Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଆର୍ଥକ କାଗକ ତନଖି କରିବା ନାମରେ ବିଇଓଙ୍କ କାର୍ଯ୍ୟାଳୟକୁ ଡାକି ଜଣ ପିଚ୍ଛା ୫୦୦ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ଅଭିଯୋଗ ଚର୍ଚ୍ଚା ହେଉଛି ।  ଏହାକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା କୁହାଯାଉଛି । ସୂଚନାନୁଯାୟୀ ଏପରି ଘଟଣା ଏରସମା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ହେଉଥିବା ଅଭିଯୋଗ ହେଉଛି । ବ୍ଲକର ସମସ୍ତ ବିଦ୍ୟାଳୟକୁ ଅଡିଟ କରିବାକୁ ଖବର ଦେଇ ପ୍ରଧାନ ଶିକ୍ଷକ ବା ଶିକ୍ଷୟିତ୍ରୀମାନଙ୍କୁ ଡକାଇ ବିଦ୍ୟାଳୟର ଆର୍ଥକ କାଗକ ତନଖି ହେବା ନାମରେ ବିଦ୍ୟାଳୟ ପିଚ୍ଛା ୫୦୦ଟଙ୍କା ଲେଖାଏଁ ଆଦାୟ ହେଉଥିବା ଚର୍ଚ୍ଚା ହେଉଛି ।ଏ ବିଷୟରେ ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ମୁଁ କିଛି ଜାଣିନାହିଁ ବୋଲି ସେ ବେପରୁଆ ଭାବରେ ପ୍ରକାଶ କରିଛନ୍ତି। ଉକ୍ତ ଘଟଣାକୁ ଘଣ୍ଟ ଘୋଡ଼ାଇବା ପାଇଁ ସେ ଏପରି ଉତ୍ତର ଦେଇଛନ୍ତି ବୋଲି ବିଶେଷ…

Read More

ନୂଆଦିଲ୍ଲୀ : ନୋଟାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ଯଦି କୌଣସି ନିର୍ବାଚନରେ ନୋଟା ବିଜୟୀ ହୁଏ ତେବେ ନିର୍ବାଚନକୁ ଋଦ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଆଗତ ଜନସ୍ୱାର୍ଥ ମାମଲାରେ କୁହାଯାଇଛି । ବିଜେପି ନେତା ତଥା ଓକିଲ ଅଶ୍ୱିନୀ କୁମାର ଉପାଧ୍ୟାୟ ଏହି ମାମଲା ଦାୟର କରିଛନ୍ତି । ନୋଟାକୁ ସର୍ବାଧିକ ଆସନ ମିଳିଲେ ନିର୍ବାଚନକୁ ଋବ୍ଦ କରାଯିବା ସହିତ ପ୍ରାର୍ଥୀଙ୍କ ନିର୍ବାଚନ ଲଢିବା ଉପରେ କଟକଣା ଜାରି କରାଯିବା ଉଚିତ ବୋଲି କୁହାଯାଇଛି । ଆଇନଜୀବୀ ଅଶ୍ୱିନୀ କୁମାର ଦୁବେଙ୍କ ଦ୍ୱାରା ଏହି ଯାଚିକା ଦାଖଲ କରାଯାଇଥିଲା । ଏହା ସହିତ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରି ଏହି ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ଅନୁରୋଧ କରାଯାଇଛି । ବିଭିନ୍ନ ସମୟରେ ରାଜନୈତିକ ଦଳ ଗୁଡିକ ଜନତାଙ୍କ ମତକୁ ନଶୁଣି ପ୍ରାର୍ଥୀ ଦେଉଛନ୍ତି । ଏପରି ସ୍ଥଳେ ନୋଟା ଆସିଲେ ସମ୍ପୃକ୍ତ…

Read More

ବିହାର: ବିହାର ସ୍ଥିତ ସିଓ୍ଵାନରୁ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହିତ ପାଞ୍ଚୋଟି ପିଲାକୁ ହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଭଗବନାପୁର ଥାନା ଅନ୍ତର୍ଗତ ବଳହାଂ ଅଲ୍ଲୀମର୍ଦ୍ଦନପୁର ଗ୍ରାମରେ ଜଣେ ମଦ୍ୟପ ସ୍ବାମୀ ସ୍ତ୍ରୀ ସହ ଶୋଇଥିବା ପାଞ୍ଚଜଣ ପିଲାଙ୍କୁ କୁରାଢୀରେ କାଟି ହତ୍ୟା କରିଛନ୍ତି । ସ୍ତ୍ରୀ ଓ ଜଣେ ପିଲା ଗୁରୁତର ହୋଇଥିବାବେଳେ ଅନ୍ୟ ଚାରି ଶିଶୁଙ୍କର ମୃତ୍ୟୁ ହୋଇଛି । ସ୍ତ୍ରୀ ଓ ପିଲାଙ୍କୁ ହତ୍ୟା କରିବା ପରେ ବ୍ୟକ୍ତି ଜଣକ ଏହା ଭୂତର କାର୍ଯ୍ୟ ବୋଲି କହିଥିଲେ । ଭୂତ ତାଙ୍କ ଶରୀରରେ ପ୍ରବେଶ କରିବା ପରେ ଏସବୁ କାଣ୍ଡ ହୋଇଛି ବୋଲି କହିଛନ୍ତି ଅଭିଯୁକ୍ତି  । ତେବେ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିବାପରେ ଅଭିଯୁକ୍ତଙ୍କର ମାନସିକ ସ୍ଥିତି ଠିକ୍‌ ନଥିବାର କହିଛି। (ଏଜେନ୍ସି)

Read More

କଲମ୍ବୋ : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ମହାରାଜା ଜେଲ୍‌ରେ କରୋନାକୁ ନେଇ ସଂଘର୍ଷ ହୋଇଛି । ଏହି ସଂଘର୍ଷରେ 8ଜଣ କଏଦୀଙ୍କ ମୃତ୍ୟୁ ହୋଇଥିବାବେଳେ 50ଜଣ ଗୁରୁତର ହୋଇଛନ୍ତି । ଦେଶର ଭିଡଥବା ଜେଲ୍‌ରେ କରୋନା ସଂକ୍ରମଣକୁ ବୃଦ୍ଧିକୁ ନେଇ କଏଦୀମାନେ ବିରୋଧ କରୁଥିଲେ । ଏହି ଘଟଣାକୁ ନେଇ ଗାର୍ଡଙ୍କ ସହ କଏଦୀଙ୍କର ଝଗଡା ହୋଇଥିଲା । ଗାର୍ଡଙ୍କ ସହିତ ଝଗଡା ଉଗ୍ର ରୂପେ ନେଇ ସଂଘର୍ଷରେ ପରିଣତ ହୋଇଥିଲା । ଏଥିରେ 8ଜଣ କଏଦୀଙ୍କର ମୃତ୍ୟୁ ହୋଇଛି । ଗତ ମାସରେ ଶ୍ରୀଲଙ୍କାରେ କରୋନା ମାମଲାରେ ବୃଦ୍ଧି ଘଟିଛି । କଏଦୀମାନେ ନିକଟ ସପ୍ତାହରେ କରୋନା ଟେଷ୍ଟରେ ବୃଦ୍ଧି ତଥା ସଂକ୍ରମିତ କଏଦୀଙ୍କପାଇଁ ଅଲଗା ସୁବିଧା ଦାବିରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ତେବେ ଗୁଳି ଯୋଗୁଁ କଏଦୀମାନଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଏବେ ସୁଦ୍ଧା 22 ହଜାର 988 କରୋନା ମାମଲା…

Read More

ଭୁବନେଶ୍ୱର : ଆଇଏଫଏସ ଅଭୟକାନ୍ତ ପାଠକ ଗିରଫ ମାମଲାରେ ଖୋଳତାଡ ଜାରି ଜାରି ରହିଛି । ଏହାରି ମଧ୍ୟରେ ଆଜି ଭିଜିଲାନ୍ସ ନିକଟରେ ହାଜର ହୋଇଛନ୍ତି ଅଭୟ ପାଠକଙ୍କ ଡ୍ରାଇଭର । ପୂର୍ବରୁ ରେଡ ବେଳେ ଡ୍ରାଇଭରଙ୍କ ଘରୁ 20 ଲକ୍ଷ ଟଙ୍କା ଜବତ ହୋଇଥିଲା । ଡ୍ରାଇଭର କୁମାରାତକୁ ପଚରାଉଚରା କରିବ ଏସଆଇଟି । ଡ୍ରାଇଭରକୁ କାଲି ହାଜର ପାଇଁ କଲ୍ କରିଥିଲା ଏସଆଇଟି । ଡ୍ରାଇଭରକୁ ଜେରା ସମୟରେ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା ରହିଛି । ଅନ୍ୟପଟେ ଏହି ମାମଲା ସହ ସମୃକ୍ତ ପାଞ୍ଚ ବ୍ୟାଙ୍କ ର୍କମଚାରୀ ମଧ୍ୟ ଭିଜିଲାନ୍ସରେ ହାଜର ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି ।  ରାଜ୍ଯରେ  ଆଉ ପାଞ୍ଚ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1744କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ପୁରୀରୁ ସର୍ବାଧିକ 3 ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ  ଖୋର୍ଦ୍ଧା ଓ ଜଗତସିଂହପୁରର ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।  ଆଜି ଖୋର୍ଦ୍ଧା ଜିଲ୍ଲାରୁ 68 ବର୍ଷୀୟ ପୁରୁଷ ଓ ଜଗତସିଂହପୁରରୁ 39 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀରୁ 78 ବର୍ଷୀୟ ପୁରୁଷ, 36 ବର୍ଷୀୟ ପୁରୁଷ ଓ 65 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୧୯ ଜଣ ଚିହ୍ନଟ ହୋଇଥିବାବେଳେ ୧୫୯ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ହଜାର ୧୦୩କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୨ ହଜାର ୦୫୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୨୪୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୩୪ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ ଟି ଜିଲ୍ଲାରୁ ମୋଟ୍‌ ୩୭୮ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ସର୍ବାଧିକ ୩୮ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ଵରରୁ ୧୪, ବରଗଡରୁ…

Read More

ନୂଆଦିଲ୍ଲୀ :  ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରାଙ୍କ୍‌‌ ଭିଡିଓ ସେୟାର କରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି । ବ୍ୟକ୍ତି ଜଣକ ବିଏମ୍‌ଡବ୍ଲ୍ୟୁର ଗାଡିକୁ ନଦୀରେ ପକାଇଥିଲେ । ପରିବେଶକୁ କ୍ଷତି ତଥା ସଡକ ସୁରକ୍ଷା ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ ଅଭିଯୋଗରେ ବ୍ୟକ୍ତିଙ୍କୁ ଗିରଫ କରିଥିବାର ସୂଚନା ରହିଛି । ସ୍ପେନ୍‌ଠାରେ ଜଣେ ବ୍ୟକ୍ତି ନଦୀକୁ ବିଏମ୍‌ଡବ୍ଲ୍ୟୁ ଗାଡିକୁ ଖସାଇଥିଲେ । ଅଭିଯୁକ୍ତ ଯୁବକ ଜଣକ ବ୍ରିଟେନ୍‌ ବାସିନ୍ଦା ବୋଲି ସୂଚନା ରହିଛି । ଯୁବକ ଜଣକ ମାରବେଲା ନଦୀରେ ବିଏମ୍‌ଡବ୍ଲ୍ୟୁ କାରକୁ ଖସାଇ ଭିଡିଓ ଶୁଟ୍‌ କରିବା ସହ ଏହି ଭିଡିଓକୁ ସୋସିଆଲ୍‌ ମିଡିଆରେ ଅପଲୋଡ୍‌ କରିଥିଲେ । ତା’ପରେ କିଛି ସମୟରେ ଏହି ଭିଡିଓକୁ ହଟାଇ ଦେଇଥିଲେ । ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ଦେଖି ପୋଲିସ୍‌ ଯୁବକଙ୍କୁ ତଲାସ କରିଥିଲା । ପୋଲିସ୍‌ ଯାଞ୍ଚ ପରେ ଯୁବକ ଜଣଙ୍କ ନିକଟରୁ ଦସ୍ତାବିଜ୍‌ ମିଳିଥିଲା । ଯୁବକ ଜଣଙ୍କ ପାଖରେ…

Read More

ୱାଶିଂଟନ : କରୋନା ମୁକାବିଲା ପାଇଁ ଖୁସି ଖବର । ଆମେରିକୀୟ ଟିକା ପ୍ରସ୍ତୁତକାରୀ କମ୍ପାନୀ ମଡର୍ଣ୍ଣା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଟିକା ଶତ ପ୍ରତିଶତ ସଫଳ । ମଡର୍ଣ୍ଣାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ମିଳିଥିବା ତଥ୍ୟ ଅନୁଯାୟୀ ଏହ ଟିକା ପ୍ରାୟ 94.1 ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା । ତେବେ ଗୁରୁତର କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଟିକା ଶତ ପ୍ରତିଶତ ସଫଳ ହୋଇଥିବା ନେଇ ମଡର୍ଣ୍ଣା ପକ୍ଷରୁ କୁହାଯାଇଛି । ମଡର୍ଣ୍ଣାର ବ୍ୟବହାର କାରଣରୁ କରୋନା ମୃତ୍ୟୁକୁ ରୋକା ଯାଇ ପାରୁଛି । ଏହି ତଥ୍ୟ ସହିତ ଆମେରିକୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଟିକାର ବ୍ୟବହାରିକ ପ୍ରୟୋଗ ପାଇଁ ଅନୁମତି ମଗାଯାଇଛି । ଏହା ସହିତ 2020  ସୁଦ୍ଧା ମଡର୍ଣ୍ଣା ଆମେରିକାରେ 2 କୋଟି ଡୋଜର ଟିକା ବିତରଣ କରି ପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Read More

ମାଲକାନଗିରି: ମାଲକାନଗିରି-ଛତିଶଗଡ ସୀମାନ୍ତରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି। ବିସ୍ଫୋରଣ ଫଳରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଯବାନମାନଙ୍କୁ ଟାର୍ଗେଟ୍ କରି ଏଭଳି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି ମାଓବାଦୀ । ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁରରେ ବଡ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ବାସାଗୁଡା ଗାଁ ନିକଟରେ ଘଟିଛି ବିସ୍ଫୋରଣ । ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଟାଟା ସୁମୋ ଗାଡିଟି ଉଡିଯାଇଛି । ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Read More

ନୂଆଦିଲ୍ଲୀ : ଦେଶରେ ଗତ ୨୪  ଘଣ୍ଟାରେ ୩୧ ହଜାର ୧୧୮ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୮୨ ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ୬୨ ହଜାର ୮୦୯କୁ ବୃଦ୍ଧି ପାଇ ଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୭ ହଜାର ୬୨୧ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ଦେଶରେ ୪ ଲକ୍ଷ ୩୫ ହଜାର ୬୦୩ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୮୮ ଲକ୍ଷ ୮୯ ହଜାର ୫୮୫ ଜଣ । ବିଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର ୮୯୫ ଜଣ  ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୩୮୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ…

Read More

ସମ୍ବଲପୁର : ଆଜି ରାଜ୍ୟର ଦୁଇଟି ସ୍ଥାନରେ ଦୁଇଟି ହାତୀ ଆଖି ବୁଜିଛନ୍ତି । ସମ୍ବଲପୁରର ଯଦୁ ଲୋଇସିଂହାଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଏକ ଦନ୍ତା ପ୍ରାଣ ହରାଇଥିବାବେଳେ ଗଞ୍ଜାମର ଆସିବାରେ କାଦୁଅରେ ଫସି ତିନି ମାସର ହାତୀ ଛୁଆର ମୃତ୍ୟୁ ହୋଇଛି । ସମ୍ବଲପୁର ଯଦୁ ଲୋଇସିଂହା ଅଞ୍ଚଳରେ ବିଲ ଭିତରେ ଏକ ଦନ୍ତା ହାତୀର ମୃତଦେହ ପଡ଼ି ରହିଛି । ଜମି ଭିତରେ କେହି ଦୁର୍ବୃତ୍ତ 11କେଭି ବିଦ୍ୟୁତ୍‌ ତାର ବିଛାଇଥିବା ଯୋଗୁ ହାତୀର ଶୋଚନୀୟ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ସେହିପରି ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଲାଉଗଡ଼ ଗାଁ ନିକଟ ଧାନବିଲରୁ ଏକ ତିନି ମାସର ହାତୀଛୁଆର ମୃତଦେହ ଉଦ୍ଧାର ହୋଇଛି। କାଦୁଅରେ ଫସି ହାତୀଛୁଆର ମୃତ୍ୟ ହୋଇଥିବା ସନ୍ଦେହ କରାଯାଉଛି।

Read More

ନୂଆଦିଲ୍ଲୀ, ପ୍ରତିଦିନ ଖାଉଥିବା ଏହି ପାଞ୍ଚୋଟି  ଜିନିଷ ବିପଜ୍ଜନକ ହୋଇପାରେ, ଏହି ଜିନିଷଗୁଡ଼ିକୁ ଦୟାକରି ଧ୍ୟାନରେ ରଖନ୍ତୁ । ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ଏବଂ ପାନୀୟ ପ୍ରତି ବହୁତ ଧ୍ୟାନ ଦେବା ଆବଶ୍ୟକ । ସୁସ୍ଥ ଖାଦ୍ୟ ଖାଇବା ବେଳେ କିଛି ବିଶେଷ ଜିନିଷ ଉପରେ ଧ୍ୟାନ ଦେବା ଜରୁରୀ, ନଚେତ୍ ଏହା ଲାଭ ପରିବର୍ତ୍ତେ ଶରୀରକୁ କ୍ଷତି ପହଞ୍ଚାଇପାରେ । ଆସନ୍ତୁ ଜାଣିବା ଏହି ଜିନିଷଗୁଡ଼ିକ ବିଷୟରେ । ଚେରି ମଞ୍ଜି- ଚେରି ହୃଦରୋଗକୁ ହ୍ରାସ କରିଥାଏ ଏବଂ ହଜମ ପ୍ରକ୍ରିୟାକୁ ବଜାୟ ରଖେ। କିନ୍ତୁ ଏହାର ମଞ୍ଜି ଅତ୍ୟନ୍ତ କ୍ଷତିକାରକ । ଚେରି ମଞ୍ଜି ବହୁତ କଠିନ ଏବଂ ଏଥିରେ ପ୍ରୁସିକ୍ ଏସିଡ୍ ଥାଏ, ଯାହା ଅତ୍ୟଧିକ ବିଷାକ୍ତ ବୋଲି ବିବେଚନା କରାଯାଏ । ଯଦି ଆପଣ ଭୁଲରେ ଚେରି ମଞ୍ଜି ଗିଳି ଦେଇଛନ୍ତି ତେବେ ଭୟ କରନ୍ତୁ ନାହିଁ, ଏହା କୈଣସି ପ୍ରକାରେ ଆପଣଙ୍କ…

Read More

ନୂଆଦିଲ୍ଲୀ, ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଶେଷ ହୋଇଛି। ବର୍ତ୍ତମାନ ଡିସେମ୍ବର ମାସରେ ଏକ ସୂର୍ଯ୍ୟ ଗ୍ରହଣ ମଧ୍ୟ ହେବ। ଏହା ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ସୂର୍ଯ୍ୟ ଗ୍ରହଣର ତାରିଖ ଏବଂ ସମୟ 14 ଡିସେମ୍ବର 2020ରେ ସୂର୍ଯ୍ୟ ଗ୍ରହଣ ହେବ। ଏହି ସୂର୍ଯ୍ୟ ଗ୍ରହଣ ମାର୍ଗାଶୀର ଅମାବାସ୍ୟା ତିଥିରେ ହେଉଛି। ଏହା ଚଳିତ ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟ ଗ୍ରହଣ ହେବ। ଏହା ପୂର୍ବରୁ ଜୁନ୍ 21 ରେ ଏକ ସୂର୍ଯ୍ୟ ଗ୍ରହଣ ହୋଇଥିଲା। ଡିସେମ୍ବର 14 ରେ ସନ୍ଧ୍ୟା 7:00 ରୁ ଆରମ୍ଭ ହେବ ଏବଂ ଡିସେମ୍ବର 15 ରେ ରାତି ପ୍ରାୟ 12 ଟା ମଧ୍ୟରେ ଶେଷ ହେବ। ଏହି ସୂର୍ଯ୍ୟ ଗ୍ରହଣ ଦକ୍ଷିଣ ଆମେରିକା, ଆଟଲାଣ୍ଟିକ୍ ମହାସାଗର, ଆଫ୍ରିକା ଇତ୍ୟାଦି ଦେଶରେ ଦେଖିବାକୁ ମିଳିବ। ସୂର୍ଯ୍ୟ ଗ୍ରହଣର ଗୁରୁତ୍ୱ…

Read More

ମେଷ – ଚାକିରୀ ପରିବର୍ତ୍ତନ ହେବାର ସମ୍ଭାବନା ହେତୁ ଭବିଷ୍ୟତ ପାଇଁ ଚିନ୍ତିତ ହେବେ। ନିଜକୁ ନିୟନ୍ତ୍ରଣ କରନ୍ତୁ ଏବଂ ନକାରାତ୍ମକ ଚିନ୍ତାଧାରାକୁ ହଟାନ୍ତୁ। ପାରିବାରିକ ଆଚରଣ ସ୍ୱାଭାବିକ ହେବ। ସାଙ୍ଗମାନଙ୍କ ସହିତ ସମୟ ବିତାଇବେ। ବୃଷ – ଅତ୍ୟଧିକ କ୍ରୋଧ ମଧ୍ୟରେ କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ସଂଯୋଗ ବିଚ୍ଛିନ୍ନ ହେବ। ନୂତନ ଆୟର ଉତ୍ସ ପ୍ରତିଷ୍ଠା ହେବ। କର୍ମଚାରୀଙ୍କ ଯୋଗୁଁ ବିରକ୍ତ ହେବେ। ଅର୍ଥନୈତିକ ସ୍ଥିତିର ଉନ୍ନତି ହେବ। ଧାର୍ମିକ କାର୍ଯ୍ୟ ପାଇଁ କିଛି ଟଙ୍କା ଖର୍ଚ୍ଚ କରିପାରନ୍ତି। ମିଥୁନ – ବ୍ୟବସାୟରେ ଅଗ୍ରଗତି ସହିତ ଜମି ଏବଂ ନିର୍ମାଣ ସହ ଜଡିତ ବିଷୟଗୁଡ଼ିକ ସପକ୍ଷରେ ସମାଧାନ ହେବ। ପ୍ରଶାସନ ସହ ଜଡିତ କାର୍ଯ୍ୟ ସୁଗମ ହେବ। ସ୍ୱାସ୍ଥ୍ୟରେ ଉନ୍ନତି ସତ୍ତ୍ୱେ ଆପଣ ଭବିଷ୍ୟତ ପାଇଁ ଚିନ୍ତିତ ହେବେ। ଦୂର ଯାତ୍ରା କରିବାର ସମ୍ଭାବନା ରହିଛି। କର୍କଟ – ଆପଣଙ୍କର ଜୀବିକା ପାଇଁ ଚିନ୍ତିତ ହେବେ। ବର୍ତ୍ତମାନ ସମୟ…

Read More

ଭୁବନେଶ୍ୱର: ଡିସେମ୍ବର ମାସ ପାଇଁ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଡିସେମ୍ବର ୩୧ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଜାରି ରହିବ। ବଡ଼ ଧରଣର ଧାର୍ମିକ, କ୍ରୀଡ଼ା, ସାଂସ୍କୃତିକ ଓ ରାଜନୈତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ। ହେଲେ ଧାର୍ମିକ ଅନୁଷ୍ଠାନ ଖୋଲିବ କି ନାହିଁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ। ବାହାଘର ପାଇଁ ୨୦୦ ଲୋକଙ୍କୁ ଏକାଠି ହେବାର ଅନୁମତି ପ୍ରଦାନ କରାଯାଇଥିବା ବେଳେ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୫୦ ଲୋକଙ୍କୁ ଅନୁମତି ଦିଆଯାଇଛି। ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ମାସ୍କ ଓ ସାମାଜିକ ଦୂରତା ରହିବା ଆବଶ୍ୟକ। ସେହିପରି ଆନ୍ତର୍ଜାତିକ ବିମାନ ସେବା ବନ୍ଦ ରହିବ। ବିଜନେସ୍‌ ଟୁ ବିଜନେସ୍ ପ୍ରଦର୍ଶନୀକୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। କିନ୍ତୁ ବିଜନେସ୍ ଟୁ କଷ୍ଟମର୍ ପ୍ରଦର୍ଶନୀକୁ ଅନୁମତି ଦିଆଯାଇ ନାହିଁ। ଡିସେମ୍ୱର ୧ରୁ ସବୁ ମେଡିକାଲ କଲେଜ୍ ଖୋଲିବାକୁ ଅନୁମତି ମିଳିଛି। ଡିସେମ୍ବର ୩୧ ଯାଏଁ ରାଜ୍ୟରେ ସିନେମା ହଲ ଖୋଲିବା…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୮୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସୁନ୍ଦରଗଡରୁ ସର୍ବାଧିକ ୮୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୮୧, ବାଲେଶ୍ଵରରୁ ୬୧, ମୟୂରଭଞ୍ଜରୁ୫୩, କେନ୍ଦୁଝରରୁ ୫୧, ନୂଆପଡ଼ାରୁ ୫୧, କଟକରୁ ୪୭, ଜଗତସିଂହପୁରରୁ ୪୪, ସମ୍ବଲପୁରରୁ ୪୦, କେନ୍ଦ୍ରାପଡାରୁ ୩୮, ଅନୁଗୁଳରୁ ୩୪, ବରଗଡରୁ ୩୦, ବଲାଙ୍ଗିରିରୁ ୨୭, ଝାରସୁଗୁଡାରୁ ୨୧, ପୁରୀରୁ ୨୦, ଯାଜପୁରରୁ ୧୭, କଳାହାଣ୍ଡିରୁ ୧୩, ଢେଙ୍କାନାଳରୁ ୧୨, ନବରଙ୍ଗପୁରରୁ ୯, ନୟାଗଡରୁ ୯, ରାୟଗଡାରୁ ୯, ମାଲକାନଗିରିରୁ ୮, ଭଦ୍ରକରୁ ୭, ଗଞ୍ଜାମରୁ ୬, ବୌଦ୍ଧରୁ ୫, କନ୍ଧମାଳରୁ ୫, କୋରାପୁଟରୁ ୫, ଦେବଗଡରୁ ୪, ଗଜପତି ୩, ସୋନପୁରରୁ ୧ ଓ ଷ୍ଟେଟ୍ ପୁଲରୁ ୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ…

Read More

ଭୁବନେଶ୍ୱର: ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରାଯାଇ ପାରିଛି । ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲରେ ରବିବାର ଦିନ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ କରାଯାଇଛି । ଗତ ମାର୍ଚ୍ଚ ୫ ତାରିଖରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ରାଜ୍ୟର ପ୍ରଥମ ସଫଳ ଯକୃତ ପ୍ରତ୍ୟାରୋପଣ କରାଯାଇଥିଲା । ହାଇଦ୍ରାବାଦ ସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ ଗ୍ୟାଷ୍ଟ୍ରୋ ଏଂଟେରୋଲୋଜିର ପ୍ରଫେସର ପି. ବାଲଚନ୍ଦ୍ରନ ମେନନ୍‌ଙ୍କ ନେତୃତ୍ୱରେ ଏକ ଟିମ୍ ଏବଂ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନମାନେ ଅସ୍ତ୍ରୋପଚାର କରିଥିଲେ । ଏହି ଅପରେସନ ପ୍ରକ୍ରିୟା ଭୋର ୪ ଟାରୁ ଆରମ୍ଭ ହୋଇ ଦୀର୍ଘ ୧୨ ଘଂଟା ପର୍ଯ୍ୟନ୍ତ ଜାରି ରହିଥିଲା ବୋଲି ସୂଚନା ଦେଇଛନ୍ତି ଆଇଏମଏସ ଆଣ୍ଡ ସମ୍…

Read More

ନୟାଗଡ : ନୟାଗଡ ପରୀ ହତ୍ୟା ମାମଲାରେ ଏନ୍‌ସିପିସିଆର ରିପୋର୍ଟ ତଲବ କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କଲେ ଏନ୍‌ସିପିସିଆର୍‌ । ଏନ୍‌ସିପିସିଆର୍‌ ନିଜ ତରଫରୁ ମାମଲା ରୁଜୁ କରି ନୋଟିସ୍‌ କରିଛନ୍ତି ଏନ୍‌ସିପିସିଆର୍‌ । ତଦନ୍ତର ଅଗ୍ରଗତି ସହ କିଛି ଦସ୍ତାବିଜ୍‌ 10 ଦିନ ମଧ୍ୟରେ ଦାଖଲ ନିର୍ଦ୍ଦେଶ ରହିଛି । ପୀଡ଼ିତାର ବୟସ ପ୍ରମାଣପତ୍ର, ଏତଲା କପି, ପିଏମ୍‌ ରିପୋର୍ଟ ଦାଖଲ ନିର୍ଦ୍ଦେଶ ରହିଛି। ଅଭିଯୁକ୍ତଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠାନ ହୋଇଛି ଜଣାଇବାକୁ ମଧ୍ୟ ଏନ୍‌ସିପି ସିଆର୍‌ ନିର୍ଦ୍ଦେଶ ଦେଇଛି। ବର୍ତ୍ତମାନ ମାମଲାର ସ୍ଥିତି ଏବଂ ଅନ୍ୟାନ୍ୟ କାଗଜାତ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ପରୀ ହତ୍ୟା ମାମଲାକୁ ନେଇ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିସନ (ଏନସିପିସିଆର୍‌)ଙ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଭେଟିଛନ୍ତି। ପରୀକୁ ନ୍ୟାୟ ଦେବା ଲାଗି ସମ୍ବିତ ପାତ୍ର ଏକ ସ୍ମାରକ ପତ୍ର ଦେଇ…

Read More

ଲକ୍ଷ୍ମୌ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ମୁମ୍ବାଇ ଯିବେ।  ମହାରଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ଗଡରେ ପଶିବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।ତେବେ ଏହା କୈଣସି ରାଜନୈତିକ କାରଣ ନ ଥିଲେ ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ବାସ୍ତବରେ ସେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁମ୍ବାଇ ଯାଉଛନ୍ତି। ଏଥିସହ ସେଠାରେ ଥିବା ମ୍ୟୁନିସିପାଲିଟି ବଣ୍ଡ ପ୍ରଦାନ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଯୋଗ ଦେବେ। ଏହା ପରେ ସେ ୟୁପିରେ ପ୍ରସ୍ତାବିତ ଫିଲ୍ମ ସିଟି ବିଷୟରେ ବଲିଉଡ ତାରକାମାନଙ୍କ ସହ ଏକ ବୈଠକ ମଧ୍ୟ କରିବେ। ଏହି ବୈଠକରେ ସେ ଚଳଚ୍ଚିତ୍ର ଜଗତର ସେଲିବ୍ରିଟିମାନଙ୍କ ସହ ୟୁପିରେ ଏକ ଚଳଚ୍ଚିତ୍ର ସହର ନିର୍ମାଣ କରିବାର ଯୋଜନା ବିଷୟରେ ଆଲୋଚନା କରିବେ। ଏହି ବୈଠକରେ ଯୋଗୀ ଫିଲ୍ମ ସିଟି ନିର୍ମାଣ ସମୟରେ କ’ଣ ବିଶେଷ ଧ୍ୟାନ ଦିଆଯିବା ଉଚିତ ତାହା ଆଲୋଚନା କରିବେ।…

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଗ୍ରାଫ୍‌ ଧୀରେ ଧୀରେ ତଳକୁ ଖସିଛି । ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା 500ରୁ କମ୍‌ ରହିଛି । ଏହାରି ମଧ୍ୟରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ଏହି କ୍ରମରେ ସମସ୍ତ ରୁଟ୍‌ରେ ମାେ ବସ୍‌ ଚଳାଚଳ କରିବା ବୋଲି ସୂଚନା ରହିଛି । ଆସନ୍ତାକାଲିଠାରୁ ସବୁ ରୁଟ୍‌ରେ ମୋ ବସ୍‌ ଚଳାଚଳ କରିବ । କେବଳ ରୁଟ୍‌ ନମ୍ବର 29କୁ ଛାଡି ଅନ୍ୟ ସବୁ ରୁଟ୍‌ରେ ମୋ’ ବସ୍‌ ଚାଲିବ । ଏନେଇ ବସ୍‌ ପରିଚାଳନାକାରୀ ‘କ୍ରୁଟ୍‌’ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୋ’ ବସ୍‌ ଚଳାଚଳ ଉପରେ କଟକଣା ଜାରି କରାଯାଇଥିଲା । ତେବେ ରାଜ୍ୟରେ ଅନଲକ୍‌ ଲାଗୁ ହେବା ପରେ ପର୍ଯ୍ୟାୟକ୍ରମେ ମୋ ବସ୍‌ ଆରମ୍ଭ କରାଯାଇଥିଲା ।  ନଭେମ୍ବର ମାସ ସୁଦ୍ଧା 17ଟି ରୁଟ୍‌ରେ ମୋ’ ବସ୍‌ ଚଳାଚଳ କରୁଥିଲା ।…

Read More