Author: Samikhsya Bureau

ବ୍ରହ୍ମପୁର: ସାଧାରଣ ଜନତା ତଥା ତଳୁଆ ଶ୍ରେଣୀର ଲୋକଙ୍କୁ ସହାୟତା ପ୍ରଦାନ କରୁଥିବା ପିପୁଲ୍ସ ଫର୍ ପବ୍ଲିକ୍‌ର ଜନହିତକର କାର୍ଯ୍ୟ ଜାରି ରହିଛି। ପୂର୍ବରୁ ସଂଘ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହଯୋଗ କରୁଥିବା ନଜିର ରହିଥିବାବେଳେ ବର୍ତ୍ତମାନ ଶୀତରେ ବାହାରେ ରାତ୍ରି କାଟୁଥିବା ଗରିବ ଲୋକଙ୍କୁ ଚାଦର ବଣ୍ଟନ କରି ପ୍ରଶଂସାର ପାତ୍ର ହୋଇଛନ୍ତି। ଗତକାଲି ରାତିରେ ସଦସ୍ୟମାନେ ବ୍ରହ୍ମପୁର ସହରର ଟାଟାବେଞ୍ଜ ଛକ, କମାପଲ୍ଲୀ, କୋର୍ଟପେଟା, ଇଂଜିନିୟରିଂ ସ୍କୁଲ, ଆଙ୍କୋଲି, ନୂଆ ବସ୍‌ଷ୍ଟାଣ୍ଡ ଇତ୍ୟାଦି ଜାଗାରେ ଅସହାୟ ଗରିବ ବ୍ୟକ୍ତିଙ୍କୁ ଚାଦର ବଣ୍ଟନ କରିଥିଲେ। ପୂର୍ବରୁ କିଛି ସଂସ୍ଥାମାନ କେବଳ ମୁଖ୍ୟରାସ୍ତାରେ ଶୀତବସ୍ତ୍ରମାନ ବଣ୍ଟନ କରିଥିବାବେଳେ ଗଳିକନ୍ଦିରେ ରହୁଥିବା ଗରିବ ବ୍ୟକ୍ତିବିଶେଷମାନେ ବହୁତ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା। ତେବେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କଡ଼ା ନିର୍ଦ୍ଦେଶ ରହିଛି ଯେ ରାସ୍ତାକଡ଼ରେ କେହି ରାତ୍ରିଯାପନ କରିବାକୁ ଦିଆଯିବ ନାହିଁ। ତେବେ କାଲିର ବାହାରେ ଶୋଇଥିବା ଲୋକଙ୍କୁ ଦେଖିଲେ କମିଶନରଙ୍କ ବକ୍ତବ୍ୟ…

Read More

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ୨୦୨୧ରେ ଏସ୍ଟୋନିୟା, ପାରାଗୁଏ ଏବଂ ଡୋମିନିକାର ଗଣରାଜ୍ୟରେ ତିନୋଟି ଭାରତୀୟ ମିଶନ ଖୋଲିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି। କାର୍ଯ୍ୟକାରୀ ରଣନୀତି: ଏହି ରାଷ୍ଟ୍ରଗୁଡ଼ିକରେ ତିନୋଟି ଭାରତୀୟ ମିଶନ ଖୋଲାଯିବା ଫଳରେ ଭାରତର କୂଟନୈତିକ ପରିଧି ବୃଦ୍ଧି, ରାଜନୈତିକ ସମ୍ପର୍କ ଗଭୀର ହେବା, ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ ଓ ଆର୍ଥିକ ସମ୍ପର୍କ ବିକଶିତ କରିବା, ଜନସମ୍ପର୍କ ମଜବୁତ କରିବା, ବହୁପକ୍ଷୀୟ ମଞ୍ଚରେ ରାଜନୈତିକ ପ୍ରସାର ବୃଦ୍ଧି ପାଇବା ଏବଂ ଭାରତର ବିଦେଶ ନୀତି ନିମନ୍ତେ ସମର୍ଥନ ଯୋଗାଡ଼ କରିବାରେ ସହାୟତା ମିଳିପାରିବ। ଏସବୁ ଦେଶରେ ଭାରତୀୟ ମିଶନ ସେଠାରେ ରହୁଥିବା ଭାରତୀୟ ସମୁଦାୟ ଏବଂ ସେମାନଙ୍କର ହିତର ସୁରକ୍ଷା ଲାଗି ଉନ୍ନତ ଢଙ୍ଗରେ ସହାୟତା କରିପାରିବ। ଉଦ୍ଦେଶ୍ୟ: ଆମର ବିଦେଶ ନୀତିର ଉଦ୍ଦେଶ୍ୟ ହେଉଛି ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହିତ ଭାଗିଦାରୀ ଜରିଆରେ ଭାରତର ଉନ୍ନତି ଓ ବିକାଶ ଲାଗି ଏକ…

Read More

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୩୪ତମ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ, ବିଭିନ୍ନ ପ୍ରକଳ୍ପ, କାର‌୍ୟ୍ୟକ୍ରମ ଏବଂ ଅଭିଯୋଗ ସମୀକ୍ଷା କରାଯାଇଥିଲା। ରେଳ ମନ୍ତ୍ରଣାଳୟ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଂକ୍ରାନ୍ତ ପ୍ରକଳ୍ପଗୁଡ଼ିକ ସମୀକ୍ଷା କରାଯାଇଥିଲା। ମୋଟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଏହିସବୁ ପ୍ରକଳ୍ପ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଜମ୍ମୁ ଓ କଶ୍ମୀର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା, ଗୁଜରାଟ ଓ ଦାଦ୍ରା ନଗର ଓ ହାଭେଳି ସମେତ ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ରହିଛି। ଏହି ସମୀକ୍ଷା ଅବସରରେ, ଆୟୁଷ୍ମାନ ଭାରତ ଏବଂ ଜଳ ଜୀବନ ମିଶନ ଭଳି କାର‌୍ୟ୍ୟକ୍ରମର ସମୀକ୍ଷା କରାଯାଇଥିଲା। ଏହାଛଡ଼ା ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ସଂକ୍ରାନ୍ତ ଅଭିଯୋଗ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଅଭିଯୋଗଗୁଡ଼ିକର ବିସ୍ତୃତ ସମାଧାନ ସୁନିଶ୍ଚିତ ଓ ତ୍ୱରାନ୍ୱିତ କରିବା…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୨, ସମ୍ବଲପୁରରୁ ୩୨, ଅନୁଗୁଳରୁ ୨୩, କଟକରୁ ୨୨, କେନ୍ଦୁଝରରୁ ୨୧, ବଲାଙ୍ଗୀରିରୁ ୨୦, ପୁରୀରୁ ୧୮, ସୁନ୍ଦରଗଡରୁ ୧୮, ବାଲେଶ୍ବରରୁ ୧୫, ନୂଆପଡ଼ାରୁ ୧୪, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୦, ମୟୂରଭଞ୍ଜରୁ ୧୦, ବରଗଡରୁ ୯, ଜଗତସିଂହପୁରରୁ ୫, କଳାହାଣ୍ଡିରୁ ୫, ଭଦ୍ରକରୁ ୪, ଝାରସୁଗୁଡାରୁ ୪, ମାଲକାନାଗିରିରୁ ୪, ରାୟଗଡ଼ାରୁ ୪, ଗଞ୍ଜାମରୁ ୩, କୋରାପୁଟରୁ ୩, ନବରଙ୍ଗପୁରରୁ ୩, ଦେବଗଡ଼ରୁ ୨, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୫ ହଜାର ୧୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଉପଖଣ୍ଡରେ ଦିନକୁ ଦିନ ବାହାର ଜିଲ୍ଲାରୁ ଧାନ ଆସି ବିକ୍ରି ହେବା ସହ ଚାଷୀକୁ କମ୍ ଦରରେ ଧାନର ମୂଲ୍ୟ ଦେଉଥିବା ଜଣା ପଡିଛି। ଏଇ କିଛି ଦିନ ହେଲା ରେଢାଖୋଲ ଉପଖଣ୍ଡରେ ଏପରି ଧାନ ଚାଲାଣ ହେଉଥିବା ବେଳେ ଆଜି ପ୍ରଶାସନ ଚେଇଁ ଉଠିଛି। ପ୍ରକାଶ ଯେ, ଆଜି ବାହାର ଜିଲ୍ଲାରୁ ଧାନ ଚାଲଣ ହେଉଥିବା ଏନ୍‌ଫୋରସମେଂଟ୍ ଟିମ୍ ଖବର ପାଇ ଜାତୀୟ ରାଜପଥ ଦେଶୀ ମଦଭାଟି ଠାରେ ୪ଟି ଟ୍ରକ୍ କୁ ଅଟକାଇଥିଲେ। ପଚରାଉଚୁରା ବେଳେ ବାହାର ଜିଲ୍ଲାରୁ ଧାନ ଆସିଥିବା ଜଣା ପଡିଥିଲା। ଏହି ଟିମ୍ ଟ୍ରକ୍ ୪ ଟିକୁ ଜବତ କରି ରେଢାଖୋଲ ଥାନାରେ ରଖାଯାଇଛି। ଯାହା ସୂଚନା ମିଳୁଛି,ଏହି ଧାନ ବେପାରୀମାନେ ବାହାର ଜିଲ୍ଲାରୁ ଚାଷୀଙ୍କ ଠାରୁ କମ୍ ଦରରେ ଆଣି ମିଲ୍ ବାଲା ସହ ସଲାସୁତୁରା କରି ବିକ୍ରି କରିଥାନ୍ତି। ଏଥିରେ ମିଲର୍ ମାନଙ୍କର ପ୍ରଚ୍ଛନ୍ନ ହାତ…

Read More

ଭୁବନେଶ୍ବର: ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି। ଡିସେମ୍ବର ୩୧ ତାରିଖ ଏବଂ ନୂଆ ବର୍ଷ ପାର୍ଟି ପାଇଁ ବାରଣ କରାଯାଇଛି। ଜାନୁୟାରୀ ୩୧ ତାରିଖ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲାଗିଛି। ଜାନୁୟାରୀ ୩୧ ତାରିଖ ଯାଏଁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ। ସିନେମା ହଲ ଏବଂ ଯାତ୍ରା ଖୋଲିବା ନେଇ ଅନୁମତି ମିଳିଛି। କୋଭିଡ ଗାଇଡ ଲାଇନ ଅନୁସାରେ ଯାତ୍ରା ଏବଂ ସିନେମା ହଲ ଖୋଲିପାରିବ। ସେଥିପାଇଁ  ୫୦ ପ୍ରତିଶତ ଦର୍ଶକ ସିନେମା ହଲରେ ପ୍ରବେଶ କରିପାରିବେ। ସ୍ଥାନୀୟ ପ୍ରଶାସନର ଅନୁମତିରେ ଯାତ୍ରା ବା ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିପାରିବ। ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ଧାର୍ମିକ କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟକ୍ରମ ଚାଲିପାରିବ। ବିବାହ ଉତ୍ସବ ପାଇଁ ୨୦୦ ଲୋକ ଏବଂ ମୃତ କାର୍ଯ୍ୟରେ ୧୦୦ ଲୋକଙ୍କ ପାଇଁ ଅନୁମତି ମିଳିଛି। ଏହା ସହିତ କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ…

Read More

ଭୁବନେଶ୍ୱର: ଦୁଇ ଦିନିଆ ୬ଷ୍ଠ ଆଇଇଇଇ ଇନ୍‌ଟର୍‌ନ୍ୟାସ୍‌ନାଲ୍ ୱିମେନ୍ ଇନ୍ ଇଞ୍ଜିନିୟରିଂ (ଡବ୍ଲୁଆଇଇ) କର୍ମଶାଳା (ୱିକନ୍‌ଇସିଇ) ରବିବାର ଶେଷ ହୋଇଥିବା ବେଳେ ଏହି କର୍ମଶାଳାରେ ବିଭିନ୍ନ ଦେଶର ବିଶିଷ୍ଟ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ) ହେଉଛି ବିଶ୍ୱର ବୃହତମ ବୈଷୟିକ ବୃତିଗତ ଅନୁଷ୍ଠାନ ଯାହାକି ମଣିଷ ସମାଜର ଉନ୍ନତି ନିମନ୍ତେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରଦାନ କରିବା ନେଇ ଉତ୍ସର୍ଗୀକୃତ। ତେବେ ଡବ୍ଲୁଆଇଇ ବିଶ୍ୱବ୍ୟାପୀ ମହିଳା ଇଞ୍ଜିନିୟର ମାନଙ୍କର ସହଭାଗିତା ନେଇ କାର୍ଯ୍ୟ କରୁଛି। ଏହି ସମ୍ମିଳନୀ ଆଇଇଇଇ ବାଂଲାଦେଶ ଶାଖା, ଆଇଇଇଇ କୋଲ୍‌କାତା ଶାଖା ଏବଂ ଆଇଇଇଇ ଭୁବନେଶ୍ୱର ଉପଶାଖାର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା ବେଳେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଏବଂ କମ୍ପ୍ୟୁଟର୍ ସାଇନ୍ସ କ୍ଷେତ୍ରର ଆଗଧାଡିର ଶିକ୍ଷା ଗବେଷକ ଏବଂ ସ୍କଲାରମାନଙ୍କୁ ଏକାଠି କରିବାର ଲକ୍ଷ୍ୟ ରଖାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍…

Read More

ନୂଆଦିଲ୍ଲୀ: ବିଜେପିରେ ସାମିଲ୍ ହୋଇ କିଛି ଘଣ୍ଟା ପରେ ପୁଣି ବିଦା ହେଲେ କପିଲ ଗୁର୍ଜର। କପିଲ ଗୁର୍ଜର ଶାହୀନ ବାଗରେ ଚାଲିଥିବା ସିଏଏ ବିରୋଧ ଆନ୍ଦୋଳନ ସମୟରେ ଫାଇରିଂ କରି ଗିରଫ ହୋଇଥିଲେ। ଗିରଫ ପରେ ସେ ଜାମିନରେ ଆସିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଆଜି କପିଲ ଗୁର୍ଜର ଗାଜିଆବାଦ ଅଫିସକୁ ଯାଇ ବିଜେପିରେ ସାମିଲ୍ ହୋଇଥିଲେ। ହେଲେ ବିଜେପିର ବରିଷ୍ଠ ନେତାମାନେ ଏହାକୁ ନେଇ ଗୁର୍ଜରକୁ ବିରୋଧ କରିବା ସହ ଦଳରୁ ବିଦା ହେବା ଦରକାର ବୋଲି ଦାବି କରିଥିଲେ। ତେଣୁ ତାଙ୍କୁ ଦଳରୁ ବିଦା କରାଯାଇଥିବା ସୂଚନା ରହିଛି। ତେବେ ଭୁଲ ବଶତଃ କପିଲ ଗୁର୍ଜର ବିଜେପିରେ ସାମିଲ ହେବା ନେଇ ବିଜେପି କାର୍ଯ୍ଯାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସକ୍ରିୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୬୧୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୬୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୩୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଗୁରଗାଓଁ: ହରିୟାଣାର ସ୍ୱାସ୍ଥ୍ୟ ଓ ଗୃହମନ୍ତ୍ରୀ ଅନିଲ ଭିଜ୍‌ ବୁଧବାର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଗୁରଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି ବୋଲି ନିଜେ ଟୁଇଟ୍‌ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ତେବେ ସେ ଘରେ ଅକ୍ସିଜେନ୍‌ ସପେର୍ଟରେ ରହିବେ । https://twitter.com/anilvijminister/status/1344191963646599168?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1344191963646599168%7Ctwgr%5Eshare_1%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Findia%2Fharyana-home-minister-anil-vij-was-discharged-from-hospital-hospitalized-after-being-infected-with-corona-1701382 ଭାରତରେ ବାୟୋଟେକ୍‌ କୋଭିଡ୍‌ -19ର ସମ୍ଭାବିତ ଟିକର କ୍ଲିନିକାଲ ଟ୍ରାଏଲ୍‌ରେ ଭାଗ ନେଇଥିଲେ ଅନିଲ୍‌ ଭିଜ୍‌ । ଏହାପରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ପିଜିଆଇଏମଏସ୍‌ରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡିସେମ୍ବର 15 ତାରିଖରେ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଇସିୟୁରୁ ବାହାରି ଏବେ ତାଙ୍କ ଅବସ୍ଥା ଟିକେ ସ୍ବାଭାବିକ ହେବାରୁ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି ।

Read More

ମୁମ୍ବାଇ : କରୋନା ଭାରତୀୟ ଜନ ଜୀବନରେ ବେଶ୍‌ ପ୍ରଭାବ ପକାଇଛି । ବିଶେଷ ଭାବରେ ଭକ୍ତଙ୍କ ଆସ୍ଥାରେ ବିରାଟ ପାଚେରୀ ପରି ଠିଆ ହୋଇଛି କରୋନା । ଦୀର୍ଘ ସାତ/ ଆଠ ମାସ ଧରି ଲୋକେ ମନ୍ଦିର ତଥା ଧର୍ମାନୁଷ୍ଠାନକୁ ଯାଇପାରିନଥିବାବେଳେ ଅନଲକ୍‌ ପର୍ଯ୍ୟାୟରେ ଭାରତର ସମସ୍ତ ଧର୍ମାନୁଷ୍ଠାନ ପର୍ଯ୍ୟାକ୍ରମେ ଖୋଲିଛି । ମନ୍ଦିର ତଥା ଧର୍ମାନୁଷ୍ଠାନ ଖୋଲାଯାଇଛି ସତ କିନ୍ତୁ  ଏବେବି ଭକ୍ତ ଓ ଭଗବାନଙ୍କ ପାଇଁ କଟକଣା ରଖାଯାଇଛି । କରୋନାକୁ ଦୃଷ୍ଟିରେ ରଖି ଅଳ୍ପ ସଂଖ୍ୟକ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳୁଛି । ତେବେ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର କରୋନା ସମୟରେ ଦର୍ଶନକୁ ନେଇ ଏକ ଅଭିନବ ଉପାୟ ବାହାର କରିଛି ।  ଏଠାରେ ନୂତନ ବର୍ଷ ଅର୍ଥାତ୍‌ ଜାନୁଆରୀ 1 ତାରିଖରୁ 800 ଶ୍ରଦ୍ଧାଳୁଙ୍କୁ ଅନଲାଇନ୍‌ ବୁକିଂ ଜରିଆରେ ଦର୍ଶନ ଦିଆଯିବ । ଏହି ଦର୍ଶନ ପାଇଁ ଅନ୍‌ଲାଇନ୍‌ ବୁକିଂ କରିବାକୁ…

Read More

ନୂଆଦିଲ୍ଲୀ : ଦିଲ୍ଲୀର ଶାହିନ୍‌ ବାଗ୍‌ଠାରେ ସିଏଏବିରୋଧୀ ଆନ୍ଦୋଳନରେ ଗୁଳି କରି ଚର୍ଚ୍ଚାକୁ ଆସିଥିବା କପିଲ୍‌ ଗୁର୍ଜର ଓରଫ୍‌ କପିଲ୍‌ ବୈସଲା ବିଜେପିରେ ଯୋଗଦାନ କରିଛନ୍ତି । ଗାଜିଆବାଦ ବିଜେପି ସଙ୍ଗଠନରେ ଜଡିତ ଥିବା ପଦାଧିକାରୀ ଆଜି କପିଲ୍‌ଙ୍କୁ ବିଜେପିର ସଦସ୍ୟତା ଦେଇଛନ୍ତି । ବିଜେପି ହିନ୍ଦୁତ୍ବ ପାଇଁ କାର୍ଯ୍ୟ କରୁଛି, ଏଥିପାଇଁ ସେ ଏହି ଦଳରେ ଯୋଗଦାନ କରିଛନ୍ତି ବୋଲି କହିଛନ୍ତି କପିଲ୍‌ । ଚଳିତ ବର୍ଷର ପ୍ରାରମ୍ଭରେ ଯେତେବେଳେ ଦିଲ୍ଲୀର ଶାହିନ୍‌ ବାଗଠାରେ ସିଏଏ ଓ ଏନ୍‌ଆରସିକୁ ନେଇ ଆନ୍ଦୋଳନ ଚାଲିଥିବା ସମୟରେ ଗୁଳିକାଣ୍ଡ ଘଟିଥିଲା ।  ଏହି ଗୁଳିକାଣ୍ଡରେ କପିଲ୍‌ ଗୁର୍ଜରକୁ ପୋଲିସ୍‌ ଗିରଫ କରିଥିଲା । ପୂର୍ବ ଦିଲ୍ଲୀର ଦଲ୍ଲପୁରା ଅଞ୍ଚଳର କପିଲ୍‌ ଫେବୃଆରୀ 1 ତାରିଖରେ ସିଏଏ ପ୍ରଦର୍ଶନକାରୀଙ୍କୁ ଚେତାବନୀ ଦେଇ ତିନିଥର ହାଓ୍ବାରେ ଗୁଳି ଚଳାଇଥିଲେ । ଗୁଳି ଚଳାଇବା ସହ ସାମ୍ପ୍ରଦାୟିକ ନାରା ବି ଲଗାଇଥିଲେ କପିଲ୍‌ ।

Read More

ନୂଆଦିଲ୍ଲୀ: ଜଳ ହିଁ ଜୀବନ। ଜଣେ ଜୀବିତ ବ୍ୟକ୍ତି ଜଳ ବିନା ବଞ୍ଚିପାରିବ ନାହିଁ। କିନ୍ତୁ ଅତ୍ୟଧିକ ଜଳ କେତେ କ୍ଷତିକାରକ ତାହାର ଏକ ପ୍ରମାଣ ଦେଖିବାକୁ ମିଳିଛି। ଇଂଲଣ୍ଡର ଜଣେ ବ୍ୟକ୍ତି ଅତ୍ୟଧିକ ଜଳ ପିଇବା କାରଣରୁ ଗୁରୁତର ଅବସ୍ଥାରେ ପହଞ୍ଚିଛନ୍ତି। ୩୪ ବର୍ଷୀୟ ଯୁବକ ଜଣକ ହେଉଛନ୍ତି ଲ୍ୟୁକ୍‌। ସେ ଇଂଲଣ୍ଡର ବ୍ରିଷ୍ଟଲ ସହରରେ ନିଜ ପରିବାର ସହିତ ରୁହନ୍ତି। ବ୍ରିଟେନ୍‌ରେ ପ୍ରଥମ ଲକ୍‌ଡାଉନ୍‌ ସମୟରେ ସେ ନିଜକୁ କରୋନା ସଂକ୍ରମିତ ଭାବିଥିଲେ। ଏହା ପରେ ସେ ପାଣି ପିଇବାର ମାତ୍ରା ବଢାଇ ଦେଇଥିଲେ।  ସେ ପିଉଥିବା ପାଣିର ମାତ୍ରାକୁ ଦୁଇଗୁଣ କରିଦେଇଥିଲେ। ସାଧାରଣ ମଣିଷ ଦିନରେ ଗୋଟିଏ ରୁ ଦୁଇ ଲିଟିର ପାଣି ପିଇବାକୁ ଉପଦେଶ ଦିଆଯାଇଛି। କିନ୍ତୁ ଲ୍ୟୁକ୍‌ ପାଣିର ମାତ୍ରା ବଢାଇ ୪ ରୁ ୫ ଲିଟର କରିଦେଇଥିଲେ। ଲ୍ୟୁକ୍‌ ଦୈନିକ ୪ ରୁ ୫ ଲିଟର ପାଣି ପିଉଥିଲେ। ଅଧିକ ପାଣି ପିଇବା…

Read More

ଭୁବନେଶ୍ବର : ପାରାଦୀପ ବନ୍ଦରକୁ ବିଶ୍ବସ୍ତରୀୟ କରିବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର କ୍ୟାବିନେଟ୍‌ରେ ପାରାଦୀପ ବନ୍ଦର ନେଇ ବଡ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ନେଇ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟ ସୂଚନା ଦେଇଛନ୍ତି ।ପାରାଦୀପ ବନ୍ଦରରେ ନିର୍ମାଣ ହେବ ଓ୍ବେଷ୍ଟର୍ଣ୍ଣ ଡକ୍‌ । ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ବସ୍ତରୀୟ ପାଇଁ 3 ହଜାର କୋଟି ଖର୍ଚ୍ଚ ହେବା ନେଇ ସୂଚନା ରହିଛି।

Read More

ଭୁବନେଶ୍ୱର: 6ଜଣ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁର୍ନୀତି ଓ ଅପାରଗତା ପାଇଁ ଏହି 6 ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ସୂଚନା ମିଳିଛି। ଏହି 6 ଜଣ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଚାରିଜଣ ଇଞ୍ଜିନିଅର ରହିଥିବାବେଳେ 2 ଜଣ ଅବକାରୀ ବିଭାଗର ଅଧିକାରୀ ରହିଛନ୍ତି । 6 ଜଣ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି – କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ଉପନିର୍ବାହୀ ଯନ୍ତ୍ରୀ ଅଜିତ ଦେବତା,  କଟକ ଆରଏଣ୍ଡବି କ୍ୱାଲିଟି କଣ୍ଟ୍ରୋଲ ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ଦଳାଇ, କରଞ୍ଜିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ବିଜୟ ପରିଡ଼ା, ଭୁବନେଶ୍ୱର ଆରଏଣ୍ଡବି ସହକାରୀ ଯନ୍ତ୍ରୀ ଗଣେଶ୍ୱର ସେଠୀ, ସମ୍ବଲପୁର ଓଡ଼ିଶା ପାନୀୟ ନିଗମ ବିଏମ ଜୟଦୀପ ପଟ୍ଟନାୟକ, ସୁନ୍ଦରଗଡ଼ ଅବକାରୀ ନୀରିକ୍ଷକ ରିହାଜ ଅହମ୍ମଦ ବେଗ ।

Read More

ଭୁବନେଶ୍ୱର : ଜାନୁଆରୀରେ 75 ପ୍ରତିଶତରେ ଟ୍ୱିନ ସିଟିରେ ଅଫିସ୍‌ ଚାଲିବ । କେଉଁମାନେ ଅଫିସ୍ ଆସିବେ ସେ ବିଷୟରେ ବିଭାଗୀୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ  ବୋଲି ସୂଚନା ରହିଛି । ସରକାରୀ ଅଫିସ୍‌ରେ ନୂଆବର୍ଷ କଟକଣା ଜାରି କରାଯାଇଛି । ସାଧାରଣ ପ୍ରଶାସନ ବା ଜିଏ ବିଭାଗ ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ସେହିପରି ଅଫିସ୍‌ରେ ସାମାଜିକ ଦୂରତ୍ବ ଓ ଭର୍ଚୁଆଲ ଅଭିନନ୍ଦନ ଜଣାଇବା ପାଇଁ କୁହାଯାଇଛି । ଏହାଛଡ଼ା ରାଜ୍ୟର ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Read More

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା କରୋନା ଟିକାକୁ ବି୍ରଟେନ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ୟୁକେ ସରକାର ଦ୍ୱାରା ଦ୍ୱିତୀୟ କରୋନା ଟିକାକୁ ଅନୁମତି ପ୍ରଦାନ କରାଯାଇଛି । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା କରୋନା ଟିକାକୁ ଅନୁମତି ନେଇ ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ମଞ୍ଜୁରୀ ପରେ ବ୍ରିଟେନ 10 କୋଟି ଡୋଜ ଅକ୍ସଫୋର୍ଡ ଟିକା ମଗାଇଥିବା ଜଣାଯାଇଛି । ବ୍ରିଟେନର ଅନୁମତି ପରେ ଭାରତରେ ଅକ୍ସଫୋର୍ଡ ଟିକା ଆଶା ବଢିଛି ।

Read More

ମୁମ୍ବାଇ : ଦେଶରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଚିନ୍ତା ବଢିଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଲକ୍‌ଡାଉନ୍‌ର ଅବଧିକୁ ଜାନୁଆରୀ 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସେହିପରି ନୂଆ ବର୍ଷ ଥିବାରୁ ଘର ବାହାରେ ପାଳନ ନ କରି ଘରେ ରହି ପାଳନ କରିବାକୁ ସରକାର ଅପିଲ୍‌ କରିଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି।  ଜାରି ହୋଇଥିବା ଏହି ମାର୍ଗଦର୍ଶିକାରେ ନୂଆ ବର୍ଷର ସ୍ବାଗତ ପାଇଁ ମରିନ୍‌ ଡ୍ରାଇଭ୍‌, ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆ, ଜୁହୁଠାରେ ଗହଳି ନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଦଶ ବର୍ଷରୁ ସାନ ପିଲା ଓ 60ବର୍ଷରୁ ଅଧିକ ବୟସ୍କଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସାର୍ବଜନିକ ସ୍ଥାନରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର୍‌କୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ନୂଆବର୍ଷ ଦିନ ହୋଟେଲ୍‌, ରେଷ୍ଟୁରାଣ୍ଟ,…

Read More

ରମେଶ ମହାନ୍ତି ଜଗତସିଂହପୁର: ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ଜଗତସିଂହପୁର ବିଜୁ ଯୁବ ଜନତା ଦଳ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକଠାରେ ଏକତ୍ରିତ ହୋଇ ସ୍ୱାଗତ କରାଯାଇଛି। ଜଗତସିଂହପୁର ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ସୌମ୍ୟଜିତ ମହାପାତ୍ରଙ୍କ ନେତୃତ୍ୱରେ ଯୁବ ସଂଗଠକ ମାନେ ଏକତ୍ରିତ ହୋଇ ପ୍ରଥମେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସରକାରୀ ହାଇସ୍କୁଲର ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ୟାବିନେଟରେ ମଂଜୁର କରିଛନ୍ତି ବୋଲି କହିଥିଲେ। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ଉପସଭାପତି ଗୌରପ୍ରସାଦ ମହାନ୍ତି, ସଂପାଦକ ପ୍ରମୁଖ ରାଉତ, ସରୋଜ ବିଶ୍ୱାଳ, ଆଇଟି ସଂଯୋଜକ ରତିରଂଜନ ବେହେରା, ବିଜୟ ରାଉତ, ବ୍ଲକ୍ ଯୁବ ସଭାପତି ସମ୍ବିତ ମହାନ୍ତି, ଉପସଭାପତି ସୁଧିର ସ୍ୱାଇଁ, ମ୍ୟୁନିସିପାଲିଟି ଯୁବ ସଭାପତି…

Read More

ଚେନ୍ନାଇ : ସାଉଥ ସୁପରଷ୍ଟାର ରାମଚରଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଆଉ ଜଣେ ଅଭିନେତା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅଭିନେତା ବରୁଣ ତେଜ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ନିଜେ ବରୁଣ । ସେ ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ, କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ କୋଭିଡ୍ ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ବରୁଣ୍‌ ଏବେ ଆଇସୋଲେସନ୍‌ରେ ଅଛନ୍ତି । ସୂଚନାଯୋଗ୍ୟ, ବରୁଣ ତେଜ ରାମଚରଣଙ୍କ ସଙ୍ଗେ ଖ୍ରୀଷ୍ଟମାସ ପାର୍ଟିରେ ସାମିଲ୍‌ ହୋଇଥିଲେ ।

Read More

ନୂଆଦିଲ୍ଲୀ : ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଠାବ ହେବା ପରେ ଏହାକୁ ନେଇ ଅଧିକ ସତର୍କତା ସୃଷ୍ଟି କରାଯାଉଛି। ଏହା ପୂର୍ବ କରୋନା ଭାଇରସ ତୁଳନାରେ ଅଧିକ ବେଗରେ ସଂକ୍ରମିତ କରୁଥିବାରୁ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଭାରତରେ ମଧ୍ୟ ଏହି ନୂଆ ଷ୍ଟ୍ରେନ ଠାବ ହେଲାଣି। ଏପର୍ଯ୍ୟନ୍ତ ଭାରତରେ 20 ବ୍ରିଟେନ୍‌ ଫେରନ୍ତାଙ୍କଠାର ନୂଆ ଷ୍ଟ୍ରେନ୍‌ ଠାବ ହୋଇଛି । କରୋନାର ନୂଆଷ୍ଟ୍ରେନ୍‌କୁ ଦୃଷ୍ଟିରେ ରଖି ଭାରତ ସରକାର ବ୍ରିଟେନ ସହ ବିମାନ ସେବାକୁ ବନ୍ଦ କରିଛନ୍ତି । ପୂର୍ବରୁ ଡିସେମ୍ବର 31 ଯାଏ ବ୍ରିଟେନକୁ ବିମାନ ସେବା ବନ୍ଦ କରିଥିବା ଭାରତ ସରକାର ଏବେ ଏହାକୁ ଜାନୁଆରୀ 7 ଯାଏ ବୃଦ୍ଧି କରିଛନ୍ତି।

Read More