Author: Samikhsya Bureau

ସୀତାରାମ ଅଗ୍ରଓ୍ବାଲ ବାଣପୁର : ‘ମା’ ଭଗବତୀ ମନ୍ଦିର ଓ ’ସାତବଖରା ଘର’ ନିକଟରେ ପ୍ରଶାସନ ୧୪୪ ଧାରା ଜାରି କରିଛି । ଦଶହରା ପର୍ବକୁ ଧ୍ୟାନରେ ରଖି ଭିଡ ନିୟନ୍ତ୍ରଣ ତଥା କରୋନାକୁ ଦୃଷ୍ଟିରେ ରଖାଯାଇ ୧୪୪ ଧାରା ଜାରି କରାଯାଇଛି । ଖୋର୍ଦ୍ଧା ଉପଜିଲ୍ଲାପାଙ୍କ ନିର୍ଦ୍ଦେଶାନୁସାରେ ଏହି ସମସ୍ତ ଅଞ୍ଚଳଗୁଡିକରେ ଗତ ୧୯  ତାରିଖଠାରୁ ଆସନ୍ତା ୩୧  ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ତେବେ ଏହି ସମୟ ମଧ୍ୟରେ କେବଳ ନୀତିକାନ୍ତି ସହିତ ଜଡିତ ଥିବା ସେବାୟତଙ୍କୁ ମନ୍ଦିର ପ୍ରବେଶ ଅନୁମତି ରହିଛି । ଏହି ସମୟ ମଧ୍ୟରେ ସର୍ବସାଧାରଣଙ୍କୁ ମନ୍ଦିର ପ୍ରବେଶ ନିମେନ୍ତ ନିଷେଧାଜ୍ଞା ଜାରି କରାଯାଇଛି । ଏ ସମ୍ପର୍କ ରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ବାଣପୁର ତହସିଲ ଦ୍ୱାରା ଆଜି ପ୍ରଚାର ମଧ୍ୟ କରାଯାଇଛି । ସେହିପରି ଆଗକୁ ମହାଷ୍ଟମୀ ଓ ମହାନବମୀ ସମୟରେ ମନ୍ଦିର ତଥା ସମ୍ପୃକ୍ତ ଅଞ୍ଚଳରେ…

Read More

ନୂଆଦିଲ୍ଲୀ: ଓଡ଼ିଶାରେ ଦିନକୁ 30 ରୁ ଅଧିକ ଦୁର୍ଘଟଣା ଘଟୁଛି । ପାଖାପାଖି 15 ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଅନ୍ତର୍ଗତ ପରିବହନ ଗବେଷଣା ୱିଙ୍ଗ ପକ୍ଷରୁ ପ୍ରକାଶ ପାଉଥିବା ‘ରୋଡ ଆକ୍ସିଡେଣ୍ଟ ଇନ ଇଣ୍ଡିଆ-2019’ ରିପୋର୍ଟରେ ଏଭଳି ସାଂଘାତିକ ସତ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଆଧାରରେ 2019 ମସିହାରେ ଓଡ଼ିଶାରେ ସମୁଦାୟ 11 ହଜାର 64ଟି ସଡକ ଦୁର୍ଘଟଣା ଘଟୁଥିବାବେଳେ ସମୁଦାୟ 5 ହଜାର 333 ଜଣଙ୍କର ମୃତ୍ୟୁ ହୋଇଛି । ସଡ଼କ ଦୁର୍ଘଟଣାରେ ଓଡ଼ିଶା 12 ତମ ସ୍ଥାନରେ ରହିଥିବା ରିପୋର୍ଟରୁ ଜଣାପଡ଼ିଛି । ଓଡ଼ିଶାରେ ଓଭରସ୍ପିଡ ଯୋଗୁଁ  ସର୍ବାଧିକ ଦୁର୍ଘଟଣା ଘଟୁଥିବାବେଳେ ମଦ୍ୟପାନ କରି ଗାଡି ଚଳାଇବା ଯୋଗୁଁ ଅଧିକାଂଶ ଦୁର୍ଘଟଣା ଘଟୁଛି । ଦ୍ରୁତ ଗତି ଯୋଗୁଁ 7 ହଜାର 632ଟି ଦୁର୍ଘଟଣା ଘଟିଥିବାବେଳେ  ମଦ୍ୟପାନ…

Read More

ନୂଆଦିଲ୍ଲୀ : ନୁଡୁଲ୍‌ ସୁପ୍‌ ମଧ୍ୟ କାହାର ମୃତ୍ୟୁର କାରଣ ହୋଇପାରେ ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଚୀନ୍‌ର ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଆସିବା ପରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ଚିନ୍ତା ମଧ୍ୟ ବଢିଛି । ମିଳିଥିବା ସୂଚନା ଅନୁସାରେ ପୂର୍ବୋତ୍ତର ଚୀନ୍‌ର ହିଲୋଜିଆଙ୍ଗୋ ପ୍ରାନ୍ତରେ ଘରେ ପ୍ରସ୍ତୁତ ହୋଇଥିବା ନୁଡୁଲ୍ସ ସୁପ୍‌ ପିଇ ଗୋଟିଏ ପରିବାରର 9ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି।  ସମସ୍ତ ନଅଜଣଯାକ ନୁଡୁଲ୍ସ ସୁପ୍‌ ପିଇଥିଲେ । ସମସ୍ତ ସଦସ୍ୟ ଯେଉଁ ସୁପ୍‌ ପିଇଥିଲେ ତାହା କର୍ଣ୍ଣଫ୍ଲୋରରେ ପ୍ରସ୍ତୁତ କରାଯାଇଥିଲା । ଏବଂ ଏହା ଏକ ବର୍ଷ ଧରି ଫ୍ରିଜ୍‌ରେ ରହିଥିଲା । ସେମାନେ ସମେସ୍ତ ଅକ୍ଟୋବର 5 ତାରିଖ ସକାଳ ଜଳଖିଆରେ ଏହି ନୁଡୁଲ୍ସ ସୁପ୍‌ ଖାଇଥିଲେ । ଏହାକୁ ଖାଇବାକୁ କିଛି ଘଣ୍ଟା ପରେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା ।…

Read More

ଭୁବନେଶ୍ୱର:  ବଙ୍ଗୋପସାଗରରେ ୱେଲମାର୍କଡ ଲଘୁଚାପ ଅବପାତରେ ପରିଣତ ହୋଇଛି । ତେବେ  ଅବପାତ ବାତ୍ୟାରେ ପରିଣତ ହେବାର କୌଣସି ସମ୍ଭାବନା ନାହିଁ । ଏଭଳି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ତାଙ୍କ ସୂଚନା ଅନୁସାରେ ବଙ୍ଗୋପସାଗରରେ ୱେଲମାର୍କଡ ଲଘୁଚାପ ଅବପାତରେ ପରିଣତ ପରେ  ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଆଜି ଠାରୁ ଅଧିକ ବର୍ଷା ସହ କୋହଲା ପବନ ଲାଗି ରହିବ। ଗ୍ରାମାଞ୍ଚଳରେ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି। ପୌରାଞ୍ଚଳରେ ମଧ୍ୟ ଡ୍ରେନେଜକୁ ନେଇ ସମସ୍ୟା ହୋଇପାରେ। ବିଶେଷ କରି ସମୁଦ୍ରକୁ ଲାଗିଥିବା ଅଞ୍ଚଳ ବେଶି ପ୍ରଭାବିତ ହେବ।  ସମୁଦ୍ରରେ ଏହାର ପ୍ରଭାବ ବେଶି ରହିବାକୁ ଥିବାବେଳେ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି।  ଏଥିସହ ଓଡ଼ିଶାର ସବୁ ବନ୍ଦରକୁ 3 ନଂ ସତର୍କ ସଙ୍କେତ ଜାରି କରାଯାଇଛି ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Read More

କଟକ: ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ଚଳିତ ଥର ସପ୍ଲିମେଣ୍ଟାରୀରେ ପାସ୍‌ କରିଛନ୍ତି ମୋଟ୍‌ 15 ହଜାର 244 ଜଣ ଛାତ୍ରଛାତ୍ରୀ । ମୋଟ୍‌ 21 ହଜାର 487ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।  ସେହିପରି ଚଳିତ ଥର ଏ-1 ଗ୍ରେଡ୍‌ରେ କେହି ପାସ୍‌ କରିନାହାନ୍ତି । ଏ-2ରେ 10 ଜଣ, ବି-1ରେ 195 ଜଣ , ବି-2ରେ 930 ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ସି ଗ୍ରେଡ୍‌ରେ 1902 ପିଲା ପାସ୍‌ କରିଥିବା ବେଳେ ଡି ଗ୍ରେଡ୍‌ରେ 3140 ଓ ଇ ଗ୍ରେଡ୍‌ରେ 9067 ସେହିପରି ଏଫ୍‌ ଗ୍ରେଡ୍‌ରେ 6ହଜାର218ଜଣ ପିଲା ପାସ୍ କରିଛନ୍ତି ।

Read More

ଭୁବନେଶ୍ବର, ତେଲଙ୍ଗାନା ରାଜ୍ୟର ହାଇଦ୍ରାବାଦ ସହିତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଭିନ୍ନ ସ୍ଥାନରେ ବର୍ଷାପାଣି ଏ ପର୍ଯ୍ୟନ୍ତ ଘେରେଇ ରହିଛି। ଏହିପରି ଏକ ବିପଦ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5 କୋଟି ଟଙ୍କା ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି।ଏହା ଓଡିଶାବାସୀଙ୍କ ତରଫରୁ ସାହାର୍ଯ୍ୟ ବୋଲି ନବୀନ ଉଲ୍ଲେଖ କରିଛନ୍ତି। ଓଡିଶାର ପଡୋଶୀ ରାଜ୍ୟ ଭାବେ ମୁଖ୍ୟମନ୍ତ୍ରୀ ଏହି ସହାୟତା ଦେଇଛନ୍ତି। ବିଭିନ୍ନ ସମୟରେ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ କୌଣସି ବନ୍ୟା ବାତ୍ୟା ହେଲେ ନବୀନ ସହାୟତା ଦେଇ ଆସୁଛନ୍ତି।

Read More

ପାଟନା, ବିହାରବାସୀ ପୁଣି ଥରେ ରାଜ୍ୟର କ୍ଷମତା ଏନଡିଏକୁ ଦେବେ। ଏହା ସ୍ପଷ୍ଟଭାବେ ଦେଖାଦେଇଛି। କାରଣ ବିହାରବାସୀ ଲାଲୁ ଶାସନ କଣଥିଲା ଏବଂ ନୀତିଶ ଶାସନ କଣ ତାହା ଜାଣିସାରେଲେଣି। ସେଥିପାଇଁ ବିବାହରେ ଡବଲ ଇଞ୍ଜିନ ରେ ଶାସନ ଚାଲିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଧର୍ମେନ୍ଦ୍ର ବିହାର ଗସ୍ତ କରି ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାରରେ କରିଥିଲେ। ସେ ଭାଗଲପୁର, ବାଙ୍କା ଏବଂ ପାଟନାରେ ଏକ ଜନ ସମାବେଶକୁ ଉଦବୋଧନ ଦେଇଥିଲେ। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ର ମୋଦୀ ସରକାରରେ କିପରି ସଫଳତା ମିଳିଛି ତାହାର ହିସାବ ଦେଇଥିଲେ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ  3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଭୁବନେଶ୍ବର ଓ ସୁବର୍ଣ୍ଣପୁର, ଢେଙ୍କାନାଳରୁ 2 ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କଟକ, ରାଉରକେଲା, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1196କୁ ବୃଦ୍ଧି ହୋଇଛି । ମୟୂରଭଞ୍ଜର 70, 72, ଓ 57 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନୁଗୁଳରୁ 84 ଓ 45 ବର୍ଷୀୟ ଦୁଇ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନୁଗୁଳର ଅନ୍ୟ ଜଣେ 84 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବରର 78 ଓ 73 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଢେଙ୍କାନାଳରୁ…

Read More

ପାଟନା, ମେଣ୍ଟ ସରକାର କ୍ଷମତାକୁ ଆସିଲେ ବିହାରରେ ସମସ୍ତଙ୍କୁ ମାଗଣା କରୋନା ଟିକା ପ୍ରଦାନ କରାଯିବ। ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ନିଜର ଇସ୍ତାହାରରେ ଏହି ପ୍ରତିଶୃତି ଦେଇଛି। ଏହି ଇସ୍ତାହାରକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉନମୋଚନ କରିଛନ୍ତି। ଏଥିରେ ବିଜେପି ଲୋକଙ୍କ ନିକଟରେ 11 ଟି ପ୍ରତିଶୃତି ଦେଇଛି। ସେଗୁଡିକ ହେଲା। 1-ସମସ୍ତଙ୍କ ପାଇଁ ମାଗଣା କରୋନା ଟିକା 2-ତିନି ଲକ୍ଷ ନୂତନ ଶିକ୍ଷକ ନିଯୁକ୍ତି 3-ଆଇଟି କ୍ଷେତ୍ରରେ 5 ଲକ୍ଷରୁ ଅଧିକ ଚାକିରି 4-50,000 କୋଟିରୁ 1 କୋଟି ମହିଳା ଆତ୍ମନିର୍ଭରଶୀଳ ହେବେ 5-ସ୍ୱାସ୍ଥ୍ୟ ବିଭାଗରେ 1 ଲକ୍ଷ ଚାକିରି 6-2024 ସୁଦ୍ଧା ଦରଭଙ୍ଗା ଏମସ୍ କାର୍ଯ୍ୟକ୍ଷମ 7-2022 ସୁଦ୍ଧା 30 ଲକ୍ଷ ଲୋକ ପକ୍କା ଘର ପାଇବେ 8-ହିନ୍ଦୀ ଭାଷାରେ ଡାକ୍ତରୀ, ଇଞ୍ଜିନିୟରିଂ ସହିତ ବୈଷୟିକ ଶିକ୍ଷା 9-ଆସନ୍ତା ଦୁଇ ବର୍ଷରେ 15 ଟି ଦୁଗ୍ଧ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠିତ 10-ମାଛ ଉତ୍ପାଦନରେ ବିହାର…

Read More

ଭବାନୀପଟଣା : କଳାହାଣ୍ଡି ଜିଲା ଭବାନୀପାଟଣାରର ଅଧିଷ୍ଠାତ୍ରୀ ଦେବା ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା 24 ତାରଖ କରାଯିବ । ଜନଗହଳିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କରୋନା ପାଇଁ ଏହି ଯାତ୍ରା ଉପରେ 144 ଧାରା ଲାଗୁ କରାଯାଇଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । ଆସନ୍ତା 23ରୁ 25 ଯାଏଁ ଭବାନୀପାଟଣା ପୌରାଞ୍ଚଳକୁ ଯା’ଆସ ଉପରେ କଟକଣା ଜାରି କରାଯାଇଛି । କେବଳ ଜରୁରୀ ସେବାକୁ ଅନୁମତି ଦିଆଯାଇଛି। ଛତର ଯିବାକୁ ଥିବା ଜେନାଖାଇରୁ ମାଣିକେଶ୍ୱରୀ ପୀଠ ପର୍ଯ୍ୟନ୍ତ 144 ଧାରା ଲାଗୁ କରାଯାଇଛି । ଗୋଟିଏ ସ୍ଥାନରେ 4ରୁ ଅଧିକ ଲୋକ ଏକାଠି ନହେବାକୁ ନିର୍ଦ୍ଦେଶ ଦିଆଯାଇଛି । 22 ତାରିଖ ରାତି 12ଟାରୁ 25 ତାରିଖ ରାତି 12ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି। ଏନେଇ କଳାହାଣ୍ଡି ଜିଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୯୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୦୯ ଜଣ ଚିହ୍ନଟ ହୋଇଥିବାବେଳେ ୮୦୪ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୬ହଜାର ୯୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୫୪ ହଜାର ୯୧୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ହଜାର ୯୩୨ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୧୮୧ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୯୧୩ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୫୪ ଜଣ…

Read More

ମୁମ୍ବାଇ : ପାଲଗଡ ସାଧୁ ହତ୍ୟା ମାମଲାରେ ଆଉ 24 ଜଣଙ୍କୁ ଗିରଫ କରିଛି ମହାରାଷ୍ଟ୍ର ସିଆଇଡି । ପାଲଗଡର ଗଡଚିଞ୍ଚାଲେରେ ଘଟିଥିବା ଏହି ବର୍ବର କାଣ୍ଡରେ ପୂର୍ବରୁ ପୋଲିସ ଦ୍ୱାରା 128 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସିଆଇଡି ପକ୍ଷରୁ 208 ଜଣଙ୍କୁ ଗିରଫ କରାଯାଇଥିଲା । ନୂତନ ଭାବରେ 24 ଜଣଙ୍କୁ ଗିରଫ କରାଯିବା ପରେ ସମୁଦାୟ ଅଭିଯୁକ୍ତଙ୍କ ସଂଖ୍ୟା ବର୍ତ୍ତମାନ 366ରେ ପହଞ୍ଚିଛି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତାକାଲି ଦହୁନୁ କୋର୍ଟରେ ହାଜର କରାଯିବ ବୋଲି ସିଆଇଡି ମୁଖପାତ୍ର ଅମୃତ ଅଧିକାରୀ ପ୍ରକାଶ କରିଛନ୍ତି । ସେହିପରି ଏହି ମାମଲାରେ ସମୁଦାୟ 11ଜଣ ନାବାଳକଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ମଧ୍ୟରୁ 62ଜଣ ଜାମିନ ଆବେଦନ କରିଥିବା ବେଳେ ଥାନେ ସେସନ୍ସ କୋର୍ଟରେ ଆଜି ଉକ୍ତ ମାମଲାର ଶୁଣାଣି କରାଯିବ । ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ୍‌ 16 ତାରିଖରେ ଏକ କାର୍‌ରେ ଦୁଇ ସାଧୁଙ୍କ ସମେତ ଜଣେ…

Read More

ମେରଟ୍‌ : ଦାଢି ରଖିବା ବେଶ୍‌ ମହଙ୍ଗା ପଡିଛି ଜଣେ ପୋଲିସ୍‌ ଅଧିକାରୀଙ୍କୁ । ବିନା ଅନୁମତିରେ ଦାଢି ରଖିଥିବାରୁ ଜଣେ ଏସ୍‌ଆଇଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡିଛି। ସହାରନପୁର ନିବାସୀ ଇନ୍ତସାର୍‌ ଅଲ୍ଲୀ ୟୁପି ପୋଲିସ୍‌ ବିଭାଗରେ ଜଣେ ଏସ୍‌ଆଇ ରୂପେ କାର୍ଯ୍ୟରତ ଥିଲେ । ଗତ ତିନି ବର୍ଷ ହେବ ସେ ସେହି ଜିଲ୍ଲାରେ କାର୍ଯ୍ୟକରୁଥିଲେ । ଲକ୍‌ଡାଉନ୍‌ ପୂର୍ବରୁ ତାଙ୍କୁ ରମାଲା ଥାନାରେ ନିଯୁକ୍ତ କରାଯାଇଥିଲା । ଇନ୍ତସାର୍‌ ପୋଲିସ୍‌ ବିଭାଗର ନିୟମ ବିପରୀତ ଲମ୍ବା ଦାଢି ରଖିବାକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଏସ୍‌ପିଙ୍କ କହିବାନୁସାରେ କେବଳ ଶିଖ୍‌ ସମ୍ପ୍ରଦାୟର ପୋଲିସ୍‌ କର୍ମୀଙ୍କୁ ଛାଡି ଅନ୍ୟ ସମସ୍ତ ଦାଢି ରଖିବା ପାଇଁ ବିଭାଗୀୟ ଅନୁମତି ନେବା ଆବଶ୍ୟକ । ଏସ୍‌ଆଇ ଇନ୍ତସାର୍‌ ଅଲ୍ଲୀଙ୍କୁ ଦୁଇ ଦୁଇଥର ଏନେଇ ଅନୁମତି ନେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା । କିନ୍ତୁ ସେ ଅନୁମତି ନେଇନଥିଲେ । ଲଗାତାର…

Read More

ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 55 ହଜାର 839 ନୂତନ ଆକ୍ରାନ୍ତ ଚିୁହ୍ନଟ ହୋଇଥିବା ବେଳେ 702ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 77 ଲକ୍ଷ 6 ହଜାର 946କୁ ବୃଦ୍ଧି ହୋଇଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୭.୦୬ ଲକ୍ଷରେ ପହଞ୍ଚିଛି । ସେହିପରି 24 ଘଣ୍ଟାରେ 702 ଜଣଙ୍କ ମୃତ୍ୟୁ ଘଟିବା ସହିତ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୧୬ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ 68 ଲକ୍ଷ 74 ହଜାର 518 ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 15 ହଜାର 812 ରହିଛି ।

Read More

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲମାର୍କ ଲୋ ପ୍ରେସର ଏବେ ଅବପାତରେ ପରିଣତ ହୋଇଛି। 24 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତର ରୂପ ନେଇପାରେ। ଏହା ଉତ୍ତର- ଉତ୍ତରପୂର୍ବ ଦିଗରେ ଗତି କରି ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ 6ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଜଗତସିଂହପୁର, ପୁରୀ, ବାଲେଶ୍ୱର, ଗଞ୍ଜାମ, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।  ଏହା ସହିତ ଗୋପାଳପୁର ଏବଂ ପାରାଦୀପ ବନ୍ଦରରେ ତିନି ନମ୍ବର ବିପଦସଙ୍କେତ ଜାରି କରାଯାଇଛି । ସେହିପରି କଟକ- ଭୁବନେଶ୍ବର ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଜି ଦିନ 11ଟା30 ମଧ୍ୟରେ ଘଡଘଡି ସହ ବର୍ଷା ନେଇ ସୂଚନା ଦେଇଛନ୍ତି । ଏହି ସମୟରେ ରାସ୍ତାଘାଟ…

Read More

ପାଟନା, ବିହାର ନିର୍ବାଚନର ଏନଡିଏର ବିଜେପି ଏବଂ ଜେଡୟୁ ଏଥର ଅଲଗା ଅଲଗା ଇସ୍ତାହାର ପ୍ରକାଶ କରିବେ। ପ୍ରଥମେ ଜେଡୟୁ କରିସାରିବା ପରେ ବିଜେପି ରାଜ୍ୟ ପାଇଁ ଅଲଗା ଇସ୍ତାହାର ପ୍ରକାଶ କରିବ। ଉଭୟ ଦଳ ଭିନ୍ନ ଭିନ୍ନ ତଥ୍ୟ ଇସ୍ତାହାରରେ ଦେବା ପାଇଁ ଚାହିଁବାରୁ ଏପରି କରାଯାଇଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ପ୍ରଚାରକୁ ଯିବା ପୂର୍ବରୁ ବିଜେପି ତାହାର ଇସ୍ତାହାର ପ୍ରକାଶ କରିବ। ବିଜେପି ବେରୋଜଗାରୀ, ସ୍ବାସ୍ଥ୍ୟ ଏବଂ ଶିକ୍ଷା ଉପରେ କେତେକ ମୁଦ୍ଦା ରଖିବାକୁ ନିଷ୍ପତି କରିଛି।

Read More

କୋଲକାତା, ହିନ୍ଦୁ ଧର୍ମରେ ଗ୍ରହ ନକ୍ଷତ୍ରଗୁଡ଼ିକର ବିଶେଷ ମହତ୍ତ୍ୱ ରହିଛି। ଏହି ଗ୍ରହ ନକ୍ଷତ୍ରଗୁଡିକ ଆମ ଜୀବନରେ ମଧ୍ୟ ଭଲ କିମ୍ବା ଖରାପ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ କୌଣସି ଗ୍ରହର ପ୍ରଭାବ କୌଣସି ରାଶି ପାଇଁ ଲାଭଦାୟକ ହୋଇଥାଏ ତ କୌଣସି ରାଶି ପାଇଁ ଖରାପ। ଜ୍ୟୋତିଷଙ୍କ ଅନୁଯାୟୀ, ଦୀପାବଳି ପୂର୍ବରୁ ଅନେକ ଗ୍ରହ ଏହି ରାଶି ପରିବର୍ତ୍ତନ କରୁଛନ୍ତି, ସେହିପରି ଦୀପାବଳି ପରେ ମଧ୍ୟ ଅନେକ ଗ୍ରହ ଏହି ରାଶି ପରିବର୍ତ୍ତନ କରିବେ। ଦେବ ଗୁରୁ ବୃହସ୍ପତି ମଧ୍ୟ ଦୀପାବଳି ପରେ ରାଶି ପରିବର୍ତ୍ତନ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଦେବ ଗୁରୁ ବୃହସ୍ପତି ଚଳିତ ବର୍ଷ ଶେଷ ସୁଦ୍ଧା ମକର ରାଶିକୁ ପରିବର୍ତ୍ତନ ହେବେ। ଦେବ ଗୁରୁଙ୍କ ଏହି ରାଶି ପରିବର୍ତ୍ତନ ଛଅ ଟି ରାଶି ପାଇଁ ଏକ ମିଶ୍ରଣ ପ୍ରଭାବ ଆଣିବ | ଏହି ଛଅଟି ରାଶିକୁ…

Read More

ନୋଇଡା, ଆଜି ଅପରାହ୍ନରେ ଗ୍ରେଟର ନୋଇଡାର ଦାନକର ଆକାଶରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅନ୍ୟଗ୍ରହର ମଣିଷ ଆଲିୟାନ ଖୁବ ଉଚ୍ଚରେ ଉଡୁଥିବାରେ ଲୋକେ ଦେଖି ଭୟଭିତ ହୋଇ ପଡିଥିଲେ। ଧିରେ ଧିରେ ଲୋକେ ଏହାକୁ ଦେଖିବା ପାଇଁ ଭିଡ ଜମିବାରେ ଲାଗିଲା। ଲୋକଙ୍କ ପାଟିଶୁଣି ସ୍ଥାନୀୟ ପୋଲିସ ପାଖକୁ ଖବର ଗଲା। ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଁଚି ଆକାଶରେ ଆଲିୟାନ ଉଡୁଥିବାର ଦେଖିବାକୁ ପାଇଲା। ଏପରି ଘଟଣା ଦେଖି ପୋଲିସ ମଧ୍ୟ ଭୟଭିତ ହୋଇପଡିଲା। କାରଣ ଏହା ପ୍ରକୃତରେ ଆଲିୟାନ କି ଆଉ କଣ ତାହା ଜାଣିବା ସମ୍ଭବ ହୋଇପାରି ନ ଥିଲା। ହେଲେ ଧିରେ ଧିରେ ସେହି ଆଲିୟାନ ତଳକୁ ଖସିବାରେ ଲାଗିଲା। ଲୋକେ ମଧ୍ୟ ତାକୁ ଦେଖି ପଛେପଛେ ଦୈଡିବାରେ ଲାଗିଲେ। ସେହି ଆଲିୟାନଲ ଦାନକର ନିକଟସ୍ଥ ଭଟ୍ଟାପରଶୁଲ ଗାଁ ର ଏକ କେନାଲରେ ଖସିଥିଲା। ହେଲେ ତା ପାଖକୁ କେହି ଯିବାକୁ ସାହାସ କଲେ…

Read More

ଭୋପାଳ, ଆଜି ଅପରାହ୍ନରେ ଭୋପାଳରେ ଏକ ଚାଞ୍ଚଲ୍ୟକରଣ ହତ୍ୟାକାଣ୍ଡ ଘଟିଯାଇଛି। ଏଥିରେ ନିଜ ଝିଅ ବାପାଙ୍କୁ ଏକ ଲୁହା ଡାଲିଚଟୁରେ ପିଟିପିଟି ହତ୍ୟା କରିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଝିଅକୁ ଗିରଫ କରିବା ସହ  ଡାଲିଚଟୁକୁ ଜବତ କରିଛି। ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଯାଇଛି। ଘଟଣାରୁ ଜଣାପଡିଛି ଯେ, ଭୋପାଳ ସହରର 45 ବର୍ଷିୟ ଭ୍ରମରଲାଲ ସବୁଦିନ ଘରକୁ ମଦପିଇ ଆସନ୍ତି। ନିଜପତ୍ନୀ ଏବଂ ପୁଅଝିଅ ସହିତ ମାରପିଟ କରନ୍ତି। ଏପରିକି ତାଙ୍କ ପତ୍ନୀଙ୍କୁ ବହୁବାର ଆକ୍ରମଣ ମଧ୍ୟ କରିଛନ୍ତି। ଏ ସବୁ ତାଙ୍କ 14 ବର୍ଷ ଝିଅ ସମ୍ଭାଳିପାରୁ ନ ଥିଲା। ହେଲେ ଆଜି ଅପରାହ୍ନରେ ଭ୍ରମରଲାଲଙ୍କ ଏହି ଅତ୍ୟାଚାର ସୀମା ଟପିଯାଇଥିଲା। ଭ୍ରମରଲାଲ ସବୁଦିନ ପରି ମଦପିଇ ଘରକୁ ଆସିବା ପରେ ସେ ପୁଅର ବାହାଘର ନେଇ ସମସ୍ତଙ୍କୁ ଥଟ୍ଟା କରିଥିଲେ। ଯାହାକୁ ନେଇ ଝିଅ ଓ ତାଙ୍କ ପତ୍ନୀ ଉତକ୍ଷିପ୍ତ ହୋଇ ଉଠିଥିଲେ।…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବିଗତ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ଗ୍ରାଫ କ୍ଷିପ୍ର ଗତିରେ କମୁଥିଲେ ସୁଦ୍ଧା ଏହାକୁ ଶୂନ କରିବା ଲକ୍ଷ୍ୟରେ ଜିଲ୍ଲା ଅଧିକାରୀମାନଙ୍କ ମାରାଥନ ଗସ୍ତ ଜାରି ରହିଛି। ଆଗକୁ ଦଶହରା, ଦୀପାବଳି ଏବଂ ଶୀତ ଦିନ ଆସୁଥିବାରୁ ଯଦି କୋଭିଡ ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରାନଯାଏ ତାହାଲେ କୋଭିଡ ପୁଣି ବଢିପାରେ। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଖୋର୍ଦ୍ଧା ଅତରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ ଦାସ ପଟ୍ଟନାୟକ ବାଣପୁର ବ୍ଲକ ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ ଦାସ ପଟ୍ଟନାୟକ ବାଣପୁର ଏନ.ଏ.ସି ର ସଭାଗୃହ ମଧ୍ୟରେ ଏକ ସ୍ୱତନ୍ତ୍ର ବୈଠକ ନେଇଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବାଣପୁର(ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ) ରେ ବର୍ତ୍ତମାନ କୋଭିଡ ସଂଖ୍ୟା ବହୁତ କମିଥିବାରୁ ସ୍ଥାନୀୟ ତହସିଲ, ବ୍ଲକ, ଏନ.ଏ.ସି, ପୋଲିସ, ମେଡିକାଲ ପ୍ରଶାସନ…

Read More

କନ୍ଦର୍ପ ବେହେରା ରେଢାଖୋଲ: ଗତକାଲିି ରାତିରେ ଘୋଷରାମାଳ ଗ୍ରାମରେ ହାତୀ ଘଉଡାଉଥିବା ବେଳେ ଜଣେ ବ୍ୟକ୍ତି ନାଗ ସାପ କାମୁଡାରେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ପ୍ରକାଶ ଯେ, ରେଢାଖୋଲ ଥାନା ଘୋଷରାମାଳ ଗ୍ରାମକୁ ଗତକାଲି ରାତିରେ ହାତୀ ପଲ ଆସି ଧାନ ଫସଲ ଖାଇଦେଉଥିଲେ। ଗ୍ରାମବାସୀ ଖବର ପାଇ ହାତୀପଲକୁ ଘଉଡାଇବାକୁ ଗ୍ରାମର ଲୋକମାନେ ରାତିରେ ଯାଇଥିଲେ। ଗ୍ରାମର ଅମୂଲ୍ୟ ରାଉଳ (୫୩)ନାମକ ବ୍ୟକ୍ତି ହାତୀ ଘଉଡାଇବାକୁ ଜମି ହିଡରେ ଯାଉଥିବା ବେଳେ ଜମି ହିଡରେ ଏକ ନାଗ ସାପ ତାଙ୍କର ଗୋଡକୁ ଚୋଟ ମାରିଥିଲା। ସଙ୍ଗେ ସଙ୍ଗେ ଗୁରୁତର ଅମୂଲ୍ୟ ରାଉଳଙ୍କୁ ରେଢାଖୋଲ ଡାକ୍ତରଖାନା ଗ୍ରାମବାସୀ ନେଇଯାଇଥିଲେ। ହେଲେ ଡାକ୍ତରଖାନା ପହଂଚିବା ଆଗରୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଆଜି ତାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ମୃତ ପରିବାରକୁ ସରକାରଙ୍କ ତରଫରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ପରିବାର ଲୋକେ ଦାବୀ କରିଛନ୍ତି।

Read More