ଭୁବନେଶ୍ବର, ବର୍ତ୍ତମାନ କୋଭିଡି ପାଇଁ ଲକଡାଉନ ଚାଲିଥିବାରୁ ରାଜ୍ୟର ସମସ୍ତ ଅଙ୍ଗନବାଡି ବନ୍ଦ ରହିଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କାର୍ଯ୍ୟ ଚାଲୁ କରିବା ପାଇଁ ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ପରିସ୍ଥିତିରେ ଶିଶୁ ତଥା ଗର୍ଭବତୀ ମହିଳାଙ୍କର ସ୍ବତନ୍ତ୍ର ଯତ୍ନର ଆବଶ୍ୟକତା ରହିଛି। ସେଥିପାଇଁ ଅଙ୍ଗନବାଡି କର୍ମିଙ୍କର ନିହାତି ଆବଶ୍ୟକତା ରହିଛି। କରୋନା ନିୟମକୁ ଅନୁପାଳନ କରି ଅଙ୍ଗନବାଡି କର୍ମିମାନେ ସେମାନଙ୍କର କାମ କରିବା ପାଇଁ ମନ୍ତ୍ରୀ କହିଛନ୍ତି। ଆଜି ଭିଡିଓ କଂନଫ୍ରେସିଂ ମାଧ୍ୟମରେ ମନ୍ତ୍ରୀ ବିଭାଗୟୀ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏଥିସହିତ ମମତା ଯୋଜନାରେ ପଂଜୀକରଣ ଅବଧୀକୁ ତିନିମାସରୁ ସାତ ମାସକୁ ବୃଦ୍ଧି କରିଛନ୍ତି। ବାହାରୁ ଆସୁଥିବା ମହିଳା ଏବଂ ଶିଶୁଙ୍କୁ ଧ୍ୟାନ ରଖିବା ପାଇଁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ, ଖୁବ୍ ଶିଘ୍ର ସିବିଆଇ ନିର୍ଦ୍ଦେଶକ ପଦବୀରେ ବସିବେ ଜଣେ ଓଡିଶାରେ ଜନ୍ମିତ ଆଇପିଏସ ଅଫିସର। ତାଙ୍କ ନାମ କୁଆଡେ ଚୁଡାନ୍ତ ହୋଇ ସାରିଛି ବୋଲି ନୂଆଦିଲ୍ଲୀରେ ବେଶ ଚର୍ଚ୍ଚା ଚାଲିଛି। ସେ ହେଉଛନ୍ତି କେରଳରେ ଡିଜିପି ଥିବା ଓଡିଶାର ଲୋକନାଥ ବେହେରା। ଏ ନେଇ ଆସନ୍ତା 24 ତାରିଖରେ ନିଯୁକ୍ତି କମିଟ ବୈଠକ ବସୁଛି। ଏହି କମିଟରେ ଖୋଦ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଏନ ଭି ରମନା ଏବଂ ବିରୋଧୀ ଦଳର ନେତା ଅଧିର ରଂଜନ ଚୌଧୁରୀ ସଦସ୍ୟ ଅଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ କେରଳ ଡିଜିପି ଲୋକନାଥ ବେହେରାଙ୍କ ନାମ ସୁପାରିଶ କରିବେ ବୋଲି ଜଣାପଡିଛି। ଲୋକନାଥ ବେହେରା ହେଉଛନ୍ତି କେରଳ କ୍ୟାଡରର 1985 ବ୍ୟାଚର ଆଇପିଏସ ଅଫିସର। ସେ କେରଳର ବହୁ ଗୁରୁତ୍ବପୂର୍ଣ୍ଣ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ସେ ପ୍ରଥମେ କେରଳର ଅଲ୍ଲାପ୍ପୁଝାର ଏସିପି ଭାବେ କାର୍ଯ୍ୟ ଆରମ୍ଭ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀରେ ଏବେ କରୋନା ସଂକ୍ରମଣ ସଂଖ୍ୟା ଉପର ମୁହାଁ ହେଉଛି। ପ୍ରତ୍ୟେକ ଦିନ ଅଂଚଳରେ ଶହ ଶହ ଜଣଙ୍କ କରୋନା ଟେଷ୍ଟ କରାଯାଉଛି। କଳାହାଣ୍ଡି ଜିଲ୍ଲାରେ କରୋନା ଗ୍ରାଫ ଉପର ମୁହାଁ ହେଇଛି ଏବଂ ରେଡ଼ ଜୋନରେ ଅଛି। ପ୍ରତ୍ୟେକ ଦିନ କେସିଙ୍ଗା, କର୍ଲାମୁଣ୍ଡା, ମ.ରାମପୁର ଏବଂ ନର୍ଲା ବ୍ଲକ ମାନଙ୍କରୁ ଅଧିକ ଲୋକ ପଜିଟିଭ ହେଉଥିବା ବେଳେ ରିପୋର୍ଟରେ କମ୍ ଆସୁଥିବା କୁହାଯାଉଛି। କରୋନା କାଳରେ ଲୋକେ ଅସହାୟ ମଣୁଛନ୍ତି। ଅସହାୟ କାଳରେ ସାହା ହେବା ପାଇଁ ଲୋକେ ନିଜର ମୂଲ୍ୟବାନ ଭୋଟ ଖଣ୍ଡେ ଜନପ୍ରତିନିଧି ମାନଙ୍କୁ ଦେଇ ନିର୍ବାଚିତ କଲେ ହେଲେ ଏପରି ବିପଦ କାଳେ ସ୍ଥାନୀୟ ବିଧାୟକ କି ସାଂସଦଙ୍କର ଦେଖା ନାହିଁ। ଭୋଟ ସମୟରେ ଆମେ ଆପଣଙ୍କର ସବୁ କାମରେ ଆସିବୁ। ନିର୍ବାଚନ ମଣ୍ଡଳିର କୋଣ ଅନୁକୋଣ ରେ ଶିକ୍ଷା, ସ୍ବାସ୍ଥ୍ୟ, ପାନିୟ ଜଳ…
ଭୁବନେଶ୍ବର, ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟି କରି କହିଛନ୍ତି ଯେ, ‘ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସ୍ୱତନ୍ତ୍ର ସଂଗୀତ ସଂଯୋଜନା ଶୈଳୀ ମାଧ୍ୟମରେ ଭଜନ ଓ ଚଳଚ୍ଚିତ୍ର ଜଗତରେ ସେ ଛାଡି ଯାଇଥିବା ଛାପ ସର୍ବଦା ସ୍ମରଣୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।’
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣିଥରେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ମମତା ବାନାର୍ଜୀଙ୍କ ଦୁଇ ମନ୍ତ୍ରୀ ଫରହଦ ହକିମ ଏବଂ ସୁବ୍ରତ ମୁଖାର୍ଜୀଙ୍କୁ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ସିବିଆଇ ଆଜି ଗିରଫ କରିଛି। ସେହି ଦୁଇଜଣଙ୍କ ବ୍ୟତୀତ ବରିଷ୍ଠ ବିଧାୟକ ମଦନ ମିତ୍ରା ଏବଂ ପୂର୍ବତନ ମେୟର ଶୋଭନ ଚାଟର୍ଜୀଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। ନିଜ ମନ୍ତ୍ରୀ ଏବଂ ବିଧାୟକଙ୍କ ଗିରଫ ପରେ ସିବିଆଇ କାର୍ଯ୍ଯାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚି ବିରୋଧ କରିଛନ୍ତି। ଏବଂ ଏହି ଘଟଣାରେ ତାଙ୍କୁ ଗିରଫ କରିବା ପାଇଁ ମଧ୍ୟ ସିବିଆଇକୁ କହିଛନ୍ତି। ମମତା ପାଖାପାଖି ୪୫ ମିନିଟ ପର୍ଯ୍ୟନ୍ତ ସିବିଆଇ କାର୍ଯ୍ଯାଳୟରେ ରହି ବିରୋଧ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ଠାରୁ ସିବିଆଇ ଅନୁମତି ମାଗିଥିଲା। ନିର୍ବାଚନ ପରେ ରାଜ୍ୟପାଳ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଦେଇଥିଲେ।…
ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦୀର୍ଘ ୧୩ ଦିନ ହେଲା ଲକଡାଉନ କଟକଣା ଜାରି ରହିଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ପନିପରିବା, ଗ୍ରସେରୀ ସାମଗ୍ରୀ କିଣିବା ପାଇଁ ଅନୁମତି ମିଳିଛି। କୌଣସି ବ୍ୟକ୍ତି ନିଜର ଗାଡି ମାଧ୍ୟମରେ ଏଭଳି ସାମଗ୍ରୀ କିଣିବା ପାଇଁ ଯିବାକୁ ବାରଣ ହୋଇଛି। ଚାଲି ଚାଲି ଯାଇ ନିକଟସ୍ଥ ଦୋକାନରୁ କିଣିବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ହୋଇଛି। ହେଲେ କିଛି ଲୋକ ଏହି ନିୟମକୁ ଅବମାନନା କରୁଥିବା ଦେଖାଯାଉଛି। ସେଥିପାଇଁ ସେଭଳି ଅମାନିଆଙ୍କ ଉପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ତେବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବଜାରରେ କିଛି ଅମାନିଆ ବିନା କାରଣରେ ଗାଡି ଧରି ବୁଲୁଥିବାର ଦେଖିବାକୁ ମିଳିଥିଲା। ଯାହା ଫଳରେ ନାଚୁଣୀ ଫାଣ୍ଡି ଅଧିକାରୀ ଏହି ଅମାନିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଆଜି ସକାଳେ ନାଚୁଣୀ ବଜାରରେ ଲୋକଙ୍କ…
ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ଆଜି ପରଲୋକ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେ ୩ ଦିନ ହେଲା ଭେଣ୍ଟିଲେଟରରେ ଥିଲେ। ହେଲେ ମାତ୍ର ୬୩ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ବହୁ ଓଡିଆ ଚଳଚ୍ଚିତ୍ରରେ ଅମରେନ୍ଦ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୧୦୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୪୯ ଲକ୍ଷ ୬୫ ହଜାର ୪୬୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭୪ ହଜାର ୩୯୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୧ ଲକ୍ଷ ୭୪ ହଜାର ୭୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୫ ଲକ୍ଷ ୧୬ ହଜାର ୯୯୭ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୩୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧା, ବୌଦ୍ଧ, କୋରାପୁଟ, ନୂଆପଡା, ରାୟଗଡା ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ଅନୁଗୁଳ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ବେଳେ ଗଜପତି ଏବଂ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୨ ହଜାର ୯୮୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୧୪ ହଜାର ୫୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୬ ହଜାର ୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା…
ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୬୦୨୪ ଜଣ ଚିହ୍ନଟ ହୋଇଥିବା ବେଳେ ୪୭୩୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୨ ହଜାର ୯୮୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୧୪ ହଜାର ୫୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୬ ହଜାର ୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୧୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୭୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୯୭୩, ଖୋର୍ଦ୍ଧା ଜିଲ୍ଲାରୁ ୯୦୯ ଜଣ, ଅନୁଗୁଳ…
ମେଷ: ଜୀବନସାଥୀଙ୍କୁ କହିବା କଷ୍ଟକର ହୋଇପାରେ । ବଡ ସମ୍ପତ୍ତି କାରବାର ବହୁତ ଲାଭ ଦେଇପାରେ । ବେକାରୀ ଦୂର ହେବ । ଆପଣ କ୍ୟାରିୟର କରିବାକୁ ସୁଯୋଗ ପାଇବେ । ଚାକିରିରେ ପ୍ରଶଂସା ପାଇବେ । ପାରିବାରିକ ସହାୟତା କାର୍ଯ୍ୟକୁ ସହଜ କରିବ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ଉପହାସରୁ ଦୂରେଇ ରୁହନ୍ତୁ । ବୃଷ : ବୌଦ୍ଧିକ କାର୍ଯ୍ୟ ସଫଳ ହେବ । ଲାଭର ସଫଲତା ହାତକୁ ଆସିବ । ଭ୍ରମଣ ସମୟରେ ସାବଧାନ ରୁହନ୍ତୁ । ଏକ ପାରିବାରିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ସୁସ୍ୱାଦୁ ଖାଦ୍ୟ ଉପଭୋଗ ହେବ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଶତ୍ରୁମାନେ ପରାସ୍ତ ହେବେ। ବିବାଦ କରନ୍ତୁ ନାହିଁ । ଅସ୍ଥିରତା ଦେଖାଯିବ । ମିଥୁନ : ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ।…
ଭୁବନେଶ୍ବର, ଭୁବନେଶ୍ଵର ମହାନଗର ନିଗମ କମିଶନର ସଞ୍ଜୟ କୁମାର ସିଂହ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଆମ୍ଭେମାନେ ବର୍ତ୍ତମାନ ଏକ ଗଭୀର ସମସ୍ୟା ମଧ୍ୟରେ ଗତି କରୁଛନ୍ତି । କରୋନା ଭଳି ଏକ ଆଦେଖା ଶତ୍ରୁ ସହ ଲଢେଇ କରୁଛନ୍ତି । ଆପଣମାନଙ୍କ ସହଯୋଗ ଏହି ଲଢେଇକୁ ଫଳପ୍ରସୂ କରିବ । କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ସୂଚନା ଓ ଡାକ୍ତରୀ ପରାମର୍ଶ ଦେବା ପାଇଁ ୧୯୨୯ କଲ୍ ସେଣ୍ଟରକୁ ଆହୁରି ସୁଦୃଢ କରାଯାଇଛି । ଏଥିରେ ଥିବା ୨୫ ଟି ଲାଇନ ସହ ବର୍ତ୍ତମାନ ଆଉ ୫ଟି ଲାଇନ ଯୋଡା ଯାଇଛି । ଏକାକୀ ରହୁଥିବା ୬୦ ବର୍ଷ ବୟସରୁ ଊର୍ଦ୍ଧ୍ଵ ବରିଷ୍ଠ ନାଗରିକଙ୍କର କରୋନା ପରୀକ୍ଷା, ଚିକିତ୍ସା ଏବଂ ଟୀକାକରଣ ଆଦି ନିମନ୍ତେ ବିଶେଷ ବ୍ୟବସ୍ଥା କରାଯାଉଛି । ଏହି ବରିଷ୍ଠ ନାଗରିକମାନେ ୧୯୨୯ ର ସାହାଯ୍ୟ ନେଇପାରିବେ । ସେମାନଙ୍କ ଠାରୁ ମୋବାଇଲ ଭ୍ୟାନ ମାଧ୍ୟମରେ ସ୍ଵାବ…
ଭୁବନେଶ୍ବର, 2021 ର ପ୍ରଥମ ଚନ୍ଦ୍ରଗ୍ରହଣ 26 ମଇରେ ହେବ । ଚନ୍ଦ୍ରଗ୍ରହଣ ଦିନ ବୁଦ୍ଧ ପୂର୍ଣ୍ଣିମା ବା ବୈଷ୍ଣବ ପୂର୍ଣ୍ଣିମା ମଧ୍ୟ ଅଛି । ଚନ୍ଦ୍ର ଗ୍ରହଣ ଜ୍ୟୋତିଷ ଶାସ୍ତ୍ର ସହିତ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି । ଏହି ଚନ୍ଦ୍ର ଗ୍ରହଣ ହେଉଛି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଭାରତରେ ଚନ୍ଦ୍ର ଗ୍ରହଣ ଅପରାହ୍ନ 2.17 ରୁ ଆରମ୍ଭ ହୋଇ ସନ୍ଧ୍ୟା 07.19 ରେ ଶେଷ ହେବ । ତେବେ ଏହି ଚନ୍ଦ୍ର ଗ୍ରହଣରେ ଚନ୍ଦ୍ର ବେଶ୍ ଲାଲ ବା ରକ୍ତ ରଂଗର ଦେଖାଯିବେ, ଯାହାକୁ ରକ୍ତ ଚନ୍ଦ୍ର ବୋଲି କୁହାଯାଏ ରକ୍ତ ଚନ୍ଦ୍ର କ’ଣ ଯେତେବେଳେ ପୃଥିବୀ , ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସନ୍ତି, ସେତେବେଳେ ଏହି ଗ୍ରହଣ ସୃଷ୍ଟି ହୋଇଥାଏ। ଏହାକୁ ଚନ୍ଦ୍ର ଗର୍ହଣ କୁହାଯାଇଥାଏ। ଏହି ସମୟରେ ପୃଥିବୀ ରହୁଥିବାରୁ ସୂର୍ଯ୍ୟ କିରଣ ଚନ୍ଦ୍ରକୁ ଯାଇପାରେ ନାହିଁ। ଫଳରେ ଚନ୍ଦ୍ର କିଛି ସମୟ…
କୁମ୍ଭ : ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଯାତ୍ରାରେ ଶୀଘ୍ର ଯାଆନ୍ତୁ ନାହିଁ । ଚିନ୍ତା ଏବଂ ଟେନସନ ରହିବ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ସ୍ୱାସ୍ଥ୍ୟ ପାଇଁ ଏକ ବଡ ଖର୍ଚ୍ଚ ହୋଇପାରେ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଆୟରେ ହ୍ରାସ ଘଟିବ । ମୀନ :ବିଚକ୍ଷଣତାର ବ୍ୟବହାର ଲାଭ ବୃଦ୍ଧି କରିବ । ଯେ କୌଣସି ପ୍ରମୁଖ ପ୍ରତିବନ୍ଧକ ସାମ୍ନା କରାଯାଇପାରେ । ରାଜକୀୟ ଠାଣିରେ ରହିବେ । ଶୀଘ୍ର ଏବଂ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ବୁଡିଯାଇଥିବା ଟଙ୍କା ମିଳିପାରିବ ।
ମେଷ: ଜୀବନସାଥୀଙ୍କୁ କହିବା କଷ୍ଟକର ହୋଇପାରେ । ବଡ ସମ୍ପତ୍ତି କାରବାର ବହୁତ ଲାଭ ଦେଇପାରେ । ବେକାରୀ ଦୂର ହେବ। ଆପଣ କ୍ୟାରିୟର କରିବାକୁ ସୁଯୋଗ ପାଇବେ । ଚାକିରିରେ ପ୍ରଶଂସା ପାଇବେ । କନ୍ୟା : ପ୍ରେମ ସଂପର୍କରେ ତରତର ହୁଅ ନାହିଁ । ଶାରୀରିକ ଯନ୍ତ୍ରଣା ହେତୁ କାର୍ଯ୍ୟରେ ବାଧା ସୃଷ୍ଟି ହେବ । ଅପ୍ରତ୍ୟାଶିତ ଲାଭ ହୋଇପାରେ । ଯାତ୍ରା ଚିତ୍ତାକର୍ଷକ ହେବ । ଚାକିରିରେ ସୁସଙ୍ଗତତା ରହିବ ।
ବୃଷ : ବୌଦ୍ଧିକ କାର୍ଯ୍ୟ ସଫଳ ହେବ । ଲାଭର ସଫଲତା ହାତକୁ ଆସିବ । ଭ୍ରମଣ ସମୟରେ ସାବଧାନ ରୁହନ୍ତୁ । ଏକ ପାରିବାରିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ସୁସ୍ୱାଦୁ ଖାଦ୍ୟ ଉପଭୋଗ ହେବ । ସିଂହ: ଦୂରରୁ ଭଲ ଖବର ଗ୍ରହଣ କରାଯାଇପାରେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କିଛି ବଡ କରିବାକୁ ଯୋଜନା ହେବ । ଶକ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ଘରେ ଅତିଥିମାନଙ୍କ ପାଇଁ ଖର୍ଚ୍ଚ ହେବ ।
ଧନୁ : ସାମାଜିକ ସେବାରେ ଏକ ଧାରା ରହିବ । ପ୍ରତିଷ୍ଠା ବୃଦ୍ଧି ପାଇବ । ଏକ ନୂତନ ଅର୍ଥନୈତିକ ନୀତି ଗଠନ ହେବ । ପଦ୍ଧତିରେ ଉନ୍ନତି ହେବ । କ୍ରନିକ୍ ରୋଗ ସମସ୍ୟା ସୃଷ୍ଟି କରିପାରେ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ମକର : ସରକାରୀ ପ୍ରତିବନ୍ଧକ ହଟିଯିବ । ଲାଭ ସୁଯୋଗ ଆସିବ । ଧର୍ମ ଆପଣଙ୍କର ମନ ଭିତରେ ଉଦ୍ରେଗ ହେବ। ଆପଣଙ୍କ ଇଚ୍ଛା ଅନୁଯାୟୀ ବ୍ୟବସାୟ ଚାଲିବ । ଚାକିରିରେ ଥିବା ସହକର୍ମୀମାନେ ଆପଣଙ୍କ ସହିତ ଆସିବେ । ବିନିଯୋଗ ଶୁଭ ହେବ। ପ୍ରଭାବଶାଳୀ ଲୋକଙ୍କ ସହିତ ପରିଚିତ ହେବେ ।
ତୂଳା: କିଛି ଖରାପ ଖବର ଗ୍ରହଣ କରାଯାଇପାରେ । ପାରିବାରିକ ଚିନ୍ତା ଲାଗି ରହିବ । କାର୍ଯ୍ୟ ଅଧିକ ହେବ ଏବଂ ଲାଭ କମ୍ ହେବ । ଅନ୍ୟମାନଙ୍କଠାରୁ ଆଶା କର ନାହିଁ । ବ୍ୟବସାୟ ଭଲ କରିବ । ଅଧସ୍ତନ କର୍ମାମଚାରୀମାନଙ୍କ ସମର୍ଥନ ପାଇବେ ନାହିଁ । ବିଛା: ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଆପଣ କଠିନ ପରିଶ୍ରମର ଫଳ ପାଇବେ । ସମ୍ମାନ ମଧ୍ୟ ପାଇବେ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ଉଚ୍ଚ ପଦାଧିକାରୀମାନେ ଚାକିରିରେ ଖୁସି ହେବେ।
ମିଥୁନ : ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ବିଶେଷକରି ମହିଳାମାନେ ଯାନବାହନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ଯତ୍ନବାନ ହେବା ଉଚିତ୍। କାର୍ଯ୍ୟର ଗତି ଧୀର ହେବ । ସବୁବେଳେ ନିଜର ବୁଦ୍ଧି ବ୍ୟବହାର କରନ୍ତୁ। କର୍କଟ : ଭୟ ହେତୁ କାମ ମନ୍ଥର ହୋଇପାରେ। କୌଣସି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ବୈବାହିକ ପ୍ରସ୍ତାବ ଗ୍ରହଣ କରାଯାଇପାରେ । ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି।
ଭୁବନେଶ୍ବର,ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ବୋଲି କହିହେବ ନାହିଁ। ବର୍ତ୍ତମାନ ସହର ସହିତ କରୋନା ଗ୍ରାମାଞ୍ଚଳ ଆଡକୁ ମୁହାଁଇବାରେ ଲାଗିଛି। ତେବେ ଏହି ପରିସ୍ଥିତିକୁ ସଂପୂର୍ଣ୍ଣ ନଜରରେ ରଖାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। ପରିସ୍ଥିତି ଦେଖି ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ସେ ପରୋକ୍ଷରେ ସୂଚନା ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ, ରାଜ୍ୟ ସରକାର ପ୍ରତ୍ୟକ ଜିଲ୍ଲାର କୋଭିଡ ସ୍ଥିତି ଏବଂ ଏହାର ମୁକାବିଲା କାର୍ଯ୍ୟକ୍ରମ ଉପରେ ତୀକ୍ଷଣ ଦୃଷ୍ଟି ରଖିଛନ୍ତି। ପ୍ରତିଦିନ କାର୍ଯ୍ୟକୁ ଅନୁଧ୍ୟାନ କରୁଛନ୍ତି । ରାଜ୍ୟର ୧୦ ଟି ଜିଲ୍ଲା ଯଥା-ଭଦ୍ରକ , ବଲାଙ୍ଗିର , ଦେବଗଡ , ଗଜପତି,କଳାହାଣ୍ଡି , ନବରଙ୍ଗପୁର , ନୂଆପଡା, ସମ୍ବଲପୁର,ସୁନ୍ଦରଗଡ ଓ ଝାରସୁଗୁଡା ଆଦି ଜିଲ୍ଲାରେ ଗତ ୨ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ହାର ପ୍ରାୟତଃ ସ୍ଥିର…
ଭୁବନେଶ୍ଵର, ରାଜ୍ୟରେ କରୋନା ଲଢେଇକୁ ଅଧିକ ଲକ୍ଷଭେଦୀ ଓ ଫଳପ୍ରସୂ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅପରାହଣରେ ରାଜ୍ୟବାସୀଙ୍କୁ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ଵରେ ରାଜ୍ୟରେ ଚାଲିଥିବା କୋଭିଡ ଲଢେଇରେ ପ୍ରତ୍ୟକ ଜୀବନ ମୂଲ୍ୟବାନ । ଏ ଦିଗରେ ଆଜି ରାଜ୍ୟ ସରକାର ଦୁଇଟି ବଡ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ପ୍ରଥମତଃ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ କରୋନା ଟୀକା କିଣିବା ପାଇଁ ଇତି ମଧ୍ୟରେ ଗ୍ଲୋବାଲ ଟେଣ୍ଡର ଆହ୍ଵାନ କରାଯାଇଛି । ଓଡିଶା ରାଜ୍ୟ ଔଷଧ ନିଗମ ଲିଃ. ମାଧ୍ୟମରେ ପ୍ରାୟ ୩.୮ କୋଟି ଟୀକା କ୍ରୟ କରାଯିବ । ଜନସାଧାରଣଙ୍କୁ ଶୀଘ୍ର ଟୀକା ଯୋଗାଇବା ଲକ୍ଷ୍ୟ ସାଧନ ନିମନ୍ତେ ଏହି ଟେଣ୍ଡର ମାଧ୍ୟମରେ ୪ ମାସ ମଧ୍ୟରେ ଟୀକା କ୍ରୟ ପାଇଁ ଚେଷ୍ଟା କରାଯାଉଛି । ଏହି ଗ୍ଲୋବାଲ…

