174 Dedicated Covid Hospitals, Dedicated Covid Health Centres & Covid Care Centres fire-audited in last 48 hours.
Author: Samikhsya Bureau
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଘରୋଇ କଲହରୁ ଉନ୍ମତ କାଣ୍ଡ। ଦୁଇଭାଇଙ୍କ ମଧ୍ୟରେ କଳହ। ସାନ ଭାଇର ଆତ୍ମହତ୍ୟା ପରେ ବଡ ଭାଇର ଆତ୍ମହତ୍ୟା ଉଦ୍ୟମ। ଏଭଳି ଘଟଣା ଦେଖିବାଜୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଧିନସ୍ଥ ରାଜମୋଟେର ଗ୍ରାମରେ। ସୂଚନା ଅନୁଯାୟୀ ଦୁହି ଭାଇଙ୍କ ମଧ୍ୟରେ କୌଣସି କାରଣ ବଶତଃ ଦୀର୍ଘ ଦିନରୁ ଝଗଡା ଲାଗିରହିଥିଲା। ଯାହାର ପରିଣତି ଆଜି ସକାଳେ ସାନ ଭାଇ ଲିଙ୍ଗ ଗହୀର (୨୦)ନିଜ ଜମି ହୁଡା ଗଛରେ ରଶିଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଏହାପରେ ବଡ ଭାଇ ରବିନ ଗହୀର (୨୨)ସାନ ଭାଇର ମୃତ୍ୟୁ ହୋଇଥିବା ଘଟଣାକୁ ସହ୍ୟ କରି ନ ପାରି ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଧର୍ମଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ନୂଆଦିଲ୍ଲୀ, ଇ-ସଞ୍ଜିବନୀ ଓ ଇ-ସଞ୍ଜିବନୀ ଓପିଡି ଜରିଆରେ ଦେଶରେ 1.5 ଲକ୍ଷ ଟେଲି ପରାମର୍ଶ ହୋଇପାରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରୁ ଜଣାପଡିଛି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ମଧ୍ୟ ଯୋଗଦେଇଥିଲେ। ତାମିଲନାଡ଼ୁର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ସି. ବିଜୟ ଭାସ୍କର ମଧ୍ୟ ଏଥିରେ ଭର୍ଚୁଆଲ ଭାବେ ଯୋଗଦେଇଥିଲେ। ଗତ ନଭେମ୍ବର ମାସଠାରୁ ଇ-ସଞ୍ଜିବନୀ ଏବଂ ଇ-ସଞ୍ଜିବନୀ ଓପିଡି ଦ୍ଵାରା ଟେଲି ପରାମର୍ଶ ଆରମ୍ଭ ହେବା ଦିନଠାରୁ ଏହାକୁ 23ଟି ରାଜ୍ୟ ତ୍ଵରାନ୍ଵିତ କରିଛନ୍ତି। ଏଥିରେ ଦେଶର ଶତକଡା 75 ଭାଗ ଜନସଂଖ୍ୟା ସାମିଲ ହୋଇଥିବାବେଳେ ଅନ୍ୟ ରାଜ୍ୟଗୁଡିକ ଏଥିରେ କ୍ରମଶଃ ଯୋଗଦେଉଛନ୍ତି । ଏକ ଉଲ୍ଲେଖନୀୟ ସଫଳତା ପୂର୍ବକ ଜାତୀୟ ଟେଲି ମେଡ଼ିସିନ ସେବା ଦ୍ଵାରା 1.5 ଲକ୍ଷରୁ ଅଧିକ ଟେଲି ପରାମର୍ଶ ପ୍ରଦାନ କରାଯାଇଛି। ଫଳରେ ଘରେ ବସି ରୋଗୀମାନେ…
ନୂଆଦିଲ୍ଲୀ, ନିକଟରେ ରେଳୱେ ଚାକିରୀ ପାଇଁ ବାହାରିଥିବା ବିଜ୍ଞାପନ ଦେଖି ଆବେଦନ କରୁଛନ୍ତି। ହେଲେ ସାବଧାନ। କାରଣ ଏହି ସଂସ୍ଥା ଦ୍ବାରା ରେଳ ବିଭାଗ କୌଣସି ପଦପଦବୀରେ ନିଯୁକ୍ତି ପାଇଁ କ୍ଷମତା ଦେଇ ନାହିଁ। ଏପରି ସ୍ପଷ୍ଟିକରଣ ଦେଇଛି ରେଳ ବିଭାଗ। ଏହି ସଂସ୍ଥାର ବିଜ୍ଞାପନ ଲୋଭରେ ନ ପଡି କେହି ଆବେଦନ କରନ୍ତୁ ନାହିଁ କିମ୍ବା ଆବେନନ ଫି ଦାଖଲ କରନ୍ତୁ ନାହିଁ। ତାଗିଦ କରିଛି ରେଳ ବିଭାଗ। ରେଳ ବିଭାଗ ତରଫରୁ ବାହାରିଥିବା ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଗତ 8 ତାରିଖରେ ଦେଶର ପ୍ରମୁଖ ସଂବାଦପତ୍ରରେ ଏକ ନିଯୁକ୍ତି ବିଜ୍ଞାପନ ବାହାରିଛି। ଏହି ବିଜ୍ଞାପନ Avestran Infotech ସଂସ୍ଥା ବାହାର କରିଛି। ଏଥିରେ ଦର୍ଶାଯାଇଛି ଯେ, ରେଳ ବିଭାଗରେ 5285ଟି ଆଉଟସୋର୍ସିଂ ପଦବୀରେ ନିଯୁକ୍ତି ଦିଆଯିବ। ସେଥିପାଇଁ ଯୋଗ୍ୟ ପ୍ରାର୍ଥିମାନେ 750 ଟଙ୍କା ଫି ଦେଇ ଆବେଦନ କରିବେ। ତେବେ ଏହି ବିଜ୍ଞାପନ ସଂପୂର୍ଣ୍ଣ ବେଆଇନି ବୋଲି…
ପିଣ୍ଟୁ ବିଷୋୟୀ ବେଗୁନିଆପଡା: ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବେଗୁନିଆପଡା ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉଦଘାଟନ କରିଥିବା ବେଳେ ବେଗୁନିଆପଡା ବିଡିଓ ବେଦବର ପ୍ରଧାନ, ଆସିକା ସେଗମେଣ୍ଟର ଓଡିଶା ମୋ ପରିବାର ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ, ବ୍ଲକ୍ ବିଜେଡି ସଭାପତି ବିଜୟ କୁମାର ଦୋରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତ ସଂଗ୍ରହ ଭ୍ୟାନରେ ବ୍ରହ୍ମପୁର ଏମ୍ କେ ସି ଜି ରକ୍ତ ଭଣ୍ଡାରର କର୍ମଚାରୀ ସାମାଜିକ ଦୂରତ୍ୱ ରକ୍ଷା କରି ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ମୋଟ ୩୦ ଜଣ ରକ୍ତଦାନ କରିଥିଲେ।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ମାଓବାଦୀ ନାଁରେ ଅର୍ଥ ଆଦାୟ କରୁଥିବା ଅଭିଯୋଗରେ ତିନି ନକଳି ମାଓବାଦୀ କୁ ଗିରଫ କରିଛି ଜୟପାଟଣା ପୋଲିସ। ପୋଲିସର ସୂଚନା ଅନୁଯାୟୀ ଜୟପାଟଣା ଥାନା ଅନ୍ତର୍ଗତ ପୁଝାରିଗୁଡା ଗ୍ରାମର ଯୁବ ବ୍ୟବସାୟୀ ତୁଳସିରାମ ନାଏକ ଙ୍କୁ ଗତ କେତେ ଦିନ ତଳେ ଫୋନରେ ମାଓବାଦୀଙ୍କ ନାମ କହି ୧୦ ଲକ୍ଷ ଟଙ୍କା ଦେବାକୁ ଧମକ ଆସିଥିଲା। ଏ ନେଇ ତୁଳସିରାମ ଜୟପାଟଣା ପୋଲିସ ର ଦ୍ୱାରସ୍ତ ହୋଇଥିଲେ। ଅଭିଯୋଗ କୁ ଭିତ୍ତି କରି ଜୟପାଟଣା ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନଙ୍କ ନେତୃତ୍ୱରେ ଅପରାଧୀଙ୍କୁ ଧରିବା ପାଇଁ ଏକ ଯୋଜନା କରାଯାଇଥିଲା। ଯୋଜନା ମୁତାବକ ତୁଳସିରାମ ତାଙ୍କ ସହ ଯୋଗାଯୋଗ କରିଥିବାରୁ ଗତକାଲି ତାଙ୍କୁ ୭୦ ହଜାର ଟଙ୍କା ପୁଝାରିଗୁଡାରୁ ଦୁଇ କିମି ଦୂର ଏକ ନିଛାଟିଆ ଜାଗାରେ ଦେବା କୁହାଯାଇଥିଲା। ଟଙ୍କା ଦେବା ସମୟରେ ପୂର୍ବରୁ ଛପି ରହିଥିବା ଆଇଆଇସି ରଶ୍ମିତା ପ୍ରଧାନଙ୍କ ସହ…
ଭୁବନେଶ୍ୱର: ଓଡିଶାର ବରଗଡ ଜିଲ୍ଲାର ଗନ୍ଧମାର୍ଦ୍ଧନ ରିଜର୍ଭ ଜଙ୍ଗଲରେ ଅଲଟ୍ରା ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଅତି କମରେ ୪ଟି ମାଓବାଦୀ ଶିବିର ଧ୍ଵଂସ କରାଯାଇଛି ଏବଂ ଜୀବନ୍ତ ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ଶନିବାର ଦିନ ପ୍ରାୟ ୭.୩୦ ସମୟରେ ନିଆଁ ବିନିମୟ ପରେ ପ୍ରାୟ ୧୦ରୁ ୧୫ ଜଣ ମାଓବାଦୀ ଖସି ପଳାଇବାରେ ସଫଳ ହୋଇଥିଲେ ବୋଲି ଓଡିଶା ପୋଲିସ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି। ଗନ୍ଧମାର୍ଦ୍ଧନ ରିଜର୍ଭ ଜଙ୍ଗଲ ଅଞ୍ଚଳରେ ହିଂସା ବିରୋଧୀ କାର୍ଯ୍ୟକଳାପ ଯୋଜନା କରୁଥିବା ମାଓବାଦୀଙ୍କ ଶିବିର ସମ୍ବନ୍ଧରେ ନିର୍ଭରଯୋଗ୍ୟ ଗୁପ୍ତଚର ସୂଚନା ଉପରେ, ବରଗଡ-ବଲାଙ୍ଗୀରିର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସଓଜି) ଟିମ୍ ସିଆରପିଏଫ ପ୍ଲାଟୁନ୍ ସହିତ ମିଳିତ ଭାବରେ ନକ୍ସଲ ବିରୋଧୀ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା। ନକ୍ସଲ ଗୋଷ୍ଠୀ ଘଞ୍ଚ ଜଙ୍ଗଲ ଏବଂ ପ୍ରବଳ ବର୍ଷାର…
ନୂଆଦିଲ୍ଲୀ, ଦେଶର ୮.୫ କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅଧୀନରେ ଆର୍ଥିକ ସହାୟତାର ଷଷ୍ଠ କିସ୍ତି ଜାରି କରିଥିବାରୁ ଏବଂ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ୧ ଲକ୍ଷ କୋଟିର ଆର୍ଥିକ ସୁବିଧା ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଟ୍ୱିଟ ଜରିଆରେ କହିଛନ୍ତି ଏହି ସହଯୋଗୀ ପଦକ୍ଷେପମାନ ଦେଶର କୃଷି ଶିଳ୍ପକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ, ଚାଷୀଭାଇମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ ଏବଂ ନୂଆ ଓ ଆଗାମୀ ପିଢିର ଟେକ୍ନୋଲୋଜି, ଭିତ୍ତିଭୂମି ଓ ଆଧୁନିକ କୃଷି ପ୍ରଣାଳି ମାଧ୍ୟମରେ କୃଷିଭିତ୍ତିକ ଶିଳ୍ପକୁ ଆଗେଇ ନେବାରେ ସାହାଯ୍ୟ କରିବ। ମୋଦୀ ସରକାରରେ କୃଷି କ୍ଷେତ୍ରରେ ନିଆଯାଇଥିବା ଗଠନମୂଳକ ଏବଂ ନୀତି ସଂସ୍କାର ଗ୍ରାମୀଣ ଅର୍ଥନୀତିକୁ ନୂଆ ରୂପ ଦେବ…
ଭୁବନେଶ୍ବର: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟର ୧୫୪୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟରେ କାରୋନାରୁ ଆରୋଗ୍ଯ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଆଜି ୩୧,୭୮୪ରେ ପହଞ୍ଚିଛି। ଆଜି ଗଞ୍ଜାମରୁ ସର୍ବାଧିକ ୪୦୨ ଜଣ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ଖୁର୍ଦ୍ଧାରୁ ୨୧୦, କଟକରୁ ୧୩୧, କୋରାପୁଟରୁ ୧୨୮, ଗଜପତିରୁ ୧୧୧, ବାଲେଶ୍ବରରୁ ୮୩, ଯାଜପୁରରୁ ୫୮, ସମ୍ବଲପୁରରୁ ୪୯, ମାଲକାନଗିରିରୁ ୪୭, କନ୍ଧମାଳରୁ ୪୬, ରାୟଗଡାରୁ ୩୫, ନୟାଗଡରୁ ୩୩, ଭଦ୍ରକରୁ ୩୧, , ଜଗତସିଂପୁରରୁ ୨୭, କଳାହାଣ୍ଡିରୁ ୨୫, କେନ୍ଦୁଝରରୁ ୨୩, ଢେଙ୍କାନାଳରୁ ୨୧, ନବରଙ୍ଗପୁରରୁ ୧୫, ମୟୂରଭଞ୍ଜରୁ ୧୫, ପୁରୀରୁ ୧୪, ବଲାଙ୍ଗୀରିରୁ ୧୦, କେନ୍ଦ୍ରାପଡାରୁ ୧୦, ସୋନପୁରରୁ ୭, ଝାରସୁଗୁଡାରୁ ୫, ସୁନ୍ଦରଗଡରୁ ୪, ବରଗଡରୁ ୨, ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ନୂଆଦିଲ୍ଲୀ, ଗୋଟିଏ ଦିନରେ ୭ ଲକ୍ଷରୁ ଅଧିକ ପରୀକ୍ଷା କରି ଭାରତ ଏକ ସଫଳତାର ଶୀର୍ଷରେ ପହଞ୍ଚିଛି। ଗତ କିଛି ଦିନ ଧରି ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରୁଥିବା ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୭ ଲକ୍ଷ୧୯ ହଜାର ୩୬୪ ନମୁନା ପରୀକ୍ଷା କରିଛି । ଏହିଭଳି ଦୈନିକ ଅଧିକ ପରୀକ୍ଷା ଯୋଗୁଁ ପଜିଟିଭ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେବେ ରାଜ୍ୟଗୁଡିକୁ ବିସ୍ତୃତ ଚିହ୍ନଟ, ଶୀଘ୍ର ଏକାନ୍ତବାସ ଓ ଉତ୍ତମ ଚିକିତ୍ସା ପ୍ରଦାନ କରି ପରୀକ୍ଷା, ଚିହ୍ନଟ ଓ ଚିକିତ୍ସାର କେନ୍ଦ୍ରୀୟ ରଣନୀତିକୁ ଅନୁସରଣ କରିବାକୁ କୁହାଯାଇଛି । ଯେଉଁ ରାଜ୍ୟଗୁଡିକରେ ମୃତ୍ୟୁହାର ଅଧିକ ବୃଦ୍ଧି ପାଉଛି, ସେମାନଙ୍କ ସହିତ ପୂର୍ବରୁ ବୈଠକ କରାଯାଇ ଏହା ସୁଧାରିବାକୁ ପରାମର୍ଶ ଦିଆଯାଇଛି। ଏହିପରି ରଣନୀତି ଯୋଗୁଁ ସଫଳତା ହାସଲ ହେବା ସହ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଗୋଟିଏ ଦିନରେ ସର୍ବାଧିକ…
ନୂଆଦିଲ୍ଲୀ : କୋରନା ମହାମାରୀ ସମୟରେ ଦେଶର କୋଟି କୋଟି ଚାଷୀମାନଙ୍କୁ ସହାୟତା ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କୃଷି ଭିତିଭୂମି ପାଣ୍ଠି ଅଧୀନରେ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ କୃଷକ, ପି.ଏ.ସି.ଏସ,ଏଫ.ପି.ଓ, କୃଷି ଉଦ୍ୟୋଗୀ ମାନେ ସେମାନଙ୍କର କୃଷି ଭିତିଭୂମି ନିର୍ମାଣ କରିପାରିବେ। ଏହି ନୂଆ ଯୋଜନା ଅନୁଯାୟୀ କୃଷକ ଗୋଷ୍ଠୀ ଏବଂ କୃଷି ସମିତି ଶସ୍ୟ ରଖିବା ପାଇଁ ନୂତନ ଗୋଦାମ, ଶୀତଳ ଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣ ସମ୍ବନ୍ଧୀୟ ଶିଳ୍ପ ନିର୍ମାଣ କରିବା ପାଇଁ ଋଣ ନେଇପାରିବେ। ଏହା ଦ୍ୱାରା କୃଷକ ଏବଂ କୃଷି କ୍ଷେତ୍ରକୁ ଆର୍ଥିକ ସ୍ତରରେ ସହାୟତା ମିଳିବା ସହ ଦେଶର ସମସ୍ତ କୃଷକ ଭାଇ ମାନେ ଏହାର ଲାଭ ଉଠାଇ ପାରିବେ। କୃଷି ଭିତିଭୂମି ପାଣ୍ଠି ହେଉଛି ଏକ ମଧ୍ୟମ – ଦୀର୍ଘ ମିଆଦି ଆର୍ଥିକ ଋଣ ସୁବିଧା। ଏହାର ଅବଧୀ…
ରମେଶ ମହାନ୍ତି ଜଗତସିଂହପୁର: ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ବିଶ୍ୱନାଥ ଦାସଙ୍କୁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ତରଫରୁ ଜିଲ୍ଲା ପ୍ରଶାସନ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ବାଲିକୁଦା ସ୍ଥିତ ଭଗବାନ ସିଣ୍ଢୋଳ ବାସଭବନକୁ ଯାଇ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ଅଙ୍ଗବସ୍ତ୍ର ସାଲ୍ ଓ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏକ ସାଲ୍ ଓ ଫଳକ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ଦାସ ୧୭ଜୁନ୍ ୧୯୧୮ମସିହାରେ ଜନ୍ମଗ୍ରହଣ କରିଥିଲେ। ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଆହ୍ଵାନରେ ଇଂରେଜ ଶାସନ ବିରୁଦ୍ଧରେ ଯେଉଁ ଗଣ ଆନ୍ଦୋଳନ ଆରମ୍ଭ ହୋଇଥିଲା ସେଥିରେ…
ଚଣ୍ଡିଗଡ: ହରିୟାଣାର ହିସାର ସହରର ଏକ ହୋଟେଲରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ କି, ଜଣେ ଥାଇଲ୍ୟାଣ୍ଡର ୪୦ ବର୍ଷ ବୟସ୍କା ମହିଳା ମାର୍ଚ୍ଚ ୩ ରେ ଦିଲ୍ଲୀ ଆସିଥିଲେ ଏବଂ ପରବର୍ତ୍ତୀ ସମୟରେ ସାଙ୍ଗମାନଙ୍କ ସହିତ ଏଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଥିବା ହିସାର ସହରକୁ ଯାଇଥିଲେ। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ହୋଟେଲ ମାଲିକ ତାଙ୍କ କୋଠରୀରେ ପ୍ରବେଶ କରି ତାଙ୍କୁ ଦୁଷ୍କର୍ମ କରିଥିଲେ। ଏବଂ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ତାଙ୍କୁ ଯୌନ ନିର୍ଯାତନା ଦେବାକୁ ଚେଷ୍ଟା କରିଥିଲେ। ହରିୟଣା ପୋଲିସ ଏକ ମାମଲା ରୁଜୁ କରି ହୋଟେଲ ମାଲିକ ଗୁଲଶାନଙ୍କୁ ଗିରଫ କରିବା ସହ ଏହି ଘଟଣାର ତଦନ୍ତ ଜାରି ରଖିଛି। (ଏଜେନ୍ସି)
ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଧିକାଂଶ ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏବେ ଯୁବବର୍ଗଙ୍କ ବେରୋଜଗାର ସମସ୍ୟାକୁ ନେଇ ବିଜେପିକୁ ବର୍ଷିଛନ୍ତି ରାହୁଲ୍ । ଅଗଷ୍ଟ 9ରେ ଯୁବ କଂଗ୍ରେସ ସ୍ଥାପନା ଦିବସ ପାଳନ ଅବସରରେ ବିଜେପିକୁ ଘେରିଛନ୍ତି ରାହୁଲ୍ । ବେରୋଜଗାର ସମସ୍ୟାକୁ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି ରାହୁଲ୍ । ରାହୁଲ୍ କହିଛନ୍ତି ଯେ, ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବାବେଳେ 2 କୋଟି ନିଯୁକ୍ତି ନେଇ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମୋଦି ସରକାରଙ୍କ ଭୁଲ୍ ନୀତି ଏବେ 14 କୋଟି ଲୋକଙ୍କୁ ବେରୋଜଗାର କରି ସାରିଲେଣି । ମୋଦି ସରକାରଙ୍କ ବିମୁଦ୍ରୀକରଣ, ଜିଏସ୍ଟି ଓ ଲକ୍ଡାଉନ୍ ନିଷ୍ପତ୍ତି ଯୋଗୁଁ ଦେଶର ଏପରି ଅବସ୍ଥା ହୋଇଛି । ଏହି ତିନୋଟି ଭୁଲ୍ ଅର୍ଥନୀତିକୁ ଷ୍ଟ୍ରକ୍ଚରକୁ ପୂରାପୂରି ନଷ୍ଟ କରିଛି । ଏହି ବେରୋଜଗାରୀ ପ୍ରସଙ୍ଗକୁ ନେଇ ଯୁବ କଂଗ୍ରେସ…
ଭୁବନେଶ୍ବର : ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଟଙ୍କା ଫେରସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ସରକାର । ରାଜ୍ୟରେ କୋଭିଡ୍ ସ୍ଥିତି ଓ ଖରିଫ ଚାଷ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଏଭଳି ସ୍ଥିତିରେ ଚାଷୀଙ୍କ ଉପରେ ଟଙ୍କା ଫେରସ୍ତ ଚାପ ନ ଦେବାକୁ ନିଷ୍ପତ୍ତି ନିଆଯାଇଛି । କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇ ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶାଳୟ ତରଫରୁ ଚିଠି ଜାରି କରାଯାଇଛି । ’କାଳିଆ’ ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ନେବା ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଏଥିପାଇଁ ସବୁଜିଲ୍ଲାର କୃଷି ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ତେବେ କାଳିଆ ଟଙ୍କା ଫେରାଇବାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିବା ସହିତ ଏହି ଟଙ୍କା ଅଫିସରମାନେ ଫେରାନ୍ତୁ ବୋଲି ଯୁକ୍ତି କରିଥିଲେ ।
ଜମ୍ମୁକାଶ୍ମୀର : ଜମ୍ମୁ-କାଶ୍ମୀରରେ ପୁଣି ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ସମ୍ପୃକ୍ତ କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇଛନ୍ତି। ବିଜେପି କାର୍ଯ୍ୟକର୍ତ୍ତାଙ୍କ ପେଟରେ ଗୁଳି ବାଜିଥିବାର ସୂଚନା ରହିଛି । ସୂଚନା ଅନୁସାରେ, ରବିବାର ସକାଳେ କେନ୍ଦ୍ରୀୟ କାଶ୍ମୀରର ବଡ଼ଗାମ ଜିଲାରେ ଆତଙ୍କବାଦୀମାନେ ବିଜେପି କାର୍ଯ୍ୟକର୍ତ୍ତା ଅବଦୁଲ ହମିଦ ନଜରଙ୍କ ଉପରେ ଆକ୍ରମଣ କରିଥିଲେ। ହମିଦ ସ୍ଥାନୀୟ ରେଳ ଷ୍ଟେଶନ ନିକଟରେ ପ୍ରାତଃ ଭ୍ରମଣରେ ଯାଉଥିବା ସମୟରେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳି ଚଳାଇବାରୁ ସେ ସେହିଠାରେ ପଡ଼ିଯାଇଥିଲେ। ତାଙ୍କ ପେଟରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏସଏମଏଚଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ 5 ଦିନ ଭିତରେ ଏହା ହେଉଛି ତୃତୀୟ ଆକ୍ରମଣ । ପୂର୍ବରୁ ଆତଙ୍କବାଦୀମାନେ ଜଣେ ବିଜେପି ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗତ କିଛି ଦିନ ହେବ ଜମ୍ମୁକାଶ୍ମୀରର ବିଭିନ୍ନ ପ୍ରାନ୍ତରେ ବିଜେପି ନେତାମାନଙ୍କ ଉପରେ ଆତଙ୍କବାଦୀ…
କଟକ, ଚଳିତ ବର୍ଷ କଟକରେ ପ୍ରସିଦ୍ଧ ଦୁର୍ଗା ପୂଜା ହେବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି। କାରଣ କଟକରେ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଏପରି କ୍ଷେତ୍ରରେ ଦୁର୍ଗା ପୂଜା କରିବା ସମ୍ଭବ ନୁହେଁ ବୋଲି ପ୍ରଶାସନ ଅନୁଭବ କରିସାରେଣି। ହେଲେ ସେତେବେଳେ ପରିସ୍ଥିତି ଯଦି ସୁଧାର ଆସିବ ତେବେ ଏହି ପୂଜା କରାଯାଇପାରିବ। ସେଥିପାଇଁ ଆସନ୍ତ 11 ତାରିଖରେ ମାଟି ଉଠାଣ କରିବା ପାଇଁ କଟକ ପ୍ରଶାସନ ଅନୁମତି ପ୍ରଦାନ କରିଛନ୍ତି। ତେବେ ସର୍ତ୍ତ ରହିଛି ଯେ, ଗୋଟିଏ ଅଟୋରେ ମାତ୍ର 4 ଜଣଙ୍କୁ ନେଇ ଏହି ମାଟି ଉଠାଣ କାର୍ଯ୍ୟ ହେବ। ଆସନ୍ତା 11 ତାରିଖରେ ପଡୁଛି ପବିତ୍ର ଜନ୍ମାଷ୍ଠମୀ। ଏହିଦିନ ସାଧାରଣତଃ ମା ଦୁର୍ଗା ପୂଜା ପାଇଁ ମାଟି ଉଠାଣ କାର୍ଯ୍ୟ କରାଯାଇଥାଏ। ଦିନ ପାଖେଇ ଆସିଥିବାରୁ ବର୍ତ୍ତମାନ ମାଟି ଉଠାଣ ପର୍ବ କରିବା ପାଇଁ ଅନୁମତି ଦିଆଯାଇଛି। ଚଳିତ ବର୍ଷ…
ବିଜୟଓ୍ବାଡା : ବିଜୟୱାଡା ସହରରେ ଥିବା କୋଭିଡ୍ କେୟାର ସେଣ୍ଟରରେ ନିଆଁ ଲାଗିଥିଲା। ଏହି ଦୁର୍ଘଟଣାରେ ଏବେ ମୃତ୍ୟୁ ସଂଖ୍ୟା ବଢ଼ି 9ରେ ପହଞ୍ଚିଛି। ତେବେ ଏହି ଘଟଣା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ମୃତକଙ୍କ ସମ୍ପର୍କୀୟଙ୍କୁ 50ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବା ନେଇ ଘୋଷଣା କରିଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କୋଭିଡ-19 କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ, କରୋନା ଭାଇସର ଆକ୍ରାନ୍ତ ହୋଇଥିବା ଗୃହମନ୍ତ୍ରୀ ଅମିତ ସାହା ସୁସ୍ଥ୍ୟ ହୋଇଛନ୍ତି। ସେ ଏହି ଭାଇରସ ଦ୍ବାରା ଆକ୍ରାନ୍ତ ହେବା ପରେ ମେଦାନ୍ତ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସା ହେବା ପରେ ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି ଏହା ଜାଣିବା ପରେ ହସପିଟାଲ ତରଫରୁ ପୁଣି ଥରେ ତାଙ୍କର ସ୍ବାବ ପରୀକ୍ଷା ପାଇଁ ନିଆଯାଇ ଥିଲେ। ଆଜି ରିପୋର୍ଟ ଆସିବା ପରେ ଏହା ନେଗେଟିଭ୍ ଅଛି ବୋଲି ଜଣାପଡିଛି। ଖୁବ ଶିଘ୍ର ଅମିତ ସାହା ଘରକୁ ଫେରି କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡିଛି।
Kodagu: NDRF teams conduct rescue operations at the site of landslides at Bhagamandala in Kodagu district of Karnataka on Aug 8, 2020. (Photo: IANS)
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଆଜି କରୋନାରେ ଜଣେ ପୁଲିସ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନସ୍ଥ ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ ଶ୍ରୀମୁରଲୀଧର ବଳିଆରସିଂ କରୋନାରେ ମୃତ୍ୟୁବରଣ କରିଛନ୍ତି। ସ୍ୱର୍ଗତ ବଳିଆରସିଂଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଅଞ୍ଚଳରେ। ଗତ ମାସ ୨୩ ତାରିଖରେ ବାଣପୁର ଥାନା ଏବଂ ଏହା ଅଧୀନରେ ଥିବା ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଫାଣ୍ଡିର ୧0 ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ଏହି ୧0ପୋଲିସ୍ କର୍ମଚାରୀଙ୍କ ମଧ୍ୟରେ ସ୍ବର୍ଗତ ବଳିୟାର ସିଂ ଅନ୍ୟତମ ଥିଲେ। ସ୍ବର୍ଗତ ବଳିୟାରସିଂହ କରୋନା ପଜିଟିଭ ଚିହ୍ନଟ ହେଲାପରେ ସେ ଭୁବନେଶ୍ୱରର ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲୁଥିବାବେଳେ ଆଜି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜଣେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କ ଅକାଳ ବିୟୋଗରେ ବାଣପୁର ଏବଂ ବାଲୁଗାଁ ର ସମସ୍ତ ଥାନା କର୍ମଚାରୀଙ୍କ ସହ ସମଗ୍ର…

