Author: Samikhsya Bureau

ନୂଆଦିଲ୍ଲୀ, ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗବାରରେ ସେ ଫୋନ ରେ କିଛି ସମୟ ବାଇଡେନଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ମୋଦୀ ଦୁଇ ଦେଶ ମଧ୍ୟରେ ନୂଆ ରଣନୀତି, କୋଭିଡ19 ପରିଚାଳନା ପାଇଁ ସହଯୋଗୀତା, ଜଳବାୟୁ ପରିବର୍ତ୍ତନ ସହିତ ଆତଙ୍କବାଦୀକୁ ନେଇ ସୃଷ୍ଟି ହୋଇଥିବା ଆସ୍ଥିରତା ଉପରେ ଆଲୋଚନା କରିଥିଲେ।

Read More

କଟକ, ଜନ୍ମଦିନର ଶୁଭେଚ୍ଛା ସହିତ ଦ ସମୀକ୍ଷାର ବିଶେଷ ଉପସ୍ଥାପନାକୁ ସ୍ୱାଗତ । ଏହି ସ୍ତମ୍ଭ ନିୟମିତ ଭାବରେ ପାଠକଙ୍କ ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ବିଷୟରେ ସୂଚନା ଦେବ, ଯେଉଁମାନଙ୍କର ଜନ୍ମଦିନ ଆଜି 18 ତାରିଖ, ସେହି ବ୍ୟକ୍ତିମାନଙ୍କ ଭାଗ୍ୟ ଓ ଭବିଷ୍ୟତ ସଂପର୍କରେ ଏଠାରେ ସୂଚନା ଦେଉଅଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିର ଅଙ୍କ ହେଉଛି ନଅ। କାରଣ 18 ହେଉଛି 1+8= 9 ତେଣୁ ଆପଣଙ୍କ ଜନ୍ମଦିନର ସଂଖ୍ୟା ହେଉଛି ନଅ | ଏହି ବ୍ୟକ୍ତିମାନେ ମଙ୍ଗଳ ଗ୍ରହଙ୍କ ଅଧୀନରେ ରହିବେ।  ଆପଣ ବହୁତ ସାହସୀ ଏବଂ ଆପଣଙ୍କର ପ୍ରକୃତିରେ ଏକ ବିଶେଷ ପ୍ରକାରର ତୀବ୍ରତା ମିଳିଥାଏ। ଆପଣ ପ୍ରକୃତରେ ଉତ୍ସାହ ଏବଂ ସାହସର ପ୍ରତୀକ। ମଙ୍ଗଳ ଗ୍ରହକୁ ସାଧାରଣତଃ କମାଣ୍ଡର ବା ନେତୃତ୍ବ ଗ୍ରହ ଭାବରେ ବିବେଚନା କରାଯାଇଥାଏ। ତେଣୁ, ଆପଣ ସ୍ବାଭାବିକ ଭାବରେ ନେତୃତ୍ୱ ନେବାର କ୍ଷମତା ଅଛି। କିନ୍ତୁ ଆପଣ ବୁଦ୍ଧିମାନ ବିବେଚିତ ହୋଇପାରିବ…

Read More

ଭୁବନେଶ୍ବର, ଲୋକମାନେ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ ସମୟରେ ଗଛ ଲଗାନ୍ତି। କିନ୍ତୁ ବାସ୍ତୁ ବିଜ୍ଞାନ ଅନୁଯାୟୀ, ଏପରି କିଛି ଉଦ୍ଭିଦ ଅଛି, ଯାହା ଘରେ ଲଗାଇଲେ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ। ଏହାର ସକରାତ୍ମକ ପ୍ରଭାବ ଘରେ ପଡିଥାଏ। କିନ୍ତୁ ଏପରି ଅନେକ ଗଛ ଅଛି ଯାହା ଘରେ ଲଗାଇବା ଦ୍ୱାରା ଲାଭ ହୁଏ ନାହିଁ କିନ୍ତୁ ବହୁ କ୍ଷତି ଘଟିଥାଏ। ଆସନ୍ତୁ ଆପଣଙ୍କୁ ସେହି ଉଦ୍ଭିଦଗୁଡ଼ିକ ବିଷୟରେ କହିବୁ ଯାହା ଘରେ ଲଗାଯିବା ଉଚିତ୍ ନୁହେଁ। କୋଳି ଗଛ ଘରେ କୌଣସି କୋଳି ଗଛ ଲଗାଇବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏହି ଗଛ ଲଗାଇବା ଠିକ୍ ବିବେଚନା କରାଯାଏ ନାହିଁ। ଘରେ ଏହି ଗଛ ଲଗାଇବା ଦ୍ୱାରା ନକାରାତ୍ମକତା ବଢିଥାଏ, ଏହା ସହିତ ଏହା ସମସ୍ତ ପ୍ରକାରର ସମସ୍ୟା ବା କଳି ସୃଷ୍ଟି କରିଥାଏ । ଏହା ମଧ୍ୟ କୁହାଯାଏ ଯେ…

Read More

ଭୁବନେଶ୍ବର, ତିନି ବର୍ଷରୁ କମ ବୟସର ଶିଶୁମାନଙ୍କ ସ୍ବାସ୍ଥ୍ୟ ଯତ୍ନ ବହୁତ ଜରୁରୀ। କାରଣ ଏହି ବୟସର ଶିଶୁଙ୍କୁ ହିଁ ବହୁ ମାତ୍ରାରେ ପୃଷ୍ଟିକର ଖାଦ୍ୟର ଆବଶ୍ୟକତା ଥାଏ। ତାହାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆରମ୍ଭ ହୋଇଛି ‘ବାତ୍ସଲ୍ୟ’ ଅଭିଯାନ। ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଏହାକୁ ଉଦଘାଟନ କରିଥିଲେ। ଏଥିରେ ଅଙ୍ଗନବାଡି କର୍ମିମାନେ ଏହି ବୟସର ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ପ୍ରଦାନ ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବେ। ଏଥିସହିତ ଏହା ଉପରେ ସଚେତନତା କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନର ମଧ୍ୟ ଆରମ୍ଭ କରାଯାଇଛି। ବିଭିନ୍ନ ଆଦିବାସୀ ଭାଷାରେ ଏହି ପ୍ରଚାର ପ୍ରସାର କରାଯିବ ବୋଲି ନିଷ୍ପତି କରାଯାଇଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୧ ନଂ ୱାର୍ଡ଼ ଉତ୍ତରମୁଖୀ ବସ୍ତିବାସିନ୍ଦାଙ୍କ ସମସ୍ୟା ତଥା ଯେଉଁଠାରେ ବସ୍ତି ଅଛି ତାହାର ପଟା ପ୍ରଦାନ ପାଇଁ ମହାନଗର ନିଗମ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଏହି ବସ୍ତିରେ ପ୍ରାୟ ୧୭୨ ଘର ୧୨ ବର୍ଷ ହେଲା ଉକ୍ତ ସ୍ଥାନର ପଟା ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରି ଆନ୍ଦୋଳନ କରୁଛନ୍ତି। କିନ୍ତୁ ନିଗମର କିଛି ଅଧିକାରୀ ଆସି ସେମାନଙ୍କୁ ଧମକ ଚମକ ଦେଇ ସେମାନଙ୍କୁ ସରକାରୀ ସୁବିଧାରୁ ବଂଚିତ କରାଇବୁ କହୁଥିବା ସେମାନେ ଅଭିଯୋଗ କରିଛନ୍ତି। ସେଥିପାଇଁ ଏହି ୧୭୨ ଘରକୁ ପକ୍କାଘର କରିବା ସହ ପଟା ପ୍ରଦାନ, ପିଇବା ପାଣି ସୁବିଧା କରାଇବା, ସରକାରୀ ଯୋଜନା ଠିକ୍ ରୂପେ କାର୍ଯ୍ୟକାରୀ କରାଇବା ନେଇ ଦାବି ରଖିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଉତ୍ତରମୁଖୀ ସେବା ଶାନ୍ତି ଉନ୍ନୟନ କମିଟିର ମୁଖ୍ୟ ଏସ୍‌. କୁରୀ ରେଡ୍ଡୀ,…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଇଣ୍ଡିଆ-ପାକିସ୍ଥାନ ସୀମା ବିବାଦ ପରି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଲାଗି ରହିଛି। କିଛି ଦିନ ହେଲା ଆନ୍ଧ୍ରପ୍ରଦେଶ ଓଡ଼ିଶା ସୀମାବର୍ତ୍ତୀ ଅଂଚଳ ନିଜ କବ୍‌ଜାକୁ ନେବା ପାଇଁ ଚକ୍ରାନ୍ତ କରୁଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଏବଂ ଏହାପ୍ରତି ସରକାର ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି। ଠିକ୍ ସେହିଭଳି ଆନ୍ଧ୍ର ଧିବିରମାନେ ଓଡ଼ିଶା ତଟବର୍ତ୍ତୀ ଅଂଚଳ ମଧ୍ୟରେ ପ୍ରବେଶ କରି ମାଛ ଧରିବା ଏକ ନିତିଦିନିଆ କାମରେ ପରିଣତ ହୋଇଗଲାଣି। ପ୍ରତ୍ୟେକ ଦିନ ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀମାନେ ଓଡ଼ିଶା ଉପକୂଳ ଅଂଚଳ ମଧ୍ୟରେ ପ୍ରବେଶ କରି ମାଛ ଧରିବା ନଜିର ରହିଛି। ଆଜି ବେଆଇନ ଭାବେ ଆନ୍ଦ୍ର ମତ୍ସ୍ୟଜୀବୀମାନେ ଋଷିକୂଲ୍ୟା ମୁହାଣରେ ନିଜର ବୋଟ୍ ଦ୍ୱାରା ପ୍ରବେଶ କରି ମାଛ ମାରୁଥିଲେ। ଯାହାକି ଗଂଜାମ ଫରେଷ୍ଟ ଡ଼ିଭିଜନ ତରଫରୁ କୌଣସି ବିଶେଷ ସୂତ୍ରରୁ ଖବରପାଇ ଆଠଜଣ ଧିବୀରଙ୍କୁ ଅଟକ ରଖିବା ସହ ଆନୁମାନିକ ୩୦୦ କିଲୋ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୋଭିଡ଼୍ ପରିଚାଳନା ନୋଡ଼ାଲ୍ ପ୍ରଶାସନିକ ଅଧିକାରୀ ତଥା ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍ ମଙ୍ଗଳବାର ଗଂଜାମ ଜିଲ୍ଲାର କୋଭିଡ଼୍ ପରିଚାଳନାଗତ ଉନ୍ନୟନ କାର୍ଯ୍ୟଗୁଡ଼ିକ ସମୀକ୍ଷା କରିଛନ୍ତି। ତାମ୍ପରାଠାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ମାଥିଭାନାନ୍ ଜଣାଇଥିଲେ ଯେ ଗତ ମାର୍ଚ୍ଚ ମାସଠାରୁ ଏଭଳି ଜଟିଳ ପରିସ୍ଥିତିରେ ନିଜକୁ ସମର୍ପି ହୋଇ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ସାରା ବିଶ୍ୱରେ ଗଂଜାମ ମଡ଼େଲ୍‌କୁ ପରିଚିତ କରାଇପାରିଛନ୍ତି। ତେଣୁ ସମସ୍ତେ ଧନ୍ୟବାଦର ପାତ୍ର। ଏହି ଦଳରେ ସେ ନିଜକୁ ସାମିଲ ହୋଇଥିବାରୁ ମାଥିଭାଥାନନ ମଧ୍ୟ ନିଜକୁ ଗର୍ବିତ ମନେ କରିଥିଲେ। ଆଗାମୀ ଦିନରେ ଦ୍ୱିତୀୟ କିମ୍ବା ତୃତୀୟ ପ୍ରବାହ ସଂକ୍ରମଣର ସମସ୍ତ ବାଧାବିଘ୍ନକୁ ଚାଲେଞ୍ଜ ସହ ପରିଚାଳନା କରିବା ଦିଗରେ ଜିଲ୍ଲାକୁ ଆଗକୁ ନିଆଯାଇଛି। ଗଂଜାମ ଜିଲ୍ଲା ପଛକୁ ଯିବ ନାହିଁ। ଗଂଜାମ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧିନସ୍ଥ ଝାନସିପାଟଣାରେ ଥିବା ଶ୍ମଶାନ ଜମିକୁ ନେଇ ବିବାଦ ଦେଖାଯାଇଛି। ଦୀର୍ଘ ୫ବର୍ଷ ଧରି ଏହି ବିବାଦ ଲାଗିରହିଥିବା ବେଳେ ଗତକାଲିଠାରୁ ଏହା ଉଗ୍ରରୂପ ନେଇଛି। କିଛି ଲୋକ ଶ୍ମଶାନ ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ପ୍ରଶାସନ ଏହାକୁ ସମାଧାନ ନକରି ମୃତକଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ଦେଇ ଶବଦାହ ପାଇଁ ପୁରୀ ପଠାଇ ଚୁପଚାପ ବସିରହୁଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଝାନସିପାଟଣା ଗ୍ରାମର ଜଣେ ବୃଦ୍ଧା ମୃତ୍ୟୁ ବରଣ କରିବାପରେ ଶବଶତ୍କାର ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଯାହା ଫଳରେ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଶବ ବାସିମଡା ହୋଇ ପଡିରହିଥିଲା। ସେହି ପୁରୁଣା ଶ୍ମଶାନରେ ଝାନସିପାଟଣାର ଲୋକେ ଆଜି ଶବ ଶତ୍କାର କରାଇଛନ୍ତି। ଶ୍ମଶାନ ଜମିରେ ଘରକରି ରହିଥିବା ସ୍ଥାନୀୟ ବାସିନ୍ଦା ଶବଶତ୍କାର ନକରିବା ପାଇଁ ପ୍ରତିରୋଧ କରିବାରୁ ଉଭୟ ଗୋଷ୍ଠୀ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ୭ ବର୍ଷର ନାବାଳିକାକୁ ଜଣେ ୧୫ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ନାବାଳିକା ଜଣଙ୍କ ଟିୟୁସନ ସାରି ଘରକୁ ଫେରିବା ବାଟରେ ଅଭିଯୁକ୍ତ ନାବାଳକ ଜଣକ କାଜୁ ଜଙ୍ଗଲରେ ଦୁଷ୍କର୍ମ କରିଛି। ଏନେଇ ଟାଙ୍ଗୀ ଥାନାରେ ନାବାଳିକା ପରିବାର ପକ୍ଷରୁ ଏତଲା ହୋଇଛି। ପରେ ଟାଙ୍ଗୀ ପୋଲିସ ତଦନ୍ତ କରି ନାବାଳିକାକୁ ମେଡ଼ିକାଲ ଚିକିତ୍ସା କରିଛନ୍ତି। ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି।

Read More

ଭୁବନେଶ୍ୱର: ଶ୍ରୀକ୍ଷେତ୍ରର ସମ୍ମାନ ହାନୀ ସହ ଓଡିଶାକୁ ନିନ୍ଦିତ କରି ଭୋଟ ରାଜନୀତିର ଭିନ୍ନ ପନ୍ଥାକୁ ଧରିଲେଣି ପଦ୍ମ ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯେ, ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଲଜ୍ଜାଜନକ। ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ଚାରିଆଡେ ବିରୋଧ କରାଯାଉଛି। ଲେଖାଶ୍ରୀ କହିଲେ ଶ୍ରୀମନ୍ଦିର ପୁରୀରେ ବୋଲି ସମ୍ବିତ ପାତ୍ର ସାଂସଦ ପ୍ରାର୍ଥୀ ହେବା ପରେ ଲୋକ ଜାଣିଲେ। ଆଗରୁ କୁଆଡେ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର କୋଲକାତାରେ ବୋଲି ଲୋକଙ୍କ ଧାରଣା ଥିଲା। ଏପରି ଋଚିହୀନ ତଥ୍ୟ ଦେଇ ଲେଖାଶ୍ରୀ କାହାକୁ ବଡ଼ ଦେଖାଇବାକୁ ଚେଷ୍ଟା କରିଛନ୍ତି ଜଣାପଡୁ ନାହିଁ। ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର, ଶ୍ରୀକ୍ଷେତ୍ର ନା ସମ୍ବିତ ପାତ୍ରଙ୍କୁ ଲେଖାଶ୍ରୀ ମହାନ ବୋଲି ମନେ କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋଟେ ଜାତି ଓ ତାର ଆରାଧ୍ୟ ଦେବତାଙ୍କୁ ନ୍ୟୁନ କରି ଭୋଟ ପାଇଁ ମାଟିର ମର୍ଯ୍ୟାଦା ହାନୀ କରିବା ନିହାତି…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୩୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। କଟକରୁ ସର୍ବାଧିକ ୧୪୪ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୪୩, ସୁନ୍ଦରଗଡରୁ ୧୧୬, ମୟୂରଭଞ୍ଜରୁ ୮୭, ପୁରୀରୁ ୭୭, ଜଗତସିଂହପୁରରୁ ୭୪, ବରଗଡରୁ ୬୨, ଯାଜପୁରରୁ ୫୫, କେନ୍ଦ୍ରାପଡ଼ାରୁ ୫୪, ବାଲେଶ୍ବରରୁ ୫୩, ଅନୁଗୁଳରୁ ୪୪, ବଲାଙ୍ଗିରିରୁ ୪୨, କେନ୍ଦୁଝରରୁ ୪୨, ନୂଆପଡାରୁ ୪୧, ସମ୍ବଲପୁରରୁ ୩୭, କଳାହାଣ୍ଡିରୁ ୩୫, କୋରାପୁଟରୁ ୩୧, ଭଦ୍ରକରୁ ୨୩, ନୟାଗଡରୁ ୨୩, ସୋନପୁରରୁ ୧୯, ଢେଙ୍କାନାଳରୁ ୧, ମାଲକାନଗିରିରୁ ୧୬, ନବରଙ୍ଗପୁରରୁ ୧୪, ଗଞ୍ଜାମରୁ ୧୨, ଝାରସୁଗୁଡାରୁ ୮, କନ୍ଧମାଳରୁ ୯, ବୌଦ୍ଧରୁ ୫, ଦେବଗଡରୁ ୨, ରାୟଗଡାରୁ ୩, ଗଜପତିରୁ ଜଣେ ଏବଂ ଷ୍ଟେଟ ପୁଲରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ…

Read More

ଭୁବନେଶ୍ବର : ରାଜ୍ୟ ସିଙ୍ଗଲ୍‌ ଓ୍ବିଣ୍ଡୋ କ୍ଲିୟରାନ୍ସ କମିଟିରେ 4ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । 4ଟି ପ୍ରକଳ୍ପରେ 464.72 କୋଟି ନିବେଶ ହେବ । ଏହି ପ୍ରକଳ୍ପରେ 873ଜଣ ନିଯୁକ୍ତି ପାଇବେ । ଏହି ପ୍ରକଳ୍ପ ମଧ୍ୟରେ ଖୋର୍ଦ୍ଧା ମଳିପଡାରେ ଫାଇବର ବୋର୍ଡ କାରଖାନା କରିବ ଗାଲାକ୍ସ ଇଣ୍ଡଷ୍ଟ୍ରି । ଏହି ଫାଇବରବୋର୍ଡ କାରଖାନାରେ 93 କୋଟି ନିବେଶ ହେବ । ଏଥିରେ 310 ଜଣ ନିଯୁକ୍ତି ହେବ । ସେହିପରି ଖୋର୍ଦ୍ଧା  ଓ ନୟାଗଡରେ ଇଥାନଲ ପ୍ଲାଣ୍ଟ ନିର୍ମାଣ ହେବ । ଏହି ପ୍ଲାଣ୍ଟରେ 151 କୋଟି ନିବେଶ ହେବ ଏଥିରେ 300 ଜଣ ନିଯୁକ୍ତି ପାଇବେ । ଲାଠିକଟାରେ ପେଲେଟ୍‌ ପ୍ଲାଣ୍ଟ କରିବ ଏନ୍‌ଭିରୋକେୟାର । ଏଥିରେ 195 ଜଣ ନିଯୁକ୍ତି ପାଇବେ ବୋଲି ସୂଚନା ରହିଛି । ଏନ୍‌ଭିରୋକେୟାର ସ୍ଲରି ପାଇପଲାଇନ୍‌ ପ୍ଲାଣ୍ଟ କରିବ । ଏଥିରେ 100 କୋଟି ନିବେଶ ହେବ ।

Read More

ଭୁବନେଶ୍ବର, ଓଡିଶା ଉପନିର୍ବାଚନରେ ଜିତିଥିବା ଦୁଇ ବିଧାୟକ ବିଧାନସଭାର ସଭ୍ୟ ଭାବେ ଶପଥ ନେବେ। ସେମାନେ ହେଲେ ତିର୍ତ୍ତୋଲର ବିଜୟ କୁମାର ଦାସ ଏବଂ ବାଲେଶ୍ବରର ସ୍ବରୂପ ଦାସ। ଉଭୟ ହେଉଛନ୍ତି ବିଜୁ ଜନତା ଦଳର ବିଜେତା। ଏହି ଦୁଇ ଜଣ ଆସନ୍ତାକାଲି ବୁଧବାର ଦିନ 10ଟା 30 ମିନିଟରେ ଶପଥ ନେବେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଦୁଇଜଣଙ୍କୁ ତାଙ୍କ ଚ୍ୟାମ୍ବରରେ ଶପଥ ପାଠ କରାଇବେ। ଏନେଇ ବିଧାନସଭା ତରଫରୁ ପ୍ରସ୍ତୁତି କରାଯାଇଛି। ଶପଥପାଠ ପରେ ବାଚସ୍ପତି ଡାକିଥିବା ସର୍ବ ଦଳୀୟ ବୈଠକରେ ଯୋଗ ଦେବେ।

Read More

ହେମାଙ୍ଗ ପ୍ରସାଦ ରାଉଳ ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ନାଉଗାଁ ବ୍ଲକର ଜ୍ୟୋତି ଫେଡେରେସନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି କହିଲେ ଗତ ୮ ମାସ ହେବ ବିଶ୍ୱ ମହାମାରୀ କୋଭିଡ୍ ସଂକ୍ରମଣରୁ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅଗ୍ରଗତି କରିପାରି ନାହିଁ। କୋଭିଡ୍ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଧିକ କ୍ରୀୟାଶୀଳ ଥିଲା। ନାଉଗାଁ ବ୍ଲକ ହଟ୍‌ସ୍ପଟ୍ ଥିଲା। ବ୍ଲକ ଓ ତହସିଲ ପ୍ରଶାସନ ଦିନରାତି ପରିଶ୍ରମ କରିଛନ୍ତି। କୋଭିଡ୍ ସହିତ ଉନ୍ନୟନ କାର୍ଯ୍ୟକୁ ଆଗେଇ ନେବାକୁ ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହକାର୍ଯ୍ୟ ମାର୍ଚ୍ଚ-୨୦୨୧ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଜଗତସିଂହପୁର ଓ ନାଉଗାଁ ବି.ଡି.ଓଙ୍କୁ ପରାମର୍ଶ ଦେଇଥିଲେ। ହିତାଧିକାରୀ ମାନେ ଯେପରି ପ୍ରୋତ୍ସାହନ ରାଶିରୁ ବଚିଂତ ନହୁଅନ୍ତି,…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର :  ଗଞ୍ଜାମ ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ସଫଳତା । ଗତ ୧୨ ତାରିଖରେ ସୁନା ଲୁଟେରା ଗ୍ୟାଙ୍ଗ୍ କୁ ଧରି ଗଞ୍ଜାମ ପୋଲିସ ସଫଳତା ଅର୍ଜନ କରିଥିବା ବେଳେ ଆଜି ଏଟିଏମ୍ କାର୍ଡ ଚଂଚକତା କରି ଲୁଟ୍ କରୁଥିବା ଅନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଛି ଛତ୍ରପୁର ପୋଲିସ । ଦୀର୍ଘ ଦୁଇ ବର୍ଷ ଧରି ବିଭିନ୍ନ ସ୍ଥାନରୁ ଏଟିଏମ୍ କାର୍ଡଧାରୀଙ୍କୁ କୌଶଳକ୍ରମେ ଏଟିଏମ୍ କାର୍ଡ ବଦଳାଇ ଲୁଟୁଥିଲେ ଲକ୍ଷାଧିକ ଟଙ୍କା  । ଏଭଳି ଏକ ଚୋର ଗ୍ୟାଙ୍ଗର ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପୋଲିସ  । ଏହି ଲୁଟେରାମାନେ ଆନ୍ତଃ ରାଜ୍ୟରେ ବିଭିନ୍ନ ଏଟିଏମ୍ କାଉଣ୍ଟରେ ଟଙ୍କା ଉଠାଇବା ଲାଗି ଯାଉଥିବା ବୟସ୍କ ବ୍ୟକ୍ତି ଓ ଅଶିକ୍ଷିତ ମାନଙ୍କୁ ଟାର୍ଗେଟ୍ କରି ତାଙ୍କୁ ବିଭିନ୍ନ ଆଳ ଦେଖାଇ କୌଶଳରେ ତକ୍ଷଣାତ୍ କାର୍ଡକୁ ବଦଳାଇ ଦେଉଥିଲେ ଓ ପରେ…

Read More

ନୂଆଦିଲ୍ଲୀ, ଆଜି କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ନୂଆଦିଲ୍ଲୀରେ ସେ ଏହି ସାକ୍ଷାତ କରି ଛତିଶଗଡର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ସାକ୍ଷାତ ଅବସରରେ ସେ ଧର୍ମେନ୍ଦ୍ରଙ୍କୁ ଦୀପାବଳି ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ଆଜି ବାଘେଲ ନୂଆଦିଲ୍ଲୀ ଗସ୍ତ ସମୟରେ ଗୃହମନ୍ତ୍ରୀ ଅମିତ ସାହା ସମେତ ବିଭିନ୍ନ ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି।

Read More

ଚେନ୍ନାଇ : ଦୀପାବଳି ଅବସରରେ ରିଲିଜ ହୋଇଥିଲା ତାମିଲ ଫିଲ୍ମ ମାଷ୍ଟରର ଟିଜର । ଏହି ଟିଜରକୁ ପ୍ରାୟ 28 ମିଲିୟନ ଦର୍ଶକ ଦେଖି ସାରିଲେଣି । 91 ସେକେଣ୍ଡର ଏହି ଟିଜରରେ ବିଜୟଙ୍କ ଚରିତ୍ରର ନାମ ପ୍ରଫେସର ଜେଡି ଭାବରେ ଦେଖାଯାଇଛି। ଏହା ସହିତ ବିଜୟ ସେଥୁପତି ଫିଲ୍ମରେ ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିଛନ୍ତି । ଲୋକେଶ କଙ୍ଗାରରାଜୁ ନିର୍ଦ୍ଦେଶିତ  ଏହି ଫିଲ୍ମରେ ଜବରଦସ୍ତ ଆକ୍ସନ ସିକ୍ୱେନ୍ସ ଦେଖିବାକୁ ମିଳିବ । ଟିଜର ରିଲିଜ ହେବାର ମାତ୍ର 1 ଘଣ୍ଟା ମଧ୍ୟରେ 9  ମିଲିୟନ ଲୋକ ଏହାକୁ ଦେଖିଥିଲେ । ତେବେ ଏହା ବିଜୟଙ୍କ ପୂର୍ବ ଫିଲ୍ମ ବିଗିଲର ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇନାହିଁ । ବିଗିଲକୁ 1 ଘଣ୍ଟାରେ 9.3 ମିଲିୟନ ଲୋକ ଦେଖିଥିଲେ । ସେହିପରି ଫିଲ୍ମର ଟିଜରକୁ ପ୍ରାୟ 2.2ମିଲିୟନ ଲୋକ ଲାଇକ କରିଛନ୍ତି । ମାଲବିକା ମୋହନନ ମୁଖ୍ୟ ନାୟିକା ଭୂମିକାରେ ରହିଥିବା…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଡି ଡିଜିଟାଲ ପ୍ଲାଟଫର୍ମରେ ସ୍ବାଭିମାନ ଅଞ୍ଚଳର ଜନସାଧାରଣଙ୍କ ପାଇଁ ସ୍ମାର୍ଟ ଫୋନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି “ସ୍ବାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ଅଛି। ଏହାକୁ ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବରେ ଗଢିବା ପାଇଁ ମୋର ଉଦ୍ୟମ ଜାରି ରହିବ”। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ମାଗଣାରେ ସ୍ମାର୍ଟ ଫୋନ ଯୋଗାଇଦେବେ। ମୋବାଇଲ ଫୋନ ଦ୍ବାରା ପିଲାଙ୍କ ଅନ୍‌ଲାଇନ ଶିକ୍ଷାରେ ସୁବିଧା ହେବା ସହିତ ସ୍ବାଭିମାନ ଅଞ୍ଚଳର ଜନସାଧାରଣଙ୍କୁ ଅନ୍ୟ ଅଞ୍ଚଳ ସହିତ ଯୋଡିବାରେ ସହାୟକ ହେବ ସେ କହିଥିଲେ। ସେ କହିଥିଲେ ଯେ ସ୍ବାଭିମାନ ଅଞ୍ଚଳରେ ୪ଟି ମୋବାଇଲ ଟାୱାର ହୋଇଥିବା ବେଳେ 4G ସୁବିଧା ସହ ଆଉ ତିନୋଟି ଟାୱାର କରାଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ବିଭାଗ ପ୍ରମୁଖ…

Read More

ରମେଶ ମହାନ୍ତି ଜଗତସିଂହପୁର: ଡିଉଟି ନକରି ୯ ମାସର ଅନଧିକୃତ ଛୁଟିକୁ ଦରମା ଆକାରରେ ହଡପ କରିବାକୁ ଉଦ୍ୟମ କରାଯିବା ଏବଂ ପୁନର୍ବାର ୨ୟ ତଦନ୍ତ କମିଟି ବସିବା ଭଳି ଘଟଣା ସମୀକ୍ଷା ନ୍ୟୁଜ୍ ରେ ଖବର ପ୍ରକାଶ ପାଇବା ପରେ ଏରସମା ବିଇଓ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇଉଠିଥିବା ଜଣାପଡିଛି। ସୂଚନାନୁଯାୟୀ ଭାରପ୍ରାପ୍ତ ବିଇଓ ମହେନ୍ଦ୍ର ସୋରଣିଆଙ୍କ ଦ୍ୱାରା ଗଠନ କରାଯାଇଥିବା ୨ୟ କମିଟିର ସଭ୍ୟ ସହଶିକ୍ଷା ଅଧିକାରୀ ବିଜୟ ସେନାପତି ଓ ଗୋଲୋକ ପ୍ରଧାନ ଫାଇଲକୁ ଫେରାଇ ଦେବା ସହ ପୂର୍ବ ତଦନ୍ତ କମିଟ ରିପୋର୍ଟ ଠିକ୍ ବୋଲି ଶିକ୍ଷା ଅଧିକାରୀ ଗୋଲକ ପ୍ରଧାନଙ୍କ ଦ୍ବାରା ଲେଖାଯାଇଥିବା ଜଣାପଡିଛି। ଏପରି ପରିସ୍ଥତିରେ ୯ ମାସର ଅନଧିକୃତ ଛୁଟିକୁ ଦରମା ଆକାରରେ ହଡ଼ପ କରିବାକୁ ପୁଣି ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଉଥିବା କୁହାଯାଉଛି। ଏହି ଯୋଜନାନୂଯାୟୀ ଭାରପ୍ରାପ୍ତ ବିଇଓ ନିଜକୁ ମିଶାଇ ସାତ ଜଣ କର୍ମଚାରୀଙ୍କୁ ନେଇ ଏକ ବୈଠକ…

Read More

ମୁମ୍ବାଇ :  ମହାରାଷ୍ଟ୍ର ବିଜେପିକୁ ଲାଗିଛି ଏକ ଶକ୍ତ ଝଟ୍‌କା। ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ ଗାଇକୱାଡ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆଜି ସକାଳେ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।  ସେ ଦଳ ପାଇଁ କାମ କରିବାକୁ ଇଚ୍ଛୁକ ଥିବାବେଳେ ଦଳ ତାଙ୍କୁ ସୁଯୋଗ ଦେଉନାହିଁ ବୋଲ ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ସେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ଗାୟକଓ୍ବାର୍ଡ । ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ମଧ୍ୟ ଇସ୍ତଫା ଦେଇଥିବାର ଜଣାପଡିଛି । ସୂଚନାଯୋଗ୍ୟ, ଗାୟକଓ୍ବାର୍ଡ ପୂର୍ବରୁ ମହାରାଷ୍ଟ୍ର ସରକାରର ଓ କେନ୍ଦ୍ର ସରକାରରେ ମନ୍ତ୍ରୀ ରହିଥିଲେ । ସେ କେବଳ ସାଂସଦ ବା ବିଧାୟକ ହୋଇ ରହିବାକୁ ଚାହାଁନ୍ତି ବରଂ ଦଳକୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିବାକୁ ଚାହାନ୍ତି ବୋଲି କହିଛନ୍ତି…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ 48 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 48  କରୋନା ଆକ୍ରାନ୍ତଙ୍କ ମଧ୍ୟରେ 11 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 37 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। ସେହିପରି ଆଜି 64 ଜଣ ସୁସ୍ଥ ହୋଇଛନ୍ତି। ନୂତନ 48 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 30 ହଜାର 227 ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା 29 ହଜାର 358 ଜଣ ସୁସ୍ଥ ହୋଇଥିବାବେଳେ 198 ଜଣଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବର ମହାନଗରରେ ଏବେବି 650ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Read More