Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର :ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତିର୍ତ୍ତୋଲଠାରୁ ତାରତୋଲ ରାସ୍ତାର ଗୋପିଆକୁଦ ନିକଟସ୍ଥ ଏକ ପୋଲ ଉପରୁ କ୍ଷତବିକ୍ଷତ ଅବସ୍ଥାରେ ପଡିଥିବା ଏକ ଯୁବକର ମୃତଦେହକୁ ତିର୍ତ୍ତୋଲ ପୋଲିସ ଉଦ୍ଧାର କରିଛି। ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତ୍ରି ପାଖାପାଖି ୧ଘଟିକା ସମୟରେ ତିର୍ତ୍ତୋଲ ଥାନାର ଏକ ପୋଲିସ୍ ଭ୍ୟାନ୍ ପେଟ୍ରୋଲିଂରେ ଯାଉଥିବା ବେଳେ ଗୋପିଆକୁଦ ପରେ ତାରତୋଲ ମହାନଦୀ ବ୍ରିଜ ପୂର୍ବରୁ ଥିବା ଆଖୁବିଲ ପାଖ ଏକ ଛୋଟ ପୋଲ ଉପରେ ଜଣେ ଅପରିଚିତ ଯୁବକ କ୍ଷତବିକ୍ଷତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡିଥିବା ତିର୍ତ୍ତୋଲ ପୋଲିସ ଦେଖିବା ପରେ ଯଥାଶୀଘ୍ର ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଜରିଆରେ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକ ଜଣଙ୍କ ବ୍ଲୁ କଲର ଜିନ୍ସ ପ୍ୟାଣ୍ଟ ଓ ଘିଅ ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ ମୁହଁ ରକ୍ତାକ୍ତ ହୋଇଥିବା ବେଳେ…

Read More

ମୁମ୍ବାଇ :  କରୋନା କାଳ ପାଇଁ ଫିଲ୍ମ ହଲ୍‌ ସବୁ ବନ୍ଦ ଥିବାବେଳେ ବହୁ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେଉଛି । ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡକ -2’ ମଧ୍ୟ ଏବେ ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁଯାଉଛି । ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ’ସଡକ୍ –2’ର ଫାଷ୍ଟ ଲୁକ୍‌ ଜାରି ହୋଇଛି। ସେହିପରି ଏହି ଫିଲ୍ମର ଟ୍ରେଲର୍‌ ଆସନ୍ତା କାଲି ରିଲିଜ୍‌ ହେବ । ଏହି ଫିଲ୍ମରେ ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ, ଆଦିତ୍ୟ ରୟ କପୁର୍‌ ମୁଖ୍ୟ ଭୂମିକାରେ ରହିଛନ୍ତି । ଫିଲ୍ମଟି ଅଗଷ୍ଟ 28 ତାରିଖରେ ଓଟିଟି ଫ୍ଲାଟଫର୍ମରେ ରିଲିଜ୍‌ ହେବାକୁ ପ୍ରସ୍ତୁତ ହୋଇଛି । 1991 ମସିହାର ହିଟ୍‌ ଫିଲ୍ମ ‘ସଡକ’ର ଏହା ହେଉଛି ଦ୍ବିତୀୟ ଭାଗ । ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ, ଆଦିତ୍ୟ ରାୟକପୁରଙ୍କ ବ୍ୟତୀତ ପୂଜା ଭଟ୍ଟ, ଜିସୁ ସେନଗୁପ୍ତା, ମକରନ୍ଦ ଦେଶ ପାଣ୍ଡେ, ଗୁଲଶନ୍‌…

Read More

ଭୁବନେଶ୍ବର :  ସେପ୍ଟେମ୍ବର 14ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେପ୍ଟେମ୍ବର 14ରୁ 22 ଯାଏଁ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ସେପ୍ଟେମ୍ବର 14ରୁ 24 ଯାଏଁ ଓପନ୍‌ ଲର୍ଣ୍ଣିଂ ସ୍କୁଲର ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ଏହି ଅବସରରେ ଶିକ୍ଷକଙ୍କ ପଦୋନ୍ନତି ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି ।ରାଜ୍ୟର 56 ହଜାର ଶିକ୍ଷକ ଶିକ୍ଷୟିତ୍ରୀ ପଦୋନ୍ନତି ପାଇବେ ବୋଲି ସୂଚନା ରହିଛି । ଅଗଷ୍ଟ ଶେଷ ସୁଦ୍ଧା ପଦୋନ୍ନତି ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Read More

ଭୁବନେଶ୍ବର : ଆସନ୍ତା 12 ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ବାହାରିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ମଧ୍ୟାହ୍ନ 12.30ରେ ସିଏଚ୍‌ଏସ୍‌ଇ ଅଫିସ୍‌ରେ ରେଜଲ୍ଟ ପ୍ରକାଶ ପାଇବ । ସେହିପରି ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ବାଣିଜ୍ୟ ରେଜଲ୍ଟ । ଅଗଷ୍ଟର ଶେଷ ସପ୍ତାହ ଆଡକୁ ଯୁକ୍ତ ଦୁଇ କଳା  ରେଜଲ୍ଟ ବାହାରିବ ବୋଲି ସୂଚନା ରହିଛି । ଚଳିତ ବର୍ଷ 3ଲକ୍ଷ 50 ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବାବେଳେ 97 ହଜାର 536ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା  ଦେଇଛନ୍ତି । ସୂଚନାଯୋଗ୍ୟ, କରୋନା ଯୋଗୁଁ ଯୁକ୍ତ ଦୁଇ ପରୀକ୍ଷାରେ ସମସ୍ୟା ସୃଷ୍ଟି ହେବା ସହିତ କେତୋଟି ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇପାରିନଥିଲା । ଅପରପକ୍ଷରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଯୋଗୁଁ ଖାତା ଦେଖା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ସିବିଏସ୍‌ଇ ଓ  ଆଇସିଏସଇର ଯୁକ୍ତ ଦୁଇ…

Read More

ହରିୟାଣା : ହରିୟାଣାଠାରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ସ୍ତ୍ରୀଙ୍କ ସାମ୍ନାରେ ନିଜ ଭାଉଜଙ୍କର ହତ୍ୟା କରିଛନ୍ତି ସ୍ବାମୀ । ଦିଅର ଜଣକ ନିଜ ଭାଉଜଙ୍କୁ ଦେହ ବ୍ୟାପାରରେ ଲିପ୍ତ କରାଇବାକୁ ଚାହୁଁଥିବାବେଳେ ଭାଉଜ ଜଣକ ମନା କରିବାରୁ ଦିଅର ତାଙ୍କର ହତ୍ୟା କରିଛନ୍ତି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ପାନିପତ ତହସିଲ ଅନ୍ତର୍ଗତ ଫତେପୁରୀ ଅଞ୍ଚଳରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀ ଜଣକ ନିଜ ଭାଉଜଙ୍କୁ ଛୁରୀରେ ହତ୍ୟା କରୁଥିବାବେଳେ ପାଖରେ ତାଙ୍କ ସ୍ତ୍ରୀ ଠିଆହୋଇ ଦେଖୁଥିବା ସତ୍ତ୍ବେ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ ।  ତେବେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ଅଭିଯୁକ୍ତଙ୍କ ସ୍ତ୍ରୀ ପ୍ରିୟା କହିଛନ୍ତି ଯେ, ସେ ତାଙ୍କ ଯା’ ଓ ସେ ଶାଶୁଘରଠାରୁ ଅଲଗା ରହୁଥିଲେ ।…

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା : ଭିଜିଲାନ୍ସ ଜାଲରେ ଆଜି ଧରାପଡିଛନ୍ତି ଚିଲିକା ଡିଏଫ୍‌ଓ ଆଲୋକ ରଞ୍ଜନ ହୋତା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାଲୁଗାଁସ୍ଥିତ ଅଫିସ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ କରିଛି। ଏହାଛଡା ରାଜଧାନୀ ଭୁବନେଶ୍ଵର ଖଣ୍ଡଗିରି, ଡୁମଡୁମା, ଚନ୍ଦ୍ରଶେଖର ଘର ସମେତ ଜଗତସିଂହପୁର ବିରିଡି ଚାଷୀଖଣ୍ଡସ୍ଥିତ ପୈତୃକ ଘର ଓ ବାଲିପାଟଣା ଥାନା ଅନ୍ତର୍ଗତ ପଦ୍ମପୁରସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଛି। ଏହି ରେଡ୍ ସମୟରେ ବ୍ୟାଙ୍କ ପାସବୁକ୍, ବ୍ୟାଙ୍କ ଲକର୍‌, ସୁନା ଓ ଦାମୀ ଗାଡି ମିଳିଥିବା ସୂଚନା ରହିଛି।

Read More

ଫ୍ଲୋରିଡା : ସ୍ବାମୀ-ସ୍ତ୍ରୀର ସମ୍ପର୍କ ହେଉଛି ଜନ୍ମ ଜନ୍ମାନ୍ତର ପାଇଁ । ମୃତ୍ୟୁ ପାଖରେ ଥିଲେ ବି ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଶେଷ ମୁହୂ୍ର୍ତ୍ତରେ ଏକା ଛାଡି ନଥିଲେ । କରୋନା କାଳରେ ଆକ୍ରାନ୍ତଙ୍କୁ ନିଜ ଲୋକମାନେ ଦେଖି ଭୟଭୀତ ହେଉଥିବାବେଳେ ଜଣେ ସ୍ବାମୀ ନିଜ ଆକ୍ରାନ୍ତ ସ୍ତ୍ରୀଙ୍କୁ ଶେଷ ମୁହୂର୍ତ୍ତରେ ତାଙ୍କ ପାଖରେ ରହିଥିଲେ । ଅବଶ୍ୟ ସ୍ବାମୀ ଜଣକ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଏପରି ଏକ ହୃଦୟବିଦାରକ ଘଟଣା ଆମେରିକାର ଫ୍ଲୋରିଡା ସହରରେ ଘଟିଛି । ଏପରି ଏକ ଘଟଣାଟି ଆମେରିକାର ଫ୍ଲୋରିଡାରେ ଘଟିଛି । ସୈମ୍‌ ରେକ୍‌ ନାମକ ଜଣେ ବ୍ୟକ୍ତି ତାଙ୍କ ବୟସ 90 ବର୍ଷ ବୋଲି ସୂଚନା ରହିଛି । ଜୁଲାଇ 12 ତାରିଖରେ ତାଙ୍କ ସ୍ତ୍ରୀଙ୍କର ଜୋଏମଙ୍କ କରୋନାରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ବୟସ ହୋଇଥିଲା ।  ତାଙ୍କ ସ୍ତ୍ରୀ…

Read More

ଭୁବନେଶ୍ବର, ଆଜି ଅପରାହ୍ନରେ ଗଂଜାମ ଜିଲ୍ଲାର ସରପଞ୍ଚଙ୍କ ସହିତ ଭିଡିଓ କନଫ୍ରେସିଂ ମଧ୍ୟମରେ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ଗଂଜାମ ଜିଲ୍ଲାରେ କରୋନା ମହାମାରୀ ପ୍ରବଳ ଭାବେ ବ୍ୟାପିବାରେ ଲାଗିଛି। ସେଥିପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଛି। ଏହି କ୍ଷମତାକୁ ଠିକ ଭାବେ ପାଳନ କରି କରୋନା ମହାମାରୀଙ୍କୁ ରୋକିବା ପାଇଁ ନବୀନ ପରାମର୍ଶ ଦେବେ। ଆଜି ଏହି ବୈଠକ ଅପରାହ୍ନ 5ଟା ବେଳେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ କୁହାଯାଇଛି।

Read More

ପ୍ରୟାଗରାଜ, ଦୀର୍ଘ ବର୍ଷ ଧରି ରାମମନ୍ଦିର ନିର୍ମାଣ ପାଇଁ ଚାଲିଥିବା ଆନ୍ଦୋଳନ ଏବେ ସଫଳ ହୋଇଛି। ହେଲେ ଏହି ଅନ୍ଦୋଳନର ଯେ ସାରଥୀ ସାଜିଥିଲେ ସେ ହେଉଛନ୍ତି ସ୍ବାର୍ଗତ ଅଶୋକ ସିଂଘଲ। ସେହି ମହାନ ବ୍ୟକ୍ତିଙ୍କର ଏକ ପ୍ରତିମୂର୍ତ୍ତି ଅଯୋଧ୍ୟା ଓ ପ୍ରୟାଗରାଜରେ ନିର୍ମାଣ କରାଯାଉ। ଏହିପରି ଏକ ଦାବୀ କରିଛି ଭାରତର ସାଧୁସନ୍ଥଙ୍କ ସଂଘ “ ଅଖିଳ ଭାରତ ଆଖଡା ପରିଷଦ”। ଏଥିସହିତ ଏହି ଆନ୍ଦୋଳନରେ ଅନେକ ନିଜ ଜୀବନକୁ ତ୍ୟାଗ କରିଛନ୍ତି, ସେମାନଙ୍କ ପାଇଁ ଏକ କୀର୍ତ୍ତି ସ୍ତମ୍ଭ କରାଯାଉ। ସେହି ସ୍ତମ୍ଭରେ ସମସ୍ତଙ୍କ ନାମ ଖୋଦେଇ କରାଯାଇ ନିର୍ମାଣ କରାଯାଉ ବୋଲି ପରିଷଦର ସାଧାରଣ ସଂପାଦକ ମହନ୍ତ ନରେନ୍ଦ୍ର ଗିରି ଦାବୀ କରିଛନ୍ତି। ଏ ନେଇ ଭାରତର ସାଧୁ ସନ୍ଥଙ୍କ ଏକ ସମ୍ମିଳନୀ କରାଯାଇ ସେମାନଙ୍କ ମତାମତ ନିଆଯିବ। ସେହି ମତାମତକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି ପରିଷଦ କହିଛି। ଏହି…

Read More

ବେଙ୍ଗାଲୁରୁ : ସାରା ଭାରତରେ କରୋନା କାୟା ମେଲାଇ ସାରିଥିବାବେଳେ ନେତା, ଅଭିନେତା, ଖେଳାଳୀ ପରି ବହୁ ନାମୀଦାମୀ ହସ୍ତୀମାନେ ମଧ୍ୟ ଏହାର କବଳରୁ ମୁକ୍ତି ପାଇପାରୁନାହାନ୍ତି । ପୂର୍ବରୁ ଅଭିନେତା ଅମିତାଭ ବଚ୍ଚନ, ଗୃହମନ୍ତ୍ରୀ ଅମିତ୍‌ ଶାହା, ତାମିଲନାଡୁ ରାଜ୍ୟପାଳଙ୍କ ପରି ବହୁ ନାମୀଦାମୀ ହସ୍ତୀମାନେ କରୋନାରେ ଆକ୍ରାନ୍ତ ହେବା ପରେ ଭାରତୀୟ ହକି ଦଳର ପ୍ରମୁଖ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଭାରତୀୟ ହକି ଦଳର ଅନ୍ୟତମ ପ୍ରମୁଖ ଖେଳାଳି ମନଦୀପ୍ ସିଂ କରୋନା ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି ।  ଭାରତୀୟ ହକି ଦଳର ଷଷ୍ଠ ଖେଳାଳି ଭାବରେ ମନଦୀପ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆସନ୍ତ ଅଗଷ୍ଟ 20 ତାରିଖରୁ ବେଙ୍ଗାଲୁରୁ ସ୍ଥିତ ସାଇ କ୍ୟାମ୍ପରେ ଟ୍ରେନିଂ ଆରମ୍ଭ ହେବାକୁ ଯାଉଛି । ସମସ୍ତ ଖେଳାଳିଙ୍କୁ ଆଇସୋଲେସନ୍‌ରେ ରଖାଯାଇଥିବା ବେଳେ ଆରଟି ପିସିଆର ଟେଷ୍ଟ କରାଯାଉଛି । ସୋମବାର ମନଦୀପଙ୍କ ନମୁନା…

Read More

ନୂଆଦିଲ୍ଲୀ : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା ।  ପୂର୍ବତନ ରାଷ୍ଟ୍ରପତିଙ୍କୁ କରୋନା ହୋଇଥିବା ନେଇ ସୂଚନା ମିଳିଛି । ନିଜେ ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ୍‌ ହୋଇଥିବା ନେଇ ଟୁଇଟ୍‌ ଜରିଆରେ ସୂଚନା ଦେଇଛନ୍ତି ।ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ଟେଷ୍ଟ କରିବା ସହ ଆଇସୋଲେସନ୍‌ରେ ରହିବାକୁ ଅନୁରୋଧ କରିଛନ୍ତ ପ୍ରଣବ ମୁଖାର୍ଜୀ । 84 ବର୍ଷୀୟ ପ୍ରଣବ ମୁଖାର୍ଜୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଂଗ୍ରେସର ବରିଷ୍ଠ ନେତା ରହିଥିବା ପ୍ରଣବ ମୁଖାର୍ଜୀ 2012ରୁ 2017 ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ପଦବୀରେ ଅବସ୍ଥାପିତ ହୋଇଥିଲେ । 2019 ମସିହାରେ କେନ୍ଦ୍ର ସରକାରଙ୍କ ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି । ସୂଚନାଯୋଗ୍ୟ, କରୋନା କବଳରେ ବହୁ ରାଜନୈତିକ ହସ୍ତୀ ସମେତ ଅନେକ ସିନେଭିନେତା, ଖେଳାଳି ମାନେ ସାମିଲ୍‌ ହୋଇଛନ୍ତି । ନିକଟରେ କେନ୍ଦ୍ର  ଗୃହମନ୍ତ୍ରୀ ଅମିତ୍‌ ଶାହା, କେନ୍ଦ୍ର ପେଟ୍ରୋଲିୟମ୍‌…

Read More

ମୁମ୍ବାଇ : ଚୀନ୍ କମ୍ପାନୀ ଭିଭୋ ସହ ଆଇପିଏଲ୍ ସ୍ପନସରସିପ୍ ଚୁକ୍ତି ବିଚ୍ଛିନ୍ନ ହେବା ପରେ କ୍ରିକେଟ ବୋର୍ଡ ପକ୍ଷରୁ ଏନେଇ ପୁନର୍ବାର ଟେଣ୍ଡର ଆହ୍ୱାନ କରାଯାଇଛି । ଜିଓ, ଟାଟା ଏବଂ ଅନ୍ୟାନ୍ୟ କମ୍ପାନୀ ଏହି ଦୌଡରେ ରହିଥିବା ବେଳେ ନୂତନ ଭାବରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ନିଜକୁ ଏହି ତାଲିକାରେ ସାମିଲ କରିଛି । ଦେଶୀ ଉତ୍ପାଦ ପାଇଁ ପ୍ରସିଦ୍ଧି ଲାଭ କରିଥିବା ତଥା ଖୁବ କମ ଦିନ ମଧ୍ୟରେ 10 ହଜାର କୋଟି ଟଙ୍କାର କମ୍ପାନୀ ହୋଇ ପାରିଥିବା ପତଞ୍ଜଳି ଏବେ ଆଇପିଏଲ୍‌ ସ୍ପନସରସିପ୍ ଦ୍ୱାରା ବିଶ୍ୱସ୍ତରରେ ନିଜକୁ ପରିଚୟ ଦେବାକୁ ଲକ୍ଷ୍ୟ ରଖିଛି । ପତଞ୍ଜଳି ପକ୍ଷରୁ ଏ ନେଇ ବିସିସିଆଇ ଅଧିକାରୀଙ୍କ ସହିତ ଆଲୋଚନା ଜାରି ରହିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦିଆଯାଇଥିବା ଆତ୍ମନିର୍ଭର ଭାରତ ଅଭିଯାନରେ ଏହା ଏକ ବଡ ପଦକ୍ଷେପ ବୋଲି ପତଞ୍ଜଳି ପକ୍ଷରୁ…

Read More

ମୂଳ ରଚନା-ସାଗରିକା ଘୋଷ ଅନୁବାଦ-ରଙ୍ଗାଚରଣ ପ୍ରଧାନ ପ୍ରୀୟ ବାପୁ, ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଭାଷଣ ଦେଇ ମନ୍ଦିର ଆନ୍ଦୋଳନକୁ ସ୍ବାଧୀନତା ସଂଗ୍ରାମ ସହ ତୁଳନା କରିଛନ୍ତି । ସେ ଆପଣଙ୍କ ନାମ ନେଇ କହିଛନ୍ତି ଯେ ଯେମିତି ସ୍ଵାଧୀନତା ଆନ୍ଦୋଳନ ବେଳେ ସମାଜର ସବୁ ସ୍ତରର ଲୋକେ ମହାତ୍ମାଗାନ୍ଧୀଙ୍କ ସହିତ ଯୋଗ ଦେଇଥିଲେ, ସେମିତି ଏବେ ସବୁ ଲୋକେ ମନ୍ଦିରକୁ ସମର୍ଥନ କରୁଛନ୍ତି । ବାବରୀ ମସଜିଦର ଧ୍ବଂସ ଉପରେ ତିଆରି ହେବାକୁ ଯାଉଥିବା ଏହି ମନ୍ଦିର ବିଷୟରେ ଏବେ ଆପଣ କି ମତ ରଖିବେ ? ସେହି ମସଜିଦ୍ ଧ୍ବଂସ ବିଷୟରେ ସୁପ୍ରୀମ କୋର୍ଟ ୨୦୧୭ ମସିହାରେ କହିଥିଲେ ଯେ ଏହା ‘ଏକ ଅପରାଧ ଯାହା ସମ୍ବିଧାନର ଧର୍ମନିରପେକ୍ଷ ଗଢଣକୁ ଦୋହଲାଇ ଦେଇଛି’ । ଆପଣ ଅହିଂସାର ଆଲୋକବର୍ତ୍ତିକା ଥିଲେ । ଆପଣଙ୍କ ପାଇଁ ସବୁବେଳେ ମାର୍ଗ ହଁ ଲକ୍ଷପ୍ରାପ୍ତିକୁ…

Read More

ମୁମ୍ବାଇ : ମୁମ୍ବାଇରେ ଏକ ବଡ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ ହୋଇଛି । ମୁମ୍ବାଇ ପୋଲିସ୍ ପକ୍ଷରୁ ଚଢାଉ କରାଯାଇ ପ୍ରାୟ ହଜାର କୋଟିର ଡ୍ରଗ୍ସ ଜବତ କରାଯାଇଛି। ଶନିବାର ବିଳମ୍ବିତ ରାତ୍ରିରେ ନହବା ସେବା ବନ୍ଦର ଉପରେ ଚଢାଉ କରାଯାଇ ବିପୁଳ ପରିମାଣରେ ଡ୍ରଗ୍ସ ଜବତ କରାଯାଇଛି । ଆଫଗାନିସ୍ତାନରୁ ଇରାନ ଦେଇ ଭାରତକୁ ଏହି ଡ୍ରଗ୍ସ ଚୋରାଚାଲାଣ କରାଯାଉଥିବା ଜଣାପଡିଛି । ବିଭିନ୍ନ ପ୍ଲାଷ୍ଟିକ୍ ପାଇପ୍ ମଧ୍ୟରେ ପୁରାଇ ଆୟୁର୍ବେଦିକ ଔଷଧ ନାଁରେ ଏହି ନିଶାଦ୍ରବ୍ୟ ଚୋରାଚାଲାଣ କରାଯାଉଥିଲା । ଡିଆରଆଇ ଏବଂ ମୁମ୍ବାଇ ପୋଲିସର ମିଳିତ ଚଢାଉରେ ଏହି ନିଶାଦ୍ରବ୍ୟ ଜବତ କରାଯାଇଥିଲା । 191 କିଗ୍ରାର ହେରୋଇନ୍ ଜବତ କରାଯାଇଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ 1000 କୋଟି ଟଙ୍କା ହେବ ବୋଲି ସୂଚନା ରହିଛି। (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଛକ ନିକଟରୁ ଏକ ସମିଲ୍ ମଧ୍ୟରେ ଥିବା ଜାଗାରେ ଏଚ୍.ପି.ସି.ଏଲ୍ ପକ୍ଷରୁ ନୂତନ ଭାବେ ନିର୍ମାଣ ହେବାକୁ ଥିବା ପେଟ୍ରୋଲ ପମ୍ପକୁ ନେଇ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଡ଼. ସୁଶାନ୍ତ କୁମାର କାନୁନଗୋ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବି ବିପ୍ଳବ ବାହଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି ନିର୍ମାଣ ହେବାକୁ ଥିବା ପେଟ୍ରୋଲ ପମ୍ପ ସ୍ଥାନଟି ଦୁର୍ଘଟଣା ପ୍ରବଣ ଅଂଚଳ ହୋଇଥିବାରୁ ଏହାର ସଠିକ ତଦନ୍ତ କରାନଯାଇ କିଭଳି ଭାବେ ଚଂଚକତା ପୂର୍ବକ ଅନୁମତି ଦିଆଗଲା।ଏପରିକି ସେହି ସ୍ଥାନରୁ ଅତି ନିକଟରେ ୨ଟି ପେଟ୍ରୋଲ ପମ୍ପ ଥିବାବେଳେ ମଝିରେ ଆଉଏକ ନୂତନ ପେଟ୍ରୋଲ ପମ୍ପ ପାଇଁ କିଭଳି ଅନୁମତି ମିଳିଲା।ଏନେଇ ସ୍ଥାନୀୟ ଜନସାଧାରଣ ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି।…

Read More

ଭୁବନେଶ୍ୱର :  କରୋନା ଚିକିତ୍ସାରେ ଅବ୍ୟବସ୍ଥାକୁ ନେଇ ଭାଇରାଲ୍‌ ହୋଇଥିବା ଭିଡିଓ ଘଟଣାରେ ଦୁଇଜଣ ଗିରଫ ହୋଇଛନ୍ତି । ଭାଇରାଲ ଅଡ଼ିଓକୁ ନେଇ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଜାରିରହିଛି । ଗୋଟିଏ ପଟେ ବିଏମସିର ନୋଟିସ ପ୍ରସଙ୍ଗକୁ କେତେକ ସାମ୍ବାଦିକ ଓ ରାଜନେତା ନିନ୍ଦା କରୁଥିବାବେଳେ ଅପରପକ୍ଷରେ ପୁଲିସ ଘଟଣାର ତଦନ୍ତ କରୁଛି । ତେବେ ଭାଇରାଲ ଅଡ଼ିଓ ପଛରେ ଅରଟେଲ କର୍ମଚାରୀ ଥିବା କ୍ୟାପିଟାଲ ପୁଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ 2ଜଣଙ୍କୁ କମିଶନରେଟ୍‌ ପୋଲିସ୍‌ଙ୍କୁ ଗିରଫ କରିଛି। ଭାଇରାଲ ଅଡ଼ିଓ ପଛରେ କାହାର ହାତ ରହିଛି ସେନେଇ ତଦନ୍ତ କରାଯାଉଥିଲା। ତଦନ୍ତ ପରେ ପୁଲିସ ଅରଟେଲର କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଓ ତାଙ୍କ ସାଙ୍ଗ ବିଶ୍ୱଜିତ ମହାନ୍ତିଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ସେହିପରି ବିଶ୍ୱଜିତ ଯେଉଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କଥା ହେଉଥିଲେ, ତାଙ୍କୁ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଲକ୍‌ଡାଉନ୍‌ ସମୟରେ ବି ବାଣପୁର-ବାଲୁଗାଁରେ ଚାେରା ଦେଶୀ ମଦ ବେପାରୀଙ୍କ ଦୌରାତ୍ମ ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ପୋଲିସ୍‌ ଏବଂ ଅବକାରୀ ହାତରେ ଧରା ପଡୁଥିଲେ ସୁଦ୍ଧା ଏହି ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ଅବକାରୀ ବିଭାଗ ଅଧିକାରିଣୀ ଶ୍ରୀମତୀ ନିନା ବେଉରାଙ୍କ ନେତୃତ୍ୱ ରେ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ମନୋଜ ବାରିକ ଏବଂ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୦୪ ଲିଟର ଦେଶୀ ମଦ ଜବତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇଁ ଟାଙ୍ଗୀ ଅବକାରୀ ବିଭାଗ ଅଧିକାରିଣୀ ନିନା ବେଉରା ଓ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ମନୋଜ ବାରିକ ଏବଂ ଟିମ ବାଣପୁର ଘଣ୍ଟଶିଳା ପାହାଡ଼ ନିକଟସ୍ଥ ହନୁମାନ ମନ୍ଦିରଠାରେ ଛପି…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ସର୍ବାଧିକ 14 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ଗଞ୍ଜାମରୁ ଛଅ ଜଣ ମୃତ୍ୟୁବରଣ କରିଥିବାବେଳେ  ଖୋର୍ଦ୍ଧା, ନୟାଗଡାରୁ 3 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଗଞ୍ଜାମରୁ ମୃତ୍ୟୁବରଣ କରିଥିବା 6 ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ମୃତ ମହିଳାଙ୍କ ବୟସ 70 ରହିଥିବାବେଳେ ଅନ୍ୟ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 85, 65, 50,55 ଓ 50 ବର୍ଷୀୟ ବ୍ୟକ୍ତି । ସେହିପରି ଖୋର୍ଦ୍ଧାରୁ ଆଜି ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ 84 ବର୍ଷୀୟା ମହିଳା ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 81 ଓ 69 ବର୍ଷ । ନୟାଗଡର ତିନି ମୃତକଙ୍କ ବୟସ ଯଥାକ୍ରମେ 78, 30 ଓ 34 ବର୍ଷ…

Read More

ଭୁବନେଶ୍ବର :  ଆଜି 29 ଜିଲ୍ଲାରୁ ମୋଟ୍‌ 1528ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 233 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 218, ସମ୍ବଲପୁରରୁ 168, ସୁନ୍ଦରଗଡରୁ 126, ଢେଙ୍କାନାଳରୁ 107, କଟକରୁ 72, ଭଦ୍ରକରୁ 70, କୋରାପୁଟରୁ 67, ବଲାଙ୍ଗିରରୁ 59,  ବାଲେଶ୍ବରରୁ 43, ମାଲକାନଗିରିରୁ 38, ଯାଜପୁରରୁ 33, ନୟାଗଡରୁ 32, ରାୟଗଡାରୁ 27, ପୁରୀରୁ 26, ନବରଙ୍ଗପୁରରୁ 23, ଜଗତସିଂହପୁରଓ ମୟୂରଭଞ୍ଜରୁ22 ଜଣ ଲେଖାଏଁ ରହିଥିବାବେଳେ ଗଜପତି ଓ କଳାହାଣ୍ଡିରୁ 31 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  କନ୍ଧମାଳ ଓ କେନ୍ଦ୍ରାପଡାରୁ 17 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବରଗଡରୁ 10, ଝାରସୁଗୁଡାରୁ 9,ଅନୁଗୁଳରୁ8, ବୌଦ୍ଧରୁ 7 , ସୋନପୁର ଓ କେଉଁଝରରୁ 5 ଜଣ ଲେଖାଏଁ  ଚିହ୍ନଟ  ହୋଇଥିବାବେଳେ ନୂଆପଡାରୁ 2 ଜଣ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 1528କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 948ଜଣ ଚିହ୍ନଟ ହୋଇଥିବାବେଳେ 580ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  47 ହଜାର 455କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15 ହଜାର 334ଜଣ । ସେହିପରି ସୁସ୍ଥ ହୋଇଛନ୍ତି 31ହଜାର 748 ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 286ଜଣ । ସେହିପରି 51 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ମୁମ୍ବାଇ : ମୁମ୍ବାଇର ଓଶିଓ୍ବାରା ଅଞ୍ଚଳରେ ପୋଲିସ୍‌ ଜଣେ ଝିଅକୁ ନିଜ ଘରୁ 19 ଲକ୍ଷ ଟଙ୍କା ସହିତ ଗହଣା ଚୋରି କରିବା ଅଭିଯୋଗରେ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ 21 ବର୍ଷୀୟ ଉଜ୍‌ମା କୁରୈଶୀ ନିଜ ବୟଫ୍ରେଣ୍ଡ ସହିତ ମିଶି କରି ଏପରି ଏକ କାଣ୍ଡ ଘଟାଇଥିଲେ । ଉଜ୍‌ମାର ବୟଫ୍ରେଣ୍ଡ୍‌ 31 ବର୍ଷୀୟ ଚରନଦୀପ୍‌ ସିଂହ ଅରୋରା ଜଣେ ପିଟି ଟିଚର୍‌ । ଜୁଲାଇ 30 ତାରିଖରେ ଉଜ୍‌ମା ଅଚାନକ ଗାୟବ ହୋଇଯାଇଥିଲେ । ଏହାପରେ ଉଜ୍‌ମା ନିଖୋଜ ହୋଇଥିବା ନେଇ ରିପୋର୍ଟ ଦେଇଥିଲେ ତାଙ୍କ ପିତା ।  ତେବେ ତାଙ୍କ ଝିଅ ନିଖୋଜ ନ ହୋଇ ବରଂ ତାଙ୍କ ପ୍ରେମୀ ସହିତ ଫେରାର୍‌ ହୋଇଥିବାର ସନ୍ଦେହ କରିଥିଲେ ।ଉଜ୍‌ମାଙ୍କ ବିରୋଧରେ ତାଙ୍କ ପିତା ପୋଲିସ୍‌ରେ ଏତଲା ଦେଇଥିଲା। ପୋଲିସ୍‌ ଆଇପିସିର ଧାରା 379, 406. 411 ଓ 34 ଧାରା ଅନ୍ତର୍ଗତ ମାମଲା ରୁଜୁ…

Read More