ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ଦାଦାବଟିକୁ କେନ୍ଦ୍ରରେ ଜନୈକ ଭାଇଭଉଣୀଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଉଭୟ ଆହତ ହୋଇଥିବାବେଳେ ଭଉଣୀର ଅବସ୍ଥା ଗୁରୁତର ଅଛି। ଉଭୟଙ୍କୁ ବ୍ରହ୍ମପୁର ଏମ୍କେସିଜିରେ ଚିକିତ୍ସା କରାଯାଉଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳ ୯.୧୦ ସମୟରେ ଲକ୍ଷ୍ମୀନୃସିଂହ ସାହିରେ ରହୁଥିବା ଭାଇ କାଳିଆ ପାତ୍ର ଓ ଭଉଣୀ ସୁନିତା ପାତ୍ର ନିଜ ଘର ସାମ୍ନାରେ ଥିବାବେଳେ ୫ ଜଣ ଯୁବକ ବାଇକ୍ରେ ଆସି ଖଣ୍ଡା ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ଉଭୟ ଗୁରୁତର ହୋଇଥିଲେ। ବଡ଼ବଜାର ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିବା ସହ ଜଣେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ ଖୋଜା ଚାଲିଛି। ପୋଲିସ୍ର ତଥ୍ୟ ଅନୁଯାୟୀ ଭାଇ କାଳିଆ ପାତ୍ର ଗୋଟିଏ ମିକ୍ସର୍ କାରଖାନା କରିଛି। ଏହି ଯୁବକମାନେ ତାଙ୍କୁ ୧୦ ହଜାର ଟଙ୍କା ଦାଦା ବଟି ମାଗିଥିଲେ। କାଳିଆ ଏହି…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଛକ ଠାରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହେବାର ଖବର ହସ୍ତଗତ ହୋଇଛି। ଉଭୟ ବ୍ୟକ୍ତି ଅଲାଇଡିହ ଗ୍ରାମର ବୋଲି ଜଣାପଡିଛି। ଏହି ଗଣ୍ଡଗୋଳ ଆଜି ରାତି ପାଖାପାଖି ୮ ଘଟିକା ସମୟରେ ହୋଇଥିଲା। ଗଣ୍ଡଗୋଳ ଉଗ୍ର ରୂପ ନେବାରୁ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ବୁଟୁ ପାଢ଼ୀ। ମାରଣାସ୍ତ୍ର ଦ୍ୱାରା ତାଙ୍କ ବାମ କାନ କଟିଯାଇଥିବା ବେଳେ ନାକ ଏବଂ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଥିବାର ସୂଚନା ମିଳିଛି। ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଅଚେତ ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତୁରନ୍ତ ତାଙ୍କର ଆଶୁ ଚିକିତ୍ସା କରି ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦେଇଛନ୍ତି। ଖବର ପାଇ ବାଣପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ବୁଟୁଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଆକ୍ରମଣ…
ପୁରୀ, ସ୍ବାସ୍ଥ୍ୟ ଏବଂ ପରିବେଶ ପାଇଁ ପୁରୀ ବେଳାଭୂମିରେ ଆରମ୍ଭ ହୋଇଛି ଯୋଗ କାର୍ଯ୍ୟକ୍ରମ, ମୋ ବିଚ୍ ଯୋଗ
ସୀତାରାମ ଅଗ୍ରୱାଲ ବାଣପୁର: ବନବିଭାଗ ହେପାଜତରେ ଥିବା ଯୁବକର ସନ୍ଦେହଜନକ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଏବଂ ଏସପି ଅଜେୟ ପ୍ରତାପ ସ୍ୱାଇଁ ବାଣପୁର ଗସ୍ତରେ ଆସି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, କାଠ ଚୋର ସନ୍ଦେହରେ ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଲଗାଁର ବଳଭଦ୍ର ବେହେରାଙ୍କୁ ବାଣପୁର ବନ ବିଭାଗ ଅଟକ ରଖିଥିଲା। କିନ୍ତୁ ବନ ବିଭାଗ ହେପାଜତରେ ଥିବା ବେଳେ ବଳଭଦ୍ରଙ୍କ ମୃତ୍ୟୁ ହୋଇଥିଲା। ତେବେ ଏନେଇ ବନବିଭାଗ କର୍ମଚାରୀ ତାଙ୍କୁ ପିଟିପିଟି ମାରି ଦେଇଥିବାର ବଳଭଦ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ତାଙ୍କର ମୃତ୍ୟୁକୁ ନେଇ ପରିବାର ଏବଂ ଗ୍ରାମବାସୀ ଦୁଇ ଦିନ ଧରି ବାଣପୁର ମେଡ଼ିକାଲରେ ଧାରଣାରେ ବସିଥିଲେ। ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ପ୍ରକୃତ ଘଟଣା ଜଣାପଡିବ ଏବଂ ଯଦି ରିପୋର୍ଟ ରେ ଯୁବକଙ୍କ ପରିବାର…
ଭୁବନେଶ୍ବର, ରାଜ୍ୟରେ ହେବାକୁ ଥିବା ଦୁଇଟି ବିଧାନସଭା ଆସନର ଉପନିର୍ବାଚନ ପାଇଁ କୋଭିଡ19 ଆଇନିରେ କୋହଳ କରାଯାଇଛି। ଏ ନେଇ ସ୍ବାତନ୍ତ୍ର ରିଳିଫ କମିଶନର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହି ଅନୁସାରେ କୁହାଯାଇଛି ଯେ, ଉପନିର୍ବାଚନକୁ ଦୃଷ୍ଟିରେ ରଖି କେବେଳ ସେହି ଦୁଇଟି ସ୍ଥାନରେ ଆଇନିକୁ କୋହଳ କରାଯାଇଛି। ଅନ୍ୟସ୍ଥାନରେ ଯେପରି ନିୟମ ଲାଗୁ ହେବା କଥା ତାହା କରାଯିବ। ନୂଆ ଆଇି ଅନୁସାରେ ଏଣିକି ରାଜନୈତିକ ଦଳଗୁଡିକ ଖୋଲା ସ୍ଥାନରେ ଦୁଇଶହ ଲୋକଙ୍କ ସମାବେଶ କରିପାରିବେ। ତେବେ ସେମାନେ ସମସ୍ତେ ମାସ୍କ ପରିଧାନ କରିବେ। ସେହିପରି ଗେଟ ମୁହଁରେ ଥର୍ମାଲ ସ୍କାନି କରିବା ବାଧ୍ୟତା ମୂଳକ କରାଯାଇଛି। ପୂର୍ବରୁ ଏହା ଏକଶହ ମଧ୍ୟରେ ସୀମିତ ରଖାଯାଇଥିଲା। ତେବେ ହଲ ଭିତରେ ଯଦି ବୈଠକ କରାଯିବ ତେବେ ତାହାର ଆସନ ସଂଖ୍ୟାରୁ 50 ପ୍ରତିଶତ କମ ଲୋକ ବସିପାରିବେ। ଅଧିକ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ। ଖୋଲାପଡିଆରେ ବୈଠକ କଲେ…
ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ବ୍ୟବଧାନ ପରେ ଘରୁ ବାହାରି ପୁରୀ ଗସ୍ତ କରିଛନ୍ତି। କରୋନା ପାଇଁ ସେ ନବୀନ ନିବାସରୁ ସମସ୍ତ ବୈଠକ ଏପରିକି ବିଧାନସଭା କାର୍ଯ୍ୟ ମଧ୍ୟ କରୁଥିଲେ। ଓଡିଶାରେ କରୋନା ପ୍ରବେଶ ପରଠାରୁ ନବୀନ ଘରେ ହିଁ ସମସ୍ତ କାର୍ଯ୍ୟ କରୁଛନ୍ତି। ଶେଷ ଥର ପାଇଁ ସେ ଅଗଷ୍ଟ 15 ତାରିଖରେ ପତାକା ଉତ୍ତୋଳନ ପାଇଁ ବାହାରକୁ ବାହାରିଥିଲେ। କରୋନା ଭୟରେ ସେତେବେଳେ ତାଙ୍କ ଗାଡି ଖୋଦ 5ଟି ସଚିବ ଭି କେ ପାଣ୍ଡିୟାନ ଚଳାଇ ଆଣିଥିଲେ। ଏହାପରେ ପୁରୀ ହେଉଛି ତାଙ୍କର ଦ୍ବିତୀୟ ଗସ୍ତ। ଆଜି ଅପରାହ୍ନ ପ୍ରାୟ 5ଟା ବେଳେ ମୁଖ୍ୟମନ୍ତ୍ରୀ ପୁରୀ ପହଁଛିଥିଲେ। ସେ ସିଂହଦ୍ବାର ନିକଟରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ। ଚାଲିଚାଲି ସେ ବିଭିନ୍ନ ଉନ୍ନୟନ କାମ ତଦାରଖ କରିଥିଲେ। ଏପରିକି ତଦାରଖ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଥିଲେ। ସେ…
କନ୍ଦର୍ପ ବେହେରା ରେଢାଖୋଲ: ଦୁଇ ଦିନ ତଳେ ଖୋଲଗଡ ମନ୍ଦିରରୁ ଚୋରି ହୋଇଥିବା ଚୋରୀ ସାମଗ୍ରୀକୁ କିସିଣ୍ଡା ପୋଲିସ୍ ଆଜି ସକାଳୁ ଡଇଁଚା ଗ୍ରାମରୁ ଜବତ କରିବା ସହ ୨ ଜଣ ଚୋରକୁ ଧରିବାରେ ସଫଳ ହୋଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଗୋଗୁଆ ପଂଚାୟତର ଖୋଲଗଡ ମନ୍ଦିରରୁ ୩ ଦିନ ତଳେ କଂସା, ଜାଗର, ପିତଳ ସାମଗ୍ରୀ, ଦାନବାକ୍ସ ଓ ଶିବଙ୍କ ଠାରେ ପୂଜା ପାଉଥିବା ବିଭିନ୍ନ ପ୍ରକାର ପୂଜାସାମଗ୍ରୀକୁ କିସିଣ୍ଡା ପୁଲିସ୍ ଆଜି ସକାଳୁ ସକାଳୁ ରେଢାଖୋଲ ଥାନା ଡଇଁଚା ଗ୍ରାମକୁ ଯାଇ ପିତାମ୍ବର ମହାପାତ୍ରଙ୍କ ଘରର ପାଇଖାନାରୁ ଜବତ କରିବାରେ ସଫଳ ହୋଇଛି। ଅଭିଯୁକ୍ତର ଭାଇ ବାନାମ୍ବରକୁ ଧରି ରେଢାଖୋଲ ରାସ୍ତାରେ ଗଲାବେଳେ ପିତାମ୍ବରକୁ ଡଇଁଚା ଗାଁ ମୁଣ୍ଡରେ ପୋଲିସ୍ ଧରିଥିଲା। ଚୋରି ସଂପର୍କରେ ପଚରା ଉଚୁରା କରିବା ସହ ତା ସହ ଚୋରି କରିବାକୁ ଯାଇଥିବା ସମ୍ବଲପୁର ପରମାଣପୁର ନିକଟସ୍ଥ…
କୋଲକାତା : ଶାରଦୀୟ ନବରାତ୍ର ଆରମ୍ଭ ହୋଇଯାଇଛି । ମା’ ଜଗଜ୍ଜନନୀ ଦୁର୍ଗା ଆଉ କିଛି ଦିନ ମଧ୍ୟରେ ଧରାବତରଣ କରିବେ । ତାଙ୍କ ଆଗମନ ପାଇଁ ଚାରିଆଡେ ଚାଲିଛି ପ୍ରସ୍ତୁତି । ତେବେ କରୋନାକୁ ଦୃଷ୍ଟିରେ ରଖି ଚଳିତ ଥର ଦୁର୍ଗାପୂଜା ଉତ୍ସବ ପାଳନ କରାଯାଉଥିବାବେଳେ ମା’ଙ୍କ ଆରାଧାନ ପାଇଁ ପ୍ରସ୍ତୁତି ଉତ୍ସାହଜନକ ରହିଛି। ପଶ୍ଚିମବଙ୍ଗରେ ମଧ୍ୟ ଦୁର୍ଗାପୂଜାର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି । କରୋନାକୁ ଆଖି ଆଗରେ ରଖି ଯଦିଓ ଚଳିତ ଥର ଭବ୍ୟ ସମାରୋହ କରାଯାଉନାହିଁ । ମଣ୍ଡପ ଗୁଡିକରେ ମାତା ଦୁର୍ଗାଙ୍କ ପ୍ରତିମୂର୍ତ୍ତି ଏବେ ଶେଷ ପର୍ଯ୍ୟାୟରେ । ଏହାମଧ୍ୟରେ କୋଲକାତାର ଏକ ମଣ୍ଡପ ଏବେ ବେଶ୍ ଚର୍ଚ୍ଚାକୁ ଆସିଛି। ଏହି ମଣ୍ଡପରେ ଚଳିତ ଥର ମାତା ଦୁର୍ଗାଙ୍କ ପାରମ୍ପରିକ ପ୍ରତିମୂର୍ତ୍ତି ସ୍ଥାନରେ ଜଣେ ମହିଳା ପ୍ରବାସୀ ଶ୍ରମିକଙ୍କ ପ୍ରତିକୃତି ସ୍ଥାପନ ହୋଇଛି । ସେହିପରି ମହିଷାସୁର ଓ ପାର୍ଶ୍ୱ ଦେବୀଦେବତାଙ୍କ ପ୍ରତୀକାତ୍ମକ ରୂପ…
ପଞ୍ଜାବ : ପଞ୍ଜାବର ଫରିଦକୋଟରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଦୁଇ ସନ୍ତାନଙ୍କ ସହିତ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଲରୁ ପୋଲିସ୍କୁ ସୁଇସାଇଡ୍ ନୋଟ୍ ମିଳିଛି । ଆର୍ଥିକ ସମସ୍ୟା ଯୋଗୁଁ ଏପରି ଚରମ ପଦକ୍ଷେପ ନେଇଥିବାର ପୋଲିସ୍ ସୂଚନା ଦେଇଛି । ମୃତକ ଜଣକ ରାଜସ୍ଥାନ ଶିକର ନିବାସୀ 40 ବର୍ଷୀୟ ଧର୍ମପାଳ । ଯିଏ ବିଗତ 10 ବର୍ଷ ଧରି କଲେର ଗ୍ରାମରେ ସ୍ତ୍ରୀ ସୀମା ଓଙ 15 ବର୍ଷୀୟା ଝିଅ ମୋନିକା ଓ 10 ବର୍ଷୀୟ ହତିଶ୍ କୁମାରଙ୍କ ସହ ରହୁଥିଲେ । ଧର୍ମପାଳ ଗ୍ରାମରେ ଇଟା ଭାଟିରେ କାମ କରୁଥିଲେ । ତେବେ ଲକ୍ଡାଉନ୍ ଯୋଗୁଁ ସ୍ଥିତି ଖରାପ ହେବାରୁ ଧାର ଉଧାର କରି ପରିବାର ଚଳାଉଥିଲେ । କିନ୍ତୁ ଶେଷରେ ପରିସ୍ଥିତି ଆଗରେ ମୁଣ୍ଡ ନୁଆଁଇ ଏହି ପରିବାର ନିଜ…
ପ୍ୟାରିସ : ବିଗତ କିଛି ଦିନ ଧରି ଅପରାଧର ମାତ୍ରା ବଢିଯାଇଛି । ବିଶ୍ବର କୋଣ ଅନୁକୋଣରୁ ପ୍ରାୟ ସବୁଦିନ ଅପରାଧ ଘଟୁଛି । ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ର ଉତ୍ତର ପୂର୍ବ କ୍ଷେତ୍ରରେ ପ୍ରଫେଟ୍ ମହମ୍ମଦଙ୍କ ଫଟୋକୁ ନେଇ ହୋଇଥିବା ବିବାଦରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନସାରେ ଛାତ୍ରଙ୍କୁ ପାଠ ପଢାଉଥିବା ସମୟରେ ମହମ୍ମଦଙ୍କ ପ୍ରତିକୃତି ଦେଖାଇଥିବାରୁ ଜଣେ ଇତିହାସ ଶିକ୍ଷକଙ୍କୁ ହତ୍ୟା କରାଯାଇଛି । ଶୁକ୍ରବାର ଶିକ୍ଷକ ଜଣଙ୍କ ମୁଣ୍ଡ କାଟି ତାଙ୍କୁ ହତ୍ୟା କରାଯାଇଥିବା ବେଳେ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି ହତ୍ୟାକାରୀ । ଫ୍ରେଞ୍ଚ ପୋଲିସର ଆତଙ୍କ ନିବାରଣ ବିଭାଗ ପକ୍ଷରୁ ମାମଲାର ଯାଞ୍ଚ ଜାରି ରହିଛି । ପ୍ରାୟ ୫ଟା ସମୟରେ ପ୍ୟାରିସର ପଶ୍ଚିମ ଉପାନ୍ତରେ ଥିବା କନଫ୍ଲାନସ ସେଣ୍ଟ ଅନରାଇନ ସ୍କୁଲ ନିକଟରେ ଏହି ଘଟଣା ଘଟିଥିଲା । ସ୍କୁଲର ଇତିହାସ ଶିକ୍ଷକଙ୍କୁ ଦୁର୍ବୃର୍ତ୍ତ ଜଣକ ଆକ୍ରମଣ କରିବା…
ଭୁବନେଶ୍ବର, ରାଜ୍ୟରେ କାରଖାନାଗୁଡିକ ବାରମ୍ବାର ପ୍ରଦୂଷଣ ମାତ୍ରା ବୃଦ୍ଧି କରିବାରେ ଲାଗିଛନ୍ତି। ସେହି ଆଧାରରେ ରାଜ୍ୟର ପ୍ରଦୂଷଣ ବୋର୍ଡ ଯାଞ୍ଚ କରି ୫୦ଟି ବୃହତ୍ ଓ ମଧ୍ୟମ କାରଖାନାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥିମଧ୍ୟରୁ ୩୩ଟିକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା ବେଳେ ୪ଟିକୁ ବନ୍ଦ ନିର୍ଦ୍ଦେଶ ଓ ୧୩ଟିକୁ କେବଳ ନୋଟିସ କରାଯାଇଛି । କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା କାରଖାନାଗୁଡିକ ହେଲେ 1-ଝାରସୁଗୁଡ଼ା ଜିଲ୍ଲାରେ ଥିବା ଅଲଟ୍ରାଟେକ୍ ସିମେଣ୍ଟ, 2-ସମ୍ବଲପୁର ଜିଲ୍ଲାରେ ଭୂଷଣ ପାୱାର ଓ ସମଲେଶ୍ୱର ଫେରୋ ଅଲଏଜ୍, 3-ଯାଜପୁର ଜିଲ୍ଲା କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ଥିବା କେଜେ ଇସ୍ପାତ ଲିମିଟେଡ୍ 4-ଯାଜପୁର ୟାଜ୍ଦାନୀ ଷ୍ଟିଲ୍ ଆଣ୍ଡ ପାୱାର ରହିଛି । 5-ସୁନ୍ଦରଗଡ଼ ଜିଲ୍ଲାର ରିଲାଏବୁଲ୍ ସ୍ପଞ୍ଜ୍ 6-ବସୁନ୍ଧରା ମେଟାଲିକ୍ 7-ଜୟ ଆଇରନ୍ ଆଣ୍ଡ ଷ୍ଟିଲ୍ 8-ରାଉରକେଲାର ସେଲ୍ କାରଖାନା ରହିଛି। ବନ୍ଦ ନୋଟିସ୍ ପାଇଥିବା କାରଖାନାଗୁଡିକ 1-ସମ୍ବଲପୁରଠାରେ ଥିବା ଭୂଷଣ ପାୱାର…
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ କମିଶନରେଟ ପୋଲିସ୍ ଗିରଫ କରିଛି। ଦାଦାବଟି ଜୁଲମ୍ ଅଭିଯୋଗରେ ରାଜାଙ୍କୁ ପୋଲିସ୍ ଉଠାଇ ନେଇଥିଲା। ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। କମିଶନରେଟ ପୁଲିସର ଆଣ୍ଟି ଏକ୍ସଟର୍ସନ ଟିମ ରାଜାକୁ ଉଠାଇ ନେଇଛି। ଗତକାଲି ଦାଦାବଟି ମାଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ କମିଶନର କହିଥିଲେ। ତେବେ ସିପିଙ୍କ ଘୋଷଣା ପରେ ଆଜିଠୁ ଆକ୍ସନ ମୋଡରେ କମିଶନରେଟ ପୋଲିସ। ରାଜାକୁ ଗିରଫ କରିଛି କମିଶନରେଟ ପୋଲିସ।ବର୍ତ୍ତମାନ ତାଙ୍କୁ କ୍ୟାପିଟାଲ୍ ଥାନାରେ ଜେରା ଚାଲିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଘର ତିଆରି ନେଇ ଜଣେ ବ୍ୟକ୍ତିଙ୍କ ଠାରୁ ଦାଦାବଟି ନେଉଥିଲା ରାଜା। ପ୍ରତି ମାସରେ 20 ହଜାର ଟଙ୍କା ଦାଦାବଟି ଆଦାୟ କରୁଥିଲା।
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଆଜି ମଧ୍ୟାହ୍ନ ରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯାତ୍ରୀ ଟ୍ରେନରେ ଚଢ଼ୁଥିବାବେଳେ ଅସାବଧାନତା ବଶତଃ ଖସିପଡ଼ି ହରାଇଛନ୍ତି ଗୋଟେ ହାତ। ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ପ୍ରଫୁଲ ସାହୁ(35) ସୁରତରେ କାମ କରିବାକୁ ଯିବାପାଇଁ ଆଜି ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ ରେ ଟିକେଟ କରିଥିଲେ। ତାଙ୍କ ଟିକେଟ ଖୋର୍ଦ୍ଧା ରୁ ସୁରତ ଯାଏଁ ଥିଲା। ହେଲେ ବାଲୁଗାଁ ଷ୍ଟେସନରୁ ଗାନ୍ଧୀଧାମ ଏକ୍ସପ୍ରେସରେ ତାଙ୍କ ଆସବାବପତ୍ର ସହ ଚଢିବା ସମୟରେ ଅସାବଧାନତା ବଶତଃ ଟ୍ରେନ ରୁ ଖସି ପଡ଼ିଥିଲେ ଫଳରେ ଟ୍ରେନ ଚକାତଳେ ଚାପିହୋଇ ତାଙ୍କ ବାମ ହାତଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବାଲୁଗାଁ ରେଳ ସୁରକ୍ଷା ବଳ ପ୍ରଫୁଲ୍ଲଙ୍କୁ ଟ୍ରାକ ରୁ ଉଦ୍ଧାର କରି ବାଲୁଗାଁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନାଙ୍କୁ ଖବର ଦେଇଥିଲେ। ପରବର୍ତ୍ତୀ ସମୟରେ ବାଲୁଗାଁ ଅଗ୍ନିଶମ…
ପାଟନା : ବିହାର ନିର୍ବାଚନ ପୂର୍ବରୁ ମହାମେଣ୍ଟ ପକ୍ଷରୁ ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ମହାମେଣ୍ଟ ପକ୍ଷରୁ ଏହି ଇସ୍ତାହାରରେ ଚାକିରି, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦିଆଯାଇଛି । ଆରଜେଡି ନେତା ତେଜସ୍ୱୀ ଯାଦବ ଏହି ଇସ୍ତାହାର ଲଞ୍ଚ କରିଛନ୍ତି । ବିଗତ 15ବର୍ଷ ଧରି ଶାସନ କ୍ଷମତାରେ ରହିଥିବା ଡବଲ ଇଞ୍ଜିନ ସରକାର ବିହାରର ବିକାଶକୁ ରୋକିଛନ୍ତି । ମହାମେଣ୍ଟ କ୍ଷମତାକୁ ଆସିଲେ ବିହାର ବିକାଶ ରାସ୍ତାରେ ଗତି କରିବ ବୋଲି ତେଜସ୍ୱୀ ପ୍ରକାଶ କରିଛନ୍ତି । ରାଜ୍ୟରେ 10 ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବା ସହିତ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ଯାଉଥିବା ପରୀକ୍ଷାର୍ଥୀଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଇସ୍ତାହାରରେ କୁହାଯାଇଛି । ବିହାରରେ ରହିଥିବା ସମସ୍ୟାର ସମାଧାନ କେବଳ ମହାମେଣ୍ଟ ଦ୍ୱାରା ହୋଇପାରିବ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ନୁହେଁ ବୋଲି ବିଜେପି-ଜେଡିୟୁ ମେଣ୍ଟକୁ କଟାକ୍ଷ କରିଥିଲେ ନୀତିଶ ।…
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଜଣେ ମହିଳା ନିଜ ସହିତ ହୋଇଥିବା ଦୁଷ୍କର୍ମ ଓ ବ୍ଲାକମେଲିଂରୁ ବିରକ୍ତି ହୋଇ ଜଣେ ଯୁବକଙ୍କ ହତ୍ୟା କରିଥିବାର ସୂଚନା ରହିଛି । ମହିଳା ଜଣକ ଏତେ ବ୍ୟତିବ୍ୟସ୍ତ ହୋଇପଡିଥିଲେ ଯେ, ରାଗରେ ଉକ୍ତ ଯୁବକଙ୍କୁ 25 ଥର ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ମଧ୍ୟପ୍ରଦେଶର ଗୁଣା ସହରରେ ଘଟିଛି । ଏଠାରେ ଜଣେ ମହିଳା ଜଣେ ଯୁବକଙ୍କୁ 25 ଥର ଛୁରୀ ଭୁସି ହତ୍ୟା କରିଛନ୍ତି । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ଉକ୍ତ ଯୁବକ ଜଣ 2005ରୁ ଲଗାତର ତାଙ୍କ ସହ ଦୁଷ୍କର୍ମ କରୁଥିଲା । ସେହି ସମୟରେ ସେ ନାବାଳିକା ଥିଲେ । ପୋଲିସ୍ ଯାଞ୍ଚରୁ ମିଳିଥିବା ସୂଚନା ଅନୁସାରେ ମୃତକ ଯୁବକଙ୍କ ନାମ ବୃଜଭୂଷଣ ଶର୍ମା । ଅଶୋକନଗରରେ ସେ ରହୁଥିଲେ ବୋଲି ସୂଚନା ରହିଛି । ଅଭିଯୁକ୍ତା ମହିଳା ଜଣକ…
ଭୁବନେଶ୍ବର : ସାଂସଦ ଅପରାଜିତାଙ୍କ କାର୍ଯ୍ୟାଳୟ ଖୋଲିଲା । ସିଲ୍ ହେବାର ଆଠ ଦିନ ପରେ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ଖୋଲିଲା । ପଳାସପଲ୍ଲୀସ୍ଥିତ ସାଂସଦ ଅପରାଜିତାଙ୍କ କାର୍ଯ୍ୟାଳୟ ଆଜି ଖୋଲାଯାଇଛି । ସିଲ୍ କରିବାର 8ଦିନ ପରେ ଅଫିସ୍ ଖୋଲିଛି ବିଏମ୍ସି । କୋଭିଡ୍ ଗାଇଡଲାଇନ୍ ଉଲ୍ଳଂଘନ ଅଭିଯୋଗରେ 15 ଦିନ ପାଇଁ ଅଫିସ୍ ସିଲ୍ କରିଥିବା ବିଏମ୍ସି ।ଅପରପକ୍ଷରେ ଅଫିସ୍ ସିଲ୍କୁ ବେଆଇନ କହି ରାଜ୍ୟସରକାରଙ୍କ ଉପରେ ବର୍ଷିଥିଲେ ଅପରାଜିତା। ସୂଚନାଯୋଗ୍ୟ, ଗତ 10 ତାରିଖର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ୍ କରାଯାଇଥିଲା । କାର୍ଯ୍ୟାଳୟରେ କୋଭିଡ୍ ନିୟମ ଉଲଂଘନ ଜନ୍ମଦିନ ପାଳନ କରିଥିଲେ ସାଂସଦ। ଏନେଇ ସାଂସଦ ଅପରାଜିତାଙ୍କ ନାଁରେ କୋଭିଡ୍ ଯୋଦ୍ଧା ଅଭିଯୋଗ ଆଣିବା ପରେ ବିଏମ୍ସି ସାଂସଦ ଅପରାଜିତାଙ୍କ କାର୍ଯ୍ୟାଳୟକୁ ସିଲ୍ କରିଥିଲା ।
ପୁରୀ, ବେଳାଭୂମି ପରିସ୍କାର ରହିଲେ ପରିବେଷ ପରିସ୍କାର ରହିବ। ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। ଏହିପରି ଏକ ବାର୍ତ୍ତା ନେଇ ପୁରୀ ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ। ଯାହାର ନାମ ରଖାଯାଇଛି ‘ମୋ ବେଳାଭୂମି ଯୋଗ’। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ବେଳାଭୂମିରେ ଯୋଗ କରିବା ପାଇଁ ଉତ୍ସାହିତ କରାଯାଉଛି। ସକାଳୁ ସକାଳୁ ଯେଉଁମାନେ ଘରେ ଯୋଗ କରୁଛନ୍ତି ସେମାନଙ୍କୁ ଏହି ବେଳାଭୂମିରେ ଯୋଗ କରିବା ପାଇଁ କୁହାଯାଉଛି। ଏହାଦ୍ବାରା ବେଳାଭୂମି ପରିସ୍କାର ରହିବା ସହିତ ଲୋକେ ମଧ୍ୟ ସୁସ୍ଥ ରହିବେ। ମୁଖ୍ୟତଃ ଯୋଗଶାସ୍ତ୍ର ଅନୁସାରେ ଯୋଗ ଏପରି ସ୍ଥାନରେ କରିବା ଉଚିତ ଯେଉଁଠି ମୁକ୍ତ ବାୟୁ ମିଳିପାରୁଥିବ। ଆଖିର ଦୃଷ୍ଟି କୋଣରେ ଦିଗବଳୟ ଦେଖାଯାଉଥିବ। ଏହିପରି ପରିବେଶ କେବଳ ବେଳାଭୂମି ବ୍ୟତିତ ଅନ୍ୟ କେଉଁଠି ମିଳିପାରିବ ନାହିଁ। ସମୁଦ୍ରର ଧୀର ଶଦ୍ଦ, ଶାନ୍ତ ଆକାଶ ଏବଂ ନିର୍ମଳ ବାୟୁ ନିଶ୍ଚିତ ଭାବେ ସ୍ବାସ୍ଥ୍ୟ ଗଠନରେ ସାହାର୍ଯ୍ୟ କରିପାରିବ।…
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ପୁଣି ଥରେ ଧାରା 370 ସମ୍ପର୍କରେ ମୁହଁ ଖୋଲିଛନ୍ତି । ଧାରା 370 ଉଚ୍ଛେଦକୁ ଅଣ ସାମ୍ବିଧାନିକ ବୋଲି କହିବା ସହିତ ଗୁପକାର ରାଜିନାମା ପ୍ରତି ସମର୍ଥନ ଜାହିର କରିଥିଲେ । ଏହା ସହିତ କଂଗ୍ରେସ କ୍ଷମତାକୁ ଆସିଲେ ଜମ୍ମୁ କାଶ୍ମୀରରେ ଧାରା 370 ଲାଗୁ କରିବା ସହିତ ଜମ୍ମୁ କାଶ୍ମୀର ବାସୀଙ୍କ ଅଧିକାର ତାଙ୍କୁ ଫେରାଇ ଦିଆଯିବ ବୋଲି ଚିଦାମ୍ବରମ କହିଛନ୍ତି । ବିଜେପି ଶାସିତ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରର ଆଞ୍ଚଳିକ ଦଳଙ୍କୁ ପ୍ରାଧାନ୍ୟ ଦେବା ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ଦେଶଦ୍ରୋହୀ ଭଳି ବ୍ୟବହାର ନକରୁ ବୋଲି ଚିଦାମ୍ବରମ ଟ୍ୱିଟ କରିଛନ୍ତି । ଯେଉଁଭଳି ଭାବରେ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ଉପାୟରେ ଧାରା 370ର ଉଚ୍ଛେଦ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଚିଦାମ୍ବରମ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ5, 2019ରେ ମୋଦି ସରକାର ଜମ୍ମୁ କାଶ୍ମୀରରୁ…
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ତାଙ୍କ କାର୍ଯ୍ୟାଳୟ ସିଳ୍ କରିବା ବିଏମ୍ସିର ବେଆଇନ ପଦକ୍ଷେପ ବୋଲି କହିଛନ୍ତି ଅପରାଜିତା । ତେବେ ଏଥିପାଇଁ ସେ ବିଏମସିକୁ ଦାୟୀ ନକରି ସରକାରଙ୍କୁ ଦାୟୀ କରିଛନ୍ତି । ଗୃହମନ୍ତ୍ରାଳୟର ଗାଇଡ୍ ଲାଇନ୍ ଉଲ୍ଲଂଘନ କରି ତାଙ୍କଅଫିସ୍ ସିଲ୍ କରାଯାଇଛି । ଅଫିସ ସିଲ ଯୋଗୁଁ ତାଙ୍କର ଆର୍ଥିକ କ୍ଷତି ଘଟିଛି, ସେ ମାନସିକ ନିର୍ଯ୍ୟାତନା ଭୋଗିଛନ୍ତି । ଏନେଇ ସେ କୋର୍ଟ ଯିବା ପାଇଁ ଚିନ୍ତା କରୁଛନ୍ତି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ଅପରାଜିତା କହିଛନ୍ତିଯେ, ତାଙ୍କର ଅଫିସ ସିଲ କରିବା ସଂପୂର୍ଣ୍ଣ ବେଆଇନ । ତାଙ୍କଅଫିସ୍ରେ କେହି କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଆକ୍ରାନ୍ତ ଚିହ୍ନଟ ନ ହେବା ସତ୍ତ୍ବେ ପୂରା ଅଫିସ୍କୁ କିପରି ସିଲ୍ କରାଗଲା ବୋଲି ପ୍ରଶ୍ନପଚାରିଛନ୍ତି ଅପରାଜିତା ।ଏହା ହେଉଛି ସରକାରଙ୍କ ଆକ୍ରୋଶମୂଳକ ପଦକ୍ଷେପ ।…
ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧରୁ ସର୍ବାଧିକ 5 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କଟକରୁ 2 ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ, ବାଲେଶ୍ବର, ଜଗତସିଂହପୁର, କନ୍ଧମାଳ, କେଉଁଝର, ମୟୂରଭଞ୍ଜ, ନୟାଗଡ, ପୁରୀ, ରାଉରକେଲା, ସମ୍ବଲପୁର ଆଦି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା 1121କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ତିନିଜଣ ରହିଛନ୍ତି । ଭୁବନେଶ୍ବରରୁ ଦୁଇ ମହିଳାଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତ ଦୁଇ ମହିଳା ଆକ୍ରାନ୍ତଙ୍କର ବୟସ ଯଥାକ୍ରମେ 57 ଓ 73 । ସେହିପରି ଅନ୍ୟ ଦୁଇ ଆକ୍ରାନ୍ତ ହେଉଛନ୍ତି 70 ବର୍ଷୀୟ ପୁରୁଷ, 76 ବର୍ଷୀୟପୁରୁଷ ।…
ଭୁବନେଶ୍ବର, ବର୍ତ୍ତମାନ ତିର୍ତ୍ତୋଲ ଏବଂ ବାଲେଶ୍ବରରେ ସବୁ ଦଳର ନେତାମାନେ ଡେରା ପକାଇଲେଣି। ଆହୁରି ଅନେକ ଭୁବନେଶ୍ବରିଆ ନେତା ସେଠାକୁ ଯିବେ। ହେଲେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନେତାଙ୍କ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି ଘର। କାରଣ ଗାଁ ଗହଳିର ଲୋକେ ଭୁବନେଶ୍ବର ପରି କୋରନା ଅଞ୍ଚଳରୁ ଯାଉଥିବା ନେତାମାନଙ୍କୁ ଘର ଦେବାକୁ ଚାହୁଁ ନାହାଁନ୍ତି। ପ୍ରଥମ କଥା ହେଲେ ଏହି ଦୁଇ ନିର୍ବାଚନ ମଣ୍ଡଳୀର ସ୍ଥିତି ଯାହା ଏତେ ନେତାଙ୍କ ରହିବା ପାଇଁ ସେମିତି ହୋଟେଲ ନାହିଁ। ସେଥିପାଇଁ ନିଜ ନିଜ ଅଞ୍ଚଳର କର୍ମିମାନଙ୍କୁ ନେତାଙ୍କ ରହିବା ପାଇଁ ଘର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଅଥବା ନିଜ ଘରେ ରହିବା ପାଇଁ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ହେଲେ ଏଥର ଭୁବନେଶ୍ବରରେ କରୋନା ଯୋଗୁଁ କର୍ମିମାନେ ନେତାଙ୍କୁ ନିଜ ଘରେ ସ୍ଥାନ ଦେବାକୁ ଆଗ୍ରହ ପ୍ରକାଶ କରୁ ନାହିଁନ୍ତି। ଫଳରେ ପ୍ରଚାର ପାଇଁ ଯିବାକୁ ଥିବା…

