କେଦାର ମିଶ୍ର ଗତ ବୁଧବାର ଦିନ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀ ଦେଶର ପ୍ରମୁଖ ଟେଲିଭିଜନ ଚ୍ୟାନେଲ “ଆଜତକ” ର ସାନ୍ଧ୍ୟ ବିତର୍କରେ ଭାଗ ନେଇ ଘରକୁ ଫେରିବାର ଘଣ୍ଟାଏ ଭିତରେ ପ୍ରାଣତ୍ୟାଗ କଲେ। ରୋହିତ ସର୍ଦନା ନାମକ ଜଣେ ସାମ୍ବାଦିକ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାନ୍ତି। ଏହି କାର୍ଯ୍ୟକ୍ରମର ଶୀର୍ଷକ ହେଉଛି “ଦଙ୍ଗଲ”, ଯାହାର ଅର୍ଥ ହେଉଛି ଆଖଡା। ଆଖଡା, ଯେଉଁଠି ମଲ୍ଲଯୋଦ୍ଧାମାନେ ପରଷ୍ପର ସହିତ କୁସ୍ତି ଲଢିଥାନ୍ତି। ଶୀର୍ଷକରୁ ଆମେ ଅନେକ କଥା ଠଉରାଇପାରିବା। ଯେତେବେଳେ ଏକ ଗଣତାନ୍ତ୍ରିକ ଦେଶର ଗଣମାଧ୍ୟମ ଟେଲିଭିଜନ ବିତର୍କକୁ କୁସ୍ତିବାଜି ବୋଲି ଭାବେ, ସେଠାରେ ଗଣତାନ୍ତ୍ରିକ ବିତର୍କର ମର୍ଯ୍ୟଦା ରହିବ କେମିତି? ସଚରାଚର କୁସ୍ତି ଆଖଡାରେ ଯାହା ହୁଏ ସେହି କାର୍ୟକ୍ରମରେ ତାହା ହିଁ ଘଟିଥିଲା। ଏଥିରେ ନିଜକୁ ଶାସକ ଦଳର ସବୁଠୁ ବଡ ମଲ୍ଲଯୋଦ୍ଧା ଭାବେ ପ୍ରମାଣିତ କରିଥିବା ଆମର ଓଡିଆ ଗୌରବ ଡାକ୍ତର ସଂବିତ ପାତ୍ର ତାଙ୍କର ପ୍ରତିଯୋଗୀ କଂଗ୍ରେସ ଦଳର…
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର: ଶାଶୁ ମୃତ୍ୟୁର ଦଶକର୍ମ ଚାଲିଥିବା ବେଳେ ବୋହୂର ମୃତ୍ୟୁ ହୋଇଛି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ। ସୂଚନାନୁଯାୟୀ ଗୋବିନ୍ଦପୁର ଗ୍ରାମର ମୁରଲୀଧର ପ୍ରଧାନଙ୍କ ପତ୍ନୀଙ୍କର ୧୦ଦିନ ତଳେ ମୃତ୍ୟୁ ହୋଇଥିଲା। ଗତକାଲି (ଗୁରୁବାର) ତାଙ୍କର ଦଶ ହୋଇଥିବାରୁ ପରିବାର ଲୋକେ ଦଶତୁଠରୁ ଫେରିବା ପରେ ଘର ଛାତ ଉପରେ ଦଶକର୍ମ ଚାଲିଥିବା ବେଳେ ଘର ଭିତରେ ତାଙ୍କର ବଡବୋହୂ ବାଲିଶଯ୍ୟା ପ୍ରସ୍ତୁତିରେ ସହଯୋଗ କରୁଥିଲେ ହଠାତ୍ ଛାତି ଯନ୍ତ୍ରଣା ହେଉଥିବା କହି ସେହିଠାରେ ଟଳିପଡିଥିଲେ। ଯଥାଶୀଘ୍ର ତାଙ୍କୁ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ନୂଆଦିଲ୍ଲୀ, ଜୈବିକ କୃଷି କ୍ରମଶଃ ଅଧିକରୁ ଅଧିକ ସଫଳତା ଓ ଲୋକପ୍ରିୟତା ଅର୍ଜନ କରୁଛି। କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଜୈବିକ କୃଷିଜାତ ସାମଗ୍ରୀର ଚାହିଦା ବଢିବାରେ ଲାଗିଛି । କରୋନା ଦ୍ୱାରା ଗୁରୁତରଭାବେ ପ୍ରଭାବିତ ବିଶ୍ୱ ଏବେ ଅଧିକରୁ ଅଧିକ ପୁଷ୍ଟିକର, ସ୍ୱାସ୍ଥ୍ୟକର ଓ ନିରାପଦ ଖାଦ୍ୟ ଲୋଡୁଛି। ଫଳରେ ଜୈବିକ କୃଷିଜାତ ସାମଗ୍ରୀ ଚାହିଦା ବଢୁଛି; ଫଳରେ ଚାଷୀ, ଖାଉଟି ଓ ପରିବେଶ ସମସ୍ତଙ୍କୁ ଏହି ଚାଷଦ୍ୱାରା ଲାଭ ମିଳୁଛି। ଭାରତରେ ବିଶ୍ୱର ସର୍ବାଧିକ ଜୈବିକ ଚାଷୀ ଅଛନ୍ତି। ସେହିଭଳି ଭାରତରେ ବିଶ୍ୱରେ ନବମ ସର୍ବାଧିକ ଜମିରେ ଜୈବିକ ଚାଷ କରାଯାଉଛି। ସିକ୍କିମ୍ ରାଜ୍ୟ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ପ୍ରଥମକରି ସଂପୂର୍ଣ୍ଣ ଜୈବିକ କୃଷି ମାନ୍ୟତା ହାସଲ କରିଛି । ଏଠାରେ ଜୈବିକ କୃଷି ଛଡା ଅନ୍ୟ କୌଣସି ପ୍ରକାରର ଚାଷ କରାଯାଉନାହିଁ । ତ୍ରିପୁରା ଏବଂ ଉତ୍ତରାଖଣ୍ଡ ମଧ୍ୟ ସମାନ ଲକ୍ଷ୍ୟରଖି ଆଗେଇ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଣପୁର ଏନ.ଏ.ସି ର ଜଣେ ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ହାଡିବନ୍ଧୁ ପାତ୍ର(୯ ୦)ଙ୍କ ଧର୍ମଶାଳା ରୋଡ଼ ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ପାତ୍ର ବହୁତ ଦିନ ହେବ ବିଭିନ୍ନ ରୋଗରେ ପୀଡ଼ିତ ଥାଇ ଶଯ୍ୟାଶାୟୀ ଥିଲେ। ହେଲେ ବିଡ଼ମ୍ବନାର ବିଷୟ ହେଲା କି ନିକଟରେ ତାଙ୍କ ପରିବାରର ଅନ୍ୟ ସମସ୍ତ ପାଞ୍ଚ ଜଣ ସଦସ୍ୟ କୋଭିଡ ପଜିଟିଭ ଚି଼ହ୍ନଟ ହୋଇ ପ୍ରଶାସନର ଅନୁମତି ନେଇ ହୋମ ଆଇସୋଲେସନରେ ରହିଥିବା ହେତୁ ମୃତକଙ୍କ ଶବ ସତ୍କାର କରିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥିଲା। ଦୁଃଖଦ ସମୟରେ ପରିବାର ବର୍ଗ ହତାଶ ହୋଇ ଶେଷରେ ହାଡିବନ୍ଧୁଙ୍କ ଅନ୍ତିମ ସଂସ୍କାର ପାଇଁ ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲଙ୍କ ସହଯୋଗ ଲୋଡ଼ିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ତୁରନ୍ତ ଏନ.ଏ.ସି ପ୍ରଶାସନର କର୍ମଚାରୀଙ୍କୁ ନେଇ ସ୍ବର୍ଗତ ପାତ୍ରଙ୍କ ବାସଭବନ ନିକଟରେ ପହଞ୍ଚିଥିଲେ। ଏନ.ଏ.ସି ପ୍ରଶାସନ ଦ୍ୱାରା ବାସଭବନ…
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୩ଜଣ, ବିରିଡ଼ି ବ୍ଲକରୁ ୪ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୪ଜଣ ,ଜଗତସିଂହପୁର ବ୍ଲକରୁ ୨୧ଜଣ, ନାଉଗାଁ ବ୍ଲକରୁ ୫ଜଣ ,ତିର୍ତ୍ତୋଲ ବ୍ଲକରୁ ୨ଜଣ ଓ ପାରାଦ୍ବୀପରୁ ୩ଜଣ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୯୬୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୫୦ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି ଓ ବର୍ତ୍ତମାନ ୨୧୧ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ଭୁବନେଶ୍ବର: ଓଡିଶାର ଖ୍ୟାତନାମା ସାମ୍ବାଦିକ ତଥା “ଦି ଫିନାନ୍ସିଆଲ ଏକ୍ସପ୍ରେସ” ର ପୂର୍ବତନ ବ୍ୟୁରୋ ମୁଖ୍ୟ ଦିଲୀପ ବିଶୋୟୀଙ୍କୁ ରାଜ୍ୟ ସୂଚନା କମିଶନର ସଦସ୍ୟ ଭାବେ ନିଯୁକ୍ତି ଦେବାଲାଗି ଆଜି ନିଷ୍ପତ୍ତି ହୋଇଛି। କମିଶନ ସଦସ୍ୟ ଚୟନ ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ନେଇ ଗଠିତ ଚୟନ କମିଟିର ବୈଠକରେ ଶ୍ରୀ ବିଶୋୟୀଙ୍କ ନାମ ସର୍ବସମ୍ମତ୍ତି କ୍ରମେ ନିର୍ଦ୍ଧାରିତ ହୋଇଛି। ରାଜ୍ୟପାଳଙ୍କ ସ୍ଵୀକୃତି ମିଳିବା ପରେ ସେ ସୂଚନା କମିଶନ ସଦସ୍ୟ ଭାବେ ନିଯୁକ୍ତି ପାଇବେ। ଜଣେ ସାମ୍ବାଦିକ ଭାବେ ସୂଚନା କମିଶନ ସଦସ୍ୟ ଭାବେ ଦାୟିତ୍ଵ ନେବାରେ ଶ୍ରୀ ବିଶୋୟୀ ପ୍ରଥମ। ଜଣେ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ଅର୍ଥନୀତି ସମୀକ୍ଷକ ଓ ସମ୍ପାଦକ ଭାବରେ ତାଙ୍କର ବିଶେଷ ପରିଚୟ ରହିଛି। ସାମ୍ବାଦିକତା ସହିତ ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର…
ରମେଶ ମହାନ୍ତି ଜଗତସିଂହପୁର: ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷୀୟାନ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଛି ଏବଂ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଆଜି ଜଗତସିଂହପୁର ଆଳିପିଙ୍ଗଳ ସ୍ଥିତ ଦୁର୍ଗା ମନ୍ଦିରରେ ସମୂହ ଦୀପଦାନ କରାଯାଇଛି। ଏହି ଦୀପଦାନ କାର୍ଯ୍ୟକ୍ରମରେ ସମାଜସେବୀ ସରୋଜ ନାୟକ, ସାମ୍ବାଦିକ ଜ୍ୟୋତି ରଞ୍ଜନ ପରିଡ଼ା ,ଅରୁଣ ଆଚାର୍ଯ୍ୟ, ରମେଶ ମହାନ୍ତି, କୈଳାସ ଚନ୍ଦ୍ର ସାହୁ, କୃତିବାସ ଦାସ, ଲିଟୁ ପ୍ରଧାନ, ପ୍ରମୁଖ ଯୋଗଦେଇଥିଲେ। ସାମ୍ବାଦିକ ଚନ୍ଦ୍ରକାନ୍ତ ଦାସ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ଭୁବନେଶ୍ବର: ଆଜି ରାଜ୍ୟରେ ୧୪୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ରାଜ୍ୟ ସରକାର ଦେଇଛନ୍ତି। ଆଜି ଗଞ୍ଜାମରୁ ୨୫୫, ଖୁର୍ଦ୍ଧାରୁ ୨୨୮, ଗଜପତିରୁ ୧୩୯, ବଲାଙ୍ଗୀରରୁ ୧୦୦, ସମ୍ବଲପୁରରୁ ୯୫, କଟକରୁ ୭୧, ସୁନ୍ଦରଗଡରୁ ୫୭, ପୁରୀରୁ ୪୫, ଭଦ୍ରକରୁ ୪୪, ରାୟଗଡାରୁ ୪୨, ଢେଙ୍କାନାଳରୁ ୩୭,କନ୍ଧମାଳରୁ ୩୬, ମାଲକାନଗିରିରୁ ୩୩, କେନ୍ଦୁଝରରୁ ୩୦, କୋରାପୁଟରୁ ୨୯, ବୌଦ୍ଧ ଓ ନୟାଗଡରରୁ ୨୮, ଝାରସୁଗୁଡାରୁ ୨୧, ମୟୂରଭଞ୍ଜରୁ ୨୦, ସୋନପୁରରୁ ୧୯, ଜଗତସିଂପୁରରୁ ୧୮, ବାଲେଶ୍ବରରୁ ୧୩, ବରଗଡରୁ ୧୨, କଳାହାଣ୍ଡିରୁ ୧୦, କେନ୍ଦ୍ରାପଡାରୁ ୭, ଯାଜପୁରରୁ ୪ ଓ ନବରଙ୍ଗପୁରରୁ ଜଣେ ସୁସ୍ଥ ହୋଇଥିବାର ଖବର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଛି। ଆଜି ରାଜ୍ୟରେ ମୋଟ କରୋନା ମୁକ୍ତ ରୋଗୀଙ୍କ ସଂଖ୍ୟା ୩୭୯୦୦ ରେ ପହଞ୍ଚିଛି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨୩୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୦୫ ଜଣ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଫରେଷ୍ଟ ପାର୍କ ଅଞ୍ଚଳରୁ ୮ଜଣ, ବଦଗଡ ବ୍ରିଟ କଲୋନୀରୁ ୮ଜଣ, ଏକ ଘରୋଇ ହସ୍ପିଟାଳରୁ ୬ଜଣ କର୍ମଚାରୀ, ଗଙ୍ଗନଗରରୁ ୫ଜଣ, ସାଲିଆସାହିରୁ ୫ଜଣ, ସହିଦନଗରରୁ ୫ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଓ ବମିଖାଲରୁ ୪ଜଣ ଲେଖାଏଁ ଲୋକାଲ କେସ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଭୁବନେଶ୍ବରରେ ସମୁଦାୟ କରୋନା ଆକ୍ରାନ୍ତ ସଂଖ୍ୟା ୪ ହଜାର ୫୯୫କୁ ବୃଦ୍ଧି ହୋଇଛି।
ଭୁବନେଶ୍ୱର: ଗଂଜାମ ଜିଲ୍ଲାରେ ଏକ ତୃତୀୟାଂଶ ଲୋକଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ନିକଟରେ ବ୍ରହ୍ମପୁରରେ ଶେଷ ହୋଇଥିବା ସିରୋ (ସେରୋଲୋଜିକାଲ) ସର୍ଭେରୁ ଏହା ଜଣାପଡ଼ିଛି। ଆରଏମ୍ଆରସି ନିର୍ଦ୍ଦେଶିକା ଡା.ସଂଘମିତ୍ରା ପତି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ବ୍ରହ୍ମପୁରରେ ସିରୋ ସର୍ଭେ ପାଇଁ 5ଟି ଟିମ ନିୟୋଜିତ ଥିଲେ। ଲୋକଙ୍କର ଠାରୁ ରାଣ୍ଡମ ସାମ୍ପଲ୍ ସଂଗ୍ରହ କରାଯାଇଥିଲା। ମୋଟ 2830 ଆଣ୍ଟିବଡ଼ି ଟେଷ୍ଟିଂ କରାଯାଇଥିଲା । 31 ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବାର ସୂଚନା ରହିଛି । ସହରାଞ୍ଚଳ ବସ୍ତିରେ 40 % ଆଣ୍ଟିବଡି ସୃଷ୍ଟି ହୋଇଛି । କିଛି ଓ୍ଵାର୍ଡରେ 70 ଓ କିଛି ଓ୍ଵାର୍ଡରେ 60 ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। 4ଟି ଓ୍ଵାର୍ଡରେ 50ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ବୋଲି ସୂଚନା ରହିଛି । ତେବେ ହିସାବ କଲେ ପ୍ରାୟ ଦେଢ ଲକ୍ଷ ଲୋକଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଥିବାର ଜଣାପଡିଛି…
Kolkata: Students Federation of India (SFI) activists stage a demonstration against the National Education Policy 2020, in Kolkata on Aug 12, 2020. (Photo: IANS)
ଆକାଶର ତାରା ଭୂମି ଉପରେ, ଏକ ନଡିଆ ଗଛ ଉପରକୁ ନ ବଢି ତଳେ ହିଁ ଫଳିବାରେ ଲାଗିଛି ନଡିଆ
ଭୁବନେଶ୍ବର : ବିଶ୍ବ ଅଙ୍ଗଦାନ ଦିବସରେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗଦାନ ପାଇଁ ସୂରଜ ସମ୍ମାନ ପ୍ରଦାନ କରାଯାଇଛି । ଅଙ୍ଗଦାନ ପାଇଁ ତିନି ମହିଳାଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରାଯାଇଛି । ବ୍ରହ୍ମପୁରର ପ୍ରିୟଙ୍କା ପାତ୍ର, ଭୁବନେଶ୍ବରର ସୁଚିତ୍ରା ଦାସ ଓ ପୁରୀର ରାଜଲକ୍ଷ୍ମୀ ଦାସଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରାଯାଇଛି । ଭିଡିଓ କନଫରେନ୍ସିଂ ଯୋଗେ ଏହି ସମ୍ମାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ଅଙ୍ଗଦାତାଙ୍କ ପରିବାରଙ୍କୁ 5 ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି । ଗଞ୍ଜାମର ଅଙ୍ଗଦାତା ସୂରଜ ବେହେରାଙ୍କ ନାମରେ ନାମିତ ହୋଇଛି ସୂରଜ ସମ୍ମାନ ।
ଭୁବନେଶ୍ବର : ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସ୍ବତନ୍ତ୍ର ସଚିବ ଗିରଫ ହୋଇଛନ୍ତି । ସ୍ବତନ୍ତ୍ର ସଚିବ ଅଜୟ ଦାସଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଅଜୟ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଅଜୟଙ୍କଘର ସମେତ 6ଟି ସ୍ଥାନରେ ଭିଜିଲାନ୍ସ ଛାପା ମାରିଥିଲା । ଅଜୟଙ୍କ ଟଙ୍କପାଣି ରୋଡ୍ ସ୍ଥିତ ପୈତୃକ ଘର, ଭୁବନେଶ୍ବର ନୂଆଗାଁ ସ୍ଥିତ ଆଉଟ୍ ହାଉସ୍, ପଟିଆ ସ୍ଥିତ ଏକ ଫ୍ଲାଟ୍ ଏବଂ ବାଲେଶ୍ବରରେ ଥିବା ଦୁଇ ମହଲା ଘରେ ଭିଜିଲାନ୍ସ ଟିମ୍ ଚଢାଉ କରି ଯାଞ୍ଚ କରିଥିଲା ।
ଅଯୋଧ୍ୟା: ଗତ ଅଗଷ୍ଟ 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଶ୍ରୀରାମର ମନ୍ଦିର ନିର୍ମାଣର ଭୂମି ପୂଜନ ହେବା ପରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏବେ ଆରମ୍ଭ ହୋଇଛି । ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏକ ଭିଡିଓ ଜାରି କରି ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ମନ୍ଦିର ନିର୍ମାଣ ନିମନ୍ତେ ଯୋଗଦାନ କରିବାକୁ ସେ ଅପିଲ କରିଛନ୍ତି । ଦେଶର କୋଟି କୋଟି ରାମ ଭକ୍ତ ମନ୍ଦିର ନିର୍ମାଣ ନିମନ୍ତେ ଦାନ କରିବାକୁ ଚାହୁଁଥିବାରୁ ଟ୍ରଷ୍ଟ ପକ୍ଷରୁ ଏକ ଆକାଉଣ୍ଟ ନମ୍ବର ଜାରି କରାଯାଇଥିବା ସେ କହିଛନ୍ତି । ଏହା ସମ୍ପର୍କରେ ଅଧିକ ତଥ୍ୟା ରାମ ଜନ୍ମଭୂମି ଟ୍ରଷ୍ଟ ତରଫରୁ ଟୁଇଟର୍ ହ୍ୟାଣ୍ଡେଲ୍ ଦିଆଯିବ ବୋଲି ସୂଚନା ଦିଆଯାଇଛି । ଏଣୁ ରାମ ଭକ୍ତମାନେ ଯଥା ଶକ୍ତି ଏବଂ ଯଥା ସମ୍ଭବ ଅର୍ଥ…
ହୁଓ୍ବଇ : ପାଞ୍ଚ ମାସ ପୂର୍ବେ କରୋନାରୁ ସୁସ୍ଥ ହୋଇଥିବା ମହିଳା ପୁଣିଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚୀନ୍ର ଜଣେ ମହିଳା 5 ମାସ ପରେ ପୁଣିଥରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ମହିଳା ଜଣକ ପାଞ୍ଚ ମାସ ପୂର୍ବରୁ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଥିଲେ । 68 ବର୍ଷୀୟା ଏହି ମହିଳାଙ୍କ ଘଟଣା ସାମ୍ନାକୁ ଆସିବା ପରେସ ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତା ଘାରିଛି । ତେବେ ଶରୀରରେ ଆଣ୍ଟିବଡି ହେବା ପରେ ଦ୍ବିତୀୟ ଥର ପାଇଁ କରୋନା ସଂକ୍ରମଣ ହେଉନଥିବାବେଳେ ଏହି ମହିଳାଙ୍କ କ୍ଷେତ୍ରରେ କିନ୍ତୁ ଏହା ବ୍ୟତିକ୍ରମ ଘଟିଛି । ଏହି ମାମଲା ଏକ ନୂତନ ସଂକଟ ଆଡକୁ ଇଶାରା କରୁଥିବାର ଜଣାଯାଇଛି । ମଧ୍ୟଚୀନ୍ ହୁଓ୍ବଇ ପ୍ରାନ୍ତର ଜଣେ ମହିଳା କରୋନାରେ ଆକ୍ରାନ୍ତ ହେବା ପରେ ଜିଙ୍ଗଝାଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ସେ ସମ୍ପୂର୍ଣ୍ଣ…
ଭୁବନେଶ୍ବର : ଆସନ୍ତା ଚାରି ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ 4 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଆଗାମୀ 24 ଘଣ୍ଟା ପାଇଁ 2ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ରହିଛି । ମାଲ୍କାନଗିରି ଓ କୋରାପୁଟକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି । ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲି ସକାଳ 8ଟା 30 ଯାଏଁ 10 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ପୁରୀ, ଗଜପତି, ଜଗତସିଂହପୁର, ରାୟଗଡା,କନ୍ଧମାଳ, କଳାହାଣ୍ଡି,ସମ୍ବଲପୁର ଓ ଦେବଗଡ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦୁଇ ଦିନ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ…
ଲଣ୍ଡନ : ପ୍ରେମିକାକୁ ମନାଇବା ପାଇଁ କିଏ କେତେ ପ୍ରକାରର ଉପାୟ ଅବଲମ୍ବନ କରିଥାଏ । କିନ୍ତୁ ଜଣେ ବ୍ୟକ୍ତି ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବାର ଦେଖଶଯାଇଛି । ଲଣ୍ଡନର ଜଣେ ବ୍ୟକ୍ତି ନିଜ ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପାଇଁ ଏମିତି କାର୍ଯ୍ୟ କରିଛନ୍ତି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବ୍ରିଟେନର ଜଣେ ଷ୍ଟଣ୍ଟମ୍ୟାନ୍ ରିକି ଏସ୍ ଅଲଗା ଅନ୍ଦାଜରେ ନିଜ ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିଛନ୍ତି । ବିପଦପୂର୍ଣ୍ଣ ଉପାୟରେ ସେ ଏପରି କାର୍ଯ୍ୟ କରିଛନ୍ତି । ନିଜ ଶରୀରରେ ନିଆଁ ଲଗାଇ ଆଣ୍ଠୁରେ ବସି ନିଜ ପ୍ରେମିକାକୁ ପ୍ରପୋଜ କରିଛନ୍ତି ଏହି ବ୍ୟକ୍ତି । ତେବେ ବ୍ୟକ୍ତି ପ୍ରପୋଜ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ଷ୍ଟଣ୍ଟମ୍ୟାନ୍ ରିକି ନିଜ ପ୍ରେମିକା କ୍ୟାଟରୀନା ଡବ୍ସନ୍ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେବା ପାଇଁ ଏକ…
ଅଗରତାଲା : ତ୍ରିପୁରାର ଏକ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ବହୀନତା କାର୍ଯ୍ୟ ସାମ୍ନାକୁ ଆସିଛି। ଏଠାରେ ଏକ 10 ମାସ ଶିଶୁର ଅବସ୍ଥା ଗୁରୁତର ହୋଇଛି । ଘଟଣାଟି ସାମ୍ନାକୁ ଆସିବା ପରେ ଏହି କାର୍ଯ୍ୟ ପାଇଁ ଜଣେ ଆଶା କର୍ମୀଙ୍କ ବିରୋଧରେ ପୋଲିସ୍ ଏତଲା ଦେଇଛି । ମିଳିଥିବା ସୂଚନା ଅନୁସାରେ ବୁଧବାର ଦିନ ଉନ୍କୋଟି ଜିଲ୍ଲାର ସୋନମୁରା ଗ୍ରାମର ସ୍ବାସ୍ଥ୍ୟକେନ୍ଦ୍ରକୁ ଏକ 10 ମାସର ଶିଶୁ ପୋଲିଓ ଟୀକା ଲଗାଇବା ପାଇଁ ଆସିଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁକୁ ସାନିଟାଇଜର୍ ମିଶା ପାଣି ପିଆଇ ଦେଇଥିବାର ଅଭିଯୋଗ ଆସିଛି । ଏହି ପାଣି ପିଇବା ପରେ ଶିଶୁଟି ଅସୁସ୍ଥ ହୋଇପଡିଥିବାବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଶିଶୁଟିର ଅବସ୍ଥା ଏବେ ସ୍ଥିର ରହିଛି । ଏହି ଘଟଣାରେ ଆଶା କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୋଲିଓ ରୋଗରୁ ମୁକ୍ତି ପାଇଁ ଶିଶୁକୁ 6 ବର୍ଷ ପର୍ଯ୍ୟନ୍ତ…
ଭୁବନେଶ୍ବର : ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଓଏଏସ୍ ବିଭୁ ଷଡଙ୍ଗୀ ସ୍ବତନ୍ତ୍ର ସଚିବ ପାହ୍ୟା ଅଫିସର ଥିଲେ । ବିଭୂଙ୍କ ନାଁରେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଥିଲା । ଜୁଲାଇ 9ରେ ବିଭୁଙ୍କୁ ଗିରଫ କରିଥିଲା ମହିଳା ଥାନା ପୋଲିସ୍ । ଗିରଫ ପରେ ବିଭୁଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ ସରକାର ।
ତାମିଲନାଡୁ : କରୋନା ପାଇଁ ଏବେ ସମେସ୍ତ ଘରେ ଗୃହବନ୍ଦୀ । ବୁଲିବାକୁ ଇଚ୍ଛା ଥିଲେ ବି ଯାଇ ହେଉନାହିଁ । ତେବେ ଏବେ ଏମିତି ଏକ ଘର ଚର୍ଚ୍ଚାକୁ ଆସିଛି । ଯେଉଁ ଘରେ ରହିଲେ ବି ଆପଣ ଯାଇପାରିବେ ମାଇଲ ମାଇଲ୍ ଦୂର ବାଟ । ଯୁଆଡେ ଇଚ୍ଛା ପାରିବେ । ଏମିତି ଏକ ଘର ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ 1 ଲକ୍ଷ ଟଙ୍କାର ଏକ ଘରର ଫଟୋ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଘରର ସବୁଠୁ ଖାସ୍ କଥା ହେଉଛି ଯେ ଏହି ଘର ଯୁଆଡେ ଇଚ୍ଛା ସିଆଡେ ଯାଇପାରିବ । ମାନେ ଏହି ଘର ଚାଲିପାରିବ । ତାମିଲନାଡୁର 23 ବର୍ଷୀୟ ଅରୁଣ ପ୍ରଭୁ ଏକ ଅଟୋକୁ ଏପରି ଭାବରେ ଡିଜାଇନ୍ କରିଛନ୍ତି ଯେ, ଏହି ଅଟୋରେ ବେଡରୁମ୍, ଲିଭିଂ ରୁମ୍ଏ କିଚେନ୍ ସହିତ…

