ଭୁବନେଶ୍ଵର: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ବିଏମସି ଏକ ବଡ ନିଷ୍ପତ୍ତି ନେଇଛି। ଭୁବନେଶ୍ବରରେ ହାଟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି। ୟୁନି-୧ ହାଟକୁ ୟୁନିଟ-୧ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତରିତ କରାଯିବ। ବ୍ରହ୍ମେଶ୍ଵର ହାଟକୁ ବ୍ରହ୍ମେଶ୍ଵର ମେଳଣ ପଡିଆକୁ ସ୍ଥାନାନ୍ତରିତ କରାଯିବ। ଲିଙ୍ଗରାଜ ହାଟକୁ ବିଏମସି ମାରକେଟ କମ୍ପ୍ଲେକ୍ସକୁ ସ୍ଥାନାନ୍ତରିତ କରାଯିବ। ତେବେ ସୋମବାର ଠାରୁ ଏହି ସବୁ ହାଟକୁ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଆଜିଠୁ ୟୁନିଟ-୪ ହାଟକୁ ଶାସ୍ତ୍ରୀନଗର ଓ ରେଡକ୍ରସ ସମ୍ମୁଖ ରାସ୍ତାକୁ ଉଠାଯାଇଛି।
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୬୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଗଞ୍ଜାମ ଜିଲ୍ଲା ଓ ରାୟଗଡା ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଭୁବନେଶ୍ବର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ଗଞ୍ଜାମ ଜିଲ୍ଲାର ୨ ଜଣ ମୃତକଙ୍କ ମଧ୍ୟରୁ ଜଣେ ୬୮ ବର୍ଷିୟା ମହିଳାଙ୍କ ମୃତ୍ୟୁ ହିଥିବା ବେଳେ ଅନ୍ୟ ଜଣେ ୩୫ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେହିଭଳି ରାୟଗଡା ଜିଲ୍ଲାର ୨ ମୃତକଙ୍କ ମଧ୍ୟରୁ ଜଣେ ୪୦ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ୫୬ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ଭୁବନେଶ୍ବରରୁ ଜଣେ ୭୯ ବର୍ଷିୟ…
ଭୁବନେଶ୍ବର, ପିପିଲି ଉପନିର୍ବାଚନ ତାରିଖ ପୁଣି ଥରେ ପରିବର୍ତ୍ତନ କରାଯାଇଛି। ଏ ନେଇ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଉପ ନିର୍ବାଚନ ମେ ମାସ 13 ତାରିଖରେ ହେବାର ଥିଲା ଏବଂ ଗଣତି ମେ 17 ତାରିଖକୁ ନିର୍ଦ୍ଧାରିତ କରାଯାଇଥିଲା। ହେଲେ ବର୍ତ୍ତମାନ ନୂଆ ତାରିଖ ଅନୁସାରେ ପିପିଲି ଉପନିର୍ବାଚନ ଆସନ୍ତା ମେ 16 ତାରିଖରେ ହେବ। ଭୋଟ ଗଣତି ମେ 19 ତାରିଖରେ କରାଯିବ। ନିର୍ବାଚନର ସମସ୍ତ ପକ୍ରିୟା 21 ତାରିଖ ସୁଦ୍ଧା ଶେଷ କରାଯିବ। ମେ 13 ତାରିଖରେ ଇଦୁଲ-ଇ-ଫିତର ହେବାର ସମ୍ଭାବନା ଥିବାରୁ ଏ ନେଇ କେତେକ ସଂଗଠନ ତରଫରୁ ନିର୍ବାଚନ ଆୟୋଗକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ ସବୁକୁ ଅନୁଧ୍ୟାନ କରି କମିସନର ପୁଣି ଥରେ ପିପିଲି ଉପନିର୍ବାଚନ ପାଇଁ ନୂଆ ତାରିଖ ଧାର୍ଯ୍ୟ କରିଛନ୍ତି। ପ୍ରଥମେ ଏହି ଆସନରୁ ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ…
ଭୁବନେଶ୍ବର, ଆଜି ଓଡିଆ ଚଳଚିତ୍ରର ପ୍ରଖ୍ୟାତ ଏଡିଟର ରବି ପଟ୍ଟନାୟକଙ୍କ କରୋନାରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି କ୍ୟାନସର ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ନିକଟରେ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖାଦେବାରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେ 73 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ। 1948 ଡିସେମ୍ବର 2 ତାରିଖରେ ଜନ୍ମିତ ରବି ପଟ୍ଟନାୟକ ବହୁ ଓଡିଆ ତଥା ହିନ୍ଦି ଚଳଚିତ୍ର ସଂପାଦନା କରିଛନ୍ତି। ସେଗୁଡିକ ମଧ୍ୟରେ ଆରତି, ମହାସତୀ ସାବିତ୍ରୀ, ଶଙ୍ଖା ସିନ୍ଦୁର, ସବୁ ମାୟାରେ ବାୟା, ସ୍କୁଲ ମାଷ୍ଟର, ଶେଷ ଶ୍ରାବଣ, ଯାହାକୁ ରଖିବେ ଅନନ୍ତ, ସୁନା ଚଢେଇ ଦଣ୍ଡା ବାଳୁଗାଁ, କଥାନ୍ତର, ଚିନି ପ୍ରଭୃତି ରହିଛି। ସେହିପରି ହିନ୍ଦି ଚଳଚିତ୍ର ମଧ୍ୟରେ 27 ଡାଇନ, ଆପ କି ଖାତିର, ଚଳତେ ଚଲତେ, କିସମତ, ଜିନା ଇସିକା ନାମ୍ ପ୍ରଭୃତି ରହିଛି। 1970 ମସିହାରେ…
ରମେଶ ମହାନ୍ତି ଜଗତସିଂହପୁର: କରୋନା ମହାମାରୀର ଦୃତ ସଂକ୍ରମଣ ଯୋଗୁ ବିଶ୍ୱରେ ହାହାକାର ପଡିଥିବା ବେଳେ ଏହି ମହାମାରୀର ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ବିଶ୍ୱଶାନ୍ତି ମହାଯଜ୍ଞ କରାଯାଉଥିବା ଦେଖିବାକୁ ମିଳିଛି। କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠକୋଟ ପଞ୍ଚାୟତ ସ୍ଥିତ ବାଣସରା ଗୋବର୍ଦ୍ଧନପୁର ମାତାମଠ ଠାରେ ଗତ ୧୮ ତାରିଖ (ରବିବାର) ଠାରୁ ୩୯ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସହିତ ନାମଯଜ୍ଞ ଆରମ୍ଭ ହୋଇଛି। ଏଥିସହିତ ପରମପୂଜ୍ୟ ମହନ୍ତ ଶ୍ରୀ ଶ୍ରୀ ରାଘବ ଚରଣ ଦାସଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ୫ଦିନ ବ୍ୟାପି ମାତାମଠରେ ଚାଲିଥିବା ଏହି ବିଶ୍ୱଶାନ୍ତି ମହାଯଜ୍ଞ ଗତ ରବିବାର ଦିନ ଅଙ୍କୁରାରୋପଣ ସହ ବାସନ୍ତୀଦୁର୍ଗା ଦେବୀଙ୍କ ବିଲ୍ୱାଧିବାସ, ନାମଯଜ୍ଞ ଓ ଯଜ୍ଞଧିବାସ ଆରମ୍ଭ ହୋଇଥିବା ବେଳେ ସୋମବାର ଦିନ ବିଶ୍ୱଶାନ୍ତି ମହାଯଜ୍ଞ ଅଗ୍ନିସ୍ଥାପନ ସହ ଅହୋରାତ୍ର ନାମଯଜ୍ଞ ଚାଲିଛି। ଏଥିସହିତ ଉକ୍ତ ମହାଯଜ୍ଞ ସ୍ଥଳରେ ମାତାମଠ ସରସ୍ୱତୀ ଶିଶୁ ମନ୍ଦିରର ଉପଦେଷ୍ଟା…
ନୂଆଦିଲ୍ଲୀ: ଆଜି ଫ୍ରାନ୍ସରୁ ପଞ୍ଚମ ବ୍ୟାଚର ରାଫେଲ ବିମାନ ଭାରତକୁ ଆସିଛି। ଫ୍ରାନ୍ସରୁ ଦୀର୍ଘ ୮ ହଜାର କିଲୋମିଟର ଦୂରତା ଅତିକ୍ରମ କରି ଆଜି ଏହି ଲଢୁଆ ବିମାନ ଭାରତରେ ପହଞ୍ଚିଛି। ବାୟୁସେନା ପକ୍ଷରୁ ଏନେଇ ସୂଚନା ମିଳିଛି। କିନ୍ତୁ ଆଜି କେତୋଟି ରାଫେଲ ବିମାନ ଭାରତକୁ ଆସିଛି, ଏନେଇ ବାୟୁସେନା ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିନାହିଁ। ହେଲେ ୪ ଟି ରାଫେଲ ବିମାନ ଭାରତକୁ ଆସିଛି ବୋଲି ଶୁଣିବାକୁ ମିଳିଛି। ଉଡାଣ ସମୟରେ ଫ୍ରାନ୍ସ ଏବଂ ୟୁନାଇଟେଡ ଆରବ ଏମିରେଟ୍ସର ବାୟୁସେନା ଏହି ବିମାନରେ ଇନ୍ଧନ ଯୋଗାଇଥିଲେ ବୋଲି ବାୟୁସେନା ସୂଚନା ଦେଇଛି। ସେଥିପାଇଁ ଦୁଇ ଦେଶର ବାୟୁସେନାକୁ ଭାରତୀୟ ବାୟୁସେନା ଧନ୍ୟବାଦ ଜଣାଇଛି।
ନୂଆଦିଲ୍ଲୀ, କୋଭିଡ -୧୯ ବିରୋଧରେ ଲଢେଇ ପାଇଁ ଭାରତୀୟ ରେଳବାଇ ଦେଶର ବିଭିନ୍ନ ସ୍ଥାନକୁ ଇସ୍ପାତ କାରଖାନାରୁ ଅମ୍ଳଜାନ ଯୋଗାଇବା ପାଇଁ ଅମ୍ଳଜାନ (ଅକ୍ସିଜେନ) ଏକ୍ସପ୍ରେସ ଚଳାଇବାକୁ ପ୍ରସ୍ତୁତ ହୋଇଛି। ପ୍ରଥମ ରୋଲ୍ ଅନ୍-ରୋଲ୍ ଅଫ୍ (ରୋ-ରୋ) ଅମ୍ଳଜାନ (ଅକ୍ସିଜେନ) ଏକ୍ସପ୍ରେସ ବର୍ତ୍ତମାନ ମହାରାଷ୍ଟ୍ରର କଲାମ୍ବୋଲି ଗୁଡ୍ ଶେଡ୍ରୁ ଆସିଥିବା ସାତଟି ଖାଲି ଟ୍ୟାଙ୍କର୍ ପୂର୍ବତଟ ରେଳପଥରେ ଅଛି। ଏହା ଆଜି ସକାଳେ ବିଶାଖାପାଟନମ୍ ଠାରେ ଅବସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡରେ ପହଞ୍ଚିଛି। ଆସିଥିବା ଖାଲି ଟ୍ୟାଙ୍କରରେ ତରଳ ମେଡିକାଲ ଅମ୍ଳଜାନ (ଖଗଙ) ଭରଣ କରାଯିବ। ପ୍ରତ୍ୟେକ ଟ୍ୟାଙ୍କରରେ ପ୍ରାୟ ୧୫ ଟନ୍ ଖଗଙ ଲୋଡ୍ ହେବ। ଏହା ପରେ ମହାରାଷ୍ଟ୍ର ଆଡକୁ ଗତି କରିବ। ଗତ ବର୍ଷ ଲକ୍ ଡାଉନ ସମୟରେ ରେଳବାଇ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରି ଅତ୍ୟାବଶକୀୟ ଯୋଗାଣ ଶୃଙ୍ଖଳାକୁ ଅକ୍ଷୁର୍ଣ୍ଣ ରଖିଥିଲା ଏବଂ ଜରୁରୀକାଳୀନ ପରିସ୍ଥିତିରେ ରାଷ୍ଟ୍ରର ସେବା ଜାରି ରଖିଥିଲା। ଚଳିତ ବର୍ଷ…
ଭୁବନେଶ୍ବର, ଯଶୋବନ୍ତପୁର ଓ ହାଓଡ଼ା ମଧ୍ୟରେ ୨୨ ଏପ୍ରିଲରୁ ୨୯ ଜୁନ୍, ୨୦୨୧ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଅଛି। ୦୬୫୯୭ ଯଶୋବନ୍ତପୁର-ହାଓଡ଼ା ସ୍ବତନ୍ତ୍ର ଟ୍ରେନ ଯଶୋବନ୍ତପୁର ଠାରୁ ଏପ୍ରିଲ୍ ୨୨ ରୁ ୨୪ ଜୁନ୍, ୨୦୨୧ ମଧ୍ୟରେ ପ୍ରତ୍ୟେକ ଗୁରୁବାର ପୂର୍ବାହ୍ନ ୯ଘ.୫୫ମି.ରେ ଛାଡି ହାଓଡ଼ା ଠାରେ ତା’ପରଦିନ ସନ୍ଧ୍ୟା ୬ଘ.୩୦ମି.ରେ ପହଞ୍ଚିବ। ଫେରିବା ପଥରେ ୦୬୫୯୮ ହାଓଡ଼ା-ଯଶୋବନ୍ତପୁର ସ୍ବତନ୍ତ୍ର ଟ୍ରେନ ହାଓଡ଼ା ଠାରୁ ୨୭ ଏପ୍ରିଲରୁ ୨୯ ଜୁନ୍, ୨୦୨୧ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଅପରାହ୍ନ ୧୨ଘ.୪୦ମି.ରେ ଛାଡି ଯଶୋବନ୍ତପୁର ଠାରେ ତା’ପରଦିନ ରାତ୍ର ୮ଘ.୪୦ମି.ରେ ପହଞ୍ଚିବ। ଏହି ଟ୍ରେନରେ ୧୦ ଟି ଏସି -୩ ଟାୟାର, ୦୬ ଟି ଏସି-୨ ଟାୟାର, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ଉଭୟ ପାର୍ଶ୍ୱରୁ ଯଶୋବନ୍ତପୁର ଓ ହାଓଡ଼ା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।…
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅକ୍ସିଜେନ ଯୋଗାଣ ପାଇଁ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ଓଡିଶାରୁ ଦିଲ୍ଲୀକୁ ଯଥେଷ୍ଟ ପରିମାଣରେ ଅକ୍ସିଜେନ ମିଳିଛି। ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ରକକୁ କୌଣସି ରାଜ୍ୟ ଅଟକାଇବା ଠିକ ନୁହେଁ ବୋଲି କେଜ୍ରିୱାଲ କହିଛନ୍ତି। ବିମାନ ଯୋଗେ ଓଡିଶାରୁ ଅକ୍ସିଜେନ ଆସୁ ବୋଲି ସେ ଅନୁରୋଧ କରିଛନ୍ତି। ଦିଲ୍ଲୀରୁ ଯାହା ସହଯୋଗ ଓଡିଶା ମାଗିବା ଆମେ ଦେବାକୁ ଅଛୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସମୟରେ ସବୁ ରାଜ୍ୟ ମିଳିମିଶି ପରସ୍ପରକୁ ସହଯୋଗ କଲେ ଆମେ କରୋନା ଲଢେଇରେ ନିଶ୍ଚିତ ଜିତିବା ବୋଲି ସେ କହିଛନ୍ତି। ସେହିଭଳି ଦିଲ୍ଲୀର ଅକ୍ସିଜେନ କୋଟା ୪୮୦ ଟନକୁ ବୃଦ୍ଧି କରିଥିବାରୁ କେନ୍ଦ୍ର ସରକାରକୁ କେଜ୍ରିୱାଲ ମଧ୍ୟ ପ୍ରଶଂସା କରିଛନ୍ତି।
ଭୁବନେଶ୍ବର: ରାଜ୍ୟରେ ମାଗଣାରେ ଟୀକା ଦେବା ପାଇଁ ସରକାର ନିକଟରେ ବିଜେପି ଦାବି କରିଛି। ୧୮ ରୁ ୪୫ ବର୍ଷ ବୟସ୍କଙ୍କୁ ମାଗଣାରେ ଟୀକା ଦେବା ପାଇଁ ବିଜେପି ଦାବି କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏନେଇ ଦାବି କରିଛନ୍ତି। ଅନ୍ୟ ରାଜ୍ୟରେ ମାଗଣାରେ ଟୀକା ମିଳୁଥିବା ନେଇ ସ୍ଥାନୀୟ ସରକାର ଘୋଷଣା କରିଥିବା ବେଳେ ଓଡିଶାରେ ମଧ୍ୟ ଟୀକା ମାଗଣାରେ ମିଳୁ ବୋଲି ସେ ଦାବି କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ୨୪ ଘଣ୍ଟା ଭିତରେ ଘୋଷଣା କରନ୍ତୁ ବୋଲି ପୃଥ୍ବୀରାଜ କହିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ସଟଡ଼ାଉନ, ଲକଡ଼ାଉନ, କଣ୍ଟେନମେଣ୍ଟ ନାଁ ଶୁଣିଲେ ସାଧାରଣ ଜନତା ଭୟଭୀତ ହୁଅନ୍ତି। କିନ୍ତୁ ଏହି ସମୟରେ କିଛି ଅସାଧୁ ବେପାରୀ ଲାଭବାନ ହୁଅନ୍ତି। ସମ୍ପ୍ରତି ଖୋର୍ଦ୍ଧା ଜିଲ୍ଲାରେ କୋଭିଡ ସଂକ୍ରମଣ ଶୀର୍ଷରେ ରହିଛି। ରାଜ୍ୟ ସରକାର ଆସନ୍ତା ଶନିବାର ଏବଂ ରବିବାରକୁ ସପ୍ତାହାନ୍ତ ସଟ ଡ଼ାଉନ ଭାବେ ଘୋଷଣା କରିଛନ୍ତି। ତେବେ ଆମେ ଯଦି ଚିଲିକା ନିର୍ବାଚନମଣ୍ଡଳୀ କଥା ଦେଖିବା ତାହାଲେ ଉକ୍ତ ସଟ ଡ଼ାଉନ କେତେକ ଅସାଧୁ ବେପାରୀଙ୍କ ପାଇଁ ପୁଷ ମାସ ସଦୃଶ। ହେଲେ ଏଇ କଟକଣାର ସୁଯୋଗ ନେଇ ବାଣପୁର, ବାଲୁଗାଁ ଅଞ୍ଚଳରେ କେତେକ ଦୋକାନୀ ପରିବା ଭଳି ଅତ୍ୟାବଶ୍ୟକ ଜିନିଷକୁ ଚଢା ଦରରେ ବିକିବା ଆରମ୍ଭ କରିଦେଲେଣି। ଅତ୍ୟାବଶ୍ୟକ ସାମଗ୍ରୀ ହେତୁ ସାଧାରଣ ଜନତା ଅନ୍ୟ କିଛି ବାଟ ନପାଇ ଚଢାଦରରେ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ କିଛି ଅସାଧୁ ବେପାରୀ ଅଧିକ ଲାଭବାନ…
ଭୁବନେଶ୍ବର: ବାୟୁ ଦ୍ଵାରା ୪୦ ପ୍ରତିଶତ କରୋନା ସଂକ୍ରମଣ ବ୍ୟପୁଛି। ଆବଦ୍ଧ କୋଠରି ମଧ୍ୟରେ ବୈଠକ ସଂକ୍ରମଣ ଅଧିକ ହେଉଛି। ତେଣୁ ବନ୍ଦ କୋଠରି ମଧ୍ୟରେ କୌଣସି ବୈଠକ କରିବା ଉଚିତ ନୁହେଁ। ଘରେ କିମ୍ବା ଅଫିସରେ ଏସି ବ୍ୟବହାର କମ କରିବା ଉଚିତ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୧୪ ହଜାର ୮୩୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୧୦୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫୯ ଲକ୍ଷ ୩୦ ହଜାର ୯୬୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୪ ହଜାର ୬୫୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୪ ଲକ୍ଷ ୫୪ ହଜାର ୮୮୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୧ ଲକ୍ଷ ୫୭ ହଜାର ୫୩୮ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୬ ହଜାର ୧୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୫୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୮୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୮ ହଜାର ୪୫୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୧ ହଜାର ୩୮୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୫ ହଜାର ୭୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୫୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୬ ହଜାର ୧୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୧୩୨ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪୨୭ ଜଣ, ଅନୁଗୁଳ ୧୩୬…
ଭୁବନେଶ୍ବର, ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଯେଉଁ ଆକ୍ରାନ୍ତଙ୍କ ସଂଖ୍ୟା ଆସିଛି ତାହା ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି। କାରଣ ପ୍ରଥମତଃ ରାଜ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା 6 ହଜାର ଟପି ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜିର ରିପୋର୍ଟ ଅନୁସାରେ ଗତକାଲି ଖୋର୍ଦ୍ଧା ଜିଲ୍ଲାରୁ ଏକାଥରେ 1 ହଜାର 132 ଜଣ ଚିହ୍ନଟ ହୋଇଛନ୍ତି। ଦ୍ବିତୀୟ ଲହରର ଯାହା ହେଉଛି ଏକ ରେକର୍ଡ। ଏହାପରେ ନୂଆପଡାର ସ୍ଥିତି ମଧ୍ୟ ସାଂଘାତିକ ହେବାରେ ଲାଗିଛି। ଆଜିର ରିପୋର୍ଟ ଅନୁସାରେ ଗତକାଲି ଏହି ଜିଲ୍ଲାରୁ 459 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ତୃତୀୟରେ ରହିଛି କଳାହାଣ୍ଡି ଜିଲ୍ଲା। ଏହି ଜିଲ୍ଲାରୁ 452 ଜଣ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା 1-Khurda: 1132 2-Nuapada: 459 3-Kalahandi: 452 4-Sundargarh: 427 5-Cuttack: 360 6-Jharsuguda:…
ଭୁବନେଶ୍ବର, ଓଡିଶାରେ ବର୍ତ୍ତମାନ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଆଜି ଯେଉଁ ରିପୋର୍ଟ ଆସିଛି ତାହା ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ଆଜି ରିପୋର୍ଟ ଅନୁସାରେ ଗତକାଲି ରାଜ୍ୟରେ 6 ହଜାର 164 ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା 4 ହଜାର 851 ଥିଲା। ଅର୍ଥାତ ଗୋଟିଏ ଦିନରେ ଏହା 1 ହଜାର 313 ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଆକ୍ରାନ୍ତ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି। ଆଜିର ରିପୋର୍ଟ ଅନୁସାରେ ଗତକାଲି କ୍ବାରଣ୍ଟାଇନରୁ 3 ହଜାର 575 ଜଣ ଏବଂ 2 ହଜାର 589 ଜଣ ସ୍ଥାନୀୟ ସଂକ୍ରାମକ ଅଛନ୍ତି। ଏ ସମସ୍ତଙ୍କର ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ତରଫରୁ ଠାବ କରାଯାଉଛି।
ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ । ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା…
ମକର ରାଶିଫଳ- ଆପଣ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ଆର୍ଥିକ ଲାଭ ହାସଲ ହେବ । ସ୍ଥାନାନ୍ତରଣର ସମ୍ଭାବନା, ବିଶେଷକରି ଧାର୍ମିକ ଯାତ୍ରା ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ଘରେ ଏକ ମଙ୍ଗଳ ପ୍ରସଙ୍ଗରେ ଉପସ୍ଥିତ ହେବାର ଏକ ସୁଯୋଗ ଥାଇପାରେ। ମୀନ ରାଶିଫଳ- ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି ।
ସିଂହ ରାଶିଫଳ- ଆପଣଙ୍କ ଦିନ ଶୁଭ ହେବ। ଭାଇମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ଘର ସେମାନଙ୍କ ସହିତ ପ୍ରଶ୍ନ ଉପରେ ଆଲୋଚନା କରିବେ । ଏକ ଛୋଟ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଏକ ସଫଳ କାର୍ଯ୍ୟକ୍ରମ ହେବ । ଧନ ଲାଭର ସମ୍ଭାବନା । ବିଦେଶରୁ ଭଲ ଖବର ଆସିବ । ଧନୁ ରାଶିଫଳ- ଆଜି ଆପଣ ସତର୍କ ରହିବାକୁ ସୂଚନା ଆସିଛି। ଆଜି, ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀ ହସ୍ତକ୍ଷେପ ବୃଦ୍ଧି ପାଇବ । ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ । ଧାର୍ମିକ, ସାମାଜିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ମଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ ।
ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । କନ୍ୟା ରାଶିଫଳ- ଆଜି ଏକ ଖୁସିର ଦିନ ହେବ। ଆଜି ଆପଣ ଅଧିକ କଳ୍ପନାକାରୀ ହେବେ। ସାହିତ୍ୟର ସୃଷ୍ଟି କବିତା ସୃଷ୍ଟିର ପ୍ରେରଣା ହେବ। ପ୍ରିୟଙ୍କ ସହିତ ସାକ୍ଷାତ ଶୁଭ ହେବ, ଫଳସ୍ୱରୂପ ଦିନସାରା ମନ ଖୁସି ରହିବ । ଆପଣ ପିଲାମାନଙ୍କର ଅଗ୍ରଗତି ବିଷୟରେ ଖବର ପାଇବେ ।
କୁମ୍ଭ ରାଶିଫଳ- ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ । ମିଥୁନ ରାଶିଫଳ- ଆଜି ଆପଣଙ୍କର ଭଲରେ ଦିନ କଟିବ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ ଏବଂ ଏକ ସୁଖଦ ସମ୍ପର୍କ ଗଢି ଉଠିବ । ଆପଣ ଯାହା ବି କରନ୍ତି ସେଥିରେ ଆପଣ ଖ୍ୟାତି ଅର୍ଜନ କରିବେ । ସ୍ୱାସ୍ଥ୍ୟ ଭଲ ହେବ । ପରିବାର ସଦସ୍ୟଙ୍କ ସହିତ ଘରେ ସମୟ ବିତାଇବେ ।

