ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଡ଼କ ସୁରକ୍ଷା ନିୟମ ପାଳନ ଦ୍ୱାରା ହିଁ ନିଜର ଅମୂଲ୍ୟ ଜୀବନକୁ ସୁରକ୍ଷିତ ରଖିପାରିବା। ଏହା ହିଁ ଏକ ମାତ୍ର ରକ୍ଷା କବଚ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ଶୁକ୍ରବାର ଜାତୀୟ ସଡ଼କ ସୁରକ୍ଷା ସଚେତନତା ନିମନ୍ତେ ଛତ୍ରପୁରଠାରେ ସାମୁହିକ ସାଇକେଲ୍ ରାଲି ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ, ଛତ୍ରପୁର ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ପତାକା ଦେଖାଇ ଏହି ସାଇକେଲ୍ ରାଲିର ଶୁଭାରମ୍ଭ କରି ସେମାନେ ମଧ୍ୟ ବହୁ ଛାତ୍ରଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ସହିତ ମିଶି ସାଇକେଲ୍ ଶୋଭାଯାତ୍ରାରେ ସାଇକେଲ୍ ଚାଳନା କରି ଛତ୍ରପୁର ସହର ପରିକ୍ରମଣ କରିଥିଲେ। ଗଣ ସାଇକେଲ୍ ରାଲିଟି ଛତ୍ରପୁର ସହର ପରିଭ୍ରମଣ କରି କଣମଣାଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପ୍ରର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତା ଅତିକ୍ରମ କରି ପୁଣି ଛତ୍ରପୁର ସହରକୁ ପ୍ରତ୍ୟାବର୍ତ୍ତନ କରିଥିଲା।…
Author: Samikhsya Bureau
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତ ଜଣଙ୍କ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୨୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୫୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଚେନ୍ନାଇ: ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ଇଂଲଣ୍ଡ ବିପକ୍ଷରେ ୩୦୦ ରନ ସଂଗ୍ରହ କରିଛି। ଟସ ଜିତି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶୁଭମାନ ଗିଲ କୌଣସି ରନ କରିବା ପୂର୍ବରୁ ଓଲ୍ଲୀ ଷ୍ଟୋନଙ୍କ ବଲରେ ଏଲବିଡବ୍ଲୁ ଆଉଟ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଚେତେଶ୍ଵର ପୂଜାରା ପଡ଼ିଆକୁ ଆସିଥିଲେ। ହେଲେ ସେ ଜ୍ୟାକ ଲିଚଙ୍କ ବଲରେ ମାତ୍ର ୨୧ ରନ କରି ଆଉଟ ହୋଇଯାଇଥିଲେ। ପରେ ଅଧିନାୟକ ବିରାଟ କୋହଲୀ ବ୍ୟାଟିଂରେ ବିଫଳ ହୋଇ ଶୂନ୍ୟରେ ଆଉଟ ହୋଇଥିଲେ। ଭାରତ ୮୬ ରନରେ ୩ ଟି ୱିକେଟ ହରାଇ ବିପଦରେ ପଡିଥିବା ବେଳେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ଅଜିଙ୍କ୍ୟ ରାହାଣେ ଦଳ ପାଇଁ ୧୬୨ ରନ ଯୋଡ଼ିଥିଲେ। ରୋହିତ ୧୬୧ ରନରେ ଜ୍ୟାକ ଲିଚଙ୍କ ବଲରେ ଏବଂ ଅଜିଙ୍କ୍ୟ ମୋଇନ ଅଲିଙ୍କ…
ଭୁବନେଶ୍ବର, ଓଡିଶା ସୀମାବର୍ତ୍ତି ଅଞ୍ଚଳର ଲୋକଙ୍କୁ ରାଜ୍ୟ ପ୍ରଶାସନ ସୁରକ୍ଷା ଦେବାରେ ବିଫଳ। ଫଳରେ ସେମାନେ ଆନ୍ଧ୍ର ମୁହାଁ ହେଉଛନ୍ତି। ଏପରିକି ନିର୍ବାଚନ ବନ୍ଦ କରିବା ପାଇଁ ରାଜ୍ୟ ସରକାର ବିଳମ୍ବରରେ ସୁପ୍ରିମ କୋର୍ଟ ଗଲେ। ଫଳରେ କୋଟିଆ ପଞ୍ଚାୟତ ନିର୍ବାଚନ ବନ୍ଦ ହେଲା ନାହିଁ। ଏପରିକି ଗୁଇନ୍ଦା ବିଭାଗ ମଧ୍ୟ ଏସବୁ ତଥ୍ୟ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛି ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହିପରି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଗତ କିଛିଦିନ ତଳେ ବିଜେପିର ଏକ ବରିଷ୍ଠ ପ୍ରତିନିଧୀ ଓଡିଶାର ସୀମାବର୍ତ୍ତି ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ସେଠାରେ ଲୋକକମାନଙ୍କର ଭାବଗତ ଭାବେ ଓଡିଶାରେ ଅଛନ୍ତି, ହେଲେ ସେମାନଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଥିବାରୁ ସେମାନେ ଆନ୍ଧ୍ର ମୁହାଁ ହେଉଛନ୍ତି ବୋଲି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଗଜପତି ଜିଲ୍ଲାର ଗଙ୍ଗାବାଡ ପଂଚାୟତର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ସରକାରୀ ଆଇଟିଆଇକୁ ବିହାର ରାଜ୍ୟର ନିଯୁକ୍ତି ଏବଂ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶକ ଆଇଏଏସ୍ ରଂଜିତା ଏବଂ ରାଜ୍ୟର ୧୧ଟି ବିଭିନ୍ନ ଆଇଟିଆଇର ପ୍ରିନସପାଲ୍ମାନେ ପରିଦର୍ଶନରେ ଆସିଥିଲେ। ବ୍ରହ୍ମପୁର ଆଇଟିଆଇର ବିଭିନ୍ନ ଟ୍ରେଡ଼୍, ସ୍କାର୍ପ ମ୍ୟୁଜିୟମ, ସ୍କାର୍ପ ପାର୍କ, କୋଭିଡ଼୍ ଇନୋଭେସନ ସେଣ୍ଟର ଇତ୍ୟାଦି ବୁଲି ଦେଖିବା ସହ ଏଠାକାର କାର୍ଯ୍ୟଦକ୍ଷତା ଦେଖି ଉଚ୍ଚ ପ୍ରଶଂସା କରିଥିଲେ। ଏଭଳି କାର୍ଯ୍ୟ ଯୋଗୁଁ ବ୍ରହ୍ମପୁର ଆଇଟିଆଇ ସାରା ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ସେମାନେ କହିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସେମାନଙ୍କୁ ବ୍ରହ୍ମପୁର ଆଇଟିଆଇର ଏକ ଛୋଟ ପ୍ରେଜେଣ୍ଟେସନ ମଧ୍ୟ କରାଇଥିଲେ।
ନୂଆଦିଲ୍ଲୀ, ପୁଣି ଥରେ ବିଜେଡିର ୭ ଜଣ ସାଂସଦ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି। ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ପିନାକୀ ମିଶ୍ରଙ୍କ ନେତୃତ୍ୟରେ ସାଂସଦ ଭର୍ତ୍ତୃହରି ମହତାବ, ଅନୁଭବ ମହାନ୍ତି, ସୁଜିତ କୁମାର, ଏନ ଭାସ୍କର ରାଓ, ରାଜଶ୍ରୀ ମଲ୍ଲିକ ଓ ମଞ୍ଜୁଲତା ମଣ୍ଡଳ ସାମିଲ ହୋଇଛନ୍ତି। ପୁରୀ ପରେ ବର୍ତ୍ତମାନ ଲିଙ୍ଗରାଜ ମନ୍ଦିର ବାଇ ଲ କୁ ନେଇ ବିବାଦ ସୃଷ୍ଟି ହୋଇଛି। ସେତେବେଳେ ନୂଆଦିଲ୍ଲୀରେ ଉଭୟ ବିଜେଡି ଓ ବିଜେପି ସାଂସଦମାନା ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଶ୍ରୀମନ୍ଦିର ବାଇ ଲ ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ। ସେମାନଙ୍କ ଦାବୀ ମୁତାବିକ ସେତେେବେଳ ଏହା ପ୍ରତ୍ୟାହାର କରାଯାଇଥିଲା। ଏହି ବିବାଦ ତୁଟିବା ପରେ ବର୍ତ୍ତମାନ ଲିଙ୍ଗରାଜ ମନ୍ଦିର ବାଇ ଲ କୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର ପରି ଲିଙ୍ଗରାଜ ମନ୍ଦିର ବାଇ ଲ କୁ ପ୍ରତ୍ୟାହାର କରିବାକୁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଦିନକୁ ଦିନ ନାବାଳିକା ଦୁଷ୍ମର୍ମ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଏଭଳି ଘଟଣାମାନ ପୋଲିସ୍ ପାଇଁ ଚାଲେଞ୍ଜ ସଦସ୍ୟ ହୋଇଛି। ତେଣୁ ଆଜି ମାନବାଧିକାର ସୁରକ୍ଷା ମଂଚର ସଦସ୍ୟମାନେ ବ୍ରହ୍ମପୁର ଏସ୍ପିଙ୍କୁ ସାକ୍ଷାତ କରି ନାବାଳିକା ଦୁଷ୍କର୍ମ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ। ଯେଉଁଭଳି ଭାବେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହେଉଛି ତାହାର ତୁରନ୍ତ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛନ୍ତି। ଏହାସହ ଦମକଳ, ଆମ୍ବୁଲାନସ୍ ଆଦି ଜରୁରିକାଳୀନ ଗାଡ଼ିଗୁଡ଼ିକ ବିନା ଟ୍ରାଫିକ୍ରେ ଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, ସହରରେ ଖୋଲାଖୋଲି ମଦ ବିକ୍ରି ତଥା ମଦ୍ୟପାନ ହେଉଛି, ଏହାକୁ ରୋକ ଲଗାଇବା ଆଦି ଦାବି କରିଛନ୍ତି। ଏଥିରେ ସଭାପତି ରାମକୃଷ୍ଣ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ଈଶ୍ୱରୀ ରାଉତ, ଦେବେନ୍ଦ୍ର କୁମାର ସାହୁ, ବି. ରାଜୁ ପ୍ରମୁଖ ସାମିଲ ଥିଲେ।
ଭୁବନେଶ୍ବର: ଆଜି ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଉଛି। ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଛି ବୋଲି ଅଭିଯୋଗ କରି ଛାତ୍ର କଂଗ୍ରେସ ପକ୍ଷରୁ ରାଲି କରାଯାଉଛି। ମାଷ୍ଟର କ୍ୟାଣ୍ଟିନ ଠାରୁ ରାଜମହଲ ଛକ ଏବଂ ସେଠାରୁ ଶିଶୁ ଭବନ ଛକ ଦେଇ ୬ ନମ୍ବରରେ ରହୁଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ପର୍ଯ୍ୟନ୍ତ ବିକ୍ଷୋଭ କରାଯିବାର ଛାତ୍ର କଂଗ୍ରେସ ଯୋଜନା କରିଥିଲା। ହେଲେ ସେହି ରାଲିକୁ ରାଜମହଲ ଛକ ଠାରେ ପୋଲିସ ଅଟକାଇଦେଇଛି। ଏହା ସହିତ ଶତାଧିକ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କିଛିଦିନ ଧରି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଚର୍ଚ୍ଚାରେ ରହିଥିବାବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲ୍ରେ ଅଛନ୍ତି। ଏହି ସମୟରେ ରଙ୍ଗେଇଲୁଣ୍ଡା ବ୍ଲକ୍ ବିଶ୍ୱନାଥପୁର ପଞ୍ଚାୟତର ସରପଞ୍ଚ ପଦବି ନେଇ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀନି ବାସନ୍ତ ଦାସ ବିଜୟୀ ହୋଇଛନ୍ତି। ପଞ୍ଚାୟତର ୧୩ଟି ବୁଥ୍ରେ ୩୧୬୦ ଜଣ ମତଦାନ କରିଥିବାବେଳେ ବିଜେଡ଼ି ସମର୍ଥିତ ପ୍ରାର୍ଥୀନି ବାସନ୍ତି ଦାସ ୨୧୦୬ଟି ଭୋଟ ଏବଂ ବିଜେପି ପ୍ରାର୍ଥିନୀ ଶିଳ୍ପାସେଠୀ ୯୬୦ଟି ଭୋଟ ପାଇଥିଲେ। ୧୧୪୬ଟି ଭୋଟରେ ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀନି ବାସନ୍ତି ବିଜୟୀ ହୋଇଛନ୍ତି। ଏହି ନିର୍ବାଚନ ବିଜେଡ଼ି ପାଇଁ ଅଗ୍ନିପରୀକ୍ଷା ହୋଇଥିଲା। ବିଜେଡ଼ିରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀଙ୍କ ଅଂଚଳ ହୋଇଥିବାବେଳେ ବିଜେପି କିଛି କମାଲ୍ କରିବ ବୋଲି ଲୋକେ ଭାବୁଥିଲେ। ବ୍ରହ୍ମପୁର ବିଧାୟକ ବ୍ରିକମ ପଣ୍ଡା ବାସନ୍ତୀଙ୍କୁ ସ୍ୱାଗତ ଜଣାଇବା ସହ ସମସ୍ତ ବ୍ଲକ୍ କର୍ମଚାରୀ ଓ ଭୋଟରଙ୍କୁ ଧନ୍ୟବାଦ…
ରମେଶ ମହାନ୍ତି ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ସ୍ଥିତ ଶ୍ରୀ ସତ୍ୟସାଇ ଜ୍ଞାନ ବିକାଶ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ରୀ ସିଦ୍ଧିକା ସାହୁଙ୍କୁ ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦ ତରଫରୁ ମାନପତ୍ର ପ୍ରଦାନ କରାଯାଇଛି। ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦର ରାଜ୍ୟ ସହ-ସମ୍ପାଦକ ଅଶିତ ରଞ୍ଜନ ରାଉତରାୟ ତାଙ୍କୁ ମାନପତ୍ର ପଦାନ କରି ସମ୍ମାନିତ କରିଛନ୍ତି। ସିଦ୍ଧିକା ସାହୁ ସି.ବି.ଏସ୍.ଇ ବାର୍ଷିକ ପରିକ୍ଷାରେ ସର୍ବାଧିକ ୯୬.୪ ପ୍ରତିଶତ ମାର୍କ ରଖିଥିବାରୁ ତାଙ୍କୁ ଏହି ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଛି। ଏଥିସହିତ ସର୍ବାଧିକ ମାର୍କ ରଖି ବିଦ୍ୟାଳୟକୁ ଗୌରବାନ୍ବିତ କରିଥିବାରୁ ପ୍ରଥମେ ବିଦ୍ୟାଳୟ ତରଫରୁ ସିଦ୍ଧିକାଙ୍କୁ ସମ୍ମାନିତ କରାଯିବା ସହିତ ପାରାଦ୍ୱୀପ ସ୍ମାଇଲ୍ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ମଧ୍ୟ ତାଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି।
ସୀତାରାମ ଅଗ୍ରୱାଲ ଖୋର୍ଦ୍ଧା/ଚିଲିକା: ଗତ ୩୧ ତାରିଖରୁ ପୂର୍ବତନ ଏସପି ଅଜେୟ ପ୍ରତାପ ସ୍ୱାଇଁ ଅବସର ନେବା ପରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ପଦବୀ ଖାଲିପଡିଥିଲା। ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ବରିଷ୍ଠ ଓପିଏସ ଅଧିକାରୀ ରାଜକିଶୋର ଦୋରା ଯୋଗ ଦେଇଛନ୍ତି। କାର୍ଯ୍ୟଭାର ସମ୍ଭାଳିବା ପରେ ଟାଙ୍ଗୀ ଚିଲିକା ଅଞ୍ଚଳରେ ଲୁଟ, ରାହଜାନି, ସାଇବର ଅପରାଧକୁ ମୁଳୋତ୍ପାଟନ କରିବା ପୋଲିସର ପ୍ରାଥମିକତା ରହିବ ବୋଲି ଏସପି ରାଜକିଶୋର ଦୋରା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଏହା ସହିତ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ହୋଇଥିବାରୁ ଆଗାମୀ ଦିନରେ ଜିଲ୍ଲାକୁ କିପରି ଅପରାଧ ମୁକ୍ତ କରାଯିବ ସେଦିଗରେ ଯଥା ସମ୍ଭବ କାର୍ଯ୍ୟ କରିବେ ବୋଲି ନୂତନ ଏସପି ରାଜକିଶୋର ଦୋରା କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ଦୋରା ଦକ୍ଷ ପୋଲିସ ଅଧିକାରୀ ଭାବେ ସାରା ରାଜ୍ୟରେ ବେଶ୍ ଜଣାଶୁଣା। କିଛିଦିନ ତଳେ ଶ୍ରୀ ଦୋରା କ୍ରାଇମବ୍ରାଞ୍ଚ…
ଭୁବନେଶ୍ବର: ଆଜି ରାଜ୍ୟରେ ୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୪ ଜଣ ଚିହ୍ନଟ ହୋଇଥିବାବେଳେ ୨୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୧୦୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୩୫୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୮୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୯ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୫ ଟି ଜିଲ୍ଲାରୁ ମୋଟ୍ ୫୯ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଏବଂ ବରଗଡ ଜିଲ୍ଲାରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୭, ବାଲେଶ୍ଵର ଜିଲ୍ଲାରୁ…
ନୂଆଦିଲ୍ଲୀ: ଭାରତୀୟ ବୀମା ନିୟନ୍ତ୍ରକ ପ୍ରାଧିକରଣ ବା ଆଇଆରଡିଏଆଇ ଚଳିତମାସ ୯ ତାରିଖରେ ଏକ ନିର୍ଦ୍ଦେଶାବଳୀ ଜାରି କରି ପଲିସିଧାରୀମାନଙ୍କୁ ଡିଜିଲକର ମାଧ୍ୟମରେ ଡିଜିଟାଲ ଇନ୍ସ୍ୟୁରାନ୍ସ ପଲିସି ଯୋଗାଇ ଦେବାକୁ ସବୁ ବୀମା କଂପାନୀଙ୍କୁ ପରାମର୍ଶ ଦେଇଛି। ଏଥିରେ କୁହାଯାଇଛି ଯେ ବୀମା କ୍ଷେତ୍ରରେ ଡିଜିଲକର ଉପଯୋଗକୁ ପ୍ରୋତ୍ସାହିତ କରିବାକୁ ସବୁ ବୀମା କଂପାନୀଙ୍କୁ ନିଜର ସୂଚନା ପ୍ରଯୁକ୍ତି ବ୍ୟବସ୍ଥାକୁ ଅନୁକୂଳ କରିବା ଉଚିତ। ଏହାଦ୍ୱାରା ପଲିସିଧାରୀ ଡିଜିଲକର ବ୍ୟବସ୍ଥାରେ ନିଜର ସମସ୍ତ ବୀମା ନଥିପତ୍ର ସୁବିଧା ଓ ସହଜରେ ରଖିପାରିବେ। ନିର୍ଦ୍ଦେଶାବଳୀରେ ଆହୁରି କୁହାଯାଇଛି ଯେ ବୀମାକାରୀ ସେମାନଙ୍କର ପଲିସିଧାରୀମାନଙ୍କୁ ଡିଜିଲକର ବ୍ୟବହାର ସଂପର୍କରେ ସୂଚିତ କରାଇବାର ଆବଶ୍ୟକତା ରହିଛି। ଆହୁରି ମଧ୍ୟ ଏହି ବୀମା ପଲିସିଗୁଡିକ କିପରି ଡିଜିଲକରରେ ସ୍ଥାନିତ ହୋଇପାରିବ ସେ ପ୍ରକ୍ରିୟା ମଧ୍ୟ ପଲିସିଧାରୀଙ୍କୁ ବୀମା କଂପାନୀ କର୍ତ୍ତୃପକ୍ଷ ଅବଗତ କରାଇବାର ଜରୁରୀ। ଜାତୀୟ ଇ-ସରକାର ବିଭାଗ ଏବେ ଥିବା ଡିଜିଲକର ଟିମ୍ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ…
ନୂଆଦିଲ୍ଲୀ: ପାନ୍ଗଙ୍ଗ ସୋ ସୀମାନ୍ତରୁ ସୈନ୍ୟ ପ୍ରତ୍ୟାହାର ନେଇ କେତେକ ବିଭ୍ରାନ୍ତିକର ଓ ଅତିରଞ୍ଜିତ ଖବର ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ତାହାର ସ୍ପଷ୍ଟି କରଣ ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବାସ୍ତବରେ ସେଠାକାର ସ୍ଥିତି ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ସଂସଦର ଉଭୟ ଗୃହରେ ତାଙ୍କ ବିବୃତିରେ ସ୍ପଷ୍ଟ କରିଦେଇଛନ୍ତି। ଏହା ସତ୍ତ୍ୱେ ପ୍ରକୃତ ତଥ୍ୟ ଉପସ୍ଥାପନ ନ କରି ଏବଂ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ଭୁଲ ଓ ଅତିରଞ୍ଜିତ ତଥ୍ୟ ପ୍ରକାଶ କରୁଛନ୍ତି। ତାହାକୁ ସଂଶୋଧନ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଫିଙ୍ଗର ୪ ପର୍ଯ୍ୟନ୍ତ ଭାରତୀୟ ଅଞ୍ଚଳ ପରିବ୍ୟାପ୍ତ ବୋଲି ଏସବୁ ସମ୍ବାଦରେ ଯାହା ଉଲ୍ଲେଖ କରାଯାଇଛି ତାହା ଠିକ୍ ନୁହେଁ। ଏହି ଦାବି ବିଭ୍ରାନ୍ତିକର। ଭାରତୀୟ ଅଞ୍ଚଳର ସୀମା ସରହଦ ଦେଶର ମାନଚିତ୍ରରେ ଦର୍ଶାଯାଇଥିବା ଅନୁରୂପ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୧୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୮ ଲକ୍ଷ ୯୨ ହଜାର ୭୪୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୫୫୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୬୨୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୩୬ ହଜାର ୫୭୧ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ୱର: ସିବିଏସ୍ଇର ଦଶମ ଓ ଦ୍ୱାଦଶ ପ୍ରାକ୍ଟିକାଲ ପରୀକ୍ଷା ମାର୍ଚ୍ଚ ୧୧ରୁ ଆରମ୍ଭ ହେବ। ଏହା ମାର୍ଚ୍ଚ ୧୧ରୁ ଆରମ୍ଭ ଜୁନ ୧୧ରେ ଶେଷ ହେବ। ସିବିଏସ୍ଇ ପକ୍ଷରୁ ଏନେଇ ଗାଇଡଲାନ୍ ଜାରି କରାଯାଇଛି। ଏହି ଗାଇଡଲାଇନ ନମାନିଲେ ଜରିମାନା ଦେବାକୁ ପଡିବ। ଏଥିପାଇଁ ସିବିଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡ.ସାନ୍ୟମ ଭରଦ୍ୱାଜ୍ ଚେତାବନୀ ଦେଇଛନ୍ତି। ଗାଇଡ଼ ଲାଇନ ଅବମାନନା କଲେ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ନିଜ ସ୍କୁଲରେ ପିଲାମାନେ ପ୍ରାକ୍ଟିକାଲ୍ ପରୀକ୍ଷା ଦେବେ। ଏନେଇ ସିବିଏସ୍ଇ ପକ୍ଷରୁ ସମସ୍ତ ସ୍କୁଲର ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି। ଚିଠିରେ ଅନୁଯାୟୀ, ସମସ୍ତ ପ୍ରାକ୍ଟିକାଲ୍ ପରୀକ୍ଷା ଏକ୍ସଟରନାଲ୍ଙ୍କ ଉପସ୍ଥିତିରେ ହେବ। ନିଜ ସ୍କୁଲର ଶିକ୍ଷକଙ୍କ ଦ୍ଵାରା ପ୍ରାକ୍ଟିକାଲ ପରୀକ୍ଷା କରାଇଲେ, ସେହି ପରୀକ୍ଷାକୁ ବାତିଲ କରାଯିବ। ପରୀକ୍ଷା ଶେଷ ହେବା ପରେ ତୁରନ୍ତ ପିଲାଙ୍କ ସଠିକ ମାର୍କ, ପରୀକ୍ଷା ହଲ୍ର…
ନୂଆଦିଲ୍ଲୀ, ସିଏନଜି କାର ଏବଂ ଅଟୋ ପରେ ବର୍ତ୍ତମାନ ବାହାରିଲା ଟ୍ରାକ୍ଟର। ସିଏନଜି ଇନ୍ଧନ ଦ୍ବାରା ବର୍ତ୍ତମାନ ଟ୍ରାକ୍ଟର ଚାଲିବ। ଭାରତର ପ୍ରଥମ ସିଏନଜି ଟ୍ରାକ୍ଟରକୁ ଭୂପୃଷ୍ଟ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହାକୁ ଉଦଘାଟନ କରିଛନ୍ତି। ଏଥିସହିତ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଏବଂ ମନ୍ତ୍ରୀ ଭି.କେ ସିଂ ମଧ୍ୟ ଉପସ୍ଥିତ ଥିଲେ। ଏହି ସିଏନଜି ଟ୍ରାକ୍ଟର ଦ୍ବାରା ଚାଷୀମାନେ ବର୍ତ୍ତମାନ ଇନ୍ଧନ ବାବଦକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ। ଗୋଟିଏ ବର୍ଷରେ ଚାଷୀମାନେ ଇନ୍ଧନ ବାବଦକୁ ପ୍ରାୟ ଲକ୍ଷେ ଟଙ୍କା ବଞ୍ଚାଇପାରିବେ ବୋଲି ଗଡକରୀ କହିଛନ୍ତି। ଖୁବ ଶିଘ୍ର ଏହାକୁ ପର୍ଯ୍ୟାପ୍ତ ପରିମାଣର ବଜାରେ ଉପଲବ୍ଧ କରାଇବାକୁ ନିଷ୍ପତି କରାଯାଇଛି।
ନୂଆଦିଲ୍ଲୀ, ଆଜି ଆପଣଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥାବାର୍ତ୍ତା କରିବାକୁ ପଡ଼ିବ, ବ୍ୟକ୍ତବ୍ୟରେ ସଂଜମତା ରଖିବାକୁ ପଡ଼ିବ। ଏପରି କିଛି କୁହ ନାହିଁ ଯାହାକୁ କେହି ଖରାପ ଅନୁଭବ କରିବେ। ଖାଇବା ଏବଂ ପିଇବା ଉପରେ ଧ୍ୟାନ ଦିଅନ୍ତୁ । ଏହି ରାଶିଟି ହେଉଛି ମୀନ। ଆପଣ ଚାକିରିରେ ସହକର୍ମୀଙ୍କଠାରୁ ସମର୍ଥନ ପାଇବେ ଯାହା ଦ୍ବାରା ଆପଣ ଆପଣଙ୍କର କାର୍ଯ୍ୟକୁ ଭଲ ଭାବରେ କରିପାରିବେ। ପରିବାର ଏବଂ ପିଲାମାନଙ୍କ ସହଯୋଗ ମିଳିବ।
ନୂଆଦିଲ୍ଲୀ, ଆଜି ପ୍ରେମ ସମ୍ପର୍କ ପାଇଁ ଭଲ ହେବ । ପ୍ରେମ ସଂପର୍କରେ ବିବାହ କରିବାର ସମସ୍ତ ସମ୍ଭାବନା ରହିବ । ପରିବାର କିମ୍ବା ଭାଇଭଉଣୀଙ୍କ ସହ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ । ସମସ୍ତେ ଏକ ନୂତନ ପ୍ରୋଜେକ୍ଟ ପାଇବା ପରେ ଚାକିରିରେ ତୁମ ବିଷୟରେ କଥାବାର୍ତ୍ତା କରିବେ । ଏହି ରାଶି ହେଉଛି ମକର ରାଶି। ବ୍ୟବସାୟ ହେଉ କିମ୍ବା ଏକ ନୂତନ କାର୍ଯ୍ୟ, ଆପଣଙ୍କର ସମସ୍ତ ଅଗ୍ରଗତିର ପଥ ଖୋଲିବ ।
ନୂଆଦିଲ୍ଲୀ, ଆଜି ଏକ ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି, ଭବିଷ୍ୟତରେ ଏହା ବହୁତ ସହାୟକ ହେବ । ବନ୍ଧୁତ୍ୱରେ ବିଚ୍ଛିନ୍ନତାକୁ ଦୂର କରିବା ପାଇଁ ଏହା ଏକ ଭଲ ଦିନ । କ୍ୟାରିୟରରେ ଭଲ ଆଶା ଅଛି, ଆବଶ୍ୟକତାଠାରୁ ଅଧିକ କାମ କରିବାର ଆବଶ୍ୟକତା ଅଛି । ପରିବାର ସହିତ ଏକ ଭଲ ସମୟ ବିତାଇବେ । ଏହି ରାଶିଟି ହେଉଛି କୁମ୍ଭ।
ମେଷ: – ଆଜି ଯୁଦ୍ଧଠାରୁ ଦୂରରେ ରହିବା ଉଚିତ୍ । ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରନ୍ତୁ। ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ । ତୃତୀୟ ବ୍ୟକ୍ତିଙ୍କ ଆଗମନ ପୂର୍ବରୁ ପ୍ରେମ ସମ୍ପର୍କ ନଷ୍ଟ ହୋଇଯିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଜମି କିମ୍ବା ଘର କିଣିବାର ସମ୍ଭାବନା ରହିଛି। ବୃଷ: – ଆଜି ବେଶୀ ଧର୍ଯ୍ୟର ସହିତ କାମ କରିବା ଉଚିତ୍ । ସାଙ୍ଗମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ । ଅଜାଣତରେ, କିଛି ବଡ ଭୁଲ ହେତୁ ଆପଣ ବିଚଳିତ ହେବେ । ବର୍ତ୍ତମାନ ଚାକିରିରେ ଉତ୍ସର୍ଗୀକୃତ ଅନୁଭବ ଆପଣଙ୍କ ପାଇଁ ଲାଭଦାୟକ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ । ସଂପର୍କରେ ଆସିଥିବା ସମସ୍ୟା ଦୂର ହୋଇଯାଉଛି । ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ । ମିଥୁନ: – ଆଜି ଆପଣ ଏକ ଯାତ୍ରା କରିବାକୁ ଯୋଜନା…

