Author: Samikhsya Bureau

ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରର ଏହି ଅବସରରର ଅନ୍ୟ ବିଶେଷ ନୀତି ଅନୁଷ୍ଠିତ ହେବା ସହ ମହାପ୍ରଭୁଙ୍କୁ ମକର ଚାଉଳ ଭୋଗଲାଗି ହୋଇଥାଏ ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଜନୈକ ବସ୍ କଣ୍ଡକ୍ଟରଙ୍କୁ ଜଣେ ବ୍ୟକ୍ତି ଖଣ୍ଡାରେ ଆକ୍ରମଣ କରିବାରୁ କଣ୍ଡକ୍ଟର ଜଣକ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଗୁରୁବାର ସନ୍ଧ୍ୟାରେ ଗେଟବଜାର ବାଙ୍କବିହାରୀ ନଗରଠାରେ ଏମ୍‌. ଶ୍ରୀନିବାସ ଠିଆ ହୋଇଥିବାବେଳେ ପୂର୍ବ ଶତ୍ରୁତାକୁ ନେଇ ଗୟା ବେହେରା ନାମକ ବ୍ୟକ୍ତି ତାଙ୍କୁ ଖଣ୍ଡରେ ଆକ୍ରମଣ କରିଥିଲେ। ଫଳରେ ଏମ୍‌. ଶ୍ରୀନିବାସଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସଂଗେ ସଂଗେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ୍‌କୁ ଚିକିତ୍ସା ପାଇଁ ନିଆଯାଇଥିବାବେଳେ ବୈଦ୍ୟନାଥପୁର ପୋଲିସ୍ ଗୟା ବେହେରାକୁ ଥାନାରେ ଅଟକ ରଖିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର ବାଣପୁର ଗସ୍ତରେ ଆସିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଦୁଇ ଗୋଟି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଏବଂ ଦାମିଆ ବରାବରା ପଞ୍ଚାୟତର ଅନେକ ଗ୍ରାମକୁ ଡ. ପାତ୍ର ଗସ୍ତ କରିଥିଲେ। ସାଥିରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଗସ୍ତ କରିଥିଲେ। ଏହି ଅବସରରେ ଡ. ପାତ୍ର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଏବଂ ମୌଳିକ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ଆବାସ ଯୋଜନାକୁ ହାଇଜାକ କରୁଛନ୍ତି। ରାଜ୍ୟ ସରକାର ସାବତ ମା’ ସାଜି କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାମରେ କରିବାକୁ ଚେଷ୍ଟା କରୁଛନ୍ତି। ଏବଂ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୨୪, ବଲାଙ୍ଗୀରିରୁ ୨୩, ସୁନ୍ଦରଗଡରୁ ୨୩, କଟକରୁ ୧୭, ଖୋର୍ଦ୍ଧାରୁ ୧୬, ମୟୂରଭଞ୍ଜରୁ ୧୩, ଯାଜପୁରରୁ ୧୨, ବରଗଡରୁ ୧୦, ନୂଆପଡାରୁ ୧୦, ପୁରୀରୁ ୧୦, ଝାରସୁଗୁଡାରୁ ୯, ସମ୍ବଲପୁରରୁ ୯, କେନ୍ଦୁଝରରୁ ୬, କେନ୍ଦ୍ରାପଡାରୁ ୪, ଭଦ୍ରକରୁ ୩, ବାଲେଶ୍ବରରୁ ୨, ବୌଦ୍ଧରୁ ୨, ଦେବଗଡରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨, ନୟାଗଡରୁ ୨, ସୋନପୁରରୁ ୨, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କୋରାପୁଟରୁ ୧ ଏବଂ ଷ୍ଟେଟପୁଲରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୮ ହଜାର ୮୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୭ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୭୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୩୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ୪ଜି ଡାଉନଲୋଡ୍ ସ୍ପିଡ୍ ତାଲିକାରେ ଚଳିତ ବର୍ଷ ଡିସେମ୍ବର ମାସରେ ୪ଜି ଡାଉନଲୋଡ୍ ସ୍ପିଡ ତାଲିକାରେ ରିଲାଏନ୍ସ ଜିଓ ସେକେଣ୍ଡ ପିଛା ହାରାହାରି ୨୦.୨ ମେଗାବିଟ୍ (ଏମ୍‌ବିପିଏସ୍‌) ସ୍ପିଡ୍ ସହିତ ପୁଣିଥରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଉଲ୍ଲେଖ କରାଯାଇଛି। ଡିସେମ୍ବର ମାସରେ ଜିଓ ହାସଲ କରିଥିବା ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ମାନଙ୍କଠାରୁ ଦୁଇଗୁଣରୁ ଅଧିକ ରହିଛି। ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ତାହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ତୁଳନାରେ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ୍‌ର ଦୁଇଗୁଣରୁ ଅଧିକ ରେକର୍ଡ କରିଛି। ଭୋଡାଫୋନ ଏବଂ ଆଇଡିଆ ଯଦିଓ ସେମାନଙ୍କର ମୋବାଇଲ ବ୍ୟବସାୟର ସମ୍ମିଶ୍ରଣ ଘଟାଇ ଭୋଡାଫୋନ ଆଇଡିଆ ଲିମିଟେଡ କରିଛନ୍ତି, ତଥାପି ଟ୍ରାଇ ଉଭୟ ସଂସ୍ଥାର ନେଟୱର୍କ ସ୍ପିଡ୍ ସମ୍ପର୍କିତ ତଥ୍ୟ ପୃଥକ ପୃଥକ ଭାବରେ ପ୍ରକାଶ କରୁଛି। ଡିସେମ୍ବର…

Read More

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍‌ ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟାରେ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିବେ। ଏହା ପୂର୍ବରୁ ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାନୁଆରୀ ୨୯ ତାରିଖରେ ସାଂସଦଙ୍କୁ ସମ୍ବୋଧିତ କରିବେ। ତେବେ ଚଳିତ ଥର ବଜେଟ ବହି ପ୍ରସ୍ତୁତ କରାଯିବ ନାହିଁ। ଏଥର ଇ ବଜେଟ ମାଧ୍ୟମରେ ବଜେଟ ଉପସ୍ଥାପନ କରାଯିବ। ଯାହା ଭାରତ ଇତିହାସରେ ପ୍ରଥମ ଘଟଣା ହେବ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମର ଅତିବଡ଼ି ସମ୍ମାନପ୍ରାପ୍ତ ତଥା ଓଡ଼ିଶାର ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୦ତମ ଜୟନ୍ତୀ ଜନ୍ମମାଟି ଭୀମପୁର ଠାରେ କୋଭିଡ ନିୟମକୁ ସଂମ୍ମାନ ଜଣାଇ ପାଳିତ ହୋଇଯାଇଛି। କୃଷ୍ଣଚନ୍ଦ୍ର ପାଠାଗାର ଓ ଚିଲିକା ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗୋପୀନାଥ ଦେବ ମନ୍ଦିର ପ୍ରାଙ୍ଗଣରେ ପ୍ରଫେସର ନଳିନୀ କାନ୍ତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସାରସ୍ଵତ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡ଼. ନନ୍ଦକିଶୋର ତ୍ରିପାଠୀ, ମୁଖ୍ୟବକ୍ତା ରୂପେ ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, ସଂମ୍ମାନୀତ ବକ୍ତା ଭାବରେ ଶିକ୍ଷାବିତ୍ ବିଭୁତି ଭୂଷଣ ନନ୍ଦ ଯୋଗ ଦେଇ କବିଙ୍କ କାଳଜୟୀ ମାନବ ଧର୍ମୀ କବିତା ଓଡ଼ିଶାର ଜନମାନସକୁ ସବୁବେଳେ ଉଦବେଳିତ କରୁଥିବ ବୋଲି ପ୍ରକାଶ କରିଥିଲେ। ପାଠାଗାର ସମ୍ପାଦକ ମଧୁସୂଦନ ନନ୍ଦ ବିବରଣୀ ପାଠ କରିଥିବା ବେଳେ, କବି ଅଶୋକ ନନ୍ଦ ଧନ୍ୟବାଦ ପ୍ରଦାନ…

Read More

ନୂଆଦିଲ୍ଲୀ: କୃଷି ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟ ଚାରି ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଥିଲେ। ଏହି କମିଟିରେ ଭାରତୀୟ କୃଷକ ୟୁନିଅନର ଅଧ୍ୟକ୍ଷ ଭୁପିନ୍ଦର ସିଂହ ମାନ ସଦସ୍ୟ ଥିଲେ। କିନ୍ତୁ ସେ ଆଜି ସେହି କମିଟିର ସଦସ୍ୟ ପଦରୁ ନିଜକୁ ଅଲଗା କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଭୁପିନ୍ଦର ସିଂହ ମାନଙ୍କୁ ସୁପ୍ରିମକୋର୍ଟଙ୍କ ଏହି କମିଟିର ସଦସ୍ୟ ମନୋନୀତ କରିଥିବାରୁ ଆନ୍ଦୋଳନ କରୁଥିବା କୃଷକମାନେ ବିରୋଧ କରୁଥିଲେ। ସେମାନଙ୍କ କହିବା ମୁତାବକ, ଭୁପିନ୍ଦର ପ୍ରଥମରୁ ଏହି ତିନି ଆଇନକୁ ସମର୍ଥନ କରନ୍ତି। ତେଣୁ ସେ କେବେ କୃଷି ଆନ୍ଦୋଳନକୁ ସମର୍ଥନ କରିବେ ନାହିଁ। ବରଂ ସେ ସରକାରଙ୍କ ନୂତନ ଆଇନକୁ ସମର୍ଥନ କରିବେ। ତେବେ ଏହି କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିବାରୁ ଭୁପିନ୍ଦର ସିଂହ ମାନ ଏକ ଚିଠି ମାଧ୍ୟମରେ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଏହି ଚିଠିରେ ଲେଖିଛନ୍ତି ଯେ, କୃଷକ ଓ ସଂଗଠନର…

Read More

ଭୁବନେଶ୍ବର,  ପୁରୀ ଏବଂ ଯୋଧପୁର ଏବଂ ପୁରୀ ଏବଂ ଆଜମୀର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ରେଳବାଇ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ନିମ୍ନରେ ଥିବା ଟ୍ରେନଦ୍ବୟ ଏହି ସମୟ ମଧ୍ୟରେ ପୁରୀରୁ ଛାଡିବେ। ୦୧. ପୁରୀ-ଯୋଧପୁର-ପୁରୀ ବିଶେଷ ଟ୍ରେନ (୦୨୦୯୩/୦୨୦୯୪) ୦୨୦୯୩/୦୨୦୯୪ ପୁରୀ-ଯୋଧପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଜାନୁୟାରୀ ମାସ ୨୦ ତାରିଖ ଠାରୁ ପୁରୀରୁ ପ୍ରତ୍ୟେକ ବୁଧବାର ଦିନ ଅପରାହ୍ନ ୪ଘ.୦୫ମି. ଛାଡିବ ଏବଂ ଜାନୁୟାରୀ ମାସ ୨୩ ତାରିଖ ଠାରୁ ଯୋଧପୁରରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ ୨ଘ.୧୫ମି.ରେ ପରବର୍ତ୍ତୀ ପରବର୍ତୀ ପରାମର୍ଶ ପର‌୍ୟ୍ୟନ୍ତ ଚଳାଚଳ କରିବ ଜ୍ଝ ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡା ରୋଡ଼ ଠାରେ ଏବଂ ରାୟଗଡ, ବିଲାସପୁର, ରାୟପୁର, ଦୁର୍ଗ, ରାଜନନ୍ଦଗାଓଁ, ନାଗପୁର, ଇଟାର୍ଷୀ, ହବିବଗଞ୍ଜ, ଭୋପାଳ, ଉଜ୍ଜଇନ, ଜୟପୁର ଇତ୍ୟାଦି ଷ୍ଟେସନ ଗୁଡିକ ସହିତ ଅନ୍ୟାନ…

Read More

ବରେଲୀ: ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଜରିଆରେ ବ୍ଲାକ ମେଲ କରି ଆଉ ୫ ଜଣ ଯୁବକଙ୍କ ଦ୍ଵାରା ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାରେ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ବରେଲୀ ଜିଲ୍ଲାର ବହେଡୀରେ ଜଣେ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲା ଜଣେ ଯୁବକ। ଏହି ସମୟରେ ସେ ଅଶ୍ଳୀଳ ଭିଡିଓ କରି ଛାତ୍ରୀଙ୍କୁ ବ୍ଲାକ ମେଲ କରିବାକୁ ଆରମ୍ଭ କରିଥିଲା। ଏଥିପାଇଁ ପୀଡ଼ିତା ଆଉ ୫ ଜଣ ଯୁବକଙ୍କ ଦ୍ଵାରା ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ଏହାପରେ ଉକ୍ତ ଯୁବକମାନଙ୍କ ଦ୍ଵାରା ଅଶ୍ଳୀଳ ଭିଡିଓକୁ ଭାଇରାଲ କରାଯାଇଥିଲା। ଏନେଇ ପୀଡ଼ିତା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଏଏସପି ସତ୍ୟନାରାୟଣ କହିଛନ୍ତି ଯେ, ଆରୋପୀ ଯୁବକମାନଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ…

Read More

ଲକ୍ଷ୍ନୌ: ଗୁଜୁରାଟ କ୍ୟାଡେରର ପୂର୍ବ ଆଇଏସ ଅଧିକାରୀ ଅରବିନ୍ଦ କୁମାର ଶର୍ମା ରାଜନୀତିରେ ପାଦ ଦେଇଛନ୍ତି। ଅରବିନ୍ଦ ଶର୍ମା ଆଜି ଲକ୍ଷ୍ନୌରେ ବିଜେପିରେ ସାମିଲ ହୋଇଛନ୍ତି। ଉତ୍ତରପ୍ରଦେଶର ମଊ ଜିଲ୍ଲାର ଅରବିନ୍ଦ ୨୦୨୨ରୁ ଅବସର ନେଇଥାନ୍ତେ। ହେଲେ ହଠାତ ସେ ସ୍ଵେଚ୍ଛାକୃତ ଭାବେ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତି ବିଶ୍ଵସ୍ତ ଅଧିକାରୀ ଥିଲେ ଶର୍ମା। ବିଜେପିର ସଦସ୍ୟତା ନେବା ପରେ ଶ୍ରୀ ଶର୍ମା କହିଛନ୍ତି ଯେ, ମୁଁ ମଊର ଏକ ପଛୁଆ ଗାଁରୁ ଆସିଛି। ଦଳ ମତେ ଯେଉଁ ଦାୟିତ୍ଵ ଦେବେ ମୁଁ ତାକୁ ପୂରଣ କରିବାକୁ ଚେଷ୍ଟା କରିବି। ଗତକାଲି ରାତିରେ ମତେ ବିଜେପିର ସଦସ୍ୟତା ପାଇଁ ଅବଗତ କରାଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ, ଅରବିନ୍ଦ କୁମାର ଶର୍ମା ୧୯୮୮ ବ୍ୟାଚ ଗୁଜୁରାଟ କ୍ୟାଡରର ଆଇଏଏସ ଅଧିକାରୀ ଅଟନ୍ତି। ସେ ୨୦୦୧ ରୁ ୨୦୧୩ ପର୍ଯ୍ୟନ୍ତ ଗୁଜୁରାଟର ନରେନ୍ଦ୍ର ମୋଦୀଙ୍କ ସାଥିରେ ବିଭିନ୍ନ ପଦବୀରେ…

Read More

ଭୁବନେଶ୍ବର, ବହୁଦିନ ପରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ କଳାହାଣ୍ଡି ଗସ୍ତ କରିଥିଲେ। କରୋନା ପାଇଁ ମୁଖ୍ୟମନ୍ତ୍ରୀ କେବଳ ଭୁବନେଶ୍ବର ପୁରୀ ଭିତରେ ତାଙ୍କର ଗସ୍ତକୁ ସୀମିତ ରଖିଥିଲେ। ଯାହା ସବୁ କାର୍ଯ୍ୟ ଭିଡିଓ କନଫ୍ରେସିଂ ମାଧ୍ୟମରେ କରୁଥିଲେ। କଳାହାଣ୍ଡି ଗସ୍ତ କରି ଦୁଇ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ସହିତ ଜନସମାବେଶକୁ ଉଦବୋଧନ ଦେଇଥିଲେ। ତେବେ ଏହି ଉଦବୋଧନ ଦେବା ବେଳେ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ କଳାହାଣ୍ଡି ଗସ୍ତ ବେଳେ ଏକ ବଡ ଘଟଣାକୁ ମନେ ପକାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁ ୯୦ ଦଶକରେ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ଭବାନୀପାଟଣା ଗସ୍ତ ସମୟରେ କିଛି ପିଲା ତାଙ୍କ ଉପରକୁ ପଥର ମାଡ କରିଥିଲେ। ବିଜୁ ବାବୁ ତାଙ୍କ ବିଶାଳ ହୃଦୟରେ ସେହି ପିଲାମାନଙ୍କୁ କ୍ଷମା କରିଥିଲେ। ପରେ ତାଙ୍କ ପୁଅ ଭାବରେ ମୁଁ ଯେତେବେଳେ ଏ ବିଷୟରେ ତାଙ୍କୁ ପଚାରି ଥିଲି,  ସେତେବେଳେ ବିଜୁବାବୁ କହିଥିଲେ “Nothing to…

Read More

ଭୁବନେଶ୍ବର: ଆଜି ବାଲେଶ୍ଵରର ପୂର୍ବତନ ବିଜେଡ଼ି ବିଧାୟକ ଜୀବନ ପ୍ରଦୀପ ଦାସ ବିଜେପିରେ ଯୋଗ ଦେଇଛନ୍ତି। ସେ ବିଧିବଦ୍ଧ ଭାବେ ବିଜେପିରେ ସଦସ୍ୟତା ଗ୍ରହଣ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ପ୍ରଦୀପ ବିଜେପିରେ ସାମିଲ ହୋଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଜୀବନ ପ୍ରଦୀପ ବାଲେଶ୍ବରରୁ ବିଜେଡ଼ି ଟିକେଟରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ଜୀବନ ବିଜେପି ଦଳ ପାଇଁ କାର୍ଯ୍ୟ କରୁଥିଲେ। ଗତ ଉପ ନିର୍ବାଚନରେ ସେ ବିଜେପିକୁ ପରୋକ୍ଷ ଭାବେ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା। ଫଳରେ ବିଜେଡ଼ି ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା।

Read More

ଭୁବନେଶ୍ବର, କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।  ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କଳାହାଣ୍ଡିରେ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ଆଜି ୫୪ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ବେଳେ, ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଜୟପାଟଣା ବ୍ଲକ୍‌ର ମଙ୍ଗଳପୁରଠାରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ, ବିଜୁ ବାବୁଙ୍କର କଳାହାଣ୍ଡି ସହିତ ସଂପର୍କର ସ୍ମୃତିଚାରଣ କରିଥିଲେ। କୃଷି କ୍ଷେତ୍ରରେ କଳାହାଣ୍ଡିର ବିକାଶର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ  ଯେ ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଏବେ ଭାତହାଣ୍ଡି ହୋଇଛି । କଳାହାଣ୍ଡି ଧାନ ଉତ୍ପାଦନରେ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ, ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ମଧ୍ୟ ଚାଉଳ ଯୋଗାଉଛି।  ୧୦ଟି ରାଜ୍ୟ କେନ୍ଦ୍ରୀୟ ଭଣ୍ଡାରକୁ ଯେତିକି ଚାଉଳ ଯୋଗାଉଛନ୍ତି,…

Read More

ଭୁବନେଶ୍ବର, ସରକାରୀ ସେବାକୁ ଗ୍ରାମାଞ୍ଚଳରେ ପହଁଚାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଏକ ଭିନ୍ନ ପଦକ୍ଷେପ। ଆଜି ଓଡିଶା କଂପୁଟର ଆପ୍ଲିକେସନ ସେଣ୍ଟର, ଶ୍ରେୟୀ ସଂସ୍ଥା ସହିତ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି। ଏହା ଅନୁସାରେ ଶ୍ରେୟୀ ସଂସ୍ଥା ଗ୍ରାମାଞ୍ଚଳରେ ବିଭିନ୍ନ ଡିଜିଟାଲ କେନ୍ଦ୍ର ସ୍ଥାପନ କରି ଲୋକଙ୍କୁ ସମସ୍ତ ସରକାରୀ ସହୟତା ଯୋଗାଇ ଦେବେ। ଫଳରେ ଲୋକମାନେ ଆଉ ସରକାରୀ ଅଫିସକୁ ନ ଆସି ସେମାନେ ନିଜ ଗାଁ ରେ ସବୁ କାମ କରିପାରିବେ।

Read More

ସିଡନୀ: ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ଵିନୀଙ୍କୁ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଅଧିନାୟକ ସ୍ଲେଜିଙ୍ଗ କରିଥିଲେ। ଏହି ଘଟଣାରେ ଅଧିନାୟକ ଟିମ ପେନଙ୍କ ଉପରେ ପୂର୍ବ ଅଧିନାୟକ ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ଜଣେ ରାଷ୍ଟ୍ରୀୟ ଦଳର ଅଧିନାୟକଙ୍କୁ ଏଭଳି ବ୍ୟବହାର ଶୋଭା ଦେଖା ଯାଉନାହିଁ। ପେନଙ୍କ ଅଧିନାୟକତ୍ଵ ଆଉ ମାତ୍ର କିଛି ଦିନ ରହିଲା। ତେବେ ଗଭାସ୍କରଙ୍କ ଏହି ଟିପ୍ପଣୀ ପରେ ପେନ କହିଥିଲେ ଯେ, ଗାଭାସ୍କର କହିଥିବା ମନ୍ତବ୍ୟକୁ ମୁଁ ଶୁଣିଛି। ହେଲେ ଏହି ମାମଲାରେ ମୁଁ ମୁଣ୍ଡ ଖେଳାଇବାକୁ ଚାହୁଁନି, ଗାଭାସ୍କରଙ୍କ ସହ ବାକ୍ ଯୁଦ୍ଧ କରିବାକୁ ମୋର ଇଚ୍ଛା ନାହିଁ। ସେ ଆହୁରି କହିଲେ ଯେ, ଆଗାମୀ ସମୟରେ ସେ ନମ୍ରତାର ସହ ହସି ହସି ଖେଳିବେ। ସେହି ଦିନ ମୁଁ ଖେଳରେ ବେଶୀ ପ୍ରଭାବିତ ହୋଇପଡିଥିଲି। ତେବେ ଏହି ମାମଲାରେ ପେନ ସର୍ବସାଧାରଣଙ୍କ ସାମ୍ନାରେ କ୍ଷମା ମାଗି ସାରିଛନ୍ତି।

Read More

କରୋନା ଟିକାକୁ କେନ୍ଦ୍ର ସରକାର ଅନୁମୋଦ କରିବା ପରେ ପୁନାସ୍ଥିତ ସେରମ ଅନୁଷ୍ଠାନର କର୍ମଚାରୀଙ୍କ ଫଟୋସେସନ

Read More