Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୬୫ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୮ ଜଣ ଚିହ୍ନଟ ହୋଇଥିବା ବେଳେ ୨୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୨୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୪୯୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୫୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୧୨ ଟି ଜିଲ୍ଲାରୁ ୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଏବଂ କଟକ ଜିଲ୍ଲାରୁ ୧୩ ଜଣ, ଅନୁଗୁଳ ଜିଲ୍ଲାରୁ ୫ ଜଣ, ବାଲେଶ୍ଵର ଜିଲ୍ଲାରୁ ୨ ଜଣ, ବରଗଡ ଜିଲ୍ଲାରୁ ୨ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩ ଜଣ, ଯାଜପୁର ଜିଲ୍ଲାରୁ ୪ ଜଣ, ଝାରସୁଗୁଡା ଜିଲ୍ଲାରୁ ୩ ଜଣ, କେନ୍ଦୁଝର ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୭ ଜଣ, ସମ୍ବଲପୁର ଜିଲ୍ଲାରୁ ୩ ଜଣ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ଯଶବନ୍ତ ସିହ୍ନା

କଲିକତା: ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ତଥା ବାଜପାୟୀ ସରକାରରେ ମନ୍ତ୍ରୀ ରହିଥିବା ଯଶବନ୍ତ ସିହ୍ନା ଆଜି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ଅବସରରେ ଡେରେକ ଓ ବ୍ରାୟନ, ସୁଦୀପ ବନ୍ଦୋପାଧ୍ୟାୟ ଏବଂ ସୁବ୍ରତ ମୁଖାର୍ଜୀ ଉପସ୍ଥିତ ଥିଲେ। ତୃଣମୂଳ କଂଗ୍ରେସରେ ଯଶବନ୍ତ ଯୋଗ ଦେଇଥିବା ପ୍ରେସ ମିଟରେ ସୂଚନା ଦିଆଯାଇଛି।

Categories
ଫଟୋ ଖବର

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗ ଦିବସର 100 ଦିନ ପୂର୍ବରୁ ଆରମ୍ଭ କଲେ ପ୍ରସ୍ତୁତି

ନୂଆଦିଲ୍ଲୀ,  ଅନ୍ତର୍ଜାତୀୟ ଯୋଗ ଦିବସକୁ ଆଉ ଶହେ ଦିନ ଥିବାରୁ ଏବେ ଠାରୁ ଆରମ୍ଭ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜି କଲେ ପ୍ରସ୍ତୁତି

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ନାହିଁ, ସମସ୍ତେ ପାସ୍: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଆଉ ସ୍କୁଲ ଖୋଲା ହେବ ନାହିଁ। ତେଣୁ ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ସମ୍ଭବ ନାହିଁ। ଗତ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଉପର ଶ୍ରେଣୀକୁ ପ୍ରମୋଶନ ହେବେ। ବିଦ୍ଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ଆପାତତଃ ଏହା ସ୍ଥିର ହୋଇଛି। ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଭଳି ସୂଚନା ଦେଇଛନ୍ତି। ହେଲେ ନବମ ଶ୍ରେଣୀ ପିଲାଙ୍କ କ୍ଳାସ ଚାଲିଥିବାରୁ ସେମାନଙ୍କର ପରୀକ୍ଷା ଅଫଲାଇନରେ ହେବ।

Categories
ଆଜିର ଖବର ରାଜ୍ୟ ଖବର

୩ ଦଫା ଦାବି ନେଇ ଏମ୍‌କେସିଜି ସ୍ନାତକ ଛାତ୍ର ସଂସଦର ଧାରଣା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଏମ୍‌କେସିଜି ମେଡ଼ିକାଲ୍ କଲେଜ କ୍ୟାମ୍ପସ୍‌ର ସ୍ନାତକ ଛାତ୍ର ସଂସଦର ପକ୍ଷରୁ ତିନିଦଫା ଦାବି ନେଇ ଧାରଣା ଅନୁଷ୍ଠିତ ହୋଇଥିଲା। ଏହାକୁ ଜୁନିୟର ଡ଼ାକ୍ତର ସଂଘ ଏବଂ ହାଉସ୍ ସର୍ଜନ ଡ଼ାକ୍ତର ସଂଘ ମଧ୍ୟ ସମର୍ଥନ କରିଥିଲେ। ଗତ ୧୯.୨.୨୦୨୧ ତାରିଖରେ ଡ଼ାକ୍ତର ନିଯୁକ୍ତି ପାଇଁ ଆସିଥିବା ବିଜ୍ଞପ୍ତିକୁ ବିରୋଧ କରାଯାଇଛି। ଏଥିରେ ଅଣଓଡ଼ିଆ ଡ଼ାକ୍ତରମାନେ ଓପିଏସ୍‌ସି ପରୀକ୍ଷା ମାଧ୍ୟମରେ ରାଜ୍ୟରେ ନିଯୁକ୍ତି ପାଇପାରିବେ।

ଡ଼ାକ୍ତରୀ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତିକୁ କଡ଼ା ବିରୋଧ କରିବା ସହିତ ଏହି ବିଜ୍ଞପ୍ତିକୁ ରବ୍ଦ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି। ଏହାସହ ବଢ଼ିଥିବା ଡ଼ାକ୍ତରୀ ସିଟ୍‌କୁ ନଜରରେ ରଖି ସରକାର ନିଯୁକ୍ତି କ୍ଷେତ୍ରରେ ଏକ ପୂର୍ଣ୍ଣକାଳୀନ ସମାଧାନ ପାଇଁ ବ୍ୟବସ୍ଥା କରିବା ସହ ନିୟମିତ ନିଯୁକ୍ତି ସମ୍ବନ୍ଧରେ ପ୍ରୟାସ କରିବା ପାଇଁ ଡ଼ାକ୍ତରୀ ସଂଘ ଅନୁରୋଧ କରିଛି। ନିଯୁକ୍ତି ପାଇନଥିବା ସଂରକ୍ଷିତ ସିଟ୍‌ଗୁଡ଼ିକୁ, ଅଣ ସଂରକ୍ଷିତ ପ୍ରକାରକୁ ଆଣି ଆଶାୟୀ ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଅନୁରୋଧ କରାଯାଇଛି।

ଏହି ବିକ୍ଷୋଭରେ ଜିଡ଼ିଏ ସଭାପତି ଡା. ଚରଣ କିସ୍‌କୁ, ସାଧାରଣ ସଂପାଦକ ଡା. ଶ୍ୟାମଳେନ୍ଦୁ ମିଶ୍ର, ହାଉସ ସର୍ଜନ ସଂପାଦକ ଡା. ଦେବାଶିଷ ପଣ୍ଡା, ୟୁଜି ଷ୍ଟୁଡ଼େଷ୍ଟ ସଭାପତି ଆଶୁତୋଷ ପତି, ସାଧାରଣ ସଂପାଦକ ସିଦ୍ଧାର୍ଥ ଟପୋ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୭ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା: ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ

ଭୁବନେଶ୍ୱର: ରାଜ୍ୟରେ ୭ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଆଜି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନୁଗୁଳ, ବରଗଡ, ଦେଓଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ଏବଂ ସୁନ୍ଦରଗଡରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ତେବେ ବର୍ଷା ସମୟରେ ବଜ୍ରପାତରୁ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନରେ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୨୪ ହଜାର ୮୮୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୪ ହଜାର ୮୮୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୩ ଲକ୍ଷ ୩୩ ହଜାର ୭୨୮ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୪୪୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ ୭୩ ହଜାର ୨୬୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୨ ହଜାର ୨୨ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆଜିଠାରୁ 4 ଦିନ ପାଇଁ ସବୁ ବ୍ୟାଙ୍କ ବନ୍ଦ ରହିବ, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ, ଆଜିଠାରୁ 4 ଦିନ ପାଇଁ ବ୍ୟାଙ୍କଗୁଡିକ ବନ୍ଦ ରହିବ। କାରଣ ହେଲା ଆଜି ହେଉଛି ଚଳିତ ମାସର ଦ୍ବିତୀୟ ଶନିବାର। ସେଥିପାଇଁ ବ୍ୟାଙ୍କ ସ୍ବାଭାବିକ ଭାବେ ବନ୍ଦ ରହିବ। ଏହାପରେ ରବିବାର ମଧ୍ୟ ବନ୍ଦ ରହିବ। ସୋମବାର ଏବଂ ମଙ୍ଗଳବାର ଦୁଇ ଦିନ ପାଇଁ ବ୍ୟାଙ୍କ ୟୁନିୟନ ଧର୍ମଘଟ ଡାକରା ଦେଇଛି। ଏହି ଦୁଇଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରଖିବା ପାଇଁ ସଂଘ ଘୋଷଣା କରିଛି। ଫଳରେ ଲଗାତର ଭାବେ ମୋଟ ଚାରିଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ସମାଜରେ ସମ୍ମାନର ସହିତ ବଞ୍ଚିବା ପାଇଁ ଜଣେ କଣ କରିବା ଉଚିତ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଜଣେ ମଣିଷ ଜୀବନ କାଳ ମଧ୍ୟରେ କଣ କଲେ ତାହାର ସମ୍ମାନ ବୃଦ୍ଧି ପାଇବ। ଚାଣକ୍ୟଙ୍କ ହିସାବରେ ଯଦି ଜଣେ ସମାସ୍କନ୍ଧ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ବ ସ୍ଥାପନ କରନ୍ତି ତେବେ ତାହା ଶୋଭା ପାଇବ। ସେମାନଙ୍କ ମଧ୍ୟରେ ଭଲ ଭାବର ଆଦାନ ପ୍ରଦାନ ହୋଇପାରିବ। ସେହିପରି ଜଣେ ସରକାର ବା ରାଜାଙ୍କ ସେବା କରିବା ସବୁଠାରୁ ଭଲ, ସମ୍ମାନ ଅଛି। କାରଣ ଏହିମାନଙ୍କ ପାଖରେ କାମ କଲେ ଆପଣଙ୍କର ଜୀବୀକା ହରାଇବାର ସମ୍ଭାବନା କମ ଥାଏ।

ସେହିପରି ଚାଣକ୍ୟ କହିଛନ୍ତି ଯେ, ବ୍ୟବସାୟ କ୍ଷେତ୍ରରେ ଯଦି ଆପଣ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରନ୍ତି ତେବେ ତାହା ଦ୍ବାରା ସମ୍ମାନ ଓ ବ୍ୟବସାୟ ବଢିବ। ସାଧାରଣତଃ ବ୍ୟବସାୟ କଲେ ସମସ୍ତ ଜାତିଧର୍ମବର୍ଣ୍ଣ ନିର୍ବିଶେଷରେ ସମାନ ବ୍ୟବହାର ପ୍ରଦର୍ଶନ କରିବା ଉଚିତ। କାରଣ ସେମାନେ ହିଁ ଆପଣଙ୍କର ବ୍ୟବସାୟକୁ ଆଗକୁ ନେବେ।

ସେହିପରି ଗୁଣବତୀ ସ୍ତ୍ରୀର ବ୍ୟବହାର ଘରର ଶୋଭା ବୃଦ୍ଧି କରିଥାଏ। କାରଣ ତାଙ୍କ ସହିତ ମିଳାମିଶା କଲେ ତାଙ୍କର ଉଚିତ ବ୍ୟବହାର ସାଇପଡିଶାଙ୍କ ଦ୍ବାରା ପ୍ରଶଂସିତ ହୋଇଥାଏ। ସେଥିପାଇଁ ଯେଉଁ ସ୍ତ୍ରୀର ଗୁଣ ଭଲ ସେ ସବୁବେଳେ ପ୍ରିୟଭାଜନ ହୋଇଥାଏ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗବେଷଣା ପାଇଁ ୫ ଲକ୍ଷ ଟଙ୍କା ସିଡ୍‌ ଫଣ୍ଡ, ପିଏଚଡି ପାଇଁ ମାସିକ ୧୫ ହଜାର ଟଙ୍କା,କେମିତି ଜାଣନ୍ତୁ

ଭୁବନେଶ୍ୱର, ରାଜ୍ୟରେ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଗବେଷଣା ପାଇଁ ଚଳିତ ବର୍ଷର, ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା ଆରମ୍ଭ ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଣୟନ କରାଯାଇଥିବା ଏହି ଯୋଜନାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୁବ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଗବେଷଣା ନିମନ୍ତେ ଦୁଇବର୍ଷ ନିମନ୍ତେ ୫ ଲକ୍ଷ ଟଙ୍କା ସିଡ୍‌ ଫଣ୍ଡ ପ୍ରଦାନ କରାଯିବ।

ସେହିପରି, ଏନ୍‌ଇଟିରେ ଚୟନ ହୋଇଥିବା ଓ ରାଜ୍ୟ ବିଶ୍ୱବିଦ୍ୟାଳୟ କିମ୍ବା ରାଜ୍ୟ ଶିକ୍ଷାନୁଷ୍ଠାନରେ ପୂର୍ଣ୍ଣକାଳୀନ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି କାର୍ଯ୍ୟକ୍ରମ ନିମନ୍ତେ ମାସିକ ୧୫ ହଜାର ଟଙ୍କାର ଫେଲୋସିପ୍‌ ୪ ବର୍ଷ ନିମନ୍ତେ ପ୍ରଦାନ କରାଯିବ। ସନ୍ଦର୍ଭ ପ୍ରକାଶନ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି ।

ସିଡ୍‌ ଫଣ୍ଡ ନିମନ୍ତେ ଯୁବ ଅଧ୍ୟାପକ ଅଧ୍ୟାପିକାମାନଙ୍କ ବୟସ ସୀମା ୪୫ ବର୍ଷ ରଖା ଯାଇଥିବା ବେଳେ ଫେଲୋସିପ୍‌ ନିମନ୍ତେ ବୟସ ସୀମା ୩୫ ବର୍ଷ ରଖାଯାଇଛି । ଗତବର୍ଷ ଏହି ବୟସ ସୀମା ଯଥାକ୍ରମେ ୪୦ ଓ ୩୦ ବର୍ଷ ଥିବାବେଳେ ୨୦୨୦ ବର୍ଷ ନିମନ୍ତେ ଏହାକୁ ୫ ବର୍ଷ ବୃଦ୍ଧି କରାଯାଇଛି । ଏଥିରେ ମହିଳାମାନଙ୍କ ନିମନ୍ତେ ୪୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି ।

୩୫ଟି ବିଷୟରେ ଏହି ଫେଲୋସିପ୍‌ ପ୍ରଦାନ କରାଯାଉଛି । ଏହି ଯୋଜନା ୨୦୧୯ ମସିହାରୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ୨୦୧୯ ମସିହାରେ ୧୩ଟି ରାଜ୍ୟ ଜୁନିଅର ରିସର୍ଚ୍ଚ ଫେଲୋ ଏବଂ ୪୦ଟି ସିଡ୍‌ ଫଣ୍ଡ ଅନୁଦାନ ପ୍ରଦାନ କରାଯାଇଥିଲା । ବିଜ୍ଞାନ, ଇଂଜିନିୟରିଂ, କଳା, ଭାଷା ସାହିତ୍ୟ, ସାମାଜିକ ବିଜ୍ଞାନ ଆଦି କ୍ଷେତ୍ରରେ ଏହି ଅନୁଦାନ ପ୍ରଦାନ କରାଯାଇଥିଲା ।

୨୦୨୦ ବର୍ଷର ଅନୁଦାନ ଚୟନ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏଥିପାଇଁ ଡିସେମ୍ବର ୨୦୨୦ରେ ବିଜ୍ଞାପନ ପ୍ରକାଶ ପାଇଥିଲା । ଏଥିରେ ୧୬୬ଟି ଆବେଦନ ପତ୍ର ମିଳିଥିବାବେଳେ ୧୩ଟି ଆବେଦନ ଅନୁପଯୁକ୍ତ ଥିବାରୁ ଖାରଜ ହୋଇଯାଇଥିଲା ।

୧୫୩ଟି ପ୍ରସ୍ତାବକୁ ଅଭିଜ୍ଞ ବିଶେଷଜ୍ଞ ମଣ୍ଡଳୀ ଦ୍ୱାରା ସମୀକ୍ଷା କରାଯାଇଥିଲା । ଏଥିରୁ ବଛା ଯାଇଥିବା ୧୦୬ଟି ପ୍ରସ୍ତାବ ଚୟନ କମିଟି ସମ୍ମୁଖରେ ଉପସ୍ଥାପନ କରାଯିବ । ଏହି ଉପସ୍ଥାପନ କାର୍ଯ୍ୟକ୍ରମ ମାର୍ଚ୍ଚ ୧୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିମଧ୍ୟରୁ ସିଡ୍‌ ଫଣ୍ଡ ଅନୁଦାନ ନିମନ୍ତେ ୪୦ଟି ପ୍ରସ୍ତାବକୁ ଚୟନ କରାଯିବ ।

ଏହି ଯୋଜନା ରାଜ୍ୟରେ ଗବେଷଣା ନିମନ୍ତେ ଏକ ନୂତନ ବାତାବରଣ ସୃଷ୍ଟି କରିଥିବାବେଳେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରୁ ଉତ୍ତୀର୍ଣ୍ଣ ହୋଇ ଦେଶବିଦେଶରେ ଗବେଷଣା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଅନେକ ପୁରାତନ ଛାତ୍ରଛାତ୍ରୀ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣା ଦିଗରେ ସହଯୋଗ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ମନ୍ତ୍ରୀ ଡ. ଅରୁଣ ସାହୁ କହିଥିଲେ ।

ଏହି ଅବସରରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଯୋଜନାର ବିଭିନ୍ନ ଦିଗ ସଂପର୍କରେ ବିଶଦ ଭାବରେ ଆଲୋଚନା କରିବା ସହିତ ଏହା ଦ୍ୱାରା ରାଜ୍ୟର ଯୁବ ଗବେଷକମାନେ ବହୁଳ ଭାବେ ଉପକୃତ ହେବେ ବୋଲି କହିଥିଲେ ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ଆଜି ହେଉଛି ଶନି ଅମାବାସ୍ୟା, ସୂର୍ଯ୍ୟ ଏବଂ ତାଙ୍କ ପୁତ୍ର ଶନିଙ୍କର ମିଳନ, ଜାଣନ୍ତୁ ଆଜି କଣ କରିବେ

ଭୁବନେଶ୍ବର, ଶନିବାର ଦିନ ପଡୁଥିବା ଅମାବାସ୍ୟାକୁ ଶନି ଅମାବାସ୍ୟା କୁହାଯାଏ। ଶନି ଅମାବାସ୍ୟା ଅବସରରେ ସୂର୍ଯ୍ୟ ଏବଂ ତାଙ୍କ ପୁଅ ଶନିଙ୍କ ମିଳନ ହୋଇଥାଏ । ଶନିବାର ଦିନ ଅମାବାସ୍ୟାର ବିରଳ ଯୋଗ ବର୍ଷକୁ ମାତ୍ର ଦୁଇଥର ଆସିଥାଏ । ଥରେ ଥରେ ଗୋଟିଏ ବର୍ଷରେ ମଧ୍ୟ ଆସେ ନାହିଁ।

ଏହି ବିରଳ ଯୋଗରେ ଶନିଙ୍କୁ ଖୁସି କରିବାକୁ କିଛି ପ୍ରତିକାର ପାଇଁ ପରାମର୍ଶ ଦିଆଯାଇଛି । ଯାହାର ପ୍ରଭାବ ଅନ୍ୟ ଦିନ ତୁଳନାରେ ବହୁଗୁଣିତ । ଲୋକଙ୍କ ରାଶି ଅନୁଯାୟୀ, ଶନିଙ୍କ ମହାଦଶା, ଅନ୍ତଃଦଶା, ପଡିଥାଏ। ଶନି କାହାକୁ ଆର୍ଥିକ, ସାମାଜିକ, ଶାରୀରିକ କିମ୍ବା ରାଜନୈତିକ ସ୍ତରରେ ଆଘାତ ଦେଉଛନ୍ତି ତ କାହାକୁ ନାହିଁ।

ତେବେ ସମସ୍ତେ ଜାଣି ରଖିବା ଉଚିତ ଯେ, ଶନି କାହା ପାଇଁ ଅନାବଶ୍ୟକ ଅସୁବିଧା ସୃଷ୍ଟି କରନ୍ତି ନାହିଁ। ସେହି ବ୍ୟକ୍ତିର କର୍ମ ହେଉଛି ଫଳ, ଯେଉଁଥିପାଇଁ ସେ ନିଜ କାର୍ଯ୍ୟର ଫଳ ଭୋଗନ୍ତି । ଶନିଦେବଙ୍କୁ ଗ୍ରହ ମଧ୍ୟରେ ଜଣେ ନ୍ୟାୟଯୁକ୍ତ ବିଚାରପତି ଭାବରେ ବିବେଚନା କରାଯାଏ, ତେଣୁ ଏହି କ୍ଷେତ୍ରରେ ଲୋକଙ୍କୁ ଭଲ କିମ୍ବା ଖରାପ ଭାଗ୍ୟ ଉପରେ ପଡିଥାଏ ।

ଶନି ଦୋଷକୁ ଏଡାଇବା ପାଇଁ ଶନି ଅମାବାସ୍ୟା ଉପରେ ନିମ୍ନଲିଖିତ ପଦକ୍ଷେପ କରିପାରିବେ ।

1-ଶନି ଅମବାସ୍ୟାରେ ସକାଳେ ସୂର୍ଯ୍ୟ ଅସ୍ତ ହେବା ପରେ ଓସ୍ତ ଗଛ ତଳେ କ୍ଷୀର, ରାଶି ତେଲ ଏବଂ ମିଠା ପାଣି ଢାଳନ୍ତୁ ଏବଂ ଓମ୍ ଶନିଶ୍ଚରାୟ ନମଃ ଜପ କରି 11 ଥର ଗଛ ଚାରିପଟେ ବୁଲନ୍ତୁ।

2- ଶନି ଅମାବାସ୍ୟା ଠାରୁ 43 ଦିନ ଧରି ସୂର୍ଯ୍ୟାସ୍ତ ପରେ ଓସ୍ତଗଛ ତଳେ ରାଶିତେଲ ଦୀପ ଜାଳନ୍ତୁ ଏବଂ କ୍ରମାଗତ ଭାବରେ ସାତ ଥର ଗଛ ଚାରିପଟେ ବୁଲନ୍ତୁ। ଏହା ଶନି ଦୋଷକୁ ଦୂର କରିଥାଏ ଏବଂ ଲାଭ ପାଇଁ ସୁଯୋଗ ପ୍ରଦାନ କରେ । ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ପରିବାରରେ ପ୍ରେମ ଏବଂ ସ୍ନେହ ରହିଥାଏ ।

3- ସକାଳେ ସ୍ନାନ କରୁଥିବା ପାଣିରେ ଅଳ୍ପ ରାଶି ତେଲ ଢାଳି ଗାଧାନ୍ତୁ। ଗାଧୋଇବା ସମୟରେ ଭଗବାନ ଶନିଙ୍କ ଉପରେ ଧ୍ୟାନ କରନ୍ତୁ । ପ୍ରତି ଶନିବାର ଏହା କଲେ ଶନିଦେବ ଖୁସି ହୁଅନ୍ତି ।

4- ଶନି ଅମାବାସ୍ୟାରେ, ଏକ ଲୁହା କିମ୍ବା ଇସ୍ପାତ ପାତ୍ରରେ ତେଲ ଭର୍ତ୍ତି କରନ୍ତୁ ଏବଂ ଏଥିରେ ନଗଣି କିଛି ମୁଦ୍ରା ଢାଳନ୍ତୁ ଏବଂ ପରିବାରର ସମସ୍ତ ସଦସ୍ୟ ଏଥିରେ ମୁହଁ ଦେଖାନ୍ତୁ। ଏହା ପରେ ଏହାକୁ ଏକ ପଡିଆରେ ପୋତି ଦିଅନ୍ତୁ କିମ୍ବା ଭିକାରୀକୁ ଦାନ କରନ୍ତୁ । ଏହା ଶାରୀରିକ ଯନ୍ତ୍ରଣାର ଅବସର ଦେଇଥାଏ ।

5-ଯଦି ଜଣେ ବ୍ୟକ୍ତି ଶନିଙ୍କ ଅନ୍ତଃଦଶା କିମ୍ବା ମହାଦାଶାରେ ଶାରୀରିକ ଯନ୍ତ୍ରଣା ଭୋଗୁଛନ୍ତି, ତେବେ ତାଙ୍କ ସମାନ ଓଜନର ତୂଳାଶେଯ ଶନି ଅମାବାସ୍ୟାରେ ଦାନ କରନ୍ତୁ । ଏହା କରିବା ଦ୍ୱାରା ଶାରୀରିକ ଦୁଃଖ ଦୂର ହେବାକୁ ଲାଗେ ।

6-ଶନି ଅମାବାସ୍ୟାରେ ଅତି କମରେ 23 ହଜାର କିମ୍ବା 92 ହଜାର ଶନି ମନ୍ତ୍ର ‘ଓଁ ଶନିଶ୍ଚରାୟ ନମଃ’ ଜପ କରନ୍ତୁ।

7- ଶନି ଅମବାସ୍ୟା ଦିନ ଗରିବ, ଶ୍ରମିକ କିମ୍ବା ଅସହାୟ ବ୍ୟକ୍ତିଙ୍କୁ ନୂଆ ପୋଷାକ ସହିତ ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା ଶନିଙ୍କ ଦୁଃଖରୁ ମୁକ୍ତି ମିଳିଥାଏ । ଆପଣଙ୍କ ଘରେ ସୁଖ, ସୁଖ ଏବଂ ସମୃଦ୍ଧତା ସହିତ ପ୍ରସନ୍ନ ବୃଦ୍ଧି ପାଇଥାଏ।

Categories
ଧର୍ମ ବିଶେଷ ଖବର

ଆଜି ମାର୍ଚ୍ଚ 13 ତାରିଖ ଶନିବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

ମେଷ: – ଆଜି ଏକ ଭଲ ଦିନ ହେବ । ନୂତନ ବ୍ୟବସାୟ ସଂପ୍ରସାରଣ ଯୋଜନା ଗଠନ ହୋଇପାରେ । କଣ୍ଟିଜେନ୍ସି ଲାଭ ପ୍ରଦାନ କରାଯିବ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । ବନ୍ଦ ହୋଇଥିବା ଟଙ୍କା ମିଳିପାରିବ । କୌଣସି କାରବାରରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଏବଂ ପ୍ରୟାସ ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । ପରିବାରର ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିବାହିତ ଜୀବନ ସୁଖୀ ହେବ । 

ବୃଷ: – ଆଜି ଶୁଭ ହେବ। ବ୍ୟବସାୟରେ କଣ୍ଟିଜେଣ୍ଟ୍ ଲାଭ ହେଉଛି । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସ୍ଥାନାନ୍ତର ସହିତ ଆୟ ମଧ୍ୟ ବୃଦ୍ଧି ପାଇପାରେ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । କିଛି ନୂଆ କରିବାକୁ ଇଚ୍ଛା ମଧ୍ୟ ରହିବ । କୌଶଳ ହେତୁ ଜଣେ ଅଧିକାରୀଙ୍କଠାରୁ ସମ୍ମାନ ପାଇପାରିବେ । ସ୍ୱାସ୍ଥ୍ୟ ଭଲ ହେବ । ସ୍ଥଗିତ କାର୍ଯ୍ୟ କରାଯାଇପାରିବ । ପ୍ରେମ କାର୍ଯ୍ୟରେ ସଫଳତା ପାଇବେ ।

ମିଥୁନ: – ଆଜି ଏକ ସାଧାରଣ ଦିନ ହେବ । ପରିଶ୍ରମ କରିବା ଅପେକ୍ଷା କର୍ମ କ୍ଷେତ୍ରର ଯୋଜନା ଅଧିକ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଅଧିକାରୀମାନଙ୍କର ସହାୟତା ପାଇବେ। ପୁରୁଣା ଋଣରୁ ମୁକ୍ତି ମିଳିପାରେ । ପରିବାର, ବନ୍ଧୁ ଏବଂ ସମ୍ପର୍କୀୟମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବେ । ରିଅଲ୍ ଇଷ୍ଟେଟ୍ ପ୍ରସଙ୍ଗରେ ଜଡିତ ନହେବା ଆବଶ୍ୟକ। ଏକ ଆଇନଗତ ବିବାଦରେ ପଡ଼ିପାରନ୍ତି । ଆପଣଙ୍କର ଆଚରଣ ସାଥୀକୁ ଖୁସି କରିବ । ଟଙ୍କା ପାଇବା ପାଇଁ ନୂଆ ମାର୍ଗ ଖୋଲିବ । 

କର୍କଟ: – ଆଜି ମିଶ୍ରିତ ଦିନ ହେବ । ଚାକିରି କ୍ଷେତ୍ରରେ ଅଧିକ ପରିଶ୍ରମ ହେବ । ଆପଣଙ୍କର ପ୍ରୟାସ କାର୍ଯ୍ୟରେ ସଫଳତା ଆଣିବ, ମାନସିକ ଏବଂ ଶାରୀରିକ ଥକ୍କା ଅନୁଭବ କରିବେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ଏକ ବିବାଦରେ ପଡ଼ିପାରନ୍ତି । ପରିବାରର କାହା ସହିତ ମତଭେଦ ହେବାର ସମ୍ଭାବନା ରହିବ । ଯାନକୁ ଯତ୍ନର ସହିତ ବ୍ୟବହାର କରନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଭ୍ରମଣରୁ ଦୂରେଇ ରୁହନ୍ତୁ ।

ସିଂହ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ ଭଲ ହେବ ଏବଂ ଆର୍ଥିକ ଲାଭ ପାଇବ । କଣ୍ଟିଜେନ୍ସି ସୁବିଧା ଏବଂ ଚାକିରି ପଦୋନ୍ନତି ଗଠନ ହେବ । କାର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ। ତଥାପି, ସେଠାରେ ଅଧିକ କାର୍ଯ୍ୟ ଭାର ରହିବ, ଯାହା ଥକ୍କାପଣର କାରଣ ହୋଇପାରେ । ଉଭୟ ପରିବାର ଏବଂ କାର୍ଯ୍ୟାଳୟର ପରିବେଶ ସୁଖଦ ହେବ । ବିବାହିତ ଜୀବନ ମଧ୍ୟ ସୁଖୀ ହେବ । କାରବାରରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ଭଲ ହେବ । 

କନ୍ୟା: – ଆଜି ଶୁଭ ଫଳପ୍ରଦ ଦିନ ହେବ । ବ୍ୟବସାୟ ଭଲ କରିବ । କାର୍ଯ୍ୟରେ ସଫଳତା ହେତୁ ମନ ଖୁସି ହେବ ଏବଂ ବାସ୍ତୁ ଭୋଗର ଧାରା ବଢିବ । ରିଅଲ୍ ଇଷ୍ଟେଟ୍ ଏବଂ ପୁଂଜି ବିନିଯୋଗ ପାଇଁ ଏକ ଯୋଜନା ହୋଇପାରେ । ଯେ କୈଣସି ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନ୍ତି । ପରିବାରର ପରିବେଶ ଭଲ ରହିବ ଏବଂ ଦିନଟି ମଜାଳିଆରେ ବିତାଇବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ହେବ । ଖାଦ୍ୟ ଏବଂ ପାନୀୟର ଯତ୍ନ ନିଅ ।

ତୂଳା: –ଆଜି ମିଶ୍ରିତ ଦିନ ହେବ। କାର୍ଯ୍ୟ କ୍ଷେତ୍ରରେ ଛୋଟ ସମସ୍ୟା ଆସିପାରେ, କିନ୍ତୁ କଠିନ ପରିଶ୍ରମ କାର୍ଯ୍ୟରେ ସଫଳତା ଆଣିବ। ପରିବାର ଏବଂ ସାଙ୍ଗମାନଙ୍କୁ ମଧ୍ୟ ସମର୍ଥନ କରାଯିବ। ସେଠାରେ ଅଧିକ କାର୍ଯ୍ୟ ଭାର ରହିବ । ବିପଦ ଗ୍ରହଣ କଲେ କ୍ଷତି ହୋଇପାରେ। ବେକାରମାନେ ରୋଜଗାରର ସୁଯୋଗ ପାଇବେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ପାରିବାରିକ ପରିବେଶ ଭଲ ରହିବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ ।

ବିଛା : – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟ ଭଲ କରିବ ଏବଂ ଆର୍ଥିକ ପରିସ୍ଥିତି ଦୃଢ ହେବ । ହଠାତ୍ ଲାଭର ଯୋଗ ମଧ୍ୟ କରାଯାଉଛି । ଚାକିରିରେ ସ୍ଥାନାନ୍ତର କିମ୍ବା ପଦୋନ୍ନତି ହେବାର ସମ୍ଭାବନା ରହିବ । ବିବାହିତ ଜୀବନ ମଧ୍ୟ ସୁଖଦ ହେବ । କ୍ରୋଧକୁ ନିୟନ୍ତ୍ରଣ କର, ଅନ୍ୟମାନେ ଏକ ବିବାଦରେ ପଡ଼ିପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ସାବଧାନ ରୁହନ୍ତୁ । ସାମାଜିକ ଏବଂ ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ । ଭ୍ରମଣରୁ ଦୂରେଇ ରୁହନ୍ତୁ।

ଧନୁ : – ବେକାରମାନଙ୍କ ପାଇଁ ଦିନଟି ଭଲ। ପରିଶ୍ରମ କର । କ୍ୟାରିଅରରେ ଆଗକୁ ବଢିବାର ସୁଯୋଗ ଆସିପାରେ। ଆତ୍ମବିଶ୍ୱାସ ବିପଦପୂର୍ଣ୍ଣ କାର୍ଯ୍ୟରେ ସଫଳତା ଆଣିପାରେ। ଟଙ୍କା ଏବଂ ବ୍ୟବସାୟିକ ବିଷୟଗୁଡ଼ିକର ଯତ୍ନ ନେବାକୁ ପଡ଼ିବ । ସାମାଜିକ କାର୍ଯ୍ୟର ଧାରା ବୃଦ୍ଧି ପାଇବ। ପାରିବାରିକ ସମ୍ପର୍କ ଉନ୍ନତି ହୋଇପାରେ । ଟଙ୍କା ଖର୍ଚ୍ଚ ଅଧିକ ହେବ । ସମ୍ପତ୍ତି ଏବଂ ଷ୍ଟକ୍ ମାର୍କେଟରେ ବିନିଯୋଗ ଲାଭଦାୟକ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅ । 

ମକର: – ଆଜି ଏକ ସାଧାରଣ ଦିନ ହେବ। କାର୍ଯ୍ୟଟି ଭଲରେ ଯିବ ଏବଂ ଲାଭର ରାଶି ମଧ୍ୟ ସେଠାରେ ରହିବ, କିନ୍ତୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଅତ୍ୟଧିକ କାର୍ଯ୍ୟ ହେତୁ ଆପଣ ଥକ୍କା ଅନୁଭବ କରିବେ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କରନ୍ତୁ, ନଚେତ୍ ବିବାଦ ହେବ। ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ । ପରିବାରର ପରିବେଶ ଭଲ ରହିବ ଏବଂ ପରିବାରର ସମ୍ପୂର୍ଣ୍ଣ ସମର୍ଥନ ରହିବ। କାରବାରରୁ ଦୂରେଇ ରୁହନ୍ତୁ ।

କୁମ୍ଭ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଅର୍ଥନୈତିକ ଲାଭର ରାଶି ଦିଆଯାଉଛି। ପରିବାର ଏହି କ୍ଷେତ୍ରରେ ପୂର୍ଣ୍ଣ ସମର୍ଥନ ପାଇବେ । କର୍ମକ୍ଷେତ୍ରରେ ଚିନ୍ତିତ ହେବେ। ପ୍ରଗତିର ରାସ୍ତା ଖୋଲିବ। ପୁରୁଣା ସାଙ୍ଗମାନେ ମଧ୍ୟ ସମର୍ଥନ କରିବେ। ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଆବଶ୍ୟକ। ବ୍ୟବସାୟକୁ ବିସ୍ତାର କରିବା ପାଇଁ ନୂତନ କାର୍ଯ୍ୟ ଆରମ୍ଭ କରିପାରିବ । ପରିବାରର ପରିବେଶ ସୁଖଦ ହେବ । ଏକ ଭ୍ରମଣରେ ଯାଇ ପାରିବେ। 

ମୀନ: – ଆଜି ଏକ ସାଧାରଣ ଦିନ ହେବ। କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ ହେବ । ଛୋଟ ଅସୁବିଧା ଆସିପାରେ, କିନ୍ତୁ ତୁମର ଉଦ୍ୟମ ସହିତ, କାର୍ଯ୍ୟରେ ସଫଳତା ଆସିବ। କ୍ରୋଧର ନିୟନ୍ତ୍ରଣ ରଖନ୍ତୁ ଏବଂ ମାନସିକ ସ୍ତରରେ ବିଭ୍ରାନ୍ତି ଦୂର କରି ରୁହନ୍ତୁ। ପରିବାରର ପରିବେଶ ଭଲ ରହିବ, କିନ୍ତୁ ବକ୍ତବ୍ୟରେ କାହାକୁ ଆଘାତ କର ନାହିଁ, ଏହାର ଯତ୍ନ ନିଅ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ସ୍ୱାସ୍ଥ୍ୟ ଭଲ ହେବ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ଶନିବାର ଦିନ ଏହି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ଦିଅନ୍ତୁ ଧ୍ୟାନ, ହୋଇପାରେ ଅସୁବିଧା

କୁମ୍ଭ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଅର୍ଥନୈତିକ ଲାଭର ରାଶି ଦିଆଯାଉଛି। ପରିବାର ଏହି କ୍ଷେତ୍ରରେ ପୂର୍ଣ୍ଣ ସମର୍ଥନ ପାଇବେ । କର୍ମକ୍ଷେତ୍ରରେ ଚିନ୍ତିତ ହେବେ। ପ୍ରଗତିର ରାସ୍ତା ଖୋଲିବ। ପୁରୁଣା ସାଙ୍ଗମାନେ ମଧ୍ୟ ସମର୍ଥନ କରିବେ। ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଆବଶ୍ୟକ।

ମୀନ: – ଆଜି ଏକ ସାଧାରଣ ଦିନ ହେବ। କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ ହେବ । ଛୋଟ ଅସୁବିଧା ଆସିପାରେ, କିନ୍ତୁ ତୁମର ଉଦ୍ୟମ ସହିତ, କାର୍ଯ୍ୟରେ ସଫଳତା ଆସିବ। କ୍ରୋଧର ନିୟନ୍ତ୍ରଣ ରଖନ୍ତୁ ଏବଂ ମାନସିକ ସ୍ତରରେ ବିଭ୍ରାନ୍ତି ଦୂର କରି ରୁହନ୍ତୁ।

Categories
ଆଜିର ଖବର ଧର୍ମ

ଆଜି ଶନିବାରରେ ଏହି ଦୁଇ ରାଶିର ବ୍ୟକ୍ତିମାନେ ବ୍ୟବସାୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ

ଧନୁ : – ବେକାରମାନଙ୍କ ପାଇଁ ଦିନଟି ଭଲ। ପରିଶ୍ରମ କର । କ୍ୟାରିଅରରେ ଆଗକୁ ବଢିବାର ସୁଯୋଗ ଆସିପାରେ। ଆତ୍ମବିଶ୍ୱାସ ବିପଦପୂର୍ଣ୍ଣ କାର୍ଯ୍ୟରେ ସଫଳତା ଆଣିପାରେ। ଟଙ୍କା ଏବଂ ବ୍ୟବସାୟିକ ବିଷୟଗୁଡ଼ିକର ଯତ୍ନ ନେବାକୁ ପଡ଼ିବ ।

ମକର: – ଆଜି ଏକ ସାଧାରଣ ଦିନ ହେବ। କାର୍ଯ୍ୟଟି ଭଲରେ ଯିବ ଏବଂ ଲାଭର ରାଶି ମଧ୍ୟ ସେଠାରେ ରହିବ, କିନ୍ତୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଅତ୍ୟଧିକ କାର୍ଯ୍ୟ ହେତୁ ଆପଣ ଥକ୍କା ଅନୁଭବ କରିବେ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କରନ୍ତୁ, ନଚେତ୍ ବିବାଦ ହେବ। ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ ।

Categories
ଆଜିର ଖବର ଧର୍ମ

ଶନିଦେବଙ୍କ ରହିଛି କୋପ, ଏହି ଦୁଇରାଶିର ବ୍ୟକ୍ତିମାନେ କ୍ରୋଧକୁ କରନ୍ତୁ ନିୟନ୍ତ୍ରଣ

ନୂଆଦିଲ୍ଲୀ, ମାର୍ଚ୍ଚ 13 ତାରିଖ ଶନିବାର ଦିନ ଏହି ଦୁଇ ରାଶି ପ୍ରତି ରହିଛି ଶନିଦେବଙ୍କ କୋପ। ସେଥିପାଇଁ ଆପଣ ଆପଣଙ୍କର କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ନଚେତ ହୋଇପାରେ ଅସୁବିଧାଷ ଏଥିସହିତ ଶନିବାର ଦିନ ପରିବାର ଏବଂ ସାଙ୍ଗମାନଙ୍କୁ ମଧ୍ୟ ସମର୍ଥନ ମିଳିବ। ସେଠାରେ ଅଧିକ କାର୍ଯ୍ୟ ଭାର ରହିବ । ବିପଦ ଗ୍ରହଣ କଲେ କ୍ଷତି ହୋଇପାରେ। ବେକାରମାନେ ରୋଜଗାରର ସୁଯୋଗ ପାଇବେ ।

ପାରିବାରିକ ପରିବେଶ ଭଲ ରହିବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ । ଏହି ଦୁଇଟି ରାଶି ହେଲା ତୂଳା ଏବଂ ବିଛା।  ଚାକିରିରେ ସ୍ଥାନାନ୍ତର କିମ୍ବା ପଦୋନ୍ନତି ହେବାର ସମ୍ଭାବନା ରହିବ । ବିବାହିତ ଜୀବନ ମଧ୍ୟ ସୁଖଦ ହେବ। ଅନ୍ୟମାନେ ଏକ ବିବାଦରେ ପଡ଼ିପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ସାବଧାନ ରୁହନ୍ତୁ ।

Categories
ଆଜିର ଖବର ଧର୍ମ

ରିଅଲ ଇଷ୍ଟେଟରେ ଶନିବାର ଦିନ ପୁଂଜି ବିନଯୋଗ ନିମନ୍ତେ ଏହି ରାଶି ପାଇଁ ଉପଯୁକ୍ତ ଦିନ

ସିଂହ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ ଭଲ ହେବ ଏବଂ ଆର୍ଥିକ ଲାଭ ପାଇବ । କଣ୍ଟିଜେନ୍ସି ସୁବିଧା ଏବଂ ଚାକିରି ପଦୋନ୍ନତି ଗଠନ ହେବ । କାର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ। ତଥାପି, ସେଠାରେ ଅଧିକ କାର୍ଯ୍ୟ ଭାର ରହିବ, ଯାହା ଥକ୍କାପଣର କାରଣ ହୋଇପାରେ ।  

କନ୍ୟା: –  ରିଅଲ୍ ଇଷ୍ଟେଟ୍ ଏବଂ ପୁଂଜି ବିନିଯୋଗ ପାଇଁ ଏକ ଯୋଜନା ହୋଇପାରେ । ଯେ କୈଣସି ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନ୍ତି । ପରିବାରର ପରିବେଶ ଭଲ ରହିବ ଏବଂ ଦିନଟି ମଜାଳିଆରେ ବିତାଇବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ହେବ । ଖାଦ୍ୟ ଏବଂ ପାନୀୟର ଯତ୍ନ ନିଅ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନ ଶନିବାର ଦିନ ସାବଧାନରେ ଗାଡି ଚଳାନ୍ତୁ, ହୋଇପାରେ ଦୁର୍ଘଟଣା

ମିଥୁନ: – ଆଜି ଏକ ସାଧାରଣ ଦିନ ହେବ । ପରିଶ୍ରମ କରିବା ଅପେକ୍ଷା କର୍ମ କ୍ଷେତ୍ରର ଯୋଜନା ଅଧିକ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଅଧିକାରୀମାନଙ୍କର ସହାୟତା ପାଇବେ। ପୁରୁଣା ଋଣରୁ ମୁକ୍ତି ମିଳିପାରେ ।

କର୍କଟ: – କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ଏକ ବିବାଦରେ ପଡ଼ିପାରନ୍ତି । ପରିବାରର କାହା ସହିତ ମତଭେଦ ହେବାର ସମ୍ଭାବନା ରହିବ । ଯାନକୁ ଯତ୍ନର ସହିତ ବ୍ୟବହାର କରନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଭ୍ରମଣରୁ ଦୂରେଇ ରୁହନ୍ତୁ ।

Categories
ଆଜିର ଖବର ଧର୍ମ

ଶନିବାର ସକାଳୁ ଏହି ଦୁଇ ରାଶିର ବ୍ୟକ୍ତିମାନେ ପାଇବେ ଶୁଭ ଖବର, ଜାଣନ୍ତୁ ରାଶିଫଳ

ମେଷ: – ଆଜି ଏକ ଭଲ ଦିନ ହେବ । ନୂତନ ବ୍ୟବସାୟ ସଂପ୍ରସାରଣ ଯୋଜନା ଗଠନ ହୋଇପାରେ । କଣ୍ଟିଜେନ୍ସି ଲାଭ ପ୍ରଦାନ କରାଯିବ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । ବନ୍ଦ ହୋଇଥିବା ଟଙ୍କା ମିଳିପାରିବ । କୌଣସି କାରବାରରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଏବଂ ପ୍ରୟାସ ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ।

ବୃଷ: – ଆଜି ଶୁଭ ହେବ। ବ୍ୟବସାୟରେ କଣ୍ଟିଜେଣ୍ଟ୍ ଲାଭ ହେଉଛି । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସ୍ଥାନାନ୍ତର ସହିତ ଆୟ ମଧ୍ୟ ବୃଦ୍ଧି ପାଇପାରେ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । କିଛି ନୂଆ କରିବାକୁ ଇଚ୍ଛା ମଧ୍ୟ ରହିବ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରାଜ୍ୟରେ ୧୨୧୪ କୋଟି ଟଙ୍କାର ୮ଟି ପ୍ରକଳ୍ପକୁ ମିଳିଲା ଅନୁମୋଦନ, ୨୪୨୭ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି

ଭୁବନେଶ୍ୱର: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ୮ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଭର୍ଚୁଆଲ୍ ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରକଳ୍ପଗୁଡ଼ିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସମ୍ପର୍କିତ ବିଷୟ ଆଲୋଚନା କରିଥିଲେ ।

ଅନୁମୋଦିତ ୮ଟି ପ୍ରକଳ୍ପରେ ୧୨୧୪ କୋଟି ଟଙ୍କା ବିନିଯୋଗ ହେବ । ପ୍ରକଳ୍ପରେ ୨୪୨୭ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ । ପ୍ରକଳ୍ପ ତ୍ୱରିତ କାର୍ଯ୍ୟକ୍ଷମ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶିଳ୍ପମାନଙ୍କ ପାଇଁ ଆବଶ୍ୟକ ଜମି ଓ ଜଳର ସଠିକ୍ ଆକଳନ କରିବା ସହ ଅଧିକ ନିଯୁକ୍ତି ଭିତ୍ତିକ ଶିଳ୍ପଗୁଡ଼ିକୁ ଅଗ୍ରାଧିକାର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଯେଉଁ ଆଠଟି ପ୍ରକଳ୍ପକୁ ଅନୁମୋଦ ଦିଆଯାଇଛି ସେଗୁଡିକ ହେଲା..

1- ମୟୂରଭଞ୍ଜ ରାଇରଙ୍ଗପୁରରେ ଏନର୍ଜି ମିନେରାଲ୍ସ ଲୁହା ପଥର ବେନିଫିକେସନ୍ ଓ ପେଲେଟ୍ ପ୍ଲାଣ୍ଟ ନିର୍ମାଣ କରିବ। ସେଥିପାଇଁ୨୫୬ କୋଟି ବିନିଯୋଗ ହେବ । ଏଥିରେ ୨୭୪ ଜଣଙ୍କୁ ନିଯୁକ୍ତି ମିଳିବ ।

2-  ଆଇଟିସି ଲିମିଟେଡ୍ ଭୁବନେଶ୍ୱର ଡୁମଡୁମାରେ ପଞ୍ଚ ତାରକା ହୋଟେଲ୍ ନିର୍ମାଣ କରିବ। ଏଥିରେ ୧୪୧.୧୪ କୋଟି ବିନଯୋଗ ହେବାକୁ ଥିବାବେଳେ ୧୨୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

3- ଫାଲକନ୍ ରିଅଲ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲି. ଖୋର୍ଦ୍ଧାରେ ୧୨୦.୨୬ କୋଟି ଟଙ୍କା ବିନିଯୋଗରେ ପଞ୍ଚ ତାରକା ହୋଟେଲ ନିର୍ମାଣ କରିବ । ଯେଉଁଥିରେ ୯୦୦ ଜଣ ନିଯୁକ୍ତି ପାଇବେ।

4- ବ୍ରିଟାନିକା ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଖୋର୍ଦ୍ଧାରେ ଥିବା ତାହାର ବିସ୍କୁଟ୍ ଓ କେକ ପ୍ରକଳ୍ପର ସମ୍ପ୍ରସାରଣ କରିବ  । ଏଥିରେ ୯୩.୬୦ କୋଟି ଟଙ୍କା ପୁଂଜି ନିବେଶ ହେବାକୁ ଥିବାବେଳେ ୩୫୦ ଜଣଙ୍କୁ ନିଯୁକ୍ତି ମିଳିବ।

5- ଦେବଗଡ଼ରେ ଇନ୍ଦାଲକ୍ ସ୍ୱିରିଟ୍ ପ୍ରାଇଭେଟ୍ ଲିମିଟେଡ୍ ୨୦୪.୬୦ କୋଟି ବିନିଯୋଗରେ ନିର୍ମାଣ କରିବ ଶସ୍ୟ ଭିତ୍ତିକ ଡିଷ୍ଟିଲେରୀ ପ୍ଲାଣ୍ଟ । ଏଥିରେ ୧୮୫ ଜଣ ନିଯୁକ୍ତି ପାଇବେ ।

6- ଝାରସୁଗୁଡ଼ାରେ ମାସ୍ ସ୍ପିରିଟସ୍ ଡିଷ୍ଟିଲେରୀ ଏବଂ ବଟଲିଂ କାରଖାନା  ନିର୍ମାଣ କରିବ। ଏଥିରେ ୨୦୪.୬୦ କୋଟି ବିନିଯୋଗ ହେବ।୧୮୫ ଜଣଙ୍କୁ ନିଯୁକ୍ତି ମିଳିବ।

7- ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡାରେ ଥିବା ସର୍ବେଶ ରିପ୍ରାକ୍ଟୋରିଜ୍ ପ୍ରାଇଭେଟ୍ ଲିମିଟେଡ୍ ରିଫ୍ରାକ୍ଟୋରୀ କାରଖାନାର ସମ୍ପ୍ରସାରଣ ହେବ। ଏଥିରେ ୧୨୩.୨୫ କୋଟି ଟଙ୍କା ନିବେଶ ହେବ । ଏହାଦ୍ୱାରା ୨୯୯ ଜଣ କର୍ମ ନିଯୁକ୍ତି ପାଇବେ ।

8- ପୁରବ୍ ପ୍ୟାକେଜିଂ ପ୍ରାଇଭେଟ୍ ଲିମିଟେଡ୍ ପାରାଦୀପ ପ୍ଲାଷ୍ଟିକ ପାର୍କରେ ପଲି ପ୍ରପଲିନ୍ କାରଖାନା କରିବ। ୬୦ କୋଟି ଟଙ୍କା ବିନିଯୋଗରେ ହେବାକୁ ଥିବା ଏହି ପ୍ରକଳ୍ପରେ ୬୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶିଶୁ ସାହିତ୍ୟ ପାଇଁ ଡ ରାମଚନ୍ଦ୍ର ନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନିତ

ନୂଆଦିଲ୍ଲୀ, ଶିଶୁ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି। ତାଙ୍କ ରଚିତ ଶିଶୁ ଗଳ୍ପ ପୁସ୍ତକ ‘ବଣ ଦେଉଳରେ ସୁନା ନେଉଳ’ ପାଇଁ ବାଲ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ । ଚଳିତ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର ତାଲିକା ପ୍ରକାଶ ପାଇଛି ।

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଅତାସାହି ଗାଁର ହେଉଛନ୍ତି ରାମଚନ୍ଦ୍ର। ତାଙ୍କ ଦ୍ବାରା ରଚିତ ଶିଶୁ ସାହିତ୍ୟ ବେଶ ଲୋକପ୍ରିୟତା ଅର୍ଜନ କରିଛି। ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନିତ କରାଯାଇଥିବାରୁ ବିଭିନ୍ନ ମହଲରେ ଖୁସିର ଲହରି ଖେଳିଯାଇଛି।

Categories
ଆଞ୍ଚଳିକ

ଚିଲିକା ବ୍ଲକର ଅଗ୍ନିବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା ମିଶନ ଜୟ ଜଗନ୍ନାଥ ସଂଗଠନ

ସୀତାରାମ ଅଗ୍ରୱାଲ
ଚିଲିକା: ଆଜିକାଲିର ସମାଜରେ ଦୁଃଖୀରଙ୍କିଙ୍କୁ ସାହାଯ୍ୟ କରୁଥିବା ସଂଗଠନ ମିଳିବା ଏକ ସ୍ଵପ୍ନ ସଦୃଶ। କିନ୍ତୁ ମିଶନ ଜୟ ଜଗନ୍ନାଥ ସଂଗଠନ ଏଭଳି ଏକ ସଂଗଠନ, ଯାହା ଏବେ ଲୋକଙ୍କ ପାଖରେ ଅସମୟରେ ଠିଆ ହେଉଥିବାର ଦେଖିବାକୁ ମିଳୁଛି। କେତେଜଣ ପରୋପକାରୀ ଯୁବକମାନଙ୍କୁ ନେଇ ଏହି ସଂଗଠନ ସୃଷ୍ଟି ହୋଇଛି। ସଂଗଠନର ସଦସ୍ୟମାନଙ୍କ ନିଜସ୍ଵ ଆର୍ଥିକ ସହାୟତାରେ ଦୁର୍ଦ୍ଦିନରେ ପଡିଥିବା ଲୋକଙ୍କୁ ସହଯୋଗ କରୁଛି।

ତେବେ ଗତକାଲି ଏହି ସଂଗଠନ ଚିଲିକା ବ୍ଲକରେ ଅଗ୍ନିକାଣ୍ଡ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପରିବାର ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିଛି। ୧୨ ଟି କ୍ଷତିଗ୍ରସ୍ତ ପରିବାରକୁ ଚୂଡା, ଚିନି, ବିସ୍କୁଟ ଆଦି ବଣ୍ଟନ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୭ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସାନନଇରୀର ଦଣ୍ଡା ସାହିରେ ଭୟଙ୍କର ନିଆଁ ଲାଗି ୧୦ ରୁ ଉର୍ଦ୍ଧ୍ଵ ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ୧୦ ଟି ଘର ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ୬ ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହେବା ସହ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀର ଦୁଇଟି ଦମକଳ ଗାଡି ପାଖାପାଖି ୪ ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିପାରିଥିଲେ।

ତେବେ ମିଶନ ଜୟ ଜଗନ୍ନାଥ ସଂଗଠନର ଏଭଳି ପ୍ରୟାସକୁ ସ୍ଥାନୀୟ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି। ସେମାନଙ୍କ ସହଯୋଗ ପରେ ଦୁଃଖ ଦୁର୍ଦ୍ଦଶାରେ ସମୟ କାଟୁଥିବା ଏଭଳି ଲୋକମାନଙ୍କୁ ଅନେକ ସମାଜସେବୀ ସଂଗଠନ ସହାୟତାର ହାତ ବଢାଇବେ ବୋଲି ଆଶା କରାଯାଉଛି।

ମିଶନ ଜୟ ଜଗନ୍ନାଥ ସଂଗଠନର ସଭାପତି ପ୍ରଦୋଶ କୁମାର ଦାସ, ସମ୍ପାଦକ ସଞ୍ଜୟ କୁମାର ବେହେରା, କୋଷାଧ୍ୟକ୍ଷ ଅରୁଣ କୁମାର ମହାପାତ୍ର, ସାଇରଞ୍ଜନ, ଦୁଷ୍ମନ୍ତ, ଅନନ୍ତ, ପବିତ୍ର, ପ୍ରତାପ, ଅଶୋକ, ଦେବୀ ପ୍ରସାଦ, ବିଶ୍ଵଜିତ, ସୁବ୍ରତ, ଚିତ୍ତରଞ୍ଜନ, ପ୍ରଦ୍ଯୁମ୍ନ, ବିକିନା ପ୍ରମୁଖ ଯୋଗ ଦେଇ ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା କରିବେ ବୋଲି କହିଥିଲେ।