Author: Samikhsya Bureau

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୬ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟିନ ମଧ୍ୟରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୦୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୪୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୮୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୨୭ ତାରିଖରୁ ଚାଲିଥିବା ଗଂଜାମ ଜିଲ୍ଲା ପୁଟ୍‌ବଲ୍ ପୁରୁଷ ବର୍ଗର ତାଲିମ ଓ ଚୟନ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ୭ ତାରିଖରୁ ସୁନ୍ଦରଗଡ଼ଠାରେ ଆରମ୍ଭ ହେବାକୁ ଥିବା ଆନ୍ତଃଜିଲ୍ଲା ପୁରୁଷ ଫୁଟ୍‌ବଲ୍ ପ୍ରତିଯୋଗିତା ସାହାଣି କପ୍‌ରେ ଗତକାଲି ଚୟନ ହୋଇଥିବା ୧୮ ଜଣିଆ ଫୁଟ୍‌ବଲ ଦଳ ଗଂଜାମ ତରଫରୁ ଭାଗ ନେବେ। ଗତକାଲି ଖେଳାଳୀଙ୍କ ଗହଣରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପହଞ୍ଚି ଶୁଭେଚ୍ଛା ଜଣାଇବା ସହ ଭଲ ଖେଳ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ। ଜିଲ୍ଲା ଦଳରେ ପିଣ୍ଟୁ ବେହେରା (ଅଧିନାୟକ), ସଂଜୟ ନାୟକ, ସାଇନାଥ ମହାରଣା, ସୁବ୍ରତ ନାୟକ, ସମୀର ବେହେରା, ରାକେଶ ବେହେରା, ସୁଜିତ ଦଳାଇ, ପି. ଗୋପାଳକ୍ରିଷ୍ଣା, ତ୍ରିଦେବ ମୁଖି, ଅଜିତ ମୁଖି, ଆଶିଷ ବିଷୋୟୀ, ଗଣପତି ସେଠି, ରାଜକୁମାର ତିର୍କୀ, ଅଶୋକ କିଶନ, ହରିବନ୍ଧୁ କିସ୍‌କୁ, ଶକ୍ତିକାନ୍ତ ବେରୋ, ଶଙ୍କର ନାୟକ ଏବଂ ସୁଶାନ୍ତ ବେହେରା…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୨୫, ଖୋର୍ଦ୍ଧାରୁ ୧୭, ସୁନ୍ଦରଗଡରୁ ୧୫, ସମ୍ବଲପୁରରୁ ୯, ବରଗଡରୁ ୭, ପୁରୀରୁ ୭, ବାଲେଶ୍ବରରୁ ୬, ଜଗତସିଂହପୁରରୁ ୫, ନୂଆପଡ଼ାରୁ ୫, ଅନୁଗୁଳରୁ ୪, ଯାଜପୁରରୁ ୪, ଗଞ୍ଜାମରୁ ୩, ରାୟଗଡାରୁ ୩, ଝାରସୁଗୁଡାରୁ ୩, ରାୟଗଡ଼ାରୁ ୩, ମୟୂରଭଞ୍ଜରୁ ୨, ନୟାଗଡରୁ ୨, ବଲାଙ୍ଗୀରିରୁ ୧, ଢେଙ୍କାନାଳରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୨ ହଜାର ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୪୬୬ କୁ ବୃଦ୍ଧି ହୋଇଛି। ତେବେ ୭୭୨ ଆକ୍ରାନ୍ତ ବର୍ତ୍ତମାନ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବେଲକର ଜଙ୍ଗଲରେ ମୁଣ୍ଡରେ ଆଘାତ ଲାଗି ଜଣକର ମୃତ୍ୟୁ ହୋଇ ପଡିଥିବା ଏବଂ ପାଖରେ ଏକ ଦେଶୀ ବନ୍ଧୁକ ପଡିଥିବା ପୋଲିସ ଠାବ କରିଛି। ଘଟଣାରୁ ପ୍ରକାଶ ଯେ, ସବିଗୁଡା ଗ୍ରାମର ସୁରେନ୍ଦ୍ର ରାଉତ ନିଜ ଚାରି ସାଙ୍ଗ ସେହି ଗ୍ରାମର ମହେତ ପୁଝାରୀ, ଶିଶିର ପୁଝାରୀ,ଯୁବରାଜ ପୁଝାରୀ,ଶିଶିର ରାଉତ ଏବଂ ନିକଟସ୍ଥ ସୁପାଡ ଗ୍ରାମର ଭୁର୍ଲି ସହ ମିଶି ବେଲକର ଜଙ୍ଗଳକୁ ମଙ୍ଗଳବାର ସକାଳୁ କୁକୁଡା ଶୀକାର କରିବାକୁ ଯାଇଥିଲେ। ସଂଧ୍ୟା ପରେ ମଧ୍ୟ ସୁରେନ୍ଦ୍ର ରାଉତ ଘରକୁ ନଫେରିବାରୁ ଘରଲୋକେ ଖୋଜାଖୋଜିକରି ପରଦିନ ସକାଳୁ ଜଙ୍ଗଲରେ ମୃତଦେହ ପଡିଥିବାର ଖବର ପାଇ ପୋଲିସକୁ ଖବର ଦେଇଥିଲେ। ଜୟପାଟଣା ଥାନା ଅଧିକାରିଣି ରଶ୍ମିତା ପ୍ରଧାନ ଘଟଣାସ୍ଥଲକୁ ପହଂଚି ତଦନ୍ତ କରିବା ମୃତ ଦେହ ଓ ବନ୍ଧୁକ ଠାବ କରିଥିଲେ। ଅଧିକ ତଦନ୍ତ ପାଇଁ ଧର୍ମଗଡ ଏସଡିପିଓ ଏବଂ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଓଡଗାଁ ଗ୍ରାମର ସନ ସାଇନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୨୫ ତମ ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଲିଜେଣ୍ଡ ଇଲେଭେନ (ବାଲୁଗାଁ) ଓ ନିୟୁ ଷ୍ଟାର କ୍ଲବ (ବାଣପୁର)ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଲିଜେଣ୍ଡ ଇଲେଭେନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଲିଜେଣ୍ଡ ଟିମ ନିର୍ଦ୍ଧାରିତ ୧୭ ଓଭରରେ ୧୭୮ ରନ ସଂଗ୍ରହ କରିଥିବା ବେଳେ ନିୟୁ ଷ୍ଟାର କ୍ଲବ ୧୧.୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୭୪ ରନ କରିବାରେ ସକ୍ଷମ ହୋଇଥିଲା। ତେବେ ଲିଜେଣ୍ଡ ଟିମ ୧୦୪ ରନର ବଡ ବ୍ୟବଧାନରେ ଏହି ମ୍ୟାଚଟିକୁ ଜିତି ନେଇଛି। ଆଜିର ଏହି ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ପଞ୍ଚୟାତର ସରପଞ୍ଚ ଦୀପକ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ…

Read More

ନୂଆଦିଲ୍ଲୀ/ଭୁବନେଶ୍ବର: ଗତ କିଛି ଦିନ ହେଲା ସାଇବର ଠକଙ୍କ ପାଇଁ କ୍ୟୁଆର କୋଡ଼ ଏକ ଅସ୍ତ୍ର ଭାବେ କାମ କରୁଛି। ଆପଣମାନେ ମଧ୍ୟ କ୍ୟୁଆର କୋଡ଼ ସ୍କାନ କରି ଅନଲାଇନରେ ଟଙ୍କା ପଠାଉଥିବେ। ହେଲେ କ୍ୟୁଆର କୋଡ଼ ସ୍କାନ କରିବା ପରେ ଆପଣ ଠକାମିରେ ଶିକାର ହୋଇପାରନ୍ତି। ଏହି କୁଇକ ରେସ୍ପୋନ୍ସ (କ୍ୟୁଆର) କୁ ସର୍ବ ପ୍ରଥମେ ଜାପାନ ପ୍ରସ୍ତୁତ କରିଥିଲା। ଯଦି ଏହାର ବ୍ୟବହାରରେ ଆପଣ ସାବଧାନ ନରହିବେ, ତେବେ ଆପଣ ମଧ୍ୟ ଠକାମିରେ ପଡ଼ିପାରନ୍ତି। ଜାଣନ୍ତୁ କ୍ୟୁଆର ଫିସିଙ୍ଗ କୋଡ଼ କଣ?:  ୧- ଦିନକୁ ଦିନ ଡିଜିଟାଲ ପେମେଣ୍ଟର ମାତ୍ରା ବଢୁଥିବା ବେଳେ ସାଇବର ଠକଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି। କଣ୍ଟାକ୍ଟଲେସ ପେମେଣ୍ଟ କରିବା ସମୟରେ କ୍ୟୁଆର କୋଡ଼ ସ୍କାନ କରିକି ପେମେଣ୍ଟ କରାଯାଇଥାଏ। ଠକମାନେ ଏହାର ଫାଇଦା ନେଇ କ୍ୟୁଆର କୋଡ଼କୁ ପରିବର୍ତ୍ତନ କରିଦିଅନ୍ତି। ଯାହାଫଳରେ ପେମେଣ୍ଟ ଅନ୍ୟ ଆକାଉଣ୍ଟରେ ଜମା ହୋଇଯାଇଥାଏ। ଏହାକୁ କ୍ୟୁଆର କୋଡ଼…

Read More

କୋରାପୁଟ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାର କୋଟିଆରେ ବିକାଶ ମୂଳକ ଯୋଜନାର ଉଦଘାଟନ କରଛନ୍ତି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି।  ମୋଟ ୧୮ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ହୋଇଛି। କୋଟିଆ ରେ ୧୦ ଶଜ୍ଜ୍ୟା ବିଶିଷ୍ଟ ହସ୍ପିଟାଲ, ସବସେଣ୍ଟର, ଅଙ୍ଗନବାଡି କେନ୍ଦ୍ର, ଅଫିସର କ୍ଲଷ୍ଟର ଗୃହ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ ପାଇଁ ବାସ ଗୃହ, ମାଡକର ଗ୍ରାମକୁ ରାସ୍ତା, ସରକାରୀ ଆଶ୍ରମ ବିଦ୍ୟାଳୟର ଉଦଘାଟନ କରିଛନ୍ତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୋଟିଆ ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି। ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା ଯୋଗାଇ ଦିଆଯାଉଛି। ଜୀବନଜୀବିକା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କୋଟିଆ ପଞ୍ଚାୟତକୁ ଅଦର୍ଶ ପଞ୍ଚାୟତ କରାଯିବ ଓ ରାଜ୍ୟର…

Read More

ପୁରୀ, ଚାଷୀ ଆନ୍ଦୋଳନ ନେଇ ଅନ୍ତର୍ଜାତୀୟ ସ୍ତରରେ ଅନେକ ସେଲିବ୍ରିଟ ଭାରତ ବିରୋଧୀ ପ୍ରଚାର କରିବାରେ ଲାଗିଛନ୍ତି। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସେମାନେ ଏହି ଟୁଇଟ କରି ଦେଶ ଦେଶ ଭିତରେ ଏକ ବିଭେଦ ସୃଷ୍ଟି କରୁଛନ୍ତି। ଯାହାକୁ ନେଇ ଭାରତକ କଳାକାରମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ ଦେଶ ଭିତର ସମସ୍ୟା ଦେଶ ବୁଝିବ ବୋଲି ମତାମତ ଦେଇଛନ୍ତି। ଏହିପରି ପରିସ୍ଥିତିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିଜର କଳା ମାଧ୍ୟମରେ ଭାରତ ବିରୋଧୀ ବିବୃତିକୁ ନିନ୍ଦା କରିଛନ୍ତି। ସୁଦର୍ଶନ ପୁରୀ ବେଳାଭୂମିରେ ଚାଷୀମାନଙ୍କୁ ନେଇ ଏକ ଆକର୍ଷଣୀୟ ସ୍ଥାପତ୍ୟ ନିର୍ମାଣ କରିଛନ୍ତି। ଚାଷୀମାନେ ଆମର ଗର୍ବ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ଏଥିସହିତ ସେ ଏହି ସ୍ଥାପତ୍ୟ ତଳେ ଭାରତ ବିରୋଧୀ ପ୍ରଚାରରେ ସମସ୍ତେ ଏକାଠି ହେବା ବୋଲି ଇଂରାଜୀରେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚା ଚାଲିଛି।…

Read More

ଭୁବନେଶ୍ବର: ରାଜ୍ୟରେ ୨୪ ଘଣ୍ଟାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କୋରୋନଜନିତ ମୃତ୍ୟୁ ସଂଖ୍ୟା ୧୯୦୮କୁ ବୃଦ୍ଧି ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଟୁଇଟ ମାଧ୍ୟମରେ ସୂଚନା ଦେଇଛି। କଟକ ଜିଲ୍ଲାର ୮୩ ବର୍ଷିୟ ପୁରୁଷଙ୍କ ଏହି କରୋନା ରୋଗରେ ମୃତ୍ୟୁ ହୋଇଛି।

Read More

ନୂଆଦିଲ୍ଲୀ, ଗତ ଦୁଇ ମାସ ଧରି ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଅନ୍ତର୍ଜାତୀୟ ପପ ତାରକା ରିହାନା ଟ୍ୱିଟ କରିଛନ୍ତି। ଏହା ପରେ ବିରାଟ କୋହଲି, ଅକ୍ଷୟ କୁମାର, ସଚିନ ତେନ୍ଦୁଲକର, ଲତା ମଙ୍ଗେସକରଙ୍କ ପରି ଅନେକ ସେଲିବ୍ରିଟି ଏହାର ପ୍ରତିକ୍ରିୟା ଦେବା ଆରମ୍ଭ କରିଥିଲେ। ସେମାନେ ସୋସିଆଲ ମିଡିଆରେ India Together ଏବଂ India Against Propaganda ଭଳି ହ୍ୟାସଟ୍ୟାଗ ବ୍ୟବହାର କରି ଆନ୍ତର୍ଜାତୀୟ ପ୍ରଚାର ବିରୋଧରେ ଖୋଲାଖୋଲି ଭାବେ ସ୍ୱର ଉତ୍ତୋଳନ କରିଥିଲେ। ଏହି ସମୟରେ ଗୁରୁବାର ମୁମ୍ବାଇରେ ଏକ ମ୍ୟୁଜିକ୍ ସୋ ରେ ପହଞ୍ଚିଥିବା ସଲମାନ ଖାନଙ୍କୁ କୃଷକ ଆନ୍ଦୋଳନ ସମ୍ପର୍କରେ ମତାମତ ଦେବାକୁ ପଚରା ଯାଇଥିଲା। ସମସ୍ତ ସେଲିବ୍ରିଟି ଖୋଲାଖୋଲି ଭାବେ ଅନ୍ତର୍ଜାତୀୟ ପ୍ରଚାରକୁ ବିରୋଧ କରୁଥିବା ବେଳେ ଆପଣ କାହିଁକି କିଛି କହୁ ନାହାଁନ୍ତି ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସଲମାନ ଖାନ ସିଧା କିଛି ନ କହି ଅତି…

Read More

ନୂଆଦିଲ୍ଲୀ: ରାଜ୍ୟସଭାରେ କୃଷି ଆଇନକୁ ନେଇ ଆଲୋଚନା ଜାରି ରହିଛି। ଆଲୋଚନା ସମୟରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କଂଗ୍ରେସ ସାଂସଦ ଦୀପେନ୍ଦ୍ର ସିଂ ହୁଡ୍ଡାଙ୍କୁ ନୂତନ କୃଷି ଆଇନ ବିଷୟରେ ପଢିକି ଆସିବା ପାଇଁ ପରାମର୍ଶ ଦେଇଛନ୍ତି। ଏହାସହିତ ରକ୍ତରେ କ୍ଷେତି କେବଳ କଂଗ୍ରେସ କରିପାରିବ ବୋଲି ଶ୍ରୀ ତୋମର କହିଛନ୍ତି। ପଞ୍ଜାବ ଏବଂ ହରିୟଣାର କଣ୍ଟ୍ରାକ୍ଟ ଫାର୍ମିଙ୍ଗର ଉଦାହରଣ ଦେଇ କଂଗ୍ରେସ ସାଂସଦ କୃଷିମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। ଏହି ପ୍ରଶ୍ନର ଉତ୍ତର ରଖି କୃଷିମନ୍ତ୍ରୀ କହିଥିଲେ ଯେ, ଆପଣ ଏହି ନୂଆ ଆଇନ ବିଷୟରେ ପଢିକି ଆସନ୍ତୁ। ତେବେ ରାଜ୍ୟସଭାରେ କୃଷିମନ୍ତ୍ରୀ କହିଥିଲେ ଯେ, ସରକାରକୁ କୃଷି ଆଇନକୁ ନେଇ ବିରୋଧୀ ସମାଲୋଚନା କରୁଛି ଏବଂ ଏହି ତିନି ଆଇନ କଳା ଆଇନ ବୋଲି କହୁଛି। କିନ୍ତୁ ଏହି ଆଇନରେ କ’ଣ କଳା ଅଛି ବୋଲି କହି ସେ କଂଗ୍ରେସଠାରୁ ଉତ୍ତର ମାଗିଛନ୍ତି। ଏହାସହିତ ନୂଆ ଆକ୍ଟ ଦ୍ଵାରା…

Read More

ନୂଆଦିଲ୍ଲୀ, ଗୋଟିଏ ପଟେ କୃଷି ବିଲ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ, ଭାରତୀୟ କିସାନ ୟୁନିଅନ (ବି.କେ.ୟୁ) ଫେବୃଆରୀ 6 ତାରିଖରେ ଦେଶ ବ୍ୟାପି ଚକା ବନ୍ଦ ଡାକରା ଦେଇଛି। ତିନି ଘଣ୍ଟା ପାଇଁ ଏହି ଆନ୍ଦୋଳନ ହେବ। ଏହି ବନ୍ଦ  ଦିନ 12ଟା ରୁ ଆରମ୍ଭ ହୋଇ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ।  ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାଏତ କହିଛନ୍ତି ଯେ ଦିଲ୍ଲୀକୁ ଛାଡି ଦେଶର ଅନ୍ୟ ସ୍ଥାନରେ ଏହି ବନ୍ଦ କରାଯିବ। ଏହି ସମୟ ଯଦି କୌଣସି ଲୋକ ଅସୁବିଧାରେ ପଡିବେ ତେବେ କୃଷକମାନେ ସେମାନଙ୍କୁ ସାହାର୍ଯ୍ୟ କରିବେ ବୋଲି କୁହାଯାଇଛି। ଏହିପରି ଅସୁବିଧାରେ ପଡିଥିବା ଲୋକଙ୍କୁ ମାଗଣାରେ ଜଳ ଏବଂ ଖାଦ୍ୟ ଦିଆଯିବ ବୋଲି ନିଷ୍ପତି କରାଯାଇଛି। ଏହି ଚକା ବନ୍ଦକୁ ସଫଳ କରିବା ପାଇଁ କୃଷକ ସଂଗଠନଗୁଡ଼ିକ ଦେଶର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି କରୁଛନ୍ତି ।…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୮ ଜଣ ଚିହ୍ନଟ ହୋଇଥିବାବେଳେ ୩୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୪୬୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୨ ହଜାର ୬୧୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୯୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୧ ଟି ଜିଲ୍ଲାରୁ ମୋଟ୍‌ ୯୭ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ ଜିଲ୍ଲାରୁ ଏବଂ କଟକ ଜିଲ୍ଲାରୁ ୧୬ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୫, ବାଲେଶ୍ଵର ଜିଲ୍ଲାରୁ…

Read More

ଜୟପୁର: କୃଷି ଆଇନ ବିରୋଧରେ ଦିଲ୍ଲୀରେ ଆନ୍ଦୋଳନ ଜାରି ରହିଛି। ସେପଟେ ଆଜି ରାଜସ୍ଥାନ ଦୋସା ସହରରେ ଏକ ବିଶାଳ କିଷାନ ମହାପଞ୍ଚାୟାତର ଆୟୋଜନ କରାଯାଉଛି। ରାଜେଶ ପାଇଲେଟ ଷ୍ଟାଡିୟମରେ ଏହି ଆୟୋଜନ ହେବାର ଅଛି। ଏଥିରେ ବଡ ସଂଖ୍ୟାରେ ଚାଷୀ ସାମିଲ ହେବା ନେଇ ଦାବି କରାଯାଉଛି। ତେବେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲେଟଙ୍କ ଏହା ଏକ ପ୍ରକାର ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି। ସଚିନ ସମର୍ଥକ ବିଧାୟକମାନେ ଏହାକୁ ସଫଳ କରିବା ପାଇଁ ଲାଗିପଡ଼ିଛନ୍ତି। ଏହି ମହାପଞ୍ଚାୟତରେ ପାଖାପାଖି ଏକ ଲକ୍ଷ ଲୋକ ସାମିଲ ହେବେ ବୋଲି ଦାବି କରାଯାଉଛି।

Read More

ଭୁବନେଶ୍ବର: ଓଡିଶାରେ କରୋନା ଟିକାକାରଣ ପ୍ରକ୍ରିୟା ଦୃତଗତିରେ ଚାଲିଛି। ତେବେ ଏହି ଟିକାକାରଣରେ ପ୍ରକ୍ରିୟାରେ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସାମିଲ ହୋଇଛନ୍ତି। ଶ୍ରୀ ମହାପାତ୍ର କ୍ୟାପିଟାଲ ହସ୍ପିଟାଲରେ କୋରୋନା ଟିକା ନେଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

Read More

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶ ଧୀରେ ଧୀରେ ଓଡିଶା ସୀମାରେ ପ୍ରବେଶ କରୁଥିବା ଖବର ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶ ଅନେକ ଦିନ ହେଲା ଓଡିଶା ସୀମା ଭିତରେ ଥିବା ଗାଁକୁ ନିଜ ରାଜ୍ୟରେ ମିଶାଇବାକୁ ଚେଷ୍ଟା କରୁଛି। ତେବେ ଆନ୍ଧ୍ରପ୍ରଦେଶ ଏନେଇ ଏକ ବଡ ଷଡଯନ୍ତ୍ର ଆରମ୍ଭ କରିଦେଇଛି। ଓଡିଶାର ଗାଁଗୁଡିକର ନାମ ପରିବର୍ତ୍ତନ କରି ଆସନ୍ତା ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି। ହେଲେ ଆନ୍ଧ୍ରପ୍ରଦେଶର ସ୍ଥାନୀୟ ପ୍ରଶାସନ ସେହି ଗ୍ରାମଗୁଡିକରେ ନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ନାମାଙ୍କନ ପତ୍ର ଦାଖଲ ହୋଇଥିବା ନେଇ ଦାବି କରିଛି। ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ପାଇଁ ଏହି ସବୁ ଗାଁରୁ ପ୍ରାୟ ୧୫ ନାମାଙ୍କନ ପତ୍ର ଦାଖଲ ହୋଇଛି। ନିର୍ବାଚନ ଲାଗି ୩ ଟି ଗାଁରୁ ୧୫ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ ହୋଇଛି। ଓଡିଶାର ତଳଗଞ୍ଜେଇ ପଦରକୁ ଆନ୍ଧ୍ର ଗଞ୍ଜେଇବାଦ୍ରା ନାମରେ ନାମିତ କରିଛି। ଏହି ଗାଁରୁ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ନାମାଙ୍କନ…

Read More

ଭୁବନେଶ୍ବର: କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଛି। ଶ୍ରୀ ମିଶ୍ରଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି ହୋଇଛନ୍ତି। ମଧୁସୂଦନ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସ୍ଥାନରେ ମହମ୍ମଦ ଅବଦାଲ ଅଖତର କୋରାପୁଟ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଅବଦାଲ ଅଖତର ଏବେ କଟକ ପିଡି ଡିଆରଡ଼ିଏରେ କାର୍ଯ୍ୟରତ ଅଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଓଡିଶାର ଅନେକ ଗ୍ରାମକୁ ଆନ୍ଧ୍ର ନିର୍ବାଚନରେ ସାମିଲ କରୁଛି। ଏହି ସବୁ ଅଞ୍ଚଳ ପାଇଁ ନାମାଙ୍କନ ପତ୍ର ମଧ୍ୟ ଦାଖଲ ହୋଇଛି। ତେବେ ଆନ୍ଧ୍ର ସୀମା ବିବାଦ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଉଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୪୦୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୮ ଲକ୍ଷ ୨ ହଜାର ୫୯୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୮୨୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪ ଲକ୍ଷ ୯୬ ହଜାର ୩୦୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୫୧ ହଜାର ୪୬୦  ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, ମାଘ ଗୁପ୍ତ ନବରାତ୍ରୀ ମାଘ ମାସର ଶୁକ୍ଲ ପକ୍ଷର ପ୍ରତିପଦା ତିଥିରେ ନଅ ଦିନ ଧରି ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ଚଳିତ ଫେବୃଆରୀ 12 ରୁ 21 ତାରିଖ ରବିବାର ପର୍ଯ୍ୟନ୍ତ ପାଳନ କରାଯିବ । ଏହି ନବରାତ୍ର ପାଇଁ କଳସ ସ୍ଥାପନ ସମୟ ସକାଳ 8:34 ରୁ 9:59 ସକାଳ ଏବଂ ପୂଜା ମୁର୍ହୂତ୍ତ 12:13 ରୁ 12:58 ମଧ୍ୟରେ କରାଯାଇପାରିବ । ଏଥର ମାଘ ଗୁପ୍ତ ନବରାତ୍ରୀ ଦଶ ଦିନର ହେବ । କାରଣ ଫେବୃଆରୀ 17 ଏବଂ 18 ରେ, ଉଭୟ ଦିନ ଷଷ୍ଠୀ ତିଥି ରହିବ। ଏହି ନବବ୍ରତରେ ମାତା ଭଗବତୀଙ୍କୁ ପୂଜା କରାଯାଏ। ଚୈତ୍ର ଏବଂ ଶାରଦୀୟ ନବରାତ୍ର ଅପେକ୍ଷା ଗୁପ୍ତ ନବରାତ୍ର ପୂଜା ଅଧିକ ଗୁରୁତ୍ୱ ରହିଛି। ସାଧାରଣତଃ ତନ୍ତ-ମନ୍ତ୍ର ଏବଂ ସିଦ୍ଧ-ସାଧନା ଇତ୍ୟାଦି ପାଇଁ ମାଘ ଗୁପ୍ତ ନବରାତ୍ରୀ ସ୍ୱତନ୍ତ୍ର ବିବେଚନା କରାଯାଏ। ଏହି ନବରାତ୍ରୀରେ, ଲୋକମାନେ…

Read More

ନୂଆଦିଲ୍ଲୀ, ଆଜି ତିନୋଟି ରାଶିର ବ୍ୟକ୍ତିମାନଙ୍କର ରୋଜଗାର ବେଶ ଭଲ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ସେମାନଙ୍କର ବନ୍ଦ ହୋଇଥିବା କାର୍ଯ୍ୟଗୁଡ଼ିକ ଗତିଶୀଳ ହେବ । ଆଜିର ଦିନଟି ଭଲ ରହିବ। ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ବଢିବ । ଯାତ୍ରା ଚିତ୍ତାକର୍ଷକ ହେବ । ବିନିଯୋଗ ଶୁଭ ହେବ। ବାହ୍ୟ ସାହାଯ୍ୟରେ କାର୍ଯ୍ୟ କରାଯିବ । ଭଗବାନଙ୍କ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଏହି ତିନୋଟି ରାଶି ହେଲା କର୍କଟ, ସିଂହ ଏବଂ କନ୍ୟା ରାଶି। ସତର୍କତାର ସହିତ କାର୍ଯ୍ୟ କରନ୍ତୁ। ପିଲାମାନଙ୍କର ଆଚରଣ ସାମାଜିକ ସ୍ଥିତି ହରାଇପାରେ । ଆଜି ବ୍ୟବସାୟରେ ନୂତନ ଚୁକ୍ତି କରନ୍ତୁ ନାହିଁ । ଆର୍ଥିକ ଦୃଷ୍ଟିରୁ ଚାପଗ୍ରସ୍ତ ହେବ । ପତ୍ନୀଙ୍କଠାରୁ ନିଶ୍ଚିତତା ପାଇବେ । ଆପଣଙ୍କର ନିଜ ନିଷ୍ପତ୍ତି ଲାଭଦାୟକ ହେବ । ମାନସିକ ସନ୍ତୁଷ୍ଟି, ସୁଖ ରହିବ । ନୂତନ ଚିନ୍ତାଧାରା, ଯୋଜନା ଉପରେ ଆଲୋଚନା ହେବ । ଅନ୍ୟମାନଙ୍କୁ…

Read More