପର୍ଯ୍ୟୟ ସହାୟତା ପରିଚାଳନା ଏବଂ ଦେୟ ବ୍ୟବସ୍ଥା (ଡିଏଏମପିଏସ୍) ଆରମ୍ଭ କରିଛନ୍ତି। ସମଗ୍ର ବ୍ୟବସ୍ଥା ଡିଜିଟାଲ ଭାବେ କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ସୁଦ୍ଧା ୧୨,୮୨୯ଟି ଅନୁକମ୍ପାମୂଳକ ମାମଲାର ସମାଧାନ କରାଯାଇଛି ଏବଂ ୧୪,୬୪୬ ଜଣ ହିତାଧିକାରୀଙ୍କୁ ୪୯୬.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଡିଏଏମପିଏସ୍ କୁ ୨୦୨୨ ବର୍ଷ ପାଇଁ ସିଏସଆଇ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ଏବଂ ୨୦୨୩ ବର୍ଷ ପାଇଁ ସ୍କଚ ପୁରସ୍କାରରେ ସମ୍ମାନିତ କରାଯାଇଛି।
ବାଲେଶ୍ୱରର ବାହାନଗାଠାରେ ରାଜ୍ୟ ସରକାର ରେଳ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ହସପିଟାଲକୁ ସ୍ଥାନାନ୍ତର କରି ଦୁର୍ଘଟଣା ପରିଚାଳନା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ଘଟଣା ପରେ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ରିଲିଫ୍ କମିଶନର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ସକ୍ରିୟ ମାର୍ଗଦର୍ଶନରେ ଏହି ଦୁଃଖଦ ଘଟଣାର ପରିଚାଳନା କରିଥିଲା। ଏହି ଦୁର୍ଘଟଣାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨୯୪ ଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (ସିଏମ୍ଆର୍ଏଫ୍) ବାହାରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି।
ରାଜ୍ୟ ଭିତ୍ତିକ ବିପର୍ଯ୍ୟୟ ଘୋଷଣା କରାଯାଇଛି। ଯଦିଓ ଭାରତ ସରକାର ଏପର୍ଯ୍ୟନ୍ତ ବଜ୍ରପାତ, ଅଂଶୁଘାତ, ଭୟଙ୍କର ଘୂର୍ଣ୍ଣିଝଡ, ବାତ୍ୟା, ପ୍ରବଳବର୍ଷା, ନୌକା ଦୁର୍ଘଟଣା, ଜଳ ବୁଡ଼ି, ସାପକାମୁଡା ଆଦିକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିନାହାନ୍ତି, ତଥାପି ରାଜ୍ୟ ସରକାର ଏଭଳି ୮ଟି ବିପର୍ଯ୍ୟୟକୁ ରାଜ୍ୟ ଭିତ୍ତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ଏବଂ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ବିପର୍ଯ୍ୟୟ ସହାୟତା ପରିମାଣ ଅନୁରୂପ ସହାୟତା ରାଶି ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି।
କୋଭିଡ୍-୧୯ ମହାମାରୀକୁ ରାଜ୍ୟ ସରକାର ସଫଳତାର ସହ ପରିଚାଳନା କରିଛନ୍ତି। ରାଜ୍ୟରେ କୋଭିଡ୍-୧୯ ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଏକ ୱେବ୍ ଆଧାରିତ ଆପ୍ଲିକେସନ୍ ବିକଶିତ କରାଯାଇଛି।
ଜରୁରୀକାଳୀନ ସହାୟତା ବ୍ୟବସ୍ଥା (ଇଆରଏସଏସ) କାର୍ଯ୍ୟକାରୀ ହେଉଛି। ଏନଡିଏମଏର ଗାଇଡଲାଇନ ଅନୁଯାୟୀ, ଇଆରଏସଏସ, ଏସଇଓସି, ଏସଆରସି ଅଫିସ୍ ବର୍ଷସାରା ୨୪ଘଣ୍ଟିଆ କାର୍ଯ୍ୟକ୍ଷମ ହୋଇଛି। ବିପର୍ଯ୍ୟୟ ସଂକ୍ରାନ୍ତରେ ୧୧୨ ନମ୍ବରକୁ ହେଉଥିବା ଫୋନ୍ କଲ୍ ପିଏସ୍ଏପିରେ ସେମାନଙ୍କ ଅବସ୍ଥାନ ସମ୍ବନ୍ଧୀୟ ଡାଟା ସହିତ ସ୍ଥାନାନ୍ତରିତ ହୁଏ ଏବଂ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ଏସଇଓସି (୧୦୭୦)କୁ ବିବରଣୀ ପ୍ରଦାନ କରାଯାଏ। ରାଜ୍ୟରେ ବାତ୍ୟା ଓ ବନ୍ୟା ପରିଚାଳନା। ବାତ୍ୟା ଫନି (୨୦୧୯), ବୁଲବୁଲ (୨୦୧୯), ଅମ୍ଫାନ (୨୦୨୦) ଏବଂ ୟଶ (୨୦୨୧)କୁ ରାଜ୍ୟ ସଫଳତାର ସହ ପରିଚାଳନା କରିଛି। ସେହିଭଳି ୨୦୨୦, ୨୦୨୨ ଓ ୨୦୨୩ ବର୍ଷରେ ବନ୍ୟା କୁ ରାଜ୍ୟ ସଫଳ ଭାବେ ନିୟନ୍ତ୍ରଣ କରିଥିଲା।
ପଞ୍ଚାୟରାତିରାଜ ଆଇନ୍ରେ ସଂଶୋଧନ, କ୍ୟାବିନେଟରେ ସଙ୍କଳ୍ପ ପାରିତ, ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ନିୟମାବଳୀକୁ ସାମିଲ, ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରରେ ଯୋଜନା ପ୍ରସ୍ତୁତି, ଗ୍ରାମ୍ୟ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା, ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମ, ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ, ସାପ କାମୁଡା ଜନିତ ମୃତ୍ୟୁ ହ୍ରାସ କାର୍ଯ୍ୟକ୍ରମ ଏବଂ ବିଦ୍ୟାଳୟରେ ସୁରକ୍ଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି।
ବିଭିନ୍ନ ବିପର୍ଯ୍ୟୟ ପରିଚାଳନାରେ ସେବା ପ୍ରଦାନ ପାଇଁ ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମ୍ମାନଜନକ ପୁରସ୍କାର ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ୨୦୨୩ଗ୍ରହଣ କରାଯାଇଥିଲା। ଭାରତ ମହାସାଗର ସୁନାମି ପ୍ରସ୍ତୁତି (ଆଇଓଟିଆର) କାର୍ଯ୍ୟକ୍ରମ ଅଧୀନରେ ଆଇଓସି- ୟୁନେସ୍କୋ ଦ୍ୱାରା ପ୍ରଥମ ଥର ପାଇଁ ଜଗତସିଂହପୁରର ନୋଲିଆସାହି ଏବଂ ଗଞ୍ଜାମର ଭେଙ୍କଟରାଇପୁର) ଦୁଇଟି ସମ୍ପ୍ରଦାୟକୁ ସୁନାମି ପ୍ରସ୍ତୁତି ଗୋଷ୍ଠି ଭାବେ ସ୍ୱୀକୃତି ମିଳିଛି।
ଓସଡମା ପକ୍ଷରୁ ବିଭିନ୍ନ ସଂସ୍ଥା ସହିତ ରାଜିନାମା ସ୍ୱାକ୍ଷର କରାଯାଇଛି। ସରକାରୀ ଅଧିକାରୀ/କର୍ମଚାରୀ(ଗ୍ରୁପ୍-ଏରୁ ଗ୍ରୁପ୍-ଡି)ଙ୍କ ପ୍ରଶିକ୍ଷଣ ପାଇଁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସଓୟୁ) ସହିତ ରାଜିନାମା ହୋଇଛି। ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ଏବଂ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ଏସଆଇଆରଡି ଏବଂ ପଞ୍ଚାୟତିରାଜ ସଂସ୍ଥା ସେମାନଙ୍କର କର୍ମଚାରୀମାନଙ୍କୁ ବିପର୍ଯ୍ୟୟ ପରିଚାଳନାର ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଭୁବନେଶ୍ୱର ଓ କଟକ ଦୁଇଟି ସହରରେ ବ୍ୟାପକ ଅଗ୍ନି ସୁରକ୍ଷା ଲାଗି ଅଗ୍ନିଶମ ବିଭାଗ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଅମ୍ରିତ ବିଶ୍ୱ ବିଦ୍ୟାପୀଠ ଭୂ ସ୍ଖଳନ ଏବଂ ଆଗୁଆ ସୂଚନା ପାଇଁ ସମ୍ବଲପୁର ସହରାଞ୍ଚଳର ବନ୍ୟା ଉପରେ ଅଧ୍ୟୟନ କରିଛି।
ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଆଶ୍ରୟସ୍ଥଳୀ ସ୍ତରରେ ୪୦,୭୦୦ ଗୋଷ୍ଠି ସ୍ତରୀୟ ସ୍ୱେଚ୍ଛାସେବୀଙ୍କୁ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଇଛି। ୧୮,୭୫୦ ଜଣ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କମିଟି (ସିଏସଏମଏମସି) ଏବଂ ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କମିଟି (ଏଫଏସଏମଏମସି)ର ସଦସ୍ୟମାନଙ୍କୁ ଗୋଷ୍ଠି ଭିତ୍ତିକ ଆଶ୍ରୟ ପରିଚାଳନା ଉପରେ ତାଲିମ ଦିଆଯାଇଛି।
ମେ ୨୯, ୨୦୨୧ରେ ରାଜ୍ୟ ମନ୍ତ୍ରୀ ପରିଷଦ ଏକ ସଂକଳ୍ପ ମାଧ୍ୟମରେ ଛାତ୍ରଛାତ୍ରୀ, ପଞ୍ଚାୟତିରାଜ ସଦସ୍ୟ, ସମସ୍ତ ସରକାରୀ କର୍ମଚାରୀ, ଭିଏସଏସ ସଦସ୍ୟ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠି, ଆଶା, ଅଙ୍ଗନବାଡି କର୍ମଚାରୀ ଇତ୍ୟାଦିର ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ମାଧ୍ୟମରେ ପ୍ରତ୍ୟେକ ଘରେ ବିପର୍ଯ୍ୟୟ ଯୋଦ୍ଧା ସୃଷ୍ଟି କରିବାକୁ ବାଧ୍ୟତାମୂଳକ କରିଥିଲା। ଗ୍ରାମପଞ୍ଚାୟତ ଅଧିନିୟମ,୧୯୬୪, ଓଡ଼ିଶା ପଞ୍ଚାୟତ ସମିତି ଅଧିନିୟମ,୧୯୫୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ,୧୯୯୧ ମଇ ୭,୨୦୨୨ ରେ ୨୨୯୫ ଗ୍ରାମପଞ୍ଚାୟତ ପରିଚାଳନା ଯୋଜନା ଓ ୨୬୬ ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରଣୟନ କରାଯାଇଛି।
ଓଡ଼ିଶା ସରକାରଙ୍କ ସରକାରୀ, ମାଧ୍ୟମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ ସାମିଲ କରାଯାଇଛି। ୫ ନଭେମ୍ବର ୨୦୨୩ରେ ଏନଡିଏମଏ ସହିତ ମିଶି ୧୦ଟି ଜିଲ୍ଲାର ୨୯ଟି ସ୍ଥାନରେ ସିବିଆରଏନ ଉପରେ ମକ ଡ୍ରିଲ୍ ପରିଚାଳିତ ହୋଇଛି। ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ୧୦୮ ଜଣ ଓଡ୍ରାଫ୍ ଯବାନଙ୍କୁ ସ୍କୁବା ଡାଇଭିଂ ଉପରେ ତାଲିମ ଦିଆଯାଇଛି। ଅଗ୍ନିଶମ ଓ ଜରୁରୀକାଳୀନ ପରିସ୍ଥିତିକୁ ସୁଦୃଢ଼ କରିବା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ସେବା ପାଇଁ ୧୮୦.୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ରାଜ୍ୟରେ ୫୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ (ଏମସିଏସ୍) ଓ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ (ଏମ୍ଏଫ୍ଏସ୍) ର୍ନିମାଣ କରାଯାଇଛି। ୬ଟି ଜିଲ୍ଲାରେ ୫୧ଟି ନୂତନ ଆଶ୍ରୟସ୍ଥଳୀ ପାଇଁ ମଞ୍ଜୁର କରାଯାଇଛି। ବାଗପଟିଆ ଥଇଥାନ କଲୋନୀ ପାଇଁ ପ୍ରଦାନ କରାଯାଇଥିବା ୨୨.୫୩ କୋଟି ଟଙ୍କା ସାମାଜିକ, ଶିକ୍ଷାଗତ, ସ୍ୱାସ୍ଥ୍ୟ, ଯୋଗାଯୋଗ, ଖେଳପଡ଼ିଆ, ଗୋଷ୍ଠୀ ଭିତ୍ତିଭୂମି, ଷ୍ଟ୍ରିଟ୍ ଲାଇଟିଂ, ଆଭ୍ୟନ୍ତରୀଣ ସଡ଼କ ବିକାଶ, ବିଦ୍ୟୁôତ ଇତ୍ୟାଦି ସାମାଜିକ ଗୋଷ୍ଠୀ ଭିତ୍ତିଭୂମି ଆଦିର ବିକାଶ ଏବଂ ଉନ୍ନତି ପାଇଁ ବ୍ୟବହୃତ ହୋଇଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ ଓଡ଼ିଶା ସରକାର ପାରାଦୀପ, ଗୋପାଳପୁର, ସମ୍ବଲପୁର ଓ ବାଲେଶ୍ୱର ଭଳି ୪ଟି ସ୍ଥାନରେ ବାତ୍ୟା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗଗୁଡିକର ପ୍ରଭାବଶାଳୀ ଟ୍ରାକିଂ ପାଇଁ ଡପଲର ରାଡାର ଷ୍ଟେସନ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ବିଭିନ୍ନ କାର୍ଯ୍ୟକଳାପ ଗ୍ରହଣ କରିବା ପାଇଁ ଏସଡିଏମଏଫ ଅଧୀନରେ ୧୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେଗୁଡିକ ମଧ୍ୟରେ ଓ ଜଳସଂପଦ ବିଭାଗକୁ ବାହାଡାନାଲାର ଗ୍ରୋଏନ ଓ ନଦୀ ମୁହାଣ ଖୋଳା ଏବଂ ମାର୍କଣ୍ଡଠାରେ ବାହାନାନାଲ୍ଲାର ନଦୀ ମୁହାଣ ଡ୍ରେଜିଂ ର୍ନିମାଣ କାର୍ଯ୍ୟ ପ୍ରଦାନ କରାଯାଇଛି।
ଦେବଗଡ଼ର ଟଙ୍କଜୋରା ନାଳ ଉପରେ ୪.୫୦୦ କିଲୋମିଟରର ବକ୍ସ ସେଲ୍ କଲଭର୍ଟ ର୍ନିମାଣ ଯାହାକି ଗୋପପୁର, ବୁଢାଭୂୟାଁରେ ବନ୍ୟା ପ୍ରତିରୋଦ ସଡକ ନିର୍ମାଣ, ଯାଜପୁର ପାଣିକୋଇଲି ଡିଭିଜନରେ ବାଲିଚନ୍ଦ୍ରପୁର-ବାରିବେଣୀପୁର ୦/୦୦୦ କିଲୋମିଟରରୁ ୨୪/୫୦୦ କିଲୋମିଟର ପର୍ଯ୍ୟନ୍ତ ବନ୍ୟା ପ୍ରତିରୋଧୀ ରାସ୍ତା, ଯାଜପୁର ପାଣିକୋଇଲି ଡିଭିଜନରେ ବରୁଣ-ବରିକଳାମାଟିଆ ର ୦/୦୦ କିଲୋମିଟରରୁ ୨୫/୮୭୫ କିଲୋମିଟର ପର୍ଯ୍ୟନ୍ତ ବନ୍ୟା ପ୍ରତିରୋଧୀ ରାସ୍ତା ର୍ନିମାଣ କାର୍ଯ୍ୟ ପୂର୍ତ୍ତ ବିଭାଗକୁ ଦିଆଯାଇଛି। ଶକ୍ତି ବିଭାଗକୁ ଭୂତଳ କେବୁଲ ବିଛା କାର୍ଯ୍ୟ ପ୍ରଦାନ କରାଯାଇଛି।
ୟୁନିସେଫ୍ ସହାୟତାରେ ଓସଡମା କୋଭିଡ-୧୯ ମହାମାରୀର ସଫଳ ପରିଚାଳନା ପାଇଁ ଡକ୍ୟୁମେଣ୍ଟେସନ୍ ପ୍ରକ୍ରିୟା ବିକଶିତ କରିଛି। ‘ବିଲ୍ଡିଂ ରେସିଲିଏଣ୍ଟଣ୍ଟସ୍କୁଲ ଷ୍ଟ୍ରକ୍ଚର\’ ଉପରେ ଏକ ପୁସ୍ତକ ରେଡ୍ ଆର୍ ଇଣ୍ଡିଆ ସହ ମିଶି ପ୍ରସ୍ତୁତ କରାଯାଇଛି। ଓସଡମା ଗତ ୩୦ ବର୍ଷର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରିପୋର୍ଟ ପ୍ରସ୍ତୁତ କରି ପ୍ରକାଶ କରିଛି। ବିଭିନ୍ନ ବିପର୍ଯ୍ୟୟ ଉପରେ ଏସଓପି ପାଳନ ସଂକ୍ରାନ୍ତୀୟ ଛୋଟ ପୁସ୍ତିକା ପ୍ରକାଶନ ହୋଇଛି। ଓଡିଶାରେ କୋଭିଡ-୧୯ ମହାମାରୀ ପରିଚାଳନାର ଦ୍ରୁତ ଆକଳନ କରାଯାଇଛି।
ଭୁବନେଶ୍ଵର: ଆଜି ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ବିଜେଡ଼ି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ଓଡିଶାବାସୀଙ୍କ ଠାରେ ଆଶୀର୍ବାଦ ଭିକ୍ଷା କରିଛନ୍ତି। ତେବେ ପ୍ରଥମ ପ୍ରାର୍ଥୀ ତାଲିକାରେ 72 ଆସନ ପାଇଁ ନାମ ଘୋଷଣା ହୋଇଛି। ସେହିଭଳି ଲୋକସଭା ଆସନ ପାଇଁ 9 ଜଣିଆ ପ୍ରାର୍ଥୀ ତାଲିକା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ବିଜେଡି ବିଧାନସଭା ପ୍ରାର୍ଥୀ
- ବିଷମ କଟକ– ଜଗନ୍ନାଥ ସାରକା
- ଗୁଣୁପୁର– ରଘୁନାଥ ଗମାଙ୍ଗ
- ରାୟଗଡା– ଅନୁସୂୟା ମାଝୀ
- ବରଗଡ– ଦେବେଶ ଆଚାର୍ଯ୍ୟ
- ବିଜେପୁର– ରୀତା ସାହୁ
- ଅତାବିରା– ସେହ୍ନାଙ୍ଗିନୀ ଛୁରିଆ
- ଭଟଲି– ସୁଶାନ୍ତ ସିଂ
- ଜଳେଶ୍ୱର– ଅଶ୍ୱିନୀ କୁମାର ପାତ୍ର
- ବସ୍ତା– ସୁବାସିନୀ ଜେନା
- ଭଣ୍ଡାରୀପୋଖରୀ– ସଞ୍ଜୀବ ମଲ୍ଲିକ
- ଭଦ୍ରକ– ପ୍ରଫୁଲ ସାମଲ
- ବାସୁଦେବପୁର– ବିଷ୍ମୁବତ୍ର ରାଉତରାୟ
- ଧାମନଗର– ଡକ୍ଟର ସଞ୍ଜୟ କୁମାର ଦାସ
- ଚାନ୍ଦବାଲି– ବ୍ୟୋମକେଶ ରାୟ
- ବିଞ୍ଝାରପୁର– ପ୍ରମିଳା ମଲ୍ଲିକ
- ଧର୍ମଶାଳା– ପ୍ରଣବ ବଳବନ୍ତରାୟ
- ଯାଜପୁର– ସୁଜାତା ସାହୁ
- ସୁକିନ୍ଦା– ପ୍ରୀତିରଞ୍ଜନ ଘଡେଇ
- ଢେଙ୍କାନାଳ– ସୁଧୀର ସାମଲ
- କାମାକ୍ଷାନଗର– ପ୍ରଫୁଲ କୁମାର ମଲ୍ଲିକ
- ପରଜଙ୍ଗ– ନୃସିଂହ ସାହୁ
- ପାଲଲହଡା– ମୁକେଶ ପାଲ
- ଛେଣ୍ଡିପଦା– ସୁଶାନ୍ତ କୁମାର ବେହେରା
- ସୋନପୁର– ନିରଞ୍ଜନ ପୂଜାରୀ
- ଲୋଇସିଂହା– ନିହାର ରଞ୍ଜନ ବେହେରା
- ପାଟଣାଗଡ– ସରୋଜ ମେହେର
- ବଲାଙ୍ଗୀର– କଳିକେଶ ନାରାୟଣ ସିଂହଦେଓ
- ଟିଟିଲାଗଡ– ଟୁକୁନି ସାହୁ
- ନୂଆପଡା– ରାଜେନ୍ଦ୍ର ଢୋଲକିଆ
- ଉମରକୋଟ– ନବୀନା ନାୟକ
- ଝରିଗାଁ– ରମେଶ ଚନ୍ଦ୍ର ମାଝୀ
- ନବରଙ୍ଗପୁର– କୌଶଲ୍ୟା ପ୍ରଧାନୀ
- ଡାବୁଗାଁ– ମନୋହର ରନ୍ଧାରୀ
- ଲାଞ୍ଜିଗଡ– ପ୍ରଦୀପ କୁମାର ଦିଶାରୀ
- ଜୁନାଗଡ– ଦିବ୍ୟଶଙ୍କର ମିଶ୍ର
- ଧର୍ମଗଡ– ପୁଷ୍ପେନ୍ଦ୍ର ସିଂ ଦେଓ
- ଭବାନୀପାଟଣା– ଲତିକା ନାୟକ
- ଜି ଉଦୟଗିରି– ସାଲୁଗା ପ୍ରଧାନ
- କଣ୍ଟାମାଳ– ମହିଧର ରଣା
- ବୌଦ୍ଧ– ପ୍ରଦୀପ କୁମାର ଅମାତ
- ବଡମ୍ବା– ଦେବୀ ପ୍ରସାଦ ମିଶ୍ର
- ବାଙ୍କୀ– ଦେବୀରଞ୍ଜନ ତ୍ରିପାଠୀ
- ଆଠଗଡ– ରଣେନ୍ଦ୍ର ପ୍ରତାପ ସ୍ୱାଇ
- କଟକ ଚୌଦାର– ସୌଭିକ ବିଶ୍ୱାଳ
- ନିଆଳି– ପ୍ରମୋଦ ମଲ୍ଲିକ
- କଟକ ସଦର– ଚନ୍ଦ୍ରସାରଥୀ ବେହେରା
- ପାଟକୁରା– ଅରବିନ୍ଦ ମହାପାତ୍ର
- ଆଳି– ପ୍ରତାପ ଦେବ
- ରାଜନଗର– ଧ୍ରୁବ ସାହୁ
- ମହାକାଳପଡା– ଅତନୁ ସବ୍ୟସାଚ୍ଚୀ ନାୟକ
- ପୁରୀ– ସୁନୀଲ ମହାନ୍ତି
- ବ୍ରହ୍ମଗିରି– ଉମାକାନ୍ତ ସାମନ୍ତରାୟ
- ସତ୍ୟବାଦୀ– ସଞ୍ଜୟ ଦାସବର୍ମା
- ପିପିଲି– ରୁଦ୍ର ପ୍ରସାଦ ମହାରଥୀ
- ଜଟଣୀ– ବିଭୂତି ବଳବନ୍ତରାୟ
- ରଣପୁର– ସତ୍ୟନାରାୟଣ ପ୍ରଧାନ
- ଦଶପଲ୍ଲା– ରମେଶ ଚନ୍ଦ୍ର ବେହେରା
- ନୟାଗଡ– ଅରୁଣ ସାହୁ
- ଭଞ୍ଜନଗର– ବିକ୍ରମ କେଶରୀ ଆରୁଖ
- ପୋଲସରା– ଶ୍ରୀକାନ୍ତ ସାହୁ
- କବିସୂର୍ଯ୍ୟନଗର– ଲତିକା ପ୍ରଧାନ
- ଛତ୍ରପୁର– ସୁବାଷ ଚନ୍ଦ୍ର ବେହେରା
- ସୋରଡା– ସଂଘମିତ୍ରା ସ୍ୱାଇଁ
- ହିଞ୍ଜିଳି– ନବୀନ ପଟ୍ଟନାୟକ
- ଗୋପାଳପୁର– ବିକ୍ରମ କୁମାର ପଣ୍ଡା
- ଦିଗପହଣ୍ଡି– ବିପ୍ଲବ ପାତ୍ର
- ଚିକିଟି– ଚିନ୍ମୟ ନନ୍ଦ ଶ୍ରୀରୂପଦେବ
- କୋଟପାଡ– ଚନ୍ଦ୍ରଶେଖର ମାଝୀ
- କୋରାପୁଟ– ରଘୁରାମ ପୋଡାଲ
- ମାଲକାନଗିରି– ମାନସ ମାକାମ୍ବୀ
- କାଶୀପୁର– ବଦ୍ରିନାରାୟଣ ପାତ୍ର
- ପାଟଣା– ଜଗନ୍ନାଥ ନାୟକ
ଭୁବନେଶ୍ଵର: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେଣୁ ସମସ୍ତ ଦଳ ଏବେ ନିଜ ନିଜର ପ୍ରାର୍ଥୀ ଘୋଷଣା କରିବାରେ ବ୍ୟସ୍ତ ଅଛନ୍ତି। ଏହିକ୍ରମରେ ଓଡିଶାର ବିଜୁ ଜନତା ଦଳ ମଧ୍ୟ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୯ ଟି ଲୋକସଭା ଆସନ ପାଇଁ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।
ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସମ୍ବଲପୁର ଆସନ ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିବା ବେଳେ ସୁନ୍ଦର ଗଡ ଆସନ ପାଇଁ ଦିଲ୍ଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଛି। ସେହିଭଳି ମୟୂରଭଞ୍ଜରୁ ସୁଦାମ ମାରଣ୍ଡୀ, କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁର ଆସନରୁ ପ୍ରଦୀପ ମାଝୀ, ଭୁବନେଶ୍ବର ଆସନ ପାଇଁ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ସେହିଭଳି କୋରାପୁଟ ଲୋକସଭା ଆସନ ପାଇଁ କୌଶଲ୍ୟା ହିକ୍କକାଙ୍କୁ ଟିକେଟ ମିଳିଥିବା ବେଳେ ଆସ୍କା ଆସନ ପାଇଁ ରଞ୍ଜିତ ସାହୁଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି।
ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ରାହ୍ମଣ ଡିହ ଗ୍ରାମରେ ଏକ ବଡ ଅଘଟଣ ଘଟିଛି। ପୋଖରୀରେ ଗାଧୋଇବା ବେଳେ ଜଣେ ନାବାଳକ ଛାତ୍ରର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ବ୍ରାହ୍ମଣ ଡିହ ଗ୍ରାମର ଲୋକନାଥ ମୁଦୁଲି ନାମକ ଜଣେ ନାବାଳକ ଛାତ୍ର ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ବଡ଼ ଭାଇ ସୋମନାଥ ମୁଦୁଲି (୧୪ ବର୍ଷ) ଙ୍କ ସହ ଲୋକନାଥ ପୋଖରୀରେ ଗାଧୋଉଥିଲେ। ହେଲେ ସେ ପୋଖରୀରେ ବୁଡିଯିବାରୁ ବଡ ଭାଇ ସୋମନାଥ ଘରକୁ ଯାଇ ପରିବାର ଲୋକଙ୍କୁ ଜଣାଇଥିଲେ।
ସ୍ଥାନୀୟ ଲୋକଙ୍କ ସହାୟତାରେ ଲୋକନାଥଙ୍କୁ ପାଣିରୁ ଉଦ୍ଧାର କରି ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କକରିଥିଲେ। ହେଲେ ସେତେବେଳେକୁ ବିଳମ୍ବ ହୋଇଯାଇଥିଲା, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଙ୍ଗୀ ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି।
ଉଲ୍ଲେଖ ଯୋଗ୍ୟ ଯେ, ଲୋକନାଥଙ୍କ ବୟସ ୧୧ ବର୍ଷ ହୋଇଥିବା ବେଳେ ସେ ବ୍ରାହ୍ମଣ ଡିହ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲେ। ଲୋକନାଥର ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଭୁବନେଶ୍ଵର: ବାପାଙ୍କ ଅନିଚ୍ଛା ଏବଂ ତାଗିଦ୍ ସତ୍ତ୍ୱେ ସାନ ପୁଅ ବିଜେଡ଼ି ରେ ସାମିଲ ହୋଇଛନ୍ତି। କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ଆଜି ବିରାଟ ପଟୁଆରରେ ଆସି ଶଙ୍ଖ ଭବନରେ ବିଜେଡ଼ି ରେ ସାମିଲ ହୋଇଛନ୍ତି। ସେଠାରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ତାଙ୍କୁ ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ସ୍ବାଗତ କରିଛନ୍ତି। ତେବେ ମନ୍ମଥ ବିଜେଡି ଟିକେଟରେ ଜଟଣୀ ଆସନରୁ ଲଢିବା ନେଇ ଚର୍ଚ୍ଚା ହେଉଛି।
ମନ୍ମଥ କହିଛନ୍ତି ଯେ, ନବୀନନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡି ରେ ସାମିଲ ହୋଇଛି। ଓଡ଼ିଶାର ଏକ ନମ୍ବର ଦଳ ମୋତେ ଭରସା କରିଥିବାରୁ ମୁଁ ଗର୍ବିତ। ନିର୍ବାଚନ ଲଢିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବେ। ମୁଁ ଶୃଙ୍ଖଳିତ କର୍ମୀ ଭାବେ ବିଜେଡ଼ି ଦଳରେ କାମ କରିବି।
ଉଲ୍ଲେଖ ଯୋଗ୍ୟ ଯେ, ରାଜନୀତିକୁ ଆସିବା ପୂର୍ବରୁ ମନ୍ମଥ ଜଣେ ପାଇଲଟ ଭାବେ କାର୍ଯ୍ଯ କରୁଥିଲେ। ଚାକିରୀରୁ ସ୍ଵେଚ୍ଛାକୃତ ଭାବେ ଅବସର ନେବା ପରେ ରାଜନୀତିରେ ସାମିଲ ହେବାକୁ ସେ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ସେ କେଉଁ ଦଳରେ ସାମିଲ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଥିଲା। ହେଲେ ସେ ବିଜେଡ଼ିରେ ସାମିଲ ହେବା ପରେ ଏହି କଳ୍ପନାଜଳ୍ପନାର ପୂର୍ଣ୍ଣଚ୍ଛେଦ ପଡିଛି।
ଅନ୍ୟପଟେ ପୁଅ ବିଜେଡିରେ ସାମିଲ ହେଲେ ମନ୍ମଥ କିମ୍ବା ବିଜେଡି ପାଇଁ କେବେ ବି ପ୍ରଚାର କରିବେ ନାହିଁ ବୋଲି ବାପା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି। କଂଗ୍ରେସର ମୋର ଜନ୍ମ, ଏବଂ କଂଗ୍ରେସରେ ହିଁ ମୋର ମୃତ୍ୟୁ ହେବ ବୋଲି ସୁର କହିଛନ୍ତି।
ନୂଆଦିଲ୍ଲୀ: ମହାରାଷ୍ଟ୍ରର ମହାବିକାଶ ଅଘାଡିକୁ ପ୍ରକାଶ ଆମ୍ବେଦକର ଏକ ବଡ଼ ଝଟକା ଦେଇଛନ୍ତି। ବଞ୍ଚିତ ବହୁଜନ ଅଘାଡି MVA ସହିତ ମେଣ୍ଟ ଭାଙ୍ଗିଛି। ଗତ କିଛି ଦିନ ହେବ ମହାବିକାଶ ଅଘାଡି ଏବଂ ପ୍ରକାଶ ଆମ୍ବେଦକରଙ୍କ ପାର୍ଟି ମଧ୍ୟରେ ଆସନ ବାଣ୍ଟିବା ନେଇ ଆଲୋଚନା ଚାଲିଥିଲା, କିନ୍ତୁ ପ୍ରକାଶ ଆମ୍ବେଦକରଙ୍କ ଦାବି ହେତୁ ଏହି ମାମଲା ସବୁବେଳେ ଅଟକି ରହିଥିଲା। ଗତକାଲି ଆମ୍ବେଦକରଙ୍କୁ ଏମଭିଏ ଦ୍ୱାରା ଅଲ୍ଟିମାଟମ୍ ଦିଆଯାଇଥିଲା, ଯେଉଁଠାରେ ତାଙ୍କୁ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାର ଥିଲା ଏବଂ ଆଜି ସେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ମେଣ୍ଟରେ ଯୋଗନଦେବା ଘୋଷଣା ସହିତ ପ୍ରକାଶ ଆମ୍ବେଦକର ୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ପ୍ରକାଶ ଆମ୍ବେଦକର ନିଜେ ଅକୋଲାରୁ ନିର୍ବାଚନ ଲଢିବେ। ଭଣ୍ଡାରାରୁ ସଞ୍ଜୟ କେବଟ, ୟବତମାଲରୁ ଖେମସିଂହ ପ୍ରତାପରାଓ ପାୱାର, ଚନ୍ଦ୍ରପୁରରୁ ରାଜେଶ ବେଲେ ପ୍ରତିଯୋଗିତା କରିବେ। ନାଗପୁର ଆସନରେ ଭିବିଏ କଂଗ୍ରେସକୁ ସମର୍ଥନ କରିବ।
ବଞ୍ଚିତ ବହୁଜନ ଅଘାଡି ଏକା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହାବିକାଶ ଅଘାଡି ସହ ସିଟ୍ ବାଣ୍ଟିବା ନେଇ କୌଣସି ଆଲୋଚନା ହୋଇନାହିଁ। ପ୍ରକାଶ ଆମ୍ବେଦକର କେଉଁ ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା। ପ୍ରକାଶ ଆମ୍ବେଦକରଙ୍କ ଦଳକୁ ମହାବିକାଶ ଅଘାଡି ଚାରିଟି ଆସନ ପ୍ରଦାନ କରିଥିଲା, କିନ୍ତୁ ପ୍ରକାଶ ଆମ୍ବେଦକର ସାତୋଟି ଆସନ ଦାବି କରିଥିଲେ।
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ପାକିସ୍ତାନ ଅଧିକୃତ କାଶ୍ମୀର ହେଉଛି ଭାରତର ଏକ ଅଂଶ ଏବଂ ଏହା ହେଉଛି ବାସ୍ତବତା। ପିଓକେ ର ମୁସଲମାନ ଭାଇମାନେ ମଧ୍ୟ ଆମର ଏବଂ ଜମି ମଧ୍ୟ ଆମର। ପାକିସ୍ତାନ ପିଓକେ କୁ କାବୁ କରିଛି। ଏହି ସମୟରେ ଧାରା ୩୭୦ ସହିତ ଅନେକ ପ୍ରସଙ୍ଗ ଉଲ୍ଲେଖ କରି ସେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।
ଗୁଲିସ୍ତାନ ନ୍ୟୁଜକୁ ସୂଚନା ଦେଇ ଅମିତ ଶାହା କହିଛନ୍ତି ଯେ, ଆଜି ପାକିସ୍ତାନ କ୍ଷୁଧା ଏବଂ ଦାରିଦ୍ର୍ୟର ଶିକାର ହେଉଛି ଏବଂ ସେଠାରେ ଥିବା ଲୋକମାନେ ମଧ୍ୟ କାଶ୍ମୀରକୁ ସ୍ୱର୍ଗ ଭାବରେ ଦେଖୁଛନ୍ତି। ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ଯଦି କାଶ୍ମୀରକୁ କେହି ବଞ୍ଚାଇ ପାରିବେ ତେବେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ସେ କହିଛନ୍ତି ଯେ, ଧାରା ୩୭୦ ରେ ଜମ୍ମୁ କାଶ୍ମୀରବାସୀଙ୍କ ମଧ୍ୟରେ ବ୍ୟାପିଥିବା ଭୁଲ ଧାରଣା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯାଇଛି। ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଶାନ୍ତି ଆସିଛି, ପର୍ଯ୍ୟଟନ ବୃଦ୍ଧି ପାଇଛି, ବିକାଶ ଲୋକଙ୍କ ଘରେ ପହଞ୍ଚିଛି, ଆତଙ୍କବାଦ ସମାପ୍ତ ହୋଇଛି, ପଥର ଫିଙ୍ଗିବା ଶୂନ୍ୟ ହୋଇଯାଇଛି।
ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ସଂରକ୍ଷଣ ସମ୍ବନ୍ଧୀୟ ପ୍ରଶ୍ନ ଉପରେ ଶାହା କହିଛନ୍ତି ଯେ, ପ୍ରଥମ ଥର ପାଇଁ ମୋଦି ସରକାର ଜମ୍ମୁ କାଶ୍ମୀରର ଓବିସିକୁ ସଂରକ୍ଷଣ ଦେଇଛନ୍ତି।
ଶାହା ଦାବି କରିଛନ୍ତି ଯେ ଫାରୁକ୍ ଅବଦୁଲ୍ଲା ଏବଂ ମେହବୁବା ମୁଫତି ଏହି ସଂରକ୍ଷଣ ବ୍ୟବସ୍ଥା ଉପରେ ତିକ୍ତତା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଲୋକମାନେ ବର୍ତ୍ତମାନ ସେମାନଙ୍କର ଉଦ୍ଦେଶ୍ୟ ବୁଝିଛନ୍ତି।
ଅମିତ ଶାହା କହିଛନ୍ତି ଯେ, ଆମର ଯୋଜନା ହେଉଛି ସୈନିକମାନଙ୍କୁ ପ୍ରତ୍ୟାହାର କରିବା ଏବଂ ଜମ୍ମୁ କାଶ୍ମୀର ପୋଲିସକୁ ଆଇନ ଶୃଙ୍ଖଳା ହସ୍ତାନ୍ତର କରିବା। ଏହାପୂର୍ବରୁ ଜମ୍ମୁ କାଶ୍ମୀର ପୋଲିସକୁ ବିଶ୍ୱାସ କରାଯାଇ ନଥିଲା, କିନ୍ତୁ ଆଜି ସେମାନେ ଏହି ଅପରେସନର ନେତୃତ୍ୱ ନେଉଛନ୍ତି।
ନୂଆଦିଲ୍ଲୀ: ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ସାକାର ହେବା ପରି ଲାଗୁଛି। ଏକ ବିଶ୍ୱସ୍ତରୀୟ ରିପୋର୍ଟରେ କୁହାଯାଇଛି ଯେ, ଆଗାମୀ 26 ବର୍ଷ ମଧ୍ୟରେ ଏହି ଦେଶଗୁଡିକ ବୃହତ୍ତମ ଅର୍ଥନୀତି ହେବେ, ଯାହା ଆଜି ଆଗକୁ ବଢୁଛନ୍ତି। ଏହି ରିପୋର୍ଟରେ କୁହାଯାଇଛି ଯେ, ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେବ।
ଆନ୍ତର୍ଜାତୀୟ ସଂଗଠନ PwC 2020 ରେ ‘ଦ ୱାର୍ଲ୍ଡ ଇନ 2050’ ରିପୋର୍ଟ ପ୍ରକାଶ କରିଥିଲା। ରିପୋର୍ଟରେ କୁହାଯାଇଛି ଯେ, ବିକାଶଶୀଳ ଅର୍ଥନୀତି ଆମେରିକା, ଜାପାନ ଏବଂ ଜର୍ମାନୀ ଭଳି ଅର୍ଥନୀତିକୁ ପଛରେ ପକାଇବ। 2016 ଏବଂ 2050 ର ତୁଳନା କରି ରିପୋର୍ଟରେ ତଥ୍ୟ ଉପସ୍ଥାପିତ ହୋଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ଚୀନ୍, ଭାରତ, ଆମେରିକା, ଇଣ୍ଡୋନେସିଆ ଏବଂ ବ୍ରାଜିଲ 26 ବର୍ଷ ପରେ ଅର୍ଥନୈତିକ ଶକ୍ତି ହେବେ। ଭାରତ, ଇଣ୍ଡୋନେସିଆ ଏବଂ ବ୍ରାଜିଲର ଅର୍ଥନୀତି ଏବେ ମଧ୍ୟ ବୃଦ୍ଧି ପାଉଛି ଏବଂ 2050 ସୁଦ୍ଧା ସୁପର ପାୱାର୍ ହୋଇଯିବେ।
ବିକାଶଶୀଳ ଦେଶର ଲୋକଙ୍କ ସହ କଥା ହେବା ପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଲୋକଙ୍କୁ ପଚରାଯାଇଥିଲା ଯେ ଏହି ଦେଶଗୁଡିକର ବିକାଶ ନାମରେ କରାଯାଉଥିବା ପରିବର୍ତ୍ତନଗୁଡିକରୁ ସେମାନେ କ’ଣ ଲାଭ କରୁଛନ୍ତି, ଏହି ଦେଶରେ ସେମାନେ କିପରି ଅନୁଭବ କରୁଛନ୍ତି ଏବଂ ଏଠାରେ କରାଯାଉଥିବା ବିକାଶ କାର୍ଯ୍ୟ ବିଷୟରେ ସେମାନେ କ’ଣ ଭାବୁଛନ୍ତି। କି କାର୍ଯ୍ୟ କରାଯାଉଛି, ଭବିଷ୍ୟତରେ ଏହାର ପରିଣାମ କ’ଣ ହୋଇପାରେ?
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନ୍ୟ ଏକ ଆମ୍ ଆଦମୀ ପାର୍ଟି (ଏଏପି) ନେତାଙ୍କ ଘରେ ଚଢାଉ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ଦୀପକ ସିଙ୍ଗଲା ହେଉଛନ୍ତି ଦ୍ୱିତୀୟ ଏଏପି ନେତା, ଯାହାର ଘର ଇଡି ଦ୍ୱାରା ଚଢାଉ କରାଯାଇଛି।
ଦୀପକ ସିଙ୍ଗଲା AAP ର ପୂର୍ବତନ ପ୍ରାର୍ଥୀ। ସେ ଆମ୍ ଆଦମୀ ପାର୍ଟିରୁ ବିଶ୍ଵାସ ନଗରରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହା ବ୍ୟତୀତ ସେ ଗୋଆର AAP ପ୍ରଭାରୀ ଏବଂ MCD ର ସହ-ପ୍ରଭାରୀ ଅଛନ୍ତି। ଏହାପୂର୍ବରୁ ଇଡି ମାର୍ଚ୍ଚ ୨୩ ତାରିଖରେ ମଟିଆଲାର ଆମ୍ ଆଦମୀ ପାର୍ଟି ବିଧାୟକ ଗୁଲାବ ସିଂ ଯାଦବଙ୍କ ଘରେ ଚଢାଉ କରିଥିଲା। ଗୋଆ ସହିତ ଦୀପକ ସିଙ୍ଗଲାଙ୍କ ସଂଯୋଗ ହେତୁ ମଦ ଦୁର୍ନୀତି ଅଭିଯୋଗରେ ଏହି ଚଢାଉ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି।
PMLA କୋର୍ଟରେ ଇଡି ଦାବି କରିଛି ଯେ, ହୱାଲା ମାଧ୍ୟମରେ ଗୋଆକୁ ୪୫ କୋଟି ଟଙ୍କା ପଠାଯାଇଛି। ପ୍ରକୃତରେ, ଇଡି ଦାବି କରିଛି ଯେ, ମଦ ଦୁର୍ନୀତିରେ ଜବତ ହୋଇଥିବା ଟଙ୍କା ଗୋଆ ବିଧାନସଭା ନିର୍ବାଚନ ପ୍ରଚାରରେ ଆମ୍ ଆଦମୀ ପାର୍ଟି ବ୍ୟବହାର କରିଛି।
ମାର୍ଚ୍ଚ ୨୨ ତାରିଖରେ, ଇଡି ଦାବି କରିଥିଲା ଯେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟିକୁ ୧୦୦ କୋଟି ଟଙ୍କା ଲାଞ୍ଚ ଦିଆଯାଇଥିଲା। ପଞ୍ଜାବ ଏବଂ ଗୋଆ ବିଧାନସଭା ନିର୍ବାଚନରେ AAP ଏହି ଟଙ୍କା ବ୍ୟବହାର କରିଥିଲା। ଏହି ଏଜେନ୍ସି କୋର୍ଟକୁ କହିଛି ଯେ ଏହି ଘୋଟାଲାରେ କେବଳ ୧୦୦ କୋଟି ଟଙ୍କା ଲାଞ୍ଚ ନିଆଯାଇନଥିଲା ବରଂ ଲାଞ୍ଚ ପ୍ରଦାନକାରୀଙ୍କ ଦ୍ୱାରା ମିଳିଥିବା ଲାଭ ଉପରେ କମିଶନ ମଧ୍ୟ ନିଆଯାଇଥିଲା, ଯାହା ୬୦୦ କୋଟିରୁ ଅଧିକ।
ନୂଆଦିଲ୍ଲୀ: ୯୦ ଦଶକରେ ସୁପରଷ୍ଟାର ଗୋବିନ୍ଦଙ୍କ ଷ୍ଟାଇଲର ଏକ ଯୁଗ ଚାଲିଥିଲା। ଅଭିନେତା ତାଙ୍କର ଉତ୍କୃଷ୍ଟ ଅଭିନୟ ସହିତ ଲୋକଙ୍କ ହୃଦୟକୁ ଜିତୁଥିଲେ। ଗୋବିନ୍ଦା ତାଙ୍କ ସମୟର ଶ୍ରେଷ୍ଠ ଅଭିନେତା। ଚଳଚ୍ଚିତ୍ରଗୁଡ଼ିକ ହିଟ୍ ହେବା ପାଇଁ କେବଳ ତାଙ୍କ ନାମ ଯଥେଷ୍ଟ ଥିଲା। ପ୍ରଶଂସକମାନେ ତାଙ୍କ ଚଳଚ୍ଚିତ୍ର ପାଇଁ ଉତ୍ସାହର ସହିତ ଅପେକ୍ଷା କରୁଥିଲେ। ସେତେବେଳେ ବଡ ବଲିଉଡ ତାରକା ଗୋବିନ୍ଦାଙ୍କ ନାମକୁ ଭୟ କରୁଥିଲେ। ତେଣୁ ଆଜି ଆମେ ଆପଣଙ୍କୁ ଅଭିନେତା ସହିତ ଜଡିତ ଏପରି ଏକ ଘଟଣା କହିବାକୁ ଯାଉଛୁ, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଗୋବିନ୍ଦା ୧୯୮୬ ମସିହାରେ ଚଳଚ୍ଚିତ୍ର ‘ଲଭ୍ ୮୬’ ସହିତ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କର ଚଳଚ୍ଚିତ୍ର ସୁପରହିଟ୍ ହୋଇଥିଲା ଏବଂ ଗୋବିନ୍ଦା ରାତାରାତି ଷ୍ଟାର ପାଲଟି ଯାଇଥିଲେ। ଏହା ପରେ ଚଳଚ୍ଚିତ୍ର ପାଇଁ ଧାଡି ଲାଗିଲା। ଗୋବିନ୍ଦା ଏକାସାଙ୍ଗରେ ୭୦ ରୁ ଅଧିକ ଚଳଚ୍ଚିତ୍ରରେ ଦସ୍ତଖତ କରିଥିଲେ। Lehren Retroକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଅଭିନେତା ନିଜେ ଏହା ପ୍ରକାଶ କରିଛନ୍ତି।
ପ୍ରକୃତରେ ଗୋବିନ୍ଦାଙ୍କୁ ପଚରାଯାଇଥିଲା ଯେ, ସେ ଗୋଟିଏ ଦିନରେ କେତେ ଫିଲ୍ମ ସୁଟିଂ କରନ୍ତି? ଏହାର ଉତ୍ତରରେ ଗୋବିନ୍ଦା କହିଥିଲେ ଯେ, ‘ବେଳେବେଳେ ମୁଁ ଦିନରେ ଦୁଇଟି ଫିଲ୍ମ ସୁଟିଂ କରେ। କିନ୍ତୁ ବେଳେବେଳେ ମୁଁ ୪-୫ ଚଳଚ୍ଚିତ୍ରର ସୁଟିଂ ମଧ୍ୟ କରେ। ଗୋବିନ୍ଦା ଏହା ମଧ୍ୟ କହିଥିଲେ ଯେ, ସେ ଚଳଚ୍ଚିତ୍ରର ସ୍କ୍ରିପ୍ଟଗୁଡ଼ିକୁ ମନେ ରଖିଛନ୍ତି ଏବଂ ସେ ତାଙ୍କ ଚଳଚ୍ଚିତ୍ରର ଚରିତ୍ରରେ ସହଜରେ ପ୍ରବେଶ କରନ୍ତି।
ଗୋବିନ୍ଦା ତାଙ୍କ କ୍ୟାରିଅରରେ ଶହ ଶହ ଚଳଚ୍ଚିତ୍ର କରିଛନ୍ତି, କିନ୍ତୁ ଦୀର୍ଘ ସମୟ ଧରି ସେ ବଡ ପରଦାରୁ ହଜିଯାଇଛନ୍ତି। ଗତ ବର୍ଷ ୨୦୨୩ ମସିହାରେ ଏକ ସାକ୍ଷାତକାରରେ ଗୋବିନ୍ଦା କହିଥିଲେ ଯେ, ସେ କୋଟି କୋଟି ଟଙ୍କାର ଅନେକ ପ୍ରକଳ୍ପକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଡିଏନ୍ଏ ରିପୋର୍ଟ ଅନୁଯାୟୀ ଗୋବିନ୍ଦା କହିଛନ୍ତି ଯେ, ଗତ ବର୍ଷ ମୁଁ ୨୦୨୩ରେ ୧୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଛାଡିଥିଲି। ‘ତଥାପି ମୁଁ କ’ଣ କରୁଛି ବୋଲି ଭାବି ମୁଁ ଦର୍ପଣ ସାମ୍ନାରେ ଚାପୁଡ଼ା ମାରିଥିଲି।’ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ମୋର ପୁରୁଣା ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶକ୍ତିଶାଳୀ ଚରିତ୍ର ଭଳି ଏକ ଭୂମିକା ଚାହୁଁଛି।
ନୂଆଦିଲ୍ଲୀ: ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମାନଙ୍କ ଦଳର ପ୍ରାଥମିକ ନିର୍ବାଚନରେ ଜିତିଯାଇଛନ୍ତି। ଏହା ପରେ ଏହି ଦୁଇ ନେତାଙ୍କ ମଧ୍ୟରେ ସଂଘର୍ଷ ହେବାର ସମ୍ଭାବନା ବଢିଯାଇଛି। ଏହି ସମୟରେ, ଟେକ୍ସାସର ଜଣେ ଗଣିତ ଶିକ୍ଷକ ସ୍ଵାଧୀନ ପ୍ରାର୍ଥୀ ଭାବରେ ତାଙ୍କର ପ୍ରାର୍ଥୀ ଘୋଷଣା କରିଛନ୍ତି ଏବଂ ଆଇନ ଅନୁଯାୟୀ ତାଙ୍କ ନାମକୁ ‘ଲିଟରଲି ଏନିବଡି ଏଲ୍ସ’ ଭାବରେ ପରିବର୍ତ୍ତନ କରିଛନ୍ତି।
ସେ ବିଶ୍ବାସ କରନ୍ତି ଯେ, ଆମେରିକାର କିଛି ଭୋଟର ଚାହୁଁଛନ୍ତି ଯେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟତୀତ ଅନ୍ୟ କେହି ଦ୍ୱିତୀୟ ଥର ପାଇଁ ହ୍ଵାଇଟ ହାଉସକୁ ଫେରନ୍ତୁ। ତାଙ୍କ ନାମ ପରିବର୍ତ୍ତନ କରିବା ପୂର୍ବରୁ, ଏହି ବ୍ୟକ୍ତି ଡଷ୍ଟିନ ଏବେ ନାମରେ ପରିଚିତ ଥିଲେ ଏବଂ ସେ ସପ୍ତମ ଶ୍ରେଣୀର ପିଲାମାନଙ୍କୁ ଗଣିତ ଶିକ୍ଷା ଦେଉଥିଲେ। କେବଳ ଏତିକି ନୁହେଁ ସେ ଆମେରିକୀୟ ସେନାର ମଧ୍ୟ ସେବା କରିଛନ୍ତି।
ଡଷ୍ଟିନ ଏବେ (ପ୍ରକୃତ ନାମ) କହିଛନ୍ତି ଯେ, “ବହୁତ ଦିନ ଧରି ଆମେରିକାର ଲୋକମାନେ ପାର୍ଟିର ବିଶ୍ୱସ୍ତତାକୁ ପ୍ରାଧାନ୍ୟ ଦେଇ ନିଜର ରାଜନୈତିକ ଦଳର ଶିକାର ହୋଇଛନ୍ତି। ଆସନ୍ତୁ ଏକାଠି ହୋଇ ୱାଶିଂଟନ୍ କୁ ଏକ ବାର୍ତ୍ତା ପଠାନ୍ତୁ ଏବଂ କୁହନ୍ତୁ, ଆପଣ ପ୍ରତିନିଧିତ୍ୱ କରିବେ କିମ୍ବା ଆପଣଙ୍କୁ ବଦଳାଯିବ। ଆମେରିକାକୁ ଋଣ ରାଜା ଏବଂ ୮୧ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ବାଛିବାରେ ଅଟକି ରହିବା ଉଚିତ ନୁହେଁ।”
ସେ ଆହୁରି କହିଛନ୍ତି ଯେ, “ଲିଟରଲି ଏନିବଡି ଏଲ୍ସ ଏକ ବ୍ୟକ୍ତି ନୁହେଁ ଏକ ରାଲିର ସ୍ଲୋଗାନ ବ୍ୟତୀତ ଅନ୍ୟ କିଛି ନୁହେଁ। କୌଣସି ପ୍ରକାରେ ଏହି ଆନ୍ଦୋଳନରେ ଯୋଗ ଦିଅନ୍ତୁ। ଏହି ଅଭିଯାନ ଆଶା ଏବଂ ନବସୃଜନର ପ୍ରତୀକ ହେଉ।” ଦି ଗାର୍ଡିଆନ୍ ଖବରକାଗଜର ରିପୋର୍ଟ ଅନୁଯାୟୀ ସେ ନଭେମ୍ବରରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୁଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ଅସନ୍ତୁଷ୍ଟ ଥିବାରୁ ସେ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି ଏବଂ ସେ ବିଶ୍ୱାସ କରନ୍ତି ଯେ, ଆମେରିକୀୟ ଲୋକମାନେ ଭଲ କରିପାରିବେ।
ନୂଆଦିଲ୍ଲୀ: ୨୦୨୪ ଆଇପିଏଲ୍ ଏବେ ଧୁମଧାମରେ ଆରମ୍ଭ ହୋଇଛି। ପ୍ରତିବର୍ଷ ପରି ଏଥର ପୁଣି ଆଇପିଏଲ୍ ଙ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହର ବାତାବରଣ। ଏହା ସହିତ ଶାହାରୁଖ ଖାନଙ୍କ ଦଳ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ଏକ ଭଲ ଆରମ୍ଭ କରିଛି। ଚଳିତ ଆଇପିଏଲ୍ ର ତୃତୀୟ ମ୍ୟାଚ୍ ରେ କୋଲକାତା ନାଇଟ୍ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ୪ ରନ୍ ରେ ପରାସ୍ତ କରିଛି। ଏହି ବିଶେଷ ଅବସରରେ ଦଳକୁ ଉତ୍ସାହିତ କରିବା ପାଇଁ ଶାହାରୁଖ ଖାନ କୋଲକାତାରେ ପହଞ୍ଚିଥିଲେ।
ଏହି ସମୟରେ ଅଭିନେତା ଷ୍ଟାଡିୟମରେ ଧୂମପାନ କରୁଥିବା ଦେଖିବାକୁ ମିଳିଥିଲା। ଏହି କାରଣରୁ ଶାହାରୁଖ ଖାନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେପଟେ ଆଇପିଏଲ ସହ ଜଡିତ ବିବାଦ ସହିତ ଶାହାରୁଖଙ୍କର ଏକ ପୁରୁଣା ସମ୍ପର୍କ ଅଛି। ଆଜି ଆମେ ଆପଣଙ୍କୁ ସୁପରଷ୍ଟାର ସହିତ ଜଡିତ ଏପରି ଏକ ଘଟଣା କହିବାକୁ ଯାଉଛୁ, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
୨୦୧୨ ମସିହାର କାହାଣୀ। ଯେତେବେଳେ ଆଇପିଏଲର ୫ମ ସଂସ୍କରଣ ଚାଲିଥିଲା। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ଏକ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ମ୍ୟାଚ୍ ପରେ ଶାହାରୁଖ ଖାନ ତାଙ୍କ ଝିଅ ସୁହାନା ଖାନଙ୍କ ସହ ପଡ଼ିଆକୁ ଆସିଥିଲେ। କିନ୍ତୁ ମଧ୍ୟଭାଗରେ ସୁରକ୍ଷାକର୍ମୀ ସେମାନଙ୍କୁ ଯିବାକୁ ଅଟକାଇଥିଲେ। ଏଭଳି ପରିସ୍ଥିତିରେ କିଙ୍ଗ ଖାନ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ କରି ତାଙ୍କୁ ଠେଲି ଦେଇଥିଲେ। ଏହି ଘଟଣା ପରେ ଏମସିଏ ଶାହାରୁଖଙ୍କୁ ୱାନଖେଡେ ଷ୍ଟାଡିୟମରୁ ୫ ବର୍ଷ ପାଇଁ ବାରଣ କରିଥିଲା।
ତେବେ ଶାହାରୁଖଙ୍କ ସମର୍ଥନରେ ଆଇପିଏଲ୍ ଚେୟାରମ୍ୟାନ୍ ତଥା ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଆଗକୁ ଆସିଥିଲେ। ବିସିସିଆଇ ଦ୍ୱାରା ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। କିନ୍ତୁ ଏମସିଏ କହିଥିଲା ଯେ, ସେମାନେ ନିଜ ନିଷ୍ପତ୍ତିରୁ ଫେରିବେ ନାହିଁ। ଏଭଳି ପରିସ୍ଥିତିରେ ଶାହାରୁଖଙ୍କ ଯୋଗୁଁ ଏମସିଏ ଏବଂ ବିସିସିଆଇ ମଧ୍ୟରେ ମୁହାଁମୁହିଁ ହେବା ଭଳି ପରିସ୍ଥିତି ଉପୁଜିଥିଲା। ତେବେ ୪ ବର୍ଷ ପରେ ସେ ଏହି ପ୍ରସଙ୍ଗରେ କ୍ଳିନ ଚିଟ ପାଇଥିଲେ।
ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍ (CSK) ଆଇପିଏଲ୍ ୨୦୨୪ରେ କ୍ରମାଗତ ଦ୍ୱିତୀୟ ବିଜୟ ପଞ୍ଜିକରଣ କରିଛି। ଏଥର ଗୁଜୁରାଟ ଦଳ CSK ଠାରୁ ପରାସ୍ତ ହୋଇଛି। ଶୁଭମାନ ଗିଲଙ୍କ ଅଧିନାୟକତ୍ୱରେ ଗୁଜୁରାଟକୁ ଚେନ୍ନାଇ ୬୩ ରନରେ ପରାସ୍ତ କରିଛି। ସାଇ ସୁଦର୍ଶନ ଗୁଜୁରାଟ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ରିଜରେ ରହିଥିଲେ ମଧ୍ୟ ଚେନ୍ନାଇ ବୋଲରମାନେ ତାଙ୍କୁ ପୁରା ନିୟନ୍ତ୍ରଣରେ ରଖିଥିଲେ। ୩ ଚୌକା ସହାୟତାରେ ସୁଦର୍ଶନ ୩୭ ରନ୍ ସ୍କୋର କରିଥିଲେ ମଧ୍ୟ ତାଙ୍କ ଇନିଂସ ଟାଇଟାନ୍ସକୁ ବିଜୟ ସୀମା ଅତିକ୍ରମ କରିବାରେ ସାହାଯ୍ୟ କରିପାରି ନଥିଲା।
ଏହି ମ୍ୟାଚରେ ଗୁଜୁରାଟ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ଆଦୌ ସେମାନଙ୍କ ସପକ୍ଷରେ କାମ କରିନଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୬ ରନ୍ କରିଥିଲା। CSK ପାଇଁ, ଶିବମ୍ ଦୁବେ ୨ ଚୌକା ଓ ୫ ଛକା ସହାୟତାରେ ୫୧ (୨୩ ବଲ) ର ଚମତ୍କାର ଇନିଂସ ଖେଳିଥିଲେ। ତା’ପରେ ଚେନ୍ନାଇ ବୋଲରମାନେ ଗୁଜୁରାଟ ବ୍ୟାଟ୍ସମ୍ୟାନ୍ ଙ୍କୁ ଟାର୍ଗେଟ ପୂରଣ କରିବା ଲାଗି ସୁଯୋଗ ଦେଇନଥିଲେ ଏବଂ ସମୟ ସମୟରେ ପାଭିଲିୟନକୁ ରାସ୍ତା ଦେଖାଇ ଏକପାଖିଆ ମ୍ୟାଚ୍ ଜିତିଥିଲେ।
୨୦୭ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ଗୁଜୁରାଟ ଟାଇଟାନ୍ସର ଭଲ ଆରମ୍ଭ ନଥିଲା। ଦଳକୁ ପ୍ରଥମ ଝଟକା ଅଧିନାୟକ ଗିଲଙ୍କ ରୂପରେ ଆସିଥିଲା, ଯିଏ ତୃତୀୟ ଓଭରରେ ୧ ଟି ସହାୟତାରେ ମାତ୍ର ୮ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ତା’ପରେ ପଞ୍ଚମ ଓଭରରେ ଦଳ ଋଦ୍ଧିମାନଙ୍କ ରୂପରେ ଦ୍ୱିତୀୟ ୱିକେଟ ହରାଇଲା, ଯିଏ ୪ ଚୌକା ସହାୟତାରେ ୨୧ ରନ (୧୭ ବଲ) ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ।
ତା’ପରେ ବିଜୟ ଶଙ୍କର ତୃତୀୟ ଶିକାର ହୋଇଥିଲେ, ଯିଏ ଅଷ୍ଟମ ଓଭରରେ ୧ ଛଅ ସହାୟତାରେ ୧୨ (୧୨) ରନ୍ ଆଉଟ୍ ହୋଇଥିଲେ। ତା’ପରେ ଦ୍ୱାଦଶ ଓଭରରେ ତୁଷାର ଦେଶପାଣ୍ଡେ ଡେଭିଡ ମିଲରଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଲେ। ମିଲର୍ ୩ ଚୌକା ସହାୟତାରେ ୨୧ (୧୬ ବଲ୍) ସ୍କୋର କରିଥିଲେ। ତା’ପରେ ୧୫ ତମ ଓଭରରେ ଦଳ ସାଇ ସୁଦର୍ଶନଙ୍କ ରୂପରେ ପଞ୍ଚମ ଝଟକା ପାଇଲା, ଯିଏକି ଦୀର୍ଘ ସମୟ ଧରି କ୍ରିଜରେ ଥିଲେ। ୩ ଟି ଚୌକା ସହ ସୁଦର୍ଶନ ୩୭ ରନ୍ (୩୧ ବଲ) ସ୍କୋର କରିଥିଲେ।
ଏହା ପରେ ଅଜମତୁଲ୍ଲା ଉମରଜାଇ ୧୬ ତମ ଓଭରରେ ତୁଷାର ଦେଶପାଣ୍ଡେଙ୍କ ଶିକାର ହୋଇଥିଲେ। ଉମରଜାଇ ୧ ଚୌକା ସହିତ ୧୧ (୧ଓ ବଲ) ସ୍କୋର କରିଥିଲେ। ତା’ପରେ ପରବର୍ତ୍ତୀ ଓଭରରେ ରସିଦ ଖାନ ମାତ୍ର ୧ ରନ୍ ସ୍କୋର କରି ଆଉଟ ହୋଇଥିଲେ। ସେହିପରି ରାହୁଲ ତେୱାଟିଆ (୦୬) ୧୯ ତମ ଓଭରରେ ଆଉଟ୍ ହୋଇଥିଲେ।
ଚେନ୍ନାଇ ପାଇଁ ଦୀପକ ଚହର, ମୁସ୍ତାଫିଜୁର ରହମାନ ଏବଂ ତୁଷାର ଦେଶପାଣ୍ଡେ ୨-୨ ୱିକେଟ୍ ନେଇଥିଲେ। ଏହି ସମୟରେ ତୁଷାର ୪ ଓଭରରେ ୨୧ ରନ୍, ଦୀପକ ୨୮ ଏବଂ ମୁସ୍ତାଫିଜୁର ୩୦ ରନ୍ ଖର୍ଚ୍ଚ କରିଥିଲେ। ଏହା ବ୍ୟତୀତ ଡାରିଲ ମିଚେଲ ଏବଂ ମଥିଶା ପଥିରାନାଙ୍କୁ ୧-୧ରେ ସଫଳତା ମିଳିଥିଲା।
ମେଷ: ଧାର୍ମିକ ଯାତ୍ରା ହେଉଛି ଦେବ ଦର୍ଶନଙ୍କର ସମଷ୍ଟି । ବୈବାହିକ କାର୍ଯ୍ୟର ଡିଜାଇନ୍ ଘରେ କରାଯିବ। କାର୍ଯ୍ୟ ବ୍ୟବସାୟରେ ମଧ୍ୟ ଦିନଟି ଲାଭଦାୟକ ହେବ । ପୁରୁଣା ପରିଚିତମାନଙ୍କୁ ଭେଟିବେ । ଛୋଟ ଜିନିଷକୁ ଅଣଦେଖା କରନ୍ତୁ ।
ବୃଷ: ଆଜି ଅର୍ଥର ଖର୍ଚ୍ଚ ଆୟଠାରୁ ଅଧିକ ହେବ, ତଥାପି ଦିନସାରା ମାନସିକ ସ୍ତରରେ ଖୁସି ରହିବ। ଘରେ ଅବିବାହିତ ସମ୍ପର୍କ ବିଷୟରେ ଆଲୋଚନା ଚାଲିବ। ମୂଲ୍ୟବାନ ଜିନିଷ କିଣିବାରେ ଖର୍ଚ୍ଚ ହେବ। ଆଜି କାର୍ଯ୍ୟ କ୍ଷେତ୍ରରୁ ସୀମିତ ଲାଭ ମିଳିବ।
ମିଥୁନ: ଅବହେଳା ହେତୁ, କରାଯାଇଥିବା କାର୍ଯ୍ୟରେ ବାଧା ଆସିବ। ଲାଭର ଚୁକ୍ତି ହେବାର ସମ୍ଭାବନା ଅଛି, କିନ୍ତୁ ଗୋଡରେ ବାଧା ସୃଷ୍ଟି ହେତୁ ଦ୍ୱନ୍ଦ୍ୱରେ ପଡ଼ିବେ।
କର୍କଟ: ସରକାରୀ କାର୍ଯ୍ୟ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିବ, କିନ୍ତୁ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟରେ ଏହାର ସମାଧାନ ମିଳିବ। ଆଜି କାର୍ଯ୍ୟକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରେ। ଏଥିପାଇଁ ମଧ୍ୟ ଖର୍ଚ୍ଚ ହେବ ।
ସିଂହ: କାର୍ଯ୍ୟ କ୍ଷେତ୍ରରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ହେତୁ ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ । ପିଲାମାନଙ୍କ ପାଇଁ ଖର୍ଚ୍ଚ ବୃଦ୍ଧି ପାଇବ, ମହିଳାମାନେ ଅସଂଗଠିତ ପରିବାର ପରିଚାଳନାରେ ଅଧିକ ବ୍ୟସ୍ତ ରହିବେ । ଘନିଷ୍ଠ ସମ୍ପର୍କୀୟଙ୍କଠାରୁ ଭଲ ଖବର ଗ୍ରହଣ କରାଯିବ । ମଧ୍ୟାହ୍ନ ପରେ ହିଁ ଟଙ୍କା ଲାଭ ହେବ ।
କନ୍ୟା: ଆଜିର ନିତ୍ୟକର୍ମ ଅସମାନ ହେବ । ଆଜିର ପ୍ରଥମାର୍ଦ୍ଧ ପରିବାରରେ ଅସନ୍ତୋଷ ହେତୁ ଅଶାନ୍ତ ରହିବ, ଆପଣ ଏହାର କାରଣ ହୋଇ ରହିବେ । କାର୍ଯ୍ୟ କ୍ଷେତ୍ରରେ ଭଲ ଅଭିଜ୍ଞତା ରହିବ ନାହିଁ । ଅର୍ଥର ଲାଭ ପାଇଁ ଆପଣଙ୍କୁ ଆଜି କାମ କରିବାକୁ ପଡିବ ।
ତୂଳା: ଆଜି କାର୍ଯ୍ୟକ୍ଷେତ୍ରରେ ଅଧିକାରୀଙ୍କ ଉତ୍ସାହ ସହିତ ପ୍ରଗତିର ରାସ୍ତା ଖୋଲାଯିବ। ବ୍ୟବସାୟରେ ଲାଭ ପାଇବା ପାଇଁ ଏହା ଟିକିଏ କଠିନ ପରିଶ୍ରମ ନେଇପାରେ, କିନ୍ତୁ ଫଳାଫଳ ଆଶ୍ଚର୍ଯ୍ୟଜନକ ହେବ ।
ବିଛା: ସ୍ୱର ଏବଂ ଆଚରଣକୁ ସଂଯମ ରଖନ୍ତୁ, ନଚେତ୍ ସମ୍ମାନ ହ୍ରାସ ହୋଇପାରେ। ସରକାରୀ କାର୍ଯ୍ୟରୁ ଦୂରେଇ ରହିବା ପାଇଁ ନିଷ୍ପତ୍ତି ବୋଧହୁଏ ଆପଣଙ୍କ ବିପରୀତ ହେବ। ଆଜି ଟଙ୍କା ରୋଜଗାରର ସମ୍ଭାବନା କମ୍ କିନ୍ତୁ ଯେତେବେଳେ ଏହା ଘଟେ ଏହା ଦୁର୍ଘଟଣାଜନକ ହେବ।
ଧନୁ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ନହେବା ଏକ ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ । ପରିବାର ସଦସ୍ୟଙ୍କଠାରୁ ସମାନ ସମର୍ଥନ ପାଇବା ଦ୍ୱାରା ମାନସିକ ଶାନ୍ତି ମିଳିବ । ଆଜି ମହିଳାଙ୍କ ସ୍ବାସ୍ଥ୍ୟ ହେତୁ ଘର କାମ ଛିନ୍ନଛତ୍ର ହୋଇ ରହିବ, ଥଣ୍ଡା ସାମଗ୍ରୀ ପାଇଁ ସଞ୍ଚୟ କରନ୍ତୁ ନାହିଁ । ବନ୍ଧୁମାନେ ମଧ୍ୟ ସମର୍ଥିତ ହେବେ ।
ମକର: ଆଜି କାର୍ଯ୍ୟ କ୍ଷେତ୍ର ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡିପାରେ। ଅଧିକ ଅଂଶ ପାଇଁ ଦୈଡ଼ିବା କାରଣରୁ ପ୍ରକୃତିର ଥକ୍କା ଏବଂ ରୁଗ୍ଣତା ହେତୁ ପ୍ରେମ ସମ୍ପର୍କକୁ ଖରାପ କରିବାର ସମ୍ଭାବନା ଅଛି। ଯାତ୍ରା ସମୟରେ ଯାନବାହନ ଆଘାତ ହୋଇପାରେ। ବିପଦପୂର୍ଣ୍ଣ କାର୍ଯ୍ୟରୁ ଦୂରରେ ରୁହନ୍ତୁ ଆଜି, ପରିବାରର ମହିଳାମାନେ ଏହାକୁ ଗ୍ରହଣ ନକରିବାରୁ ଦୁଃଖିତ ହେବେ।
କୁମ୍ଭ: ଆଜି ମଧ୍ୟ ଆପଣଙ୍କ ସପକ୍ଷରେ ରହିବ । କିନ୍ତୁ ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିବ। ପୁରୁଣା ଝୁଲୁଥିବା କାର୍ଯ୍ୟଗୁଡ଼ିକ ଗତି ଲାଭ କରିବ। ନୂତନ ଯୋଜନାଗୁଡିକ ଅଧିକ ଫଳପ୍ରଦ ହେବ। ସାମାଜିକ କାରଣରୁ ଆପଣ ଆଜି ଅଧିକ ବ୍ୟସ୍ତ ରହିପାରିବେ। ଆଜି ସରକାରୀ କାର୍ଯ୍ୟ କରିବା ଠିକ୍ ହେବ ନାହିଁ, ଯଦି ଆପଣଙ୍କ ପାଇଁ କରାଯାଇଥାଏ, ତେବେ ଆପଣଙ୍କୁ ସଫଳତା ମିଳିବ ନାହିଁ ।
ମୀନ: ଆଜି ମଧ୍ୟ ଆପଣଙ୍କୁ ଶୁଭ ଫଳାଫଳ ଦେବାକୁ ଯାଉଛି। ଆଜି ତୁମେ ତୁମର କୈଶଳ ସହିତ କାହା ଉପରେ ଜିତିବ। ସରକାରୀ କିମ୍ବା ଅସ୍ଥାବର ସମ୍ପତ୍ତିକୁ ଦଲିଲ କରିବା ପାଇଁ ଆଜି ଶୁଭ ଦିନ। ବ୍ୟବସାୟରେ ବିନିଯୋଗ ଭବିଷ୍ୟତ ପାଇଁ ଲାଭଦାୟକ ହେବ।
ନୂଆଦିଲ୍ଲୀ: ଏଥର ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଏଥର ମେଟା ପ୍ଲାଟଫର୍ମର ସିଇଓ ମାର୍କ ଜୁକରବର୍ଗଙ୍କୁ ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା 2024 ରେ ଦେଖିବାକୁ ମିଳିଛି। ଯଦିଓ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରି ନାହାନ୍ତି। କିନ୍ତୁ 2024 ମସିହାରେ ସେ ଧନ ସଂଗ୍ରହ ଦୃଷ୍ଟିରୁ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି। ମେଟାର ସେୟାରରେ ଅହେତୁକ ବୃଦ୍ଧି ହେତୁ ତାଙ୍କ ସମ୍ପତ୍ତି ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି।
ତାଲିକାରୁ ବାଦ ପଡିଲେ ବେଟନକୋର୍ଟ ମାୟର୍ସ ଏବଂ ବର୍ଟ୍ରାଣ୍ଡ ପିଚ୍
ସବୁଠାରୁ ବଡ ଝଟକା ବେଟନକୋର୍ଟ ମାୟର୍ସ ଏବଂବର୍ଟ୍ରାଣ୍ଡ ପିଚ୍ ଙ୍କୁ ଲାଗିଛି। ସେ ଦୁହେଁ ଏହି ତାଲିକାରୁ ବାଦ ପଡିଛନ୍ତି। ଟେସଲା ସିଇଓ ଏଲୋନ୍ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି। ଚାଲନ୍ତୁ ଏହି ସଂପୂର୍ଣ୍ଣ ତାଲିକା ଉପରେ ନଜର ପକାଇବା……
ଏଲୋନ୍ ମସ୍କ (231 ବିଲିୟନ ଡଲାର)
ଟେସଲା ଏବଂ ସ୍ପେସ୍ ଏକ୍ସର ସଫଳତା ଉପରେ ବସିଥିବା ଏଲୋନ୍ ମସ୍କ ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସେ ଗତ ଚାରି ବର୍ଷ ମଧ୍ୟରେ ତିନିଥର ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି।
ଜେଫ୍ ବେଜୋସ୍ (185 ବିଲିୟନ ଡଲାର)
ଏହି ତାଲିକାରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଆମାଜନର କ୍ଲାଉଡ୍ କମ୍ପ୍ୟୁଟିଂ କମ୍ପାନୀ ଭଲ ପ୍ରଦର୍ଶନ କରିଛି। ଏହି କାରଣରୁ, ବେଜୋସଙ୍କ ସମ୍ପତ୍ତି 57 ପ୍ରତିଶତ ବୃଦ୍ଧି ପାଇଛି।
ବର୍ଣ୍ଣାଡ ଆର୍ନାଲ୍ଟ (175 ବିଲିୟନ ଡଲାର)
LVMH ଦ୍ଵାରା ବିପୁଳ କ୍ଷତି ସତ୍ତ୍ୱେ ବର୍ଣ୍ଣାଡ ଆର୍ନାଲ୍ଟ ଏହି ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ମାର୍କ ଜୁକରବର୍ଗ (158 ବିଲିୟନ ଡଲାର)
ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ଚଳିତ ବର୍ଷ ଦ୍ୱିଗୁଣିତ ହୋଇଛି। ମେଟାର ସେୟାର ବୃଦ୍ଧି ହେତୁ ସେ ଏହି ତାଲିକାର ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି।
ଲ୍ୟାରି ଏଲିସନ (144 ବିଲିୟନ ଡଲାର)
ଓରାକେଲ ଦ୍ଵାରା କ୍ଲାଉଡ୍ ସେବାରେ ଦ୍ରୁତ ଅଗ୍ରଗତି ହେତୁ ଲ୍ୟାରି ଏଲିସନ ଏହି ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି। 2024 ରେ ତାଙ୍କର ସମ୍ପତ୍ତି 44 ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି।
ୱାରେନ୍ ବଫେଟ୍ (144 ବିଲିୟନ ଡଲାର)
ପ୍ରସିଦ୍ଧ ନିବେଶକ ୱାରେନ୍ ବଫେଟ୍ ମଧ୍ୟ ତାଙ୍କ ନିବେଶ ଆଧାରରେ ଚଳିତ ବର୍ଷ ତାଲିକାରେ ସ୍ଥାନ ପାଇଛନ୍ତି।
ଷ୍ଟିଭ୍ ବାଲମର୍ (143 ବିଲିୟନ ଡଲାର)
ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ଷ୍ଟିଭ୍ ବାଲମରଙ୍କ ସମ୍ପତ୍ତି 41 ପ୍ରତିଶତ ବୃଦ୍ଧି ପାଇଛି। କମ୍ପାନୀର ସେୟାରରେ ଅହେତୁକ ବୃଦ୍ଧି ଯୋଗୁଁ ଏହା ଘଟିଛି। ସେ ଏହି ତାଲିକାରେ 7 ନମ୍ବରରେ ଅଛନ୍ତି।
ବିଲ୍ ଗେଟ୍ସ (138 ବିଲିୟନ ଡଲାର)
ବିଲ୍ ଗେଟ୍ସ ତାଙ୍କ ନିବେଶ ଆଧାରରେ ତାଲିକାରେ ଅଷ୍ଟମ ସ୍ଥାନ ହାସଲ କରିଛନ୍ତି। 2024 ରେ ତାଙ୍କର ସମ୍ପତ୍ତି 25 ପ୍ରତିଶତ ବୃଦ୍ଧି ପାଇଛି।
ଲ୍ୟାରି ପେଜ୍ (123 ବିଲିୟନ ଡଲାର)
ଲ୍ୟାରି ପେଜ୍ ଙ୍କ ସମ୍ପତ୍ତି ପ୍ରାୟ 64 ପ୍ରତିଶତ ବୃଦ୍ଧି ପାଇଛି ଏବଂ ସେ ଏହି ତାଲିକାରେ 9 ନମ୍ବରରେ ଅଛନ୍ତି।