ଖୋର୍ଦ୍ଧା: ଖୋର୍ଦ୍ଧା ବାଇପାସ ନିକଟସ୍ଥ ଜାତୀୟରାଜପଥରୁ ୧ କିଲୋ ୩୧୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। କ୍ରାଇମବ୍ରାଞ୍ଚର ସ୍ଵତନ୍ତ୍ର ଟାସ୍କ ଫୋର୍ସ ରେଡ କରି ୧ କିଲୋ ୩୧୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ବ୍ରାଉନ ସୁଗାର ଜବତ ସହ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସେକ୍ ଅନୱାର।
Author: Samikhsya Bureau
ମୁମ୍ବାଇ: ବିଏମସି ପକ୍ଷରୁ ଆଉ ଜଣେ ଅଭିନେତାଙ୍କ ଉପରେ ଥାନରେ ଅଭିଯୋଗ ହୋଇଛି। କାରୋନା ସମୟରେ ପ୍ରବାସୀଙ୍କ ପାଇଁ ବାସ୍ତବ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ଉପରେ ବିଏମସି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସୋନୁ ସୁଦ ବିନା ଅନୁମତିରେ ନିଜଗୃହକୁ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ କରିଛନ୍ତି। ମୁମ୍ବାଇ ଜୁହୁସ୍ଥିତ ତାଙ୍କର ଛଅ ମହଲା ବିଶିଷ୍ଟ ଘରକୁ ସୋନୁ ସୁଦ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ କରିଛନ୍ତି। ତାଙ୍କ ଘରକୁ ସେ ବିନା କୌଣସି ଅନୁମତିରେ ହୋଟେଲରେ ପରିଣତ କରିଦେଇଥିବା ବିଏମ୍ସି ଅଭିଯୋଗ କରିଛି। ସେପଟେ ଏହି ଅଭିଯୋଗରେ ସୋନୁ ମଧ୍ୟ ତାଙ୍କ ପକ୍ଷ ରଖିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ବ୍ୟବସାୟିକ ପ୍ରତିଷ୍ଠାନ ତଥା ୟୁଜର ପରିବର୍ତ୍ତନ ପାଇଁ ବିଏମ୍ସିକୁ ସେ ଅନୁମତି ମାଗିଥିଲେ। କିନ୍ତୁ କରୋନା ଯୋଗୁଁ ମହାରାଷ୍ଟ୍ର କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ଅନୁମତି ମିଳିପାରିନାହିଁ। ସେ ଏବେ ବି ଅନୁମତି…
ମାହାଙ୍ଗା: ବିଜେପିର ରାଜ୍ୟ ପ୍ରଭାରୀ ଡି. ପୁରେନ୍ଦିଶ୍ଵରୀ ଆଜି ମାହାଙ୍ଗା ଗସ୍ତ କରିଛନ୍ତି। ସେଠାରେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କ ହତ୍ୟାଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ କଡ଼ା ସମାଲୋଚନା କରିଛନ୍ତି। କଟକର ନୃର୍ତ୍ତାଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୁରନ୍ଦେଶ୍ଵରୀ ରାଜ୍ୟସରାକାରଙ୍କୁ ଟାର୍ଗେଟ କରିଥିଲେ। ଦୁର୍ନୀତିରେ ରାଜ୍ୟ ସରାକର ବୁଡି ରହିଛି ବୋଲି ସେ ଅଭିଯୋଗ କରିଥିଲେ। ବିଜେପିନେତା କୁଳମଣି ଏବଂ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କାହିଁକି ଗିରଫ କରାଯାଉନି। ଏତଲାରେ ପ୍ରତାପଙ୍କ ନାମ ଉଲ୍ଲେଖ ହୋଇଥିଲେ ମଧ୍ୟ କାହିଁକି ଗିରଫ କରାଯାଉନି ବୋଲି ପୁରେନ୍ଦେଶ୍ଵରୀ ପ୍ରଶ୍ନ କରିଥିଲେ। ବର୍ଷକ ତଳେ ବିକାଶ ଜେନାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ପିଏମ ଆବାସ ଯୋଜନା ଦୁର୍ନୀତି ଉଠାଇବା ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଆଉ ଏବେ ସେହି ସମାନ ଦୁର୍ନୀତି ଉଠାଇବା ପରେ କୁଳମଣି ଓ ଦିବ୍ୟସିଂହଙ୍କୁ ମଧ୍ୟ ହତ୍ୟା କରାଗଲା। ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର, କରୋନା କଟକଣା ଭିତରେ ରିଲିଜ ହୋଇଯାଇଛି ମ୍ୟୁଜିକ ଭିଡ଼ିଓ ‘ସ୍ଲୋ ମୋଶନ ଚାଲି। ଏହା ହେଉଛି ଏକ କ୍ଲବ ଗୀତ। ନିଉ ଇଅର ଡାନ୍ସ ନମ୍ବର କୁହାଯାଉଥିବା ଏହି ପାର୍ଟି ସଙ୍ଗର ବିଶେଷତ୍ୱ ହେଉଛି ଏହା ସମ୍ପୂର୍ଣ୍ଣ ବଲିଉଡ ଶୈଳୀରେ ନିର୍ମିତ ହୋଇଛି। ଏଥିରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ମିସ ଇଣ୍ଡିଆ ଚାର୍ମିଙ୍ଗ ଟାଇଟଲ ବିଜୟିନୀ ପ୍ରିୟଙ୍କା ମହାପାତ୍ର । ତାଙ୍କ ସହିତ ଅଭିନୟ କରିଛନ୍ତି ନରେଶ କୁମାର ବେହେରା, ଅରୁଣ କୁମାର ଜାନି, ରିତେଶ କୁମାର ସ୍ୱାଇଁ ଏବଂ ଅତିଥି ଭୂମିକାରେ ଅଭିନେତ୍ରୀ ସମ୍ମାନିତା ଦାଶ। ୟୁନିକ ଥ୍ରୀ ବ୍ୟାନରରେ ମୁକ୍ତିଲାଭ କରିଥିବା ଏହି ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ମୌସମ ସାହୁ । ଏହା ଏକ ନୃତ୍ୟ ଭିତ୍ତିକ ମ୍ୟୁଜିକ ଭିଡ଼ିଓ ହୋଇଥିବା ବେଳେ ଏଥିରେ ଉଲ୍ଲେଖନୀୟ ଅଭିନୟ ଓ ନୃତ୍ୟ ପ୍ରଦର୍ଶନ କରିଛନ୍ତି ଏହି ପାଞ୍ଚ କଳାକାର। ସିଙ୍ଗିଙ୍ଗ ସେନ୍ସେସନ କୁଲଦୀପଙ୍କ କଣ୍ଠରେ ଏହାକୁ ରେକର୍ଡ…
ଖୋର୍ଦ୍ଧା: ଖୋର୍ଦ୍ଧାରେ କୁକୁଡ଼ା ମଡକ ଘଟଣା ସାମ୍ନାକୁ ଆସିଛି। ଫାର୍ମରେ ଶହ ଶହ କୁକୁଡ଼ା ମରିଥିବା ଖବର ଶୁଣିବାକୁ ମିଳୁଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗୋବିନ୍ଦପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ କୁକୁଡ଼ା ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଭୁବନେଶ୍ବର: ରାଜ୍ୟରେ ଆଜି ୨୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୩୪ ଜଣ ଚିହ୍ନଟ ହୋଇଥିବାବେଳେ ୯୬ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୧୫୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୭ ହଜାର ୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୨୦୨ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ମୋଟ୍ ୨୩୧ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ…
ସିଡନୀ: ସିଡନୀଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଖେଳ ଜାରି ରହିଛି। ଏହି ମ୍ୟାଚରେ ଖେଳ ପରିଚାଳନା କରୁଛନ୍ତି ଜଣେ ମହିଳା। ଆନ୍ତର୍ଜାତୀୟ ଟେଷ୍ଟ ପରିଚାଳନ କରିବା ପ୍ରଥମ ମହିଳା ଅଧିକାରୀ ଭାବେ କ୍ଲେୟାର ପୋଲୋସାକ ଗୌରବ ଲାଭ କରିଛନ୍ତି। ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ଓ୍ୱେଲସର ୩୨ ବର୍ଷୀୟ ପୋଲୋସାକ ମ୍ୟାଚରେ ଚତୁର୍ଥ ଅମ୍ପାୟାରର ଭୂମିକା ତୁଲାଉଛନ୍ତି। ଏହାପୂର୍ବରୁ ମଧ୍ୟ ସେ ପୁରୁଷ ଏକଦିବସୀୟ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଅମ୍ପାୟାରିଂ କରୁଥିବା ପ୍ରଥମ ମହିଳା ଅମ୍ପାୟାର ଭାବେ ଉପଲବ୍ଧି ହାସଲ କରିଥିଲେ।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୦ ହଜାର ୩୪୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୨୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩ ଲକ୍ଷ ୯୫ ହଜାର ୨୭୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୦ ହଜାର ୩୩୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୬ ହଜାର ୯୫୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୨୮ ହଜାର ୮୩ ଆକ୍ଟିଭ୍ କେସ୍ ରହିଛି।
କଟକ, ଓଡିଶାର କଟକ ସହର ବର୍ତ୍ତମାନ ନକିଲ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି। କାରଣ ଦିନକୁ ଦିନ ବିଭିନ୍ନ ନକଲି ସାମଗ୍ରୀ ଜବତ ହେବାରେ ଲାଗିଛି। ପୂର୍ବରୁ ନକଲି ଘିଅ, ନକଲି ଛେନା, ନକଲି ଗୁଟୁକା ପ୍ରଭୃତି ଜବତ କରାଯାଇଛି। ଏବେ ବର୍ତ୍ତମାନ ଆସିଲାଣି ନକଲି ଚା ପତି। କଟକର ସଦର ପୋଲିସ ପକ୍ଷରୁ ଚଢାଉ କରି ଏହି ନକଲି ଚା ପତି ଜବତ କରାଯାଇଛି। ଯାହାର ପରିମାଣ ପ୍ରାୟ 55.5 କ୍ବିଣ୍ଟାଲ ବୋଲି ଜଣାପଡିଛି। ଏହାକୁ ଯଦି ସେମାନେ ବଜାରରେ ବିକ୍ରି କରିଥାଆନ୍ତେ ତେବେ ଏହାର ମୂଲ୍ୟ 15 ଲକ୍ଷ ଟଙ୍କା ହୋଇଥାଆନ୍ତା ବୋଲି ଜଣାପଡିଛି। ଏ ନେଇ ପୋଲିସ ଏହାର ମାଲିକ ସୁରେଶ ବିଶ୍ବାଳକୁ ଗିରଫ କରିଛି। ସେ କଟକ ସୁଭଦ୍ରାପୁରର ବାସିନ୍ଦା। ତାକୁ ପଚରାଉଚୁରା କରିବା ବେଳେ ଜଣାପଡିଛି ଯେ ସେ ବିଭିନ୍ନ ନାମକରା କଂପାନୀର ଲୋଗୋକୁ ବ୍ୟବହାର କରି ପାଉଚ ତିଆରି କରିଥାଏ। ସେଥିରେ ସେ ବିଭିନ୍ନ…
କଟକ, ଆଜିଠାରୁ କଟକର ସମସ୍ତ ଧର୍ମ ଅନୁଷ୍ଠାନ ଖୋଲାଯାଇଛି। କୋଭିଡ ପାଇଁ ଦୀର୍ଘ ନଅ ମାସ ଧରି ସମସ୍ତ ମନ୍ଦିର ବନ୍ଦ ରହିଥିଲା। ତେବେ ଭକ୍ତମାନେ କୋଭିଡ କଟକଣା ଭିତରେ ଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିର ଭିତରକୁ କେବଳ ଦୁଇ ଜଣ ଭକ୍ତଙ୍କୁ ପ୍ରବେଶ ଅନୁମତି ରହିଛି। ସେହିପରି ପୂଜାରୀ ଓ ଭକ୍ତଙ୍କ ମଧ୍ୟରେ ଦୂରତା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସାଇନଟାଇଜେସନ ଏବଂ ମାସ୍କ ପିନ୍ଧାକୁ ଗୁରୁତ୍ବ ଦିଆଯାଇଛି। କୌଣସି ମନ୍ଦିର କର୍ତ୍ତୁପକ୍ଷ ଯଦି ଏଥିରେ ଖିଲାଫ କରନ୍ତି ତେବେ ସେ ମନ୍ଦିରକୁ ପୁଣି ଥରେ ବନ୍ଦ କରିଦିଆଯିବ ବୋଲି ଚେତାବନି ଦିଆଯାଇଛି। କଟକର ପ୍ରସିଦ୍ଧ ଚଣ୍ଡି ମନ୍ଦିରରେ ଭକ୍ତମାନେ ଯେପରି କଟକଣା ଭିତରେ ଦର୍ଶନ କରିପାରିବେ ସେ ନେଇ ବନ୍ଦୋବସ୍ତ କରାଯାଇଛି। ମନ୍ଦିର ଭିତରକୁ ଯିବା ପୂର୍ବରୁ ସାଇନିଟାଇଜେସନ ଏବଂ ମାସ୍କ ପିନ୍ଧିବାକୁ ଗୁରୁତ୍ବ ଦିଆଯାଇଛି। ତେବେ ଆଜି ସକାଳୁ ମନ୍ଦିରରେ ସେମିତି ଭିଡ ପରିଲକ୍ଷିତ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ-ଟେଲି କନ୍ଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଜର୍ମାନର ଚାନ୍ସେଲର ଡ. ଆଞ୍ଜେଲା ମର୍କେଲଙ୍କ ସହ ଆଲୋଚନା କରିଛନ୍ତି । ୟୁରୋପୀୟ ଏବଂ ବିଶ୍ୱ ମଞ୍ଚରେ ଦୀର୍ଘକାଳ ଧରି ଦୃଢ ନେତୃତ୍ୱ ଓ ଦିଗ୍ଦର୍ଶନ ଦେଇ ଆସୁଥିବା ଚାନ୍ସେଲରଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଉଚ୍ଚ ପ୍ରଶଂସା କରିଥିଲେ। ସେ ମଧ୍ୟ ଭାରତ-ଜର୍ମାନୀ ରଣକୌଶଳାତ୍ମକ ଅଂଶୀଦାରୀ ବୃଦ୍ଧି ପାଇଁ ଉପଯୁକ୍ତ ଦିଗ୍ଦର୍ଶନ ଦେଉଥିବାରୁ ଚାନ୍ସେଲର ମର୍କେଲଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଇନେତା କରୋନା ମହାମାରୀ, ଦ୍ୱିପାକ୍ଷିକ ସଂପର୍କ, ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଏବଂ ନିର୍ଦ୍ଦିଷ୍ଟଭାବେ ଭାରତ-ୟୁରୋପୀୟ ସମୁଦାୟ ସଂପର୍କ ସମେତ ବିଭିନ୍ନ ପାରସ୍ପରିକ ଗୁରୁତ୍ୱପୂର୍ଣ୍ଣ ସ୍ୱାର୍ଥଜଡିତ ବିଷୟରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଭାରତରେ କରୋନା ଟିକାର ବିକାଶ ସଂପର୍କରେ ଚାନ୍ସେଲର ମର୍କେଲଙ୍କୁ ଅବଗତ କରାଇଥିଲେ। ବିଶ୍ୱର କଲ୍ୟାଣ ପାଇଁ ଭାରତ ନିଜର ସାଧ୍ୟମତେ କରୋନା ଲଢେଇରେ ସାହାଯ୍ୟ ସହଯୋଗ…
ନୂଆଦିଲ୍ଲୀ, ଦେଶବ୍ୟାପୀ କୋଭିଡ଼ ୧୯ ପ୍ରତିଷେଧକ ଟିକାଦାନ ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଗୁଆ ସକାରାତ୍ମକ ପଦକ୍ଷେପ ଗ୍ରହଣ ସ୍ୱରୂପ ଏଭଳି ଅଭ୍ୟାସ ଟିକାଦାନ ପ୍ରକ୍ରିୟା କରାଯାଉଛି ଏବଂ ସେଥିରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ସରକାର ତଥା ଅନ୍ୟ ହିତଧାରକମାନଙ୍କ ସହଯୋଗ ନିଆଯାଇଛି। ଗତ କିଛି ମାସ ଧରି କୋଭିଡ଼ ୧୯ ପ୍ରତିଷେଧକ ଟିକାଦାନ ଯେଭଳି ଦେଶବ୍ୟାପୀ ସୁରୁଖୁରୁ ଭାବେ ସମ୍ପାଦନ କରାଯାଇ ପାରିବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ଭାରତୀୟ ଭେଷଜ ମହାନିର୍ଦ୍ଦେଶକ (ଡିସିଜିଆଇ)ଙ୍କ ପକ୍ଷରୁ ନିକଟରେ ଦେଶରେ ଜରୁରିକାଳୀନ ଭିତ୍ତିରେ ଦୁଇଟି କୋଭିଡ଼ ପ୍ରତିଷେଧକ ଟିକା ପ୍ରଦାନ ନିମନ୍ତେ ମଂଜୁରି ପ୍ରଦାନ କରାଯାଇଛି । ନିକଟ ଭବିଷ୍ୟତରେ କୋଭିଡ଼ ୧୯ ପ୍ରତିଷେଧକ ଟିକା ରୋଗୀମାନଙ୍କୁ ଦେବାଲାଗି ଉପଲବ୍ଧ ହେବାର ଆଶା କରାଯାଉଛି । ତେଣୁ ଦେଶବ୍ୟାପୀ ଏଭଳି ଟିକାଦାନ ପ୍ରକ୍ରିୟାକୁ ଯୋଜନାବଦ୍ଧ…
ନୂଆଦିଲ୍ଲୀ, ଆଭିଏନ ଇନ୍ଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁ ବା ପକ୍ଷୀ ଜ୍ବର ଭୂତାଣୁ ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱବ୍ୟାପୀ ଘୁରି ବୁଲୁଛି । ଗତ ଶତାବ୍ଦୀରେ ଏହି ପକ୍ଷୀଜ୍ୱର ବିଶ୍ୱରେ ୪ ଥର ବଡ଼ ଧରଣର ବ୍ୟାପିଥିଲା । ୨୦୦୬ରେ ଭାରତ ପ୍ରଥମେ ଆଭିଏନ ଇନ୍ଫ୍ଲୁଏଞ୍ଜା ସଂକ୍ରମଣ ଦେଖାଦେଇଥିଲା। ଯାହାକୁ ସରକାରୀ ଭାବେ ବିଜ୍ଞପ୍ତି ପ୍ରକାଶ କରି ଏହି ରୋଗ ସଂପର୍କରେ କୁହାଯାଇଥିଲା । ତେବେ ଭାରତରେ ଏଥର ଏଯାଏଁ କୌଣସି ମଣିଷ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଖବର ମିଳିନାହିଁ । ଏହି ରୋଗଟି ଜୁନୋଟିକ୍ ବା ଏକ ପଶୁଜନ୍ୟ ରୋଗ । ହେଲେ ସଂକ୍ରମିତ କୁକୁଡା, ବତକ ମାଂସ ଓ ଅଣ୍ଡା ଆଦି ଖାଇଲେ ଏହି ଭୂତାଣୁ ମଣିଷକୁ ସଂକ୍ରମିତ କରିବାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ଏ ଯାଏଁ ମିଳିନାହିଁ ।ତେବେ ଏଥିପାଇଁ ସଚେତନ ହେବାର ଆବଶ୍ୟକ। ତଥାପି ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କେତେକ ସତର୍କତା…
ମେଷ- କାରବାର ଏବଂ ସଞ୍ଚୟ ପ୍ରସଙ୍ଗରେ ଆପଣଙ୍କୁ ଗମ୍ଭୀର ହେବାକୁ ପଡିବ। ଆପଣ ଭଲ ଭବିଷ୍ୟତ ଯୋଜନାଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ। ଆପଣଙ୍କ ସାଥୀଙ୍କ ସହିତ ମତଭେଦ ଦୂର କରିବାକୁ ଏକ ପ୍ରୟାସ ହୋଇପାରେ, ଆପଣ ଏଥିରେ ସଫଳତା ପାଇପାରନ୍ତି । ଜୀବନ ସାଥୀଙ୍କ ଆତ୍ମାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆପଣ ପିଲାମାନଙ୍କ ସହିତ ଜଡିତ କିଛି ଭଲ ଖବର ପାଇ ପାରିବେ। ଅଭିଭାବକମାନେ ସାହାଯ୍ୟ ପାଇବା ଜାରି ରହିବ। ବୃଷ- ବ୍ୟବସାୟ ଯୋଜନା ସଫଳ ହେବ। ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଏକ ଛୋଟ ଯାତ୍ରା ହୋଇପାରେ । ତତ୍ପରତା ନାହିଁ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ । ଏକ ପୁରୁଣା ବନ୍ଧୁଙ୍କୁ ଭେଟିବ । ଆପଣର ମନ ଅଶାନ୍ତ ହେବ । ଇଶ୍ବରଙ୍କଠାରେ ଧ୍ୟାନ ରଖନ୍ତୁ । ଆଜି ଆପଣ ଆର୍ଥିକ ପ୍ରସଙ୍ଗରେ ସତର୍କ ହେବା ଆବଶ୍ୟକ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଧାନ କିଣା ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ସଂପର୍କରେ ବ୍ୟାପକ ଅଭିଯୋଗ ହୋଇଆସୁଛି। ସେସବୁ ଅନିୟମିତତା ମଧ୍ୟରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି କୋକସରା ବ୍ଲକ ଅନ୍ତର୍ଗତ କାଶୀବାହାଲ ଧାନମଣ୍ଡିରେ ଟୋକନ ଅନିୟମିତତା ଅଭିଯୋଗ। ପ୍ରାପ୍ତ ସୂଚନା ଅନୁସାରେ କାଶୀବାହାଲ ଧାନମଣ୍ଡିରେ ଧାନ କିଣିବାକୁ ସେଠାକାର ସ୍ୱୟଂ ସହାୟିକା ଦଳ ମାଁ ମଙ୍ଗଳାଦେବୀ ଏସଏଚଜି କୋଡ ନଂ. ଏସ୨୧୫୦୯୦୧ କୁ ଦାୟୀତ୍ୱ ଦିଆଯାଇଛି। ଚାଷି ମାନେ ନିର୍ଦ୍ଧାରିତ ଫର୍ମରେ ଚାଷୀ ପଂଜିକରଣ ପାଇଁ ଆବେଦନ କରି ଧାନ ବିକିବା ପାଇଁ ପଂଜୀକରଣ କରିଥାନ୍ତି। ହେଲେ ଏହି ଏସଏଚଜିରେ ସଂପାଦିକା ଙ୍କ ପୁଅ କିଶୋର ନାଏକ ହିଁ ଡାଟା ଏଂଟ୍ରୀ ଅପରେଟର ଭାବେ କାର୍ଯ୍ୟ କରୁଥିବା ବେଳେ ବିଗତ ମଣ୍ଡି ସମୟର ଅଭିଜ୍ଞତା କୁ ନେଇ ଚାଷୀ ପଂଜୀକରଣରେ ଚଂଚକତା କରିଥିବା ଅଭିଯୋଗ ହୋଇଛି। ଯେଉଁ ଜମିରେ ଚାଷ ହୁଏ ନାହିଁ ସେହି ଜମିର…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ବାସିନୀ ମା’ଶାରଳାଙ୍କ ପୀଠର ଚନ୍ଦନ ପୋଖରୀରେ ଅଳିଆ ଆବର୍ଜନା ପଡି ପାଣିରୁ ପଚାଗନ୍ଧ ବାହାରୁଥିବା ଦେଖିବାକୁ ମିଳିଛି। ମନ୍ଦିର ପରିସର ସହ ସ୍ଥାନୀୟ ବଜାରରେ ମଧ୍ୟ ବ୍ୟାପୁଛି ଏହି ପଚାପାଣିର ଦୁର୍ଗନ୍ଧ। ଚନ୍ଦନ ପୋଖରୀର ଏହି ପଚାପାଣି ଦୁର୍ଗନ୍ଧରେ ଶ୍ରଦ୍ଧାଳୁଙ୍କ ସମେତ ସ୍ଥାନୀୟ ବଜାରର ବ୍ୟବସାୟୀ ମାନେ ଅତିଷ୍ଠ ହୋଇପଡିଥିବା ବେଳେ ପ୍ରଶାସନର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମା’ଙ୍କ ଦର୍ଶନ ନିମନ୍ତେ ଆସୁଥିବା ଶ୍ରଦ୍ଧାଳୁ ମାନେ ପ୍ରଥମେ ଏହି ଚନ୍ଦନ ପୋଖରୀରେ ହାତଗୋଡ ଧୋଇବା ସହ ମୁଣ୍ଡରେ ପାଣିଛିଞ୍ଚି ହେବାପରେ ମନ୍ଦିର ଭିତରେ ପ୍ରବେଶ କରିଥାନ୍ତି। କରୋନା ପାଇଁ ବନ୍ଦ ରହିଥିବା ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ମନ୍ଦିର ଗତ ୩ ତାରିଖରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଥିବା ବେଳେ ଚନ୍ଦନ ପୋଖରୀକୁ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆଭ୍ୟନ୍ତରୀଣ କେଗାଁ ପୋଲିସ ଥାନା ଅଂଚଳରେ ଏକ ବଡ ଧରଣର ଡକାୟତି କରିବାକୁ ପ୍ରସ୍ତୃତି କରୁଥିବା ଡକାୟତ ଦଲକୁ ଗିରଫ କରିବାରେ କେଗାଁ ପୋଲିସ ସଫଳ ହୋଇଥିବା କଳାହାଣ୍ଡି ଏସପି ଡଃ ଶ୍ରବଣ ବିବେକ ଏମ ଙ୍କ ସୂତ୍ରରୁ ପ୍ରକାଶ। ଗତକାଲି ରାତ୍ରରେ କେଗାଁ ପୋଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ ଭାଟିପଡା ନିକଟରେ ପାଂଚ ଜଣ ସନ୍ଦିଗ୍ଧ ବ୍ୟକ୍ତି ସନ୍ଦେହ ଜନକ ଅବସ୍ଥାରେ ଥିବା ବେଳେ ସେମାନେ ଏକ ବଡ ଧରଣର ଡକାୟତି ଯୋଜନା କରୁଥିବା ଜାଣିପାରି ଗିରଫ କରିଥିବା କେଗାଁ ପଲିସ ଇନିସପେକ୍ଟର କାହ୍ନୁ ଚରଣ ସ୍ୱାଇଁଙ୍କ ସୂତ୍ରରୁ ପ୍ରକାଶ। କେଗାଁ ପୋଲିସ ପକ୍ଷରୁ କେଗାଁ ଥାନା କେଶ ନଂ. ୦୨/୨୦୨୧ ଟ/ଝ ୩୯୯/୪୦୨ ଓଚଉ / ଝରମ ୨୮ ଇକ୍ସଜ୍ଞଗ୍ଦ ଇମଗ୍ଧ ଅନୁସାରେ ଏକ କେଶ ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାପଡିଛି। ସଂପୃକ୍ତ ଡକାୟତ ଦଳ ରେ…
ପୁରୀ: ପୁରୀ କୋଚିଂ ଡିପୋରେ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱୟଂଚାଳିତ କୋଚ୍ ୱାଶିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯାଇଅଛି। ଏହି କୋଚିଂ ଡିପୋକୁ ଆସୁଥିବା ଟ୍ରେନ୍ ରେକ୍ ର ଗତିକୁ ଅନୁଭବ କରି ସମଗ୍ର ଟ୍ରେନର ଧୋଇବା ପ୍ରକ୍ରିୟାକୁ ଫଳପ୍ରଦ ଭାବରେ ସମାପ୍ତ କରିବାକୁ ସ୍ୱଳ୍ପ ସମୟ ବ୍ୟୟ କରାଯାଉଥିବାବେଳେ ଜଳ ଏବଂ ମାନବ ଶକ୍ତି କମ କରିବାରେ ସାହାଯ୍ୟ କରିଥାଏ। ଟ୍ରେନର ବେଗକୁ ସ୍ୱୟଂଚାଳିତ ଭାବେ ଗ୍ରହଣ କରି ଏହି ପ୍ଲାଣ୍ଟ ଆପେ ଆପେ ଧୋଇବା କାର୍ଯ୍ୟ କରାଇଥାଏ। ମାତ୍ର ୫ ରୁ ୭ ମିନିଟ ମଧ୍ୟରେ ସମ୍ପୂର୍ଣ ଟ୍ରେନ ରେକର ବାହ୍ୟ ପାର୍ଶ୍ୱ ସଫାଇ କରାଯାଇଥାଏ। ବିଭିନ୍ନ ଉପାୟ ମାଧ୍ୟମରେ ଏହି ସଫାଇ କାର୍ଯ୍ୟ ସ୍ୱୟଂ ଚଳିତ ଭାବେ ହୋଇଥାଏ। ପ୍ରଥମ ପର୍ଯ୍ୟାୟରେ କୋଚ ଗୁଡିକୁ ପୁନଃ ବ୍ୟବହୃତ ଜଳ ଦ୍ୱାରା ଓଦା କରାଯାଇ ଡିଟରଜେଣ୍ଟ ସ୍ପ୍ରେ କରାଯାଏ ଓ ପରେ ସ୍ୱୟଂଚାଳିତ ଭାବେ ପାଣି ଦ୍ୱାରା ବ୍ରସ ମାଧ୍ୟମରେ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୩୧, ଅନୁଗୁଳରୁ ୩୦, ବଲାଙ୍ଗିରିରୁ ୧୭, ମୟୂରଭଞ୍ଜରୁ ୧୪, ବାଲେଶ୍ବରରୁ ୧୩, ସମ୍ବଲପୁରରୁ ୧୩, କଟକରୁ ୧୨, ଯାଜପୁରରୁ ୧୨, କେନ୍ଦ୍ରାପଡ଼ାରୁ ୧୨, ନୂଆପଡ଼ାରୁ ୧୦, ଝାରସୁଗୁଡାରୁ ୯, ବରଗଡରୁ ୭, ଜଗତସିଂହପୁରରୁ ୭, କେନ୍ଦୁଝରରୁ ୬, ଦେବଗଡରୁ ୪, ଗଞ୍ଜାମରୁ ୩, କଳାହାଣ୍ଡିରୁ ୨, ଭଦ୍ରକରୁ ୧, ନୟାଗଡରୁ ୧, ରାୟଗଡ଼ାରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୭ ହଜାର ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୯୨୧ କୁ ବୃଦ୍ଧି ହୋଇଛି। ତେବେ ୧…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୯ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭ ଜଣ ସକ୍ରିୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୬୯୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୨୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
କନ୍ଦର୍ପ ବେହେରା ରେଢାଖୋଲ: ପ୍ରେମ ମାନେନା ବାଧା, ବନ୍ଧନ। ପ୍ରେମ ମାନେନା ଜାତି ଗୋତ୍ର। ଏଇ ପ୍ରେମ ପାଇଁ କେତେ ଯେ ପ୍ରେମିକ ପାଗଳ ବନିଛନ୍ତି ତାର ଇୟତା ନାହିଁ। ଏଇ ପ୍ରେମ ପାଇଁ କେଉଁଠି ପ୍ରେମିକ ଆତ୍ମ ହତ୍ୟା କରୁଛି ତ ଆଉ କେଉଁଠି ଯୁବତୀ ମଧ୍ୟ ଆତ୍ମହତ୍ୟା କରୁଛି। ସତରେ ଏଇ ଅଢେଇ ଅକ୍ଷର ପ୍ରେମ କେତେ ଯେ ଜୀବନ ନେଇଛି ତାର କଳନା ନାହିଁ। ସେମିତି ଏଇ ପ୍ରେମ ପାଇଁ ଜଣେ ଯୁବକ ଜୀବନ ହାରିଛି ବେକରେ ରଶି ଲଗାଇ। ଘଟଣା ଘଟିଛି ରେଢାଖୋଲ ସବ୍ଡିଭିଜନର ଚାରମାଳ ଥାନା ଅଂଚଳରେ। ଗତକାଲି ରାତିରେ ଚାରମାଳ ଗ୍ରାମର ବିରେନ୍ଦ୍ର ଷଡଙ୍ଗୀ (୨୭)ନିଜ ପ୍ରେମିକାକୁ ଭିଡିଓ ଲାଇଭ କଲ୍ କରି ନିଜ ଘରେ ବେକରେ ରଶି ଲଗାଇ ଆତ୍ମ ହତ୍ୟା କରିଥିବା ପୋଲିସ୍ କହିଛି। ଏପରିକି ଚାରମାଳ ଅଂଚଳରେ ଏଇ ଘଟଣାଟି ଚାଂଚଲ୍ୟ ସୃଷ୍ଟି କରିଛି। ଯୁବକ ଜଣଙ୍କ ବ୍ରାହ୍ମଣ…

