Author: Samikhsya Bureau

ଭୁବନେଶ୍ୱର, ଆଜି ପୂର୍ବାହ୍ନରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ଏକ ରାଜ୍ୟସ୍ତରୀୟ ବୈଠକ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ରାଜ୍ୟ ଓବିସି ବିଭାଗ ଅଧ୍ୟକ୍ଷ ବିଷ୍ଣୁ ଚରଣ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ରାଜ୍ୟ ସରକାର କେବଳ ଯୋଜନା ଉପରେ ଯୋଜନା କରି ଲୋକମାନଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ବୋଲି କହିଥିଲେ। ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରମୁଖ ଯୋଗଦାନ କରିଥିଲେ । ଅଧ୍ୟକ୍ଷ  ବିଷ୍ଣୁଚରଣ ବାରିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଯଦୁମଣି ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ରାଉତ,…

Read More

ଭୁବନେଶ୍ବର, ଭୁବନେଶ୍ୱର ମହାନଗର ନିଗମାଂଚଳରେ ଥିବା ସମସ୍ତ ଘର ମାଲିକ ଏବଂ ବ୍ୟବସାୟୀ ମାନଙ୍କ ସୁବିଧା ଦୃଷ୍ଟିରୁ ତା ୨୭.୦୨.୨୦୨୧ ରିଖ ଠାରୁ ତା ୨୮.୦୩.୨୦୨୧ ରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ହୋଲ୍ଡିଂ ଟ୍ୟାକ୍ସ, ଟ୍ରେଡ଼୍ ଲାଇସେନ୍ସ ଏବଂ ଫୁଡ଼୍ ଲାଇସେନ୍ସ ମେଳା ଅନୁଷ୍ଠିତ ହେଉଅଛି । କମିଶନର ପ୍ରେମ୍ ଚନ୍ଦ୍ର ଚୌଧାରୀଙ୍କ ନିର୍ଦେଶରେ ଆୟୋଜିତ ଏବଂ ଡେପୁଟି କମିଶନର – ରାଜସ୍ୱଙ୍କ ସଂଯୋଜନାରେ ପରିଚାଳିତ ହେଉଥିବା ଏହିମେଳାର  ସୁଯୋଗ ନେବା ପାଇଁ ବି ଏମ୍ ସି  କର୍ତୃପକ୍ଷ ଅନୁରୋଧ ଜଣାଇଛନ୍ତି । ଏଠାରେ ନୂତନ ହୋଲ୍ଡିଂ ଟ୍ୟାକ୍ସ, ଟ୍ରେଡ୍ ଲାଇସେନ୍ସ୍ ଏବଂ ଫୁଡ୍ ଲାଇସେନ୍ସ କରିବା ଏବଂ ବକେୟା ତଥା ଚଳିତ ବର୍ଷର ଦେୟ ଦେବା ପାଇଁ ସୁବିଧା ରହିଛି । ୱାର୍ଡ୍ ଅଫିସର୍‌, ମିସ୍ ସରକାର, ଟିଜି ସ୍ୱିକୃତି ଏବଂ ସର୍ବୋପରି  ଜୋନାଲ ଡେପୁଟି କମିଶନରଙ୍କ ତତ୍ୱାବଧାନରେ କ୍ୟାମ୍ପ୍ ଗୁଡିକ ଆୟେଜିତ ହେବ ।ସମସ୍ତ କାରବାର ଅନ୍‌ଲାଇନ୍‌ରେ…

Read More

ଭୁବନେଶ୍ବର: କରୋନା ସଂକ୍ରମଣ ପୁଣି ଦେଶରେ ବଢିବାରେ ଲାଗିଛି। ଏହି ନୂଆ ଷ୍ଟ୍ରେନ ସମଗ୍ର ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେବେ ଏହି ଷ୍ଟ୍ରେନକୁ ରୋକିବା ପାଇଁ ଓଡିଶା ପ୍ରସ୍ତୁତ ହେଉଛି। ସେଥିପାଇଁ ୧୨ ଟି ରାଜ୍ୟରୁ ଫେରୁଥିବା ପ୍ରବାସୀମାନଙ୍କ ଉପରେ ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମଣ ରୋକିବା ପାଇଁ ସମସ୍ତ ଜିଲ୍ଲାପାଳ, ମ୍ଯୁନିସିପାଲ କମିଶନରଙ୍କୁ ଏସିଏସ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ଵର ବିମାନ ବନ୍ଦର, ଝାରସୁଗୁଡା ବିମାନ ବନ୍ଦରର ନିର୍ଦ୍ଦେଶକଙ୍କୁ ମଧ୍ୟ ଚିଠି କରାଯାଇଛି। ଏହା ସହ ପୂର୍ବତଟ ରେଳବାଇର ଜିଏମଙ୍କୁ ମଧ୍ୟ ଚିଠି ଲେଖି ପରାମର୍ଶ ଦିଆଯାଇଛି। ମହାରାଷ୍ଟ୍ର, କେରଳ, ତେଲେଙ୍ଗନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଛତିଶିଗଡ, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡିଗଡ, ମଧ୍ୟପ୍ରଦେଶ ଏବଂ ତାମିଲନାଡୁ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ଏହି ଚିଠିରେ ନିର୍ଦ୍ଦେଶ ହୋଇଛି। ଫେରନ୍ତାଙ୍କୁ ଥର୍ମାଲ ସ୍କ୍ରିନିଙ୍ଗ କରାଯିବା ପାଇଁ…

Read More

ଭୁବନେଶ୍ବର, ଆଜି ବିଜୁ ଜନତା ଦଳ କେଉଁଝର ଜିଲ୍ଲା ପାଇଁ ବିଭିନ୍ନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଏଥିରେ କେଉଁଝର ସଦର ସଭାପତି ଭାବେ ମାଧବ ସର୍ଦ୍ଦାରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଦୁଇଜଣ ବରିଷ୍ଠ ଉପସଭାପତି ଅଛନ୍ତି। ସେମାନେ ହେଲେ ସଦର ପାଇଁ ପ୍ରମୋଦ ପଟ୍ଟନାୟକ ଏବଂ ଚମ୍ପୁଆ ପାଇଁ କୁଶ ଆପଟ। ଅନ୍ୟଯେଉଁମାନଙ୍କୁ ନିଯୁକ୍ତି ଦିଆଗଲା ସେମାନେ ହେଲେ

Read More

କଂରଜିଆ, ମୟୁରଭଂଜ ଜିଲ୍ଲା କରଂଜିଆ ଠାରେ ଏକ ମିଶ୍ରଣ ପର୍ବରେ ଜିଲ୍ଲାର ବରିଷ୍ଠ ବ୍ୟକ୍ତି ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଶିଷ୍ଟ ଆଇନଜୀବୀ ରୁକ୍ମଣୀ ମହନ୍ତ, ସୁବର୍ଣ୍ଣ ଢୁଙ୍ଗିଆ, ଏମ. ଭିତଲ ରୟ, ଅଜୟ କୁମାର ସେଠୀ, ବସ ମାଲିକ ସଂଘର ସଂପାଦକ ଅରୁଣ ଅଗ୍ରୱାଲ, ପୂର୍ବତନ ସରଂପଚ ଶୈଳେନ୍ଦ୍ର ଦେଉରୀ, ନିତ୍ୟାନନ୍ଦ ମୁର୍ମୁ, ଗଗନ ଟୁଡୁ, ସମିତି ସଭ୍ୟ ହିମାଂଶୁ ନାୟକଙ୍କ ସମେତ ସାମାଜିକ କର୍ମୀ ଏବଂ ଶତାଧିକ ସଂଖ୍ୟାରେ କଂଗ୍ରେସ ଓ ବିଜେଡି କର୍ମୀବିଜେପିରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଓଡିଶାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜିର ମିଶ୍ରଣ ଦ୍ୱାରା ବିଜେପି ସଙ୍ଗଠନ ଆହୁରି ମଜବୁତ ହେବ ବୋଲି ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ।

Read More

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଓଡିଶାର ସୀମାବର୍ତ୍ତୀ ଅଂଚଳଗୁଡିକୁ ପଡୋଶୀ ରାଜ୍ୟମାନେ ଅକ୍ତିଆର କରିବାକୁ ଲାଗିଛନ୍ତି। କୋରାପୁଟ ଜିଲ୍ଲାର କୋଟିଆ ପରି ମୟରୁଭଂଜ ଜିଲ୍ଲାର ରରୁଆ ବ୍ଲକ ଡେଣୁଆଁ ଗାଁର ବାସିନ୍ଦାଙ୍କୁ ଝାଡଖଣ୍ଡ ରାଜ୍ୟ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି। ସୀମାବର୍ତ୍ତୀ ଅଂଚଳକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାଁନ୍ତି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଓଡିଶା ଝାଡଖଣ୍ଡ ସୀମାବର୍ତ୍ତୀ ଡେଣୁଆଁ ଗାଁ ଗସ୍ତକରିବା ସମୟରେ ଅଭିଯୋଗ କରିଛନ୍ତି। ଝାଡଖଣ୍ଡ ପାଇଁ ଓକିଲାତି କରୁଥିବା ଲୋକ ଏବେ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ଅଛନ୍ତି।  ତାଙ୍କ ଜିଲ୍ଲାର ଗାଁକୁ ପଡୋଶୀ ରାଜ୍ୟ ଅକ୍ତିଆର କରିବାକୁ ବସିଥିବା ବେଳେ ରାଜସ୍ୱ ମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଡେଣୁଆ ଗାଁ ଲୋକଙ୍କ ସହ ଶ୍ରୀ ମହାନ୍ତି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭାବାଗତ ଦୃଷ୍ଟିରୁ ଆମେ ସମସ୍ତେ ଏକ।…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ପୁରୀରୁ ୧୩, ସମ୍ବଲପୁରରୁ ୯, ସୁନ୍ଦରଗଡରୁ ୯, ଅନୁଗୁଳରୁ ୫, ବାଲେଶ୍ବରରୁ ୪, ଝାରସୁଗୁଡାରୁ ୪, ଯାଜପୁରରୁ ୩, ମୟୂରଭଞ୍ଜରୁ ୩, ନୂଆପଡାରୁ ୩, କଟକରୁ ୨, ଜଗତସିଂହପୁରରୁ ୨, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୨, ସୋନପୁରରୁ ୨, ବରଗଡରୁ ୧, କଳାହାଣ୍ଡିରୁ ୧, ରାୟଗଡ଼ାରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୯୨୪ କୁ ବୃଦ୍ଧି ହୋଇଛି। ତେବେ ୫୫୬ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ…

Read More

ଭୁବନେଶ୍ୱର, ଆଜି ୫-ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫ ଗୋଟି ନୁଆ ଅନଲାଇନ ସେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ସେହି ୫ ଗୋଟି ସେବାଗୁଡ଼ିକ ହେଲା (୧) ଇ-କଳିକା (୨) ମୋ ଛତୁଆ ଆପ୍‌(୩) ଇ-ମାନଦେୟ ପୋର୍ଟାଲ (୪) ମମତା ଆପ୍‌ ଏବଂ (୫) ମୋ ଶିଶୁ ପୋର୍ଟାଲ । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ସରକାର ଗତ ୨୦ ବର୍ଷ ଧରି ମହିଳାମାନଙ୍କର ସଶକ୍ତିକରଣ ଏବଂ ଶିଶୁମାନଙ୍କର କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରିଆସୁଛି । ଏଥିପାଇଁ ପଞ୍ଚାୟତ ଅନୁଷ୍ଠାନଗୁଡିକରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଠାରୁ ଆରମ୍ଭ କରି ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି । ରାଜ୍ୟ ସରକାରଙ୍କର ଉଦ୍ୟମରେ ଓଡ଼ିଶା ଆଜି ମହିଳା ସଶକ୍ତି କରଣ,…

Read More

ଅହମ୍ମଦାବାଦ: ପିଙ୍କ ଟେଷ୍ଟ ଦ୍ଵିତୀୟ ଦିବସରେ ଖେଳର ଫଳାଫଳ ମିଳିଛି। ଇଂଲଣ୍ଡକୁ ହରାଇ ଭାରତ ଏହି ଟେଷ୍ଟ ୧୦ ୱିକେଟରେ ଜିତି ନେଇଛି। ଏହା ସହ ଭାରତ ଚାରି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୨-୧ରେ ଆଗୁଆ ରହିଛି। ପ୍ରଥମ ପାଳିରେ ଇଂଲଣ୍ଡ ସମସ୍ତ ୱିକେଟ ହରାଇ ୧୧୨ ରନ ସଂଗ୍ରହ କରିଥିଲା।  ଭାରତ ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୧୪୫ ରନ କରିବାରେ ସକ୍ଷମ ହୋଇଥିଲା। ତେଣୁ ବିରାଟ ବାହିନୀ ଇଂଲଣ୍ଡ ଦଳ ଠାରୁ ପ୍ରଥମ ପାଳିରେ ୩୩ ରନରେ ଅଗ୍ରଣୀ ଥିଲା। ତେବେ ଭ୍ରମଣକାରୀ ଦଳ ଆଜି ଦ୍ଵିତୀୟ ଇନିଂସ ଖେଳ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମ ପାଳି ଭଳି କୌଣସି ବ୍ୟଟ୍ସମ୍ୟାନ ଲମ୍ବା ପାଳି ଖେଳିବାରେ ସକ୍ଷମ ହୋଇପାରିନଥିଲେ। ରୁଟଙ୍କ ଦଳ ମାତ୍ର ୮୧ ରନରେ ସମସ୍ତ ୱିକେଟ ହରାଇ ଭାରତୀୟ ଦଳକୁ ୪୯ ରନର ଟାର୍ଗେଟ ଦେଇଥିଲେ। ଭାରତ ସହଜରେ ୭.୪ ଓଭରରେ କୌଣସି…

Read More

ଭୁବନେଶ୍ୱର: ଟେନିସ୍ କ୍ରିକେଟ ଆସୋସିଏସନ ଅଫ ଇଣ୍ଡିଆର ଆହ୍ୱାନ କ୍ରମେ ୫ମ ସିନିୟର ନାସନାଲ ଟେନିସ୍ କ୍ରିକେଟ ଚମ୍ପିୟାନସିପ ୨୦୨୧ (ପୁରୁଷ) ଚଣ୍ଡିଗଡ଼ରେ ଚଳିତ ମାସ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି। ଏଥିପାଇଁ ଟେନିସ୍ କ୍ରିକେଟ ଆସୋସିଏସନ ଅଫ ଓଡ଼ିଶା ତରଫରୁ ଗତ ଫେବୃୟାରୀ ୬ ଓ ୭ ତାରିଖରେ ଏକ ଖେଳାଳୀ ଚୟନ ପ୍ରକ୍ରିୟା ପୋଖରୀପୁଟ ବିହାରୀଲାଲ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିଲା। ଏହି ଚୟନ ପ୍ରକ୍ରିୟାରେ ରାଜ୍ୟର ୧୭ଟି ସ୍ୱୀକୃତିପ୍ରାପ୍ତ ଜିଲ୍ଲା ଅଂଶଗ୍ରହଣ କରିଥିଲେ। ପ୍ରତି ଜିଲ୍ଲାରୁ ୫ଜଣ ପ୍ରତିଭାବାନ ଖେଳାଳୀ ଏଥିରେ ଭାଗ ନେଇଥିଲେ। ତନ୍ମଧ୍ୟରୁ ୮ଟି ଜିଲ୍ଲା ଯଥାକ୍ରମେ କେନ୍ଦ୍ରାପଡ଼ା, ଭୁବନେଶ୍ୱର, ପୁରୀ, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ ଏବଂ କଟକରୁ ଭାଗ ନେଇଥିବା ଖେଳାଳୀମାନଙ୍କ ମଧ୍ୟରୁ ଭୁବନେଶ୍ୱରୁ ୬ଜଣ ଖେଳାଳୀ ମନୋନୀତ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ୨ଜଣ, ପୁରୀରୁ ଜଣେ, ଅନୁଗୁଳୁରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତିରୁ ଜଣେ, ଗଞ୍ଜାମରୁ ଜଣେ,…

Read More

ଭୁବନେଶ୍ୱର: ଜିଏସ୍‌ଟି ବ୍ୟବସ୍ଥାର ବାରମ୍ବାର ପରିବର୍ତ୍ତନ ଓ ଜିଏସ୍‌ଟି ଅଧିକାରୀଙ୍କ ଏକଚାଟିଆ ମନୋଭାବକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଆସନ୍ତା ୨୬ ଭାରତ ବନ୍ଦ ଡ଼ାକରା ଦେଇଛି। ନିଖିଳ ଓଡ଼ିଶା ରାସ୍ତା ପାର୍ଶ୍ଵରେ ଉଠାଦୋକାନୀ ମହାସଂଘ ଏହାକୁ ସମର୍ଥନ ଜଣାଇଛି। ସେଥିପାଇଁ ଓଡ଼ିଶାର ପାଖାପାଖି ୨ ଲକ୍ଷ ଉଠାଦୋକାନୀ, କ୍ଷୁଦ୍ର ବ୍ୟବସାୟୀ ଏହି ଆନ୍ଦୋଳନକୁ ସମର୍ଥନ କରି ଦୋକାନ ବଜାର ବନ୍ଦ ରଖାଯିବ ବୋଲି ମହାସଂଘର ରାଜ୍ୟ ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି। ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ, କେନ୍ଦ୍ର ସରକାର ଜିଏସ୍‌ଟିକୁ ମନୋମୁଖୀ ଭାବରେ ବଢାଇବା, ଲୋକଙ୍କ ନିକଟରୁ ଜୋର ଜବରଦସ୍ତ ଜିଏସ୍‌ଟି ଆଦାୟ କରିବା, ୯୦ରୁ ଅଧିକ ଥର ଜିଏସ୍‌ଟି ସଂଶୋଧନ କରାଯାଇଥିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସଂଶୋଧନ ନକରି ଗ୍ରାହକ ଓ ଦୋକାନୀମାନଙ୍କ ଉପରେ ଜିଏସ୍‌ଟି ଆଦାୟ କରିବା ଏକ ଜିଜିୟାକର ସଦୃଶ। ୨୬ ତାରିଖ ଭାରତ…

Read More

ଅହମ୍ମଦାବାଦ: ଆଜି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟେଷ୍ଟରେ ଦ୍ଵିତୀୟ ଦିବସ ଖେଳ ଜାରି ରହିଛି। ପ୍ରଥମ ପାଳିରେ ଇଂଲଣ୍ଡ ସମସ୍ତ ୱିକେଟ ହରାଇ ୧୧୨ ରନ ସଂଗ୍ରହ କରିଥିଲା। ଭାରତ ଗତକାଲିର ଅସମାପ୍ତ ଖେଳ ୩ ଟି ୱିକେଟରେ ୯୯ ରନରୁ ଖେଳ ଆଜି ଆରମ୍ଭ କରି ଆଜି ମାତ୍ର ଦଳୀୟ ସ୍କୋରରେ ୪୬ ରନ ଯୋଡି ସମସ୍ତ ୱିକେଟ ହରାଇଥିଲା। ଭାରତ ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୧୪୫ ରନ କରିବାରେ ସକ୍ଷମ ହୋଇଥିଲା। ତେଣୁ ବିରାଟ ବାହିନୀ ଇଂଲଣ୍ଡ ଦଳ ଠାରୁ ପ୍ରଥମ ପାଳିରେ ୩୩ ରନରେ ଅଗ୍ରଣୀ ଥିଲା। ତେବେ ଭ୍ରମଣକାରୀ ଦଳ ଆଜି ଦ୍ଵିତୀୟ ଇନିଂସ ଖେଳ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମ ପାଳି ଭଳି କୌଣସି ବ୍ୟଟ୍ସମ୍ୟାନ ଲମ୍ବା ପାଳି ଖେଳିବାରେ ସକ୍ଷମ ହୋଇପାରିନାହାନ୍ତି। ରୁଟଙ୍କ ଦଳ ମାତ୍ର ୮୧ ରନରେ ସମସ୍ତ ୱିକେଟ ହରାଇ ଭାରତୀୟ ଦଳକୁ ୪୯…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୭୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ  ୨୪୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ନୂଆଦିଲ୍ଲୀ/ଲଣ୍ଡନ: ଭାରତୀୟ ଏଜେନ୍ସିଙ୍କୁ ଆଜି ବଡ ସଫଳତା ମିଳିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀ ଏବେ ଭାରତ ଆସିବ। ଲଣ୍ଡନର ଏକ ଅଦାଲତ ନୀରବ ମୋଦୀକୁ ଭାରତ ପ୍ରତ୍ୟର୍ପଣ ପାଇଁ ମଞ୍ଜୁରୀ ଦେଇଛନ୍ତି। ଅଦାଲତର ଏହି ଶୁଣାଣୀର ଚିଠି ଲଣ୍ଡନର ଗୃହ କାର୍ଯ୍ଯାଳାୟକୁ ପଠାଯିବ। ଏହାପରେ ଗୃହ କାର୍ଯ୍ଯାଳୟ ପାଖରେ ୨୮ ଦିନର ସମୟ ରହିବ। ଯେଉଁଥିରେ ଗୃହ ସଚିବ ହସ୍ତାକ୍ଷର କରିବେ। ଏହି ୨୮ ଦିନ ଭିତରେ ନୀରବ ମୋଦୀକୁ ଭାରତ ଆଣିବା ପ୍ରକ୍ରିୟା ଶେଷ ହୋଇଯିବ। କିନ୍ତୁ ନୀରବ ମୋଦୀ ପାଖରେ ଆଉ ତିନୋଟି ବିକଳ୍ପ ରହିଛି, ଯେଉଁଥିରେ ସେ ଏଥିରୁ ରକ୍ଷା ପାଇପାରିବ। ପ୍ରଥମ ବିକଳ୍ପ ହେଉଛି ସେ ସ୍ଥାନୀୟ ଅଦାଲତର ଶୁଣାଣୀ ବିରୋଧରେ ଉଚ୍ଚ ନ୍ୟାୟଳୟକୁ ଯାଇପାରିବ। ଯଦି ସେଠାରୁ ନୀରବ ମୋଦୀ ହାରି ଯାଏ, ତେବେ ସେ ସୁପ୍ରିମକୋର୍ଟକୁ ମଧ୍ୟ ଯାଇପାରିବ। ଯଦି ସେଥିରୁ ମଧ୍ୟ ବିଫଳ ହୁଏ,…

Read More

ତିରିଭୂନ୍ତପୁରମ, କେରଳ ଗସ୍ତରେ ଥିବା କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀ ସମୁଦ୍ର ଭିତରକୁ ଲମ୍ପ ପ୍ରଦାନ କରିଛନ୍ତି। ଗତକାଲି ସେ ଏବଂ ତାଙ୍କ ସାଥୀରେ କେତେକ ମତ୍ସ୍ୟଜୀବୀ ମଧ୍ୟ ଗଭୀର ସମୁଦ୍ର ଭିତରକୁ ଲମ୍ବ ପ୍ରଦାନ କରିଥିଲେ। ତେବେ ଏହାର କିଛି କାରଣ ନ ଥିଲା। କେରଳ ନିର୍ବାଚନ ଆଗକୁ ଥିବାରୁ ରାହୁଳ ଗାନ୍ଧୀ ସେଠାକୁ ପ୍ରଚାରରେ ଯାଇଥିଲେ। ରାହୁଳ ଗାନ୍ଧୀ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମନ ହରଣ କରିବା ପାଇଁ ସେ ସେମାନଙ୍କ ସହିତ ସମୁଦ୍ର ରେ ପହଁରିଥିଲେ। କେରଳର କୋଲାମ ଜିଲ୍ଲାର ଥାନାଙ୍ଗାସାରୀ ବେଳାଭୂମିରେ ରାହୁଳ ପହଁରିଥିଲେ। ସେ ପ୍ରାୟ 10 ମିନିଟ ଧରି ସମୁଦ୍ର ଭିତରେ ପହଁରିଥିଲେ।

Read More

ଭୁବନେଶ୍ୱର, ଓଡ଼ିଶା ବିଧାନସଭାର ଦୈନନ୍ଦିନ ବୈଠକରେ ସୂଚନା ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଇ ଏହାକୁ ଇ-ବିଧାନସଭାରେ ପରିଣତ କରିବାକୁ ପଦକ୍ଷେପ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ବଜେଟକୁ ମଧ୍ୟ ଅର୍ଥମନ୍ତ୍ରୀ ବିନା କାଗଜପତ୍ରରେ ବିଧାନସଭାରେ ଆଗତ କରିଛନ୍ତି । କମ୍ପୁଟର ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ଉପଯୋଗ ହୋଇ ସୁଚାରୁରୂପେ ବିଧାନସଭାର କାର୍ଯ୍ୟବଳୀ ପରିଚାଳନା ହେବ। ଏଥି ନିମିତ୍ତ ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଉପରେ ସୁପାରିଶ କରିବା ପାଇଁ ନୂଆଦିଲ୍ଲୀ ସ୍ଥିତ ପାର୍ଲାମେଣ୍ଟ ହାଉସ୍ ଠାରେ ଓଡ଼ିଶା, ଉତ୍ତରାଖଣ୍ଡ, ତେଲେଙ୍ଗାନା, ଆସାମ ଏବଂ ପଣ୍ଡିଚେରୀ ବାଚସ୍ପତିଙ୍କୁ ନେଇ ଏକ ସମ୍ମିଳନୀ ଫେବୃୟାରୀ ୨୫ ତାରିଖ ଦିନ ଅନୁଷ୍ଠିତ ହେଉଛି । ଏଥିରେ ଯୋଗ ଦେବା ପାଇଁ ଓଡ଼ିଶା ବିଧାନସଭା ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିମାନ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି । ପ୍ରକାଶଯୋଗ୍ୟ ଯେ ଷୋଡ଼ଶ ବିଧାନସଭାର ଚଳିତ ଷଷ୍ଠ ଅଧିବେଶନକୁ ବାଚସ୍ପତି ଡ଼ଃ.…

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ସକାଳ ପାଖାପାଖି ୧୧.୩୦ ଘଟିକା ସମୟରେ ରେଢାଖୋଲ ଥାନା ତଣ୍ଡାବିରା ଗ୍ରାମର ଜଣେ ବୃଦ୍ଧ ଡଇଁଚା ବଜାରକୁ ଆସୁଥିବା ବେଳେ ଅଜଣା ବାଇକ୍ ଧକ୍କାରେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ରେଢାଖୋଲ ଥାନା ଡଇଁଚା ପଂଚାୟତର ତଣ୍ଡାବିରା ଗ୍ରାମର ବ୍ରଜ ବିହାରୀ ସାହୁ(୭୦) ନାମକ ବୃଦ୍ଧ ବ୍ୟକ୍ତି ନିକଟସ୍ଥ ଡଇଁଚା ଗ୍ରାମର ସାପ୍ତାହିକ ବଜାରକୁ କୌଣସି ଜିନିଷ କିଣିବାକୁ ନିଜର ସାଇକେଲ୍ ରେ ଯାଉଥିଲେ। ତଣ୍ଡାବିରା ରୁ ଡଇଁଚା ଆସୁଥିବା ବାଟରେ ପଛପଟୁ ଅଜଣା ବାଇକ୍ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସେ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ଡଇଁଚାରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ ଆମ୍ବୁଲାନସ୍ ଯୋଗେ ରେଢାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା। ବର୍ତ୍ତମାନ ତାଙ୍କ ଦେହ ସୁସ୍ଥ ଥିବା ଜଣାପଡିଛି। ବାଇକ୍ ଚାଳକ ଫେରାର୍ ହେବାରେ ସକ୍ଷମ ହୋଇଛି।

Read More

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ପକ୍ଷରୁ ଓଟିଟି ଓ ସାମାଜିକ ଗଣମାଧ୍ୟମ ପାଇଁ ଗାଇଡଲାଇନ ଜାରି କରାଯାଇଛି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଉପରେ ସୂଚନା ଦେଇଛନ୍ତି। ସେ ଏହି ଅବସରରେ କହିଛନ୍ତି ଯେ, ଦେଶରେ ସାମାଜିକ ଗଣମାଧ୍ୟମକୁ ଅପବ୍ଯବହାର କରାଯାଉଛି। ଏହି ମାଧ୍ୟମରେ ଅନେକ ଆପତ୍ତିଜନକ ଫଟୋ ଏବଂ ଭିଡିଓ ଆସୁଛି। ଯାହାକୁ ଗ୍ରହଣ କରିବା ସମ୍ଭବ ନୁହେଁ। ସୀମାପାରରୁ ମଧ୍ୟ ଦେଶରେ ଅଶାନ୍ତ ସୃଷ୍ଟି କରିବା ପାଇଁ ଏହାକୁ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି। ଏସବୁ ଦୂର କରିବା ପାଇଁ ଗାଇଡଲାଇନ ଜାରି କରାଯାଉଛି। ସବୁ ସର୍ଭିସ ପ୍ରୋଭାଇଡରଙ୍କୁ ଅଭିଯୋଗ ସେଲ ରଖିବା ଆବଶ୍ୟକ। କୌଣସି ଅଭିଯୋଗ ଆସିଲେ ୨୪ ଘଣ୍ଟା ମଧ୍ୟରେ ଏହାକୁ ଗ୍ରହଣ କରିବା ସହ ୧୫ ଦିନ ଭିତରେ ଏହାର ସମାଧାନ କରିବାକୁ ପଡିବ। କୌଣସି ସନ୍ଦିଗ୍ଧ ଟୁଇଟ କିମ୍ବା ମେସେଜ ଆସିଲେ ସୃଷ୍ଟିକର୍ତ୍ତାର ତଥ୍ୟ…

Read More

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନ ଯାତ୍ରୀଙ୍କୁ ଝଟକା ଲାଗିଛି। ରେଳବାଇ ଦ୍ଵାରା ଜାରି ହୋଇଥିବା ସୂଚନା ଅନୁସାରେ ଟ୍ରେନ ଟିକେଟର ଦାମକୁ ବୃଦ୍ଧି କରାଯାଇଛି। କମ ଦୂରତା ବିଶିଷ୍ଟ ଟ୍ରେନ ଟିକେଟର ଦାମକୁ ବୃଦ୍ଧି କରାଯାଇଛି। କରୋନା ମାହାମାରୀର ସଂକ୍ରମଣକୁ ରୋକିବା ପାଇଁ ଟ୍ରେନ ଟିକେଟର ଦାମ ବଢାଇଥିବାର କାରଣ କୁହାଯାଉଛି। ଯାହାଫଳରେ ଟ୍ରେନରେ କମ ସଂଖ୍ୟକ ଯାତ୍ରୀ ଯାତ୍ରା କରିପାରିବେ। ୩୦-୪୦ କିଲୋମିଟର ଦୂରତା ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଏହି ବର୍ଦ୍ଧିତ ଦାମର ପ୍ରଭାବ ପଡିବ। ତେବେ କମ ଦୂରତା ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏବେ ମେଲ/ଏକ୍ସପ୍ରେସର ଭଡ଼ା ଦେବାକୁ ପଡିବ।

Read More

କନ୍ଦର୍ପ ବେହେରା ରେଢାଖୋଲ: ବିବାହ ଏକ ପବିତ୍ର ବନ୍ଧନ। ସାତ ପୁରୁଷକୁ ସାକ୍ଷୀ ରକ୍ଷୀ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ବର କନ୍ୟା। ବିବାହର କିଛି ମାସ ସୁଖ ସ୍ୱାଚ୍ଛନ୍ଦରେ ଦିନ ବିତାଇବାର ସମୟ ଥିଲେ ମଧ୍ୟ ସଦ୍ୟ ବିବାହିତ ଯୁବକ ଜଣଙ୍କ ବିବାହର ୧୦ ଦିନ ନ ପୁରୁଣୁ ବେକରେ ରଶି ଦେଇ ଆତ୍ମହତ୍ୟା ଭଳି ଏକ ଚରମ ପନ୍ଥାକୁ ଆପଣେଇ ନେବା ସମସ୍ତଙ୍କୁ ଚକିତ କରିଛି। ଘଟଣା ଘଟିଛି ନାକଟିଦେଉଳ ଥାନା ଜାମୁଯୋରୀ ଗ୍ରାମରେ। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ଜାମୁଝୋରୀ ଗ୍ରାମର କବି ମାଝୀଙ୍କର ଏକ ମାତ୍ର ପୁତ୍ର ଦାମୋଦର ମାଝୀ (୨୮) ଚଳିତ ମାସ ୧୭ ତାରିଖରେ ସେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ନିକଟସ୍ଥ ମାମୁରିଆ ଗ୍ରାମରେ ଦମୟନ୍ତି ନାମକ ଝିଅକୁ ବିବାହ କରିଥିଲେ। କିଛି ଦିନ ଆନନ୍ଦ ଉଲ୍ଲାସରେ ବୈବାହିକ ଜୀବନ ବିତାଇଥିଲେ ନବ ଦମ୍ପତି ଦାମୋଦର ଓ ଦମୟନ୍ତି।…

Read More