ଭୁବନେଶ୍ବର, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଛି। ହେଲେ ହଠାତ୍ ତା ପୂର୍ବରୁ ରାଜ୍ୟ ସରକାର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ବଦଳି କରି ଦେଇଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ତାଙ୍କ ସ୍ଥାନରେ ଜିଲ୍ଲାପାଳ ଭାବେ ସରୋଜ କୁମାର ମିଶ୍ରଙ୍କୁ ନିଯୁକ୍ତ ଦିଆଯାଇଛି। ସରୋଜ ବର୍ତ୍ତମାନ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ସଂଗ୍ରାମଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି।
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୮ଜଣ, ବିରିଡ଼ି ବ୍ଲକରୁ ୩ଜଣ, ଏରସମା ବ୍ଲକରୁ ୪ଜଣ ,କୁଜଙ୍ଗ ବ୍ଲକ ଓ ତିର୍ତ୍ତୋଲ ବ୍ଲକରୁ ୭ଜଣ ଲେଖାଏଁ,ନାଉଗାଁ ବ୍ଲକରୁ ଜଣେ, ରଘୁନାଥପୁର ବ୍ଲକରୁ ୬ଜଣ, ଜଗତସିଂହପୁର ବ୍ଲକରୁ ୨୦ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୧ଜଣ ଓ ପାରାଦ୍ବୀପରୁ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆଜି ରଘୁନାଥପୁର ବ୍ଲକର ଜଣେ ୪୮ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୫୬୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧୫ ଜଣ ସୁସ୍ଥ ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୭୮୪ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଭୁବନେଶ୍ବର: ଆଜି ରାଜ୍ୟରୁ ୪୧୦୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୯୨ ଜଣ, ଯାଜପୁରରୁ ୨୧୨, ଅନୁଗୁଳରୁ ୧୮୬, ଝାରସୁଗୁଡାରୁ ୧୪୩, ଜଗତସିଂହପୁରରୁ ୧୪୩, ମୟୂରଭଞ୍ଜରୁ ୧୩୯, ସମ୍ବଲପୁରରୁ ୧୨୮, ନୂଆପଡାରୁ ୧୧୮, କଳାହାଣ୍ଡିରୁ ୧୧୭, କେନ୍ଦୁଝରରୁ ୧୧୭, ବାଲେଶ୍ବରରୁ ୧୧୬, ସୁନ୍ଦରଗଡରୁ ୧୧୬, ବରଗଡରୁ ୧୧୪, ନବରଙ୍ଗପୁରରୁ ୮୯, ଭଦ୍ରକରୁ ୧୬, କନ୍ଧମାଳରୁ ୭୧, କେନ୍ଦ୍ରାପଡାରୁ ୧୦୭, ପୁରୀରୁ ୫୫, ବଲାଙ୍ଗିରିରୁ ୮୦, ମାଲକାନଗିରିରୁ ୩୪, ରାୟଗଡାରୁ ୬୪, ସୋନପୁରରୁ ୭୩, ଗଞ୍ଜାମରୁ ୬୭, କୋରାପୁଟରୁ ୭୩, ବୌଦ୍ଧରୁ ୪୪, ଢେଙ୍କାନାଳରୁ ୭୫, ନୟାଗଡରୁ ୫୦, ଦେବଗଡରୁ ୮, ଗଜପତିରୁ ୪୦ ଏବଂ ଷ୍ଟେଟ ପୁଲରୁ ୨୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୨…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଗତକାଲି ରାତ୍ରିରେ ବାଣପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକରେ ଏକ ବୁଲେଟ ମଟରସାଇକଲ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଏକ ଷଣ୍ଢ ର ମୃତ୍ୟୁ ଘଟିଥିବାବେଳେ ୧୪ ଗୋଟି ବୁଲେଟ ମଟରସାଇକେଲ ନଷ୍ଟ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ୧୦.୪୦ ମିନିଟରେ ରେ କଟକ ମୁଣ୍ଡୁଳିସ୍ଥିତ ରୟାଲ ଏନଫିଲଡ଼ ଡିପୋ ରୁ ୧୪ ଗୋଟି ବୁଲେଟ ମଟରସାଇକେଲ ନେଇ ଏକ ଟାଟା କଣ୍ଟେନର (ଓଡ଼ି ୦୫ ଆର ୭୭୨୫) ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକ ନିକଟରେ ହଠାତ କଣ୍ଟେନର ସାମ୍ନା ରେ ଏକ ଷଣ୍ଢ ଆସିଯାଇଥିଲା । ଯାହାଫଳରେ କଣ୍ଟେନର ଟି ଷଣ୍ଢକୁ ଧକା ଦେବା ସହ ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ବିପରୀତ ପାର୍ଶ୍ୱର ରୋଡ ସାଇଡ କୁ ଚାଲିଯାଇ ଓଲଟିପଡିଥିଲା ।…
ସୁରତ : ସୁରତର ଓ୍ବଲସାଡ ଜିଲ୍ଲାର ଓମରଗାମ ସହରରୁ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଗାନ୍ଧିଓ୍ବାଡି ସୋସାଇଟିରେ ଜଣେ ପ୍ରେମିକ ଫ୍ଲାଟର ସାତ ମହଲା ତଳକୁ ଡେଇଁ ମୃତ୍ୟୁବରଣ କରିଛନ୍ତି । ଯୁବକ ଜଣକ ନିଜ ପ୍ରେମିକାକୁ ଦେଖା କରିବାକୁ ଯାଇ ଫ୍ଲାଟରୁ ଡେଇଁ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ପ୍ରେମିକାକୁ ଦେଖା କରିବାକୁ ଯାଇଥିବାବେଳେ ହଠାତ୍ ପ୍ରେମିକାଙ୍କ ସ୍ବାମୀ ଆସିଯିବାରୁ ଡରରେ ସାତ ମହଲା ତଳକୁ ଡେଇଁ ପଡିଥିଲେ । ସାତ ମହଲା ତଳକୁ ଡେଇଁ ଯୁବକଙ୍କର ମୃତ୍ୟୁ ହୋଇଛି । ଏହାପରେ ସ୍ଥାନୀୟ ଲୋକେ ପୋଲିସ୍କୁ ସୂଚନା ଦେଇଥିଲେ । ଅପରପକ୍ଷରେ ଯୁବକଙ୍କ ପରିବାର ବର୍ଗ ଏହାକୁ ନେଇ ହତ୍ୟା ଅଭିଯୋଗ କରିଛନ୍ତି । ମୃତକ ଜଣକ ରାଜୁଭାଇ ଦୁବଲା । କିଛିଦିନ ହେବ ରାଜୁଭାଇଙ୍କର ଗାନ୍ଧିଓ୍ବାଡି ସୋସାଇଟିରେ ରହୁଥିବା ଜଣେ ବିବାହିତା ମହିଳାଙ୍କ ସହ…
ପଞ୍ଜାବ : ନୂତନ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ୍ ଗାନ୍ଧି । ପଞ୍ଜାବର ମୋଗାଠାରେ କ୍ଷେତ ବଞ୍ଚାଅ ଯାତ୍ରାକୁ ସମ୍ବୋଧନ କରି ରାହୁଲ୍ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ଅବସରରେ ରାହୁଲ୍ କୃଷକଙ୍କୁ ଗ୍ୟାରେଣ୍ଟି ଦେଇ କହିଛନ୍ତି ଯେ, ଯେଉଁଦିନ କଂଗ୍ରେସ କ୍ଷମତାକୁ ଆସିବ ସେହିଦିନ ଏହି ତିନି କଳା ଆଇନକୁ ରଦ୍ଦ କରିଦେବ । ସରକାର ଏହି ବିଲ୍କୁ ନେଇ ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ଚର୍ଚ୍ଚା କରିବାର ଆବଶ୍ୟକତା ଥିଲା, କିନ୍ତୁ ଏହା କରିନାହାନ୍ତି । ରାହୁଲ୍ ଆହୁରି ମଧ୍ୟ କହିଛନ୍ତି ଯେ, ସେ କୃଷକଙ୍କୁ ଭରସା ଦେବାକୁ ଚାହାଁନ୍ତି ଯେ, କଂଗ୍ରେସ ସାରା ଦେଶର କୃଷକମାନଙ୍କ ସହିତ ରହିଛି ଓ ରହିବ ମଧ୍ୟ । ଏହି ପ୍ରତିଶ୍ରୁତିରୁ କଂଗ୍ରେସ ଏକ ଇଞ୍ଚ ମଧ୍ୟ ପଛକୁ ହଟିବ ନାହିଁ । ନରେନ୍ଦ୍ର ମୋଦିଙ୍କ ସରକାର ଏମ୍ଏସପିକୁ…
ବିହାର : ବିହାର ନିର୍ବାଚନ ପୂର୍ବରୁ ନୀତିଶକୁମାରଙ୍କୁ ଏନ୍ଡିଏର ସହଯୋଗୀ ଦଳ ଏଲ୍ଜେପି ତରଫରୁ ଝଟ୍କା ଲାଗିଛି । ନୀତିଶ୍ଙ୍କ ନେତୃତ୍ବରେ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଛି ଏଲ୍ଜେପି । ବିହାର ନିର୍ବାଚନ ପୂର୍ବରୁ ଏନ୍ଡିଏରେ ଫାଟ ସୃଷ୍ଟି ହୋଇଛି । ଲୋକଜନଶକ୍ତି ପାର୍ଟି ଜନତା ଦଳ ୟୁନାଇଟେଡ୍ (ଜେଡିୟୁ)ର ପ୍ରମୁଖ ନୀତିଶ୍ କୁମାରଙ୍କ ନେତୃତ୍ବରେ ନିର୍ବାଚନ ନ ପଲଢିବାକୁ ନିଷ୍ପତ୍ତି ନେଇଛି । ଏଲ୍ଜେପି ଏକାକୀ ବିହାର ବିଧାନସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି । ଦିଲ୍ଲୀରେ ପାର୍ଟି ଅଧ୍ୟକ୍ଷ ଚିରାଗ ପାଶଓ୍ବାନଙ୍କ ନେତୃତ୍ବରେ ହୋଇଥିବା ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ବିଜେପି ସହିତ କିଛି ଆସନରେ ଏଲ୍ଜେପି ଆସନ ବୁଝାମଣା କରିପାରେ । ଦଳ ଜେଡିୟରୁ ପ୍ରାର୍ଥୀଙ୍କ ବିପକ୍ଷରେ ନିଜ ପ୍ରାର୍ଥୀ ଦେବ ବୋଲି ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଏଲ୍ଜେପି ବୈଠକରେ ଏଲ୍ଜେପି-ବିଜେପି ସରକାରର ପ୍ରସ୍ତାବକୁ ପାରିତ…
ଭୁବନେଶ୍ବର : ସାମନ୍ତରାପୁରରେ ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ ହୋଇଛି । ରାସ୍ତା ଉପରେ ଗୋଡେଇ ଗୋଡେଇ ମାରଣାସ୍ତ୍ରରେ ହତ୍ୟା ହୋଇଥିବାର ଅଭିଯୋଗ ହୋଇଛି । ମୃତକ ଜଣକ ଜଣେ ମିଠା ଦୋକାନୀ ହୋଇଥିବାବେଳେ ତାଙ୍କ ନା ଜମ୍ବୁ ବୋଲି ସୂଚନା ରହିଛି । ଆକ୍ରମଣ କରିଥିବା ଯୁବକ ଜଣକ ଜଣେ ମିଠା ଦୋକାନୀ ବୋଲି ସୂଚନା ରହିଛି । ଉକ୍ତ ଯୁବକଙ୍କ ନାମ ଦିଲୁ ବୋଲି ସୂଚନା ରହିଛି । ତେବେ ବ୍ୟବସାୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି । ଉତ୍ତ୍ୟକ୍ତ ଲୋକେ ପୁରୀ-ଭୁବନେଶ୍ବର ରାସ୍ତା ଅବରୋଧ କରିଥିବାବେଳେ ଘଟଣାସ୍ଥଳରେ ଲିଙ୍ଗରାଜ ପୋଲିସ୍ ପହଞ୍ଚି ବୁଝାସୁଝା କରିଥିବାର ଜଣାପଡିଛି ।
ନୂଆଦିଲ୍ଲୀ: କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କିନ୍ତୁ ଅନଲକ୍-5ରେ ସରକାର କଟକଣା କୋହଳ କରିବା ସହ କିଛି ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବାକୁ ଉଦ୍ୟମ କରିଛନ୍ତି । ଅନଲକ୍-5ରେ ଅକ୍ଟୋବର 15 ତାରିଖରୁ ସ୍କୁଲ ଖୋଲିବା ନେଇ ସୂଚନା ରହିଛି । ତେବେ ସ୍କୁଲ ଖୋଲିବା ନ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ରହିଛି । ତେବେ ଦିଲ୍ଲୀରେ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସ୍କୁଲ ନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି କେଜରୀଓ୍ବାଲ ସରକାର । ବର୍ତ୍ତମାନସୁଦ୍ଧା ଦିଲ୍ଲୀରେ କରୋନା ସ୍ଥିତି ଦେଖି ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏନେଇ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନିଷ ସିସୋଦିଆ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଳୀରେ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଛି । କରୋନା ପ୍ରଭାବ ଲାଗି ରହିଥିବାରୁ ଏହି ନିଷ୍ପତ୍ତିକୁ ବଦଳା ଯାଇଥିବାର ସୂଚନା ରହିଛି ।…
ଭୁବନେଶ୍ୱର: ଆସନ୍ତା 9ତାରିଖରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ଆଣ୍ଡାମାନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ଘନୀଭୂତ ସମ୍ଭାବନା ରହିଛି । ପରବର୍ତ୍ତୀ 2/3 ଦିନରେ ଏହା ଡିପ୍ରେସନରେ ପରିଣତ ହେବ । ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ 11ରୁ 13 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଓଡ଼ିଶାର ପ୍ରାୟ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଆସନ୍ତାତିନି ଦିନ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ରମେଶ ମହାନ୍ତି ଜଗତସିଂହପୁର : ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଉଛି। ଯେହେତୁ କୌଣସି ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନି ତେଣୁ ଆଶାୟୀ ପ୍ରାର୍ଥୀମାନେ ଆଶା ଆଶଙ୍କାରେ ଘାଣ୍ଟି ହେଉଛନ୍ତି। ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଦଳୀୟ କନ୍ଦଳ ବଢୁଥିବା ଦେଖିବାକୁ ମିଳୁଥିବା ବେଳେ ତିର୍ତ୍ତୋଲରେ ଏଥର କଡା ଟକ୍କର ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରୁ କିଏ ଦଳୀୟ ଟିକେଟ୍ ପାଇବେ ଏନେଇ ସବୁଠି ଚର୍ଚ୍ଚା ହେଉଛି। ଏଥର ପ୍ରାର୍ଥୀ ଦୌଡରେ କେତେକ ନୂଆ ମୁହଁ ସାମ୍ନାକୁ ଆସିଥିବାରୁ ଦଳ କାହା ଉପରେ ଆସ୍ଥା ପ୍ରକଟ କରିବ ଏନେଇ କଳ୍ପନାଜଳ୍ପନା ଲାଗିରହିଛି। ଆଶାୟୀମାନେ ଟିକେଟ୍ ହାତେଇବା ପାଇଁ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଆଗ ଧାଡିର ନେତାଙ୍କ ପାଖରେ…
ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ ଖୋଲିଲା ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଆଜି ସକାଳ 8ଟାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଛି। କାଉଣ୍ଟର ସମେତ ଅନଲାଇନ ଯୋଗେ ଟିକଟ ବିକ୍ରି ହେଉଛି। ଅପରପକ୍ଷରେ ସ୍ୱଚ୍ଛତା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ନନ୍ଦନକାନନ ପରିସରକୁ ବିଶୋଧନ କରାଯାଇଛି । ଏଠାରେ ଦୁଇଟି ବିଦ୍ୟୁତ ଚାଳିତ ସିଞ୍ଚନ ମେସିନ୍ ରହିଥିବାବେଳେ ଯଥେଷ୍ଟ ପରିମାଣର ହ୍ୟାଣ୍ଡ ସାନିଟାଇଜର୍ ମେସିନ୍ ରହିଥିବାର ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।
ଗୁରୁଗ୍ରାମ : ହାଥରସ୍ ଗଣଦୁଷ୍କର୍ମକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗି ରହିଥିବାବେଳେ ଗୁରୁଗ୍ରାମରୁ ପୁଣି ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଗୁରୁଗ୍ରାମରେ 32 ବର୍ଷୀୟ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବାର ସୂଚନା ରହିଛି । ଏଠାରେ ଜଣେ ଚାରି ଜଣ ଯୁବକ ଏଭଳି ବୀଭତ୍ସ କାଣ୍ଡ ଘଟାଇଛନ୍ତି । ଦୁଷ୍କର୍ମ ପରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାର ସୂଚନା ରହିଛି । ପୀଡ଼ିତା ମହିଳାଙ୍କ ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଫଦରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦେଶରେ ଗଣଦୁଷ୍କର୍ମ ଘଟଣା ଥମିବାର ନାଁ ନେଉ ନାହିଁ। ପୁଣି ଦୁଷ୍କର୍ମକୁ ନେଇ ଗୁରୁଗ୍ରାମରୁ ଏକ ମାମଲା ସାମ୍ନାକୁ ଆସିଛି। ୩୨ ବର୍ଷର ଜଣେ ମହିଳାଙ୍କ ସହ ଚାରିଜଣ ଯୁବକ ଏଭଳି ବୀଭତ୍ସ କାଣ୍ଡ କରିଛନ୍ତି। ସେମାନେ କେବଳ…
କାଠମାଣ୍ଡୁ : କରୋନାରେ ସଂକ୍ରମିତ ହେଲେ ନେପାଳର ପ୍ରଧାନମନ୍ତ୍ରୀ କେପି ଓଲି। ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ପରାମର୍ଶ ଦାତା ଓ ଡାକ୍ତର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ସୁରକ୍ଷାରେ ନିୟୋଜିତ ରହୁଥିବା 76ଜଣ ଯବାନ ମଧ୍ୟ କରୋନା କବଳରେ ଆସିଥିବାର ଜଣାଯାଇଛି । ନେପାଳ ସରକାରଙ୍କ ସମାଚାର ଏଜେନ୍ସି ଦ୍ବାରାମିଳିଥିବା ସୂଚନା ଅନୁସାରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଆବାସ ଏବେ ସମ୍ପୂର୍ଣ୍ଣ ରୂପେ କରୋନା କବଳରେ କବଳିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଆବାସକୁ ସମ୍ପୂର୍ଣ୍ଣ ଖାଲି କରାଯାଇ ସାନିଟାଇଜ୍ କରାଯାଉଛି । ନିକଟରେ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ବ୍ୟକ୍ତିଗତ ଡାକ୍ତର ଡ. ଦିବ୍ୟା ଶାହ କରୋନା ସଂକ୍ରମିତ ରୂପେ ଚିହ୍ନଟ ହୋଇଥିଲେ । ଏଡାପରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଓଲିଙ୍କ ସୁରକ୍ଷାରେ ରହିଥିବା ନେପାଳୀ ସେନାଙ୍କ 28 ଜଣ କମାଣ୍ଡୋ, ନେପାଳ…
ମାଲକାନଗିରି : ପୁଣିଥରେ ଏକ ଶ୍ରମିକ ଗାଡି ଦୁର୍ଘଟଣାଗସ୍ତ ହୋଇଛି । ଭାରସାମ୍ୟ ହରାଇ ବସ୍ ଓଲଟିଯବା ଫଳରେ 7ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏନ୍ଏଚ୍ – 326 ଚମ୍ପାଖାରିଠାରେ ଶ୍ରମିକ ନେଇ ଯାଉଥିବା ଏକ ବସ୍ ଓଲଟି ପଡିଛି । ଏହି ଦୁର୍ଘଟଣାରେ 7ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ଶ୍ରମିକଙ୍କୁ ମାଲକାନଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ବସ୍ଟି 27ଜଣ ଶ୍ରମିକଙ୍କୁ ସୋନପୁରରୁ ତାମିଲନାଡୁ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ରହିଛି ।
ଭୁବନେଶ୍ବର : କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଟୁଇନ୍ ସିଟିରେ ପ୍ରବଳ ବର୍ଷା ଜାରି ରହିଛି । ଆଗାମୀ 2ରୁ 3 ଘଣ୍ଟା ଯାଏଁ ଟୁଇନ୍ ସିଟିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି 2ରୁ 3 ସେମି ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ପ୍ରବଳ ବର୍ଷା ଯୋଗୁଁ କମ୍ ଦୃଶ୍ୟମାନ ଓ ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି ବୋଲି ସୂଚନା ଜାରି ହୋଇଛି । ଆଉ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଜାରି ରହିଛି । ଖୋର୍ଦ୍ଧା,କଟକ, ଢେଙ୍କାନାଳ, କେଉଁଝର, ଗଞ୍ଜାମ, ଅନୁଗୁଳ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ…
ଭୁବନେଶ୍ବର : 65 ବର୍ଷ ବୟସରେ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଘଟିଛି । ଗତକାଲି ରାତ୍ରି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ବିଜେଡି ବିଧାୟକ ପ୍ରଦୀପ ମହାରଥୀ । ପ୍ରଦୀପ ମହାରଥୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକଟ କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ୍ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶୋକ ବ୍ୟକ୍ତ କରିବା ସହ ମହାରଥୀ ସାଧାରଣ ଲୋକଙ୍କ ନେତା ଥିଲେ ବୋଲି କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ସାନ୍ତ୍ବନା ପ୍ରଦାନକରି କହିଛନ୍ତି ଯେ, ବିଜେଡିର ଜଣେ ଟାଣୁଆ ନେତା ଥିଲେ ମହାରଥୀ । ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିବା…
ଭୁବନେଶ୍ବର : ବିଧାନସଭାରେ ଶୋକ ପ୍ରସ୍ତାବ ପରେ କାଲି ଯାଏଁ ଗୃହ ମୁଲତବୀ ରହିଛି । କାଲି ଦିନ 10ଟା 30 ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୋକ ପ୍ରସ୍ତାବ ଆଗତ ହେବା ପରେ ଗୃହ ମୁଲତବୀ ହୋଇଛି । ପ୍ରଦୀପ ମହାରଥୀଙ୍କୁ ସମ୍ମାନ ଜଣାଇ ଗୃହ ମୁଲତବୀ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତ୍ରିରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 65ବର୍ଷ ବୟସ ହୋଇଥିଲା । ବିଜେଡିର ଜଣେ ଟାଣୁଆ ନେତା ଭାବେ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିଥିଲେ ମହାରଥୀ । ପୁରୀ ଏସ୍ସିଏସ୍ କଲେଜରୁ ଛାତ୍ର ନେତା ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ପ୍ରଦୀପ ମହାରଥୀ । ପିପିଲରୁ 7 ଥର ବିଧାୟକ ନିର୍ବାଚିତ ହୋଇଥିଲେ ପ୍ରଦୀପ ମହାରଥୀ…
ଭୁବନେଶ୍ବର, ଆଜି ବିଧାନସଭା ଆରମ୍ଭରେ ବିଧାୟକ ପ୍ରଦୀପ ମହାରାଥୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ବିରୋଧୀ ଦଳର ନେତା ପ୍ରଦୀପ ନାୟକ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ବିଭିନ୍ନ ଦଳର ନେତା ଶୋକ ପ୍ରସ୍ତାବରେ ରାଜ୍ୟ ଜଣେ ଟାଣୁଆ ନେତା ହରାଇଲା ବୋଲି କହିଥିଲେ। ଗତକାଲି ବିଳମ୍ବିତ ରାତିରେ ବିଧାୟକ ପ୍ରଦୀପ ମହାରାଥୀଙ୍କ ଦେହାନ୍ତ ହୋଇ ଯାଇଛି। ସେ ଅସୁସ୍ଥ୍ୟ ହୋଇ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ଅବସ୍ଥା ଦିନକୁ ଦିନ ଗୁରୁତର ହୋଇପଡିଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ସେ ଗତକାଲି ବିଳମ୍ବିତ ରାତ୍ରୀରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।
ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ଉପନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି ଭୋଟ ହାତେଇବା ପାଇଁ କୁଜିନେତା ମାନଙ୍କର ଧାଁ ଧପଡ ସେତିକି ବଢିବାରେ ଲାଗିଛି। ହେଲେ ଭୁଲିଯାଉଛନ୍ତି ଲୋକଙ୍କ ସମସ୍ୟା ଏମିତିକି ପ୍ରଶାସନକୁ ଅଭିଯୋଗ କରିବା ପରେ ମଧ୍ୟ ଲୋକମାନେ ନିରାଶ ହୋଇଛନ୍ତି। ତିର୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ସ୍ଥିତ ନାରିଜଙ୍ଗ ଗ୍ରାମର ଦଳିତ ସାହିରେ ଥିବା ସରକାରୀ ନଳକୂପଟି ଦୀର୍ଘ ୨୨ଦିନ ହେବ ଅଚଳହୋଇ ପଡିରହଛି। ଉକ୍ତ ସାହିର ଲୋକମାନେ ପିଇବାପାଣି ପାଇଁ ଏହି ନଳକୂପ ଉପରେ ନିର୍ଭର କରୁଥିବା ବେଳେ ଉକ୍ତ ନଳକୂପଟି ଦିର୍ଘଦିନ ହେବ ଅଚଳ ହୋଇ ପଡିଥିବାରୁ ପାଣି ଟୋପେ ପିଇବା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଏହି ନଳକୂପଟିକୁ ସଜାଡିବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭକରି ତିର୍ତ୍ତୋଲ ଆର୍.ଡବ୍ଲ୍ୟୁ. ଏସ୍.ଏସ୍ ଜେଇଙ୍କୁ ମଧ୍ୟ ବାରମ୍ବାର ଗୁହାରୀ କରି ନିରାଶ ହୋଇଛନ୍ତି…
ଭୁବନେଶ୍ବର, ପିପିଲି ବିଧାୟକ ତଥା ରାଜ୍ୟ ରାଜନୀତିର ଜଣେ ବରିଷ୍ଠ ନେତା ପ୍ରଦୀପ ମହାରାଥୀଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ କରାଯିବ। ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଗତକାଲି ବିଳମ୍ବତି ରାତିରେ ମହାରାଥୀଙ୍କ ପରଲୋକ ହୋଇଯାଇଛି। ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ବିଜେଡି କାର୍ଯ୍ୟାଳୟ, ବିଧାନସଭା ପରିସର ଏବଂ ତାଙ୍କ ସରକାରୀ ବାସଭବନକୁ ନିଆଯାଇଥିଲା। ଏହା ପରେ ତାଙ୍କ ଜନ୍ମମାଟି ପିପିଲିରେ ଶେଷ ଦର୍ଶନ ପାଇଁ ରଖାଯାଇଛି। ଅପରାହ୍ନରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ ହେବ।

