Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କେନ୍ଦ୍ରକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି: ଗ୍ଲୋବାଲ ଟେଣ୍ଡର କରି ରାଜ୍ୟକୁ ଟୀକା ଦେବାକୁ ଅନୁରୋଧ କଲେ

ଭୁବନେଶ୍ବର: କୋଭିଡ ଟୀକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ନିକଟକୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର ଗ୍ଲୋବାଲ ଟେଣ୍ଡର କରି ରାଜ୍ୟଗୁଡିକୁ ଟୀକା ଦେବା ପାଇଁ ଅନୁରୋଧ କରିଛନ୍ତି। ନଚେତ ଟୀକା କିଣିବା ପାଇଁ ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦିଆଯାଉ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନବ ଦାସ କହିଛନ୍ତି। ରାଜ୍ୟରେ ଗ୍ଲୋବାଲ ଟେଣ୍ଡର ପ୍ରତି କମ୍ପାନୀଗୁଡିକ ଆଗ୍ରହ ଦେଖାଉନଥିବାରୁ ନବ ଦାସ ଏଭଳି ଚିଠି ଲେଖି କେନ୍ଦ୍ରକୁ ଜଣାଇଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ଓଡିଶାରେ ଗ୍ଲୋବାଲ ଟେଣ୍ଡର ପାଇଁ କୌଣସି କମ୍ପାନୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁଇ ସ୍ଵଦେଶୀ ଟୀକା କମ୍ପାନୀ ଭାରତ ବାୟୋଟେକ ଏବଂ ସେରମ ଇନଷ୍ଟିଚ୍ୟୁଟ ଭାଗ ନେଇନଥିଲେ। ସେଥିପାଇଁ ନିୟମକୁ କୋହଳ କରି ସମୟ ଘୁଞ୍ଚାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁଇ ଦିନ ପରେ ମୌସୁମୀ ପହଞ୍ଚିବା ସମ୍ଭାବନା: ଚଳିତ ବର୍ଷ ସ୍ଵାଭାବିକ ହେବ ବର୍ଷା

ନୂଆଦିଲ୍ଲୀ: ଦୁଇ ଦିନ ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ ବୋଲି ଅନୁମାନ କରାଯାଇଛି। ଆସନ୍ତା ୩ ତାରିଖ ଦିନ କେରଳରେ ମୌସୁମୀ ବାୟୁ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଜୁନ ୧ ତାରିଖରୁ ଦକ୍ଷିଣ ପଶ୍ଚିମ ବାୟୁ ବହିବା ଆରମ୍ଭ କରିବ। ଏହାଦ୍ବାରା କେରଳ ଏବଂ ଆଖ ପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏପରିକି ୩ ତାରିଖ ଦିନ କେରଳରେ ମୌସୁମୀ ସ୍ପର୍ଶ କରିବ ବୋଲି ଆଶା କରାଯାଉଛି।

ତେବେ ଚଳିତ ବର୍ଷ ବର୍ଷା ସ୍ଵାଭାବିକ ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଚଳିତ ବର୍ଷ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ପୁଣି ଚୀନରେ କରୋନା ମାମଲା ଚିହ୍ନଟ: ଦେଶର ଅନେକ ଅଞ୍ଚଳରେ ଜାରି ହେଲା କଟକଣା

ନୂଆଦିଲ୍ଲୀ: କରୋନା ଭୂତାଣୁ ସମଗ୍ର ବିଶ୍ଵକୁ କବଳିତ କରି ରଖିଛି। କିନ୍ତୁ ଯେଉଁ ଦେଶରୁ ଏହାର ଉତ୍ପତ୍ତି ହୋଇଛି, ସେଠାରେ ସଂକ୍ରମଣ ହ୍ରାସ ପାଇଛି। ଚୀନରୁ ଏହି ଭୂତାଣୁର ଉତ୍ପତ୍ତି ହୋଇ ସାରା ବିଶ୍ଵକୁ ବ୍ୟାପୀଯାଇଥିବା ବେଳେ ସେଠାରେ ସଂକ୍ରମଣ ଆଉ ଦେଖିବାକୁ ମିଳିନଥିଲା। କିନ୍ତୁ ପୁଣି ଚୀନରେ ଏବେ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ୨୩ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦ ତାରିଖ ଦିନ ୨୭ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଫଳରେ ଚୀନର ଗ୍ବାନଗନ୍ଦୋଗ ଅଞ୍ଚଳରେ କଟକଣା ଲଗାଯାଇଛି। ଏହି ଅଞ୍ଚଳରୁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏହାସହ ଏହି ଅଞ୍ଚଳକୁ ଆସୁଥିବା ଲୋକଙ୍କୁ ମଧ୍ୟ କୋଭିଡ ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ସେଥିପାଇଁ ସହରର ସବୁ ଅଞ୍ଚଳରେ କୋଭିଡ ପରୀକ୍ଷା ଲ୍ୟାବ ସ୍ଥାପିତ କରାଇ ଟେଷ୍ଟିଙ୍ଗକୁ ବୃଦ୍ଧି କରାଯାଇଛି। ହଙ୍ଗକଙ୍ଗ ସୀମାକୁ ଗ୍ବାନଗନ୍ଦୋଗ ଅଞ୍ଚଳ ଲାଗିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ: ଏପ୍ରିଲରେ ହୋଇଥିଲେ ସଂକ୍ରମିତ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚଳିତ ବର୍ଷ ଏପ୍ରିଲ ମାସରେ ୬୧ ବର୍ଷୀୟ ରମେଶ ପୋଖରିଆଲ କରୋନାରେ ସଂକ୍ରମିତ ହୋଇଥିଲେ। କରୋନା ପରବର୍ତ୍ତୀ ସମସ୍ୟା ଯୋଗୁଁ ସେ ଅସୁସ୍ଥତା ଅନୁଭବ କରୁଛନ୍ତି। ତେଣୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।

Categories
ଆଞ୍ଚଳିକ

ଚିଲିକା: ନାଭାଲ ଫାଣ୍ଡିରେ ନୂତନ ଅଧିକାରୀ ଭାବେ ଦାୟିତ୍ଵ ନେଲେ ଏସଆଇ ଦିଲୀପ ସାହୁ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡିରେ ନୂତନ ଫାଣ୍ଡି ଅଧିକାରୀ ଭାବେ ଯୋଗଦେଇଛନ୍ତି ଏସଆଇ ଦିଲୀପ ସାହୁ। ଶ୍ରୀ ସାହୁ ଦୀର୍ଘ ଏକ ବର୍ଷ ହେଲା ବାଲୁଗାଁ ଥାନାରେ କାର୍ଯ୍ୟରତ ଅଛନ୍ତି। ତେବେ ନିକଟରେ ପୂର୍ବତନ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ଙ୍କ ଆଇଆଇସି ଭାବେ ଗଜପତି ଜିଲ୍ଲାକୁ ପଦୋନ୍ନତି ହୋଇଥିବାରୁ ଫାଣ୍ଡି ଅଧିକାରୀ ପଦବୀ ଖାଲି ପଡିଥିଲା।

ଏହି ପରିପ୍ରେକ୍ଷୀରେ ଗତ ୨୬ ତାରିଖରେ ଖୋର୍ଦ୍ଧା ଏସପି ଦିଲୀପ ସାହୁଙ୍କୁ ନାଭାଲ ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ତେବେ ନାଭାଲ ଫାଣ୍ଡି ଚିଲିକାର ଏକ ଗୁରୁତ୍ୱପୂର୍ଣ ଅଞ୍ଚଳ ହୋଇଥିବାହେତୁ ଉକ୍ତ ଅଞ୍ଚଳରୁ ଚୋରା ମଦ ବେପାର ବନ୍ଦ କରିବା ସହ ଅପରାଧ ମୁକ୍ତ କରିବା ପ୍ରଥମ ପ୍ରାଥମିକତା ରହିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଅତ୍ୟାଧୁନିକ ଯୁଗରେ ତିଷ୍ଠି ରହିଛି ପ୍ରାଚୀନ ଗୋସେବା, ଲୋକଙ୍କ ଭିତରେ ବୃଦ୍ଧି ପାଉଛି ଆଗ୍ରହ

ସୁବାସ କୁମାର ତାରଣିଆଁ

କେଉଁ ଅନାଦି କାଳରୁ ମନୁଷ୍ୟ ଓ ପଶୁପକ୍ଷୀମାନଙ୍କ ମଧ୍ୟରେ ରହିଆସିଛି ନିବିଡ଼ ସମ୍ପର୍କ। ପଶୁପକ୍ଷୀ ହେଲେ ବି ଏମାନଙ୍କ ବୁଝିବାର ଶକ୍ତି ମଣିଷଙ୍କଠାରୁ କୌଣସି ଗୁଣରେ କମ୍ ନୁହଁ । ଏଥିପାଇଁ ଲୋକମାନେ ଘରେ କୁକୁର, ବିଲେଇ, ଶୁଆ, ଶାରୀ ଆଦି ପୋଷୁଥିଲେ । ଏହି ପଶୁପକ୍ଷୀମାନଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ଗ୍ରହଣ କରିବା, ସେମାନଙ୍କ ସହିତ ଉତ୍ତମ ଆଚରଣ ଓ ଉଚ୍ଚାରଣ କରିବା ଦ୍ୱାରା ଖୁବ୍ କମ୍ ଦିନରେ ସେମାନେ ଅତି ଆପଣାର ପାଲଟିଯାଆନ୍ତି ଏବଂ ମଣିଷର ସୁଖ ଦୁଃଖରେ ଭାଗୀ ହୁଅନ୍ତି ।

ଏବେ କିନ୍ତୁ ସମୟ ବଦଳିଯାଇଛି। ବଳଦଙ୍କ ବଂଶ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ଷଣ୍ଢଟିଏ ବୟସ ହୋଇଗଲାଣି। ଚରି ବୁଲିବାକୁ ଆଉ ସକ୍ଷମ ନାହିଁ । ଖାଦ୍ୟ ଅନ୍ୱେଷଣରେ ଯାହା ବାଡ଼ି ବଗିଚାରେ ପଶୁଛି, ସେ ମାର ମାର, ଧରଧର କରୁଛି । ମାଡ଼ ଭୟରେ ତଥା ଖାଦ୍ୟ ଅନ୍ୱେଷଣରେ ଗାଁ ଛାଡ଼ି ନିକଟସ୍ଥ ବଜାରରେ ଆଶ୍ରୟ ନେଇଥିବା ଷଣ୍ଢଟି ଏ ବୁଢା ବୟସରେ ପାଣି ମୁନ୍ଦିଏ ପିଇବା ପାଇଁ ବଜାରର ଏ ଦୋକାନ, ସେ ଦୋକାନରେ ମୁହଁ ବଢାଉଛି, ହେଲେ ପାଣି ମୁନ୍ଦିଏ ମିଳୁନି ।

ଷଣ୍ଢଟିର ଏ ବିକଳ ରୂପ ଦେଖି ତା ପାଇଁ କିଛି ଚୋକଡ଼ ଆଉ ପାଣି ମୁନ୍ଦିଏ ଗୋଟିଏ ପାତ୍ରରେ ନେଇ ତାକୁ ପିଇବାକୁ ଦେଲାବେଳକୁ, ଜଣେ ପରିଚିତ ବ୍ୟକ୍ତି ଯିଏ ନିଜ ଗାଈଙ୍କ ଠାରୁ ସଂଗ୍ରହ କରିଥିବା ଦୁଗ୍‌ଧକୁ ବଜାରରେ ବିକ୍ରୟ କରିବାକୁ ଆସିଥିଲେ, ସେ ବ୍ୟକ୍ତିଜଣକ ମୋତେ କହିଲେ, ଏଇ ଗୋଟିଏ ଦିନ ଷଣ୍ଢଟିକୁ ପାଣି ମୁନ୍ଦିଏ ଦେଇଦେଲେ ଷଣ୍ଢଟିର ସବୁଦିନ ପାଇଁ କ’ଣ ଶୋଷ ମେଣ୍ଟିଯିବ? ମୁଁ ବି ଗୋସେବା କରୁଛି । ପ୍ରତିଦିନ ସକାଳେ, ମଧ୍ୟାହ୍ନରେ ଓ ସଞ୍ଜରେ ଗାଈମାନଙ୍କୁ ଖାଇବାକୁ ଦିଏ, ସେମାନଙ୍କର ଯତ୍ନ ନିଏ, ସେମାନଙ୍କୁ ବିଲକୁ ଚରାଇବାକୁ ନିଏ ।

ମୋ ଭଳି ତୁମେ ଗୋସେବା କରିପାରିବ ତ? ସେ ବ୍ୟକ୍ତିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଁ କହିଥିଲି, ଆପଣ ଭଲ ପ୍ରଶ୍ନଟିଏ କରିଛନ୍ତି । ସମୟ ଅଭାବରୁ ହୁଏତ ମୁଁ ଆପଣଙ୍କ ଭଳି ସବୁଦିନ ଗୋସେବା କରିନପାରେ କି ଆପଣଙ୍କ ଭଳି ପୂଣ୍ୟ କାମ କରିବା ମୋର ଉଦ୍ଦେଶ୍ୟ ନୁହେଁ, ଷଣ୍ଢଟିର କରୁଣ ଦୃଶ୍ୟ ଦେଖି, ତାକୁ ପାଣିମୁନ୍ଦିଏ ପିଇବାକୁ ଦେଉଥିଲି । କିନ୍ତୁ ଆପଣ କହିଲେ ମୁଁ ପ୍ରତିଦିନ ଗୋସେବା କରୁଛି, ତାଙ୍କୁ ଖାଇବାକୁ ଦେଉଛି, ସେମାନଙ୍କର ଯତ୍ନ ନେଉଛି, ପ୍ରତିବଦଳରେ ଆପଣ ସେମାନଙ୍କଠାରୁ କିଛି ପାଇବାର ଆଶା ରଖି ସେମାନଙ୍କ
ସେବା କରୁଛନ୍ତି ।

ବ୍ୟବସାୟ ଲକ୍ଷ୍ୟରେ ଅନେକ ଗୁଡ଼ିଏ ଗାଈମାନଙ୍କୁ ରଖି, ସେମାନଙ୍କ ଠାରୁ ଦୁଗ୍‌ଧ ସଂଗ୍ରହ କରି ତାକୁ ବଜାରରେ ବିକ୍ରି କରୁଛନ୍ତି । ଅଧିକ ଦୁଗ୍‌ଧ ସଂଗ୍ରହ ପାଇଁ ଗାଈମାନଙ୍କୁ କୃତ୍ରିମ ଔଷଧ ଓ ମାରାତ୍ମକ ଇଞ୍ଜେକସନ ଦେଇ କମ୍ ଦିନରେ ରୁଗ୍‌ଣ କରି ଦେଉଛନ୍ତି । ପରିଣତ ବୟସ ହୋଇଗଲେ ସେମାନଙ୍କୁ କଂସେଇ ହାତକୁ ଟେକିଦେଉଛନ୍ତି । ଅଣ୍ଡିରା ବାଛୁରୀଟିଏ ଜନ୍ମ ହେଲେ, ବୋଝ ଭାବି ତାକୁ ନେଇ କେଉଁ ଦୁର୍ଗମ ଅଞ୍ଚଳରେ ଛାଡ଼ିଦେଇ ଆସୁଛନ୍ତି ।

ଆପଣଙ୍କର ଗୋସେବା କରିବାର ମାନସିକତା କ’ଣ ଏଇଆ? ଆପଣ ପ୍ରକୃତରେ ଯଦି ଗୋସେବା କରୁଛନ୍ତି, ତେବେ ରାସ୍ତାଘାଟ, ବଜାରରେ ଅତି ଦୟନୀୟ ଅବସ୍ଥାରେ ବୁଲୁଥିବା ବୁଲା ଗୋରୁ, ଗାଈ, ଷଣ୍ଢମାନଙ୍କୁ ନେଇ ସେମାନଙ୍କର ସେବା, ଯତ୍ନ କରିପାରିବ, ସେମାନଙ୍କୁ ଦୁଇଓଳି ଖାଇବାକୁ ଦେଇପାରିବ? ଏହା ପରେ ସେ ବ୍ୟକ୍ତିଜଣଙ୍କ ମୋ ପ୍ରଶ୍ନର ଉତ୍ତର ଦେବାକୁ ଅସମର୍ଥ ହୋଇ ବାଟ କାଟି ଚାଲିଯାଇଥିଲେ ।

କେନ୍ଦ୍ରାପଡା ଜିଲ୍ଲା ଅସୁରେଶ୍ୱର ଗୋରକ୍ଷଣୀ କେନ୍ଦ୍ର ଓଡ଼ିଶାରେ ଏକ ପ୍ରସିଦ୍ଧ ଗୋସେବା କେନ୍ଦ୍ର ଭାବେ ପରିଚିତ। ୧୯୪୩ ମସିହାର ଘଟଣା। କେନ୍ଦ୍ରାପଡ଼ା ଜିଲ୍ଲାର ଅସୁରେଶ୍ୱର ନଦୀ କୂଳରେ ଜଣେ ହିନ୍ଦୁ ଯୁବକ, ତାଙ୍କର ଜଣେ ମୁସଲମାନ ବନ୍ଧୁଙ୍କ ସହିତ ବସି ଦୁଃଖ ସୁଖ ହେଉଥିବା ସମୟରେ କିଛି ମୁସଲମାନ ଲୋକ ଗୋଟିଏ ଗାଈକୁ ଜୋରଜବରଦସ୍ତ ନଦୀ କୂଳକୁ ନେଇଯାଉଥିଲେ ବୋଧହୁଏ ହତ୍ୟା କରିବା ଉଦ୍ଦେଶ୍ୟରେ । ଆସନ୍ନ ମୃତ୍ୟୁ ସମ୍ପର୍କରେ ସମ୍ଭବତଃ ସେହି ଗାଈଟି ଜାଣିପାରିଥିଲା। ତେଣୁ ସେ ଉଚ୍ଚସ୍ୱରରେ ରଡ଼ି ଛାଡ଼ିଥିଲା ନିଜ ଜୀବନ ବଞ୍ଚାଇବା ଲାଗି । ଗାଈଟିର ଏଭଳି କରୁଣ ଦୃଶ୍ୟ ଦେଖି ଦୁଇବନ୍ଧୁ ଉକ୍ତ ମୁସଲମାନ ଲୋକଙ୍କ ସହିତ ଦୀର୍ଘ ସମୟ ଯୁକ୍ତିତର୍କ, କଥା କଟାକଟି ପରେ ସେମାନେ ଗାଈଟିକୁ ଉଦ୍ଧାର କରିଥିଲେ ।

ସେହିଠାରେ ହିଁ ଏକ ଗୋସେବା କେନ୍ଦ୍ର ସ୍ଥାପନ କରାଯାଇଥିଲା ଯାହାର ନାମ ହେଉଛି ଅସୁରେଶ୍ୱର ଗୋରକ୍ଷଣୀ କେନ୍ଦ୍ର । କିଛି ସହୃଦୟ ବ୍ୟକ୍ତି ଓ ଗୋସେବକ ଏହି ଗୋସେବା କେନ୍ଦ୍ରର ତଦାରଖ କରୁଛନ୍ତି । ଇତି ମଧ୍ୟରେ ଏହି ଗୋସେବା କେନ୍ଦ୍ରଟି ୮୦ ବର୍ଷ ଅତିକ୍ରମ କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅସୁବିଧା ହୋଇନାହିଁ । କିଛି ପାଇବାର ଆଶା ନଥାଇ ଚାଲିଛି ଏହି ଗୋରକ୍ଷଣୀ କେନ୍ଦ୍ର । ଗୋସେବା ପାଇଁ ଉତ୍ସର୍ଗୀକୃତ ଭାବନା ଥିବା ବ୍ୟକ୍ତିମାନେ ଏଠାରେ ନିୟୋଜିତ ଅଛନ୍ତି, ଯେଉଁମାନେ କି ବିଭିନ୍ନ ଅଞ୍ଚଳ ବୁଲି ବୁଲି ଏହି ଗୋରକ୍ଷଣୀ ପାଇଁ ଖାଦ୍ୟ ସଂଗ୍ରହ କରିଥାନ୍ତି ।

ମୁର୍ମୁଷ ତଥା ଦୟନୀୟ ଭାବେ ବୁଲୁଥିବା ଗୋମାତାମାନଙ୍କୁ ଦେଖାଶୁଣା କରିବା ପାଇଁ ଏହି ଗୋରକ୍ଷଣୀକୁ ନେଇଆସନ୍ତି । ଏହା ସମଗ୍ର ଦେଶରେ ଏକ ବିରଳ ଗୋସେବା କେନ୍ଦ୍ର । କାରଣ କେବଳ ଶାରୀରିକ ଅକ୍ଷମ, ଅନ୍ଧ, ଦୁର୍ଘଟଣାଗ୍ରସ୍ତ, ହଡ଼ାବୁଢା, ରୋଗଗ୍ରସ୍ତ ତଥା ବିକୃତ ଗାଈଗୋରୁଙ୍କୁ ଏଠାରେ ରଖାଯାଇଥାଏ । ଏପରିକି ଏହି ଗୋସେବା କେନ୍ଦ୍ରରୁ ଦୁଗ୍‌ଧ ସଂଗ୍ରହ କରାଯାଏ ନାହିଁ କିମ୍ବା ମୁତ୍ର ଓ ଗୋବର ବିକ୍ରି କରାଯାଏ ନାହିଁ । ସେଠାରେ ଜନ୍ମ ନେଉଥିବା ଦାମୁଡ଼ି କିମ୍ବା ଛଡ଼ାଙ୍କୁ ବିକ୍ରି କରାଯାଏ ନାହିଁ ।

ଅନ୍ୟ ଗୋପାଳନ କେନ୍ଦ୍ର ବା ଗୋଶାଳା ଗୁଡ଼ିକ ପରି ଏଠାରେ ଗୋ-ପ୍ରଦର୍ଶନୀ କରାଯାଏ ନାହିଁ । ପବିତ୍ର ଗୋଷ୍ଠାଷ୍ଟମୀରେ ଗୋ ସମ୍ବର୍ଦ୍ଧନା କରାଯାଏ । ଗୋସେବା କ୍ଷେତ୍ରରେ ଉଭୟ ହିନ୍ଦୁ ଓ ମୁସଲମାନ ସଂହତିର ଏକ ଅଦ୍ଭୁତପୂର୍ବ ଅନୁଷ୍ଠାନ ଭାବରେ ସମଗ୍ର ବିଶ୍ୱରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛି ଏବଂ ବିରଳ ଗୋତୀର୍ଥ ଭାବେ ହିନ୍ଦୁ ଏବଂ ମୁସଲମାନ ମାନଙ୍କର ଭାବାବେଗ ସହିତ ଜଡ଼ିତ ହୋଇ ରହିଛି ।

ଏହା ଦ୍ୱାରା ରାଜ୍ୟ ଓ ଦେଶର ବହୁ ସ୍ଥାନରେ ଏପରି ଗୋସେବା କେନ୍ଦ୍ର ସ୍ଥାପନ ହୋଇପାରିଛି। ଗାଈଗୋରୁଙ୍କ ପ୍ରତି ହିଂସାଭାବ ଦୂର କରିବା, ଗୋରୁ ଗାଈଙ୍କ ପ୍ରତି ଶ୍ରଦ୍ଧା ଓ ସମବେଦନା ଜଣାଇବା ହିଁ ଏପରି ଗୋସେବା କେନ୍ଦ୍ରର ଉଦ୍ଦେଶ୍ୟ । ଆମ ରାଜ୍ୟରେ ଅନେକ ସ୍ଥାନରେ ବିଭିନ୍ନ ଗୋସେବା କେନ୍ଦ୍ର ସ୍ଥାପନ କରାଯାଇ ରାସ୍ତାଘାଟରେ ଅସହାୟ ଓ ରୋଗାଗ୍ରସ୍ତ ଅବସ୍ଥାରେ ବୁଲୁଥିବା ଗୋରୁ, ଗାଈମାନଙ୍କୁ ନେଇ ସେମାନଙ୍କ ସେବା ଶୁଶ୍ରୁଷା କରାଯାଉଛି । କିଛି ସହୃଦୟ ବ୍ୟକ୍ତି ନିଜ ସାମର୍ଥ୍ୟ ମୁତାବକ ଏହି ଗୋସେବା କେନ୍ଦ୍ରକୁ ଅର୍ଥ ପ୍ରଦାନ କରୁଛନ୍ତି ଯାହାଦ୍ୱାରା ଏହି ଗୋସେବା କେନ୍ଦ୍ର ସୁରୁଖୁରୁରେ ଚାଲୁଛି ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବହୁ ସ୍ୱେଚ୍ଛାସେବୀ ସଂଗଠନ ଅଛନ୍ତି, ଯେଉଁମାନେ କି ରାଜଧାନୀ ରାଜରାସ୍ତାରେ ରୋଗାଗ୍ରସ୍ତ ଓ ଦୁର୍ଘଟଣାଗ୍ରସ୍ତ ଗୋରୁଗାଈମାନଙ୍କୁ ନେଇ ସେମାନଙ୍କୁ ଚିିକିତ୍ସିତ କରାଇଥାନ୍ତି । ସେହିପରି ଅନେକ ସହୃଦୟ ବ୍ୟକ୍ତି ରାତି ପାହିଲେ ରାଜଧାନୀରେ ଖାଦ୍ୟ ଅନ୍ୱେଷଣରେ ବୁଲୁଥିବା ଗାଈ, ଗୋରୁ ଓ ଷଣ୍ଢମାନଙ୍କୁ ରୁଟି, କଦଳୀ, ସେଓ ଆଦି ବିଭିନ୍ନ ଖାଦ୍ୟ ପ୍ରଦାନ କରି ସେମାନଙ୍କ ତୃଷ୍ଣା ମେଣ୍ଟାଇଥାନ୍ତି ।

ଯଦି ପ୍ରଶାସନ ତରଫରୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯାଇ ଅଧିକ ପରିମାଣରେ ଗୋସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇ ପାରନ୍ତା, ତେବେ ଅସହାୟ ଅବସ୍ଥାରେ ବୁଲୁଥିବା ଗାଈ ଗୋରୁମାନଙ୍କୁ ଏହି ଗୋସେବାକେନ୍ଦ୍ରଗୁଡ଼ିକରେ ଅବସ୍ଥାପିତ କରାଯାଇ ପାରନ୍ତା ଓ ରାସ୍ତାରେ ବୁଲା ଗୋରୁ ଗାଈଙ୍କ ସଂଖ୍ୟା ହ୍ରାସ ପାଇପାରନ୍ତା, ଅନେକ ଦୁର୍ଘଟଣାକୁ ମଧ୍ୟ ରୋକାଯାଇ ପାରନ୍ତା ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର, ମୋ : ୮୩୨୮୮୪୦୨୧୪

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

“ୟେ ରିସ୍ତା କ୍ୟା କହଲାତା ହେ” ସିରିଏଲର ଅଭିନେତାଙ୍କୁ ଗିରଫ କଲା ପୋଲିସ: ପତ୍ନୀ ଆଣିଥିଲେ ଅଭିଯୋଗ

ମୁମ୍ବାଇ: ଗତକାଲି ରାତିରେ ଅଭିନେତା କରଣ ମେହେରାଙ୍କୁ ପୋଲିସ ଗିରଫ କରିଛି। “ୟେ ରିସ୍ତା କ୍ୟା କହଲାତା ହେ” ସିରିଏଲରେ ନୈତିକ ସିଙ୍ଘାଣିଆ ଭୂମିକାରେ ଅଭିନୟ କରି କରଣ ପ୍ରସିଦ୍ଧ ଲାଭ କରିଥିଲେ। କରଣଙ୍କ ପତ୍ନୀ ତଥା ଅଭିନେତ୍ରୀ ନିଶା ରାୱଲଙ୍କ ଅଭିଯୋଗ ପରେ ପୋଲିସ ଗିରଫ କରିଛି। ନିଶା ଗୋରେଗାଓଁରେ କରଣଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏନେଇ ମୁମ୍ବାଇ ପୋଲିସ କରଣଙ୍କ ନାମରେ କେସ ପଞ୍ଜୀକୃତ କରିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧ ଲକ୍ଷ ୨୭ ହାଜର ୫୧୦ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୭ ହଜାର ୫୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୭୯୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୮୧ ଲକ୍ଷ ୭୫ ହଜାର ୪୪ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୧ ହଜାର ୮୯୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୫୯ ଲକ୍ଷ ୪୭ ହଜାର ୬୨୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୮ ଲକ୍ଷ ୯୫ ହଜାର ୫୨୦ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୩୭ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୭୯୧ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୯୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରି ଜିଲ୍ଲାରୁ ଜଣେ, ଭୁବନେଶ୍ବରରୁ ୩ ଜଣ, କଟକରୁ ୪ ଜଣ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମରୁ ଜଣେ, ଝାରସୁଗୁଡାରୁ ୩ ଜଣ, କଳାହାଣ୍ଡିରୁ ୪ ଜଣ, କୋରାପୁଟରୁ ଜଣେ, କେନ୍ଦ୍ରାପଡାରୁ ୨ ଜଣ, ନବରଙ୍ଗପୁରରୁ ୩ ଜଣ, ନୂଆପଡାରୁ ୨ ଜଣ, ରାୟଗଡାରୁ ୨ ଜଣ, ସୋନପୁରରୁ ୨ ଜଣ ଏବଂ ସୁନ୍ଦରଗଡରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୮୦ ହଜାର ୯୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୯ ହଜାର ୯୫୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୯୧ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୮ ହଜାର ୭୩୫ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୮ ହଜାର ୭୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୮୯୨ ଜଣ ଚିହ୍ନଟ ହୋଇଥିବା ବେଳେ ୩୮୪୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୮୦ ହଜାର ୯୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୯ ହଜାର ୯୫୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୧୯ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୮ ହଜାର ୭୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୨୨ ଜଣ, କଟକ ଜିଲ୍ଲାରୁ ୬୭୩, ଅନୁଗୁଳ ଜିଲ୍ଲାରୁ ୪୫୬ ଜଣ, ବାଲେଶ୍ଵର ଜିଲ୍ଲାରୁ ୫୬୬ ଜଣ, ବରଗଡ ଜିଲ୍ଲାରୁ ୧୯୩ ଜଣ, ଭଦ୍ରକ ଜିଲ୍ଲାରୁ ୧୪୭, ବଲାଙ୍ଗୀରି ଜିଲ୍ଲାରୁ ୪୯, ବୌଦ୍ଧ ଜିଲ୍ଲାରୁ ୧୩୭, ଦେବଗଡ ଜିଲ୍ଲାରୁ ୬୩, ଢେଙ୍କାନାଳ ଜିଲ୍ଲାରୁ ୫୦୩ ଜଣ, ଗଜପତି ଜିଲ୍ଲାରୁ ୮୦ ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୮୨ ଜଣ, ଯାଜପୁର ଜିଲ୍ଲାରୁ ୫୦୭ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୫୭ ଜଣ, କଳାହାଣ୍ଡିରୁ ୧୭୭ ଜଣ, କନ୍ଧମାଳ ଜିଲ୍ଲାରୁ ୬୫ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୩୮୭ ଜଣ, କେନ୍ଦୁଝର ଜିଲ୍ଲାରୁ ୧୭୯ ଜଣ, କୋରାପୁଟ ଜିଲ୍ଲାରୁ ୨୫୫ ଜଣ, ମାଲକାନାଗିରି ଜିଲ୍ଲାରୁ ୯୬ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୩୪୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୬୪ ଜଣ, ନୟାଗଡ ଜିଲ୍ଲାରୁ ୨୮୫ ଜଣ, ନୂଆପଡା ଜିଲ୍ଲାରୁ ୪୦ ଜଣ, ପୁରୀ ଜିଲ୍ଲାରୁ ୪୬୭ ଜଣ, ରାୟଗଡା ଜିଲ୍ଲାରୁ ୯୦ ଜଣ, ସମ୍ବଲପୁର ଜିଲ୍ଲାରୁ ୧୭୭ ଜଣ, ସୋନପୁର ଜିଲ୍ଲାରୁ ୧୫୬ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୪୪ ଜଣ ଏବଂ ଷ୍ଟେଟ ପୁଲରୁ ୨୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ଜୀବନରେ କେବେ ବିପଦରେ ନ ପଡିବା ପାଇଁ ମାନନ୍ତୁ ଏହି ପାଞ୍ଚୋଟି ଉପାୟ

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ  ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ

1-ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ।

2-ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ।

3-ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ ତାହା କାଳକାଳ ପାଇଁ ଅବୁଝା ରହିଯିବ।

4-ଆହାର ସମୟରେ ଲାଜ ନ କରି ଖାଇବା ପାଇଁ ଇଚ୍ଛା ଥିଲେ ମାଗି ଖାଆନ୍ତୁ। ଖାଇବା ସମୟରେ ନିଜ ଋଚି ଅନୁସାରେ ଖାଦ୍ୟ ମାଗନ୍ତୁ। ଖାଇବାରେ ନିଶ୍ଚିତ ସୁଖ ମିଳିବ।

5-ଲାଜ ନ କରି ସମାଜର ରୀତିନୀତି ଠିକ୍ ଭାବେ ପାଳନ କରନ୍ତୁ। ଅନେକ ଲାଜରେ ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ କିମ୍ବା ନମସ୍କାର କରନ୍ତି ନାହିଁ। ଏପରି କଲେ ସମାଜରେ ଆପଣ ନିନ୍ଦିତ ହେବେ।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 1 ତାରିଖରେ ଆପଣଙ୍କ ରାଶିରେ କେଉଁ ରଂଗ ଶୁଭଦାୟକ ଜାଣନ୍ତୁ

ମେଷ-ଏହି ସପ୍ତାହ ଛାତ୍ର ତଥା ବୃତ୍ତିଗତ କ୍ଷେତ୍ରରେ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । କର୍ମକ୍ଷେତ୍ରରେ ଆପଣଙ୍କର ଭଲ ପ୍ରଦର୍ଶନ ଏବଂ ଦକ୍ଷତା ଆପଣଙ୍କ ବୟସ୍କମାନଙ୍କୁ ଆକର୍ଷିତ କରିବ । ଟଙ୍କା ପ୍ରସଙ୍ଗରେ ତୁମର ଚିନ୍ତିତ ବିନିଯୋଗ ତୁମର ଆର୍ଥିକ ସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବ । ଖାଦ୍ୟ ନିୟନ୍ତ୍ରଣ ଏବଂ ବକ୍ତବ୍ୟରେ ନିୟନ୍ତ୍ରଣ ରଖିବାର ଆବଶ୍ୟକ ରହିଛି। ଭାଗ୍ୟ ନମ୍ବର-4. ଭାଗ୍ୟ ରଂଗ-ନୀଳ

ବୃଷ-ବୃତ୍ତିଗତ ଜୀବନରେ ଏକ ନୂତନ ପ୍ରୋଜେକ୍ଟ କରିବାକୁ, ଆପଣଙ୍କୁ ସଜାଇବାକୁ ପଡିବ। ପରିବାରର ଗୁରୁଜନମାନଙ୍କ ପରାମର୍ଶରେ କାର୍ଯ୍ୟ କରି ଆପଣ ଜୀବନରେ ସଫଳତା ପାଇବେ । ଏହି ସପ୍ତାହରେ, କାହାର ଅସହିଷ୍ଣୁ ଜିନିଷ ଆପଣଙ୍କୁ ବିଭ୍ରାନ୍ତ କରିପାରେ । କୈତୁହଳପ୍ରଦ ବ୍ୟକ୍ତିଙ୍କ ସହିତ ତୁମର ଘନିଷ୍ଠତା ବୃଦ୍ଧି କରିବାର ଲକ୍ଷଣ ଅଛି । ଏକ ଉତ୍ସାହୀ ପ୍ରେମ ଜୀବନ ଆରମ୍ଭ ହେବାର ଅନେକ ସମ୍ଭାବନା ଅଛି । ଭାଗ୍ୟ ସଂଖ୍ୟା: ୧ ଭାଗ୍ୟ ରଙ୍ଗ: ଗୋଲାପୀ ।

ମିଥୁନ- ଆପଣଙ୍କ ଦ୍ବାରା ଦିଆଯାଇଥିବା ପରାମର୍ଶଗୁଡିକ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ବୟସ୍କମାନଙ୍କୁ ପ୍ରଭାବିତ କରିବ, ଯାହା ଦର୍ଶାଏ ଯେ ଆପଣଙ୍କ କମ୍ପାନୀ ମଧ୍ୟ ଉପକୃତ ହେବ। ପରୀକ୍ଷାରେ ଭଲ ଫଳାଫଳ ଛାତ୍ରମାନଙ୍କ ପାଇଁ ଇଚ୍ଛାକୃତ ଚାକିରି ପାଇବାରେ ଲାଭଦାୟକ ପ୍ରମାଣିତ ହେବ । ଏହି ସପ୍ତାହରେ ଆପଣଙ୍କର ଆର୍ଥିକ ଅବସ୍ଥା ସନ୍ତୋଷଜନକ ରହିବ । ଅସୁବିଧା ସମୟରେ ସ୍ୱାମୀ କିମ୍ବା ସ୍ତ୍ରୀ ଆପଣଙ୍କ ସହିତ ଠିଆ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ପ୍ରେମ ସଂପର୍କରେ ଘନିଷ୍ଠତା ବୃଦ୍ଧି ହେବାର ଲକ୍ଷଣ ଅଛି । ଭାଗ୍ୟ ସଂଖ୍ୟା: 9 ଭାଗ୍ୟ ରଙ୍ଗ: କଇଁଚ।

କର୍କଟ- ପ୍ରେମ ସମ୍ପର୍କର ବିବାହରେ ପରିଣତ ହେବାର ଲକ୍ଷଣ ଅଛି । ଆର୍ଥିକ ଦୃଷ୍ଟିରୁ, ଆପଣ ଆପଣଙ୍କର ଆୟ ବୃଦ୍ଧି କରିବାକୁ କଠିନ ଚେଷ୍ଟା କରିବେ । ଏକ ନିୟନ୍ତ୍ରିତ ଖାଦ୍ୟ ଏବଂ ସକ୍ରିୟ ଜୀବନଶୈଳୀ ଅନୁସରଣ କରି, ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆପଣ କର୍ମକ୍ଷେତ୍ରରେ ସବୁଠାରୁ ବଡ ସମସ୍ୟାକୁ ଦକ୍ଷତାର ସହିତ ସମାଧାନ କରିବାରେ ସକ୍ଷମ ହେବେ । ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ବିଷୟଗୁଡ଼ିକରେ ଆପଣ ଉପକୃତ ହେବେ ବୋଲି ସଙ୍କେତ ଅଛି । ଭାଗ୍ୟ ସଂଖ୍ୟା: 3 ଭାଗ୍ୟ ରଙ୍ଗ: ହଳଦିଆ ।

ସିଂହ-ଅତ୍ୟଧିକ ଆତ୍ମବିଶ୍ୱାସ ବୃତ୍ତିଗତ ଜୀବନରେ ଆପଣଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ବହୁତ ସମୟ ପରେ, ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ଅଛି । ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହେବା ଫଳରେ ଘରେ ଉତ୍ତେଜନା ସୃଷ୍ଟି ହୋଇପାରେ । କୌଣସି ପୁରୁଣା ପାର୍ଥକ୍ୟ ହେତୁ ବିବାହିତ ଜୀବନ ବିଚଳିତ ହୋଇପାରେ । ପ୍ରେମ ଜୀବନରେ ଛୋଟ ସମସ୍ୟା ହେବାର ସମ୍ଭାବନା ଅଛି, ଯାହାକୁ ସାଥୀଙ୍କ ସହ ମିଶି ସମାଧାନ କରିବାକୁ ପଡିବ । ଭାଗ୍ୟ ସଂଖ୍ୟା: 8 ଭାଗ୍ୟ ରଙ୍ଗ: ଧୂସର ।

କନ୍ୟା-ଲଭ୍ ଲାଇଫ୍ ଆପଣଙ୍କୁ ଉତ୍ସାହିତ କରିବ । ବୃତ୍ତିଗତ ଜୀବନରେ ସହକର୍ମୀମାନଙ୍କ ସହ ମିଶି କାମ କରିବା ଆପଣଙ୍କ ଆଗ୍ରହରେ ରହିବ। ଏହି ସପ୍ତାହରେ, ଆବଶ୍ୟକତା ଅନୁଯାୟୀ ଏକ ନୂତନ ବିନିଯୋଗ ବିକଳ୍ପ ଆପଣଙ୍କୁ ଉପସ୍ଥାପିତ ହେବାର ସମ୍ଭାବନା ଅଛି । ସାମାଜିକ କାର୍ଯ୍ୟରେ କାହାର ସମ୍ବେଦନଶୀଳତା ଆପଣଙ୍କୁ ଅସନ୍ତୁଷ୍ଟ କରିପାରେ । ଆର୍ଥିକ ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କ ପାଇଁ ଅନୁକୂଳ ହେବ । ଏକ ସନ୍ତୁଳିତ ଖାଦ୍ୟ ଏବଂ ନିୟମିତ ବ୍ୟାୟାମ ହେଉଛି ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତିର ଏକମାତ୍ର ଲକ୍ଷଣ । ଭାଗ୍ୟ ସଂଖ୍ୟା: 6 ଭାଗ୍ୟ ରଙ୍ଗ: କମଳା ।

ତୂଳା-ଭଲ ପ୍ରଦର୍ଶନ ସହିତ ଛାତ୍ରମାନେ ସେମାନଙ୍କର ଶିକ୍ଷକ ଏବଂ ବୟସ୍କମାନଙ୍କ ହୃଦୟ ଜିତିବାକୁ ସକ୍ଷମ ହେବେ । କିଛି ଲୋକଙ୍କ ପାଇଁ ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ଅଛି । ପରିବାର ସହିତ ବାହାରକୁ ଯିବା ଆନନ୍ଦଦାୟକ ହେବ । ସାମାଜିକ ପରିବେଷରେ ତୁମେ କିଛି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟକୁ ଆମନ୍ତ୍ରିତ ହେବ । ଏହି ସପ୍ତାହରେ ପ୍ରେମ ଜୀବନକୁ ଆକର୍ଷଣୀୟ କରିବା ପାଇଁ ତୁମର ପ୍ରୟାସର ଶୀଘ୍ର ଏକ ସକରାତ୍ମକ ଫଳାଫଳ ପାଇବ । ଭାଗ୍ୟ ସଂଖ୍ୟା: 22 ଭାଗ୍ୟ ରଙ୍ଗ: ବାଇଗଣି ।

ବିଛା-ତୁମର ସଂଗଠିତ କାର୍ଯ୍ୟ ଶୈଳୀ ଏବଂ କର୍ମକ୍ଷେତ୍ରରେ ଦକ୍ଷତାର ସହିତ କାର୍ଯ୍ୟ ପାଇଁ ତୁମେ ସମ୍ମାନ ପାଇବ । ଉଦାରତାରେ କରାଯାଇଥିବା କୌଣସି ଭଲ କାର୍ଯ୍ୟ ପାଇଁ ତୁମେ ସମାଜରେ ପ୍ରଶଂସିତ ହେବ । ଯଦି ବନ୍ଧୁମାନଙ୍କୁ ଦୀର୍ଘ ସମୟ ପାଇଁ ସମୟ ଦିଆଯାଇ ନ ଥାଏ ତେବେ ଖରାପ ସମ୍ପର୍କରେ ଉନ୍ନତିର ଲକ୍ଷଣ ଦେଖାଦେଇଛି । ପ୍ରେମ ଜୀବନ ଉତ୍ସାହରେ ପରିପୂର୍ଣ୍ଣ ହେବ । ପାରିବାରିକ ବିବାଦରୁ ଦୂରରେ ରହିବାର ଆବଶ୍ୟକତା ଅଛି । ଭାଗ୍ୟ ସଂଖ୍ୟା: 11 ଭାଗ୍ୟ ରଙ୍ଗ: ଘନନୀଳ ।

ଧନୁ-ପରିବାରର ଗୁରୁଜନମାନେ ତୁମେ କରୁଥିବା ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିବ । ତୁମେ ତୁମର ସାମାଜିକ ଭିତରେ ଆକର୍ଷଣର କେନ୍ଦ୍ର ହୋଇ ରହିବ । ଏହି ସପ୍ତାହରେ ଆପଣ ଏକ ଦୀର୍ଘ ସମୟ ପରେ ଏକ ସାଥୀ ସହିତ ଏକାକୀ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ଆର୍ଥିକ ଅବସ୍ଥା ସନ୍ତୋଷଜନକ ରହିବ । ଆଗ୍ରହକୁ ଅନୁସରଣ କରିବା ପାଇଁ ତୁମର ବ୍ୟସ୍ତବହୁଳ ଜୀବନ ଶୈଳୀରୁ ସମୟ ବାହାର କରିବା ଆବଶ୍ୟକ ହେବ । ଭାଗ୍ୟ ସଂଖ୍ୟା: ୧ ଭାଗ୍ୟ ରଙ୍ଗ: ବାଇଗଣୀ ।

ମକର –ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବାର ସମ୍ଭାବନା ଅଛି, ଯିଏ ଆପଣଙ୍କ କ୍ୟାରିୟର ପାଇଁ ଲାଭଦାୟକ ପ୍ରମାଣିତ ହେବେ । ବୃତ୍ତିଗତ ଜୀବନରେ ଭଲ ନେଟୱାର୍କିଙ୍ଗ୍ ସାହାଯ୍ୟରେ, ତୁମେ ତୁମର ଲକ୍ଷ୍ୟ ଆଡକୁ ଯିବାରେ ସଫଳ ହେବ । ଅସୁବିଧା ସମୟରେ ତୁମର ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ସାହାଯ୍ୟ କରି ତୁମେ ପ୍ରଶଂସିତ ହେବ। ଏହି ସପ୍ତାହରେ ଦୀର୍ଘ ଯାତ୍ରା ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ଅଟେ । ଭାଗ୍ୟ ସଂଖ୍ୟା: 3ଭାଗ୍ୟ ରଙ୍ଗ: ମେରୁନ୍

କୁମ୍ଭ-ଲଭ୍ ଲାଇଫରେ ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ । ଆପଣଙ୍କ ଇଚ୍ଛା ପୂରଣ କରିବା ପାଇଁ ଆପଣଙ୍କ ପରିବାର ଆପଣଙ୍କ ସମର୍ଥନରେ ଠିଆ ହେବେ । କିଛି ଲୋକ ଏହି ସପ୍ତାହରେ ଆର୍ଥିକ ସ୍ବାଧୀନ ହେବେ। କୈଣସି ସ୍ୱାସ୍ଥ୍ୟ ସମସ୍ୟା ହେବ ନାହିଁ । ପ୍ରେମ ସଂପର୍କରେ ମଧୁରତା ବୃଦ୍ଧି ହେବାର ସମ୍ଭାବନା ଅଛି । ଭାଗ୍ୟ ସଂଖ୍ୟା: ୨ ଭାଗ୍ୟ ରଙ୍ଗ: ହଳଦିଆ ।

ମୀନ-ବ୍ୟବସାୟ ଅଭିବୃଦ୍ଧି ପାଇଁ ବିଦେଶ ଭ୍ରମଣର ଲକ୍ଷଣ ଅଛି, ଯାହା ଶେଷରେ ଲାଭଦାୟକ ହେବ । କମିଶନ ଆଧାରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଲାଭଦାୟକ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ, ଯାହା ତୁମ ମନକୁ ସପ୍ତାହ ସାରା ସତେଜ ରଖିବ । ଭାଗ୍ୟ ସଂଖ୍ୟା: 5 ଭାଗ୍ୟ ରଙ୍ଗ: ସବୁଜ ।

Categories
ଆଜିର ଖବର

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବିଭିନ୍ନ ରଂଗର ଗଣେଷଙ୍କୁ ପୂଜା କଲେ ଭିନ୍ନ ଭିନ୍ନ ଫଳ ମିଳିଥାଏ

ଭୁବନେଶ୍ବର: ପ୍ରତ୍ୟେକ ପୂଜାରେ ପ୍ରଥମେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା କରାଯାଇଥାଏ। ଘର ହେଉ କି ବ୍ୟବସାୟ ଅଥବା ମାଙ୍ଗଳିକ ଉତ୍ସବ ହେଉ ସବୁଠି ଶ୍ରୀଗଣେଶଙ୍କ ପୂଜା ପ୍ରଥମେ କରାଯାଇଥାଏ। କିଛି ଜାଗାରେ ସବୁଜ ରଙ୍ଗର ଗଣପତିଙ୍କ ମୂର୍ତ୍ତି ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି ପୂଜା କରିବା ଦ୍ବାରା କ’ଣ ମିଳିଥାଏ।

ଲାଲ୍‌ ରଙ୍ଗର ଗଣେଶଙ୍କୁ ପୂଜା କରିବା ଦ୍ବାରା ଶୁଭ ଫଳ ମିଳିଥାଏ। କୁହାଯାଏ ଯେ, ଯେତେବେଳେ ଶିର କାଟ ପରେ ପରେ ଶ୍ରୀଗଣେଶଙ୍କର ହାତୀ ମୁଣ୍ଡ ଲଗାଇବା ଦ୍ବାରା ନୂତନ ଜୀବନ ମିଳିଥିଲା। ଏହି ସମୟରେ ମାତା ପାର୍ବତୀ ଗଣେଶଙ୍କୁ ଦେଖି କହିଥିଲେ ତାଙ୍କ ମୁଖରେ ସିନ୍ଦୂର ଦେଖିଥିବାର କହିଥିଲେ। ଏଥିପାଇଁ ମନୁଷ୍ୟ ସର୍ବଦା ଶ୍ରୀଗଣେଶଙ୍କ ପୂଜା କରିବା ସିନ୍ଦୂର ଦେଇ ପୂଜା କରିଥା’ନ୍ତି। ପ୍ରାୟତଃ ମନ୍ଦିରରେ ଲାଲରଙ୍ଗରେ ସଜ୍ଜିତ ଗଣେଶଙ୍କ ମୂର୍ତ୍ତି ଦେଖାଯାଇଥାଏ।

ଶ୍ରୀତତ୍ତ୍ବନିଧି ଗ୍ରନ୍ଥରେ 32 ଗଣପତିଙ୍କ ନାମ ଓ ରୂପର ବର୍ଣ୍ଣନ ରହିଛି। ଏଥିରେ 15 ଗଣପତି ହେଉଛନ୍ତି – ବାଲ ଗଣପତି, ତରୁଣ ଗଣପତି, ବୀର ଗଣପତି, କ୍ଷିପ୍ର ଗଣପତି, ମହା ଗଣପତି, ବିଜୟ ଗଣପତି, ଏକାକ୍ଷର ଗଣପତି, ବର ଗଣପତି, କ୍ଷିପ୍ରପ୍ରସାଦ ଗଣପତି, ସୃଷ୍ଟି ଗଣପତି, ଉଦ୍ଦଣ୍ଡ ଗଣପତି, ଢୁଣ୍ଡି ଗଣପତି, ତ୍ରିମୁଖ ଗଣପତି, ଯୋଗ ଗଣପତି ଓ ସଂକଟ ହର ଗଣପତି ଲାଲ୍‌ ରଙ୍ଗର।

ତେବେ ଯେଉଁମାନେ ଧନ ଲାଭର ଇଚ୍ଛା ରଖିଥାନ୍ତି ସେମାନେ ସର୍ବଦା ସବୁଜ ରଙ୍ଗର ଗଣେଶ ମୂର୍ତ୍ତିଙ୍କର ପୂଜା କରିବା ଆବଶ୍ୟକ। ଦକ୍ଷିଣ ଭାରତରେ ସବୁଜ ରଙ୍ଗର ଗଣେଶଙ୍କ ମୂର୍ତ୍ତି ଥିବା ମନ୍ଦିର ଦେଖାଯାଇଥାଏ। ଯେଉଁଠି ହରିଦ୍ରା ବର୍ଣ୍ଣର ଗଣପତି ବିରାଜମାନ କରିଥାନ୍ତି।

ଯଦି ଆପଣ ମୋକ୍ଷ ପାଇବାକୁ ଚାହୁଁଥାନ୍ତି ବା ସଂସାରରୁ ମୁକ୍ତି ପାଇବାକୁ ଇଚ୍ଛା ରଖୁଥାନ୍ତି ତେବେ ଶ୍ବେତ ବର୍ଣ୍ଣ ଅର୍ଥାତ୍‌ ଧଳା ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି ଅବା ଫଟୋର ପୂଜା କରନ୍ତୁ। ଧଳା ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି କିମ୍ବା ଫଟୋକୁ ତିନି ସମୟ ଆରଧନା କରିବା ଦ୍ବାରା ମୋକ୍ଷ ମିଳିଥାଏ।

ତେବେ କିଛି କିଛି ଜାଗାରେ ଗଣେଶଜୀଙ୍କ କଳା, ହଳଦିଆ, ସୁନେଲୀ ଆଦି ରଙ୍ଗର ମୂର୍ତ୍ତି ମିଳିଥାଏ। ଏହି ସମସ୍ତ ରଙ୍ଗର ଗଣପତିଙ୍କୁ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ପାଇଁ ପୂଜା କରାଯାଇଥାଏ।

Categories
ଆଜିର ଖବର ଧର୍ମ

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦକ୍ଷତା ଯୋଗୁଁ ହାସଲ କରିବେ ପ୍ରଶଂସା

ମେଷ-ଏହି ସପ୍ତାହ ଛାତ୍ର ତଥା ବୃତ୍ତିଗତ କ୍ଷେତ୍ରରେ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । କର୍ମକ୍ଷେତ୍ରରେ ଆପଣଙ୍କର ଭଲ ପ୍ରଦର୍ଶନ ଏବଂ ଦକ୍ଷତା ଆପଣଙ୍କ ବୟସ୍କମାନଙ୍କୁ ଆକର୍ଷିତ କରିବ । ଟଙ୍କା ପ୍ରସଙ୍ଗରେ ତୁମର ଚିନ୍ତିତ ବିନିଯୋଗ ତୁମର ଆର୍ଥିକ ସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବ ।

କର୍କଟ- ପ୍ରେମ ସମ୍ପର୍କର ବିବାହରେ ପରିଣତ ହେବାର ଲକ୍ଷଣ ଅଛି । ଆର୍ଥିକ ଦୃଷ୍ଟିରୁ, ଆପଣ ଆପଣଙ୍କର ଆୟ ବୃଦ୍ଧି କରିବାକୁ କଠିନ ଚେଷ୍ଟା କରିବେ । ଏକ ନିୟନ୍ତ୍ରିତ ଖାଦ୍ୟ ଏବଂ ସକ୍ରିୟ ଜୀବନଶୈଳୀ ଅନୁସରଣ କରି, ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆପଣ କର୍ମକ୍ଷେତ୍ରରେ ସବୁଠାରୁ ବଡ ସମସ୍ୟାକୁ ଦକ୍ଷତାର ସହିତ ସମାଧାନ କରିବାରେ ସକ୍ଷମ ହେବେ ।

Categories
ଆଜିର ଖବର ଧର୍ମ

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କର ହେବ ସ୍ବାସ୍ଥ ସମସ୍ୟା

ସିଂହ-ଅତ୍ୟଧିକ ଆତ୍ମବିଶ୍ୱାସ ବୃତ୍ତିଗତ ଜୀବନରେ ଆପଣଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ବହୁତ ସମୟ ପରେ, ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ଅଛି । ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହେବା ଫଳରେ ଘରେ ଉତ୍ତେଜନା ସୃଷ୍ଟି ହୋଇପାରେ । କୌଣସି ପୁରୁଣା ପାର୍ଥକ୍ୟ ହେତୁ ବିବାହିତ ଜୀବନ ବିଚଳିତ ହୋଇପାରେ ।

ମୀନ-ବ୍ୟବସାୟ ଅଭିବୃଦ୍ଧି ପାଇଁ ବିଦେଶ ଭ୍ରମଣର ଲକ୍ଷଣ ଅଛି, ଯାହା ଶେଷରେ ଲାଭଦାୟକ ହେବ । କମିଶନ ଆଧାରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଲାଭଦାୟକ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କର ମଙ୍ଗଳବାରରେ ସ୍ବାସ୍ଥ୍ୟ ଚିନ୍ତା ରହିବ ନାହିଁ, ଖୁସି ହେବେ

ବିଛା-ତୁମର ସଂଗଠିତ କାର୍ଯ୍ୟ ଶୈଳୀ ଏବଂ କର୍ମକ୍ଷେତ୍ରରେ ଦକ୍ଷତାର ସହିତ କାର୍ଯ୍ୟ ପାଇଁ ତୁମେ ସମ୍ମାନ ପାଇବ । ଉଦାରତାରେ କରାଯାଇଥିବା କୌଣସି ଭଲ କାର୍ଯ୍ୟ ପାଇଁ ତୁମେ ସମାଜରେ ପ୍ରଶଂସିତ ହେବ । ଯଦି ବନ୍ଧୁମାନଙ୍କୁ ଦୀର୍ଘ ସମୟ ପାଇଁ ସମୟ ଦିଆଯାଇ ନ ଥାଏ ତେବେ ଖରାପ ସମ୍ପର୍କରେ ଉନ୍ନତିର ଲକ୍ଷଣ ଦେଖାଦେଇଛି ।

କୁମ୍ଭ-ଲଭ୍ ଲାଇଫରେ ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ । ଆପଣଙ୍କ ଇଚ୍ଛା ପୂରଣ କରିବା ପାଇଁ ଆପଣଙ୍କ ପରିବାର ଆପଣଙ୍କ ସମର୍ଥନରେ ଠିଆ ହେବେ । କିଛି ଲୋକ ଏହି ସପ୍ତାହରେ ଆର୍ଥିକ ସ୍ବାଧୀନ ହେବେ। କୈଣସି ସ୍ୱାସ୍ଥ୍ୟ ସମସ୍ୟା ହେବ ନାହିଁ ।

Categories
ଆଜିର ଖବର ଧର୍ମ

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ଜଣେ ପ୍ରଭାବଶାଳି ବ୍ୟକ୍ତିଙ୍କୁ କରିବେ ସାକ୍ଷାତ

ଧନୁ-ପରିବାରର ଗୁରୁଜନମାନେ ତୁମେ କରୁଥିବା ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିବ । ତୁମେ ତୁମର ସାମାଜିକ ଭିତରେ ଆକର୍ଷଣର କେନ୍ଦ୍ର ହୋଇ ରହିବ । ଏହି ସପ୍ତାହରେ ଆପଣ ଏକ ଦୀର୍ଘ ସମୟ ପରେ ଏକ ସାଥୀ ସହିତ ଏକାକୀ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ଆର୍ଥିକ ଅବସ୍ଥା ସନ୍ତୋଷଜନକ ରହିବ ।

ମକର –ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବାର ସମ୍ଭାବନା ଅଛି, ଯିଏ ଆପଣଙ୍କ କ୍ୟାରିୟର ପାଇଁ ଲାଭଦାୟକ ପ୍ରମାଣିତ ହେବେ । ବୃତ୍ତିଗତ ଜୀବନରେ ଭଲ ନେଟୱାର୍କିଙ୍ଗ୍ ସାହାଯ୍ୟରେ, ତୁମେ ତୁମର ଲକ୍ଷ୍ୟ ଆଡକୁ ଯିବାରେ ସଫଳ ହେବ । ଅସୁବିଧା ସମୟରେ ତୁମର ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ସାହାଯ୍ୟ କରି ତୁମେ ପ୍ରଶଂସିତ ହେବ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନଙ୍କର ମଙ୍ଗଳବାରରେ ଆର୍ଥିକ ସ୍ଥିତିରେ ଉନ୍ନତି ସମ୍ଭାବନା

କନ୍ୟା-ଲଭ୍ ଲାଇଫ୍ ଆପଣଙ୍କୁ ଉତ୍ସାହିତ କରିବ । ବୃତ୍ତିଗତ ଜୀବନରେ ସହକର୍ମୀମାନଙ୍କ ସହ ମିଶି କାମ କରିବା ଆପଣଙ୍କ ଆଗ୍ରହରେ ରହିବ। ଏହି ସପ୍ତାହରେ, ଆବଶ୍ୟକତା ଅନୁଯାୟୀ ଏକ ନୂତନ ବିନିଯୋଗ ବିକଳ୍ପ ଆପଣଙ୍କୁ ଉପସ୍ଥାପିତ ହେବାର ସମ୍ଭାବନା ଅଛି । ସାମାଜିକ କାର୍ଯ୍ୟରେ କାହାର ସମ୍ବେଦନଶୀଳତା ଆପଣଙ୍କୁ ଅସନ୍ତୁଷ୍ଟ କରିପାରେ ।

ତୂଳା-ଭଲ ପ୍ରଦର୍ଶନ ସହିତ ଛାତ୍ରମାନେ ସେମାନଙ୍କର ଶିକ୍ଷକ ଏବଂ ବୟସ୍କମାନଙ୍କ ହୃଦୟ ଜିତିବାକୁ ସକ୍ଷମ ହେବେ । କିଛି ଲୋକଙ୍କ ପାଇଁ ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ଅଛି । ପରିବାର ସହିତ ବାହାରକୁ ଯିବା ଆନନ୍ଦଦାୟକ ହେବ । ସାମାଜିକ ପରିବେଷରେ ତୁମେ କିଛି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟକୁ ଆମନ୍ତ୍ରିତ ହେବ ।

Categories
ଆଜିର ଖବର ଧର୍ମ

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ଜୀବନର ଶ୍ରେଷ୍ଠ ସଫଳତା ହାସଲ କରିବେ

ବୃଷ-ବୃତ୍ତିଗତ ଜୀବନରେ ଏକ ନୂତନ ପ୍ରୋଜେକ୍ଟ କରିବାକୁ, ଆପଣଙ୍କୁ ସଜାଇବାକୁ ପଡିବ। ପରିବାରର ଗୁରୁଜନମାନଙ୍କ ପରାମର୍ଶରେ କାର୍ଯ୍ୟ କରି ଆପଣ ଜୀବନରେ ସଫଳତା ପାଇବେ । ଏହି ସପ୍ତାହରେ, କାହାର ଅସହିଷ୍ଣୁ ଜିନିଷ ଆପଣଙ୍କୁ ବିଭ୍ରାନ୍ତ କରିପାରେ ।

ମିଥୁନ- ଆପଣଙ୍କ ଦ୍ବାରା ଦିଆଯାଇଥିବା ପରାମର୍ଶଗୁଡିକ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ବୟସ୍କମାନଙ୍କୁ ପ୍ରଭାବିତ କରିବ, ଯାହା ଦର୍ଶାଏ ଯେ ଆପଣଙ୍କ କମ୍ପାନୀ ମଧ୍ୟ ଉପକୃତ ହେବ। ପରୀକ୍ଷାରେ ଭଲ ଫଳାଫଳ ଛାତ୍ରମାନଙ୍କ ପାଇଁ ଇଚ୍ଛାକୃତ ଚାକିରି ପାଇବାରେ ଲାଭଦାୟକ ପ୍ରମାଣିତ ହେବ ।

Categories
ଆଜିର ଖବର ରାଜ୍ୟ ଖବର

ନିରଂଜନ ସେଠୀ ହେଲେ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ

ଭୁବନେଶ୍ବର, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ବରିଷ୍ଠ ଅଧିକାରୀ ନିରଂଜନ ସେଠୀଙ୍କୁ ନିଯୁକ୍ତି ମିଳିଛି। ନିର୍ଦ୍ଦେଶକ ଥିବା ବରିଷ୍ଠ ଓଏଏସ ଅଧିକାରୀ କୃପାସିନ୍ଧୁ ମିଶ୍ର ଆଜି ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ନିର୍ଦ୍ଦେଶକ (ବୈଷୟିକ) ଭାବେ କାର୍ଯ୍ୟ କରୁଥିବା ନିରଂଜନ ସେଠୀଙ୍କୁ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି।

ନିରଂଜନ ସେଠୀ ଓଡିଶା ସୂଚନା ସେବା ଅଧିକାରୀ ଭାବେ 32 ବର୍ଷର ଅଭିଜ୍ଞତା ରହିଛି। ସେ ବିଭିନ୍ନ ସମୟରେ ସରକାରଙ୍କ ସଫଳତାକୁ ଲୋକଲୋଚନକୁ ଆଣିବା ଦିଗରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗରେ ବେଶ କିଛି ପରିବର୍ତ୍ତନ ଘଟିଛି। ଆଜି କୃପାସିନ୍ଧୁ ମିଶ୍ରଙ୍କୁ କୋଭିଡ କଟକଣା ଭିତରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥିରେ ନିଜେ ନିରଂଜନ ସେଠୀଙ୍କ ସହିତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମଙ୍ଗଳବାର ଦିନ ସେ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟାଙ୍ଗୀ: ଆଜି ୧୭୪ ଜଣ ଅନ୍ତେବାସୀ ଜରାଶ୍ରମରେ ନେଲେ କୋଭିଡ଼ ଟୀକା, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଟୀକା କରଣ ପ୍ରକ୍ରିୟା ଜାରି ରହିଛି। ବରିଷ୍ଠ ନାଗରିକ ମାନଙ୍କୁ ସରକାରୀ ଚିକିତ୍ସାଳୟରେ କୋଭିଡ୍ ଟୀକା ଦିଆ ଯାଉଛି। ବରିଷ୍ଠ ଲୋକମାନଙ୍କୁ ଟୀକା ଦେବା ପାଇଁ ତାଙ୍କର ସଂପର୍କୀୟ ମାନେ ଟୀକା କେନ୍ଦ୍ରକୁ ନେଉଥିବା ବେଳେ ଜରାଶ୍ରମରେ ରହୁଥିଵା ବୃଦ୍ଧ ବୃଦ୍ଧାଙ୍କ ପକ୍ଷରେ ଏହା ସମ୍ଭବ ହୋଇପାରୁନାହିଁ। ସମ୍ପର୍କୀୟଙ୍କ ଅଲୋଡା ହୋଇ ଜରଶ୍ରମରେ ରହୁଥିବା ଏହି ବରିଷ୍ଠ ନାଗରିକଙ୍କ ପାଇଁ କରୋନା ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଛି। ସେଥିପାଇଁ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଜରାଶ୍ରମକୁ ଯାଇ ଅନ୍ତେବାସୀଙ୍କୁ ଟୀକା ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରରିପେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ମଙ୍ଗଳା ଯୋଡି, ନିରାକାରପୁର ଓ ଟାଙ୍ଗୀରେ ଥିବା ଜରାଶ୍ରମରେ ଅନ୍ତେବାସୀଙ୍କୁ ଟୀକା ଦିଆଯାଇଛି। ଆଜି ମୋଟ ୧୭୪ ଜଣ ଅନ୍ତେବାସୀ ଟୀକାକରଣରେ ସାମିଲ ହୋଇ ଉପକୃତ ହୋଇଛନ୍ତି। ଟୀକା ନେବା ପରେ ସମସ୍ତ ଅନ୍ତେବାସୀ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।