Author: Samikhsya Bureau

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ଥାନା ଜାମୁଜୋରି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବିଦ୍ୟୁତ ତାର ବୋଝେଇ ଟ୍ରକ ଓଲଟି ପଡିବା ଫଳରେ ଡ୍ରାଇଭର ଆହତ ହୋଇ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ନାକଟିଦେଉଳ ଥାନା ଜାମୁଜୋରି ନିକଟସ୍ଥ ଖଳବଳା ନାଳ ନିକଟରେ ରାତି ୧୧ ଟା ରେ ବିଦ୍ୟୁତ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଯା ଫଳରେ ଡ୍ରାଇଭର ଆହତ ହୋଇ ଅଳ୍ପକେ ବଂଚିଯାଇଥିଲେ। ତାକୁ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଘଟଣା ସ୍ଥଳରେ ନାକଟିଦେଉଳ ଥାନାଧିକାରୀ ପହଂଚି ଏକ କେସ୍ ରୁଜୁ କରିଥିବା ଜଣା ପଡିଛି। ଡ୍ରାଇଭର ଧର୍ମା ମହାପାତ୍ରର ଘର ବାଟଗାଁ ପଂଚାୟତର କୁଞାମୁରା ଗ୍ରାମର ବୋଲି ଜଣାପଡିଛି।

Read More

ମୁମ୍ବାଇ : ଆଇପିଏଲରେ କେଉଁ ଖେଳାଳି ସବୁଠାରୁ ଅଧିକ ବେତନ ପାଇଛନ୍ତି ତାହା ଜାଣିବା ପାଇଁ ଫ୍ୟାନ ମାନେ ସର୍ବଦା ଉତ୍ସୁକ ରହିଥାନ୍ତି । ତେବେ ଅଧିନାୟକ ବିରାଟ ଓ ରୋହିତ୍‌ ଶର୍ମାଙ୍କୁ କାଟିଛନ୍ତି ଏହି ଖେଳାଳୀ ଜଣକ । ପୂର୍ବତନ ଅଧିନାୟକ ତଥା କ୍ୟାପେଟନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀ ଏହି ତାଲିକାର ସର୍ବାଗ୍ରେ ରହିଛନ୍ତି ।  ବିରାଟ କୋହଲି ଆରସିବିରୁ 18 କୋଟି ଟଙ୍କାର ବାର୍ଷିକ ବେତନ ପାଉଛନ୍ତି । ତେବେ ଭାରତୀୟ ଅଧିନାୟକ କୋହଲି ସର୍ବାଧିକ ଆୟକାରୀ ଭାରତୀୟ ଖେଳାଳି ନୁହନ୍ତି ବରଂ ସେ ତିନି ନମ୍ବର ସ୍ଥାନରେ ରହିଛନ୍ତି । ଆଇପିଏଲର 13ଟି ସଂସ୍କରଣ ସରିଥିବା ବେଳେ ପୂର୍ବତନ ଭାରତୀୟ ଅଧିନାୟକ ତଥା ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସର୍ବାଧିକ 137 କୋଟି ଆୟ କରିଛନ୍ତି । ଧୋନୀ 6 କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ ସହିତ ଯୋଡି ହୋଇଥିଲେ ।…

Read More

ଭୁବନେଶ୍ବର : ଆଜି ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ର ନବୀକରଣ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ନବୀନ ପଟ୍ଟନାୟକ । ବରମୁଣ୍ଡାଠାରେ ବସ୍‌ ଟର୍ମିନାଲ୍‌ ନିର୍ମାଣ ହେଉଛି । ବରମୁଣ୍ଡାଠାରେ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବସ୍‌ ଟର୍ମିନାଲ୍‌ ସରିବାକୁ ପାଖାପାଖି ଦୁଇ ବର୍ଷ ଲାଗିବ। ଏହି ନବୀକରଣ କାର୍ଯ୍ୟରେ 180 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ରହିଛି ।ଏହି ଅବସରରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ, ଅଶୋକ ପଣ୍ଡା, ଫାଇଭ୍‌ଟି ସଚିବ ଭିକେ ପାଣ୍ଡିୟାନ୍‌ ପ୍ରମୁଖ ଉପସ୍ଥିତ ରହିଥିଲେ ।

Read More

ନୂଆଦିଲ୍ଲୀ : ବାସ୍ତୁଶାସ୍ତ୍ରରେ ଦିଗଗୁଡିକୁ ବିଶେଷ ମହତ୍ତ୍ବ ଦିଆଯାଇଥାଏ । ଶୋଇବା ସମୟରେ ମୁଣ୍ଡ ଓ ଗୋଡ ସଠିକ୍‌ ଦିଗରେ ରହିବା ଉଚିତ୍‌ । ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯେମିତି ପୌଷ୍ଟିକ ଆହାର ଆବଶ୍ୟକ, ସେହିପରି ନିୟମିତ ଦିନଚର୍ଯ୍ୟା ପାଇଁ ଉତ୍ତମ ନିଦ୍ରା ମଧ୍ୟ ଆବଶ୍ୟକ । କିଛି ଲୋକେ ଶୋଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦେଇନଥାନ୍ତି, ଯାହାଫଲରେ ତାଙ୍କୁ ବହୁତ କ୍ଷତି ସହିବାକୁ ପଡିଥାଏ । ବାସ୍ତୁ ଶାସ୍ତ୍ରରେ ସଠିକ୍‌ଦିଗରେ ଶୋଇବାକୁ ନିର୍ଦ୍ଦେଶ ରହିଛି । ତେବେ ଆସନ୍ତୁଜାଣିବା  ସେ ସମ୍ପର୍କରେ । -ବାସ୍ତୁ ଅନୁସାରେ ଉତ୍ତର ତଥା ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଦ୍ବାରା ନାକାରାତ୍ମକ ଶକ୍ତି ଓ ଚିନ୍ତା ବଢିଥାଏ । ଏଥିପାଇଁ ଆମକୁ ସର୍ବଦା ଦକ୍ଷିଣ ତଥା ପୂର୍ବ ଆଡକୁ ମୁଣ୍ଡ କରି ଶୋଇବା ଆବଶ୍ୟକ। -ଅବିବାହିତା ଝିଅମାନେ ଉତ୍ତର-ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଦରକାର। ସେମାନେ କଦାପି ବି…

Read More

ରମେଶ ମହାନ୍ତି ଜଗତସିଂହପୁର :ଜିଲ୍ଲା ସାରା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଦନ୍ତା ସାର୍। ଜିଲ୍ଲା ସଦରମହକୁମାରେ ଯେତେ କାର୍ଯ୍ୟାଳୟ ରହିଛି, ତା ଭିତରେ ଜିଲ୍ଲାର ସମଗ୍ର ଶିକ୍ଷା ବିଭାଗ ସଂପୂର୍ଣ୍ଣ ଅଲଗା । ଡି.ପି.ସି.ଙ୍କୁ ଛାଡି ସମସ୍ତେ ଅସ୍ଥାୟୀ କର୍ମଚାରୀ ହେଲେ ବି ସେମାନଙ୍କ ମଧ୍ୟରୁ ଅଧିକାଂଶ କର୍ମଚାରୀ ନିଜକୁ ଜଣେ ଜଣେ ଜର୍ଜଙ୍କ ଠାରୁ ଅଧିକ ବୋଲି ପ୍ରମାଣିତ କରିବାକୁ ଭୁଲନ୍ତି ନାହିଁ ବୋଲି କୁହାଯାଉଛି। ମାତ୍ର ଏହି କର୍ମଚାରୀମାନଙ୍କ ଭିତରେ ଦନ୍ତା ସାରଙ୍କ ସ୍ଥାନ ସବୁଠୁ ଅଲଗା । ସେ ବିବାହିତ ହୋଇଥିଲେ ବି ତାଙ୍କର ଦପ୍ତରି ପ୍ରେମିକା ରହିଥିବା ଜଣାପଡ଼ିଛି । ଛୁଟି ଦିନରେ କାମ ବାହାନା କରି କାର୍ଯ୍ୟାଳୟର ବାହାର ଗେଟରେ  ତାଲା ପକାଇ ଭିତରେ ଦପ୍ତରି ପ୍ରେମିକା ସହିତ ବାକିଆ କାମ କରୁଥିବା ବିଷୟ ଚର୍ଚ୍ଚା ପରିସରକୁ ଆସିବା ପରେ ଏକ ଜାତୀୟ ଛୁଟି ଦିନରେ କାର୍ଯ୍ୟାଳୟ ଉପରେ…

Read More

ଭୁବନେଶ୍ୱର : ଏକ ବର୍ଷ ଶିଶୁର ଖାଦ୍ୟନଳୀରୁ ଗୋଟିଏ ଖୋଲା ସେଫ୍ଟିପିନ୍ ବାହାର କରି ପିଲାଟିର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର । ଏକ ବର୍ଷର ଶିଶୁର ଅୟାଂଶ କୁମାର ରାଉତର ପରିବାରବର୍ଗ ତା’ର ପ୍ରଥମ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ରହିଥିବା ବେଳେ ଶିଶୁଟି ଗୋଟିଏ ଖୋଲା ସେଫ୍ଟିପିନ୍ ଗିଳି ଦେଇଥିଲା । ଏ ବିଷୟରେ ଅବଗତ ନ ଥିବା ତା’ର ପରିବାର ଲୋକେ ତାକୁ ଜୋର ଜବରଦସ୍ତ ଖାଦ୍ୟ ମଧ୍ୟ ଖୁଆଇଥିଲେ । ତେବେ ଯେତେବେଳେ ପିଲାଟିର କାଶ ଆରମ୍ଭ ହେଲା ଓ ସେ କାନ୍ଦିବାରେ ଲାଗିଲା ସେତେବେଳେ ବ୍ୟସ୍ତ ହୋଇ ତା’ ଅଭିଭାବକ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ଏକ୍ସରେ କରିବା ପରେ ତା’ର ଖାଦ୍ୟନଳୀରେ ଖୋଲା ସେଫ୍ଟିପିନ୍‌ଟି ଅଟକିଥିବାର ଜଣାପଡ଼ିଥିଲା । ଏହା ପରେ ତୁରନ୍ତ ତାକୁ ସମ୍‌ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି କରାଯାଇଥିଲା । ସମ୍ ଅଲ୍ଟିମେଟ୍ ମେଡିକେୟାରର…

Read More

ମୟୂରଭଞ୍ଜ : ଭାରସାମ୍ୟ ହରାଇ ବସ ଓଲଟି 20 ଜଣ ଯାତ୍ରୀ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ବାରିପଦାକୁ ଯାଉଥିବା ଆପୁ ନାମକ ଏକ ଘରୋଇ ବସ ଦୁର୍ଘଟଣାର ଶିକାର ହୋଇଛି । ଖନ୍ତ ନିକଟ ହାତିବାରି ଜଙ୍ଗଲ ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ 20ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ 10ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଆହତଙ୍କୁ ଚିକିତ୍ସା ପାଇଁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

Read More

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଭୂମିପୂଜନ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଭିମିପୂଜନ କରିଛନ୍ତି ।  2022 ସୁଦ୍ଧା ନୂଆ ଭବନ ନିର୍ମାଣ ଶେଷ ହେବା ନେଇ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି । ପୁରୁଣା କୋଠାର ମାତ୍ର କିଛି ମିଟର୍ ଦୂରରେ ହୋଇଛି ଭବ୍ୟ କାର୍ଯ୍ୟକ୍ରମ । ପୂରା ରୀତି ନୀତି ଅନୁସାରେ ଆଜି ଭୂମିପୂଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନଜର ଦେଖାଦେଇଥିଲା ଭାରତର ଏକତା, ଭାତୃତ୍ବ ଓ ଧର୍ମ ନିରପେକ୍ଷତାର ଝଲକ । ଭୂମି ପୂଜନ କାର୍ଯ୍ୟକ୍ରମ ପରେ ଏଠାରେ ସର୍ବଧର୍ମ ପୂଜା ବି ସମ୍ପନ୍ନ ହୋଇଥିଲା । ଏଠାରେ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ମୁସଲମାନ୍, ଖ୍ରୀଷ୍ଟ ଭଳି ଧର୍ମ ଗୁରୁ ଉପସ୍ଥିତ ଥିଲେ। ସବୁ ଧର୍ମର ଶ୍ଲୋକ, ପାଠରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । ଆଜିର ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ୍…

Read More

ଭୁବନେଶ୍ୱର: ଠିକ ବର୍ଷେ ତଳେ ଡିସେମ୍ବର 8 ତାରିଖରେ ଖୋର୍ଦ୍ଧାର ଐତିହାସିକ ବରୁଣେଇ ପାହାଡ଼ ନିକଟରେ ପାଇକ ବିଦ୍ରୋହର ସ୍ମାରକୀକୁ ଭିତ୍ତି ପ୍ରସ୍ତର ପଡିଥିଲା। ପାଇକ ସ୍ମୃତି ସ୍ତମ୍ଭ ସଂଗ୍ରହାଳୟ ନିର୍ମାଣ ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କଲାଭଳି ଅନେକ କାର୍ଯ୍ୟକ୍ରମ ହେବ ବୋଲି ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର। ରାଷ୍ଟ୍ରପତି ରାମନାଥ କୋବିନ୍ଦ  ବରୁଣେଇ ଆସି ଏହି ଐତିହ୍ୟ ସ୍ମାରକୀ ପାଇଁ ଶିଳାନ୍ୟାସ କରିଥିଲେ। ସେତେବେଳେ ଏହି ଖବର ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିଲା। ଏଥିପାଇଁ କେନ୍ଦ୍ର ସରକାର ସ୍ୱୀକୃତି ଦେଇଥିଲେ, ଅର୍ଥ ବି ମଞ୍ଜୁର କରିଛନ୍ତି। ସେହି ଅନୁସାରେ ରାଜ୍ୟ ସରକାର ୧୦ ଏକର ଜମି ବି ଯୋଗାଇଛନ୍ତି। ହେଲେ ବର୍ଷେ ପୂରଣ ହୋଇଥିଲେ ବି ଉକ୍ତ ସ୍ଥାନ ସେମିତି ଖାଲି ପଡିଛି। ନିର୍ମାଣ ଆରମ୍ଭ ନ ହେବାରୁ ସହିଦ ପାଇକଙ୍କ ପ୍ରତିମୂର୍ତ୍ତି ସେମିତି ଖୋଲାରେ ପଡିଛି। ଏହାକୁ ନେଇ ଖୋର୍ଦ୍ଧାବାସୀ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ କେଉଁ କାରଣରୁ…

Read More

ନୂଆଦିଲ୍ଲୀ : ବ୍ରିଟେନରେ ଟିକାକରଣ ଆରମ୍ଭ ହୋଇଛି । ଫାଇଜର ଟିକାକୁ ବ୍ରିଟେନ ସରକାର ଅନୁମତି ପ୍ରଦାନ କରିଥିବା ବେଳେ ଏହି ଟିକାକୁ ନେଇ ଏକ ନୂତନ ସମସ୍ୟା ସମ୍ମୁଖକୁ ଆସିଛି । ଫାଇଜର ଟିକା ନେଇ ଦୁଇ ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବାର ଖବର  ସମ୍ମୁଖକୁ ଆସିଛି । ଏହି ଘଟଣା ସମ୍ମୁଖକୁ ଆସିବା ପରେ ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ଅସୁସ୍ଥ ହୋଇଥିବା ଦୁଇ ବ୍ୟକ୍ତି ସ୍ୱାସ୍ଥ୍ୟ କର୍ମୀ ଏବଂ ଟିକା ନେବାର 24 ଘଣ୍ଟା ମଧ୍ୟରେ ଉଭୟ ଅସୁସ୍ଥ ହୋଇ ପଡିଥିଲେ । ଉଭୟ ସ୍ୱାସ୍ଥ୍ୟକର୍ମୀଙ୍କ ଅବସ୍ଥା ସୁଧୁରୁଥିବା ନେଇ ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ଭ୍ୟାକ୍‌ସିନ୍‌ କାରଣରୁ ଦୁହିଁଙ୍କର ଆର୍ଲଜି ରିଆକ୍ସନ ହୋଇଥିବାର ସୂଚନା ଦେଇଛି ବ୍ରିଟେନ୍‌ର ନ୍ୟାସନାଲ୍‌ ହେଲ୍ଥ ସର୍ଭିସ୍‌ । ଏହାପରେ ଯେଉଁମାନଙ୍କର ମେଡିସିନ୍‌ ଅଥବା ଖାଦ୍ୟ ଓ ଭ୍ୟାକସିନ୍‌କୁ ନେଇ…

Read More

ଭୁବନେଶ୍ବର : ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ସ୍କୁଲ ଖୋଲିପାରେ । ରାଜ୍ୟରେ ସ୍କୁଲ ଖୋଲିବା ସମ୍ଭାବନା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ପ୍ରଥମେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଯଦି ଜାନୁଆରୀରେ ସ୍କୁଲ ଖୋଲେ, ଛୁଟିଦିନରେ ବି କ୍ଲାସ୍‌ ହେବ । କେବଳ ପର୍ବପର୍ବାଣୀ ଛୁଟିକୁ ଛାଡି, ଅନ୍ୟ ଛୁଟିରେ କ୍ଲାସ୍‌ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତେବେ ଡିସେମ୍ବରରେ ସ୍କୁଲ ଖୋଲିହେବ ବୋଲି ଏସ୍‌ଆରସି ପୂର୍ବରୁ କହିଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରେ ସ୍କୁଲ ଖୋଲିବା ସମ୍ଭାବନା ନୁହେଁ । ତେବେ ଜାନୁଆରୀରୁ ସ୍କୁଲ ଖୋଲାଯିବା ନେଇ ସମ୍ଭାବନା ରହିଛି । ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ରାଜ୍ୟରେ ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସେହିପରି ନୂଆବର୍ଷରୁ ରାଜ୍ୟରେ…

Read More

ମୁମ୍ବାଇ : ବିଶ୍ବର 50 ଏସୀୟ ସେଲିବ୍ରିଟିଙ୍କ ତାଲିକାର ଶୀର୍ଷସ୍ଥାନ ଅଳଙ୍କୃତ କରିଛନ୍ତି ଅଭିନେତା ସୋନୁ ସୁଦ୍‌ । କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି  ଲୋକପ୍ରିୟ ହୋଇଥିବା ଅଭିନେତା ସୋନୁ ସୁଦଙ୍କୁ ଦକ୍ଷିଣ ଏସୀୟ ସେଲିବ୍ରିଟି ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି। ବ୍ରିଟେନ୍‌ର ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଣ୍ଣ ଆଇ’ ଦ୍ବାରା ପ୍ରକାଶିତ ‘ବିଶ୍ବର 50 ଏସୀୟ ସେଲିବ୍ରିଟି୍‌ ସୂଚୀରେ 47 ବର୍ଷୀୟ ସୋନୁ ଶୀର୍ଷ ସ୍ଥାନରେ ରହି ଚର୍ଚ୍ଚା ସୃଷ୍ଟି କରିଛନ୍ତି ।  ନିଜ କାର୍ଯ୍ୟ ଦ୍ବାରା ସମାଜରେ ସାକାରତ୍ମକ ପ୍ରଭାବ ପକାଇବା ସହିତ ଅନ୍ୟମାନଙ୍କୁ ପ୍ରେରିତ କରିଥିବା କଳାକାରମାନେ ଏହି ତାଲିକାରେ ସାମିଲ୍‌ ହୋଇଛନ୍ତି।  ଲକଡାଉନ୍ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଯେଉଁଭଳି ଭାବରେ ଅସହାୟମାନଙ୍କୁ ସାହାଯ୍ୟର ହାତବଢାଇଥିଲେ ସେଥିପାଇଁ ଲୋକମାନେ ତାଙ୍କୁ ରିୟଲ ହିରୋ ମାନୁଛନ୍ତି । ସୋନୁ 2020 ମସିହା ପାଇଁ ଏକ ନମ୍ବର ଏସୀୟ ସେଲିବ୍ରିଟି ଭାବରେ ମନୋନୀତ…

Read More

ଭୁବନେଶ୍ବର: ପରୀ ଗାଁରେ ପହଁଞ୍ଚିଛନ୍ତି ବିଜେପି ରାଜ୍ୟ ପ୍ରଭାବରୀ ଡି. ପୁରନ୍ଦେଶ୍ବରୀ। ପରୀ ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଜୋରସୋରରେ ବର୍ଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ଆଜି ନୟାଗଡ ଜିଲ୍ଲା ଯଦୁପୁରସ୍ଥିତ ପରୀ ଗାଁରେ ପହଞ୍ଚି ପରୀର ଦେହାବଶେଷ ପଡିଥିବା ସ୍ଥାନ ବୁଲି ଦେଖିଛନ୍ତି ଡି. ପୁରନ୍ଦେଶ୍ୱରୀ। ଏଥିସହ ସହ ଘଟଣା ସମ୍ପର୍କରେ ପରୀ ବାପାଙ୍କ ସହ ଆଲୋଚନା କରିଛନ୍ତି। ଏ ପରିପ୍ରେକ୍ଷୀରେ ସେ ଗଣମାଧ୍ୟମ ଆଗରେ ସମଗ୍ର ରାଜ୍ୟବାସୀ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଏକ ଛୋଟ ଝିଅକୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ରାଜ୍ୟ ସରକାର ହତ୍ୟାକାରୀକୁ ଖୋଜି ପାଉ ନାହାନ୍ତି। ଏଥିସହ ପରୀର ବାପାମା’ଙ୍କୁ ସୁରକ୍ଷା ଦେଇପାରୁ ନ ଥିବା ସରକାର କିପରି ସମଗ୍ର ରାଜ୍ୟବାସୀଙ୍କୁ ସୁରକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି ପୁରନ୍ଦେଶ୍ବରୀ । ସେହିପରି ଏସ୍‌ଆଇଟି ପାଖରେ କୌଣସି ନ୍ୟାୟିକ କ୍ଷମତା…

Read More

ଭୁବନେଶ୍ବର :  ନୂଆବର୍ଷରେ କଲେଜ ଖୋଲି କ୍ଲାସ୍‌ ହେବା ନେଇ ଆଶା ବ୍ୟକ୍ତ କରିଛନ୍ତି ଉଚ୍ଚଶିକ୍ଷା ସଚିବ । କଲେଜ ଖୋଲିବା ନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଶା ପ୍ରକାଶ କରିଛନ୍ତି । ତେବେ କଲେଜ ଖୋଲିବା ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ସେହିପରି ୟୁଜି ଓ ପିଜି ପାଇଁ ସେମିଷ୍ଟର ଘୁଞ୍ଚିବ ବୋଲି କହିଛନ୍ତି ଶାଶ୍ବତ ମିଶ୍ର । ସେହିପରି ପରୀକ୍ଷାକୁ ନେଇ ମଧ୍ୟ ମତ ରଖିଛନ୍ତି ସଚିବ । ଅନଲାଇନ୍‌ ପଢାକୁ ନେଇ ପରୀକ୍ଷା କଲେ ଫେଲ୍‌ ପ୍ରତିଶତ ବଢିବ । ତେଣୁ କଲେଜ ଖୋଲିବା ପରେ କ୍ଲାସ୍‌ରେ 70/80 ଦିନ ପାଠ ପଢାଯିବା ପରେ ପରୀକ୍ଷା କରାଯିବ । ଯଦି ଖୋଲିବା ବିଳମ୍ବ ହେବ, ସିଲାବସ୍‌ ହ୍ରାସ ଚିନ୍ତା କରାଯାଇପାରେ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ସଚିବ । ସୂଚନାଯୋଗ୍ୟ, କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସହର ସମଗ୍ର ଓଡ଼ିଶାରେ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛି। ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ମା’ ଭଗବତୀ ମନ୍ଦିର, ବରବରା ଠାରେ ଏସିଆ ମହାଦେଶର ବୃହତ୍ତମ ଶାଗୁଆନ ଜଙ୍ଗଲ, ଶାଳିଆ ଡ୍ୟାମ ଓ ଦକ୍ଷେଶ୍ୱର ମନ୍ଦିର ପରି ଏକାଧିକ ପର୍ଯ୍ୟଟନ ସ୍ଥଳ ଥିବା ବେଳେ ବେତ କାମ ଉକ୍ତ ସହରର ଖ୍ୟାତି ବୃଦ୍ଧି କରୁଛି। ବଢୁଥିବା ଜନବସତି ଏବଂ ପର୍ଯ୍ୟଟନ ବିକାଶକୁ ନଜରରେ ରଖି ରାଜ୍ୟ ସରକାର ବାଣପୁରକୁ ୧୯୭୩ ମସିହାରେ ଏନ.ଏ.ସି ଘୋଷଣା କରିଥିଲେ। ଯାହାଦ୍ୱାରା ବାଣପୁର ଏକ ସହରର ମର୍ଯ୍ୟାଦା ପାଇଥିଲା ଏବଂ ଏଠାରେ ବସବାସ କରୁଥିବା ନାଗରିକ ମାନେ ସହରର ସମସ୍ତ ସୁବିଧା ସୁଯୋଗ ପାଇପାରିବେ। ତେବେ ୧୫ ଟି ୱାର୍ଡ ବିଶିଷ୍ଟ ଉକ୍ତ ସହରର ଜନସଂଖ୍ୟା ୨୦୦୧ ଜନଗଣନା ଅନୁଯାୟୀ ୧୭୨୭୮ ଥିବାବେଳେ ବର୍ତ୍ତମାନ ଏହା ପାଖାପାଖି ଦ୍ବିଗୁଣିତ ହୋଇଛି। ହେଲେ ଏଯାବତ ଏନ.ଏ.ସି…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା, ବଲାଙ୍ଗିର, କେଉଁଝର, ମୟୂରଭଞ୍ଜ ଓ ସୁନ୍ଦରଗଡରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୯୭ ଜଣ ଚିହ୍ନଟ ହୋଇଥିବାବେଳେ ୧୪୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୨ହଜାର ୬୪୨କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୭ହଜାର ୪୧୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୩୮୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୯୪ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୫ ଟି ଜିଲ୍ଲାରୁ ମୋଟ୍‌ ୩୪୩ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ…

Read More

ମୁମ୍ବାଇ : ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ ତାଙ୍କ ପ୍ରଶଂସକଙ୍କୁ ସର୍ବଦା ସରପ୍ରାଇଜ୍‌ ଦେଇଥା’ନ୍ତି । ସଲମାନ୍‌ଙ୍କ ନୂଆ ଲୁକ୍‌ ଏବେ ତାଙ୍କ ଫ୍ୟାନ୍‌ମାନଙ୍କୁ ସରପ୍ରାଇଜ୍‌ କରିଛି । ସଲ୍ଲୁ ଏବେ ନିଜର ନୂଆ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସଲମାନ୍‌ ଏବେ ଜଣେ ପଞ୍ଜାବୀ ପୋଲିସ୍‌ ଭୂମିକାରେ ଦେଖାଯାଇଛନ୍ତି । ସଲମାନ୍‌ ତାଙ୍କର ନୂଆ ଫିଲ୍ମ ‘ଅନ୍ତିମ୍‌ ଦ ଟ୍ରୁଥ୍‌’ରେ ଜଣେ ପଞ୍ଜାବୀ ପୋଲିଦ୍‌ ଭୂମିକାରେ ନଜର ଆସୁଛନ୍ତି । ଏହି ଫିଲ୍ମର ସଲମାନ୍‌ଙ୍କ ଫାଷ୍ଟ ଲୁକ୍‌କୁ ସେୟାର କରିଛନ୍ତି ସଲମାନ୍‌ଙ୍କ ଭିଣୋଇ ତଥା ଅଭିନେତା ଆୟୁଷ ଶର୍ମା । କଳା ପଗଡି ଓ ଖାଲ୍‌ସା ଲକେଟ୍‌ରେ ସଲମାନ୍‌ ତାଙ୍କ ଦବଙ୍ଗ୍‌ ଷ୍ଟାଇଲ୍‌ରେ ଏକ ସବ୍‌ଜି ମଣ୍ଡିରେ ଚାଲୁଥିବାର ଦେଖାଯାଇଛି ।  ଏହି ଫିଲ୍ମର ଶୁଟିଂ ନଭେମ୍ବର 16 ତାରିଖରୁ ପୁନେଠାରେ ଆରମ୍ଭ ହୋଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ମହେଶ ମଞ୍ଜେରକର୍‌ ଦେଉଥିବାବେଳେ ଏହି ଫିଲ୍ମଟି…

Read More

ତାଇଓ୍ବାନ : ସାରା ବିଶ୍ବରେ କରୋନା ତା’ର ପ୍ରକୋପ ଜାରି ରଖିଛି । ଯଦିଓ ଏବେ କରୋନାକୁ ନେଇ ଜାରି ହୋଇଥିବା କଠୋର କଟକଣାରେ ଟିକେ କୋହଳ କରାଯାଇଛି । କିନ୍ତୁ ଏବେବି ଅନେକ ଦେଶରେ କରୋନାକୁ ନେଇ ଜାରି ହୋଇଥିବା କଟକଣାକୁ କଡାକଡି କରାଯାଉଛି । ତାଇଓ୍ବାନରେ ଜଣେ ବ୍ୟକ୍ତି କ୍ବାରେଣ୍ଟାଇନ୍‌ ନିୟମ ଭାଙ୍ଗି ଅର୍ଥଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ମାତ୍ର 8 ସେକେଣ୍ଡ ପାଇଁ ବ୍ୟକ୍ତିଜଣକ କ୍ବାରେଣ୍ଟାଇନ୍‌ ନିୟମ ଭାଙ୍ଗି 3500 ଡଲାର୍‌ ଅର୍ଥାତ୍‌ 2 ଲକ୍ଷ 57 ହଜାର 495ଟଙ୍କା ଜରିମାନା ଭରିଛନ୍ତି । ବ୍ୟକ୍ତିଜଣକ ଜଣେ ପ୍ରବାସୀ କର୍ମଚାରୀ ରୂପେ ସୂଚନା ରହିଛି । ସେ କ୍ବାୟୋସିୟୁଙ୍ଗ ସିଟିର ଏକ ହୋଟେଲ୍‌ରେ କ୍ବାରେଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରିଥିଲେ । ସେ ନିଜ ରୁମ୍‌ରୁ ବାହାରି ହଲ୍‌ ପର୍ଯ୍ୟନ୍ତ ଯାଇଥିବାରୁ ତାଙ୍କୁ ଅର୍ଥଦଣ୍ଡର ସମ୍ମୁଖୀନ ହେବାକୁ ପଡିଛି । ଫିଲିଫାଇନ୍ସର ଏହିବ୍ୟକ୍ତିଜଣକ ହୋଟେଲ୍‌ରେ କ୍ବାରେଣ୍ଟାଇନ୍‌ରେ ରହିଥିଲେ ।…

Read More

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏକ ବାହାଘରରେ ଜୟମାଲ୍ୟ ଦେବା ସମୟରେ ବରର ପ୍ରେମିକା ପହଞ୍ଚି ହଙ୍ଗାମା କରିବା ସହିତ ବିବାହ ମଣ୍ଡପରୁ ନିଜ ପ୍ରେମିକ ଅର୍ଥାତ୍‌ ବରକୁ ଉଠାଇନେଇଛି ।  ପ୍ରେମିକା ଜଣକ ବିବାହ ମଣ୍ଡପରେ ଉପସ୍ଥିତ ହୋଇ ବାହାଘର ବନ୍ଦ କରିବା ସହିତ ନିଜ କାର୍‌ରେ ପ୍ରେମିକାକୁ ନେଇ ସେଠାରୁ ପଳାଇଥିଲା । ତେବେ ବରଯାତ୍ରୀ ବିନା ବଧୂରେ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଘଟଣାଟି ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ରହୁଥିବା ଜଣଷ ଯୁବକ ବିବାହ ପାଇଁ ବରଯାତ୍ରୀ ସହ ସଜବାଜ ହୋଇ କନ୍ୟା ଘଣକୁ ଯାଇଥିଲେ । ତେବେ ବାହାଘରର ପ୍ରଥମ ପର୍ବ ଜୟମାଲ୍ୟା ହେବା ପୂର୍ବରୁ ଫିଲ୍ମି ଷ୍ଟାଇଲ୍‌ରେ ସେଠାରେ ବରର ପ୍ରେମିକା ଏଣ୍ଟ୍ରି ମାରିଥିଲେ । ଏହାପରେ ସେ ବରକୁ…

Read More