ପୁରୀ : ସରକାରୀ କୋଭିଡ୍ ଟେଷ୍ଟ ରିପୋର୍ଟରେ ଅନିୟମିତତା ହେଉଥିବାର ଅଭିଯୋଗ ଆସୁଛି । ଭୁବନେଶ୍ବରସ୍ଥିତ ଖଣ୍ଡଗିରି ଅଞ୍ଚଳରୁ ଏପରି ଏକ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରୁ ମଧ୍ୟ ଏହିପରି ଏକ ଖବର ଶୁଣିବାକୁ ମିଳିଛି । ନିକଟରେ ବାଣପୁର ଅଞ୍ଚଳରେ ମଧ୍ୟ କରୋନା ରିପୋର୍ଟରେ ଭୁଲ୍ଭାଲ୍ ତଥ୍ୟ ରହୁଥିବାର ଖବର ପ୍ରକାଶ ପାଇଥିଲା । ସେହିପରି ଆଜି ପୁରୀ ଅଞ୍ଚଳରୁ କରୋନା ରିପୋର୍ଟକୁ ନେଇ ସାଧାରଣ ଲୋକେ ବିରୋଧ କରିବା ସହିତ ସ୍ବାବ୍ ନମୁନା ଦେଖାଇବାକୁ ଦାବି ଜଣାଇଛନ୍ତି । ସ୍ବାବ୍ ରିପୋର୍ଟ ନ ଦେଖିଲେ, ହସ୍ପିଟାଲ ଯିବୁନି ବୋଲି ଲୋକେ ଅଡି ବସିଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ପେଣ୍ଟକଟା ଠାରେ । ପୁରୀ ପେଣ୍ଠକଟା ଲୋକଙ୍କ ଏନେଇ ଦାବି ପରେ ପ୍ରଶାସନ ସହ ଆଲୋଚନା ଚାଲିଛି । ଲକ୍ଷଣ ନଥିବା ଲୋକଙ୍କୁ ପଜିଟିଭ୍ କହି ଉଠାଇ ନିଆଯାଉଥିବାର…
Author: Samikhsya Bureau
ଆନନ୍ଦପୁର : ଆନନ୍ଦପୁର ପୌର ପରିଷଦ ସଟ୍ଡାଉନ୍ ଘୋଷଣା କରାଯାଇଛି । କେନ୍ଦୁଝର ଜିଲ୍ଲାରୁ ଶତାଧିକ ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ ଗହଣ କରିଛି । ତେବେ ଏହି ସଟ୍ଡାଉନ୍ ସମୟରେ ସକାଳ 7ରୁ ଅପରାହ୍ନ 2ଟା ଯାଏଁ ଅତ୍ୟାବଶ୍ୟକୀୟ ଦେକାନ ଖୋଲା ରହିବ । ତେବେ ବଡବିଲ୍ରେ ଏହି ନିୟମକୁ ଟିକେ କୋହଳ କରାଯାଇଛି । ବଡବିଲ୍ରେ ସକାଳ 8ରୁ ଦିନ 12ଟା ଯାଏଁ ବ୍ୟାଙ୍କ ଖୋଲା ରହିବ । ସେହିପରି କୁଶକଳା ପଞ୍ଚାୟତ, କବିତ୍ରାସ୍ଥିତ ନିର୍ମାଣଧୀନ ମେଡ଼ିକାଲ କଲେଜ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ବାଂଶପାଳ ସ୍ଥିତ ଏକ ଘରୋଇ ଇସ୍ପାତ କାରଖାନାକୁ 14 ଦିନ ଯାଏଁ ସିଲ୍ କରାଯାଇଛି । ସୂଚନାଯୋଗ୍ୟ, ଆଜି କେଉଁଝର ଜିଲ୍ଲାରୁ 103 ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆଜି ସତ୍ୟବାଦୀର ସାରସ୍ବତ ସାଧକ ଉତ୍କଳର ବରପୁତ୍ର ସ୍ବର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୪ ତମଶ୍ରାଦ୍ଧ ଦିବସ ତଥା ବାଣପୁର ଅଞ୍ଚଳର ସ୍ବନାମଧନ୍ୟ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟର ୫୮ ତମ ପ୍ରତିଷ୍ଠା ଦିବସ। କରୋନା ସଂକ୍ରମଣ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲେ ମଧ୍ୟ ନିରାଡମ୍ବର ଭାବରେ ଏହା ପାଳିତ ହୋଇଛି। ପ୍ରଭାତରେ ମହାବିଦ୍ୟାଳୟ ପୁଷ୍କରିଣୀରେ ତିଳ ତର୍ପଣ ପୂର୍ବକ ସ୍ବର୍ଗତ ପଣ୍ଡିତ ମିଶ୍ରଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିବାବେଳେ ପରିସରରେ ଥିବା ପଣ୍ଡିତ ମିଶ୍ରଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶିବ ପ୍ରସାଦ ନାୟକ, ପ୍ରଶାସନିକ ଅଧିକାରୀ ଡ. ପ୍ରମୋଦ କୁମାର ପାଢୀ, ମୁଖ୍ୟ କିରାଣୀ ଶ୍ରୀ ଦୁର୍ଯ୍ୟୋଧନ ସାହୁ, କ୍ୟାପେଟନ୍ ଗୁରୁ କିଶୋର ନାୟକ, ପ୍ରାଧ୍ୟାପକ ପ୍ରଭାତ କୁମାର ହୋତା, ଶ୍ରୀ ଚିତ୍ତରଞ୍ଜନ ବେହେରା, ଡ. ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା, ଅମୂଲ୍ୟ ମାଳି, ମନୋଜ ପରିମାଣିକ, ପ୍ରଭାତ ମାର୍ଥା…
ନୂଆଦିଲ୍ଲୀ : ଜୁଲାଇ 31ରେ ଦେଶରେ ଅନଲକ୍ -2 ଶେଷ ହେବାକୁ ଥିବାବେଳେ ଅନଲକ୍ -3 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ଅନଲକ୍-3ରେ ସାମାଜିକ ଦୂରତ୍ବ ରଖି ସିନେମା ହଲ ଖୋଲିବା ନେଇ ପ୍ରସ୍ତାବ ରହିଛି । ସୂଚନା ପ୍ରସାରଣ ମନ୍ତ୍ରାଳୟ ଏନେଇ ଗୃହ ମନ୍ତ୍ରାଳୟକୁ ଏକ ପ୍ରସ୍ତାବ ଦେଇଛନ୍ତି । ଏହା ପୂର୍ବରୁ ସୂଚନା ପ୍ରସାରଣ ମନ୍ତ୍ରାଳୟ ଓ ସିନେମା ହଲ୍ ମାଲିକଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ସିନେମା ହଲ୍ ମାଲିକ, 50 ପ୍ରତିଶତ ଦର୍ଶକଙ୍କ ସହିତ ଥିଏଟର ଆରମ୍ଭ ହେବ ବୋଲି ପ୍ରସ୍ତୁତି ହୋଇଛି । ତେବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳର 25 ପ୍ରତିଶତ ସିଟ୍ ସହିତ ସିନେମା ହଲ୍ ଖୋଲିବା ସହିତ ସାମାଜିକ ଦୂରତ୍ବ ଓ କୋଭିଡ୍ ଗାଇଡ ଲାଇନ୍ ନିୟମକୁ ଶକ୍ତ ରୂପେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଅନଲକ୍ -3ରେ…
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଜୁଲାଇ ୨୬ ତାରିଖ ଆଉ ଆଜି ଗୋଟିଏ ବିଶେଷ ଦିନ । ଆଜି “କାରଗିଲ ବିଜୟ ଦିବସ” । ୨୧ ବର୍ଷ ପୂର୍ବେ ଆଜିର ଦିନରେ ହିଁ କାରଗିଲ ଯୁଦ୍ଧରେ ଆମର ସେନାବାହିନୀ ଭାରତର ବିଜୟ ପତାକା ଉଡାଇଥିଲା । ବନ୍ଧୁଗଣ, କାରଗିଲ ଯୁଦ୍ଧ ଯେଉଁ ପରିସ୍ଥିତିରେ ହେଲା, ତାହା ଭାରତ କେବେହେଲେ ଭୁଲିପାରିବନି । ପାକିସ୍ତାନ ବଡ଼ ବଡ଼ ସ୍ୱପ୍ନ ଦେଖି ଭାରତର ଭୂମି ଅକ୍ତିଆର କରିବା ଏବଂ ନିଜ ଦେଶ ଭିତରେ ଚାଲିଥିବା କଳହ ଦିଗରୁ ଧ୍ୟାନ ଭଙ୍ଗ କରିବା ପାଇଁ ଏଭଳି ଦୁଃସାହସ କରିଥିଲା । ଭାରତ ସେତେବେଳେ ପାକିସ୍ତାନ ସହ ସମ୍ପର୍କ ଉନ୍ନତ କରିବାକୁ ପ୍ରଚେଷ୍ଟାରତ ଥିଲା । କିନ୍ତୁ ଯେମିତି କହନ୍ତିନି – “ବୟରୁ ଅକାରଣ ସବ୍ କାହୁ ସୋଁ, ଯୋ କର ହିତ ଅନହିତ ତାହୁ ସୋଁ ।” ଅର୍ଥାତ୍, ଦୁଷ୍ଟର ସ୍ୱଭାବ ହେଲା…
ଭୁବନେଶ୍ବର : ରାଜ୍ୟରୁ ଆଜି ପୁଣି 10 ଜଣଙ୍କ ମୁଣ୍ଡ ଯାଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 140ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା 25 ହଜାର ଡେଇଁଛି । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ସୁନ୍ଦରଗଡ, ପୁରୀ ଆଦି ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ବେଶ୍ ଦ୍ରୁତ ଗତିରେ ବୃଦ୍ଧି ହେଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସେହିପରି ଆଜି ରାଜ୍ୟର ସମସ୍ତ 30ଟି ଜିଲ୍ଲାରୁ 1376 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି : ଗଞ୍ଜାମ ପଜିଟିଭ୍ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ) ଗଞ୍ଜାମ 8678 5404 3189 79 6 ଖୋର୍ଦ୍ଧା 3037 1443 1569 17 8 କଟକ 1689 1121 556 9 3 ଯାଜପୁର 1096 923 171 1 1 ସୁନ୍ଦରଗଡ 1053 741…
ମୁମ୍ବାଇ : ଦେଶରେ କରୋନା ସ୍ଥିତି ସଂକଟାପନ୍ନ ରହିଥିବାବେଳେ ରାଜନୀତି ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି । ରାଜସ୍ଥାନରେ ଜାରି ରହିଥିବା ରାଜନୀତି ସଂକଟ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବୟାନ୍ ବେଶ୍ ଚର୍ଚ୍ଚାକୁ ଆସିଛି । ଉଦ୍ଧବ କହିଛନ୍ତି ଯେ, କେହି ଯଦି ମୋ ସରକାରକୁ ଭାଙ୍ଗିବାକୁ ଚାହୁଁଛି, ତେବେ ଭାଙ୍ଗୁ । ମୁଁ ଏବେ ଦେଖୁଛି… ଅପେକ୍ଷଶ କାହାକୁ ? ବର୍ତ୍ତମାନ ସରକାର ଭାଙ୍ଗ । ଏ ସରକାର ତିନି ଚକିଆ ବିଶିଷ୍ଟ କିନ୍ତୁ ଏହା ଗରିବଙ୍କ ବାହନ । କିନ୍ତୁ ଏହାର ଷ୍ଟେରିଙ୍ଗ୍ ମୋ ହାତରେ ରହିଛି । ବୁଲେଟ୍ ଟ୍ରେନ୍ ଓ ରିକ୍ସା ମଧ୍ୟରେ ମୁଁ କେବଳ ରିକ୍ସାକୁ ହିଁ ବାଛିବି । ସେ ସର୍ବଦା ଗରିବଙ୍କ ସହ ରହିଛନ୍ତି ଓ ରହିବେ । ଏହି ଭୂମିକା କେବେ ବଦଳିବ ନାହିଁ । ମୁଖ୍ୟମନ୍ତ୍ରୀ ହେବା ପରେ ବୁଲେଟ୍ ଟ୍ରେନ୍ ପଛରେ ଛିଡା ହେବି…
ଭୁବନେଶ୍ବର: ଆଜି ରାଜ୍ୟରୁ ପୁଣି 10 ଜଣଙ୍କ ଜୀବନ ନେଇଛି କରୋନା। ଆଜି କେବଳ ଗଞ୍ଜାମ ଜିଲ୍ଲାରେ 6 ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ଦୁଇଜଣ, ଗଜପତି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଥିବାର ସୂଚନା ରହିଛି। ଆଜି 6 ମୃତକଙ୍କୁ ମିଶାଇ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା 79ରେ ପହଞ୍ଚିଛି। ଗଞ୍ଜାମରୁ 6 ମୃତକଙ୍କ ମଧ୍ୟରେ 5 ଜଣ ପୁରୁଷ ଥିବାବେଳେ ଜଣେ ମହିଳା ରହିଛନ୍ତି। 5 ଜଣ ପୁରୁଷଙ୍କ ବୟସ 63, 55, 60 64 ଓ 60 ବର୍ଷ ଥିବାବେଳେ ମହିଳା ଜଣକ 51 ବର୍ଷ ବୋଲି ସୂଚନା ରହିଛି। ଖୋର୍ଦ୍ଧାର ଜଣେ ମୃତକ ହେଉଛନ୍ତି ଭୁବନେଶ୍ବରର 58 ବର୍ଷୀୟା ମହିଳା। ଖୋର୍ଦ୍ଧାର ଅନ୍ୟ ଜଣେ ମୃତକ ହେଉଛନ୍ତି 35 ବର୍ଷୀୟ ମହିଳା। ସେହିପରି ଗଜପତିରୁ ମୃତକଙ୍କ ବର୍ଷ ହେଉଛି 63 ବର୍ଷ, ସେହିପରି ସୁନ୍ଦରଗଡର ମୃତ୍ୟୁ ବ୍ୟକ୍ତିଙ୍କ ବୟସ 69 ବର୍ଷ।
ଭୁବନେଶ୍ବର : ଆଜି ରାଜ୍ୟର 1376 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି 30ଟି ଜିଲ୍ଲାରୁ 1376 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ଆଜି ସର୍ବାଧିକ 484ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 187 ଜଣ ଚିହ୍ନଟ ହୋଇଥିବାବେଳେ କେଉଁଝରରୁ 103, ପୁରୀରୁ 91, କଟକରୁ 75, ଗଜପତିରୁ 74, ରାୟଗଡାରୁ 45, ସୁନ୍ଦରଗଡରୁ 33, ନୟାଗଡରୁ 30, ବାଲେଶ୍ବରର 29, ମୟୂରଭଞ୍ଜରୁ 22, ନବରଙ୍ଗପୁରର 21, ବଲାଙ୍ଗିରରୁ 19, ସମ୍ବଲପୁରରୁ 17, , ମାଲକାନଗିରି ଓ ଢେଙ୍କାନାଳ ଜିଲ୍ଲାରୁ 15 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କନ୍ଧମାଳରୁ 12ଜଣ ଚିହ୍ନଟ ହୋଇଥିବାବେଳେ ଦେବଗଡ, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡାରୁ 11 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ 10 ଜଣ ବୌଦ୍ଧ ଓ ଯାଜପୁରରୁ 8 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କୋରାପୁଟ ଓ ବରଗଡରୁ 7 ଜଣ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରୁ 6, ଅନୁଗୁଳ…
ଭୁବନେଶ୍ବର : ରାଜ୍ୟରେ ଆଜି 1376 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 917ଜଣ ଚିହ୍ନଟ ହୋଇଥିବାବେଳେ 459ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 24ହଜାର 013କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 9ହଜାର 287ଜଣ । ସେହିପରି ସୁସ୍ଥ ହୋଇଛନ୍ତି 15 ହଜାର928ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 130ଜଣ । ସେହିପରି 33 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ ସର୍ବାଧିକ 48 ହଜାର 661ଜଣ ଆକ୍ରାନ୍ତ ହୋଇଥିବାବେଳେ 705 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା 32 ହଜାର 63କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 85 ହଜାର 522ରେ ପହଞ୍ଚିଛି । ଦେଶରେ ଏପର୍ଯ୍ୟନ୍ତ ଆକ୍ଟିଭ୍ କେସ୍ ରହିଛି 4 ଲକ୍ଷ 67 ହଜାର 882 । ସୁସ୍ଥ ହୋଇଛନ୍ତି 8 ଲକ୍ଷ 85 ହଜାର 576ଜଣ । ମହରାଷ୍ଟ୍ରରେ 3 ଲକ୍ଷ 66 ହଜାର 368ଜଣ ଆକ୍ରାନ୍ତ ରହିଥିବାବେଳେ 13 ହଜାର 389ଙ୍କର ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ 3 ହଜାର 806ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 3 ହଜାର 409, ଗୁଜୁରାଟରେ 2 ହଜାର 300ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)
କେଦାର ମିଶ୍ର ଜାତୀୟ ଅର୍ଥନୀତି ଓ ବ୍ୟବସାୟ-ବାଣିଜ୍ୟ ବେଳେ ବେଳେ ଉପନ୍ୟାସର କାହାଣୀ ଭଳି ଲାଗେ। ଖାଲି ଉପନ୍ୟାସ ନୁହେଁ, ଏହା ଅନେକ ସମୟରେ ରୂପକଥା ଭଳି ହଠାତ ଆମକୁ ଚମକାଇ ଦିଏ। ରାଜକୁମାର, ରାଜକୁମାରୀ ଓ ବୁଢୀ ଅସୁରୁଣୀ ର ଗପରେ ଯେମିତି ରହସ୍ୟ ରୋମାଞ୍ଚ ଭରି ରହିଥାଏ, ଆମର ଅର୍ଥନୀତିରେ ମଧ୍ୟ ରହସ୍ୟ-ରୋମାଞ୍ଚ କିଛି କମ ନୁହେଁ। ଏ କଥା କୁ ସ୍ପଷ୍ଟ କରିବା ଲାଗି ଆଉ କିଛି ତଥ୍ୟ ପରୀକ୍ଷା କରାଯାଉ। ଗତ ମାର୍ଚ୍ଚ ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁର ସଂକ୍ରମଣ ରୋକିବାକୁ ଜାତୀୟ ଲକ ଡାଉନ ଘୋଷଣା କଲେ। ଅର୍ଥନୀତି ଲାଗି ଏହା ଗୋଟେ ପ୍ରକାର ମାର୍ମିକ ଝଟକା ଥିଲା। ଠିକ ସେହିଦିନ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିଲା ଯେ ଅର୍ଥନୀତିର ଦୁର୍ଦ୍ଦଶା କାରଣରୁ ଭାରତର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ପୃଥିବୀର ପ୍ରଥମ ୨୦ଜଣ ସର୍ବଶ୍ରେଷ୍ଠ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ପଣ୍ଡକୂଳ ଗ୍ରାମରେ ଥିବା ଡଃ ଆମ୍ବେଦକର ଅନାଥାଶ୍ରମରେ ଜଣେ ନାବାଳିକା (୧୩) ର ଆତ୍ମହତ୍ୟା କୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ଗତ ଜୁନ ୨୫ ତାରିଖ ଦିନ ପଣ୍ଡକଲୂଳ ସ୍ଥିତ ଅନାଥାଶ୍ରମରେ ୧୩ ବର୍ଷୀୟ ନାବାଳିକା ନିଜ ଓଢଣୀରେ ଆତ୍ମହତ୍ୟା କରିଥିବା ଅନାଥାଶ୍ରମ ପରିଚାଲକ ପ୍ରକାଶ କରିବା ସହିତ ଅତ୍ୟନ୍ତ ତରବରିଆ ଭାବେ ପରିବାର ଲୋକେ ଆସିବା ପୂର୍ବରୁ ଶବକୁ ଓହ୍ଲାଇଦେବା ଏବଂ ଶବ ବ୍ୟବଚ୍ଛେଦ କରି ଦେଇଥିବା ଆଦି ଘଟଣାରେ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନାବାଳିକାର ଭଉଣୀ ଏବଂ ମାମୁଁ କୈଳାସ ନିଆଲ ଧର୍ମଗଡ ଉପଜିଲ୍ଲାପାଳଙ୍କ ପାଖରେ ଉଚିତ ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ଦାବୀ କରିଛନ୍ତି । ଅନାଥାଶ୍ରମରେ ଥିବା ସିସଟିଭି କ୍ୟାମେରା ଉକ୍ତ ଦିନ ହିଁ ବନ୍ଦ ହୋଇଯାଇଥିବା ଘଟଣା ସନ୍ଦେହକୁ…
ସିଓଲ: ଉତ୍ତରକୋରିଆରେ ଲକ୍ଡାଉନ୍ ଜାରି ହେଲା । ଉତ୍ତର କୋରିଆ ନେତା କିମ ଜଙ୍ଗ-ଉନ ରବିବାର କହିଛନ୍ତି, ଦେଶରେ ଅତ୍ୟଧିକ ଜରୁରୀକାଳୀନ ବ୍ୟବସ୍ଥା ଲାଗୁ କରାଯାଇଛି । ଦକ୍ଷିଣରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଜଣେ ବ୍ୟକ୍ତି ସୀମାନ୍ତ ଅଂଚଳରେ 3 ବର୍ଷ ପରେ ଫେରିବା ପରେ କରୋନା ସନ୍ଦିଗ୍ଧ ଜଣାପଡ଼ିଛନ୍ତି । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସେ ସଂପୃକ୍ତ ଅଂଚଳରେ ଜରୁରୀକାଳୀନ ଘୋଷଣା କରିଛନ୍ତି । ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କୈସଙ୍ଗ ସହରର ସମସ୍ତ ବ୍ୟକ୍ତି ଓ ସହରରେ ରହୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଲୋକଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ହେବ ବୋଲି ସୂଚନା ରହିଛି । ପୂର୍ବରୁ ଗତ ଜାନୁଆରୀରେ ଉତ୍ତର କୋରିଆ କୋଭିଡ-19କୁ ଦୃଷ୍ଟିରେ ରଖି ଜରୁରୀକାଳୀନ ଘୋଷଣା କରିଥିଲା । (ଏଜେନ୍ସି)
କର୍ଣ୍ଣାଟକ : କୋଭିଡ୍ ଯୁଦ୍ଧରେ ଡାକ୍ତର, ନର୍ସ, ଆଶକର୍ମୀମାନେ କୋଭିଡ୍ ଯୋଦ୍ଧା ସାଜି ଜୀବନ ବଞ୍ଚାଉଛନ୍ତି । କେବଳ କୋଭିଡ୍ ମହାମାରୀ ନୁହେଁ, ଏହି ଯୋଦ୍ଧାମାନେ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଉଛନ୍ତି । କର୍ଣ୍ଣାଟକର ଜଣେ ଆଶାକର୍ମୀ ଜଣେ ଗର୍ଭବତୀ ମହିଳାକୁ ରକ୍ଷା କରି ସମସ୍ତଙ୍କୁ ଉଦାହରଣ ସୃଷ୍ଟି କରିଛନ୍ତି । ଆଶାକର୍ମୀ ଜଣକ ଜଣେ ଗର୍ଭବତୀ ମହିଳାଙ୍କ ଅଧ ରାତ୍ରିରେ ନିଜ ଅଟୋ ରିକ୍ସାରେ ପ୍ରାୟ 20 କିଲୋମିଟର ଦୂର ସ୍ଥିତ ସରକାରୀ ହସ୍ପିଟାଲରେ ସୁରକ୍ଷିତ ଭାବେ ପହଞ୍ଚାଇଛନ୍ତି । ତା’ପରଦିନ ଗର୍ଭବତୀ ମହିଳା ଜଣକ ଉଡ୍ଡୁପୀ ସରକାରୀ ହସ୍ପିଟାଲରେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି । ଉଡ୍ଡୁପୀର ପଣ୍ଣାନିକଲା ଗ୍ରାମରେ ଏହି ଘଟଣାଟି ଘଟିଛି । ଦେବଦୂତ ସାଜି ମହିଳାଙ୍କୁ ଜୀବନ ଦେଇଥିବା ଆଶାକର୍ମୀଙ୍କ ନାମ ହେଉଛି ରାଜୀବ । ଆଶା କର୍ମୀଙ୍କୁ ରାଜୀବ ଗୁରୁବାର ଦିନ ସ୍ଥାନୀୟ ଲୋକେ ଜଣେ…
ନୂଆଦିଲ୍ଲୀ, ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ରେଳବାଇ ପ୍ରୋତ୍ସାହିତ କରିବା ଏବଂ ସେସବୁ ସାମଗ୍ରୀ କିଣିବା ନେଇ ଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ଅବସରରେ ଶ୍ରୀ ଗୋଏଲ ସଂପୃକ୍ତ ଉଦ୍ୟୋଗଗୁଡିକ ମଧ୍ୟରେ ବିଶ୍ୱାସ ସୃଷ୍ଟି ସହିତ ଦୁର୍ନୀତିମୁକ୍ତ ତଥା ସ୍ୱଚ୍ଛ ଉପାୟରେ ରେଳବାଇ ସେମାନଙ୍କଠାରୁ ସାମଗ୍ରୀ କିଣିବା ଉପରେ ଜୋର୍ ଦେଇଛନ୍ତି । ଏହି ଅବସରରେ ମେକ୍ ଇନ୍ ଇଣ୍ଡିଆ ଦ୍ୱାରା ଉତ୍ପାଦିତ କେଉଁ କେଉଁ ସାମଗ୍ରୀ ରେଳବାଇ କିଣିପାରିବ ଏବଂ ଏ ଦିଗରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ତାହାର ସେ ସମୀକ୍ଷା କରିଥିଲେ । ରେଳବାଇ ସାମଗ୍ରୀ କ୍ରୟ ବ୍ୟବସ୍ଥାରେ ସ୍ଥାନୀୟ ଭେଣ୍ଡରମାନଙ୍କୁ ସାମିଲ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ । ସାମଗ୍ରୀ କ୍ରୟ ନିୟମରେ ସ୍ଥାନୀୟ ସାମଗ୍ରୀ କିଣିବା ପାଇଁ ଏକ ଧାରା…
ସୀତାରାମ ଅଗ୍ରଓ୍ବାଲ ଚିଲିକା : ଚିଲିକା ନିର୍ବାଚନମଣ୍ଡଳୀରେ ଲକ ଡ଼ାଉନ ସମୟରେ ଚୋରା ଦେଶୀ ମଦ ବେପାର ଅହେତୁକ ଭାବେ ବୃଦ୍ଧି ପାଉଥିବା ସ୍ଥଳେ ଏହାକୁ ବ୍ରେକ ଦେବା ପାଇଁ ବର୍ତ୍ତମାନ ସାଧାରଣ ଜନତା ଅଣ୍ଟା ଭିଡିଛନ୍ତି l ଏହାର ଏକ ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ବାଲୁଗାଁ ଥାନା ଅନ୍ତର୍ଗତ ଗବପଦର ଗ୍ରାମରେ । ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମର ମହିଳା ସଂଗଠନ ମାନେ ଆଜି ଏକ ବାହାଦୁରୀ କାମ କରି ଦେଖାଇଛନ୍ତି । ଚୋରା ମଦ ବ୍ୟବସାୟ କୁ ଅଂଚଳରୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ଶପଥ ନେଇ ଆଜି ଜଣେ ଦେଶୀ ଚୋରା ମଦବେପାରୀକୁ ଧରି ତାକୁ ନାଭାଲ ପୋଲିସ ଜିମା ଦେଇଛନ୍ତି । ଆଜି ପାଖାପାଖି ସନ୍ଧ୍ୟା ୭ ଟା ରେ ଉକ୍ତ ମହିଳା ସଂଗଠନ ର ଶତାଧିକ କର୍ମକର୍ତ୍ତାମାନେ ଗବପଦର ଗ୍ରାମର ବଳଭଦ୍ର ମହାରଣା ନାମକ ଚୋରା ଦେଶୀ ମଦ…
ନୋଏଡା : ଉତ୍ତରପ୍ରଦେଶରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ସ୍ବାମୀ – ସ୍ତ୍ରୀଙ୍କ ଝଗଡାର ପରିଣାମ ମାତ୍ର 13 ମାସର ଶିଶୁକୁ ଭୋଗିବାକୁ ପଡିଛି । ସ୍ବାମୀ-ସ୍ତ୍ରୀଙ୍କ ଝଗଡା ଯୋଗୁଁ 13 ମାସ ଶିଶୁର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ତ୍ରୀ ଜଣକ ନିଜ ସ୍ବାମୀଙ୍କ ନାମରେ କେସ୍ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ନୋଏଡାର ଏକ ସ୍ବାମୀ-ସ୍ତ୍ରୀ ନିଜ ଭିତରେ ଝଗଡା କରୁଥିଲେ। ଏହା ମଧ୍ୟରେ ସ୍ବାମୀ ଜଣକ ରାଗରେ 13 ମାସର ଶିଶୁକୁ ତଳେ କଚାଡି ଦେଇଥିଲେ। ଶିଶୁଟି ଗୁରୁତରହୋଇପଡିଥିଲେ। ଏହାପରେ ଶିଶୁଟିକୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଜିଲ୍ଲା ହସ୍ପିଟାଲ ଶିଶୁଟିର ଗମ୍ଭୀର ଅବସ୍ଥାକୁ ଦେଖି ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରିଦେଇଥିଲେ । କିନ୍ତୁ ସେଠାରେ ଶିଶୁଟିର ଚିକିତ୍ସା ହୋଇପାରିନଥିଲା । ରାସ୍ତାରେ ଶିଶୁଟିର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଏହି ଘଟଣା ପରେ…
କର୍ଣ୍ଣାଟକ : ଭାରତରେ କରୋନାର ସ୍ଥିତି ବେଶ୍ ଗମ୍ଭୀର ଥିବାବେଳେ ଆଶ୍ବସ୍ତିକର ମାମଲା ଶୁଣିବାକୁ ମିଳିଛି । ଯଦିଓ ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ପ୍ରସାର ଲାଭ କରିଛି । ତେବେ ସୁସ୍ଥ ହାର ମଧ୍ୟ ବେଶ୍ ଭଲ ରହିଛି । କରୋନା ପରି ମହାମାରୀକୁ ମାତ୍ ଦେଇଛନ୍ତି ଜଣେ 100 ବର୍ଷର ମହିଳା । କରୋନାକୁ ଜିତି ସମସ୍ତଙ୍କ ମନରେ ଆଶା ଓ ଆଶ୍ବାସନା ଭରି ଦେଇଛନ୍ତି ଏହି ମହିଳା ଜଣକ । ବୃଦ୍ଧା ଜଣକ କର୍ଣ୍ଣାଟକ ବେଲାରୀ ଜିଲ୍ଲାର ବୋଲି ସୂଚନା ରହିଛି । ସୁସ୍ଥ ହେବା ପରେ କରୋନାକୁ ସାମାନ୍ୟ ଥଣ୍ଡା ରୋଗ ବୋଲି କହିଛନ୍ତି ବୃ୍ଦ୍ଧା ଜଣକ । ବୃଦ୍ଧାଙ୍କ ପରିବାର ସଦସ୍ୟ ମଧ୍ୟ କରୋନା ସଂକ୍ରମିତ ହୋଇଥିବାର ସୂଚନା ରହିଛି । (ଏଜେନ୍ସି)
ଭୁବନେଶ୍ବର, ରାଜ୍ୟରେ ଆଜି ଆଉ 728 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 391 ଜଣ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ଖୋର୍ଦ୍ଧା-49, କଟକ-43, ବାଲେଶ୍ବର-33, ଯାଜପୁର-32, ଗଜପତି-23, ମୟୂରଭଂଜ-19, ଅନୁଗୁଳ-18, ଜଗତସିଂହପରୁ ଓ ନୟାଗଡରୁ 17 ଲେଖାଏଁ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ 11 ଓ ମାଲକାନଗିରିରୁ 10 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବରଗଡ଼, ଢେଙ୍କାନାଳ, କେନ୍ଦ୍ରାପଡା, ପୁରୀ ଓ ସୁନ୍ଦରଗଡ଼ରୁ 7 ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗିର, ଝାରସୁଗୁଡା ଓ ସୁବର୍ଣ୍ଣପୁରରୁ 5 ଲେଖାଏଁ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା 15 ହଜାର 928କୁ ବୃଦ୍ଧି ପାଇଛି।
ଭୁବନେଶ୍ବର, କୋଭିଡ-୧୯ରେ ପ୍ରାଣ ହରାଉଥିବା କିମ୍ବା କରୋନା ମୃତ୍ୟୁ ସନ୍ଦେହ କ୍ଷେତ୍ରରେ ସମ୍ପୃକ୍ତ ରୋଗୀଙ୍କ ମୃତଦେହର କିପରି ସତ୍କାର କରାଯିବ ସେ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ନିର୍ଦ୍ଦେଶାବଳୀ ଅନୁଯାୟୀ ମୃତଦେହକୁ ଏକ ଲିକ୍ ପୃଫ୍ ପ୍ଲାଷ୍ଟିକ ବ୍ୟାଗରେ ରଖାଯିବ। ବ୍ୟଗର ବାହାର ପଟ ବିଶୋଧନ କରାଯିବା ପରେ ଏହାକୁ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମୃତ ରୋଗୀଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ। ଆଇସୋଲେସ ରୁମରୁ ବାହାର କରିବା ବେଳେ ମରଶରୀର ଦେଖିବା ପାଇଁ ପରିବାର ବର୍ଗଙ୍କୁ ଅନୁମତି ମିଳିବ। ମରଶରୀରକୁ ସମ୍ପୂର୍ଣ୍ଣ ସମ୍ମାନ ଦେଇ ସ୍ପର୍ଶ କରୁନଥିବା ସମସ୍ତ କ୍ରିୟା କର୍ମ କରିବାକୁ ମଧ୍ୟ ଅନୁମତି ଦିଆଯିବ। ଶେଷକୃତ୍ୟ ପରେ ମୃତକଙ୍କ ପରିବାର ଅସ୍ଥି ସଂଗ୍ରହ କରିପାରିବେ। ସମସ୍ତ ପ୍ରତିଷେଧକ ମୂଳକ ବ୍ୟବସ୍ଥା ମୁତାବକ ମୃତଦେହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରିବାକୁ ପଡିବ। ସାମାଜିକ ଦୂରତା ସହିତ…

