Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ : ଚାରି ଦଫା ଦାବି ନେଇ ଆଜି ଗଂଜାମ ଜିଲ୍ଲା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟଳୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ – (୧)ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିବା ଗଂଜାମରେ ୪୩୩ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବନ୍ଦ କରାଯିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା । (୨)ତୁରନ୍ତ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ବାହାର କରିବା । (୩)ଭିତ୍ତିଭୂମି ନଥିବା ତଥା ବିନା ସିଓଆର୍ ଏବଂ ଏନ୍‌ଓସିରେ ଚାଲିଥିବା ବେସରକାରୀ ସ୍କୁଲ ଚିହ୍ନଟ କରି ବନ୍ଦ କରିବା । (୪)ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଶିକ୍ଷକଙ୍କୁ ଚିହ୍ନଟ କରି ଚାକିରିରୁ ବହିଷ୍କାର କରିବା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ଏବଂ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।…

Read More

ହରିୟାଣା : ଦେଶର ଯଦିଓ କରୋନା ସଂକ୍ରମଣ ମାମଲାରେ ହ୍ରାସ ଘଟିଛି ତଥାପି କରୋନା ପ୍ରଭାବ ରହିଛି । କରୋନା ପାଇଁ ମାର୍ଚ୍ଚ ମାସରୁ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ସ୍ଥଳେ ନଭେମ୍ବର ମାସରୁ ଦେଶର କିଛି ଅଂଶରେ ଶିକ୍ଷାନୁଷ୍ଠାନ ଖୋଲିଛି । ପୂର୍ବରୁ କରୋନା ପାଇଁ ରହିଥିବା କଡାକଡି କଟକଣାରେ ମଧ୍ୟ କୋହଳ କରାଯାଇଛି, ଯାହାର ପରିଣାମ ଏବେ ଦେଖିବାକୁ ମିଳିଛି । ନିକଟରେ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ହୋଇଛି । ହରିୟାଣାର ଦୁଇ ସହରରେ କେତେକ ସ୍କୁଲ ବହୁ ଛାତ୍ରଛାତ୍ରୀ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି । 12ଟି ସରକାରୀ ସ୍କୁଲର ପ୍ରାୟ 72ରୁ ଉର୍ଦ୍ଧ୍ବ ପିଲା କରୋନା ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟର ସମସ୍ତ ସ୍କୁଲଗୁଡିକରେ କରୋନାଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ପ୍ରଶାସନ ସ୍କୁଲକୁ ତିନି ଦିନ ପାଇଁ ବନ୍ଦ ରଖିଛନ୍ତି । ସଂକ୍ରମିତ ବିଦ୍ୟାର୍ଥୀଙ୍କସମେତ…

Read More

ଗୋଆ : ଗୋଆର ପୂର୍ବତନ ରାଜ୍ୟପାଳ ତଥା ସୁପ୍ରତିଷ୍ଠିତ ଲେଖିକା ମୃଦୁଳା ସିହ୍ନାଙ୍କ  ପରଲୋକ ହୋଇଛି । ମୃଦୁଳା ପ୍ରାରମ୍ଭରୁ ଜନସଂଘ ସହ ଜଡିତ ଥିବା ସହିତ ବିଜେପିର ଜଣେ ପ୍ରଭାବଶାଳୀ ନେତା ଥିଲେ । ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଶୋକ ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମୃଦୁଳାଙ୍କ ନିଧନରେ ଶୋକ ବ୍ୟକ୍ତ କରିବାସହିତ ସେ ସର୍ବଦା ଜନସେବା ଉତ୍ସର୍ଗୀକୃତ ଥିଲେ ବୋଲି କହିଛନ୍ତି । ଜଣେ ସୁଲେଖିକା ଭାବରେ ମୃଦୁଳାଜୀ ସଂସ୍କୃତି ସହିତ ସହିତ୍ୟର ଦୁନିଆରେ ବିଶେଷ ଯୋଗଦାନ ରଖିଥିଲେ ବୋଲଇ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ରାଷ୍ଟ୍ର, ସମାଜ ଏବଂ ସଙ୍ଗଠନ ପାଇଁ କାର୍ଯ୍ୟ କରିଥିଲେ । ସେ ଏପରି ଜଣେ ଲେଖିକା ଥିଲେ, ଯାହାକୁ ତାଙ୍କ ଲେଖନୀ ସର୍ବଦା ଅମର ରଖିବ ବୋଲି ଶାହା ଟ୍ୱିଟ କରିଛନ୍ତି । https://twitter.com/narendramodi/status/1329016785899753472?s=20 ସୂଚନାଯୋଗ୍ୟ,…

Read More

ବଲାଙ୍ଗିର: ପାଟଣାଗଡ଼ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍ କରିଛି ପୋଲିସ୍‌ ।  ସାତ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାର ସୂଚନା ରହିଥିବାବେଳେ ଏବେବି ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି। ଗଣହତ୍ୟାରେ 9ଜଣଙ୍କ ସମ୍ପୃକ୍ତି ଥିବା ସ୍ବତନ୍ତ୍ର ପୋଲିସ୍‌ ଟିମ୍‌ ସୂଚନା ଦେଇଛି । ଏମାନଙ୍କୁ ଅଧିକ ଜେରା ପରେ ହତ୍ୟାର କାରଣ ସମ୍ପର୍କରେ ଅଧିକ ପ୍ରମାଣ ମିଳିବ ବୋଲି ଆଶା କରାଯାଉଛି ।  ଏହି ହତ୍ୟାରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ, ଖଣ୍ଡା, ରଡ୍‌, ଗଇଁତି, ଫାର୍ସା, 2ଟି ଲୁନା, ଗୋଟିଏ ବାଇକ୍‌ଏ 6ଟି ମୋବାଇଲ୍‌, ପେଟ୍ରୋଲ୍‌ ବୋତଲ ଆଦି ଜବତ ହୋଇଛି । ବଲାଙ୍ଗିର ପାଟଣାଗଡରେ ଗୋଟିଏ ପରିବାରର ଛଅଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ବୁଲୁ ଜାନି, ତାଙ୍କ ପତ୍ନୀ ଓ ଚାରି ନାବାଳକ ପିଲାଙ୍କୁ ହତ୍ୟା କରାଯାଇଥିଲା। ସଅଁରପଡାରେ ଗୋଟିଏ ପରିବାରର ବାପା, ମା ସହ ଚାରି ସନ୍ତାନଙ୍କ ମୃତଦେହ ଘର ଭିତରୁ ମିଳିଥିଲା। ମୃତକମାନେ ବିହାରର ମୂଳ ବାସିନ୍ଦା…

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 57 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 60 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 17 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 40 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1329016318738067459?s=20 ସେହିପରି ଆଜି 60 ଜଣ ସୁସ୍ଥ ହୋଇଛନ୍ତି । ନୂତନ 57 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 30 ହଜାର 284ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 29 ହଜାର 418ଜଣ ସୁସ୍ଥ ହୋଇଥିବାବେଳେ 199ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 646ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଆଜି ଜିଲ୍ଲାର କୋଭିଡ୍ କେୟାର ହୋମ୍ (ସିସିଏଚ୍‌) ମାନଙ୍କରେ କାମ କରୁଥିବା କରୋନା ଯୋଦ୍ଧାମାନେ କୋଭିଡ୍ ୱାରିଅର୍ ଚିଟେଡ୍ ଫୋରମ୍‌ର ରାଜ୍ୟ ସଭାପତି ଜନନେତା ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଏକଜୁଟ୍ ହୋଇ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବିନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୨ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କର ପ୍ରଥମ ଦାବିଟି ହେଲା, ସରକାର ରାଜ୍ୟବାସୀଙ୍କୁ ଭଲ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ତୁରନ୍ତ ୫ ଶହ କୋଟି ଟଙ୍କାର ବାର୍ଷିକ ଅତିରିକ୍ତ ବଜେଟ୍ ଉପସ୍ଥାପନ କରି ସମସ୍ତ ସିସିଏଚ୍‌ଗୁଡିକୁ ପଂଚାୟତ ହେଲ୍‌ଥ୍ କେୟାର ହୋମ୍ (ପିଏଚ୍‌ସିଏଚ୍‌)ରେ ରୁପାନ୍ତରିତ କରିଦିଅନ୍ତୁ ଏବଂ ସେଥିରେ ଏହି କରୋନା ଯୋଦ୍ଧାମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରନ୍ତୁ । ଯେ ପର୍ଯ୍ୟନ୍ତ ସରକାର ସେମାନଙ୍କର ଉପରୋକ୍ତ ଦାବିଟି ପୂରଣ କରିନାହାନ୍ତି , ସେ ଯାଏ ସିସିଏଚ୍‌ଗୁଡିକରେ କାମକରୁଥିବା କୌଣସି କରୋନା ଯୋଦ୍ଧାଙ୍କୁ ଛଟେଇ…

Read More

ପାଟନା : ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ସହିତ ନୀତିଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତେବେ ନୀତିଶଙ୍କ କ୍ୟାବିନେଟରେ ଜଣେ ମଧ୍ୟ ମୁସଲିମ ମନ୍ତ୍ରୀ ନାହାନ୍ତି । ଏପରିକି ଏନଡିଏ ମେଣ୍ଟରେ ଜଣେ ହେଲେ ମୁସଲିମ ବିଧାୟକ ନାହାନ୍ତି । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହା ପ୍ରଥମ ଥର ହେବାକୁ ଯାଉଛି । ପ୍ରଥମ ଥର ପାଇଁ କୌଣସି କ୍ୟାବିନେଟରେ ଜଣେ ହେଲେ ମୁସଲିମ ସଦସ୍ୟ ନାହାନ୍ତି । ଏନଡିଏ ମେଣ୍ଟରେ ବିଜେପି, ଜେଡିୟୁ, ହାମ୍ସ ଏବଂ ଭିଆଇପି ରହିଥିବା ବେଳେ କୌଣସି ଦଳରେ ଜଣେ ହେଲେ ମୁସଲିମ ବିଧାୟକ ନାହାନ୍ତି । ବିହାରର 16 ପ୍ରତିଶତ ଜନସଂଖ୍ୟା ମୁସଲିମ ହୋଇଥିବା ବେଳେ ଶାସକ ଦଳରେ ଜଣେ ମଧ୍ୟ ମୁସଲିମ ବିଧାୟକ ନରହିବା ଆଶ୍ଚର୍ଯ୍ୟଜନକ । ଚଳିତ ନିର୍ବାଚନରେ ନୀତିଶ କୁମାରଙ୍କ ଦଳ ପକ୍ଷରୁ 11 ଜଣ ମୁସଲିମ ପ୍ରାର୍ଥୀଙ୍କୁ…

Read More

ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିହାର ନିର୍ବାଚନ ପରାଜୟ ପରେ ସାମାନ୍ୟ ରକ୍ଷଣାତ୍ମକ ଭୂମିକା ଆପଣେଇଥିବା ରାହୁଲ ଆଜି କେନ୍ଦ୍ର ସରକାରଙ୍କୁ  ଟାର୍ଗେଟ କରିଚନ୍ତି । ଦିନକୁ ଦିନ ବଢୁଥିବା ମୂଲ୍ୟବୃଦ୍ଧି ଏବଂ ବେରୋଜଗାରୀ ଭଳି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ରାହୁଲ ଆକ୍ରମଣ କରିଥିଲେ । ଟ୍ୱିଟ କରି ରାହୁଲ ସରକାରଙ୍କୁ ସମାଲୋଚନା କରିଛନ୍ତି । ଦେଶର ଘରୋଇ ଅଭିବୃଦ୍ଧି ହାର (ଜିଡିପି) ରସାତଳଗାମୀ ହୋଇଥିବା ବେଳେ ବର୍ତ୍ତମାନ ବ୍ୟାଙ୍କ ସମୂହ ଅତ୍ୟନ୍ତ କଷ୍ଟକର ପରସ୍ଥିତିରେ ଗତି କରୁଛନ୍ତି । ମୂଲ୍ୟବୃଦ୍ଧିକୁ ନେଇ ସାଧାରଣ ଜନତା ଅତ୍ୟନ୍ତ ଆତଙ୍କିତ । କୌଣସି ଜିନିଷର ଦରଦାମ ନିୟନ୍ତ୍ରଣରେ ସରକାର ସମ୍ପୂର୍ଣ୍ଣ ଭାବରେ ବିଫଳ ବୋଲି ରାହୁଲ କହିଛନ୍ତି। ଚାକିରିର ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ବେକାରୀରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସାଧାରଣ ଜନତାଙ୍କ ମନୋବଳ ଭାଙ୍ଗୁଥିବା ବେଳେ…

Read More

ବିହାର : ବିହାରର ସୁପୋଲ୍‌ଠାରେ ଏକ ବଧୂହତ୍ୟା ମାମଲା ସାମ୍ନାକୁ ଆସିଛି । ବୋହୂ ଜଣକ ମାଛ ତରକାରୀ ନ କରିପାରିବାରୁ ଶାଶୁଘର ଲୋକେ ତାଙ୍କର ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ବୋହୂର ମୃତଦେହକୁ ଗ୍ରାମର ନିକଟରେ  ଥିବା ନାଳରେ ଭସାଇଦେଇଛନ୍ତି । ବୋହୂର ବାପଘର ପରିବାରକୁ ତାଙ୍କ ସମ୍ପର୍କରେ କୌଣସି ସୂଚନା ନ ମିଳିବା ପରେ ସେ ଏସଂକ୍ରାନ୍ତରେ ପୋଲିସ୍‌ରେ ଅଭିଯୋଗ କରିଥିଲେ । ପୋଲିସ୍‌ ଲୋକଙ୍କସୂଚନା ପାଇଁ ମହିଳାଙ୍କ ମୃତଦେହକୁ ଜବତ କରି ତଦନ୍ତ ଆଣମ୍ଭ କରିଛି । ଏହାପରେ ମହିଳାଙ୍କ ସ୍ବାମୀଙ୍କ ସମେତ ଶାଶୁଘରର ଅନ୍ୟ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି । ମିଳିଥିବା ସୂଚନା ଅନୁସାରେ ରତନାପୁର ଥାନା ଅଞ୍ଚଳରେ କୋସୀର ପୂର୍ବର ଢାଁଢା ଗ୍ରାମ ନିକଟରେ କୋସୀ ନଦୀରୁ ଏକ ବସ୍ତାରେ ମହିଳାଙ୍କ ମୃତଦେହ ମିଳିଥିଲା । ଗ୍ରାମବାସୀଙ୍କ ସୂଚନା କ୍ରମେ ପୋଲିସ୍‌ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ୍‌ କରିଥିଲେ…

Read More

ଭୁବନେଶ୍ବର : ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଶେଷ ହୋଇଛି । ତେବେ ଆସନ୍ତା 20 ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନରେ କୋଭିଡ ପାଇଁ ପ୍ରଶ୍ନକାଳ ରହିବ ନାହିଁ ବୋଲି ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଏହାଛଡ଼ା ପ୍ରତି ଦିନ ଅଧିବେଶନ ସାଢେ 4  ଘଣ୍ଟାରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ଆସନ୍ତା 20ରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ । କୋଭିଡ ସ୍ଥିତିକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ ହେବ । ବରିଷ୍ଠ ବିଧାୟକମାନେ ଚାହିଁଲେ ଭିସିରେ ଭାଗ ନେଇପାରିବେ ବୋଲି ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

Read More

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଜଳସେଚନ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ଦୀର୍ଘ 10 ବର୍ଷ ଧରି 50ଜଣ ଶିଶୁଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗତ 10 ବର୍ଷ ଧରି ଉକ୍ତ ଯନ୍ତ୍ରୀ ଜଣଙ୍କ ପ୍ରାୟ 50 ଜଣ ଶିଶୁଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଏବଂ ଏହାର ଭିଡିଓ ପ୍ରସ୍ତୁତ କରି ଏଗୁଡ଼ିକୁ ବିଶ୍ୱବ୍ୟାପୀ ଯୌନ କାରବାରରେ ସମ୍ପୃକ୍ତ ବିଭିନ୍ନ ଅଭିଯୁକ୍ତଙ୍କୁ ଡାର୍କ ନେଟରେ ବିକି୍ର କରୁଥିଲେ । ଅଭିଯୁକ୍ତ ଯନ୍ତ୍ରୀ ରାମ ଭୱନ 5 ରୁ 16 ବର୍ଷର ପିଲାମାନଙ୍କୁ ଟ୍ରାପ କରିଥିଲେ । ଚିତ୍ରକୁଟ, ବାନ୍ଦା ଏବଂ ହମିରପୁରର ନାବାଳିକା ଶିଶୁମାନଙ୍କୁ ସେ ଟ୍ରାପ କରି ଦୀର୍ଘ ଦିନ ଧରି ଯୌନ ନିର୍ଯାତନା ଦେଉଥିଲେ । ଚିତ୍ରକୁଟ ଜିଲ୍ଲାର ଏହି ଅଭିଯୁକ୍ତ ଯନ୍ତ୍ରୀଙ୍କୁ ବାନ୍ଦ୍ରାରୁ ସିବିଆଇ ଗିରଫ କରିଛି । ତାଙ୍କୁ ଖୁବ ଶୀଘ୍ର କୋର୍ଟରେ ହାଜର କରାଯିବ । ଅଭିଯୁକ୍ତ ନିକଟରୁ 8ଟି ମୋବାଇଲ…

Read More

ଭୁବନେଶ୍ୱର : ବିଧାନସଭାରେ ଆଜି ଶପଥ ନେଇଛନ୍ତି ନବନିର୍ବାଚିତ ଦୁଇ ଜଣ ବିଜେଡି ବିଧାୟକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନୂଆ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । 20 ତାରିଖ ବିଧାନସଭା ଅଧିବେଶନରେ ଉଭୟେ ଭାଗ ନେବେ। ସୂଚନାଯୋଗ୍ୟ,  ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନଭେମ୍ବର3 ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା । ନଭେମ୍ବର 10 ତାରିଖରେ ଗଣତି ପରେ ଫଳାଫଳ ପ୍ରକାଶ ପାଇଥିଲା । ଉଭୟ ବାଲେଶ୍ଵର ଓ ତିର୍ତ୍ତୋଲ ଆସନ ବିଜେଡି ହାତକୁ ଆସିଥିଲା ।

Read More

ଜୈସେଲମେର : ପଶ୍ଚିମ ରାଜସ୍ଥାନରେ ଭାରତ-ପାକିସ୍ତାନ ବର୍ଡରରେ ସ୍ଥିତ ଜୈସେଲମର୍‌ ଜିଲ୍ଲାରେ ଏକ ହୃଦୟ ବିଦାର ଘଟଣା ଘଯିଛି । ଏଠାରେ ଦ୍ବିତୀୟ ବିବାହ କରିବାକୁ ମନା କରିବାରୁ ଜଣେ ବିଧବା ମହିଳାଙ୍କ ନାକ ଏବଂ ଜିଭ କାଟି ଦିଆଯାଇଛି। ଗୁରୁତର ମହିଳାଙ୍କର ଜୋଧପୁରରେ ଚିକିତ୍ସା ଚାଲିଛି। ମାମଲା ସାମନାକୁ ଆସିବା ପରେ ପୋଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ୍ ଖୋଜୁଛି। ପୀଡ଼ିତ ମହିଳାଙ୍କ ଭାଇ ସାଙ୍କଡ଼ା ଥାନାରେ ଏନେଇ ମାମଲା ରୁଜୁ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଜଙ୍ଗୀରୋର ଢାଣୀଠାରେ ଏପରି ଏକ ଘଟଣା ଘଟିଛି । ଏଠାରେ ଜଣେ ବିଧବାଙ୍କୁ ତାଙ୍କ ଶାଶୁଘର ଲୋକେ ଅନ୍ୟତ୍ର ବିବାହ କରିବାକୁ ବାଧ୍ୟ କରୁଥିଲେ । ମାତ୍ର ମହିଳା ଜଣକ ରାଜି ହୋଇନଥିଲେ । ଏଥିରେ ମହିଳାଙ୍କ ଶାଶୁଘର ଲୋକେ ଉତ୍ତ୍ୟକ୍ତ ହୋଇ ମହିଳାଙ୍କ ଜିଭ ଓ ନାକକୁ କାଟଇ ଦେଇଥିଲେ । ଗୁରୁତର ଅବସ୍ଥାରେ ମହିଳା…

Read More

ଭୁବନେଶ୍ବର: ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1575କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଗଜପତି, ସୁବର୍ଣ୍ଣପୁର ଓ ସମ୍ବଲପୁରରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।  ସେହିପରି ବାଲେଶ୍ୱର, ଯାଜପୁର ଓ କେନ୍ଦ୍ରାପଡ଼ା, କୋରାପୁଟ, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର:  ରାଜ୍ୟରେ ଆଜି ୮୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୦୨ ଜଣ ଚିହ୍ନଟ ହୋଇଥିବାବେଳେ ୩୬୬ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ 10ହଜାର 920କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୭୪ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 8 ହଜାର 818 ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୫୭୫ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ 868 ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ 102ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୧, ବାଲେଶ୍ଵରରୁ ୫୨,  ବରଗଡରୁ ୨୬,…

Read More

ଭୁବନେଶ୍ବର : କରୋନା ମହାମାରୀ ଯୋଗୁ ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ପ୍ରଭାବିତ ହୋଇଛି । କିନ୍ତୁ ଚଳିତ ଶିକ୍ଷାବର୍ଷାରେ ହେବ ମାଟ୍ରିକ ବୋର୍ଡ ଓ ଯୁକ୍ତ ଦୁଇ ପରୀକ୍ଷା । ତେବେ ମାଟ୍ରିକ୍‌ ଓ ଯୁକ୍ତ ଦୁଇପରୀକ୍ଷା ବିଳମ୍ବିତ ହବେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସର୍ବନିମ୍ନ ତିନି ମାସ ପାଠ ପଢାଯିବା ପରେ ପରୀକ୍ଷା ହେବ ବୋଲି କହିଛନ୍ତି ସମୀର ଦାଶ । ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ନିଷ୍ପତ୍ତି ନ ହେଲେ ପରୀକ୍ଷା ହେବ । ଯଦି ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ନିଷ୍ପତ୍ତି ହୁଏ, ତାହେଲେ ପରୀକ୍ଷା ବନ୍ଦ ହୋଇପାରେ । ତେବେ ଏସମ୍ପର୍କରେ ରାଜ୍ୟ ସରକାର ଏକକ ଭାବେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଡିସେମ୍ବର 31 ତାରିଖ ପରେ ଦଶମ ଓ ଦ୍ବାଦଶ ପିଲା ସ୍କୁଲ ଯିବା…

Read More

ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି ମାମଲାରେ ଏକାଧିକ କଂଗ୍ରେସ ନେତାଙ୍କ ସମ୍ପୃକ୍ତି ନେଇ ସୂଚନା ମିଳିଛି । ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସକ୍ସେନାଙ୍କ ନିକଟରୁ ଏହି ତଥ୍ୟ ମିଳିଛି । ତିନିହଜାର କୋଟିର ଏହି ଭିଭିଆଇପି ଚପ୍ପର ସ୍କାମରେ ଏକାଧିକ ନେତାଙ୍କ ସମ୍ପୃକ୍ତି ନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି । ଇଡି ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ କମଲ ନାଥଙ୍କ ପୁଅ ବକୁଲ ନାଥ, ବରିଷ୍ଠ ନେତା ସଲମାନ ଖୁର୍ଶିଦ ଏବଂ ଅହମ୍ମଦ ପଟେଲଙ୍କ ନାମ ବାହାରକୁ ଆସିଛି । ଦୁବାଇରୁ ରାଜୀବ ସକ୍ସେନାଙ୍କୁ ଗିରଫ କରାଯାଇ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା । ଏହା ପରେ ସରକାରୀ ସାକ୍ଷୀ ହେବା ପାଇଁ ସକ୍ସେନା ରାଜି ହୋଇଥିଲେ । ସକ୍ସେନାଙ୍କ 385 କୋଟିର ସମ୍ପତ୍ତିକୁ ମଧ୍ୟ ଇଡି ପକ୍ଷରୁ ଜବତ କରାଯାଇଥିଲା । ତେବେ ବର୍ତ୍ତମାନ ସକ୍ସେନାଙ୍କ ସରକାରୀ ସାକ୍ଷୀ ମାନ୍ୟତା…

Read More

ବଡ଼ୋଦରା : ଆଜି ସକାଳେ ଗୁଜୁରାଟର ବଡ଼ୋଦରାସ୍ଥିତ ୱାଗୋଡିଆ କ୍ରସିଂ ରାଜପଥରେ ଦୁଇଟି ଟ୍ରକ୍ ଧକ୍କା ହେବା ଫଳରେ 11ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 15ରୁ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି। ଗୁଜୁରାଟ ଭାଦୋଦରାର ୱାଘଡିଆ ହାଇୱେ କ୍ରସିଂରେ ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି । ସମସ୍ତେ ସୁରଟରୁ ପାଭଗଡକୁ ବୁଲିବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଶିଶୁ, ମହିଳା, ପୁରୁଷ ଅଛନ୍ତି।

Read More

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଗ୍ରାଫ ତଳମୁହାଁ ହୋଇଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ଥମିବାର ନାମ ନେଉନାହିଁ । ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 38 ହଜାର 617ଟି ନୂତନ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ 6396 ନୂତନ ମାମଲା ସାମ୍ନାକୁ ଆସିଛି ।  ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 89 ଲକ୍ଷ 12 ହଜାର 907ରେ ପହଞ୍ଚିଥିବା ବେଳେ 83 ଲକ୍ଷ 35 ହଜାର 109ଜଣ ସୁସ୍ଥ ହୋଇଛନ୍ତି । 24 ଘଣ୍ଟା ମଧ୍ୟରେ 474ଟି ନୂତନ ମୃତ୍ୟୁ  ହୋଇଥିବା ବେଳେ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 30 ହଜାର 993ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 44ହଜାର 739 ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 46 ହଜାର 805 ରେ ପହଞ୍ଚିଛି ।…

Read More

ନୂଆଦିଲ୍ଲୀ, ବର୍ତ୍ତମାନ ଦିଲ୍ଲୀରେ କରୋନା ସ୍ଥିତି ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ 6396 ଟି ନୂଆ ମାମଲା ଚିହ୍ନଟ ହୋଇଥିଲା। ସେମାନଙ୍କ ମଧ୍ୟରୁ 99 ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ 24 ଘଣ୍ଟା ମଧ୍ୟରେ, 49 ହଜାର 31 ପରୀକ୍ଷା କରାଯାଇଥିଲା। ଗତକାଲି 4421 ଜଣ ସୁସ୍ଥ ହୋଇଥିଲେ। ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସମୁଦାୟ କରୋନା ମାମଲା 4 ଲକ୍ଷ 95 ହଜାର 598ରେ ପହଁଚିଛି। ଯେଉଁଥିରୁ 42 ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି। କରୋନା ବଢୁଥିବା ବିପଦକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ପ୍ରତିଦିନ ଏକ ଲକ୍ଷ ପରୀକ୍ଷା କରାଯିବ। ଏହି ନିଷ୍ପତ୍ତି ପରେ ଜିଲ୍ଲା ପ୍ରଶାସନ ହଟସ୍ପଟ୍ ଅଞ୍ଚଳରେ ଘରକୁ ଘର ବଲି ସର୍ଭେ କରିବାକୁ ଯୋଜନା କରିଛି। ଶୁକ୍ରବାରଠାରୁ ଦିଲ୍ଲୀ ସରକାରଙ୍କ ଘରକୁ ଘର ସର୍ଭେ ଆରମ୍ଭ ହେବ। ବର୍ତ୍ତମାନ ଦିଲ୍ଲୀରେ ଦୈନିକ…

Read More