ପୁରୀ, ଆଜି ସାରା ଦେଶରେ ପାଳନ ହେଉଛି କରୋନା ଟୀକାଦାନ ଦିବସ। ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ କରୋନା ଟୀକା। ଦୀର୍ଘ ନଅ ମାସ ଧରି ସାରା ବିଶ୍ବ କରୋନା ଭୂତାଣୁ ଦ୍ବାରା ଅସ୍ତବ୍ୟସ୍ତ ହୋଇପଡିଛି। ସମସ୍ତଙ୍କର ଅପେକ୍ଷା ଥିଲା ଏହି ଟୀକା କେତେବେଳେ ଆସିବ, କରୋନାକୁ ମାତ ମାରିବ। ଆଜି ସେହି ଦିନ ଆସିଥିବାରୁ ଚାରିଆଡେ ଉତ୍ସବର ମାହାଲ ସୃଷ୍ଟି ହୋଇଛି। ଏହିପରି ଏକ ଗୁରୁତ୍ବପୂର୍ଣ୍ଣ ଅବସରରେ ଆଜି ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ଏକ ବାଲୁକା କଳା। ସୁଦର୍ଶନ ଏଥିରେ ଏକ ସ୍ଲୋଗାନ ଲେଖିଛନ୍ତି Together We Can Win। ଏଥିସହିତ ସେ ଏହି ବାଲୁକା କଳାରେ ଭାରତ ମାନଚିତ୍ର ଉପରେ କରୋନା ଟୀକା ଦିଆଯାଉଥିବାର କଳା କରିଛନ୍ତି। ପାଖରେ ରହିଛି କରୋନା ଟୀକା। ଆଜିର ଦିନରେ ଏହି ବାଲୁକା କଳା ବେଶ ଆକର୍ଷଣୀୟ ହୋଇପାରିଛି।
Author: Samikhsya Bureau
ଭୁବନେଶ୍ବର: ରାଜ୍ୟରେ ଆଜି ୧୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୦୩ ଜଣ ଚିହ୍ନଟ ହୋଇଥିବାବେଳେ ୭୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୧୨୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୯ ହଜାର ୮୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୮୭ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୨ ଟି ଜିଲ୍ଲାରୁ ମୋଟ୍ ୧୭୮ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ…
ଭୁବନେଶ୍ବର, ଓଡିଶାରେ କରୋନା ଟୀକାକରଣ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ସଚିବଙ୍କ ଉପସ୍ଥିତିରେ କ୍ୟାପିଟାଲ ହସପିଟାଲରେ ଏହାର ଶୁଭାରମ୍ଭ କରାଯାଇଛି। ପ୍ରଥମ ଟୀକା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିଲା। ଏହାପରେ କ୍ୟାପିଟାଲ ହସପିଟାଲର ନିର୍ଦ୍ଦେଶକ ଡ.ଲକ୍ଷ୍ମୀଧର ସାହୁ ଟୀକା ନେଇଥିଲେ। ଟୀକା ପରେ ଉଭୟଙ୍କୁ କିଛି ସମୟ ପାଇଁ ଅବଜରଭେସନରେ ରଖାଯାଇଥିଲା। ଏହାପରେ ନିର୍ଦ୍ଦେଶକ ବାହାରକୁ ଆସି ନିଜର ଅନୁଭବ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ସାଧାରଣ ଇଂଜେକସନ ନେଲେ ଯେପରି ଅନୁଭବ ହୁଏ ସେହିପରି ଲାଗିଲା। ଏଥିରେ କୌଣସି ନୂତନତ୍ବ ନାହିଁ। ଏହାପରେ କିଛି କଣ ହେବ ବୋଲି ଅବଜରଭେସନରେ ରଖାଯାଇଥିଲା। ହେଲେ ସେମିତି କିଛି ସାଇଡ ଇଫେକ୍ଟ ହେଲା ନାହିଁ। ବର୍ତ୍ତମାନ ସାଧାରଣ ପରି ଲାଗୁଛି। ସେ କହିଥିଲେ ଯେ, ଆମେ ଯେହେତୁ ଡାକ୍ତରୀ ସେବାରେ ଅଛୁ, ଆମେ ଜାଣିଛୁ ଯେ, ଏହି ଟୀକା କିପରି ପ୍ରସ୍ତୁତ ହୋଇଛି। ସେ ସଂପର୍କରେ ଆମେ ଅବଗତ ଅଛୁ।…
ସୀତାରାମ ଅଗ୍ରୱାଲ ଚିଲିକା: ବିଗତ କିଛି ମାସ ହେବ ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳରେ ଲୁଟପାଟ ବଢ଼ିବାରେ ଲାଗିଛି ସ୍ଥାନୀୟ ପୋଲିସ ଏଥିରେ ବ୍ରେକ ଲଗେଇବାକୁ ସକ୍ଷମ ହୋଇପାରୁନାହିଁ। ଗତ ତିନି ଦିନ ତଳେ ବାଲୁଗାଁ ବଜାର ବିଭିନ୍ନ ସୋ ରୁମରୁ ଚୋରି ହୋଇଥିବାବେଳେ ଗତକାଲି ବାଣପୁର-ବାଲୁଗାଁ ବାଇପାସରୁ ଆଉ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଏ ନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଟାଙ୍ଗୀ ଅଞ୍ଚଳର ଟୁବୁଲା ମହାପାତ୍ରଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ମହାପାତ୍ର ଏବଂ ଉମାକାନ୍ତ ସିଂହ ନାଚୁଣୀ ନିକଟରେ ପୂର୍ବରୁ ଏକ ଜାଗା କିଣିଥିଲେ। ହେଲେ ଗତକାଲି ସେହି ଜାଗାକୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିକିବା ଉଦ୍ଦେଶ୍ୟରେ ଦୁହେଁ ବାଣପୁର ସବ ରେଜିଷ୍ଟର କାର୍ଯ୍ୟାଳୟକୁ ଯାଇଥିଲେ। ଦୁହେଁ ସମସ୍ତ କାଗଜପତ୍ର କାମ ଶେଷକରି କ୍ରେତାଙ୍କଠାରୁ ଜାଗା ବବାଦକୁ ପାଞ୍ଚ ଲକ୍ଷ ଟଙ୍କା ଆଣିଥିଲେ। ଅପରାହ୍ନ ୫ ଘଟିକା ସମୟରେ ଟଙ୍କା ନେଇ ଉଭୟେ ଏକ…
ନୂଆଦିଲ୍ଲୀ, ଆଜି ସାରା ଭାରତରେ ଆରମ୍ଭ ହୋଇଛି କୋଭିଡ ଟୀକାକରଣ। ପ୍ରଥମେ ନୂଆଦିଲ୍ଲୀରେ ଏହି ଟୀକକରଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଏହି ବଡ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି। ପ୍ରଥମେ ନୂଆଦିଲ୍ଲୀର ଏମସରେ ଏହି ଟୀକା କରଣ କରାଯାଇଛି। ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଏହି ଟୀକା ପ୍ରଦାନ କରାଯାଇଥିଲା। ସ୍ବାସ୍ଥ୍ୟ କର୍ମିମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୀ ତଥ୍ୟ ସଂଗ୍ରହ କରିବା ପରେ ଟୀକା ପ୍ରଦାନ କରିଥିଲେ। ପାଖରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହଷବର୍ଦ୍ଧନ। ଏହାପରେ ଦ୍ବିତୀୟ ଟୀକା ଗ୍ରହଣ କରିଥିଲେ ଏମସରେ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ। ତାଙ୍କୁ ଏମସର ସ୍ବାସ୍ଥ୍ୟ କର୍ମି ତାଙ୍କ ଦେହରେ ଏହି ଟୀକାକରଣ କରିଥିଲେ। ଟୀକାକରଣ ପରେ ସେମାନଙ୍କୁ କିଛି ସମୟ ପାଇଁ ଅବଜରଭେସନରେ ରଖାଯାଇଥିଲା। ବାହାରକୁ ଆସିବା ପରେ ଲୋକମାନେ ସମସ୍ତେ ଟୀକା ନେବାକୁ ଆହ୍ବାନ କରିଥିଲେ।
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଭାରତରେ ଆରମ୍ଭ ହୋଇଛି କରୋନା ଟୀକାକରଣ ଅଭିଯାନ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୀକା ଅଭିଯାନର ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ପ୍ରାୟ ୩ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯିବ। ଟୀକାକରଣ ପ୍ରକ୍ରିୟାର ସମୟ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ଜାରି ରହିବ। ଭାବ ବିହୋଲ୍ଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, କରୋନା ଅନେକ ପରିବାରକୁ ଛାରଖାର କରିଦେଇଛି। ମାଠାରୁ ପୁଅକୁ ଛଡାଇ ନେଇଛି। ବର୍ତ୍ତମାନ ସେଥିରେ ରୋକ ଲଗାଇବାର ସମୟ ଆସିଛି। ଏଥିସହିତ ମୋଦୀ ବିଶେଷଜ୍ଞଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଯେ, ଟୀକା ବାହାର କରିବାରେ ବର୍ଷ ବର୍ଷ ଲାଗିଯାଏ। ହେଲେ ଆମର ବିଶେଷଜ୍ଞମାନେ କମ ସମୟରେ ଏହା ବାହାର କରିପାରିଛନ୍ତି। ଆମର ଟୀକା ବିଶ୍ବର ଅନ୍ୟାନ ଟୀକାଠାରୁ ବେଶେ ଶସ୍ତା ବୋଲି ପ୍ରଧାନ ମନ୍ତ୍ରୀ କହିଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୧୫୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୭୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫ ଲକ୍ଷ ୪୨ ହଜାର ୮୪୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୯୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୭୯ ହଜାର ୭୧୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୧୧ ହଜାର ୩୩ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ହେଉଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଏକକ, ଯୁଗଳ ଏବଂ ବୃନ୍ଦ ନୃତ୍ୟ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭୁବନେଶ୍ୱର ସ୍ବପ୍ନେଶ୍ୱର ଚକ୍ରବର୍ତ୍ତୀ ଏବଂ ତାଙ୍କ ଦଳ ଶିବ ବନ୍ଦନା ସଂଗୀତ ପରିବେଷଣ କରିଥିଲେ। ଏକକ ଓଡ଼ିଶୀ ନୃତ୍ୟରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ରମେଶ ଚନ୍ଦ୍ର ଜେନା ଓଡିଶୀ ପରିବେଷଣ କରିଥିଲେ। ସେ ହରଗୌରାଷ୍ଠକମ ଏବଂ ପରେ ଅଭିନୟରେ ବିଶ୍ବରୂପ ନୃତ୍ୟ ପରିବେଷଣ କରିଥିଲେ। ଏହାକୁ ଗୁରୁ ଅରୁଣା ମହାନ୍ତି ଏବଂ ବିଚିତ୍ରାନନ୍ଦ ସ୍ବାଇଁ କୋରିଓଗ୍ରାଫ୍ କରିଥିଲେ। କୋଲକାତା ସ୍ଥିତ ଶତାଦ୍ଧୀ ମଲ୍ଲିକ ଏବଂ ଭୁବନେଶ୍ୱର ନୀଲାଦ୍ରି ମହାନ୍ତି, ଦ୍ବିତୀୟ ସନ୍ଧ୍ୟାରେ ଡୁଏଟ୍ କରିଥିଲେ। ଉଭୟ ହେଉଛନ୍ତି ଗୁରୁ ଦୁର୍ଗା ଚରଣ ରଣବୀରଙ୍କର ଶିଷ୍ୟ। ସେହିପରି ବୃନ୍ଦ ଉପସ୍ଥାପନାରେ କୋଲକାତାସ୍ଥିତ ଡୋନା ଗାଙ୍ଗୁଲି ଏବଂ ତାଙ୍କ ଟ୍ରୁପ୍ ଓଡିଶୀ ପରିବେଷଣ କରିଥିଲେ। ସେମାନେ ଦଶ ଅବତରା ଏବଂ ପରେ ଅର୍ଦ୍ଧନାରୀଶ୍ୱର ଏବଂ…
ନୂଆଦିଲ୍ଲୀ, ଆତ ବା ସୀତାଫଳ ଦେଖିବାକୁ ଯେପରି ସୁନ୍ଦର ଖାଇବାକୁ ମଧ୍ୟ ସେପରି ସ୍ବାଦିଷ୍ଠ। ସେଥିପାଇଁ ଫଳ ଭିତରେ ଆତକୁ ଅନ୍ୟତମ ଶ୍ରେଷ୍ଠ ଫଳ କୁହାଯାଇଥାଏ। ହେଲେ ଆଶ୍ଚର୍ଯ୍ୟ ହେବେ ଏହି ଆତ ଏବଂ ଏହାର ପତ୍ର ଦ୍ବାରା ଅନେକ ରୋଗ ଭଲ ହୋଇଥାଏ। ଆତ ଏବଂ ଆତର ପତ୍ରକୁ ଆୟୁର୍ବେଦ ଶାସ୍ତ୍ରରେ ଗୁରୁତ୍ବ ଦିଆଯାଇଛି। ଆଜି ଆସନ୍ତୁ ଜାଣିବା ଏହି ଆତ ଓ ଆତ ପତ୍ରରେ କିପରି ପାଞ୍ଚୋଟି ରୋଗ ଭଲ ହୁଏ 1-ଯଦି ଶରୀରର କୌଣସି ସ୍ଥାନରେ କ୍ଷତ ହୁଏ, ତେବେ ଆତପତ୍ରକୁ ଶୁଖାଇ ତାହାକୁ ଗୁଣ୍ଡ କରି ସେହି ସ୍ଥାନରେ ଲଗାଇଲେ ତାହା ଶିଘ୍ର ଶୁଖି ଭଲ ହୋଇଯାଏ। 2-ଆତ ପତ୍ର ବ୍ରଣ ପାଇଁ ବେଶ ଉପକାରୀ। ଆତପତ୍ରକୁ ବାଟି ସାମାନ୍ୟ ଉଷୁମ କରି ବ୍ରଣ ଉପରେ ଲଗାଇଲେ ତାହା ଫାଟିଯାଏ କିମ୍ବା ଦବିଯାଏ। 3-ଯଦି ବାଗି ପଡିଥିବ ବା କାଖ ଗୁଲି ପାଇଁ ଏହା ବେଶ…
ଭୁବନେଶ୍ବର, ଦେଶରେ ପୁଣି ଥରେ ନବୀନ ପଟ୍ଟନାୟକ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟତା ହାସଲ କରିଛନ୍ତି। ଦେଶର ପ୍ରମୁଖ ନ୍ୟୁଜ ଚ୍ୟାନେଲ ଏବିପି ଏବଂ ସି-ଭୋଟର ମିଳିତ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି। ଚ୍ୟାନେଲ ତରଫରୁ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପରେ ଏକ ସର୍ଭେ କରାଯାଇଥିଲା। ଯାହାର ଶୀର୍ଷକ ଥିଲା ଦେଶ କା ମୁଡ। ଏଥିରେ ଦେଶର ଶ୍ରେଷ୍ଠ 10 ଜଣ ମୁଖ୍ୟମନ୍ତ୍ରୀଙ୍କ ତାଲିକା ପ୍ରକାଶ କରାଯାଇଛି। ସେହି ଅନୁସାରେ ଯେଉଁମାନେ ଶ୍ରେଷ୍ଠ 10 ଜଣରେ ଅଛନ୍ତି ସେମାନେ ହେଲେ 1-ଓଡ଼ିଶା : ନବୀନ ପଟ୍ଟନାୟକ 2-ଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲ 3-ଆନ୍ଧ୍ରପ୍ରଦେଶ : ଜଗନମୋହନ ରେଡ଼ୀ 4-କେରଳ : ପି. ବିଜୟନ 5-ମହାରାଷ୍ଟ୍ର : ଉଦ୍ଧବ ଠାକରେ 6-ଛତିଶଗଡ଼ : ଭୂପେଶ ବଗେଲ 7-ପଶ୍ଚିମବଙ୍ଗ : ମମତା ବାନାର୍ଜୀ 8-ମଧ୍ୟପ୍ରଦେଶ : ଶିବରାଜ ସିଂହ ଚୌହ୍ୱାନ 9-ଗୋଆ : ପ୍ରମୋଦ ସାୱନ୍ତ 10-ଗୁଜୁରାଟ : ବିଜୟ ରୂପାଣୀ
ନୂଆଦିଲ୍ଲୀ, ଗୁଜରାଟର କେୱାଡିଆଠାରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟକୁ ସିଧାସଳଖ ଯାତ୍ରା ସୁଯୋଗ ଯୋଗାଇ ଦେବା ପାଇଁ ଚଳିତମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ଟି ଟ୍ରେନର ଶୁଭାରମ୍ଭ କରିବେ। ଦେଶର ବିଭିନ୍ନ ଅଞ୍ଚଳରୁ ଏହି ଟ୍ରେନ ଚଳାଚଳ କରିବ । ସେଦିନ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟ ସଂପନ୍ନ କରାଯିବ । ମୋଦୀ ମଧ୍ୟ ସେଦିନ ଗୁଜରାଟରେ ରେଳବାଇର ଅନ୍ୟାନ୍ୟ କେତେକ ପ୍ରକଳ୍ପକୁ ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ରେଳବାଇ ମନ୍ତ୍ରୀ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ଗୁଜରାଟରେ ସେଦିନ ଯେଉଁ ରେଳ ପ୍ରକଳ୍ପଗୁଡିକୁ ଉଦ୍ଘାଟନ କରିବେ ସେଗୁଡିକ ମଧ୍ୟରେ ରହିଛି ଗେଜ୍ ପରିବର୍ତ୍ତନ ହୋଇ ବ୍ରଡଗେଜ ହୋଇଥିବା ଚାନ୍ଦୋଡ-କେୱାଡିଆ ଲାଇନ, ନୂଆକରି ବିଦ୍ୟୁତ୍କରଣ ହୋଇଥିବା ପ୍ରତାପନଗର-କେୱାଡିଆ ସେକ୍ସନ ଏବଂ ଡାଭୋଇ, ଚାନ୍ଦୋଡ ଏବଂ କେୱାଡିଆର ନୂଆ ଷ୍ଟେସନ ବିଲ୍ଡିଂ । ଏହିସବୁ…
ନୂଆଦିଲ୍ଲୀ, ରାହୁକେତୁଙ୍କ ମୁହାଁମୁହିଁ ସମୟ ଅତିକ୍ରାନ୍ତ କରିଯାଇଛି। ତେବେ ଏହି ଚଳନ ପରେ ପାଞ୍ଚୋଟି ରାଶିରେ ରହୁଛି ପ୍ରଭାବ। ସେହି ଅନୁସାରେ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜି ଏକ ଖୁସିର ଦିନ ରହିବ। ପରିଚାଳନା ଏବଂ ଗଣମାଧ୍ୟମର ଲୋକମାନେ ଚାକିରିରେ ଯେ କୈଣସି ନୂତନ ପ୍ରକଳ୍ପ ଆରମ୍ଭ କରିପାରିବେ। ପ୍ରଶାସନିକ ସେବାର ଲୋକମାନେ ଏହି ସଫଳତାରେ ଆନନ୍ଦିତ ହେବେ । କାର୍ଯ୍ୟ ପରିବେଶକୁ ଅନୁକୂଳ କରିବାକୁ ଆପଣ ଚେଷ୍ଟା କରନ୍ତୁ। ଆପଣଙ୍କର ପ୍ରେମ ଜୀବନ ଭଲ ହେବ ନାହିଁ । ଦାମ୍ପତ୍ୟ ଜୀବନରେ ଟେନସନ ହୋଇପାରେ। ଇଞ୍ଜିନିୟରିଂ ଏବଂ ଏମବିଏ ଛାତ୍ରମାନେ ନୂତନ ସୁଯୋଗ ପାଇବେ । ଆଜି ଟଙ୍କା ଖର୍ଚ୍ଚ ବହୁତ ଅଧିକ ହେବ। ନୀଳ ଏବଂ ସବୁଜ ଶୁଭ ଅଟେ। ସ୍ୱାସ୍ଥ୍ୟରେ ଅସନ୍ତୁଷ୍ଟ ରହିବେ। ଗାଈକୁ ଖାଇବାକୁ ଦିଅନ୍ତୁ। ଏହି ରାଶିର ଚିହ୍ନ ଯେଉଁଥିରେ ଲୋକମାନେ ଉଜ୍ଜ୍ୱଳ ହେବାକୁ ଯାଉଛନ୍ତି, ସେମାନେ ହେଉଛନ୍ତି ମେଷ, ବୃଷ, କର୍କଟ,…
ମେଷ- ଭାଗ୍ୟ ଆପଣଙ୍କ ସହିତ ରହିପାରେ । ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ । ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ। ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି । ବୃଷ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍…
ଆଜି ପୌଷ ମାସ, ଶୁକ୍ଲ ପକ୍ଷ ତାରିଖ-ତୃତୀୟା 07:45:07 ନକ୍ଷତ୍ର ଶତାବ୍ଦୀ 30:08:16 ଯୋଗ 19:10:00 କରଣ ଗାର 07:45:07 କରଣ ବଣିଜ 19:51:06 ବାର- ଶନିବାର ଚନ୍ଦ୍ର -କୁମ୍ଭ ରାଶି ସୂର୍ଯ୍ୟ-ମକର ରାଶି ଋତୁ –ହେମନ୍ତ ଗତି- ଉତରାୟଣ ଭଲ ସମୟ – ସକାଳ 7:35 ରୁ 9:11 ପୂର୍ବାହ୍ନ, 1:57 ରୁ 5:08 ଅପରାହ୍ନ ରାହୁକାଳ – ସକାଳ 9:00 ରୁ 10:30 ପର୍ଯ୍ୟନ୍ତ ଯାତ୍ରା- ଚିନି ମିଶ୍ରିତ ଦହି ଖାଇ ଯାତ୍ରା କରନ୍ତୁ ପ୍ରତିକାର-ଆଜି କଳା କିମ୍ବା ନୀଳ ବସ୍ତ୍ର ଦାନ କରନ୍ତୁ
ନୂଆଦିଲ୍ଲୀ, ଆଜି ଆମେ ଆପଣଙ୍କୁ 6 ଟି ରାଶି ବିଷୟରେ କହିବାକୁ ଯାଉଛୁ ଯାହାର ଶୁଭ ସମୟ ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି । ଯେହେତୁ ଆମେ ସମସ୍ତେ ଜାଣୁ ଯେ ସମୟ ସହିତ ଆମ ଜୀବନରେ ଅନେକ ବଡ ପରିବର୍ତ୍ତନ ଆସେ । ଏଗୁଡ଼ିକର ମୁଖ୍ୟ କାରଣ ହେଉଛି ଗ୍ରହମାନଙ୍କର ଗତି । ଏହି କୈଶଳ ହେତୁ ଆମେ ସମସ୍ତେ ଦୁଃଖର ସମ୍ମୁଖୀନ ହେଉ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଆସନ୍ତାକାଲି ଏହି 6 ଟି ରାଶିର ଚିହ୍ନ ପାଇଁ ଶୁଭ ସମୟ ଅଟେ। ଯାହା ଦ୍ୱାରା ସେମାନଙ୍କର ସମସ୍ତ ଦୁଃଖ ସମାପ୍ତ ହେବ ଏବଂ ଜୀବନରେ ସୁଖ ଆସିବ । ଆମେ ଆପଣଙ୍କୁ କହିବୁ ଯେ ଆପଣଙ୍କର ସମସ୍ତ ନଷ୍ଟ ହୋଇଥିବା କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ ହେବ । ଆପଣଙ୍କର ଦାୟିତ୍ବ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ । ବିପୁଳ ସୃଜନଶୀଳତା ଏବଂ ଉତ୍ସାହ ଆପଣଙ୍କୁ ଅନ୍ୟ ଏକ…
ନୂଆଦିଲ୍ଲୀ, ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ସରକାର ଓ ବିଭିନ୍ନ କୃଷକ ସଂଗଠନର ପ୍ରତିନିଧିମାନଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ହୋଇଯାଇଛି । ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ରେଳବାଇ, ବାଣିଜ୍ୟ, ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସୋମପ୍ରକାଶ ଭାଗ ନେଇଥିଲେ । ସେହିଭଳି ୪୧ଟି କୃଷକ ସଂଗଠନର ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ର କୃଷିମନ୍ତ୍ରୀ ଏହି ଅବସରରେ ପ୍ରସ୍ତାବ ଦେଇଥିଲେ ଯେ ଚାଷୀ ସଂଗଠନଗୁଡିକ ସହ ଆଲୋଚନା ଅଣଆନୁଷ୍ଠାନିକ ଗୋଷ୍ଠୀ ମାଧ୍ୟମରେ କରାଯାଇପାରେ । ଏହାଦ୍ୱାରା ସମାଧାନର ସୂତ୍ର ବାହାରିବା ସହଜ ହୋଇପାରେ। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ସମ୍ମାନ ଦେଉଛନ୍ତି । ଚାଷୀ ସଂଗଠନଗୁଡିକ ସହ ବିବାଦୀୟ ପ୍ରସଙ୍ଗଗୁଡିକ ଉପରେ ଗୋଟି ଗୋଟି ଆଲୋଚନା କରାଯାଇପାରେ ବୋଲି ମଧ୍ୟ ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ…
ନୂଆଦିଲ୍ଲୀ, ଆସନ୍ତାକାଲି ଦେଶବ୍ୟାପୀ ଆରମ୍ଭ ହେଉଥିବା କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମର ପ୍ରସ୍ତୁତି ସଂପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦର କାର୍ଯ୍ୟାଳୟ ଦିଲ୍ଳୀର ନିର୍ମାଣ ଭବନ ପରିସରରେ ଖୋଲାଯାଇଥିବା ଉତ୍ସର୍ଗୀକୃତ କୋଭିଡ୍ ନିୟନ୍ତ୍ରଣକକ୍ଷ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ଏହି କୋଭିଡ୍ ଟିକାଦାନ କାର୍ୟ୍ୟକ୍ରମର ଶୁଭାରମ୍ଭ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ କରିବେ। ସମଗ୍ର ଦେଶରେ ଏହି ଟିକା ଆସନ୍ତାକାଲି ପ୍ରଦାନ କରାଯିବ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏଥିପାଇଁ ମୋଟ ୩୬୦୦ କେନ୍ଦ୍ର ଖୋଲାଯାଇଛି । ସବୁ କେନ୍ଦ୍ରକୁ ଭର୍ଚୁଆଲ ବ୍ୟବସ୍ଥା ଦ୍ୱାରା ସଂଯୋଗ କରାଯାଇଛି । ପ୍ରତ୍ୟେକ କେନ୍ଦ୍ରରେ କାଲି ପ୍ରାୟ ୧୦୦ ଜଣ ଲୋକଙ୍କୁ ଟିକା ପ୍ରଦାନ କରାଯିବ। ଲୋକଙ୍କ ସ୍ୱାସ୍ଥ୍ୟଗତ ସ୍ଥିତି ଓ ବୟସକୁ ଦେଖି ପର୍ୟ୍ୟାୟକ୍ରମେ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ସହରର ସଫେଇ କର୍ମଚାରୀମାନଙ୍କୁ ଉତ୍ସାହିତ ଏବଂ ସମ୍ମାନିତ କରିବା ଉଦ୍ଦେଶ୍ୟରେ ‘ବଡ଼ ଖାନା’ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି। ରାଜ୍ୟର ପ୍ରତ୍ୟେକ ୟୁ.ଏଲ.ବି ରେ ଏହି କାର୍ଯ୍ୟକ୍ରମ ପ୍ରତି ମାସରେ ଗୋଟାଏ ଥର ଆୟୋଜନ କରାଯିବ। ୟୁ.ଏଲ.ବି କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତ୍ୟେକ ସଫେଇ କର୍ମଚାରୀମାନଙ୍କୁ ମାସରେ ଗୋଟିଏ ଦିନ ଭୋଜନ ପରିବେଷଣ କରାଯିବ। ଏହା ସହିତ ଜଣେ ଶ୍ରେଷ୍ଠ ସଫେଇ କର୍ମଚାରୀଙ୍କୁ ଚୟନ କରାଯାଇ ତାଙ୍କୁ ସମ୍ମାନିତ କରାଯିବ। ଏହି ପରିପ୍ରେକ୍ଷୀରେ ପ୍ରଥମଥର ଭାବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନ.ଏ.ସି ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଏନ.ଏ.ସି କାର୍ଯ୍ୟାଳୟ ପରିସରରେ ‘ବଡ଼ ଖାନା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବାଲୁଗାଁ ଏସ.ଡ଼ି.ପି.ଓ ମାନସ ରଞ୍ଜନ ବାରିକ ଯୋଗଦେଇଥିଲେ। ସମ୍ମାନିତ ଅତିଥି…
କୁଆଲାଲମ୍ପୁର: ଆଜି କୁଆଲାଲମ୍ବୁର ବିମାନବନ୍ଦରରେ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ)ର ପ୍ଲେନ୍କୁ ଜବତ କରାଯାଇଛି। ପାକିସ୍ଥାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବୋଇଙ୍ଗ ୭୭୭ କୁ ମାଲେସିଆ କର୍ତ୍ତୃପକ୍ଷ ଜବତ କରିଛନ୍ତି। ଏହି ଘଟଣାରେ ନିଜର ବନ୍ଧୁ ଦେଶ ଠାରୁ ପାକିସ୍ଥାନ ଅପମାନିତ ହୋଇଛି। ମାଲେସିଆଠାରୁ ନେଇଥିବା ଋଣ ଶୁଝି ନପାରିବାରୁ ପାକିସ୍ଥାନକୁ ଲଜ୍ଜିତ ହେବାକୁ ପଡିଛି। ସୂଚନା ଅନୁଯାୟୀ, ପାକିସ୍ଥାନ ୨୦୧୫ ମସିହାରେ ଭିଏତନାମ୍ କମ୍ପାନୀରୁ ଲିଜ୍ ସ୍ବରୂପ ବୋଇଙ୍ଗ-୭୭୭ ସମେତ ଦୁଇଟି ବିମାନ ନେଇଥିଲା। ହେଲେ ପାକିସ୍ଥାନ ବକେୟା ରାଶି ଦେବାରେ ବିଫଳ ହେବାରୁ ସ୍ଥାନୀୟ କୋର୍ଟଙ୍କ ଆଦେଶ ପରେ ବିମାନକୁ ଜବତ କରାଯାଇଛି। ଆଜି ବିମାନଟି କରାଚିରୁ ମାଲେସିଆରେ ପହଞ୍ଚିବା ପରେ ବୋଇଙ୍ଗ-୭୭୭ ପ୍ଲେନ୍କୁ ଜବତ କରାଯାଇଛି। ଜବତ ସମୟରେ ବିମାନରେ ଯାତ୍ରୀ ଥିଲେ, ତେବେ ସେମାନଙ୍କୁ ବାହାର କରାଯାଇଛି। ଏହି ବିମାନରେ ୧୮ଜଣ କ୍ରୁ କର୍ମଚାରୀ ମଧ୍ୟ ରହିଥିଲେ। ସମସ୍ତଙ୍କୁ ପ୍ରୋଟୋକଲ ଅନୁଯାୟୀ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍ରେ ରଖାଯିବ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ବଲାଙ୍ଗୀରିରୁ ଏବଂ ସୁନ୍ଦରଗଡରୁ ୪୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବରଗଡରୁ ୨୫, ଅନୁଗୁଳରୁ ୨୦, କଟକରୁ ୧୭, ସମ୍ବଲପୁରରୁ ୧୪, ଝାରସୁଗୁଡ଼ାରୁ ୧୨, ଖୋର୍ଦ୍ଧାରୁ ୧୦, ପୁରୀରୁ ୧୦, କେନ୍ଦ୍ରାପଡାରୁ ୯, ମୟୂରଭଞ୍ଜରୁ ୯, ବାଲେଶ୍ବରରୁ ୮, କେନ୍ଦୁଝରରୁ ୭, ଯାଜପୁରରୁ ୬, ଭଦ୍ରକରୁ ୫, ଜଗତସିଂହପୁରରୁ ୪, ନୂଆପଡାରୁ ୪, ଦେବଗଡ଼ରୁ ୩, ଢେଙ୍କାନାଳରୁ ୨, ଗଞ୍ଜାମରୁ ୨, ସୋନପୁରରୁ ୨, କଳାହାଣ୍ଡିରୁ ୧, ନବରଙ୍ଗପୁରରୁ ୧, ନୟାଗଡରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟପୁଲରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୯ ହଜାର ୮୮ ଜଣ ସୁସ୍ଥ ହୋଇ…
ଭୁବନେଶ୍ୱର: ବହୁ ପ୍ରତିକ୍ଷିତ କୋଭିଡ୍-୧୯ ଟିକାକରଣର ଶନିବାର ଶୁଭାରମ୍ଭ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି। ଟିକାକରଣ ନିମନ୍ତେ ରାଜଧାନୀରେ ୬ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଚୟନ କରାଯାଇଥିବା ବେଳେ ଏହା ମଧ୍ୟରେ ରହିଛି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍। ପୂର୍ବରୁ କୋଭିଡ୍-୧୯ ଭାକ୍ସିନ୍ ‘କୋଭାକ୍ସିନ୍’ ର କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍କୁ ମନୋନୀତ କରାଯାଇଥିଲା। ଶନିବାର ସକାଳେ ଦେଶବ୍ୟାପୀ ଆରମ୍ଭ ହେବାକୁ ଥିବା ଟିକାକରଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲୀ ଉଦ୍ଘାଟନ କରିବା ପରେ ସମ୍ ହସ୍ପିଟାଲ୍ରେ ୧୦୦ ଜଣ ସ୍ୱାସ୍ଥ୍ୟ ସେବା କର୍ମୀଙ୍କୁ କୋଭାକ୍ସିନ୍ ଟୀକା ପ୍ରଦାନ କରାଯିବ। ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କୁ ପ୍ରଥମ ଟିକା ପ୍ରଦାନ କରାଯିବ ଏବଂ ତା’ ପରେ ଦିନସାରା ଟିକାକରଣ…

