ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଆଜି ଅପରାହ୍ନରେ ପୋଲିସ ଟ୍ରେନିଂ ସ୍କୁଲ, ନୟାଗଡର ଦୁଇ ଜଣ କର୍ମଚାରୀ ନିଜ ପରିବାର ସହ ଚିଲିକା ଭ୍ରମଣ ପାଇଁ ଆସିଥିଲେ। ସେମାନେ ସମୁଦାୟ ୫ ଜଣ ଏକ ଟାଟା ନାନୋ କାର ଯୋଗେ ବୁଲିବାକୁ ଆସିଥିଲେ। ହେଲେ ଭ୍ରମଣ ସାରି ନୟାଗଡ ଫେରୁଥିବା ବେଳେ ନାଚୁଣୀ ଫାଣ୍ଡି ନିକଟସ୍ଥ କହେଁଇପୁର ଛକ ନିକଟରେ ସେମାନଙ୍କ କାରଟି ଅପରାହ୍ନ ୩ ଘଟିକାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେମାନଙ୍କର ନାନୋ କାରଟି ପୂର୍ବରୁ ଠିଆ ହୋଇଥିବା ଏକ ଟ୍ରଲରର ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ…
Author: Samikhsya Bureau
ନୂଆଦିଲ୍ଲୀ, ଆଜି ଦିଲ୍ଲୀ ବାର କାଉନସିଲ ଏକ ନୂଆ ନିଷ୍ପତି ଘୋଷଣା କରିଛି। ସେହି ଅନୁସାରେ ଏଣିକି ଯେଉଁମାନେ ନୂଆ ଓକିଲାତି କରିବେ ସେମାନେ ନୂଆ ଧାର୍ଯ୍ୟ ଫି ପ୍ରଦାନ କରି ସ୍ବୀକୃତ ନେବେ। ସେଥିପାଇଁ ବାର କାଉନିସ ତିନୋଟି ସ୍ଲାବ କରିଛନ୍ତି। ଏହି ନୂତନ ଫି ଜାନୁୟାରି 1 ତାରିଖରୁ ଲାଗୁ କରାଯାଇଛି ବୋଲି ବାର କାଉସିଲ କହିଛି। ସେହି ଅନୁସାରେ ଯେ ସିଧା ଗ୍ରାଜୁଏସନ କରି ଓକିଲାତି କରିବ ତାଙ୍କୁ 14 ହଜାର ଟଙ୍କା ବାର କାଉନସିଲକୁ ଫି ବାବଦକୁ ଦେବାକୁ ପଡିବ। ପୂର୍ବରୁ ଏହା 9 ହଜାର ଟଙ୍କା ଥିଲା। ସେହିପରି ଯେଉଁମାନେ ଗ୍ରାଜୁଏସନର ପାଞ୍ଚ ବର୍ଷ ପରେ ବାର କାଉନସିଲ ସହିତ ଏନରୋଲମେଣ୍ଟ ହେବେ ସେମାନଙ୍କୁ 20 ହଜାର ଟଙ୍କା ରଖାଯାଇଛି। ଏହା ଛଡା ଅନ୍ୟ ଅଭିଜ୍ଞମାନେ ତୃତୀୟ ସ୍ଲାବ ଅନୁସାରେ 35 ହଜାର ଟଙ୍କା ଫି ବାବଦକୁ ଦେବେ। ଏହି ଫି ପରିଚୟ ପତ୍ର,…
ପୁରୀ: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଆଜି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମୀକ୍ଷା ବୈଠକରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ନୀତି ନିୟମ ନିର୍ଦ୍ଧାରଣ କରାଯାଇଛି। ଜାନୁଆରୀ ୨୧ ତାରିଖରେ ସମସ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ତାରିଖରୁ ଭକ୍ତଙ୍କ ଲାଗି କୋଭିଡ଼ ନେଗେଟିଭ ରିପୋର୍ଟ ଆବଶ୍ୟକ ପଡ଼ିବ ନାହିଁ। ବୟସ୍କଙ୍କ ପାଇଁ ଅଲଗା ଧାଡି ବ୍ୟବସ୍ଥା କରାଯିବ। ଏନେଇ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି। ପୁରୀ ବାସିନ୍ଦାଙ୍କ ପାଇଁ ସକାଳୁ ୬ ଟାରୁ ୭ ଟା ପର୍ଯ୍ୟନ୍ତ ଦର୍ଶନ କରିବାକୁ ସୁଯୋଗ ମିଳିବ। ପୁରୀ ବାସିନ୍ଦା ଅନ୍ୟ ସମୟରେ ଯଦି ଦର୍ଶନ କରିବାକୁ ଚାହାନ୍ତି, ତେବେ ଧାଡିରେ ଆସି ଦର୍ଶନ କରିପାରିବେ। ପୁରୀ ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ ୭ ଟାରୁ ଦର୍ଶନ ଆରମ୍ଭ କରାଯିବ। ଗୋଟିଏ ଦିନରେ ୩୦ ହଜାର ପର୍ଯ୍ୟନ୍ତ ଭକ୍ତ ଦର୍ଶନ କରିବା ନେଇ ଅନୁମତି ମିଳିଛି। ଏସବୁ ନିୟମ…
ସିଡନୀ: ଚଳିତ ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ସିରିଜରେ ଭାରତୀୟ ଖେଳାଳିଙ୍କ ଆହତ ସମସ୍ୟା କମିବାର ନାଁ ଧରୁନି। ଜଣଙ୍କ ପରେ ଜଣେ ଭାରତୀୟ ଖେଳାଳି ଆହତ ହୋଇ ସିରିଜରୁ ବାଦ ପଡ଼ୁଛନ୍ତି। ମହମ୍ମଦ ଶମୀ, ଉମେଶ ଯାଦବ ଏବଂ କେଏଲ ରାହୁଲଙ୍କ ପରେ ଭଲ ଫର୍ମରେ ଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଆହତ ହୋଇଛନ୍ତି। ତୃତୀୟ ଟେଷ୍ଟର ତୃତୀୟ ଦିନରେ ଭାରତର ଦୁଇ ଜଣ ଖେଳାଳି ଆହତ ହୋଇଥିଲେ। ୱିକେଟ କିପର ଋଷଭ ପନ୍ତ ଏବଂ ଅଜୟ ଜାଡ଼େଜା ଆହତ ହେବା ଖବର ଭାରତୀୟ ଦଳଙ୍କୁ ଆଘାତ ଦେଇଛି। ହେଲେ ଋଷଭ ପନ୍ତ ସୁସ୍ଥ ଥିବା ବେଳେ ସେ ଆଗାମୀ ଖେଳ ଜାରି ରଖିପାରିବେ। କିନ୍ତୁ ଜାଡ଼େଜାଙ୍କୁ ଦଳରୁ ବାଦ ହେବାକୁ ପଡିଛି। ତାଙ୍କ ସ୍ଥାନରେ ଅଲରାଉଣ୍ଡର ୱାସିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇପାରେ। ପୂର୍ବରୁ ଏହି ଟେଷ୍ଟ ସିରିଜ ପାଇଁ ନେଟ୍ସ ଅଭ୍ୟାସ କରିବା ଲାଗି ତାଙ୍କୁ ରଖାଯାଇଥିଲା। ଉଲ୍ଲେଖ ଯୋଗ୍ୟ…
ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ରାଜସ୍ଥାନର ବିଜେପି ବିଧାୟକ ମଦନ ଦିଲାବର ଏକ ବିବାଦିତ ବୟାନ ଦେଇଛନ୍ତି। ଆନ୍ଦୋଳନରେ ଚିକେନ ବିରିୟାନୀ ଖୁଆଇ ବାର୍ଡ ଫ୍ଲୁ ସଂକ୍ରମଣ ବଢାଇବା ପାଇଁ ଷଡଯନ୍ତ୍ର ଚାଲିଛି ବୋଲି ଦିଲାବର କହିଛନ୍ତି। ସେଥିପାଇଁ କେନ୍ଦ୍ର ସରକାର ତୁରନ୍ତ ଏହି ଆନ୍ଦୋଳନକୁ ରୋକିବାକୁ ଚେଷ୍ଟା କରନ୍ତୁ, ଯଦ୍ୱାରା ଦେଶରେ ବାର୍ଡ ଫ୍ଲୁ ସଂକ୍ରମଣକୁ ରୋକା ଯାଇପାରିବ। ବିଜେପି ବିଧାୟକ ଦିଲାବରଙ୍କ ବୟାନ ଅନୁଯାୟୀ, ଆନ୍ଦୋଳନରେ ବସିଥିବା ଲୋକ ପ୍ରତ୍ୟେକ ଦିନ ଚିକେନ ବିରିୟାନୀ ଖାଉଛନ୍ତି। ଫଳରେ ବାର୍ଡ଼ ଫ୍ଲୁ ବ୍ୟାପିବା ଆଶଙ୍କା ବଢୁଛି। ଏପରି କିଛି ଲୋକଙ୍କୁ ଦେଶ ଚିନ୍ତା ନାହିଁ। ସେଠାରେ କୃଷକ ଆନ୍ଦୋଳନ କରାନଯାଇ ପିକିନିକ କରାଯାଉଛି। ଏହା ସହିତ କୃଷକ ଆନ୍ଦୋଳନରେ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରିଛନ୍ତି ବିଜେପି ବିଧାୟକ ଦିଲାବର। ସେମାନଙ୍କ ମଧ୍ୟରେ ଚୋର, ଲୁଟେରା, ଆତଙ୍କବାଦୀ, ଏବଂ ଚାଷୀ ବିରୋଧୀ ଲୋକ…
ଭୁବନେଶ୍ବର: ରାଜ୍ୟରେ ଆଜି ୨୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୫୧ ଜଣ ଚିହ୍ନଟ ହୋଇଥିବାବେଳେ ୧୦୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୮୬୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୭ ହଜାର ୮୦୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୧୧୫ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୧ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍ ୨୬୦ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡରୁ ଜିଲ୍ଲାରୁ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୬୪୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୦୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୪ ଲକ୍ଷ ୫୦ ହଜାର ୨୮୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୦ ହଜାର ୯୯୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୫ ହଜାର ୯୫୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୨୩ ହଜାର ୩୩୫ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ଆଜି ମଧ୍ୟାହ୍ନରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟର ବୈଠକ। ବର୍ତ୍ତମାନ କିଛିଦିନ ଶ୍ରୀମନ୍ଦିର ସର୍ବସାଧାରଣ ଦର୍ଶନ କରିବାକୁ ଛଡାଯାଇଛି। ଏହି ଭିତରେ କଣ ରହଛି ସ୍ଥିତି ଓ ବ୍ୟବସ୍ଥା ସେ ନେଇ ଏହି ବୈଠକରେ ସମକ୍ଷା କରାଯିବ। ଯାହା ଜଣାପଡୁଛି ଭକ୍ତମାନେ ସୁବିଧାରେ ଦର୍ଶନ କରିବା ପାଇଁ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି କରିପାରନ୍ତି। ଜଗା ଦର୍ଶନ ପାଇଁ ଭକ୍ତମାନଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଆଣିବା ପାଇଁ ବାଧାୟ କରାଯାଇଛି। ଯେଉଁଥିପାଇଁ ଭକ୍ତମାନେ ତାହା ଆଣିବା କଷ୍ଟକର ବ୍ୟାପାର ହୋଇପଡିଛି। ଅନ୍ୟପକ୍ଷରେ ଫେକ ରିପୋର୍ଟ ମଧ୍ୟ ବଜାରରେ ଉପଲବ୍ଣ ହେବାରେ ଲାଗିଛି। ସେଥିପାଇଁ ଏହି କଟକଣାକୁ ଉଠାଇ ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି।
ନୂଆଦିଲ୍ଲୀ, ଦେଶରେ କୋଭିଡ-୧୯ର ସ୍ଥିତି ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ଟୀକାକରଣର ପ୍ରସ୍ତୁତି ସମୀକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ୟାବିନେଟ୍ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ସ୍ୱାସ୍ଥ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ବିସ୍ତୃତ ସମୀକ୍ଷା ପରେ ସ୍ଥିର ହୋଇଥିଲା ଯେ ଆଗକୁ ପଡୁଥିବା ଲୋହରୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ମାଘ ବିହୁ ଆଦି ପର୍ବ ପର୍ବାଣୀକୁ ଦୃଷ୍ଟିରେ ରଖି ଜାନୁଆରୀ ୧୬ରୁ କୋଭିଡ-୧୯ ଟୀକାଦାନ ଆରମ୍ଭ ହେବ । କୋଭିଡ ପରିଚାଳନା ଓ ଏ ସଂକ୍ରାନ୍ତ ଅନ୍ୟାନ୍ୟ ପ୍ରସଙ୍ଗର ସ୍ଥିତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ। ସୁରକ୍ଷା ଓ ପ୍ରତିରୋଧକଶକ୍ତି ପ୍ରମାଣିତ କରିଥିବା ଦୁଇଟି ଟୀକା କୋଭିସିଲ୍ଡ ଏବଂ କୋଭାକ୍ସିନ ର ଜରୁରୀକାଳୀନ ବ୍ୟବହାର କିମ୍ବା ତ୍ୱରିତ ଅନୁମୋଦନ ଲାଗି ଜାତୀୟ ନିୟନ୍ତ୍ରକ ମଞ୍ଜୁର କରିଛନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ…
ନୂଆଦିଲ୍ଲୀ, ଯଦି କୈଣସି ଘରର କୋଣ ରାସ୍ତା ଆଡକୁ ଥାଏ ତେବେ ଏହା ଅତ୍ୟନ୍ତ କ୍ଷତିକାରକ ବୋଲି ବିବେଚନା କରାଯାଏ। ଫେଙ୍ଗ୍ ସୁଇରେ ଏହା କ୍ଷତିକାରକ ବୋଲି ବିବେଚନା କରାଯାଇଛି । ନକାରାତ୍ମକ ଶକ୍ତି ଏପରି ପରିସ୍ଥିତିରେ ନକାରାତ୍ମକ ଶକ୍ତି ଜନ୍ମ ହୁଏ, ଯାହା ପରିବାର ପାଇଁ ବହୁତ ଯନ୍ତ୍ରଣାଦାୟକ ଅଟେ । ଏହି ପରିସ୍ଥିତି ଅତ୍ୟନ୍ତ ଯନ୍ତ୍ରଣାଦାୟକ, ତେବେ ଏହାର ସମାଧାନ ରହିଛି , ଯାହା ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । ଏହାର ସମାଧାନ ହେଉଛି ଘରର ଝରକା ଉପରେ ପରଦା କିମ୍ବା ପ୍ଲାଷ୍ଟିକ୍ ବ୍ଲେଡ୍ ରଖନ୍ତୁ । ବିଶେଷକରି ଶୋଇବା ଘର ଝରକାରେ ଏହା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ, ନକାରାତ୍ମକ ଶକ୍ତିରୁ ଉତ୍ପନ୍ନ ତ୍ରୁଟି ଦୂର ହୋଇପାରିବ। ଯଦି ଆପଣ ଏହି ପ୍ରତିକାର ଗ୍ରହଣ ନକରନ୍ତି, ତେବେ ନକାରାତ୍ମକ ପ୍ରଭାବ ଆପଣଙ୍କ ଘରେ ରହିପାରେ ।
ନୂଆଦିଲ୍ଲୀ, ରବିବାରର ପ୍ରକୃତି ହେଉଛି ଶୁଭ୍ର। ରବିବାର ହେଉଛି ସୂର୍ଯ୍ୟଙ୍କର ଦିନ। ଏହା ମଧ୍ୟ ଭଗବାନ ବିଷ୍ଣୁ ଏବଂ ସୂର୍ଯ୍ୟଦେବଙ୍କ ଦିନ। ହିନ୍ଦୁ ଧର୍ମରେ ଏହା ସର୍ବୋତ୍ତମ ଦିନ ବୋଲି ବିବେଚନା କରାଯାଏ। ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦ୍ରୁତତା ପାଇବା ପାଇଁ ରବିବାର ଉପବାସ କରିବା ଉଚିତ୍ । ରବିବାରର ଛୁଟିଦିନ ବୋଲି ଘୋଷଣା କରାଯାଉଥିବାରୁ ସପ୍ତାହର ପ୍ରଥମ ଦିନ ସୋମବାର ବୋଲି ବିବେଚନା କରାଯାଏ। କିନ୍ତୁ ବାସ୍ତବରେ, ରବିବାର ହେଉଛି ସପ୍ତାହର ପ୍ରଥମ ଦିନ। ଜାଣନ୍ତୁ ରବିବାର ଦିନ କେଉଁ ସାତୋଟି କାମ କରିବା ଉଚିତ ନୁହେଁ 1- ଏହି ଦିନ ପଶ୍ଚିମ ଏବଂ ବାୟୁ ଦିଗରେ ଯାତ୍ରା କରନ୍ତୁ ନାହିଁ । ଯଦି ଏହି ଦିଗରେ ଯାତ୍ରା କରିବା ଆବଶ୍ୟକ ହୁଏ, ତେବେ ରବିବାର ଦିନ ଡାଲିଆ, ଘିଅ କିମ୍ବା ପାନ ଖାଇ କିମ୍ବା ପଛକୁ ପାଞ୍ଚ ହାତ ଚାଲିବା ପରେ ଏହି ଦିଗକୁ ଯାଆନ୍ତୁ, କାରଣ ଏହି…
ମେଷ- ଶାରୀରିକ ଭାବରେ ବ୍ୟସ୍ତ ରହିବେ। କାମରୁ ପଛକୁ ଯାଆନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ । ଆପଣଙ୍କର ଆୟ ବୃଦ୍ଧି ପାଇବ। ପିଲାମାନଙ୍କର ଅଗ୍ରଗତିରେ ଖୁସି ହୋଇପାରନ୍ତି। ଆପଣ ବ୍ୟବସାୟରେ ନୂତନ ଯୋଜନା କରିପାରିବେ । ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଆପଣଙ୍କର ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ବୃଷ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ । ଆଜି ପାଇଁ ଦିନଟି ସ୍ୱାଭାବିକ। ସାଥୀ ଆପଣଙ୍କର ଅନୁଭବ ବୁଝିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ ।…
ଭୁବନେଶ୍ବର, ମତ୍ସ୍ୟଚାଷ ପ୍ରତି ଗ୍ରାମୀଣ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ମତ୍ସ୍ୟ ବିଜ୍ଞାନୀମାନେ ଉଦ୍ୟମ କରିବା ଉଚିତ ବୋଲି କେନ୍ଦ୍ର ମତ୍ସ୍ୟ, ପଶୁପାଳନ, ଡାଏରୀ ଏବଂ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି । ଆଜି ସେ ଭୁବନେଶ୍ୱର ଉପକଣ୍ଠସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ଏବଂ ଗବେଷଣା ପରିଷଦ ଅଧୀନରେ ଥିବା କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ଅବସରରେ ବୈଜ୍ଞାନିକମାନଙ୍କ ସହିତ ଆଲୋଚନା ପ୍ରସଙ୍ଗରେ କହିଛନ୍ତି ଯେ, ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଦୀର୍ଘସ୍ଥାୟୀ ଏବଂ ଉତ୍ପାଦନଭିତ୍ତିକ ଗବେଷଣା ହେବା ଉଚିତ । ଏହି ପ୍ରସଙ୍ଗରେ ସେ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ ରାଜ୍ୟ ଏବଂ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ସହିତ ମଧୁରଜଳ ମତ୍ସ୍ୟଚାଷ ସମ୍ପର୍କୀତ କୌଶଳକୁ ଚାଷୀମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରାଯିବା ଉଚିତ ବୋଲି କହିଛନ୍ତି । ବୈଜ୍ଞାନିକମାନଙ୍କ ସହିତ ଆଲୋଚନା…
ନୂଆଦିଲ୍ଲୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏଥିପାଇଁ ଆଜି ଏକ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଛି । ୨୦୨୧ ଜାନୁଆରୀ ୨୩ରୁ ଆରମ୍ଭ ହେବାକୁ ଯାଉଥିବା ଏକବର୍ଷ ବ୍ୟାପୀ ଉକ୍ତ ସ୍ମାରକୀ କାର୍ୟ୍ୟକ୍ରମ ବାବଦରେ ଏହି ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ଗ୍ରହଣ କରିବ । ବିଶିଷ୍ଟ ନାଗରିକ, ଐତିହାସିକ, ଲେଖକ, ବିଶେଷଜ୍ଞ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ସଦସ୍ୟ ଏବଂ ଆଜାଦ ହିନ୍ଦ ଫୌଜ (ଆଇଏନଏ) ସହ ଜଡ଼ିତ ବିଶିଷ୍ଟ ବ୍ୟକ୍ତିମାନେ ଏହି କମିଟିର ସଦସ୍ୟ ରହିଛନ୍ତି । ଏହି କମିଟି ଦିଲ୍ଲୀ, କୋଲକାତା ଓ ନେତାଜୀ ଏବଂ ଆଜାଦ ହିନ୍ଦ ଫୌଜ ସହ ଜଡ଼ିତ ଅନ୍ୟ ସ୍ଥାନଗୁଡ଼ିକରେ, ଉଭୟ ଭାରତ ଏବଂ ବିଦେଶରେ ସ୍ମରଣୀୟ କାର୍ୟ୍ୟକ୍ରମ ପାଇଁ ମାର୍ଗଦର୍ଶନ କରିବ। ଏହି କମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଦୁଇ ଦିନିଆ ପ୍ରଥମ ଓଡ଼ିଶା ଅନ୍ତର୍ଜାତୀୟ କର୍ମଶାଳା ‘ଇଲେକ୍ଟ୍ରିକାଲ୍ ପାୱାର ଇଞ୍ଜିନିୟରିଂ, କମୁନିକେସନ୍ ଆଣ୍ଡ କମ୍ପ୍ୟୁଟିଙ୍ଗ୍ ଟେକ୍ନୋଲୋଜି’ (ଓଡିକନ୍-୨୦୨୧)ର ଆୟୋଜନ କରାଯାଇଥିବା ବେଳେ ଏହି କର୍ମଶାଳାରେ ରିନ୍ୟୁଏବଲ୍ ଏନର୍ଜି ଏବଂ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ ଭଳି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଅଧିନସ୍ଥ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିବା ଏହି ଭର୍ଚୁଆଲ୍ କର୍ମଶାଳା ଶନିବାର ଶେଷ ହୋଇଛି। ଗବେଷକ, ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଗବେଷକ ଛାତ୍ରଛାତ୍ରୀଙ୍କୁ ଏକାଠି କରିବା ସହ ସେମାନଙ୍କ ଅନୁଭୂତିର ଆଦାନପ୍ରଦାନ, ନୂତନ ଚିନ୍ତାଧାରା ସମ୍ପର୍କିତ ଆଲୋଚନା ଏବଂ ଇଞ୍ଜିନିୟରିଂ, ବିଜ୍ଞାନ ଓ ପ୍ରଯୁକ୍ତି, ବିଶେଷ ଭାବରେ ସଷ୍ଟେନେବୁଲ୍ ଆଣ୍ଡ କ୍ଲିନ୍ ଏନର୍ଜି ଦିଗକୁ ନେଇ ଅଧିକ ଆଲୋଚନା କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ସୂଚନା…
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୪୧, ଅନୁଗୁଳରୁ ୩୧, ସମ୍ବଲପୁରରୁ ୨୬, ନୂଆପଡାରୁ ୨୬, ସୁନ୍ଦରଗଡରୁ ୧୯, ବାଲେଶ୍ବରରୁ ୧୫, ଯାଜପୁରରୁ ୧୫, ମୟୂରଭଞ୍ଜରୁ ୧୫, ବରଗଡରୁ ୧୪, ଝାରସୁଗୁଡାରୁ ୧୪, ଖୋର୍ଦ୍ଧାରୁ ୧୪, କେନ୍ଦ୍ରାପଡାରୁ ୧୦, ବଲାଙ୍ଗୀରିରୁ ୧୩, କେନ୍ଦ୍ରାପଡାରୁ ୧୦, ଜଗତସିଂହପୁରରୁ ୫, ଗଞ୍ଜାମରୁ ୩, କଳାହାଣ୍ଡିରୁ ୨, ନୟାଗଡରୁ ୨, ସୋନପୁରରୁ ୨, ମାଲକାନାଗିରିରୁ ୧ ଏବଂ ଷ୍ଟେଟପୁଲରୁ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୭ ହଜାର ୮୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୬୦୨ କୁ ବୃଦ୍ଧି ହୋଇଛି। ତେବେ ୧…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୨ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୩୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୨୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
କଲମ୍ବୋ: ଶ୍ରୀଲଙ୍କାର ଏକ ଗବେଷକ ଦଳ ଗବେଷଣା କରି ଦାବି କରିଛନ୍ତି ଯେ ଶ୍ରୀଲଙ୍କାରେ ଏପରି ୫୦ ଟି ସ୍ଥାନ ମିଳିଛି ଯାହା ରାମାୟଣ ସହିତ ଜଡିତ। ସେହି ସ୍ଥାନଗୁଡିକ ମଧ୍ୟରୁ ଗୋଟିଏ ହେଉଛି ରନାଗିଲର ଗୁମ୍ଫା, ଯେଉଁଠାରେ ଆଜି ମଧ୍ୟ ରାବଣର ଶବ ସଂରକ୍ଷିତ ରଖାଯାଇଛି ବୋଲି ଦାବି କରାଯାଇଛି। ଶ୍ରୀଲଙ୍କାର ଆନ୍ତର୍ଜାତୀୟ ରାମାୟଣ ସର୍ବେକ୍ଷଣ କେନ୍ଦ୍ର ଏବଂ ସେଠାକାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଏହି ଆବିଷ୍କାର କରାଯାଇଛି। ତଥାପି, ଏହାକୁ କେହି ନିଶ୍ଚିତ କରି ନାହାଁନ୍ତି। ଏହା ଜଣାପଡିବା ପରେ କିଛି ଟିଭି ଚ୍ୟାନେଲ ସେହି ସ୍ଥାନକୁ ଯାଇ ରାବଣର ଶରୀର ସେଠାରେ ଅଛି ବୋଲି ଦାବୀ କରିଛନ୍ତି। କୁହାଯାଏ ଯେ ରାମ ଏବଂ ରାବଣ ଯୁଦ୍ଧ ଖ୍ରୀଷ୍ଟପୂର୍ବ ୫୦୦୦ ମସିହାରେ ହୋଇଥିଲା। ବାଲ୍ମୀକ ରାମାୟଣରେ ଉଲ୍ଲେଖ କରାଯାଇଥିବା ଗ୍ରହ ନକ୍ଷତ୍ରଗୁଡିକର ସ୍ଥିତି ଅନୁଯାୟୀ, ରାମ ଖ୍ରୀଷ୍ଟପୂର୍ବ ୫୦୭୬ ମସିହାରେ ରାବଣକୁ ହତ୍ୟା କରିଥିବା ଜଣାପଡିଛି। ସେହି ଦିନଠାରୁ ରାବଣର…
ଜାକର୍ତ୍ତା: ଇଣ୍ଡୋନେସିଆରେ ଏକ ବିମାନ ନିଖୋଜ ହୋଇଥିବା ସୂଚନା ମିଳୁଛି। ଇଣ୍ଡୋନେସିଆର ବୋଇଂ ୭୩୭-୫୦୦ କ୍ଲାସିକ ବିମାନ ନିଖୋଜ ହୋଇଥିବା ଖବର ମିଳୁଛି। ଏହି ବିମାନ ଜାକର୍ତ୍ତାରୁ ପୋଣ୍ଟିୟାନକକୁ ଯାତ୍ରା ଆରାମ୍ଭ କରିଥିଲା। ଜାକର୍ତ୍ତାରୁ ମାତ୍ର ୪ ମିନିଟ ଉଡ଼ାନ ଆରମ୍ଭ କରି ପ୍ରାୟ ୧୦ ହଜାର ଫୁଟ ଉଚ୍ଚତା ପରେ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ୫୬ ଯାତ୍ରୀ ସହ ୬ ଜଣ କ୍ରୁ ସଦସ୍ୟ ବିମାନରେ ଯାତ୍ରା କରୁଥିଲେ। ଏହି ବିମାନ ୬:୩୭ ମିନିଟରେ ଉଡାନ ଆରମ୍ଭ କରି ୬:୪୦ ମିନିଟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହି ବିମାନ ୨୬ ବର୍ଷ ପୁରୁଣା ଏବଂ ଏହା ୧୯୯୪ ମେ ମାସରେ ପ୍ରଥମ ଉଡାନ ଆରମ୍ଭ କରିଥିଲା।
ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରୁ କରୋନା ଟିକାକାରଣ ଆରମ୍ଭ ହେବ। ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ୨୭ କୋଟି ଲୋକଙ୍କୁ ଟିକାକାରଣରେ ସାମିଲ କରାଯିବ। ଏହି ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସ୍କ ଏବଂ ରୋଗାକ୍ରାନ୍ତ ଲୋକଙ୍କୁ ଟିକା ଦିଆଯିବ। ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଟିକାକାରଣ ନେଇ ନିଷ୍ପତ୍ତି ହୋଇଛି। ଏହି ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସାମିଲ ଥିଲେ।
ଭୁବନେଶ୍ୱର: ବିଶିଷ୍ଟ କାର୍ଡିଓଭାସ୍କୁଲାର ଥୋରାସିକ୍ ସର୍ଜନ ଡଃ ବନ ବିହାରୀ ମିଶ୍ର ସିନିୟର କନ୍ସଲ୍ଟାନ୍ଟ ଭାବେ ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଇଛନ୍ତି। ଡଃ ମିଶ୍ରଙ୍କର ବିଭିନ୍ନ କର୍ପୋରେଟ୍ ହସ୍ପିଟାଲ୍ରେ ୧୩ ବର୍ଷର କାର୍ଯ୍ୟ କରିବା ଅଭିଜ୍ଞତା ରହିଥିବା ବେଳେ ସେ ବାଇପାସ୍ ସର୍ଜରୀ (ବିଶେଷ କରି ବିଟିଂ ହାର୍ଟ), ଟୋଟାଲ୍ ଆର୍ଟେରିଆଲ୍ ବାଇପାସ୍, ଭାଲ୍ଭ ରିପେୟାର୍ ଆଣ୍ଡ ରିପ୍ଲେସ୍ମେଂଟ, ଆରିଥମିଆ ସର୍ଜରୀ, କାର୍ଡିଆକ୍ ସର୍ଜରୀ, ସର୍ଜରୀ ଫର ଆୟୋରଟିକ୍ ଆନ୍ୟରିଜିମ୍ ଆଣ୍ଡ ପେରିଫେରାଲ୍ ଭାସ୍କୁଲାର ସର୍ଜରୀ, ଭାରିକୋଜ୍ ଭେନ୍ ସର୍ଜରୀ, ଲଙ୍ଗ ସର୍ଜରୀ ଏବଂ ଅନେକ ଜଟିଳ ହାର୍ଟ ସର୍ଜରୀ କରିବାରେ ସଫଳତା ହାସଲ କରିଛନ୍ତି। ଡଃ ମିଶ୍ର ଏଭଳି ଜଣେ ସର୍ଜନ୍ ଯିଏକି ନିଜ କାର୍ଯ୍ୟକୁ ନେଇ ଉତ୍ସାହିତ ଥାଆନ୍ତି ଏବଂ ରୋଗୀଙ୍କ ସୁସ୍ଥତା ପ୍ରତି ସଂପୂର୍ଣ୍ଣ ଧ୍ୟାନ ଦେଇଥାନ୍ତି। ସେ କାନ୍ପୁର ସ୍ଥିତ ଜିଏସ୍ଭିଏମ୍ ମେଡିକାଲ୍ କଲେଜରୁ ଜେନେରାଲ ସର୍ଜରୀରେ ପୋଷ୍ଟ ଗ୍ରାଜୁଏସନ୍ କରିଥିବା ବେଳେ ନୁଆଦିଲ୍ଲୀ…

