ପୁରୀ, ପୌଷମାସ ଅମାବାସ୍ୟାକୁ ବକୁଳ ଅମବାସ୍ୟା ବୋଲି କୁହାଯାଇଥାଏ। ଏହିଦିନ ସାଧାରଣତଃ ଆମ୍ବ ଗଛରେ ବଉଳ ହୋଇଥାଏ। ତେଣୁ ଏହାକୁ ବଉଳ ବା ବକୁଳ ଅମବାସ୍ୟା ବୋଲି କୁହାଯାଇଥାଏ। ଏହି ଅମାବାସ୍ୟାରେ ଶ୍ରୀମନ୍ଦିରରେ ହୋଇଥାଏ ସ୍ବତନ୍ତ୍ର ପୂଜା ନୀତି। ଠାକୁରଙ୍କ ସକାଳ ଧୂପ ଉଠିବା ସମୟରେ ଏହିଦିନ ସ୍ବତନ୍ତ୍ର ଭାବେ ବଉଳ ଗଁଇଠା ପୂଜା ହୋଇଥାଏ। ସକାଳ ଧୂପ ସହିତ ରୋଷଘରୁ ଏହି ବଉଳ ଗଁଇଠା ତାଟ ଛାମୁକୁ ଆସିଥାଏ। ପୂଜାପଣ୍ଡା ଷୋଢଷ ଉପାଚାରରେ ଏହି ଭୋଗ ଲାଗି କରନ୍ତି। ଏହି ଦିନ ଶ୍ରୀନାରାୟଣ ସାଗର ବିଜେ କରିବାର ପରଂପରା ମଧ୍ୟ ରହିଛି। ମହାପ୍ରସାଦ କଢାଯାଇ ପାଣି ପଡିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀନାରାୟଣଙ୍କୁ ସିଂହାସନକୁ ବିଜେ କରାଯାଏ। ପୂଜା ପଣ୍ଡା ଶ୍ରୀଜୀଉଙ୍କର ଆଜ୍ଞାମାଳ ଆଣି ନାରାୟଣଙ୍କୁ ଦିଅନ୍ତି। ଏହାପରେ ଶ୍ରୀମନ୍ଦିରର ନାରାୟଣ ପାଲିଙ୍କିରେ ବସି ସାଗର ବିଜେ କରିଥାନ୍ତି। ସିଂହଦ୍ବାରରୁ ବାହାରି ଶ୍ରୀନାରାୟଣ ସମୁଦ୍ରକୂଳରେ ସ୍ବର୍ଗଦ୍ବାରକୁ ବିଜେ କରନ୍ତି।…
Author: Samikhsya Bureau
ଭୁବନେଶ୍ବର, ଆଜି ରାତିରେ ଏବଂ ଆସନ୍ତାକାଲି ସକାଳେ ସାତୋଟି ଜିଲ୍ଲାରେ ଦେଖାଦେବ ପ୍ରବଳ କୁହୁଡି। ଏହି କୁହୁଡି ଦ୍ବାରା ରାସ୍ତାଘାଟ କିଛି ଦେଖାଯିବ ନାହିଁ। ସେଥିପାଇଁ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର। ଯାନବାହନ ଚଳାଚଳ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବା ପାଇଁ ମଧ୍ୟ କୁହାଯାଇଛି। ଯେଉଁ ଜିଲ୍ଲାଗୁଡିକ ଆଜି ରାତିରେ ଏବଂ ଆସନ୍ତାକାଲି ସକାଳେ କୁହୁଡି ହେବ ସେଗୁଡିକ ହେଲା ଅନୁଗୁଳ, ବୈଦ୍ଧ, କନ୍ଧମାଳ, ରାୟଗଡା, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳ। ତେବେ ଏହି ଜିଲ୍ଲାଗୁଡିକରେ କେତେକ ସ୍ଥାନରେ ଏହି ଘନ କୁହୁଡି ହେବ ବୋଲି କୁହାଯାଇଛି।
ଭୁବନେଶ୍ବର: ରାଜ୍ୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କିମ୍ବା ଧମକ ଦେବା ଘଟଣା ବଢି ଚାଲିଛି। ସାମ୍ବାଦିକ ମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ବଡ ଚାଲେଞ୍ଜ ସୃଷ୍ଟି ହୋଇଛି। ବାରମ୍ବାର ରାଜ୍ୟରେ କୋଉଠି ନା କୋଉଠି ଏହି ଘଟଣା ସମ୍ପର୍କରେ ଶୁଣିବାକୁ ମିଳୁଛି। ସ୍ଥାନୀୟ ସାମ୍ବାଦିକ ସଂଘ ପକ୍ଷରୁ ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ଏହି ଘଟଣା ହ୍ରାସ ପାଇବା ପରିବର୍ତ୍ତେ ବଢି ଚାଲିଛି। ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଏଭଳି ଏକ ଅଭାବନୀୟ ଘଟଣା ଶୁଣିବାକୁ ମିଳିଛି। ଗତକାଲି ଖୋର୍ଦ୍ଧା ଜିଲ୍ଲା ଅର୍ଗସ ନିୟୁଜ ପ୍ରତିନିଧି ବିକ୍ରମ କେଶରୀ ସାହୁଙ୍କୁ ଟାଙ୍ଗୀ ବ୍ଲକର ଅଧ୍ୟକ୍ଷ ବିଜୟ କୁମାର ଜେନା ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଉକ୍ତ ଘଟଣାକୁ କଡା ନିନ୍ଦା କରିବା ସହ ଟାଙ୍ଗୀ ଥାନାରେ ଏ ବାବଦରେ ଆଜି ଏକ ଏତଲା ଦେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କ ଉପରେ…
ନୂଆଦିଲ୍ଲୀ: ଆଇସିସି ଦ୍ଵାରା ଶ୍ରେଷ୍ଠ ଖେଳାଳି ଚୟନ ଲାଗି ଏକ ଭୋଟିଂ ବ୍ୟବସ୍ଥା କରାଯାଇଥିଲା। ଯେଉଁଥିରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହିଲି ଏବଂ ପାକିସ୍ଥାନର ପୂର୍ବତନ ଅଧିନାୟକ ତଥା ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ଏଇ ଭୋଟିଂରେ ଉଭୟଙ୍କ ମଧ୍ୟରେ ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ କଡା ଟକ୍କର ହୋଇଥିଲା। ଶେଷରେ ଇମ୍ରାନ ଖାଁ ମାତ୍ର ୧ ପ୍ରତିଶତ ଭୋଟରେ କୋହଲିଙ୍କ ଠାରୁ ଅଗ୍ରଣୀ ହୋଇଥିଲେ। ଆଇସିସି ଦ୍ଵାରା କରାଯାଇଥିବା ଏହି ଭୋଟିଂରେ ସର୍ବମୋଟ ୫ ଲକ୍ଷ ୩୬ ହଜାର ଭୋଟ ପଡିଥିଲା। ଯେଉଁଥିରେ ଇମ୍ରାନ ଖାଁ ଙ୍କୁ ୪୭.୩ ପ୍ରତିଶତ ଭୋଟ ମିଳିଥିବା ବେଳେ ବିରାଟଙ୍କୁ ୪୬.୨ ପ୍ରତିଶତ ଭୋଟ ମିଳିଥିଲା।
ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହିତ କରିବା ପାଇଁ ସମଗ୍ର ଦେଶରେ ଟିକାକାରଣ ପରକୀୟା ଆରମ୍ଭ ହେବାକୁ ଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆସନ୍ତା ମାସ ୧୬ ତାରିଖରେ ଟିକାକାରଣ ପାଇଁ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ କରୁଛନ୍ତି। ହେଲେ ଠିକ ଏହି ସମୟରେ ତଥା ୧୭ ତାରିଖରେ ପୋଲିଓ ଟିକାକାରଣ ପାଇଁ ତାରିଖ ଧାର୍ଯ୍ୟ ଥିଲା। କିନ୍ତୁ ଏହାକୁ ଏବେ ସ୍ଥଗିତ ରଖାଯାଇଛି। ସୁଚନାଯୋଗ୍ୟ ଯେ, ଦେଶରେ ଜାନୁଆରୀ ୧୭ ତାରିଖକୁ ଜାତୀୟ ପୋଲିଓ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ଦେଶର ସମସ୍ତ ୫ ବର୍ଷରୁ କମ୍ ପିଲାମାନଙ୍କୁ ପୋଲିଓ ଟିକା ଦିଆଯାଇଥାଏ। ହେଲେ ଏହି ଭୟଙ୍କର ମହାମାରୀ କବଳରୁ ମୁକ୍ତି ପାଇବା ପାଇଁ କରୋନା ଟିକା ନେବା ବହୁତ ଜରୁରୀ ହୋଇପଡିଥିବାରୁ ପୋଲିଓ ଟିକାକରଣକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତି ନିର୍ଦ୍ଦେଶ ଆସିବା ପରେ ଏହି କାର୍ଯ୍ୟକ୍ରମ ପୁଣି ଆରମ୍ଭ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ…
ନୂଆଦିଲ୍ଲୀ, ବର୍ତ୍ତମାନ ରନ୍ଧନ ଗ୍ୟାସ ପାଇଁ ଆଉ ଦିନଦିନ ଅପେକ୍ଷା କରିବାକୁ ପଡିବ ନାହିଁ। ଆପଣ ଯେଉଁଦିନ ଗ୍ୟାସ ବୁକିଂ କରିବେ ସେହିଦିନ ଆପଣଙ୍କ ଘରେ ଗ୍ୟାସ ପହଁଚିବ। ଅର୍ଥାତ ମାତ୍ର 45 ମିନିଟ ମଧ୍ୟରେ ଏହି ଗ୍ୟାସ ମିଳିବ। ଏଥିପାଇଁ ଇଣ୍ଡିଆନ ଅଏଲ ଏକ ସ୍ବତନ୍ତ୍ର ତତ୍କାଳ ଯୋଜନା ଆରମ୍ଭ କରିବାକୁ ଯାଉଛି। ଇଣ୍ଡିଆନ ଅଏଲ ଇଣ୍ଡେନ ବ୍ରାଣ୍ଡରେ ଗ୍ୟାସ ଯୋଗାଣ କରୁଛି। ବର୍ତ୍ତମାନ କଂପାନୀ ପରୀକ୍ଷା ମୂଳକ ଭାବେ ଦେଶର ପ୍ରମୁଖ ସହରରେ ଏହି ଯୋଜନା ଆରମ୍ଭ କରିବାକୁ ନିଷ୍ପତି କରିଛି। ସେଥିପାଇଁ କଂପାନୀ କେତେକ ସ୍ଥାନ ନିରୂପଣ କରିଛି। ବର୍ତ୍ତମାନ କେନ୍ଦ୍ର ସରକାର ବିଭିନ୍ନ ସେବା କିପରି ଲୋକମାନଙ୍କୁ ତୁରନ୍ତ ଦେଇ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହି ଅନୁସାରେ କଂପାନୀ ଏହି ପଦକ୍ଷେପ ନେଉଛି। ତେବେ ଏଥିପାଇଁ ଗ୍ରାହକଙ୍କୁ ଅଧିକ ପଇସା ଦେବାକୁ ପଡିବ କି ନାହିଁ ସେ ନେଇ କିଛି ନିଷ୍ପତି…
ଭୁବନେଶ୍ବର: ଆଜି ରାଜ୍ୟରୁ ଜଣେ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଏହି ଆକ୍ରାନ୍ତ ଜଣଙ୍କ ୭୦ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି। ଆଜିର ଏହି ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ୧୮୯୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୫୪୧କୁ ବୃଦ୍ଧି ହୋଇଥିବା ବେଳେ ୩ ଲକ୍ଷ ୨୮ ହଜାର ୪୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ରାଜ୍ୟରେ ମୋଟ ୨ ହଜାର ୧୪୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ଏବଂ ମୋଟ ୧୮୯୫ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର, ବହୁ ପ୍ରତିକ୍ଷିତ କୋଭିଡ ଟିକା ଶେଷରେ ବାହାରିଲା ଏବଂ ଭୁବନେଶ୍ବରରେ ମଧ୍ୟ ପହଁଚିଲା। ଏହା ନିଶ୍ଚିତ ଖୁସିର କଥା। ଗତକାଲି ବିମାନରେ ଏହି ଟିକା ଆସିବା ପରେ ସେଗୁଡିକୁ ଭୁବନେଶ୍ବରର ଔଷଧ ନିଗମରେ ଥିବା ଭ୍ୟାକସିନ ଭଣ୍ଡାରରେ ରଖାଯାଇଛି। ବର୍ତ୍ତମାନ ଓଡିଶାକୁ ସେରମ ସଂସ୍ଥା ପ୍ରସ୍ତୁତ କୋଭିସିଲ୍ଡ 40 ହଜାର 8 ଶହ ଭାଲ ଆସିଛି। ଯାହାକି 4 ଲକ୍ଷ 8 ହଜାର ଡୋଜ ହେବ। ଏଗୁଡକ 12ଶହ କେଜି ଓଜନର 34ଟି ପ୍ୟାକେଟରେ ଆସିଛି। ତେବେ ଏହି ଟିକା ଦୁଇଟି ଡୋଜରେ ଦିଆଯିବ। ସେହି ଅନୁସାରେ ବର୍ତ୍ତମାନ ଯେତିକି ଟିକା ଆସିଛି ସେଥିର 1 ଲକ୍ଷ 91 ହଜାର ଲୋକଙ୍କୁ ଦିଆଯାଇପାରିବ। ଭୁବନେଶ୍ବର ଭ୍ୟାକସିନ ଭଣ୍ଡାରରୁ ଟିକା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଉଛି। ପ୍ରଥମ ଡୋଜ ପାଇଁ ଯେତିକି ଟିକା ଆବଶ୍ୟକ ସେତିକି ଟିକା ଜିଲ୍ଲା କେନ୍ଦ୍ରକୁ ପଠାଯିବ। ତାହା ଶେଷ ହେବା ପରେ ଦ୍ବୀତିୟ ଡୋଜ ଦେବା…
ଭୁବନେଶ୍ବର: ରାଜ୍ୟରେ ଆଜି ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୨୨ ଜଣ ଚିହ୍ନଟ ହୋଇଥିବାବେଳେ ୮୮ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୫୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୮ ହଜାର ୪୫୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୧୪୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୪ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୫ ଟି ଜିଲ୍ଲାରୁ ମୋଟ୍ ୨୧୦ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡରୁ ଜିଲ୍ଲାରୁ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆସନ୍ତା ୧୪ ତାରିଖ ଦିନ ମୂଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ କଳାହାଣ୍ଡି ଚଳଚଂଚଳ ହୋଇଉଠିଛି। ମୂଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଭବାନୀପାଟଣା ଠାରେ ମନ୍ତ୍ରୀ ଓ ଜିଲ୍ଲା ବାହାର ର ଏମଏଲଏ ମିଶି ପ୍ରାୟ ୬୧ ଜଣ ଡେରା ପକାଇଥିବା ଜଣାପଡିଛି। କୋଭିଡ୧୯ ପରେ ଏହା ମୂଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇଥିବା କାରଣରୁ ଏହାର ଗୁରୁତ୍ୱ ମଧ୍ୟ ବଢିଯାଇଛି। ଅନ୍ୟପକ୍ଷରେ ଆଗାମୀ ସହରାଂଚଳ ନିର୍ବାଚନ ଏବଂ ପରବର୍ତ୍ତୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖାଯାଇ ଏଭଳି ଏକ ବିଶାଳ କାର୍ଯ୍ୟକ୍ରମ କରାଯାଉଥିବା ବିଶେଷ କରି ମେଗା ଲିଫ୍ଟ ଯୋଜନାର ଲୋକାର୍ପଣ କରି ସରକାର ଚାଷୀ ମାନଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା ଚଳାଇଥିବା ରାଜନୈତିକ ବିଶେଷଜ୍ଞ ମାନେ ପ୍ରକାଶ କରୁଛନ୍ତି। ମୂଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲାପ୍ରଶାସନ ଯୋରଦାର ପ୍ରସ୍ତୃତି ଚଳାଇଥିବା ବେଳେ ସଭାସ୍ଥଳକୁ ଯିବା ପାଇଁ କୋଭିଡ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ସରକାରୀ ପଦାଧିକାରୀ, ପୋଲିସ, ଗଣମାଧ୍ୟମ ପ୍ରତିନିଧି,…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିଲେ। ଖୋର୍ଦ୍ଧା ଜିଲା ଟାଙ୍ଗୀ ଗୋଡିପାଟଣା ସାହିରେ ଏଭଳି ଏକ ଆଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ନୟାଗଡ ଜିଲା ଚଂପାଗଡ ଗ୍ରାମର ରୀନା ପ୍ରଧାନଙ୍କ ସହ ଟାଙ୍ଗୀ ଗୋଡି ପାଟଣା ସାହିର ସନ୍ତୋଷ ବିଶ୍ୱାଳଙ୍କ ସହ ଗତ ୧୫ ବର୍ଷ ତଳେ ବୈଦିକ ରୀତିରେ ବିବାହ ସଂପନ୍ନ ହୋଇଥିଲା। ଏହା ପରେ ରୀନା ଓ ସନ୍ତୋଷଙ୍କର ୨ ଟି ପୁତ୍ର ସନ୍ତାନ ମଧ୍ୟ ହୋଇଥିଲେ। ପରିବାର ଚଳାଇବାରେ ଆର୍ଥୀକ ସମସ୍ୟା ଦେଖାଦେବାରୁ ସନ୍ତୋଷ ରୋଜଗାର ଲାଗି ସୂରାଟ ପଳାଇଥିଲେ। ଏହା ପରେ ସନ୍ତୋଷଙ୍କ ପରିବାର ଲୋକେ ରୀନାଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ କରିଦେଇଥିଲେ। ଗତ ୨ ଦିନ ତଳେ ରୀନାଙ୍କୁ ଜୀବନରେ ମାରି ଦେବା ପାଇଁ ବିଷ ପିଆଇ ଦେଇଥିବା ବେଳେ ରୀନା ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୯୮୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୦୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୪ ଲକ୍ଷ ୯୫ ହଜାର ୧୪୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୫୨୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୨୯ ହଜାର ୧୧୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୧୪ ହଜାର ୫୦୭ ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ, ପୌଷ ଅମବାସ୍ୟା ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ 13, 2021 ପୌଷ ମାସର କୃଷ୍ଣ ପକ୍ଷର ଶେଷଦିନରେ ପଡୁଥିବା ଅମାବାସ୍ୟାଙ୍କୁ ପୌଷ ଅମାବାସ୍ୟା କୁହାଯାଏ। 2021 ମସିହାରେ, ପୌଷ ଅମବାସ୍ୟା ସୂର୍ଯ୍ୟଙ୍କ ଉତ୍ତରାୟଣର ଗୋଟିଏ ଦିନ ପୂର୍ବରୁ ପଡିଛି। ଜ୍ୟୋତିଷ ଶାସ୍ତ୍ରରେ ପୌଷ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ, ଏହି ମାସରେ ପଡୁଥିବା ଅମାବାସ୍ୟାଙ୍କର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ବିଶ୍ବାସ କରାଯାଏ ଯେ ପୌଷ ଅମବାସ୍ୟା ସର୍ବସମ୍ମତ, ସଫଳ ଏବଂ ପିତାମାନେ ପରିତ୍ରାଣ ପ୍ରଦାନ କରନ୍ତି। କୁହାଯାଏ ଯେ ଏହି ଦିନ ଧାର୍ମିକ କାର୍ଯ୍ୟ, ସ୍ନାନ, ଦାନ, ପୂଜା ଏବଂ ମନ୍ତ୍ର ଜପ କରିବା ଦ୍ବାରା ଇଚ୍ଛାକୃତ ଫଳାଫଳ ମିଳିଥାଏ। ପୌଷ ଅମବାସ୍ୟା ଦିନ ପୂଜାପାଠର ଶୁଭ ସମୟ, ପୂଜା ପଦ୍ଧତି ଏବଂ ଏହାର ଉପକାରିତା ଜାଣନ୍ତୁ- ପୌଷ ଅମବାସ୍ୟା ଶୁଭ ସମୟ ପୌଷ ଅମବାସ୍ୟା ତିଥିର ଆରମ୍ଭ – 12 ଜାନୁଆରୀ 2021,…
ନୂଆଦିଲ୍ଲୀ, ଜ୍ୟୋତିଷ ଶାସ୍ତ୍ରରେ, ଜଣେ ବ୍ୟକ୍ତିର ଶକ୍ତି ଏବଂ ଦୁର୍ବଳତା ଜାଣିବାର ଅନେକ ଉପାୟ ଅଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ହିନ୍ଦୁ ଧର୍ମରେ ପ୍ରତ୍ୟେକ ଜିନିଷର ବିଶେଷ ମହତ୍ତ୍ୱ ରହିଛି, ଯାହା କୁହାଯାଏ ଯେ, ରାତିରେ ଜନ୍ମ ହୋଇଥିବା ପିଲା ଦିନରେ ଜନ୍ମ ହୋଇଥିବା ପିଲାମାନଙ୍କ ଅପେକ୍ଷା ଅଧିକ ଭାଗ୍ୟବାନ ଅଟେ। ତେବେ ଆସନ୍ତୁ ଏହି ଜିନିଷକୁ ସମ୍ପୂର୍ଣ୍ଣ ବିସ୍ତୃତ ଭାବରେ ଜାଣିବା। ପ୍ରତ୍ୟେକଟି କଥା ହିନ୍ଦୁ ଧର୍ମର ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଏଥିରେ, ଜଣେ ବ୍ୟକ୍ତିଙ୍କ ଜନ୍ମ ଉପରେ ଆଧାରିତ ଗ୍ରହ ଅନୁଯାୟୀ, ତାଙ୍କ ଜୀବନର ବାହ୍ୟରେଖା ପ୍ରସ୍ତୁତ ହୋଇଥାଏ । ସେହି ଅନୁଯାୟୀ, ତାଙ୍କ ଜୀବନରେ ବିଭିନ୍ନ ପରିବର୍ତ୍ତନ ଏବଂ ବିକାଶ ଘଟେ । କୁହାଯାଏ ଯେ ରାତିରେ ଜନ୍ମ ହୋଇଥିବା ପିଲାମାନେ ଦିନରେ ଜନ୍ମ ହୋଇଥିବା ପିଲାମାନଙ୍କ ଅପେକ୍ଷା ଅଧିକ ଭାଗ୍ୟବାନ ଅଟନ୍ତି। ସେମାନେ ସେମାନଙ୍କ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଆନ୍ତି । ହିନ୍ଦୁ ବିଶ୍ୱାସ ଅନୁଯାୟୀ,…
ମେଷ କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି। ବୃଷ ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ମୋଟ ଉପରେ, ଆଜି…
ଲକ୍ଷ୍ନୌ, ନ୍ୟାସନାଲ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବା ଏନବିଆରଆଇ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟକ୍ସିକୋଲୋଜି ରିସର୍ଚ୍ଚ ବା ଆଇଆଇଟିଆର ଏବଂ ୟୁରୋଲୋଜିଷ୍ଟ ସାଲିଲ ଟଣ୍ଡନଙ୍କ ମିଳିତ ସହଯୋଗରେ କିଡନୀରେ ପଥର ହଟାଇବା ପାଇଁ ଏକ ହର୍ବାଲ ଔଷଧ ପ୍ରସ୍ତୁତ କରିଛନ୍ତି। ନୂତନ ଔଷଧର ନାମ ରହିଛି URO-05 । ପାଞ୍ଚ ବର୍ଷର ଗବେଷଣା ମାଧ୍ୟମରେ ଏହି ଔଷଧ ବିକଶିତ କରାଯାଇଛି। ଏହାର ଉତ୍ପାଦନ ପାଇଁ ଆଇଆଇଟିଆର 67 ତମ ବାର୍ଷିକ ଦିବସରେ ଏନବିଆରଆଇକୁ ହସ୍ତାନ୍ତର କରାଯାଇଥିଲା। ସଂସ୍ଥା ଯୁଦ୍ଧ କାଳିନ ଭିତ୍ତିରେ ଏହାର ଉତ୍ପାଦନ କରି ଆସନ୍ତା ଛଅ ମାସ ମଧ୍ୟରେ ବଜାରରେ ଉପଲବ୍ଧ କରାଇବ ବୋଲି ଜଣାପଡିଛି। ଏହି ଔଷଧର କ୍ଲିନିକାଲ୍ ପରୀକ୍ଷା କିଙ୍ଗ ଜର୍ଜଙ୍କ ମେଡିକାଲ୍ ୟୁନିଭରସିଟିରେ କରାଯାଇଥିଲା। ଏହି ଔଷଧ ରୋଗୀଙ୍କୁ ଖାଇବାକୁ ଦିଆଯାଇଥିଲା। ପରୀକ୍ଷା ପରେ ଏହା ବେଶ୍ ସଫଳତା ହାସଲ କରିଛି। ଆଶ୍ଚର୍ଯ୍ୟ ଜନକ ଭାବେ କିଡନରେ ପଥର ଥିବା ରୋଗୀଙ୍କର ଯନ୍ତ୍ରଣା…
ନୂଆଦିଲ୍ଲୀ, ଆଜି ତିନୋଟି ରାଶିର ବ୍ୟକ୍ତିମାନଙ୍କର ବ୍ୟବସାୟ ଆଶାତିତ ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ। ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ । ସମାନ କାମ ପାଇଁ ବାହାରକୁ ଯିବାର ସମ୍ଭାବନା ମଧ୍ୟ ଥାଇପାରେ । ପଦୋନ୍ନତି ହୋଇପାରେ । ଆପଣଙ୍କ କାର୍ଯ୍ୟରେ ଉଚ୍ଚ ପଦାଧିକାରୀମାନେ ମଧ୍ୟ ଖୁସି ହେବେ। ପିତା ଏବଂ ବୟସ୍କମାନଙ୍କଠାରୁ ଲାଭ ହେବାର ଆଶା ଅଛି । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ। ଯାନବାହାନର ଆନନ୍ଦ ମଧ୍ୟ ମିଳିବ । ସାମାଜିକ ପ୍ରସଙ୍ଗରେ ବାହାରକୁ ଯିବାର ସମ୍ଭାବନା ରହିବ । ଏକ ମନୋରମ ସ୍ଥାନରେ ରହିବାକୁ ଉପଭୋଗ କରନ୍ତୁ। ସେହି ତିନୋଟି ରାଶି ହେଉଛି କୁମ୍ଭ, ବୃଷ, ମୀନ। ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି…
ନୂଆଦିଲ୍ଲୀ, ଜାନୁୟାରୀ 13 ବୁଧବାରଠାରୁ ମା ଦୁର୍ଗା ଏହି 4 ଟି ରାଶିର ବ୍ୟକ୍ତିମାନଙ୍କ ପ୍ରତି ଅତ୍ୟନ୍ତ ଖୁସି ହେବାକୁ ଯାଉଛନ୍ତି । ଯେଉଁ କାରଣରୁ ମାତା ନିଜେ ଏହି 4 ଟି ରାଶିର ଭାଗ୍ୟକୁ ଉଜ୍ଜ୍ୱଳ କରିବାକୁ ଯାଉଛନ୍ତି । ଏହି ଚାରୋଟି ରାଶିର ଲୋକମାନେ ବୁଧବାର, ଜାନୁଆରୀ 13 ରୁ ଏକ ଭଲ ସମୟ ଆରମ୍ଭ କରିବେ। ସେମାନେ ଯାହା ଚାହାଁନ୍ତି, ତାହା ପାଇବାକୁ ଯାଉଛନ୍ତି। ଜାନୁଆରୀ 13 ବୁଧବାର ପରେ ତାଙ୍କର ସମସ୍ତ ସ୍ୱପ୍ନ ପୂରଣ ହେବ। ତେବେ ଆସନ୍ତୁ ଜାଣିବା ସେହି 4 ଟି ରାଶି କିଏ। ସେମାନେ ହେଲେ ମେଷ, ମିଥୁନ, ତୂଳା, କୁମ୍ଭ। ମାତାଙ୍କ ଅନୁଗ୍ରହରେ ଆପଣ ଏହି କ୍ଷେତ୍ରରେ ବହୁତ ଟଙ୍କା ଲାଭ କରିବେ। ଯଦି ଆପଣ ଅନେକ ଦିନ ଧରି ଚାକିରି ଖୋଜୁଛନ୍ତି, ତେବେ, ଜାନୁଆରୀ 13 ତାରିଖ ବୁଧବାରରୁ, ଚାକିରି ପାଇବାର ସମ୍ଭାବନା ଆପଣଙ୍କ ଭାଗ୍ୟରେ ଅଛି ।
କନ୍ଦର୍ପ ବେହେରା ରେଢାଖୋଲ: ସରକାର ଗରୀବ ଲୋକମାନଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ କେହି ବି ଅନାହାରରେ ରହିବେ ନାହିଁ ବୋଲି ସରକାର କେତେ କଣ ଯୋଜନା ମଧ୍ୟ କରିଛନ୍ତି। ହେଲେ ଏବେ ବି ବହୁ ଯୋଜନା ଗରୀବ ଲୋକମାନଙ୍କ ପାଖରେ ପହଂଚି ପାରୁ ନ ଥିବା ଜଣା ପଡିଛି। କିଏ ଘର ଖଣ୍ଡିଏ ପାଇଁ ପ୍ରଶାସନକୁ ଗୁହାରୀ କରୁଛି ତ ଆଉ କିଏ ଚାଏଳ ପାଇଁ ଗୁହାରୀ କରୁଛି ହେଲେ କେହି ବି ଶୁଣୁ ନାହାନ୍ତି ଗରୀବ ଲୋକଙ୍କ କଥା। ଶୁଣୁ ନାହାନ୍ତି ସେମାନଙ୍କ ବ୍ୟଥା ଆଉ ବେଦନାର କାହାଣୀ। ଏମିତି ଏକ ବ୍ୟଥା ଓ ବେଦନାର କାହାଣୀ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଶିମିଳିପାଳ ପଂଚାୟତର ଶିହିଳିଆ ଗ୍ରାମରେ ରହୁଥିବା ଜଣେ ବିଧବା ମହିଳା। ସେ ହେଲେ ବିମଳା ଦାଶ। ବୟସ ୬୫ ପାଖା ପାଖି। ସ୍ୱାମୀ କେବେଠୁ ଆର ପାରିରେ। ଛୁଆ ପିଲା କେହି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପାତ୍ରପୁର ବ୍ଲକ୍ରେ ସ୍ୱଚ୍ଛ ଭାରତ ମିଶନରେ ହୋଇଥିବା ମହାଦୁର୍ନୀତିର ତଦନ୍ତ ପାଇଁ ଗଂଜାମ ଜିଲ୍ଲା ଫରୱାର୍ଡ଼ ବ୍ଳକ୍ର ଜିଲ୍ଲା ସାଧାରଣ ସଂପାଦକ ସମରଜିତ୍ ମହାନ୍ତି ଗତ ଡ଼ିସେମ୍ବର ୧୨ ତାରିଖରେ ସରକାର ଓ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ଯଦି ଏହାର ତଦନ୍ତ ୧୫ ଦିନ ମଧ୍ୟରେ ନହୁଏ ତେବେ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ମଧ୍ୟ ସ୍ମାରକପତ୍ରରେ ଉଲ୍ଲେଖ କରିଥିଲେ। ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ ନହେବା ଯୋଗୁଁ ଶ୍ରୀ ମହାନ୍ତି ଜାନୁୟାରୀ ୧୧ ତାରିଖରେ ହାଇକୋର୍ଟରେ ସିଆର୍ଏଲ୍ଏମ୍ପି ନଂ ୨୦/୨୦୨୧ରେ ମାମଲା ରୁଜୁ କରିଛନ୍ତି। ଏଥିରେ ପଂଚାୟତରାଜ ସଚିବ, ଗଂଜାମ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଡ଼ିଆର୍ଡ଼ିଏ, ଗଂଜାମ, ବ୍ରହ୍ମପୁର ଭିଜିଲାନସ ଏସ୍ପି ଓ ପାତ୍ରପୁର ବିଡ଼ିଓଙ୍କୁ ପକ୍ଷଭୁକ୍ତ କରାଯାଇଛି। ସୂଚନାଯୋଗ୍ୟ ପାତ୍ରପୁର ବ୍ଲକ୍ରେ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ ପାଇଁ ୧୫୦୭୨ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାଦେଶ ଦିଆଯାଇଛି। ଏହାସହ ଏଲ୍ଓବିରେ…
ରମେଶ ମହାନ୍ତି ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ଜମି ଯେଉଁମାନେ ଚାଷ କରୁଛନ୍ତି ସେମାନଙ୍କୁ ୧୦ଦିନ ମଧ୍ୟରେ ନୋଟିସ୍ କରାଯିବ। ସେମାନଙ୍କ ଠାରୁ ଜମି ଚାଷ ବାବଦରେ ପଇସା ଆଦାୟ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏଥିସହିତ କୋଭିଡ୍ କଟକଣା କୋହଳ ହେଲା ପରେ ଦୋକାନ ଘର ଗୁଡିକର ଭଡା ସଂଶୋଧନ କରାଯିବ, ମା’ଙ୍କ ମନ୍ଦିର ପରିସରରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ମାର୍ଚ୍ଚ ୩୧,୨୦୨୧ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ଦିର ନିକଟରେ ଏକ ପାର୍କ ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମକୁ ଅନୁରୋଧ କରାଯିବ। ମନ୍ଦିର ସମ୍ମୁଖରେ ବନୀକରଣ ଓ ଚନ୍ଦନ ପୋଖରୀ ସ୍ୱଚ୍ଛତା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏଥିସହିତ ମା’ଶାରଳାଙ୍କ ୱେବ ପୋର୍ଟାଲ ସକ୍ରିୟ କରିବାକୁ ଜିଲ୍ଲାପାଳ…

