Author: Samikhsya Bureau

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ସର୍ବଦା ସଚେତନତା ସୃ୍‌ଷ୍ଟି କରିବା ଦିଗରେ ତତ୍ପର ରହିଆସିଛି। ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସତର୍କ ଓ ସଚେତନ କରିବା ନେଇ ଅଂଟା ଭିଡିଛି ସୋଆ କମ୍ୟୁନିଟି ରେଡିଓ। କରୋନା ମହାମାରୀରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ତଥା ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ପ୍ରବାସୀ ଶ୍ରମିକମାନଙ୍କର ସାହାଯ୍ୟ ଓ ଥଇଥାନ୍ ନିମନ୍ତେ “ନୂଆ ସକାଳର କଥା” ପ୍ରୋଜେକ୍ଟ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସୋଆ ରେଡିଓ କାର୍ଯ୍ୟରତ। ଏହି ପରିପ୍ରେକ୍ଷୀରେ ସୋଆ ଦ୍ୱାରା ପୋଷ୍ୟ ଭାବେ ଗୃହୀତ ୪ଟି ଗ୍ରାମ ଯଥା ଶିମୁଳି ପାଟଣା, ପଥରଗାଡିଆ, ସୁନ୍ଦରପୁର ଓ ବାରମାଣ ଗ୍ରାମକୁ ଯାଇ ସୋଆ ରେଡିଓ ପକ୍ଷରୁ ଜବ୍ କାର୍ଡ ଥିବା ଗ୍ରାମବାସୀମାନେ କିପରି ଏମ୍‌ଜିଏନ୍‌ଆର୍‌ଇଜିଏସ୍ ସ୍କିମ୍ ଦ୍ୱାରା ୧୦୦ ଦିନର କାମ ପାଇପାରିବେ ସେଥିପାଇଁ ଲୋକଙ୍କୁ ଅବଗତ…

Read More

ଭୁବନେଶ୍ବର, ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ସାଧାରଣ ବଜେଟ ସହିତ କୃଷି ବଜେଟ ମଧ୍ୟ ଉପସ୍ଥାପିତ କରିଛନ୍ତି। କୃଷି କ୍ଷେତ୍ରରେ ଥିବା ବିଭିନ୍ନ ବିଭାଗ ପାଇଁ ନିମ୍ନ ବ୍ୟୟ ଅଟକଳ କରାଯାଇଛି। ସେଗୁଡିକ ହେଲା ବିହନ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ବ୍ୟୟବରାଦ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ବ୍ୟୟବରାଦ କଳାହାଣ୍ଡି ଓ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ ବନ୍ୟାନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦କୋଟି ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ବ୍ୟୟବରାଦ ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ ଅଚଳ ଉଠା ଜଳସେଚନ ପଏଣ୍ଟ ପୁନରୁଦ୍ଧାର ପାଇଁ ୧୬୦ କୋଟି ବିପର୍ଯ୍ୟୟରେ ତ୍ୱରିତ କ୍ଷତିପୂରଣ…

Read More

ଭୁବନେଶ୍ବର, ରାଜ୍ୟ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବର୍ତ୍ତମାନ 2021-22 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି। ଏଥର ବଜେଟ ଆକାର 1 ଲକ୍ଷ 70 ହଜାର କୋଟି ଟଙ୍କାର ହୋଇଛି। ପ୍ରଶାସନିକ ବ୍ୟବସ୍ଥା ପାଇଁ 85 ହଜାର କୋଟି ଟଙ୍କା ବ୍ୟବରାଦ କରାଯାଇଛି। ସେହିପରି କାଳିଆ ଯୋଜନା ପାଇଁ 1800 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ବିପର୍ଯ୍ୟୟ ପ୍ରଶମନ ପାଇଁ 3 ହଜାର 50 କୋଟି ଟଙ୍କା, ବିଭିନ୍ନ କାର୍ଯ୍ୟକ୍ରମ ପାଇଁ 75 ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

Read More

ପାଟନା, ଦେଶରେ ତୈଳ ଦର ବୃଦ୍ଧି ଏବଂ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିହାରର ବିରୋଧୀଦଳ ନେତା ତଥା ପୂର୍ବତ୍ତନ ଉପମୁଖ୍ୟମନ୍ତ୍ରୀ ଅଭିନବ ପ୍ରତିବାଦ କରିଛନ୍ତି। ସେ ହେଉଛନ୍ତି ତେଜଶ୍ବୀ ଯାଦବ। ଆଜି ତେଜଶ୍ବୀ ତାଙ୍କର ଦୁଇଜଣ ବିଧାୟକଙ୍କ ସହିତ ବିଧାନସଭାକୁ ଏକ ଟ୍ରାକ୍ଟରରେ ଯାଇଛନ୍ତି। ସେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ସୁରକ୍ଷା କର୍ମୀ ମଧ୍ୟ ତାଙ୍କ ଟ୍ରାକ୍ଟର ଚାରିପଟେ ସୁରକ୍ଷା ଦେଉଥିବାର ପରିଲକ୍ଷିତ ହୋଇଥିଲା। ତେଜସ୍ବୀ ଏପରି ଯିବାକୁ ନେଇ ବିଭିନ୍ନ ମହଲରେ ତାଙ୍କୁ ବେଶ ସ୍ବାଗତ କରାଯାଇଛି। ସେ ବିଧାନସଭାରେ ପ୍ରବେଶ ପୂର୍ବରୁ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଏହା ହେଉଛି ମୋର କେନ୍ଦ୍ର ବିଜେପି ସରକାର ତଥା ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ। ବର୍ତ୍ତମାନ ଦେଶରେ ଯେପରି ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି ତାହା ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଛିନ୍ତି। ସେହିପରି ବିହାରରେ ଯେପରି ଅଶାନ୍ତି ସୃଷ୍ଟି ହେବାରେ ଲାଗିଛି ତାହାକୁ ମଧ୍ୟ…

Read More

କଟକ, କରୋନା ପୁଣି ଥରେ ଡରାଇବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ପୋଲିସ ଅଧିକାରୀଙ୍କୁ ଚିଠି କରିଛନ୍ତି। ରାଜ୍ୟରେ କରୋନା ସ୍ଥିତି ପୁଣିଥରେ ଉଦବେଗ ହେବାକୁ ଥିବାରୁ କରୋନା କଟକଣା ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି କଟକ ପୋଲିସ କମିଶନରେଟ ତରଫରୁ ଧରପଗଡ ଆରମ୍ଭ ହୋଇଯାଇଛି। ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ, ମଲ, ହୋଟେଲ ପ୍ରଭୃତି ସ୍ଥାନରେ ଚଢାଉ ଆରମ୍ଭ ହୋଇଯାଇଛି। ଲୋକମାନଙ୍କୁ ମାସ୍କ ପିନ୍ଧିବା, ଶାରୀରିକ ବ୍ୟବଧାନ ରଖିବା ପ୍ରଭୃତି ମାନିବା ପାଇଁ ସଚେତନତା କରାଯାଉଛି। ଏଥିସହିତ ଟ୍ରାଫିକ ଜାମ କରୁଥିବା ଉଠା ଦୋକାନୀକୁ ମଧ୍ୟ ତାଗିଦ କରାଯାଉଛି।

Read More

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହୁହୁ ହୋଇ ବଢିବାରେ ଲାଗିଛି। ଯାହାଫଲରେ କେନ୍ଦ୍ର ସରକାର ତାହାକୁ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇପାରୁ ନାହାଁନ୍ତି। ଗତ 2 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ହେଲେ ବିଗତ 12 ଦିନ ଧରି ଏହି ଦର ହୁହୁ ହୋଇ ବଢିବାରେ ଲାଗିଛି। ଏପରିକି କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା 100 ଟଙ୍କାରେ ପହଁଚିଛି। ତେବେ ବର୍ତ୍ତମାନ ଏହି ବିଭିନ୍ନ ସ୍ଥାନରେ ପ୍ରାୟ 96 ଟଙ୍କାରେ ବିକ୍ରି ହେଉଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ନ ଥିଲେ ମଧ୍ୟ ଭାରତରେ ଏହି ବୃଦ୍ଧି ପାଇବା ଉଦବେଗଜନକ ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ରାଜନୈତିକ ବୟାନବାଜି ଚାଲିଥିଲେ ମଧ୍ୟ ତୈଳ ଦରର ହ୍ରାସ ପାଇବାକୁ ନାଁ ଧରୁ ନାହଁ। ଏହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ନିଜ ଉପରୁ…

Read More

ଭୁବନେଶ୍ବର, ପିପିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କର। କେତୋଟି ବୁଥ ହେବ, କେତେ ସୁରକ୍ଷା କର୍ମି ରହିବେ, କିପରି ଉପନିର୍ବାଚନ ପରିଚାଳନା ହେବ ସେ ନେଇ ପଦକ୍ଷେପ ଆରମ୍ଭ କରି। ଏହିପରି ଏକ ନିର୍ଦ୍ଦେଶ ଭାରତ ମୁଖ୍ୟ ନିର୍ବାଚନ କମିଶନର ଓଡିଶା ନିର୍ବାଚନ ଅଧିକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପିପିଲି ଆସନରେ ଥିବା ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ଆସନ ଖାଲି ପଡିଛି। ଯାହା ଜଣାପଡିଛି ନିର୍ବାଚନ ତାରିଖ ଆସନ୍ତା ମାର୍ଚ୍ଚ 3 କିମ୍ବା 4 ତାରିଖରେ ଘୋଷଣା ହେବ। ନୂଆଦିଲ୍ଲୀ ସୁତ୍ରରୁ ଜଣାପଡିଛି ଯେ ବର୍ତ୍ତମାନ ଦେଶର 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେଗୁଡିକ ହେଲା ପଶ୍ଚିମବଂଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ। ଏହି ବିଧାନସଭା ନିର୍ବାଚନ ସହିତ ଦେଶର ଖାଲିପଡିଥିବା ବିଧାୟକ ଆସନରେ ମଧ୍ୟ ଉପନିର୍ବାଚନ ହେବ ବୋଲି ଆଶା କରାଯାଉଛି। ସେଥିପାଇଁ ନିର୍ବାଚନ କମିସନର ଆଗୁଆ ପଦକ୍ଷେପ ଗ୍ରହଣ…

Read More

ଭୁବନେଶ୍ବର: ଭୁବନେଶ୍ଵରର ଏକ ସ୍କୁଲରେ ଜଣେ ଶିକ୍ଷକ କରୋନାରେ ସଂକ୍ରମିତ ହୋଇଛନ୍ତି। ଶିକ୍ଷକ ଜଣଙ୍କ ସ୍କୁଲରେ ପାଠ ପଢାଇବା ସହ ଛାତ୍ରଛାତ୍ରୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେଥିପାଇଁ ସେହି ସ୍କୁଲକୁ ୨ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଏହାସହ ସେହି ସ୍କୁଲକୁ ବିଶୋଧନ ମଧ୍ୟ କରାଯାଉଛି। ତେବେ ଏନେଇ ବି.ଏମ.ସି କମିସନର ପ୍ରତିକ୍ରିୟା ରଖିଛନ୍ତି, ସେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଡିଇଓଙ୍କ ସହ ଯୋଗାଯୋଗରେ ଅଛନ୍ତି। ଯଦି ଛାତ୍ରଛାତ୍ରୀଙ୍କର କୌଣସି ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କର କରୋନା ପରୀକ୍ଷା କରାଯିବ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକିଛି ଦିନ ହେଲା ବାହାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ କରୋନା କଟକଣାକୁ ଦୃଢ଼ ଭାବେ ପାଳନ କରିବାକୁ ପୁଣିଥରେ ଏସ୍‌ଓପି ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଗଂଜାମ ଜିଲ୍ଲାରେ ପୁଣିଥରେ ସତର୍କ ରହିବାକୁ ଜିଲ୍ଲାପାଳ କହିଛନ୍ତି। ଲୋକମାନେ ଭୟଭୀତ ନହୋଇ କରେନା କଟକଣାର ସମସ୍ତ ନିୟମ ମାନିଲେ କିଛି ଅସୁବିଧା ହେବ ନାହିଁ। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଡ଼େପୁଟି କମିଶନର ରମାଞ୍ଚଳ ଖମାରି, ଏନ୍‌ଫୋର୍ସମେଣ୍ଟ ଟିମ୍ ଅଧିକାରୀ ତରୁଣକାନ୍ତ ସମେତ ଅନେକ ଅଧିକାରୀ ଓ ବିଏମ୍‌ସି କର୍ମଚାରୀମାନେ ରାମଲିଙ୍ଗଶ୍ୱର ରୋଡ଼୍‌ରୁ ବାହାରି ଗାନ୍ଧିନଗର ଛକ, ବିଜିପୁର, ରେଳଷ୍ଟେସନ, ଟାଟା ବେଞ୍ଜ ଛକ ଆଦି ଛକମାନଙ୍କରେ ସାଇକେଲ୍‌ରେ ଭ୍ରମଣ କରି ମାସ୍କ, ସାମାଜିକ ଦୂରତା ଓ ହାତଧୁଆଁ ନେଇ ଲୋକଙ୍କୁ ସଚେତନତା କରିଥିଲେ।…

Read More

ରମେଶ ମହାନ୍ତି ଜଗତସିଂହପୁର: ଗତ ବନ୍ୟାରେ ବିଶେଷକରି ଧୋୟା ଅଞ୍ଚଳର ବହୁ ଗରିବ ଲୋକ କ୍ଷତିଗ୍ରସ୍ତ ହେବା ସହିତ ବନ୍ୟାପାଣି ଛାଡିବା ପର୍ଯ୍ୟନ୍ତ ସେମାନେ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ୍ ଗୁଡିକରେ ଆଶ୍ରୟ ନେଇଥିଲେ। ଆଶ୍ରୟ ସ୍ଥଳରେ ସେମାନଙ୍କୁ ସରକାରଙ୍କ ତରଫରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଥିବା ଗରିବ ଲୋକମାନଙ୍କ ପାଇଁ ସରକାର ରିଲିଫ୍ ଯୋଗାଇବା ସହିତ କିଛି ବେସରକାରୀ ସଂସ୍ଥା ପକ୍ଷରୁ ମଧ୍ୟ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା। କିନ୍ତୁ କିଛି ପଞ୍ଚାୟତର ଅପାରଗ ଅସାଧୁ କୁଜିନେତା ମାନଙ୍କ ଯୋଗୁଁ ବନ୍ୟାଜଳରେ ପ୍ରକୃତ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ଏହି ବେସରକାରୀ ରିଲିଫ୍ ସାମଗ୍ରୀ ଦିଆଯାଉ ନଥିବା ଅଭିଯୋଗ ହେଉଥିବା ବେଳେ କୁଚକ୍ରୀ କୁଜିନେତା ମାନେ ଚଞ୍ଚକତା କରି ନିଜର ଚେଲା ଚାମୁଣ୍ଡାମାନଙ୍କ ସହିତ ବହୁ ରିଲିଫ୍ ସାମଗ୍ରୀ ନିଜେ ଆତ୍ମସାତ କରିଥିବା ଚର୍ଚ୍ଚା ହେଉଛି। ଅଭିଯୋଗ ଅନୁଯାୟୀ ତିର୍ତ୍ତୋଲ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋପାଳପୁର ପୋର୍ଟକୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ଆଜି କଳିଙ୍ଗା ଘାଟି ନିକଟରେ ଓଲଟି ପଡ଼ିବାରୁ ଗାଡ଼ିର ଡ଼୍ରାଇଭର ଏବଂ ହେଲ୍‌ପର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ କୋଇଡ଼ା ବଡ଼ବିଲ୍‌ରୁ ଲୁହାପଥର ବୋଝେଇ କରି ଏକ ଟ୍ରକ (ଓଡ଼ି ୧୬ ଏଫ୍ ୫୪୬୦) ଗୋପାଳପୁର ପୋର୍ଟକୁ ଯାଉଥିବାବେଳେ କଳିଙ୍ଗା ଘାଟି ଭାଲିଆପଟା ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଡ଼୍ରାଇଭର ଉସ୍ତାବୁଲ୍ ଅନସାରୀ (୨୫) ଓ ହେଲ୍‌ପର ମୋବିନ୍ ଅନସାରୀ (୧୯) ଆହତ ହୋଇଥିଲେ। ଜି. ଉଦୟଗିରି ପୋଲିସ୍ ପେଟ୍ରୋଲିଂ ସମୟରେ ଏହି ଦୁର୍ଘଟଣା ଦେଖି ଉଭୟ ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌କୁ ପଠାଇ ଦିଆଯାଇଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଜପତି ଜିଲ୍ଲା ଚନ୍ଦ୍ରଗିରି ଜିରାଙ୍ଗ ଗ୍ରାମଠାରେ ଥିବା ଏସିଆ ମହାଦେଶର ପ୍ରସିଦ୍ଧ ବୌଦ୍ଧମନ୍ଦିର ଆଗାମୀ ୧୦ ଦିନ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ମନ୍ଦିରର ଲାମା ଗୁରୁଜୀ ଟେମ୍ପୋ ଆମ୍ପଲଙ୍କ ସୂଚନା ଅନୁସାରେ ୨୦ ତାରିଖଠାରୁ ୩୦ ତାରିଖ ଦଶଦିନ ମହାସାଧନ ପୂଜା (ତନ୍ତ୍ର ପୂଜା) ନିମନ୍ତେ ମନ୍ଦିରକୁ ପର୍ଯ୍ୟଟକଙ୍କ ଦର୍ଶନ ଉପରେ କଟକଣା ଜାରି ହୋଇଛି। ବୌଦ୍ଧଧର୍ମର ନୂତନ ବର୍ଷର ଆରମ୍ଭରେ ପ୍ରତ୍ୟେକ ବର୍ଷ ଏହି ପୂଜାର ଆୟୋଜନ ହୋଇଥାଏ। ଏଣୁ ମନ୍ଦିରକୁ ୧୦ଦିନ ନିମନ୍ତେ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ କରାଯାଇଥାଏ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଭାରତୀୟ ମଜଦୂର ସଂଘ କୁ ନେଇ ଆଜି ଧର୍ମଗଡ ବିଜୁକଲ୍ୟାଣ ମଣ୍ଡପ ଠାରେ ୧୬ ତମ ଜ଼ିଲ୍ଲା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ଅଖିଳ ଭାରତୀୟ ନିର୍ମାଣ ମଜଦୂର ସଂଘ ପ୍ରଭାରୀ, ସଂଘ ର କର୍ମକର୍ତ୍ତା ବିରଞ୍ଚି ନାରାୟଣ ପଣ୍ଡା, ଦେବେନ୍ଦ୍ର ପଟ୍ଟଯୋଶୀ ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ଓଡିଶା ଭାରତୀୟ ମଜଦୂର ସଂଘ, ବିଏମଏସର ଓଡିଶା ପ୍ରଦେଶର ସମ୍ପାଦକ ଯୋଗେଶ୍ୱର ଦାସ, ବିଏମଏସ ପଶ୍ଚିମ ଓଡିଶା ସମ୍ପାଦକ ଅରୁଣ ସାହୁ, ଜ଼ିଲ୍ଲା ସଭାପତି ବିଶ୍ୱ ରଞ୍ଜନ ସା, ଦୀନେଶ ଅଗ୍ରୱାଲ, ଜୟନ୍ତ ପଣ୍ଡା, ସୁରେନ୍ଦ୍ର କର, ଝୁନୁପମା ଶତପଥି ଅଙ୍ଗନବାଡି ୱାର୍କରସ ସଂଘ ର ଜ଼ିଲ୍ଲା ସଭାନେତ୍ରୀ, ଶ୍ୟାମ ସୁନ୍ଦର ଅଗ୍ରୱାଲ ସମାଜ ସେବି ଗୋଲାମୁଣ୍ଡା, ପ୍ରମୁଖ ଉପସ୍ଥିତ ରହି ମଞ୍ଚାସିନ ଅତିଥି ରହି ଥିବା ବେଳେ ସୁରେନ୍ଦ୍ର କର ସଭା ଟିକୁ ପରିଚାଳନା କରି ଥିଲେ। ସଭା ଆରମ୍ଭ କରିବା ପୂର୍ବରୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପାରିବାରିକ କଳହ ସହିନପାରି ଜନୈକ ଯୁବକ ଆଜି ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଯୁବକ ଜଣକ ହେଲେ କବିସୂର୍ଯ୍ୟନଗର ସହର ଉପକଣ୍ଠ କମା ରାମଚନ୍ଦ୍ରପୁର ସାହିର ମନୋଜ ପାତ୍ର। ଆଜି ସକାଳୁ ନିଜ ଘର ଭିତରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବାବେଳେ ଶ୍ୱଶୁରଙ୍କ ଏତଲାକ୍ରମେ ପୋଲିସ୍ ପହଞ୍ଚି ଶବଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନା କେସ ନଂ ୩/୨୧ରେ ଏକ ଅପମୃତ୍ୟୁ ମାମଲା ରଜୁ ହୋଇ ଘଟଣାର ଅନୁସନ୍ଧାନ ଜାରି ରହିଛି। ସୂଚନାଯୋଗ୍ୟ ମୃତ ମନୋଜର ଘର ନବରଙ୍ଗପୁରରେ। ସେ କବିସୂର୍ଯ୍ୟନଗର ଗଣେଶ୍ୱର ସାହିରେ ବିଶ୍ୱନାଥ ନାହାକଙ୍କ ଝିଅଙ୍କୁ ବିବାହ କରିଥିଲା। ପେଷାରେ ମିସ୍ତ୍ରୀ କାମ କରୁଥିବାବେଳେ ପ୍ରତିଦିନ ମଦ୍ୟପାନ କରୁଥିବାରୁ ପାରିବାରିକ କଳହ ଲାଗି ରହୁଥିଲା। କିଛିଦିନ ତଳେ ସ୍ତ୍ରୀର ପରିବାର ପକ୍ଷରୁ ମନୋଜ ନାମରେ ମାମଲା ମଧ୍ୟ ରୁଜୁ ହୋଇଥିବାବେଳେ ଆପୋଷ ସମାଧାନ ହୋଇ ବର୍ତ୍ତମାନ ମିଳିମିଶି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଲାଞ୍ଜିପଲ୍ଲୀ ମା’ ତାରାଦେବୀ କଲ୍ୟାଣ ମଣ୍ଡପରେ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅବସରରେ ଯୁବ ବାହିନୀ ସଭାପତି ଆଦିତ୍ୟ ନାରାୟଣ ସାହୁଙ୍କ ନେତୃତ୍ୱରେ ୨୦ ଜଣ ଅନ୍ୟ ଦଳ ଯୁବକ ବିଜେଡ଼ିରେ ଯୋଗଦାନ କରିଥିଲେ। ଏହାସହ ୩୬ନଂ ୱାର୍ଡ଼ବାସୀଙ୍କୁ ନେଇ ଏହିସ୍ଥାନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତଦାନ ଶିବିରରେ ୨୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ବିଜେଡ଼ି ବରିଷ୍ଠ ନେତା ଜଗନ୍ନାଥ ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣା, ରାମଚନ୍ଦ୍ର ପଣ୍ଡା ପ୍ରମୁଖ ନୂତନ ଭାବେ ଦଳରେ ଯୋଗଦେଇଥିବା ସଦସ୍ୟଙ୍କୁ ଉପଢ଼ୌକନ ସହ ସ୍ୱାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଜୀତ କୁମାର ପାଣିଗ୍ରାହୀ, ଲକ୍ଷ୍ମଣ ଚୌଧୁରୀ, ବିଜୟ ଚନ୍ଦ୍ର ସାମଲ, କେ. ସତ୍ୟ ଦାସ, ମମତା ବିଷୋୟୀ, ଲକ୍ଷ୍ମୀପ୍ରିୟା ପାଢ଼ୀ, ଅଜିତ…

Read More

ନୂଆଦିଲ୍ଲୀ: କଂଗ୍ରେସ ହାତରୁ ଆଉ ଏକ ରାଜ୍ୟର ଶାସନ କ୍ଷମତା ଚାଲିଯାଇଛି। ପୁଡୁଚେରୀ ବିଧାନସଭାର ଅସ୍ଥାଭୋଟରେ ବହୁମତ ହାସଲ କରିବାରେ କଂଗ୍ରେସ ବିଫଳ ହୋଇଛି। ବିଧାନସଭା ବାଚସ୍ପତି ଏନେଇ ଘୋଷଣା କରିଛନ୍ତି। ଯାହାଫଳରେ ମୁଖ୍ୟମନ୍ତ୍ରୀରୁ ଭି. ନାରାୟଣ ସ୍ଵାମୀ ବିଦାୟ ହେବା ନିଶ୍ଚିତ ହୋଇଯାଇଛି। ସୂଚନା ଯୋଗ୍ୟ ଯେ, ନାରାୟଣ ସରକାରଙ୍କୁ ଆସ୍ଥା ଭୋଟରେ ବହୁମତ ଲାଗି ୧୪ ଟି ଭୋଟ ଆବଶ୍ୟକ କରୁଥିଲା। କିନ୍ତୁ ସରକାରକୁ ମାତ୍ର ୧୨ ଜଣ ବିଧାୟକଙ୍କ ସମର୍ଥନ ମିଳିଥିଲା। ଏହା ପୂର୍ବରୁ ନାରାୟଣ ସ୍ଵାମୀ ଫ୍ଲୋର ଟେଷ୍ଟରେ ବହୁମତ ହାସଲ କରିବେ ବୋଲି ଦାବି କରୁଥିଲେ। ତେବେ ଏହି ଫଳାଫଳ ପରେ କଂଗ୍ରେସକୁ ସମାଲୋଚନା କରିବାକୁ ବିଜେପିକୁ ସୁଯୋଗ ମିଳିଯାଇଛି। ବିଜେପି ନେତା ଅମୀତ ମାଲବୀୟ କହିଛନ୍ତି ଯେ, ରାହୁଲ ଗାନ୍ଧୀ ପୁଡୁଚେରୀ ଯାଇଥିଲେ। ସେଠାରେ ମଧ୍ୟ ତାଙ୍କ ସରକାର ଭାଙ୍ଗିଲା।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୧ ଜଣ ଚିହ୍ନଟ ହୋଇଥିବାବେଳେ ୨୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୭୦୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୧୦୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୩୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୩ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୮ ଟି ଜିଲ୍ଲାରୁ ମୋଟ୍‌ ୬୯ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୧, ଝାରସୁଗୁଡ଼ା ଜିଲ୍ଲାରୁ ୬ ଜଣ,…

Read More

ଭୁବନେଶ୍ବର: କରୋନା ପୁଣିଥରେ ନୂଆ ରୂପରେ ଆସିଛି। ଦେଶରେ ଅନେକ ରାଜ୍ୟରେ ଏହାର ସଂକ୍ରମଣ ବାଢୁଥିବାର ଦେଖିବାକୁ ମିଳୁଛି। ଏଥିପାଇଁ ରାଜ୍ୟ ସରକାର ଏନେଇ କଟକଣାକୁ କଡାକଡି କରୁଛି। ବିଦ୍ୟାଳୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସମସ୍ତ ଡିଇଓଙ୍କୁ ଚିଠି ଲେଖିଛନ୍ତି। ସ୍କୁଲ ଚାଲିଥିବା ସମୟରେ କୋଭିଡ କଟକଣା ପାଳନ କରିବାକୁ ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ଏବଂ ହାଣ୍ଡ ସାନିଟାଇଜ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସ୍କୁଲ ପରିସରକୁ ସାନିଟାଇଜ କରିବାକୁ ଚିଠିରେ କୁହାଯାଇଛି। ଏହାଛଡା ସ୍କୁଲ ପରିସରରେ ପାଠପଢା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଯଦି କେହି ଏହାର ଉଲ୍ଲଂଘନ କରନ୍ତି ତେବେ କୋଭିଡ-୧୯ ଗାଇଡଲାଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଗଣଶିକ୍ଷା ବିଭାଗ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୧୯୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୦ ଲକ୍ଷ ୫ ହଜାର ୮୫୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୩୮୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୯୯ ହଜାର ୪୧୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୫୦ ହଜାର ୫୫ ଆକ୍ଟିଭ୍‌ କେସ୍ ରହିଛି।

Read More

ଲକ୍ଷ୍ମୌ, ଆଜି ଉତ୍ତର ପ୍ରଦେଶ ସରକାର ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ସୁରେଶ କୁମାର ଖାନ୍ନା ଏହି ବଜେଟ ଉପସ୍ଥାପନ କରିବେ। ଯୋଗୀ ସରକାରଙ୍କର ଏହା ହେଉଛି ପଞ୍ଚମ ବଜେଟ। ଗତ ବଜେଟରେ ଶ୍ରମିକ, ମହିଳା, ଯୁବକମାନଙ୍କୁ ପ୍ରାଧାନ୍ୟ ଦେଇ ବଜେଟ ପ୍ରସ୍ତୁତ କରାଯାଇଥିଲା। ତେବେ କରୋନା ପରେ ଯୋଗୀ ସରକାରଙ୍କର ବଜେଟ କିପରି ହେବ ତାହାକୁ ଅପେକ୍ଷା କରାଯାଇଛି। ତେବେ ଏଥର ଉତ୍ତର ପ୍ରଦେଶର ବଜେଟ 5.5 ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

Read More