ହାଇଦ୍ରାବାଦ : ସାମାନ୍ୟ କ୍ରିକେଟ ଖେଳକୁ ନେଇ ଗୁଳିମାଡ କାରଣରୁ ଜଣେ ଏଆଇଏମଆଇଏମ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି । କ୍ରିକେଟ ଖେଳକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଝଗଡା ହୋଇଥିବା ବେଳେ ଏଆଇଏମଆଇଏମ ଆଦିଲାବାଦ ଜିଲ୍ଲା ସଭାପତି ଏମଡି ଫାରୁକ ଅହମଦଙ୍କୁ ପୋଲିସ ଗିରଫ କରିଛି । ଫାରୁକ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇ ଦୁଇ ଜଣଙ୍କୁ ଆହତ କରିବା ସହିତ ଛୁରୀରେ ମଧ୍ୟ ଆକ୍ରମଣ କରିଥିଲେ । ଆଦିଲାବାଦର ତାତିଗୁଡାରେ ଏହି ଘଟଣା ଘଟିଥିଲା । ଶୁକ୍ରବାର ଅପରାହ୍ନ 5ଟାରେ କ୍ରିକେଟ ଖେଳ ସମୟରେ ଏହି ଅଘଟଣ ଘଟିଥିଲା । ଦୁଇ ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ଘଟିଥିବା ସଂଘର୍ଷ ପରେ ଫାରୁକ ନିଜ ବନ୍ଧୁକରୁ ଗୁଳି ଚଳାଇଥିଲେ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୈଦ ଜମୀରଙ୍କ ଶରୀରରେ ଦୁଇଟି ଗୁଳି ବାଜିଥିବା ବେଳେ ସୈଦ ମୌତେସିନଙ୍କ ଶରୀରରେ ଗୋଟିଏ ଗୁଳି ବାଜିଥିଲା । ଅନ୍ୟ…
Author: Samikhsya Bureau
ନୂଆଦିଲ୍ଲୀ : ମଡେଲ୍ ମାନେ ଦେଖିବାକୁ ବହୁତ ହ୍ୟାଣ୍ଡସମ୍ ହୋଇଥା’ନ୍ତି କିନ୍ତୁ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ‘ହ୍ୟାଣ୍ଡସମ୍ ମ୍ୟାଥ୍ ଟିଚର୍’ । ଅନେକ ସମୟରେ ଫ୍ୟାଶନ ମଡେଲ ଙ୍କ ପାଇଁ କୁହାଯାଏ ଯେ, ସେମାନେ ଶିକ୍ଷିତ କିମ୍ବା ଇଂଟେଲିଜେଣ୍ଟ ହୋଇନଥାନ୍ତି । ହେଲେ ଏହାକୁ ଭଙ୍ଗ କରିବା କାମ କରିଛନ୍ତି, ହ୍ୟାଣ୍ଡସମ ମ୍ୟାଥଓ ଟିଚର । ଯିଏ ଗତ କିଛି ଦିନରେ ବେଶ ଚର୍ଚ୍ଚାରେ ରହିଛନ୍ତି । ତାଙ୍କୁ ଦୁନିଆର ସବୁଠୁ ହ୍ୟାଣ୍ଡସମ୍ ମ୍ୟାଥ ଟିଚର ନାମରେ ଜାଣୁଛନ୍ତି । 32 ବର୍ଷୀୟ ପିଏତ୍ରୋ ବୋସେଲୀ ମଡେଲ୍ ହେବା ସହ ପିଲାଙ୍କୁ ପାଠ ପଢାଉଛନ୍ତି । ସେ ଇଣ୍ଟରନେଟ୍ରେ ମ୍ୟାଥ୍ମେଟିକାଲ୍ ମଡେଲ୍ ନାମରେ ପରିଚିତ ହୋଇଛନ୍ତି । 2016 ମସିହାରେ ଅଚାନକ ସେ ଇଣ୍ଟରନେଟ୍ର ସେନସେସନ୍ ହୋଇଥିଲେ । ତାଙ୍କର ଜଣେ ଛାତ୍ର ତାଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ବେଶ୍ଭାଇରାଲ୍ ହୋଇଥିଲା । ଏହାପରେ ମଡେଲିଂ…
ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ପୁରୀରେ ମାତ୍ର ଶହେ ଟଙ୍କାରେ ରହିପାରିବେ। ସାଧାରଣ ଭକ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ପାଇଁ ଭକ୍ତ ନିବାସ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, ବାସେଳୀ ସାହି ଥାନା ପାଖରେ ଭକ୍ତ ନିବାସ ନିର୍ମାଣ ହେବ ଏଥିରେ ଶହେରୁ ଦେଢ଼ ଶହ ଟଙ୍କାରେ ଭକ୍ତମାନେ ରହିପାରିବେ। ଭକ୍ତ ନିବାସ ନିର୍ମାଣ ଲାଗି ପ୍ରାୟ 10 ଏକର ଜାଗା ଚିହ୍ନଟ ହୋଇଛି। 3ରୁ 4 ହଜାର ଲୋକଙ୍କ ରହଣି ବ୍ୟବସ୍ଥା ଥିବା ଭକ୍ତ ନିବାସ ନିର୍ମାଣ ହେବ। ସୂଚନାଯୋଗ୍ୟ, କରୋନା ପାଇଁ ପ୍ରାୟ 10 ମାସ ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଛି । ତେବେ ଆସନ୍ତା 23 ତାରିଖଠାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବ । ତେବେ ପ୍ରଥମେ ସେବାୟତ ଓ ପରେ ପୁରୀ ବାସୀଙ୍କ ପରେ…
ଭୁବନେଶ୍ବର: ଏଣିକି ଓଡିଆ ଭାଷାରେ ଆସିବ ଜେଇଇ ପ୍ରଶ୍ନପତ୍ର । ଚଳିତ ବର୍ଷଠାରୁ ଜେଇଇ ପ୍ରଶ୍ନପତ୍ର ବିଭିନ୍ନ ଭାରତୀୟ ଭାଷା ସମେତ ଓଡିଆରେ ମଧ୍ୟ ଉପଲବ୍ଧ ହେବ। ରାଜ୍ୟର ଛାତ୍ରଛାତ୍ରୀଙ୍କ ହିତକୁ ଅଗ୍ରାଧିକାର ଦେଇ ଓଡିଆ ଭାଷାରେ ଜେଇଇ ପ୍ରଶ୍ନପତ୍ର ଉପଲବ୍ଧ କରାଇବାକୁ ରାଜ୍ୟ ସରକାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ସହମତି ପ୍ରକାଶ କରିଥିବା ନେଇ ସିଏମଓ ଓଡିଶା ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ଦିଲ୍ଲୀ : ଦିଲ୍ଲୀର ବିଷ୍ଣୁ ଗାର୍ଡେନ୍ ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିର ଛାତ ଭୁଷୁଡି ପଡିବାରୁ ଚାରିଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଛାତ ଖସି ପଡିବାରୁ ଧ୍ବସାଂବଶେଷ ତଳେ ଛଅ ଜଣ ଚାପି ହୋଇ ରହିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଗୁରୁ ଗୋବିନ୍ଦ ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡିଡିୟୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ତେବେ ଚାରିଜଣଙ୍କର ମୃତ୍ୟୁ ହୋଇଯାଇଛି । ସୂଚନାଯୋଗ୍ୟ ଭୁଶୁଡି ପଡିଥିବା କୋଠାଟି ବହୁ ପୁରୁଣା ହୋଇଥିବାବେଳେ ଏଥିରେ ଏକ ଫ୍ୟାକ୍ଟି ଚାଲୁଥିଲା । ତେବେ ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ନଭେମ୍ବର 10 ତାରିଖରେ ଦିଲ୍ଲର କେଶବପୁରମ୍ ଅଞ୍ଚଳରେ ତିନି ମହଲା କୋଠା ଭୁଷୁଡି ପଡିଥିଲା । ଏହି ଘଟଣାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । (ଏଜେନ୍ସି)
ପୁରୀ: ଆସନ୍ତା ୨୩ ତାରିଖରୁ ପୁରୀ ଶ୍ରୀମନ୍ଦିର ଖୋଲିବ। ତେବେ ମନ୍ଦିର ଖୋଲିବାକୁ ଆଉ ୩ ଦିନ ରହିଥିବାବେଳେ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଫାଇଭ୍ଟି ସଚିବ ଭିକେ ପାଣ୍ଡିଆନ୍। ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ୍ ଟି ସଚିବ। ସେହିଭଳି ଶ୍ରୀମନ୍ଦିର ଉନ୍ନତିମୂଳକ କାର୍ଯ୍ୟର ମଧ୍ୟ ତଦାରଖ କରିଛନ୍ତି ଫାଇଭ୍ ଟି ସଚିବ। ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିବା ସହିତ ଭିତର ଦର୍ଶନ ବ୍ୟବସ୍ଥାର ମଧ୍ୟ ତଦାରଖ କରିଥିଲେ ଫାଇଭ୍ ଟି ସଚିବ। ଶ୍ରୀମନ୍ଦିର ଐତିହ୍ୟ କରିଡର ଓ ବଫର ଅଞ୍ଚଳରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ଫାଇଭ୍ ଟି ସଚିବ। ଫାଇଭ୍ ଟି ସଚିବଙ୍କ ସହିତ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ, ଏସପି କନଓ୍ଵର ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ।…
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ: ହାଇଓ୍ବେରେ ଲୁଟେରା ମାତିଛନ୍ତି। ଟାଙ୍ଗୀ ଏନ୍ଏଚ୍-୧୬ ରେ ଲୁଟେରା ମାତିଥିବାର ସୂଚନା ମିଳିଛି। ଦୁଇଟି ପଲସର୍ ବାଇକରେ ୨ ମୁଖା ପିନ୍ଧା ଲୁଟେରା ଜଣେ ସ୍କୁଟିକୁ ଅଟକାଇ ଲୁଟ୍ କରିଛନ୍ତି। ସ୍କୁଟିରେ ସ୍ବାମୀ ସ୍ତ୍ରୀ ଦୁଇଜଣ ଯାଉଥିବାବେଳେ ଚାନ୍ଦପୁର ଥାନା ରୟାଲ୍ ଢାବା ନିକଟରେ ଏହି ଲୁଟେରାମାନେ ଲୁଟ୍ କରିଛନ୍ତି। ଲୁଟେରାମାନେ ମହିଳାଙ୍କଠାରୁ ସୁନା ଚେନ୍ ସହ ୬ ହଜାର ଟଙ୍କା ଲୁଟି ନେଇଛନ୍ତି। ଏହି ଲୁଟ୍ ସମୟରେ ମହିଳା ଜଣକ ଆହତ ହୋଇଛନ୍ତି। ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧୮୩୨ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଜଗତସିଂପୁର, ପୁରୀ, ନୂଆପଦରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଜଗତସିଂପୁରରୁ ୮୨ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ପୁରୀ ରୁ ୭୮ ବର୍ଷୀୟ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ନୂଆପଡା ରୁ ୭୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
ଆଡିଲେଡ୍: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ଵିତୀୟ ପାଳିରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ୨୪୪ ରନ କରି ସମସ୍ତ ୱିକେଟ ହରାଇଥିଲା। କିନ୍ତୁ ଅଷ୍ଟ୍ରେଲିଆ ଦଳ ପ୍ରଥମ ପାଳିରେ ମାତ୍ର ୧୯୧ ରନ କରିବାରେ ସକ୍ଷମ ହୋଇପାରିଥିଲା। ଏହାସହିତ ପ୍ରଥମ ପାଳିରେ ଭାରତୀୟ ଦଳ ୫୩ ରନରେ ଅଷ୍ଟ୍ରେଲିଆ ଠାରୁ ଆଗୁଆ ରହିଥିଲା। ଏହାକୁ ନେଇ ଭାରତୀୟ ଦଳ ଉତ୍ସାହିତ ଥିବା ବେଳେ ଦ୍ଵିତୀୟ ପାଳି ଆରମ୍ଭ କରିଥିଲା। ହେଲେ ପ୍ରଥମରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଜାରି ରହି ୩୬ ରନରେ ୯ଟି ୱିକେଟ ହରାଇବା ସହ ଅନ୍ତିମ ୱିକେଟ ଭାବେ ମହମ୍ମଦ ଶାମି ରିଟାୟର୍ଡ ହର୍ଟ ହୋଇଥିଲେ। ତେବେ ଅଷ୍ଟ୍ରେଲିଆ ଦଳକୁ ଜିତିବା ପାଇଁ ମାତ୍ର ୯୦ ରନର ଆବଶ୍ୟକ। ଯାହା କୌଣସି ବଡ ଟାର୍ଗେଟ ନୁହେଁ। ଦ୍ଵିତୀୟ ପାଳିରେ ଭାରତର କୌଣସି ଖେଳାଳି ଦୁଇ ଅଙ୍କରେ…
ଭୁବନେଶ୍ବର: ରାଜ୍ୟରେ ଆଜି ୩୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୯୯ ଜଣ ଚିହ୍ନଟ ହୋଇଥିବାବେଳେ ୧୫୭ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୫ହଜାର ୮୬୧କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୦ହଜାର ୯୪୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୨୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୨୯ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୬ଟି ଜିଲ୍ଲାରୁ ମୋଟ୍ ୩୫୬ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୧ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳ ଜିଲ୍ଲାରୁ ୨୯…
ଭୁବନେଶ୍ବର : ରାଜ୍ୟରେ ପାରଦ ଖସୁଛି । 13 ଡିଗ୍ରୀ ତଳେ ରାଜ୍ୟର 10ଟି ସହର । ଝାରସୁଗୁଡା ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଥିବବେଳ ସେଠାରେ ସର୍ବନିମ୍ନ ତାପମାତ୍ରା 8.2 ଡିଗ୍ରୀ ରହିଛି । ସେହିପରି ଫୁଲବାଣୀରେ 9.5 ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଦାରିଙ୍ଗିବାଡିରେ 10 ଡିଗ୍ରୀ, ବାରିପଦା 10.5 ଡିଗ୍ରୀ, କୋରାପୁଟରେ 11 ଡିଗ୍ରୀ, କେନ୍ଦୁଝରରେ 11.7 ଡିଗ୍ରୀ, ସୁନ୍ଦରଗଡରେ 12 ଡିଗ୍ରୀ, ବଲାଙ୍ଗିରରେ 12.4 ଡିଗ୍ରୀ ଓ ବୌଦ୍ଧରେ 12. 5 ଡିଗ୍ରୀ ସେଲିସିୟସ୍ ତାପମାତ୍ରା ରେକର୍ଡ ହୋଇଛି । ସେହିପରି କଟକ ରେ 13.8 ଡିଗ୍ରୀ ଏବଂ ଭୁବନେଶ୍ବରରେ 16.5 ଡିଗ୍ରୀ ତାପାମାତ୍ରା ରହିଥିବାର ସୂଚନା ରହିଛି ।
ମହାରାଷ୍ଟ୍ର : ବିବାହରେ ନିମନ୍ତ୍ରଣ କାର୍ଡ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବାହାଘରକୁ ଆମନ୍ତ୍ରଣ ଜଣାଇବା ପାଇଁ ପତ୍ର ଦ୍ବାରା ନିମନ୍ତ୍ରଣ ଜଣାଯାଇଥାଏ । ଆଜିକାଲି ବିବାହ କାର୍ଡ ମଧ୍ୟ ଏକ ଫେସନ୍ ଭାବରେ ଚାଲିଲାଣି । ବିବାହ କାର୍ଡରେ ବହୁ ପ୍ରକାରର ପରୀକ୍ଷାନିରୀକ୍ଷା କରାଯାଉଛି । କିଏ କିଏ କାର୍ଡ ସହିତ ଗୁଆ, ଡ୍ରାଇଫୁଟ୍ସ୍, ସିନ୍ଦୂର, ଚାଉଳ ଆଦି ଦେଉଥିବାବେଳେ କିଏ ବିବାହ କାର୍ଡ ସହିତ ଗିପ୍ଟ ମଧ୍ୟ ପଠାଉଛନ୍ତି । ତେବେ ମହାରାଷ୍ଟ୍ରରେ ଏବେ ଏକ ବିବାହ କାର୍ଡକୁ ନେଇ ଚର୍ଚ୍ଚା ଚାଲିଛି । ଏହି କାର୍ଡସହ ମଦ, ମିନେରାଲ୍ ଓ୍ବାଟର ଓ ଚାଖଣା ପଠାଯାଇଛି । ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ଏହି କାର୍ଡଟିକୁ ସୁନ୍ଦର ବାକ୍ସରେ ଗିପ୍ଟ ପରି ପ୍ୟାକ୍ କରାଯାଇଛି । କାର୍ଡର ଉପରେ ଗଣେଶଜୀଙ୍କ ଫଟୋ ରହିଥିବାବେଳେ ଏହାର ପୃଷ୍ଠା ଖୋଲିଲେ ବିବାହ ତାରିଖ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରହିଛି ।…
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିବା ବେଳେ ଏହା ମଧ୍ୟରେ ୧ କୋଟି ଅତିକ୍ରମ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଗତ ୨୪ ଘଣ୍ଟା ମଧ୍ୟରେ ୨୫ ହଜାର ୧୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪୭ ଜଣଙ୍କର ମୃତ୍ୟୁ ଘଟିଛି । ୨୫୧୫୨ନୂତନ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪ ହଜାର ୫୯୯ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୧୩୬ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୮୮୫ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୫ ଲକ୍ଷ ୫୦ ହଜାର ୭୧୨ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୫୦୮୦ ହ୍ରାସ ଘଟି ୩ ଲକ୍ଷ ୮ ହଜାର ୭୫୧ରେ ପହଞ୍ଚିଛି । କେରଳରେ ବିଗତ ୨୪ ଘଣ୍ଟା…
ନୂଆଦିଲ୍ଲୀ, ଜୀବନରେ କିପରି ମଣିଷ ସଫଳତା ହାସଲ କରିପାରିବ ତାହାର ସୁତ୍ର ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି। ଚାଣକ୍ୟଙ୍କ ହିସାବରେ ଆପଣ ପ୍ରତିଦିନ ଶାସ୍ତ୍ରର ଗୋଟିଏ ଶ୍ଲୋକ ପାଠ କରନ୍ତୁ। ନ ପଢିପାରିଲେ ଅର୍ଦ୍ଧ ଶ୍ଲୋକ କିମ୍ବା ଅନ୍ତତଃ ପକ୍ଷେ ଗୋଟିଏ ପଦ ପଢନ୍ତୁ। ଯେଉଁମାନେ ଆଦୌ ଶାସ୍ତ୍ର ପାଠ କରୁ ନ ଥିବେ ସେମାନଙ୍କୁ ହୁଏତ ଅଡୁଆ ହୋଇପାରେ। ହେଲେ ପ୍ରତିଦିନ ପଢିବାର ଅଭ୍ୟାସ ଜାରୀ ରଖନ୍ତୁ। ଏହା ଦ୍ବାରା ଆପଣଙ୍କର ଅଗୋଚରରେ ଜୀବନରେ ନିଶ୍ଚିତ ସଫଳତା ମିଳିବ। ସମସ୍ତେ ଭାବନ୍ତି ଗୀତା ପାଠ କରିବା ଦ୍ବାରା ଧର୍ମ ଅର୍ଜ୍ଜନ ହୁଏ। ହେଲେ ଜାଣି ରଖିବା ଉଚିତ ଯେ, କେବଳ ଗୀତାରୁ ଧର୍ମ ନୁହେଁ ଜୀବନର କର୍ମ ମଧ୍ୟ ସେଥିରୁ ମିଳିଥାଏ। ଧର୍ମ ଶାସ୍ତ୍ର କେବଳ ଧର୍ମ ଅର୍ଜନ ପାଇଁ ବୋଲି ଭାବିବା ଉଚିତ ନୁହେଁ। ଅଳସୁଆ କିମ୍ବା ମଉଜ କରି ସମୟ କାଟିବା ଅପେକ୍ଷା…
ଭୁବନେଶ୍ବର: ସୂର୍ଯ୍ୟଦେବ ଅଗ୍ନି ଦେବଙ୍କ ସ୍ବରୂପ ଏବଂ ପ୍ରତ୍ୟକ୍ଷ ଦେବତା ରୂପେ ମନାଯାଇଥାଏ। ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କର ବିଶେଷ ମହତ୍ତବ ରହିଛି। ଶକ୍ତିର ଅସୀମ ଭଣ୍ଡାର ସୂର୍ଯ୍ୟଦେବଙ୍କୁ ନେଇ ବାସ୍ତୁ ଶାସ୍ତ୍ରରେ ବହୁ ରୋଚକ ଉପାୟ ରହିଛି, ଯାହାର ଉପଯୋଗରେ ଆମ ଜୀବନରେ ବେଶ୍ ଉନ୍ନତି ହୋଇଥାଏ। ସୂର୍ଯ୍ୟୋଦୟର ପୂର୍ବରୁ ବ୍ରହ୍ମମୁହୂର୍ତ୍ତ ସମୟଟି ଅଧ୍ୟୟନ ପାଇଁ ସର୍ବଶ୍ରେଷ୍ଠ। ବିଦ୍ୟାର୍ଥୀମାନେ ଏହି ସମୟକୁ ସଦୁପଯୋଗ କରିବା ଉଚିତ୍। ସୂର୍ଯ୍ୟୋଦୟ ସମୟରେ ଘରର ସମସ୍ତ ଝରକା କବାଟ ଖୋଲିବା ଉଚିତ୍। ଯଦି କୌଣସି ଘରେ ସୂର୍ଯ୍ୟ କିରଣ ଠିକ୍ ଭାବରେ ପଡିପାରୁନାହିଁ, ତେବେ ସେହି ଘରେ ସୂର୍ଯ୍ୟ ଦେବଙ୍କ ତମ୍ବାର ପ୍ରତିମା ଲଗାଇବା ଉଚିତ୍। ସେହିପରି ରୋଷେଇ ଘର ଓ ସ୍ନାନ ଘରେ ସୂର୍ଯ୍ୟର ପ୍ରକାଶ ପହଞ୍ଚିବା ଅତ୍ୟନ୍ତ ଆବଶ୍ୟକ। ସେହିପରି ଯେଉଁ ଘରେ ଧନ ସମ୍ପତ୍ତି ରଖୁଛନ୍ତି ,ସେହି ଘରେ ସୂର୍ଯ୍ୟଦେବଙ୍କ ପ୍ରତିମା ଲଗାଇଲେ ଘରେ କେବେ ଆର୍ଥିକ ସମସ୍ୟା ଉପୁଜିବ ନାହିଁ।…
ମେଷ- ବ୍ୟବସାୟ ଆଶା କରାଯାଉଥିବା ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ। ମଜା ଏବଂ ମଜାଦାର ଧାରା ଦିନସାରା ଜାରି ରହିବ। ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ। ଯାନବାହାନର ଆନନ୍ଦ ମଧ୍ୟ ମିଳିବ। ସାମାଜିକ ପ୍ରସଙ୍ଗରେ ବାହାରକୁ ଯିବାର ସମ୍ଭାବନା ରହିବ। ଏକ ମନୋରମ ସ୍ଥାନରେ ରହିବାକୁ ଉପଭୋଗ କରନ୍ତୁ । ବୃଷ- ଆଜି ଆପଣ ବ୍ୟବସାୟର ବିକାଶ ପାଇଁ ଅଧିକ ଧ୍ୟାନ ଦେବେ। ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି ଆଡକୁ ଗତି କରିବ। ତଥାପି, ସଫଳତା ବିଳମ୍ବ ହୋଇପାରେ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ। ସମାନ କାମ ପାଇଁ ବାହାରକୁ ଯିବାର ସମ୍ଭାବନା ମଧ୍ୟ ଥାଇପାରେ । ପଦୋନ୍ନତି ହୋଇପାରେ । ଆପଣଙ୍କ କାର୍ଯ୍ୟରେ ଉଚ୍ଚ…
ଭୁବନେଶ୍ବର: ବଗିଚା କାହାକୁ ବା ଭଲ ନ ଲାଗେ। ଯଦିଓ ଆମ ସହରୀ ଜୀବନରେ ଜାଗାର ଅଭାବ ହେତୁ ଆମେ ବଗିଚା କରିପାରୁନାହିଁ, କିନ୍ତୁ କିଚେନ୍ ଗାର୍ଡେନ୍ କରୁଛୁ। ବାଲ୍କୋନୀ ହେଉ ଅଥବା ଟେରେସ୍ ସବୁଠି କୁଣ୍ଡ କିମ୍ବା ଅନ୍ୟ ଉପାୟରେ ଗଛ ଲଗାଉଛୁ। ଆଜିକାଲି ଘର ଭିତରେ ଗଛ ଲଗାଇ ତାକୁ ଏକ ସୁନ୍ଦର ସାଜସଜ୍ଜା ଦିଆଯାଇପାରୁଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଗଛ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧି ରହିଥାଏ। ମାତାଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଯଦି ଆପଣ ଘରେ ବଗିଚା ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣ ପ୍ରଥମେ କଦଳୀଗଛ ହିଁ ଲଗାନ୍ତୁ। କଦଳୀ ଗଛ ବହୁତ ଉପକାରୀ। ଏହାର ଯେତିକି ଉପକାରୀ ଏହି ଗଛ ଲଗାଇବା ଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ। ତୁଳସୀ ଗଛ ପବିତ୍ର ଓ ପୂଜନୀୟ। ସମସ୍ତେ ଘରେ ଘରେ ତୁଳସୀ ଗଛ ଲଗାଇଥାନ୍ତି। ତୁଳସୀ ପୂଜନ ତ ସମେସ୍ତ…
ଭୁବନେଶ୍ବର, ଲୋକମାନେ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ ସମୟରେ ଗଛ ଲଗାନ୍ତି। କିନ୍ତୁ ବାସ୍ତୁ ବିଜ୍ଞାନ ଅନୁଯାୟୀ, ଏପରି କିଛି ଉଦ୍ଭିଦ ଅଛି, ଯାହା ଘରେ ଲଗାଇଲେ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ। ଏହାର ସକରାତ୍ମକ ପ୍ରଭାବ ଘରେ ପଡିଥାଏ। କିନ୍ତୁ ଏପରି ଅନେକ ଗଛ ଅଛି ଯାହା ଘରେ ଲଗାଇବା ଦ୍ୱାରା ଲାଭ ହୁଏ ନାହିଁ କିନ୍ତୁ ବହୁ କ୍ଷତି ଘଟିଥାଏ। ଆସନ୍ତୁ ଆପଣଙ୍କୁ ସେହି ଉଦ୍ଭିଦଗୁଡ଼ିକ ବିଷୟରେ କହିବୁ ଯାହା ଘରେ ଲଗାଯିବା ଉଚିତ୍ ନୁହେଁ। କୋଳି ଗଛ ଘରେ କୌଣସି କୋଳି ଗଛ ଲଗାଇବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏହି ଗଛ ଲଗାଇବା ଠିକ୍ ବିବେଚନା କରାଯାଏ ନାହିଁ। ଘରେ ଏହି ଗଛ ଲଗାଇବା ଦ୍ୱାରା ନକାରାତ୍ମକତା ବଢିଥାଏ, ଏହା ସହିତ ଏହା ସମସ୍ତ ପ୍ରକାରର ସମସ୍ୟା ବା କଳି ସୃଷ୍ଟି କରିଥାଏ । ଏହା ମଧ୍ୟ କୁହାଯାଏ ଯେ…
ନୂଆଦିଲ୍ଲୀ, ଆଜି ତିନୋଟି ରାଶିର ବ୍ୟକ୍ତିମାନଙ୍କର ବ୍ୟବସାୟ ଆଶାତିତ ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ । ମଜା ଏବଂ ମଜାଦାର ଧାରା ଦିନସାରା ଜାରି ରହିବ । ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ। ଯାନବାହାନର ଆନନ୍ଦ ମଧ୍ୟ ମିଳିବ । ସାମାଜିକ ପ୍ରସଙ୍ଗରେ ବାହାରକୁ ଯିବାର ସମ୍ଭାବନା ରହିବ । ଏକ ମନୋରମ ସ୍ଥାନରେ ରହିବାକୁ ଉପଭୋଗ କରନ୍ତୁ । ସେହି ତିନୋଟି ରାଶି ହେଉଛି ମେଷ, ବୃଷ, ମୀନ। ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି ଆଡକୁ ଗତି କରିବ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ । ସମାନ କାମ ପାଇଁ ବାହାରକୁ ଯିବାର ସମ୍ଭାବନା ମଧ୍ୟ ଥାଇପାରେ । ପଦୋନ୍ନତି ହୋଇପାରେ । ଆପଣଙ୍କ…
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ପ୍ରଶିକ୍ଷଣ ବିଭାଗ ତରଫରୁ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୃଥକ ପୃଥକ ଭାବେ ଦୁଇ ଗୋଟି ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼. ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବାଣପୁର ଏନ.ଏ.ସି ଏବଂ ଚିଲିକା ବ୍ଲକ ନିମାଇଁମଲ୍ଲ ଗାଁରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରଶିକ୍ଷଣ ଶିବିରରେ ଡ଼. ପାତ୍ର ସମସ୍ତ କର୍ମୀଙ୍କୁ ଏକତା, ଏକାଗ୍ରତା ଓ ଏକାତ୍ମ ଭାବ ସହକାରେ କିପରି ଦଳକୁ ସୁଦୃଢ଼ କରାଯାଇପାରିବ ଓ ସମସ୍ତେ କିପରି ନିଜର ଦକ୍ଷତା ପ୍ରତିପାଦନ କରିପାରିବେ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ସହ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ମୂଳଲକ୍ଷ୍ୟ ବୋଲି ସମସ୍ତଙ୍କୁ ସୂଚିତ କରାଇଥିଲେ। ଏହି ଶିବିରରେ ରାଜ୍ୟ ବିଜେପି ସାଧରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ…
କନ୍ଦର୍ପ ବେହେରା ରେଢାଖୋଲ: ଅତୀତରେ ପ୍ରଶାସନ, ପୁଲିସ୍ ଓ ଅବକାରୀ ବିଭାଗ ବାରମ୍ବାର ଗଞ୍ଜେଇ ଗଛ ନଷ୍ଟ କରୁଥିବା ବେଳେ ପୁଣି ଦୀର୍ଘ ବର୍ଷର ବ୍ୟବଧାନ ପରେ ନାକଟିଦେଉଳ ବ୍ଲକ୍ ଅଂଚଳରୁ ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଗଛ ଅବକାରୀ ବିଭାଗ ନଷ୍ଟ କରିବା ଘଟଣା ଲୋକଲୋଚନକୁ ଆସିଛି। ଗଞ୍ଜେଇ ଚାଷୀ ଓ ଚୋରା ବେପାରୀ ମାନଙ୍କ ମଧ୍ୟରେ କୋକୁଆଭୟ ଦେଖାଦେଇଛି। ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ର ଜାମୁଜୋରି ପଂଚାୟତ ରାଇଲ ଜଙ୍ଗଲର କୁଡାନାଳି ଗ୍ରାମରେ ଅବକାରୀ, ପୋଲିସ୍ ଓ ଫରେଷ୍ଟ ବିଭାଗର ମିଳିତ ଚଢଉ କରି ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କରିବାରେ ସଫଳ ହୋଇଛନ୍ତି। ପୋଲିସ୍ ଓ ଅବକାରୀ ବିଭାଗ ପ୍ରତି ବ୍ଲକ୍ର ପଂଚାୟତ ଓ ବ୍ଲକ୍ ପରିସରରେ ଗଞ୍ଜେଇ ଚାଷ ନ କରିବା ପାଇଁ ବାରମ୍ବାର ଜନ ସଚେତନତା ସୃଷ୍ଟି କରୁଥିବା ବେଳେ ପୁଣି ଗଞ୍ଜେଇ ବେପାରୀମାନେ ଚାଷ କରିବାରେ ସଫଳ…

