Author: Samikhsya Bureau

ନୂଆଦିଲ୍ଲୀ : ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ବିଶ୍ୱର ଧନୀଙ୍କ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଏହି ତାଲିକାରେ ବର୍ଣ୍ଣାଡ ଆର୍ଣ୍ଣଲ୍ଟ, ଲାରି ପେଜ୍, ଷ୍ଟିଭ୍ ବାଲ୍ମର ଏବଂ ଏଲନ୍ ମସ୍କଙ୍କୁ ପଛରେ ପକାଇ ଦେଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ଶୁକ୍ରବାର ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ 326 ମିଲିୟନ୍ ଡଲାରୁ 80.2 ବିଲିୟନ୍ ଡଲାର ଅର୍ଥାତ 6.04 ଲକ୍ଷ କୋଟି ବୃଦ୍ଧି ପାଇଥିଲା। ପୂର୍ବରୁ ଚତୁର୍ଥ ସ୍ଥାନରେ ରହିଥିବା ବର୍ଣ୍ଣାଡ ଆର୍ଣ୍ଣଲ୍ଟଙ୍କ ସମ୍ପତ୍ତିରେ 1.24  ବିଲିୟନ୍ ହ୍ରାସ ଘଟିବାରୁ ଅମ୍ବାନୀ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ପ୍ରଥମ ଅଣ ଆମେରିକୀୟ/ୟୁରୋପୀୟ ଭାବରେ ଏହି ତାଲିକାରେ ସ୍ଥାନ ପାଇଛନ୍ତି ଅମ୍ବାନୀ। ଟପ୍ 5 ମଧ୍ୟରେ ତିନି ଜଣ ଆମେରିକୀୟ ରହିଥିବା ବେଳେ ମୁକେଶ ଅମ୍ବାନୀ ଏକମାତ୍ର ଭାରତୀୟ ରହିଛନ୍ତି । ଏହା ସହିତ ଅମ୍ବାନୀ କେବଳ ଭାରତ ନୁହେଁ ବରଂ ଏସିଆର ଏକ ନମ୍ବର ଧନୀ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ବ୍ରେକ ଦେବା ପାଇଁ ବାଣପୁର ପ୍ରଶାସନ କେତେ ଗୋଟି କଡ଼ା ନିଷ୍ପତ୍ତି ନେଇଛି । ନିକଟରେ ନୂତନ ଭାବେ ଯୋଗ ଦେଇଥିବା ବାଣପୁର ବି.ଡ଼ି.ଓ ତଥା କୋଭିଡ କମିଟି ଚେୟାରମ୍ୟାନ ଡ଼ାଃ ଶୁଭଶ୍ରୀ ତ୍ରିପାଠୀ ଗତକାଲି କରୋନା ମୁକାବିଲା ପାଇଁ ଏକ ଜରୁରୀ ବୈଠକ ଡାକିଥିଲେ ଯେଉଁଥିରେ ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଉପସ୍ଥିତ ଥିବାବେଳେ ବାଣପୁର ତହସିଲଦାର, ବାଣପୁର ଥାନାଧିକାରୀ ଏବଂ ସି.ଡ଼ି.ପି.ଓ ବାଣପୁର ଟେଲିଫୋନ ମାଧ୍ୟମରେ ବୈଠକରେ ଭାଗ ନେଇଥିଲେ। ଉକ୍ତ ବୈଠକରେ ବହୁ ଗୁରୁତ୍ୱପୂର୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା ଏବଂ ସର୍ବସମ୍ମତି କ୍ରମେ  ବାଣପୁର ବ୍ଲକ ଏବଂ ଏନ.ଏ.ସି କୁ ଅଗଷ୍ଟ ୧୨ ରୁ ଅଗଷ୍ଟ ୧୮ ଯାଏଁ  ୭ ଦିନ ପାଇଁ ସମ୍ପୂର୍ଣ୍ଣ …

Read More

ନୂଆଦିଲ୍ଲୀ, ଗତକାଲି ଦୁର୍ଘଟଣା ଗସ୍ତ ହୋଇଥିବା ଏୟାର ଇଣ୍ଡିଆର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି। ଆଜି ସକାଳେ ନୂଆଦିଲ୍ଲୀରୁ ଏକ ତଦନ୍ତ ଦଳ ଦୁର୍ଘଟଣା ସ୍ଥଳରେ ପହଁଚିଥିଲେ। ସେଠାରେ ସେମାନେ ବିଭିନ୍ନ ପରୀକ୍ଷାନିରୀକ୍ଷା କରିବା ପରେ ବ୍ଲାକ ବକ୍ସଟି ହାସଲ କରିଥିଲେ। ଏହି ବ୍ଲାକ ବକ୍ସ ମିଳିଛି ବୋଲି ଡିଜିସିଏ ସ୍ପଷ୍ଟ କରିଛି। ଏହି ବକ୍ସରୁ ଜଣାପଡିବ ସେତେବେଳେ ପାଇଲଟ କଂଣ୍ଟ୍ରୋଲ ରୁମ ସହିତ କଣ ଆଲୋଚନା କରିଥିଲେ। ଦୁର୍ଘଟଣା ପୂର୍ବରୁ ପାଇଲଟ କି ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥିଲେ ତାହାର ତଥ୍ୟ ମିଳିପାରିବ। ଏହି ବିମାନର ଥିବା ଦୁଇଜଣ ପାଇଲଟ ହେଲେ ଦୀପକ ସେଠ୍ ଏବଂ କୋପାଇଲଟ ଅଖିଲେଶ କୁମାର। ଉଭୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବିମାନଟି ରନୱେ ସ୍ପର୍ଶ କରିବା ପରେ 35 ଫୁଟ ତଳକୁ ଖସିପଡିଥିଲା।

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 12 ଜଣଙ୍କ ଜୀବନ ନେଲା କରୋନା । ଗଞ୍ଜାମ, କନ୍ଧମାଳ, କେଉଁଝର ଓ ଖୋର୍ଦ୍ଧା ଜିଲ୍ଳାରୁ 2 ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ  ବାଲେଶ୍ବର, ବରଗଡ, ଗଜପତି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି ହୋଇଥିବାବେଳ ଗଞ୍ଜାମ ଜିଲ୍ଲାରେ ଏହା 125କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 33କୁ ବୃଦ୍ଧି ହୋଇଛି । ବାଲେଶ୍ବରରୁ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ହୋଇଥିବାବେଳେ ଗଜପତିରେ ଏହା 16କୁ ବୃଦ୍ଧି ହୋଇଛି । ସୁନ୍ଦରଗଡରେ ଏବେସୁଦ୍ଧା 17ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବରଗଡରେ ମୃତ୍ୟୁସଂଖ୍ୟା 2କୁ ବୃଦ୍ଧି ହୋଇଛି । ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ(ଅନ୍ୟାନ୍ୟ) ଗଞ୍ଜାମ 12633 9611 2889 125 8 ଖୋର୍ଦ୍ଧା 6103 2817…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ମୋଟ୍‌ 1643 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମୋଟ୍‌ 28ଟି ଜିଲ୍ଲାରୁ ଆଜି 1643 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ଆଜି ସର୍ବାଧିକ ଖୋର୍ଦ୍ଧା ଓ ଗଞ୍ଜାମରୁ 274ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ରାୟଗଡାରୁ 136, ସୁନ୍ଦରଗଡରୁ 118, ସମ୍ବଲଫୁରରୁ 112, କଟକରୁ 98, ପୁରୀରୁ 92, ବାଲେଶ୍ବରରୁ 73, କନ୍ଧମାଳରୁ 52, କୋରାପୁଟ୍‌ରୁ 50, ନୟାଗଡରୁ 40,  ବଲାଙ୍ଗିରୁରୁ 43, ମୟରୂଭଞ୍ଜରୁ 39,  ଢେଙ୍କାନାଳ ଓ ଯାଜପୁରରୁ 36 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଗଜପତିରୁ 36, କଳାହାଣ୍ଡିରୁ 30 ଜଣ ରହିଛନ୍ତି । ମାଲ୍‌କାନଗିରିରୁ 27, ଜଗତସିଂହପୁରରୁ 21, ଅନୁଗୁଳୁରୁ 16, କେନ୍ଦ୍ରାପଡାରୁ 14,  ବରଗଡ ଓ ବୌଦ୍ଧରୁ 7ଜଣ ଲେଖାଏଁ ରହିଛନ୍ତି । ନବରଙ୍ଗପୁରୁରୁ 5, କେଉଁଝରରୁ 3,  ଭଦ୍ରକ ଓ ଝାରସୁଗୁଡାରୁ 2ଜଣ ଲେଖାଏଁ ରହିଥିବାବେଳେ ନୂଆପଡାରୁ ଜଣେ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 1643 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1018ଜଣ ଚିହ୍ନଟ ହୋଇଥିବାବେଳେ 625ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  44 ହଜାର 193କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15 ହଜାର 189ଜଣ । ସେହିପରି ସୁସ୍ଥ ହୋଇଛନ୍ତି 28 ହଜାର 697 ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 259ଜଣ । ସେହିପରି 48 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ, ବରିଷ୍ଠ ଆଇଏଏସ ତଥା ଜମ୍ମୁକାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରିଶ ମୁର୍ମୁ ଆଜି ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତି ଭବନରେ ଶପଥପାଠ କରିବା ପରେ ସିଏଜି ଅଫିସକୁ ଦାୟିତ୍ବ ଗ୍ରହଣ କରିବା ପାଇଁ ଆସିଥିଲେ। ତେବେ ମୁର୍ମୁ ଅଫିସ ଭିତରକୁ ଯିବା ପୂର୍ବରୁ କ୍ୟାମ୍ପସରେ ଥିବା ମହାତ୍ମା ଗାନ୍ଧୀ ଏବଂ ଡ. ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଗିରିଶ ହେଉଛନ୍ତି ପ୍ରଥମ ଓଡିଆ ଯେ କି ଏପରି ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ମୟୁରଭଂଜରେ ଜନ୍ମିତ ଗିରିଶ ହେଉଛନ୍ତି ଗୁଜୁରାଟ କ୍ୟାଡର ଆଇଏଏସ। ଏହା ପୂର୍ବରୁ ସେ ନୂଆ କରି କରାଯାଇଥିବା ଜମ୍ମୁକାଶ୍ମୀରର ଉପରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ।

Read More

ନୂଆଦିଲ୍ଲୀ :  ଦେଶରେ କରୋନା ପ୍ରକୋପ ଲଗାତାର ଭାବରେ ବଢି ଚାଲିଛି ।  ଗତ 24 ଘଣ୍‌ଟା ମଧ୍ୟରେ ଦେଶରେ 61 ହଜାର 537 ଜଣ ଆକ୍ରାନ୍ତ ହୋଇଥିବାବେଳେ 933 ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟା 20 ଲକ୍ଷ 86 ହଜାର ପାର୍‌ କରିସାରିଛି । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା 42 ହଜାର 518କୁ ବୃଦ୍ଧି ହୋଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା 20 ଲକ୍ଷ 88 ହଜାର 612 ପାର୍‌ କରିଛି ।  ଦିନକରେ 61, 537 କରୋନା ଆକ୍ରାନ୍ତ ହୋଇଥିବାବେଳେ 933 ଜଣଙ୍କର ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 14.27 ଲକ୍ଷ ଛୁଇଁଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ ରହିଛି । ଦେଶରେ କରୋନାରୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା 68. 32% ରହିଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦେଶର ନୂତନ ସିଏଜି ଭାବେ ଶପଥ ନେଲେ ଗିରୀଶ ମୁର୍ମୁ । ଗିରୀଶ ମୁର୍ମୁଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଜି ଦେଶର ନୂଆ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିଛନ୍ତି ଗିରୀଶ ମୁର୍ମୁ।  ସିଏଜି ରାଜୀବ ମହର୍ଷିଙ୍କ ସ୍ଥାନରେ ଗିରୀଶ ମୁର୍ମୁଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ପ୍ରଥମ ଓଡ଼ିଆ ଭାବେ ଶ୍ରୀ ମୁର୍ମୁ ସିଏଜିର ଦାୟିତ୍ବ ଗ୍ରହଣ କରିଛନ୍ତି ।ମୁର୍ମୁଙ୍କ ଘର ଓଡିଶାର ମୟୂରଭଂଜ ଜିଲ୍ଲାରେ। ଓଡ଼ିଶାର ଜନ୍ମିତ ଶ୍ରୀ ମୁର୍ମୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଆସିଛନ୍ତି । 370 ଧାରା ଉଚ୍ଛେଦ ପରେ ନୂଆ କରି ସୃଷ୍ଟି ହୋଇଥିବା…

Read More

କେଦାର ମିଶ୍ର “ନା ଆମର ସୀମାରେ କେହି ଅନୁପ୍ରବେଶ କରିଛି, ନା କେହି ଆମ ମାଟିରେ ପାଦ ଦେଇଛି କିମ୍ବା ଆମର ସାମରିକ ପୋଷ୍ଟ ଦଖଲ କରିଛି। ଲଦ୍ଦାଖରେ ଆମର ୨୦ ବୀର ଜବାନ ସହିଦ ହୋଇଛନ୍ତି। ସେମାନଙ୍କର ବଳିଦାନ ବ୍ୟର୍ଥ ହୋଇନାହିଁ।“ ଗତ ଜୁନ ୨୦ ତାରିଖ ଦିନ ଏକ ସର୍ବଦଳୀୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ କଥା ଦୃଢତାର ସହିତ କହିଥିଲେ। ସେହି ସମୟରେ ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ଓ ଦେଶର କେତେଜଣ ବରିଷ୍ଠ ସୁରକ୍ଷା ବିଶେଷଜ୍ଞ ଆମକୁ ଚେତାଇ ଦେଉଥିଲେ ଯେ ଲଦ୍ଦାଖ ଅଞ୍ଚଳରେ ଆମର ଅନେକ ଅଞ୍ଚଳକୁ ଚୀନ ସେନା ଅନୁପ୍ରବେଶ କରିଛନ୍ତି। ସେତେବେଳେ ସରକାର ଓ ସରକାରଙ୍କ ଗୁଣଗାନ କରୁଥିବା ଆମର କେତୋଟି ଟେଲିଭିଜନ ଚ୍ୟାନେଲ ଏହି ସତ୍ୟକୁ ଲୁଚାଇବାକୁ ଚାହୁଁଥିଲେ। ଭାରତ ସରକାର ଓ ଖୋଦ ପ୍ରଧାନମନ୍ତ୍ରୀ ଚୀନର ଅନୁପ୍ରବେଶକୁ ଲୋକଙ୍କ ଆଗରେ ଅସ୍ଵୀକାର କରିଥିଲେ। ଯଦି ଚୀନ ସେନା ଆମର…

Read More

ଚେନ୍ନାଇ, ଗତକାଲି ରାତିରେ କୋଝିକୋଡିରେ ଘଟିଥିବା ବିମାନ ଦୁର୍ଘଟଣା ସଂପର୍କରେ ତଦନ୍ତ କରିବା ପାଇଁ ତଦନ୍ତ ଦଳ ପହଁଚିଛନ୍ତି। ନୂଆଦିଲ୍ଲୀରୁ ଏହି ଦଳ ଆସି ଆଜି ସକାଳେ କୋଝିକୋଡିରେ ପହଁଚିଛନ୍ତି।ଏଥିରେ 4ଟି ବିଭାଗର ତଦନ୍ତ ଅଧିକାରୀମାନେ ସାମିଲ ହୋଇଛନ୍ତି। ସେସବୁ ବିଭାଗ ଗୁଡିକ ହେଲା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏ ର ଅଧିକାରୀ, ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ, ଏୟାର ଇଣ୍ଡିଆ ଏବଂ ଏୟାର ଏକ୍ସପ୍ରେସର ଅଧିକାରୀମାନେ ଅଛନ୍ତି। ସେହିପରି ଆଉ ଏକ ବିମାନରେ ମୁମ୍ବାଇରୁ କେତେକ ଅଧିକାରୀ ମଧ୍ୟ ଘଟଣା ସ୍ଥଳକୁ ଆସିଛନ୍ତି। ସେମାନେ ମୁଖ୍ୟତଃ ଯେଉଁମାନେ ଏଥିରେ ମୃତ୍ୟୁବରଣ କରିଛନ୍ତି ତାଙ୍କ ପରିବାରଙ୍କୁ ସହଯୋଗ କରିବା କାର୍ଯ୍ୟରେ ନିୟୋଜିତ ହେବେ। ଏଥିସହିତ ଆହତମାନଙ୍କ ପରିବାର ବର୍ଗଙ୍କୁ ମଧ୍ୟ ସହଯୋଗ କରିବେ।

Read More

ନୂଆଦିଲ୍ଲୀ: କେରଳ କୋଝିକୋଡ୍ ବିମାନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୮ରେ ପହଁଚିଛି। ଏଥିରେ ଦୁଇ ଜଣ ପାଇଲଟ ସହିତ ଆଉ ୧୬ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏଥିସହିତ ଆହତ ହୋଇଥିବା ୧୨୩ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେପଟେ ବିମାନ ଦୁର୍ଘଟଣାର କାରଣ କଣ ସେ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି।  ଡିଜିସିଏ ବିମାନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଆଜି କେରଳ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଘଟଣାସ୍ଥଳକୁ ଯିବେ। ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ସେହିପରି ରାଷ୍ଟ୍ରପତି ମଧ୍ୟ କେରଳ ରାଜ୍ୟପାଳଙ୍କ ସହିତ କଥା ହୋଇଛନ୍ତି।

Read More

ତିରୁଅନନ୍ତପୁରମ୍, କେରଳର କୋଝିକୋଡା ବିମାନ ବନ୍ଦରରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପାଇଲଟଙ୍କ ସହିତ 14 ଜଣ ମୃତ୍ୟୁବରଣ କରିଥିବା ବେଳେ ବହୁ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତ୍ୟୁବରଣ କରିଥିବା ପାଇଲଟଙ୍କ ନାମ ହେଉଛି କ୍ୟାପେଟନ ଦୀପକ ସେଠ୍। ସେ ଦୁବାଇରୁ 190 ଜଣ ଯାତ୍ରୀ ନେଇ ଆସୁଥିଲେ। ଏହି ଏୟାର ଇଣ୍ଡିଆର ବିମାନ  IX1344  ଠିକ୍ ସଂଧ୍ୟା 7ଟା 40ରେ କୋଝିକୋଡା ବିମାନବନ୍ଦରରେ ଦୁର୍ଘଟଣା ଗସ୍ତ ହୋଇଥିଲା। ଏହି ସମୟରେ ବିମାନ ବନ୍ଦରରେ ପ୍ରବଳ ବର୍ଷା ହେଉଥିଲା। ଫଳରେ ବିମାନ ଅବତରଣ ବେଳେ ସମସ୍ୟା ଉପୁଜିଥିବାରୁ ବିମାନ ଦୁର୍ଘଟଣା ହୋଇଛି ବୋଲି ଜଣାପଡିଛି। ତେବେ ବିମାନ ଦୁର୍ଘଟଣା ସଂପର୍କରେ ଫ୍ଲାଇଟ ଟ୍ରାକର ୱେବସାଇଟରୁ ବହୁ ରୋଚକ ଜନକ ତଥ୍ୟ ହସ୍ତଗତ ହୋଇଛି। ଏହି ଟ୍ରାକରରୁ ଜଣାପଡିଛି ଯେ, ପାଇଲଟ ବିମାନ ବନ୍ଦର ଉପରେ ବହୁ ସମୟ ଧରି ଉଡାଣ କରିଥିଲେ।…

Read More

ଭୁବନେଶ୍ୱର: ଡିଜିଟାଲ୍ ପ୍ରକ୍ରିୟାରେ କିଭଳି ଭାବରେ ଅପରାଧର ମୁକାବିଲା କରାଯାଇପାରିବ ସେହି ସମାଧାନର ସୂତ୍ର ବାହାର କରି ସ୍ମାର୍ଟ ଇଣ୍ଡିଆ ହାକାଥନ୍- ୨୦୨୦ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନର ଛାତ୍ରଛାତ୍ରୀ। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ୬ ଜଣିଆ ଛାତ୍ରଛାତ୍ରୀ ଦଳ ଏହି ପ୍ରତିଯୋଗିତାରେ ଜିତାପଟ ହାସଲ କରିଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏବଂ ବିଶ୍ୱର ବୃହତ୍ ମୁକ୍ତ ଅଭିନବ ଚିନ୍ତାର ମଡେଲ୍‌ ଭାବେ ପରିଗଣିତ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୦ ଚଳିତବର୍ଷ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଅନ୍‌ଲାଇନ୍‌ ପ୍ରକ୍ରିୟାରେ ଆୟୋଜନ କରାଯାଇଥିଲା। “ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ” (ବିପିଆର୍‌ଡି) ଦ୍ୱାରା ସମସ୍ୟାର ବିଷୟବସ୍ତୁ ପ୍ରଦାନ କରାଯାଇଥିବା ବେଳେ ସାମାଜିକ ସ୍ତରରେ ପୋଲିସ୍ ବ୍ୟବସ୍ଥା ଅର୍ଥାତ୍ ଡିଜିଟାଲ୍ ପୋଲିସିଂ ସମସ୍ୟାଗୁଡ଼ିକୁ କିଭଳି ସମାଧାନ କରାଯାଇପାରିବ ଏବଂ ପୋଲିସ୍ – ନାଗରିକ ସମ୍ପର୍କକୁ କିଭଳି ଉନ୍ନତ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଟାଙ୍ଗୀ ବ୍ଲକରେ ବଜ୍ରାଘାତରେ ଜଣେ ମୃତ ଏବଂ ତିନି ଜଣ ଆହତ ହୋଇଥିବା ସୂଚନା ରହିଛି। ଚାଷ ଜମିକୁ ରୂଆରୋଇ କାର୍ଯ୍ୟ କରିବାକୁ ଯାଇଥିବା ବେଳେ ଏଭଳି  ଅଘଟଣ ଘଟିଛି। ହରିପୁର ଗ୍ରାମର ବର ଗାଡିଆ ଗହୀରରେ ଚାଷୀ ମାନେ ଚାଷ କାମ କରୁଥିବା ବେଳେ ହଠାତ୍ ବର୍ଷା ପବନ ସହ ବଜ୍ରାଘାତ ହୋଇଥିଲା। ବଜ୍ରାଘାତରୁ ନିଜକୁ ରକ୍ଷା କରିବା ପାଇଁ ଚାଷୀ ମାନେ ଏକ ଗଛ ମୂଳରେ ଆଶ୍ରୟ ନେଇଥିବା ବେଳେ ବଜ୍ରାପାତ ହୋଇଥିଲା। ଏଥିରେ ହରିପୁର ଗ୍ରାମର ସନ୍ତୋଷ ବେହେରା (୨୯)ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ଓ ଅନ୍ୟ ଜଣେ ଆହତ ମହିଳାଙ୍କୁ ସ୍ଥାନୀୟ ଏକ ଘରୋଇ ଡାକ୍ତର ଚିକିତ୍ସା କରୁଥିବା ଜଣା ପଡିଛି। ଟାଙ୍ଗୀ ମେଡିକାଲରେ ଭର୍ତ୍ତି ହୋଇଥିବା ଆହତମାନଙ୍କ ସ୍ୱାସ୍ଥ୍ୟାଵସ୍ଥାରେ ଉନ୍ନତି ଘଟୁଛି। ମୃତ୍ୟୁବରଣ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ସର୍କିଟ୍ ହାଉସ୍‌ଠାରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ମିଡ଼ିଆ ସଂପର୍କ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗୀୟ ମିଡ଼ିଆ ପରାମର୍ଶଦାତା ମାନସ ମଙ୍ଗରାଜ ଉପସ୍ଥିତ ରହି ଜିଲ୍ଲାସ୍ତରୀୟ ସାମ୍ବାଦିକ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ସଂପ୍ରତି ରାଜ୍ୟରେ କରୋନା ମହାମାରୀ ଆତଙ୍କ ଖେଳାଇଥିବାବେଳେ ଗଂଜାମ ଜିଲ୍ଲାର ସ୍ଥିତି ଗମ୍ଭୀର। ତେଣୁ ଏହାକୁ ନେଇ ଉଭୟ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ଏହାକୁ ଅତି ଗୁୁୁରୁତର ଭାବରେ ନେଇଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଗଣମାଧ୍ୟମ ଏବଂ ତା’ର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ମଙ୍ଗରାଜ କହିଥିଲେ। ଜିଲ୍ଲାରେ କରୋନାର ମାତ୍ରା ଅହେତୁକ ଭାବେ ବୃଦ୍ଧିର ମୁଖ୍ୟ କାରଣ କ’ଣ ହୋଇପାରେ ବୋଲି ଆଜି ସାମ୍ବାଦିକମାନଙ୍କଠାରୁ ମତ ମଗାଯାଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ସାମ୍ବାଦିକ କରୋନା ମହାମାରୀ ଅହେତୁକ ବୃଦ୍ଧିକୁ ନେଇ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସୋମବାର ଦିନ ଆଣ୍ଡାମାନ ଓ ନିକୋବର ସହିତ ଭାରତୀୟ ମୁଖ୍ୟ ଭୂଖଣ୍ଡର ସମୁଦ୍ର ତଳ (ସବ୍‌ମେରାଇନ) ଅପ୍‌ଟିକାଲ ଫାଇବର କେବ୍‌ଲ (ଓଏଫ୍‌ସି) ବ୍ୟବସ୍ଥାର ଶୁଭ ଉଦ୍‌ଘାଟନ କରିବେ। ଚେନ୍ନଇରୁ ପୋର୍ଟବ୍ଳେୟାର ଯାଏଁ ଏହି କେବ୍‌ଲ ସଂଯୋଗ କରାଯାଇଛି। ଏହାଛଡା ପୋର୍ଟବ୍ଲେୟାରରୁ ସ୍ୱରାଜ ଦ୍ୱୀପ, ଲିଟିଲ୍ ଆଣ୍ଡାମାନ, କାର ନିକୋବର, କାମର୍ତ୍ତା, ଗ୍ରେଟ ନିକୋବର, ଲଙ୍ଗ୍ ଆଇଲାଣ୍ଡ ଓ ରଙ୍ଗତ୍ ଆଦି ୭ଟି ଦ୍ୱୀପକୁ ଏହି ସମୁଦ୍ରତଳ କେବ୍‌ଲ ସେବା ସଂପ୍ରସାରିତ ହୋଇଛି। ଏକ ଭିଡିଓ କନ୍‌ଫରେନ୍‌ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଏହି ସେବାକୁ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିବେ। ଏହା ଫଳରେ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ସହିତ ଭାରତୀୟ ମୁଖ୍ୟ ଭୂଖଣ୍ଡରୁ ବିଶ୍ୱାସଯୋଗ୍ୟ ଏବଂ ତ୍ୱରିତ ମୋବାଇଲ ତଥା ଲ୍ୟାଣ୍ଡଲାଇନ ଟେଲିକମ୍ ସେବା ଉପଲବ୍‌ଧ ହୋଇପାରିବ। ୨୦୧୮ ଡିସେମ୍ବର ୩୦ରେ ପ୍ରଧାନମନ୍ତ୍ରୀ ମୋଦୀ ପୋର୍ଟବ୍ଲେୟାରଠାରେ ଏହି ପ୍ରକଳ୍ପର ଶୁଭ ଦେଇଥିଲେ। ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବାପରେ ଏହି…

Read More

କେରଳ : ଆଜି ସଂଧ୍ୟାରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଯାଇଛି। ଦୁବାଇରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ କେରଳର କୋଝିକୋଡ ବିମାନ ବନ୍ଦର ଅବତରଣ କରୁଥିବା ବେଳେ ଦୁର୍ଘଟଣା ହୋଇ ଦୁଇ ଖଣ୍ଡ ହୋଇଯାଇଛି। ବିମାନରେ ମୋଟ ୧୯୧ ଜଣ ଯାତ୍ରୀଥିଲେ। ସେମାନଙ୍କ ଅନେକଙ୍କ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ପାଇଲଟର ମୃତ୍ୟୁ ହୋଇଥିବାର ଜଣାପଡିଛି।

Read More

ନୂଆଦିଲ୍ଲୀ: ଯଦି ସବୁ ପରୀକ୍ଷା ସଫଳ ହୁଏ ତାହେଲେ ଭାରତର ସେରମ ଇନଷ୍ଟିଚ୍ୟୁଟ ଆଗାମୀ ଦିନରେ ୧୦ କୋଟି ଟୀକା ପ୍ରସ୍ତୁତ କରିବ। ସହଜ ଓ ସୁଲଭ ମୂଲ୍ୟରେ ପୃଥିବୀର ଗରୀବ ଲୋକଙ୍କ ପାଇଁ ଏହି ଟୀକାର ମୂଲ୍ୟ ୩ ଡଲାର ଭିତରେ ସୀମିତ ରହିବ। ଏଥିଲାଗି ସେରମ କୁ ମାଇକ୍ରୋସଫ୍ଟ ର ପ୍ରତିଷ୍ଠାତା ବିଲ ଗେଟ୍ସଙ୍କର “ଦି ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ” ସହାୟତା ପ୍ରଦାନ କରୁଛି। ଭାରତୀୟ ମୂଲ୍ୟ ହିସାବରେ ଏହି ଟୀକାର ଦାମ ୨୨୫ ଟଙ୍କା ରହିବ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ଵାରା ଏହି ଟୀକା ପ୍ରସ୍ତୁତ ହୋଇଥିବା ବେଳେ ଏହାର ଉତ୍ପାଦନ ଓ ବିତରଣ ସେରମ କରିବ ବୋଲି ସୂଚନା ମିଳିଛି।

Read More

ୱାଶିଂଟନ୍ : କରୋନା କାରଣରୁ ଏକାଧିକ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଛଟେଇ କରାଯାଉଥିବା ବେଳେ ଅନେକ କମ୍ପାନୀ ୱର୍କ ଫ୍ରମ ହୋମ କୁ ଗୁରୁତ୍ଵ ଦେଉଛନ୍ତି।  ମାର୍କ ଜୁକରବର୍ଗଙ୍କ ଫେସବୁକ ଏବେ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାର ସୁଯୋଗ ପ୍ରଦାନ କରୁଛି । ଶୁକ୍ରବାର ଫେସବୁକ୍ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଆସନ୍ତା ଜୁଲାଇ 2021 ପର୍ଯ୍ୟନ୍ତ ଏହାର କର୍ମଚାରୀ ମାନେ ଘରୁ କାମ କରିପାରିବେ । କର୍ମଚାରୀଙ୍କ ସୁବିଧା ଏବଂ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ଫେସବୁକ୍ ପକ୍ଷରୁ କୁହାଯାଇଛି । ଏହା ସହିତ ଫେସବୁକ୍ ପକ୍ଷରୁ ଏହାର କର୍ମଚାରୀଙ୍କୁ 1000 ଡଲାରର ଅତିରିକ୍ତ ସହାୟତା ପ୍ରଦାନ କରିବା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି । ଗାଇଡଲାଇନ ଆଧାରରେ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ଦେବାକୁ ନିଷ୍ପତ୍ତି ନେଇଛି | ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ୱାର୍କ ଫ୍ରମ ହୋମ…

Read More

ଭୁବନେଶ୍ବର, ଆଜି ଦେଶରେ ପାଳିତ ହେଉଛି ‘ଷଷ୍ଠ ଜାତୀୟ ହସ୍ତତନ୍ତ ଦିବସ’। ପ୍ରତ୍ୟେକ ଭାରତୀୟ ଭିତରେ ଆମର ଐତିହ୍ୟ ସମ୍ପନ୍ନ ଓ ବହୁପୁରାତନ ପାରମ୍ପରିକ ହସ୍ତତନ୍ତ କଳାପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଏହି ସଂସ୍କୃତି ଓ କଳାସହିତ ବଂଶାନୁକ୍ରମେ ଜଡିତ ବୁଣାକାର ମାନଙ୍କ ସମ୍ମାନାର୍ଥେ ଏହି ଦିବସକୁ ପାଳନ କରାଯାଉଛି। ଭାରତ ବର୍ଷରେ ଓଡିଶାର ଋଦ୍ଧିମନ୍ତ ହସ୍ତତନ୍ତ ବସ୍ତ୍ର ବିଶେଷତଃ ବାନ୍ଧବସ୍ତ୍ରର ଏକ ସ୍ୱତନ୍ତ୍ର ସ୍ଥାନ ରହିଅଛି। ସର୍ବୋପରି ଏହି ହସ୍ତତନ୍ତ କ୍ଷେତ୍ର ଲକ୍ଷ ଲକ୍ଷ ଗ୍ରାମୀଣ ବୁଣାକାରଙ୍କୁ ଜୀବିକା ଯୋଗାଇବାରେ ସମର୍ଥ ହୋଇପାରିଛି । ଏହି ପରିପ୍ରେକ୍ଷୀରେ ଆଜି ବୁଣାକାର ସେବା କେନ୍ଦ୍ର, ଭୁବନେଶ୍ୱର ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ୪ଟି ତାଲିକାଭୁକ୍ତ ଉତ୍ପାଦ କମ୍ପାନୀକୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେଗୁଡିକ ହେଲା ମେସର୍ସ ତରାବୋଇ ହ୍ୟାଣ୍ଡଲୁମ୍ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌, ମେସର୍ସ ଶୁଭଶ୍ରୀ ହ୍ୟାଣ୍ଡଲୁମ୍ ପ୍ରଡ୍ୟୁସର୍ କମ୍ପାନୀ ଲିମିଟେଡ୍‌, ମେସର୍ସ ନୂଆପାଟଣା ‘ଇକତ୍‌’…

Read More